Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 7-9

ଇଲୀଶାୟ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣ, ସଦାପ୍ରଭୁ ଏହି କଥା କହନ୍ତି, ‘କାଲି ପ୍ରାୟ ଏହି ସମୟକୁ ପ୍ରଚୁର ଖାଦ୍ୟ ଆସିବ ଏବଂ ଏହା ପୁଣି ଅତି ଶସ୍ତା ହେବ। ଜଣେ ବ୍ୟକ୍ତି ଶମରିୟାର ନଗର ଦ୍ୱାରରେ ଏକ ଶେକଲରେ ଏକ ଝୁଡ଼ିର ସୁନ୍ଦର ମଇଦା ଓ ସେହି ମୂଲ୍ୟରେ ଦୁଇ ଝୁଡ଼ି ଯବ କିଣିବ।’”

ସେନାପତି ଯିଏ ରାଜା [a]ଙ୍କ ନିକଟରେ ଥିଲେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର ଦେଲେ। “ଦେଖ, ଯେବେ ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି ତେବେ ମଧ୍ୟ ସମ୍ଭବ ହୋଇ ପାରିବ ନାହିଁ?”

ତହିଁରେ ଇଲୀଶାୟ କହିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ। ମାତ୍ର ତୁମ୍ଭେ ସେଥିରୁ କିଛି ଖାଇବ ନାହିଁ।”

କୁଷ୍ଠରୋଗୀମାନେ ଅରାମୀୟମାନଙ୍କ ତମ୍ବୁ ଶୂନ୍ୟ ଥିବାର ଦେଖନ୍ତି

ସେହି ସମୟରେ ନଗରଦ୍ୱାର ପ୍ରବେଶ ସ୍ଥାନରେ ଗ୍ଭରିଜଣ କୁଷ୍ଠୀ ଥିଲେ। ସେମାନେ ପରସ୍ପରକୁ କହିଲେ, “ଆମ୍ଭେମାନେ ମୃତ୍ୟୁକୁ ଅପେକ୍ଷା କରି ଏଠାରେ କାହିଁକି ବସିଅଛୁ? ଶମରିୟାରେ ଦୁର୍ଭିକ୍ଷ, ଆମ୍ଭେମାନେ ଯଦି ନଗର ଭିତରକୁ ଯିବା ତେବେ ମରିବା। ଯଦି ଏହି ସ୍ଥାନରେ ରହିବା, ତେବେ ବି ମରିବା। ତେଣୁ ଗ୍ଭଲ ଅରାମୀୟ ସୈନ୍ୟ ଶିବିରକୁ ଯିବା। ଯଦି ସେମାନେ ବଞ୍ଚାଇବେ, ତେବେ ଆମ୍ଭେ ବଞ୍ଚିବା। ଯେବେ ଆମ୍ଭକୁ ମାରିବେ, ତେବେ ଆମ୍ଭେମାନେ ମରିବା।”

ତେଣୁ ସେହି ଦିନ ସନ୍ଧ୍ୟାରେ ସେ ଗ୍ଭରିଜଣ କୁଷ୍ଠୀ ଅରାମୀୟ ଶିବିରକୁ ଗଲେ। ସେମାନେ ଅରାମୀୟ ଶିବିରର ବାହାର ସୀମାରେ ପହଞ୍ଚି ଦେଖିଲେ, ସେଠାରେ କୌଣସି ମନୁଷ୍ୟ ନାହିଁ। କାରଣ ସଦାପ୍ରଭୁ ଅରାମୀୟ ସୈନ୍ୟମାନଙ୍କୁ ରଥ ଶବ୍ଦ, ଅଶ୍ୱ ଶବ୍ଦ ଓ ବିପୁଳ ସୈନ୍ୟବାହିନୀର ଶବ୍ଦ ଶୁଣାଇଲେ। ତହିଁରେ ସେମାନେ ପରସ୍ପରକୁ କହିଲେ, “ଦେଖ, ଇସ୍ରାଏଲର ରାଜା ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ହିତ୍ତୀୟ ଓ ମିଶରୀୟ ରାଜଗଣଙ୍କୁ ଆମ୍ଭ ବିରୁଦ୍ଧରେ ବେତନ ଦେଇ ନିଯୁକ୍ତ କରିଅଛି।”

ତେଣୁ ଅରାମୀୟ ସୈନ୍ୟମାନେ ଗୋଧୂଳି ସମୟରେ ଶିବିର ଛାଡ଼ି ପଳାୟନ କଲେ। ସେମାନେ ସେମାନଙ୍କର ତମ୍ବୁ, ଅଶ୍ୱ, ଗର୍ଦ୍ଦଭ ଆଦି ସମସ୍ତ ଜିନିଷ ଛାଡ଼ି ଜୀବନ ରକ୍ଷା କରିବାକୁ ପଳାୟନ କଲେ।

କୁଷ୍ଠୀମାନେ ଶତ୍ରୁ ଶିବିରରେ

ଏହା ପରେ କୁଷ୍ଠୀମାନେ ଗୋଟିଏ ଶିବିର ଭିତରକୁ ଗଲେ ଏବଂ ଭୋଜନ ଓ ପାନ କଲେ। ଅଧିକନ୍ତୁ ସେମାନେ ସେହି ତମ୍ବୁରୁ ରୂପା, ସୁନା ଓ ବସ୍ତ୍ର ସେମାନଙ୍କ ପାଇଁ ନେଇ ପଳାଇଲେ ଏବଂ ସେହି ଜିନିଷଗୁଡ଼ିକୁ ଲୁଗ୍ଭଇ ରଖିଲେ। ତା’ପରେ ଶିବିରକୁ ଫେରି ଆସିଲେ ଓ ଅନ୍ୟ ଏକ ତମ୍ବୁ ଲୁଣ୍ଠନ କଲେ। ସେ ଦ୍ରବ୍ୟ ନେଇଯାଇ ତାକୁ ଲୁଗ୍ଭଇ ରଖିଲେ। ତା’ପରେ ଏହି କୁଷ୍ଠୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଆମ୍ଭେମାନେ ଭଲ କରୁ ନାହୁଁ, ଆଜି ସୁସମ୍ବାଦର ଦିନ, ମାତ୍ର ଆମ୍ଭେମାନେ ନୀରବ ରହୁଛୁ। ଯଦି ଆମ୍ଭେ ପ୍ରଭାତ ହେବା ପର୍ଯ୍ୟନ୍ତ ବିଳମ୍ବ କରିବା ତେବେ ଆମ୍ଭେମାନେ ଦଣ୍ତିତ ହେବା। ତେବେ ଆସ ଏ ସମ୍ବାଦ ରାଜଗୃହରେ ଦେବା।”

କୁଷ୍ଠୀମାନେ ସୁସମ୍ବାଦ ଦିଅନ୍ତି

10 ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ୱାରୀକୁ ଡାକିଲେ। ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟ ଛାଉଣିକୁ ଯାଇଥିଲୁ ଏବଂ ସେଠାରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ୟକ୍ତି ବିଷୟରେ ଶୁଣିଲୁ ନାହିଁ। କୌଣସି ମଣିଷ ନ ଥିଲେ, କାହାରି ଶବ୍ଦ ଶୁଣିଲୁ ନାହିଁ। ଅଶ୍ୱ ଗର୍ଦ୍ଦଭ ସେଠାରେ ବନ୍ଧା ହୋଇ ରହିଛନ୍ତି ଓ ତମ୍ବୁଗୁଡ଼ିକ ସେହିପରି ଅଛି।”

11 ତା’ପରେ ଦ୍ୱାରୀମାନେ ଚିତ୍କାର କରି ଏ ସମ୍ବାଦ ରାଜଗୃହର ଲୋକମାନଙ୍କୁ ଦେଲେ। 12 ସେହି ରାତ୍ରି ସମୟରେ ରାଜା ଉଠି ନିଜର ଦାସମାନଙ୍କୁ କହିଲେ, “ଅରାମୀୟ ସୈନ୍ୟମାନେ ଯାହା ଆମ୍ଭମାନଙ୍କ ପ୍ରତି କରିଛନ୍ତି ତାହା ମୁଁ ଏବେ କହିବି। ସେମାନେ ଜାଣନ୍ତି ଆମ୍ଭେମାନେ କ୍ଷୁଧାର୍ତ୍ତ। ତେଣୁ ସେମାନେ ଶିବିରରୁ ବାହାରି କ୍ଷେତ୍ର ମଧ୍ୟରେ ଲୁଚି ରହିଛନ୍ତି। ସେମାନେ ଭାବିଛନ୍ତି, ‘ଯେତେବେଳେ ଆମ୍ଭେମାନେ ନଗରରୁ ବାହାରିବା ସେମାନେ ଆମ୍ଭମାନଙ୍କୁ ଜୀବନ୍ତ ଧରି ନଗରରେ ପ୍ରବେଶ କରିବେ।’”

13 ରାଜାଙ୍କର ଉଚ୍ଚ ଅଧିକାରୀ ମଧ୍ୟରୁ ଜଣେ କହିଲା, “ନଗର ବାହାରେ ଅବଶିଷ୍ଟ ଥିବା ପାଞ୍ଚୋଟି ଅଶ୍ୱରେ କେତେକ ଲୋକ ଯାଇ ଦେଖନ୍ତୁ। ନଗରରେ ସେହି ଅଶ୍ୱଗୁଡ଼ିକ ପଳାଇଛନ୍ତି, କିନ୍ତୁ ଇସ୍ରାଏଲର ଲୋକମାନେ ଯେଉଁମାନେ ନଗରରୁ ପଳାଇଛନ୍ତି ସେହିପରି ସେମାନେ ମରିବେ।”

14 ତେଣୁ ସେମାନେ ଅଶ୍ୱ ସହିତ ଦୁଇଟି ରଥ ନେଲେ। ରାଜା ସେମାନଙ୍କୁ ଅରାମୀୟ ସୈନ୍ୟମାନଙ୍କ ପଛେ ପଠାଇଲେ। ରାଜା ସେମାନଙ୍କୁ କହିଲେ, “ଯାଅ ଏବଂ ଦେଖ କ’ଣ ଘଟିଛି?”

15 ଅରାମୀୟ ସୈନ୍ୟମାନେ ଯାଇଥିବା ପଥରେ ସେମାନେ ଯର୍ଦ୍ଦନ ନଦୀ ପର୍ଯ୍ୟନ୍ତ ଗଲେ। ସମଗ୍ର ପଥଟି ଅରାମୀୟମାନଙ୍କର ଦ୍ରୁତ ପଳାୟନରେ ଛାଡ଼ି ଯାଇଥିବା ବସ୍ତ୍ର ଓ ଅସ୍ତ୍ର ଆଦି ପାତ୍ରମାନଙ୍କରେ ପୂର୍ଣ୍ଣ ଥିଲା। ସେମାନେ ଫେରି ଆସି ରାଜାଙ୍କୁ ଏହା ଜଣାଇଲେ।

16 ତା’ପରେ ଲୋକମାନେ ନଗର ବାହାରକୁ ଗଲେ ଓ ଅରାମୀୟମାନଙ୍କ ଛାଉଣିରେ ପଶି ସମସ୍ତ ଲୁଣ୍ଠନ କଲେ। ସେଥିରେ ପ୍ରଚୁର ସାମଗ୍ରୀମାନ ଥିଲା। ସଦାପ୍ରଭୁଙ୍କ ବାକ୍ୟାନୁସାରେ ଏକ ଝୁଡ଼ି ସରୁ ମଇଦା ଏକ ଶେକଲରେ ଓ ଦୁଇ ଝୁଡ଼ି ଯବ ଏକ ଶେକଲରେ ବିକ୍ରି କରାଗଲା।

17 ରାଜା ତାଙ୍କ ଅତି ନିକଟ ସେନାପତିଙ୍କୁ ନଗରଦ୍ୱାର ରକ୍ଷା କରିବାକୁ ନିଯୁକ୍ତ କଲେ। ମାତ୍ର ଲୋକମାନେ ଖାଦ୍ୟ ଆଣିବାକୁ ଗଲାବେଳେ ସେମାନେ ସେନାପତିକଙ୍କ ଲୋକକୁ ଦଳି ଦେଲେ ତହିଁରେ ସେ ମରିଗଲା। ରାଜା ଯେତେବେଳେ ଇଲୀଶାୟ ଗୃହକୁ ଯାଇଥିଲେ ଇଲୀଶାୟ ଯାହା କହିଥିଲେ ତାହା ହିଁ ସବୁ ଘଟିଲା। 18 ଇଲୀଶାୟ ରାଜାଙ୍କୁ କହିଥିଲେ, “କାଲି ପ୍ରାୟ ଏହି ସମୟରେ ଶମରିୟାର ନଗର ଦ୍ୱାରରେ ଜଣେ ଲୋକ ଏକ ଝୁଡ଼ି ମଇଦା ଏକ ଶେକଲରେ ଓ ଦୁଇ ଝୁଡ଼ି ଯବ ଏକ ଶେକଲରେ ବିକ୍ରି କରିବ।” 19 ମାତ୍ର ସେହି ସେନାପତି ପରମେଶ୍ୱରଙ୍କ ଲୋକକୁ ଉତ୍ତର କରି କହିଥିଲା, “ଦେଖ, ଯଦି ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି, ଏପରି ଘଟିବ ନାହିଁ?” ସେତେବେଳେ ଇଲୀଶାୟ ସେନାପତିକୁ ଉତ୍ତର ଦେଲେ, “ତୁମ୍ଭେ ନିଜେ ସ୍ୱଚକ୍ଷୁରେ ଏହା ଦେଖିବ, ମାତ୍ର ତୁମ୍ଭେ ସେଥିରୁ ଭୋଜନ କରିବ ନାହିଁ।” 20 ସେହିପରି ତାହା ପ୍ରତି ଘଟିଲା। କାରଣ ଲୋକମାନେ ନଗରଦ୍ୱାରରେ ତାକୁ ଦଳି ଦେବାରୁ ସେ ମଲା।

ରାଜା ଓ ଶୁନେମୀୟା

ଇଲୀଶାୟ ଯେଉଁ ସ୍ତ୍ରୀର ମୃତ ପୁତ୍ର ପୁନର୍ଜୀବିତ କରିଥିଲେ, ସେହି ସ୍ତ୍ରୀକୁ କହିଲେ, “ତୁମ୍ଭେ ଓ ତୁମ୍ଭର ପରିବାର ଯାଇ ଅନ୍ୟ ଦେଶରେ ବାସ କରିବା ଉଚିତ୍। କାରଣ ସଦାପ୍ରଭୁ ଏହି ଦେଶରେ ଦୁର୍ଭିକ୍ଷ ପାଇଁ ଆଜ୍ଞା କରିଅଛନ୍ତି। ପୁଣି ଏହି ଦୁର୍ଭିକ୍ଷ ସାତ ବର୍ଷ ପାଇଁ ଏହି ଦେଶରେ ରହିବ।”

ପରମେଶ୍ୱରଙ୍କ ଲୋକଙ୍କର ବାକ୍ୟାନୁସାରେ ସେ ସ୍ତ୍ରୀଲୋକଟି ଆପଣା ପରିବାର ସହିତ ଯାଇ ପ୍ରବାସ ପଲେଷ୍ଟୀୟମାନଙ୍କ ଦେଶରେ ସାତ ବର୍ଷ ବାସ କଲା। ପୁଣି ସାତ ବର୍ଷ ସମାପ୍ତି ପରେ ସେ ସ୍ତ୍ରୀଲୋକ ପଲେଷ୍ଟୀୟମାନଙ୍କ ଦେଶରୁ ଫେରି ଆସିଲା।

ଆଉ ସେ ନିଜ ଗୃହ ଓ ଜମି ଫେରି ପାଇବାକୁ ଗୁହାରି କରିବା ପାଇଁ ରାଜାଙ୍କ ନିକଟକୁ ଗଲା।

ସେହି ସମୟରେ ରାଜା ପରମେଶ୍ୱରଙ୍କ ଲୋକଙ୍କର ଦାସ ଗିହେଜୀ ସହିତ କଥାବାର୍ତ୍ତା କରୁଥିଲେ। ସେ ଗିହେଜୀକୁ କହିଲେ, “ମୁଁ ବିନୟ କରୁଛି, ଇଲୀଶାୟ ଯେଉଁ ମହାନ କାର୍ଯ୍ୟମାନ କରିଛନ୍ତି ମୋତେ ଜଣାଅ।”

ଇଲୀଶାୟ କିପରି ମୃତ ଲୋକକୁ ପୁର୍ନଃଜୀବିତ କରିଥିଲେ, ଏହା ଗିହେଜୀ ରାଜାଙ୍କୁ କହିବା ବେଳେ, ଦେଖ! ଯେଉଁ ସ୍ତ୍ରୀର ପୁତ୍ରକୁ ଇଲୀଶାୟ ପୁର୍ନଃଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ପାଖକୁ ଆପଣା ଘର ଓ ଜମି ଫେରି ପାଇବାକୁ ଗୁହାରି ନିମନ୍ତେ ପହଞ୍ଚିଲା। ଗିହେଜୀ କହିଲେ, “ହେ ମୋର ମହାଶୟ ମହାରାଜ! ଏ ହେଉଛି ସେହି ସ୍ତ୍ରୀ ଯାହାର ପୁତ୍ରକୁ ଇଲୀଶାୟ ପୁନର୍ଜୀବିତ କରିଥିଲେ।”

ରାଜା ସ୍ତ୍ରୀଲୋକଟିକୁ ଆସିବାର କାରଣ ପଗ୍ଭରିବାରୁ ସ୍ତ୍ରୀଲୋକଟି ସମସ୍ତ କଥା କହିଲା,

ରାଜା ତାକୁ ସାହାଯ୍ୟ କରିବା ପାଇଁ ଏକ କର୍ମଗ୍ଭରୀକୁ ନିଯୁକ୍ତି କରି କହିଲେ, “ତା’ର ଯେଉଁ ସର୍ବସ୍ୱ ଥିଲା ଓ ଏ ଯେଉଁ ଦିନ ଦେଶ ଛାଡ଼ିଲା ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହାର ଜମିର ଉତ୍ପନ୍ନ ଶସ୍ୟର ଫଳ ସେ ସ୍ତ୍ରୀକୁ ଫେରାଇ ଦିଅ।” ସେ ସମସ୍ତ ଫେରି ପାଇଛି ବୋଲି ନିଶ୍ଚିତ ହେଉ।

ବି‌ନ୍‌ହଦ‌ଦ୍‌ ହସାୟେଲକୁ ଇଲୀଶାୟଙ୍କ ନିକଟକୁ ପ୍ରେରଣ

ଇଲୀଶାୟ ଦମ୍ମେଶକରେ ପହଞ୍ଚିଲେ। ଏହି ସମୟରେ ଅରାମର ରାଜା ବି‌ନ୍‌ହଦଦ୍ ପୀଡ଼ିତ ଥିଲେ। ଜଣେ ଲୋକ ବି‌ନ୍‌ହଦ‌ଦଙ୍କୁ କହିଲା, “ପରମେଶ୍ୱରଙ୍କ ଲୋକ ଏ ସ୍ଥାନକୁ ଆସିଅଛନ୍ତି”

ତତ୍ପରେ ରାଜା ବି‌ନ୍‌ହଦଦ୍ ହସାୟେଲକୁ କହିଲେ, “ଏହି ଉପହାର ନେଇ ପରମେଶ୍ୱରଙ୍କ ଲୋକଙ୍କୁ ସାକ୍ଷାତ କର ଓ ମୁଁ ଏହି ପୀଡ଼ାରୁ ମୁକ୍ତ ହେବି କି ନାହିଁ, ଏହି କଥା ତାଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ପଗ୍ଭର।”

ତେଣୁ ହସାୟେଲ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ୱରୂପ ଗ୍ଭଳି‌ଶ୍‌ଟି ଓଟ ଦ୍ୱାରା ନେଇ ତାଙ୍କ ସମ୍ମୁଖରେ ଉଭା ହୋଇ କହିଲେ, “ଆପଣଙ୍କ ପୁତ୍ର ବି‌ନ୍‌ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମୋତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ’ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହେବି କି?”

10 ତହିଁରେ ଇଲୀଶାୟ କହିଲେ, “ଯାଅ, ବି‌ନ୍‌ହଦ‌ଦଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ବଞ୍ଚିବ।’ କିନ୍ତୁ ପ୍ରକୃତରେ ସଦାପ୍ରଭୁ ମୋତେ କହିଛନ୍ତି ଯେ, ‘ସେ ଅବଶ୍ୟ ମରିବ।’”

ଇଲୀଶାୟ ହସାୟେଲ ସମ୍ବନ୍ଧରେ ଭବିଷ୍ୟ‌ଦ୍‌ବାଣୀ ଶୁଣାନ୍ତି

11 ସେତେବେଳେ ଇଲୀଶାୟ ହସାୟେଲ ପ୍ରତି ଏପରି ସ୍ଥିର ଦୃଷ୍ଟି କଲେ ଯେ, ସେ ଲଜ୍ଜିତ ହେବା ପର୍ଯ୍ୟନ୍ତ ବିହ୍ୱଳ ହେଲେ। ପୁଣି ପରମେଶ୍ୱରଙ୍କ ଲୋକ ରୋଦନ କଲେ। 12 ତହୁଁ ହସାୟେଲ ପଗ୍ଭରିଲେ, “ହେ ମୋର ମହାଶୟ, କାହିଁକି ରୋଦନ କଲେ?”

ଇଲୀଶାୟ ଉତ୍ତର କଲେ, “ତୁମ୍ଭେ ଇସ୍ରାଏଲୀୟଙ୍କ ସନ୍ତାନଗଣଙ୍କ ପାଇଁ ଅନିଷ୍ଟର କାରଣ କରିବାକୁ ଯାଉଛ, ଏହା ମୁଁ ଜାଣେ। ମୁଁ ଏହି ନିମନ୍ତେ ରୋଦନ କରୁଛି, କାରଣ ତୁମ୍ଭେ ସେମାନଙ୍କର ସୁଦୃଢ଼ ନଗରଗୁଡ଼ିକୁ ଅଗ୍ନିରେ ଦ‌ଗ୍‌ଧିଭୂତ କରିବ, ସେମାନଙ୍କର ଯୁବକମାନଙ୍କୁ ‌‌ଖ‌ଡ଼୍‌ଗରେ ହତ୍ୟା କରିବ, ସେମାନଙ୍କର ଶିଶୁସନ୍ତାନକୁ ଭୂମିରେ କଗ୍ଭଡ଼ି ମାରିବ ଓ ସେମାନଙ୍କର ଗର୍ଭବତୀ ସ୍ତ୍ରୀମାନଙ୍କ ଉଦର ବିଦୀର୍ଣ୍ଣ କରିବ।”

13 ହସାୟେଲ କହିଲେ, “ମୁଁ ତ ସେପରି ଶକ୍ତିଶାଳୀ [b] ନୁହେଁ, ମୁଁ ସେହି ସାମରିକ କୃତିବ ପାରିବ ନାହିଁ?”

ଇଲୀଶାୟ ଉତ୍ତର କଲେ, “ସଦାପ୍ରଭୁ ମୋତେ ଜଣାଇଛନ୍ତି ତୁମ୍ଭେ ଅରାମର ରାଜା ହେବ।”

14 ତା’ପରେ ହସାୟେଲ ଇଲୀଶାୟଙ୍କଠାରୁ ବିଦାୟ ନେଇ ରାଜାଙ୍କ ନିକଟକୁ ଗଲେ। ବି‌ନ୍‌ହଦଦ୍ ହସାୟେଲଙ୍କୁ କହିଲେ, “ଇଲୀଶାୟ ତୁମ୍ଭକୁ କ’ଣ କହିଛନ୍ତି।”

ହସାୟେଲ ଉତ୍ତର କଲେ, “ଇଲୀଶାୟ କହିଲେ ଯେ, ଆପଣ ନିଶ୍ଚୟ ବଞ୍ଚିବେ।”

ହସାୟେଲ ବି‌ନ୍‌ହଦ‌ଦଙ୍କୁ ହତ୍ୟା କଲେ

15 ମାତ୍ର ପରଦିନ ହସାୟେଲ ଏକ ପତଳା ବସ୍ତ୍ର ନେଇ ଜଳରେ ବୁଡ଼ାଇଲେ ଓ ରାଜା ବି‌ନ୍‌ହଦ‌ଦ୍‌ର ମୁଖ ଉପରେ ଆବୃତ କଲେ। ତହିଁରେ ତାଙ୍କର ଶ୍ୱାସରୁଦ୍ଧ ହୋଇ ସେ ମଲେ ଓ ହସାୟେଲ ତାଙ୍କ ପଦରେ ରାଜତ୍ୱ କଲେ।

ଯିହୋରାମଙ୍କ ଶାସନ ଆରମ୍ଭ

16 ଆହାବଙ୍କ ପୁତ୍ର ଯୋରାମ ଇସ୍ରାଏଲରେ ରାଜତ୍ୱ କରିବାର ପଞ୍ଚମ ବର୍ଷରେ ଯିହୋଶାଫଟଙ୍କ ପୁତ୍ର ଯିହୋରାମ ଯିହୁଦାର ରାଜା ହେଲେ। 17 ଯିହୋରାମଙ୍କୁ ଯେତେବେଳେ ବତିଶ୍ ବର୍ଷ ହୋଇଥିଲା, ସେ ରାଜ୍ୟ ଉପରେ ଶାସନ କରିବା ଆରମ୍ଭ କଲେ। ସେ ଯିରୁଶାଲମରେ ଆଠ ବର୍ଷ ରାଜତ୍ୱ କଲେ। 18 ଯିହୋରାମ ଇସ୍ରାଏଲ ରାଜାଗଣ ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କଲେ। ସେ ଆହାବ ବଂଶାନୁସାରେ ଚଳିଲେ, କାରଣ ସେ ଆହାବଙ୍କ କନ୍ୟାକୁ ବିବାହ କରିଥିଲେ। 19 ମାତ୍ର ସଦାପ୍ରଭୁ ଯିହୁଦାକୁ ବିନାଶ କଲେ ନାହିଁ, କାରଣ ସେ ଆପଣା ଦାସ ଦାଉଦଙ୍କୁ ପ୍ରତିଜ୍ଞା କରି କହିଥିଲେ ତାଙ୍କରି ପରିବାରମାନଙ୍କ ମଧ୍ୟରୁ ଜଣେ ସର୍ବଦା ରାଜା ହେବ।

20 ତାଙ୍କ ସମୟରେ ଯିହୁଦାର ଶାସନ ବିରୁଦ୍ଧରେ ଇଦୋମୀୟମାନେ ବିଦ୍ରୋହ କଲେ ଓ ସେମାନେ ସେମାନଙ୍କର ଏକ ରାଜା ବାଛିଲେ।

21 ତା’ପରେ ଯିହୋରାମ ଓ ତାଙ୍କର ସମସ୍ତ ରଥ ସାୟୀରକୁ ଯାତ୍ରା କଲେ। ଇଦୋମୀୟ ସୈନ୍ୟମାନେ ସେମାନଙ୍କୁ ଚତୁର୍ଦ୍ଦିଗରୁ ଘେରିଗଲେ। ଯିହୋରାମ ଓ ତାଙ୍କର ସେନାଧ୍ୟକ୍ଷମାନେ ସେମାନଙ୍କୁ ଆକ୍ରମଣ କଲେ। ସେଥିରେ ଶତ୍ରୁମାନେ ପ୍ରାଣଭୟରେ ଦୌଡ଼ି ପଳାୟନ କଲେ। ମାତ୍ର ଯିହୋରାମଙ୍କର ସମସ୍ତ ସୈନ୍ୟ ନିଜ ନିଜ ତମ୍ବୁକୁ ଫେରି ଆସିଲେ। 22 ତେଣୁ ଇଦୋମୀୟ ଲୋକମାନେ ଯିହୁଦା ବିରୁଦ୍ଧରେ ବିଦ୍ରୋହ କଲେ। ସେମାନେ ଆଜି ପର୍ଯ୍ୟନ୍ତ ଯିହୁଦାର ରାଜତ୍ୱରୁ ମୁକ୍ତ ଅଛନ୍ତି।

ଠିକ୍ ସେହି ସମୟରେ ଲି‌ବ୍‌ନା ମଧ୍ୟ ଯିହୁଦାର ନିୟମ ଭଙ୍ଗ କଲ।

23 ଯିହୋରାମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ କାର୍ଯ୍ୟାବଳୀ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିପିବଦ୍ଧ ହୋଇଅଛି।

24 ଯିହୋରାମ ମୃତ୍ୟୁବରଣ କଲେ ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ ଦାଉଦ ନଗରରେ କବର ପ୍ରାପ୍ତ ହେଲେ। ତା’ପରେ ଯିହୋରାମଙ୍କ ପୁତ୍ର ଅହସିୟ ତାଙ୍କ ପଦରେ ରାଜା ହେଲେ।

ଅହସିୟ ତାଙ୍କର ଶାସନ ଆରମ୍ଭ କଲେ

25 ଆହାବଙ୍କ ପୁତ୍ର ଯୋରାମ ଇସ୍ରାଏଲ ଭୂଖଣ୍ତର ରାଜା ଦ୍ୱାଦଶ ବର୍ଷରେ ଯିହୋରାମଙ୍କ ପୁତ୍ର ଅହସିୟ ଯିହୁଦାର ରାଜା ହେଲେ। 26 ଅହସିୟଙ୍କୁ ଯେତେବେଳେ ବାଇଶି ବର୍ଷ ହୋଇଥିଲା, ସେ ଯିହୁଦାର ରାଜା ହେଲେ। ସେ ଯିରୁଶାଲମରେ ଏକ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଅଥଲିୟା, ସେ ଇସ୍ରାଏଲର ରାଜା ଅମ୍ରିଙ୍କର କନ୍ୟା ଥିଲେ। 27 ଅହସିୟ ମଧ୍ୟ ଆହାବର ବଂଶଧର ପରି ବାସ କଲେ ଏବଂ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ଏହିପରି ବାସ କଲେ, କାରଣ ସେ ଆହାବ ବଂଶର ଜାମାତା ଥିଲେ।

ହସାୟେଲଙ୍କ ଯୁଦ୍ଧ ବିରୁଦ୍ଧରେ ଯୋରାମ ଆହତ

28 ଯୋରାମ ଆହାବ ବଂଶର ଥିଲେ। ଏ ନିମନ୍ତେ ସେ ଅହସିୟଙ୍କ ସଙ୍ଗେ ମିଶି ଅରାମର ରାଜା ହସାୟେଲଙ୍କ ବିରୁଦ୍ଧରେ ରାମୋତ-ଗିଲିୟଦରେ ଯୁଦ୍ଧ କରିବାକୁ ଗଲେ। ଏଥିରେ ଅରାମୀୟମାନେ ଯୋରାମଙ୍କୁ କ୍ଷତବିକ୍ଷତ କଲେ। 29 ରାଜା ଯୋରାମ, ସେ ତା’ର କ୍ଷତର ସୁସ୍ଥ ହେବା ପାଇଁ ଯିଷ୍ରିୟେଲକୁ ଫେରିଗଲେ। ଯୋରାମ ପୀଡ଼ିତ ହେବା ଯୋଗୁଁ, ଯିହୁଦାର ରାଜା ଅହସିୟ ଯିହୋରାମଙ୍କୁ ଦେଖା କରିବାକୁ ଯିଷ୍ରିୟେଲକୁ ଗଲେ।

ଇଲୀଶାୟ ଯେହୂଙ୍କୁ ଅଭିଷିକ୍ତ କରିବାକୁ ଜଣେ ଯୁବ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିଲେ

ଇଲୀଶାୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ସନ୍ତାନଗଣଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, “ତୁମ୍ଭେ କଟିରେ ବସ୍ତ୍ର ବାନ୍ଧି ଏହି ତୈଳଶିଶି ହାତରେ ଧରି ରାମୋତ୍-ଗିଲିୟଦକୁ ଯାଅ। ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ନି‌ମ୍‌ଶିଙ୍କର ପୌତ୍ର, ଯିହୋଶାଫଟଙ୍କ ପୁତ୍ର ଯେହୂଙ୍କର ଅନ୍ୱେଷଣ କର। ତା’ପରେ କୋଠରୀ ଭିତରକୁ ଯାଇ ତାଙ୍କର ଭାଇମାନଙ୍କ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରୀକୁ ନେଇଯାଅ। ଏହି ଛୋଟ ତୈଳ ଶିଶି ନେଇ ତାଙ୍କ ମସ୍ତକରେ ତୈଳ ଢାଳି କୁହ, ‘ସଦାପ୍ରଭୁ ଏହା କହିଛନ୍ତି; ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ।’ ତା’ପରେ ତୁମ୍ଭେ ଦ୍ୱାର ଫିଟାଇ ଦୌଡ଼ି ଯାଅ, ଆଉ ବିଳମ୍ବ କର ନାହିଁ।”

ତେଣୁ ସେହି ଯୁବକ, ଭବିଷ୍ୟ‌ଦ୍‌ବକ୍ତା ରାମୋତ୍-ଗିଲିୟଦକୁ ଗଲେ। ସେହି ଯୁବା ଉପସ୍ଥିତ ହୋଇ ସେନାପତିମାନେ ବସିଥିବାର ଦେଖିଲେ। ତହୁଁ ଯୁବକ କହିଲେ, “ହେ ସେନାପତି, ମୁଁ ତୁମ୍ଭ ପାଇଁ ଏକ ବାର୍ତ୍ତା ଆଣିଛି।”

ତହୁଁ ଯେହୂ କହିଲେ, “ଆମ୍ଭ ସମସ୍ତଙ୍କ ମଧ୍ୟରୁ ତୁମ୍ଭର କାହାଠାରେ କାମ ଅଛି?”

ତହିଁରେ ଯୁବକ ଜଣକ କହିଲେ, “ହେ ସେନାପତି, ମୋର ପାଖରେ ତୁମ୍ଭ ପାଇଁ ଏକ ବାର୍ତ୍ତା ଅଛି।”

ଏଥିରେ ଯେହୂ ଉଠି ଘର ଭିତରକୁ ଗଲେ। ତା’ପରେ ଯୁବ ଭବିଷ୍ୟ‌ଦ୍‌ବକ୍ତା ଯେହୂଙ୍କ ମସ୍ତକରେ ସେହି ତୈଳ ଢାଳି କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କୁହନ୍ତି, ‘ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ ଅର୍ଥାତ୍ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ। ତେଣୁ ତୁମ୍ଭେ ନିଶ୍ଚୟ ଆହାବର ବଂଶକୁ ବିନାଶ କରିବ। ଏହିରୂପେ ଆମ୍ଭେ ଆମ୍ଭର ସେବକ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କର ମୃତ୍ୟୁ ଓ ସଦାପ୍ରଭୁଙ୍କ ଦାସ ସମୂହର ମୃତ୍ୟୁ ପାଇଁ ଈଷେବଲ ଉପରେ ପ୍ରତିଶୋଧ ନେବୁ। ତେଣୁ ଆହାବ ବଂଶର ସମସ୍ତେ ବିନଷ୍ଟ ହେବେ, ଏପରିକି ଆହବ ବଂଶର ସମସ୍ତ ପୁଂସନ୍ତାନକୁ ବଦ୍ଧ ହେଉ କି ମୁକ୍ତ ହେଉ ଇସ୍ରାଏଲରେ ବିନାଶ ହେବେ, କେହି ପଳାୟନ କରି ପାରିବେ ନାହିଁ। ଆଉ ମଧ୍ୟ ଆମ୍ଭେ ଆହାବର ବଂଶକୁ ନବାଟର ପୁତ୍ର ଯାରବିୟାମର ବଂଶ ତୁଲ୍ୟ ଓ ଅହିୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବା। 10 କୁକୁରମାନେ ଇଷେବଲର ଶରୀରକୁ ଯିଷ୍ରିୟେଲ ଭୂମିରେ ଖାଇବେ ପୁଣି ସେ କବର ପ୍ରାପ୍ତ ହେବ ନାହିଁ।’”

ତା’ପରେ ସେହି ଯୁବା ଭବିଷ୍ୟ‌ଦ୍‌ବକ୍ତା ଦ୍ୱାର ଫିଟାଇ ଦୌଡ଼ି ପଳାଇଲେ।

ଦାସମାନେ ଯେହୂଙ୍କୁ ରାଜା ରୂପେ ଘୋଷଣା କରନ୍ତି

11 ଅନନ୍ତର ଯେହୂ ଯେତେବେଳେ ତାଙ୍କର ପ୍ରଭୁର ରାଜା ଅଧିକାରୀମାନଙ୍କ ନିକଟକୁ ଫେରିଲେ। ସେମାନଙ୍କ ମଧ୍ୟରୁ ଜଣେ ଯେହୂଙ୍କୁ ପଗ୍ଭରିଲେ, “ସବୁ ମଙ୍ଗଳ ତ? ସେହି ପାଗଳ ଲୋକ କାହିଁକି ତୁମ୍ଭକୁ ମିଶିବାକୁ ଆସିଲା?”

ଯେହୂ ସେବକକୁ କହିଲେ, “ସେ ଲୋକକୁ ଓ ତା’ର ବାତୁଳ ସବୁ ତୁମ୍ଭେ ଜାଣ, ସେ କହନ୍ତି।”

12 ମାତ୍ର ଉଚ୍ଚ ଅଧିକାରୀମାନେ ଉତ୍ତର କଲେ, “ନା! ଆମ୍ଭମାନଙ୍କୁ ସତ୍ୟକଥା କୁହ, ସେ ଲୋକ ତୁମ୍ଭଙ୍କୁ କ’ଣ କହିଲା?” ଯେହୂ ସେହି ଦାସମାନଙ୍କୁ ଯୁବା ଭବିଷ୍ୟ‌ଦ୍‌ବକ୍ତା ଯାହା ଯାହା କହିଥିଲେ ତାହା ସବୁ କହିଲା। ଯେହୂ କହିଲା, “ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ନୂଆ ରାଜା ଭାବେ ଅଭିଷିକ୍ତ କଲୁ।’”

13 ତା’ପରେ ସମସ୍ତ ଉଚ୍ଚ ଅଧିକାରୀମାନେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କ ସମ୍ମୁଖରେ ରଖିଲେ। ତା’ପରେ ସେମାନେ ତୂରୀ ବଜାଇ ଘୋଷଣା କଲେ, “ଯେହୂ ରାଜା ହେଲେ।”

ଯେହୂ ଯିଷ୍ରିୟେଲକୁ ଗଲେ

14 ଅନନ୍ତର ନି‌ମ୍‌ଶିଙ୍କର ପୌତ୍ର, ଯିହୋଶାଫ‌ଟଙ୍କ ପୁତ୍ର ଯେହୂ ଯୋରାମଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ।

ସେ ସମୟରେ ଯୋରାମ ଓ ସମସ୍ତ ଇସ୍ରାଏଲୀୟ ଅରାମର ରାଜା ହସାୟେଲଠାରୁ ରାମୋତ୍-ଗିଲିୟଦକୁ ରକ୍ଷା କରିବାକୁ ଚେଷ୍ଟା କଲେ। 15 ରାଜା ଯୋରାମ ଅରାମର ରାଜା ହସାୟେଲଙ୍କ ବିରୁଦ୍ଧରେ ଯୁଦ୍ଧ କଲାବେଳେ ଅରାମୀୟମାନେ ତାଙ୍କୁ କ୍ଷତ ବିକ୍ଷତ କରିଦେଲେ। ସେ ସେହି କ୍ଷତରୁ ସୁସ୍ଥ ହେବା ପାଇଁ ଯିଷ୍ରିୟେଲକୁ ଗଲେ।

ତେଣୁ ଯେହୂ ଦାସମାନଙ୍କୁ କହିଲେ, “ଯଦି ମୁଁ ରାଜା ବୋଲି ତୁମ୍ଭେମାନେ ଏକମତ ତେବେ କାହାରିକୁ ଯିଷ୍ରିୟେଲରେ ଜଣାଇବା ପାଇଁ ନଗର ବାହାରକୁ ଛାଡ଼ିଦିଅ ନାହିଁ।”

16 ଯୋରାମ ଯିଷ୍ରିୟେଲରେ ବିଶ୍ରାମ ନେଉଥିଲେ। ତେଣୁ ଯେହୂ ଆପଣା ରଥରେ ଚଢ଼ି ଯିଷ୍ରିୟେଲ ଯାତ୍ରା କଲେ। ଯିହୁଦାର ରାଜା ଅହସିୟ ମଧ୍ୟ ଯୋରାମକୁ ଦେଖିବାକୁ ଯିଷ୍ରିୟେଲ ଆସିଥିଲେ।

17 ଜଣେ ବିଶ୍ୱାସ ଯୋଗ୍ୟ ପ୍ରହରୀ ଯିଷ୍ରିୟେଲର ଦୁର୍ଗ ଉପରେ ଛିଡ଼ା ହୋଇ ଦେଖିଲା, ଯେହୂର ବଡ଼ ଦଳ ଆସୁଅଛନ୍ତି। ସେ ଯୋରାମ ନିକଟକୁ ଯାଇ କହିଲେ, “ମୁଁ ଏକ ବଡ଼ ଦଳ ଲୋକ ଆସିବାର ଦେଖୁଛି।”

ଯୋରାମ ତାଙ୍କୁ କହିଲେ, “ଜଣେ ଅଶ୍ୱାରୋହୀକୁ ପଠାଅ ସେ ସେମାନଙ୍କୁ ସାକ୍ଷାତ କରୁ ଓ ସେମାନଙ୍କୁ ପଗ୍ଭରୁ, ଯଦି ତାଙ୍କର ପରିଭ୍ରମଣ ଶାନ୍ତିରେ ତ?”

18 ତେଣୁ ଦୂତ ଅଶ୍ୱ ପୃଷ୍ଠରେ ଯାଇ ଯେହୂଙ୍କୁ ସାକ୍ଷାତ କରି ପଗ୍ଭରିଲେ, “ରାଜା ଯୋରାମ ଜାଣିବାକୁ ଗ୍ଭହାନ୍ତି, ‘ତୁମ୍ଭେ ଶାନ୍ତି ଉଦ୍ଦେଶ୍ୟରେ ଆସିଛ ତ?’”

ତେଣୁ ଯେହୂ କହିଲେ, “ତୁମ୍ଭର କୁଶଳରେ କିଛି ଯାଏ ଆସେ ନାହିଁ। ଆମ୍ଭ ପଛେ ପଛେ ଆସ।”

ପ୍ରହରୀ ଜଣକ ଯୋରାମକୁ କହିଲେ, “ଦୂତ ସେ ଦଳଙ୍କ ନିକଟକୁ ଯାଇ ଏପର୍ଯ୍ୟନ୍ତ ଫେରିଲା ନାହିଁ।”

19 ତା’ପରେ ଯୋରାମ ଦ୍ୱିତୀୟ ଦୂତକୁ ଅଶ୍ୱ ପୃଷ୍ଠରେ ପଠାଇଲେ। ଦୂତ ସେମାନଙ୍କୁ ଭେଟିଲେ ଏବଂ କହିଲେ, “ରାଜା ପଗ୍ଭରୁଛନ୍ତି, ‘କୁଶଳ କି?’”

ଯେହୂ କହିଲେ, “କୁଶଳରେ ତୁମ୍ଭର ଯାଏ ଆସେ ନାହିଁ, ତୁମ୍ଭେ ଆମ୍ଭ ପଛେ ପଛେ ଆସ।”

20 ପ୍ରହରୀ ଯୋରାମଙ୍କୁ କହିଲା, “ଦ୍ୱିତୀୟ ଦୂତ ସେହି ଦଳ ନିକଟକୁ ଗଲେ କିନ୍ତୁ ଏପର୍ଯ୍ୟନ୍ତ ଫେରିଲେ ନାହିଁ। କିନ୍ତୁ ମୁଁ ଦେଖେ ଜଣେ ଲୋକ ଯେହୂ ପରି ନି‌ମ୍‌ଶିର ନାତି ଗୋଟିଏ ରଥରେ ଦୂତଗୁଡ଼ିକୁ ଚଳାଉଛନ୍ତି। ସେ ପାଗଳ ମନୁଷ୍ୟ ପରି ଅତି ପ୍ରଚଣ୍ତ ବେଗରେ ରଥ ଚଳାଉଛନ୍ତି।”

21 ଏଥିରେ ଯୋରାମ କହିଲେ, “ମୋର ରଥ ପ୍ରସ୍ତୁତ କର।”

ତେଣୁ ତାଙ୍କର ଦାସମାନେ ରଥ ପ୍ରସ୍ତୁତ କଲେ। ଉଭୟେ ଇସ୍ରାଏଲର ରାଜା ଯୋରାମ ଓ ଯିହୁଦାର ରାଜା ଅହସିୟ ଆପଣା ଆପଣା ରଥରେ ବସି ଯେହୂଙ୍କୁ ସାକ୍ଷାତ କରିବାକୁ ଗଲେ। ସେମାନେ ତାଙ୍କୁ ଯିଷ୍ରିୟେଲୀୟ ନାବୋତ ଭୂମିରେ ଭେଟିଲେ।

22 ଯୋରାମ ଯେହୂଙ୍କୁ ଦେଖି ପଗ୍ଭରିଲେ, “ହେ ଯେହୂ, ତୁମ୍ଭେ ଶାନ୍ତିର ସହିତ ଆସିଛ ତ?”

ଯେହୂ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଇଷେବଲ୍ ନାନା ବ୍ୟଭିଗ୍ଭର ଓ ମାୟାବତୀ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି, କି ଶାନ୍ତ ଏଠାରେ ଅଛି?”

23 ଏଥିରେ ଯୋରାମ ଆପଣା ରଥ ବୁଲାଇ ପଳାୟନ କଲେ। ଯୋରାମ ଅହସିୟଙ୍କୁ କହିଲେ, “ହେ ଅହସିୟ, ଶଠତା ହେଲା।”

24 ମାତ୍ର ଯେହୂ ଆପଣା ସମସ୍ତ ଶକ୍ତି ଖଟାଇ ତୀର ନିକ୍ଷେପ କଲେ ଓ ଏହା ଯୋରାମଙ୍କ ପୃଷ୍ଠ ଦେଶରେ ବିଦ୍ଧ କଲା। ତୀରଟି ପୃଷ୍ଠ ଦେଶରୁ ହୃଦୟକୁ ବିଦ୍ଧ କରି ବାହାରିଗଲା। ତହିଁରେ ଯୋରାମ ରଥ ଉପରେ ନଇଁ ପଡ଼ିଗଲେ।

25 ଯେହୂ ତାଙ୍କର ସାରଥି ବି‌ଦ୍‌କରକୁ କହିଲେ, “ତାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତ କ୍ଷେତ୍ର ଭୂମିରେ ପକାଇ ଦିଅ। କାରଣ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚା‌ତ୍‌ଗମନ କରିବା ବେଳେ, ସଦାପ୍ରଭୁ କି ପ୍ରକାରେ ମୁଁ ଓ ତୁମ୍ଭେ ତାହା ଉପରେ ଏହି ଭାରକ୍ତି ଥୋଇଥିଲେ ତାହା ସ୍ମରଣ କର। 26 ସଦାପ୍ରଭୁ କହିଥିଲେ, ‘ଆମ୍ଭେ ଗତକାଲି ନାବୋତର ରକ୍ତ ଓ ତା’ର ପୁତ୍ରମାନଙ୍କ ରକ୍ତ ଦେଖିଲୁ। ତେଣୁ ମୁଁ ଆହାବକୁ ଏହି ଭୂମିରେ ପ୍ରତିଫଳ ଦେବି।’ ସଦାପ୍ରଭୁ ଏହା କହିଥିଲେ। ତେଣୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯୋରାମଙ୍କୁ ନେଇ ସେହି କ୍ଷେତ୍ର ଭୁମିରେ ପକାଅ।”

27 ଯିହୁଦାର ରାଜା ଅହସିୟ ଏହା ଦେଖି ପଳାୟନ କଲେ। ସେ ଉଦ୍ୟାନ ଗୃହ ଦେଇ ପଳାୟନ କରୁଥିବା ବେଳେ ଯେହୂ ତାଙ୍କ ପଛେ ପଛେ ଯାଇ କହିଲେ, “ଅହସିୟଙ୍କୁ ମଧ୍ୟ ସେହି ରଥରେ ଆଘାତ କର।”

ତେଣୁ ସେମାନେ ଯିବଲିୟମ ନିକଟସ୍ଥ ଗୂର ନାମକ ଉଠାଣି ନିକଟରେ ତାଙ୍କୁ ଆଘାତ କଲେ ଓ ସେ ମଗିଦ୍ଦୋକୁ ପଳାଇ ସେଠାରେ ମୃତ୍ୟୁବରଣ କଲେ। 28 ଅହସିୟଙ୍କ ଦାସମାନେ ତାଙ୍କ ମୃତ ଶରୀରକୁ ରଥରେ ଯିରୁଶାଲମକୁ ନେଇଗଲେ ଓ ଦାଉଦ ନଗରରେ ତାଙ୍କର ପୂର୍ବପୁରୁଷ ଲୋକଙ୍କ ସହିତ ତାଙ୍କ କବରରେ ତାଙ୍କୁ କବର ଦେଲେ।

29 ଆହାବଙ୍କ ପୁତ୍ର ଯୋରାମଙ୍କର ରାଜତ୍ୱର ଏକାଦଶ ବର୍ଷରେ ଅହସିୟ ଯିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କରିଥିଲେ।

ଇଷେବଲଙ୍କ ଦୁଃଖଦାୟକ ମୃତ୍ୟୁ

30 ତା’ପରେ ଯେହୂ ଯିଷ୍ରିୟେଲର ପଥରେ ଗଲେ। ଇଷେବେଲ ଏବିଷୟରେ ଜାଣିବାକୁ ପାଇଲେ। ତେଣୁ ସେ ନିଜକୁ ସଜାଇ ଓ ଆପଣା କେଶ ବିନ୍ୟାସ କରି ଝରକା ନିକଟରେ ଛିଡ଼ା ହୋଇ ବାହାରକୁ ଗ୍ଭହିଁଲେ। 31 ଯେତେବେଳେ ଯେହୂ ନଗର ଫାଟକରେ ପ୍ରବେଶ କଲେ, ଇଷେବଲ କହିଲେ, “ହେ ଆପଣା ମହାଶୟର ହତ୍ୟାକାରୀ ସିମ୍ରି [c] ତୁମ୍ଭେ ଶାନ୍ତିରେ ଅଛ କି?”

32 ଯେହୂ ଝରକା ଆଡ଼େ ମୁଖ ଉଠାଇ କହିଲେ, “କିଏ ମୋ’ ପକ୍ଷରେ ଅଛି?”

ଦୁଇ ତିନି ଜଣ ନପୁଂସକ ଯେହୂଙ୍କ ଆଡ଼େ ଗ୍ଭହିଁଲେ। 33 ଯେହୂ ସେମାନଙ୍କୁ କହିଲେ, “ଇଷେବଲକୁ ତଳକୁ ପକାଇ ଦିଅ।”

ତା’ପରେ ସେହି ନପୁଂସକମାନେ ଇଷେବଲକୁ ତଳକୁ ପକାଇ ଦେଲେ। କିଛି ରକ୍ତ ପ୍ରାଚୀର ଉପରେ ଓ କିଛି ଅଶ୍ୱ ଉପରେ ପଡ଼ିଲା। ଅଶ୍ୱଗୁଡ଼ିକ ଇଷେବଲଙ୍କୁ ଦଳି ଦେଲେ। 34 ଯେହୂ ଭିତରକୁ ଯାଇ ଭୋଜନ ପାନ କଲେ। ତା’ପରେ ସେ କହିଲେ, “ବର୍ତ୍ତମାନ ଏହି ଅଭିଶପ୍ତା ନାରୀ କଥା ବୁଝ ଓ ତାକୁ କବର ଦିଅ, କାରଣ ସେ ରାଜକନ୍ୟା।”

35 ଲୋକମାନେ ଇଷେବଲକୁ କବର ଦେବାକୁ ଗଲେ। ମାତ୍ର ସେମାନେ ତା’ର ମୁଣ୍ତର ଖପୁରି, ପାଦ ଓ ହାତର ପାପୁଲି ଛଡ଼ା କିଛି ପାଇଲେ ନାହିଁ। 36 ତେଣୁ ସେମାନେ ଯେହୂ ନିକଟକୁ ଫେରି ଆସି ସବୁକଥା କହିଲେ। ଯେହୂ କହିଲେ, “ସଦାପ୍ରଭୁ ଆପଣା ଦାସ ତି‌‌‌‌ଶ୍‌ବୀୟକୁ ଏଲିୟ ଏହି ବାର୍ତ୍ତା ଦେଇଥିଲେ। ଏଲିୟ କହିଥିଲେ, ‘କୁକୁରମାନେ ଯିଷ୍ରିୟେଲୀୟ ଭୂମିରେ ଇଷେବଲର ଶରୀରକୁ ଗ୍ଭଟି ଖାଇବେ। 37 ପୁଣି ଇଷେବଲଙ୍କ ଶରୀର ଯିଷ୍ରିୟେଲୀୟ ଭୂମି ଉପରେ ଖତ ପରି ହେବ। ତହିଁରେ କେହି ଏହି ଶରୀରକୁ ଜାଣି ପାରିବେ ନାହିଁ ଏବଂ କହି ପାରିବେ ନାହିଁ ଯେ, ଏହା ଇଷେବଲ।’”

ଯୋହନ ଲିଖିତ ସୁସମାଗ୍ଭର 1:1-28

ଯୀଶୁଙ୍କର ଜଗତରେ ଆବିର୍ଭାବ

ଜଗତ ଆରମ୍ଭର ପୂର୍ବରୁ ବାକ୍ୟ [a] ଥିଲେ। ସେହି ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ। ସେହି ବାକ୍ୟ ପରମେଶ୍ୱର ଥିଲେ। ସେହି ବାକ୍ୟ ଆରମ୍ଭରୁ ପରମେଶ୍ୱରଙ୍କ ସହିତ ଥିଲେ। ତାହାଙ୍କ [b] ଦ୍ୱାରା ସବୁକିଛି ସୃଷ୍ଟି ହୋଇଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ। ତାହାଙ୍କଠାରେ ଜୀବନ ଥିଲା। ସେହି ଜୀବନ ପୃଥିବୀର ଲୋକମାନଙ୍କ ପାଇଁ ଆଲୋକ ଥିଲା। ସେହି ଆଲୋକ ଅନ୍ଧକାରରେ ଆଲୋକିତ ହୁଏ। କିନ୍ତୁ ଅନ୍ଧକାର ଆଲୋକକୁ ଲୋପ କରି ପାରି ନାହିଁ।

ଯୋହନ [c] ନାମକ ଜଣେ ବ୍ୟକ୍ତି ଥିଲେ। ତାହାଙ୍କୁ ପରମେଶ୍ୱର ପଠାଇଥିଲେ। ସେ ଲୋକମାନଙ୍କୁ ସେହି ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ୟମରେ ସବୁ ଲୋକ ଆଲୋକ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିପାରିଲେ ଓ ବିଶ୍ୱାସ କରି ପାରିଲେ। ଯୋହନ ନିଜେ ଆଲୋକ ନ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ଏହି ପ୍ରକୃତ ଆଲୋକ ଜଗତକୁ ଆସୁଥିଲେ। ଏହି ପ୍ରକୃତ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି।

10 ସେହି ବାକ୍ୟ ଜଗତରେ ଥିଲେ। ତାହାଙ୍କ ଦ୍ୱାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। 11 ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ, 12 ଯେଉଁ ଅଳ୍ପ କେତେକ ଲୋକ ତାହାଙ୍କୁ ଗ୍ରହଣ କଲେ, ସେମାନେ ତାହାଙ୍କ ଉପରେ ବିଶ୍ୱାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କଲେ, ସେ ସେମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପ୍ରଦାନ କଲେ, 13 ସେହି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଜନ୍ମ ହେଲେ ନାହିଁ। ସେମାନେ ପିତା-ମାତାଙ୍କର ଇଚ୍ଛା କିମ୍ବା ଯୋଜନା ଅନୁସାରେ ଜନ୍ମ ଗ୍ରହଣ ନ କରି ପରମେଶ୍ୱରଙ୍କଠାରୁ ଜନ୍ମ ହୋଇଥିଲେ।

14 ସେହି ବାକ୍ୟ ମନୁଷ୍ୟ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। ସେହି ବାକ୍ୟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। 15 ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟରେ କହିଲେ। ସେ କହିଲେ, “ମୁଁ ଯାହାଙ୍କ ବିଷୟରେ କହୁଥିଲି, ସେ ଏହି। ମୁଁ କହିଲି, ‘ମୋ’ ପରେ ଯିଏ ଆସୁଛନ୍ତି, ସେ ମୋ’ଠାରୁ ବହୁତ ଶ୍ରେଷ୍ଠ। ସେ ମୋ’ ପୂର୍ବରୁ ବାସ କରୁଥିଲେ।‘”

16 ‘ବାକ୍ୟ’ ଖ୍ରୀଷ୍ଟ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଲୁ। 17 ମୋଶାଙ୍କ ଦ୍ୱାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ମାର୍ଗ ଆସିଲା। 18 ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ୱର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦେଖାଇ ଦେଇଛନ୍ତି।

ଯୀଶୁଙ୍କ ବିଷୟରେ ଯୋହନ ଲୋକମାନଙ୍କୁ କହନ୍ତି(A)

19 ଯିରୁଶାଲମରୁ ଯିହୂଦୀମାନେ କେତେକ ଯାଜକ ଓ ଲେବୀୟମାନଙ୍କୁ ଯୋହନଙ୍କ ପାଖକୁ ପଠାଇଲେ। “ତୁମ୍ଭେ କିଏ?” ଏହା ତାହାଙ୍କୁ ପଗ୍ଭରିବା ପାଇଁ ଯିହୂଦୀମାନେ ସେମାନଙ୍କୁ ପଠାଇଥିଲେ। 20 ଯୋହନ ମୁକ୍ତ ଭାବରେ କହିଲେ। ସେ ଉତ୍ତର ଦେବା ପାଇଁ ଅସ୍ୱୀକାର କଲେ ନାହିଁ। ଯୋହନ ସ୍ପଷ୍ଟ ଭାବେ ଲୋକମାନଙ୍କୁ ଏହି କଥା କହିଲେ, “ମୁଁ ଖ୍ରୀଷ୍ଟ ନୁହେଁ।”

21 ଯିହୂଦୀମାନେ ଯୋହନଙ୍କୁ ପଗ୍ଭରିଲେ, ତାହାହେଲେ “ତୁମ୍ଭେ କିଏ? ତୁମ୍ଭେ କ’ଣ ଏଲିୟ?” [d]

ସେ ଉତ୍ତର ଦେଲେ, “ନା, ମୁଁ ଏଲିୟ ନୁହେଁ।”

ଯିହୂଦୀମାନେ ପଗ୍ଭରିଲେ, “ତୁମ୍ଭେ କ’ଣ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା?” [e]

ଯୋହନ ଉତ୍ତର ଦେଲେ, “ନା, ମୁଁ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା ନୁହେଁ।”

22 ତା’ପରେ ଯିହୂଦୀମାନେ ପଗ୍ଭରିଲେ, “ତେବେ ତୁମ୍ଭେ କିଏ? ତୁମ୍ଭେ ତୁମ୍ଭ ନିଜ ବିଷୟରେ କୁହ, ଆମ୍ଭକୁ ପଠାଇଥିବା ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ଗୋଟିଏ ଉତ୍ତର ଦିଅ। ତୁମ୍ଭେ ନିଜ ବିଷୟରେ କ’ଣ କହୁଛ?”

23 ଯୋହନ ସେମାନଙ୍କୁ ଭବିଷ୍ୟ‌‌‌ଦ୍‌‌‌ବକ୍ତା ଯିଶାଇୟଙ୍କ ବାଣୀ କହିଲେ:

“ମୁଁ ମରୁଭୂମିରେ ଚିତ୍କାର କରୁଥିବା ଜଣେ ବ୍ୟକ୍ତିର ସ୍ୱର:
    ‘ପ୍ରଭୁଙ୍କ ପାଇଁ ଗୋଟିଏ ସଳଖରାସ୍ତା ପ୍ରସ୍ତୁତ କର।’”(B)

24 ଫାରୂଶୀମାନେ ଏହି ଯିହୂଦୀମାନଙ୍କୁ ପଠାଇଥିଲେ। 25 ଏହି ଲୋକମାନେ ଯୋହନଙ୍କୁ କହିଲେ, “ତୁମ୍ଭେ କହୁଛ ଯେ ତୁମ୍ଭେ ଖ୍ରୀଷ୍ଟ ନୁହଁ। ତୁମ୍ଭେ କହୁଛ ଯେ ତୁମ୍ଭେ ଏଲିୟ ନୁହଁ କିମ୍ବା ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା ନୁହଁ, ତେବେ ତୁମ୍ଭେ କାହିଁକି ଲୋକମାନଙ୍କୁ ବାପ୍ତିଜିତ [f] ଦେଉଛ?”

26 ଯୋହନ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ ଦେଉଛି। କିନ୍ତୁ ତୁମ୍ଭ ସହିତ ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ତୁମ୍ଭେ ଜାଣି ନାହଁ। 27 ସେ ବ୍ୟକ୍ତି ମୋ’ ପରେ ଆସୁଛନ୍ତି, ମୁଁ ତାହାଙ୍କ ଜୋତାର ଫିତା ଫିଟେଇବା ପାଇଁ ଯୋଗ୍ୟ ନୁହେଁ।”

28 ଏହିସବୁ ଘଟଣା ଯର୍ଦ୍ଦନ ନଦୀର ଆର ପଟେ ଥିବା ବେଥାନୀ ଗ୍ରାମରେ ଘଟିଥିଲା। ଏହି ସ୍ଥାନରେ ଯୋହନ ଲୋକମାନଙ୍କୁ ବାପ୍ତିଜିତ କରୁଥିଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center