Old/New Testament
ଶାଉଲଙ୍କର ପରିବାର ଦଣ୍ତିତ ହେଲେ
21 ଦାଉଦଙ୍କ ରାଜତ୍ୱ ସମୟରେ କ୍ରମାଗତ ତିନି ବର୍ଷ ଧରି ଦୁର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଶାଉଲ ଓ ତା’ର ହତ୍ୟାକାରୀ ବଂଶ ଯୋଗୁଁ ଏପରି ହେଉଛି। ଯେହେତୁ ସେ ଗିବିୟୋନୀୟମାନଙ୍କୁ ହତ୍ୟା କରିଥିଲା।” 2 ଗିବିୟୋନୀୟମାନେ ଇସ୍ରାଏଲୀୟ ନ ଥିଲେ। ସେମାନେ ଇମୋରୀୟ ବଂଶଧର ଥିଲେ। ଇସ୍ରାଏଲୀୟମାନେ ପ୍ରତିଜ୍ଞା କରିଥିଲେ ସେମାନେ ଗିବିୟୋନୀୟମାନଙ୍କୁ ହତ୍ୟା କରିବେ ନାହିଁ। କିନ୍ତୁ ଶାଉଲ ସେମାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇସ୍ରାଏଲୀୟମାନଙ୍କ ପ୍ରତି ଓ ଯିହୁଦାମାନଙ୍କ ପ୍ରତି ଉଦ୍ଯୋଗୀ ହୋଇ ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ।
ରାଜା ଗିବିୟୋନୀୟମାନଙ୍କୁ ଡକାଇ କଥାବାର୍ତ୍ତା କଲେ। 3 ଦାଉଦ ଗିବିୟୋନୀୟମାନଙ୍କୁ କହିଲେ, “ମୁଁ ଇସ୍ରାଏଲର ପାପ ଦୂର କରିବା ପାଇଁ କ’ଣ କରି ପାରିବି, ଯାହା ଫଳରେ ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଆଶୀର୍ବାଦ କରି ପାରିବ?”
4 ତହିଁରେ ଗିବିୟୋନୀୟମାନେ ରାଜାଙ୍କୁ କହିଲେ, “ଆମ୍ଭମାନଙ୍କୁ କ୍ଷତି ପୂରଣ ଦେବା ପାଇଁ କିମ୍ବା ତାଙ୍କ ବଂଶରେ ଯଥେଷ୍ଟ ସୁନା କି ରୂପା ନାହିଁ। କିନ୍ତୁ ଇସ୍ରାଏଲରେ କାହାକୁ ହତ୍ୟା କରିବାର ଅଧିକାର ଆମ୍ଭମାନଙ୍କର ନାହିଁ।”
ତା’ପରେ ସେ କହିଲେ, “ତୁମ୍ଭେମାନେ ଯାହା ଗ୍ଭହିଁବ ମୁଁ ତୁମ୍ଭମାନଙ୍କ ପାଇଁ ତାହା କରିବି।”
5 ତହିଁରେ ସେମାନେ ରାଜାଙ୍କୁ କହିଲେ, “ଯେଉଁ ଲୋକ ଆମ୍ଭମାନଙ୍କୁ ସଂହାର କରିଅଛି, ଆମ୍ଭମାନଙ୍କ ବିରୁଦ୍ଧରେ ଯୋଜନା କରିଅଛି ଯେ, ଆମ୍ଭେ ଯେପରି ନ ରହୁ ଓ ସେଠାରୁ ବିତାଡ଼ିତ ହେଉ। 6 ତାହାରି ସନ୍ତାନମାନଙ୍କ ମଧ୍ୟରୁ ସାତ ଜଣ ପୁରୁଷ ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହୁଅନ୍ତୁ। ତହିଁରେ ଆମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ଶାଉଲଙ୍କର ଗିବିୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଟଙ୍ଗାଇ ଦେବା।”
ଏଥିରେ ରାଜା କହିଲେ, “ମୁଁ ସେମାନଙ୍କୁ ସମର୍ପି ଦେବି।” 7 ମାତ୍ର ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତକୁ ରାଜା ରକ୍ଷା କଲେ। ଯେହେତୁ ସେମାନଙ୍କ ମଧ୍ୟରେ ଅର୍ଥାତ୍ ଦାଉଦ ଓ ଶାଉଲଙ୍କର ପୁତ୍ର ଯୋନାଥନ ମଧ୍ୟରେ ସଦାପ୍ରଭୁଙ୍କ ଶପଥ ଥିଲା। 8 କିନ୍ତୁ ସେ ସେମାନଙ୍କୁ ଶାଉଲର ଦୁଇ ପୁତ୍ର ଅମୌଣି ଓ ମଫୀବୋଶତ୍କୁ ଦେଲେ, ଯାହାର ମାତା ଅୟାର କନ୍ୟା ରିସ୍ପା ଥିଲେ। ସେ ମଧ୍ୟ ସେମାନଙ୍କୁ ମେରାବଙ୍କର ପାଞ୍ଚପୁତ୍ର ଦେଲେ। ମେରାବ ଦାଉଦଙ୍କର କନ୍ୟା ଯିଏ କି ମହୋଲ୍ଲାର ବର୍ସିଲ୍ଲୟର ପୁତ୍ର ଅଦ୍ରୀୟେଲକୁ ବିବାହ କରିଥିଲେ। 9 ସେମାନଙ୍କୁ ରାଜା ଗିବିୟୋନୀୟମାନଙ୍କ ହସ୍ତରେ ସମର୍ପଣ କଲେ। ତହୁଁ ସେମାନେ ପର୍ବତରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଟାଙ୍ଗି ଦେଲେ, ପୁଣି ସେ ସାତ ଜଣ ଯାକ ଏକା ବେଳେ ମାରା ପଡ଼ିଲେ। ସେମାନେ ପ୍ରଥମ ଶସ୍ୟଛେଦନ ସମୟରେ ଅର୍ଥାତ୍ ଯବ ଛେଦନର ଆରମ୍ଭ ସମୟରେ ହତ ହେଲେ।
ଦାଉଦ ଏବଂ ରିସ୍ପା
10 ବର୍ତ୍ତମାନ ଅୟାର କନ୍ୟା ରିସ୍ପା ଅଖା ନେଇ ଶସ୍ୟଅମଳ ଋତୁର ଆରମ୍ଭରୁ ବର୍ଷା ହେବା ପର୍ଯ୍ୟନ୍ତ ସେହି ଶୈଳ ଉପରେ ଆପଣା ପାଇଁ ତାହା ପ୍ରସାରିଲା। ସେ ଦିନରାତି ସେହି ଶରୀରଗୁଡ଼ିକୁ ଜଗିବାକୁ ସେଠାରେ ରହିଲା। ଆଉ ସେ ଦିନ ବେଳେ ଆକାଶ ପକ୍ଷୀଗଣକୁ ସେମାନଙ୍କ ଉପରେ ବସିବାକୁ କିଅବା ରାତ୍ରି ବେଳେ ବନପଶୁଗଣକୁ ଆସିବାକୁ ଦେଲା ନାହିଁ।
11 ଏଥିରେ ଶାଉଲଙ୍କର ଉପପତ୍ନୀ ଅୟାର କନ୍ୟା ରିସ୍ପାର ଏହି କର୍ମ ଦାଉଦଙ୍କୁ ଜ୍ଞାତ କରାଗଲା। 12 ସେତେବେଳେ ଦାଉଦ ଯାଇ ଯାବେଶ୍-ଗିଲିୟଦ ନିବାସୀମାନଙ୍କ ନିକଟରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ନେଲେ। କାରଣ ଗିଲ୍ବୋୟରେ ପଲେଷ୍ଟୀୟମାନେ ଶାଉଲଙ୍କୁ ବଧ କରିବା ଦିନ ସେମାନଙ୍କ ଶବ ପଲେଷ୍ଟୀୟମାନଙ୍କ ଦ୍ୱାରା ବୈଥ୍ଶାନ ଛକରେ ଟଙ୍ଗାଗଲା ଉତ୍ତାରେ ଯାବେଶ୍-ଗିଲିୟଦୀୟମାନେ ସେହି ସ୍ଥାନରୁ ତାହା ଗ୍ଭେରି କରି ନେଇଥିଲେ। 13 ଏ ନିମନ୍ତେ ସେ ସେଠାରୁ ଶାଉଲଙ୍କର ଅସ୍ଥି ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ଆଣିଲେ, ପୁଣି ଲୋକମାନେ ଟଙ୍ଗାଯିବା ଲୋକମାନଙ୍କ ଅସ୍ଥି ସଂଗ୍ରହ କଲେ। 14 ଏହା ପରେ ସେମାନେ ଶାଉଲଙ୍କର ଓ ତାଙ୍କର ପୁତ୍ର ଯୋନାଥନର ଅସ୍ଥି ବିନ୍ୟାମୀନ ଦେଶସ୍ଥ ସେଲାରେ ତାହାର ପିତା କୀଶ୍ର କବର ମଧ୍ୟରେ ପୋତିଲେ। ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହା ସବୁ କଲେ। ତହିଁପରେ ପରମେଶ୍ୱର ପ୍ରାର୍ଥନା ଶୁଣି ଦେଶପ୍ରତି ପ୍ରସନ୍ନ ହେଲେ।
ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ
15 ଏହା ପରେ ପଲେଷ୍ଟୀୟମାନଙ୍କର ଇସ୍ରାଏଲ ସହିତ ପୁନର୍ବାର ଯୁଦ୍ଧ ହେଲା। ଦାଉଦ ଓ ତାଙ୍କ ସହିତ ତାଙ୍କର ଲୋକମାନେ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲେ, କିନ୍ତୁ ଦାଉଦ ଦୁର୍ବଳ ଓ କ୍ଳାନ୍ତ ହେଲେ। 16 ସେ ସମୟ ଇଶ୍ବୀବନୋବ୍ ନାମରେ ତିନିଶ ଶେକଲ ପରିମିତି ପିତ୍ତଳମୟ ବର୍ଚ୍ଛାଧାରୀ ଦୀର୍ଘକାୟ ବଂଶ ଜାତ ଜଣେ ନୂତନ ଖଡ଼୍ଗରେ ସସଜ୍ଜ ହୋଇ ଦାଉଦଙ୍କୁ ହତ୍ୟା କରିବାକୁ ଚେଷ୍ଟା କଲା। 17 ସରୁୟାର ପୁତ୍ର ଅବୀଶୟ ଦାଉଦଙ୍କର ସାହାଯ୍ୟ କଲା ଓ ସେହି ପଲେଷ୍ଟୀୟକୁ ଆଘାତ କରି ବଧ କଲା।
ସେତେବେଳେ ଦାଉଦଙ୍କର ଲୋକମାନେ ତାହାଙ୍କ ନିକଟରେ ଶପଥ କରି କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆଉ ଯୁଦ୍ଧକୁ ଯିବ ନାହିଁ, ଇସ୍ରାଏଲ ଏକ ମହାନ ନେତାଙ୍କୁ ହରାଇବ।”
18 ଏହା ପରେ ପୁଣି ଥରେ ଗୋବରେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ହେଲା, ତହିଁରେ ହୂଶାତୀୟ ସିବ୍ବଖୟ ଦୀର୍ଘକାୟ ବଂଶଜାତ ସଫକୁ ବଧ କଲା।
19 ଏହା ପରେ ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଗୋବରେ ଯୁଦ୍ଧ ହେଲା। ସେଥିରେ ବୈଥ୍ଲେହମୀୟ ଯାରେ-ଓରଗୀମର ପୁତ୍ର ଇଲ୍ହାନନ୍ ତନ୍ତି ନରାଜ ତୁଲ୍ୟ ବର୍ଚ୍ଛାଧାରୀ ଗାଥୀୟ ଗଲିୟାତକୁ ବଧ କଲା।
20 ଏହା ପରେ ପୁଣି ଥରେ ଗାଥ୍ରେ ଯୁଦ୍ଧ ହେଲା, ସେଠାରେ ଅତି ଦୀର୍ଘକାୟ ପୁଣି ପ୍ରତି ହସ୍ତ ପାଦରେ ଛଅ ଛଅ ଅଙ୍ଗୁଳି, ସର୍ବସୁଦ୍ଧା ଚବିଶ ଅଙ୍ଗୁଳି ବିଶିଷ୍ଟ ଏକ ଜଣ ଥିଲା। ସେ ମଧ୍ୟ ଦୀର୍ଘକାୟ ବଂଶଜାତ। 21 ପୁଣି ସେ ଇସ୍ରାଏଲକୁ ତୁଚ୍ଛ କରନ୍ତେ ଦାଉଦଙ୍କର ଭ୍ରାତା ଶିମିୟିର ପୁତ୍ର ଯୋନାଥନ ତାହାକୁ ବଧ କଲା।
22 ଏହି ଗ୍ଭରିଜଣ ଗାଥ୍ରେ ଦୀର୍ଘକାୟ ବଂଶରେ ଜନ୍ମି ଥିଲେ, ଏବଂ ସେମାନେ ଦାଉଦଙ୍କ ହସ୍ତରେ ଓ ତାଙ୍କର ଲୋକମାନଙ୍କ ହସ୍ତରେ ହତ ହେଲେ।
ସଦାପ୍ରଭୁ ନିକଟରେ ଦାଉଦଙ୍କର ପ୍ରଶଂସାର ଗୀତ
22 ଯେଉଁ ସମୟରେ ସଦାପ୍ରଭୁ ଯାବତୀୟ ଶତ୍ରୁ ହସ୍ତରୁ ଓ ଶାଉଲଙ୍କର ହସ୍ତରୁ ଦାଉଦଙ୍କୁ ଉଦ୍ଧାର କଲେ। ସେ ସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କଲେ।
2 ସଦାପ୍ରଭୁ ମୋର ଶୈଳ ଏବଂ ମୋର ଦୁର୍ଗ, ମୋର ନିରାପଦସ୍ଥାନ।
3 ସେ ମୋର ପରମେଶ୍ୱର, ଶୈଳସ୍ୱରୂପ, ମୁଁ ତାଙ୍କ ପାଖକୁ ଆଶ୍ରୟ ପାଇଁ ଦୌଡ଼ିବି,
ପରମେଶ୍ୱର ମୋର ଢାଲ, ତାଙ୍କର ଶକ୍ତି ମୋତେ ରକ୍ଷା କରିବ।
ସଦାପ୍ରଭୁ ହେଉଛନ୍ତି ମୋର ଆଶ୍ରୟ ସ୍ଥାନ, ମୋର ନିରାପଦ ସ୍ଥାନ, ଉଚ୍ଚ ଦୁର୍ଗ,
ସେ ମୋତେ ଦୁଷ୍ଟମାନଙ୍କର ଦୌରାତ୍ମ୍ୟରୁ ରକ୍ଷା କରନ୍ତି।
4 ସେମାନେ ମୋତେ ପରିହାସ କଲେ,
କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି,
ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
5 ମୋର ଶତ୍ରୁମାନେ ସର୍ବଦା ମୋତେ ମାରିବାକୁ ଚେଷ୍ଟା କରିଛନ୍ତି।
ମୃତ୍ୟୁର ଲହରୀ ମୋତେ ବେଷ୍ଟନ କଲା, ବନ୍ୟାଜଳ ମୋତେ ମୃତ୍ୟୁର ଗହ୍ୱରକୁ ନେଇଗଲା।
6 କବରର ରଶି ମୋର ଗ୍ଭରିପଟେ ଥିଲା।
ମୃତ୍ୟୁର ଫାନ୍ଦ ମୋହର ସମ୍ମୁଖରେ ପଡ଼ିଥିଲା।
7 ମୁଁ ଫାନ୍ଦରେ ପଡ଼ି ସହାୟତା ପାଇଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି।
ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି,
ସେ ଆପଣା ମନ୍ଦିରରେ ଥାଇ ମୋର ଡାକ ଶୁଣିଲେ।
ସେ ମୋର ଆର୍ତ୍ତାନାଦ ଶୁଣିବାକୁ ଲାଗିଲେ।
8 ସେତେବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା,
ସ୍ୱର୍ଗ ରାଜ୍ୟର ମୂଳଦୂଆ ଟଳମଳ ଓ କମ୍ପିତ ହେଲା,
କାରଣ ସଦାପ୍ରଭୁ କ୍ରୋଧିତ ଥିଲେ।
9 ପରମେଶ୍ୱରଙ୍କର ନାକରୁ ଧୂଆଁ ନିର୍ଗତ ହେଲା,
ଜ୍ୱଳନ୍ତ ଅଗ୍ନିଶିଖା ତାଙ୍କର ମୁଖରୁ ବାହାରିଲା।
ଜ୍ୱଳନ୍ତ ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହେବାକୁ ଲାଗିଲା।
10 ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ।
ସେ ଘନ ଅନ୍ଧକାର ତାଙ୍କ ପାଦତଳେ ଥିଲା।
11 ସେ ଉଡ଼ୁଥିଲେ, ସେ କିରୁବଦୂତଗଣ ଉପରେ ଆରୋହଣ କରି ଉଡ୍ଡୀୟମାନ ହେଲେ।
ସେ ବାୟୁର ପକ୍ଷ ଉପରେ ଦେଖାଗଲେ।
12 ସଦାପ୍ରଭୁ କଳା, ଘନ ବାଦଲ ଖଣ୍ତ ଭିତରେ ଲୁଚି ଗଲେ, ସତେ ଯେମିତି ଏକ ତମ୍ବୁ ଭିତରେ ଲୁଚି ରହିଲେ।
ସେ ଘନ ବିଜୁଳି ଯୁକ୍ତ ମେଘ ଭିତରେ ଲୁଚି ଗଲେ।
13 ତାଙ୍କର ଚତୁର୍ଦ୍ଦିଗର ଉଜ୍ଜ୍ୱଳ ଆଲୋକଗୁଡ଼ିକ
ଜ୍ୱଳନ୍ତ ଅଗ୍ନିକଣା ସଦୃଶ।
14 ସଦାପ୍ରଭୁ ଆକାଶ ମଧ୍ୟରୁ ଗର୍ଜନ କଲେ।
ସେ ସର୍ବୋପରିସ୍ଥ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ।
15 ସଦାପ୍ରଭୁ ଆପଣା ବାଣ ପ୍ରୟୋଗ କଲେ।
ସେ ଶତ୍ରୁମାନଙ୍କୁ ଛିନ୍ଛତ୍ର କଲେ।
ସଦାପ୍ରଭୁ ବିଜୁଳି ଦ୍ୱାରା ସେମାନଙ୍କୁ ଉଦ୍ବିଗ୍ନ କଲେ।
16 ସଦାପ୍ରଭୁଙ୍କ ଗର୍ଜନରେ
ତାଙ୍କ ନାସିକାର ପ୍ରଶ୍ୱାସ ବାୟୁରେ
ସମୁଦ୍ରର ଗର୍ତ୍ତ ପ୍ରକାଶ ପାଇଲା,
ଭୂମଣ୍ତର ମୂଳ ସକଳ ଅନାବୃତ୍ତ ହେଲା।
17 ସଦାପ୍ରଭୁ ଉର୍ଦ୍ଧରୁ ମୋତେ ହସ୍ତ ବଢ଼ାଇ ଉଦ୍ଧାର କଲେ।
ସଦାପ୍ରଭୁ ସେହି ଗଭୀର ଜଳରୁ ହାତ ବଢ଼ାଇ ମୋତେ ଟେକି ଆଣିଲେ।
18 ମୋର ଶତ୍ରୁମାନେ ମୋ’ଠାରୁ ଶକ୍ତିଶାଳୀ ଥିଲେ, ସେମାନେ ମୋତେ ଘୃଣା କରୁଥିଲେ।
ମୋର ଶତ୍ରୁମାନେ ମୋ’ ପ୍ରତି ଅଧିକ ଶକ୍ତିଶାଳୀ ଥିଲେ।
ତେଣୁ ପରମେଶ୍ୱର ମୋତେ ରକ୍ଷା କଲେ।
19 ମୁଁ ଯେତେବେଳେ ବିପଦରେ ପଡ଼ିଥିଲି ମୋର ଶତ୍ରୁମାନେ ମୋତେ ଆକ୍ରମଣ କରୁଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କରିବାକୁ ସେଠାରେ ଉପସ୍ଥିତ ଥିଲେ।
20 ସଦାପ୍ରଭୁ ମୋତେ ଭଲ ପାଆନ୍ତି, ତେଣୁ ସେ ମୋତେ ରକ୍ଷା କଲେ,
ସେ ମୋତେ ନିରାପଦ ସ୍ଥାନକୁ ନେଇଗଲେ।
21 ସଦାପ୍ରଭୁ ମୋତେ ପୁରସ୍କୃତ କରିବେ, କାରଣ ଯାହା ଠିକ୍ ମୁଁ ତାହା ହିଁ କଲି,
ମୁଁ କିଛି ଭୁଲ୍ କରି ନ ଥିଲି, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
22 କାରଣ ମୁଁ ସଦାପ୍ରଭୁଙ୍କ ଆଦେଶ ପାଳନ କରେ।
ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରି ନ ଥିଲି।
23 ମୁଁ ସବୁ ବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଅଛି।
ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ।
24 ମୁଁ ତାଙ୍କ ସମ୍ମୁଖରେ ନିଜକୁ ଶୁଦ୍ଧ
ଓ ନିର୍ମଳ ରଖେ।
25 ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ, କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ।
ମୁଁ କିଛି ଭୁଲ୍ କରି ନାହିଁ।
ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
26 ହେ ସଦାପ୍ରଭୁ, ଯଦି କେହି ପ୍ରକୃତରେ ତୁମ୍ଭଙ୍କୁ ଭଲପାଏ, ତା’ପରେ ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ।
ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତ ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦିଅ।
27 ହେ ସଦାପ୍ରଭୁ, ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ।
କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର ଅଟ।
28 ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର
କିନ୍ତୁ ଗର୍ବୀ ଓ ଅହଂକାରୀର ଦର୍ପକୁ ଚୂର୍ଣ୍ଣ କର।
29 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରଦୀପ।
ମୋର ଅନ୍ଧକାରକୁ ଆଲୋକମୟ କରିବ।
30 ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ।
ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ।
31 ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ।
ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ,
ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
32 ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।
ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ।
33 ପରମେଶ୍ୱର ମୋର ଦୃଢ଼ ଦୁର୍ଗ।
ସେ ପବିତ୍ର ଲୋକମାନଙ୍କୁ ଠିକ୍ ଭାବରେ ଜୀବନ ଧାରଣ କରିବାରେ ସାହାଯ୍ୟ କରନ୍ତି।
34 ପରମେଶ୍ୱର ମୋତେ ହରିଣୀଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି।
ସେ ମୋତେ ସ୍ଥଳରେ ସୁଦୃଢ଼ କରନ୍ତି।
35 ସେ ମୋତେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି।
ସେଥିପାଇଁ ମୋର ବାହୁଗୁଡ଼ିକ ଏକ ଶକ୍ତ ଧନୁକୁ ବଙ୍କେଇବା ପାଇଁ ଯଥେଷ୍ଟ ବଳିଷ୍ଠ।
36 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କଲ ଏବଂ ଜିତିବାରେ ସାହାଯ୍ୟ କଲ।
ତୁମ୍ଭେ ମୋତେ ତୁମ୍ଭର ଦକ୍ଷିଣ ବାହୁଦ୍ୱାରା ସାହାଯ୍ୟ କଲ।
37 ମୋର ଗୋଡ଼ ଓ ଗଣ୍ତିକୁ ଦୃଢ଼ କର,
ତେଣୁ ମୁଁ ଦୁର୍ବଳ ହେବି ନାହିଁ ଏବଂ ପଡ଼ିବି ନାହିଁ।
38 ମୁଁ ମୋର ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ସେମାନଙ୍କୁ ଗୋଡ଼ାଇବି, ସେମାନଙ୍କୁ ଧ୍ୱଂସ ନ କରିବା ଯାଏ।
ସେମାନେ ବିନାଶ ନ ହେବା ପର୍ଯ୍ୟନ୍ତ ମୁଁ ଫେରିବି ନାହିଁ।
39 ମୁଁ ମୋର ଶତ୍ରୁମାନଙ୍କୁ ବିନାଶ କରିଅଛି,
ମୁଁ ସେମାନଙ୍କୁ ପରାସ୍ତ କରିଅଛି।
ସେମାନେ ପୁନରାୟ ଉଠିପାରି ନାହାନ୍ତି।
ହଁ, ସେମାନେ ମୋର ପାଦତଳେ ପଡ଼ି ଅଛନ୍ତି।
40 ହେ ପରମେଶ୍ୱର, ତୁମ୍ଭେ ମୋତେ ଯୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଅଛ।
ତୁମ୍ଭେ ମୋର ଶତ୍ରୁମାନଙ୍କୁ ମୋ’ ନିକଟରେ ପକାଇ ଦେଇଅଛ।
41 ତୁମ୍ଭେ ମୋତେ ସୁଯୋଗ ଦେଇଅଛ ମୋର ଶତ୍ରୁର ବେକକୁ ଧରିବା ପାଇଁ
ଓ ମୁଁ ମୋର ଶତ୍ରୁକୁ ଧ୍ୱଂସ କରିଅଛି।
42 ସେମାନେ ସାହାଯ୍ୟ ପାଇଁ ଚିତ୍କାର କଲେ,
କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ।
ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ,
କିନ୍ତୁ ସେ ତାଙ୍କୁ ଉତ୍ତର ଦେଲେ ନାହିଁ।
43 ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଦଳିଲି,
ମୁଁ ସଡ଼କରେ କାଦୁଅ ପରି ସେମାନଙ୍କୁ ଦଳିଲି।
ସେମାନଙ୍କୁ ଛତରାଇ ଦେଲି।
44 ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
ମୋତେ ସେହିସବୁ ରାଜ୍ୟର ନେତା କର।
ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ।
45 ବିଦେଶୀମାନେ ମୋତେ ମାନିବେ।
ସେମାନେ ଯେତେବେଳେ ମୋର ଆଜ୍ଞା ଶୁଣିବେ, ସେମାନେ ମୋର ଆଜ୍ଞାବହ ହେବେ।
46 ସେମାନେ ଭୟରେ ଦୁର୍ବଳ ହୋଇଯିବେ।
ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ।
47 ସଦାପ୍ରଭୁ ଜୀବିତ!
ମୁଁ ମୋର ଶୈଳକୁ ପ୍ରଶଂସା କରେ!
ପରମେଶ୍ୱର ମହାନ।
ସେ ହିଁ ସେଇ ଶୈଳ ଯିଏ ମୋତେ ରକ୍ଷା କରନ୍ତି।
48 ସେହି ପରମେଶ୍ୱର ମୋ’ ତରଫରୁ ପରିଶୋଧ ନିଅନ୍ତି।
ସେ ଦେଶଗୁଡ଼ିକୁ ମୋର ଶାସନାଧୀନ କରନ୍ତି।
49 ପରମେଶ୍ୱର ମୋ’ ଶତ୍ରୁଗଣଠାରୁ ମୋତେ ରକ୍ଷା କରନ୍ତି।
ଯେଉଁ ଲୋକମାନେ ମୋ’ ବିରୁଦ୍ଧରେ ଉଠିଛନ୍ତି,
ସେମାନଙ୍କୁ ପରାସ୍ତ କରିବାରେ ତୁମ୍ଭେ ମୋତେ ସାହାଯ୍ୟ କଲ।
ତୁମ୍ଭେ ମୋତେ ସେହି ନିର୍ଦ୍ଦୟଲୋକମାନଙ୍କଠାରୁ ରକ୍ଷା କଲ।
50 ହେ ସଦାପ୍ରଭୁ, ସେଥିପାଇଁ ମୁଁ ମୋର ଗୋଷ୍ଠୀୟମାନଙ୍କ ମଧ୍ୟରୁ ତୁମ୍ଭର ପ୍ରଶଂସା କରେ।
ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ଗାଏ।
51 ସଦାପ୍ରଭୁ ତାଙ୍କର ନିଜର ରାଜାଙ୍କୁ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି।
ସେ ତାଙ୍କର ମନୋନୀତ ରାଜା ଦାଉଦଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି।
ସେଥିପାଇଁ ସେ ଦାଉଦ ଓ ତାଙ୍କର ପରିବାରବର୍ଗମାନଙ୍କ ପ୍ରତି ଅନନ୍ତକାଳ ପାଇଁ ଦୟା ଦେଖାଇଛନ୍ତି।
24 ସେହି ଯିହୂଦୀ ନେତାଙ୍କୁ ଦୁଃଖିତ ହେବାର ଦେଖି ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ। 25 ଜଣେ ଧନୀଲୋକ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଛୁଞ୍ଚି କଣାଦେଇ ଓଟଟିଏ ଗଳିଯିବା ଅଧିକ ସହଜ।”
କେଉଁମାନେ ପରିତ୍ରାଣ ପାଇ ପାରିବେ
26 ଲୋକମାନେ ଏ କଥା ଶୁଣିବା ପରେ କହିଲେ, “ତେବେ କେଉଁମାନେ ପରିତ୍ରାଣ ପାଇ ପାରିବେ?”
27 ଯୀଶୁ କହିଲେ, “ଯେଉଁ କାମ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ, ତାହା ପରମେଶ୍ୱର କରି ପାରିବେ।”
28 ପିତର କହିଲେ, “ଦେଖନ୍ତୁ, ଆମ୍ଭେ ଆମ୍ଭର ସର୍ବସ୍ୱ ଛାଡ଼ିଦେଇ ଆପଣଙ୍କ ଅନୁସରଣ କରିଛୁ।”
29 ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଯେଉଁ ଲୋକ ପରମେଶ୍ୱରଙ୍କ ରାଜ୍ୟ ପାଇଁ ତା’ର ଘର, ପତ୍ନୀ, ଭାଇ, ବାପାମା କିମ୍ବା ପିଲାମାନଙ୍କୁ ଛାଡ଼ିଥିବ, 30 ସେ ଛାଡ଼ିଥିବା ବସ୍ତୁ ଅପେକ୍ଷା ଅଧିକ ପାଇବ। ସେ ଲୋକ ଏହି ଜୀବନକାଳ ମଧ୍ୟରେ ତ ଅନେକ ଗୁଣ ଅଧିକ ପାଇବ ଏବଂ ମରିଗଲା ପରେ ମଧ୍ୟ ସେ ପରମେଶ୍ୱରଙ୍କ ସହିତ ଚିରକାଳ ବାସ କରିବ।
ଯୀଶୁ ମୃତ୍ୟୁରୁ ପୁଣି ଜୀବିତ ହେବେ(A)
31 ତା’ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ୟଙ୍କୁ କହିଲେ, “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ପରମେଶ୍ୱର ଭବିଷ୍ୟଦ୍ବକ୍ତାମାନଙ୍କୁ ମନୁଷ୍ୟପୁତ୍ରଙ୍କ ବିଷୟରେ ଯାହାସବୁ ଲେଖିବାକୁ କହିଥିଲେ, ସେ ସବୁ ଘଟିବ। 32 ତାହାଙ୍କ ଲୋକମାନେ ତାହାଙ୍କୁ ବିଧର୍ମୀମାନଙ୍କ ହାତରେ ଦେଇଦେବେ। ତାହାଙ୍କୁ ଉପହାସ କରାଯିବ। ଲୋକେ ତାହାଙ୍କୁ ଅପମାନ ଦେବେ ଓ ତାହାଙ୍କୁ ଉପରକୁ ଛେପ ପକାଇବେ। 33 ସେମାନେ ତାହାଙ୍କୁ ଗ୍ଭବୁକରେ ପିଟିବେ ଓ ଶେଷରେ ମାରିଦେବେ। କିନ୍ତୁ ମୃତ୍ୟୁର ତୃତୀୟ ଦିବସରେ ସେ ପୁଣି ଜୀବିତ ହୋଇ ଉଠିବେ।” 34 ପ୍ରେରିତମାନେ ଏ କଥା ବୁଝିବାକୁ ଚେଷ୍ଟା କଲେ। ମାତ୍ର ସେମାନେ ବୁଝି ପାରିଲେ ନାହିଁ। ଏ କଥାର ଅର୍ଥ ସେମାନଙ୍କ ପାଖରେ ଗୁପ୍ତ ରହିଲା।
ଯୀଶୁ ଗୋଟିଏ ଅନ୍ଧକୁ ସୁସ୍ଥ କଲେ(B)
35 ଯୀଶୁ ଯିରୀହୋ ନଗର ପାଖାପାଖି ହୋଇ ଆସିଲେ। ସେତେବେଳେ ରାସ୍ତା କଡ଼ରେ ଗୋଟିଏ ଅନ୍ଧ ବସିଥିଲା। ସେହି ଅନ୍ଧଟି ଭିକ ମାଗୁଥିଲା। 36 ସେ ରାସ୍ତାରେ ଯାଉଥିବା ଲୋକମାନଙ୍କ କୋଳାହଳ ଶୁଣିପାରି ପଗ୍ଭରିଲା, “ଘଟଣା କ’ଣ?”
37 ଲୋକମାନେ କହିଲେ, “ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଛନ୍ତି।”
38 ଅନ୍ଧଟି ଉତ୍ତେଜିତ ହୋଇ ପଡ଼ିଲା ଓ କହିଲା, “ଦାଉଦଙ୍କ ପୁତ୍ର ଯୀଶୁ ଦୟାକରି ମୋତେ ସାହାଯ୍ୟ କର।”
39 ଆଗରେ ଯାଉଥିବା ଲୋକମାନେ ଅନ୍ଧକୁ ଧମକ ଦେଲେ। ସେମାନେ ଅନ୍ଧକୁ ଚୁପ୍ ରହିବାକୁ କହିଲେ। କିନ୍ତୁ ସେ ଆହୁରି ଜୋର୍ରେ ପାଟିକରି କହିଲା, “ହେ ଦାଉଦଙ୍କ ପୁତ୍ର, ଦୟାକରି ମୋତେ ସାହାଯ୍ୟ କରନ୍ତୁ।”
40 ଯୀଶୁ ସେଠାରେ ଅଟକି ଗଲେ, ସେ ଆଜ୍ଞା ଦେଲେ, “ତାହାକୁ ମୋ’ ପାଖକୁ ଆଣ।” ସେ ପାଖକୁ ଆସିବା ପରେ ଯୀଶୁ ତାକୁ ପଗ୍ଭରିଲେ, 41 “ମୁଁ ତୁମ୍ଭ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?”
ସେହି ଅନ୍ଧଟି କହିଲା, “ପ୍ରଭୁ, ମୁଁ ପୁଣି ଥରେ ଦେଖି ପାରିବାକୁ ଗ୍ଭହୁଁଛି।”
42 ଯୀଶୁ ତାହାକୁ କହିଲେ, “ତୁମ୍ଭେ ଦୃଷ୍ଟି ଶକ୍ତି ଲାଭ କର। ତୁମ୍ଭର ବିଶ୍ୱାସ ହିଁ ତୁମ୍ଭକୁ ଉଦ୍ଧାର କଲା।”
43 ତତ୍ ସଙ୍ଗେ ସଙ୍ଗେ ଅନ୍ଧଟି ଦୃଷ୍ଟି ଶକ୍ତି ଫେରିପାଇଲା। ସେ ପରମେଶ୍ୱରଙ୍କୁ ପ୍ରଶଂସା କରି ଯୀଶୁଙ୍କୁ ଅନୁସରଣ କଲା। ଏହି ଘଟଣା ଦେଖି ଥିବା ଲୋକେ ପରମେଶ୍ୱରଙ୍କୁ ସ୍ତୁତିଗାନ କଲେ।
2010 by World Bible Translation Center