Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 19-20

ଯୋୟାବ ଦାଉଦଙ୍କୁ ଗାଳି ଦେଲେ

19 ଲୋକମାନେ ଯୋୟାବକୁ ଏ ଖବର ଜଣାଇଲେ। ସେମାନେ ଯୋୟାବକୁ କହିଲେ, “ଦେଖନ୍ତୁ ରାଜା ଅବଶାଲୋମ ପାଇଁ କ୍ରନ୍ଦନ କରୁଛନ୍ତି ଓ ଶୋକ ମଧ୍ୟ କରୁଛନ୍ତି।” ଦାଉଦଙ୍କର ସୈନ୍ୟଦଳ ସେଦିନ ଯୁଦ୍ଧରେ ଜୟଲାଭ କଲେ। କିନ୍ତୁ ଜୟଲାଭ କରିବାର ଆନନ୍ଦ ସମସ୍ତ ଲୋକମାନଙ୍କ ପାଇଁ ଦୁଃଖରେ ପରିଣତ ହେଲା। ଏହା ଥିଲା ଏକ ଦୁଃଖର ଦିନ, କାରଣ ଲୋକମାନେ ଶୁଣିବାକୁ ପାଇଲେ ଯେ, “ରାଜା ତାଙ୍କର ନିଜ ପୁତ୍ର ପାଇଁ ଅତ୍ୟନ୍ତ ଦୁଃଖିତ।”

ସୈନ୍ୟମାନେ ନଗରକୁ ପ୍ରବେଶ କରୁଥିଲେ, ଯେପରି ସେମାନଙ୍କର ପରାସ୍ତ ସୈନିକମାନେ ଲଜ୍ଜା ବସତଃ ନଗରରେ ପ୍ରବେଶ କରନ୍ତି। ରାଜା ତାଙ୍କର ମୁହଁକୁ ଢାଙ୍କି ଉଚ୍ଚସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲେ, “ହେ ମୋର ପୁତ୍ର ଅବଶାଲୋମ, ହେ ମୋର ପୁତ୍ର ଅବଶାଲୋମ।”

ଯୋୟାବ ରାଜ ଗୃହରେ ପ୍ରବେଶ କରି ରାଜାଙ୍କୁ କହିଲେ, “ଆପଣ ଆଜି ଆପଣଙ୍କର ପଦସ୍ଥ କର୍ମଗ୍ଭରୀମାନଙ୍କୁ ଲଜ୍ଜିତ କରିଛନ୍ତି। ଆପଣ ସେଇ ପଦସ୍ଥ କର୍ମଗ୍ଭରୀମାନଙ୍କୁ ଅପମାନିତ କରିଛନ୍ତି, ଯେଉଁମାନେ ଆଜି ଆପଣଙ୍କର ପୁତ୍ର, କନ୍ୟା, ସ୍ତ୍ରୀ ଓ ଆପଣଙ୍କର ଉପପତ୍ନୀମାନଙ୍କର ଜୀବନ ରକ୍ଷା କରିଛନ୍ତି। କାରଣ ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ଆପଣ ସେମାନଙ୍କୁ ପ୍ରେମ କରୁଛନ୍ତି। ଏବଂ ଆପଣ ସେମାନଙ୍କୁ ଘୃଣା କରନ୍ତି, ଯେଉଁମାନେ ଆପଣଙ୍କୁ ଭଲ ପାଆନ୍ତି। ଏବଂ ସେମାନଙ୍କୁ ଆପଣ ଭଲ ପାଆନ୍ତି, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି। ମୁଁ ଆଜି ଦେଖୁଛି, ଯେ ଯଦି ଆଜି ଆମ୍ଭେମାନେ ସମସ୍ତେ ମରିଥା’ନ୍ତୁ ଓ ଅବଶାଲୋମ ଜୀବିତ ଥା’ନ୍ତା ତେବେ ଆପଣ ଖୁସୀ ହୋଇଥା’ନ୍ତେ। ଏବେ ଉଠନ୍ତୁ, ଆପଣଙ୍କର ସୈନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ ଏବଂ ସେମାନଙ୍କୁ ଉତ୍ସାହ ଜନକ କଥା କୁହନ୍ତୁ। ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି ଯେବେ ଆପଣ ବାହାରକୁ ଯାଆନ୍ତି ନାହିଁ, ତେବେ ଏହି ରାତ୍ରିରେ ଆପଣଙ୍କ ସହିତ କେହି ଜଣେ ହେଲେବି ରହିବେ ନାହିଁ। ଆଉ ଆପଣଙ୍କ ଯୌବନକାଳାବଧି ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି ସେଗୁଡ଼ିକରୁ ହିଁ ଏହି ଦୁର୍ଘଟଣା ବଡ଼ ହେବ।”

ଏହା ପରେ ରାଜା ଉଠି ନଗର ଦ୍ୱାରରେ ବସିଲେ, ଏ ଖବର ଗ୍ଭରିଆଡ଼େ ପ୍ରଗ୍ଭରିତ ହୋଇଗଲା ଯେ ରାଜା ନଗରଦ୍ୱାର ନିକଟରେ ବସିଛନ୍ତି। ତେଣୁ ସମସ୍ତ ଲୋକ ରାଜା ଦାଉଦଙ୍କୁ ଦେଖିବାକୁ ଆସିଲେ। ଏଥି ମଧ୍ୟରେ ସମସ୍ତ ଇସ୍ରାଏଲୀୟ, ଯେଉଁମାନେ ଅବଶାଲୋମକୁ ଅନୁସରଣ କରୁଥିଲେ, ନିଜ ନିଜ ତମ୍ବୁକୁ ପଳାୟନ କଲେ।

ଦାଉଦ ପୁଣି ଥରେ ରାଜା ହେଲେ

ବର୍ତ୍ତମାନ ଇସ୍ରାଏଲର ପରିବାରବର୍ଗର ସମସ୍ତ ଲୋକ ଯୁକ୍ତି କରିବାକୁ ଲାଗିଲେ ଏବଂ ସେମାନେ କହିଲେ, “ରାଜା ଦାଉଦ ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କଲେ, ଏବଂ ଅନ୍ୟ ଶତ୍ରୁମାନଙ୍କଠାରୁ ମଧ୍ୟ ଆମ୍ଭକୁ ସେ ରକ୍ଷା କଲେ। ଦାଉଦ ଅବଶାଲୋମ ଯୋଗୁଁ ରାଜ୍ୟ ଛାଡ଼ି ପଳାଇଛନ୍ତି। 10 ତେଣୁ ବର୍ତ୍ତମାନ ଅବଶାଲୋମକୁ ଆମ୍ଭେ ଯାହାକୁ ରାଜା କରିଥିଲୁ ସେ ବର୍ତ୍ତମାନ ମୃତ। ସେ ଯୁଦ୍ଧରେ ମୃତ୍ୟୁବରଣ କଲେ। ତେଣୁ ଆମ୍ଭେମାନେ ଦାଉଦଙ୍କୁ ଆଉଥରେ ଆମ୍ଭମାନଙ୍କର ରାଜା କରିବୁ।”

11 ରାଜା ଦାଉଦ ସାଦୋକ୍ ଓ ଅବିୟାଥରଙ୍କୁ ଯାଜକମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପଠାଇଲେ। ଦାଉଦ କହିଲେ, “ତୁମ୍ଭେମାନେ ଯାଅ ଓ ଯିହୁଦାର ପ୍ରାଚୀନବର୍ଗମାନଙ୍କୁ କୁହ, ‘ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସସମ୍ତ ଇସ୍ରାଏଲ କହନ୍ତି। ତାହାହେଲେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ଅନ୍ତିମ ଗୋଷ୍ଠୀ ହେଉଛ? 12 ତୁମ୍ଭେମାନେ ମୋର ଭାଇ, ତୁମ୍ଭେ ହେଉଛ ମୋର ପରିବାରବର୍ଗ, ତେବେ ତୁମ୍ଭେମାନେ ରାଜାଙ୍କୁ ଫେରାଇ ଆଣିବାରେ କାହିଁକି ଅନ୍ତିମ ଗୋଷ୍ଠୀ ହେଉଛ?’ 13 ପୁଣି ତୁମ୍ଭେ ଯାଅ ଅମାସାକୁ କୁହ, ‘ତୁମ୍ଭେ ହେଉଛ ମୋର ପରିବାର ଅଂଶ ସଦସ୍ୟ, ଯଦି ମୁଁ ଯୋୟାବଙ୍କ ସ୍ଥାନରେ ତୁମ୍ଭକୁ ସେନାପତି ନ କରେ ପରମେଶ୍ୱର ମୋତେ ଦଣ୍ତ ଦେବେ।’”

14 ଦାଉଦ ଏହିପରି ଭାବରେ ଯିହୁଦାର ସମସ୍ତ ଲୋକମାନଙ୍କର ହୃଦୟକୁ ଛୁଁଇ ଥିଲେ। ତେଣୁ ସେମାନେ ସମସ୍ତେ ଗୋଟିଏ ଲୋକପରି ଏ କଥାରେ ସମ୍ମତି ପ୍ରକାଶ କଲେ। ଯିହୁଦାର ଲୋକମାନେ ରାଜା ଦାଉଦଙ୍କ ନିକଟକୁ ଦୂତ ପଠାଇଲେ, ସେମାନେ କହିଲେ, “ଆପଣ ଓ ଆପଣଙ୍କର ସମସ୍ତ ଦାସ ଫେରି ଆସନ୍ତୁ।”

15 ତେଣୁ ରାଜା ଦାଉଦ ଯର୍ଦ୍ଦନ ନଦୀ ପର୍ଯ୍ୟନ୍ତ ଗଲେ। ଯିହୁଦାର ଲୋକମାନେ ରାଜାଙ୍କୁ ଗି‌ଲ୍‌ଗ‌ଲ୍‌ଠାରେ ଭେଟିଲେ ଓ ଯର୍ଦ୍ଦନ ପାର କରି ନେଇଗଲେ।

ଶିମିୟି ଦାଉଦଙ୍କୁ କ୍ଷମା ମାଗିଲେ

16 ବହୁରୀମ ନିବାସୀ ଗେରାର ପୁତ୍ର ବିନ୍ୟାମୀନୀୟ ଶିମିୟି ଶୀଘ୍ର ଯିହୁଦାର ଲୋକମାନଙ୍କ ସଙ୍ଗରେ ରାଜା ଦାଉଦଙ୍କୁ ଭେଟିବା ପାଇଁ ଆସିଲେ। 17 ବିନ୍ୟାମୀନ ପରିବାରବର୍ଗର 1000 ଲୋକ ଶିମିୟି ସଙ୍ଗରେ ଆସିଲେ। ସୀବଃ ଶାଉଲ ପରିବାରର ଦାସ, ତାଙ୍କ ସହିତ ତାଙ୍କର ପନ୍ଦର ଜଣ ପୁଅଙ୍କୁ ଓ କୋଡ଼ିଏ ଜଣ ଗ୍ଭକରକୁ ଆଣିଲେ। ଏ ସମସ୍ତ ଲୋକ ଯର୍ଦ୍ଦନ ନଦୀ ପାର ହୋଇ ରାଜାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ।

18 ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ରାଜାଙ୍କ ପରିବାର ଓ ରାଜାଙ୍କୁ ନଦୀ ପାର କରି ଯିହୁଦାକୁ ଆଣିବାକୁ ଗଲେ। ରାଜା ଯାହା ଇଚ୍ଛା କଲେ ଲୋକମାନେ ତାହା କଲେ। ଯେତେବେଳେ ରାଜା ନଦୀ ପାର ହୋଉଥିଲେ, ସେହି ସମୟରେ ଶିମିୟିର ପୁତ୍ର ଗେରା ରାଜାଙ୍କୁ ସାକ୍ଷାତ କରିବାକୁ ଆସିଲା। ଶିମିୟି ଆସି ରାଜାଙ୍କ ସମ୍ମୁଖରେ ଭୂମିଷ୍ଟ ପ୍ରଣାମ କଲା। 19 ଶିମିୟି ରାଜାଙ୍କୁ କହିଲା, “ହେ ସଦାପ୍ରଭୁ ମୋର ପ୍ରଭୁ, ମୁଁ କରିଥିବା ପାପ ବିଷୟରେ ଚିନ୍ତା କର ନାହିଁ। ଆପଣ ଯିରୁଶାଲମରୁ ଗଲାପରେ ମୁଁ ଯେଉଁ କୁକର୍ମ କରିଛି ତାହାକୁ ସ୍ମରଣ କରନ୍ତୁ ନାହିଁ। 20 ଆପଣ ଜାଣନ୍ତି ଯେ ମୁଁ ପାପ କରିଛି। ଯେଉଁଥିପାଇଁ ଯୋଷେଫଙ୍କର ବଂଶରୁ ମୁଁ ପ୍ରଥମ ବ୍ୟକ୍ତି, ମୁଁ ଆଜି ମୋର ପ୍ରଭୁ ମହାରାଜାଙ୍କୁ ଭେଟିବାକୁ ଆସିଲି।”

21 କିନ୍ତୁ ସରୁୟାର ପୁତ୍ର ଅବୀଶୟ ଉତ୍ତର କରି କହିଲା, “ଶିମିୟିକୁ ଆମେ ନିଶ୍ଚିତ ମାରିଦେବୁ କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତକୁ ଶାପ ଦେଇ ଅଛି।”

22 ଦାଉଦ କହିଲେ, “ହେ ସରୁୟାର ପୁତ୍ର, ତୁମ୍ଭମାନଙ୍କ ସହିତ ମୁଁ କ’ଣ କରିବି? ଆଜି ତୁମ୍ଭେମାନେ ମୋର ବିରୁଦ୍ଧରେ ଅଛ। ଇସ୍ରାଏଲରେ କୌଣସି ଲୋକକୁ ମୃତ୍ୟୁ ଦଣ୍ତ ଦିଆଯିବ ନାହିଁ। ଆଜି ମୁଁ ଜାଣେ ଯେ ମୁଁ ଇସ୍ରାଏଲ ଉପରେ ରାଜା ଅଟେ।”

23 ତା’ପରେ ରାଜା ଶିମିୟିକୁ କହିଲେ, “ତୁମ୍ଭେ ମରିବ ନାହିଁ।” ରାଜା ଏହା ଶିମିୟି ନିକଟରେ ଶପଥ କଲେ।

ମଫୀବୋଶତ୍ ରାଜାଙ୍କୁ ସାକ୍ଷାତ କରିବାକୁ ଗଲେ

24 ଶାଉଲଙ୍କର ପୌତ୍ର ମଫୀବୋଶତ୍ ରାଜାଙ୍କୁ ଭେଟିବା ପାଇଁ ଆସିଲା। ରାଜା ଯିରୁଶାଲମ ଛାଡ଼ିବା ଦିନଠାରୁ ମଫୀବୋଶତ୍ ତା’ର ଦାଢ଼ି କାଟି ନ ଥିଲା। ନିଜର ପାଦ ଧୋଇ ନ ଥିଲା, ତା’ର ବସ୍ତ୍ର ମଧ୍ୟ ସଫା କରି ନ ଥିଲା। 25 ଯେତେବେଳେ ମଫୀବୋଶତ୍ ରାଜାଙ୍କୁ ଯିରୁଶାଲମରେ ଦେଖା କଲା, “ରାଜା ପଗ୍ଭରିଲେ ତୁମ୍ଭେ କାହିଁକି ମୋ’ ସହିତ ଗଲ ନାହିଁ?”

26 ମଫୀବୋଶତ୍ ଉତ୍ତର ଦେଲା, “ହେ ମୋର ପ୍ରଭୁ ମହାରାଜ, ମୋର ଦାସ ମୋତେ ପ୍ରବଞ୍ଚନା କଲା। ମୁଁ ତ ଛୋଟା ତେଣୁ ମୁଁ ମୋ’ ଦାସ ସୀବଃକୁ କହିଲି, ‘ଏକ ଗଧ ସଜାଇବା ପାଇଁ, ଯେଉଁଥିରେ ମୁଁ ଯାଇ ମୋର ରାଜାଙ୍କୁ ଦେଖା କରିବି।’ 27 କିନ୍ତୁ ମୋର ଦାସ ମୋତେ ପ୍ରବଞ୍ଚନା କଲା। ସେ ହିଁ ଆପଣଙ୍କ ପାଖକୁ ଗଲା ଓ ସେ ଆପଣଙ୍କ ଆଗରେ ମୋର ଅପବାଦ କରିଅଛି। କିନ୍ତୁ ହେ ମୋର ପ୍ରଭୁ ଓ ମହାରାଜ, ଆପଣ ହେଉଛନ୍ତି ପରମେଶ୍ୱରଙ୍କର ଜଣେ ଦୂତପରି, ତେଣୁ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ତାହା କରନ୍ତୁ। 28 ଆପଣ ମୋର ଜେଜେବାପାଙ୍କର ସମସ୍ତ ପରିବାରକୁ ହତ୍ୟା କରି ପାରିଥା’ନ୍ତେ, କିନ୍ତୁ ଆପଣ ତାହା କଲେ ନାହିଁ। ତଥାପି ଆପଣ ଆପଣଙ୍କର ଏହି ଦାସକୁ ନିଜ ମେଜରେ ଭୋଜନକାରୀ ଲୋକମାନଙ୍କ ସଙ୍ଗରେ ସ୍ଥାନ ଦେଲେ। ଏହି ହେତୁ ଏବେ ମହାରାଜାଙ୍କ ନିକଟରେ ଆଉ ଆପତ୍ତି କରିବା ପାଇଁ ମୋର କେଉଁ ଅଧିକାର ଅଛି?”

29 ରାଜା ମଫୀବୋଶତକୁ କହିଲେ, “ତୁମ୍ଭର ସମସ୍ୟା ବିଷୟରେ ଆଉ କିଛି କୁହ ନାହିଁ। ମୁଁ କହୁଅଛି ତୁମ୍ଭେ ଓ ସୀବଃ ସେହି ଭୂମିକୁ ବାଣ୍ଟି ନିଅ।”

30 ମଫୀବୋଶତ୍ ରାଜାଙ୍କୁ କହିଲେ, “ହେଉ, ମୋର ପ୍ରଭୁ ମହାରାଜା, ଆପଣ ନିରାପଦରେ ଗୃହକୁ ଫେରି ଆସିଛନ୍ତି, ତାହା ହିଁ ଯଥେଷ୍ଟ। ତେଣୁ ସୀବଃ ସବୁକିଛି ନେଇଯାଉ।”

ଦାଉଦ ବର୍ସିଲ୍ଲୟଙ୍କୁ ନିଜ ସହିତ ଆସିବାକୁ କହିଲେ

31 ଗିଲିୟଦୀୟ ବର୍ସିଲ୍ଲୟ ରୋଗଲୀମରୁ ଆସିଲା। ସେ ରାଜାଙ୍କୁ ଯର୍ଦ୍ଦନ ନଦୀ ପାର କରାଇ ସୁରକ୍ଷା ଦେବା ପାଇଁ ତାଙ୍କ ସଙ୍ଗେ ପାର ହୋଇଗଲା। 32 ବର୍ସିଲ୍ଲୟ ଜଣେ ଅତି ବୃଦ୍ଧ ଲୋକ ଥିଲା। ତାଙ୍କୁ ଅଶୀ ବର୍ଷ ବୟସ ହୋଇଥିଲା। ସେ ଅତି ବଡ଼ଲୋକ ଥିବାରୁ ରାଜା ମହନୟିମରେ ଥିବା ବେଳେ ତାହାଙ୍କୁ ଖାଦ୍ୟ ସାମଗ୍ରୀ ସମସ୍ତ ଯୋଗାଉ ଥିଲା। 33 ଦାଉଦ ବର୍ସିଲ୍ଲୟକୁ କହିଲେ, “ତୁମ୍ଭେ ମୋ’ ସହିତ ନଦୀ ପାର ହୋଇ ଆସ। ମୁଁ ତୁମ୍ଭକୁ ଯିରୁଶାଲମରେ ଆପଣା ସଙ୍ଗେ ପ୍ରତିପାଳନ କରିବି।”

34 କିନ୍ତୁ ବର୍ସିଲ୍ଲୟ ରାଜାଙ୍କୁ କହିଲେ, “ଆପଣ ଜାଣନ୍ତି ମୋର କେତେ ବୟସ? ଆପଣ କ’ଣ ଭାବୁଛନ୍ତି ମୁଁ ଆପଣଙ୍କ ସହିତ ଯିରୁଶାଲମକୁ ଯାଇପାରିବି? 35 ମୁଁ ଅଶୀ ବର୍ଷର ଜଣେ ବୃଦ୍ଧ। ମୁଁ ଭଲମନ୍ଦ ବାରିବା ପାଇଁ ବହୁତ ଦକ୍ଷ। ମୁଁ ଯାହା ଭୋଜନ କି ପାନକରେ କ’ଣ ତହିଁର ସ୍ୱାଦ ଭଲ ଭାବରେ ବାରିପାରେ? ମୁଁ ଗାୟକ କି ଗାୟୀକାମାନଙ୍କର ସ୍ୱର ବାରିପାରେ? ତେବେ କାହିଁକି ଆପଣଙ୍କ ଦାସ ମୋର ପ୍ରଭୁ ମହାରାଜାଙ୍କ ପ୍ରତି ଭାର ସ୍ୱରୂପ ହେବି? 36 ଆପଣଙ୍କ ଦାସ କେବଳ ଯର୍ଦ୍ଦନ ପାର ହୋଇ ମହାରାଜାଙ୍କ ସଙ୍ଗେ ଯିବ, ମୁଁ ଏତେଗୁଡ଼ିଏ ସାମଗ୍ରୀ ଦରକାର କରେ ନାହିଁ। ଯାହା ଆପଣ ମୋତେ ପୁରସ୍କୃତ କରିବା ପାଇଁ ଇଚ୍ଛା କରନ୍ତି। 37 ମୋତେ ଦୟାକରି ଅନୁମତି ଦିଅନ୍ତୁ ମୁଁ ଯେମନ୍ତ ନିଜ ନଗରରେ ମୋର ପିତା ଓ ମାତାଙ୍କ କବର ନିକଟରେ ମରିବି। ଏଥିପାଇଁ ଆପଣଙ୍କ ଏହି ଦାସକୁ ଫେରିଯିବାକୁ ଅନୁମତି ଦିଅନ୍ତୁ। ମାତ୍ର ଆପଣଙ୍କ ଦାସ କି‌ମ୍‌ହ‌‌ମ୍‌କୁ ଦେଖନ୍ତୁ, ସେ ମୋହର ସଦାପ୍ରଭୁ ମହାରାଜଙ୍କ ସଙ୍ଗେ ପାର ହୋଇ ଯାଉ, ଆଉ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ, ତାହା ତା’ ପ୍ରତି କରନ୍ତୁ।”

38 ତା’ପରେ ରାଜା ଉତ୍ତର ଦେଲେ, “କି‌ମ୍‌ହମ୍ ମୋ’ ସଙ୍ଗେ ପାର ହୋଇଯିବ। ମୁଁ ତାକୁ ତୁମ୍ଭ ପାଇଁ ଦୟା ଦେଖାଇବି। ମୁଁ ତୁମ୍ଭ ପାଇଁ ସବୁକିଛି କରିବି।”

ଦାଉଦ ଗୃହକୁ ଫେରିଲେ

39 ରାଜା ବର୍ସିଲ୍ଲୟକୁ ଚୁମ୍ବନ ଦେଇ ବିଦାୟ ଦେଲେ ଓ ଆଶୀର୍ବାଦ କଲେ। ବର୍ସିଲ୍ଲୟ ଗୃହକୁ ଫେରିଗଲା ଓ ରାଜା ଓ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ।

40 ରାଜା ଯର୍ଦ୍ଦନ ପାର ହୋଇ ଗି‌ଲ୍‌ଗ‌ଲ୍‌କୁ ଗଲେ ଓ କି‌ମ୍‌ହମ୍ ତାଙ୍କ ସଙ୍ଗେ ପାର ହୋଇଗଲେ। ପୁଣି ଯିହୁଦାର ସମସ୍ତ ଲୋକ ମଧ୍ୟ ଇସ୍ରାଏଲର ଅର୍ଦ୍ଧେକ ଲୋକ ରାଜାଙ୍କୁ ଘେନି ଆସିଲେ।

ଇସ୍ରାଏଲୀୟମାନେ ଯିହୁଦାର ଲୋକମାନଙ୍କ ସହିତ ଯୁକ୍ତିତର୍କ କଲେ

41 ଏଥିରେ ଦେଖ ସମୁଦାୟ ଇସ୍ରାଏଲ ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, “ଆମ୍ଭମାନଙ୍କ ଭାତୃବର୍ଗ ଯିହୁଦା ଲୋକେ କି ହେତୁ ଆପଣଙ୍କୁ ଗ୍ଭେରି କରି ନେଲେ। ଆଉ ମହାରାଜାଙ୍କୁ ଓ ତାଙ୍କ ପରିଜନ ବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାହାଙ୍କ ସାଙ୍ଗରେ ଥିଲେ।”

42 ତହୁଁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଉତ୍ତର ଦେଲେ, “ରାଜା ଆମ୍ଭମାନଙ୍କ ବଂଶର ଅନ୍ତର୍ଭୁକ୍ତ ଅଟନ୍ତି। ତେବେ ତୁମ୍ଭେମାନେ କାହିଁକି କ୍ରୋଧ କରୁଅଛ? ଆମ୍ଭେମାନେ ରାଜାଙ୍କର ଖର୍ଚ୍ଚରେ କିଛି ଖାଇ ନାହୁଁ କିମ୍ବା ରାଜା ଆମ୍ଭକୁ ଭେଟି ଦେଇ ନାହାନ୍ତି?”

43 ଇସ୍ରାଏଲ ଲୋକମାନେ ଉତ୍ତର ଦେଇ କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର ଦଶମାଂଶ ଅଧିକାର ଅଛି [a] ମଧ୍ୟ ଦାଉଦଙ୍କଠାରେ ତୁମ୍ଭମାନଙ୍କ ଅପେକ୍ଷା ଆମ୍ଭମାନଙ୍କ ଅଧିକାର ଅଧିକ। ତେବେ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ କାହିଁକି ନେଇ ନାହିଁ ଓ କାହିଁକି ଆମ୍ଭମାନଙ୍କୁ ହେୟଜ୍ଞାନ କଲ?”

କିନ୍ତୁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଟାଣ ବାକ୍ୟ କହିଲେ। ଇସ୍ରାଏଲର ଲୋକମାନଙ୍କ ବାକ୍ୟଠାରୁ ଏମାନଙ୍କ ବାକ୍ୟ ଅଧିକ ଟାଣ ଥିଲା।

ଶେବଃ ଇସ୍ରାଏଲକୁ ଦାଉଦଙ୍କଠାରୁ ଦୂରେଇ ନେଲେ

20 ସେ ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ପାପଧମ ଲୋକ ସେଠାରେ ଥିଲା, ପୁଣି ସେ ତୂରୀ ବଜାଇ କହିଲା,

“ଦାଉଦଙ୍କଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ।
    ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ।
ହେ ଇସ୍ରାଏଲ, ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ଗ୍ଭଲ।”

ତେଣୁ ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କୁ ପରିତ୍ୟାଗ କଲେ ଓ ବିଖ୍ରିର ପୁତ୍ର ଶେବଃର ଅନୁସରଣ କଲେ। ମାତ୍ର ଯର୍ଦ୍ଦନଠାରୁ ଯିରୁଶାଲମ ପର୍ଯ୍ୟନ୍ତ ଯିହୁଦାର ଲୋକମାନେ ଆପଣା ରାଜାଙ୍କ ସହିତ ରହିଲେ।

ଦାଉଦ ଯିରୁଶାଲମସ୍ଥ ଆପଣା ଗୃହକୁ ଆସିଲେ। ପୁଣି ରାଜା ଆପଣାର ଦଶ ଉପପତ୍ନୀଙ୍କୁ ଗୃହ ଜଗିବାକୁ ଛାଡ଼ି ଯାଇଥିଲେ। ବର୍ତ୍ତମାନ ସେ ଅନ୍ୟ ଏକ ଗୃହରେ ପ୍ରହରୀମାନଙ୍କ ଦ୍ୱାରା ଜଗାଇଲେ। ସେ ସେମାନଙ୍କୁ ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବୈଧବ୍ୟ ଦଶାରେ ରହିଲେ।

ତା’ପରେ ରାଜା ଅମାସାକୁ କହିଲେ, “ତିନି ଦିନ ମଧ୍ୟରେ ଯିହୁଦାର ଲୋକମାନଙ୍କୁ କୁହ ମୋତେ ସାକ୍ଷାତ କରିବା ପାଇଁ ଏବଂ ତୁମ୍ଭେ ମଧ୍ୟ ସେଠାରେ ଉପସ୍ଥିତ ହୁଅ।”

ତହିଁରେ ଅମାସା ଯିହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା, ମାତ୍ର ସେ ନିରୂପିତ ସମୟରୁ ଅଧିକ ବିଳମ୍ବ କଲା।

ଶେବଃକୁ ହତ୍ୟା କରିବାକୁ ଦାଉଦ ଅବୀଶୟକୁ କହିଲେ

ତହିଁରେ ଦାଉଦ ଅବୀଶୟକୁ କହିଲେ, “ଏବେ ଅବଶାଲୋମ ଅପେକ୍ଷା ବିଖ୍ରିର ପୁତ୍ର ଶେବଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମ୍ଭେ ମୋର ଅଧିକାରୀମାନଙ୍କୁ ନେଇ ତାଙ୍କ ପଛେ ପଛେ ଯାଅ, ନୋହିଲେ ସେ ପ୍ରାଚୀର ବେଷ୍ଟିତ କୌଣସି ନଗରକୁ ଯାଇ ଆମ୍ଭମାନଙ୍କ ଦୃଷ୍ଟିରୁ ପଳାଇବ।”

ତେଣୁ ଯୋୟାବ ଯିରୁଶାଲମ ଛାଡ଼ି ବିଖ୍ରିର ପୁତ୍ର ଶେବଃର ପଛେ ଗୋଡ଼ାଇଲା। ଯୋୟାବ ସହିତ, କରେଥୀୟ, ପଲେଥୀୟ ଓ ସମସ୍ତ ବୀରମାନେ ବାହାରିଲେ।

ଯୋୟାବ ଅମାସାକୁ ହତ୍ୟା କଲେ

ସେମାନେ ଗିବିୟୋନସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହେଲା ବେଳେ ଅମାସା ସେମାନଙ୍କର ସମ୍ମୁଖକୁ ଆସିଲା। ବର୍ତ୍ତମାନ ଯୋୟାବ ଆପଣା ପରିହିତ ଯୁଦ୍ଧବସ୍ତ୍ର ଭିଡ଼ି ପିନ୍ଧିଥିଲା। ତହିଁ ଉପରେ ଏକ କଟିବନ୍ଧନ ଓ କୋଷବଦ୍ଧ ‌‌ଖ‌ଡ଼୍‌ଗ ତାହାର କଟି ଦେଶରେ ବନ୍ଧାଥିଲା। ପୁଣି ସେ ଯାଉ ଯାଉ ତାହା ପଡ଼ିଗଲା। ତେଣୁ ଯୋୟାବ ଏହାକୁ ଉଠାଇଲା ଓ ଧରିଲା। ଯୋୟାବ ଅମାସାକୁ ପଗ୍ଭରିଲା, “କି ଭାଇ ତୁମ୍ଭର ମଙ୍ଗଳ?” ତହୁଁ ଯୋୟାବ ଅମାସାକୁ ଚୁମ୍ବନ କରିବା ପାଇଁ ନିଜର ଦକ୍ଷିଣ ହସ୍ତରେ ତାହାର ଦାଢ଼ି ଧରିଲା। 10 ମାତ୍ର ଯୋୟାବର ହସ୍ତସ୍ଥିତ ‌‌ଖ‌ଡ଼୍‌ଗ ପ୍ରତି ଅମାସା କିଛି ଦୃଷ୍ଟି ଦେଲା ନାହିଁ। ଏବଂ ଯୋୟାବ ସେହି ‌‌ଖ‌ଡ଼୍‌ଗରେ ତା’ର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇ ଦେଲା। ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ। ସେଥିରେ ହିଁ ସେ ମରି ଯାଇଥିଲା। ତା’ପରେ ଯୋୟାବ ଏବଂ ତାହାର ଭାଇ ଅବୀଶୟ ବିଖ୍ରିର ପୁତ୍ର ପଛରେ ଗୋଡ଼ାଇବାକୁ ଆରମ୍ଭ କଲେ।

ଦାଉଦଙ୍କର ଲୋକମାନେ ଶେବଃର ଅନୁସନ୍ଧାନରେ ଲାଗି ରହିଲେ

ଯୋୟାବ ଓ ତା’ର ଭ୍ରାତା ଅବୀଶୟ ବିଖ୍ରିର ପୁତ୍ର ଶେବଃର ପଛେ ପଛେ ଗୋଡ଼ାଇଲେ। 11 ଯୋୟାବର ଜଣେ ଯୁବା ଲୋକ ଅମାସାଙ୍କ ଶରୀର ନିକଟରେ ଠିଆ ହୋଇ କହିଲା, “ଯେଉଁମାନେ ଯୋୟାବକୁ ଭଲପାଆନ୍ତି ଓ ଯେଉଁମାନେ ଦାଉଦଙ୍କ ପକ୍ଷ, ସେମାନେ ଯୋୟାବର ପଛେ ପଛେ ଯାଆନ୍ତୁ।”

12 ସେ ସମୟରେ ଅମାସା ରାଜପଥ ମଧ୍ୟରେ ନିଜ ରକ୍ତରେ ଲଟପଟ ହୋଇ ପଡ଼ିଥିଲା। ପୁଣି ସେହି ଯୁବକ ସମସ୍ତ ଲୋକଙ୍କୁ ଠିଆ ହେବାର ଦେଖି ଅମାସାକୁ ରାଜପଥରୁ କ୍ଷେତ୍ରକୁ ନେଇଗଲା। ତା’ପରେ ସେ ତାହା ଉପରେ ଏକ ବସ୍ତ୍ର ଘୋଡ଼ାଇ ଦେଲା। ଯେତେ ଲୋକ ତା’ର ନିକଟ ଦେଇ ଆସିଲେ, ପ୍ରତ୍ୟେକକୁ ଠିଆ ହେବାର ଦେଖନ୍ତେ ସେ ତାହା ଉପରେ ଖଣ୍ଡେ ବସ୍ତ୍ର ପକାଇ ଦେଲା। 13 ଅମାସାକୁ ରାଜ ପଥରୁ ନେଇ ଗଲାପରେ ସମସ୍ତ ଲୋକ ବିଖ୍ରିର ପୁତ୍ର ଶେବଃର ପଛେ ଗୋଡ଼ାଇବା ପାଇଁ ଯୋୟାବର ଅନୁଗାମୀ ହେଲେ।

ଶେବଃ ବୈ‌ଥ୍‌ମାଖାସ୍ଥିତ ଆବେଲକୁ ପଳାୟନ କଲେ

14 ଶେବଃ ଇସ୍ରାଏଲର ସମସ୍ତ ପରିବାରବର୍ଗ ମଧ୍ୟଦେଇ ଆବେଲ୍, ବୈ‌ଥ୍‌ମାଖା ଗମନ କଲା। ସମସ୍ତ ବେରୀୟମାନେ ଏକତ୍ରିତ ହେଲେ, ଓ ତା’ର ପଛେ ପଛେ ଗମନ କଲେ।

15 ଯୋୟାବ ଏବଂ ତାଙ୍କର ଲୋକମାନେ ଆସିଲେ ଏବଂ ବୈ‌ଥ୍‌ମାଖାସ୍ଥିତ ଆବେଲରେ ତାଙ୍କୁ ରୁଦ୍ଧ କଲେ ଓ ନଗର ନିକଟରେ ଏକ ଢିପି ପ୍ରସ୍ତୁତ କଲେ। ତାହା ଗଡ଼ପାଚେରୀ ପାଖରେ ନିର୍ମିତ ହେଲା, ତହିଁରେ ଯୋୟାବର ସମସ୍ତ ସଙ୍ଗୀଲୋକ ପାଚେରୀ ଭୂମିସାତ୍ କରିବା ପାଇଁ ଭାଙ୍ଗିବାକୁ ଲାଗିଲେ।

16 ସେତେବେଳେ ନଗର ମଧ୍ୟରୁ ଏକ ବୁଦ୍ଧିମତି ସ୍ତ୍ରୀ ଡାକି କହିଲା, “ଶୁଣ ଶୁଣ, ମୁଁ ବିନୟ କରୁଅଛି ଯୋୟାବକୁ ଏ ସ୍ଥାନ ପର୍ଯ୍ୟନ୍ତ ଆସିବାକୁ କୁହ। ମୁଁ ତା’ ସହିତ କଥାବାର୍ତ୍ତା କରିବାକୁ ଗ୍ଭହୁଁଛି।”

17 ଯୋୟାବ ସ୍ତ୍ରୀଲୋକଟି ସହିତ କଥାବାର୍ତ୍ତା କରିବାକୁ ଗଲା। ସେହି ସ୍ତ୍ରୀ ପଗ୍ଭରିଲା, “ତୁମ୍ଭେ କ’ଣ ଯୋୟାବ?”

ଯୋୟାବ ଉତ୍ତର ଦେଲେ, “ହଁ, ମୁଁ ଯୋୟାବ ଅଟେ।”

ତେଣୁ ସେହି ସ୍ତ୍ରୀଲୋକଟି କହିଲା, “ମୋ’ କଥା ଟିକେ ଶୁଣ।”

ଯୋୟାବ କହିଲେ, “ମୁଁ ଶୁଣୁଅଛି।”

18 ତା’ପରେ ସ୍ତ୍ରୀଲୋକଟି କହିଲା, “ପୂର୍ବକାଳରେ ଲୋକମାନେ କହୁଥିଲେ, ‘ଲୋକେ ଆବେ‌ଲ୍‌ରେ ସାହାଯ୍ୟ ମାଗିବା ଉଚିତ୍ ଏବଂ ସେମାନେ ଯାହା ଦରକାର କଲେ ତାହା ପାଇପାରିବେ।’ 19 ମୁଁ ଇସ୍ରାଏଲର ଶାନ୍ତ ଓ ବିଶ୍ୱସ୍ତ ଲୋକମାନଙ୍କ ମଧ୍ୟରୁ ଜଣେ, ତୁମ୍ଭେ ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ନଗରକୁ ଧ୍ୱଂସ କରିବାକୁ ଖୋଜୁଅଛ। ଯାହା ସଦାପ୍ରଭୁଙ୍କର ଅଟେ, ତୁମ୍ଭେ କାହିଁକି ଧ୍ୱଂସ କରିବାକୁ ଇଚ୍ଛା କରୁଅଛ?”

20 ଯୋୟାବ ଉତ୍ତର ଦେଲେ, “ମୁଁ କୌଣସି ଜିନିଷ ଧ୍ୱଂସ କରିବାର ଦରକାର ନାହିଁ। ମୁଁ ତୁମ୍ଭର ସହର ଧ୍ୱଂସ କରିବାର ଦରକାର ନାହିଁ। 21 କିନ୍ତୁ ତୁମ୍ଭର ସହରରେ ଇଫ୍ରୟିମ ପର୍ବତମୟ ଦେଶୀୟ ଲୋକ ଅଛି ଯାହାର ନାମ ଶେବଃ, ସେ ବିଖ୍ରିର ପୁତ୍ର। ସେ ରାଜାଙ୍କର ବିରୁଦ୍ଧାଚରଣ କରୁଅଛି। ତାକୁ ମୋତେ ଦିଅ ମୁଁ ଏଠାରୁ ପରିତ୍ୟାଗ କରିବି।”

ସେହି ସ୍ତ୍ରୀ ଯୋୟାବକୁ କହିଲା, “ଠିକ୍ ଅଛି ପ୍ରାଚୀର ଦେଇ ତା’ର ମସ୍ତକ ତୁମ୍ଭର ନିକଟକୁ ପକାଯିବ।”

22 ତା’ପରେ ସେ ନଗରର ସମସ୍ତ ଲୋକମାନଙ୍କୁ ବିଜ୍ଞତାର ସହିତ କହିଲା। ଲୋକମାନେ ବିଖ୍ରିର ପୁତ୍ର ଶେବଃର ମୁଣ୍ଡ କାଟି ପ୍ରାଚୀର ଉପର ଦେଇ ଯୋୟାବ ନିକଟକୁ ଫୋପାଡ଼ି ଦେଲେ।

ତେଣୁ ଯୋୟାବ ତୂରୀ ବଜାଇଲେ ଏବଂ ଲୋକମାନେ ଓ ସୈନ୍ୟମାନେ ନିଜ ନିଜ ତମ୍ବୁକୁ ପଳାୟନ କଲେ, ଯୋୟାବ ଯିରୁଶାଲମକୁ ରାଜାଙ୍କ ନିକଟକୁ ଆସିଲେ।

ଦାଉଦଙ୍କର କର୍ମଗ୍ଭରୀ ସଂପ୍ରଦାୟ

23 ସେ ସମୟରେ ଯୋୟାବ ସମସ୍ତ ଇସ୍ରାଏଲର ସୈନ୍ୟଦଳର ଦଳପତି ଥିଲେ। ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ମୁଖ୍ୟ ଥିଲେ। 24 ଅଦୋରାମ୍ ବେଠି କର୍ମ ଓ କର ଆଦାୟ କରିବାର ଦାୟିତ୍ୱରେ ଥିଲା ଏବଂ ଅହୀଲୂଦର ପୁତ୍ର ଯିହୋଶାଫଟ୍ ଯେ କି ଥିଲା ଜଣେ ଇତିହାସ ଲେଖକ। 25 ଶିବା ଥିଲା ଲେଖକ, ପୁଣି ସାଦୋକ୍ ଓ ଅବିୟାଥର ଯାଜକ ଥିଲେ। 26 ଯାୟୀରୀୟ ଈରା ମଧ୍ୟ ଦାଉଦଙ୍କର ବ୍ୟକ୍ତିଗତ ଯାଜକ ଥିଲା।

ଲୂକ ଲିଖିତ ସୁସମାଗ୍ଭର 18:1-23

ପରମେଶ୍ୱର ତାଙ୍କ ଲୋକଙ୍କୁ ଉତ୍ତର ଦେବେ

18 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ ଯେ, ସେମାନେ ସଦାବାଳେ ପ୍ରାର୍ଥନା କରିବା ଉଚିତ୍। ଏବଂ କେବେ ହେଲେ ଭରସା ହରେଇବା ଉଚିତ୍ ନୁହେଁ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ, “ଥରେ ଗୋଟିଏ ନଗରରେ ଜଣେ ବିଗ୍ଭରପତି ଥିଲା। ପରମେଶ୍ୱରଙ୍କୁ ତାହାଙ୍କର ଡର ନ ଥିଲା କି ଲୋକମାନେ ତାହାଙ୍କ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି କରୁ ନ ଥିଲେ। ସେହି ନଗରରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା’ର ସ୍ୱାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଗ୍ଭରପତିଙ୍କୁ କହୁଥିଲା, ‘ଗୋଟିଏ ଲୋକ ମୋ’ ପ୍ରତି ଅନ୍ୟାୟ କରୁଛି। ତୁମ୍ଭେ ମୋତେ ମୋ’ ନ୍ୟାୟ ଅଧିକାର ଦିଅ।’ କିନ୍ତୁ ବିଗ୍ଭରପତି ସ୍ତ୍ରୀଲୋକଟିକୁ ସାହାଯ୍ୟ କରିବାକୁ ଇଚ୍ଛା କରି ନ ଥିଲେ। କେତେ ସମୟ ପରେ ବିଗ୍ଭରପତି ଜଣକ ମନେ ମନେ ଭାବିଲେ, ‘ମୁଁ ପରମେଶ୍ୱରଙ୍କୁ ଡରୁ ନାହିଁ କି ଲୋକମାନେ ମୋ’ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି ବି କରୁ ନାହିଁ। କିନ୍ତୁ ଏହି ସ୍ତ୍ରୀଲୋକଟି ମୋତେ ସବୁବେଳେ ବ୍ୟସ୍ତ କରି ପକାଉଛି। ମୁଁ ତାକୁ ନ୍ୟାୟ ଅଧିକାର ଦେଇଦେଲେ ସେ ମୋ’ ପିଛା ଛାଡ଼ିଦେବ। ନଚେତ ସେ ମୋତେ ହଇକାଣ କରୁଥିବ।’”

ପ୍ରଭୁ! କହିଲେ, “ଶୁଣ, ସେହି ଦୁଷ୍ଟ ବିଗ୍ଭରପତି ଜଣକ ଯାହା କହିଲେ, ସେ କଥାର ଗୋଟିଏ ଅର୍ଥ ଅଛି। ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥା’ନ୍ତି। ଯାହା ଠିକ୍, ତାହା ପରମେଶ୍ୱର ତାହାଙ୍କ ଲୋକଙ୍କୁ ସଦାବେଳେ ଦେଇଥା’ନ୍ତି। ନିଜ ଲୋକଙ୍କୁ ଉତ୍ତର ଦେବାରେ ପରମେଶ୍ୱର ଆଦୌ ବିଳମ୍ବ କରିବେ ନାହିଁ। ମୁଁ ତୁମ୍ଭକୁ କହୁଛି। ଅତି ଶୀଘ୍ର ପରମେଶ୍ୱର ତାହାଙ୍କ ଲୋକଙ୍କୁ ସାହାଯ୍ୟ କରିବେ। କିନ୍ତୁ ମନୁଷ୍ୟପୁତ୍ର ପୁଣି ଥରେ ଫେରି ଆସିବା ପରେ ସେ ଏ ପୃଥିବୀରେ ତାହାଙ୍କର ବିଶ୍ୱାସୀମାନଙ୍କୁ ପାଇ ପାରିବେ କି?”

ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ଉଚିତ୍

କେତେକ ଲୋକ ଭାବୁଥିଲେ ଯେ ସେମାନେ ବହୁତ ଭଲ ଅଟନ୍ତି। ସେମାନେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହୋଇଥିବା ଭଳି ବ୍ୟବହାର କରୁଥିଲେ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ: 10 “ଜଣେ ଫାରୂଶୀ ଓ ଜଣେ କରଆଦାୟକାରୀ ଥିଲେ। ଦିନେ ସେହି ଦୁଇଜଣ ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ। 11 ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂରରେ ଅଲଗା ଠିଆ ହୋଇଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବେଳେ କହିଲେ, ‘ହେ ପରମେଶ୍ୱର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହୋଇ ନ ଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଗ୍ଭେରି, ଠକାମି, ବ୍ୟଭିଗ୍ଭର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ। ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହୋଇଥିବାରୁ ତୁମ୍ଭ ପାଖରେ କୃତଜ୍ଞତା ଜଣାଉଛି। 12 ମୁଁ ଜଣେ ଭଲ ଲୋକ। ମୁଁ ସପ୍ତାହରେ ଦୁଇ ଥର ଉପବାସ କରେ। ମୁଁ ମୋର ସମସ୍ତ ରୋଜଗାରର ଦଶ ଭାଗରୁ ଏକ ଭାଗ ଦାନ କରେ।’

13 “କରଆଦାୟକାରୀ ମଧ୍ୟ ଅଲଗା ଏକାକୀ ଠିଆ ହୋଇଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ୱର୍ଗ ଆଡ଼କୁ ମଧ୍ୟ ଗ୍ଭହିଁଲେ ନାହିଁ। କରଆଦାୟକାରୀ ପରମେଶ୍ୱରଙ୍କ ପାଖରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, “ହେ ପରମେଶ୍ୱର, ମୋ’ ଉପରେ ଦୟା କର। ମୁଁ ଜଣେ ପାପୀ।” 14 ମୁଁ ତୁମ୍ଭମାନଙ୍କୁ କହୁଛି, ‘ଏହି ଲୋକଟି ଯେତେବେଳେ ତା’ର ପ୍ରାର୍ଥନା ଶେଷ କରି ତା’ ଘରକୁ ଫେରିଗଲା, ସେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ, ସେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ୍ ବୋଲି ଭାବେ, ତାକୁ ହୀନ କରି ଦିଆଯିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ୍ କରାଯିବ।”

ପରମେଶ୍ୱରଙ୍କ ରାଜ୍ୟରେ କେଉଁମାନେ ପ୍ରବେଶ କରିବେ(A)

15 କେତେକ ଲୋକ ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ, ଯେପରି ଯୀଶୁ ସେହି ପିଲାମାନଙ୍କୁ କେବଳ ଛୁଇଁବେ। ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଲୋକମାନଙ୍କୁ ଏହା ନ କରିବାକୁ କହିଲେ। 16 କିନ୍ତୁ ଯୀଶୁ ସେହି ଛୋଟ ପିଲାମାନଙ୍କୁ ପାଖକୁ ଡାକିଲେ। ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଛୋଟ ପିଲାମାନେ ମୋ’ ପାଖକୁ ଆସନ୍ତୁ। ସେମାନଙ୍କୁ ଅଟକାଅ ନାହିଁ। କାରଣ ଯେଉଁ ଲୋକମାନେ ଏହି ଛୋଟ ପିଲାମାନଙ୍କ ଭଳି ହୋଇଥିବେ, କେବଳ ସେହିମାନେ ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ। 17 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଗୋଟିଏ ଛୋଟ ପିଲା କିଛି ଗ୍ରହଣ କଲାଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କଲେ ତା’ ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।”

ଜଣେ ଧନୀଲୋକ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ(B)

18 ଜଣେ ଯିହୂଦୀ ନେତା ଯୀଶୁଙ୍କୁ ପଗ୍ଭରିଲେ, “ହେ ଉତ୍ତମ ଗୁରୁ! ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ’ଣ କରିବା ଉଚିତ୍?”

19 ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହିଲ? କେବଳ ପରମେଶ୍ୱର ହିଁ ଉତ୍ତମ। 20 ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦେବି। ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାମାନ ଜାଣିଛ: ‘ତୁମ୍ଭେ ବ୍ୟଭିଗ୍ଭର କରିବ ନାହିଁ, ତୁମ୍ଭେ କାହାରିକି ହତ୍ୟା କରିବ ନାହିଁ, କୌଣସି ଜିନିଷ ଗ୍ଭେରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟରେ କେବେ ହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପା-ମାଙ୍କୁ ନିଶ୍ଚୟ ସମ୍ମାନ ଦେବ…’ [a]

21 କିନ୍ତୁ ଯିହୂଦୀ ନେତା ଜଣକ କହିଲେ, “ମୁଁ ମୋ’ ପିଲା ଦିନୁ ଏସବୁ ଆଜ୍ଞା ମାନିଆସିଛି।”

22 ଏ କଥା ଶୁଣି ଯୀଶୁ ସେହି ନେତାଙ୍କୁ କହିଲେ, “ତଥାପି ଏ ପର୍ଯ୍ୟନ୍ତ ଆଉ ଗୋଟିଏ କଥା ତୁମ୍ଭର କରିବାକୁ ବାକିଅଛି। ତୁମ୍ଭର ଯାହା ଅଛି ସବୁ ବିକି ଦେଇ ଗରିବଙ୍କୁ ବାଣ୍ଟିଦିଅ। ତୁମ୍ଭକୁ ସ୍ୱର୍ଗରେ ପୁରସ୍କାର ମିଳିବ। ତା’ପରେ ତୁମ୍ଭେ ଆସ ଓ ମୋର ଅନୁସରଣ କର।” 23 ନେତା ଜଣକ ଏହା ଶୁଣି ବହୁତ ମନ ଦୁଃଖ କଲେ। ସେ ବହୁତ ଧନୀ ଥିଲେ ଓ ନିଜ ଧନତକ ରଖିବାକୁ ଗ୍ଭହୁଁଥିଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center