Old/New Testament
ଯିହୁଦା କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ
1 ଯିହୋଶୂୟଙ୍କର ମୃତ୍ୟୁପରେ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, “ସେମାନେ ସଦାପ୍ରଭୁଙ୍କର ଆଦେଶ ମାଗିଲେ, ପ୍ରଥମେ କେଉଁ ପରିବାରବର୍ଗର ଲୋକମାନେ କିଣାନୀୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବେ?”
2 ସଦାପ୍ରଭୁ ଇସ୍ରାଏଲୀୟଙ୍କୁ କହିଲେ, “ସର୍ବପ୍ରଥମେ ଯିହୁଦାର ପରିବାରବର୍ଗ ଯିବେ। ମୁଁ ସେମାନଙ୍କୁ ସେହି ଭୂମି ଦେବାକୁ ଅନୁମତି ଦେବି।”
3 ଯିହୁଦାର ପରିବାରବର୍ଗ ସେମାନଙ୍କର ଭାଇମାନେ ଶିମିୟୋନର ପରିବାରବର୍ଗକୁ ସାହାଯ୍ୟ ମାଗିଲେ। ଯିହୁଦା ଲୋକମାନେ କହିଲେ, “ଭାଇମାନେ, ସଦାପ୍ରଭୁ ଆମ୍ଭକୁ କିଛି ଭୂମି ଦେବାକୁ ପ୍ରତିଜ୍ଞା କରିଅଛନ୍ତି। ଯଦି ତୁମ୍ଭେ ଆମ୍ଭର ଭୂମି ପାଇଁ ଆମ୍ଭର ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ଆଗେଇ ଆସିବ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ତୁମ୍ଭକୁ ସାହାଯ୍ୟ କରିବୁ।”ଶିମିୟୋନର ଲୋକମାନେ ସେମାନଙ୍କର ଭୂମି ପାଇଁ ସେମାନଙ୍କୁ ଯୁଦ୍ଧରେ ସାହାଯ୍ୟ କରିବାକୁ ରାଜି ହେଲେ।
4 ତା’ପରେ ଯିହୁଦାର ଲୋକମାନେ ଆକ୍ରମଣ କରିବାକୁ ଗଲେ। କିଣାନୀୟ ଓ ପିରିଷୀୟମାନଙ୍କୁ ସଦାପ୍ରଭୁ ଯିହୁଦାର ଲୋକମାନଙ୍କୁ ସମର୍ପଣ କଲେ। ଏବଂ ଯିହୁଦାର ଲୋକମାନେ 10,000 ଲୋକଙ୍କୁ ବେଷକରେ ହତ୍ୟା କଲେ। 5 ଯିହୁଦାର ଲୋକମାନେ ବେଷକର ଶାସକଙ୍କୁ ବେଷକ ସହରରେ ପାଇଲେ ଏବଂ ତାଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଏବଂ ସେମାନେ କିଣାନୀୟ ଏବଂ ପିରିଷୀୟଙ୍କୁ ପରାସ୍ତ କଲେ।
6 ବେଷକର ଶାସକ ଖସି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯିହୁଦାର ଲୋକମାନେ ତାଙ୍କୁ ଗୋଡ଼େଇଲେ ଏବଂ ତାଙ୍କୁ ଧରି ଥିଲେ। ଯେତେବେଳେ ସେମାନେ ତାଙ୍କୁ ଧରିଲେ, ସେମାନେ ତାଙ୍କର ବୁଢ଼ା ଅଙ୍ଗୁଳିକୁ ଏବଂ ପାଦର ବୁଢ଼ା ଅଙ୍ଗୁଳିକୁ କାଟି ନେଇଥିଲେ। 7 ଏହା ପରେ ଅଦୋନୀବେଷକ୍ ସେମାନଙ୍କୁ କହିଲା, “ହସ୍ତପାଦର ଛିନ୍ନା ଅଙ୍ଗୁଳି ସତୁରି ଜଣ ରାଜା ଆମ୍ଭ ମେଜ ତଳେ ନିଜର ଆହାର ସାଉଣ୍ଟୁ ଥିଲେ। ମୁଁ ଯେପରି କରିଥିଲି ପରମେଶ୍ୱର ମୋତେ ସେହିପରି ଦେଲେ।” ଏହା ପରେ ଯିହୁଦାର ଲୋକମାନେ ଅଦୋନୀବେଷକ୍କୁ ଯିରୁଶାଲମକୁ ଆଣିଲେ ଓ ସେ ସେଠାରେ ମୃତ୍ୟୁବରଣ କଲା।
8 ଯିହୁଦାର ଲୋକମାନେ ଯିରୁଶାଲମର ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଓ ଯିରୁଶାଲମକୁ ଅଧିକାର କଲେ। ଯିହୁଦାର ଲୋକମାନେ ସେମାନଙ୍କୁ ଖଣ୍ତା ଦ୍ୱାରା ହତ୍ୟା କଲେ ଓ ସହରକୁ ପୋଡ଼ି ଦେଲେ । 9 ଏହା ପରେ ଯିହୁଦାର ଲୋକମାନେ କିଣାନୀୟ ବିରୁଦ୍ଧରେ ଯୁଦ୍ଧ କଲେ, ଯେଉଁମାନେ ପର୍ବତମୟ ଦେଶରେ ନେଗେଭରେ ଏବଂ ପାଶ୍ଚାତ୍ ମାଳଭୂମିରେ ବସବାସ କରୁଥିଲେ।
10 ଏହା ପରେ ଯିହୁଦାର ଲୋକମାନେ କିଣାନୀୟମାନଙ୍କ ସହିତ ଯୁଦ୍ଧ କଲେ, ଯେଉଁମାନେ ହିବ୍ରୋଣ ସହରରେ ବାସ କରୁଥିଲେ। ହିବ୍ରୋଣର ପୂରାତନ ନାମ ଥିଲା କିରିୟଥ ଅର୍ବ ଯିହୁଦାର ଲୋକମାନେ ଶେଶୟ, ଅହୀମାନ ଓ ତନ୍ମୟକୁ ପରାସ୍ତ କଲେ।
କାଲେବ୍ ଓ ତାଙ୍କର କନ୍ୟା
11 ଯିହୁଦାର ଲୋକମାନେ ସେ ସ୍ଥାନକୁ ପରିତ୍ୟାଗ କଲେ। ସେମାନେ ଦବୀର ସହର ଅଭିମୁଖେ ସେମାନଙ୍କର ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ। ଅତୀତ କାଳରେ ଦବୀର ନାମ ଥିଲା କିରିୟଥ ସେଫର। 12 ଯିହୁଦାର ଲୋକମାନେ ଯୁଦ୍ଧ ଆରମ୍ଭ କଲା ପୂର୍ବରୁ, କାଲେବ୍ ସେମାନଙ୍କୁ ଗୋଟିଏ ପ୍ରତିଜ୍ଞା କରିଥିଲେ। କାଲେବ କହିଲା, “ମୁଁ କିରିୟଥ ସେଫର ବିରୁଦ୍ଧରେ ଯୁଦ୍ଧ କରିବାକୁ ଗ୍ଭହେଁ। ଯେଉଁ ଲୋକ ସେ ସହରକୁ ପରାସ୍ତ କରିବ, ମୁଁ ତା’ ସହିତ ମୋର କନ୍ୟା ଅକ୍ଷାରକୁ ବିବାହ ଦେବି।”
13 କାଲେବ୍ର ଜଣେ କନିଷ୍ଠ ଭାଇ ଥିଲେ ଯାହାର ନାମ ଥିଲା କନ୍ସର। କନ୍ସରର ପୁତ୍ର ଅତ୍ନୀୟେଲ। ଅତ୍ନୀୟେଲ କରିୟଥ-ସେଫରର ସହର ଅଧିକାର କରିଥିଲେ ଏବଂ କାଲେବ୍ ତାଙ୍କୁ ଅକ୍ଷାରକୁ ବିବାହ ଦେଲେ।
14 ତାଙ୍କର ସ୍ୱାମୀ ଅତ୍ନୀୟେଲଙ୍କୁ ସଙ୍ଗରେ ଯିବା ସମୟରେ, ଅକ୍ଷାର ତାଙ୍କ ପିତାକୁ ଖଣ୍ଡେ ଭୂମି ପାଇଁ ପଗ୍ଭରିବାକୁ, ତାଙ୍କୁ ଉପଦେଶ ଦେଲେ। ଯେତେବେଳେ ସେ ଘୋଡ଼ାରୁ ଓହ୍ଲାଇ ପଡ଼ିଲେ, କାଲେବ୍ ତାଙ୍କୁ ପଗ୍ଭରିଲେ, “ଭୁଲ୍ କ’ଣ?”
15 ଅକ୍ଷାର କାଲେବଙ୍କୁ କହିଲେ, “ମୋତେ ଆଶୀର୍ବାଦ କର। ଆପଣ ମୋତେ ଦକ୍ଷିଣରେ ଭୂମି ଦେଇଛନ୍ତି, ଯାହାକି ଶୁଷ୍କ, ମୋତେ କିଛି ଜଳ ନିର୍ଝର ଭୂମି ଦିଅନ୍ତୁ।” ଏହା ପରେ କାଲେବ୍ ଭୂମିର ଉପରିସ୍ଥ ଓ ତଳସ୍ଥ ନିର୍ଝର ସେହି ଭୂମି ତାଙ୍କୁ ଦେଲେ।
16 କିଣାନୀୟମାନେ ଖଜୁରୀପୁରସ୍ଥର ସହର ଯିରୀହୋକୁ ପରିତ୍ୟାଗ କଲେ ଏବଂ ଯିହୁଦାର ଲୋକମାନଙ୍କ ସହିତ ଯିହୁଦାର ମରୁଅଞ୍ଚଳରେ ଲୋକମାନଙ୍କ ସହିତ ବାସ କରିବାକୁ ଗଲେ। ଏହା ଅରାଦର ନିକଟବର୍ତ୍ତୀ ଥିଲା, କେନୀୟ ଲୋକମାନେ ମୋଶାଙ୍କର ଶ୍ୱଶୁର ଘର ପରିବାରରୁ ଥିଲେ।
17 ଯିହୁଦା ଓ ତାଙ୍କର ଭାଇମାନେ ମିଶି ଶିମିୟୋନ ପରିବାରବର୍ଗ ସହିତ ଗଲେ, ସେମାନେ ସଫାତ୍ ବାସୀ କିଣାନୀୟମାନଙ୍କୁ ଆଘାତ କରି ସେହି ନଗରକୁ ବର୍ଜିତ ରୂପେ ବିନାଶ କଲେ ଏବଂ ସେହି ନଗରର ନାମ ହେଲା ହର୍ମା।
18 ଯିହୁଦାର ଲୋକମାନେ ଘସା ସହର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ସହର ଅଧିକାର କଲେ। ସେମାନେ ଅସ୍କିଲୋନ୍ ସହରଗୁଡ଼ିକ ଓ ଇକ୍ରୋଣ ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଅଧିକାର କଲେ।
19 ଯିହୁଦାର ଲୋକମାନେ ଯେତେବେଳେ ଯୁଦ୍ଧ କରୁଥିଲେ, ସେତେବେଳେ ସଦାପ୍ରଭୁ ସେମାନଙ୍କର ପକ୍ଷରେ ଥିଲେ। ସଦାପ୍ରଭୁ ପର୍ବତମୟ ଦେଶକୁ ସେମାନଙ୍କର ଅଧିକାରକୁ ଆଣିଲେ। କିନ୍ତୁ ଯିହୁଦାର ଲୋକମାନେ ତଳଭୂମିଗୁଡ଼ିକୁ ସେମାନଙ୍କର ଅଧୀନକୁ ଆଣିପାରି ନ ଥିଲେ। କାରଣ ସେଠାରେ ଯେଉଁ ଲୋକମାନେ ବାସ କରୁଥିଲେ, ସେମାନେ ଲୌହ ନିର୍ମିତ ରଥ ବ୍ୟବହାର କରୁଥିଲେ।
20 କାଲେବ୍କୁ ହିବ୍ରୋଣକୁ ନେବା ପାଇଁ ମୋଶା ପ୍ରତିଜ୍ଞା କରିଥିଲେ, ତେଣୁ ସେହି ଭୂମି କାଲେବ୍କୁ ଦିଆଗଲା। କାଲେବ୍ର ଲୋକମାନେ ବଳାତ୍କାର କରି ଅନାକର ତିନି ପୁତ୍ରକୁ ସେଠାରୁ ତଡ଼ି ଦେଲେ।
21 ବିନ୍ୟାମୀନର ପରିବାରବର୍ଗମାନେ ଯିରୁଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ି ଦେଲେ ନାହିଁ। ତେଣୁ ଆଜିଯାଏ ମଧ୍ୟ ବିନ୍ୟାମୀନ ସନ୍ତାନଗଣ ସହିତ ବାସ କରୁଛନ୍ତି।
ଯୋଷେଫଙ୍କ ଲୋକମାନେ ବୈଥେଲ୍ ଅଧିକାର କଲେ
22-23 ଯୋଷେଫଙ୍କର ପରିବାରବର୍ଗ ବୈଥେଲ୍ର ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଅତୀତରେ ବୈଥେଲ୍ର ନାମ ଥିଲା ଲୂସ୍। ସଦାପ୍ରଭୁ ଯୋଷେଫଙ୍କର ପରିବାରବର୍ଗଙ୍କ ପଟରେ ଥିଲେ। ଯୋଷେଫଙ୍କର ପରିବାରବର୍ଗ କିଛି ଅନୁଚରଗଣଙ୍କୁ ବୈଥେଲ୍କୁ ପଠାଇଲେ। 24 ଯେତେବେଳେ ଅନୁଚରମାନେ ଦେଖିଲେ କେହି ଜଣେ ନଗରରୁ ବାହାରକୁ ଆସୁଛି ସେହି ଅନୁଚରମାନେ ସେହି ଲୋକକୁ କହିଲେ, “ଆମ୍ଭମାନଙ୍କୁ ଗୁପ୍ତ ପଥ ଦେଖାନ୍ତୁ ଯେଉଁ ବାଟ ଦେଇ ଆମ୍ଭେ ସହରକୁ ଆକ୍ରମଣ କରିବୁ। ଯଦି ତୁମ୍ଭେ ଆମ୍ଭକୁ ସାହାଯ୍ୟ କର, ତେବେ ଆମ୍ଭେମାନେ ତୁମ୍ଭକୁ ମାରିବୁ ନାହିଁ।”
25 ସେହି ବ୍ୟକ୍ତିଜଣକ ଅନୁଚରମାନଙ୍କୁ ସହରର ଗୁପ୍ତପଥ ଦେଖାଇ ଥିଲେ। ଯୋଷେଫଙ୍କର ପରିବାରବର୍ଗ ଖଣ୍ଡାରେ ବୈଥେଲ୍ର ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। କିନ୍ତୁ ସେମାନେ ସେହି ଲୋକଙ୍କୁ ମାରି ନ ଥିଲେ ଯିଏ ସେମାନଙ୍କୁ ଗୁପ୍ତପଥ ଦେଖାଇଥିଲେ। ସେମାନେ ତାଙ୍କୁ ଓ ତାହାର ପରିବାରବର୍ଗକୁ ସ୍ୱାଧୀନ ଭାବରେ ଯିବାକୁ ଅନୁମତି ଦେଲେ। 26 ସେହି ଲୋକ, ହିତ୍ତୀୟମାନେ ବାସ କରୁଥିବା ସ୍ଥାନକୁ ଗଲେ ଏବଂ ଏମିତିକି ଆଜି ସେହି ସହର ଲୂସ୍ ନାମରେ ପରିଚିତ।
ଅନ୍ୟ ପରିବାରବର୍ଗମାନେ କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ
27 କିଣାନୀୟ ବୈଥ୍ସାନ୍ର ସହରଗୁଡ଼ିକରେ, ତାନକ, ଦୋରା, ଯିବ୍ଲିୟିମ, ମଗିଦ୍ଦୋ ଏବଂ ସେମାନଙ୍କ ଚତୁର୍ପାର୍ଶ୍ୱରେ ଅଧିକ ଛୋଟ ସହରମାନଙ୍କରେ ବସବାସ କରୁଥିଲେ। ମନଃଶି ପରିବାରବର୍ଗର ଲୋକମାନେ ସେହି ସହରରୁ ସେହି ଲୋକମାନଙ୍କୁ ତଡ଼ିବାକୁ ସକ୍ଷମ ହେଲେ ନାହିଁ। ତେଣୁ ସେଠାରେ କିଣାନୀୟମାନେ ବାସ କଲେ। 28 ଏହା ପରେ ଇସ୍ରାଏଲର ଲୋକମାନେ ଶକ୍ତିଶାଳୀ ହେବାକୁ ଲାଗିଲେ ଏବଂ ସେମାନଙ୍କର କ୍ରୀତଦାସ କରିବା ପାଇଁ ସେମାନେ କିଣାନୀୟମାନଙ୍କୁ ବାଧ୍ୟ କଲେ। କିନ୍ତୁ କିଣାନୀୟମାନଙ୍କୁ ତଡ଼ିଦେବାକୁ ସେମାନେ ସକ୍ଷମ ହୋଇ ନ ଥିଲେ।
29 ଇଫ୍ରୟିମଙ୍କ ପାଇଁ ଠିକ୍ ଏହିପରି ଭାବରେ ଘଟିଥିଲା। ଗେଷର୍ରେ କିଣାନୀୟ ଲୋକମାନେ ବାସ କରିବାକୁ ଲାଗିଲେ ଏବଂ ଇଫ୍ରୟିମ କିଣାନୀୟ ଲୋକମାନଙ୍କୁ ତଡ଼ି ଦେଲେ ନାହିଁ। ତେଣୁ ଇଫ୍ରୟିମ କିଣାନୀୟମାନଙ୍କ ସହିତ ମିଶି ରହିବାକୁ ଲାଗିଲେ।
30 ଠିକ୍ ସେହିପରି ଘଟିଥିଲା ସବୁଲୂନ୍ ବଂଶଧରଙ୍କ ପ୍ରତି କେତେକ କିଣାନୀୟ ନିବାସୀ ବାସ କରୁଥିଲେ, କିଟ୍ରୋଣ ଓ ନହଲୋଲ୍ରେ କିନ୍ତୁ ସବୁଲୂନ ପରିବାରବର୍ଗମାନେ ସେମାନଙ୍କୁ ତଡ଼ି ଦେଇ ନ ଥିଲେ। ସେହି କିଣାନୀୟ ଲୋକମାନେ ସବୁଲୂନ୍ ଲୋକମାନଙ୍କ ସହିତ ବାସ କରୁଥିଲେ। କିନ୍ତୁ ସବୁଲୂନ୍ ଲୋକମାନେ ସେମାନଙ୍କୁ କ୍ରୀତଦାସ ଭାବରେ ଖଟାଇଲେ।
31 ଆଶେର ପରିବାରବର୍ଗମାନଙ୍କ ସହିତ ଠିକ୍, ତାହା ହିଁ ଘିଟିଲା। ଆଶେର ପରିବାରବର୍ଗର ଲୋକମାନେ ଯେଉଁମାନେ ସେମାନଙ୍କ ସହିତ ଅକ୍କୋନିବାସୀ, ସୀଦୋନ୍, ଅହଲବ୍, ଅକଷୀବ, ହିଲବା, ଅଫିକ୍ ଓ ରୋହବରୁ ବସବାସ କରୁଥିଲେ, ସେହି ଲୋକମାନଙ୍କୁ ବିତାଡ଼ିତ କଲେ ନାହିଁ। 32 ଆଶେରୀୟ ଲୋକମାନେ କିଣାନୀୟକୁ ସେମାନଙ୍କର ଦେଶରୁ ତଡ଼ି ଦେଇ ନ ଥିଲେ। ତେଣୁ କିଣାନୀୟ ଲୋକମାନେ ଆଶେରୀୟମାନଙ୍କ ସହିତ ନିରନ୍ତର ମିଶି ରହୁଥିଲେ।
33 ନପ୍ତାଲି ପରିବାରବର୍ଗର ଲୋକମାନଙ୍କ ସହିତ ଠିକ୍ ଏକାପରି ଘଟିଥିଲା। ନପ୍ତାଲି ଲୋକମାନେ ବୈଥ୍ଶେମଶ ଓ ବେଥ୍ନାତ୍ମାନେ ଲୋକମାନଙ୍କୁ ତଡ଼ିଦେଇ ନ ଥିଲେ। ତେଣୁ ନପ୍ତାଲିର ଲୋକମାନେ ସେହି ସହରର ଲୋକମାନଙ୍କ ସହିତ ମିଶି ବାସ କଲେ। କିଣାନୀୟମାନେ ନପ୍ତାଲି ଲୋକମାନଙ୍କର କ୍ରୀତଦାସ ରୂପେ କାର୍ଯ୍ୟ କଲେ।
34 ଇମୋରୀୟମାନେ ଦାନ ପରିବାରବର୍ଗର ସନ୍ତାନଗଣଙ୍କୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ। ସେମାନଙ୍କୁ ତଳଭୂମିକୁ ଆସିବାକୁ ଦେଲେ ନାହିଁ। 35 ଇମୋରୀୟମାନେ ହେରସ ପର୍ବତରେ ଅୟାଲୋନରେ ଓ ଶାଲବୀମରେ ବାସ କରିବାକୁ ମନସ୍ଥ କଲେ। ତଥାପି ଯୋଷେଫଙ୍କର ପରିବାରବର୍ଗ ଶକ୍ତିଶାଳୀ ହୁଅନ୍ତେ ସେମାନେ କ୍ରୀତଦାସ ହୋଇ ରହିଲେ। 36 ଇମୋରୀୟ ଲୋକମାନଙ୍କର ଭୂମିର ସୀମା ଅକ୍ରବ୍ବୀମ ଘାଟି ଶୈଳଠାରୁ ଏବଂ ପର୍ବତ ଦେଶ ଶିଳା ସୀମା ମଧ୍ୟରେ ଥିଲା।
ବୋଖୀମଠାରେ ସଦାପ୍ରଭୁଙ୍କର ଜଣେ ଦୂତ
2 ସଦାପ୍ରଭୁଙ୍କର ଦୂତ ଗିଲ୍ଗଲ୍ର ନଗରରୁ ବୋଖୀମକୁ ଆସିଲେ। ଏହି ସଦାପ୍ରଭୁଙ୍କର ଦୂତ ଇସ୍ରାଏଲବାସୀଙ୍କୁ ନିମ୍ନଲିଖିତ ବାର୍ତ୍ତା ଦେଲେ, “ମୁଁ ତୁମ୍ଭମାନଙ୍କୁ ମିଶରରୁ ଆଣିଲି। ମୁଁ ଯେଉଁ ଭୂମି ତୁମ୍ଭଙ୍କୁ ଦେଲି, ତାହା ମୁଁ ତୁମ୍ଭର ପୂର୍ବପୁରୁଷଙ୍କ ନିକଟରେ ଶପଥ କରିଥିଲି। ମୁଁ କହିଲି ଯେ, ମୁଁ ତୁମ୍ଭମାନଙ୍କ ସହିତ ଚୁକ୍ତି କଦାପି କୌଣସି ସମୟରେ ଲଙ୍ଘନ କରିବି ନାହିଁ। 2 କିନ୍ତୁ ଏହାର ପ୍ରତିବଦଳରେ ତୁମ୍ଭେମାନେ ସେହି ଦେଶରେ ଲୋକମାନଙ୍କ ସହିତ କୌଣସି ନିୟମ କରିବା ଉଚିତ୍ ନୁହଁ। ତୁମ୍ଭେମାନେ ସେମାନଙ୍କର ଯଜ୍ଞବେଦି ସବୁ ଭାଙ୍ଗି ପକାଇବ। ମୁଁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭେମାନେ କର୍ଣ୍ଣପାତ କଲ ନାହିଁ।
3 “ବର୍ତ୍ତମାନ ମୁଁ ତୁମ୍ଭକୁ ଏହିକଥା କହୁଅଛି, ‘ମୁଁ କେବେ ଅନ୍ୟ ଲୋକମାନଙ୍କୁ ଏହି ଦେଶରୁ ବିତାଡ଼ିତ କରିବି ନାହିଁ। ଏହି ଲୋକମାନେ ଭବିଷ୍ୟତରେ ତୁମ୍ଭର ଏକ ସମସ୍ୟା ହେବେ। ସେମାନେ ତୁମ୍ଭ ପ୍ରତି ଫାନ୍ଦ ସ୍ୱରୂପ ହେବେ ଓ ସେମାନଙ୍କର ଦେବତାଗଣ ତୁମ୍ଭମାନଙ୍କ ପାଇଁ କଣ୍ଟା ସ୍ୱରୂପ ହେବେ।’”
4 ଯେତେବେଳେ ସଦାପ୍ରଭୁଙ୍କ ଦୂତ ଏହିକଥା ଇସ୍ରାଏଲବାସୀଙ୍କୁ କହିଲେ, ସେମାନେ ଉଚ୍ଚସ୍ୱରରେ ରୋଦନ କଲେ। 5 ତେଣୁ ଇସ୍ରାଏଲର ଲୋକମାନେ ସ୍ଥାନର ନାମ ରଖିଲେ ବୋଖୀମ୍। ଏହି ବୋଖୀମଠାରେ ଇସ୍ରାଏଲ ବାସୀମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେଠାରେ ବଳିଦାନ କଲେ।
ଅମାନ୍ୟ ଓ ପରାସ୍ତ
6 ଏହା ପରେ ଯିହୋଶୂୟ ସମସ୍ତଙ୍କୁ ଗୃହକୁ ଯିବା ପାଇଁ କହିଲେ। ଏବଂ ଇସ୍ରାଏଲର ପରିବାରବର୍ଗ ସେମାନଙ୍କର ନିଜ ଭୂମି ଅଧିକାର କରିବାକୁ ନିଜ ଜାଗାକୁ ଗଲେ। 7 ଇସ୍ରାଏଲର ଲୋକମାନେ ଯିହୋଶୂୟ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ସେବା କଲେ। ସେମାନେ ସଦାପ୍ରଭୁଙ୍କ ସେବା ଅବ୍ୟାହତ ରଖିଲେ, ଯିହୋଶୂୟଙ୍କ ମୃତ୍ୟୁପରେ ଥିବା ସେମାନଙ୍କର ପ୍ରାଚୀନବର୍ଗ ଜୀବିତ ଥିବା ପର୍ଯ୍ୟନ୍ତ। ଇସ୍ରାଏଲ ଲୋକମାନଙ୍କ ପାଇଁ ସଦାପ୍ରଭୁ କି ଆଶ୍ଚର୍ଯ୍ୟ କର୍ମମାନ କରିଥିଲେ, ଏହି ବୃଦ୍ଧ ବ୍ୟକ୍ତିମାନେ ଦେଖିଥିଲେ। 8 ନୂନର ପୁତ୍ର ଯିହୋଶୂୟ ସଦାପ୍ରଭୁଙ୍କର ସେବକ 110 ବର୍ଷରେ ମୃତ୍ୟୁବରଣ କଲେ। 9 ଇସ୍ରାଏଲର ଲୋକମାନେ ଯିହୋଶୂୟଙ୍କୁ କବର ଦେଲେ। ସେମାନେ ଗାଶ୍ ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମ ପର୍ବତମୟ ଦେଶସ୍ଥ ତିମ୍ନତ୍ ହେରସରେ ତାଙ୍କର ନିଜର ଭୂମିରେ ତାଙ୍କୁ କବର ଦେଲେ।
10 ଏହା ପରେ ପୂରା ପିଢ଼ି ମୃତ ହେଲେ ଏବଂ ପର ପିଢ଼ି ସେମାନଙ୍କର ଉତ୍ତରାଧିକାରୀ ହେଲେ। ଏହି ନୂତନ ବଂଶଧର ସଦାପ୍ରଭୁଙ୍କୁ ଜାଣି ନ ଥିଲେ ଏମିତିକି ସେମାନେ ଜାଣିଲେ ନାହିଁ ଇସ୍ରାଏଲର ଲୋକମାନଙ୍କର କ’ଣ ସେ କଲେ। 11 ଏହା ପରେ ଇସ୍ରାଏଲର ଲୋକମାନେ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ସେହିପରି କାର୍ଯ୍ୟ କଲେ। ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ବାଲ୍- ଦେବତାଙ୍କୁ ପୂଜା କଲେ। 12 ସଦାପ୍ରଭୁ ମିଶରରୁ ସେହି ଲୋକମାନଙ୍କୁ ଇସ୍ରାଏଲକୁ ଆଣିଥିଲେ ଏବଂ ସେମାନଙ୍କର ପୂର୍ବପୁରୁଷଗଣ ସଦାପ୍ରଭୁଙ୍କର ସେବା କରୁଥିଲେ। କିନ୍ତୁ ଏହା ପରେ ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ଦେବତାଙ୍କୁ ସେବା କରିବାକୁ ଲାଗିଲେ, ଯେଉଁମାନେ ସେମାନଙ୍କ ଚତୁର୍ପାର୍ଶ୍ୱରେ ରହୁଥିଲେ। ଏହା ସଦାପ୍ରଭୁଙ୍କର କ୍ରୋଧ ଉତ୍ପନ୍ନ କଲା। 13 ଇସ୍ରାଏଲବାସୀମାନେ ସଦାପ୍ରଭୁଙ୍କୁ ତ୍ୟାଗ କଲେ ଏବଂ ମିଥ୍ୟାବାଦୀ ବାଲ୍ଦେବ ଓ ଅଷ୍ଟାରୋତ ଦେବତାଗଣଙ୍କୁ ପୂଜା କରିବାକୁ ଲାଗିଲେ।
14 ସଦାପ୍ରଭୁ ଇସ୍ରାଏଲ ଉପରେ କୋପଦୃଷ୍ଟି ପକାଇଲେ। ପରମେଶ୍ୱର ଲୁଣ୍ଠନକାରୀମାନଙ୍କୁ ସେମାନଙ୍କ ଆକ୍ରମଣ ପାଇଁ ଆଦେଶ ଦେଲେ। ତେଣୁ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଲୁଣ୍ଠନ କଲେ। ସଦାପ୍ରଭୁ ସେମାନଙ୍କର ଚତୁର୍ପାର୍ଶ୍ୱରେ ଥିବା ଶତ୍ରୁମାନଙ୍କୁ ସାହାଯ୍ୟ କଲେ, ସେମାନଙ୍କୁ ହରାଇବାକୁ। ତେଣୁ ଇସ୍ରାଏଲର ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କ ବିରୁଦ୍ଧରୁ ନିଜକୁ ରକ୍ଷା କରି ପାରିଲେ ନାହିଁ। 15 ଯେତେବେଳେ ଇସ୍ରାଏଲବାସୀମାନେ ଯୁଦ୍ଧକୁ ବାହାରିଲେ, ସେତେବେଳେ ସେମାନେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସେମାନଙ୍କ ପାର୍ଶ୍ୱରେ ନ ଥିଲେ। ସେମାନଙ୍କୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସେମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ଦେବତାମାନଙ୍କୁ ପୂଜା କରନ୍ତି, ତେବେ ସେମାନେ ଯୁଦ୍ଧରେ ହାରିବେ। ଅତଏବ, ଲୋକମାନେ ଅତିଶୟ ଅସୁବିଧା ଭୋଗ କଲେ।
16 ଏହା ପରେ ସଦାପ୍ରଭୁ ବିଗ୍ଭରକର୍ତ୍ତାଗଣଙ୍କୁ ସେମାନଙ୍କ ଉପରେ ନିଯୁକ୍ତି କଲେ। ଏବଂ ସେହି ବିଗ୍ଭରକର୍ତ୍ତାଗଣ, ସେମାନଙ୍କର ଧନସମ୍ପତ୍ତି ଯେଉଁମାନେ ନେଇଥିଲେ, ସେହି ଶତ୍ରୁମାନଙ୍କ ହାତରୁ ସେମାନଙ୍କୁ ଉଦ୍ଧାର କଲେ। 17 କିନ୍ତୁ ଇସ୍ରାଏଲର ଲୋକମାନେ, ସେମାନଙ୍କର ବିଗ୍ଭରକର୍ତ୍ତାଗଣଙ୍କ କଥାକୁ ଶୁଣିଲେ ନାହିଁ। ମାତ୍ର ସେମାନେ ଅନ୍ୟ ଦେବତାଗଣଙ୍କ ପଛରେ ବେଶ୍ୟାପରି ଗଲେ ଓ ପ୍ରଣାମ କଲେ। ସେମାନେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ନାହିଁ, ଯେପରି ସେମାନଙ୍କର ପୂର୍ବପୁରୁଷମାନେ କରୁଥିଲେ, ତାହା ବଦଳରେ ସେମାନେ ସେ ପଥରୁ ଶୀଘ୍ର ବିମୁଖ ହେଲେ।
18 ସଦାପ୍ରଭୁ ଯେତେବେଳେ ସେମାନଙ୍କ ନିମନ୍ତେ ଜଣେ ବିଗ୍ଭରକର୍ତ୍ତାଙ୍କୁ ବାଛିଲେ, ସେ ତାଙ୍କ ସଙ୍ଗରେ ଥିଲେ ଓ ସେ ସେମାନଙ୍କ ବିଗ୍ଭରକର୍ତ୍ତାର ଜୀବନକାଳ ପର୍ଯ୍ୟନ୍ତ ସେମାନଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କଲେ। ସଦାପ୍ରଭୁ ସେମାନଙ୍କ ପ୍ରତି ସଦୟ ହେଲେ, ଯେତେବେଳେ ସେମାନେ ଦୁଃଖ ଓ ତାଡ଼ନାରେ ଆସକ୍ତ ଥିଲେ। 19 କିନ୍ତୁ ଏହା ପରେ ପ୍ରତ୍ୟେକ ବିଗ୍ଭରକର୍ତ୍ତାଙ୍କ ମୃତ୍ୟୁପରେ, ଇସ୍ରାଏଲର ଲୋକମାନେ ପୁଣି ଥରେ ଦୁର୍ନୀତିଗ୍ରସ୍ତ ହେଲେ। ସେମାନେ ସେମାନଙ୍କର ପୂର୍ବପୁରୁଷଙ୍କଠାରୁ ଅତି ମନ୍ଦ ବ୍ୟବହାର କଲେ। ସେମାନେ ମିଥ୍ୟାବାଦୀ ଦେବତାଙ୍କୁ ଅନୁସରଣ କଲେ ଓ ପୂଜା ଆରାଧନା କଲେ। ସେମାନେ ସେମାନଙ୍କର ମନ୍ଦ ବିଗ୍ଭର କିମ୍ବା ସେମାନଙ୍କର ଜିଦ୍ଖୋର୍ ବଦଳାଇଲେ ନାହିଁ।
20 ତେଣୁ ସଦାପ୍ରଭୁ ଇସ୍ରାଏଲବାସୀମାନଙ୍କ ଉପରେ କ୍ଷୁବ୍ଧ ହେଲେ। ଏବଂ ସେ କହିଲେ, “ମୁଁ ଯେଉଁ ନିୟମ ତାଙ୍କ ପୂର୍ବପୁରୁଷଙ୍କ ସହିତ କରିଥିଲି, ଏହି ଜାତି ତାହା ଉଲଙ୍ଘନ କରିଛି। ସେମାନେ ମୋର କଥା ଶୁଣିଲେ ନାହିଁ। 21 ତେଣୁ ଯିହୋଶୂୟଙ୍କ ମରଣ କାଳରେ ଅବଶିଷ୍ଠ ଭୂମିକୁ ମୁଁ ଆଉ କେବେ କୌଣସି ଦେଶକୁ ତଡ଼ିବି ନାହିଁ। 22 ମୁଁ ଏହି ଜାତି ଦ୍ୱାରା ଇସ୍ରାଏଲକୁ ପରୀକ୍ଷା କରିବି, ଦେଖ, ଯଦି, ସେମାନେ ସଦାପ୍ରଭୁଙ୍କ ଆଜ୍ଞା ମାନିବେ, ଯେମିତି ତାଙ୍କର ପୂର୍ବପୁରୁଷମାନେ କରିଥିଲେ।” 23 ତେଣୁ ସଦାପ୍ରଭୁ ସେହି ଜାତିକୁ ଭୂମିରେ ରହିବା ପାଇଁ ଅନୁମତି ଦେଲେ। ସେ ସେମାନଙ୍କୁ ଜବରଦସ୍ତ ଶୀଘ୍ର ଦେଶ ପରିତ୍ୟାଗ କରାଇଲେ ନାହିଁ, ଅଥବା ଯିହୋଶୂୟଙ୍କ ହସ୍ତରେ ସମର୍ପଣ କଲେ ନାହିଁ।
3 ସଦାପ୍ରଭୁ ସେହି ଭୂମିରେ ରହିବା ପାଇଁ ସେହି ଜାତିକୁ ଅନୁମତି ଦେଲେ। ସେ ଇସ୍ରାଏଲର ଲୋକମାନଙ୍କୁ ଏହିପରି ପରୀକ୍ଷା କଲେ। ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ କେହି ହେଲେ ଜଣେ ସେହି ସମୟରେ କିଣାନ ଦେଶକୁ ଯୁଦ୍ଧରେ ହରାଇବାକୁ ଲଢ଼େଇ କରି ନ ଥିଲେ। ତେଣୁ ସଦାପ୍ରଭୁ ସେହି ଭୂମିରୁ ଅନ୍ୟ ଜାତିକୁ ବିତାଡ଼ିତ କରି ନ ଥିଲେ। ସଦାପ୍ରଭୁ ଏହିପରି କଲେ, ଇସ୍ରାଏଲକୁ ଶିଖାଇଲେ ଯେଉଁମାନେ କିଣାନ ଦେଶ ବିରୁଦ୍ଧରେ ଯୁଦ୍ଧ କରି ନ ଥିଲେ। ସଦାପ୍ରଭୁ ଭୂମିକୁ ପରିତ୍ୟାଗ କରି, ଏହି ଜାତିର ଶୁଚି ଅଟେ। 3 ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ବାଲ୍ହର୍ମୋନ ପର୍ବତଠାରୁ ହମାତରେ ପ୍ରବେଶିବା ପଥ ପର୍ଯ୍ୟନ୍ତ ଲିବାନୋନ ପର୍ବତ ନିବାସୀ ସମସ୍ତ କିଣାନୀୟ ସୀଦୋନୀୟ ଏବଂ ହିବ୍ବୀୟ ଲୋକମାନେ। 4 ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ ପରୀକ୍ଷା କରିବା ପାଇଁ ସେହି ଜାତିଗୁଡ଼ିକ ଭୂମିରେ ପରିତ୍ୟାଗ କଲେ। ସଦାପ୍ରଭୁ ଦେଖିବାକୁ ଗ୍ଭହିଁଲେ, ଯଦି ଏହି ଲୋକମାନେ ମୋଶାଙ୍କ ଦ୍ୱାରା ସେମାନଙ୍କର ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁଙ୍କ ଦ୍ୱାରା ଦେଖାଯାଇଥିବା ଆଦେଶଗୁଡ଼ିକ ମାନୁଛନ୍ତି।
5 ଇସ୍ରାଏଲୀୟ କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ, ଏବଂ ଯିବୂଷୀୟ ସହିତ ବାସ କଲେ। 6 ଇସ୍ରାଏଲୀୟ ସେହି ଲୋକମାନଙ୍କର ଝିଅମାନଙ୍କୁ ବିବାହ କରିବାକୁ ଆରମ୍ଭ କଲେ। ସେମାନେ ସେମାନଙ୍କର ଝିଅମାନଙ୍କୁ ସେହି ଲୋକମାନଙ୍କର ପୁଅମାନଙ୍କ ସହିତ ବିବାହ କରିବାକୁ ଅନୁମତି ଦେଲେ। ଏହା ବ୍ୟତିତ ଇସ୍ରାଏଲୀୟ ସେହି ଲୋକମାନଙ୍କର ଦେବତାଗଣଙ୍କୁ ପୂଜା କଲେ।
ପ୍ରଥମ ବିଗ୍ଭରକ ହେଲେ ଅତ୍ନୀୟେଲ
7 ସଦାପ୍ରଭୁଙ୍କ ଦୃଷ୍ଟିରେ ଇସ୍ରାଏଲୀୟ ଲୋକମାନେ ସବୁ ପ୍ରକାର କର୍ମରେ ରତ ଥିଲେ। ଯାହାସବୁ ସଦାପ୍ରଭୁଙ୍କ ଚକ୍ଷୁରେ ପାପ ଥିଲା। ଏବଂ ବାଲ୍ଦେଶର ଦେବତାଗଣର ଆଶେରା ଦେବିଗଣର ପୂଜା କଲେ ଏବଂ ସଦାପ୍ରଭୁଙ୍କ ବିଷୟସବୁ ପାଶୋରି ଗଲେ। 8 ସଦାପ୍ରଭୁଙ୍କ କୋପ ଇସ୍ରାଏଲବାସୀଙ୍କ ଉପରେ ପଡ଼ିଲା। ତେଣୁ ସେ ଅରାମ ନହରୟିମର ରାଜା କୂଶନରିଶିୟାଥୟିମର ହସ୍ତରେ ଇସ୍ରାଏଲବାସୀଙ୍କୁ ପରାସ୍ତ କଲେ। ତେଣୁ ଇସ୍ରାଏଲବାସୀମାନେ ଆଠ ବର୍ଷ ପର୍ଯ୍ୟନ୍ତ ତାଙ୍କର ସେବା କଲେ। 9 ଏହା ପରେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସେମାନଙ୍କୁ ସାହାଯ୍ୟ ଓ ରକ୍ଷା କରିବା ପାଇଁ ସଦାପ୍ରଭୁ ଏକ ଲୋକ ପଠାଇଲେ। ସେହି ଲୋକର ନାମ ଥିଲା ଅତ୍ନୀୟେଲ। ସେ ଥିଲେ କାଲେବଙ୍କର ସାନ ଭାଇ କନ୍ସରର ପୁତ୍ର। 10 ସଦାପ୍ରଭୁଙ୍କର ଆତ୍ମା ତାଙ୍କଠାରେ ପ୍ରବେଶ କଲାରୁ, ସେ ଇସ୍ରାଏଲର ଲୋକମାନଙ୍କର ବିଗ୍ଭର କଲେ, ଓ ଯୁଦ୍ଧ କରିବାକୁ ଆଗେଇ ଆସିଲେ। ଏବଂ ସଦାପ୍ରଭୁ କୂଶନ ରିଶିୟାଥୟିମକୁ ଅରାମୀୟର ରାଜାଙ୍କୁ ହରାଇବାରେ ଅତ୍ନୀୟେଲଙ୍କ ସାହାଯ୍ୟ କରିଥିଲେ ଓ ସେ ତାଙ୍କୁ ଆୟତ କଲେ। 11 ଅତଏବ, କନ୍ସର ପୁତ୍ର ଅତ୍ନୀୟେଲ ମୃତ୍ୟୁବରଣ କଲା ପର୍ଯ୍ୟନ୍ତ ଗ୍ଭଳିଶ୍ ବର୍ଷ ପାଇଁ ସେହି ଭୂମି ଶାନ୍ତିରେ ରହିଲା।
ବିଗ୍ଭରକ ଏହୂଦ
12 ଏହା ପରେ ଇସ୍ରାଏଲର ଲୋକମାନେ ସେହିସବୁ କଲେ, ଯାହା ସଦାପ୍ରଭୁ ମନ୍ଦ ବୋଲି କହିଥିଲେ। ତେଣୁ ସଦାପ୍ରଭୁ ଇଗ୍ଲୋନ, ମୋୟାବର ରାଜା ଶକ୍ତିଶାଳୀ ଇସ୍ରାଏଲର ଲୋକମାନଙ୍କୁ ହରାଇବାକୁ ପ୍ରସ୍ତୁତ କଲେ। 13 ରାଜା ଇଗ୍ଲୋନ ଅମ୍ମୋନୀୟ ଓ ଅମାଲେକୀୟ ସହିତ ସଂଯୁକ୍ତ ତିଆରି କଲେ। ସେମାନେ ଇସ୍ରାଏଲକୁ ଆକ୍ରମଣ କଲେ। ସେମାନେ ଇସ୍ରାଏଲୀୟମାନଙ୍କୁ ପରାସ୍ତ କଲେ ଏବଂ ଖର୍ଜ୍ଜୁରପୁର (ଯିରୀହୋ)ରୁ ତଡ଼ି ଦେଲେ। ଏବଂ ଇସ୍ରାଏଲମାନଙ୍କ ଖର୍ଜ୍ଜୁରପୁରର ସହରକୁ ଅଧିକାର କଲେ। 14 ମୋୟାବର ରାଜା ଇଗ୍ଲୋନ ଇସ୍ରାଏଲ ଉପରେ ଅଠର ବର୍ଷ ଶାସନ କଲେ।
15 ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବା ପାଇଁ ଉଦ୍ଧାର କର୍ତ୍ତାଙ୍କୁ ପଠାଇଲେ। ସେହି ଲୋକ ଜଣକ ଥିଲେ ଏହୂଦ। ଏହୂଦ ଥିଲେ ବିନ୍ୟାମିନୀୟ ପରିବାରବର୍ଗର ଗେରାର ପୁତ୍ର। ସେ ତାଙ୍କର ବାମହାତରେ ଯୁଦ୍ଧ କରିବା ପାଇଁ ପ୍ରଶିକ୍ଷିତ ହୋଇଥିଲେ। ଇସ୍ରାଏଲ ଲୋକମାନେ ତାଙ୍କଦ୍ୱାରା ମୋୟାବୀୟର ରାଜା ଇଗ୍ଲୋନଙ୍କ ନିକଟକୁ ଭେଟି ପଠାଇଲେ। 16 ଏହୂଦ ତାଙ୍କ ପାଇଁ ଏକ ଖଣ୍ତା ନିର୍ମାଣ କଲେ। ଯାହାର ଦୈର୍ଘ୍ୟ ଥିଲା ଅଠର ଇଞ୍ଚ ଲମ୍ବା ଏବଂ ଦ୍ୱିଧାର ବିଶିଷ୍ଟ ଥିଲା। ଏହାକୁ ତାଙ୍କର ଦକ୍ଷିଣ ଜଂଘରେ ବସ୍ତ୍ର ଭିତରେ ବାନ୍ଧି ରଖିଲେ।
17 ତେଣୁ ସେ ମୋୟାବୀୟ ରାଜା ଇଗ୍ଲୋନ୍ ନିକଟକୁ ସେହି ଉପହାର ନେଲେ। ଇଗ୍ଲୋନ୍ ବଡ଼ ମୋଟା ଲୋକ ଥିଲେ। 18 ସେ ଭେଟୀ ନେଇସାରିବା ପରେ ସେହି ଉପହାର ବହନ କରିଥିବା ଲୋକମାନଙ୍କୁ ସେଠାରୁ ପଠାଇ ଦେଲେ। ସେମାନେ ରାଜପ୍ରାସାଦଠାରୁ ଗଲେ। 19 ଏହୂଦ ଜାଣିଲେ ଏବଂ ମୂର୍ତ୍ତୀ ନିକଟ ଗିଲ୍ଗଲ୍ ସ୍ଥଳକୁ ଗଲେ, ତା’ପରେ ସେ ଫେରି ଆସି ରାଜାଙ୍କୁ ଭେଟି ଏହୂଦ କହିଲେ, “ମୁଁ ଆପଣାଙ୍କ ପାଇଁ ଏକ ଗୁପ୍ତ ଖବର ଆଣିଛି।”
ରାଜା ତାଙ୍କୁ ନୀରବ ରହିବା ପାଇଁ କହିଲେ ଓ ସେ ନିଜ ଲୋକମାନଙ୍କୁ ଘର ଛାଡ଼ିବାକୁ କହିଲେ। 20 ଏହୂଦ ରାଜାଙ୍କ ନିକଟକୁ ଗଲେ। ସେହି ସମୟରେ, ଇଗ୍ଲୋନ ଉଚ୍ଚ ସିଂହାସନ ମଞ୍ଚ ଉପରେ ବସିଥିଲେ, ଏହା କେବଳ ତାଙ୍କର ଥିଲା।
ତେଣୁ ଏହୂଦ କହିଲେ, “ଆପଣାଙ୍କ ପାଇଁ ପରମେଶ୍ୱରଙ୍କଠାରୁ ଆମ୍ଭର ଏକ ବାର୍ତ୍ତା ଅଛି।” ତେଣୁ ରାଜା ତାଙ୍କର ସିଂହାସନ ଉପରୁ ଉଠି ପଡ଼ିଲେ। ସେ ଏହୂଦଙ୍କର ଖୁବ୍ ନିକଟକୁ ଆସିଲେ। 21 ଯେତେବେଳେ ରାଜା ଉଠି ପଡ଼ିଲେ, ଏହୂଦ ତାଙ୍କର ବାମ ହାତରେ ବ୍ୟବହୃତ ଖଣ୍ତା ଦକ୍ଷିଣ ଜଂଘରୁ ବାହାର କଲେ ଏବଂ ରାଜାଙ୍କର ପେଟରେ ଭୂଷି ଦେଲେ। 22 ଏହୂଦ ତାଙ୍କ ପେଟରେ ଖଡ଼୍ଗ ପୁରାଇଲାବେଳେ, ତାଙ୍କର ଖଡ଼୍ଗ ସହିତ ମୁଠା ମଧ୍ୟ ପଶିଗଲା। ଚର୍ବ୍ବୀ ସମ୍ପୂର୍ଣ୍ଣ ଖଣ୍ଡାରେ ଲାଗି ରହିଥିଲା। ଏହୂଦ ଖଡ଼୍ଗ ବାହାର କଲେ ନାହିଁ। ଇଗ୍ଲୋନ ଖଡ଼୍ଗଘାତ ହେଲା ପରେ, ସେ ନିଜର କ୍ଷମତା ଅନ୍ତବୁଜୁଳା ଉପରୁ ହରାଇଥିଲା ଏବଂ ମଳ ପଦାକୁ ବାହାରି ଆସିଥିଲା।
23 ଏହା ପରେ ଏହୂଦ ଘରର ବାହାର ଓ ଭିତର କବାଟ ବନ୍ଦ କଲେ ଏବଂ ସେମାନଙ୍କୁ ତାଲା ପକାଇ ଦେଲେ। ତା’ପରେ ସେ ରାଜାଙ୍କର ସିଂହାସନ ଘର ଆଡ଼କୁ ଅଗ୍ରସର ହେଲେ ଏବଂ ନିମ୍ନରେ ଥିବା ନିଜ ପାଇଖାନାରେ ପ୍ରବେଶ କଲେ। 24 ତାହାପରେ ଏହୂଦ ମୂଖ ଛାଡ଼ିଲେ ଏବଂ ଇଗ୍ଲୋନର ଦାସମାନେ ଆସିଲେ। ଯେତେବେଳେ ସେମାନେ ଦେଖିଲେ ରାଜାଙ୍କ ସିଂହାସନ ଘରର ଫାଟକ ବନ୍ଦ ହୋଇଥିଲା, ଦାସମାନେ କହିଲେ, “ରାଜା ତାଙ୍କର ନିଜର କୋଠରୀ ମଧ୍ୟରେ ଆରାମ ନେଉଛନ୍ତି।” 25 ତେଣୁ ସେମାନେ ସେଠାରେ ବହୁତ ସମୟ ଅପେକ୍ଷା କଲେ କିନ୍ତୁ କବାଟଗୁଡ଼ିକ ଆଦୌ ଖୋଲିଲା ନାହିଁ। ସର୍ବଶେଷରେ ଦାସମାନେ ସେମାନଙ୍କର ଧୈର୍ଯ୍ୟ ହରାଇଲେ। ସେମାନେ ଗ୍ଭବି ପାଇ କବାଟ ଖୋଲିଲେ ଓ ଭିତରେ ପ୍ରବେଶ କଲେ। ଚଟାଣ ଉପରେ ରାଜା ମରି ପଡ଼ିଥିବାର ସେମାନେ ଦେଖିଲେ।
26 ଦାସମାନେ ରାଜାଙ୍କ ପାଇଁ ସେଠାରେ କିଛି ସମୟ ଅପେକ୍ଷା କଲେ। ଏହି ସମୟରେ ଏହୂଦ ସେ ସ୍ଥାନ ଛାଡ଼ି ପଳାଇଗଲେ। ଏହୂଦ ମୂର୍ତ୍ତି ବାଟଦେଇ ସିୟୀରାକୁ ପଳାଇଗଲେ। 27 ଏହୂଦ ଯେତେବେଳେ ସିୟୀରାରେ ପହଞ୍ଚିଲେ, ସେ ଇଫ୍ରୟିମ ପର୍ବତମୟ ଦେଶରେ ତୂରୀ ବଜାଇଲେ। ଇସ୍ରାଏଲ ସନ୍ତାନଗଣ ତୂରୀର ଶବ୍ଦ ଶୁଣି ପର୍ବତରୁ ଓହ୍ଲାଇ ଆସିଲେ। ଏହୂଦ ସେମାନଙ୍କର ନେତୃତ୍ୱ ନେଲେ। 28 ଏହୂଦ ଇସ୍ରାଏଲ ସନ୍ତାନଗଣଙ୍କୁ କହିଲେ, “ମୋତେ ଅନୁସରଣ କର, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କ ଶତ୍ରୁ ମୋୟାବୀୟ ଲୋକମାନଙ୍କୁ, ତୁମ୍ଭ ହସ୍ତରେ ସମର୍ପଣ କରିଅଛନ୍ତି।”
ତେଣୁ ଇସ୍ରାଏଲୀୟ ମୋୟାବୀୟଙ୍କ ବିରୁଦ୍ଧରେ ତାଙ୍କୁ ଅନୁସରଣ କଲେ। ସେମାନେ ଯର୍ଦ୍ଦନ ନଦୀର ଅଳ୍ପ ଗଭୀର ସ୍ଥାନରେ ଅକ୍ତିଆର କଲେ। ଯାହା ମୋୟାବକୁ ବ୍ୟାପିଗଲା ଏବଂ କାହାରିକୁ ନଦୀ ପାରି ହେବାକୁ ଅନୁମତି ଦେଲେ ନାହିଁ। 29 ଇସ୍ରାଏଲର ଲୋକମାନେ ମୋୟାବର 10,000 ସାହସୀ ଓ ବଳବାନ୍ ଯୋଦ୍ଧାମାନଙ୍କୁ ହତ୍ୟା କଲେ। କୌଣସି ଗୋଟିଏ ହେଲେ ମୋୟାବର ଲୋକଙ୍କୁ ପଳାଇ ଯିବାକୁ ସେମାନେ ଦେଲେ ନାହିଁ। 30 ଏହିପରି ମୋୟାବ ଦେଶ ସେହି ଦିନ ଇସ୍ରାଏଲ ଅଧୀନରେ ବଶିଭୂତ ହେଲା। ତେଣୁ ଦେଶ ଅଶୀ ବର୍ଷ ପର୍ଯ୍ୟନ୍ତ ଶାନ୍ତିରେ ରହିଲା।
ବିଗ୍ଭରକ ଶମ୍ଗର
31 ଏହୂଦଙ୍କ ପରେ ଇସ୍ରାଏଲୀୟମାନଙ୍କୁ ଆଉ ଜଣେ ରକ୍ଷା କଲେ। ସେ ଶମ୍ଗର, ଅନାତର ପୁତ୍ର ଥିଲେ। ସେ 600 ପଲେଷ୍ଟୀୟ ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ୱାରା ହତ୍ୟା କଲେ। ସେ ମଧ୍ୟ ଇସ୍ରାଏଲକୁ ରକ୍ଷା କଲେ।
ଶୟତାନ ଦ୍ୱାରା ଯୀଶୁଙ୍କ ପରୀକ୍ଷା(A)
4 ଯୀଶୁ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଯର୍ଦ୍ଦନ ନଦୀରୁ ବାହୁଡ଼ି ଆସିଲେ। ଆତ୍ମା ତାହାଙ୍କୁ ମରୁଭୂମିକୁ କଢ଼ାଇ ନେଇଗଲେ। 2 ସେଠାରେ ଶୟତାନ ଗ୍ଭଳିଶ୍ ଦିନ ପର୍ଯ୍ୟନ୍ତ ତାହାଙ୍କର ପରୀକ୍ଷା ନେଲା। ସେହି ଦିନମାନଙ୍କରେ ଯୀଶୁ କିଛି ନ ଖାଇ ନ ପିଇ ରହିଲେ। ସେହି ଦିନତକ ସରିଯିବା ପରେ ଯୀଶୁଙ୍କୁ ବଡ଼ ଭୋକ ଲାଗିଲା।
3 ଶୟତାନ ଯୀଶୁଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ସନ୍ତାନ ତେବେ ଏହି ପଥରଟିକୁ କୁହ, ସେ ରୋଟୀ ହୋଇଯାଉ।”
4 ଏହା ଶୁଣି ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ରରେ ଲେଖାଅଛି:
‘ମଣିଷ କେବଳ ରୋଟୀରେ ବଞ୍ଚେ ନାହିଁ।’”(B)
5 ତା’ପରେ ଶୟତାନ ତାହାଙ୍କୁ ବହୁତ ଉପରକୁ ନେଇଯାଇ କ୍ଷଣକ ମଧ୍ୟରେ ସାରା ସଂସାରର ସମସ୍ତ ରାଜ୍ୟ ଦେଖାଇଦେଲା। 6 ଶୟତାନ ଯୀଶୁଙ୍କୁ କହିଲା, “ମୁଁ ଏହିସବୁ ରାଜ୍ୟ ଏବଂ ସେମାନଙ୍କର ସମସ୍ତ କ୍ଷମତା ବିଭବ ତୁମ୍ଭକୁ ଦେଇଦେବି। ସେଗୁଡ଼ିକୁ ମୋତେ ଦିଆଯାଇଛି। ମୁଁ ଯାହାକୁ ଗ୍ଭହିଁବି, ତାହାକୁ ଏ ସମସ୍ତ ଦେଇ ପାରିବି। 7 ତେବେ ଯଦି ତୁମ୍ଭେ ମୋତେ ଉପାସନା କରିବ, ତେବେ ମୁଁ ଏସବୁ ତୁମ୍ଭକୁ ଦେଇଦେବି।”
8 ଯୀଶୁ ଉତ୍ତର ଦେଲେ, “ଶାସ୍ତ୍ରରେ ଲେଖାଅଛି:
‘ତୁମ୍ଭେ କେବଳ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କରିବ
ଓ ତାହାଙ୍କର ଉପାସନା କରିବ।’”(C)
9 ତା’ପରେ ସେ ଯୀଶୁଙ୍କୁ ଯିରୁଶାଲମକୁ ନେଇଗଲା ଓ ସେଠାରେ ମନ୍ଦିରର ଶିଖରରେ ଠିଆ କରାଇ ଦେଲା। ସେ ଯୀଶୁଙ୍କୁ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ଏହିଠାରୁ ତଳକୁ ଡେଇଁପଡ଼।” 10 ଶାସ୍ତ୍ରରେ ଲେଖାଅଛି:
‘ପରମେଶ୍ୱର ତାହାଙ୍କର ଦୂତମାନଙ୍କୁ
ତୁମ୍ଭର ଯତ୍ନ ନେବା ପାଇଁ ଆଜ୍ଞା ଦେବେ।’(D)
11 ଏହା ମଧ୍ୟ ଲେଖାଅଛି:
‘ସେମାନେ ତାହାଙ୍କ ହାତରେ ତୁମ୍ଭକୁ ଉଠେଇ ନେବେ,
ଯାହା ଫଳରେ କୌଣସି ପଥରରେ ତୁମ୍ଭ ପାଦ ଲାଗିବ ନାହିଁ।’”(E)
12 ଯୀଶୁ କହିଲେ, “ଶାସ୍ତ୍ରରେ ଏ କଥା ମଧ୍ୟ ଲେଖାଅଛି, ‘ତୁମ୍ଭେ ପ୍ରଭୁ ପରମେଶ୍ୱରଙ୍କୁ କେବେ ହେଲେ ପରୀକ୍ଷା କରିବ ନାହିଁ।’” [a]
13 ଶୟତାନ ଯୀଶୁଙ୍କର ସବୁ ପ୍ରକାର ପରୀକ୍ଷା ନେଇ ସାରିଲା। ଆଉ ଟିକିଏ ଭଲ ସୁଯୋଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲା।
ଲୋକମାନଙ୍କୁ ଯୀଶୁଙ୍କ ଉପଦେଶ(F)
14 ପବିତ୍ରଆତ୍ମାଙ୍କ ଦ୍ୱାରା ଶକ୍ତି ପାଇ ଯୀଶୁ ଗାଲିଲୀକୁ ଫେରିଗଲେ। ଗାଲିଲୀର ଗ୍ଭରିଆଡ଼େ ଯୀଶୁଙ୍କ ବିଷୟରେ ଖବର ବ୍ୟାପିଗଲା। 15 ଯୀଶୁ ସେମାନଙ୍କର ସମାଜଗୃହମାନଙ୍କରେ ଉପଦେଶ ଦେବା ଆରମ୍ଭ କଲେ। ସମସ୍ତେ ତାହାଙ୍କର ପ୍ରଶଂସା କରୁଥିଲେ।
ଯୀଶୁ ତାଙ୍କର ନିଜ ସହରକୁ ଗଲେ(G)
16 ତା’ପରେ ସେ ନାଜରିତକୁ ଆସିଲେ। ନାଜରିତରେ ସେ ପ୍ରତିପାଳିତ ହୋଇଥିଲେ। ସବୁଥର ଭଳି ସେ ବିଶ୍ରାମ ଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ। 17 ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ପୁସ୍ତକ ତାହାଙ୍କୁ ଦିଆଯାଇଥିଲା। ଯୀଶୁ ପୁସ୍ତକ ଖୋଲି ଯେଉଁ ଜାଗାରେ ଏହା ଲେଖାଥିଲା, ତାହା ପାଇଲେ:
18 “ପ୍ରଭୁଙ୍କ ଆତ୍ମା ମୋ’ଠାରେ ଅଛି।
ଦୀନହୀନ ଲୋକଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ପରମେଶ୍ୱର ମୋତେ ବାଛିଛନ୍ତି।
ବନ୍ଦୀମାନେ ଯେ ମୁକ୍ତ ହୋଇ ପାରିଛନ୍ତି,
ଏହା ସେମାନଙ୍କୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖି ପାରିବେ ବୋଲି
ସେମାନଙ୍କୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦେବାକୁ
19 ଓ ପ୍ରଭୁଙ୍କ ଅନୁଗ୍ରହର ସମୟ ଘୋଷଣା କରିବାକୁ ପ୍ରଭୁ ମୋତେ ପଠାଇଛନ୍ତି।” (H)
20 ଯୀଶୁ ପୁସ୍ତକ ବନ୍ଦ କରି ସେବକଙ୍କୁ ଫେରାଇଦେଲେ। ତା’ପରେ ସେ ବସି ପଡ଼ିଲେ। ସମାଜଗୃହରେ ଥିବା ପ୍ରତ୍ୟେକ ଲୋକର ଲକ୍ଷ୍ୟ ତାହାଙ୍କ ଉପରେ ଥିଲା। 21 ଯୀଶୁ ସେମାନଙ୍କୁ କହିଲେ, “ମୁଁ ପୁସ୍ତକରୁ ଯେଉଁ ଅଂଶ ବର୍ତ୍ତମାନ ପାଠକଲି, ତାହା ତୁମ୍ଭେମାନେ ଶୁଣିଲା ବେଳେ ଶାସ୍ତ୍ରରେ ଏହି ବାକ୍ୟ ଏବେ ସଫଳ ହେଲା।”
22 ପ୍ରତ୍ୟେକ ଲୋକ ଯୀଶୁଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଯୀଶୁଙ୍କ ମୁହଁରୁ ଯେଉଁ ସୁନ୍ଦର ବାକ୍ୟ ବାହାରି ଆସୁଥିଲା, ସେଥିରେ ସମସ୍ତେ ବିସ୍ମିତ ହୋଇ ଯାଉଥିଲେ। ସେମାନେ କହୁଥିଲେ, “ଏ କ’ଣ ଯୋଷେଫଙ୍କ ପୁଅ ନୁହେଁ?”
23 ଯୀଶୁ ସେମାନଙ୍କୁ କହିଲେ, “ମୁଁ ଜାଣିଛି ଯେ, ତୁମ୍ଭେମାନେ ମୋତେ ସେହି ପୁରୁଣା ଉକ୍ତିଟି କହିବ, ‘ଆରେ ବଇଦ, ଆଗ ନିଜକୁ ଭଲ କର।’ ତୁମ୍ଭେ କହିବିକୁ ଗ୍ଭହୁଁଛ, କଫର୍ନାହୂମରେ ତୁମ୍ଭେ ଯାହାସବୁ କରୁଛ ବୋଲି ଆମ୍ଭେମାନେ ଶୁଣିଛୁ, ସେହିସବୁ ଏବେ ନିଜ ପୈତୃକ ନଗରରେ ମଧ୍ୟ କର।” 24 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, କୌଣସି ଭବିଷ୍ୟଦ୍ବକ୍ତାକୁ ନିଜ ନଗରରେ ଗ୍ରହଣ କରାଯାଏ ନାହିଁ।
25 “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏଲିୟଙ୍କ ସମୟରେ ଇସ୍ରାଏଲରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ବର୍ଷା ହେଲା ନାହିଁ ଓ ସାରା ଦେଶରେ ଭୀଷଣ ଦୁର୍ଭିକ୍ଷ ପଡ଼ିଲା, ସେତେବେଳେ ଇସ୍ରାଏଲରେ ବହୁ ସଂଖ୍ୟାରେ ବିଧବା ଥିଲେ। 26 କିନ୍ତୁ ଏଲିୟଙ୍କୁ ସେମାନଙ୍କ ମଧ୍ୟରୁ କୌଣସି ବିଧବାଙ୍କ ପାଖକୁ ପଠାଗଲା ନାହିଁ। ଏଲିୟଙ୍କୁ କେବଳ ସୀଦୋନ ଅଞ୍ଚଳର ସାରିଫତରେ ରହୁଥିବା ଜଣେ ବିଧବା ପାଖକୁ ପଠାଗଲା।
27 “ଆହୁରି ମଧ୍ୟ ଭବିଷ୍ୟଦ୍ବକ୍ତା ଏଲୀଶାୟଙ୍କ ସମୟରେ ଇସ୍ରାଏଲରେ ଅନେକ କୁଷ୍ଠରୋଗୀ ଥିଲେ। ତଥାପି ସେମାନଙ୍କ ମଧ୍ୟରୁ, କାହାରିକୁ ଆରୋଗ୍ୟ କରାଯାଇ ନ ଥିଲା। କେବଳ ସୁରିଆ ଦେଶର ନାମାନଙ୍କୁ ଆରୋଗ୍ୟ କରାଯାଇଥିଲା। ନାମାନ୍ ଇସ୍ରାଏଲର ଲୋକ ନ ଥିଲେ।”
28 ସମାଜଗୃହରେ ଥିବା ସବୁଲୋକେ ଯୀଶୁଙ୍କ ଏହି କଥା ସବୁ ଶୁଣି ଖୁବ୍ ରାଗିଗଲେ। 29 ଲୋକମାନେ ଉଠି ପଡ଼ିଲେ ଓ ଜୋର୍ ଜବରଦସ୍ତି ଯୀଶୁଙ୍କୁ ନଗର ମଧ୍ୟରୁ ବାହାର କରିଦେଲେ। ସେମାନଙ୍କ ନଗର ଗୋଟିଏ ପାହାଡ଼ ଉପରେ ନିର୍ମିତ ଥିଲା। ସେମାନେ ଯୀଶୁଙ୍କୁ ପାହାଡ଼ର ଧାରକୁ ନେଇଗଲେ। ସେମାନେ ଯୀଶୁଙ୍କୁ ସେଠାରୁ ତଳକୁ ଫିଙ୍ଗି ଦେବାକୁ ଗ୍ଭହୁଁଥିଲେ। 30 କିନ୍ତୁ ଯୀଶୁ ସେମାନଙ୍କ ମଧ୍ୟଦେଇ ଗ୍ଭଲିଗଲେ।
2010 by World Bible Translation Center