Old/New Testament
ଅନ୍ୟାନ୍ୟ ନିୟମଗୁଡ଼ିକ
22 “ଯଦି ତୁମ୍ଭେ ଏହା ଦେଖ ଯେ ତୁମ୍ଭର ପଡ଼ୋଶୀମାନଙ୍କର ଗାଈ କିଅବା ମେଷ ବଣା ହୋଇ ଯିବାର, ତୁମ୍ଭେ ନିଶ୍ଚୟ ତାହାକୁ ତାଙ୍କର ମାଲିକକୁ ଫେରାଇ ଦେବ। 2 ଯଦି ତା’ର ମାଲିକ ତୁମ୍ଭଠାରୁ ଦୂରରେ ବାସ କରୁଥାଏ, କିଅବା ତୁମ୍ଭେ ତା’ର ମାଲିକକୁ ଜାଣି ନ ଥାଅ, ତେବେ ତାକୁ ତୁମ୍ଭ ଗୃହକୁ ନେଇଯାଅ। ତୁମ୍ଭେ ସେମାନଙ୍କୁ ତୁମ୍ଭ ପାଖରେ ତା’ର ମାଲିକ ଖୋଜି ଖୋଜି ଆସିବା ପର୍ଯ୍ୟନ୍ତ ରଖିପାରିବ। ଏହା ପରେ ତୁମ୍ଭେମାନେ ତା’ର ମାଲିକକୁ ସେମାନଙ୍କୁ ଫେରାଇ ଦେବା ଉଚିତ୍। 3 ତୁମ୍ଭେ ତୁମ୍ଭର ପଡ଼ୋଶୀଙ୍କ ଗର୍ଦ୍ଦଭ ପାଇଲେ ମଧ୍ୟ ତୁମ୍ଭେ ତାହା ପ୍ରତି ଠିକ୍ ସେହିପରି କର, ତୁମ୍ଭେ ସର୍ବଦା ତୁମ୍ଭର ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବ। ଯଦି ସେମାନଙ୍କର ଲୁଗା କିଅବା ଅନ୍ୟ କିଛି ଦ୍ରବ୍ୟ ସେମାନେ ହରାଇଥା’ନ୍ତି।
4 “ଯଦି ତୁମ୍ଭର ପଡ଼ୋଶୀମାନଙ୍କର ଗଧ ଅବା ଗାଈ ବାଟରେ ପଡ଼ି ଯିବାର ଦେଖିବ ତୁମ୍ଭେ ସେମାନଙ୍କୁ ଉଠାଇ ଦେବ କିଅବା ଉଠାଇବାରେ ସାହାଯ୍ୟ କରିବ।
5 “ଜଣେ ସ୍ତ୍ରୀଲୋକ ପୁରୁଷ ଲୋକମାନଙ୍କର ପୋଷାକ ପିନ୍ଧିବ ନାହିଁ। ଏବଂ ଜଣେ ପୁରୁଷ କେବେବି ସ୍ତ୍ରୀ ଲୋକର ପୋଷାକ ପିନ୍ଧିବ ନାହିଁ। ଏସବୁ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ଘୃଣାଯୋଗ୍ୟ ଅଟେ।
6 “ପଥ ପାର୍ଶ୍ୱସ୍ଥ କୌଣସି ଗଛରେ କିଅବା ଭୂମିରେ ତୁମ୍ଭ ସମ୍ମୁଖରେ କୌଣସି ପକ୍ଷୀର ବସାରେ ଛୁଆ କିଅବା ଡିମ୍ବ ଥାଏ ଏବଂ ସେହି ଡିମ୍ବ ଉପରେ ବା ପକ୍ଷୀ ଛୁଆ ଉପରେ ଯଦି ମା ପକ୍ଷୀ ବସିଥାଏ, ତେବେ ତୁମ୍ଭେ ପକ୍ଷୀ ସହିତ ଛୁଆକୁ ଆଣିବ ନାହିଁ। 7 ତୁମ୍ଭେ ତୁମ୍ଭମାନଙ୍କ ପାଇଁ ପକ୍ଷୀ ଛୁଆମାନଙ୍କୁ ଆଣି ପାରିବ କିନ୍ତୁ ତା’ର ମା’ ପକ୍ଷୀକୁ ମୁକ୍ତ କରିଦେବ। ଯଦି ତୁମ୍ଭେମାନେ ଏହି ନିୟମଗୁଡ଼ିକ ମାନିବ ତେବେ ତୁମ୍ଭମାନଙ୍କର ଦୀର୍ଘଜୀବୀ ହେବ ଏବଂ ତୁମ୍ଭମାନଙ୍କର ମଙ୍ଗଳ ହେବ।
8 “ଯେତେବେଳେ ତୁମ୍ଭେମାନେ ଏକ ନୂତନ ଗୃହ ନିର୍ମାଣ କର, ତୁମ୍ଭେମାନେ ସେହି ଛାତର ଚତୁର୍ପାର୍ଶ୍ୱରେ ପାଚେରୀ ଉଠାଇବ। ତେବେ ତୁମ୍ଭେମାନେ କୌଣସି ଲୋକ ଛାତ ଉପରୁ ପଡ଼ି ମରିବା ପାଇଁ ଦୋଷୀ ହେବ ନାହିଁ।
ଏହିସବୁ ବସ୍ତୁ ଏକାଠି ରଖିବା ନିଷେଧ
9 “ତୁମ୍ଭେମାନେ ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ରରେ ମିଶ୍ରିତ ବୀଜ ରୋପଣ କର ନାହିଁ। ତୁମ୍ଭେ ଏପରି ଯଦି କର, ଯେଉଁ ବୀଜ ବୁଣା ଯାଇଥିଲା ବା ଯେଉଁ ଫଳ ଫଳିଛି, ସେଗୁଡ଼ିକ ତୁମ୍ଭକୁ ବ୍ୟବହାର କରିବା ପାଇଁ ଅନୁମତି ଦିଆଯିବ ନାହିଁ।
10 “ତୁମ୍ଭେ ବଳଦ ଓ ଗଧ ଏକତ୍ର ଯୋଡ଼ି ଗ୍ଭଷ କରିବ ନାହିଁ।
11 “ଏପରି ପୋଷାକ ପିନ୍ଧ ନାହିଁ, ଯାହାକି ରେଶମ ଓ ଲାଇଲନ୍ ସୂତାରେ ପ୍ରସ୍ତୁତ ହୋଇଥିବ।
12 “ତୁମ୍ଭେ ଆପଣା ଶରୀରରେ ଉତ୍ତରୀୟ ବସ୍ତ୍ର ଗ୍ଭରି ଅଞ୍ଚଳରେ ଝୁମ୍ପା ବନାଇବ।
ବିବାହ ନିୟମଗୁଡ଼ିକ
13 “ଜଣେ ପୁରୁଷ ଜଣେ ସ୍ତ୍ରୀକୁ ବିବାହ କରି ତା’ସହିତ ଶାରୀରୀକ ସମ୍ପର୍କ ରଖି ଯେବେ ତାକୁ ପରେ ଘୃଣା କରେ। 14 ଯଦି ତାହା ବିରୁଦ୍ଧରେ ମନ୍ଦ କଥା ଆରୋପ କରେ ଓ ତା’ର ଦୁର୍ନାମ କରେ କି, ‘ଆମ୍ଭେ ଏହି ସ୍ତ୍ରୀକୁ ବିବାହ କଲୁ ମାତ୍ର ସହବାସ କାଳରେ ଏହାର କୁମାରୀତ୍ୱ ଲକ୍ଷଣ ପାଇଲୁ ନାହିଁ।’ 15 ତେବେ ସେହି କନ୍ୟାର ପିତାମାତା ତାହାର କୁମାରୀତ୍ୱର ପ୍ରମାଣ କୌମାର୍ଯ୍ୟର ଚିହ୍ନ ନେଇ ନଗର ଫାଟକରେ ପ୍ରାଚୀନମାନଙ୍କ ନିକଟକୁ ଆଣିବେ। 16 ସେହି କନ୍ୟାର ପିତା ପ୍ରାଚୀନବର୍ଗମାନଙ୍କୁ କହିବେ, ‘ଆମ୍ଭେ ଏହି ଲୋକ ସଙ୍ଗରେ ଆମ୍ଭ କନ୍ୟାକୁ ବିବାହ ଦେଲୁ। 17 ମାତ୍ର ସେ ତାକୁ ଘୃଣା କଲା, ଆଉ ଦେଖ, ସେ ତାହା ବିରୁଦ୍ଧରେ ମନ୍ଦକଥା ଆରୋପ କରି କହୁଅଛି କି, “ଆମ୍ଭେ ତୁମ୍ଭ କନ୍ୟାର କୁମାରୀତ୍ୱ ଲକ୍ଷଣ ପାଇଲୁ ନାହିଁ।” ମାତ୍ର ଆମ୍ଭ କନ୍ୟାର କୁମାରୀତ୍ୱର ଚିହ୍ନ ଏହି।’ ତହୁଁ ସେମାନେ ନଗରସ୍ଥ ପ୍ରାଚୀନମାନଙ୍କ ସାକ୍ଷାତରେ ସେହି ଲୁଗା ମେଲାଇ ଦେବେ। 18 ଏହା ପରେ ନଗରର ପ୍ରାଚୀନମାନେ ସେହି ପୁରୁଷକୁ ଧରି ଶାସ୍ତି ଦେବେ। 19 ପୁଣି ସେମାନେ ତାହାକୁ ଶହେ ଶେକଲ ରୂପା ଦଣ୍ତ କରି କନ୍ୟାର ପିତାକୁ ଦେବେ। କାରଣ ସେ ଇସ୍ରାଏଲୀୟ ଏକ କନ୍ୟା ଉପରେ ଦୁର୍ନାମ ଦେଇଛି। ତହିଁରେ ସେ ତା’ର ଭାର୍ଯ୍ୟା ହେବ। ସେ ତାହାକୁ ଯାବଜ୍ଜୀବନ ପାଇଁ ତ୍ୟାଗ କରି ପାରିବ ନାହିଁ।
20 “ମାତ୍ର କଥା ଯେବେ ସତ୍ୟ ହେବ ଯେ କନ୍ୟାର କୁମାରୀତ୍ୱର ଚିହ୍ନ ଦେଖା ନ ଯାଏ। 21 ତେବେ ସେମାନେ ସେହି କନ୍ୟାକୁ ବାହାର କରି ପିତୃ ଗୃହର ଦ୍ୱାର ନିକଟକୁ ଆଣିବେ। ଆଉ ନଗରସ୍ଥ ଲୋକମାନେ ତାକୁ ପଥର ପିଙ୍ଗି ହତ୍ୟା କରିବେ। କାରଣ ପିତୃଗୃହରେ ଯୌନକ୍ରିୟା ଜନିତ ପାପ ବ୍ୟଭିଗ୍ଭର କରିବାରୁ ସେ ଇସ୍ରାଏଲ ମଧ୍ୟରେ ଦୁଷ୍କର୍ମ କଲା। ଏହି ଉପାୟରେ ତୁମ୍ଭେମାନେ ଇସ୍ରାଏଲରୁ ଦୁଷ୍କର୍ମ ଦୂର କରିବା ଉଚିତ୍।
ଶାରୀରୀକ ପାପ
22 “ଯଦି କୌଣସି ଲୋକ ଅନ୍ୟ ଜଣେ ବିବାହିତ ସ୍ତ୍ରୀ ସହିତ ଶାରୀରୀକ ଯୌନ ସମ୍ପର୍କ ଥିବାର ଦେଖିବାକୁ ତୁମ୍ଭେ ପାଅ। ସେ ଦୁହିଁଙ୍କୁ ମୃତ୍ୟୁ ଦଣ୍ତ ଦିଆଯିବା ଉଚିତ୍। ତୁମ୍ଭେମାନେ ଇସ୍ରାଏଲରୁ ଏହି ଦୁଷ୍କର୍ମ ଦୂରକରିବା ଉଚିତ୍।
23 “ଯେବେ କୌଣସି କୁମାରୀତ୍ୱ କନ୍ୟା ସହିତ କୌଣସି ପୁରୁଷ ପ୍ରତି ବାଗ୍ଦତ୍ତା ଥାଏ ଓ କୌଣସି ପୁରୁଷ ତାହାକୁ ନଗର ମଧ୍ୟରେ ପାଇ ତାହା ସହିତ ଶୟନ କରେ। 24 ତେବେ ତୁମ୍ଭେମାନେ ସେହି ଦୁଇଜଣଙ୍କୁ ବାହାର କରି ନଗରଦ୍ୱାର ନିକଟକୁ ଆଣି ପଥର ଫିଙ୍ଗି ହତ୍ୟା କରିବା ଉଚିତ୍। କାରଣ ସେହି କନ୍ୟା ନଗର ମଧ୍ୟରେ ଥାଇ ମଧ୍ୟ ଡାକ ପକାଇଲା ନାହିଁ। ଏବଂ ସେହି ପୁରୁଷ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଭ୍ରଷ୍ଟ କଲା। ତୁମ୍ଭେମାନେ ଇସ୍ରାଏଲରୁ ଏହି ଦୁଷ୍କର୍ମ ଦୂର କରିବା ଉଚିତ୍।
25 “କିନ୍ତୁ ଧରାଯାଉ ଏକ କୁମାରୀ କନ୍ୟା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମୟରେ ଯଦି କୌଣସି ପୁରୁଷ ତାକୁ ଯୌନ ସମ୍ପର୍କ ପାଇଁ ବାଧ୍ୟ କରେ, ତେବେ କେବଳ ସେହି ପୁରୁଷକୁ ହତ୍ୟା କରାଯିବା ଉଚିତ୍। 26 କିନ୍ତୁ ତୁମ୍ଭେମାନେ ସେହି କନ୍ୟା ପ୍ରତି କିଛି କରିବ ନାହିଁ। ସେହି କନ୍ୟାଠାରେ ପ୍ରାଣଦଣ୍ତ ଯୋଗ୍ୟ ପାପ ନାହିଁ। କାରଣ କୌଣସି ମନୁଷ୍ୟ ଯେପରି ଆପଣା ପ୍ରତିବାସୀର ପ୍ରତିକୂଳରେ ଉଠି ତାହାକୁ ବଧକରେ, ଏହି କଥା ଠିକ୍ ସେହିପରି ଅଟେ। 27 କାରଣ ସେହି ପୁରୁଷ ଜଣକ ସେହି କାର୍ଯ୍ୟାରତ ବାଳିକାକୁ କ୍ଷେତ୍ର ମଧ୍ୟରେ ପାଇ ତାକୁ ଆକ୍ରମଣ କଲା। ସେ ସାହାଯ୍ୟ ପାଇଁ ଡାକ ପକାଇଲା ତଥାପି ତାକୁ ରକ୍ଷା କରିବାକୁ କେହି ନ ଥିଲେ,
28 “ଯଦି କୌଣସି ପୁରୁଷ ଅବାଗ୍ଦତ୍ତା କୁମାରୀତ୍ୱ କନ୍ୟାକୁ ପାଇ ତାହାକୁ ଧରି ତାହା ସଙ୍ଗେ ଶୟନ କରେ ଓ ସେମାନେ ଧରା ପଡ଼ନ୍ତି। 29 ତେବେ ତାହା ସହିତ ଶୟନକାରୀ ସେହି ପୁରୁଷ କନ୍ୟାର ପିତାକୁ ପଗ୍ଭଶ୍ ଶେକଲ ରୂପା ଦେବ ଓ ସେ ତାହାକୁ ଭ୍ରଷ୍ଟ କରିବାରୁ ସେ ତାହାର ଭାର୍ଯ୍ୟା ହେବ। ସେହି ପୁରୁଷ ତାହାକୁ ଯାବଜ୍ଜୀବନ ତ୍ୟାଗ କରି ପାରିବ ନାହିଁ।
30 “କୌଣସି ପୁରୁଷ ଆପଣା ପିତୃଭାର୍ଯ୍ୟାକୁ ଗ୍ରହଣ କରିବ ନାହିଁ ଓ ଆପଣା ପିତାର ଅଞ୍ଚଳ ଅନାବୃତ୍ତ କରିବ ନାହିଁ।
କେଉଁ ଲୋକମାନେ ଉପାସନା କରି ପାରିବେ
23 “ଚୂର୍ଣ୍ଣକୋଷ କିଅବା ଛିନ୍ନଲିଙ୍ଗ ବ୍ୟକ୍ତି ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରିବ ନାହିଁ। 2 ଯଦି କୌଣସି ଲୋକର ପିତାମାତାଙ୍କର ବିବାହ ନିୟମାନୁଯାୟୀ ହୋଇ ନ ଥାଏ, ତେବେ ସେହିଲୋକ ଏବଂ ତାଙ୍କର ବଂଶଧରମାନେ ଦଶ ପୁରୁଷ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଧାର୍ମିକ ସମାଜରେ ପ୍ରବେଶ କରି ପାରିବେ ନାହିଁ।
3 “ଅମ୍ମୋନୀୟ କି ମୋୟାବୀୟ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ଯ୍ୟନ୍ତ ମଧ୍ୟ ସଦାପ୍ରଭୁଙ୍କ ଧାର୍ମିକ ସମାଜରେ ପ୍ରବେଶ କରି ପାରିବ ନାହିଁ। 4 କାରଣ ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ସେହି ସମୟରେ ସେମାନେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭେଟିଲେ ନାହିଁ। ପୁଣି ସେମାନେ ତୁମ୍ଭମାନଙ୍କୁ ଶାପଦେବା ନିମନ୍ତେ ମେସୋପଟାମିଆର ପଥୋର ସହର ନିବାସୀ ବିଲିୟମକୁ ପାରଶ୍ରମିକ ଦେଲେ। 5 ତଥାପି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଲିୟମର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରେମ କରିବାରୁ ସେହି ଶାପକୁ ଲେଉଟାଇ ଆଶୀର୍ବାଦ କଲେ। 6 ତୁମ୍ଭେ ଯାବଜ୍ଜୀବନ ଅନନ୍ତକାଳ ପର୍ଯ୍ୟନ୍ତ ଅମ୍ମୋନୀୟ ଓ ମୋୟାବୀୟ ସନ୍ତାନମାନଙ୍କ ଶାନ୍ତି ଓ ମଙ୍ଗଳ ଲୋଡ଼ିବ ନାହିଁ।
ଇସ୍ରାଏଲୀୟମାନେ କେଉଁମାନଙ୍କୁ ଗ୍ରହଣ କରିବେ
7 “ତୁମ୍ଭେମାନେ ଇଦୋମୀୟ ଲୋକମାନଙ୍କୁ ଘୃଣା କରିବା ଉଚିତ୍ ନୁହେଁ। କାରଣ ସେମାନେ ତୁମ୍ଭମାନଙ୍କର ଭାଇ ଅଟନ୍ତି ଏବଂ ତୁମ୍ଭେମାନେ ମିଶରୀୟମାନଙ୍କୁ ଘୃଣା କରିବା ଉଚିତ୍ ନୁହେଁ କାରଣ ତୁମ୍ଭେମାନେ ସେମାନଙ୍କ ଦେଶରେ ବିଦେଶୀପରି ବାସ କରୁଥିଲ। 8 ସେମାନଙ୍କ ତୃତୀୟ ପୁରୁଷ ପରେ, ସେମାନେ ସଦାପ୍ରଭୁଙ୍କ ସମାଜରେ ପ୍ରବେଶ କରି ପାରିବେ।
ସୈନ୍ୟମାନଙ୍କର ଛାଉଣିକୁ ପରିଷ୍କାର ରଖିବ
9 “ଯେତେବେଳେ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବ। ତୁମ୍ଭମାନଙ୍କୁ ଯାହା ଅପବିତ୍ର କରିବ ତାହାଠାରୁ ଦୂରେଇ ରହିବ। 10 ତୁମ୍ଭମାନଙ୍କ ମଧ୍ୟରେ ଯେବେ କୌଣସି ବ୍ୟକ୍ତି ରାତ୍ରି ଘଟିତ କୌଣସି ଅଶୁଚିତାରେ ଅଶୁଚି ହୁଏ, ତେବେ ସେ ଛାଉଣି ଭିତରୁ ବାହାରି ଯିବ। ସେ ଛାଉଣି ମଧ୍ୟରେ ପ୍ରବେଶ କରିବ ନାହିଁ। 11 ମାତ୍ର ସନ୍ଧ୍ୟା ଉପସ୍ଥିତ ହେଲେ ସେ ଜଳରେ ସ୍ନାନ କରିବ ଓ ସୂର୍ଯ୍ୟାସ୍ତ ହେବାପରେ ସେ ଛାଉଣି ମଧ୍ୟକୁ ପ୍ରବେଶ କରିବ।
12 “ତୁମ୍ଭେ ମଧ୍ୟ ବାହାରକୁ ଯିବା ନିମନ୍ତେ ଛାଉଣି ବାହାରେ ଏକସ୍ଥାନ କରିବ। 13 ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ କୋଦାଳ ରଖିବ। ତୁମ୍ଭେ ଏକ ଗର୍ତ୍ତ ଖୋଳିବା ଉଚିତ୍ ଓ ଅନ୍ତନାଡ଼ିରୁ ଯାହା ବାହାରେ ତାକୁ ପୋତି ପକାଇବା ଉଚିତ୍ । 14 ତୁମ୍ଭକୁ ରକ୍ଷା କରିବା ପାଇଁ ଓ ତୁମ୍ଭ ହସ୍ତରେ ତୁମ୍ଭର ଶତ୍ରୁମାନଙ୍କୁ ସମର୍ପଣ କରିବା ପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଛାଉଣି ମଧ୍ୟରେ ଗମନାଗମନ କରନ୍ତି। ଏଥିପାଇଁ ସେ ଯେପରି ତୁମ୍ଭମାନଙ୍କ ମଧ୍ୟରେ ଲଜ୍ଜାକର ବିଷୟ ନ ଦେଖନ୍ତି ଓ ତୁମ୍ଭ ନିକଟରୁ ବିମୁଖ ନ ହୁଅନ୍ତି। ଏଥିପାଇଁ ତୁମ୍ଭର ଛାଉଣି ସର୍ବଦା ପବିତ୍ର ହେବା ଉଚିତ୍।
ଅନ୍ୟାନ୍ୟ ନିୟମଗୁଡ଼ିକ
15 “ଯଦି ଜଣେ ଦାସ ତା’ର ମୁନିବ ନିକଟରୁ ତୁମ୍ଭ ନିକଟକୁ ପଳାଇ ଆସିବ, ତେବେ ତୁମ୍ଭେ ତାକୁ ତା’ର ମୁନିବଙ୍କ ହସ୍ତରେ ସମର୍ପଣ କରିବ ନାହିଁ। 16 ସେ ତୁମ୍ଭର କୌଣସି ଏକ ନଗର ଦ୍ୱାର ମଧ୍ୟରେ ଆପଣା ଇଚ୍ଛାମତେ ମନୋନୀତ ସ୍ଥାନରେ ତୁମ୍ଭ ମଧ୍ୟରେ ବାସ କରିବା ଉଚିତ୍, ତୁମ୍ଭେମାନେ ତାକୁ ଶୋଷଣ କିଅବା ଠକିବା ଉଚିତ୍ ନୁହେଁ।
17 “ଇସ୍ରାଏଲର ସ୍ତ୍ରୀଲୋକ ବା ପୁରୁଷ କେହି ମନ୍ଦିରର ବେଶ୍ୟାରୂପେ ସେବା କରିବା ଉଚିତ୍ ନୁହେଁ। 18 ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ୟାର ବେତନ କିଅବା କୁକୁରର ମୂଲ୍ୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଗୃହକୁ ଆଣିବ ନାହିଁ। କାରଣ ସେ ଉଭୟ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଘୃଣ୍ୟ ଅଟନ୍ତି।
19 “ତୁମ୍ଭେ ଯେତେବେଳେ ଅନ୍ୟ ଇସ୍ରାଏଲକୁ ଋଣ ଦିଅ, ତା’ର ସୁଧ ମାଗ ନାହିଁ। ତାକୁ ସୁନା, ରୂପା, ଖାଦ୍ୟଦ୍ରବ୍ୟ କିଅବା ଅନ୍ୟ କିଛି ସୁଧ ନିଅ ନାହିଁ। ଯାହା ଜଣେ ବ୍ୟକ୍ତି ଦେଇ ପାରିବ। 20 ତୁମ୍ଭେମାନେ ବିଦେଶୀମାନଙ୍କଠାରୁ ସୁଧ ଗ୍ରହଣ କରି ପାରିବ। କିନ୍ତୁ ତୁମ୍ଭେମାନେ କୌଣସି ଇସ୍ରାଏଲ ଲୋକଠାରୁ ସୁଧ ନେବା ଉଚିତ୍ ନୁହଁ। ତେଣୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭେ ଯାହା କରୁଛ ପ୍ରତ୍ୟେକର ଆଶୀର୍ବାଦ କରିବେ, ଯାହା ତୁମ୍ଭେ ଅଧିକାର କରିବା ପାଇଁ ଯାଉଛ। ତୁମ୍ଭେ ଏହି ନିୟମ ଅନୁସରଣ କର, ତେବେ ତୁମ୍ଭେ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କର ଆଶୀର୍ବାଦର ପାତ୍ର ହେବ। ସଦାପ୍ରଭୁ ତୁମ୍ଭକୁ ସବୁ କାର୍ଯ୍ୟରେ ତୁମ୍ଭକୁ ଆଶୀର୍ବୀଦ କରିବେ।
21 “ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ମାନସିକ କଲେ ତାହା ଦେବାକୁ ବିଳମ୍ବ କରିବ ନାହିଁ। କାରଣ ତାହା ତୁମ୍ଭର ପାପ ହେବ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅବଶ୍ୟ ତୁମ୍ଭଠାରୁ ତାହା ଆଦାୟ କରିବେ। 22 କିନ୍ତୁ ଯଦି ତୁମ୍ଭେ ମାନସିକ ନ କର ତେବେ ତହିଁରେ ତୁମ୍ଭର ପାପ ହେବ ନାହିଁ। 23 ଯାହା ତୁମ୍ଭ ଓଠରୁ ନିର୍ଗତ ହୋଇଅଛି, ତାହା କରିବାକୁ ମନୋଯୋଗ କରିବ। ତୁମ୍ଭେ ନିଜ ମୁଖରେ ପ୍ରତିଜ୍ଞା କର ଯେପରି ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ମାନସିକ କରିଅଛ, ସେହି ଅନୁସାରେ କରିବ।
24 “ତୁମ୍ଭେ ଆପଣା ପ୍ରତିବାସୀର ଦ୍ରାକ୍ଷାକ୍ଷେତ୍ରକୁ ଗଲେ ସ୍ୱେଚ୍ଛାନୁସାରେ ଆପଣା ତୃପ୍ତି ପର୍ଯ୍ୟନ୍ତ ଦ୍ରାକ୍ଷାଫଳ ଭୋଜନ କରି ପାରିବ। ମାତ୍ର ତୁମ୍ଭେ ଆପଣା ପାତ୍ରରେ କିଛି ଅବଶିଷ୍ଟ ରଖିବ ନାହିଁ। 25 ତୁମ୍ଭେ ଆପଣା ପ୍ରତିବାସୀର ବଢ଼ନ୍ତା ଶସ୍ୟକ୍ଷେତ୍ରକୁ ଗଲେ ଆପଣା ହାତରେ ଶିଷା ଛିଣ୍ତାଇ ଖାଇ ପାରିବ, ମାତ୍ର ତୁମ୍ଭେ ଆପଣା ପ୍ରତିବାସୀର ଶସ୍ୟ କାଟି ଆଣି ପାରିବ ନାହିଁ।
24 “ଜଣେ ଲୋକ ଏକ ସ୍ତ୍ରୀକୁ ବିବାହ କରି ଗ୍ରହଣ କଲାପରେ ଯେବେ ସେ ତାହାଠାରେ କୌଣସି ଲଜ୍ଜାକର ବିଷୟ ପାଇବାରୁ ସେହି ସ୍ତ୍ରୀ ତାହାଠାରେ ଅନୁଗ୍ରହ ନ ପାଏ। ତେବେ ସେହି ପୁରୁଷ ତାହା ନିମନ୍ତେ ଏକ ଛାଡ଼ପତ୍ର ଲେଖି ତାହା ହସ୍ତରେ ଦେଇ ଆପଣା ଗୃହରୁ ତାହାକୁ ବାହାର କରିଦେବା ଉଚିତ୍। 2 ସେ ସ୍ତ୍ରୀ ତା’ର ଗୃହରୁ ବାହାରି ଗଲାପରେ ଅନ୍ୟ ପୁରୁଷର ସ୍ତ୍ରୀ ହୋଇ ପାରିବ। 3-4 ଧରାଯାଉ ତା’ ନୂତନ ସ୍ୱାମୀ ତାକୁ ଭଲ ପାଇଲା ନାହିଁ ଓ ତାକୁ ମଧ୍ୟ ଛାଡ଼ପତ୍ର ଦେଲା କିଅବା ନୂତନ ସ୍ୱାମୀର ମୃତ୍ୟୁ ହୁଏ, ତେବେ ମଧ୍ୟ ତା’ର ପ୍ରଥମ ସ୍ୱାମୀ ତାକୁ ଆଉ ପୁନଃ ବିବାହ କରିବା ଉଚିତ୍ ନୁହଁ। ସେ କଳୁଷିତ ହୋଇ ସାରିବା ପରେ, କାରଣ ଏହି କାର୍ଯ୍ୟ ସଦାପ୍ରଭୁଙ୍କ ଆଗରେ ଘୃଣ୍ୟ ଅଟେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଦେଶ ତୁମ୍ଭମାନଙ୍କୁ ଅଧିକାର କରିବା ପାଇଁ ଦେଉଛନ୍ତି ତାକୁ ପାପରେ ଦୋଷୀ କରାଅ ନାହିଁ।
5 “ଯଦି କୌଣସି ଲୋକ ନୂତନ ଭାବେ ବିବାହିତ ହୋଇଥାଏ ତେବେ ସେ ସୈନ୍ୟଦଳରେ ଯୋଗ ଦେବ ନାହିଁ। କିଅବା ତାଙ୍କୁ କୌଣସି ଦାୟିତ୍ୱ ପୂର୍ଣ୍ଣ କାର୍ଯ୍ୟଭାର ଦିଆଯିବ ନାହିଁ। ଏକ ବର୍ଷ ପାଇଁ ତାକୁ ସ୍ୱାଧୀନଭାବେ ବୁଲି ଖୁସୀ କରିବାକୁ ଦିଆଯିବ ସେ ତା’ର ନୂତନ ସ୍ତ୍ରୀକୁ ଧରି ଗୃହରେ ମନୋରଞ୍ଜନ କରି, ବାସ କରିବ।
6 “କେହି ଚକି ବା ଚକିର ଉପର ପଟ ବନ୍ଧକ ରଖିବ ନାହିଁ, କାରଣ ତାହା କଲେ ମନୁଷ୍ୟର ପ୍ରାଣ ବନ୍ଧକ ରଖିବା ସହିତ ସମାନ।
7 “ଧରାଯାଉ କୌଣସି ମନୁଷ୍ୟ ଯେବେ ତାଙ୍କର ପଡ଼ୋଶୀକୁ ଅପହରଣ କରେ ଓ ସେ ତାକୁ ଯଦି ଦାସରୂପେ ବ୍ୟବହାର କରେ, ବା ତାହାକୁ ବିକ୍ରୟ କରେ, ତେବେ ସେହି ଅପହରଣକର୍ତ୍ତାକୁ ହତ୍ୟା କରାଯିବା ଉଚିତ୍। ତେଣୁ ତୁମ୍ଭମାନଙ୍କ ମଧ୍ୟରୁ ସେହି ଦୁଷ୍କର୍ମ ଦୂର କରିବା ଉଚିତ୍।
8 “ତୁମ୍ଭେମାନେ ମାରାତ୍ମକ ଚର୍ମ ରୋଗ ପ୍ରତି ସାବଧାନ ହେବା ଉଚିତ୍। ଲେବୀୟ ଯାଜକମାନେ ତୁମ୍ଭକୁ ଯେଉଁସବୁ ଶିକ୍ଷା ଦିଅନ୍ତି, ତଦନୁସାରେ କର୍ମକରିବା ପାଇଁ ଯତ୍ନ ପୂର୍ବକ ମନୋଯୋଗ କର। ମୁଁ ସେମାନଙ୍କୁ ଯେପରି ଆଜ୍ଞା ଦେଇଅଛି ସେହିରୂପେ କରିବାକୁ ତୁମ୍ଭେମାନେ ମନୋଯୋଗ କରିବା ଉଚିତ୍। 9 ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମରିୟମ ପ୍ରତି ଯାହା କରିଥିଲେ ସେସବୁକୁ ତୁମ୍ଭେମାନେ ସ୍ମରଣ କର।
10 “ତୁମ୍ଭେ ଆପଣା ପ୍ରତିବାସୀକି କୌଣସି ପ୍ରକାରେ ଋଣ ଦେଲେ ତାହାର ବନ୍ଧକ ଦ୍ରବ୍ୟ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକୁ ଯିବ ନାହିଁ। 11 ତୁମ୍ଭେ ସର୍ବଦା ବାହାରେ ଛିଡ଼ା ହୋଇ ରହିବ। ତୁମ୍ଭେ ଯାହାକୁ ଋଣ ଦେଇଅଛ, ସେ ବ୍ୟକ୍ତି ଆପଣା ବନ୍ଧକ ଦ୍ରବ୍ୟ ବାହାର କରି ତୁମ୍ଭ ନିକଟକୁ ଆଣିବ। 12 ଧରାଯାଉ, ସେ ଜଣେ ଗରିବ ଲୋକ। ତେବେ ତୁମ୍ଭେ ତା’ର ବନ୍ଧକ ଦ୍ରବ୍ୟ ରଖିବା ପର୍ଯ୍ୟନ୍ତ ଶୋଇବା ଉଚିତ୍ ନୁହଁ। 13 ସେ ଯେପରି ଆପଣା ବସ୍ତ୍ର ଘେନି ଶୟନ କରି ତୁମ୍ଭକୁ ଆଶୀର୍ବାଦ କରିବ। ଏଥିପାଇଁ ସୂର୍ଯ୍ୟାସ୍ତ ସମୟରେ ତାହାର ବନ୍ଧକ ଦ୍ରବ୍ୟ ତାହାକୁ ଅବଶ୍ୟ ଫେରାଇ ଦେବ। ତହିଁରେ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭ ପ୍ରତି ଧାର୍ମିକତା ହେବ।
14 “ତୁମ୍ଭେ କଦାପି ଦୁଃଖୀ ଓ ଦରିଦ୍ର ଲୋକମାନଙ୍କର ଉପଦ୍ରବ କରିବ ନାହିଁ। ସେ ଇସ୍ରାଏଲୀୟ ହେଉ ବା ବିଦେଶୀୟ ହେଉ। 15 ସନ୍ଧ୍ୟା ପୂର୍ବରୁ ତାହାକୁ ତାହାର ବେତନ ଦେବ। କାରଣ ସେ ଦୁଃଖୀ ଲୋକ ତହିଁ ଉପରେ ତାହାର ମନ ଥାଏ। କେଜାଣି ସେ ତୁମ୍ଭ ବିରୁଦ୍ଧରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହେବ।
16 “ପିଲାମାନଙ୍କର ପାପ ପାଇଁ ତାଙ୍କର ପିତାମାତାଙ୍କୁ ଦଣ୍ତ ଦେବ ନାହିଁ। କିମ୍ବା ପିତାମାତାଙ୍କ ପାଇଁ ପୁତ୍ରକୁ ମଧ୍ୟ ଦଣ୍ତ ଦେବ ନାହିଁ। ପ୍ରତ୍ୟେକ ଲୋକ ନିଜର ପାପ ପାଇଁ ଦଣ୍ତ ଭୋଗ କରିବ।
17 “ତୁମ୍ଭେ ବିଦେଶୀର କି ପିତୃମାତୃହୀନ ବିଗ୍ଭରରେ ଅନ୍ୟାୟ କରିବ ନାହିଁ। କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ। 18 ମାତ୍ର ତୁମ୍ଭେ ମିଶରରେ ସ୍ଥାୟୀଭାବେ ଦାସ ଥିଲ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ସେଠାରୁ ମୁକ୍ତ କରିଅଛନ୍ତି। ଏକଥାକୁ ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଇ ଅଛୁ।
19 “ତୁମ୍ଭେ ଆପଣା କ୍ଷେତ୍ରରେ ଶସ୍ୟ କାଟିବା ବେଳେ ଗୋଟିଏ ବିଡ଼ା କ୍ଷେତ୍ରରେ ପାସୋରି ଆସିଲେ ତାହା ଆଣିବା ପାଇଁ ଫେରିଯିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ। 20 “ତୁମ୍ଭେ ଆପଣା ଜୀତବୃକ୍ଷରୁ ଫଳ ପାରିଲା ପରେ ଆଉ ଥରେ ଡାଳକୁ ଯିବ ନାହିଁ। ତାହା ବିଦେଶୀର, ପିତୃହୀନର ଓ ବିଧବାର ହେବ। 21 “ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାଫଳ ସଂଗ୍ରହ କଲାବେଳେ ଆପଣା ଉତ୍ତାରେ ପୁନର୍ବାର ସାଉଣ୍ଟିବ ନାହିଁ। ତାହା ବିଦେଶୀର ପିତୃହୀନର ଓ ବିଧବାର ହେବ। 22 ଆଉ ତୁମ୍ଭେମାନେ ମିଶର ଦେଶରେ ବନ୍ଧା ଦାସ ଥିଲ, ଏହା ସର୍ବଦା ସ୍ମରଣ କରିବ। ଏଣୁ ଆମ୍ଭେ ତୁମ୍ଭକୁ ଏହି କର୍ମ କରିବା ପାଇଁ ଆଜ୍ଞା ଦେଇଅଛୁ।
ଯୀଶୁଙ୍କୁ ମାରିଦେବା ପାଇଁ ଯିହୂଦୀ ନେତାଙ୍କ ଯୋଜନା(A)
14 ନିସ୍ତାରପର୍ବ ଓ ଖମୀରଶୂନ୍ୟ ରୋଟୀପର୍ବ ଆଉ ଦୁଇ ଦିନ ବାକି ଥିଲା। ପ୍ରଧାନଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ କୌଶଳରେ ବନ୍ଦୀ କରି ତା’ପରେ ମାରି ଦେବା ପାଇଁ ଉପାୟ ଖୋଜୁ ଥିଲେ। 2 ସେମାନେ କହିଲେ, “ଆମ୍ଭେ କିନ୍ତୁ ପର୍ବ ସମୟରେ ଯୀଶୁଙ୍କୁ ବନ୍ଦୀ କରି ପାରିବା ନାହିଁ। ତା’ କଲେ ଲୋକମାନେ ରାଗିଯାଇ ଦଙ୍ଗା ହାଙ୍ଗାମା କରି ପାରନ୍ତି।
ଏକ ସ୍ତ୍ରୀର ବିଶେଷ କାର୍ଯ୍ୟ(B)
3 ଯୀଶୁ ବେଥନୀୟାରେ କୁଷ୍ଠରୋଗୀ ଶିମୋନଙ୍କ ଘରେ ଖାଇବାକୁ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖକୁ ଆସିଲା। ସେ ଗୋଟିଏ ଧଳା, ଚିକ୍କଣ ସ୍ଫଟିକ ସିଲଖଡ଼ି ପାତ୍ରରେ ବହୁମୂଲ୍ୟ ଅତର ଭର୍ତ୍ତି କରି ଆଣିଥିଲା। ସେ ଅତର ଖାଣ୍ଟି ଜଟାମାଂସରୁ ତିଆରି ହୋଇଥିଲା। ସ୍ତ୍ରୀ ଲୋକଟି ପାତ୍ରଟି ଖୋଲିଦେଇ ସବୁତକ ଅତର ଯୀଶୁଙ୍କ ମୁଣ୍ଡରେ ଢାଳି ଦେଲା।
4 ଏହା ଦେଖି ସେଠାରେ ଉପସ୍ଥିତ ଥିବା କେତେକ ଲୋକ ଖୁବ୍ ବିରକ୍ତ ହେଲେ ଓ ପରସ୍ପର କୁହାକୁହି ହେଲେ, “ଅତରକୁ ଏଭଳି କାହିଁକି ନଷ୍ଟ କରାଗଲା? 5 ଏହି ଅତରତକ ଜଣକର ସାରା ବର୍ଷର ପରିଶ୍ରମର ମୂଲ୍ୟ ସଙ୍ଗେ ସମାନ। ଏହା ବିକା ଯାଇ ପାରିଥା’ନ୍ତା ଏବଂ ତହିଁର ଅର୍ଥ ଗରିବ ଲୋକମାନଙ୍କୁ ବଣ୍ଟା ଯାଇ ପାରିଥା’ନ୍ତା।” ତେଣୁ ସେମାନେ ସ୍ତ୍ରୀଲୋକଟିକୁ ଦୃଢ଼ ଭାବରେ ସମାଲୋଚନା କରିବାକୁ ଲାଗିଲେ।
6 ଯୀଶୁ କହିଲେ, “ସେହି ସ୍ତ୍ରୀ ଲୋକଟିକୁ ହଇରାଣ କର ନାହିଁ। ତାକୁ ଛାଡ଼ିଦିଅ। ସେ ମୋ’ ପାଇଁ ଗୋଟିଏ ବହୁତ ଭଲ କାମ କରିଛି। 7 କାରଣ ଗରିବମାନେ ତ ସବୁବେଳେ ତୁମ୍ଭ ପାଖରେ ରହିବେ। ତୁମ୍ଭେ ଯେତେବେଳେ ଗ୍ଭହିଁବ, ସେମାନଙ୍କୁ ସାହାଯ୍ୟ କରି ପାରିବ। କିନ୍ତୁ ତୁମ୍ଭେମାନେ ମୋତେ ସଦାବେଳେ ପାଇବ ନାହିଁ। 8 “ଏ ସ୍ତ୍ରୀ ଲୋକଟି ମୋ’ ପାଇଁ ଯାହା କରି ପାରିବାର ଶକ୍ତି ଥିଲା, ସେ ସେତକ କରିଛି। ସମାଧି ନିମନ୍ତେ ମୋ’ ଦେହକୁ ପ୍ରସ୍ତୁତ କରିବା ପାଇଁ ସେ ମୋ’ ଦେହରେ ମୋର ମୃତ୍ୟୁ ପୂର୍ବରୁ ଅତର ଢାଳିଛି। 9 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ସାରା ସଂସାରରେ ଲୋକମାନଙ୍କ ମଧ୍ୟରେ ସୁସମାଗ୍ଭର ପ୍ରଗ୍ଭର କରାଯିବ। ଯେଉଁ ଯେଉଁ ସ୍ଥାନରେ ସୁସମାଗ୍ଭର ପ୍ରଗ୍ଭରିତ ହେବ, ସେହି ସେହି ସ୍ଥାନରେ ଏହି ସ୍ତ୍ରୀ ଲୋକଟିର ଏହି କାର୍ଯ୍ୟ ବିଷୟରେ କୁହାଯିବ। ଲୋକମାନେ ତାହାକୁ ମନେ ପକେଇବେ।”
ଯିହୂଦା ଯୀଶୁଙ୍କ ଶତ୍ରୁମାନଙ୍କୁ ସାହାଯ୍ୟ କରିବାକୁ ରାଜି(C)
10 ତା’ପରେ ବାରଜଣ ଯାକ ପ୍ରେରିତଙ୍କ ମଧ୍ୟରୁ ଜଣେ ପ୍ରେରିତ ପ୍ରମୁଖ ଯାଜକମାନଙ୍କ ସହିତ କଥା ବାର୍ତ୍ତା କରିବାକୁ ଗଲା। ଏହି ପ୍ରେରିତର ନାମ ଥିଲା ଇଷ୍କାରିୟୋତ ଯିହୂଦା। ସେ ଯୀଶୁଙ୍କୁ ପ୍ରଧାନଯାଜକମାନଙ୍କ ହାତରେ ଧରେଇ ଦେବାକୁ ଗ୍ଭହୁଁଥିଲା। 11 ପ୍ରଧାନଯାଜକମାନେ ଯିହୂଦାର ଏ କଥାରେ ବହୁତ ଖୁସୀ ହେଲେ। ଏହି କାମ କରି ଦେଲେ ସେମାନେ ଯିହୂଦାକୁ ଟଙ୍କା ଦେବେ ବୋଲି କଥା ଦେଲେ। ତେଣୁ ଯିହୂଦା ଯୀଶୁଙ୍କୁ ପ୍ରଧାନଯାଜକମାନଙ୍କ ହାତରେ ଧରେଇ ଦେବା ପାଇଁ ସୁଯୋଗର ଅପେକ୍ଷାରେ ରହିଲା।
ନିସ୍ତାରପର୍ବର ଭୋଜି(D)
12 ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ ଯିହୂଦୀମାନେ ‘ନିସ୍ତାରପର୍ବର ମେଣ୍ଢାଛୁଆଟି’ [a]କୁ ବଳି ଦିଅନ୍ତି। ସେହି ଦିନ ଯୀଶୁଙ୍କ ପାଖକୁ ତାହାଙ୍କ ଶିଷ୍ୟମାନେ ଆସି ପଗ୍ଭରିଲେ, “ନିସ୍ତାରପର୍ବର ଭୋଜିରେ ଆପଣଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବାକୁ ଆମ୍ଭେ କେଉଁଠାକୁ ଯିବୁ ବୋଲି ଆପଣ ଗ୍ଭହୁଁଛନ୍ତି?”
13 ତା’ପରେ ଯୀଶୁ ନିଜର ଦୁଇଜଣ ଶିଷ୍ୟଙ୍କୁ ନଗରକୁ ପଠାଇଲେ। ଯୀଶୁ ସେମାନଙ୍କୁ କହିଲେ, “ନଗରକୁ ଯାଅ, ତୁମ୍ଭେ ଗୋଟିଏ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ସେହି ଲୋକ ତୁମ୍ଭ ପାଖକୁ ଆସିବ। ତୁମ୍ଭେ ତା’ର ପଛେ ପଛେ ଯିବ। 14 ସେହି ଲୋକ ଗୋଟିଏ ଘରେ ପ୍ରବେଶ କରିବ, ତୁମ୍ଭେ ମଧ୍ୟ ଯାଇ ସେହି ଘରମାଲିକକୁ କହିବ ଯେ, ‘ଗୁରୁ କହି ପଠେଇଛନ୍ତି ମୁଁ ମୋ’ ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବର ଭୋଜି ଯେଉଁ ବଖରାଟିରେ ପାଳନ କରିବି, ସେହି ବଖରାଟି ଦେଖାଅ? ତାହାଙ୍କୁ କୁହ ଯେ ଗୁରୁ ଏହା ଜାଣିବାକୁ ଇଚ୍ଛା କରନ୍ତି।’ 15 ଘର ମାଲିକ ତୁମ୍ଭମାନଙ୍କୁ ଉପର ମହଲାରେ ସମସ୍ତ ବ୍ୟବସ୍ଥା ଥିବା ଗୋଟିଏ ବଡ଼ କୋଠରୀ ଦେଖାଇବେ। ତୁମ୍ଭେ ସେହିଠାରେ ଆମ୍ଭମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କର।”
16 ତା’ପରେ ଶିଷ୍ୟମାନେ ସେଠାରୁ ନଗରକୁ ଗ୍ଭଲିଗଲେ। ଯୀଶୁ ସେମାନଙ୍କୁ ଯାହା କହିଥିଲେ, ସବୁକଥା ସେହିପରି ଘଟିଲା। ସେଠାରେ ସେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।
17 ସନ୍ଧ୍ୟା ବେଳକୁ ଯୀଶୁ ବାରଜଣଯାକ ପ୍ରେରିତଙ୍କୁ ସାଙ୍ଗରେ ଧରି ସେଠାରେ ଯାଇ ପହଞ୍ଚିଲେ। 18 ସେମାନେ ଖାଉଥିବା ବାଳେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ବର୍ତ୍ତମାନ ମୋ’ ସାଙ୍ଗରେ ଖାଉଥିବା ତୁମ୍ଭ ଭିତରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।”
19 ଏହା ଶୁଣି ଶିଷ୍ୟମାନେ ବହୁତ ମନ ଦୁଃଖ କଲେ। ପ୍ରତ୍ୟେକେ ଯୀଶୁଙ୍କୁ କହିଲେ, “ନିଶ୍ଚୟ ମୁଁ ସେହି ଲୋକ ନୁହେଁ।”
20 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ସେହି ଲୋକ ତୁମ୍ଭ ବାରଜଣଙ୍କ ମଧ୍ୟରୁ ଜଣେ, ଯେକି ମୋ’ ସହିତ ବିଶ୍ୱାସଘାତକତା କରିବ। ସେ ମୋ’ ସଙ୍ଗେ ଗୋଟିଏ ଗିନାରେ ରୋଟୀ ବୁଡ଼ାଉଛି। 21 ମନୁଷ୍ୟପୁତ୍ରଙ୍କୁ ଯାଇ ମରିବାକୁ ପଡ଼ିବ। ଏହା ଘଟିବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସଘାତକତା କରିବ, ସେହି ଲୋକ ଯଦି ଜନ୍ମ ହୋଇ ନ ଥା’ନ୍ତା, ତେବେ ବହୁତ ଭଲ ହୋଇଥା’ନ୍ତା।”
ପ୍ରଭୁଭୋଜ(E)
22 ସେମାନେ ଖାଇବା ସମୟରେ ଯୀଶୁ କିଛି ରୋଟୀ ନେଲେ। ସେ ରୋଟୀ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀ ଛିଣ୍ଡେଇ ଶିଷ୍ୟମାନଙ୍କୁ ଦେଇ କହିଲେ, “ଏହି ରୋଟୀ ନିଅ। ଏହା ମୋର ଦେହ।”
23 ତା’ପରେ ସେ ଦ୍ରାକ୍ଷାରସର ପାତ୍ରଟି ନେଲେ। ତାହା ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା’ପରେ ତାହା ଶିଷ୍ୟମାନଙ୍କୁ ଦେଲେ। ସମସ୍ତ ଶିଷ୍ୟ ସେହି ପାତ୍ରରୁ ଦ୍ରାକ୍ଷାରସ ପିଇଲେ। 24 ତା’ପରେ ଯୀଶୁ କହିଲେ, “ଏହା ମୋର ରକ୍ତ। ମୋର ରକ୍ତ ଏକ ନୂଆ ନିୟମ ଆରମ୍ଭ କରେ। ଏହି ନିୟମଟି ପରମେଶ୍ୱରଙ୍କଠାରୁ ତାହାଙ୍କ ଲୋକଙ୍କ ପାଇଁ ଉଦ୍ଧିଷ୍ଟ। ଏହି ରକ୍ତ ଅନେକ ଲୋକଙ୍କ ପାଇଁ ଦିଆଯାଇଛି। 25 ମୁଁ ତୁମ୍ଭକୁ ସତ୍ୟ କହୁଛି। ମୁଁ ଯେପର୍ଯ୍ୟନ୍ତ ପରମେଶ୍ୱରଙ୍କ ରାଜ୍ୟରେ ନୂଆ ଦ୍ରାକ୍ଷାରସ ପାନ ନ କରିଛି, ସେହି ଦିନ ପର୍ଯ୍ୟନ୍ତ ଆଉ ଦ୍ରାକ୍ଷାରସ ପିଇବି ନାହିଁ।”
26 ସବୁ ଶିଷ୍ୟମାନେ ମିଳି ଗୋଟିଏ ଗୀତ ବୋଲିଲେ ଓ ତା’ପରେ ଜୀତପର୍ବତ ଉପରକୁ ଗ୍ଭଲିଗଲେ।
2010 by World Bible Translation Center