Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 13-15

ମିଥ୍ୟାବାଦୀ ଭବିଷ୍ୟ‌ଦ୍‌ବକ୍ତା

13 “ଯଦି କୌଣସି ଭବିଷ୍ୟ‌ଦ୍‌ବକ୍ତା ଅବା କୌଣସି ସ୍ୱପ୍ନଦର୍ଶକ ତୁମ୍ଭମାନଙ୍କୁ କୌଣସି ଆଶ୍ଚର୍ଯ୍ୟ କର୍ମମାନ ଦେଖାଏ ବା କୌଣସି ଚିହ୍ନ ଦେଖାଏ, ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ଯଦି ସଫଳ ହୁଏ, ତୁମ୍ଭେ ସେମାନଙ୍କୁ ଜାଣି ନାହିଁ, ଏପରି ଅନ୍ୟ ଦେବଗଣଙ୍କ ବିଷୟରେ କହେ, ‘ଆସ ଆମ୍ଭେମାନେ ସେମାନଙ୍କର ପଶ୍ଚା‌ଦ୍‌ଗାମୀ ହେବା ଓ ସେମାନଙ୍କ ସେବା କରିବା।’ ସେହି ଲୋକମାନଙ୍କର କଥା ଶୁଣ ନାହିଁ। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ରେମ କରିଅଛ କି ନାହିଁ, ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି। ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ପଶ୍ଚା‌ଦ୍‌ଗମନ କରିବ। ତାହାଙ୍କୁ ଭୟ କରିବ। ତାହାଙ୍କ ଆଜ୍ଞା ସବୁ ପାଳନ କରିବ। ତାହାଙ୍କ ବାକ୍ୟ ପ୍ରତି ଧ୍ୟାନ ଦେବ। ତାଙ୍କର ସେବା କରିବ। ଏବଂ ତାଙ୍କଠାରେ ଆସକ୍ତି ହେବ। ତୁମ୍ଭେମାନେ ସେହି ଭବିଷ୍ୟ‌ଦ୍‌ବକ୍ତା ବା ସ୍ୱପ୍ନ ଦର୍ଶକକୁ ପ୍ରାଣ ଦଣ୍ତ ଦେବା ଉଚିତ୍। କାରଣ ସେହି ବ୍ୟକ୍ତିଟି ମୋର ଲୋକମାନଙ୍କୁ ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ପ୍ରତାରିତ କଲା, ଯିଏକି ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ ଓ ଦାସତ୍ୱରୁ ତୁମ୍ଭମାନଙ୍କୁ ମୁକ୍ତ କଲେ। ସେହି ବ୍ୟକ୍ତିଟି ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରୁ ଦୂରକୁ ନେବାକୁ ଚେଷ୍ଟା କରୁଛି। ଯାହା ସେ ତୁମ୍ଭମାନଙ୍କୁ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ଉପାୟରେ ତୁମ୍ଭ ମଧ୍ୟରେ ଥିବା କୁକର୍ମ ଦୂର କରି ପାରିବ।

“ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପୁତ୍ର ବା କନ୍ୟା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧୁ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, ‘ଗ୍ଭଲ ଅନ୍ୟ ଦେବଗଣଙ୍କର ପୂଜା କରିବା।’ ଯେଉଁ ଦେବତାଗଣଙ୍କୁ ତୁମ୍ଭେମାନେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାନ୍ତି। ତୁମ୍ଭମାନଙ୍କର ଚତୁର୍ଦ୍ଦିଗସ୍ଥ ନିକଟବର୍ତ୍ତୀ ବା ତୁମ୍ଭଠାରୁ ଦୂରବର୍ତ୍ତୀ ପୃଥିବୀର ଏକ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ। ସେହି ବ୍ୟକ୍ତିର କଥା ତୁମ୍ଭେମାନେ ଶୁଣିବା ଉଚିତ୍ ନୁହଁ। ସେମାନଙ୍କ ପାଇଁ ଅନୁକମ୍ପା ଦେଖାଅ ନାହିଁ। ତାଙ୍କୁ ମୁକ୍ତି ଦିଅ ନାହିଁ କି ତାଙ୍କୁ ସୁରକ୍ଷା ଦିଅ ନାହିଁ। 9-10 ମାତ୍ର, ତୁମ୍ଭେ ସେହି ବ୍ୟକ୍ତିକୁ ହତ୍ୟା କରିବ। ତୁମ୍ଭେ ତାଙ୍କୁ ପଥରରେ ଛେଚି ହତ୍ୟା କରିବ। ତୁମ୍ଭେ ପ୍ରଥମେ ତାଙ୍କୁ ପଥର ଫିଙ୍ଗିବ। କାହିଁକି ଜାଣ ସେ ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରୁ ଦୂରେଇ ନେବାକୁ ଗ୍ଭହାନ୍ତି। ଆଉ ସେ ହେଉଛନ୍ତି ସେହି ସଦାପ୍ରଭୁ ଯିଏକି ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଥିଲେ। ଯେଉଁଠାରେ ତୁମ୍ଭେମାନେ ଦାସ ପରି ଥିଲ। 11 ତେଣୁ ସମସ୍ତ ଇସ୍ରାଏଲୀୟମାନେ ଏ ବିଷୟରେ ଶୁଣିବେ ଓ ଭୟଭୀତ ହେବେ। ଆଉ ଇସ୍ରାଏଲୀୟମାନେ ଏପରି ପୂନର୍ବାର ଦୁଷ୍କର୍ମ କରିବାକୁ ସାହସ କରିବେ ନାହିଁ।

12 “ହୁଏତ ତୁମ୍ଭେମାନେ ତୁମ୍ଭମାନଙ୍କର ଏକ ନଗର ବିଷୟରେ ଖରାପ କଥା ଶୁଣିଥାଅ। ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ବାସ କରିବା ପାଇଁ ଦେବାକୁ ଯାଉଛନ୍ତି। 13 କେତେକ ମନ୍ଦ ଲୋକ କହି ପାରନ୍ତି, ‘ଆସ ଆମ୍ଭେ ଅନ୍ୟ ଦେବତାମାନଙ୍କର ସେବା କରିବା।’ ଏହା କହି ସେମାନେ ସେମାନଙ୍କ ନଗର ନିବାସୀମାନଙ୍କୁ ପ୍ରଲୋଭିତ କରି ପାରନ୍ତି। (ଏହିସବୁ ଦେବତାମାନଙ୍କୁ ତୁମ୍ଭେମାନେ କେବେ ଜାଣି ନ ଥିଲ)। 14 ତେବେ ତୁମ୍ଭେ ବୁଝିବ, ଖୋଜିବ, ଭଲରୂପେ ପଗ୍ଭରି ବୁଝିବ। ଯଦି ତାହା ସତ୍ୟ ହୁଏ ଓ ତୁମ୍ଭ ମଧ୍ୟରେ ଏପରି ଘୃଣ୍ୟ କର୍ମ କରାଯାଇ ଅଛି, 15 ତେବେ ତୁମ୍ଭେ ନିଶ୍ଚୟ ସେହି ନଗର ନୀବାସୀଙ୍କୁ ଖଣ୍ଡାରେ ଆଘାତ କରିବ। ପୁଣି ନଗର ଓ ତହିଁ ମଧ୍ୟସ୍ଥିତ ସମୁଦାୟ ଓ ତହିଁର ପଶୁମାନଙ୍କୁ ଖଣ୍ତା ଧାରରେ ବର୍ଜିତ ରୂପେ ଧ୍ୱଂସ କରିବ। 16 ଆଉ ତୁମ୍ଭେମାନେ ତହିଁର ଲୁଟିତ ଦ୍ରବ୍ୟ ସବୁ ନଗର ମଧ୍ୟରେ ସଂଗ୍ରହ କର ଓ ନେଇଯାଅ, ସେହି ନଗରକୁ ସେଥି ମଧ୍ୟରେ ଥିବା ସମସ୍ତ ସାମଗ୍ରୀକୁ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଦ‌‌ଗ୍‌‌ଧ କର । ସେହି ସହର ସବୁଦିନ ପାଇଁ ଧ୍ୱଂସ ହେବା ଉଚିତ୍। ଆଉ ଏହା ପୂନଃନିର୍ମିତ ହେବା ଉଚିତ୍ ନୁହେଁ। 17 ସେହି ଦ୍ରବ୍ୟରୁ ଯାହା ଧ୍ୱଂସ ହେବା ଉଚିତ୍, ତୁମ୍ଭେମାନେ କିଛି ସଂଗ୍ରହ କରିବା ଉଚିତ୍ ନୁହଁ। ଏଥିରେ ସଦାପ୍ରଭୁ ଆପଣା ପ୍ରଚଣ୍ତ କ୍ରୋଧରୁ ଫେରିବେ ଓ ତୁମ୍ଭ ପ୍ରତି କରୁଣା କରିବେ ଏବଂ ତୁମ୍ଭର ସଂଖ୍ୟା ବଢ଼ାଇବେ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କୁ ପ୍ରତିଜ୍ଞା କରିଥିଲେ। 18 ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ଆଜ୍ଞା ମାନ ଯାହା ମୁଁ (ମୋଶା) ତୁମ୍ଭମାନଙ୍କୁ ଆଜି ଦେଉଛି ଏବଂ ତାଙ୍କ ଦୃଷ୍ଟିରେ ଯାହା ଠିକ୍ ତାହା କର। ତାହାହେଲେ ସେ ଯାହା ପ୍ରତିଜ୍ଞା କଲେ ତାହା କରିବେ।

ଇସ୍ରାଏଲ ସଦାପ୍ରଭୁଙ୍କର ସ୍ୱତନ୍ତ୍ର ଲୋକ

14 “ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସନ୍ତାନ, ଯେତେବେଳେ ଜଣେ ମରି ଯାଉଛି ତୁମ୍ଭର ଦୁଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ୟସ୍ଥଳ କ୍ଷୌର ହେବ ନାହିଁ। କାହିଁକି ଜାଣ, କାରଣ ତୁମ୍ଭେମାନେ ଅନ୍ୟ ଲୋକମାନଙ୍କଠାରୁ ଭିନ୍ନ। ତୁମ୍ଭେମାନେ ସଦାପ୍ରଭୁଙ୍କର ପବିତ୍ର ଲୋକ। ପୃଥିବୀର ସମସ୍ତ ଲୋକମାନଙ୍କ ମଧ୍ୟରୁ ସେ ତୁମ୍ଭକୁ ପସନ୍ଦ କରିଛନ୍ତି।

ଏହି ଖାଦ୍ୟ ଇସ୍ରାଏଲୀୟମାନଙ୍କର ଭୋଜନ ପାଇଁ ଅନୁମତି

“ସଦାପ୍ରଭୁଙ୍କର ଘୃଣ୍ୟଦ୍ରବ୍ୟ ତୁମ୍ଭେମାନେ ଭକ୍ଷ୍ୟଣ କରିବ ନାହିଁ। ତୁମ୍ଭେମାନେ ଏହି ସକଳ ପଶୁଗଣ ଭୋଜନ କରି ପାରିବ। ଯଥା: ଗାଈ, ମେଣ୍ଢା ଓ ଛେଳି। ହରିଣ, କୃଷ୍ଣସାର, ମୃଗ, ବନଗୋରୁ, ବନଛାଗ, ଗବୟ, ବାହୁଟିଆ ହରିଣ ଓ ଚମରିଗାଈ। ପଶୁଗଣ ମଧ୍ୟରୁ ଯେତେ ପଶୁର ବିଭକ୍ତ ଖୁରା ଓ ଦ୍ୱିଖଣ୍ଡ ଖୁରା ବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ। ତୁମ୍ଭେମାନେ ଓଟ, ଠେକୁଆ କିମ୍ବା ଶାଫ‌ନ୍‌ମାନଙ୍କୁ ଖାଇବ ନାହିଁ। ସେମାନେ ପାକୁଳି କରନ୍ତି, କିନ୍ତୁ ସେମାନଙ୍କର ଖୁରା ଦୁଇଫାଳ ବିଶିଷ୍ଟ। ତେଣୁ ସେହି ପଶୁଗୁଡ଼ିକ ତୁମ୍ଭମାନଙ୍କ ଖାଦ୍ୟ ପାଇଁ ଅପବିତ୍ର। ତୁମ୍ଭେମାନେ ଘୁସୁରି ଖାଇବା ଉଚିତ୍ ନୁହଁ। କାରଣ ତାଙ୍କର ଖୁରା ଦୁଇଫାଳ ବିଶିଷ୍ଟ କିନ୍ତୁ ସେମାନେ ପାକୁଳି କରନ୍ତି ନାହିଁ। ତେଣୁ ତୁମ୍ଭମାନଙ୍କ ପାଇଁ ଘୁସୁରି ଅପବିତ୍ର ଅଟେ। ଏପରିକି ମୃତ ଘୁସୁରି ଶବକୁ ଛୁଅ ନାହିଁ।

“ତୁମ୍ଭେମାନେ କାତିଥିବା ବା ଡେଣା ଥିବା ମାଛ ଖାଇ ପାରିବ। 10 କିନ୍ତୁ ଜଳରେ ବାସ କରୁଥିବା ଜୀବ ଯେଉଁମାନଙ୍କର ଡେଣା ବା କାତି ନାହିଁ, ସେଗୁଡ଼ିକ ଖାଅ ନାହିଁ, କାରଣ ସେଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ଅଟେ।

11 “ତୁମ୍ଭେମାନେ ଯେକୌଣସି ଶୁଚି ପକ୍ଷୀ ଭୋଜନ କରି ପାରିବ। 12 କିନ୍ତୁ ତୁମ୍ଭେମାନେ ଏହି ପକ୍ଷୀମାନଙ୍କୁ ଭୋଜନ କରିବ ନାହିଁ ଯଥା: ଉତ୍କ୍ରୋଶ ହାଡ଼ଭଙ୍ଗା ଓ ବହୀରି, 13 ଗୃଧ୍ର, ଚିଲ, ବାଜ, 14 ଆପଣା ଜାତି ଅନୁସାରେ ସମସ୍ତ ଡାମରାକାଉ, 15 ଓଟପକ୍ଷୀ, ତାମସ ପକ୍ଷୀ, ସମୁଦ୍ର ଚିଲ ଓ ଆପଣା ଜାତି ଅନୁସାରେ ଛଞ୍ଚାଣ, 16 କୋଷପକ୍ଷୀ, ବଗ ଓ ଦୀର୍ଘ-ଗଳ ହଂସ, 17 ପାଣି ଭେଳା, ଶାଗୁଣା ଓ ପାଣିକୁଆ, 18 ଚରଳ, କଙ୍କ, ଟିଟ୍ଟିଭ, ଗ୍ଭମଚିକା।

19 “ଗମନକାରୀ ପକ୍ଷବାନ ଜନ୍ତୁ ସକଳ ତୁମ୍ଭମାନଙ୍କ ପାଇଁ ଅଶୁଚି। ସେମାନଙ୍କୁ ଖାଇବ ନାହିଁ। 20 ତୁମ୍ଭେମାନେ ସମସ୍ତ ଶୁଚି ପକ୍ଷୀକି ଭୋଜନ କରି ପାରିବ।

21 “ଆପେ ଆପେ ମରିଯାଇଥିବା କୌଣସି ମୃତ ପ୍ରାଣୀର ମାଂସ ଭକ୍ଷ୍ୟଣ କରିବ ନାହିଁ। ତୁମ୍ଭେମାନେ ଏହାକୁ ବିଦେଶୀମାନଙ୍କୁ ଭୋଜନ ପାଇଁ ଦେଇପାର, କିଅବା ବିଦେଶୀକୁ ତାହା ବିକ୍ରୟ କରିପାର। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ପବିତ୍ର ଲୋକ।

“ତୁମ୍ଭେମାନେ କେବେ ବି ଛାଗବତ୍ସକୁ ତା’ର ମାତାର ଦୁ‌‌ଗ୍‌‌ଧରେ ରୋଷେଇ କରିବ ନାହିଁ।

ଦଶମାଂଶ ଦେବ

22 “ପ୍ରତ୍ୟେକ ବର୍ଷ ଆପଣା କ୍ଷେତ୍ରରୁ ଉତ୍ପନ୍ନ ଶସ୍ୟର ଦଶମାଂଶ ସାଇତି ରଖିବ। 23 ଏହିସବୁ ପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣା ନାମର ଉପାସନା ନିମନ୍ତେ ଯେଉଁସ୍ଥାନ ମନୋନୀତ କରିଛନ୍ତି ସେହି ସ୍ଥାନକୁ ଯାଅ। ସେହି ସ୍ଥାନରେ ତୁମ୍ଭ ଶସ୍ୟର ଦ୍ରାକ୍ଷାରସର ଓ ତୈଳର ଏକ ଦଶମାଂଶ ଦେବା ଉଚିତ୍ ଓ ତୁମ୍ଭ ପଶୁର ପ୍ରଥମଜାତ ତୁମ୍ଭେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଭୋଜନ କରିବା ଉଚିତ୍। ଏହିପରି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା କରିବ। 24 ଯଦି ତୁମ୍ଭେ ସେହି ସ୍ଥାନରୁ ଦୂରରେ ବାସ କର ଏବଂ ସମସ୍ତ ଦ୍ରବ୍ୟ ସହିତ ସେଠାକୁ ଯିବାକୁ ସହଜ ନ ହୁଏ ଯେଉଁଠାରେ ସେ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି କାରଣ ଏହା ସେହି ସ୍ଥାନଠାରୁ ବହୁତ ଦୂର ଯେଉଁଠାରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତାଙ୍କର ନାମ ସ୍ଥାପନ କରିବା ପାଇଁ ପସନ୍ଦ କରନ୍ତି। 25 ତେବେ ତୁମ୍ଭେମାନେ ସେହି ଶସ୍ୟସବୁକୁ ଟଙ୍କା ଆକାରରେ ସେହି ଟଙ୍କା ବାନ୍ଧି ଆପଣା ହାତରେ ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନକୁ ଯିବ। 26 ତୁମ୍ଭେ ଯାହା ଇଚ୍ଛା କର, ଗୋରୁ, ଛେଳି, ଦ୍ରାକ୍ଷାରସ, କିଅବା ଯାହାକିଛି ତୁମ୍ଭ ପ୍ରାଣ ତୁମ୍ଭଠାରୁ ଗ୍ଭହେଁ ତହିଁ ପାଇଁ ତୁମ୍ଭେ ସେହି ଟଙ୍କା ଦେବ। ତୁମ୍ଭେମାନେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଭୋଜନ କରି ତୁମ୍ଭେ ଓ ତୁମ୍ଭ ପରିବାର ଆନନ୍ଦ କରିବ। 27 କିନ୍ତୁ ଏକଥା ଭୂଲିଯାଅ ନାହିଁ ଯେ, ଆପଣା ନଗର ଦ୍ୱାରବର୍ତ୍ତୀ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ, କାରଣ ସେ ତୁମ୍ଭ ସଙ୍ଗରେ କୌଣସି ଅଧିକାର ପାଇ ନାହିଁ। ତେଣୁ ତୁମ୍ଭେ ଖାଦ୍ୟରେ ତାଙ୍କୁ ଭାଗ ଦେବ।

28 “ପ୍ରତି ତୃତୀୟ ବର୍ଷର ଶେଷରେ ତୁମ୍ଭେ ସେହି ବର୍ଷରେ ଉତ୍ପନ୍ନ ଆପଣା ଶସ୍ୟାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗର ଦ୍ୱାର ଭିତରେ ସଞ୍ଚୟ କରି ରଖିବ। 29 ଏହି ଖାଦ୍ୟ ସକଳ ସେହି ଲେବୀୟ ଲୋକମାନଙ୍କର, କାରଣ ସେମାନଙ୍କର କୌଣସି ନିଜସ୍ୱ ସମ୍ପତ୍ତି ନାହିଁ। ଏହି ଖାଦ୍ୟ ମଧ୍ୟ ଅନ୍ୟ ଲୋକମାନଙ୍କ ପାଇଁ ବିଦେଶୀମାନଙ୍କ ପାଇଁ ପିତୃହୀନ ଓ ବିଧବାମାନେ ଆସି ଭୋଜନ କରି ତୃପ୍ତ ହେବେ। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।

ଋଣ ଛାଡ଼ର ବିଶେଷ ବର୍ଷ

15 “ପ୍ରତି ସାତ ବର୍ଷର ଶେଷରେ, ତୁମ୍ଭେମାନେ ସମସ୍ତ ଋଣ ଛାଡ଼ କରିଦେବ। ଏହାର ବ୍ୟବସ୍ଥା ଏହିପରି ହେବ ଯେକେହି ଆପଣା ପ୍ରତିବାସୀକୁ କରଜ ଦେଇଛି ତାହା ସେ ଛାଡ଼ କରିଦେବ। ସେ ତା’ର ପଡ଼ୋଶୀଙ୍କୁ ଋଣ ପରିଶୋଧ ନିମନ୍ତେ ପଗ୍ଭରିବା ଉଚିତ୍ ନୁହଁ। କାରଣ ସଦାପ୍ରଭୁ ବ୍ୟବସ୍ଥା ଅନୁଯାୟୀ ସେ ଏହାକୁ ଋଣ ଛାଡ଼ର ବର୍ଷ ଘୋଷଣା କରିଛନ୍ତି। ତୁମ୍ଭେମାନେ ବିଦେଶୀମାନଙ୍କଠାରୁ ଏହି ଋଣ ପରିଶୋଧ କରି ପାରିବ କିନ୍ତୁ ଆପଣା ଭାଇ ଇସ୍ରାଏଲୀୟବାସୀଙ୍କୁ ତାହା ଛାଡ଼ କରିଦେବ। ତଥାପି ତୁମ୍ଭ ଦେଶରେ କେହି ଗରିବ ହେବେ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଛନ୍ତି। ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ତରଭରା ଆଶୀର୍ବାଦ କରିଛନ୍ତି। କିନ୍ତୁ ଏପରି ହେବ ଯଦି ତୁମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କର ଆଜ୍ଞା ଓ ବିଧିମାନ ପାଳନ କରି ଚଳିବ। ତୁମ୍ଭେମାନେ ସାବଧାନତା ସହକାରେ ମୁଁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା ବିଧି କହୁଅଛି ତାହା ପାଳନ କରିବ। ତେବେ ତାଙ୍କର ପ୍ରତିଜ୍ଞା ଅନୁସାରେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ। ଏବଂ ତୁମ୍ଭେମାନେ ଅନେକ ରାଷ୍ଟ୍ରମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ କରିବ ନାହିଁ। ତୁମ୍ଭେମାନେ ଅନ୍ୟରାଷ୍ଟ୍ରମାନଙ୍କୁ ଶାସନ କରିବ ମାତ୍ର ତୁମ୍ଭ ଉପରେ କେହି ଶାସନ କରି ପାରିବେ ନାହିଁ।

“ଯେତେବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ଦତ୍ତ ଦେଶରେ ବାସ କରିବ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଥିବା ଦରିଦ୍ର ଲୋକମାନଙ୍କୁ ଦୟା କରିବ, ତୁମ୍ଭେମାନେ ସ୍ୱାର୍ଥପର ହେବ ନାହିଁ। ତୁମ୍ଭେମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ମନା କରିବ ନାହିଁ। ତୁମ୍ଭେ ସେମାନଙ୍କ ପ୍ରତି କୃପା ଦୃଷ୍ଟି ରଖିବ, ତାହାର ପ୍ରୟୋଜନ ଅନୁସାରେ ତୁମ୍ଭେ ତାଙ୍କୁ ଯଥେଷ୍ଟ ରୂପେ ଋଣ ଦେବ।

“ଏପରି କାହାକୁ ଋଣ ଦେବାକୁ ମନା କର ନାହିଁ, ଯେହେତୁ ଋଣ କ୍ଷମାର ବର୍ଷ ନିକଟବର୍ତ୍ତୀ ହୋଇଗଲାଣି ବୋଲି। ତୁମ୍ଭମାନଙ୍କ ମଧ୍ୟରେ ଏପରି ମନ୍ଦ କଳ୍ପନା ରହିବା ଉଚିତ୍ ନୁହଁ। ସାବଧାନ ହୁଅ, ଗୋଟିଏ ନିଃଶ୍ୱ ଲୋକ ପ୍ରତି କୃପଣ ହୁଅ ନାହିଁ! କାରଣ ଯଦି ସେହି ବ୍ୟକ୍ତି ତୁମ୍ଭ ପ୍ରତିକୂଳରେ ସଦାପ୍ରଭୁଙ୍କୁ ଡାକେ, ତେବେ ତୁମ୍ଭକୁ ପାପରେ ଦୋଷୀ ବୋଲି ବିବେଚନା କରାଯିବ।

10 “ତୁମ୍ଭେମାନେ ନିଶ୍ଚିତ ଭାବରେ ହୃଦୟର ସହିତ ତାଙ୍କୁ ଦେବା ଉଚିତ୍। ତାଙ୍କୁ ଦେବା ବେଳେ ତୁମ୍ଭେ କୁଣ୍ଠିତ ହେବା ଉଚିତ୍ ନୁହେଁ। କାରଣ ସେହି କର୍ମ ହେତୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ କର୍ମରେ ଓ ତୁମ୍ଭେ ଯେଉଁ ବିଷୟରେ ଧ୍ୟାନ ଦିଅ, ସଦାପ୍ରଭୁ ସେଥିରେ ତୁମ୍ଭକୁ ଆଶୀର୍ବାଦ କରିବେ। 11 ଦେଶରେ ସର୍ବଦା ଗରିବ ଲୋକ ରହିବେ। ଯେଉଁଥିପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହୁଛୁ, ତୁମ୍ଭେମାନେ ତୁମ୍ଭର ଦରିଦ୍ର ଭାଇମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବ। ତାଙ୍କର ଆବଶ୍ୟକତା ଅନୁସାରେ ସେମାନଙ୍କୁ ସାହାଯ୍ୟ କର।

କ୍ରିତଦାସମାନଙ୍କୁ ମୁକ୍ତ କରିଦେବା

12 “ତୁମ୍ଭେମାନେ ତୁମ୍ଭମାନଙ୍କର ସେବା କରିବା ପାଇଁ ଯେଉଁ ଏବ୍ରୀୟ ଲୋକ ବା ମହିଳାମାନଙ୍କୁ କ୍ରିତଦାସ ଭାବେ କିଣିଥିବ। ତୁମ୍ଭେମାନେ ସେମାନଙ୍କୁ ଛଅ ବର୍ଷ ରଖିପାରିବ। କିନ୍ତୁ ସପ୍ତମ ବର୍ଷ ତୁମ୍ଭେ ସେମାନଙ୍କୁ ନିଶ୍ଚୟ ମୁକ୍ତ କରିବ। 13 କିନ୍ତୁ ତୁମ୍ଭେମାନେ ଯେତେବେଳେ ତୁମ୍ଭର କ୍ରିତଦାସମାନଙ୍କୁ ମୁକ୍ତ କରିବ, ସେତେବେଳେ ସେମାନଙ୍କୁ ମୁକ୍ତ ହସ୍ତରେ ଯିବାକୁ ଦେବ ନାହିଁ। 14 ତୁମ୍ଭେମାନେ ସେମାନଙ୍କୁ ତୁମ୍ଭମାନଙ୍କର ପଶୁ ମଧ୍ୟରୁ କିଛି, କିଛି ଶସ୍ୟ ଏବଂ କିଛି ଦ୍ରାକ୍ଷାରସ ସେମାନଙ୍କୁ ଦେବା ଉଚିତ୍। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରିଥିବା ଦ୍ରବ୍ୟରୁ କିଛି ନିଶ୍ଚିତ ଭାବରେ ସେମାନଙ୍କୁ ଦେବା ଉଚିତ୍। 15 ମନେରଖ, ଯେ ତୁମ୍ଭେମାନେ ମିଶର ଦେଶରେ ସମ୍ପୂର୍ଣ୍ଣ ଭାବରେ ଦାସରୂପେ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ମୁକ୍ତ କଲେ। ଏଥିପାଇଁ ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି।

16 “କିନ୍ତୁ ଏପରି ହୋଇପାରେ କୌଣସି ଦାସ ତୁମ୍ଭକୁ ଏପରି କହିପାରେ, ‘ମୁଁ ତୁମ୍ଭକୁ ଛାଡ଼ିଯିବି ନାହିଁ।’ ସେପରି କହିପାରେ କାରଣ ସେ ତୁମ୍ଭ ନିକଟରେ ସୁଖରେ ଥାଇପାରେ। ସେ ତୁମ୍ଭକୁ ଓ ତୁମ୍ଭ ପରିବାରକୁ ସ୍ନେହ କରୁଥାଏ। 17 ତେବେ ତୁମ୍ଭେ ଏକ ବିନ୍ଧଣୀ ନିଅ ଓ କବାଟ ଉପରେ ତାହାର କର୍ଣ୍ଣକୁ ଫୋଡ଼। ତହିଁରେ ସେ ସବୁଦିନ ତୁମ୍ଭର ଦାସ ହୋଇ ରହିବ। ପୁଣି ତୁମ୍ଭେ ଆପଣା ଦାସୀ ପ୍ରତି ଠିକ୍ ଏହିପରି କରିବା ଉଚିତ୍।

18 “ତୁମ୍ଭେ ତାହାକୁ ମୁକ୍ତ କରି ବିଦାୟ କରିବା ବେଳେ ଏହା ତୁମ୍ଭ ଦୃଷ୍ଟିରେ କଠିନ ବୋଧ ନ ହେଉ। କାରଣ ସେ ଛଅ ବର୍ଷ ଭିତରେ ଏକ ବେତନଜୀବିର ଦ୍ୱିଗୁଣ ବେତନର ଦାସ୍ୟକର୍ମ କରିଅଛି। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସକଳ କାର୍ଯ୍ୟରେ ତୁମ୍ଭକୁ ଆଶୀର୍ବାଦ କରିବେ।

ପ୍ରଥମଜାତ ସନ୍ତାନଙ୍କ ପାଇଁ ନିୟମ

19 “ତୁମ୍ଭେମାନେ ଆପଣା ଗୋରୁ ପଲରୁ ଓ ମେଷ ପଲରୁ ଜନ୍ମ ହୋଇଥିବା ପ୍ରଥମ ଅଣ୍ତିରା ଛୁଆକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ଗୋରୁପଲର ପ୍ରଥମଜାତକ ଦ୍ୱାରା କିଛି କର୍ମ କରିବ ନାହିଁ। ମେଷପଲର ପ୍ରଥମଜାତ ସନ୍ତାନମାନଙ୍କର ଲୋମ ଛେଦନ କରିବ ନାହିଁ। 20 ସଦାପ୍ରଭୁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ତୁମ୍ଭର ପରିବାର ସହିତ ପ୍ରତି ବର୍ଷ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉପସ୍ଥିତିରେ ତାହା ଭୋଜନ କରିବ।

21 “ଯଦି ସେହି ପଶୁଠାରେ କୌଣସି ଖୁଣ ଥାଏ, ଯଥା ସେ ଯଦି ଛୋଟା, କଣା କିମ୍ବା କୌଣସି ମନ୍ଦ ଖୁଣ ଯୁକ୍ତ ଥାଏ ତେବେ ତୁମ୍ଭେ ତାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରି ପାରିବ ନାହିଁ। 22 କିନ୍ତୁ ନିଜ ଫାଟକ ଭିତରେ ତୁମ୍ଭେମାନେ ତାକୁ ଭୋଜନ କରି ପାରିବ। ଶୁଚି ଓ ଅଶୁଚି ଲୋକ ସମସ୍ତେ ଭୋଜନ କରି ପାରନ୍ତି। କୃଷ୍ଣସାର ଓ ହରିଣ ମାଂସ ଭୋଜନ କରିବାର ନିୟମ ଯାହା ଏହି ମାଂସ ଭୋଜନ କରିବାର ନିୟମ ଠିକ୍ ତାହା। 23 ତୁମ୍ଭେମାନେ କେବଳ ତା’ର ରକ୍ତ ଭୋଜନ କରି ପାରିବ ନାହିଁ। ତୁମ୍ଭେମାନେ ଜଳପରି ତାହାକୁ ଭୂମିରେ ଢାଳି ଦେବ।

ମାର୍କ ଲିଖିତ ସୁସମାଗ୍ଭର 12:28-44

କେଉଁ ଆଦେଶ ବହୁତ ମହତ୍ତ୍ୱପୂର୍ଣ୍ଣ(A)

28 ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀ ଓ ଫାରୂଶୀମାନଙ୍କ ସହିତ ଯୀଶୁଙ୍କୁ ଯୁକ୍ତିତର୍କ କରୁଥିବାର ସେ ଶୁଣିଲେ। ସେ ଦେଖିଲେ ଯେ, ଯୀଶୁ ସେମାନଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇଛନ୍ତି। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?”

29 ଯୀଶୁ ଉତ୍ତର ଦେଲେ, “ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ଏହି ପ୍ରକାରର: ‘ହେ ଇସ୍ରାଏଲ, ଶୁଣ। ଆମ୍ଭ ପ୍ରଭୁ ପରମେଶ୍ୱର ଏକମାତ୍ର ପ୍ରଭୁ। 30 ସମସ୍ତ ହୃଦୟରେ ସମସ୍ତ ଆତ୍ମାରେ, ସମସ୍ତ ମନରେ ଓ ସମସ୍ତ ଶକ୍ତିରେ ତୁମ୍ଭେ ଆପଣା ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର।’ [a] 31 ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ହେଉଛି ଏହି ପ୍ରକାରର: ‘ତୁମ୍ଭେ ନିଜକୁ ଯେପରି ପ୍ରେମ କର, ନିଜର ପଡ଼ୋଶୀକୁ ସେହିପରି ପ୍ରେମ କର’ [b] ଏହି ଦୁଇଟି ଆଦେଶ ଛଡ଼ା ଆଉ ବଡ଼ ଆଦେଶ କିଛି ନାହିଁ।”

32 ଏହା ଶୁଣି ଧର୍ମଶାସ୍ତ୍ରୀ ଜଣକ କହିଲେ, “ଗୁରୁ, ପ୍ରଭୁ ପରମେଶ୍ୱର ଯେ, ଏକ ଓ ତାହାଙ୍କ ଛଡ଼ା ଆଉ ଅନ୍ୟ କେହି ନାହିଁ, ଏହା ତୁମ୍ଭେ ଠିକ୍ କହିଛ। 33 ପ୍ରକୃତରେ ଜଣେ ଲୋକକୁ ସମସ୍ତ ହୃଦୟ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ହେବ। ସେ ଯେପରି ନିଜକୁ ଭଲ ପାଏ, ତାକୁ ଅନ୍ୟକୁ ମଧ୍ୟ ସେହିପରି ଭଲ ପାଇବାକୁ ହେବ। ଆମ୍ଭେ ପରମେଶ୍ୱରଙ୍କୁ ଯେତେ ପଶୁ ବଳି ଓ ଉତ୍ସର୍ଗ ଦାନ ଅର୍ପଣ କରୁ, ସେହି ଗୁଡ଼ିକଠାରୁ ଏହି ଦୁଇଟି ଆଦେଶ ଅଧିକ ମହତ୍ତ୍ୱପୂର୍ଣ୍ଣ।”

34 ଯୀଶୁ ଦେଖିଲେ ଯେ, ଲୋକଟି ବୁଝିବିଗ୍ଭରି ଜ୍ଞାନୀ ଭଳି ଉତ୍ତର ଦେଇଛି। ସେ ତାହାକୁ କହିଲେ, “ତୁମ୍ଭେ ପରମେଶ୍ୱରଙ୍କ ରାଜ୍ୟଠାରୁ ଦୂରରେ ନାହଁ।” ଏହା ପରେ ଆଉ କେହିହେଲେ ଯୀଶୁଙ୍କୁ କୌଣସି ଅଧିକ ପ୍ରଶ୍ନ ପଗ୍ଭରିବାକୁ ସାହସ କଲେ ନାହିଁ।

ଖ୍ରୀଷ୍ଟ ଦାଉଦଙ୍କର ପୁତ୍ର(B)

35 ଯୀଶୁ ମନ୍ଦିରରେ ଉପଦେଶ ଦେଲାବେଳେ ପଗ୍ଭରିଲେ, “ଧର୍ମଶାସ୍ତ୍ରୀମାନେ କିପରି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର? 36 ସ୍ୱୟଂ ଦାଉଦ ପବିତ୍ରଆତ୍ମାଙ୍କ ସାହାଯ୍ୟରେ କହିଥିଲେ,

‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁଙ୍କୁ କହିଥିଲେ:
ତୁମ୍ଭେ ମୋ’ ପାଖରେ, ମୋହର ଡାହାଣ ପଟେ ବସ,
    ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ଅଧୀନକୁ ନେଇ ଆସିବି।’(C)

37 ଦାଉଦ ନିଜେ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ ବୋଲି କହିଥିଲେ। ତେବେ ଖ୍ରୀଷ୍ଟ କିଭଳି ଦାଉଦଙ୍କ ପୁତ୍ର ହୋଇ ପାରିବେ?” ଜମା ହୋଇଥିବା ଲୋକମାନେ ଯୀଶୁଙ୍କ ଉପଦେଶ ଖୁସୀ ମନରେ ଶୁଣୁଥିଲେ।

ଯୀଶୁ ବିଧି ପ୍ରଗ୍ଭରକମାନଙ୍କୁ ସମାଲୋଚନା କଲେ(D)

38 ଯୀଶୁ ଶିକ୍ଷା ଦେଇ ଗ୍ଭଲିଥିଲେ। ସେ କହିଲେ, “ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ସେମାନେ ଲମ୍ବା ଲମ୍ବା ରାଜକୀୟ ପୋଷାକ ପିନ୍ଧି ଏଣେ ତେଣେ ବୁଲିବାକୁ ଭଲ ପାଆନ୍ତି। ସେମାନେ ଭଲ ପାଆନ୍ତି ଯେ, ଲୋକେ ତାହାଙ୍କୁ ହାଟ ବଜାରରେ ସମ୍ମାନ ଦେଖାନ୍ତୁ। 39 ସମାଜଗୃହରେ ସେମାନେ ମହତ୍ତ୍ୱପୂର୍ଣ୍ଣ ଆସନରେ ବସିବାକୁ ଭଲ ପାଆନ୍ତି। ଭୋଜିରେ ସେମାନେ, ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ପାଇବାକୁ ଭଲ ପାଆନ୍ତି। 40 ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ ବ୍ୟବହାର ଦେଖାନ୍ତି। ସେମାନେ ବିଧବାମାନଙ୍କର ସମ୍ପତ୍ତି ଅପହରଣ କରି ନିଅନ୍ତି। ଭଲ ଦେଖେଇ ହେବା ପାଇଁ ସେମାନେ ଲମ୍ବା ପ୍ରାର୍ଥନା କରନ୍ତି। ଏଭଳି ଲୋକମାନଙ୍କୁ ପରମେଶ୍ୱର କଠିନ ଶାସ୍ତି ଦେବେ।”

ଏକ ବିଧବାର ପ୍ରକୃତ ଦାନ(E)

41 ଯୀଶୁ ମନ୍ଦିରର ଦାନ ବାକ୍ସ ପାଖରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ୟ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସରେ ପ୍ରଚୁର ଟଙ୍କା ପକାଉଥିଲେ। 42 ପରେ ଗରିବ ବିଧବାଟିଏ ସେଠାକୁ ଆସିଲା ଓ ସେଥିରେ ସେ ମାତ୍ର ଦୁଇଟି ତମ୍ବା-ମୁଦ୍ରା ପକେଇଲା। ଏହି ମୁଦ୍ରା ଦୁଇଟିର ମୂଲ୍ୟ ପଇସାଟିଏ ସାଙ୍ଗରେ ବି ସମାନ ନୁହେଁ।

43 ତା’ପରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପାଖକୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହି ସମସ୍ତ ଧନୀ ଲୋକମାନେ ଦେଇଥିବା ଦାନଠାରୁ ଏହି ଗରିବ ବିଧବାଟି ପ୍ରକୃତରେ ବହୁତ ଅଧିକ ଦେଇଛି। 44 କାରଣ ଧନୀ ଲୋକମାନଙ୍କ ପାଖରେ ପ୍ରଚୁର ଅଛି। ସେମାନେ ତାହାଙ୍କର ଦରକାର ନ ଥିବା ବଳକା ଅର୍ଥରୁ ହିଁ ଦାନ ଦେଇଛନ୍ତି। କିନ୍ତୁ ଏହି ବିଧବାଟି ବହୁତ ଗରିବ। ଏହି ଗରିବଟି ନିକଟରେ ଯାହା ଥିଲା, ସେ ସବୁତକ ଦାନ ସ୍ୱରୂପ ଦେଇ ଦେଇଛି। ତା’ର ଚଳିବା ପାଇଁ ସେତିକି ମାତ୍ର ସମ୍ବଳ ଥିଲା।”

Oriya Bible: Easy-to-Read Version (ERV-OR)

2010 by World Bible Translation Center