Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 7-9

ଇସ୍ରାଏଲ ପରମେଶ୍ୱରଙ୍କର ବିଶେଷ ଲୋକ

“ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ସେହି ଦେଶରେ ଯେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରବେଶ କରାଇବେ ଓ ତୁମ୍ଭ ସାକ୍ଷାତରୁ ନାନା ଗୋଷ୍ଠୀୟ ଲୋକମାନଙ୍କୁ ହିତ୍ତୀୟ ଓ ଗିର୍ଗାସୀୟ ଓ ଇମୋରୀୟ ଓ କିଣାନୀୟ ଓ ପିରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ତୁମ୍ଭଠାରୁ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କୁ ଦୂର କରିବେ। ଯେତେବେଳେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ସେମାନଙ୍କୁ ତୁମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସେମାନଙ୍କୁ ପରାସ୍ତ କରିବ। ତୁମ୍ଭେ ସେମାନଙ୍କ ସହିତ କୌଣସି ସନ୍ଧି କରିବ ନାହିଁ ଅଥବା ଦୟା ଦେଖାଇବ ନାହିଁ। ତୁମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବ। ତୁମ୍ଭେମାନେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କ ସହିତ ଆପଣା କନ୍ୟାମାନଙ୍କୁ ବିବାହ ଦେବ ନାହିଁ। କିଅବା ଆପଣା ପୁତ୍ରମାନଙ୍କୁ ସେମାନଙ୍କ କନ୍ୟାମାନଙ୍କ ସହିତ ବିବାହ ଦେବ ନାହିଁ। କାରଣ ସେମାନେ ତୁମ୍ଭମାନଙ୍କର ସନ୍ତାନଗଣଙ୍କୁ ମୋତେ ଅନୁସରଣ କରିବାରୁ ବିମୁଖ କରିବେ ଏବଂ ତା’ପରେ ତୁମ୍ଭମାନଙ୍କର ସନ୍ତାନଗଣ ଅନ୍ୟ ଦେବଗଣର ସେବା କରିବେ। ତାହାହେଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ତୁମ୍ଭମାନଙ୍କର ପରମେଶ୍ୱର କ୍ରୋଧ କରିବେ ଓ ସେ ତୁମ୍ଭକୁ ବହୁତ ଶୀଘ୍ର ବିନାଶ କରିବେ।

ମିଥ୍ୟା ଦେବତାଗଣଙ୍କୁ ଧ୍ୱଂସ

“ମାତ୍ର ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପେ ବ୍ୟବହାର କରିବ। ତୁମ୍ଭେମାନେ ସେମାନଙ୍କ ଯଜ୍ଞବେଦି ସକଳ ଭଗ୍ନ କରିବ ଓ ସେମାନଙ୍କ ସ୍ମରଣାର୍ଥକ ପ୍ରସ୍ତର ସବୁ ଭାଙ୍ଗି ପକାଇବ ଓ ଆଶେରାର ମୂର୍ତ୍ତିସଳକ ହାଣି ପକାଇବ। ପୁଣି ସେମାନଙ୍କ ଖୋଦିତ ପ୍ରତିମାସବୁ ଅଗ୍ନିରେ ଦ‌‌ଗ୍‌‌ଧ କରିବ। କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ। ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଅଛନ୍ତି। କାରଣ ତୁମ୍ଭେମାନେ ଅନ୍ୟ ଜାତିଗଣ ଅପେକ୍ଷା ଅଧିକ ସଂଖ୍ୟକ, ତାହା ନୁହଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କଲେ ଓ ମନୋନୀତ କଲେ। କାରଣ ତୁମ୍ଭେମାନେ ସମସ୍ତ ଲୋକ ଅପେକ୍ଷା ସବୁଠୁ କମ୍ ଥିଲ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନେହ କରିବାରୁ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଚ୍ଛୁକ ହେବାରୁ ସଦାପ୍ରଭୁ ବଳବାନ୍ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ଦାସତ୍ୱରୁ ଓ ମିଶରର ରାଜା ଫାରୋଙ୍କ ହସ୍ତରୁ ରକ୍ଷା କଲେ।

“ତେଣୁ ମନେରଖ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର କେବଳ ଏକମାତ୍ର ପରମେଶ୍ୱର ଅଟନ୍ତି। ସେ ବିଶ୍ୱସ୍ତ ଅଟନ୍ତି। ସେ ତାଙ୍କର ନିୟମ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କର ଆଜ୍ଞା ମାନନ୍ତି, ସଦାପ୍ରଭୁ ସେମାନଙ୍କ ଉପରେ କୃପା କରନ୍ତି। ଲୋକମାନଙ୍କ ପ୍ରତି ତାଙ୍କର କରୁଣା ଓ ତାଙ୍କର ଚୁକ୍ତି ପ୍ରତି ବିଶ୍ୱସନୀୟତା ସହସ୍ର ପୁରୁଷ ପର୍ଯ୍ୟନ୍ତ ଲାଗିରହେ। 10 କିନ୍ତୁ ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି ସେମାନଙ୍କୁ ସଂହାର କରିବା ନିମନ୍ତେ ସେ ସେମାନଙ୍କ ସମ୍ମୁଖରେ ପରିଶୋଧ କରନ୍ତି। ଯେ ତାହାଙ୍କୁ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ। ସେ ତାହାର ସମ୍ମୁଖରେ ପରିଶୋଧ କରିବେ। 11 ଏଥିପାଇଁ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା ଓ ବିଧି ଶାସନ ଆଜ୍ଞା ଦେଉଅଛି, ତାହା ମାନ୍ୟ କରି ପାଳନ କର।

12 “ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟସକଳ ଶାସନ ଶୁଣି, ମାନ ଓ ପାଳନ କର, ତେବେ ସଦାପ୍ରଭୁ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ନିୟମ ଓ ଦୟା ବିଷୟରେ ଶପଥ କରିଅଛନ୍ତି, ସେ ତାହା ରକ୍ଷା କରିବେ। 13 ସେ ତୁମ୍ଭକୁ ସ୍ନେହ କରିବେ, ଆଶୀର୍ବାଦ କରିବେ ଓ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ। ସେ ତୁମ୍ଭକୁ ଯେଉଁ ଦେଶ ଦେବା ପାଇଁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେହି ଦେଶରେ ସେ ତୁମ୍ଭ ଗର୍ଭଫଳ ଓ ତୁମ୍ଭ ଭୂମିଫଳ ଓ ତୁମ୍ଭମାନଙ୍କର ଶସ୍ୟ ଓ ତୁମ୍ଭ ଦ୍ରାକ୍ଷାରସ ଓ ତୁମ୍ଭ ତୈଳ ଓ ତୁମ୍ଭ ଗୋରୁମାନଙ୍କ ବତ୍ସମାନଙ୍କ ସମସ୍ତଙ୍କୁ ଆଶୀର୍ବାଦ କରିବେ।

14 “ତୁମ୍ଭେ ସମସ୍ତ ଲୋକଙ୍କ ଅପେକ୍ଷା ଅଧିକ ଆଶୀର୍ବାଦ ପାଇବ, ତୁମ୍ଭମାନଙ୍କ ମଧ୍ୟରେ ପୁରୁଷ କି ସ୍ତ୍ରୀ କିମ୍ବା ତୁମ୍ଭମାନଙ୍କ ପଶୁଗଣ ମଧ୍ୟରେ କେହି ନିଃସନ୍ତାନ ହେବେ ନାହିଁ। 15 ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ। ଆଉ ତୁମ୍ଭେ ମିସ୍ରୀୟ ଯେଉଁସବୁ ମନ୍ଦ ବ୍ୟାଧି ଜ୍ଞାତ ଅଟ, ତାହା ସେ ତୁମ୍ଭ ଉପରେ କରିବେ ନାହିଁ। ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନଙ୍କ ଉପରେ ତାହା କରିବେ। 16 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ହସ୍ତରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସେମାନଙ୍କୁ ଗ୍ରାସ କରିବ। ତୁମ୍ଭର ଚକ୍ଷୁ ସେମାନଙ୍କୁ ଦୟା କରିବ ନାହିଁ। କିଅବା ତୁମ୍ଭେ ସେମାନଙ୍କ ଦେବଗଣକୁ ସେବା କରିବ ନାହିଁ। କାରଣ ତାହା ତୁମ୍ଭମାନଙ୍କ ପାଇଁ ଫାନ୍ଦ ସ୍ୱରୂପ ହେବ।

ସଦାପ୍ରଭୁ ତାଙ୍କ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିଜ୍ଞା କଲେ

17 “ଯଦି ତୁମ୍ଭେମାନେ ‘ସେହି ଦେଶକୁ ତୁମ୍ଭମାନଙ୍କଠାରୁ ବଳଶାଳି ବୋଲି ବିବେଚନା କର, ତେବେ ତୁମ୍ଭେମାନେ ନିଜେ ଚିନ୍ତା କରିପାର ଆମ୍ଭେ କିପରି ସେମାନଙ୍କୁ ତଡ଼ି ଦେବା? ତଥାପି ତୁମ୍ଭେ ସେମାନଙ୍କୁ ଭୟ କରିବ ନାହିଁ।’ 18 ତୁମ୍ଭମାନଙ୍କର ମନେଥିବ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଫାରୋ ଓ ସମସ୍ତ ମିଶର ପ୍ରତି ଯେଉଁ କର୍ମମାନ କରିଛନ୍ତି। 19 ତୁମ୍ଭେମାନେ ଦେଖିଛ ଯେ ସଦାପ୍ରଭୁ ସେମାନଙ୍କ ପାଇଁ କି ଭୟଙ୍କର କାର୍ଯ୍ୟମାନ କରିଛନ୍ତି। ସେ କି ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି। ସେ ତାଙ୍କର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବହାର କରି ଆଣିଛନ୍ତି। ତୁମ୍ଭକୁ ଯେଉଁମାନେ ଭୟ ପ୍ରଦର୍ଶନ କରିବେ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ସେହିପରି କାର୍ଯ୍ୟମାନ ସେମାନଙ୍କ ପ୍ରତି କରିବେ।

20 “ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ସେମାନଙ୍କ ପାଇଁ ବିରୁଡ଼ି ପଠାଇବେ, ଯେଉଁମାନେ ତୁମ୍ଭମାନଙ୍କ ହସ୍ତରୁ ରକ୍ଷା ପାଇବେ। ସେ ସେହି ଲୋକମାନଙ୍କୁ ଧ୍ୱଂସ କରିବେ। 21 ଏହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିଛନ୍ତି। ସେ ମହାନ ଓ ଭୟଯୁକ୍ତ। 22 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେହି ଗୋଷ୍ଠୀୟ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢ଼ିବେ। ତୁମ୍ଭେ ସେମାନଙ୍କୁ ଏକାବେଳେ ବିନାଶ କରିବ ନାହିଁ, କଲେ ବନ ପଶୁମାନେ ତୁମ୍ଭ ପ୍ରତିକୂଳରେ ବଢ଼ି ଉଠିବେ। 23 ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଆଗରେ ସେମାନଙ୍କୁ ସମର୍ପଣ କରିବେ ଓ ସେମାନେ ବିନଷ୍ଟ ନ ହେବାଯାଏ ସେମାନଙ୍କୁ ମହାବ୍ୟାକୁଳରେ ବ୍ୟାକୁଳ କରିବେ। 24 ଆଉ ସେ ସେମାନଙ୍କର ରାଜାଗଣକୁ ତୁମ୍ଭ ହସ୍ତରେ ସମର୍ପଣ କରିବେ, ଯାହାଫଳରେ ତୁମ୍ଭେ ଆକାଶ ମଣ୍ତଳର ତଳୁ ସେମାନଙ୍କ ନାମ ପୋଛି ଦେବ। ଯେତେବେଳେ ତୁମ୍ଭେ ସେମାନଙ୍କୁ ବିନାଶ କରିବ କେହି ତୁମ୍ଭମାନଙ୍କୁ ଅଟକାଇବାକୁ ସମର୍ଥ ହେବ ନାହିଁ।

25 “ତୁମ୍ଭେମାନେ ସେମାନଙ୍କ ଦେବଗଣର ଖୋଦିତ ପ୍ରତିମା ସକଳ ଅଗ୍ନିରେ ଦ‌‌ଗ୍‌‌ଧ କରିବ। ତୁମ୍ଭେ ଯେମନ୍ତ ଫାନ୍ଦରେ ନ ପଡ଼ିବ ସେଥିପାଇଁ ସେ ସବୁରେ ଥିବା ରୂପା କି ସୁନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଘୃଣିତ ବସ୍ତୁ ଅଟେ। 26 ତୁମ୍ଭେ ସେହି ଘୃଣିତ ବସ୍ତୁଗୁଡ଼ିକ ନିଜ ଗୃହ ଭିତରକୁ ଆଣିବ ନାହିଁ। କାଳେ ତୁମ୍ଭେମାନେ ତାହା ତୁଲ୍ୟ ଅଭିଶପ୍ତ ହୋଇପାର। ତୁମ୍ଭେମାନେ ସେଗୁଡ଼ିକୁ ଅତିଶୟ ଘୃଣା କରିବା ଉଚିତ୍ ଓ ସେମାନେ ଅଭିଶପ୍ତ ହୁଅନ୍ତୁ ବୋଲି ବିବେଚନା କରିବ କାରଣ ସେମାନେ ବିଧ୍ୱଂସିତ ହେବାର ବସ୍ତୁ ଅଟନ୍ତି।

ସଦାପ୍ରଭୁଙ୍କୁ ସ୍ମରଣ କର

“ଯାହା ମୁଁ ଆଜି ତୁମ୍ଭକୁ ଆଦେଶ ଦେଉଛି, ତୁମ୍ଭେମାନେ ମୋର ସମସ୍ତ ଆଦେଶମାନ ମାନିବା ଉଚିତ୍। ତୁମ୍ଭେମାନେ ବଞ୍ଚିବା ପାଇଁ ଓ ବୃଦ୍ଧି ହେବା ପାଇଁ ଓ ସେହି ସ୍ଥାନରେ ପ୍ରବେଶ କରିବା ପାଇଁ ଓ ଅଧିକାର କରିବା ପାଇଁ ଯାହାକି ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କ ନିକଟରେ ଶପଥ କରିଛନ୍ତି। ଆଉ ତୁମ୍ଭେମାନେ ସ୍ମରଣ କର ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଗ୍ଭଳିଶ୍ ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭମାନଙ୍କୁ ଯେଉଁ ଭଳି ଭାବରେ ଗମନ କରାଇ ଅଛନ୍ତି, ସେ ତୁମ୍ଭର ପରୀକ୍ଷା ନେବା ପାଇଁ ତୁମ୍ଭେମାନେ ତାଙ୍କର ଆଜ୍ଞାପାଳନ କରିବ କି ନାହିଁ ଏବଂ ତୁମ୍ଭର ମନ ଜାଣିବା ପାଇଁ ଏହା କରିଛନ୍ତି। ମନୁଷ୍ୟ ଯେ କେବଳ ରୋଟୀରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ନିର୍ଗତ ହୁଏ, ତହିଁରେ ବଞ୍ଚେ। ଏହା ତୁମ୍ଭମାନଙ୍କୁ ଜଣାଇବା ପାଇଁ ସେ ତୁମ୍ଭମାନଙ୍କୁ ନମ୍ର ଓ କ୍ଷୁଧିତ କରିଅଛନ୍ତି, ସେ ତୁମ୍ଭକୁ ଓ ତୁମ୍ଭ ପୂର୍ବପୁରୁଷଗଣଙ୍କୁ ଅଜ୍ଞାତ ମାନ୍ନା ଦେଇ ପ୍ରତିପାଳନ କରିଅଛନ୍ତି। ଏହି ଗ୍ଭଳିଶ୍ ବର୍ଷ ତୁମ୍ଭମାନଙ୍କ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ତୁମ୍ଭମାନଙ୍କର ପାଦ ଫୁଲିଲା ନାହିଁ। ତେଣୁ ତୁମ୍ଭେମାନେ ହୃଦୟର ସହିତ ଜାଣିବା ଉଚିତ୍ ଯେ, ଜଣେ ପିତା ତା’ର ସନ୍ତାନଗଣଙ୍କୁ ଯେପରି ଅନୁଶାସିତ କରେ ସେହିପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ଅନୁଶାସିତ କରିଛନ୍ତି।

“ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଦେଶ ମାନି ପାଳନ କରିବ ଓ ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କୁ ଭୟ କରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଏକ ଉତ୍ତମ ଦେଶକୁ ନେଇ ଯାଉଛନ୍ତି, ଯେଉଁ ଭୂମିକି ଜଳରାଶିରେ, ଝରଣାରେ ଓ ଗଭୀର ଜଳସ୍ରୋତରେ ପୂର୍ଣ୍ଣ, ତାହା ଉପତ୍ୟକା ଓ ପର୍ବତ ଦେଇ ଝରିଯାଏ। ଏହି ଦେଶ ଗହମ, ଯବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମୟ ଅଟେ। ସେହି ଦେଶ ମଧ୍ୟ ଜୀତତୈଳ ଓ ମଧୁମୟ ଅଟେ। ସେଠାରେ ତୁମ୍ଭେମାନେ ପ୍ରଚୁର ପରିମାଣର ଖାଦ୍ୟ ପାଇବ। ସେଠାରେ ତୁମ୍ଭମାନଙ୍କର ଆବଶ୍ୟକ ଦ୍ରବ୍ୟମାନ ଉପଲବ୍ଧ ହେବ। ସେହି ଦେଶର ପଥର ଲୁହା ଅଟେ, ତୁମ୍ଭେମାନେ ସେଠାକାର ପର୍ବତରୁ ପିତ୍ତଳ ଖୋଳି ପାରିବ। 10 ଆଉ ତୁମ୍ଭେମାନେ ସେଠାରେ ଖାଦ୍ୟରେ ତୃପ୍ତ ହେବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଇ ଅଛନ୍ତି, ସେଥିପାଇଁ ତାଙ୍କର ଧନ୍ୟବାଦ କରିବ।

ସଦାପ୍ରଭୁଙ୍କର କର୍ମମାନ ଭୁଲ ନାହିଁ

11 “ସାବଧାନ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଭୁଲ ନାହିଁ। ସାବଧାନତା ସହକାରେ ତାହାଙ୍କ ନିର୍ଦ୍ଦେଶମାନ, ତାଙ୍କର ବିଧି ପାଳନ କର, ମୁଁ ତୁମ୍ଭମାନଙ୍କୁ ଆଜି ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି। 12 ଏହା ପରେ ତୁମ୍ଭେମାନେ ଉତ୍ତମ ଖାଦ୍ୟ ଖାଇବାକୁ ପାଇବ ଓ ସୁନ୍ଦର ଗୃହମାନ ନିର୍ମାଣ କରିବ ସେଥିରେ ବାସ କରିବାକୁ। 13 ତୁମ୍ଭମାନଙ୍କ ଗୋବତ୍ସ, ମେଷ, ଛେଳିର ସଂଖ୍ୟା ବର୍ଦ୍ଧିଷ୍ଣୁ ହେବ। ତୁମ୍ଭେ ପ୍ରଚୁର ପରିମାଣର ସୁନା, ରୂପା ପାଇବ। ତୁମ୍ଭମାନଙ୍କର ଯାହାସବୁ ଅଛି ତାହା ବୃଦ୍ଧି ପାଇବ। 14 ଯେତେବେଳେ ଏପରି ହେବ ସାବଧାନ, ଗର୍ବ କରିବ ନାହିଁ। ଏକଥା ଭୁଲ ନାହିଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରୁ ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଛନ୍ତି ଓ ମିଶରରୁ ବାହାର କରି ଆଣିଛନ୍ତି। 15 ସେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ବିଷଧର ସର୍ପ ଓ ବିଛା ପୁଣି ନିର୍ଜଳ ଶୁଷ୍କ ଭୂମିଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ମରୁଭୂମି ଦେଇ ତୁମ୍ଭମାନଙ୍କୁ ଗମନ କରାଇ ଆଣିଲେ। ସେ ତୁମ୍ଭମାନଙ୍କ ପାଇଁ ଚ‌‌କ୍‌‌ମକି ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ। 16 ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ମାନ୍ନାଦ୍ୱାରା ପ୍ରାନ୍ତରରେ ତୁମ୍ଭକୁ ପ୍ରତିପାଳନ କଲେ। ଏହିପରି ଭାବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ତୁମ୍ଭେ ସ୍ମରଣ କର। 17 ତୁମ୍ଭେ କେବେ କୁହ ନାହିଁ ଯେ, ‘ଆପଣା ପରାକ୍ରମ ଓ ବାହୁ ବଳଦ୍ୱାରା ଏହି ସମସ୍ତ ଐଶ୍ୱର୍ଯ୍ୟ ଲାଭ କରିଛ ବୋଲି।’ 18 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସ୍ମରଣ କର। ଏହି କଥା ମନେରଖ ଯେ, ତୁମ୍ଭମାନଙ୍କୁ ସେ ଏପରି କରିବା ପାଇଁ ଶକ୍ତି ଦେଇଛନ୍ତି। ସଦାପ୍ରଭୁ କାହିଁକି ଏପରି କଲେ? କାରଣ ସେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଥିଲେ ଏପରି କରିବା ପାଇଁ ଯାହାସବୁ ସେ ଆଜି କରିଛନ୍ତି।

19 “କେବେ ବି ତୁମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ଭୁଲିବ ନାହିଁ। ଅନ୍ୟ ଦେବତାଗଣଙ୍କୁ ମାନିବ ନାହିଁ କି ତାଙ୍କର ସେବା କରିବ ନାହିଁ। ଯଦି ତୁମ୍ଭେମାନେ ଏପରି କର, ତେବେ ମୁଁ ତୁମ୍ଭମାନଙ୍କୁ ସତର୍କ କରାଇଦେଉଛି ତୁମ୍ଭେମାନେ ନିଶ୍ଚିତରେ ବିନଷ୍ଟ ହେବ। 20 ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଅନ୍ୟ ଦେଶକୁ ଧ୍ୱଂସ କରିଛନ୍ତି। କିନ୍ତୁ ତୁମ୍ଭେମାନେ ଯଦି ଅନ୍ୟ ଦେବତାଗଣଙ୍କୁ ମାନ, ତେବେ ଅନ୍ୟ ଲୋକମାନଙ୍କ ପରି ସେ ତୁମ୍ଭମାନଙ୍କୁ ଧ୍ୱଂସ କରିବେ। କାରଣ ତୁମ୍ଭେମାନେ ତାଙ୍କର ଆଜ୍ଞା ମାନିଲ ନାହିଁ।

ସଦାପ୍ରଭୁ ଇସ୍ରାଏଲର ସହାୟ ହେବେ

“ହେ ଇସ୍ରାଏଲର ଲୋକମାନେ, ଶୁଣ! ତୁମ୍ଭେମାନେ ଆଜି ଯର୍ଦ୍ଦନ ନଦୀ ପାର ହୋଇ ଯାଉଛ, ଜାତିମାନଙ୍କୁ ତଡ଼ିଦେବା ପାଇଁ ଯାଉଅଛ ଯାହାକି ବୃହତ ଓ ତୁମ୍ଭମାନଙ୍କ ଅପେକ୍ଷା ଶକ୍ତିଶାଳୀ ଏବଂ ସେମାନଙ୍କର ବୃହତ ନଗରଗୁଡ଼ିକ ଏବଂ ସେମାନଙ୍କର ପ୍ରାଚୀରଗୁଡ଼ିକ ଆକାଶକୁ ଛୁଏଁ। ସେହି ଲୋକମାନେ ଅନାକୀୟମାନଙ୍କ ସନ୍ତାନ ବଳବାନ ଓ ଦୀର୍ଘକାୟ ତୁମ୍ଭେ ସେମାନଙ୍କୁ ଜାଣୁଅଛ, ପୁଣି ସେମାନଙ୍କ ବିଷୟରେ ଏହା କୁହାଯିବାରୁ ଏହା ଶୁଣିଅଛ। ଯେ, ‘ସେମାନଙ୍କ ସମ୍ମୁଖରେ କେହି ଛିଡ଼ା ହେବାକୁ ସାହସ କରନ୍ତି ନାହିଁ।’ ଏଣୁ ଆଜି ଏହା ଜ୍ଞାତ ହୁଅ, ଯେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱୟଂ ଗ୍ରାସକାରୀ ଅଗ୍ନିସ୍ୱରୂପ ହୋଇ ତୁମ୍ଭ ଆଗେ ଆଗେ ଗମନ କରୁଅଛନ୍ତି। ସେମାନଙ୍କୁ ସଂହାର କରିବେ ଓ ସେମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରେ ନତ କରିବେ। ତହିଁରେ ତୁମ୍ଭ ପ୍ରତି ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ତୁମ୍ଭେ ସେମାନଙ୍କୁ ତଡ଼ି ଦେବ ଓ ସେମାନଙ୍କୁ ଶୀଘ୍ର ବିନାଶ କରିବ।

“ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେଲାପରେ ତୁମ୍ଭେ ଏପରି କୁହ ନାହିଁ ଯେ, ‘ଆମ୍ଭମାନଙ୍କର ଧାର୍ମିକତା ଯୋଗୁଁ ସଦାପ୍ରଭୁ ଆମ୍ଭକୁ ଏହି ଦେଶ ଅଧିକାର କରିବା ପାଇଁ ଏପରି କହିଛନ୍ତି।’ ଯେହେତୁ ସେହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ସକାଶୁ ସଦାପ୍ରଭୁ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ। ତୁମ୍ଭେ ଆପଣା ଧାର୍ମିକତା ଅବା ହୃଦୟର ସରଳତା ହେତୁରୁ ସେମାନଙ୍କ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନୁହେଁ, ମାତ୍ର ଏହି ଗୋଷ୍ଠୀୟ ଲୋକମାନଙ୍କ ଦୁଷ୍ଟତା ପାଇଁ ଆଉ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କୁ ଶପଥପୂର୍ବକ ଯେଉଁ ବାକ୍ୟ କହିଥିଲେ, ତାହା ସଫଳ କରିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବେ। ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ଧାର୍ମିକତା ହେତୁରୁ ତୁମ୍ଭକୁ ଏହି ଉତ୍ତମ ଦେଶ ଅଧିକାର କରିବାକୁ ଦେଉ ନାହାନ୍ତି। ଏହା ତୁମ୍ଭେମାନେ ଜାଣ, ଯେହେତୁ ତୁମ୍ଭେମାନେ ଜି‌ଦ୍‌ଖୋର ଲୋକ।

ସଦାପ୍ରଭୁଙ୍କର କ୍ରୋଧକୁ ସ୍ମରଣ କର

“ତୁମ୍ଭେମାନେ ଏହି ପ୍ରାନ୍ତର ମଧ୍ୟରେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ କିପରି କ୍ରୋଧ କରାଇ ଅଛ ତାହା ସ୍ମରଣ କର। ତୁମ୍ଭେମାନେ ତାହା ପାଶୋରି ଯାଅ ନାହିଁ। ତୁମ୍ଭେ ମିଶର ଦେଶରୁ ବାହାର ହେବା ଦିନଠାରୁ ଏହି ସ୍ଥାନକୁ ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଗ୍ଭରୀ ହୋଇଅଛ। ତୁମ୍ଭେମାନେ ହୋରେବରେ ସଦାପ୍ରଭୁଙ୍କୁ କ୍ରୋଧ କରାଇଲ, ତହିଁରେ ସଦାପ୍ରଭୁ କ୍ରୋଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ୟତ ହେଲେ। ଯେତେବେଳେ ମୁଁ ପ୍ରସ୍ତରଦ୍ୱୟ ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ କୃତ ନିୟମର ଦୁଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକୁ ଗଲି। ସେତେବେଳେ ମୁଁ ପର୍ବତରେ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ରହିଲି, ମୁଁ ଖାଦ୍ୟ କିଅବା ଜଳପାନ ମଧ୍ୟ କଲି ନାହିଁ। 10 ତା’ପରେ ସଦାପ୍ରଭୁ ମୋତେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ସେହି ଦୁଇ ପ୍ରସ୍ତର ଫଳକ ଦେଲେ। ସମସ୍ତ ବାକ୍ୟ ଯାହା ସଭାଦିନରେ ପର୍ବତର ଅଗ୍ନି ମଧ୍ୟରୁ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଲେ, ତାହା ସବୁ ସେଠାରେ ଲିଖିତ ହେଲା।

11 “ଆଉ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତ୍ରିର ଶେଷରେ ସଦାପ୍ରଭୁ ସେହି ଦୁଇ ପ୍ରସ୍ତରଫଳକ, ଅର୍ଥାତ ନିୟମର ପ୍ରସ୍ତରଫଳକ ମୋତେ ଦେଲେ। 12 ସଦାପ୍ରଭୁ ମୋତେ କହିଲେ, ‘ଉଠ, ଏସ୍ଥାନରୁ ଶୀଘ୍ର ତଳକୁ ଯାଅ, କାରଣ ତୁମ୍ଭେ ଯେଉଁ ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଅଛ। ତୁମ୍ଭର ସେହି ଲୋକମାନେ ନିଜକୁ ଦୁର୍ନୀତିଗ୍ରସ୍ତ କରିଅଛନ୍ତି। ମୁଁ ସେମାନଙ୍କୁ ଯେଉଁ ପଥ ନିର୍ଦ୍ଦେଶ ଦେଇଥିଲି ତହିଁରୁ ସେମାନେ ଶୀଘ୍ର ବିମୁଖ ହେଲେ। ସେମାନେ ସେମାନଙ୍କ ନିମନ୍ତେ ଏକ ସ୍ୱର୍ଣ୍ଣ ପ୍ରତିମା ନିର୍ମାଣ କରିଅଛନ୍ତି।’

13 “ସଦାପ୍ରଭୁ ମୋତେ କହିଲେ, ‘ଆମ୍ଭେ ଏହି ଲୋକମାନଙ୍କୁ ଦେଖିଲୁ, ଆଉ ଏମାନେ ଶକ୍ତଗ୍ରୀବ ଲୋକ। 14 ଆମ୍ଭକୁ ଛାଡ଼ିଦିଅ, ତହିଁରେ ଆମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା ଓ ଆକାଶ ମଣ୍ତଳ ତଳୁ ସେମାନଙ୍କ ନାମ ଲୋପ କରିବା। ମାତ୍ର ଆମ୍ଭେ ତୁମ୍ଭଠାରୁ ସେମାନଙ୍କ ଅପେକ୍ଷା ଅଧିକ ବଳବତୀ ଓ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବା।’

ସୁବର୍ଣ୍ଣ ବାଛୁରି

15 “ତହିଁରେ ମୁଁ ଫେରି ପର୍ବତ ତଳକୁ ଆସିଲି, ଆଉ ପର୍ବତ ଅଗ୍ନିରେ ଜଳୁଥିଲା। ଆଉ ନିୟମର ସେହି ଦୁଇ ପ୍ରସ୍ତର ଫଳ ମୋର ଦୁଇ ହସ୍ତରେ ଥିଲା। 16 ଆଉ ମୁଁ ଦେଖିବାକୁ ପାଇଲି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତିକୂଳରେ ପାପ କରିଅଛ। ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଏକ ବାଛୁରି ନିର୍ମାଣ କରିଅଛ। ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଇଥିଲେ, ତୁମ୍ଭେମାନେ ଶୀଘ୍ର ତହିଁରୁ ବିମୁଖ ହୋଇଅଛ। 17 ତେଣୁ ମୁଁ ସେହି ପ୍ରସ୍ତରଫଳକ ଦ୍ୱୟକୁ ତଳେ ଫିଙ୍ଗି ଦେଲି ଏବଂ ତାହା ତୁମ୍ଭମାନଙ୍କ ସମ୍ମୁଖରେ ଭାଙ୍ଗିଗଲା। 18 ତୁମ୍ଭେମାନେ କରିଥିବା ପାପର ପ୍ରାୟଶ୍ଚିତ କରିବା ପାଇଁ ଯାହାକି ସଦାପ୍ରଭୁଙ୍କୁ କ୍ରୋଧିତ କଲା, ମୁଁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁଁ ଅନ୍ନ ଭୋଜନ କିଅବା ଜଳପାନ କଲି ନାହିଁ। 19 କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ କ୍ରୋଧ କଲେ, ସେହି କୋପ ଓ ପ୍ରଚଣ୍ତତା ଆଗରେ ମୁଁ ଭୟ କଲି, ମାତ୍ର ସଦାପ୍ରଭୁ ସେଥିରେ ମଧ୍ୟ ମୋର କଥା ଶୁଣିଲେ। 20 ସଦାପ୍ରଭୁ ହାରୋଣଙ୍କୁ ବିନାଶ କରିବା ପାଇଁ ଅତିଶୟ କୋପ କଲେ, ମୁଁ ସେ ସମୟରେ ମଧ୍ୟ ହାରୋଣଙ୍କ ପାଇଁ ପ୍ରାର୍ଥନା କଲି। 21 ମୁଁ ତୁମ୍ଭମାନଙ୍କର ପାପପୂର୍ଣ୍ଣ ବସ୍ତୁକୁ ଦ‌‌ଗ୍‌‌ଧ କଲି। ତୁମ୍ଭେମାନେ ଛାଞ୍ଚରେ ଢଳାଇଥିବା ବାଛୁରିକୁ ଅଗ୍ନିରେ ଦ‌‌ଗ୍‌‌ଧ କଲି। ତା’ପରେ ମୁଁ ଏହାକୁ ଚୂର୍ଣ୍ଣ କଲି ଏବଂ ଧୂଳି ପରି ସୂକ୍ଷ୍ମ ହେବା ପର୍ଯ୍ୟନ୍ତ ମୁଁ ଏହାକୁ ଦଳିଲି। ତା’ପରେ ଢାଞ୍ଚା ନିର୍ମିତ ବାଛୁରିର ଭସ୍ମକୁ ଜଳସ୍ରୋତରେ ନିକ୍ଷେପ କଲି। ଯାହା ପର୍ବତରୁ ଆସୁଥିଲା।

ଇସ୍ରାଏଲକୁ କ୍ଷମା କରିବା ପାଇଁ ମୋଶା ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ

22 “ତୁମ୍ଭେମାନେ ତବିୟେରାରେ ଓ ମଃସାରେ ଓ କିବ୍ରୋ‌‌‌ତ୍‌‌‌ହତ୍ତାବାରେ ସଦାପ୍ରଭୁଙ୍କୁ କ୍ରୋଧ କରାଇଲ। 23 ଏହା ପରେ ସଦାପ୍ରଭୁ ଯେଉଁ ସମୟରେ କାଦେଶ ବର୍ଣ୍ଣେୟଠାରୁ ତୁମ୍ଭମାନଙ୍କୁ ପଠାଇ କହିଲେ, ‘ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛୁ, ତୁମ୍ଭେମାନେ ଉଠିଯାଇ ଅଧିକାର କର।’ ସେ ସମୟରେ ତୁମ୍ଭେମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞାରେ ବିଦ୍ରୋହାଗ୍ଭରୀ ହେଲ ଓ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, କିଅବା ତାହାଙ୍କ କଥା ଶୁଣିଲ ନାହିଁ। 24 ମୁଁ ତୁମ୍ଭମାନଙ୍କୁ ଜାଣିବା ଦିନଠାରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଗ୍ଭରୀ ହୋଇ ଆସିଅଛ।

25 “ଏହିପରି ମୁଁ, ମୁହଁ ମାଡ଼ି ଗ୍ଭଳିଶ୍ ଦିନ ଗ୍ଭଳିଶ୍ ରାତି ସଦାପ୍ରଭୁଙ୍କ ସମ୍ମୁଖରେ ପଡ଼ି ରହିଲି। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ। 26 ମୁଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲି, ‘ହେ ପ୍ରଭୁ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକଙ୍କୁ ଓ ଆପଣା ଅଧିକାରକୁ ବିନାଶ କର ନାହିଁ। ତୁମ୍ଭେ ଆପଣା ମହିମାରେ ସେମାନଙ୍କୁ ମୁକ୍ତ କରିଅଛ, ତୁମ୍ଭେ ସେମାନଙ୍କୁ ବଳବାନ୍ ହସ୍ତଦ୍ୱାରା ମିଶରରୁ ବାହାର କରି ଆଣିଅଛ। 27 ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ତୁମ୍ଭର ଏହି ଦାସମାନଙ୍କୁ ସ୍ମରଣ କର। ଏହି ଲୋକମାନଙ୍କର ଅବାଧ୍ୟତା ପ୍ରତି କି ସେମାନଙ୍କ ଦୁଷ୍ଟତା ପ୍ରତି କିଅବା ସେମାନଙ୍କର ପାପ ପ୍ରତି ଦୃଷ୍ଟି ଦିଅ ନାହିଁ। 28 ସେହି ଦେଶ, ଯେଉଁ ଦେଶରୁ ତୁମ୍ଭେ ସେମାନଙ୍କୁ ବାହାର କରି ଆଣିଛ ତୁମ୍ଭ ବିଷୟରେ କହିବ। ସେମାନେ କହିବେ, “ସଦାପ୍ରଭୁ ଏମାନଙ୍କୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ, ସେଠାକୁ ସେମାନଙ୍କୁ ନେଇଯିବାକୁ ସମର୍ଥ ହେଲେ ନାହିଁ ଏବଂ ସେ ସେମାନଙ୍କୁ ଯେହେତୁ ଘୃଣା କଲେ। ତେଣୁ ସେ ଏହି ପ୍ରାନ୍ତରରେ ସେମାନଙ୍କୁ ହତ୍ୟା କରିବାକୁ ବାହାର କରି ଆଣିଛନ୍ତି।” 29 ତଥାପି ସେମାନେ ତ ତୁମ୍ଭମାନଙ୍କର ଲୋକ ଅଟନ୍ତି ଓ ତୁମ୍ଭର ଅଧିକାର ସେମାନଙ୍କ ଉପରେ ଅଛି। ତୁମ୍ଭେ ସେମାନଙ୍କୁ ଆପଣା ମହାଶକ୍ତି ଓ ବିସ୍ତାରିତ ବାହୁଦ୍ୱାରା ବାହାର କରି ଆଣିଅଛ।’

ମାର୍କ ଲିଖିତ ସୁସମାଗ୍ଭର 11:19-33

19 ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ହେବାରୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନଗରରୁ ବାହାରି ଗ୍ଭଲିଗଲେ।

ଯୀଶୁ ବିଶ୍ୱାସର ଶକ୍ତି ଦେଖାଇଲେ(A)

20 ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ଡିମ୍ବିରିଗଛ ଥିବା ବାଟ ଦେଇ ଆସିଲେ। ସେମାନେ ଡିମ୍ବିରିଗଛକୁ ମୂଳରୁ ଶୁଖି ମରି ଯାଇଥିବାର ଦେଖିଲେ। 21 ସେତେବେଳେ ପିତର ଡିମ୍ବିରିଗଛକୁ ମନେ ପକେଇଲେ ଓ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଦେଖ; ଗତ କାଲି ତୁମ୍ଭେ ଯେଉଁ ଡିମ୍ବିରିଗଛକୁ ଅଭିଶାପ ଦେଇଥିଲ, ସେ ଗଛ ଆଜି ଶୁଖି ମରି ଯାଇଛି।”

22 ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ। 23 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି: ଯଦି କେହି ଲୋକ ଏହି ପର୍ବତକୁ କହିବ, ‘ତୁ ଉପୁଡ଼ି ସମୁଦ୍ରରେ ଯାଇ ପଡ଼ିଯା,’ ଏବଂ ଯଦି ଲୋକଟିର ମନରେ କୌଣସି ପ୍ରକାର ସନ୍ଦେହ ନ ଥାଇ ବିଶ୍ୱାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତେବେ ପରମେଶ୍ୱର ତା’ ପାଇଁ ତାହା କରି ଦେବେ। 24 ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ପ୍ରାର୍ଥନା କଲାବେଳେ ଯାହା ମାଗୁଛ, ବିଶ୍ୱାସ କର ଯେ, ତାହା ତୁମ୍ଭକୁ ମିଳିଯାଇଛି ତେବେ ପ୍ରକୃତରେ ତାହା ତୁମ୍ଭେ ପାଇବ। 25 ତୁମ୍ଭେମାନେ ଯେତେବେଳେ ପ୍ରାର୍ଥନା କରିବାକୁ ଠିଆ ହୋଇଥିବ, ସେତେବେଳେ ଯଦି ତୁମ୍ଭମାନଙ୍କର ମନେ ପଡ଼ିଯାଏ ଯେ, ତୁମ୍ଭେମାନେ କାହାରି ଉପରେ କୌଣସି କାରଣରୁ ରାଗିଛ, ତେବେ ସେହି ଲୋକକୁ କ୍ଷମା କରି ଦିଅ। ତା’ହେଲେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ମଧ୍ୟ ତୁମ୍ଭମାନଙ୍କର ପାପ ଗୁଡ଼ିକୁ କ୍ଷମା କରିଦେବେ।” 26 [a]

ଯିହୂଦୀ ନେତାମାନଙ୍କର ଯୀଶୁଙ୍କ କ୍ଷମତା ପ୍ରତି ସନ୍ଦେହ(B)

27 ଯୀଶୁ ଓ ତାହଙ୍କ ଶିଷ୍ୟମାନେ ପୁଣି ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ଭିତରେ ବୁଲୁଥିଲେ। ପ୍ରଧାନଯାଜକ ଧର୍ମଶାସ୍ତ୍ରୀ ପ୍ରାଚୀନ ଓ ଯିହୂଦୀ ନେତାମାନେ ତାହାଙ୍କ ପାଖକୁ ଆସିଲେ। 28 ସେମାନେ ଯୀଶୁଙ୍କୁ କହିଲେ, “ଆମ୍ଭଙ୍କୁ କୁହ, କେଉଁ ଅଧିକାରରେ ତୁମ୍ଭେ ଏସବୁ କାମ କରୁଛ? ଏ ସବୁ କରିବାକୁ ତୁମ୍ଭକୁ କିଏ ଅଧିକାର ଦେଲା?”

29 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ମୋ’ ପ୍ରଶ୍ନର ଉତ୍ତର ଦେଲେ ମୁଁ ତୁମ୍ଭମାନଙ୍କୁ କହିବି ଯେ, କେଉଁ ଅଧିକାରରେ ମୁଁ ଏସବୁ କାର୍ଯ୍ୟ କରୁଛି। 30 ମୋତେ କୁହ, ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମନୁଷ୍ୟଠାରୁ? ମୋର ପ୍ରଶ୍ନର ଉତ୍ତର ଦିଅ।”

31 ଯିହୂଦୀ ନେତାମାନେ ଯୀଶୁଙ୍କ ପ୍ରଶ୍ନ ଉପରେ ଆଲୋଚନା କଲେ। ସେମାନେ କୁହାକୁହି ହେଲେ, “ଆମ୍ଭେମାନେ ଯଦି କହିବା ଯେ, ‘ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା’, ତେବେ ଯୀଶୁ କହିବେ, ‘ତେବେ ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’ 32 କିନ୍ତୁ ଯଦି ଆମ୍ଭେମାନେ କହିବା, ‘ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ଆସିଥିଲା, ତେବେ ଲୋକମାନେ ଆମ୍ଭ ଉପରେ ରାଗିଯିବେ।” ସେମାନେ ଲୋକମାନଙ୍କୁ ଖୁବ୍ ଡରୁଥିଲେ। କାରଣ ସବୁ ଲୋକ ବିଶ୍ୱାସ କରୁଥିଲେ ଯେ, ଯୋହନ ପ୍ରକୃତରେ ଜଣେ ଭବିଷ୍ୟ‌ଦ୍‌ବକ୍ତା।

33 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମ୍ଭେମାନେ ଜାଣି ନାହୁଁ।”

ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତା’ହେଲେ ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ଯେ, କେଉଁ ଅଧିକାରରେ ମୁଁ ଏ ସବୁ କାର୍ଯ୍ୟ କରୁଛି।”

Oriya Bible: Easy-to-Read Version (ERV-OR)

2010 by World Bible Translation Center