Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଗଣନା ପୁସ୍ତକ 12-14

ମରିୟମ ଓ ହାରୋଣଙ୍କର ମୋଶାଙ୍କ ବିଷୟରେ ଅଭିଯୋଗ

12 ମୋଶା ଏକ କୁଶୀୟା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିୟମ ଓ ହାରୋଣ ସେହି କୁଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ। ସେମାନେ କହିଲେ, “ସଦାପ୍ରଭୁ କ’ଣ ମୋଶାଙ୍କ ସହିତ କେବଳ କଥା କହିଅଛନ୍ତି? ସେ କ’ଣ ଆମ୍ଭମାନଙ୍କ ସହିତ କଥା କହି ନାହାନ୍ତି?”

ମାତ୍ର ଏକଥା ସଦାପ୍ରଭୁ ଶୁଣିଲେ। ମୋଶା ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ମଧ୍ୟରେ ଅତି ନମ୍ର ଥିଲେ। ହଠାତ୍ ସଦାପ୍ରଭୁ ମୋଶାଙ୍କୁ, ହାରୋଣଙ୍କୁ, ମରିୟମଙ୍କୁ କହିଲେ, “ତୁମ୍ଭେ ତିନି ଜଣ ବାହାର ହୋଇ ସମାଗମ-ତମ୍ବୁ ନିକଟକୁ ଆସ।”

ତହୁଁ ସେ ତିନି ଜଣ ବାହାର ହୋଇ ଆସିଲେ। ସେତେବେଳେ ସଦାପ୍ରଭୁ ମେଘ ସ୍ତମ୍ଭରୁ ଓହ୍ଲାଇ ସମାଗମ-ତମ୍ବୁ ନିକଟରେ ଛିଡ଼ା ହେଲେ। ସେ ଡାକିଲେ, “ହାରୋଣ ଓ ମରିୟମ!” ତହୁଁ ସେମାନେ ବାହାର ହୋଇ ଆସିଲେ। ସଦାପ୍ରଭୁ କହିଲେ, “ମୋର ବାକ୍ୟ ଶୁଣ, ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟ‌ଦ୍‌ବକ୍ତା ଥାଏ, ତେବେ ମୁଁ ସଦାପ୍ରଭୁ ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ୱପ୍ନଦ୍ୱାରା ତାହା ସହିତ କଥା କହିବି। ମାତ୍ର ମୋଶା ମୋର ସେବକ, ସେପରି ନୁହେଁ। ସେ ହିଁ ମୋର ସମଗ୍ର ଗୃହରେ ଜଣେ ସବୁଠାରୁ ବିଶ୍ୱସ୍ତ ଅଟେ। ମୁଁ ତା’ ସହିତ ଦର୍ଶନ କିମ୍ବା ନିଦର୍ଶନ ବାକ୍ୟରେ ନୁହେଁ, ମାତ୍ର ସମ୍ମୁଖା-ସମ୍ମୁଖୀ ହୋଇ ପ୍ରକାଶ୍ୟ ଭାବରେ ତା’ ସହିତ କଥା କହେ। ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରେ। ତାଙ୍କ ବିରୁଦ୍ଧରେ କଥା କହିବାକୁ ତୁମ୍ଭେମାନେ କାହିଁକି ଭୀତ ହେଲ ନାହିଁ?”

ଏହିରୂପେ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ। 10 ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିୟମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ୟ ଶ୍ୱେତବର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।

11 ତହିଁରେ ହାରୋଣ ମୋଶାଙ୍କୁ କହିଲେ, “ହେ ମୋହର ମହାଶୟ, ଆମ୍ଭେମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭେମାନେ ପାପ କରିଅଛୁ; ଏଣୁ ବିନୟ କରୁଅଛି, ଆମ୍ଭମାନଙ୍କ ଉପରେ ସେହି ପାପ ଥୁଅ ନାହିଁ। 12 ମାତାର ଗର୍ଭରୁ ନିର୍ଗତ ହେଲାବେଳେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଶିଶୁ ସଦୃଶ ସେ ନ ହେଉ।”

13 ତେଣୁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ହେ ପରମେଶ୍ୱର, ବିନୟ କରୁଅଛି, ତାହାକୁ ସୁସ୍ଥ କର।”

14 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯଦି ତା’ର ପିତା ତା’ର ମୁହଁରେ ଛେପ ପକାଇଥା’ନ୍ତା, ସେ କ’ଣ ସାତ ଦିନ ଲଜ୍ଜିତା ହୋଇ ନ ଥା’ନ୍ତା? ତେଣୁ ସେ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ, ଅନ୍ୟମାନଙ୍କଠାରୁ ରୁଦ୍ଧା ହୋଇ ରହୁ, ତା’ପରେ ସେ ଛାଉଣି ଭିତରକୁ ଆସି ପାରିବ।”

15 ତହୁଁ ମରିୟମ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ ରହିଲା। ସେ ପୁନର୍ବାର ଭିତରକୁ ନ ଆସିବା ଯାଏ ଲୋକମାନେ ଯାତ୍ରା କଲେ ନାହିଁ। 16 ତା’ପରେ ଲୋକମାନେ ହ‌‌ତ୍‌ସେରୋତଠାରୁ ଯାତ୍ରା କରି ପାରଣ ମରୁଭୂମିରେ ଛାଉଣି ସ୍ଥାପନ କଲେ।

ଗୁପ୍ତଚରଙ୍କ କିଣାନ ଗମନ

13 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ କିଣାନ ଦେଶ ଦେବି, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ। ସେମାନଙ୍କର ପ୍ରତ୍ୟେକ ପିତୃବଂଶ ମଧ୍ୟରେ ଯେଉଁମାନେ ଅଧିପତି, ସେମାନଙ୍କୁ ପଠାଅ।”

ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ମରୁଭୂମି ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ। ସେହି ଲୋକମାନେ ଇସ୍ରାଏଲର ଲୋକମାନଙ୍କର ନେତୃବର୍ଗ ଥିଲେ। ସେହି ପ୍ରଧାନମାନଙ୍କର ନାମ ଏହି:

ରୁବେନ୍ ଗୋଷ୍ଠୀବର୍ଗ ମଧ୍ୟରୁ ସ‌କ୍‌‌କୁରର ପୁତ୍ର ଶମ୍ମୂୟ।

ଶିମିୟୋନ ଗୋଷ୍ଠୀବର୍ଗ ମଧ୍ୟରୁ ହୋରିର ପୁତ୍ର ଶାଫଟ।

ଯିହୁଦା ଗୋଷ୍ଠୀବର୍ଗ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ୍।

ଇଷାଖର ଗୋଷ୍ଠୀବର୍ଗ ମଧ୍ୟରୁ ଯୋଷେଫର ପୁତ୍ର ଯିଗାଲ।

ଇଫ୍ରୟିମ ଗୋଷ୍ଠୀବର୍ଗ ମଧ୍ୟରୁ ନୂନର ପୁତ୍ର ହୋଶେୟ।

ବିନ୍ୟାମୀନ ଗୋଷ୍ଠୀବର୍ଗ ମଧ୍ୟରୁ ରାଫୁର ପୁତ୍ର ପ‌ଲ୍‌ଟି।

10 ସବୁଲୂନ ଗୋଷ୍ଠୀବର୍ଗ ମଧ୍ୟରୁ ସୋଦିର ପୁତ୍ର ଗଦ୍ଦୀୟେଲ।

11 ଯୋଷେଫ ଗୋଷ୍ଠୀବର୍ଗ ସୂଷିର ପୁତ୍ର ଗଦ୍ଦି ମନଃଶି ଗୋଷ୍ଠୀର ଅଟେ।

12 ଦାନ ଗୋଷ୍ଠୀବର୍ଗ ମଧ୍ୟରୁ ଗମଲ୍ଲୀର ପୁତ୍ର ଅମ୍ମୀୟେଲ।

13 ଆଶେର ଗୋଷ୍ଠୀବର୍ଗ ମଧ୍ୟରୁ ମୀଖାୟେଲର ପୁତ୍ର ସଥୁର।

14 ନପ୍ତାଲି ଗୋଷ୍ଠୀବର୍ଗ ମଧ୍ୟରୁ ବ‌ପ୍‌ସିର ପୁତ୍ର ନହବି।

15 ଗାଦ୍ ଗୋଷ୍ଠୀବର୍ଗ ମଧ୍ୟରୁ ମାଖିର ପୁତ୍ର ଗୂୟେଲ।

16 ମୋଶା ଯେଉଁ ଲୋକମାନଙ୍କୁ ଗୁପ୍ତଚର କାର୍ଯ୍ୟ କରିବାକୁ ସେହି ଦେଶ ପଠାଇ ଥିଲେ, ମୋଶା ନୂନର ପୁତ୍ର ହୋଶେୟଙ୍କୁ ଯିହୋଶୂୟ ନାମ ଦେଲେ।

17 ଆଉ ମୋଶା ଏମାନଙ୍କୁ କିଣାନ ଦେଶରେ ଗୁପ୍ତଚର କାର୍ଯ୍ୟ କରିବାକୁ ପଠାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ନେଗେଭକୁ ଯାଅ ଏବଂ ତା’ପରେ ପର୍ବତମୟ ଦେଶକୁ ଯାଅ। 18 ପୁଣି ସେହି ଦେଶ କିପରି, ତହିଁର ବାସିନ୍ଦାମାନେ ବଳବାନ୍ କି ଦୁର୍ବଳ ଓ ସେମାନେ ଅଳ୍ପ କି ଅନେକ ସେ ବିଷୟରେ ଅନୁସନ୍ଧାନ କର। 19 ପୁଣି ସେମାନେ ଯେଉଁ ଦେଶରେ ବାସ କରୁଛନ୍ତି ସେ ଦେଶ ଭଲ କି ମନ୍ଦ, ଯେଉଁ ନଗରରେ ବାସ କରନ୍ତି ତାହା କି ପ୍ରକାର, ସେମାନେ ତମ୍ବୁରେ କି ଗଡ଼ରେ, କାହିଁରେ ବାସ କରନ୍ତି, ତାହା ମଧ୍ୟ ଅନୁସନ୍ଧାନ କର। 20 ପୁଣି ସେହି ମାଟିର ଉତ୍କର୍ଷଣ ଖୋଳ, ଉର୍ବର କି ଅନୁର୍ବର। ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ।” ସେହି ସମୟରେ ପ୍ରଥମ ଦ୍ରାକ୍ଷାଫଳ ପାଚିବାର ଥିଲା।

21 ତେଣୁ ସେମାନେ ସୀନ ମରୁଭୂମିରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ଯ୍ୟନ୍ତ ଦେଶ ଅନୁସନ୍ଧାନ କଲେ। 22 ଆଉ ସେମାନେ ଦକ୍ଷିଣ ଦିଗ ଦେଇ ହିବ୍ରୋଣରେ ଯାଇ ଉପସ୍ଥିତ ହେଲେ, ସେହି ସ୍ଥାନରେ ଅହୀମାନ୍, ଶେଶୟ, ତଲ୍ମୟ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋୟନର ସାତ ବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହୋଇଥିଲା। 23 ଏହା ପରେ ସେମାନେ ଇଷ୍କୋଲ ଉପତ୍ୟକାରେ ଉପସ୍ଥିତ ହୋଇ ସେଠାରେ ଏକ ପେଣ୍ଡା ଫଳଯୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇଜଣ ସାଙ୍ଗୀରେ ବହନ କଲେ, ସେମାନେ ମଧ୍ୟ କିଛି ଡାଳିମ୍ବ ଓ ଡିମ୍ବିରି ଫଳ ଆଣିଲେ। 24 ଇସ୍ରାଏଲର ଲୋକମାନେ ଯେଉଁ ଉପତ୍ୟକାରେ ଦ୍ରାକ୍ଷାପେଣ୍ଡା କାଟି ଥିଲେ, ସେଥି ସକାଶେ ସେହି ସ୍ଥାନ ଇଷ୍କୋଲ ଉପତ୍ୟକା ନାମରେ ପ୍ରସିଦ୍ଧ ହେଲା।

25 ସେମାନେ ଗ୍ଭଳିଶ୍ ଦିନ ସେହି ଦେଶ ଅନୁସନ୍ଧାନ କଲାପରେ ଫେରି ଆସିଲେ। 26 ଅନନ୍ତର ସେମାନେ ଆସି ପାରଣ ମରୁଭୂମି କାଦେଶ ନାମକ ସ୍ଥାନରେ ମୋଶାଙ୍କୁ ଭେଟିଲେ, ହାରୋଣ ଓ ଇସ୍ରାଏଲ ଲୋକମାନେ ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ତଳୀକି ସମାଗ୍ଭର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ। 27 ପୁଣି ସେମାନେ ବର୍ଣ୍ଣନା କରି ତାହାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶକୁ ପଠାଇଥିଲ, ଆମ୍ଭେମାନେ ସେଠାକୁ ଯାଇଥିଲୁ। ଏହା ଏକ ଦୁ‌ଗ୍‌ଧ-ମଧୁର ଦେଶ। ଏହା ହେଉଛି ସେହି ଦେଶର ଫଳ। 28 ତଥାପି ସେହି ଦେଶ ନିବାସୀମାନେ ବଳବାନ୍, ନଗରସବୁ ପ୍ରାଚୀର ବେଷ୍ଟିତ ଓ ଅତି ବଡ଼, ଆହୁରି ଆମ୍ଭେମାନେ ସେଠାରେ ଅନାକର ସନ୍ତାନମାନଙ୍କୁ ଦେଖିଲୁ। 29 ଦକ୍ଷିଣ ଦେଶରେ ଅମାଲେକ ବାସ କରନ୍ତି, ପର୍ବତମୟ ଦେଶରେ ହିତ୍ତୀୟ, ଯିବୂଷୀୟ ଓ ଇମୋରୀୟ ଲୋକମାନେ ବାସ କରନ୍ତି। ଆଉ ସମୁଦ୍ର ନିକଟରେ ଓ ଯର୍ଦ୍ଦନ ତୀରରେ କିଣାନୀୟ ଲୋକମାନେ ବାସ କରନ୍ତି।”

30 କାଲେବ୍ ମୋଶାଙ୍କ ନିକଟରେ ଥିବା ଲୋକମାନଙ୍କୁ କହିଲେ, “ଆସ ଆମ୍ଭେମାନେ ଏହାକୁ ଅକ୍ତିଆର କରିବା, ସେମାନଙ୍କୁ ପରାସ୍ତ କିରିବାକୁ ଆମ୍ଭମାନଙ୍କର ଯଥେଷ୍ଟ ବଳ ଅଛି।”

31 ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, “ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ପାରିବୁ ନାହିଁ। କାରଣ ସେମାନେ ଆମ୍ଭଠାରୁ ଶକ୍ତିଶାଳୀ।” 32 ଏହିରୂପେ ସେମାନେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ ଇସ୍ରାଏଲର ଲୋକମାନଙ୍କ ନିକଟରେ ସେହି ଦେଶର ଅଖ୍ୟାତି କରି କହିଲେ, “ଯେଉଁ ଦେଶର ମଧ୍ୟଦେଇ ଆମ୍ଭେମାନେ ଯାତ୍ରା କଲୁ, ତାହା ନିଜର ଅଧିବାସୀମାନଙ୍କୁ ଗ୍ରାସ କଲା। ଆମ୍ଭେମାନେ ଯେତେ ଲୋକଙ୍କୁ ସେଠାରେ ଦେଖିଲୁ ସେମାନେ ବଡ଼ ଡେଙ୍ଗା। 33 ସେଠାରେ ଆମ୍ଭେମାନେ ଅନାକର ନେଫଲିମ୍ ସନ୍ତାନ ମହାବୀରଗଣଙ୍କୁ ଦେଖିଲୁ, ଆଉ ସେମାନଙ୍କ ଦୃଷ୍ଟିରେ ଆମ୍ଭେମାନେ ଝିଣ୍ଟିକା ପରି ହେଲୁ।”

ଲୋକମାନେ ପୁନର୍ବାର ଅଭିଯୋଗ କରନ୍ତି

14 ସମସ୍ତ ମଣ୍ତଳୀ ସେହି ରାତ୍ରିରେ ଛାଉଣିରେ ଉଚ୍ଚସ୍ୱରରେ ରୋଦନ କଲେ। ପୁଣି ଇସ୍ରାଏଲ ଲୋକମାନେ ସମସ୍ତେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଅଭିଯୋଗ କଲେ, ଆଉ ସମସ୍ତ ମଣ୍ତଳୀ ସେମାନଙ୍କ ଆଗରେ ଅଭିଯୋଗ କଲେ, “ଯଦି ଆମ୍ଭେମାନେ ସେହି ମିଶର ଦେଶରେ କିମ୍ବା ମରୁଭୂମିରେ ମରିଯାଇଥା’ନ୍ତୁ, ତେବେ ଭଲ ହୋଇଥା’ନ୍ତା। ସଦାପ୍ରଭୁ ଆମ୍ଭମାନଙ୍କୁ ଖ‌ଡ଼୍‌ଗରେ ନିପାତ କରିବାକୁ କାହିଁକି ଏ ଦେଶକୁ ଆଣିଲେ? ଆମ୍ଭମାନଙ୍କ ସ୍ତ୍ରୀ ଓ ବାଳକମାନେ ବନ୍ଦୀରୂପେ ନିଆଯିବେ। ମିଶରକୁ ଫେରି ଯିବାଟା ଆମ୍ଭମାନଙ୍କ ପକ୍ଷରେ ଭଲ ହୁଅନ୍ତା।”

ସେମାନେ ପରପ୍ପର ମଧ୍ୟରେ କଥା ହେଲେ, “ଆସ, ଆମ୍ଭେମାନେ ଜଣକୁ ପ୍ରାଧାନ କରି ମିଶରକୁ ଫେରିଯିବା।”

ତହିଁରେ ମୋଶା ଓ ହାରୋଣ ଏତେ ବ୍ୟତିବ୍ୟସ୍ତ ହୋଇଗଲେ ଯେ, ସେମାନେ ଇସ୍ରାଏଲର ଲୋକମାନଙ୍କ ଆଗରେ ମୁହଁ ମାଡ଼ି ଭୂମିରେ ପଡ଼ିଗଲେ। ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ୍ ନିଜ ନିଜ ବସ୍ତ୍ର ଚିରିଲେ। ଆଉ ଏହି ଦୁଇଲୋକ ଇସ୍ରାଏଲ ଲୋକମାନଙ୍କର ସମସ୍ତ ମଣ୍ତଳୀକି କହିଲେ, “ଆମ୍ଭେମାନେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲୁ, ତାହା ଅତ୍ୟନ୍ତ ଉତ୍ତମ ଦେଶ। ଯେବେ ସଦାପ୍ରଭୁ ଆମ୍ଭମାନଙ୍କଠାରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଆମ୍ଭମାନଙ୍କୁ ସେହି ଦେଶକୁ ଆଣିବେ ଓ ତାହା ଆମ୍ଭମାନଙ୍କୁ ଦେବେ, ସେହି ଦେଶ ଦୁ‌ଗ୍‌ଧମଧୁପ୍ରବାହୀ ଅଟେ। ତେଣୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଯାଅ ନାହିଁ, ଆଉ ସେହି ଦେଶର ଲୋକମାନଙ୍କୁ ଭୟ କର ନାହିଁ। ସେମାନେ ଆମ୍ଭମାନଙ୍କର ଖାଦ୍ୟ ସ୍ୱରୂପ। ସେମାନଙ୍କର ଆଶ୍ରୟ ସେମାନଙ୍କ ଉପରୁ ଘୁଞ୍ଚାଗଲାଣି। ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ଭୟ କର ନାହିଁ।”

10 ମାତ୍ର ସମସ୍ତ ମଣ୍ତଳୀ ସେମାନଙ୍କୁ ପଥର ମାରି ହତ୍ୟା କରିବାକୁ କହିଲେ। ସେତେବେଳେ ସଦାପ୍ରଭୁଙ୍କର ମହିମା ସମାଗମ-ତମ୍ବୁରେ ଇସ୍ରାଏଲର ସମସ୍ତ ଲୋକମାନଙ୍କ ପ୍ରତି ପ୍ରକାଶିତ ହେଲା। 11 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେକାଳ ମୋତେ ପ୍ରତ୍ୟାଖ୍ୟାନ କରିବେ? ଆଉ ସେମାନଙ୍କ ମଧ୍ୟରେ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସତ୍ତ୍ୱେ, କେତେ ଦିନ ସେମାନେ ମୋତେ ଅବିଶ୍ୱାସ କରିବେ? 12 ମୁଁ ମହାମାରୀଦ୍ୱାରା ସେମାନଙ୍କୁ ସଂହାର କରିବି ଓ ସେମାନଙ୍କର ଅଧିକାର ଛଡ଼େଇ ନେବି। ପୁଣି ସେମାନଙ୍କଠାରୁ ତୁମ୍ଭକୁ ବଡ଼ ଓ ବଳବାନ ଜାତି କରିବି।”

13 ତା’ପରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ତେବେ ମିଶରୀୟ ଲୋକମାନେ ତ ଏହା ଶୁଣିବେ, କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ୱାରା ସେମାନଙ୍କ ମଧ୍ୟରୁ ଏହି ଲୋକମାନଙ୍କୁ ଆଣିଅଛ। 14 ପୁଣି ସେମାନେ ଏ ଦେଶ ନିବାସୀମାନଙ୍କୁ ତାହା କହିବେ, ସେମାନେ ଶୁଣିଛନ୍ତି ଯେ, ତୁମ୍ଭେ ସଦାପ୍ରଭୁ ଏହି ଲୋକମାନଙ୍କ ମଧ୍ୟରେ ଅଛନ୍ତି, କାରଣ ତୁମ୍ଭେ ସେମାନଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେଉଅଛ ଓ ତୁମ୍ଭ ମେଘ ସେମାନଙ୍କ ଉପରେ ଅବସ୍ଥାନ କରୁଅଛି। ତୁମ୍ଭେ ଦିନ ବେଳେ ମେଘସ୍ତମ୍ଭରେ ଓ ରାତ୍ରି ବେଳେ ଅଗ୍ନି ସ୍ତମ୍ଭରେ ସେମାନଙ୍କ ଆଗେ ଆଗେ ଗମନ କରୁଅଛ। 15 ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଏକାଥରେ ବଧ କରିବ, ତେବେ ଯେଉଁ ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭ ଶକ୍ତିର କଥା ଶୁଣିଛନ୍ତି, ସେମାନେ କହିବେ, 16 ‘ସଦାପ୍ରଭୁ ଏହି ଲୋକମାନଙ୍କୁ ଯେଉଁ ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ, ସେହି ଦେଶକୁ ସେମାନଙ୍କୁ ଆଣି ପାରିଲେ ନାହିଁ, ଏଣୁ ସେ ସେମାନଙ୍କୁ ମରୁଭୂମିରେ ବଧ କରିଅଛନ୍ତି।’

17 “ଯେପରି ତୁମ୍ଭେ କହିଅଛ, ଏବେ ମୁଁ ବିନୟ କରୁଅଛି, ପ୍ରଭୁଙ୍କ ପରାକ୍ରମ ମହାନ୍ ହେଉ। 18 ‘ସଦାପ୍ରଭୁ କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ ଓ ଅପରାଧୀ ଓ ବ୍ୟବସ୍ଥା ଲଘଂନକାରୀର କ୍ଷମାକାରୀ। ତଥାପି ଦୋଷୀର ଦଣ୍ତଦାତା, ପୁଣି ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନଗଣ ଉପରେ ପିତୃଗଣର ଅପରାଧର ଫଳ ସେ ଦେଇଥା’ନ୍ତି।’ 19 ମୁଁ ବିନୟ କରୁଅଛି, ତୁମ୍ଭେ ଆପଣା ଦୟାର ମହତ୍ତ୍ୱ ଅନୁସାରେ ଏହି ଲୋକମାନଙ୍କୁ ମିଶରଠାରୁ ଏପର୍ଯ୍ୟନ୍ତ ଯେପରି କ୍ଷମା କରିଅଛ ତଦନୁସାରେ ଏହି ଲୋକମାନଙ୍କର ଅପରାଧ କ୍ଷମା କର।”

20 ସଦାପ୍ରଭୁ କହିଲେ, “ଯେପରି ତୁମ୍ଭେ ମୋତେ ଅନୁରୋଧ କଲ, ମୁଁ ସେମାନଙ୍କୁ କ୍ଷମା ଦେଲି। 21 କିନ୍ତୁ ମୁଁ ପ୍ରତିଜ୍ଞା କରୁଅଛି ଯେ, ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ମହିମାରେ ପରିପୂର୍ଣ୍ଣ ହେବ। 22 ଏମାନଙ୍କ ମଧ୍ୟରୁ ଏହି ଲୋକ ମୋର ମହିମା ଦେଖିଲେ, ପୁଣି ଯେଉଁମାନେ ମିଶରରେ ଓ ମରୁଭୂମିରେ ଚିହ୍ନସ୍ୱରୂପ ମୋର କୃତ କର୍ମ ଦେଖାଇଛନ୍ତି ଏବଂ ଯେଉଁମାନେ ମୋତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମୋ’ ବାକ୍ୟ ରବରେ ଅମନୋଯୋଗୀ ହୋଇଅଛନ୍ତି, 23 ସେମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି ଆମ୍ଭେ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ଏମାନଙ୍କ ମଧ୍ୟରୁ କେହି ସେ ଦେଶ ଦେଖି ପାରିବେ ନାହିଁ। କାରଣ ସେମାନେ ମୋତେ ଅବଜ୍ଞା କରିଛନ୍ତି, ତେଣୁ ସେମାନଙ୍କ ମଧ୍ୟରୁ କେହି ତାହା ଦେଖିବେ ନାହିଁ। 24 ମାତ୍ର ଆମ୍ଭର ସେବକ କାଲେବ ସେମାନଙ୍କଠାରୁ ଭିନ୍ନ। ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି। ଏଣୁ ସେ ଯେଉଁ ଦେଶକୁ ଯାଇଥିଲା, ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ। 25 ବର୍ତ୍ତମାନ ଅମାଲେକୀୟ ଓ କିଣାନୀୟମାନେ ତଳ ଭୂମିରେ ବାସ କରନ୍ତି। କାଲି ତୁମ୍ଭେମାନେ ଫେରି ଲୋହିତ ସାଗର ପଥଦେଇ ମରୁଭୂମିକୁ ଗମନ କରିବା ଉଚିତ୍।”

ସଦାପ୍ରଭୁ ଲୋକମାନଙ୍କୁ ଶାସ୍ତି ଦେଲେ

26 ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 27 “ମୋ’ ବିରୁଦ୍ଧରେ ଅଭିଯୋଗ କରାଯାଉଛି, ମୁଁ କେତେକାଳ ସହିବି ଏହି ଦୁଷ୍ଟ ଲୋକମାନଙ୍କ ନିମନ୍ତେ? ଇସ୍ରାଏଲର ଲୋକମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ମୁଁ ଶୁଣିଲି। 28 ସେମାନଙ୍କୁ କୁହ, ‘ସଦାପ୍ରଭୁ ପ୍ରତିଜ୍ଞା କରନ୍ତି। ସେମାନେ ଯାହା ଅଭିଯୋଗ କରିଛନ୍ତି’ ତାହା ହିଁ ମୁଁ କରିବି। 29 ତୁମ୍ଭେମାନେ ଏହି ମରୁଭୂମି ମଧ୍ୟରେ ମରିବ। କୋଡ଼ିଏ ବର୍ଷରୁ ଅଧିକ ବୟସ୍କ ତୁମ୍ଭମାନଙ୍କ ମଧ୍ୟରୁ ଗଣ୍ୟ ହୋଇଥିବା ଲୋକମାନେ ସମ୍ପୂର୍ଣ୍ଣ ସଂଖ୍ୟା ଅନୁସାରେ ଯେଉଁମାନେ ମୋ’ ବିରୁଦ୍ଧରେ ଅଭିଯୋଗ କରିଛନ୍ତି, ସମସ୍ତେ ମରିବେ। 30 ତୁମ୍ଭମାନଙ୍କ ମଧ୍ୟରୁ କେହି, ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କୁ ଦେବାକୁ ପ୍ରତିଜ୍ଞା କରିଥିଲୁ, ସେଠାରେ ପ୍ରବେଶ କରି ପାରିବ ନାହିଁ। କେବଳ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ସେ ଦେଶରେ ପ୍ରବେଶ କରିବେ। 31 ତୁମ୍ଭେ କହିଲ, ତୁମ୍ଭ ପିଲାମାନଙ୍କୁ ବୋହି ନିଆଯିବ। କିନ୍ତୁ ସେମାନଙ୍କୁ ମୁଁ ସେହି ସ୍ଥାନକୁ ଆଣିବି। ଆଉ ତୁମ୍ଭେମାନେ ଯେଉଁ ଦେଶକୁ ପ୍ରତ୍ୟାଖ୍ୟାନ କରିଥିଲ, ସେମାନେ ତାହା ଉପଭୋଗ କରିବେ। 32 ମାତ୍ର ତୁମ୍ଭେମାନେ ଏହି ମରୁଭୂମିରେ ମୃତ୍ୟୁବରଣ କରିବ।

33 “‘ତୁମ୍ଭମାନଙ୍କ ସନ୍ତାନଗଣ ଗ୍ଭଳିଶ୍ ବର୍ଷ ଏହି ପ୍ରାନ୍ତରରେ ଭ୍ରମଣ କରିବେ ଓ ସେମାନେ ତୁମ୍ଭମାନଙ୍କର ଅବିଶ୍ୱସ୍ତତା ପାଇଁ ଯନ୍ତ୍ରଣା ଭୋଗ କରିବେ। ତୁମ୍ଭମାନଙ୍କ ଶବ ଏହି ମରୁଭୂମିରେ ବିନଷ୍ଟ ନ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କ ବ୍ୟଭିଗ୍ଭରର, ତୁମ୍ଭେ ତୁମ୍ଭର ପାପର ଫଳ ଭୋଗିବ। 34 ଗୋଟିଏ ବର୍ଷ ଗୋଟିଏ ଦିନ ହିସାବରେ ତୁମ୍ଭେମାନେ ଗ୍ଭଳିଶ୍ ବର୍ଷ ସେହି ଦେଶ ଅନୁସନ୍ଧାନ କରିବା ସମୟରେ ପ୍ରାନ୍ତରର ଏଣେ ତେଣେ ବୁଲିବ, ତା’ପରେ ମୋର କ୍ରୋଧ ତୁମ୍ଭେ ଜାଣିବ।’

35 “ମୁଁ ସଦାପ୍ରଭୁ ଅନନ୍ତର ଏହା କହିଲି, ମୋ’ ବିଷୟରେ ଯେଉଁ ଦୁଷ୍ଟ ମଣ୍ତଳୀ ଏକତ୍ରିତ ହୋଇଅଛନ୍ତି, ତାହା ପ୍ରତି ମୁଁ ନିଶ୍ଚୟ ପ୍ରତିଫଳ କରିବି। ସେମାନେ ଏଠାରେ ନଷ୍ଟ ହେବେ ଓ ଏହି ସ୍ଥାନରେ ସେମାନେ ମରିବେ।‌”

36 ଯେଉଁ ଲୋକମାନଙ୍କୁ ମୋଶା ସେ ଦେଶ ଅନୁସନ୍ଧାନ କରିବାକୁ ପ୍ରେରଣ କରିଥିଲେ, ସେମାନେ ଫେରି ଆସି ସେହି ଦେଶର ଅଖ୍ୟାତି ପ୍ରଗ୍ଭର କଲେ ଓ ସମସ୍ତ ମଣ୍ତଳୀ ବିରୁଦ୍ଧରେ ଅଭିଯୋଗ ଆଣିଲେ। 37 ଯେଉଁମାନେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ସେ ଦେଶର ଅପଖ୍ୟାତି ପ୍ରଗ୍ଭର କରିଥିଲେ, ସେମାନେ ସଦାପ୍ରଭୁଙ୍କ ଉପସ୍ଥିତରେ ମହାମାରୀ ଦ୍ୱାରା ମଲେ। 38 ମାତ୍ର ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ କେବଳ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ୍ ଜୀବିତ ରହିଲେ।

ଲୋକମାନେ କିଣାନ ଦେଶକୁ ଯିବାକୁ ଚେଷ୍ଟା କଲେ

39 ଆଉ ମୋଶା ଇସ୍ରାଏଲର ସମସ୍ତ ଲୋକଙ୍କୁ ଏହିକଥା କହିଲେ, ତହିଁରେ ଲୋକମାନେ ଅତିଶୟ ବିଳାପ କଲେ। 40 ତହୁଁ ସେମାନେ ଅତି ପ୍ରାତଃକାଳରୁ ଉଠି ପର୍ବତ ଶୃଙ୍ଗ ଉପରକୁ ଯିବାକୁ ବାହାରି ସେମାନେ କହିଲେ, “ଦେଖ ଆମ୍ଭେମାନେ ଏଠାରେ ଅଛୁ, ସଦାପ୍ରଭୁ ଯେଉଁ ସ୍ଥାନ ବିଷୟରେ ପ୍ରତିଜ୍ଞା କରିଥିଲେ, ସେହି ସ୍ଥାନକୁ ଯିବା, କାରଣ ଆମ୍ଭେମାନେ ପାପ କରିଅଛୁ।”

41 ତହିଁରେ ମୋଶା କହିଲେ, “ଏବେ ତୁମ୍ଭେମାନେ କି କାରଣରୁ ସଦାପ୍ରଭୁଙ୍କ ଆଜ୍ଞା ଲଘଂନ କରୁଅଛ? ତୁମ୍ଭମାନଙ୍କର ଏହି କର୍ମ ସଫଳ ହେବ ନାହିଁ। 42 ତୁମ୍ଭେମାନେ ଉପରକୁ ଯାଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ନାହାନ୍ତି। ତେଣୁ ତୁମ୍ଭେ ଅକ୍ଳେଶରେ ଶତ୍ରୁମାନଙ୍କଦ୍ୱାରା ପରାସ୍ତ ହେବ। 43 ଯେହେତୁ ଅମାଲେକୀୟ ଓ କିଣାନୀୟ ଲୋକମାନେ ସେଠାରେ ଅଛନ୍ତି, ତୁମ୍ଭେମାନେ ଖ‌ଡ଼୍‌ଗରେ ନିହତ ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କ ବିଶ୍ୱାସଠାରୁ ବିମୁଖ ହେବାରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ ନାହିଁ।”

44 ତଥାପି ସେମାନେ ପର୍ବତ ଶୃଙ୍ଗ ଉପରକୁ ଯିବାକୁ ଦୁଃସାହସ କଲେ। ମାତ୍ର ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ଓ ମୋଶା ସେମାନଙ୍କ ସହିତ ଗଲେ ନାହିଁ। 45 ସେତେବେଳେ ସେହି ପର୍ବତବାସୀ ଅମାଲେକୀୟ ଓ କିଣାନୀୟ ଲୋକମାନେ ଓହ୍ଲାଇ ଆସି ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କୁ ପରାସ୍ତକରି ହର୍ମା ପର୍ଯ୍ୟନ୍ତ ତଡ଼ି ଦେଲେ।

ମାର୍କ ଲିଖିତ ସୁସମାଗ୍ଭର 5:21-43

ଯୀଶୁ ମୃତ ବାଳିକାକୁ ଜୀବନ ଦେଲେ ଓ ଏକ ଅସୁସ୍ଥ ସ୍ତ୍ରୀକୁ ସୁସ୍ଥ କଲେ(A)

21 ଯୀଶୁ ନୌକାରେ ବସି ହ୍ରଦର ଅପର ପାର୍ଶ୍ୱକୁ ଫେରିଗଲେ। ପୁଣି ହ୍ରଦ କୂଳରେ ତାହାଙ୍କ ଗ୍ଭରି ପଟେ ବହୁତ ଲୋକ ଜମିଗଲେ। 22 ଯିହୂଦୀ ସମାଜଗୃହର ଜଣେ ଅଧିକାରୀ ସେଠାକୁ ଆସିଲେ। ତାହାଙ୍କ ନାମ ଯାଈରସ ଥିଲା। ଯାଈରସ ଯୀଶୁଙ୍କୁ ଦେଖିବା ମାତ୍ରେ ତାହାଙ୍କ ପାଦ ତଳେ ପଡ଼ିଗଲେ। 23 ସେ କାକୁତି ମିନତି ହୋଇ ଯୀଶୁଙ୍କୁ ଭିକ୍ଷା ମାଗିଲେ, “ମୋର ଛୋଟ ଝିଅ ମରିବା ଉପରେ। ଦୟାକରି ଆପଣ ଆସି ତା’ ଉପରେ ହାତ ରଖନ୍ତୁ, ତା’ହେଲେ ସେ ସୁସ୍ଥ ହୋଇଯିବ ଓ ଜୀବନ ପାଇବ।”

24 ଯୀଶୁ ଯାଈରସଙ୍କ ସାଥୀରେ ବାହାରିଲେ। ଅନେକ ଲୋକ ଯୀଶୁଙ୍କ ପଛେ ପଛେ ଗଲେ। ଭିଡ଼ ହୋଇଥିବା ଯୋଗୁଁ ଲୋକେ ଯୀଶୁଙ୍କ ଆଡ଼କୁ ମାଡ଼ି ଆସୁ ଥିଲେ।

25 ସେଠାରେ ଲୋକଙ୍କ ଭିତରେ ଜଣେ ସ୍ତ୍ରୀଲୋକ ଥିଲା। ବିଗତ ବାରବର୍ଷ ଧରି ତା’ର ରକ୍ତସ୍ରାବ ହେଉଥିଲା। 26 ଅନେକ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଇ ସାରିବା ପରେ ସେ ନିରାଶ ହୋଇ ପଡ଼ିଥିଲା। ସେ ବହୁତ କଷ୍ଟ ପାଉଥିଲା। ତା’ର ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା। ତଥାପି ତା’ର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟୁ ନ ଥିଲା। ବରଂ ତା’ର ଦେହ ଅତ୍ୟଧିକ ଖରାପ ହୋଇ ଯାଉଥିଲା।

27 ସେହି ସ୍ତ୍ରୀ ଲୋକଟି ଯୀଶୁଙ୍କ ବିଷୟରେ ଶୁଣିବା ପରେ ଲୋକଙ୍କ ସହିତ ତାହାଙ୍କର ଅନୁସରଣ କଲା। ସେ ପଛ ପଟରୁ ଆସି ଯୀଶୁଙ୍କ ନିକଟତର ହେଲା ଓ ତାହାଙ୍କ ବସ୍ତ୍ର ଛୁଇଁଦେଲା। 28 ସେ ମନେ ମନେ କହୁଥିଲା, “ଯଦି ମୁଁ ଖାଲି ଟିକିଏ ତାହାଙ୍କ ବସ୍ତ୍ର ଛୁଁଇ ପାରିବି ତେବେ ଭଲ ହୋଇଯିବି।” 29 ସେ ଯୀଶୁଙ୍କ ବସ୍ତ୍ର ଛୁଇଁବା ମାତ୍ରେ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା ଓ ତା’ର ଶରୀରର ରୋଗ ଭଲ ହୋଇଗଲା ବୋଲି ସେ ଅନୁଭବ କଲା। 30 ସେହି ସମୟରେ ଯୀଶୁ ଅନୁଭବ କଲେ ଯେ ତାହାଙ୍କଠାରୁ ଶକ୍ତି ବାହାରି ଯାଇଛି। ସେ ଅଟକି ଗଲେ ଓ ପଛକୁ ବୁଲି ପଡ଼ି ପଗ୍ଭରିଲେ, “ମୋର ବସ୍ତ୍ର କିଏ ଛୁଇଁଲା?”

31 ଶିଷ୍ୟମାନେ ଯୀଶୁଙ୍କୁ କହିଲେ, “ଏଠାରେ ତ ଅନେକ ଲୋକ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି। ପୁଣି ଆପଣ ପଗ୍ଭରୁଛନ୍ତି, “ମୋତେ କିଏ ଛୁଇଁଲା?”

32 କିନ୍ତୁ ଯୀଶୁ ତାହାଙ୍କୁ କେଉଁ ଲୋକ ଛୁଇଁଲା ବୋଲି ଗ୍ଭରିଆଡ଼କୁ ଦେଖିବାକୁ ଲାଗିଲେ। 33 ସେହି ସ୍ତ୍ରୀ ଲୋକଟି ଜାଣିଥିଲା ଯେ ସେ ଭଲ ହୋଇଯାଇଛି, ତେଣୁ ସେ ଆଗକୁ ଆସି ଯୀଶୁଙ୍କ ପାଦ ତଳେ ପଡ଼ିଗଲା। ସେ ଭୟରେ ଥରୁଥିଲା। ସେ ଯୀଶୁଙ୍କୁ ସବୁ କଥା କହିଲା। 34 ଯୀଶୁ ତାକୁ କହିଲେ,

“ଆଗୋ ନାରୀ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି। ଶାନ୍ତିରେ ଯାଅ ଏବଂ ତୁମ୍ଭ ରୋଗରୁ ମୁକ୍ତ ହୁଅ।”

35 ଯୀଶୁ ସେଠାରେ ଏସବୁ କହୁଥିବା ସମୟରେ ଯିହୂଦୀ ସମାଜଗୃହର ଅଧିକାରୀ ଯାଈରସଙ୍କ ଘରୁ କେତେକ ଲୋକ ଆସି ତାହାଙ୍କୁ କହିଲେ, “ତୁମ୍ଭର ଝିଅ ମରିଗଲାଣି। ବର୍ତ୍ତମାନ ତୁମ୍ଭେ ଗୁରୁ (ଯୀଶୁ)ଙ୍କୁ ଅଯଥାରେ ଆଉ କାହିଁକି ହଇରାଣ କରିବ?”

36 କିନ୍ତୁ ଯୀଶୁ ସେମାନଙ୍କ କଥା ଶୁଣିସାରି ଯିହୂଦୀ ସମାଜଗୃହର ଅଧିକାରୀଙ୍କୁ କହିଲେ, “ଭୟ କର ନାହିଁ, କେବଳ ବିଶ୍ୱାସ କର।”

37 ତା’ପରେ ସେ ସମସ୍ତଙ୍କୁ ଛାଡ଼ି କେବଳ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ। 38 ସେମାନେ ଯିହୂଦୀ ସମାଜଗୃହର ଅଧିକାରୀଙ୍କ ଘରକୁ ଗଲେ। ସେ ସେଠାରେ ଲୋକମାନଙ୍କୁ ଉଚ୍ଚ ସ୍ୱରରେ ବିଳାପ କରୁଥିବାର ଦେଖିଲେ। ସେଠାରେ ବହୁତ କୋଳାହଳ ହେଉଥିଲା। 39 ଯୀଶୁ ଘର ଭିତରେ ପ୍ରବେଶ କରି ଲୋକମାନଙ୍କୁ କହିଲେ, “ତୁମ୍ଭେ ସବୁ କାହିଁକି ଏତେ ପାଟିତୁଣ୍ଡ ଓ କନ୍ଦାକଟା କରୁଛ? ଏ ପିଲାଟି ମରି ନାହିଁ, ସେ କେବଳ ଶୋଇ ଯାଇଛି।” 40 ଏହା ଶୁଣି ସବୁ ଲୋକ ଯୀଶୁଙ୍କୁ ପରିହାସ କଲେ।

କିନ୍ତୁ ସେ ସମସ୍ତଙ୍କୁ ଘରର ବାହାରକୁ ପଠେଇ ଦେଲେ। କେବଳ ପିଲାଟିର ବାପାମା ଓ ତାହାଙ୍କ ସହିତ ଆସିଥିବା ଶିଷ୍ୟମାନଙ୍କୁ ସାଙ୍ଗରେ ନେଇ ପିଲାଟି ଯେଉଁ କୋଠରିରେ ଥିଲା, ସେହି କୋଠରିକୁ ଗଲେ। 41 ତା’ପରେ ଯୀଶୁ ଝିଅଟିର ହାତ ଧରି ତାହାକୁ କହିଲେ, “ଟଲିଥା, କୂମ୍” ଅର୍ଥାତ୍ ହେ ଝିଅ, ମୁଁ ତୋତେ କହୁଛି ଉଠ। ଝିଅଟି ସଙ୍ଗେ ସଙ୍ଗେ ଉଠି ଠିଆ ହେଲା ଓ ଗ୍ଭଲିବାକୁ ଆରମ୍ଭ କଲା। ଝିଅଟିର ବୟସ ବାର ବର୍ଷ ଥିଲା। 42 ତା’ର ବାପାମା ଓ ଶିଷ୍ୟମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। 43 ଯୀଶୁ ଏ କଥା ଲୋକମାନଙ୍କୁ ନ କହିବା ପାଇଁ ଝିଅର ବାପା-ମାଙ୍କୁ ଦୃଢ଼ ଭାବରେ ନିର୍ଦ୍ଦେଶ ଦେଲେ। ତା’ପରେ ଯୀଶୁ ଝିଅଟିର ବାପା-ମାଙ୍କୁ ଝିଅକୁ କିଛି ଖାଇବାକୁ ଦେବାକୁ କହିଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center