Old/New Testament
ଉତ୍ସଗୀକୃତ ପବିତ୍ର ତମ୍ବୁ
7 ଅନନ୍ତର ଯେଉଁ ଦିନ ମୋଶା ପବିତ୍ର ତମ୍ବୁର କାର୍ଯ୍ୟ ଶେଷ କଲେ, ସେ ତୈଳ ଦେଇ ଏହାକୁ ଅଭିଷିକ୍ତ କଲେ ଏବଂ ଯଜ୍ଞବେଦି ଏବଂ ତାହାର ସମସ୍ତ ପାତ୍ର ଏବଂ ଯଜ୍ଞବେଦି ଏବଂ ତାହାର ସମସ୍ତ ପାତ୍ର ପବିତ୍ର କଲେ।
2 ସେହି ଦିନ ଇସ୍ରାଏଲ ଅଧିପତିଗଣ ସଦାପ୍ରଭୁଙ୍କୁ ସେମାନଙ୍କ ପରିବାରବର୍ଗର ପ୍ରଧାନଗଣ ନୈବେଦ୍ୟ ଦାନ କଲେ; ଏମାନେ ବଂଶ ସମୂହର ଅଧିପତି ଥିଲେ। ପରିବାରବର୍ଗର ଯେଉଁମାନେ ଲୋକମାନଙ୍କର ଗଣନା କରିବାର ଦାୟିତ୍ୱରେ ଥିଲେ। 3 ସେମାନେ ପବିତ୍ର ତମ୍ବୁ ନିମନ୍ତେ ଛଅ ଗୋଟି ଆଚ୍ଛାଦିତ ଶଗଡ଼ ଓ ବାରଟି ଗାଈ ଆଣିଲେ। ପ୍ରତ୍ୟେକ ନେତୃବର୍ଗ ଗୋଟିଏ ଗାଈ ଆଣିଲେ ଏବଂ ଦୁଇଜଣ ନେତୃବର୍ଗ ଏକାଠି ହେଲେ ଏବଂ ଗୋଟିଏ ଶଗଡ଼ ଆଣିଲେ।
4 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, 5 “ସେମାନେ ଯାହା ଆଣିଛନ୍ତି ଗ୍ରହଣ କର, ସମାଗମ-ତମ୍ବୁର ସେବା ନିମନ୍ତେ ଅଛନ୍ତି। ଏହା ଲେବୀୟମାନଙ୍କୁ ଦିଅ ସେମାନଙ୍କର କାର୍ଯ୍ୟ ଅନୁସାରେ।”
6 ତେଣୁ ମୋଶା ସେହି ଶଗଡ଼ ଗୋରୁ ନେଇ ଲେବୀୟମାନଙ୍କୁ ଦେଲେ। 7 ଗେର୍ଶୋନୀୟ ସନ୍ତାନଗଣକୁ ସେମାନଙ୍କ ସେବା ଅନୁସାରେ ସେ ଦୁଇ ଶଗଡ଼ ଓ ଗ୍ଭରି ଗୋରୁ ଦେଲେ। 8 ହାରୋଣ ଯାଜକର ପୁତ୍ର ସେମାନଙ୍କର କାର୍ଯ୍ୟ ଅନୁସାରେ, ମରାରି ସନ୍ତାନଗଣକୁ ସେମାନଙ୍କ ସେବା ଅନୁସାରେ ସେ ଗ୍ଭରି ଶଗଡ଼ ଓ ଆଠଟି ଗାଈ ଦେଲେ। 9 ମାତ୍ର ସେ କହାତ ସନ୍ତାନଗଣଙ୍କୁ କିଛି ଦେଲେ ନାହିଁ, କାରଣ ସେମାନଙ୍କର ପବିତ୍ର କାର୍ଯ୍ୟ ଥିଲା କାନ୍ଧରେ ଜିନିଷ ବହନ କରିବା।
10 ଅଧିପତିଗଣ ମଧ୍ୟ ଦାନ କଲେ, ଯେତେବେଳେ ମୋଶା ଯଜ୍ଞବେଦି ଉତ୍ସର୍ଗ କଲେ ଅର୍ଥାତ୍ ସେହି ଅଧିପତିଗଣ ବେଦି ସମ୍ମୁଖରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ। 11 ପୁଣି ସଦାପ୍ରଭୁ ମୋଶାଙ୍କୁ କହିଲେ, “ପ୍ରତ୍ୟେକ ଅଧିପତି ଆପଣା ଆପଣା ଦିନରେ ବେଦିର ପ୍ରତିଷ୍ଠା ନିମନ୍ତେ ଉପହାର ଉତ୍ସର୍ଗ କରିବେ।”
12-83 ବାର ଅଧିପତିମାନଙ୍କ ମଧ୍ୟରୁ ପ୍ରତ୍ୟେକ ଅଧିପତି ନିଜ ନିଜ ଉପହାର ଦେଲେ। ଏହି ଉପହାର ଗୁଡ଼ିକ ହେଲା:
ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ। ପ୍ରତ୍ୟେକ ପାତ୍ର ଏବଂ ପ୍ରତ୍ୟେକ ଗିନା ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଥିଲା। ଏଗୁଡ଼ିକ ଭକ୍ଷ୍ୟ ନୈବେଦ୍ୟ ଥିଲା। ପ୍ରତ୍ୟେକ ଅଧିପତି ଦଶ ଶେକଲ ଓଜନର ସୁନା ଗ୍ଭମଚ ଅଗରୁ ପୂର୍ଣ୍ଣ କରି ଆଣିଲେ।
ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ।
ପ୍ରଥମ ଦିନରେ ଯିହୁଦା ପରିବାରବର୍ଗର ଅଧିପତି ଅମ୍ମୀନାଦବର ପୁତ୍ର ନହଶୋନ ତାଙ୍କର ଉପହାର ଉତ୍ସର୍ଗ କଲା।
ଦ୍ୱିତୀୟ ଦିନ ଇଷାଖରର ଅଧିପତି ସୂୟାରର ପୁତ୍ର ନଥନେଲ ଆପଣା ଉପହାର ଉତ୍ସର୍ଗ କଲା।
ତୃତୀୟ ଦିନ ସବୂଲୂନ ସନ୍ତାନଗଣର ଅଧିପତି ହେଲୋନର ପୁତ୍ର ଇଲୀୟାବ ଆପଣା ଉପହାର ଆଣିଲା।
ଚତୁର୍ଥ ଦିନ ରୁବେନ୍ ସନ୍ତାନଗଣର ଅଧିପତି ଶଦେୟରର ପୁତ୍ର ଇଲୀଷୂର ଆପଣା ଉପହାର ଉତ୍ସର୍ଗ କଲା।
ପଞ୍ଚମ ଦିନ ଶିମିୟୋନ ସନ୍ତାନଗଣର ଅଧିପତି ସୂରୀଶଦ୍ଦୟର ପୁତ୍ର ସଲୁମୀୟେଲ ତାହାର ଉପହାର ଦେଲେ।
ଷଷ୍ଠ ଦିନ ଗାଦ୍ ସନ୍ତାନଗଣର ଅଧିପତି ଦ୍ୟୂୟେଲର ପୁତ୍ର ଇଲୀୟାସଫ ନିଜ ଉପହାର ଉତ୍ସର୍ଗ କଲା।
ସପ୍ତମ ଦିନ ଇଫ୍ରୟିମ ଲୋକଗଣର ଅଧିପତି ଅମ୍ମୀହୁଦର ପୁତ୍ର ଇଲୀଶାମା ଆପଣା ଉପହାର ଆଣିଲା।
ଅଷ୍ଠମ ଦିନରେ ଗମଲିୟେଲ ପଦାହସୂରର ପୁତ୍ର, ତାହାର ଉପହାର ଆଣିଲା।
ନବମ ଦିନ ବିନ୍ୟାମୀନ ସନ୍ତାନଗଣର ଅଧିପତି ଗିଦିୟୋନର ପୁତ୍ର ଅବୀଦାନ ଉପହାର ଆଣିଲା।
ଦଶମ ଦିନ ଦାନ ସନ୍ତାନଗଣର ଅଧିପତି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଆପଣା ଉପହାର ଆଣିଲା।
ଏକାଦଶ ଦିନ ଆଶେର ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗୀୟେଲ ନିଜ ଉପହାର ଉତ୍ସର୍ଗ କଲା।
ଦ୍ୱାଦଶ ଦିନ ନପ୍ତାଲି ସନ୍ତାନଗଣର ଅଧିପତି ଐନନର ପୁତ୍ର ଅହୀର ନିଜ ଉପହାର ଆଣିଲା।
84 ତହୁଁ ଏହିସବୁ ଦ୍ରବ୍ୟ ବେଦିର ଅଭିଷେକ ଦିନ, ଇସ୍ରାଏଲ ଅଧିପତିଗଣ ଦ୍ୱାରା ଦତ୍ତ ହୋଇଥିଲା। ଯଥା: ବାରଟି ରୂପାର ଥାଳୀ, ବାରଟି ରୂପାର ଗିନା ଓ ବାରଟି ସୁବର୍ଣ୍ଣ ଗ୍ଭମଚ। 85 ପ୍ରତ୍ୟେକ ରୂପା ପାତ୍ର 130 ଶେକଲ ପ୍ରତ୍ୟେକ ରୂପାଗିନା ସତୁରି ଶେକଲ ଏହି ସମସ୍ତ ପାତ୍ରର ରୂପା ପବିତ୍ର ସ୍ଥାନର ଅଧିକୃତ ମାପ ଅନୁସାରେ ଷାଠିଏ ପାଉଣ୍ତ ଓଜନ ଥିଲା। 86 ଉପଯୁକ୍ତ ମାପ ଅନୁସାରେ ପ୍ରତ୍ୟେକ ସ୍ୱର୍ଣ୍ଣ ଗ୍ଭମଚରେ ବାର ଧୂମ୍ମପୂର୍ଣ ସୁଗନ୍ଧି ଥିଲା, ଏ ସମସ୍ତ ଗ୍ଭମଚର ସ୍ୱର୍ଣ୍ଣ ଦଶ ଶେକଲ ଥିଲା।
87 ହୋମବଳି ନିମନ୍ତେ ସମୁଦାୟ ବାରଟି ଗୋରୁ, ବାରଟି ମେଷ ଓ ଏକବର୍ଷୀୟ ବାରଟି ମେଷବତ୍ସ, ଏବଂ ଏହିସବୁ ବଳିଦାନ ସହିତ ଶସ୍ୟ ନୈବେଦ୍ୟ ମଧ୍ୟ ଯିବ। ପାପାର୍ଥକ ବଳିଦାନ ନିମନ୍ତେ ବା ରୋଟୀ ଛାଗ ଥିଲା। 88 ପୁଣି ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମୁଦାୟ ଚବିଶ ଗୋରୁ, ଷାଠିଏ ମେଷ, ଷାଠିଏ ଛାଗ ଓ ଏକବର୍ଷୀୟ ଷାଠିଏ ମେଷବତ୍ସ ଅଧିପତିମାନେ ଉପହାର ଦେଲେ, ମୋଶା ଯଜ୍ଞବେଦିକୁ ପ୍ରତିଷ୍ଠା କଲାପରେ ଏହିସବୁ ଉପହାର ଦିଆଗଲା।
89 ଏହା ପରେ ମୋଶା ସଦାପ୍ରଭୁଙ୍କ ସହିତ କଥା କହିବାକୁ ସମାଗମ-ତମ୍ବୁରେ ପ୍ରବେଶ କଲାବେଳେ, ନିୟମ ସିନ୍ଦୁକର ଉପରିସ୍ଥିତ ପାପାଚ୍ଛାଦନ [a]ର ଉପରୁ, କିରୁବଦ୍ୱୟ ମଧ୍ୟରୁ ତାଙ୍କ ପ୍ରତି କଥା କହିବାର ଶୁଣିଲେ। ଏହିରୂପେ ପରମେଶ୍ୱର ମୋଶାଙ୍କ ସହିତ କଥା ହେଲେ।
ଦୀପରୁଖା
8 ଅନନ୍ତର ମୋଶାଙ୍କୁ ସଦାପ୍ରଭୁ କହିଲେ, 2 “ହାରୋଣଙ୍କୁ କୁହ, ମୁଁ ଦେଖାଇଥିବା ସ୍ଥାନରେ ସାତୋଟି ପ୍ରଦୀପ ରଖିବେ। ଯାହାଫଳରେ ସାତୋଟି ପ୍ରଦୀପ ଦୀପ ବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ଦେବ।”
3 ହାରୋଣ ସେହିପରି କଲେ, ଯେପରି ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ପ୍ରଦୀପ ଗୁଡ଼ିକୁ ସଜାଡ଼ିଲେ, ଯେଉଁଥିପାଇଁ ସେଗୁଡ଼ିକ ଦୀପରୁଖାର ସମ୍ମୁଖ ସ୍ଥାନକୁ ଆଲୋକିତ କରି ପାରିବେ। 4 ସେହିସବୁ ଦୀପରୁଖା ଆଧାର ଓ ତା’ର ଉପରର ଫୁଲ ଗୁଡ଼ିକ ପିଟା ସୁବର୍ଣ୍ଣରେ ନିର୍ମିତ ହୋଇଥିଲା। ସଦାପ୍ରଭୁ ମୋଶାଙ୍କୁ ନିର୍ଦ୍ଦେଶ ମୁତାବକ ମୋଶା ଦୀପରୁଖା ନିର୍ମାଣ କଲେ।
ଉତ୍ସର୍ଗୀକୃତ ଲେବୀୟଗଣ
5 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 6 “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ ଲେବୀୟମାନଙ୍କୁ ନେଇ ଶୁଚି କର। 7 ସେମାନଙ୍କ ଶୁଚି କରିବାକୁ ଏହିରୂପେ କର। ସେମାନଙ୍କ ଉପରେ ଶୁଦ୍ଧ ଜଳ ସିଞ୍ଚନ କର ଓ ସେମାନେ ନିଜ ନିଜ ସମଗ୍ର ଶରୀର କ୍ଷୌର କରିବେ ଏବଂ ବସ୍ତ୍ର ଧୋଇବେ। ଏହିପରି ସେମାନେ ନିଜକୁ ନିଜେ ଶୁଚି କରନ୍ତୁ।
8 “ତା’ପରେ ସେମାନେ ଏକ ଗୋବତ୍ସ ଓ ତା’ ସହିତ ତୈଳମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଆଣନ୍ତୁ, ପୁଣି ଆଉ ଏକ ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ଆଣନ୍ତୁ। 9 ତହୁଁ ତୁମ୍ଭେ ଲେବୀୟମାନଙ୍କୁ ସମାଗମ-ତମ୍ବୁ ସମ୍ମୁଖରେ ଉପସ୍ଥିତ କରାଇବ। ତା’ପରେ ସମସ୍ତ ଇସ୍ରାଏଲ ସନ୍ତାନଗଣ ମଣ୍ତଳୀକି ଏକତ୍ର କରିବ। 10 ଆଉ ତୁମ୍ଭେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବା ଉଚିତ୍। ଇସ୍ରାଏଲର ଲୋକମାନେ ଲେବୀୟମାନଙ୍କ ଉପରେ ସେମାନଙ୍କର ହସ୍ତ ରଖିବେ। 11 ଆଉ ହାରୋଣ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ। ତହିଁରେ ସେମାନେ ସଦାପ୍ରଭୁଙ୍କର ସେବା କରିବେ।
12 “ଲେବୀୟମାନଙ୍କୁ କୁହ ଏହି ଦୁଇ ଷଣ୍ଢର ମସ୍ତକରେ ସେମାନଙ୍କର ହସ୍ତ ରଖିବେ। ତହୁଁ ତୁମ୍ଭେ ଲେବୀୟମାନଙ୍କ ନିମନ୍ତେ ପ୍ରାୟଶ୍ଚିତ [b] କରିବା ପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍। 13 ପୁଣି ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଲେବୀୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀୟ ନୈବେଦ୍ୟରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। 14 ଏହିରୂପେ ତୁମ୍ଭେ ଲେବୀୟମାନଙ୍କୁ ଇସ୍ରାଏଲ ସନ୍ତାନମାନଙ୍କଠାରୁ ପୃଥକ୍ କରିବ। ସେମାନେ ମୋର ହେବେ।
15 “ପୁଣି ତୁମ୍ଭେ ସେମାନଙ୍କୁ ଶୁଚି କରି ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ, ତା’ପରେ ସେମାନେ ସେବାକରିବା ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କରିବେ। 16 କାରଣ ସେମାନେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ ଆମ୍ଭ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ, ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସମସ୍ତ ପ୍ରଥମଜାତ ସନ୍ତାନ ବଦଳରେ ସେମାନଙ୍କୁ ଆପଣା ନିମନ୍ତେ ଗ୍ରହଣ କଲୁ। 17 ସେହି ଦିନ ମୁଁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲି, ମୁଁ ଇସ୍ରାଏଲର ପ୍ରଥମଜାତ ସନ୍ତାନଙ୍କୁ ମୋ’ ନିମନ୍ତେ ପବିତ୍ର କଲି। ଏଣୁ ସମସ୍ତ ଇସ୍ରାଏଲର ପ୍ରଥମଜାତ ଉଭୟ ମନୁଷ୍ୟ ଓ ପଶୁଗୁଡ଼ିକ ମୋର ହେବ। 18 ପୁଣି ଇସ୍ରାଏଲ ଲୋକମାନେ ସମସ୍ତ ପ୍ରଥମଜାତ ବଦଳରେ ଆମ୍ଭେ ଲେବୀୟମାନଙ୍କୁ ଗ୍ରହଣ କଲୁ। 19 ମୁଁ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଲେବୀୟମାନଙ୍କୁ ଦାନରୂପେ ହାରୋଣ ଓ ତା’ର ପୁତ୍ରଗଣଙ୍କୁ ଦେଲି। ସେମାନେ ସମାଗମ-ତମ୍ବୁ ନିକଟରେ ଇସ୍ରାଏଲୀୟ ଲୋକ ବଦଳରେ ସେବା ଓ ସେମାନଙ୍କ ପାଇଁ ପ୍ରାୟଶ୍ଚିତ କିରିବେ। ଏହି ପ୍ରକାରେ ଇସ୍ରାଏଲର ଲୋକମାନେ ପବିତ୍ର ସ୍ଥାନ ନିକଟକୁ ଆସିଲାବେଳେ କୌଣସି ମହାମାରୀ ଆସିବ ନାହିଁ।”
20 ତେଣୁ ମୋଶା, ହାରୋଣ ଓ ସମସ୍ତ ଇସ୍ରାଏଲର ଲୋକ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଇସ୍ରାଏଲର ଲୋକମାନେ ଲେବୀୟମାନଙ୍କ ପ୍ରତି କଲେ। 21 ପୁଣି ଲେବୀୟମାନେ ନିଜକୁ ଶୌଚ କଲେ ଓ ନିଜ ନିଜ ବସ୍ତ୍ର ଧୌତ କଲେ। ତହୁଁ ହାରୋଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟରୂପେ ଉତ୍ସର୍ଗ କଲେ ଓ ହାରୋଣ ସେମାନଙ୍କୁ ଶୁଚି କିବା ପାଇଁ ପ୍ରାୟଶ୍ଚିତ କଲେ। 22 ତା’ପରେ ଲେବୀୟମାନେ ହାରୋଣ ଓ ତାଙ୍କର ପୁତ୍ରଗଣଙ୍କ ସମ୍ମୁଖରେ ଆପଣା ଆପଣା ସେବାକାର୍ଯ୍ୟ ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କଲେ। ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ ତଦନୁସାରେ ସେମାନଙ୍କ ପ୍ରତି କଲେ।
23 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 24 “ଏହା ହେଉଛି ଲେବୀୟମାନଙ୍କ ବ୍ୟବସ୍ଥା ପାତ୍ର। ପଚିଶ ବର୍ଷରୁ ଅଧିକ ଲେବୀୟମାନେ ସମାଗମ-ତମ୍ବୁରେ ସେବାକାର୍ଯ୍ୟ କରିବା ନିମନ୍ତେ ମନୋନୀତ ହେବେ। 25 ପୁଣି ସେମାନେ ପଗ୍ଭଶ୍ ବର୍ଷ ବୟସ୍କ ହେଲେ ସେବା କର୍ମରୁ ଅବସର ନେଇ ଆଉ ସେବାକରିବେ ନାହିଁ। 26 ତଥାପି ସେମାନେ ପଗ୍ଭଶ୍ ବର୍ଷ ବୟସରେ ମଧ୍ୟ ସମାଗମ-ତମ୍ବୁରେ ଆପଣା ଭ୍ରାତାମାନଙ୍କୁ ସେବାକାର୍ଯ୍ୟରେ ସାହାଯ୍ୟ କରିବେ। କିନ୍ତୁ ସେମାନେ ନିଜ ମତାମତ ଅନୁସାରେ କାର୍ଯ୍ୟ କରିବା ଉଚିତ୍ ନୁହେଁ। ଏହିରୂପେ ତୁମ୍ଭେ ଲେବୀୟମାନଙ୍କ ରକ୍ଷଣୀୟ ବିଷୟରେ ସେମାନଙ୍କ ପ୍ରତି ଉଚିତ୍ କରିବ।”
ଯାହା ତୁମ୍ଭ ପାଖରେ ଅଛି ତାହାର ବିନିଯୋଗ କର(A)
21 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେ କ’ଣ ହାଣ୍ଡି ତଳେ କି ଖଟ ତଳେ ଦୀପଟିଏ ରଖ କି? ତୁମ୍ଭ ଦୀପରୂଖା ଉପରେ ଦୀପ ରଖ। 22 ତେବେ ଯାହାକିଛି ଲୁଚି ରହିଛି, ତାହା ସ୍ପଷ୍ଟ ହୋଇଯିବ। ଯାହାକିଛି ରହସ୍ୟ ହୋଇ ରହିଛି, ତାହା ପ୍ରକାଶ ପାଇବ। 23 ମୋତେ ଶୁଣିଥିବା ଲୋକମାନେ ଶୁଣନ୍ତୁ। 24 “ତୁମ୍ଭେ ଯାହା ଶୁଣୁଛ, ତାହା ଉପରେ ସାବଧାନ ହୋଇ ବିଗ୍ଭର କର ତୁମ୍ଭେ ଯେଉଁଭଳି ଭାବରେ ଅନ୍ୟକୁ ଦେଉଛ, ପରମେଶ୍ୱର ତୁମ୍ଭକୁ ଠିକ୍ ସେହିଭଳି ଭାବରେ ଦେବେ। ବରଂ ପରମେଶ୍ୱର ତୁମ୍ଭକୁ ଆହୁରି ଅଧିକ ଦେବେ। 25 ଯାହା ପାଖରେ କିଛି ଅଛି, ତାହାକୁ ଆଉ ଅଧିକ ଦିଆଯିବ। କିନ୍ତୁ ଯାହା ପାଖରେ ଖୁବ୍ କମ୍ ଅଛି, ତାହା ମଧ୍ୟ ସେ ହରେଇ ବସିବ।”
ବୀଜର ଦୃଷ୍ଟାନ୍ତ ବିଷୟରେ ଯୀଶୁ ବ୍ୟାଖ୍ୟା କଲେ
26 ଯୀଶୁ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ, ବୀଜ ବୁଣୁଥିବା ଲୋକଟିଏ ଭଳି। 27 ବୀଜରୁ ଅଙ୍କୁର ବାହାରି ଦିନରାତି ବଢ଼ିବାକୁ ଲାଗେ। ସେହି ଲୋକ ଦିନରେ ଚେଇଁଥାଉ କି ରାତିରେ ଶୋଇଥାଉ, ସେଥିରେ କିଛି ଯାଏ ଆସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢ଼ି ଗ୍ଭଲୁଥାଏ। ସେହ ଲୋକ ଜାଣି ପାରେ ନାହିଁ ଯେ ଅଙ୍କୁରଟି କିପରି ବଢ଼ୁଛି। 28 କାହାରି ସାହାଯ୍ୟ ବିନା ଭୂମି ଆପେ ଆପେ ଶସ୍ୟ ଉତ୍ପନ୍ନ କରେ। ପ୍ରଥମେ ଅଙ୍କୁର, ତା’ପରେ କେଣ୍ଡା ହୁଏ। ତା’ପରେ କେଣ୍ଡାରୁ ପରିପୂର୍ଣ୍ଣ ଶସ୍ୟ ହୁଏ, 29 ଯେତେବେଳେ ଶସ୍ୟ ପାଚିଯାଏ, ସେତେବେଳେ ସେହି ଲୋକ ଦାଆ ନେଇ ତାକୁ କାଟେ। କାରଣ ଏହା ହିଁ ଅମଳ କରିବାର ଉପଯୁକ୍ତ ସମୟ।”
ପରମେଶ୍ୱରଙ୍କ ରାଜ୍ୟ ଏକ ସୋରିଷଦାନା ଭଳି(B)
30 ସେ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ ସମ୍ପର୍କରେ କ’ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ୟମରେ ଏହା ବୁଝେଇବି? 31 ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଏହି ସୋରିଷଦାନା, ତୁମ୍ଭେ ବୁଣୁଥିବା ବୀଜଗୁଡ଼ିକ ଭିତରେ ସବୁଠାରୁ ଛୋଟ। 32 କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢ଼ି ତୁମ୍ଭ ବଗିଗ୍ଭର ଅନ୍ୟ ଗଛମାନଙ୍କ ଭିତରେ ସବୁଠାରୁ ବଡ଼ ହୋଇଯାଏ। ତା’ର ଶାଖା ଗୁଡ଼ିକ ବଡ଼ ହୋଇଯାଏ। ପକ୍ଷୀମାନେ ଆସି ତା’ ଛାଇରେ ବସା ବାନ୍ଧି ରହନ୍ତି।”
33 ଯୀଶୁ ଏହିଭଳି ଅନେକ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ। ସେମାନଙ୍କର ବୁଝି ପାରିବା କ୍ଷମତା ଅନୁସାରେ ଯୀଶୁ ସେମାନଙ୍କୁ କହୁଥିଲେ। 34 ଯୀଶୁ ଲୋକଙ୍କୁ ଉପଦେଶ ଦେଲାବେଳେ ସବୁବେଳେ ଦୃଷ୍ଟାନ୍ତର ପ୍ରୟୋଗ କରୁଥିଲେ। କିନ୍ତୁ ଯୀଶୁଙ୍କ ସହିତ ତାହାଙ୍କ ଶିଷ୍ୟମାନେ ଏକୁଟିଆ ଥିବା ବେଳେ, ଯୀଶୁ ସେମାନଙ୍କୁ ସବୁଗୁଡ଼ିକର ଅର୍ଥ ସ୍ପଷ୍ଟ ଭାବରେ ବୁଝେଇ ଦେଉଥିଲେ।
ଯୀଶୁ ଝଡ଼ ବନ୍ଦ କରିଦେଲେ(C)
35 ସେହି ଦିନ ସନ୍ଧ୍ୟାବେଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଗ୍ଭଲ, ଆର ପଟକୁ ଯିବା।” 36 ତେଣୁ ସେମାନେ ସବୁ ଲୋକଙ୍କୁ ସେଠାରେ ଛାଡ଼ିଦେଲେ। ଯେଉଁ ଡଙ୍ଗାରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ୟମାନେ ମଧ୍ୟ ଯାଇ ସେଥିରେ ବସିଲେ। ସେଠାରେ ଅନ୍ୟ ଡଙ୍ଗାଗୁଡ଼ିକ ମଧ୍ୟ ଥିଲା। 37 ତା’ପରେ ହ୍ରଦରେ ଗୋଟିଏ ଭୟଙ୍କର ଝଡ଼ ସୃଷ୍ଟି ହେଲା। ଡଙ୍ଗା ଆଡ଼କୁ ଢେଉ ମାଡ଼ି ଆସିଲା। ଡଙ୍ଗାରେ ପାଣି ପ୍ରାୟ ଭର୍ତ୍ତି ହୋଇଗଲା। 38 ଯୀଶୁ ଡଙ୍ଗା ଭିତରେ ପଛ ମଙ୍ଗରେ ଗୋଟିଏ ତକିଆରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସେମାନେ କହିଲେ, “ଗୁରୁ, ତୁମ୍ଭେ କ’ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡ଼ିଯିବା।”
39 ଯୀଶୁ ଉଠି ପଡ଼ିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, “ଶାନ୍ତ ହୁଅ, ସ୍ଥିର ହୁଅ।” ତା’ପରେ ଝଡ଼ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା।
40 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଭୟ କରୁଛ? ଏ ପର୍ଯ୍ୟନ୍ତ କ’ଣ ତୁମ୍ଭମାନଙ୍କର ବିଶ୍ୱାସ ହୋଇ ନାହିଁ?”
41 ସେମାନେ କିନ୍ତୁ ବହୁତ ଡରି ଯାଇଥିଲେ। ସେମାନେ ନିଜ ଭିତରେ ପଚରା ଉଚରା ହେଲେ, “ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ୟ ତାହାଙ୍କୁ ମାନୁଛନ୍ତି।”
2010 by World Bible Translation Center