Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଲେବୀୟ ପୁସ୍ତକ 11-12

ମାଂସ ଭୋଜନ କରିବାର ବିଧି

11 ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ, “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, “ତୁମ୍ଭେମାନେ ପୃଥିବୀସ୍ଥିତ ପଶୁମାନଙ୍କ ମଧ୍ୟରୁ ଏହି ସମସ୍ତ ଜୀବ ଭୋଜନ କରିବ। ପଶୁମାନଙ୍କ ମଧ୍ୟରେ ଯାହାର ଖୁରା ଦୁଇ ଭାଗରେ ବିଭକ୍ତ ଓ ପାଦ ଚିରା ଏବଂ ଯେ ପାକୁଳି କରେ, ତାହାକୁ ତୁମ୍ଭେମାନେ ଭୋଜନ କରିବ।

4-6 “କେତେକ ପଶୁ ଅଛନ୍ତି ଯେଉଁମାନେ କି ପାକୁଳି କରନ୍ତି। ମାତ୍ର ସେମାନଙ୍କର ଖୁରା ଦୁଇଫାଳରେ ବିଭକ୍ତ ନୁହେଁ, ସେଭଳି ପ୍ରାଣୀଙ୍କୁ ତୁମ୍ଭେମାନେ ଭୋଜନ କରିବ ନାହିଁ। ସେମାନଙ୍କ ମଧ୍ୟରେ ଓଟ, ଶାଫନ୍ ଓ ଠେକୁଆ ପ୍ରଭୃତି ତୁମ୍ଭମାନଙ୍କ ପାଇଁ ଅଶୁଚି ଅଟେ। ଆଉ କେତେକ ପ୍ରାଣୀ ଅଛନ୍ତି ଯେଉଁମାନଙ୍କର ଦୁଇଫାଳ ବିଶିଷ୍ଟ ଖୁରା ଅଛି। ମାତ୍ର ସେମାନେ ପାକୁଳି କରନ୍ତି ନାହିଁ। ସେଗୁଡ଼ିକୁ ମଧ୍ୟ ତୁମ୍ଭେମାନେ ଭୋଜନ କରିବ ନାହିଁ। ସେପ୍ରକାର ପ୍ରାଣୀ ହେଉଛି ଶୂକର, ସେ ମଧ୍ୟ ତୁମ୍ଭମାନଙ୍କ ପାଇଁ ଅଶୁଚି। ତୁମ୍ଭେମାନେ ସେମାନଙ୍କର ମାଂସ ଭକ୍ଷ୍ୟଣ କରିବ ନାହିଁ କି ସେମାନଙ୍କର ଶବ ସ୍ପର୍ଶ କରିବ ନାହିଁ। ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି।

ସାମୁଦ୍ରିକ ଖାଦ୍ୟ ସମ୍ବନ୍ଧୀୟ ବିଧି

“ସମୁଦ୍ର ଓ ନଦୀରେ ବାସ କରୁଥିବା ଜଳଜନ୍ତୁ ମଧ୍ୟରୁ ଯାହାର ଡେଣା ବା କାତି ଅଛି, ସେଗୁଡ଼ିକ ତୁମ୍ଭେମାନେ ଭୋଜନ କରି ପାରିବ। 10-11 ମାତ୍ର ସମୁଦ୍ର କିମ୍ବା ନଦୀରେ ବାସ କରୁଥିବା ଜଳଚର ପ୍ରାଣୀମାନଙ୍କ ମଧ୍ୟରେ, ଯେଉଁମାନଙ୍କର ଡେଣା ବା କାତି ନାହିଁ, ସେମାନଙ୍କୁ ତୁମ୍ଭେ ଭୋଜନ କରିବ ନାହିଁ। ସଦାପ୍ରଭୁ କୁହନ୍ତି ସେଗୁଡ଼ିକ ଘୃଣ୍ୟଜୀବ, ତୁମ୍ଭେମାନେ ସେମାନଙ୍କର ମାଂସ ଭକ୍ଷ୍ୟଣ କରିବା ଉଚିତ୍ ନୁହେଁ କି ସେମାନଙ୍କର ଶବ ସ୍ପର୍ଶ କରିବା ଉଚିତ୍ ନୁହେଁ। 12 ଜଳଚରମାନଙ୍କ ମଧ୍ୟରେ ଯେଉଁମାନଙ୍କର ଡେଣା ଓ କାତି ନାହିଁ, ସେହି ସମସ୍ତ ତୁମ୍ଭମାନଙ୍କ ପ୍ରତି ଘୃଣାଯୋଗ୍ୟ।

ପକ୍ଷୀମାନେ ଯେଉଁମାନେ କି ଅଭକ୍ଷ୍ୟ

13 “ପକ୍ଷୀମାନଙ୍କ ମଧ୍ୟରୁ ଯେଉଁମାନେ ଘୃଣାଯୋଗ୍ୟ ଓ ଭୋଜନଯୋଗ୍ୟ ନୁହନ୍ତି, ସେମାନେ ହେଲେ ଛଞ୍ଚାଣ, ଶାଗୁଣା ଓ ବାଜପକ୍ଷୀ। 14 ପୁଣି ଚିଲ ଓ ସବୁ ଜାତିର ବାଜପକ୍ଷୀ। 15 ପୁଣି ସମସ୍ତ ପ୍ରକାର ଡାମରା କାଉ। 16 ଓଟପକ୍ଷୀ, ତାମସପକ୍ଷୀ, ସମୁଦ୍ର ଚିଲ ଓ ବିଭିନ୍ନ ଜାତିର ଛଞ୍ଚାଣ, 17 ପୁଣି କୋଷପକ୍ଷୀ, ପାଣିକୁଆ ଓ ବଗ। 18 ଦୀର୍ଘଗଳ ହଂସ, ପାଣିଭେଳା ଓ ଶାଗୁଣା। 19 ପୁଣି ଚରଳ, ବିଭିନ୍ନ ଜାତିର କଙ୍କ, ଟିଟ୍ଟିବ ଓ ଗ୍ଭମଗିକା।

କୀଟପତଙ୍ଗ ଭକ୍ଷ୍ୟ ବିଷୟକ ବିଧି

20 “ପୁଣି ଗ୍ଭରି ପାଦ ଗମନକାରୀ ପକ୍ଷ ବିଶିଷ୍ଟ ଜୀବ ସକଳ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବେ। 21 ତଥାପି ଚତୁଷ୍ପଦ ଗମନକାରୀ ପକ୍ଷବିଶିଷ୍ଟ ଜନ୍ତୁ ମଧ୍ୟରେ ଭୁମିରେ ଡେଇଁବା ପାଇଁ ଯେଉଁମାନଙ୍କର ଗୋଡ଼ନଳୀ ଦୀର୍ଘ ସେମାନେ ତୁମ୍ଭମାନଙ୍କର ଖାଦ୍ୟ ହେବ। 22 ତୁମ୍ଭେମାନେ ସବୁ ଜାତିର ପଙ୍ଗପାଳ, ସବୁ ଜାତିର ବାଘୁଆ ପତଙ୍ଗ, ସବୁ ପ୍ରକାରର ଝିଙ୍କାରୀ ଓ ସବୁ ଜାତିର ଝିଣ୍ଟିକା ଖାଦ୍ୟ ରୂପେ ଭୋଜନ କରି ପାରିବ।

23 “ମାତ୍ର ଏମାନଙ୍କ ବ୍ୟତୀତ ଗ୍ଭରିଗୋଡ଼ିଆ ଉଡ଼ନ୍ତା ସମସ୍ତ ପତଙ୍ଗ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ହେବ। 24 ଆଉ ଏମାନଙ୍କ ଦ୍ୱାରା ତୁମ୍ଭେମାନେ ଅଶୁଚି ହେବ, ଯେକେହି ସେମାନଙ୍କର ଶବ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 25 ପୁଣି ଯେକେହି ସେମାନଙ୍କର ଶବର କୌଣସି ଅଂଶ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

ପଶୁମାନଙ୍କ ସମ୍ବନ୍ଧୀୟ ଅଧିକ ବ୍ୟବସ୍ଥା

26-27 “ଯେଉଁସବୁ ଜନ୍ତୁର ଖୁରା ବିଭକ୍ତ ମାତ୍ର ପାଦ ଚିରା ନୁହେଁ, କିମ୍ବା ଯେଉଁମାନେ ପାକୁଳି କରନ୍ତି ନାହିଁ ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି। ଯେକେହି ସେମାନଙ୍କୁ ସ୍ପର୍ଶ କରିବ ସେ ଅଶୁଚି ହେବ। ପୁଣି ଗ୍ଭରିଗୋଡ଼ିଆ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ଯେଉଁମାନେ ତଳିପାଦରେ ଗ୍ଭଳନ୍ତି, ସେମାନେ ତୁମ୍ଭମାନଙ୍କ ପାଇଁ ଅଶୁଚି। ଯେକେହି ସେମାନଙ୍କ ଶବ ସ୍ପର୍ଶ କରିବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 28 ଯିଏ ସେମାନଙ୍କର ଶବ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ସେଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି।

ଉରୋଗାମୀ ଜନ୍ତୁମାନଙ୍କ ବିଷୟରେ ବିଧି

29 “ଆଉ ଭୂଚର ଉରୋଗାମୀ ଜନ୍ତୁମାନଙ୍କ ମଧ୍ୟରେ ଏଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ। ସେମାନେ ହେଲେ ଚୁଚୁନ୍ଦ୍ରା, ମୂଷା ଓ ସବୁ ଜାତିର ବଡ଼ ଏଣ୍ଡୁଅ। 30 ଆଉ ଝିଟିପିଟି, ସ୍ଥଳ କୁମ୍ଭୀର, ଏଣ୍ଡୁଅ, ବାଲି ଏଣ୍ଡୁଅ ଓ ବହୁରୂପୀ ଏଣ୍ଡୁଅ। 31 ଏହି ଉରୋଗାମୀ ଜନ୍ତୁଗୁଡ଼ିକ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବେ। ଯେକେହି ସେମାନଙ୍କର ଶବକୁ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

ଅଶୁଚି ପ୍ରାଣୀମାନଙ୍କ ବିଷୟରେ ବିଧି

32 “ଅଶୁଚି ପ୍ରାଣୀମାନଙ୍କ ଶବ କୌଣସି ଦ୍ରବ୍ୟ ଉପରେ ପଡ଼ିଲେ ତାହା ଅଶୁଚି ହେବ। ଯଦି ସେହି ଶବ କାଠପାତ୍ର କି ବସ୍ତ୍ର, କି ଚର୍ମ କି ଅଖା କିମ୍ବା କୌଣସି କର୍ମ ହତିଆର ଉପରେ ପଡ଼ିଲେ ତାହା ଜଳରେ ଧୂଆଯିବା ଉଚିତ୍। ଆଉ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ତା’ପରେ ଶୁଚି ହେବ। 33 ପୁଣି କୌଣସି ମାଟିପାତ୍ର ଉପରେ ସେମାନଙ୍କର ଶବ ପଡ଼ିଲେ, ତା’ ମଧ୍ୟରେ ଥିବା ସମସ୍ତ ଦ୍ରବ୍ୟ ଅଶୁଚି ହେବ। ତେଣୁ ତାକୁ ତୁମ୍ଭେମାନେ ଭାଙ୍ଗି ପକାଇବ। 34 ପୁଣି ସେହି ଅଶୁଚି ପାତ୍ରରୁ ଯଦି ପାଣି କୌଣସି ଖାଦ୍ୟ ଦ୍ରବ୍ୟ ଉପରେ ପଡ଼େ ତାହା ମଧ୍ୟ ଅଶୁଚି ହେବ। ଯେକୌଣସି ପାନୀୟ, ପାତ୍ର ମଧ୍ୟରେ ଥିଲେ ତାହା ଅଶୁଚି ହେବ। 35 ପୁଣି ଯେକୌଣସି ଦ୍ରବ୍ୟ ଉପରେ ସେମାନଙ୍କର ଶବର କିଛି ପଡ଼େ, ତାହା ଅଶୁଚି ହେବ, ତୁନ୍ଦୁର ହେଉ କିମ୍ବା ହାଣ୍ଡି ହେଉ ତାହା ଭଙ୍ଗା ଯିବ, ତାହା ଅଶୁଚି ଅଟେ ଓ ତାହା ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ।

36 “କୌଣସି ଝରଣା କିମ୍ବା କୂପରେ ଥିବା ଜଳ ଶୁଚି ହେବ। ମାତ୍ର ଯେକେହି ସେମାନଙ୍କର ଶବ ଛୁଏଁ ସେ ଅଶୁଚି ହେବ। 37 ପୁଣି ବୁଣା ଯିବାକୁ ଥିବା ବିହନ ଉପରେ ଯଦି ସେମାନଙ୍କର ଶବର କିଛି ପଡ଼େ ତେବେ ତାହା ଶୁଚି ରହିବ। 38 ମାତ୍ର ଯଦି ବିହନ ପାଣିରେ ଥିବ, ଯେବେ ସେମାନଙ୍କର ଶବର କିଛି ଅଂଶ ପଡ଼େ, ସେସବୁ ବିହନ ତୁମ୍ଭମାନଙ୍କ ପାଇଁ ଅଶୁଚି ହେବ।

39 “ଆଉ ମଧ୍ୟ ତୁମ୍ଭମାନଙ୍କର ଖାଦ୍ୟ ଯୋଗ୍ୟ କୌଣସି ପଶୁ ମଲେ, ଯେକେହି ସେହି ଶବକୁ ଛୁଇଁବ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। 40 ପୁଣି ଯେକେହି ସେହି ଶବ ଖାଏ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ଯେକେହି ତାକୁ ବହନ କରେ, ସେ ମଧ୍ୟ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

41 “ଆଉ ଭୂଚର ପ୍ରତ୍ୟେକ ଉରୋଗାମୀ ପ୍ରାଣୀ ଘୃଣାଯୋଗ୍ୟ ଅଟେ, ତାହା ଖାଦ୍ୟ ହେବ ନାହିଁ। 42 ସରୀସୃପ ଯେଉଁମାନେ ପେଟରେ ଭରାଦେଇ ଗମନ କରନ୍ତି, ଯେଉଁମାନେ ଗ୍ଭରି ପାଦରେ ଗମନ କରନ୍ତି କିମ୍ବା ଯେଉଁମାନଙ୍କର ଅନେକ ପାଦ ଅଛି, ଏପ୍ରକାର ସମସ୍ତ ଭୂଚର ଉରୋଗାମୀ ଜନ୍ତୁକୁ ତୁମ୍ଭେମାନେ ଖାଇବା ଉଚିତ୍ ନୁହଁ। କାରଣ ସେଗୁଡ଼ିକ ଘୃଣ୍ୟ। 43 ତୁମ୍ଭେମାନେ ଏହିସବୁ ଭୁଚର ଉରୋଗାମୀ ପ୍ରାଣୀମାନଙ୍କ ଦ୍ୱାରା ନିଜକୁ ଘୃଣାଯୋଗ୍ୟ କରିବ ନାହିଁ କିମ୍ବା ସେମାନଙ୍କ ଦ୍ୱାରା ଅଶୁଚି ହେବା ପାଇଁ ନିଜକୁ ଅଶୁଚି କରିବ ନାହିଁ। 44 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। ଏଣୁ ତୁମ୍ଭେମାନେ ନିଜକୁ ପବିତ୍ର କର ଓ ତୁମ୍ଭେମାନେ ପବିତ୍ର ହୁଅ। ଯେହେତୁ ଆମ୍ଭେ ପବିତ୍ର, ତୁମ୍ଭେମାନେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ୱାରା ନିଜକୁ ଅଶୁଚି କରିବ ନାହିଁ। 45 ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର, ତୁମ୍ଭମାନଙ୍କୁ ମିଶରରୁ ଆଣିଅଛୁ। ଏଣୁ ତୁମ୍ଭେମାନେ ପବିତ୍ର ହେବ କାରଣ ଆମ୍ଭେ ପବିତ୍ର ଅଟୁ।”

46 ସମସ୍ତ ଯୋଗା ପ୍ରାଣୀ, ପକ୍ଷୀ ଓ ଅନ୍ୟ ପୃଥିବୀସ୍ଥିତ ପ୍ରାଣୀମାନଙ୍କ ବିଷୟରେ ଏହି ବ୍ୟବସ୍ଥା ସବୁ ଅଟେ। ସମସ୍ତ ଜଳଚର ଓ ଉରୋଗାମୀ ପ୍ରାଣୀମାନଙ୍କ ବିଷୟରେ ମଧ୍ୟ ଏହି ବ୍ୟବସ୍ଥା ଅଟେ। 47 ଅଶୁଚି ଓ ଶୁଚି ପ୍ରାଣୀମାନଙ୍କ ବିଷୟରେ ଲୋକମାନଙ୍କ ପାଇଁ ଏହିସବୁ ଶିକ୍ଷା ବ୍ୟବସ୍ଥା ଅଟେ। ତେଣୁ ସେମାନେ କେଉଁ ପ୍ରାଣୀ ଭକ୍ଷ୍ୟ ଓ କେଉଁ ପ୍ରାଣୀ ଅଭକ୍ଷ୍ୟ ଜାଣି ପାରିବେ।

ପ୍ରଥମ ସନ୍ତାନର ମା ମାନଙ୍କ ପାଇଁ ବିଧି

12 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ସନ୍ତାନଗଣଙ୍କୁ କୁହ,

“ଯଦି କୌଣସି ସ୍ତ୍ରୀ ଗର୍ଭଧାରଣ କରି ପୁତ୍ର ପ୍ରସବ କରେ, ତେବେ ସେ ସ୍ତ୍ରୀ ଧର୍ମର ଅଶୌଚ ସମୟ ପରି ସାତ ଦିନଯାଏ ଅଶୁଚି ରହିବ। ଅଷ୍ଟମ ଦିନରେ ବାଳକ ନିଶ୍ଚୟ ସୁନ୍ନତ ହେବ। ପୁଣି ସେ ସ୍ତ୍ରୀ ତେତିଶ ଦିନ ପର୍ଯ୍ୟନ୍ତ ନିଜର ଶୌଚ ନିମନ୍ତେ ରକ୍ତ ସ୍ରାବ ଅବସ୍ଥାରେ ରହିବ। ଯେପର୍ଯ୍ୟନ୍ତ ଶୌଚର ଦିନ ପୂର୍ଣ୍ଣ ନ ହୁଏ, ସେପର୍ଯ୍ୟନ୍ତ ସେ କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ କିମ୍ବା କୌଣସି ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ। ମାତ୍ର ଯେବେ ଜଣେ ସ୍ତ୍ରୀ କନ୍ୟା ପ୍ରସବ କରେ, ସେହିଭଳି ସ୍ତ୍ରୀ ଧର୍ମର ଅଶୌଚ ସମୟରେ ରହେ, ସେ ଦୁଇ ସପ୍ତାହ ପାଇଁ ଅଶୁଚି ରହିବ। ତା’ପରେ ତା’ର ଦେହର ରକ୍ତସ୍ରାବରୁ ଶୁଦ୍ଧ ହେବା ପାଇଁ ତାକୁ ଆଉ ଛଅଷଠି ଦିନ ଅପେକ୍ଷା କରିବା ଉଚିତ୍।

“ତା’ପରେ ପୁତ୍ର ବା କନ୍ୟା ପ୍ରସବର ଅଶୌଚ ଦିନ ପୂର୍ଣ୍ଣ ହେଲେ ସେ ବଳିଦାନ ନିମନ୍ତେ ଏକବର୍ଷୀୟ ଏକ ମେଷ ଶାବକ ଓ ପାପାର୍ଥକ ବଳି ନିମନ୍ତେ ଏକ କପୋତ ଛୁଆ କିମ୍ବା ପାରା ଛୁଆ ସମାଗମ-ତମ୍ବୁର ଦ୍ୱାରର ଯାଜକ ନିକଟକୁ ଆଣିବ। 7-8 ଯଦି ଜଣେ ସ୍ତ୍ରୀ ମେଷ ଶାବକ ଉତ୍ସର୍ଗ କରିବାକୁ ଅକ୍ଷମ ହୁଏ ତେବେ ସେ ଦୁଇଟି କପୋତ କିମ୍ବା ଦୁଇଟି ପାରାଛୁଆ ଆଣିବ। ସେଥିମଧ୍ୟରୁ ଗୋଟିଏ ପାପାର୍ଥକ ବଳି ନିମନ୍ତେ ଓ ଅନ୍ୟଟି ହୋମବଳି ନିମନ୍ତେ ଉତ୍ସର୍ଗ କରାଯିବ। ଯାଜକ ସେଗୁଡ଼ିକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍ ଏବଂ ଏହି ପ୍ରକାର ତା’ର ପ୍ରାୟଶ୍ଚିତ ହୁଏ ଏବଂ ତା’ର ଶୁଦ୍ଧି ହୁଏ। ପୁତ୍ର ବା କନ୍ୟା ପ୍ରସବକାରିଣୀ ସ୍ତ୍ରୀ ପ୍ରତି ଶୁଚି ନିମନ୍ତେ ଏହିସବୁ ବ୍ୟବସ୍ଥା ଅଟେ।”

ମାଥିଉ ଲିଖିତ ସୁସମାଗ୍ଭର 26:1-25

ଯିହୂଦୀ ନେତାମାନଙ୍କର ଯୀଶୁଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର(A)

26 ଏହିସବୁ କଥା କହି ସାରିବା ପରେ ଯୀଶୁ ନିଜର ଶିଷ୍ୟମାନଙ୍କୁ କହିଲେ, “ଦୁଇ ଦିନ ପରେ ନିସ୍ତାରପର୍ବ ହେବା କଥା ତୁମ୍ଭେ ଜାଣ। ସେହି ଦିନ କ୍ରୁଶରେ ଚଢ଼ାଇ ମନୁଷ୍ୟପୁତ୍ରଙ୍କୁ ମାରି ଦେବା ପାଇଁ ତାହାଙ୍କ ଶତ୍ରୁମାନଙ୍କ ହାତରେ ଦେଇ ଦିଆଯିବ।”

ତା’ପରେ ପ୍ରଧାନଯାଜକ ଓ ଲୋକମାନଙ୍କ ପ୍ରାଚୀନ ନେତାମାନେ କୟାଫା ନାମକ ମହାଯାଜକଙ୍କ ଭବନର ଅଗଣାରେ ଏକାଠି ହେଲେ। ସେମାନେ ଯୀଶୁଙ୍କୁ କପଟରେ ବନ୍ଦୀ କରି ତାହାଙ୍କୁ ମାରିଦେବା ପାଇଁ ଯୋଜନା କଲେ। କିନ୍ତୁ ବୈଠକରେ ସେମାନେ କଥାବାର୍ତ୍ତା ହେଲେ, “ଆମ୍ଭେ ନିସ୍ତାରପର୍ବ [a] ସମୟରେ ଏସବୁ କରିବା ଉଚିତ୍ ହେବ ନାହିଁ। କାରଣ ଲୋକମାନେ ଏଥିରେ ରାଗିଯାଇ ପାରନ୍ତି ଓ ଦଙ୍ଗାହାଙ୍ଗାମା କରି ପାରନ୍ତି।”

ଜଣେ ସ୍ତ୍ରୀଲୋକ ଏକ ବିଶେଷ କାର୍ଯ୍ୟ କଲେ(B)

ଯୀଶୁ ବେଥନୀୟାରେ ଥିଲେ। ସେ କୁଷ୍ଠରୋଗୀ ଶିମୋନର ଘରେ ରହିଥିଲେ। ଯୀଶୁ ସେଠାରେ ଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖରେ ଆସି ପହଞ୍ଚିଲା। ସେ ଗୋଟିଏ ପାତ୍ରରେ ବହୁ ମୂଲ୍ୟବାନ୍ ସୁଗନ୍ଧିତ ଅତର ଆଣିଥିଲା। ସେ ଅତରତକ ଯୀଶୁଙ୍କ ମୁଣ୍ତ ଉପରେ ଢାଳି ଦେଲା’ ସେତେବେଳେ ଯୀଶୁ ଖାଉଥିଲେ।

ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଅତ୍ୟନ୍ତ ରାଗିଗଲେ। ସେମାନେ କହିଲେ, “ଏତେ ଅପବ୍ୟୟ କାହିଁକି? ଏ ଅତରତକ ଅନେକ ଟଙ୍କାରେ ବିକାଯାଇ ସେଥିରୁ ମିଳିବା ଟଙ୍କା ଗରିବମାନଙ୍କ ମଧ୍ୟରେ ବଣ୍ଟା ଯାଇ ପାରିଥା’ନ୍ତା।”

10 ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, “କାହିଁକି ବୃଥାରେ ଏହି ସ୍ତ୍ରୀଲୋକକୁ ହଇରାଣ କରୁଛ? ସେ ମୋ’ ପାଇଁ ଗୋଟିଏ ବହୁତ ଭଲ କାମ କରିଛି। 11 ଗରିବମାନେ ତ ସବୁବେଳେ ତୁମ୍ଭ ସହିତ ଅଛନ୍ତି। [b] କିନ୍ତୁ ତୁମ୍ଭେ ମୋତେ ସବୁବେଳେ ପାଇବ ନାହିଁ। 12 ଏହି ସ୍ତ୍ରୀଲୋକ ମୋ’ ଦେହରେ ଅତର ଢାଳିଛି। ମୋର ସମାଧି ନିମନ୍ତେ ମୋତେ ପ୍ରସ୍ତୁତ କରିବା ପାଇଁ ସେ ଏହା କରିଛି, 13 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏ ଜଗତରେ ସର୍ବତ୍ର ଲୋକମାନଙ୍କ ମଧ୍ୟରେ ସୁସମାଗ୍ଭର ଘୋଷଣା କରାଯିବ। ତା’ ସହିତ ଏ ସ୍ତ୍ରୀଲୋକଟି କ’ଣ କରିଥିଲା, ସେ ବିଷୟ ମଧ୍ୟ ଘୋଷଣା କରାଯିବ, ଲୋକମାନେ ତାକୁ ମନେ ରଖିବେ।”

ଯିହୂଦା ଯୀଶୁଙ୍କ ଶତ୍ରୁ ପାଲଟିଗଲେ(C)

14 ତା’ପରେ ଯୀଶୁଙ୍କର ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଯାଇ ପ୍ରଧାନଯାଜକମାନଙ୍କ ସହିତ କଥାବାର୍ତ୍ତା କଲା। ସେହି ଶିଷ୍ୟର ନାମ ଇଷ୍କାରିୟୋତ ଯିହୂଦା ଥିଲା। 15 ସେ କହିଲା, “ମୁଁ ତୁମ୍ଭମାନଙ୍କ ହାତରେ ଯୀଶୁଙ୍କୁ ଧରେଇ ଦେବି। ଏହା କରିବା ପାଇଁ ତୁମ୍ଭେମାନେ ମୋତେ କ’ଣ ଦେବ?’’ ଯାଜକମାନେ ଯିହୂଦାଙ୍କୁ ତିରି‌ଶ୍‌ଟି ରୂପାଟଙ୍କା ଦେଲେ। 16 ସେହି ସମୟରୁ ଯିହୂଦା ଯାଜକମାନଙ୍କ ହାତରେ ଯୀଶୁଙ୍କୁ ଧରାଇ ଦେବା ପାଇଁ ସୁଯୋଗର ଅପେକ୍ଷାରେ ରହିଲା।

ଶିଷ୍ୟମାନଙ୍କ ସହିତ ଯୀଶୁଙ୍କ ନିସ୍ତାରପର୍ବର ଭୋଜି(D)

17 ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସିଲେ। ସେମାନେ କହିଲେ, “ନିସ୍ତାରଭୋଜି ଖାଇବାକୁ ଆପଣଙ୍କ ପାଇଁ ଆମ୍ଭେ ସବୁକିଛି ପ୍ରସ୍ତୁତ କରିବୁ। ଆପଣ କେଉଁଠାରେ ଭୋଜି ଖାଇବା ପାଇଁ ଗ୍ଭହାନ୍ତି?”

18 ଯୀଶୁ କହିଲେ, “ନଗରରେ ଥିବା ମୋର ଜଣେ ଚିହ୍ନା ଲୋକ ପାଖକୁ ଯାଅ। ତାକୁ କୁହ ‘ଗୁରୁ କହିଛନ୍ତି ‘ମନୋନୀତ ସମୟ ଆସି ପାଖେଇ ଗଲାଣି ଓ ମୁଁ ତୁମ୍ଭ ଘରେ ମୋ’ ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବ ଭୋଜି ଉତ୍ସବ ପାଳନ କରିବି।’” 19 ଯୀଶୁଙ୍କ କହିବା ଅନୁସାରେ ଶିଷ୍ୟମାନେ କଲେ। ସେମାନେ ନିସ୍ତାରପର୍ବର ଭୋଜି ପ୍ରସ୍ତୁତ କଲେ।

20 ସନ୍ଧ୍ୟାବେଳେ ଯୀଶୁ ନିଜର ବାରଜଣଯାକ ଶିଷ୍ୟଙ୍କ ସହିତ ଖାଇବାକୁ ବସିଲେ। 21 ସେମାନେ ଖାଉଥିବା ସମୟରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ତୁମ୍ଭମାନଙ୍କ ମଧ୍ୟରେ ଥିବା ବାରଜଣଙ୍କ ଭିତରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।”

22 ଏହା ଶୁଣି ସେମାନେ ବହୁତ ଦୁଃଖିତ ହେଲେ। ପ୍ରତ୍ୟେକ ଶିଷ୍ୟ ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ନିଶ୍ଚିତଭାବରେ ସେ ଜଣକ ମୁଁ ନୁହେଁ! କୁହନ୍ତୁ ମୁଁ କି?”

23 ଯୀଶୁ ଉତ୍ତର ଦେଲେ, “ଯେଉଁ ଲୋକ ମୋ’ ସାଙ୍ଗରେ ଗିନାରେ ତା’ର ହାତ ବୁଡ଼ାଇଛି, ସେ ମୋ’ ସହିତ ବିଶ୍ୱାସଘାତକତା କରିବ। 24 ମନୁଷ୍ୟପୁତ୍ର ଯିବେ ଓ ମରିଯିବେ। ଏହା ହିଁ ହେବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ମାରିବା ପାଇଁ ଶତ୍ରୁ ହାତରେ ଦେଇଦେବ, ସେ ଲୋକ ଧିକ୍! ସେ ଲୋକ ଜନ୍ମ ନ ହୋଇଥିଲେ ବରଂ ଭଲ ହୋଇଥା’ନ୍ତା।”

25 ତା’ପରେ ଯିହୂଦା, “ଯିଏ ତାହାଙ୍କୁ ଶତ୍ରୁମାନଙ୍କୁ ଧରେଇ ଦେବାକୁ ଯାଉଥିଲା, କହିଲା ଗୁରୁ, ସେ କ’ଣ ମୁଁ?”

ଯୀଶୁ କହିଲେ, “ହଁ, ତୁମ୍ଭେ ସେହି।”

Oriya Bible: Easy-to-Read Version (ERV-OR)

2010 by World Bible Translation Center