Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 21-22

ଅନ୍ୟାନ୍ୟ ବ୍ୟବସ୍ଥା ଓ ଆଜ୍ଞା

21 ଏହା ପରେ ପରମେଶ୍ୱର ମୋଶାଙ୍କୁ କହିଲେ, “ଏଗୁଡ଼ିକ ହେଉଛି ଅନ୍ୟାନ୍ୟ ବ୍ୟବସ୍ଥା ତୁମ୍ଭେ ଲୋକମାନଙ୍କୁ ଜଣାଇବ।

“ଯଦି ତୁମ୍ଭେ ଜଣେ ଏବ୍ରୀୟ କ୍ରୀତଦାସ ନିଅ, ତେବେ ସେ ଛଅ ବର୍ଷ ତୁମ୍ଭର ସେବା କରିବ। ସପ୍ତମ ବର୍ଷରେ ସେ ମୁକ୍ତ ହୋଇଯିବ। ତାକୁ ଆଉ କିଛି ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ଯଦି ସେହି ଲୋକ ଜଣକ ବିବାହିତ ନ ହୋଇଥାଏ, ତେବେ ସେ ଏକାକୀ ଯିବ ଓ ଯଦି ସେ ବିବାହିତ ହୋଇଥାଏ ତେବେ ସେ ମୁକ୍ତ ହେବା ସମୟରେ ତା’ର ସ୍ତ୍ରୀକୁ ସାଙ୍ଗରେ ନେଇଯିବ। ଯଦି ତା’ର ମୁନିବ ତାକୁ ବିବାହ କରି ଦେଇଥାଏ, ଯଦି ସେହି ସ୍ତ୍ରୀଠାରୁ ପୁତ୍ରକନ୍ୟା ଜନ୍ମ ହୋଇଥାଏ, ତେବେ ତା’ର ସ୍ତ୍ରୀ ଓ ପୁତ୍ରକନ୍ୟା ଉପରେ ଅଧିକାର ରହିବ। ଏବଂ ଛଅ ବର୍ଷପରେ ତାକୁ ମୁକ୍ତ କରାଯିବ।

“ମାତ୍ର ଏପରି ହୋଇପାରେ ଯେ ସେ ଦାସ କହିପାରେ ମୁଁ ମୋର ମୁନିବ ନିକଟରେ ରହିବି। ଯଦି ସେ କହେ, ‘ମୁଁ ମୋର ମୁନିବକୁ ଭଲ ପାଏ, ମୁଁ ମୋର ସ୍ତ୍ରୀ, ପୁତ୍ରକନ୍ୟାକୁ ପ୍ରେମ କରେ, ମୁଁ ମୁକ୍ତ ହେବାକୁ ଗ୍ଭହୁଁ ନାହିଁ, ମୁଁ ଏଠାରେ ରହିବି।’ ଯଦି ଏପରି ଘଟେ, ତେବେ ତା’ର ମୁନିବ ତାଙ୍କୁ ପରମେଶ୍ୱରଙ୍କ ସମ୍ମୁଖକୁ ଆଣିବ, ତା’ର ମୁନିବ ତାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ବିନ୍ଧାଣୀରେ ତା’ର କାନ ବିନ୍ଧିବ, ତହିଁରେ ସେ ସଦାକାଳ ତା’ର ସେବା କରିବ।

“ଜଣେ ଲୋକ ତା’ର କନ୍ୟାକୁ ଦାସୀଭାବେ ବିକ୍ରୟ କରି ପାରିବ, ଯଦି ଏପରି ହୁଏ, ଅନ୍ୟ ଦାସମାନେ ମୁକ୍ତ ହେଲା ପରି ସେ ମୁକ୍ତ ହୋଇ ପାରିବ ନାହିଁ। ଯଦି ତା’ର ମୁନିବ ତା’ ଉପରେ ସନ୍ତୁଷ୍ଟ ନୁହେଁ, ତେବେ ତା’ର ବିବାହ ଠିକ୍ କରି ନ ପାରେ, ତେବେ ତାକୁ ପୁନରାୟ ତା’ର ପିତାକୁ ବିକ୍ରୟ କରିଦେଇ ପାରେ ତାକୁ କୌଣସି ବିଦେଶୀକୁ ସେ ବିକ୍ରୟ କରି ପାରିବ ନାହିଁ, କାରଣ ସେ ତାକୁ ଅବିଶ୍ୱସ୍ତ ଭାବରେ ବ୍ୟବହାର କରିଛି। ଯଦି ତା’ର ମୁନିବ ତାକୁ ତା’ର ପୁତ୍ରବଧୁ କରିବାକୁ କହିଥାଏ, ତେବେ ତାକୁ ଦାସୀ ଭାବରେ ବିବେଚନା କରାଯାଇ ପାରିବ ନାହିଁ। ତାକୁ ତାଙ୍କର କନ୍ୟାପରି ବ୍ୟବହାର କରାଯିବ।

10 “ଯଦି ମୁନିବ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ତେବେ ସେ ପ୍ରଥମ ସ୍ତ୍ରୀକୁ କେବେ ଅସୁବିଧାରେ ପକାଇବ ନାହିଁ। ତା’ର ବିବାହୋଚିତ କର୍ତ୍ତବ୍ୟ ଯଥା: ଖାଦ୍ୟ, ବସ୍ତ୍ରରେ ଓ ଶାରିରୀକ ସମ୍ପର୍କରୁ ବଞ୍ଚିତ କରିବ ନାହିଁ। 11 ସେହି ଲୋକ ଏହିସବୁ କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ୍। ଯଦି ଏଥିରେ ସେ ତୃଟି କରେ ତେବେ ସେହି ସ୍ତ୍ରୀ ଜଣକ ନିଜେ ବିନାମୂଲ୍ୟରେ ମୁକ୍ତ ହୋଇଯିବ।

12 “ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଆଘାତ କରେ ଓ ହତ୍ୟାକରେ, ତେବେ ଆଘାତ କରିଥିବା ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍। 13 ଯଦି ସେ ତାକୁ ହତ୍ୟା କରିବାକୁ ଗ୍ଭହୁଁ ନ ଥିଲା କିନ୍ତୁ ପରମେଶ୍ୱର ତାକୁ ସମର୍ପଣ କଲେ, ସେ ଯେଉଁଠାକୁ ଗଲେ ସେମାନେ ତାକୁ ଉପଯୁକ୍ତ ଜାଗା ଦେବେ। 14 କିନ୍ତୁ ଯଦି ଜଣେ ବ୍ୟକ୍ତି ଇଚ୍ଛା କରି କିମ୍ବା ରାଗରେ ଅନ୍ୟଜଣକୁ ହତ୍ୟା କରେ, ତେବେ ହତ୍ୟାକାରୀ ନିଶ୍ଚିତ ମୃତ୍ୟୁଦଣ୍ଡ ପାଇବ। ତାକୁ ମୋର ଯଜ୍ଞବେଦି ପାଖରୁ ନେଇଯାଅ ଓ ହତ୍ୟା କର।

15 “ଯଦି କୌଣସି ଲୋକ ତା’ର ପିତା କିମ୍ବା ମାତାକୁ ଆଘାତ କରେ ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ।

16 “ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଅପହରଣ କରି ବିକ୍ରୟ କରେ କିମ୍ବା ଦାସ ଭାବରେ ରଖେ, ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍।

17 “ଯଦି କେହି ତା’ର ପିତାମାତାଙ୍କୁ ଅଭିଶାପ ଦିଏ ତେବେ ତା’ର ମୃତ୍ୟୁଦଣ୍ଡ ହେବ।

18 “ଯଦି ଦୁଇ ଲୋକ ମଧ୍ୟରେ ବିବାଦ ଉପୁଜିବାରୁ କେହି ଅନ୍ୟକୁ ପଥରରେ ଆଘାତ କରେ ବା ହସ୍ତରେ ଆଘାତ କରେ ଏବଂ ସେ ଆଘାତପ୍ରାପ୍ତ ଲୋକ ନ ମରେ ତେବେ ମାରିଥିବା ଲୋକକୁ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ। 19 ଆଘାତପ୍ରାପ୍ତ ଲୋକ ଯଦି ଶଯ୍ୟାଶାୟୀ ହୁଏ ଏବଂ ବିଛଣାରୁ ଉଠିପାରେ ଏବଂ ସେ ଆଶାବାଡ଼ି ଧରି ଗ୍ଭଲିପାରେ। ତେବେ ଆଘାତ ଦେଇଥିବା ଲୋକ ତା’ର କ୍ଷତି ଭରଣା କରିବ ଏବଂ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପର୍ଯ୍ୟନ୍ତ ତା’ର ସହାୟତା କରିବ।

20 “ବେଳେ ବେଳେ ମୁନିବ ତା’ର ଦାସୀକୁ କିମ୍ବା ଦାସକୁ ମାଡ଼ ମାରେ, ଯଦି ଆଘାତପ୍ରାପ୍ତ ହୋଇ ଦାସଟି ମରିଯାଏ, ତେବେ ତା’ର ମୁନିବକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍। 21 ଯଦି ସେହି ଦାସ ମାଡ଼ ହେବା ଦିନଠାରୁ ଦିନେ ବା ଦୁଇ ଦିନ ବଞ୍ଚେ, ତେବେ ତାକୁ ଆଉ ଦଣ୍ଡ ଦିଆଯିବ ନାହିଁ। କାରଣ, ମୁନିବ ତାକୁ ପଇସା ବିନିମୟରେ କ୍ରୟ କରିଥାଏ ଏବଂ ଦାସଟି ତା’ର ସମ୍ପୁର୍ଣ୍ଣ ନିଜର ହୋଇଥାଏ।

22 “ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କଲେ, ଯେବେ ତା’ର ଗର୍ଭପାତ ହୁଏ ମାତ୍ର ପରେ ତା’ର ଯଦି କ୍ଷତି ନ ଘଟେ, ତେବେ ସେହି ସ୍ତ୍ରୀର ସ୍ୱାମୀ ଯେଉଁରୂପେ ଦାବି କରିବ ସେହି ଅନୁସାରେ ତାକୁ ଅବଶ୍ୟ ଅର୍ଥଦଣ୍ଡ ହେବ। ପୁଣି ସେ ବିଗ୍ଭରକର୍ତ୍ତାମାନଙ୍କ ନିର୍ଦ୍ଧାରଣ ଅନୁସାରେ ଦେବ। 23 ଯଦି ଜଣେ ବ୍ୟକ୍ତି ଜୋ‌‌ର୍‌‌ରେ ଆଘାତ ପ୍ରାପ୍ତ ହୁଏ, ତେବେ ଆଘାତକାରୀ ଜୀବନ ବଦଳରେ ଜୀବନ ଦେବ। 24 ଚକ୍ଷୁ ପରିଶୋଧରେ ଚକ୍ଷୁ, ହାତ ପରିଶୋଧରେ ହାତ, ପାଦ ପରିଶୋଧରେ ପାଦ, 25 ବାହୁ ପରିଶୋଧରେ ବାହୁ, କ୍ଷତ ପରିଶୋଧରେ କ୍ଷତ, ଦାଗ ପରିଶୋଧରେ ଦାଗ ଦଣ୍ଡ ଦିଆଯିବ।

26 “ଯଦି କେହି ତା’ର ଦାସ କିମ୍ବା ଦାସୀକୁ ଆଘାତ କରିବା ସମୟରେ ତା’ର ଚକ୍ଷୁ ନଷ୍ଟ ହୋଇଯାଏ ତେବେ ତାକୁ ମୁକ୍ତ କରି ଦିଆଯିବ। 27 ଯଦି କେହି ମୁନିବ ତା’ର ଦାସର ମୁହଁରେ ଆଘାତ କରେ ଓ ସେ ଯଦି ତା’ର ଦାନ୍ତ ହରାଏ ତେବେ ତା’ର ଦାନ୍ତ ପାଇଁ ତାକୁ ମୁକ୍ତ କରି ଦିଆଯିବ।

28 “ଯଦି କୌଣସି ଲୋକର ବଳଦ କାହାରିକୁ ମାରିଦିଏ, ତେବେ ତା’ର ମୁନିବ ଦୋଷୀ ହେବ ନାହିଁ କିନ୍ତୁ ସେହି ବଳଦକୁ ପଥର ଦ୍ୱାରା ମରାଯିବ ଓ ତା’ର ମାଂସ ଖିଆଯିବ ନାହିଁ। 29 ଯଦି ଆଗରୁ ପ୍ରମାଣ ଥାଏ ଯେ ସେହି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା’ର ମୁନିବ ତାକୁ ବାନ୍ଧି ରଖି ନାହିଁ, ଯଦି ସେ କାହାରିକୁ ହତ୍ୟା କରେ ତେବେ ତା’ର ମୁନିବକୁ ମଧ୍ୟ ହତ୍ୟା କରାଯିବ। 30 ଯଦି ବିଗ୍ଭରକର୍ତ୍ତାଙ୍କ ନିଷ୍ପତ୍ତି ଅନୁସାରେ ସେ ଅର୍ଥ ପୈଠ କରେ ଏବଂ ମୃତ ଲୋକର କେହି ଆତ୍ମୀୟ ସେହି ଅର୍ଥକୁ ଗ୍ରହଣ କରେ ତେବେ ଆଉ ତାକୁ ମୃତ୍ୟୁ ଦଣ୍ଡ ଦିଆଯିବ ନାହିଁ।

31 “ଏହି ନିୟମ ମଧ୍ୟ ବଳଦ ମାରି ଦେଇଥିବା ପୁତ୍ର, କନ୍ୟା ଏବଂ ଲୋକଙ୍କ କ୍ଷେତ୍ରରେ ପ୍ରଜୁଯ୍ୟ ହେବ। 32 କିନ୍ତୁ ଯଦି ବଳଦ ଯେବେ କାହାର ଦାସ କି ଦାସୀକୁ ଆଘାତ କରେ, ତେବେ ସେ ତା’ର ପ୍ରଭୁକୁ ତିରିଶ୍ ଶେକଲ ରୂପା ଦେବ। ଆଉ ବଳଦକୁ ପ୍ରସ୍ତର ଦ୍ୱାରା ହତ୍ୟା କରାଯିବ।

33 “ଯଦି ଜଣେ ବ୍ୟକ୍ତି ଖୋଳିଥିବା କୂଅ ବା ଗାତ ଖୋଲା ରଖିଥାଏ ଏବଂ ଯଦି ତା’ ଭିତରେ ଏକ ବଳଦ କିମ୍ବା ଏକ ଗଧ ପଡ଼ିଯାଏ ତେବେ ଯେଉଁ ଲୋକ ତାକୁ ଖୋଳିଥିବ ସେ ଦୋଷୀ ଭାବେ ଗଣାଯିବ। 34 ସେହି ଲୋକ ଜଣକ ସେହି ପଶୁ ପାଇଁ ଅର୍ଥ ଦେବାକୁ ପଡ଼ିବ। ଯଦି ସେ ଅର୍ଥ ପୈଠ କରେ, ସେହି ପଶୁ ପାଇଁ, ତେବେ ସେ ତା’ର ମୃତ ଦେହକୁ ରଖିବା ପାଇଁ ଅନୁମତି ଦେବ।

35 “ଯଦି କୌଣସି ଲୋକର ବଳଦ କାହାରି ବଳଦକୁ ହତ୍ୟା କରେ, ତେବେ ସେମାନେ ସେହି ଜୀବିତ ଗୋରୁକୁ ବିକ୍ରୟ କରି ଦୁଇଭାଗ କରିବେ ଏବଂ ମୃତ ଗୋରୁକୁ ମଧ୍ୟ ଦୁଇଭାଗ କରି ନେବେ। 36 ମାତ୍ର ତା’ର ଗୋରୁ ପୂର୍ବରୁ ବିନ୍ଧୁଥିବା ଜାଣି ଯଦି ତା’ର ମୁନିବ ତାକୁ ବାନ୍ଧି ନ ରଖେ, ତେବେ ସେ ଗୋରୁ ପରିଶୋଧରେ ଗୋରୁ ନେବ ମାତ୍ର ମୃତ ଗୋରୁ ତା’ର ନିଜର ହେବ।

22 “ଜଣେ ବ୍ୟକ୍ତି ପାଇଁ କ’ଣ ଦଣ୍ଡ ଅଛି ଯିଏ ଗୋରୁ କିମ୍ବା ମେଷ ଗ୍ଭେରି କରେ, ଯଦି ସେ ତାକୁ ହତ୍ୟା କରେ କିମ୍ବା ବିକ୍ରୀ କରେ। ସେ ଏହାକୁ ଫେରାଇ ପାରିବ ନାହିଁ। ତେଣୁ ସେ ଏକ ଗୋରୁ ବଦଳରେ ପାଞ୍ଚୋଟି ଗୋରୁ, ଏବଂ ଏକ ମେଷ ବଦଳରେ ଗ୍ଭରୋଟି ମେଷ ଦେବ। ଯଦି ଏକ ଗ୍ଭେର ଗ୍ଭେରି କରିବା ସମୟରେ ରାତ୍ରିରେ ମରିଯାଏ, ତେବେ ତା’ର ମୃତ୍ୟୁ ପାଇଁ କେହି ଦାୟୀ ହେବେ ନାହିଁ। ଯଦି ଏପରି ଦିନରେ ଘଟିଥାଏ ତେବେ ହତ୍ୟା କରିଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବ।

“ଯଦି ଜଣେ ଲୋକ ଗ୍ଭେରି କରୁଥିବା ସମୟରେ ଧରାପଡ଼େ, ସେ ନିଶ୍ଚୟ ଫେରାଇଦେବ, ଯାହା ଗ୍ଭେରି କରିଥିଲା। ଏବଂ ଯଦି ସେହି ଲୋକର ନିଜର କିଛି ନ ଥାଏ, ତେବେ ତାକୁ କ୍ରୀତଦାସ ରୂପେ ବିକ୍ରୀ କରାଯିବ।

ଯଦି ଗ୍ଭେରି ହୋଇଥିବା ପଶୁଟି ସେହି ଲୋକ ପାଖରେ ମିଳେ, ଏହା ବଳଦ ହେଉ, ଗଧ କିମ୍ବା ମେଷ ହେଉ, ସେ ଗ୍ଭେରି କରିଥିବା ଜିନିଷର ଦୁଇଗୁଣ ଦେବ।

“ଯଦି କୌଣସି ବ୍ୟକ୍ତି ଅନ୍ୟ ଜଣେ ଲୋକର ଦ୍ରାକ୍ଷାକ୍ଷେତ୍ର‌ରେ ପଶୁ ଚରାଏ ତେବେ ସେ ଲୋକ ତା’ର ଉତ୍ତମ କ୍ଷେତର ଫସଲ ଉକ୍ତ ଲୋକକୁ ଦେବ।

“ଯଦି କୌଣସି ଲୋକ କଣ୍ଟକ ବନରେ ଅଗ୍ନି ସଂଯୋଗ କରେ ଓ ସେହି ଅଗ୍ନିରେ ଯଦି କାହାର କ୍ଷେତର ଫସଲ ବା ଶସ୍ୟଗଦା କିମ୍ବା କ୍ଷେତଟି ପୋଡ଼ି ନଷ୍ଟ ହୁଏ ତେବେ ସେହି ଲୋକକୁ ଉକ୍ତ କ୍ଷତିର ଭରଣା କରିବାକୁ ହେବ।

“ଆଉ କେହି ଆପଣା ପଡ଼ୋଶୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ୟ ରଖିବା ପାଇଁ ସମର୍ପଣ କଲେ ତାହା ଯେବେ କେହି ସେହି ଲୋକର ଗୃହରୁ ଗ୍ଭେରି କରେ ଓ ସେହି ଗ୍ଭେର ଧରାପଡ଼େ, ତେବେ ସେ ତା’ର ଦୁଇଗୁଣ ଦେବ। କିନ୍ତୁ ଯଦି ଗ୍ଭେର ଧରା ନ ପଡ଼େ, ତେବେ ଗୃହସ୍ୱାମୀ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇ ଅଛି କି ନାହିଁ, ଏହା ଜଣାଯିବା ନିମନ୍ତେ ସେ ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ।

“ପୁଣି ସର୍ବପ୍ରକାର ଅଧର୍ମ ବିଷୟରେ, ଅର୍ଥାତ୍ ଗୋରୁ କି ଗଧ, ମେଷ କିଅବା ବସ୍ତ୍ର ଯେକୌଣସି ହଜିଲା ଦ୍ରବ୍ୟ ବିଷୟରେ ଯେବେ କେହି କହେ, ‘ଏହା ସେହି ଦ୍ରବ୍ୟ’ ଏବଂ ଅନ୍ୟ ଜଣେ କହିବ, ‘ନା ଏହା ତାହା ନୁହେଁ’ ତେବେ ଉଭୟ ପକ୍ଷଙ୍କ କଥା ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ, ତହିଁରେ ପରମେଶ୍ୱର ଯାହାକୁ ଦୋଷୀ ବିଗ୍ଭର କରିବେ ସେ ଆପଣା ପଡ଼ୋଶୀକୁ ଦୁଇଗୁଣ ଦେବ।

10 “କୌଣସି ଲୋକ ଯଦି ଅନ୍ୟ କାହାର ଗଧ କି ଗୋରୁ, କି ମେଷ, କିଅବା କୌଣସି ପଶୁ ପ୍ରତିପାଳନାର୍ଥେ ରଖିଥାଏ, ଯଦି ଅଦେଖାରେ ସେ ପଶୁ ମରେ କିମ୍ବା ଅଙ୍ଗହାନି ହୁଏ କିମ୍ବା ତଡ଼ି ଦିଆଯାଏ, 11 ତେବେ ସେ ପ୍ରତିବାସୀର ଦ୍ରବ୍ୟରେ ହସ୍ତ ଦେଇଅଛି କି ନାହିଁ, ଏ ବିଷୟରେ ଉଭୟଙ୍କ ମଧ୍ୟରେ ସଦାପ୍ରଭୁଙ୍କର ଶପଥ ହେବ। ପଶୁର ମାଲିକ ସେହି ଶପଥ ଗ୍ରହଣ କରିବ। ପୁଣି ସେ ପରିଶୋଧ କରିବ ନାହିଁ। 12 ମାତ୍ର ଯେବେ ତାହା ନିକଟରୁ ଗ୍ଭେରି ଯାଏ, ତେବେ ସେ ତା’ର ମୁନିବକୁ ତାହାର ମୂଲ୍ୟ ଦେବ। 13 ଯଦି କୌଣସି ବନ୍ୟ ଜନ୍ତୁ ତାକୁ ହତ୍ୟା କରେ, ଦେବେ ତାହା ଯଦି ସେ ପ୍ରମାଣ କରେ ତେବେ ତାକୁ ସେହି ପଶୁର ମୂଲ୍ୟ ଦେବାକୁ ପଡ଼ିବ ନାହିଁ।

14 “କୌଣସି ଲୋକ ଯଦି ତା’ର ପଡ଼ୋଶୀଠାରୁ କିଛି ଧାର ଆଣିଥାଏ ତେବେ ସେ ସେହି ଜିନିଷ ପାଇଁ ଦାୟୀ ରହିବ। ଯଦି ଗୋଟିଏ ପଶୁ ଆଘାତ ପାଏ ଯଦି ଏ ପଶୁ ମରିଯାଏ, ତେବେ ତା’ର ପଡ଼ୋଶୀକୁ ତା’ର ପଶୁ ମୁନିବକୁ ତା’ର ମୂଲ୍ୟ ଦେବାକୁ ପଡ଼ିବ। ଏଥିପାଇଁ ତା’ର ପଡ଼ୋଶୀ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବ। କାରଣ ତା’ର ମୁନିବ ସେଠାରେ ନ ଥାଏ। 15 କିନ୍ତୁ ଯଦି ପଶୁ ନିକଟରେ ତା’ର ମୁନିବ ଥାଏ, ତେବେ ତା’ର ପଡ଼ୋଶୀକୁ କିଛି ଦେବାକୁ ପଡ଼ିବ ନାହିଁ। କିମ୍ବା ଯଦି ତା’ର ପଡ଼ୋଶୀ ସେହି ପଶୁକୁ ବ୍ୟବହାର କରି ପଇସା ଦେଉଥାଏ, ତେବେ ତାକୁ ପଇସା ଦେବାକୁ ପଡ଼ିବ ନାହିଁ। ଯେବେ ସେହି ପଶୁଟି ମରିଯାଏ, ବ୍ୟବହାର ସମୟରେ ଯେତିକି ଅର୍ଥ ଦେଇଥିବ ତାହା ଯଥେଷ୍ଟ।

16 “ଯଦି କୌଣସି ଲୋକର କୌଣସି ଅବିବାହିତା ଯୁବତୀ ସହ ଯୌନ ସମ୍ପର୍କ ଥାଏ, ତେବେ ସେ ତାକୁ ବିବାହ କରିବାକୁ ବାଧ୍ୟ। ଏବଂ ତାକୁ ମଧ୍ୟ ସେ ଝିଅର ପିତାକୁ ଯୌତୁକ ଦେବାକୁ ପଡ଼ିବ। 17 ଯଦି ତାଙ୍କର ପିତା ଦୁହିଁଙ୍କୁ ବିବାହ ଦେବାକୁ ମନା କରେ ତଥାପି ମଧ୍ୟ ସେହି ଯୁବକକୁ ଅର୍ଥ ଦେବାକୁ ପଡ଼ିବ। ସେ ତାଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଦେବାକୁ ପଡ଼ିବ।

18 “ତୁମ୍ଭେ ନିଶ୍ଚିତ କୌଣସି ସ୍ତ୍ରୀ ଲୋକକୁ ମନ୍ଦ ଯାଦୁବିଦ୍ୟା ଅଭ୍ୟାସ କରିବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ। ଯଦି କିଏ ଏପରି କରେ ତେବେ ତାକୁ ଜୀବିତ ରଖିବ ନାହିଁ।

19 “କୌଣସି ଲୋକକୁ ପଶୁ ସହିତ ଯୌନ ସମ୍ପର୍କ ରଖିବାକୁ ଦେବ ନାହିଁ। ଯଦି ଏପରି କେହି କରେ, ତେବେ ତାକୁ ମୃତ୍ୟୁ ଦଣ୍ଡ ଦେବ।

20 “ଯଦି କେହି ଲୋକ ସଦାପ୍ରଭୁଙ୍କ ବିନା ଅନ୍ୟ କୌଣସି ଦେବତାଙ୍କୁ ବଳିଦାନ ଉତ୍ସର୍ଗ କରେ, ତେବେ ସେ ବର୍ଜ୍ଜନୀୟ ହୋଇ ବିନଷ୍ଟ ହେବ।

21 “ମନେରଖ, ଅତୀତରେ ତୁମ୍ଭେମାନେ ମିଶରରେ ବିଦେଶୀ ରୂପେ ଥିଲ। ତେଣୁ ତୁମ୍ଭ ଦେଶରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ।

22 “କୌଣସି ବିଧବା କିମ୍ବା ପିତାମାତାହୀନ ସନ୍ତାନଙ୍କର କୌଣସି କ୍ଷତି କରିବ ନାହିଁ। 23 ଯଦି ତୁମ୍ଭେ କେହି ଅସହାୟ ବିଧବା କିମ୍ବା ପିତାମାତାହୀନ ଅନାଥଙ୍କର କିଛି ଅନିଷ୍ଟ କର ତେବେ ମୁଁ ତାଙ୍କର ଦୁଃଖ ଶୁଣିବି। 24 ଏବଂ ଏଥିରେ ଅଧିକ କ୍ରୋଧିତ ହେବି। ମୁଁ ତାକୁ ଏକ ଖ‌ଡ଼୍‌ଗରେ ହତ୍ୟା କରିବି। ଏହା ପରେ ତୁମ୍ଭର ସ୍ତ୍ରୀ ବିଧବା ହେବ ଏବଂ ତୁମ୍ଭର ପିଲାମାନେ ଅନାଥ ହେବେ।

25 “ଯଦି ତୁମ୍ଭେ ଗରିବ ଲୋକକୁ ଧାର ଦିଅ, ଯିଏକି ମୋର ଲୋକ ତୁମ୍ଭେ ତା’ ନିକଟରୁ ସୁଧ ନେବ ନାହିଁ। ମହାଜନ ପରି ବ୍ୟବହାର କର ନାହିଁ। 26 ଯେବେ ତୁମ୍ଭେ ଆପଣା ପଡ଼ୋଶୀର ବସ୍ତ୍ର ବନ୍ଧକ ରଖିବ ତେବେ ତାହା ସୂର୍ଯ୍ୟାସ୍ତ ପୂର୍ବରୁ ଫେରାଇ ଦେବ। 27 ଯଦି ସେ ଲୋକର ଶରୀରକୁ ଆଚ୍ଛାଦନ କରିବା ପାଇଁ କୌଣସି ବସ୍ତ୍ର ନ ଥାଏ, ତେବେ ସେ କେଉଁଥିରେ ଶୋଇବ? ଏବଂ ସେ ଯଦି ମୋତେ ଦୁଃଖରେ ଡାକେ, ତେବେ ମୁଁ ତା’ର କଥା ଶୁଣିବି କାରଣ ମୁଁ ଦୟାଳୁ।

28 “ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ୱରଙ୍କୁ। ଏବଂ ତୁମ୍ଭର କୌଣସି ଅଧ୍ୟକ୍ଷଙ୍କୁ ଶାପ ଦେବ ନାହିଁ।

29 “ଶସ୍ୟଅମଳ ସମୟରେ ତୁମ୍ଭର ପ୍ରଥମ ଶସ୍ୟ ଏବଂ ପ୍ରଥମ ଫଳର ରସ ଦେବାରେ କୌଣସି ବିଳମ୍ବ କରିବ ନାହିଁ।

ଏବଂ “ତୁମ୍ଭର ପ୍ରଥମଜାତ ସନ୍ତାନ ମୋତେ ଉତ୍ସର୍ଗ କରିବ। 30 ତୁମ୍ଭମାନଙ୍କର ମେଷ, ଗୋବତ୍ସା ଇତ୍ୟାଦି ତାଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ତାଙ୍କର ମା ପାଖରେ ସାତ ଦିନ ରଖି ଅଷ୍ଟମ ଦିନରେ ମୋ’ଠାରେ ଉତ୍ସର୍ଗ କରିବ।

31 “ତୁମ୍ଭେମାନେ ମୋର ବିଶେଷ ଲୋକ। ତେଣୁ ତୁମ୍ଭେ କୌଣସି ପଶୁମାନଙ୍କ ଦ୍ୱାରା ମରିଥିବା ପଶୁକୁ ଖାଇବ ନାହିଁ। କୁକୁରମାନଙ୍କୁ ତା’ର ମାଂସ ଖାଇବାକୁ ଦେବ।

ମାଥିଉ ଲିଖିତ ସୁସମାଗ୍ଭର 19

ଯୀଶୁ ବିବାହ ବିଚ୍ଛେଦ ବିଷୟରେ ଶିକ୍ଷା ଦେଲେ(A)

19 ଏସବୁ କଥା କହିସାରି ଯୀଶୁ ଗାଲିଲୀରୁ ଫେରି ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱରେ ଥିବା ଯିହୂଦା ଅଞ୍ଚଳରେ ପହଞ୍ଚିଲେ। ଅନେକ ଲୋକ ତାହାଙ୍କୁ ଅନୁସରଣ କଲେ। ସେଠାରେ ଯୀଶୁ ରୋଗୀ ଲୋକମାନଙ୍କୁ ସୁସ୍ଥ କଲେ।

କେତେକ ଫାରୂଶୀ ପରୀକ୍ଷା କରିବା ପାଇଁ ତାହାଙ୍କ ପାଖକୁ ଆସିଲେ। ସେମାନେ ପଗ୍ଭରିଲେ, “ଜଣେ ପୁରୁଷ କୌଣସି କାରଣରୁ ତା’ର ସ୍ତ୍ରୀକୁ ଛାଡ଼ି ଦେବା ନ୍ୟାୟସଙ୍ଗତ କି?”

ଯୀଶୁ କହିଲେ, “ତୁମ୍ଭେ ନିଶ୍ଚୟ ଶାସ୍ତ୍ରରେ ପଢ଼ିଛ ଯେ, ‘ସୃଷ୍ଟିକର୍ତ୍ତା ମୂଳରୁ ଲୋକମାନଙ୍କୁ ସ୍ତ୍ରୀ ଓ ପୁରୁଷ ରୂପରେ ସୃଷ୍ଟି କରିଥିଲେ?’ [a] ପରମେଶ୍ୱର କହିଲେ, ‘ଏହି କାରଣରୁ ପୁରୁଷ ନିଜ ପିତାମାତାଙ୍କୁ ଛାଡ଼ି ତା ସ୍ତ୍ରୀ ସହିତ ମିଳିତ ହେବ, ଏବଂ ସେ ଦୁଇଜଣ ଏକ ହୋଇଯିବେ।’ [b] ତେଣୁ ସ୍ୱାମୀ ସ୍ତ୍ରୀ ଦୁଇଜଣ ହୋଇ ରହନ୍ତି ନାହିଁ ମାତ୍ର ସେମାନେ ଏକ ହୋଇ ଯାଆନ୍ତି। ପରମେଶ୍ୱର ସେମାନଙ୍କୁ ଏକାଠି ଯୋଡ଼ିଛନ୍ତି। ତେଣୁ କୌଣସି ଲୋକ ସେମାନଙ୍କୁ ଅଲଗା ନ କରୁ।”

ଫାରୂଶୀମାନେ ପଗ୍ଭରିଲେ, “ତେବେ ଜଣେ ପୁରୁଷ ଛାଡ଼ପତ୍ର ଲେଖି ନିଜ ସ୍ତ୍ରୀକୁ ଛାଡ଼ି ଦେଇ ପାରିବ ବୋଲି ମୋଶା କାହିଁକି ଆଦେଶ ଦେଇଛନ୍ତି?”

ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପରମେଶ୍ୱରଙ୍କ ଉପଦେଶ ଗ୍ରହଣ କରିବାକୁ ମନା କରିଥିବାରୁ ମୋଶା ତୁମ୍ଭମାନଙ୍କୁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ ଅନୁମତି ଦେଇଛନ୍ତି। କିନ୍ତୁ ପ୍ରଥମରୁ ଛାଡ଼ପତ୍ର ଦେବା ପାଇଁ ଅନୁମତି ଦିଆଯାଇ ନ ଥିଲା। ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ, ଯଦି କୌଣସି ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଅନ୍ୟଜଣେ ସ୍ତ୍ରୀଲୋକକୁ ବିବାହ କରେ, ତେବେ ସେ ବ୍ୟଭିଗ୍ଭର ପାପରେ ଦୋଷୀ ସାବ୍ୟସ୍ତ ହୁଏ। ଯଦି ପ୍ରଥମ ସ୍ତ୍ରୀର ଅନ୍ୟ କୌଣସି ଲୋକ ସହିତ ଯୌନ-ସମ୍ପର୍କ ରହିଥାଏ, ସେହି ଗୋଟିଏ କାରଣରୁ ଜଣେ ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପୁଣି ଥରେ ବିବାହ କରି ପାରିବ।”

10 ଶିଷ୍ୟମାନେ ଯୀଶୁଙ୍କୁ କହିଲେ, “ଯଦି ଜଣେ ପୁରୁଷ କେବଳ ଗୋଟିଏ ମାତ୍ର କାରଣ ପାଇଁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପାରିବ, ତେବେ ବିବାହ ନ କରିବା ବରଂ ଭଲ।”

11 ଯୀଶୁ ଉତ୍ତର ଦେଲେ, “ବିବାହ ସମ୍ବନ୍ଧରେ ଏହି ଉପଦେଶ ପ୍ରତ୍ୟେକ ଲୋକ ଗ୍ରହଣ କରି ପାରିବେ ନାହିଁ। ଯେଉଁମାନଙ୍କୁ ପରମେଶ୍ୱର ଏହି କ୍ଷମତା ଦେଇଛନ୍ତି, କେବଳ ସେହିମାନେ ଏହି ଉପଦେଶ ଗ୍ରହଣ କରି ପାରିବେ। 12 କେତେକ ଲୋକ କାହିଁକି ବିବାହ କରିପାରନ୍ତି ନାହିଁ, ତା’ର ବିଭିନ୍ନ କାରଣ ଅଛି। ମାତୃଗର୍ଭରୁ କେତେକ ଲୋକ ନପୁଂସକ ହୋଇ ଜନ୍ମ ହୋଇଥା’ନ୍ତି। କେତେକ ଲୋକ ଅନ୍ୟମାନଙ୍କ ଦ୍ୱାରା ପରବର୍ତ୍ତୀ ସମୟରେ ନପୁଂସକ ହୋଇଯାଇଥା’ନ୍ତି। ଆଉ କେତେକ ଲୋକ ସ୍ୱର୍ଗରାଜ୍ୟ ପାଇଁ ବିବାହ କରି ନ ଥା’ନ୍ତି। କିନ୍ତୁ ଯେଉଁ ଲୋକ ବିବାହ କରି ପାରିବ, ସେ ବିବାହ ସମ୍ବନ୍ଧୀୟ ଏହି ଉପଦେଶ ଗ୍ରହଣ କରିବା ଉଚିତ୍।” [c]

ଯୀଶୁ ପିଲାମାନଙ୍କୁ ସ୍ୱାଗତ କଲେ(B)

13 ତା’ପରେ ଲୋକମାନେ କେତେକ ପିଲାଙ୍କୁ ଯୀଶୁଙ୍କ ପାଖକୁ ନେଇ ଆସିଲେ, ଯେପରି ଯୀଶୁ ସେମାନଙ୍କ ଉପରେ ଆପଣା ହାତ ରଖି ପାରିବେ ଓ ସେମାନଙ୍କ ଲାଗି ପ୍ରାର୍ଥନା କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ୟମାନେ ଲୋକମାନଙ୍କୁ ଧମକ ଦେଇ ଯୀଶୁଙ୍କ ପାଖକୁ, ପିଲାମାନଙ୍କୁ ନ ଆଣିବା ପାଇଁ କହିଲେ। 14 ଯୀଶୁ କହିଲେ, “ପିଲାମାନଙ୍କୁ ମୋ’ ପାଖକୁ ଆସିବାକୁ ଦିଅ। ସେମାନଙ୍କୁ ଅଟକାଅ ନାହିଁ, କାରଣ ଯେଉଁମାନେ ଠିକ୍ ଏହି ପିଲାମାନଙ୍କ ଭଳି ଅଟନ୍ତି ସ୍ୱର୍ଗରାଜ୍ୟ ସେହିମାନଙ୍କର।” 15 ତା’ପରେ ଯୀଶୁ ତାହାଙ୍କର ହାତ ସେହି ପିଲାମାନଙ୍କ ଉପରେ ରଖିଲେ ଏବଂ ସେଠାରୁ ଗ୍ଭଲିଗଲେ।

ଜଣେ ଧନୀଲୋକ ଯୀଶୁଙ୍କୁ ଅନୁସରଣ କରିବା ପାଇଁ ମନାକଲା(C)

16 ଜଣେ ଲୋକ ଆସି ଯୀଶୁଙ୍କୁ ପଗ୍ଭରିଲା, “ଗୁରୁ, ଅନନ୍ତ-ଜୀବନ ଲାଭ କରିବା ପାଇଁ ମୁଁ କେଉଁ ଭଲ କାମ କରିବା ଉଚିତ୍?”

17 ଯୀଶୁ ସେ ଲୋକକୁ ପଗ୍ଭରିଲେ, “ଭଲ କାମ ବିଷୟରେ ମୋତେ କାହିଁକି ପଗ୍ଭରୁଛ? ଭଲ ତ କେବଳ ମାତ୍ର ଜଣେ। ସେ ହେଉଛନ୍ତି ପରମେଶ୍ୱର। ତଥାପି ଯଦି ତୁମ୍ଭେ ଅନନ୍ତ-ଜୀବନ ପାଇବା ପାଇଁ ଗ୍ଭହୁଁଛ, ତେବେ ଆଦେଶଗୁଡ଼ିକ ପାଳନ କର।”

18 ଲୋକ ଜଣକ ପଗ୍ଭରିଲା, “କେଉଁ ଆଦେଶ?”

ଯୀଶୁ ଉତ୍ତର ଦେଲେ, “‘ତୁମ୍ଭେ କାହାରିକୁ ହତ୍ୟା କରିବ ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ଅନ୍ୟ ଲୋକଙ୍କ ବିଷୟରେ ମିଛ କୁହ ନାହିଁ।’ 19 ନିଜ ପିତାମାତାଙ୍କୁ ସମ୍ମାନ ଦେବ [d] ଓ ‘ନିଜକୁ ଯେପରି ଭଲ ପାଉଛ, ଅନ୍ୟମାନଙ୍କୁ ସେହିପରି ଭଲ ପାଇବ।’ [e]’’

20 ଯୁବକଟି କହିଲା, “ମୁଁ ଏ ସବୁକଥା ମାନିଛି। ଏବେ ମୋ’ ପାଖରେ ଆଉ କ’ଣ ଅଭାବ ରହିଛି?”

21 ଯୀଶୁ କହିଲେ, “ଯଦି ତୁମ୍ଭେ ସିଦ୍ଧ ହେବାକୁ ଗ୍ଭହୁଁଛ, ତେବେ ଯାଅ ଏବଂ ତୁମ୍ଭ ପାଖରେ ଥିବା ସବୁକିଛି ବିକି ସେ ଧନ ଗରିବମାନଙ୍କୁ ବାଣ୍ଟିଦିଅ। ତା’ହେଲେ ସ୍ୱର୍ଗରେ ତୁମ୍ଭକୁ ଅପାର ଧନ ମିଳି ପାରିବ। ତା’ପରେ ଆସ ଓ ମୋର ଅନୁସରଣ କର।”

22 ଯୁବକଟି ଏ କଥା ଶୁଣିବା ପରେ ବହୁତ ଦୁଃଖ କଲା। ସେ ବହୁତ ଧନୀ ଥିଲା ଓ ନିଜର ଧନ ପାଖରେ ରଖିବାକୁ ଗ୍ଭହୁଁଥିଲା। ତେଣୁ ସେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲା।

23 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଧନୀଲୋକ ନିମନ୍ତେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ଅତ୍ୟନ୍ତ କଷ୍ଟକର ବିଷୟ। 24 ହଁ, ମୁଁ ତୁମ୍ଭକୁ କହୁଛି ଯେ, ଜଣେ ଧନୀ ଲୋକ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଓଟ ଛୁଞ୍ଚିକଣା ଭିତରେ ଗଳିଯିବା ବରଂ ସହଜ।’’

25 ଶିଷ୍ୟମାନେ ଏ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହେଲେ। ସେମାନେ ପଗ୍ଭରିଲେ, “ତେବେ କିଏ ପରିତ୍ରାଣ ପାଇ ପାରିବ?”

26 ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ଏହା ଲୋକମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ୱରଙ୍କ ପାଇଁ ସବୁକିଛି ସମ୍ଭବ।”

27 ତା’ପରେ ପିତର କହିଲେ, “ଆମ୍ଭର ଯାହାକିଛି ଥିଲା, ଆମ୍ଭେ ସେ ସବୁ ଛାଡ଼ି ଦେଇଛୁ ଏବଂ ତୁମ୍ଭର ଅନୁସରଣ କରିଛୁ। ତା’ହେଲେ ଆମ୍ଭେ କ’ଣ ପାଇବୁ?”

28 ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ୟପୁତ୍ର ତାହାଙ୍କର ମହାନ ସିଂହାସନ ପାଖରେ ବସିବେ ଓ ତୁମ୍ଭେମାନେ ମଧ୍ୟ ଯେଉଁମାନେ ମୋତେ ଅନୁସରଣ କରୁଛ, ସିଂହାସନ ପାଖରେ ବସିବ। ତୁମ୍ଭେମାନେ ବାରଟି ସିଂହାସନ ଉପରେ ବସିବ ଏବଂ ଇସ୍ରାଏଲର [f] ବାରଟି ବଂଶର ଲୋକମାନଙ୍କର ବିଗ୍ଭର କରିବ। 29 ମୋ’ ପାଇଁ ଯେଉଁ ଲୋକ ଘରଦ୍ୱାର କିମ୍ବା ଭାଇ, ଭଉଣୀ କିମ୍ବା ପିତା, ମାତାଙ୍କୁ କିମ୍ବା ପିଲାମାନଙ୍କୁ କିମ୍ବା ଜମିବାଡ଼ି ଛାଡ଼ି ଦେଇଛି, ସେ ଶହେ ଗୁଣ ଅଧିକା ପାଇବ ଏବଂ ଅନନ୍ତ ଜୀବନ ପାଇବ। 30 କିନ୍ତୁ ଯେଉଁମାନେ ଏବେ ପ୍ରଥମ ସ୍ଥାନରେ ଅଛନ୍ତି, ଭବିଷ୍ୟତରେ ସେମାନଙ୍କ ଭିତରୁ ବହୁତ ଲୋକ ଶେଷ ସ୍ଥାନରେ ରହିଯିବେ। ଏବଂ ଏବେ ଶେଷ ସ୍ଥାନରେ ପଡ଼ି ରହିଥିବା ବହୁତ ଲୋକ ଭବିଷ୍ୟତରେ ପ୍ରଥମସ୍ଥାନ ଲାଭ କରିବେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center