Old/New Testament
ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ
49 ଏହା ପରେ ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆପଣା ନିକଟକୁ ଡକାଇଲେ। ସେ କହିଲେ, “ହେ ମୋର ପୁତ୍ରଗଣ, ମୋ’ ନିକଟକୁ ଆସ। ଭବିଷ୍ୟତ କଥା ମୁଁ ତୁମ୍ଭମାନଙ୍କୁ କହିବି।
2 “ହେ ଯାକୁବର ପୁତ୍ରଗଣ ଏକତ୍ର ହୋଇ ମୋ’ କଥା ଶୁଣ।
ତୁମ୍ଭେମାନେ ତୁମ୍ଭର ପିତା, ଇସ୍ରାଏଲଙ୍କ କଥା ଶୁଣ।
ରୁବେନ୍
3 “ହେ ମୋର ପ୍ରଥମ ପୁତ୍ର ରୁବେନ୍,
ତୁମ୍ଭେ ମୋର ପ୍ରଥମଜାତ ପୁତ୍ର।
ତୁମ୍ଭେ ମୋର ବଳ ଓ ଶକ୍ତିର ପ୍ରଥମ ଫଳ
ଏବଂ ପୁଣି ମୋର ପୁତ୍ରମାନଙ୍କ ମଧ୍ୟରେ
ତୁମ୍ଭେ ସବୁଠୁଁ ସମ୍ମାନିତ ଏବଂ ଶକ୍ତିଶାଳୀ ଥିଲ।
4 କିନ୍ତୁ ତୁମ୍ଭର ଆବେଗ ବନ୍ୟା ତୁଲ୍ୟ ଥିଲା, ତୁମ୍ଭେ ନିୟନ୍ତ୍ରଣ କରିପାରିଲ ନାହିଁ।
ତୁମ୍ଭର ପ୍ରଧାନତା ରହିବ ନାହିଁ।
କାରଣ ତୁମ୍ଭେ ଆପଣା ପିତୃଶଯ୍ୟାକୁ ଗମନ କଲ।
ତେବେ ତାହା ଅଶୁଚି କଲ।
ଶିମିୟୋନ ଓ ଲେବୀ
5 “ଶିମିୟୋନ ଓ ଲେବୀ ଦୁଇ ସହୋଦର,
ସେମାନଙ୍କର ଖଡ଼୍ଗ ଦୌରାତ୍ମ୍ୟର ଅସ୍ତ୍ର।
6 ସେମାନେ ଗୁପ୍ତରେ ମନ୍ଦ ଯୋଜନା କରନ୍ତି।
ହେ ମୋର ପ୍ରାଣ ସେମାନଙ୍କର ଗୁପ୍ତ ମନ୍ତ୍ରଣାରେ ପ୍ରବେଶ କର ନାହିଁ।
ସେମାନଙ୍କ ସଭାରେ ମିଳିତ ହୁଅ ନାହିଁ, କାରଣ ସେମାନେ କ୍ରୋଧିତ ଥିଲାବେଳେ ମନୁଷ୍ୟମାନଙ୍କୁ ହତ୍ୟା
ଏବଂ ସେମାନଙ୍କ ଆନନ୍ଦ ପାଇଁ ବଳଦଗୁଡ଼ିକୁ ହତ୍ୟା କଲେ।
7 ସେମାନଙ୍କ କ୍ରୋଧ ଅଭିଶପ୍ତ ହେଉ।
କାରଣ ତାହା ପ୍ରଚଣ୍ଡ ଥିଲା।
ସେମାନଙ୍କ କୋପ ଅଭିଶପ୍ତ ହେଉ,
କାରଣ ତାହା ନିଷ୍ଠୁର ଥିଲା।
ମୁଁ ଯାକୁବ ମଧ୍ୟରେ ସେମାନଙ୍କୁ ବିଭାଗ କରିବି।
ଏବଂ ଇସ୍ରାଏଲ ମଧ୍ୟରେ ଛିନ୍ନଭିନ୍ନ କରିବି।
ଯିହୁଦା
8 “ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭର ପ୍ରଶଂସା କରିବେ।
ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବ।
ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଣାମ କରିବେ।
9 ଯିହୁଦା ଏକ ସିଂହ ପରି ଅଟେ।
ହେ ମୋହର ପୁତ୍ର, ତୁମ୍ଭେ ତୁମ୍ଭର ଶିକାରକୁ ବଧ କରିଛ।
ସେ ବିଶ୍ରାମ ନେବା ପାଇଁ ଗଡ଼ିପଡ଼େ।
ସେ ସିଂହ ଓ ସିଂହୀର ନ୍ୟାୟ ଶୟନ କଲା।
କେହି ତାହାକୁ ଉଠାଇ ପାରବ ନାହିଁ।
10 ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ
ଓ ତା’ର ଚରଣ ଦ୍ୱୟ ମଧ୍ୟରୁ
ବିଗ୍ଭରକର୍ତ୍ତାର ଯଷ୍ଟି ଯିବ ନାହିଁ।
ତା’ର ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।
11 ସେ ଦ୍ରାକ୍ଷାଲତା ନିକଟରେ ଆପଣା ଗଧକୁ ବାନ୍ଧିଲେ।
ସେ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗଧର ଛୁଆକୁ ବାନ୍ଧିବ।
ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଆପଣା ପରିଧେୟ ବସ୍ତ୍ର ଧୋଇବ।
12 ତା’ର ଚକ୍ଷୁ ଅଙ୍ଗୁର ରସଠାରୁ ଅଧିକ ଲାଲ
ଏବଂ ତା’ର ଦାନ୍ତ ଦୁଧଠାରୁ ଅଧିକ ଧବଳ ହେବ।
ସବୂଲୂନ୍
13 “ସବୂଲୂନ୍ ସମୁଦ୍ର କୂଳରେ ବାସ କରିବ।
ସେ ଜାହାଜର ଆଶ୍ରିତ ବନ୍ଦର ହେବ।
ପୁଣି ସୀଦୋନ ପର୍ଯ୍ୟନ୍ତ ତାହାର ଅଧିକାର ସୀମା ହେବ।
ଇଷାଖର
14 “ସେ ଗୋଟିଏ ଗଧ ପରି କଠିନ ପରିଶ୍ରମ କରିବ।
ଭାରି ବୋଝ ବହିଲା ପରେ ସେ ଶୁଏ।
15 ସେ ବିଶ୍ରାମ ସ୍ଥାନକୁ ଉତ୍ତମ
ଓ ଦେଶକୁ ସୁରମ୍ୟ ଦେଖିବ।
ଏହା ପରେ ସେ ଭାରି ଭାର ବୋହିବା ପାଇଁ ରାଜି ହେବ।
ସେ ବେଠିକାମ କରିବାକୁ ରାଜି ହେବ।
ଦାନ
16 “ଦାନ, ଇସ୍ରାଏଲର ଅନ୍ୟାନ୍ୟ ବଂଶ ତୁଲ୍ୟ ହୋଇ
ଆପଣା ଆପଣା ଲୋକମାନଙ୍କର ବିଗ୍ଭର କରିବ।
17 ଦାନ ପଥସ୍ଥିତ ସର୍ପ ତୁଲ୍ୟ
ଓ ମାର୍ଗସ୍ଥିତ ବିଷଧର ସାପ ତୁଲ୍ୟ।
ଯେ କି ଘୋଡ଼ାମାନଙ୍କର ପାଦକୁ ଦଂଶନ କଲେ
ଅଶ୍ୱାରୋହୀମାନେ ଭୂମିରେ ଲୋଟନ୍ତି।
18 “ହେ ସଦାପ୍ରଭୁ, ମୁଁ ତୁମ୍ଭ ଦ୍ୱାରା ପରିତ୍ରାଣର ଅପେକ୍ଷାରେ ଅଛି।
ଗାଦ୍
19 “ସୈନ୍ୟଦଳ ଗାଦକୁ ଆକ୍ରମଣ କରିବେ।
କିନ୍ତୁ ଗାଦ୍ ସେମାନଙ୍କୁ ପଛରୁ ଆକ୍ରମଣ କରିବ।
ଆଶେର
20 “ଆଶେର ଉତ୍ତମ ଖାଦ୍ୟ ଉତ୍ପନ୍ନ କରିବ।
ସେ ରାଜାଙ୍କୁ ରାଜକୀୟ ଭକ୍ଷ୍ୟ ଯୋଗାଇବ।
ନପ୍ତାଲି
21 “ନପ୍ତାଲି ଏକ ମନୋହର ହରିଣୀ ସ୍ୱରୂପ,
ସେ ଆନନ୍ଦଦାୟକ ବାକ୍ୟ କହିବ।
ଯୋଷେଫ
22 “ଯୋଷେଫ ଫଳଦାୟୀ ବୃକ୍ଷର ପଲ୍ଲବ।
ସେ ନିର୍ଝର ଫଳଦାୟୀ ବୃକ୍ଷର ପଲ୍ଲବ ସ୍ୱରୂପ।
ତା’ର ଶାଖା ସକଳ ପ୍ରାଚୀର ଉପରେ ଚଢ଼ିବ।
23 ଧନୁର୍ଦ୍ଧରମାନେ ତାଙ୍କୁ ଅତିଶୟ କ୍ଳେଶ ଦେଇଛନ୍ତି।
ପୁଣି ବାଣ ବିନ୍ଧି ତାକୁ ତାଡ଼ନା କରିଛନ୍ତି।
24 କିନ୍ତୁ ତାହାର ଧନୁ ଦୃଢ଼ ଥିଲା
ଏବଂ ତାହାର ବାହୁ ଯାକୁବର ଶକ୍ତିଶାଳୀ
ପରମେଶ୍ୱର ଇସ୍ରାଏଲର ମେଷପାଳକଠାରୁ
କୌଶଳ ପ୍ରାପ୍ତ ହୋଇଥିଲା।
25 ପୈତୃକ ପରମେଶ୍ୱର, ସାହାଯ୍ୟ କରିବେ
ଏବଂ ସର୍ବଶକ୍ତିମାନ ପରମେଶ୍ୱର ସ୍ୱର୍ଗରୁ
ତୁମ୍ଭଙ୍କୁ ଆଶୀର୍ବାଦ ଦେବେ।
ଆକାଶରୁ, ଗଭୀର ସାଗରରୁ, ଗର୍ଭାଶୟ ସ୍ତନ
ବାରିଧିରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ।
26 ତୁମ୍ଭର ପିତାଙ୍କ ଆଶୀର୍ବାଦ
ପ୍ରାଚୀନ ପର୍ବତଠାରୁ ଅଧିକ ଏବଂ ଭଲ ବିଷୟ
ଚିରସ୍ଥାୟୀ ପର୍ବତର ସୀମା ପର୍ଯ୍ୟନ୍ତ ହେବ।
ଯୋଷେଫ ଯିଏ କି ତାଙ୍କ ଭାଇମାନଙ୍କଠାରୁ ଭିନ୍ନ ସେହି ଆଶୀର୍ବାଦ ସମସ୍ତ ଭୋଗ କରୁ।
ବିନ୍ୟାମୀନ
27 “ବିନ୍ୟାମୀନ ଏକ ଭୋକିଲା ଗଧିଆ ତୁଲ୍ୟ।
ପ୍ରଭାତରେ ସେ ଶିକାର କରି ଖାଏ।
ଅବଶିଷ୍ଟାଂଶ ସନ୍ଧ୍ୟାରେ ସେ ଦୁହେଁ ଭାଗ କରନ୍ତି।”
28 ଏମାନେ ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀ। ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହି କଥା କହି, ଏମାନଙ୍କର ପ୍ରତି ଜଣକୁ ବିଶେଷ ଆଶୀର୍ବାଦ କଲେ। 29 ଏହା ପରେ ଇସ୍ରାଏଲ ତାଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ମୁଁ ଯେତେବେଳେ ମରିବି, ମୋର ପୂର୍ବପୁରୁଷମାନଙ୍କ ସହିତ ମୋତେ ଇଫ୍ରୋଣର ହେତୀୟ କ୍ଷେତରେ କବର ଦିଅ। 30 ଯେଣୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପେଲାର କ୍ଷେତ୍ର ହେତୀୟ ଇଫ୍ରୋଣଠାରୁ କିଣିଥିଲେ। ସେହି ହେତୀୟ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହାରେ ମୋର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ଦେବ। 31 ଅବ୍ରହାମ ଏବଂ ତାଙ୍କ ସ୍ତ୍ରୀ ସାରା ସେଠାରେ କବର ପ୍ରାପ୍ତ ହୋଇଛନ୍ତି। ଇସ୍ହାକ ଓ ତାଙ୍କର ସ୍ତ୍ରୀ ରିବିକା ସେହିଠାରେ କବର ନେଇଛନ୍ତି। ମୁଁ ସେହି ସ୍ଥାନରେ ଲେୟାକୁ କବର ଦେଇଛି। 32 ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥ ଗୁହା ହେତୀୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି।” 33 ଯାକୁବ ତାଙ୍କର ପିଲାମାନଙ୍କ ସହିତ କଥାବାର୍ତ୍ତା କଲା ପରେ, ସେ ଶଯ୍ୟାରେ ଦୁଇପାଦ ଏକତ୍ର ବିଛଣା ଭିତରକୁ କରି ପ୍ରାଣତ୍ୟାଗ କଲେ।
ଯାକୁବଙ୍କର ସମାଧି
50 ଇସ୍ରାଏଲ ମରିଯିବା ପରେ, ଯୋଷେଫ ବହୁତ ଦୁଃଖ କଲେ ଏବଂ ସେ ରୋଦନ କଲେ ଓ ପିତାଙ୍କୁ ଚୁମ୍ବନ କଲେ। 2 ଯୋଷେଫ ତାଙ୍କର ବୈଦ୍ୟମାନଙ୍କୁ ତାଙ୍କ ପିତାଙ୍କର ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ। ସେମାନେ ଶରୀରକୁ ମିଶରୀୟ ପଦ୍ଧତିରେ ପ୍ରସ୍ତୁତ କଲେ। 3 ମିଶରୀୟ ଲୋକମାନେ ତାଙ୍କ ପାଇଁ ସତୁରି ଦିନ ଯାଏ ଶୋକ କଲେ। ଶରୀର ସଂସ୍କାର ନିମନ୍ତେ ପ୍ରସ୍ତୁତ ଗ୍ଭଳିଶ୍ ଦିନରେ ଶେଷ ହେଲା।
4 ଏହି ସତୁରି ଦିନ ପରେ ଶୋକ ଦିନ ଶେଷ ହେଲା। ତେଣୁ ଯୋଷେଫ ଫାରୋଙ୍କର ପରିଜନଙ୍କୁ କହିଲେ, “ତୁମ୍ଭେ ଯଦି ମୋର ମଙ୍ଗଳ ଭାବୁଛ, ଦୟାକରି ଫାରୋଙ୍କୁ କୁହ। 5 ‘ମୋର ପିତାଙ୍କ ମୃତ୍ୟୁ ପୂର୍ବରୁ ମୁଁ ତାଙ୍କଠାରେ ଶପଥ କରିଥିଲି ଯେ ତାଙ୍କର ମୃତ୍ୟୁପରେ କିଣାନ ଦେଶରେ ସେ ଆପଣା ନିମନ୍ତେ ଯେଉଁ କବର ଖନନ କରିଥିଲେ ତହିଁରେ ତାହାଙ୍କୁ କବର ଦେବି। ତେଣୁ ଏବେ ମୋତେ ଯିବାକୁ ଦିଅନ୍ତୁ। ମୁଁ ପିତାଙ୍କୁ କବର ଦେଇ ପୁନର୍ବାର ଆସିବି।’”
6 ଫାରୋ କହିଲେ, “ତୁମ୍ଭର ପ୍ରତିଜ୍ଞା ରକ୍ଷା କରି ଯାଅ, ପିତାଙ୍କୁ କବର ଦିଅ।”
7 ତେଣୁ ଯୋଷେଫ ତାଙ୍କର ପିତାଙ୍କୁ କବର ଦେବାକୁ ଗଲେ। ଫାରୋଙ୍କର ସମସ୍ତ ପ୍ରାଚୀନଗଣ, ତାଙ୍କ ଗୃହର ପ୍ରଧାନ ଲୋକ ଏବଂ ମିଶର ଦେଶର ପ୍ରଧାନ ଲୋକମାନେ ଯୋଷେଫଙ୍କ ସହିତ ଗଲେ। 8 ଯୋଷେଫଙ୍କ ପରିବାରର ସମସ୍ତ ଲୋକ, ତାଙ୍କର ଭାଇମାନେ ଏବଂ ତାଙ୍କ ପିତାଙ୍କର ସମସ୍ତ ବଂଶ ତାଙ୍କ ସହିତ ଗଲେ। ଗୋଶନରେ କେବଳ ପଶୁ ଓ ପିଲାମାନେ ରହିଲେ। 9 ତାଙ୍କ ସହ ଏକ ବିରାଟ ସମାରୋହ ଗଲା। ଏପରିକି ତାଙ୍କ ସହିତ ଅଶ୍ୱାରୋହୀ ସୈନ୍ୟ ଓ ରଥାରୋହୀ ସୈନ୍ୟମାନେ ମଧ୍ୟ ଗଲେ।
10 ଏହା ପରେ ସେମାନେ ଯର୍ଦ୍ଦନପାରସ୍ଥ ଆଟଦର ଖଳାରେ ଉପସ୍ଥିତ ହୁଅନ୍ତେ ସେଠାରେ ମହାବିଳାପ କରି ରୋଦନ କଲେ। ସେମାନେ ସେଠାରେ ଯୋଷେଫଙ୍କ ପିତାଙ୍କ ପାଇଁ ସାତ ଦିନ ଶୋକ କଲେ। 11 ସେହି ଦେଶ ନିବାସୀ କିଣାନୀୟ ଲୋକମାନେ ଆଟଦର ଖଳାରେ ସେମାନଙ୍କର ଏରୂପ ଶୋକ ଦେଖି କହିଲେ, “ମିସ୍ରୀୟମାନଙ୍କ ପ୍ରତି ଏହା ଦାରୁଣ ଦୁଃଖ।” ସେହିସ୍ଥାନ ଆବେଲ-ମିଶର ନାମରେ ବିଖ୍ୟାତ ହେଲା। ଏହା ଯର୍ଦ୍ଦନ ପାରସ୍ଥରେ।
12 ଯାକୁବ ପୁତ୍ରମାନଙ୍କୁ ଯେପରି ଆଜ୍ଞା ଦେଇଥିଲେ ସେମାନେ ସେହିପରି କଲେ। 13 ଯାକୁବର ପୁତ୍ରମାନେ ତାହାଙ୍କୁ କିଣାନ ଦେଶକୁ ନେଇ ମକ୍ପେଲା କ୍ଷେତ୍ରର ଗୁହାରେ କବର ଦେଲେ। ମମ୍ରି ନିକଟସ୍ଥ ସେହି ଗୁହା କ୍ଷେତ୍ର ସମାଧି ଭୂମିରୂପେ ଇଫ୍ରୋଣ ଓ ହେତୀୟଠାରୁ ଅବ୍ରହାମଙ୍କ ଦ୍ୱାରା କିଣା ଯାଇଥିଲା। 14 ଯୋଷେଫ ଆପଣା ପିତାଙ୍କୁ କବର ଦେଇସାରିବା ପରେ ସେ, ତାଙ୍କ ଭାଇମାନେ ଏବଂ ତାଙ୍କ ସହିତ ଯାଇଥିବା ସମସ୍ତ ଲୋକ ମିଶରକୁ ଫେରିଗଲେ।
ଭାଇମାନେ ଯୋଷେଫଙ୍କୁ ତଥାପି ଭୟ କରୁଥିଲେ
15 ଯାକୁବଙ୍କର ମୃତ୍ୟୁ ପରେ, ଯୋଷେଫଙ୍କର ଭାଇମାନେ ବ୍ୟସ୍ତ ହୋଇ ପଡ଼ିଲେ। ସେମାନେ ଭୟ କଲେ ଯେ ପୂର୍ବରୁ ସେମାନେ ଯୋଷେଫଙ୍କୁ ଯେପରି କରିଥିଲେ। ସେମାନେ କହିଲେ, “ଯୋଷେଫ ଆମ୍ଭକୁ ଘୃଣା କରିବ ଓ ତା’ର ପ୍ରତିଫଳ ଆମ୍ଭକୁ ଦେବ।” 16 ତେଣୁ ତା’ର ଭାଇମାନେ ଯୋଷେଫଙ୍କ ନିକଟକୁ ବାର୍ତ୍ତା ପଠାଇଲେ: ତୁମ୍ଭ ପିତା ମୃତ୍ୟୁ ପୂର୍ବରୁ କହିଥିଲେ, ତୁମ୍ଭେମାନେ ଯୋଷେଫକୁ ଏହି କଥା କହିବ। 17 ଯୋଷେଫଙ୍କୁ କୁହ ତୁମ୍ଭର ଭାଇମାନେ ତୁମ୍ଭ ଉପରେ ମନ୍ଦ କରିଅଛନ୍ତି। ମାତ୍ର ତୁମ୍ଭେ ଅନୁଗ୍ରହ କରି ସେମାନଙ୍କର ସେହି ଅଧର୍ମ ଓ ପାପ ମାର୍ଜନା କରିବ।’ ଏଣୁକରି ଆମ୍ଭେମାନେ ବିନୟ କରୁଅଛୁ, ତୁମ୍ଭେ ପୈତୃକ ପରମେଶ୍ୱରଙ୍କ ଦାସଗଣର ଅଧର୍ମ ମାର୍ଜନା କର।
ସେମାନେ ଏହା କହିବା ବେଳେ ଯୋଷେଫ କାନ୍ଦିବାକୁ ଲାଗିଲେ। 18 ତାଙ୍କର ଭାଇମାନେ ତାଙ୍କ ନିକଟକୁ ଗଲେ ଏବଂ ତାଙ୍କୁ ପ୍ରଣାମ କଲେ। ସେମାନେ ତାଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ଦାସ ହେବୁ।”
19 ଏହା ପରେ ଯୋଷେଫ ସେମାନଙ୍କୁ କହିଲେ, “ଭୟ କର ନାହିଁ। ମୁଁ ପରମେଶ୍ୱର ନୁହେଁ। ମୋର ଦଣ୍ଡ ଦେବାର ଅଧିକାର ନାହିଁ। 20 ଏହା ସତ୍ୟ ଯେ, ତୁମ୍ଭେମାନେ ମୋ’ ବିରୁଦ୍ଧରେ ମନ୍ଦ ଯୋଜନା କରିଥିଲ। କିନ୍ତୁ ବାସ୍ତବରେ ପରମେଶ୍ୱରଙ୍କର ଯୋଜନା ଥିଲା ଉତ୍ତମ। ପରମେଶ୍ୱରଙ୍କର ଯୋଜନା ଥିଲା ଯେ, ସେ ମୋ’ ଦ୍ୱାରା ବହୁତ ଜୀବନ ରକ୍ଷା କରିବେ। ଏବଂ ଯେଉଁଥିପାଇଁ ଏସବୁ ହେଲା। 21 ତେଣୁ ଭୟ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଯତ୍ନ ନେବି।” ଏହି ପ୍ରକାରରେ ଯୋଷେଫ ତାଙ୍କର ଭାଇମାନଙ୍କୁ ମଧୁର ବଚନରେ ତୋଷିଲେ। ଏହିପରି କଥାରେ ସେ ତାଙ୍କର ଭାଇମାନଙ୍କୁ ସାନ୍ତ୍ୱନା ଦେଲେ।
22 ଯୋଷେଫ ତାଙ୍କର ପିତାଙ୍କ ପରିବାର ସହିତ ମିଶରରେ ରହିଲେ। ଯୋଷେଫଙ୍କୁ ଯେତେବେଳେ 110 ବର୍ଷ ହେଲା, ସେ ମୃତ୍ୟୁବରଣ କଲେ। 23 ଯୋଷେଫ ଇଫ୍ରୟିମର ତୃତୀୟ ପୁରୁଷ ପର୍ଯ୍ୟନ୍ତ ସନ୍ତାନସନ୍ତତି ଦେଖିଲେ। ଯୋଷେଫ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ।
ଯୋଷେଫଙ୍କର ମୃତ୍ୟୁ
24 ଏହା ପରେ ଯୋଷେଫ ତାଙ୍କର ସମ୍ପର୍କୀୟମାନଙ୍କୁ କହିଲେ, “ମୁଁ ମରୁଅଛି, ମାତ୍ର ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ଯତ୍ନ ନେବେ। ତା’ପରେ ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ନେବେ ଏବଂ ଯେଉଁ ଦେଶ ଦେବା ପାଇଁ ସେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ନିକଟରେ ଶପଥ କରିଅଛନ୍ତି, ସେଠାକୁ ତୁମ୍ଭମାନଙ୍କୁ ଆଗେଇ ନେବେ।”
25 ଆଉ ଯୋଷେଫ ଇସ୍ରାଏଲଙ୍କର ବଂଶଧରମାନଙ୍କୁ ତାଙ୍କଠାରେ ପ୍ରତିଜ୍ଞା କରାଇଲେ। ସେ କହିଲେ, “ପରମେଶ୍ୱର ନିଶ୍ଚିତ ଭାବରେ ତୁମ୍ଭମାନଙ୍କର ଯତ୍ନ ନେବେ। ସେ ତୁମ୍ଭକୁ ତୁମ୍ଭର ଦେଶକୁ ଆଗେଇ ନେବେ। ସେହି ସମୟରେ ମୋର ଅସ୍ଥି ତୁମ୍ଭେମାନେ ନେଇଯିବ।”
26 ଏହି ପ୍ରକାରରେ ଯୋଷେଫ 110 ବର୍ଷ ବୟସରେ ମଲେ। ସେମାନେ ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କଲେ ଏବଂ ତାକୁ ମିଶରରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ।
ଯୀଶୁ ଅନେକ ଦୃଷ୍ଟାନ୍ତ ଦ୍ୱାରା ଶିକ୍ଷା ଦେଲେ(A)
31 ତା’ପରେ ଯୀଶୁ ସେହି ଲୋକମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ: “ସ୍ୱର୍ଗରାଜ୍ୟ ଗୋଟିଏ ସୋରିଷ ଦାନା ଭଳି। ଜଣେ ତାକୁ ନେଇ ତା’ କ୍ଷେତରେ ଲଗାଏ. 32 ସେ ବୀଜ ଅନ୍ୟ ବୀଜ ତୁଳନାରେ ସବୁଠାରୁ ଛୋଟ ଥାଏ, କିନ୍ତୁ ତାହା ଯେତେବେଳେ ବଡ଼ ହୁଏ, ସେତେବେଳେ ବଗିଗ୍ଭରେ ସମସ୍ତ ଗ୍ଭରା ଅପେକ୍ଷା ବଡ଼ ହୋଇଯାଏ। ତାହା ଗଛରେ ପରିଣତ ହୁଏ। ଆକାଶର ପକ୍ଷୀମାନେ ଆସି ଏହି ଗଛର ଶାଖାରେ ବସା ବାନ୍ଧି ଆଶ୍ରୟ ନିଅନ୍ତି।”
33 ତା’ପରେ ଯୀଶୁ ଲୋକମାନଙ୍କୁ ଆଉ ଗୋଟିଏ କାହାଣୀ କହିଲେ: “ସ୍ୱର୍ଗରାଜ୍ୟ ଖମୀର ଭଳି। ଜଣେ ସ୍ତ୍ରୀଲୋକ ଗୋଟିଏ ବଡ଼ ପାତ୍ରରେ ଥିବା ଅଟାରେ ଖମୀର ମିଶାଇଲା। ସବୁତକ ରୋଟୀ ଫୁଲିବାରେ ଖମୀର କାମ ଦେଲା।”
34 ଯୀଶୁ ସବୁକିଛି କାହାଣୀ ମାଧ୍ୟମରେ କହୁଥିଲେ। ବାସ୍ତବରେ ସେ ସେମାନଙ୍କୁ କାହାଣୀ ମାଧ୍ୟମ ଛଡ଼ା କିଛି କହୁ ନ ଥିଲେ। 35 ପରମେଶ୍ୱର ଭବିଷ୍ୟଦ୍ବକ୍ତାଙ୍କ ମାଧ୍ୟମରେ ଯାହା କହିଥିଲେ, ତାହା ପୂର୍ଣ୍ଣ ହେବା ପାଇଁ ଏହା ହେଉଥିଲା। ପରମେଶ୍ୱର କହିଥିଲେ:
“ମୁଁ କାହାଣୀ ଦ୍ୱାରା କଥା କହିବି।
ସୃଷ୍ଟିର ଆଦି କାଳରୁ ଯେଉଁସବୁ କଥା ଗୋପନୀୟ ହୋଇ ରହିଛି, ସେଗୁଡ଼ିକ ମୁଁ ପ୍ରକାଶ କରିବି।”(B)
ଗହମ ଓ ବାଳୁଙ୍ଗା ଦୃଷ୍ଟାନ୍ତର ବ୍ୟାଖ୍ୟା
36 ତା’ପରେ ଯୀଶୁ ଲୋକମାନଙ୍କୁ ପଠେଇ ଦେଇ ଘରକୁ ଗଲେ। ତାହାଙ୍କ ପାଖରେ ତାହାଙ୍କ ଶିଷ୍ୟମାନେ ପହଞ୍ଚି କହିଲେ, “ଆମ୍ଭକୁ କ୍ଷେତର ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ବୁଝାଇ ଦିଅ।”
37 ଯୀଶୁ କହିଲେ, “ଯେଉଁ ଲୋକ ଜଣକ କ୍ଷେତରେ ଭଲ ବୀଜ ବୁଣିଲେ, ସେ ହେଉଛନ୍ତି ମନୁଷ୍ୟପୁତ୍ର [a] 38 ପୃଥିବୀ ହେଉଛି କ୍ଷେତ। ସ୍ୱର୍ଗରାଜ୍ୟରେ ଥିବା ପରମେଶ୍ୱରଙ୍କ ସମସ୍ତ ସନ୍ତାନ ହେଲେ ଭଲ ବୀଜ, ବାଳୁଙ୍ଗାର ଅର୍ଥ ଶୟତାନର ଅନୁଚର। 39 ଯେଉଁ ଶତ୍ରୁ ଜଣକ ବାଳୁଙ୍ଗା ବୁଣି ଦେଇଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ କଟାଳୀ ହେଉଛନ୍ତି ସ୍ୱର୍ଗଦୂତମାନେ।
40 “ଯେପରି ବାଳୁଙ୍ଗାକୁ ଏକାଠି କରାହେଲା ଓ ନିଆଁରେ ପୋଡ଼ି ଦିଆଗଲା, ଠିକ୍ ସେହିପରି ଅବସ୍ଥା ଜଗତର ଅନ୍ତିମ ସମୟରେ ହେବ। 41 ମନୁଷ୍ୟପୁତ୍ର ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇବେ, ସେମାନେ ତାହାଙ୍କ ରାଜ୍ୟର ସମସ୍ତ ପାପୀ ଓ ପାପପାଇଁ ପ୍ରବର୍ତ୍ତାଉଥିବା ସମସ୍ତ ଲୋକଙ୍କୁ ଏକାଠି କରି ରାଜ୍ୟ ବାହାରକୁ ନେଇଯିବେ। 42 ସ୍ୱର୍ଗଦୂତମାନେ ସେହି ଲୋକମାନଙ୍କୁ ଜଳୁଥିବା ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ। 43 ଯେତେବେଳେ ଧାର୍ମିକ ଲୋକମାନେ ସୂର୍ଯ୍ୟ ଭଳି ପ୍ରକାଶମାନ ହେବେ। ସେମାନେ ତାହାଙ୍କ ପରମପିତାଙ୍କ ରାଜ୍ୟରେ ରହିବେ। ଯେଉଁମାନେ ଶୁଣି ପାରିବ, ଶୁଣ।
ଧନଭଣ୍ଡାର ଓ ମୋତିର ଦୃଷ୍ଟାନ୍ତ
44 “ସ୍ୱର୍ଗରାଜ୍ୟ ଜମିରେ ପୋତା ହୋଇଥିବା ଧନଭଣ୍ଡାର ଭଳି। ଦିନେ ଜଣେ ଲୋକ ଗୋଟିଏ ଧନର ଭଣ୍ଡାର ପାଇଲା ଓ ପୁଣି ଆଉ ଥରେ ସେହି ଧନକୁ ଜମି ଭିତରେ ପୋତି ଦେଲା। ସେ ବହୁତ ଖୁସୀ ହୋଇଗଲା। ସେ ସେଠାରୁ ଯାଇ ତା’ ପାଖରେ ଯାହାସବୁ ଥିଲା, ସବୁତକ ବିକି ସେହି ଜମିଟି କିଣିଲା।
45 “ସ୍ୱର୍ଗରାଜ୍ୟ ମଧ୍ୟ ଭଲ ମୋତି ଖୋଜୁଥିବା ଗୋଟିଏ ବେପାରୀ ଭଳି। 46 ଦିନେ ସେ ଅତ୍ୟନ୍ତ ମୂଲ୍ୟବାନ୍ ମୋତିଟିଏ ପାଇଗଲା, ସେ ଯାଇ ତା’ର ସମସ୍ତ ସମ୍ପତ୍ତି ବିକି ଅମୂଲ୍ୟ ମୋତିଟି କିଣିଲା।
ମାଛଧରା ଜାଲର ଦୃଷ୍ଟାନ୍ତ
47 “ସ୍ୱର୍ଗରାଜ୍ୟ ମଧ୍ୟ ହ୍ରଦରେ ଫିଙ୍ଗା ଯାଇଥିବା ଗୋଟିଏ ଜାଲ ଭଳି। ସେଥିରେ ବିଭିନ୍ନ ପ୍ରକାରର ମାଛ ଧରା ପଡ଼ିଲେ। 48 ଯେତେବେଳେ ଜାଲଟି ମାଛରେ ଭର୍ତ୍ତି ହୋଇଗଲା, କେଉଟମାନେ ଜାଲକୁ, କୂଳକୁ ଟାଣି ଆଣିଲେ। ସେମାନେ ବସିପଡ଼ି ଭଲ ଭଲ ମାଛ ବାଛି ଟୋକେଇରେ ଭର୍ତ୍ତି କଲେ ଓ ଖରାପ ମାଛତକ ଫୋପାଡ଼ି ଦେଲେ। 49 ସଂସାର ଶେଷ ହେବା ବେଳେ ଏହିଭଳି ଘଟିବ। ସ୍ୱର୍ଗଦୂତମାନେ ଆସିବେ। ସେମାନେ ଧାର୍ମିକ ଲୋକଙ୍କ ଭିତରୁ ପାପୀ ଲୋକଙ୍କୁ ଅଲଗା କରିଦେବେ। 50 ସ୍ୱର୍ଗଦୂତମାନେ ଖରାପ ଓ ଦୁଷ୍ଟ ଲୋକମାନଙ୍କୁ ଅଗ୍ନିକୁଣ୍ଡ ଭିତରକୁ ଫିଙ୍ଗି ଦେବେ। ସେଠାରେ ସେମାନେ କେବଳ କାନ୍ଦି କାନ୍ଦି ଓ ଯନ୍ତ୍ରଣାରେ ଦାନ୍ତ କାମୁଡ଼ି ରହିବେ।”
51 ଯୀଶୁ ନିଜ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭେ ଏ ସବୁର ଅର୍ଥ ବୁଝି ପାରୁଛ?”
ଶିଷ୍ୟମାନେ କହିଲେ, “ହଁ, ଆମ୍ଭେମାନେ ବୁଝିପାରୁଛୁ।”
52 ତା’ପରେ ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ବିଷୟରେ ଜାଣିଥିବା ପ୍ରତ୍ୟେକ ଧର୍ମଶାସ୍ତ୍ରୀ ଜଣେ ଘରମାଲିକ ଭଳି, ଯେ କି ଭଣ୍ଡାରରେ ଥିବା ତାହାଙ୍କ ନୂଆ ଓ ପୁରୁଣା ଉଭୟ ପଦାର୍ଥ ବାହାରକରି ଆଣନ୍ତି।”
ଯୀଶୁ ନିଜ ଜାଗାକୁ ଫେରି ଆସିଲେ(C)
53 ଯୀଶୁ ଏହିସବୁ ଦୃଷ୍ଟାନ୍ତ କହିସାରିଲା ପରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। 54 ସେ ଯେଉଁଠି ପ୍ରତିପାଳିତ ହୋଇଥିଲେ ସେଠାକୁ ଗଲେ। ସେଠାରେ ଯିହୂଦୀ ସମାଜଗୃହରେ ଉପଦେଶ ଦେବା ଆରମ୍ଭ କରିଦେଲେ, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, “ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ପାଇଁ ଏ ଲୋକ କେଉଁଠାରୁ ଜ୍ଞାନ ଓ ଶକ୍ତି ପାଇଲା? 55 ଏ ତ ସେହି ବଢ଼େଇର ପୁଅ। ତାହାଙ୍କର ମାଙ୍କ ନାମ ତ ମରିୟମ ଏବଂ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ତ ଏହାର ଭାଇମାନେ। 56 ତା’ର ସବୁ ଭଉଣୀମାନେ ତ ଆମ୍ଭ ସହିତ ଏଠାରେ ଅଛନ୍ତି। ତେବେ ଏସବୁ କହିବା ପାଇଁ ଜ୍ଞାନ ଓ ଶକ୍ତି ସେ କେଉଁଠାରୁ ପାଇଲା?” 57 ସେହି ଲୋକମାନେ ଯୀଶୁଙ୍କୁ ସ୍ୱୀକାର କଲେ ନାହିଁ।
ଯୀଶୁ ସେ ଲୋକମାନଙ୍କୁ କହିଲେ, “ଜଣେ ଭବିଷ୍ୟଦ୍ବକ୍ତାଙ୍କୁ ଲୋକେ ସମ୍ମାନ ଦିଅନ୍ତି, କିନ୍ତୁ ନିଜ ସହରରେ ଓ ତାହାଙ୍କ ନିଜ ପରିବାରରେ ଜଣେ ଭବିଷ୍ୟଦ୍ବକ୍ତା ସମ୍ମାନ ପାଏ ନାହିଁ।” 58 ସେଠାକାର ଲୋକେ ଯୀଶୁଙ୍କ ଉପରେ ବିଶ୍ୱାସ କରି ପାରିଲେ ନାହିଁ, ତେଣୁ ଯୀଶୁ ସେଠାରେ ଅଧିକ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ ନାହିଁ।
2010 by World Bible Translation Center