Old/New Testament
ଅବ୍ରହାମଙ୍କର ବଂଶ
25 ଅବ୍ରହାମ ପୁନରାୟ ବିବାହ କଲେ, ତାଙ୍କର ନୂତନ ସ୍ତ୍ରୀର ନାମ ଥିଲା କଟୂରା। 2 କଟୂରା ସିମ୍ରଣ, ଯକ୍ଷନ୍, ମଦାନ୍, ମିଦିୟନ, ଯିଶ୍ବକ୍ ଓ ଶୂହ ଏହିମାନଙ୍କୁ ଜନ୍ମ ଦେଲା। 3 ସେହି ଯକ୍ଷନ୍ ଶିବା ଓ ଦଦାନକୁ ଜନ୍ମ ଦେଲା। ଦଦାନର ପୁତ୍ରମାନେ ହେଲେ, ଅଶୂରୀୟ, ଲଟୂଶୀୟ ଓ ଲିୟମ୍ମୀୟ। 4 ମିଦିୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଅବୀଦ ଓ ଇଲଦାୟା ଏହି ସମସ୍ତେ କଟୂରାର ସନ୍ତାନ। 5 ଅବ୍ରହାମ ମରିବା ପୂର୍ବରୁ ସେ ତାଙ୍କର ଦାସୀପୁତ୍ରମାନଙ୍କୁ କିଛି ଉପହାର ଦେଲେ ଏବଂ ପୂର୍ବ ଦିଗକୁ ପଠାଇଲେ। 6 ଅବ୍ରହାମ ମୃତ୍ୟୁ ପୂର୍ବରୁ ସେ ଦାସୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସେହି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ। ସେ ସେମାନଙ୍କୁ ଇସ୍ହାକଠାରୁ ଦୂରକୁ ପଠାଇଲେ। ତା’ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇସ୍ହାକଙ୍କୁ ଦେଲେ।
7 ଅବ୍ରହାମ 175 ବର୍ଷ ବଞ୍ଚିଲେ। 8 ଏହା ପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ୟୁବରଣ କଲେ। ସେ ଅନେକ ବର୍ଷ ପର୍ଯ୍ୟନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ। 9 ତାଙ୍କର ପୁତ୍ର ଇସ୍ହାକ ଓ ଇଶ୍ମାଏଲ ମମ୍ରିର ନିକଟରେ ହେତୀୟ ସୋହରର ପୁତ୍ର ଇଫ୍ରୋଣର କ୍ଷେତ୍ରସ୍ଥିତ ମକ୍ପେଲା ନାମକ ଗୁହାରେ ତାହାଙ୍କୁ କବର ଦେଲେ। 10 ଯେହେତୁ ଅବ୍ରହାମ ହେତୀୟ ସନ୍ତାନମାନଙ୍କ ନିକଟରୁ ସେହି କ୍ଷେତ୍ର କ୍ରୟ କରିଥିଲେ। ସେହି ସ୍ଥାନରେ ଅବ୍ରହାମଙ୍କୁ ତାଙ୍କ ସ୍ତ୍ରୀ ସାରାଙ୍କ ସହିତ କବର ଦିଆଗଲା। 11 ଅବ୍ରହାମଙ୍କ ମୃତ୍ୟୁପରେ ପରମେଶ୍ୱର ତାଙ୍କର ପୁତ୍ର ଇସ୍ହାକଙ୍କୁ ଆଶୀର୍ବାଦ କଲେ। ଏବଂ ଇସ୍ହାକ ବେର-ଲହୟରୋୟୀ ନାମକ ସ୍ଥାନରେ ବସତି କଲେ।
12 ଏହା ସାରାର ମିଶରୀୟା ଦାସୀ ହାଗାରର ପୁତ୍ର, ଇଶ୍ମାଏଲଙ୍କର ପରିବାରର ତାଲିକା ଅଟେ। 13 ପ୍ରତ୍ୟେକ ବିଧିପୂର୍ବକ ତାଲିକା ଅନୁସାରେ ନାମ: ଇଶ୍ମାଏଲର ଜ୍ୟେଷ୍ଠପୁତ୍ର ନବାୟୋତ୍ ତାହା ଉତ୍ତାରେ କେରଦ ଓ ଅଦ୍ବେଲ ଓ ମିବ୍ସମ୍। 14 ମିଶ୍ମ ଓ ଦୂମା ଓ ମସା। 15 ହଦଦ୍, ତେମା, ଯିଟୁର ଓ ନାଫୀଶ୍ ଓ କେଦମା। 16 ଏହି ସମସ୍ତେ ଇଶ୍ମାଏଲଙ୍କର ସନ୍ତାନ, ସେମାନଙ୍କର ଗ୍ରାମ ଓ ଛାଉଣି ସ୍ଥାନ ଥିଲା। ସେହି ବାର ଜଣ ତାଙ୍କ ଗୋତ୍ରର ରାଜକୁମାର ଥିଲେ। 17 ଇଶ୍ମାଏଲ 137 ବର୍ଷ ବଞ୍ଚିଲେ। ଏହା ପରେ ସେ ପ୍ରାଣତ୍ୟାଗ କଲେ। ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରାପ୍ତ ହେଲେ। 18 ଏହା ପରେ ତାହାର ବଂଶଧରମାନେ ହବୀଲାରୁ ମିଶରର ପାଖରେ ଶୂରଠୁ ଅଶୂରିୟା ଦିଗରେ ବସତି କଲେ। ସେମାନେ ନିଜ ନିଜ ପାଖରେ ବାସ କଲେ ଏବଂ ଇଶ୍ମାଏଲ ଆପଣାର ବଂଶଧର ଭାଇମାନଙ୍କ ସମ୍ମୁଖରେ ବସତି କଲେ।
ଇସ୍ହାକଙ୍କର ବଂଶ
19 ଅବ୍ରହାମଙ୍କର ପୁତ୍ର ଇସ୍ହାକଙ୍କର ବଂଶାବଳୀ ଏହି। ଅବ୍ରହାମ ଇସ୍ହାକଙ୍କୁ ଜନ୍ମ କଲେ। 20 ଯେତେବେଳେ ଇସ୍ହାକ ରିବିକାକୁ ବିବାହ କଲେ, ସେତେବେଳେ ତାଙ୍କୁ ଗ୍ଭଳିଶ୍ ବର୍ଷ ହୋଇଥିଲା। ଯିଏ କି ବଥୂୟେଲର କନ୍ୟା, ଅରାମୀୟ ପଦ୍ଦନ୍-ଅରାମୀୟ ଏବଂ ଅରାମୀୟ ଲାବନର ଭଗିନୀ। 21 ଇସ୍ହାକଙ୍କର ସେହି ସ୍ତ୍ରୀ ବନ୍ଧ୍ୟା ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲେ।
22 ଯେତେବେଳେ ରିବିକା ଗର୍ଭବତୀ ହେଲେ, ନିଜ ନିଜ ଭିତରେ ଶିଶୁମାନେ ଛନ୍ଦାଛନ୍ଦି ହେଲେ। ରିବିକା ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲେ, “ମୋ’ ପ୍ରତି ଏପରି କାହିଁକି ଘଟିଲା?” 23 ସଦାପ୍ରଭୁ ତାହାଙ୍କୁ କହିଲେ,
“ତୁମ୍ଭ ଗର୍ଭରେ ଦୁଇ ଗୋଷ୍ଠୀ ଅଛନ୍ତି
ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହେବେ।
ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହେବ।
ପୁଣି ଜ୍ୟେଷ୍ଠ କନିଷ୍ଠର ସେବା କରିବ।”
24 ଉପଯୁକ୍ତ ସମୟରେ ରିବିକା ଯାଆଁଳା ପୁତ୍ର ଜନ୍ମ ଦେଲେ। 25 ଜ୍ୟେଷ୍ଠ ବାହାରି ଆସିଲା ରକ୍ତବର୍ଣ୍ଣ ଦେଖାଯାଉଥିଲା, ତାଙ୍କର ଚର୍ମ ଲୋମଶ ବସ୍ତ୍ରପରି ଥିଲା। ଏଣୁ ଏହାର ନାମ ଏଷୌ ଦିଆଗଲା। 26 ତା’ପରେ, ତାହାର ଭ୍ରାତା ଏଷୌର ଗୋଇଠି ଧରି ଜନ୍ମ ହେଲା। ଏଣୁକରି ତାହାର ନାମ ଯାକୁବ ଦିଆଗଲା। ଇସ୍ହାକଙ୍କର ଷାଠିଏ ବର୍ଷ ବୟସରେ ଏହି ଯାଆଁଳା ପୁତ୍ର ଜନ୍ମ ହେଲେ।
27 ଏହା ପରେ ବାଳକମାନେ ବଢ଼ିଲେ ଏବଂ ଏଷୌ ମୃଗୟାରେ ଜଣେ ନିପୁଣ ଓ ବନବିହାରୀ ହେଲା। ଯାକୁବ ଜଣେ ମୃଦୁ ମନୁଷ୍ୟ ତମ୍ବୁରେ ବାସ କଲା। 28 ଇସ୍ହାକ ମୃଗୟା ମାଂସ ଅତି ସୁସ୍ୱାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ। ମାତ୍ର ରିବିକା ଯାକୁବକୁ ଭଲ ପାଇଲେ।
29 ସେହି ସମୟରେ ଏଷୌ ବହୁତ କ୍ଳାନ୍ତ ହୋଇ କ୍ଷେତ୍ରରୁ ଆସିଲେ। 30 ତହୁଁ ସେ ଯାକୁବକୁ କହିଲେ, “ମୁଁ ବହୁତ ଥକି ଯାଇଛି ମୋତେ ଦୟାକରି ସେହି ଲାଲ ପଦାର୍ଥରୁ କିଛି ଦିଅ। ଏହି ନିମନ୍ତେ ତା’ର ନାମ ଇଦୋମ ନାମରେ ଖ୍ୟାତ ହେଲା।”
31 କିନ୍ତୁ ଯାକୁବ କହିଲେ, “ଆଜି ତୁମ୍ଭେ ମୋତେ ଆପଣାର ପ୍ରଥମଜାତ ପୁତ୍ର ଅଧିକାର ବିକ୍ରୟ କର।”
32 ଏଷୌ ଉତ୍ତର ଦେଲେ, “ଦେଖ ମୁଁ ମଲା ପରି, ଜ୍ୟେଷ୍ଠାଧିକାରରେ ମୋର କି ଲାଭ? ତେଣୁ ମୁଁ ଏହା ତୁମ୍ଭକୁ ଦେବି।”
33 କିନ୍ତୁ ଯାକୁବ କହିଲେ, “ପ୍ରଥମେ ତୁମ୍ଭେ ମୋତେ ଦେବା ପାଇଁ ପ୍ରତିଜ୍ଞା କର।” ତେଣୁ ସେ ପ୍ରତିଜ୍ଞା କଲେ। ଏବଂ ତାଙ୍କର ଜ୍ୟେଷ୍ଠତା ତାଙ୍କୁ ଦେଲେ। 34 ଏହା ପରେ ଯାକୁବ ଏଷୌକୁ ରୋଟୀ ଏବଂ ମସୁରଡାଲି ରାନ୍ଧି ଖାଇବାକୁ ଦେଲେ ଓ ସେ ସ୍ଥାନ ପରିତ୍ୟାଗ କଲେ। ଏହିପରି ଏଷୌ ନିଜର ଜ୍ୟେଷ୍ଠ ଭ୍ରାତାର ଅଧିକାର ବିଷୟରେ ପୁନର୍ବାର ଭାବିଲେ ନାହିଁ।
ଇସ୍ହାକ ଅବିମେଲକକୁ ମିଛ କହିଲେ
26 ଥରେ ଅବ୍ରହାମଙ୍କର ସମୟରେ ଦୁର୍ଭିକ୍ଷ ହୋଇଥିଲା। ସେହି ଦେଶରେ ଆଉ ସେହିଭଳି ଏକ ଦୁର୍ଭିକ୍ଷ ଦେଖାଦେବାରୁ ଇସ୍ହାକ ଗରାରରେ ପଲେଷ୍ଟୀୟମାନଙ୍କ ରାଜା ଅବିମେଲକ ନିକଟକୁ ଗଲେ। 2 ସେତେବେଳେ ସଦାପ୍ରଭୁ ଇସ୍ହାକକୁ କହିଲେ, “ତୁମ୍ଭେ ମିଶର ଦେଶକୁ ଯାଅ ନାହିଁ। ଆମ୍ଭେ ତୁମ୍ଭକୁ ଯେଉଁ ଦେଶ କହିବା, ସେଠାରେ ବାସ କର। 3 ତୁମ୍ଭେ ଏହି ଦେଶରେ ପ୍ରବାସ କର। ତହିଁରେ ଆମ୍ଭେ ତୁମ୍ଭକୁ ସାହାଯ୍ୟ ଓ ଆଶୀର୍ବାଦ କରିବା। ପୁଣି ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଭୂମି ଦେବା। ତୁମ୍ଭ ପିତା ଅବ୍ରହାମଙ୍କ ନିକଟରେ କରିଥିବା ଶପଥ ଆମ୍ଭେ ସଫଳ କରିବା। 4 ଆମ୍ଭେ ଆକାଶର ତାରାଗଣ ପରି ତୁମ୍ଭର ବଂଶ ବୃଦ୍ଧି କରି ସେମାନଙ୍କୁ ଏହିସବୁ ଦେଶ ଦେବା ଓ ତୁମ୍ଭ ବଂଶଦ୍ୱାରା, ପୃଥିବୀସ୍ଥ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ। 5 ଆମ୍ଭେ ଏହା କରିବା, କାରଣ ତୁମ୍ଭର ପିତା ଅବ୍ରହାମ ଆମ୍ଭର କଥା ମାନିଥିଲେ ଓ ଆମ୍ଭେ ଯାହା କହିଥିଲୁ ତାହା କରିଥିଲେ। ଅବ୍ରହାମ ଆମ୍ଭର ଆଦେଶ, ନିୟମ ଓ ବିଧିସବୁ ମାନିଲେ।”
6 ତହିଁରେ ଇସ୍ହାକ ଗରାରଠାରେ ବାସ କଲେ। 7 ତହିଁରେ ସେହି ସ୍ଥାନର ଲୋକମାନେ ତାଙ୍କର ସ୍ତ୍ରୀ ବିଷୟରେ ପଗ୍ଭରନ୍ତେ ସେ କହିଲେ, “ସେ ମୋର ଭଉଣୀ” ସେ ଏହା କହିଲେ, କାରଣ ସେ ରିବିକା ଲାଗି ଭୟ କରୁଥିଲେ। ସେଠାକାର ଲୋକମାନେ ତାଙ୍କୁ ବଧ କରିଥାଆନ୍ତେ, କାରଣ ସେ ବହୁତ ସୁନ୍ଦରୀ ଥିଲେ।
8 ଇସ୍ହାକ ସେଠାରେ ବହୁ ଦିନ ବାସ କଲାପରେ ଦିନେ ପଲେଷ୍ଟୀୟ ରାଜା ଅବିମେଲକ ଝରକା ଦେଇ ଇସ୍ହାକ ଓ ତାଙ୍କର ସ୍ତ୍ରୀକୁ କୌତୁକ କରିବାର ଦେଖିଲେ। 9 ଅବିମେଲକ ଇସ୍ହାକଙ୍କୁ ଡାକି କହିଲେ, “ସେହି ସ୍ତ୍ରୀଲୋକ ଜଣକ ତୁମ୍ଭର ସ୍ତ୍ରୀ। ସେ ତୁମ୍ଭର ଭଉଣୀ ବୋଲି ତୁମ୍ଭେ କାହିଁକି କହିଲ?”
ଇସ୍ହାକ ତାଙ୍କୁ କହିଲେ, “ମୁଁ ଭୟ କରିଗଲି। ମୁଁ ଭାବିଲି, ତୁମ୍ଭେ ମୋତେ ହତ୍ୟାକରି ମୋର ସ୍ତ୍ରୀକୁ ନେଇଯିବ।”
10 ଅବିମେଲକ କହିଲେ, “ତୁମ୍ଭେ ଆମ୍ଭକୁ ଖରାପ ବ୍ୟବହାର କଲ। ଯଦି କୌଣସି ଲୋକ ତୁମ୍ଭ ସ୍ତ୍ରୀ ସଙ୍ଗରେ ଅନାୟାସରେ ଶୟନ କରି ଥା’ନ୍ତା। ତାହାହେଲେ ସେ ପାପର ଭାଗୀଦାର ହୋଇଥା’ନ୍ତା।”
11 ତେଣୁ ଅବିମେଲକ ସମସ୍ତ ଲୋକଙ୍କୁ ଚେତାବନି ଦେଇ କହିଲେ, “କୌଣସି ଲୋକ ସେହି ଲୋକ ଓ ତାଙ୍କର ସ୍ତ୍ରୀଙ୍କୁ ଛୁଇଁବ ନାହିଁ। ଯଦି କୌଣସି ଲୋକ ଏପରି କରେ ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ।”
ଇସ୍ହାକ ଧନୀ ହେଲେ
12 ଏହା ପରେ ଇସ୍ହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ ଯାହା ଲଗାଇ ଥିଲେ, ସବୁ ଅମଳ କଲେ। କାରଣ ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ। 13 ଇସ୍ହାକ ବୃଦ୍ଧି ପାଇବାକୁ ଲାଗିଲେ। ଅଧିକରୁ ଅଧିକ ଧନୀ ହେଲେ ଯେପର୍ଯ୍ୟନ୍ତ ସେ ଅଧିକ ଧନଶାଳୀ ହେଲେ। 14 ତାଙ୍କର ପଲ ପଲ ମେଷ, ପଶୁପଲ ଏବଂ ଦାସ ଥିଲେ। ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ। 15 ଏଣୁ ଇସ୍ହାକଙ୍କର ପିତା ଅବ୍ରହାମଙ୍କର ଦାସମାନେ ସେସମୟରେ ଯେଉଁସବୁ କୂପ ଖୋଳିଥିଲେ ପଲେଷ୍ଟୀୟ ଲୋକମାନେ ମାଟି ଦ୍ୱାରା ସେସବୁ ପୋତି ପକାଇଲେ। 16 ଏହା ପରେ ଅବିମେଲକ ଇସ୍ହାକଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନିକଟରୁ ପ୍ରସ୍ଥାନ କର। ଯେହେତୁ ତୁମ୍ଭେ ଆମ୍ଭମାନଙ୍କଠାରୁ ବଳବାନ ହୋଇଅଛ।”
17 ତେଣୁ ସେହି ସ୍ଥାନ ପରିତ୍ୟାଗ କରି ଗରାରର ଛୋଟ ନଦୀ ନିକଟରେ ଛାଉଣି ପକାଇଲେ। ଇସ୍ହାକ ସେହିଠାରେ ରହି ବାସ କଲେ। 18 ଇସ୍ହାକ ପୂନର୍ବାର ସେହି କୂପମାନ ଖୋଳାଇଲେ, ଯାହା ପଲେଷ୍ଟୀୟଙ୍କ ଦ୍ୱାରା ପୋତା ଯାଇଥିଲା। ଯେଉଁ କୂପଗୁଡ଼ିକ ତାଙ୍କ ପିତା ବଞ୍ଚିଥିଲା ବେଳେ ଖୋଳା ଯାଇଥିଲା। ସେ ସେହି ନାମ ବ୍ୟବହାର କଲେ, ଯାହା ତାଙ୍କ ପିତା ବ୍ୟବହାର କରିଥିଲେ। 19 ଆଉ ଇସ୍ହାକଙ୍କର ଦାସମାନେ ସେହି ଉପତ୍ୟକା ଖୋଳି ସ୍ରୋତବାହୀ କୂପ ପାଇଲେ। 20 ତହିଁରେ ଗରାରଦେଶୀୟ ପଶୁପାଳକମାନେ ଇସ୍ହାକଙ୍କ ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, “ଏହି ଜଳ ଆମ୍ଭମାନଙ୍କର” ଏଣୁ ସେମାନେ ସେହି କୂପର ନାମ ଏଷକ ରଖିଲେ। ଯେହେତୁ ତାଙ୍କ ସହିତ ସେମାନେ ବିବାଦ କଲେ।
21 ଏହା ପରେ ଇସ୍ହାକଙ୍କର ଦାସମାନେ ଆଉ ଏକ କୂପ ଖୋଳନ୍ତେ ସେଠାକାର ଲୋକମାନେ ତା’ ପାଇଁ ମଧ୍ୟ ବିବାଦ କଲେ। ତହିଁରେ ଇସ୍ହାକ ତହିଁର ନାମ ସିଟନା ରଖିଲେ।
22 ପୁଣି ସେ ସେଠାରୁ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖୋଳିଲେ। ତହିଁ ନିମିତ୍ତ ସେମାନେ ବିବାଦ ନ କରିବାରୁ ତହିଁର ନାମ ରିହୋବୋତ୍ ରଖିଲେ। “ସଦାପ୍ରଭୁ ଆମ୍ଭଙ୍କୁ ରହିବା ପାଇଁ ଯଥେଷ୍ଟ ସ୍ଥାନ ଦେଇଛନ୍ତି। ଆମ୍ଭେ ଏହି ଦେଶରେ ବୃଦ୍ଧି ପାଇବା।”
23 ସେହି ସ୍ଥାନରୁ ଇସ୍ହାକ ବେର୍ଶେବାକୁ ଗଲେ। 24 ସେହି ରାତ୍ରିରେ ସଦାପ୍ରଭୁ ଇସ୍ହାକଙ୍କୁ କହିଲେ, “ମୁଁ ତୁମ୍ଭର ପିତା ଅବ୍ରହାମଙ୍କର ପରମେଶ୍ୱର। ଭୟ କର ନାହିଁ, ମୁଁ ତୁମ୍ଭ ସହିତ ଅଛି। ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବି।” 25 ତେଣୁ ଇସ୍ହାକ ଏକ ଯଜ୍ଞବେଦି ସ୍ଥାପନ କରି ସଦାପ୍ରଭୁଙ୍କର ଉପାସନା କଲେ। ଇସ୍ହାକ ସେଠାରେ ତାଙ୍କର ତମ୍ବୁ ପକାଇଲେ। ଏବଂ ତାଙ୍କର ଦାସମାନେ ସେଠାରେ ଏକ କୂପ ଖନନ କଲେ।
26 ଅବିମେଲକ ଇସ୍ହାକଙ୍କୁ ସାକ୍ଷାତ କରିବା ପାଇଁ ଗରାରକୁ ଆସିଲେ। ଅବିମେଲକ ତାଙ୍କ ସହିତ ଅହୁଷତ୍ ଯେ ତାଙ୍କର ଉପଦେଷ୍ଟା ଏବଂ ଫୀଖୋଲ ତାଙ୍କ ସୈନ୍ୟଗଣର ଅଧ୍ୟକ୍ଷଙ୍କୁ ନେଇଥିଲେ।
27 ଇସ୍ହାକ ପଗ୍ଭରିଲେ, “ମୋତେ ଦେଖିବାକୁ କାହିଁକି ଆସିଛ? ପୂର୍ବରୁ ମୋ’ ସହିତ ବନ୍ଧୁତା ରଖି ନ ଥିଲ। ଏପରିକି ତୁମ୍ଭେ ମୋତେ ତୁମ୍ଭ ଦେଶରୁ ଜୋର୍କରି ବିଦା କରିଥିଲ।”
28 ସେମାନେ ଉତ୍ତର ଦେଲେ, “ବର୍ତ୍ତମାନ ଆମ୍ଭେ ଜାଣିଲୁ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ଆମ୍ଭେ ଭାବିଲୁ ତୁମ୍ଭ ସହିତ ଏକ ଚୁକ୍ତି କରିବା। ଆମ୍ଭେ ଗ୍ଭହୁଁଛୁ ତୁମ୍ଭେ ଆମ୍ଭ ନିକଟରେ ପ୍ରତିଜ୍ଞା କର। 29 ଆମ୍ଭେ ତୁମ୍ଭକୁ ଆଘାତ କରି ନ ଥିଲୁ, ତୁମ୍ଭେ ବର୍ତ୍ତମାନ ପ୍ରତିଜ୍ଞା କର ଆମ୍ଭେମାନଙ୍କୁ ତୁମ୍ଭେ ଆଘାତ କରିବ ନାହିଁ। ତୁମ୍ଭକୁ ଶାନ୍ତିରେ ଆମ୍ଭେ ବିଦା କରିଅଛୁ। ସେହିପରି ତୁମ୍ଭେ ହିଂସା କରିବ ନାହିଁ। ତୁମ୍ଭେ ତ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର।”
30 ତେଣୁ ଇସ୍ହାକ ତାଙ୍କୁ ଏକ ଭୋଜି ଦେଲେ। ସେମାନେ ସମସ୍ତେ ଖାଇଲେ ଓ ପିଇଲେ। 31 ପରଦିନ ପ୍ରତ୍ୟୁଷରୁ ପ୍ରତ୍ୟେକ ଲୋକ ଶପଥ ଓ ପ୍ରତିଜ୍ଞା କଲେ। ଏହା ପରେ ସେମାନେ ଶାନ୍ତିରେ ଫେରିଲେ।
32 ସେହି ଦିନ ଇସ୍ହାକଙ୍କର ଦାସମାନେ ଆସି କହିଲେ ଯେ ସେମାନେ ଏକ କୂପ ଖନନ କରିଛନ୍ତି। ଦାସମାନେ କହିଲେ, “ଆମ୍ଭେ ସେ କୂଅରୁ ପାଣି ବାହାର କରିଅଛୁ।” 33 ତେଣୁ ଇସ୍ହାକ ସେହି କୂପର ନାମ ଦେଲେ, ଶେବା। ପୁଣି ଆଜିଯାଏ ସେହି ସ୍ଥାନର ନାମ ବେର୍ଶେବା ନାମରେ ଖ୍ୟାତ ଅଟେ।
ଏଷୌର ସ୍ତ୍ରୀମାନେ
34 ଏହା ପରେ ଏଷୌ ଗ୍ଭଳିଶ୍ ବର୍ଷ ବୟସରେ ହିତ୍ତୀୟ ବେରିର ଯିହୁଦୀତ୍ ନାମ୍ନୀ କନ୍ୟାକୁ ଓ ହିତ୍ତୀୟ ଏଲୋନର ବାସମତ୍ ନାମ୍ନୀ କନ୍ୟାକୁ ବିବାହ କଲେ। 35 ଏହି ବିବାହ ଇସ୍ହାକ ରିବିକାଙ୍କୁ ବହୁତ ବିବ୍ରତ କଲା।
ଯୀଶୁ ଗୋଟିଏ କୁଷ୍ଠରୋଗୀକୁ ସୁସ୍ଥ କରିଲେ(A)
8 ଯୀଶୁ ପାହାଡ଼ ଉପରୁ ଓହ୍ଲେଇ ତଳକୁ ଆସିଲେ, ଏକ ବିରାଟ ଜନ ସମୂହ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲା। 2 ସେମାନଙ୍କ ଭିତରୁ ଜଣେ କୁଷ୍ଠରୋଗୀ ଆସି ଯୀଶୁଙ୍କ ଆଗରେ ଆଣ୍ଠୁ ମାଡ଼ି ବସିପଡ଼ି କହିଲା, “ପ୍ରଭୁ, ଆପଣ ଗ୍ଭହିଁଲେ ମୋତେ ଭଲ କରିଦେଇ ପାରିବେ।”
3 ତା’ପରେ ଯୀଶୁ ହାତ ବଢ଼େଇ କୁଷ୍ଠରୋଗୀଟିକୁ ଛୁଇଁଦେଲେ। ସେ କହିଲେ, “ମୁଁ ଗ୍ଭହୁଁଛି ତୁମ୍ଭେ ସୁସ୍ଥ ହୁଅ।’’ ଏବଂ ସଙ୍ଗେ ସଙ୍ଗେ ତା’ର କୁଷ୍ଠରୋଗ ଭଲ ହୋଇଗଲା। 4 ତା’ପରେ ଯୀଶୁ ତାହାକୁ କହିଲେ, “ଦେଖ, ଏ ବିଷୟରେ କାହାକୁ କିଛି କୁହ ନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦେଖାଅ। ମୋଶାଙ୍କ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ୱାରା ଲୋକଙ୍କୁ ଦେଖେଇ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହୋଇ ଯାଇଛ।”
ଯୀଶୁ ଜଣେ ଅଧିକାରୀଙ୍କ ଦାସକୁ ଭଲ କରିଲେ(B)
5 ତା’ପରେ ଯୀଶୁ କଫର୍ନାହୂମକୁ ଗଲେ। ନଗର ଭିତରେ ପ୍ରବେଶ କଲାବେଳେ ଜଣେ ରୋମୀୟ ସେନାପତି ତାହାଙ୍କ ପାଖକୁ ଆସିଲେ। 6 ସେ ବିନୟ ପୂର୍ବକ କହିଲେ, “ପ୍ରଭୁ, ମୋର ଦାସ ରୋଗରେ ପୀଡ଼ିତ ହୋଇ ଘରେ ବିଛଣାରେ ପଡ଼ିଛି। ତାକୁ ପକ୍ଷାଘାତ ରୋଗ ହୋଇଛି ଓ ସେ ଭୀଷଣ କଷ୍ଟ ପାଉଛି।”
7 ତା’ପରେ ଯୀଶୁ ତାହାଙ୍କୁ କହିଲେ, “ମୁଁ ଯାଇ ତାହାକୁ ଭଲ କରିଦେବି।”
8 ସେନାପତି ଉତ୍ତର ଦେଲେ, “ପ୍ରଭୁ, ଆପଣ ଯେ ମୋ’ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ୟ ନୁହେଁ। ଆପଣ କେବଳ ଆଦେଶ ଦେଇ ଦିଅନ୍ତୁ, ମୋର ଦାସ ଭଲ ହୋଇଯିବ। 9 ମୁଁ ମଧ୍ୟ ଜଣେ ବଡ଼ ଅଧିକାରୀଙ୍କ ଅଧୀନରେ କାମ କରୁଛି। ମୋ’ ଅଧୀନରେ କେତେକ ସୈନ୍ୟ ଅଛନ୍ତି। ମୁଁ ଜଣେ ସୈନିକକୁ ଯଦି କୁହେ, ‘ଯାଅ’, ତେବେ ସେ ଗ୍ଭଲିଯାଏ। ଅନ୍ୟଜଣକୁ ମୁଁ ଯଦି କୁହେ, ‘ଆସ’, ତେବେ ସେ ଆସେ। ମୋର ଦାସକୁ ମୁଁ ଯଦି କୁହେ, ‘ଏହା କର’ ତେବେ ସେ ତାହା କରେ। ତୁମ୍ଭର ମଧ୍ୟ ଏଭଳି ଶକ୍ତି ଅଛି ବୋଲି ମୁଁ ଜାଣେ।”
10 ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ମୁଁ ଏଭଳି ଗଭୀର ବିଶ୍ୱାସ ଇସ୍ରାଏଲରେ କାହାରି ପାଖରେ ପାଇ ନାହିଁ। 11 ମୁଁ ତୁମ୍ଭକୁ ପୁଣି କହି ରଖୁଛି ଯେ, ପୂର୍ବ ଓ ପଶ୍ଚିମରୁ ବହୁତ ଲୋକ ଆସିବେ ଏବଂ ସେମାନେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜିରେ ନିଜ ନିଜ ଆସନ ଗ୍ରହଣ କରିବେ। 12 କିନ୍ତୁ ରାଜ୍ୟର ମୂଳ ପ୍ରଜାମାନଙ୍କୁ ଅନ୍ଧାର ଭିତରକୁ ଫିଙ୍ଗି ଦିଆଯିବ। ସେଠାରେ ସେମାନେ କାନ୍ଦି କାନ୍ଦି ଓ କଷ୍ଟ ହେତୁ ଦାନ୍ତ କଡ଼ମଡ଼ କରି ରହିବେ।”
13 ତା’ପରେ ଯୀଶୁ ସେନାପତିଙ୍କୁ କହିଲେ, “ତୁମ୍ଭର ବିଶ୍ୱାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ।” ଠିକ୍ ସେହି ସମୟରେ ତାହାଙ୍କର ଦାସ ସୁସ୍ଥ ହୋଇଗଲା।
ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ(C)
14 ଯୀଶୁ ପିତରଙ୍କ ଘରେ ପହଞ୍ଚିଲେ। ସେ ଦେଖିଲେ ଯେ ପିତରଙ୍କ ଶାଶୁ ଭୀଷଣ ଜ୍ୱରରେ ପୀଡ଼ିତ ହୋଇ ବିଛଣାରେ ପଡ଼ିଛନ୍ତି। 15 ଯୀଶୁ ତାହାଙ୍କୁ ଛୁଇଁଦେଲେ, ଓ ତାହାଙ୍କର ଜ୍ୱର ଛାଡ଼ିଗଲା। ତା’ପରେ ସେ ଉଠି ଯୀଶୁଙ୍କ ସେବା କରିବାକୁ ଲାଗିଲେ।
16 ସେହି ଦିନ ସନ୍ଦ୍ୟାରେ ଲୋକେ ତାହାଙ୍କ ପାଖକୁ ଭୂତଗ୍ରସ୍ତ ଅନେକ ଲୋକଙ୍କୁ ଆଣିଲେ। ଯୀଶୁ ଗୋଟିଏ ଆଜ୍ଞାରେ ସେହି ଭୂତମାନଙ୍କୁ ବାହାର କରିଦେଲେ। ଏହିଭଳି ଯୀଶୁ ସମସ୍ତ ରୋଗୀଙ୍କୁ ଭଲ କରିଦେଲେ। 17 ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପରମେଶ୍ୱର ଯାହା କହିଥିଲେ ତାହା ସଫଳ ହେବା ପାଇଁ ଯୀଶୁ ଏହି କାମଗୁଡ଼ିକ କଲେ:
“ସେ ଆମ୍ଭର ରୋଗ ସବୁ ନେଇଗଲେ
ଏବଂ ଆମ୍ଭର ଅସୁସ୍ଥତା ବହିଲେ।”(D)
2010 by World Bible Translation Center