Old/New Testament
ହୋରେବ (ସୀନୟ) ଶୃଙ୍ଗରେ ଏଲିୟ
19 ଆହାବ ଏଲିୟଙ୍କର ସମସ୍ତ କୃତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ଼୍ଗରେ ସମସ୍ତ ଭବିଷ୍ୟଦ୍ବକ୍ତାଗଣଙ୍କୁ ହତ୍ୟା କରିଥିଲେ, ସେ ସମସ୍ତ ଈଷେବଲକୁ ଜଣାଇଲେ। 2 ତେଣୁ ଈଷେବଲ ଏଲିୟଙ୍କ ନିକଟକୁ ଦୂତ ପଠାଇଲେ, “ମୁଁ ପ୍ରତିଜ୍ଞା କରୁଛି, ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭଙ୍କୁ ହତ୍ୟା କରିବି, ଯେପରି ତୁମ୍ଭେ ସେହି ଭବିଷ୍ୟଦ୍ବକ୍ତାଙ୍କୁ ହତ୍ୟା କରିଥିଲ। ଯଦି ମୁଁ ତୁମ୍ଭକୁ ହତ୍ୟା ନ କରେ, ତେବେ ଦେବତାଗଣ ମୋତେ ଅଧିକ ଦଣ୍ତ ଦେଇ ପାରନ୍ତି।”
3 ଯେତେବେଳେ ଏଲିୟ ଏ ସମ୍ବାଦ ଶୁଣିଲେ, ସେ ଭୟଭୀତ ହେଲେ। ତେଣୁ ସେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ନିଜର ସେବକ ସହିତ ଯିହୁଦାର ବେର୍ଶେବାକୁ ଗ୍ଭଲିଗଲେ ଓ ତାକୁ ସେ ସେଠାରେ ଛାଡ଼ିଲେ। 4 ଏଲିୟ ପ୍ରାନ୍ତର ଭିତରେ ଦିନସାରା ଗ୍ଭଲି ଏକ ରୋତମ ବୃକ୍ଷମୂଳରେ ବସି ପଡ଼ିଲେ ଓ ନିଜର ମୃତ୍ୟୁ ପାଇଁ ପ୍ରାର୍ଥନା କରି କହିଲେ, “ଏହା ଯଥେଷ୍ଟ ହେଲାଣି, ହେ ସଦାପ୍ରଭୁ, ମୋର ପ୍ରାଣ ନିଅ, କାରଣ ମୁଁ ମୋର ପୂର୍ବପୁରୁଷଙ୍କଠାରୁ ଭଲ ନୁହେଁ।”
5 ତା’ପରେ ଏଲିୟ ସେହି ରୋତମ ଗଛମୂଳରେ ନିଦ୍ରା ଗଲେ। ଏହା ପରେ ଜଣେ ସ୍ୱର୍ଗଦୂତ ଆସିଲେ ଓ ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ! ଭୋଜନ କର।” 6 ଅନନ୍ତର ଏଲିୟ ଦେଖିଲେ ତାଙ୍କର ମୁଣ୍ତ ପାଖରେ ଅଙ୍ଗାରରେ ପକ୍ୱ ଏକ ପିଠା ଓ ଏକ ଜଳପାତ୍ର ଅଛି। ସେ ଭୋଜନ ଓ ପାନକରି ପୁନର୍ବାର ଶୟନ କଲେ।
7 ଏହା ପରେ ସଦାପ୍ରଭୁଙ୍କ ଦୂତ ପୁନର୍ବାର ଦ୍ୱିତୀୟ ଥର ଆସି ସ୍ପର୍ଶ କଲେ ଓ କହିଲେ, “ଉଠ! ଭୋଜନ କର। କାରଣ ତୁମ୍ଭେ ଦୀର୍ଘ ଯାତ୍ରା ପାଇଁ ଶକ୍ତିଶାଳୀ ହେବା ଦରକାର।” 8 ତେଣୁ ଏଲିୟ ଉଠି ଭୋଜନ ପାନ କଲେ। ସେ ଖାଦ୍ୟରେ ଏତେ ଶକ୍ତି ଲାଭ କଲେ ଯେ ସେ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି ପରମେଶ୍ୱରଙ୍କ ପର୍ବତ ହୋରେବ ପହଞ୍ଚିଲା ପର୍ଯ୍ୟନ୍ତ ଗ୍ଭଲି ଗ୍ଭଲି ଗଲେ। 9 ସେଠାରେ ଏଲିୟ ଏକ ଗହ୍ୱରରେ ରାତ୍ରି ଯାପନ କଲେ।
ସେତେବେଳେ ସଦାପ୍ରଭୁ ତାଙ୍କୁ କହିଲେ, “ହେ ଏଲିୟ, ତୁମ୍ଭେ ଏଠାରେ କ’ଣ କରୁଛ?”
10 ଏଲିୟ ଉତ୍ତର କଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ସାମର୍ଥ୍ୟ ଦେଇ ତୁମ୍ଭର ସେବା କଲି। ମାତ୍ର ଇସ୍ରାଏଲର ଲୋକମାନେ ତୁମ୍ଭର ନିୟମ ଭଙ୍ଗ କଲେ ଓ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ତୁମ୍ଭର ସମସ୍ତ ଭବିଷ୍ୟଦ୍ବକ୍ତାଗଣଙ୍କୁ ବଧ କଲେ। ମୁଁ କେବଳ ଅବଶିଷ୍ଟ ରହିଲି। ସେମାନେ ମୋ’ ପ୍ରାଣ ନେବାକୁ ମଧ୍ୟ ଅନ୍ୱେଷଣ କରୁଛନ୍ତି।”
11 ତା’ପରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ଯାଅ, ପର୍ବତ ଉପରେ ମୋ’ ସମ୍ମୁଖରେ ଛିଡ଼ା ହୁଅ। ମୁଁ ତୁମ୍ଭ ପାଖ ଦେଇ ଅତିକ୍ରମ କରିବି।” ତା’ପରେ ପ୍ରବଳ ଓ ପ୍ରଚଣ୍ତ ବାୟୁ ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସେହି ବାୟୁରେ ନ ଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସେହି ଭୂମିକମ୍ପରେ ନ ଥିଲେ। 12 ଭୂମିକମ୍ପ ପରେ ସେଠାରେ ଅଗ୍ନି ବ୍ୟାପିଲା, ମାତ୍ର ସଦାପ୍ରଭୁ ସେହି ଅଗ୍ନିରେ ନ ଥିଲେ। ଅଗ୍ନି ପରେ ଏକ ଶାନ୍ତ କ୍ଷୁଦ୍ର ରବ ହେଲା।
13 ଯେତେବେଳେ ଏଲିୟ ସେହି ରବ ଶୁଣିଲେ, ସେ ନିଜ ବସ୍ତ୍ରରେ ନିଜର ମୁଖକୁ ଆଚ୍ଛାଦନ କଲେ ଓ ଗହ୍ୱରର ପ୍ରବେଶ ପଥ ନିକଟରେ ଯାଇ ଛିଡ଼ା ହେଲେ। ସେହି ସ୍ୱର କହିଲା, “ହେ ଏଲିୟ, ତୁମ୍ଭେ ଏଠାରେ କ’ଣ କରୁଛ?”
14 ଏଲିୟ କହିଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ଦେଇ ତୁମ୍ଭକୁ ସେବା କଲି ମାତ୍ର ଇସ୍ରାଏଲ ଲୋକମାନେ ତୁମ୍ଭ ସହିତ ଯେଉଁ ନିୟମ ଥିଲା ତାକୁ ଭଙ୍ଗ କଲେ। ସେମାନେ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ସେମାନେ ତୁମ୍ଭର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ବଧ କଲେ। ମୁଁ ଏକମାତ୍ର ଭବିଷ୍ୟଦ୍ବକ୍ତା ଯିଏ କି ଏ ପର୍ଯ୍ୟନ୍ତ ବଞ୍ଚିଛି। ବର୍ତ୍ତମାନ ସେମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।”
15 ତହୁଁ ସଦାପ୍ରଭୁ କହିଲେ, “ତୁମ୍ଭେ ଦମ୍ମେଶକ ପ୍ରାନ୍ତରକୁ ଯାଇଥିବା ପଥରେ ଫେରିଯାଅ। ଦମ୍ମେଶକକୁ ଯାଅ ଓ ସେଠାରେ ହସାୟେଲକୁ ଅରାମର ସିଂହାସନରେ ଅଭିଷିକ୍ତ କର। 16 ଆଉ ନିମ୍ଶିର ପୁତ୍ର ଯେହୂକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କର। ଆଉ ଆବେଲ୍ମହୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନରେ ଭବିଷ୍ୟଦ୍ବକ୍ତା ରୂପେ ଅଭିଷେକ କର। 17 ତହିଁରେ ଯେଉଁ ଲୋକ ହସାୟେଲର ଖଡ଼୍ଗରୁ ବଞ୍ଚିବ ଯେହୂ ତାକୁ ବଧ କରିବ ଓ ଯେ ଯେହୂର ଖଡ଼୍ଗରୁ ବଞ୍ଚିବ ତାହାକୁ ଇଲୀଶାୟ ବଧ କରିବ। 18 ମୁଁ ଇସ୍ରାଏଲରେ 7000 ଜଣଙ୍କୁ ଛାଡ଼ି ଦେବି, ଯେଉଁମାନେ କେବେ ବାଲ୍ଦେବତାଙ୍କୁ ପ୍ରଣାମ କରି ନାହାନ୍ତି। ଏପରିକି ସେମାନେ କେବେ ବାଲ୍ ପ୍ରତିମାକୁ ଚୁମ୍ବନ କରି ନାହାନ୍ତି।”
ଇଲୀଶାୟ ଜଣେ ଭବିଷ୍ୟଦ୍ବକ୍ତା ହେଲେ
19 ସେଠାରୁ ଏଲିୟ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖୋଜିବାକୁ ଗଲେ। ଇଲୀଶାୟ ବାରହଳ ବଳଦ ଆଗରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ୱାଦଶ ହଳରେ ଥିଲେ। ଏଲିୟ ତାଙ୍କ ନିକଟକୁ ଗଲେ ଓ ଆପଣା ବସ୍ତ୍ରକୁ ତା’ ଉପରେ ପକାଇଲେ। 20 ତହିଁରେ ଇଲୀଶାୟ ବଳଦ ଛାଡ଼ି ଏଲିୟଙ୍କ ପଛେ ପଛେ ଦୌଡ଼ି କହିଲେ, “ମୁଁ ତୁମ୍ଭଙ୍କୁ ବିନୟ କରୁଛି, ମୋ’ ପିତାମାତାଙ୍କୁ ଚୁମ୍ବନ କରିବାକୁ ମୋତେ ଅନୁମତି ଦିଅନ୍ତୁ। ତା’ପରେ ମୁଁ ବିଦାୟ ନେଇ ତୁମ୍ଭ ପଛେ ପଛେ ଯିବି।”
ଏଲିୟ ଉତ୍ତର କଲେ, “ତାହା ଉତ୍ତମ କଥା, ଯାଅ, ମୁଁ ତୁମ୍ଭକୁ ଅଟକାଉ ନାହିଁ।”
21 ତା’ପରେ ଇଲୀଶାୟ ତାଙ୍କ ପରିବାର ସହିତ ଉତ୍ତମ ଭୋଜନ କଲେ। ସେ ବଳଦ ହଳକ ନେଇ ବଧ କଲେ ଓ ଯୁଆଳି କାଠରେ ମାଂସ ରାନ୍ଧି ଲୋକମାନଙ୍କୁ ଭୋଜନ ଦେଲେ। ତା’ପରେ ସେ ଏଲିୟଙ୍କ ପଶ୍ଚାଦ୍ଗମନ କରି ତାଙ୍କର ସାହାଯ୍ୟ କାରୀ ହେଲେ।
ବିନ୍ହଦଦ୍ ଓ ଆହାବ ଯୁଦ୍ଧ କଲେ
20 ଅରାମର ରାଜା ବିନ୍ହଦଦ୍ ଆପଣାର ସମସ୍ତ ସୈନ୍ୟ ଏକତ୍ରିତ କଲେ। ପୁଣି ତାଙ୍କର ସଙ୍ଗରେ ବତିଶ୍ ଜଣ ରାଜା ଆଉ ଅଶ୍ୱଗଣ ଓ ରଥମାନ ସଙ୍ଗରେ ଥିଲେ। ପୁଣି ସେ ଯାଇ ଶମରିୟା ଅବରୋଧ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ। 2 ତା’ପରେ ଇସ୍ରାଏଲର ରାଜା ଆହାବ ନଗର ଭିତରକୁ ଦୂତଗଣ ପ୍ରେରଣ କଲେ। 3 ସେହି ବାର୍ତ୍ତା ଥିଲା, “ବିନ୍ହଦଦ୍ କହନ୍ତି, ‘ତୁମ୍ଭେମାନେ ତୁମ୍ଭର ସମସ୍ତ ରୂପା, ସୁନା ମୋତେ ଦେବ। ଆଉ ମଧ୍ୟ ତୁମ୍ଭର ଭାର୍ଯ୍ୟା ଓ ସନ୍ତାନମାନଙ୍କୁ ମୋତେ ଦେଇଦେବ।’”
4 ଇସ୍ରାଏଲର ରାଜା ଉତ୍ତର ଦେଲେ, “ହେ ମୋର ପ୍ରଭୁ, ମହାରାଜ, ଆପଣଙ୍କ ବାକ୍ୟାନୁସାରେ ମୁଁ ଓ ମୋର ସର୍ବସ୍ୱ ଆପଣଙ୍କର।”
5 ତା’ପରେ ଦୂତମାନେ ଆହାବଙ୍କ ନିକଟକୁ ଫେରି ଆସି କହିଲେ, “ବିନ୍ହଦଦ୍ କହନ୍ତି, ‘ତୁମ୍ଭେ ଆପଣା ରୂପା, ସୁନା, ଭାର୍ଯ୍ୟା ଓ ସନ୍ତାନମାନଙ୍କୁ ମୋ’ ହସ୍ତରେ ସମର୍ପଣ କର ବୋଲି ମୁଁ କହି ପଠାଇଲି। 6 ଆସନ୍ତାକାଲି ପ୍ରାୟ ଏହି ସମୟରେ ମୁଁ ତୁମ୍ଭ ନିକଟକୁ ମୋର ଦାସମାନଙ୍କୁ ପଠାଇବି, ସେମାନେ ତୁମ୍ଭର ଗୃହ ଓ ତୁମ୍ଭ ଅଧିକାରୀମାନଙ୍କର ଗୃହ ଅନୁସନ୍ଧାନ କରିବେ। ଯାହାକିଛି ମୂଲ୍ୟବାନ ଜିନିଷ ପାଇବେ ସେମାନେ ନେଇଯିବେ।’”
7 ତେଣୁ ରାଜା ଆହାବ ଦେଶର ସମସ୍ତ ପ୍ରାଚୀନବର୍ଗଙ୍କୁ ଡକାଇଲେ ଏବଂ କହିଲେ, “ମୁଁ ବିନୟ କରି କହୁଛି, ବିଗ୍ଭର କର, ବିନ୍ହଦଦ୍ ଅସୁବିଧା ସୃଷ୍ଟି କରୁଛି। ପ୍ରଥମେ ସେ ମୋର ଭାର୍ଯ୍ୟା, ମୋର ସନ୍ତାନଗଣ, ମୋର ସୁନା, ରୂପା ନେବାକୁ ଲୋକ ପଠାଇଲା ଓ ସେ ସବୁ ଦେବାକୁ ମୁଁ ସମ୍ମତ ହେଲି। ମାତ୍ର ସେ ବର୍ତ୍ତମାନ ସବୁକିଛି ନେବାକୁ ଗ୍ଭହୁଁଛି।”
8 ଏଥିରେ ସମସ୍ତ ପ୍ରାଚୀନବର୍ଗ ଓ ସମସ୍ତ ଲୋକ ରାଜାଙ୍କୁ କହିଲେ, “ଆପଣ ତାଙ୍କ କଥାରେ କର୍ଣ୍ଣପାତ କରନ୍ତୁ ନାହିଁ କିମ୍ବା ସେଥିରେ ସମ୍ମତ ହୁଅନ୍ତୁ ନାହିଁ।”
9 ବର୍ତ୍ତମାନ ଆହାବ ବିନ୍ହଦଦଙ୍କ ନିକଟକୁ ସମ୍ବାଦ ପଠାଇ କହିଲେ, “ପ୍ରଥମେ ଆପଣ ଯାହା କହିଥିଲେ ମୁଁ ତାହା କରିବି ମାତ୍ର ଦ୍ୱିତୀୟରେ ଯେଉଁ ଆଜ୍ଞା ଦେଲେ ତାହା ପାଳନ କରିବି ନାହିଁ।”
ରାଜା ବିନ୍ହଦଦଙ୍କର ଦୂତମାନେ ରାଜାଙ୍କ ନିକଟକୁ ବାର୍ତ୍ତା ନେଇ ଫେରିଗଲେ। 10 ତା’ପରେ ସେହି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନେଇ ବିନ୍ହଦଦ୍ଠାରୁ ଫେରି ଆସିଲେ ଓ କହିଲେ, “ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିୟାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗରରେ କିଛି ରହିବ ନାହିଁ। ଏପରି ମୋର ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ୟ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତେବେ ଦେବତାମାନଙ୍କ ଦ୍ୱାରା ମୁଁ ଅଧିକ ଦଣ୍ତିତ ହୋଇପାରେ।”
11 ରାଜା ଆହାବ ଉତ୍ତର ଦେଲେ, “ବିନ୍ହଦଦଙ୍କୁ କୁହ ସାଞ୍ଜୁ ପରିଧାନ କରିଥିବା ଲୋକ ସାଞ୍ଜୁ କାଢ଼ିବା ପାଇଁ ଜୀବିତ ଥିବା ଲୋକପରି ଦର୍ପ ନ କରୁ।”
12 ରାଜା ବିନ୍ହଦଦ୍ ଅନ୍ୟ ରାଜାମାନଙ୍କ ସହିତ ପାନ କରୁଥିବା ସମୟରେ ଦୂତମାନେ ଏ ସମ୍ବାଦ ଦେଲେ। ରାଜା ତାଙ୍କର ଲୋକମାନଙ୍କୁ ପ୍ରସ୍ତୁତ ହେବାକୁ ଆଦେଶ ଦେଲେ। ତେଣୁ ସେମାନେ ପ୍ରସ୍ତୁତ ହୋଇ ନଗର ବିରୁଦ୍ଧରେ ଆକ୍ରମଣ କରିବାକୁ ବାହାରିଲେ।
13 ସେହି ସମୟରେ ଜଣେ ଭବିଷ୍ୟଦ୍ବକ୍ତା ଇସ୍ରାଏଲ ରାଜାଙ୍କ ନିକଟକୁ ଆସି କହିଲେ, “ହେ ରାଜା ଆହାବ, ସଦାପ୍ରଭୁ ଏହା କୁହନ୍ତି, ‘ତୁମ୍ଭେ କ’ଣ ଏହି ବିପୁଳ ସୈନ୍ୟବାହିନୀ ଦେଖୁଛ? ମୁଁ ସଦାପ୍ରଭୁ, ତୁମ୍ଭରି ଦ୍ୱାରା ଏହାକୁ ପରାଜିତ କରାଇବି, ତାହାହେଲେ ତୁମ୍ଭେ ମୋତେ ସଦାପ୍ରଭୁ ବୋଲି ଜାଣିବ।’”
14 ତହୁଁ ଆହାବ କହିଲେ, “କାହାଦ୍ୱାରା ପରାଜିତ କରାଇବେ?”
ଭବିଷ୍ୟଦ୍ବକ୍ତା ଉତ୍ତର ଦେଲେ, “ଯୁବା ଲୋକମାନଙ୍କ ଦ୍ୱାରା ‘ଯେଉଁମାନେ ରାଜାଙ୍କର ଅଧିକାରୀମାନଙ୍କର ସାହାଯ୍ୟକାରୀ ଥିଲେ।’”
ତା’ପରେ ରାଜା କହନ୍ତି, “କିଏ ଯୁଦ୍ଧ ଆରମ୍ଭ କରିବାକୁ ସୈନ୍ୟମାନଙ୍କୁ ଆଦେଶ ଦେବା ପାଇଁ ଯାଉଛି?”
ସେ କହିଲେ, “ତୁମ୍ଭେ।”
15 ତେଣୁ ଆହାବ ପ୍ରଦେଶର ଯୁବା ଅଧିପତିମାନଙ୍କୁ ଏକତ୍ରିତ କରି ଗଣିଲେ। ସେମାନଙ୍କ ସଂଖ୍ୟା 232 ହେଲା। ତା’ପରେ ଇସ୍ରାଏଲର ସୈନ୍ୟମାନଙ୍କୁ ଏକତ୍ରିତ କରି ଗଣି ଦେଖିଲେ, ସେମାନଙ୍କ ସଂଖ୍ୟା 7000 ହେଲା।
16 ମଧ୍ୟାହ୍ନରେ ଯେତେବେଳେ ରାଜା ବିନ୍ହଦଦ୍ ଓ ବତିଶ୍ ଜଣ ଅନ୍ୟ ରାଜା ନିଜ ଶିବିରରେ ପାନ କରୁଥିଲେ ଓ ମତ୍ତ ହୋଇଥିଲେ, ସେହି ସମୟରେ ଆହାବ ଆକ୍ରମଣ ଆରମ୍ଭ କରିଦେଲେ। 17 ପ୍ରଦେଶର ଯୁବା ଅଧିପତିମାନେ ପ୍ରଥମେ ଆକ୍ରମଣ କଲେ। ବିନ୍ହଦଦ୍ର ଲୋକମାନେ ତାକୁ ସମ୍ବାଦ ଦେଲେ: ଶମରିୟାର ଲୋକମାନେ ଅଗ୍ରସର କରୁଛନ୍ତି ଆକ୍ରମଣ କରିବା ପାଇଁ। 18 ତେଣୁ ବିନ୍ହଦଦ୍ କହିଲେ, “ସେମାନେ ସନ୍ଧି ପାଇଁ ଆସିଥିଲେ ତାଙ୍କୁ ଜୀବିତ ଧର ଓ ଯଦି ସେମାନେ ଯୁଦ୍ଧପାଇଁ ଆସିଥିଲେ ସେମାନଙ୍କୁ ଜୀବିତ ଧର।”
19 ଏହା ମଧ୍ୟରେ ପ୍ରଦେଶର ଯୁବା ଅଧିପତିମାନେ ସେହି ଆକ୍ରମଣର ନେତୃତ୍ୱ ନେଲେ ଓ ଇସ୍ରାଏଲର ସୈନ୍ୟମାନେ ତାଙ୍କର ଅନୁସରଣ କଲେ। 20 ଇସ୍ରାଏଲର ପ୍ରତ୍ୟେକ ଯୋଦ୍ଧା ତାଙ୍କ ବିରୁଦ୍ଧରେ ଆସିଥିବା ଶତ୍ରୁମାନଙ୍କୁ ବଧ କଲେ, ତା’ପରେ ଇସ୍ରାଏଲୀୟମାନେ ଅରାମୀୟମାନେ ପଳାୟନକାରୀମାନଙ୍କ ପଛରେ ଗୋଡ଼ଇଲେ। ଅରାମର ରାଜା ବିନ୍ହଦଦ୍ ଅଶ୍ୱାରୋହୀମାନଙ୍କ ସହିତ ଏକ ଅଶ୍ୱ ପୃଷ୍ଠରେ ପଳାଇଯାଇ ନିଜକୁ ରକ୍ଷା କଲେ। 21 ରାଜା ଆହାବ ଅରାମର ସମସ୍ତ ଅଶ୍ୱ ଓ ରଥକୁ ଅଧିକାର କରିବାର ନେତୃତ୍ୱ ନେଲେ ଓ ଅରାମୀୟମାନଙ୍କୁ ସମୂଳେ ପରାଜିତ କଲେ।
22 ତା’ପରେ ଭବିଷ୍ୟଦ୍ବକ୍ତା ଆହାବଙ୍କ ନିକଟକୁ ଯାଇ କହିଲେ, “ଅରାମର ରାଜା ବିନ୍ହଦଦ୍ ପୁନର୍ବାର ଯୁଦ୍ଧ କରିବାକୁ ଆସନ୍ତା ବସନ୍ତରେ ଆସିବ। ତୁମ୍ଭେ ଘରକୁ ଯାଇ ନିଜର ସୈନ୍ୟବାହିନୀକୁ ସବଳ କର ଓ ଚିହ୍ନ। ସାବଧାନ ଭାବରେ ତାଙ୍କୁ ପ୍ରତିରକ୍ଷା ଦେବାକୁ ସୁଚିନ୍ତିତ ଯୋଜନା କର।”
ବିନ୍ହଦଦଙ୍କ ପୁନଃ ଆକ୍ରମଣ
23 ବିନ୍ହଦଦ୍ର ଅଧିକାରୀମାନେ ତାଙ୍କୁ କହିଲେ, “ଇସ୍ରାଏଲର ଦେବତାଗଣ ପର୍ବତଗଣର ଦେବତାଗଣ ଅଟନ୍ତି, ତେଣୁ ଇସ୍ରାଏଲୀୟମାନେ ବିଜୟୀ ହେଲେ। ଆମ୍ଭେମାନେ ପର୍ବତରେ ଯୁଦ୍ଧ କରି ହାରିଲୁ। ମାତ୍ର ଆମ୍ଭେମାନେ ଯଦି ପଦାରେ ଯୁଦ୍ଧ କରୁ, ତେବେ ଆମ୍ଭେ ସେମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବୁ। 24 ଏହା ହିଁ ତୁମ୍ଭର କରିବା ଉଚିତ୍। ଆଉ ସୈନ୍ୟଗ୍ଭଳନା ଦାୟିତ୍ୱ ବତିଶ୍ ରାଜାମାନଙ୍କ ବଦଳରେ ସେନାପତିମାନଙ୍କ ହସ୍ତରେ ଦିଅନ୍ତୁ। 25 ଆଉ ଆପଣ ହରାଇଥିବା ସୈନ୍ୟ ବଦଳରେ ସୈନ୍ୟ, ଅଶ୍ୱ ବଦଳରେ ଅଶ୍ୱ ଓ ରଥ ବଦଳରେ ରଥ ସଂଗ୍ରହ କରନ୍ତୁ। ଆମ୍ଭେମାନେ ପଦାରେ ଲଢ଼ିବା। ପୁଣି ଆମ୍ଭେମାନେ ନିଶ୍ଚୟ ସେମାନଙ୍କ ଅପେକ୍ଷା ବଳବାନ୍ ହେବା ଓ ଜିତିବା।” ରାଜା ସେମାନଙ୍କର ପ୍ରସ୍ଥାବ ଗ୍ରହଣ କଲେ ଓ ସେହିରୂପେ କାର୍ଯ୍ୟ କଲେ।
26 ଅନନ୍ତର ପରବର୍ଷ ବସନ୍ତରେ ବିନ୍ହଦଦ୍ ଅରାମୀୟମାନଙ୍କୁ ଏକତ୍ରିତ କରି ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଅଫେକକୁ ଗଲେ।
27 ଇସ୍ରାଏଲୀୟ ସୈନ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ଓ ଅରାମୀୟ ସୈନ୍ୟଗଣ ଆଡ଼କୁ ମାଡ଼ି ଗ୍ଭଲିଲେ। ସେମାନେ ଅରାମୀୟମାନଙ୍କ ବିପରୀତ ପାର୍ଶ୍ୱରେ ଶିବିର ସ୍ଥାପନ କଲେ। ମାତ୍ର ଇସ୍ରାଏଲର ସୈନ୍ୟଗଣ ଦୁଇଟି କ୍ଷୁଦ୍ର ଛାଗପଲ ସଦୃଶ ଦେଖା ଯାଉଥିଲା ବେଳେ ଅରାମୀୟମାନେ ସମଗ୍ର ଦେଶରେ ବ୍ୟାପି ଯାଇଥିଲେ।
28 ଏହି ସମୟରେ ପରମେଶ୍ୱରଙ୍କ ପ୍ରେରିତ ଜଣେ ଲୋକ ଆହାବଙ୍କୁ ଆସି କହିଲେ, “ସଦାପ୍ରଭୁ କୁହନ୍ତି, ‘ଅରାମୀୟ ଲୋକମାନେ କହିଛନ୍ତି ସଦାପ୍ରଭୁ ପର୍ବତଗଣର ପରମେଶ୍ୱର ଅଟନ୍ତି କିନ୍ତୁ ତଳଭୂମିର ପରମେଶ୍ୱର ନୁହନ୍ତି। ତେଣୁ ମୁଁ ତୁମ୍ଭକୁ ଏହି ବିଶାଳ ସୈନ୍ୟବାହିନୀକୁ ପରାସ୍ତ କରିବାକୁ ଦେବି। ଯାହା ଫଳରେ ମୁଁ ଯେ ପରମେଶ୍ୱର ତୁମ୍ଭେ ଜାଣି ପାରିବ।’”
29 ଦୁଇ ସୈନ୍ୟବାହିନୀ ସାତ ଦିନ ଧରି ସମ୍ମୁଖାସମ୍ମୁଖୀ ହୋଇ ଶିବିର ସ୍ଥାପନ କରି ରହିଲେ। ସପ୍ତମ ଦିନରେ ଯୁଦ୍ଧ ଆରମ୍ଭ ହେଲା ଓ ଇସ୍ରାଏଲୀୟ ସୈନ୍ୟମାନେ ଗୋଟିଏ ଦିନରେ ଅରାମୀୟ ସୈନ୍ୟମାନଙ୍କ ମଧ୍ୟରୁ 100,000 ପଦାତିକ ସୈନ୍ୟ ବଧ କଲେ। 30 ମାତ୍ର ଅବଶିଷ୍ଟ ସମସ୍ତ ଲୋକ ଅଫେକକୁ ପଳାଇ ନଗରରେ ପ୍ରବେଶ କଲେ। ଆଉ 27,000 ସୈନ୍ୟମାନଙ୍କ ଉପରେ ପାଚେରୀ ପଡ଼ିଲା। ବିନ୍ହଦଦ୍ ନଗର ମଧ୍ୟକୁ ପଳାଇ ଯାଇ ଏକ କୋଠରୀରେ ଲୁଚି ରହିଲେ। 31 ତାଙ୍କର ଦାସମାନେ ସେମାନଙ୍କୁ କହିଲ, “ଆମ୍ଭେ ଶୁଣିଅଛୁ ଯେ ଇସ୍ରାଏଲୀୟ ରାଜଗଣ ଦୟାଳୁ ଅଟନ୍ତି। ଆମ୍ଭେ ଆପଣଙ୍କୁ ବିନୟ କରୁଛୁ, ଆମ୍ଭମାନଙ୍କୁ କଟିରେ ଅଖା ପିନ୍ଧିବାକୁ ଓ ମୁଣ୍ତରେ ରଜ୍ଜୁ ବିନ୍ଧିବାକୁ ଦିଅନ୍ତୁ ଓ ଇସ୍ରାଏଲ ରାଜାଙ୍କ ନିକଟକୁ ଯିବାକୁ ଦିଅନ୍ତୁ। ହୁଏତ ସେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦେବେ।”
32 ତହୁଁ ସେମାନେ କଟିରେ ଅଖା ପିନ୍ଧି ଓ ମୁଣ୍ତରେ ରଜ୍ଜୁ ବାନ୍ଧି ଇସ୍ରାଏଲର ରାଜା ନିକଟକୁ ଯାଇ ବିନୟର ସହିତ କହିଲେ, “ତୁମ୍ଭର ଦାସ ବିନ୍ହଦଦ୍ କହୁଛି, ‘ଦୟାକରି ମୋତେ ବଞ୍ଚାନ୍ତୁ।’”
ଆହାବ ଉତ୍ତର ଦେଲେ, “ସେ କ’ଣ ତଥାପି ବଞ୍ଚିଛି? ସେ ତ ମୋରଭାଇ।”
33 ବିନ୍ହଦଦ୍ର ଲୋକମାନେ ଜାଣିବାକୁ ଗ୍ଭହିଁଲେ, ରାଜା ଆହାବ ବିନ୍ହଦଦଙ୍କୁ ଦୟା ଦେଖାଇବେ କି ନା, ସେମାନେ ଆଶାକଲେ, ଗୋଟିଏ ସୂଚନା ତାଙ୍କ ବାକ୍ୟକୁ ନିଶ୍ଚିତ କରିବାକୁ, ତେଣୁ ଏହି କଥାର ସତ୍ୟତା ଜାଣିବା ପାଇଁ ଆହାବ ଯେତେବେଳେ ବିନ୍ହଦଦଙ୍କୁ ଭାଇ ବୋଲି ଡାକିଲା, ସେମାନେ ସଙ୍ଗେ ସଙ୍ଗେ କହିଲେ, “ହଁ! ବିନ୍ହଦଦ୍ ତୁମ୍ଭର ଭାଇ।”
ତହୁଁ ରାଜା ଆହାବ କହିଲେ, “ମୋ’ ନିକଟକୁ ତାଙ୍କୁ ଆଣ।” ବିନ୍ହଦଦ୍ ଯେତେବେଳେ ଆସିଲେ ଆହାବ ତାଙ୍କୁ ନେଇ ନିଜ ରଥରେ ବସାଇଲେ।
34 ସେତେବେଳେ ବିନ୍ହଦଦ୍ ଆହାବଙ୍କୁ କହିଲେ, “ମୋର ପିତା ଯେଉଁ ନଗରଗୁଡ଼ିକ ତୁମ୍ଭ ପିତାଙ୍କଠାରୁ ନେଇ ଥିଲେ ମୁଁ ତୁମ୍ଭକୁ ସେଗୁଡ଼ିକ ଫେରାଇ ଦେବାକୁ ଯାଉଛି। ଯେହେତୁ ମୋର ପିତା ଯେପରି ଶମରିୟାରେ ବଜାର ଓ ଦୋକାନମାନ କରିଥିଲେ ଆପଣ ଦମ୍ମେଶକରେ ସେହିପରି କରିବେ।”
ଆହାବ ଉତ୍ତର ଦେଲେ, “ଯଦି ତୁମ୍ଭେ ଏଥିରେ ସମ୍ମତ, ତେବେ ମୁଁ ତୁମ୍ଭକୁ ଛାଡ଼ି ଦେବି।” ଦୁଇ ରାଜା ଶାନ୍ତିଚୁକ୍ତିରେ ସମ୍ମତ ହେଲେ ଓ ରାଜା ଆହାବ ବିନ୍ହଦଦଙ୍କୁ ମୁକ୍ତ କଲେ।
ଜଣେ ଭବିଷ୍ୟଦ୍ବକ୍ତା ଆହାବ ବିରୁଦ୍ଧରେ କହିଲେ
35 ଭବିଷ୍ୟଦ୍ବକ୍ତାଗଣଙ୍କ ମଧ୍ୟରୁ ଜଣେ ବକ୍ତା ନିଜର ସାଥୀକୁ କହିଲା, “ମୋତେ ମାର!” ସେ ଏ କଥା ସଦାପ୍ରଭୁଙ୍କ ଆଜ୍ଞାରେ କହିଲା। ମାତ୍ର ସେ ଲୋକ ମାରିବା ପାଇଁ ମନା କଲା। 36 ତେଣୁ ପ୍ରଥମ ଭବିଷ୍ୟଦ୍ବକ୍ତା କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ପାଳନ କଲ ନାହିଁ। ତେଣୁ ତୁମ୍ଭେ ଏ ସ୍ଥାନ ତ୍ୟାଗ କଲାବେଳେ ଗୋଟିଏ ସିଂହ ତୁମ୍ଭକୁ ବଧ କରିବ।” ଯେତେବେଳେ ଦ୍ୱିତୀୟ ଭବିଷ୍ୟଦ୍ବକ୍ତା ସେ ସ୍ଥାନରୁ ଗଲା, ଗୋଟିଏ ସିଂହ ତାକୁ ବଧ କଲା।
37 ପ୍ରଥମ ଭବିଷ୍ୟଦ୍ବକ୍ତା ଅନ୍ୟ ଜଣେ ଲୋକକୁ କହିଲା, “ମୁଁ ବିନୟ କରୁଅଛି, ତୁମ୍ଭେ ମୋତେ ମାର!”
ସେହି ଲୋକଟି ତାକୁ ମାରି ମାରି କ୍ଷତ ବିକ୍ଷତ କଲା। 38 ତେଣୁ ଭବିଷ୍ୟଦ୍ବକ୍ତା ଆପଣା ମୁଖରେ ବସ୍ତ୍ର ଆବୃତ କରି ଛଦ୍ମ ବେଶରେ ରହିଲା ଓ ତାକୁ କେହି ଜାଣି ପାରିଲେ ନାହିଁ। ସେ ପଥ ମଧ୍ୟରେ ସେହି ଦେଶରେ ରାଜାଙ୍କୁ ଅପେକ୍ଷା କରି ରହିଲା। 39 ରାଜା ତା’ବାଟ ଦେଇ ଗଲାବେଳେ ସେ ରାଜାଙ୍କୁ କହିଲା, “ମୁଁ ଯୁଦ୍ଧ ଭୂମିକୁ ଯାଇଥିଲି। ଆମ୍ଭର ଜଣେ ଲୋକ ଜଣେ ଶତ୍ରୁ ସୈନ୍ୟକୁ ଆଣି ମୋତେ କହିଲେ, ‘ଏହି ଲୋକଟିକୁ ଜଗ, ଯଦି ସେ ପଳାୟନ କରେ ତେବେ ତୁମ୍ଭେ ତା’ ବଦଳରେ ତୁମ୍ଭର ଜୀବନ ଦେବ। ନଚେତ୍ ଏକତାଳନ୍ତ ରୂପା ଦେବ।’ 40 ମୁଁ ଏଣେ ତେଣେ କାର୍ଯ୍ୟରତ ଥିଲା ବେଳେ ସେ ଖସିଗଲା।”
ତହିଁରେ ଇସ୍ରାଏଲର ରାଜା କହିଲେ, “ତୁମ୍ଭେ ଶତ୍ରୁକୁ ଛାଡ଼ି ଦେଇଥିବାରୁ ଦୋଷୀ ହୋଇଅଛ। ତୁମ୍ଭର ନିଜର ବାକ୍ୟସବୁ ତୁମ୍ଭର ନିଷ୍ପତ୍ତି ଉଚ୍ଚାରଣ କରେ।”
41 ଏହା ପରେ ସେହି ଭବିଷ୍ୟଦ୍ବକ୍ତା ତା’ର ମୁହଁରୁ ବସ୍ତ୍ର କାଢ଼ିନେଲା। ଇସ୍ରାଏଲର ରାଜା ତାକୁ ଜାଣିଲେ ଯେ ସେ ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରୁ ଅନ୍ୟତମ। 42 ତତ୍ପରେ ସେ ଭବିଷ୍ୟଦ୍ବକ୍ତା ରାଜାଙ୍କୁ କହିଲେ, “ସଦାପ୍ରଭୁ ଏହିକଥା କହନ୍ତି, ‘ଆମ୍ଭେ ଯେଉଁ ଲୋକକୁ ବିନାଶାର୍ଥେ ଦେଇଥିଲୁ, ତୁମ୍ଭେ ତାକୁ ଆପଣା ହସ୍ତରେ ଛାଡ଼ିଅଛ। ଏଣୁ ତା’ର ପ୍ରାଣ ବଦଳରେ ତୁମ୍ଭର ପ୍ରାଣ ଯିବ। ଆଉ ତାହାର ଲୋକମାନଙ୍କ ବଦଳରେ ତୁମ୍ଭର ଲୋକମାନେ ଯିବେ।’”
43 ତା’ପରେ ଇସ୍ରାଏଲର ରାଜା ବିଦୀର୍ଣ୍ଣ ଓ ବ୍ୟସ୍ତତା ହୋଇ ଶମରିୟାରେ ପହଞ୍ଚିଲେ।
ଯୀଶୁଙ୍କୁ ରାଜ୍ୟପାଳ ପୀଲାତଙ୍କ ପ୍ରଶ୍ନ(A)
23 ସମସ୍ତେ ଉଠି ଠିଆ ହେଲେ। ସେମାନେ ଯୀଶୁଙ୍କୁ ପୀଲାତଙ୍କ ପାଖକୁ ନେଇଗଲେ। 2 ସେମାନେ ଯୀଶୁଙ୍କୁ ଦୋଷ ଦେବାକୁ ଲାଗିଲେ। ସେମାନେ ପୀଲାତଙ୍କୁ କହିଲେ, “ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭେମାନେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦେବା ଉଚିତ୍ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।”
3 ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?”
ଯୀଶୁ ଉତ୍ତର ଦେଲେ, “ହଁ ତାହା ଠିକ୍ କଥା।”
4 ପୀଲାତ ପ୍ରଧାନଯାଜକ ଏବଂ ଲୋକମାନଙ୍କୁ କହିଲେ, “ଏ ଲୋକର ମୁଁ କିଛି ଭୁଲ୍ ଦେଖି ପାରୁ ନାହିଁ,”
5 ସେମାନେ କିନ୍ତୁ ବାରମ୍ବାର କହିଲେ, “ସେ ଲୋକଙ୍କ ମଧ୍ୟରେ ଗୋଳମାଳ ସୃଷ୍ଟି କରୁଛନ୍ତି। ଯିହୂଦାର ଗ୍ଭରିଆଡ଼େ ସେ ଲୋକଙ୍କୁ ଉପଦେଶ ଦେଉଛନ୍ତି। ସେ ଏହା ଗାଲିଲୀରେ ଆରମ୍ଭ କରିଥିଲେ। ଏବେ ସେ ଏଠାରେ ଅଛନ୍ତି।”
ପୀଲାତ ଯୀଶୁଙ୍କୁ ହେରୋଦଙ୍କ ପାଖକୁ ପଠାଇଲେ
6 ପୀଲାତ ଏହା ଶୁଣି ପଗ୍ଭରିଲେ, ଏହି ଲୋକ କ’ଣ ଗାଲିଲୀର? 7 ପୀଲାତ ଜାଣିଲେ ଯେ, ଯୀଶୁ ହେରୋଦଙ୍କ ଅଧିକାର କ୍ଷେତ୍ରର ଲୋକ। ହେରୋଦ ସେହି ସମୟରେ ଯିରୁଶାଲମରେ ଥିଲେ। ତେଣୁ ପୀଲାତ ଯୀଶୁଙ୍କୁ ତାହାଙ୍କ ପାଖକୁ ପଠାଇଦେଲେ।
8 ହେରୋଦ ଯୀଶୁଙ୍କୁ ଦେଖି ବହୁତ ଖୁସୀ ହୋଇଗଲେ। ହେରୋଦ ଯୀଶୁଙ୍କ ବିଷୟରେ ସବୁକଥା ଶୁଣି ସାରିଥିଲେ। ବହୁ ଆଗରୁ ଯୀଶୁଙ୍କୁ ଦେଖିବାକୁ ସେ ଇଚ୍ଛା କରିଥିଲେ। ହେରୋଦ ଯୀଶୁଙ୍କର ଗୋଟିଏ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହୁଁଥିଲେ। ତେଣୁ ସେ ଆଶା କରୁଥିଲେ ଯେ, ତାହାଙ୍କ ଆଗରେ ଯୀଶୁ କିଛି ଆଶ୍ଚର୍ଯ୍ୟକର୍ମ ପ୍ରଦର୍ଶନ କରିବେ। 9 ହେରୋଦ ଯୀଶୁଙ୍କୁ ଅନେକ ପ୍ରଶ୍ନ ପଗ୍ଭରିଲେ। କିନ୍ତୁ ଯୀଶୁ କିଛି ହେଲେ ଉତ୍ତର ଦେଲେ ନାହିଁ। 10 ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ସେଠାରେ ଠିଆ ହୋଇଥିଲେ। ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଚିତ୍କାର କରି କହୁଥିଲେ। 11 ତା’ପରେ ହେରୋଦ ଓ ତାହାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପରିହାସ କଲେ। ତାହାଙ୍କୁ ରାଜକୀୟ ପୋଷାକ ପିନ୍ଧାଇ ଦେଇ ସେମାନେ ଉପହାସ କଲେ। ତା’ପରେ ହେରୋଦ ପୀଲାତଙ୍କୁ ପାଖକୁ ଯୀଶୁଙ୍କୁ ପଠାଇଲେ। 12 ଅତୀତରେ ପିଲାତ ଓ ହେରୋଦଙ୍କ ମଧ୍ୟରେ ବରାବର ଶତ୍ରୁତା ଲାଗି ରହୁଥିଲା କିନ୍ତୁ ସେହି ଦିନରୁ ସେ ଦୁହେଁ ବନ୍ଧୁ ହୋଇଗଲେ।
ଯୀଶୁଙ୍କର ମୃତ୍ୟୁ ନିଶ୍ଚିତ(B)
13 ପୀଲାତ, ପ୍ରଧାନଯାଜକ ଓ ଯିହୂଦୀନେତାଙ୍କ ସହିତ ସବୁ ଲୋକଙ୍କୁ ଏକାଠି ଡାକିଲେ। 14 ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯୀଶୁଙ୍କୁ ମୋ’ ପାଖକୁ ଆଣିଛ। ତୁମ୍ଭେମାନେ କହୁଛ ଯେ ସେ ଲୋକଙ୍କ ମଧ୍ୟରେ ଗୋଳମାଳ ସୃଷ୍ଟି କରୁଛନ୍ତି। କିନ୍ତୁ ମୁଁ ତୁମ୍ଭମାନଙ୍କ ସମସ୍ତଙ୍କ ଉପସ୍ଥିତିରେ ତାହାଙ୍କୁ ପ୍ରଶ୍ନ କରିଛି। ତାହାଙ୍କଠାରେ ମୁଁ କୌଣସି ଭୁଲ୍ ଦେଖି ପାରିଲି ନାହିଁ। ତୁମ୍ଭେମାନେ ଯାହା କହୁଛ, ଯୀଶୁ ସେଥିରେ ଦୋଷୀ ନୁହନ୍ତି। 15 ତାଛଡ଼ା ହେରୋଦ ମଧ୍ୟ ତାହାଙ୍କଠାରେ କୌଣସି ଭୁଲ୍ ଦେଖି ନାହାନ୍ତି। ହେରୋଦ ଆମ୍ଭ ପାଖକୁ ଯୀଶୁଙ୍କୁ ପଠାଇ ଦେଇଛନ୍ତି। ଦେଖ, ଯୀଶୁ କିଛି ହେଲେ ଭୁଲ୍ କାମ କରି ନାହାନ୍ତି। ତେଣୁ ତାହାଙ୍କୁ ବଧ କରିବା ଠିକ୍ ହେବ ନାହିଁ। 16 ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବାପରେ ମୁଁ ତାହାଙ୍କୁ ମୁକ୍ତ କରି ଗ୍ଭଲିଯିବାକୁ ଅନୁମତି ଦେବି।” 17 [a]
18 କିନ୍ତୁ ସବୁଲୋକେ ପାଟିକରି ଉଠିଲେ, “ତାହାକୁ ମାରିଦିଅ। ବାରବ୍ବାକୁ ମୁକ୍ତ କରିଦିଅ।” 19 ବାରବ୍ବା ନଗରରେ ଦଙ୍ଗା ଆରମ୍ଭ କରିଥିବା ଯୋଗୁଁ ଓ କେତେକ ଲୋକଙ୍କୁ ହତ୍ୟା କରିଥିବା ଯୋଗୁଁ କାରାଗାରରେ ବନ୍ଦୀ ହୋଇ ରହିଥିଲା।
20 ପୀଲାତ ଯୀଶୁଙ୍କୁ ମୁକ୍ତ କରି ଦେବାକୁ ଗ୍ଭହୁଁଥିଲେ। ତେଣୁ ପୁଣି ଥରେ ପୀଲାତ ସେମାନଙ୍କୁ କହିଲେ ଯେ ସେ ଯୀଶୁଙ୍କୁ ଛାଡ଼ି ଦେବେ। 21 କିନ୍ତୁ ଲୋକମାନେ ଚିତ୍କାର କରି କହିଲେ, “ତାହାଙ୍କୁ ମାରିଦିଅ। ତାହାଙ୍କୁ କ୍ରୁଶରେ ଚଢ଼ାଇ ମାରିଦିଅ।”
22 ତୃତୀୟ ଥର ପାଇଁ ପୀଲାତ ସେମାନଙ୍କୁ କହିଲେ, “କାହିଁକି, ସେ କ’ଣ ଭୁଲ୍ କରିଛନ୍ତି? ସେ ଦୋଷୀ ନୁହନ୍ତି। ତାହାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ମୁଁ କୌଣସି କାରଣ ଦେଖି ପାରୁ ନାହିଁ। ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବା ପରେ ମୁଁ ତାହାଙ୍କୁ ଛାଡ଼ି ଦେବି।”
23 କିନ୍ତୁ ଲୋକମାନେ ଚିତ୍କାର କରିବାକୁ ଲାଗିଲେ। ସେମାନେ ଦାବି କଲେ ଯେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିଦିଅ। ସେମାନଙ୍କର ପାଟିତୁଣ୍ଡ ଏତେ ତୀବ୍ର ହେଲା ଯେ, 24 ପୀଲାତ ଲୋକଙ୍କ ଇଚ୍ଛା ଅନୁଯାୟୀ ନିର୍ଣ୍ଣୟ ନେଲେ। 25 ଲୋକମାନେ ବାରବ୍ବାକୁ ମୁକ୍ତ ହୋଇ ଗ୍ଭଲିଯିବାକୁ ଗ୍ଭହୁଁଥିଲେ। ବାରବ୍ବା ନରହତ୍ୟା ଓ ବିଦ୍ରୋହ ଅପରାଧରେ କାରାଗାରରେ ଥିଲା। ପୀଲାତ ବାରବ୍ବାଙ୍କୁ ମୁକ୍ତ କରିଦେଲେ। ପୀଲାତ ଯୀଶୁଙ୍କୁ ମାରିଦେବା ପାଇଁ ଲୋକମାନଙ୍କ ହାତରେ ସମର୍ପି ଦେଲେ। ଲୋକମାନେ ତାହା ଗ୍ଭହୁଁଥିଲେ।
2010 by World Bible Translation Center