Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 32-34

32 “ହେ ଆକାଶମଣ୍ତଳ ଶୁଣ, ମୁଁ କହିବି,
    ପୃଥିବୀ ମୋର ବାକ୍ୟ ଶୁଣ।
ମୋର ଉପଦେଶ ବର୍ଷା ପରି ବର୍ଷିବ।
    ମୋର ବାଣୀ ଶିଶିର ପରି କ୍ଷରିବ।
ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତୁଲ୍ୟ
    ଓ ଶାକ ଉପରେ ଅସରା ବୃଷ୍ଟି ତୁଲ୍ୟ ହେବ।
ମୁଁ ସଦାପ୍ରଭୁଙ୍କ ନାମ ପ୍ରଗ୍ଭର କରିବି,
    ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ମହିମା ଆରୋପ କର।

“ସେତ ଶୈଳ, ତାଙ୍କର କର୍ମ ସିଦ୍ଧ।
    କାରଣ ତାଙ୍କର ସକଳ ପଥ ଯଥାର୍ଥ।
ସେ ବିଶ୍ୱସ୍ତ ଓ ନ୍ୟାୟବାନ୍ ପରମେଶ୍ୱର।
    ସେ ଉତ୍ତମ ଓ ସତ୍ୟ।
ସେମାନେ ତାଙ୍କ ଉଦ୍ଦେଶ୍ୟରେ ଭ୍ରଷ୍ଟାଚରଣ କରିଅଛନ୍ତି।
    ସେମାନେ ତାଙ୍କର ସନ୍ତାନ ନୁହନ୍ତି।
    ମାତ୍ର ସନ୍ତାନମାନଙ୍କର କଳଙ୍କ, ସେମାନେ ବିପଥଗାମୀ ଓ କୁଟିଳ ବଂଶ।
ହେ ମୂର୍ଖ ଓ ଅଜ୍ଞାନ ଲୋକେ,
    ତୁମ୍ଭେମାନେ କି ସଦାପ୍ରଭୁଙ୍କୁ ଏପରି ପରିଶୋଧ କରୁଅଛ?
ସେ କି ତୁମ୍ଭର ପିତା ଏବଂ ସୃଷ୍ଟିକର୍ତ୍ତା ନୁହନ୍ତି, ସେ କି ତୁମ୍ଭର ସୃଷ୍ଟିକର୍ତ୍ତା, ନୁହନ୍ତି,
    ଯିଏ ତୁମ୍ଭଙ୍କୁ ସ୍ଥାପିତ କରିଛନ୍ତି।

“ପୂର୍ବକାଳର ଦିନସବୁ ସ୍ମରଣ କର,
    ଗତ ବହୁ ପୁରୁଷର ବର୍ଷ ବିବେଚନା କର।
ତୁମ୍ଭ ପିତାଙ୍କୁ ପଗ୍ଭର, ସେ ତୁମ୍ଭକୁ ଜଣାଇବେ।
    ତୁମ୍ଭର ପ୍ରୀଚୀନମାନଙ୍କୁ ପଗ୍ଭର, ସେମାନେ ତୁମ୍ଭକୁ କହିବେ।
ସର୍ବୋପରିସ୍ଥ ପରମେଶ୍ୱର ଯେତେବେଳେ ଗୋଷ୍ଠୀୟ ଲୋକମାନଙ୍କୁ
    ସେମାନଙ୍କ ଅଧିକାର ଦେଲେ,
ଯେତେବେଳେ ସେ ମନୁଷ୍ୟ [a] ସନ୍ତାନମାନଙ୍କୁ ପୃଥକ କଲେ।
    ସେତେବେଳେ ସେ ଇସ୍ରାଏଲର ସଂଖ୍ୟା ଅନୁସାରେ ସୀମା ସ୍ଥାପନ କଲେ।
ସଦାପ୍ରଭୁଙ୍କ ଅଂଶ ତାଙ୍କରି ଲୋକ,
    ଯାକୁବ ତାଙ୍କର ଅଧିକାରର ବାଣ୍ଟ।

10 “ସଦାପ୍ରଭୁ ଯାକୁବଙ୍କୁ ପ୍ରାନ୍ତର ଦେଶରେ
    ଓ ପଶୁ ବୋବାଳି ପୂର୍ଣ୍ଣ ଘୋର ମରୁଭୂମିରୁ ପାଇଲେ,
ସେ ତାହାଙ୍କୁ ଗ୍ଭରିଆଡ଼କୁ ଘେରି ରଖିଲେ।
    ସେ ତାହାଙ୍କୁ ସୁରକ୍ଷା ଦେଲେ, ଠିକ୍ ତାଙ୍କର ମୂଲ୍ୟବାନ୍ ସମ୍ପତ୍ତି ପରି।
11 ସଦାପ୍ରଭୁ ହେଉଛନ୍ତି ଇସ୍ରାଏଲର ଉତ୍କ୍ରୋଶପକ୍ଷୀ ପରି।
ଉତ୍କ୍ରୋଶପକ୍ଷୀ ତା’ର ଛୁଆମାନଙ୍କୁ ବସାରୁ ପେଲି ଦିଏ ସେମାନଙ୍କୁ ଉଡ଼ି ଶିଖିବା ପାଇଁ,
    ସେମାନେ ଯେତେବେଳେ ପଡ଼ିଯା’ନ୍ତି
ସେ ତା’ର ଡେଣା ମେଲାକରି ଉଡ଼ିଯାଏ ତାକୁ ଧରିବା ପାଇଁ।
    ଏବଂ ତା’ର ନିରାପତ୍ତା ପାଇଁ ସେ ତା’ର ଡେଣା ମଧ୍ୟକୁ ଟାଣିନିଏ।
    ସଦାପ୍ରଭୁ ହେଉଛନ୍ତି ସେହିପରି।
12 ସଦାପ୍ରଭୁ ଏକାକୀ ଯାକୁବକୁ ଗମନ କରାଇଲେ।
    ତାଙ୍କ ସହିତ କୌଣସି ବିଦେଶୀ ଦେବଗଣ ନ ଥିଲେ।
13 ସଦାପ୍ରଭୁ ପୃଥିବୀର ଉଚ୍ଚସ୍ଥଳୀ ଉପରେ ଯାକୁବଙ୍କୁ ବାହନ ଆହୋରଣ କରାଇଲେ।
    ଯାକୁବ କ୍ଷେତ୍ରରୁ ଫସଲ ଖାଇଗଲେ।
ସଦାପ୍ରଭୁ ପାଷାଣରୁ ମଧୁ ଝରାଇ ଦେଲେ
    ଏବଂ କଠିନ ଶୀଳାରୁ ଯାକୁବଙ୍କୁ ତୈଳ ଦେଲେ।
14 ସଦାପ୍ରଭୁ ଇସ୍ରାଏଲ ଗୋଦଧି ଓ ଛାଗଦୁ‌‌ଗ୍‌‌ଧ ଦେବା ସହିତ
    ମେଷ ମେଦ, ବାଶନଦେଶୀୟ
ମେଷ ଓ ଛାଗର ମାଂସ ସହିତ
    ଉତ୍ତମ ଗହମର ଅଟା ଓ ଦ୍ରାକ୍ଷାର ରକ୍ତବର୍ଣ୍ଣ ରସ ଦେଲେ।

15 “କିନ୍ତୁ ଯିଶୁରୁଣ ହୃଷ୍ଟପୁଷ୍ଟ ହେଲା ଓ ପଦାଘାତ କଲା।
    ତୁମ୍ଭକୁ ଭଲ ଭାବରେ ଖୁଆଇଲେ ଏବଂ ତୁମ୍ଭେ ମୋଟା ହୋଇଅଛ।
ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ୟାଗ କଲା।
    ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ଯିଏ କି ତାଙ୍କୁ ରକ୍ଷା କଲେ।
16 ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଈର୍ଷା କଲେ।
ସେମାନେ ଅନ୍ୟ ଦେବଗଣଙ୍କର ପୂଜା କଲେ।
ସେମାନେ ପ୍ରତିମା ପୂଜା କଲେ।
    ଏବଂ ପରମେଶ୍ୱର ସେମାନଙ୍କ ଉପରେ କ୍ରୋଧ କଲେ।
17 ସେମାନେ ବଳିଦାନ କଲେ ସେହିମାନଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ବାସ୍ତବରେ ଦେବତା ନୁହନ୍ତି।
    ଯେଉଁମାନେ ନୂତନ ଦେବଗଣ ଥିଲେ, ସେମାନେ ତାଙ୍କୁ ଜାଣି ନ ଥିଲେ।
    ସେହି ନୂତନ ଦେବଗଣମାନଙ୍କୁ ତାଙ୍କର ପୂର୍ବପୁରୁଷମାନେ ମଧ୍ୟ ଜାଣି ନ ଥିଲେ।
18 ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତୁମ୍ଭେ ସେମାନଙ୍କୁ ତ୍ୟାଗ କଲ।
    ଯେଉଁ ପରମେଶ୍ୱର ତୁମ୍ଭକୁ ଜନ୍ମ ଦେଲେ ତୁମ୍ଭେ ତାହାଙ୍କୁ ପାସୋରି ଅଛ।

19 “ସଦାପ୍ରଭୁ ତାହା ଦେଖିଲେ, ଏବଂ ସେ ସେମାନଙ୍କୁ ପ୍ରତ୍ୟାଖାନ କଲେ,
    କାରଣ ତା’ର ପୁତ୍ରକନ୍ୟାଗଣ ତାଙ୍କୁ ବିରକ୍ତି କଲେ।
20 ତେଣୁ ସଦାପ୍ରଭୁ କହିଲେ, ‘ଆମ୍ଭେ ତାଙ୍କଠାରୁ ଦୂର ହେବା,
    ତା’ପରେ ଦେଖିବା ତାଙ୍କର କ’ଣ ହେଉଛି।
ସେମାନେ ବିଦ୍ରୋହୀ ଲୋକ
    ସେମାନେ ଏପରି ସନ୍ତାନ ଯେଉଁମାନଙ୍କର କିଛି ବିଶ୍ୱସ୍ତତା ନାହିଁ
21 ଯେଉଁମାନେ ଦେବତା ନୁହନ୍ତି ସେମାନଙ୍କ ସହିତ ମୋତେ ଈର୍ଷା ପରାୟଣ କଲେ।
    ସେମାନେ ସେମାନଙ୍କର ଅସାରତା ଦ୍ୱାରା ମୋତେ ବିରକ୍ତ କଲେ।
ସେଥିପାଇଁ ମୁଁ ଇସ୍ରାଏଲକୁ ଈର୍ଷାନ୍ୱିତ କରାଇବି ସେହିମାନଙ୍କ ମାଧ୍ୟମରେ ଯେଉଁମାନେ ପ୍ରକୃତ ଜାତି ନୁହନ୍ତି।
    ମୁଁ ସେମାନଙ୍କୁ ମୂର୍ଖ ଗୋଷ୍ଠୀ ଦ୍ୱାରା ବିରକ୍ତ କରାଇବି।
22 ମୋ’ କ୍ରୋଧରେ ଅଗ୍ନି ପ୍ରଜ୍ୱଳିତ ହେବ,
    ଯାହା ପାତାଳ ପର୍ଯ୍ୟନ୍ତ ଜଳୁଛି।
ଏହା ପୃଥିବୀର ସମସ୍ତ ଦେଶକୁ ଓ ସମସ୍ତ ଉତ୍ପନ୍ନ ବସ୍ତୁକୁ ଗ୍ରାସ କରିବ।
    ଏହା ପର୍ବତର ମୂଳଦୁଆକୁ ମଧ୍ୟ ପୋଡ଼ି ପକାଇବ।

23 “‘ଆମ୍ଭେ ଇସ୍ରାଏଲୀୟମାନଙ୍କ ଉପରେ ଅମଙ୍ଗଳ ଦେବା।
    ଆମ୍ଭେ ଆପଣା ବାଣସବୁ ସେମାନଙ୍କ ଉପରେ ବ୍ୟୟ କରିବା।
24 ସେମାନେ ଭୋକ ଯୋଗୁଁ କ୍ଷୀଣ ହେବେ।
    ସେମାନେ ବ୍ୟାଧିର ଜ୍ୱଳାରେ ଓ ବିଷାକ୍ତ ମହାମାରୀରେ ଗ୍ରାସିତ ହେବେ।
ମୁଁ ସେମାନଙ୍କ ବିରୁଦ୍ଧରେ ସେମାନଙ୍କୁ ଦଂଶନ କରିବା ପାଇଁ ବନ୍ୟଜନ୍ତୁମାନଙ୍କୁ,
    ଏବଂ ଧୂଳିରେ ଗୁରୁଣ୍ଡୁଥିବା ବିଷାକ୍ତ ପୋକଜୋକ ପଠାଇବି।
25 ରାସ୍ତାରେ ସୈନ୍ୟମାନେ ସେମାନଙ୍କୁ ହତ୍ୟା କରିବେ।
    ସେମାନଙ୍କ ଗୃହରେ ଭୟଙ୍କର କାର୍ଯ୍ୟମାନ ହେବ।
ସୈନ୍ୟମାନେ ଯୁବକ ଓ ଯୁବତୀମାନଙ୍କୁ ହତ୍ୟା କରିବେ।
    ସେମାନେ ବୁଢ଼ା ଓ ପିଲାମାନଙ୍କୁ ହତ୍ୟା କରିବେ।

26 “‘ଆମ୍ଭେ ଚିନ୍ତା କଲୁ ଇସ୍ରାଏଲୀୟମାନଙ୍କୁ ଧ୍ୱଂସ କରିବା ପାଇଁ।
    ତେଣୁ ଲୋକମାନେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଭୁଲିଯିବେ।
27 କିନ୍ତୁ ଆମ୍ଭେ ଜାଣୁ ତାଙ୍କର ଶତ୍ରୁମାନେ କ’ଣ କହିବେ।
    ଶତ୍ରୁମାନେ ବୁଝି ପାରୁ ନ ଥିବେ।
ସେମାନେ ଏପରି କହି ପାରନ୍ତି,
    “ସଦାପ୍ରଭୁ ଇସ୍ରାଏଲକୁ ଧ୍ୱଂସ କରି ନାହାନ୍ତି। ଆମ୍ଭେ ଆପଣା ଶକ୍ତି ବଳରେ ସେମାନଙ୍କୁ ଜିତିଛୁ।’”

28 “ଇସ୍ରାଏଲର ଲୋକମାନେ ଯୁକ୍ତିହୀନ।
    ସେମାନେ ବୁଝିପାରନ୍ତି ନାହିଁ।
29 ଯଦି ସେମାନେ ବୁଦ୍ଧିଆ ହୁଅନ୍ତେ,
    ସେମାନେ ବୁଝିପାରନ୍ତେ, ସେମାନେ ଜାଣିପାରନ୍ତେ କ’ଣ ଘଟିବାକୁ ଯାଉଛି ସେମାନଙ୍କ ପାଇଁ।
30 ଜଣେ ଲୋକ କ’ଣ ହଜାରେ ଲୋକଙ୍କୁ ଗୋଡ଼ାଇ ପାରିବ?
    ଦୁଇଜଣ ଲୋକ କ’ଣ ଦଶହଜାର ଲୋକଙ୍କୁ ଘଉଡ଼ାଇ ଦେଇ ପାରିବେ?
ତାହା ଘଟିବ କେବଳ
    ଯଦି ସଦାପ୍ରଭୁ ସେମାନଙ୍କୁ ତାଙ୍କର ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରନ୍ତି।
31 ସେମାନଙ୍କର ‘ଶୈଳ’ ଆମ୍ଭମାନଙ୍କର ଦେବତାମାନଙ୍କ ତୁଲ୍ୟ ନୁହଁ।
    ଏବଂ ଆମ୍ଭର ଶତ୍ରୁମାନେ ଆମ୍ଭର ବିଗ୍ଭରକ।
32 ଏପରିକି ଆମ୍ଭର ଶତ୍ରୁଗଣ ତାହା ଜାଣନ୍ତି।
    ସେମାନଙ୍କର ଦ୍ରାକ୍ଷାକ୍ଷେତ୍ର ସଦୋମ ଏବଂ ଗମୋରର ଦ୍ରାକ୍ଷା ତୁଲ୍ୟ।
ସେମାନଙ୍କର ଦ୍ରାକ୍ଷାଫଳ ବିଷାକ୍ତ।
    ସେମାନଙ୍କର ଦ୍ରାକ୍ଷାଗୁଚ୍ଛସବୁ ତିକ୍ତ।
33     ସେମାନଙ୍କର ଦ୍ରାକ୍ଷାରସ ସର୍ପ ବିଷ ତୁଲ୍ୟ ବିଷମୟ ଅଟେ।

34 “ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ଏହାକୁ ସଞ୍ଚିତ ରଖିଛୁ।
    ଆମ୍ଭେ ଏହାକୁ କ’ଣ ଭଣ୍ତାରରେ ସାଇତି ରଖି ନାହୁଁ।
35 ମୁଁ ପ୍ରତିଶୋଧ ନେବି।
    ମୁଁ ସେମାନଙ୍କର ପ୍ରାପ୍ୟ ଦେବି।
ସେମାନଙ୍କର ପାଦ ଖସିଯିବା ପର୍ଯ୍ୟନ୍ତ ଅପେକ୍ଷା କରିବି।
    ସେମାନଙ୍କର ଅସୁବିଧାର ସମୟ ନିକଟ ହୋଇ ଆସୁଛି।’

36 “ସଦାପ୍ରଭୁ ତାଙ୍କର ଲୋକମାନଙ୍କର ବିଗ୍ଭର କରିବେ।
    କାରଣ ସେମାନେ ତାଙ୍କର ଦାସ।
    ସଦାପ୍ରଭୁ ସେମାନଙ୍କୁ ବିନାଶ କରିବା ବିଷୟରେ ନିଜ ମନ ପରିବର୍ତ୍ତନ କରିବେ।
କାରଣ ସେ ଦେଖିବେ ଯେ ତାଙ୍କର ଶକ୍ତି ଗ୍ଭଲିଯାଇଛି
    ଏବଂ ସେମାନେ କିଛି ନୁହଁ, କେବଳ ଆତ୍ମରକ୍ଷାହୀନ ଓ ଭୀତସ୍ରତ।
37 ଏହା ପରେ ସଦାପ୍ରଭୁ ପୁଣି କହିବେ, ‘ସେମାନଙ୍କର ଦେବତାମାନେ କାହାନ୍ତି?
    ଯେଉଁ “ଶୈଳ”ରେ ସେମାନେ ଆଶ୍ରୟ ନେଲେ ସେ କାହିଁ।
38 ସେମାନଙ୍କର ଭଣ୍ତ ଦେବତା, ଯେଉଁମାନେ ବଳି ମେଦ ଭୋଜନ କଲେ
    ଏବଂ ଯେଉଁମାନେ ପେୟନୈବେଦ୍ୟର ଦ୍ରାକ୍ଷାରସ ପାନ କଲେ, ସେମାନେ କାହାନ୍ତି?
ସେମାନେ ଆସି ସେମାନଙ୍କ ସାହାଯ୍ୟ କରନ୍ତୁ।
    ସେମାନେ ସେମାନଙ୍କୁ ସୁରକ୍ଷା ଦିଅନ୍ତୁ।

39 “‘ଏବେ ଦେଖ ଆମ୍ଭେ କେବଳ ପରମେଶ୍ୱର ଅଟୁ।
    ଆଉ କୌଣସି ଅନ୍ୟ ଦେବତା ନାହିଁ।
ଆମ୍ଭେ ମରଣ ଦେଉ,
    ଆମ୍ଭେ ଜୀବନ ଦାନ କରୁ।
ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରୁ।
    କୌଣସି ବ୍ୟକ୍ତି ଆମ୍ଭ ଶକ୍ତିଠାରୁ ରକ୍ଷା କରି ପାରିବ ନାହିଁ
40 ଆମ୍ଭେ ଆକାଶ ଆଡ଼େ ହାତ ଉଠାଇ କହୁ, ଏହି ପ୍ରତିଜ୍ଞା କରୁ।
    ଆମ୍ଭେ ଯେ ଅନନ୍ତ ଜୀବି ଅଟୁ।
41 ଆମ୍ଭେ ଆପଣା
    ବଜ୍ରତୁଲ୍ୟ ଖ‌ଡ଼୍‌ଗରେ ଶାଣ ଦେଲେ,
ବିଗ୍ଭର ସାଧନ କରିବା ପାଇଁ ହସ୍ତକ୍ଷେପ କଲେ, ଆମ୍ଭେ ଆପଣା ବିପକ୍ଷଗଣ ବିରୁଦ୍ଧରେ ପରିଶୋଧ ନେବା।
    ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି ସେମାନଙ୍କର ଦୋଷ ଅନୁଯାୟୀ ଦଣ୍ତ ଦେବା।
42 ମୋର ବାଣମାନ ତାଙ୍କ ରକ୍ତରେ ମାତାଲ ହେବ
    ଏବଂ ମୋ’ ଖ‌ଡ଼୍‌ଗ ମୋର ଶତ୍ରୁମାନଙ୍କର ମାଂସକୁ ଗ୍ରାସ କରିବ, ସେମାନଙ୍କର ରକ୍ତ ରଂଜିତ ଶରୀରରୁ କେଶପୂର୍ଣ୍ଣ ମୁଣ୍ଡ ପର୍ଯ୍ୟନ୍ତ।’

43 “ହେ ଜାତିଗଣ, ତାଙ୍କର ଲୋକମାନଙ୍କ ପାଇଁ ଗାନ କର।
    କାରଣ ସେ ଆପଣା ଦାସମାନଙ୍କର ରକ୍ତପାତର ପ୍ରତିଶୋଧ ନେବେ।
ସେ ଆପଣା ବିପକ୍ଷଗଣଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବେ।
    ପୁଣି ସେ ଆପଣା ଦେଶ ଓ ଆପଣା ଲୋକମାନଙ୍କ ନିମନ୍ତେ ପ୍ରତିଶୋଧ ନେବେ ଏବଂ ତାଙ୍କର ଦେଶ ନିମନ୍ତେ ସେ ପ୍ରାୟଶ୍ଚିତ କରିବେ।”

ମୋଶା ତାଙ୍କର ସଂଗୀତଗୁଡ଼ିକ ଲୋକମାନଙ୍କୁ ଶିକ୍ଷା ଦେଲେ

44 ମୋଶା ଏବଂ ନୂନର ପୁତ୍ର ଯିହୋଶୂୟ ଇସ୍ରାଏଲ ଲୋକମାନଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ।

45 ମୋଶା ତାଙ୍କର ସମସ୍ତ ଲୋକମାନଙ୍କୁ ଶିକ୍ଷା ଦେଇସାରିବା ପରେ, 46 ସେ ସେମାନଙ୍କୁ କହିଲେ, “ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁସବୁ କଥା କହିଲି, ତୁମ୍ଭେମାନେ ସେଥିପ୍ରତି ଧ୍ୟାନ ଦିଅ। ଏବଂ ତୁମ୍ଭେମାନେ ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଏହା ଶିକ୍ଷା ଦେଇ ସେହି ବିଧି ଅନୁସାରେ ଚଳିବାକୁ ନିର୍ଦ୍ଦେଶ ଦିଅ। 47 କେବେବି ଏପରି ଭାବ ନାହିଁ ଯେ, ଏହିସବୁ କଥା ମୂଲ୍ୟହୀନ ବୋଲି। ସେଥିରେ ତୁମ୍ଭର ଜୀବନ ନିହିତ ଅଛି। ଏହି ଶିକ୍ଷା ଅନୁସରଣ କରି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥ ଯେଉଁ ଦେଶକୁ ଅଧିକାର କରିବାକୁ ଯାଉଅଛ, ସେଠାରେ ଦୀର୍ଘ ଜୀବନ ଲାଭ କରିବ।”

ମୋଶା ନବୋ ପର୍ବତ ଉପରକୁ ଗଲେ

48 ସେହି ଦିନ ମୋଶାଙ୍କୁ ସଦାପ୍ରଭୁ କହିଲେ, 49 “ତୁମ୍ଭେ ଅବାରୀମ ପର୍ବତ ଉପରକୁ ଯାଅ। ଯିରୀହୋ ସମ୍ମୁଖସ୍ଥ ମୋୟାବ ଦେଶସ୍ଥ ନବୋ ପର୍ବତ ଉପରକୁ ଯାଅ। ଏହା ପରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଦେବାକୁ ଥିବା ଦେଶ ତୁମ୍ଭେ ଦେଖି ପାରିବ। 50 ତୁମ୍ଭର ଭାଇ ହାରୋଣ ଯେପରି ହୋର ପର୍ବତ ଉପରେ ମରି ଆପଣା ଲୋକମାନଙ୍କ ନିକଟକୁ ଗଲା, ଠିକ୍ ସେହିପରି ତୁମ୍ଭେ ସେଠାରେ ପର୍ବତର ଶିର୍ଷ ଦେଶରେ ମୃତ୍ୟୁବରଣ କରିବ ଓ ତୁମ୍ଭେ ତୁମ୍ଭର ସ୍ୱର୍ଗସ୍ଥ ଲୋକମାନଙ୍କ ନିକଟକୁ ଗ୍ଭଲିଯିବ। 51 କାରଣ ତୁମ୍ଭେମାନେ ଉଭୟେ ସେଠାରେ ମୋ’ ବିରୁଦ୍ଧରେ ପାପ କରି ଥିଲ। ସିନ୍ ପ୍ରାନ୍ତରରେ କାଦେଶସ୍ଥ ମିରୀବାଃ ଜଳ ନିକଟରେ ଥିଲ। ସେଠାରେ ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ସମ୍ମୁଖରେ ମୋ’ ବିରୁଦ୍ଧରେ ପାପ କରିଥିଲ। ମୁଁ ପବିତ୍ର ବୋଲି ତୁମ୍ଭେ ମୋତେ ସମ୍ମାନ କରି ନ ଥିଲ। 52 ତେଣୁ ବର୍ତ୍ତମାନ ତୁମ୍ଭେ ଦେଖି ପାରିବ ସେହି ଦେଶ, ଯାହା ଆମ୍ଭେ ଇସ୍ରାଏଲ ଲୋକମାନଙ୍କୁ ଦେବାକୁ ଯାଉଅଛୁ। କିନ୍ତୁ ତୁମ୍ଭେ ସେଠାକୁ ଯାଇପାରିବ ନାହିଁ।”

ମୋଶା ଲୋକମାନଙ୍କୁ ଆଶୀର୍ବାଦ କଲେ

33 ମୋଶା ଏହି ଆଶୀର୍ବାଦମାନ ଦେଇଥିଲେ, ଯେ କି ପରମେଶ୍ୱରଙ୍କର ଲୋକ ଇସ୍ରାଏଲକୁ ମଲା ପୂର୍ବରୁ ଦେଇଥିଲେ।

ମୋଶା ଆଶୀର୍ବାଦ କଲେ ଏବଂ କହିଲେ,

    “ସଦାପ୍ରଭୁ ସୀନୟରୁ ଉଜ୍ଜ୍ୱଳ ଆଲୋକରେ ଆସିଲେ, ସେ ସେୟୀରରୁ ସେମାନଙ୍କ ପ୍ରତି ଉଦିତ ହେଲେ।
    ସେ ଆଲୋକବର୍ତ୍ତୀକା ରୂପେ ପାରଣ ପର୍ବତରୁ ପ୍ରକାଶିତ ହେଲେ।
ସେ ଦଶହଜାର ପବିତ୍ର ପ୍ରାଣୀଙ୍କ ସହିତ ଆସିଲେ।
    ତାହାଙ୍କ ଦକ୍ଷିଣ ହସ୍ତରୁ ଅଗ୍ନିଶିଖା ଆସିଲା।
ହଁ, ସେ ଲୋକମାନଙ୍କୁ ପ୍ରେମ କରନ୍ତି।
    ତାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସେମାନେ ତୁମ୍ଭର ଚରଣ ତଳେ ବସିଲେ।
ପ୍ରତ୍ୟେକ ଲୋକ ତୁମ୍ଭ ବାକ୍ୟ ଗ୍ରହଣ କରିବେ।
ମୋଶା ଆମ୍ଭକୁ ନିୟମ ଗୁଡ଼ିକ ଶିକ୍ଷା ଦେଲେ,
    ତାହା ଯାକୁବର ଲୋକମାନଙ୍କର ଚିରସ୍ଥାୟୀ ଅଧିକାର।
ଲୋକମାନଙ୍କ ପ୍ରଧାନବର୍ଗର ସମାଗମ ସମୟରେ,
    ସମସ୍ତ ଇସ୍ରାଏଲ ବଂଶ ଏକତ୍ର ହେବା ବେଳେ
    ସଦାପ୍ରଭୁ ଯିଶୁରୁଣରେ ରାଜାଥିଲେ।

ରୁବେ‌‌‌ନ୍‌‌କୁ ଆଶୀର୍ବାଦ

“ରୁବେନ୍ ବଞ୍ଚିରହୁ, ଏବଂ ତାଙ୍କର ମୃତ୍ୟୁ ନ ହେଉ,
    କିଅବା ତାଙ୍କ ଗୋଷ୍ଠୀ ଅଳ୍ପସଂଖ୍ୟକ ନ ହୁଅନ୍ତୁ।”

ଯିହୁଦାକୁ ଆଶୀର୍ବାଦ

ଯିହୁଦାଙ୍କ ପ୍ରତି ଆଶୀର୍ବାଦ ଏହି,

“ହେ ସଦାପ୍ରଭୁ, ଯିହୁଦା ଯେତେବେଳେ ସାହାଯ୍ୟ ପ୍ରାର୍ଥନା କରିବ ତାଙ୍କୁ ସାହାଯ୍ୟ କର।
    ତା’ର ନିଜ ଲୋକଙ୍କ ନିକଟକୁ ତାଙ୍କୁ ଆଣ।
ତାଙ୍କୁ ଶକ୍ତିଶାଳୀ କରାଅ ଏବଂ ତାଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ତାଙ୍କୁ ସାହାଯ୍ୟ କର।”

ଲେବୀକୁ ଆଶୀର୍ବାଦ

ମୋଶା ଲେବୀଙ୍କ ବିଷୟରେ ଏହି କଥା କହିଲେ,

“ଲେବୀ ତୁମ୍ଭର ଅନୁସରଣକାରୀ ଲୋକ।
    ସଦାପ୍ରଭୁ, ତୁମ୍ଭର ତୁମ୍ମୀମ୍ ଓ ଊରୀମ୍ ତୁମ୍ଭ ଧାର୍ମିକ ପୁରୁଷ ସହିତ ଅଛି।
ତୁମ୍ଭେ ମଃସାରେ ତାହାର ପରୀକ୍ଷା କଲ।
ମିରୀବାଃ ଜଳ ନିକଟରେ ତୁମ୍ଭେ ତାଙ୍କୁ ବିରୋଧ କଲ ଏବଂ ତୁମ୍ଭେ ସେଠାରେ ଜାଣିଲ ଯେ, ସେ ତୁମ୍ଭର ଲୋକ।
ସେ ଆପଣା ପିତା ଓ ଆପଣା ମାତା ବିଷୟରେ କହିଲେ, ଆମ୍ଭେ ତାହାକୁ ଦେଖି ନାହୁଁ,
ସେ ଆପଣା ଭାଇମାନଙ୍କୁ ମଧ୍ୟ ଚିହ୍ନିଲେ ନାହିଁ
କିଅବା ଆପଣା ସନ୍ତାନମାନଙ୍କୁ ଚିହ୍ନିଲେ ନାହିଁ।
କିନ୍ତୁ ସେମାନେ ତୁମ୍ଭର ବାକ୍ୟ ମାନି ଅଛନ୍ତି।
    ତୁମ୍ଭର ନିୟମ ରକ୍ଷା କରିଛନ୍ତି।
10 ସେମାନେ ଯାକୁବଙ୍କୁ ତୁମ୍ଭର ଶିକ୍ଷା ଓ ଇସ୍ରାଏଲରେ ତୁମ୍ଭର ବ୍ୟବସ୍ଥା ଶିଖାଇବେ।
ସେମାନେ ତୁମ୍ଭ ସମ୍ମୁଖରେ ଧୂପକାଠି
    ଓ ତୁମ୍ଭ ଯଜ୍ଞବେଦି ଉପରେ ହୋମବଳି ରଖିବେ।

11 “ହେ ସଦାପ୍ରଭୁ, ତା’ର ସମ୍ପତ୍ତିକୁ ଆଶୀର୍ବାଦ କର।
    ତାଙ୍କ ହସ୍ତର କର୍ମମାନ ଗ୍ରହଣ କର।
ଯେଉଁମାନେ ତାହା ବିରୁଦ୍ଧରେ ଉଠନ୍ତି, ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି, ସେମାନଙ୍କର ବଳ ଭାଙ୍ଗି ପକାଅ।
    ଯେପରି ସେମାନେ ଆଉ ପୁନର୍ବାର ଉଠିପାରିବେ ନାହିଁ।”

ବିନ୍ୟାମୀନଙ୍କର ଆଶୀର୍ବାଦ

12 ମୋଶା ବିନ୍ୟାମୀନଙ୍କ ବିଷୟରେ କହିଲେ,

“ସଦାପ୍ରଭୁଙ୍କର ପ୍ରିୟ ଲୋକେ
    ବିନ୍ୟାମୀନଙ୍କ ନିକଟରେ ନିର୍ଭୟରେ ବାସ କରିବ।
ସେ ସର୍ବଦା ତାଙ୍କୁ ଆବୋରି ରଖନ୍ତି
    ଓ ସେ ତାହାର କାନ୍ଧଦ୍ୱୟ ମଧ୍ୟରେ ବାସ କରନ୍ତି।”

ଯୋଷେଫଙ୍କ ଆଶୀର୍ବାଦ

13 ମୋଶା ଯୋଷେଫଙ୍କ ବିଷୟରେ କହିଲେ,

“ସଦାପ୍ରଭୁ, ଯୋଷେଫଙ୍କର ଭୂମିକୁ ଆଶୀର୍ବାଦ କରନ୍ତୁ।
    ସଦାପ୍ରଭୁ ଆକାଶରୁ ଶିଶିର ବିନ୍ଦୁ ଓ ଧରଣୀ ଗଭୀରକୁ ତାଙ୍କର ଭୂମି ଯଥେଷ୍ଟ ପାଣି ପାଉ
    ଓ ତାଙ୍କର କ୍ଷେତ୍ରଗୁଡ଼ିକ ବାରିଧିରେ ପରିପୂର୍ଣ୍ଣ କରନ୍ତୁ।
14 ସୂର୍ଯ୍ୟ ତାଙ୍କୁ ଉତ୍ତମ ଫଳ ଦିଅନ୍ତୁ।
    ସେ ପ୍ରତ୍ୟେକ ମାସରେ ଉତ୍ତମ ଫଳ ଦାନ କରୁ।
15 ପୁରାତନ ପର୍ବତମାନ
    ଉତ୍ତମ ଦ୍ରବ୍ୟମାନରେ ପରିପୂର୍ଣ୍ଣ ହେଉ।
16 ପୃଥିବୀ ତା’ର ଉତ୍ତମତା ଯୋଷେଫଙ୍କୁ ଦେଉ।
    ଯିଏ ଜଳନ୍ତା ବୁଦାରେ ବାସ କରନ୍ତି ତାହାଙ୍କୁ ଆଶୀର୍ବାଦ କରନ୍ତୁ।
    ଯୋଷେଫଙ୍କ ମସ୍ତକରେ ଆଶୀର୍ବାଦ ପଡ଼ୁ।
    ଯିଏ କି ଭାଇମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କଲେ।
17 ଯୋଷେଫ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି।
    ତାଙ୍କର ଦୁଇପୁତ୍ର ତାଙ୍କର ଶିଙ୍ଗ ସଦୃଶ।
ସେମାନେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ
    ଏବଂ ପୃଥିବୀର ଶେଷ ସୀମାକୁ ସେମାନଙ୍କୁ ତଡ଼ି ଦେବେ।
ସେମାନେ ମନଃଶିର ହଜାର ହଜାର ଲୋକପରି,
    ଇଫ୍ରୟିମଙ୍କ ଦଶହଜାର ଲୋକଙ୍କ ତୁଲ୍ୟ।”

ସବୂଲୂନ୍ ଓ ଇଷାଖରଙ୍କୁ ଆଶୀର୍ବାଦ

18 ମୋଶା ସବୂଲୂନଙ୍କ ବିଷୟରେ ଏହିକଥା କହିଲେ,

“ହେ ସବୂଲୂନ୍, ଯେତେବେଳେ ତୁମ୍ଭେ ବାହାରକୁ ଯାଉଛ, ଖୁସୀ ହୁଅ।
    ଇଷାଖର ତୁମ୍ଭେ ଆପଣା ତମ୍ବୁରେ ଆନନ୍ଦିତ ହୁଅ।
19 ସେମାନେ ଲୋକମାନଙ୍କୁ ପର୍ବତକୁ ଡାକିବେ।
    ସେଠାରେ ଉତ୍ତମ ଧର୍ମବଳି ଉତ୍ସର୍ଗ କରିବେ।
କାରଣ ସେମାନେ ସମୁଦ୍ରର ବହୁଳ ପଦାର୍ଥ
    ଓ ବାଲୁକାର ଗୁପ୍ତଧନ ଉପଭୋଗ କରିବେ।”

ଗା‌ଦ୍‌ର ଆଶୀର୍ବାଦ

20 ମୋଶା ଗା‌ଦ୍‌ର ବିଷୟରେ ଏହିସବୁ କହିଲେ,

“ପରମେଶ୍ୱରଙ୍କର ପ୍ରଶଂସା ଗାନ କର ଯେ ଗା‌ଦ୍‌କୁ ବିସ୍ତାର କରିଛନ୍ତି।
    ଗାଦ୍ ହେଉଛନ୍ତି ସିଂହ ପରି, ସେ ଶୋଇ ରହେ ଓ ଅପେକ୍ଷା କରେ।
    ଏହା ପରେ ଅପେକ୍ଷା କରି ପଶୁମାନଙ୍କୁ ଚିରି ବିଦୀର୍ଣ୍ଣ କରେ।
21 ସେ ଆପଣା ପାଇଁ ପ୍ରଥମ ଅଂଶ ମନୋନୀତ କରେ।
    ଆଦେଶକାରୀଙ୍କର ଭାଗ ସୁରକ୍ଷିତ ଅଛି।
ସେ ଲୋକମାନଙ୍କର ନେତୃବର୍ଗଙ୍କ ପାଖକୁ ଆସନ୍ତି।
    ସେ ଯାହା କରନ୍ତି ତାହା ସଦାପ୍ରଭୁଙ୍କ ପାଇଁ ଉତ୍ତମ।
    ସେ ଏପରି କରନ୍ତି ଯାହା ଇସ୍ରାଏଲବାସୀ ପାଇଁ ମଙ୍ଗଳ।”

ଦା‌ନ୍‌ର ଆଶୀର୍ବାଦ

22 ମୋଶା ଦା‌ନ୍‌ର ବିଷୟରେ ଏହିକଥା କହିଲେ,

“ଦାନ୍ ହେଉଛନ୍ତି ସିଂହ ଛୁଆ ପରି।
    ସେ ବାସନାରୁ କୁଦାମାରେ।”

ନପ୍ତାଲିଙ୍କର ଆଶୀର୍ବାଦ

23 ମୋଶା ନପ୍ତାଲିଙ୍କ ବିଷୟରେ ଏହିକଥା କହିଲେ,

“ନପ୍ତାଲି, ତୁମ୍ଭେ ଅମାପ ଧନର ଅଧିକାରୀ ହେବ।
    ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରିବେ।
    ତୁମ୍ଭେ ଗାଲିଲୀ ହ୍ରଦର ଦକ୍ଷିଣାଞ୍ଚଳ ସମସ୍ତ ଭୂମି ଅଧିକାର କରିବ।”

ଆଶେରର ଆଶୀର୍ବାଦ

24 ମୋଶା ଆଶେରଙ୍କର ବିଷୟରେ ଏହିକଥା କହିଲେ,

“ଆଶେର ସନ୍ତାନ ସନ୍ତତିରେ ଆଶୀର୍ବାଦ ପ୍ରାପ୍ତ ହେଉ।
    ସେ ଆପଣା ଭାତୃଗଣଙ୍କ ନିକଟରେ ଆଦୃତ ହେବ।
    ଏବଂ ସେ ଆପଣା ପାଦ ତୈଳରେ ବୁଡ଼ାଉ।
25 ତୁମ୍ଭ ନଗର ଫାଟକର ଅର୍ଗଳ ଲୌହର ଓ ପିତ୍ତଳର ହେବ।
    ତୁମ୍ଭର ଜୀବନକାଳ ମଧ୍ୟରେ ତୁମ୍ଭେ ଶକ୍ତିଶାଳୀ ହେବ।”

ମୋଶା ପରମେଶ୍ୱରଙ୍କର ପ୍ରଶଂସା କଲେ

26 “ହେ ଯିଶୁରୁଣ, ପରମେଶ୍ୱରଙ୍କ ପରି ଆଉ କେହି ନାହିଁ।
    ସେ ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଆକାଶରେ ଭ୍ରମଣ କରନ୍ତି।
    ତାଙ୍କର ମହିମା ବାଦଲ ଉପରେ ଆରୋହଣ କରେ।
27 ପରମେଶ୍ୱର ଅନନ୍ତକାଳସ୍ଥାୟୀ,
    ସେ ହେଉଛନ୍ତି ତୁମ୍ଭର ନିରାପଦର ସ୍ଥାନ।
ପରମେଶ୍ୱରଙ୍କର ଶକ୍ତି ଅନନ୍ତକାଳ।
    ସେ ତୁମ୍ଭ ପାଇଁ ସୁରକ୍ଷା ଦେଉଛନ୍ତି।
ପରମେଶ୍ୱର ତୁମ୍ଭ ଦେଶରୁ ତୁମ୍ଭ ଶତ୍ରୁମାନଙ୍କୁ ବିତାଡ଼ିତ କରିବେ।
    ସେ କହିବେ, ‘ଶତ୍ରୁମାନଙ୍କୁ ବିନାଶ କର।’
28 ତେଣୁ ଇସ୍ରାଏଲୀୟମାନେ ନିରାପଦରେ ବାସ କରି ପାରିବେ।
ଯାକୁବର ନିର୍ଝର ଏକାକୀ ଶସ୍ୟ ଓ ଦ୍ରାକ୍ଷାରସ ମୟ ଦେଶରେ ବାସ କଲା।
    ତାଙ୍କର ଆକାଶ ଶିଶିର ଝରାଏ।
29 ହେ ଇସ୍ରାଏଲୀୟ, ତୁମ୍ଭେମାନେ ଆଶୀର୍ବାଦ ଯୁକ୍ତ।
    ତୁମ୍ଭମାନଙ୍କ ସହିତ କିଏ ସମାନ ହେବେ ନାହିଁ।
ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
    ସଦାପ୍ରଭୁ ହେଉଛନ୍ତି ତୁମ୍ଭର ଉପକାର ରୂପ ଢାଲ
    ସଦାପ୍ରଭୁ ହେଉଛନ୍ତି ଏକ ଶକ୍ତିଶାଳୀ ଖ‌ଡ଼୍‌ଗ ସ୍ୱରୂପ।
ତୁମ୍ଭର ଶତ୍ରୁମାନେ ତୁମ୍ଭକୁ ଦେଖିଲେ ଡରିବେ
    ଏବଂ ତୁମ୍ଭେ ସେମାନଙ୍କ ପବିତ୍ର ସ୍ଥାନସବୁ ଦଳନ କରିବ।”

ମୋଶାଙ୍କର ମୃତ୍ୟୁ

34 ମୋଶା ନବୋ ପର୍ବତ ଉପରକୁ ଚଢ଼ିଲେ। ମୋୟାବର ପାଦ ଦେଶରୁ ପି‌ସ୍‌ଗା ପର୍ବତର ଶିର୍ଷ ପର୍ଯ୍ୟନ୍ତ ଆରୋହଣ କଲେ, ଯାହା ଯିରୀହୋ ସମ୍ମୁଖରେ ଥିଲା। ସଦାପ୍ରଭୁ ମୋଶାଙ୍କୁ ଗିଲିୟଦରୁ ଦାନ୍ ପର୍ଯ୍ୟନ୍ତ ସମସ୍ତ ଦେଶ ତାଙ୍କୁ ଦେଖାଇଲେ। ସଦାପ୍ରଭୁ ତାଙ୍କୁ ନପ୍ତାଲିଙ୍କର ସମସ୍ତ ଭୂମି ଇଫ୍ରୟିମ ଏବଂ ମନଃଶିଙ୍କର ସମସ୍ତ ଭୂମି ଦେଖାଇଲେ। ସେ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ଯିହୁଦାର ସମସ୍ତ ଦେଶ ତାଙ୍କୁ ଦେଖାଇଲେ। ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ। ପୁଣି ସଦାପ୍ରଭୁ ତାହାଙ୍କୁ କହିଲେ, “ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା ବୋଲି, ଯେଉଁ ଦେଶ ବିଷୟରେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ନିକଟରେ ଶପଥ କରିଥିଲୁ, ସେହି ଦେଶମାନ ଏହି। ‘ଆମ୍ଭେ ତାହା ତୁମ୍ଭକୁ ସ୍ୱଚକ୍ଷୁରେ ଦେଖାଇଲୁ। ମାତ୍ର ତୁମ୍ଭେ ଯର୍ଦ୍ଦନ ପାର ହୋଇ ସେଠାକୁ ଯିବ ନାହିଁ।‌’”

ତେଣୁ ସଦାପ୍ରଭୁଙ୍କର ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ। ସଦାପ୍ରଭୁ ମୋୟାବ ଦେଶରେ ବୈ‌‌‌ତ୍‌‌‌ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ତାହାଙ୍କୁ କରବ ଦେଲେ। ମାତ୍ର ତାଙ୍କର କବର ସ୍ଥାନ ଆଜି ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି। ମୋଶା ଯେତେବେଳେ ମୃତ୍ୟୁବରଣ କଲେ, ସେତେବେଳେ ତାଙ୍କୁ 120 ବର୍ଷ ବୟସ ହୋଇଥିଲା। ସେ ସେତେବେଳେ ତାଙ୍କର ଶକ୍ତି ହରାଇ ନ ଥିଲେ ଓ ତାଙ୍କର ଆଖି ଅତି ଉତ୍ତମ ଥିଲା। ଇସ୍ରାଏଲ ଲୋକମାନେ ମୋଶାଙ୍କ ପାଇଁ ତିରିଶ୍ ଦିନ ଧରି କାନ୍ଦିଲେ। ସେମାନେ ତାଙ୍କର ସମସ୍ତ ଦୁଃଖଦ ଦିନସବୁ ମୋୟାବର ସମତଳ ଭୂମିରେ କଟାଇଲେ।

ଯିହୋଶୂୟ ନୂତନ ନେତା ହେଲେ

ସେ ମଲା ପୂର୍ବରୁ ମୋଶା ଯିହୋଶୂୟଙ୍କର ମସ୍ତକରେ ହାତ ରଖିଲେ ଏବଂ ତାଙ୍କୁ ନୂଆ ପ୍ରତିନିଧି ରୂପେ ନିଯୁକ୍ତି କଲେ। ଏବଂ ସେ ତାଙ୍କୁ ନୂତନ ନେତାରୂପେ ନିଯୁକ୍ତି କଲେ। ଏହା ପରେ ନୂନର ପୁତ୍ର ଯିହୋଶୂୟ ଜ୍ଞାନ ଦାୟକ ଆତ୍ମାରେ ପରିପୂର୍ଣ୍ଣ ହେଲେ। ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଯିହୋଶୂୟଙ୍କ କଥା ଶୁଣିଲେ, ଯେପରି ସେମାନେ ମୋଶାଙ୍କ କଥା ଶୁଣିଥିଲେ ଓ ସେହି ଅନୁସାରେ କାର୍ଯ୍ୟ କରୁଥିଲେ।

10 ଇସ୍ରାଏଲ ଆଉ ଏପରି ଭବିଷ୍ୟ‌ଦ୍‌ବକ୍ତା ଦେଖି ନ ଥିଲେ। ଯିଏକି ସଦାପ୍ରଭୁଙ୍କ ଦ୍ୱାରା ନିଯୁକ୍ତି ହୋଇଥିଲେ ଓ ସଦାପ୍ରଭୁଙ୍କ ସହିତ ମୁହାଁମୁହିଁ କଥା ହୋଇଥିଲେ। 11 ସଦାପ୍ରଭୁ ମୋଶାଙ୍କୁ ମିଶରରେ ମହାନ ଆଶ୍ଚର୍ଯ୍ୟ କର୍ମମାନ କରିବାକୁ ପଠାଇଲେ। ଫାରୋ, ତାଙ୍କର ସମସ୍ତ ଦାସ ଏବଂ ମିଶରର ସମସ୍ତ ଲୋକ ସେହିସବୁ ଆଶ୍ଚର୍ଯ୍ୟ କର୍ମମାନ ଦେଖିଲେ। 12 କୌଣସି ଭବିଷ୍ୟ‌ଦ୍‌ବକ୍ତା ଆଜି ପର୍ଯ୍ୟନ୍ତ ଏପରି ମହା ଆଶ୍ଚର୍ଯ୍ୟ କର୍ମମାନ କରି ନାହାନ୍ତି ଯାହା ମୋଶା କରି ଦେଖାଇଛନ୍ତି। ମୋଶାଙ୍କ ଦ୍ୱାରା ହୋଇଥିବା ସେହି ସମସ୍ତ ଆଶ୍ଚର୍ଯ୍ୟ କର୍ମମାନ ସମସ୍ତ ଇସ୍ରାଏଲ ଲୋକ ଦେଖିଛନ୍ତି।

ମାର୍କ ଲିଖିତ ସୁସମାଗ୍ଭର 15:26-47

26 ଯୀଶୁଙ୍କ ବିରୁଦ୍ଧରେ ଗୋଟିଏ ଅଭିଯୋଗପତ୍ର ଫଳକ ଉପରେ ଲେଖା ଯାଇଥିଲା ଏ “ ଯିହୂଦୀମାନଙ୍କର ରାଜା।” 27 ଯୀଶୁଙ୍କ ସହିତ ଆଉ ଦୁଇଜଣ ଡକାୟତଙ୍କୁ ମଧ୍ୟ ସେମାନେ କ୍ରୁଶ ବିଦ୍ଧ କଲେ। ଜଣକୁ ତାହାଙ୍କର ଡାହାଣ ପଟେ ଓ ଆଉ ଜଣକୁ ବାମ ପଟେ କ୍ରୁଶ ବିଦ୍ଧ କରାଗଲା। 28 [a]

29 ଯୀଶୁଙ୍କ ପାଖଦେଇ ଗ୍ଭଲିଯାଉଥିବା ଲୋକେ ତାହାଙ୍କୁ ଅପମାନିତ କରୁଥିଲେ। ସେମାନେ ମୁଣ୍ଡ ହଲେଇ ହଲେଇ କହୁଥିଲେ, “ଆରେ ବାଃ, ତୁ ସେହି ଲୋକ, ଯିଏ ମନ୍ଦିରକୁ ଭାଙ୍ଗି ଦେଇ ତିନି ଦିନ ମଧ୍ୟରେ ତାହା ପୁଣି ତିଆରି କରି ଦେବୁ ବୋଲି କହୁଥିଲୁ। 30 ଏବେ କ୍ରୁଶ ଉପରୁ ଓହ୍ଲେଇ ଆସି ନିଜକୁ ରକ୍ଷା କର।”

31 ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଅନ୍ୟ ଲୋକମାନେ ଯୀଶୁଙ୍କୁ ଯେଭଳି ଭାବରେ ଥଟ୍ଟା କରୁଥିଲେ, ସେମାନେ ମଧ୍ୟ ଠିକ୍ ସେହିଭଳି ଯୀଶୁଙ୍କୁ ଥଟ୍ଟା କଲେ। ସେମାନେ କୁହାକୁହି ହେଉଥିଲେ, “ସେ ଅନ୍ୟକୁ ରକ୍ଷା କରୁଥିଲା, କିନ୍ତୁ ଏବେ ସେ ନିଜକୁ ରକ୍ଷା କରି ପାରିଲା ନାହିଁ। 32 ଯଦି ପ୍ରକୃତରେ ସେ ଖ୍ରୀଷ୍ଟ, ଇସ୍ରାଏଲର ରାଜା, ତେବେ ବର୍ତ୍ତମାନ ସେ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆସୁ। ନିଜକୁ ରକ୍ଷା କରୁ। ତା’ହେଲେ ଆମ୍ଭେମାନେ ତାହା ଦେଖିବା ଓ ତାକୁ ବିଶ୍ୱାସ କରିବା। ଯେଉଁମାନଙ୍କୁ ଯୀଶୁଙ୍କ ସହିତ ପାଖରେ କ୍ରୁଶ ବିଦ୍ଧ କରାଯାଉଥିଲା, ସେମାନ ମଧ୍ୟ ଯୀଶୁଙ୍କ ଅପମାନିତ କଲେ।

ଯୀଶୁଙ୍କ ମୃତ୍ୟୁ(A)

33 ଦ୍ୱିପ୍ରହର ବେଳକୁ ସମଗ୍ରଦେଶ ଉପରେ ଅନ୍ଧକାର ମାଡ଼ି ଆସିଲା। ଏହି ଅନ୍ଧକାର ଅପରାହ୍ନ ତିନିଟା ବେଳ ପର୍ଯ୍ୟନ୍ତ ରହିଲା। 34 ସେହି ସମୟରେ ଯୀଶୁ ବଡ଼ ପାଟିରେ କହି ଉଠିଲେ, “‌‌ଏଲୀ, ‌‌ଏଲୀ, ଲାମା ଶବ‌‌କ୍‌‌ଥାନୀ।” ଅର୍ଥାତ, “ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?”

35 ସେଠାରେ ଠିଆ ହୋଇଥିବା କେତେକ ଲୋକ ଏ କଥା ଶୁଣିଲେ। ସେମାନେ କହିଲେ, “ଶୁଣ, ସେ ଏଲିୟଙ୍କୁ ଡାକୁଛି।”

36 ସେଠାରୁ ଜଣେ ଲୋକ ଦୌଡ଼ିଯାଇ ଅମ୍ଳରସରେ ଭିଜାଇଥିବା ଗୋଟିଏ ସ୍ପ‌ଞ୍ଜ୍‌ଆଣିଲା। ସ୍ପ‌ଞ୍ଜ୍‌କୁ ଗୋଟିଏ ବାଡ଼ିରେ ବାନ୍ଧିଲା। ଯୀଶୁ ସ୍ପ‌ଞ୍ଜ୍‌ରୁ ଅମ୍ଳରସ ପିଇବେ ବୋଲି ସେ ବାଡ଼ିଟିର ସ୍ପ‌ଞ୍ଜ୍‌ ବନ୍ଧା ହୋଇଥିବା ପାଖଟି ତାହାଙ୍କ ଆଡ଼କୁ ବଢ଼ାଇଲା। ଲୋକଟି କହିଲା, “ଏବେ ଆମ୍ଭେ ଅପେକ୍ଷା କରିବା ଏବଂ ଏଲିୟ ଆସି ତାକୁ କ୍ରୁଶ ଉପରୁ ତଳକୁ ନେବାକୁ ଆସୁଛନ୍ତି କି ନାହିଁ, ଦେଖିବା।”

37 ତା’ପରେ ଯୀଶୁ ଉଚ୍ଚ ସ୍ୱରରେ ପାଟି କରି ପ୍ରାଣତ୍ୟାଗ କଲେ।

38 ଯୀଶୁ ଯେତେବେଳେ ପ୍ରାଣତ୍ୟାଗ କଲେ, ସେତେବେଳେ ମନ୍ଦିରର ପରଦା ଉପରୁ ତଳ ପର୍ଯ୍ୟନ୍ତ ଦୁଇଖଣ୍ଡ ହୋଇ ଚିରିଗଲା। 39 କ୍ରୁଶ ଆଗରେ ଠିଆ ହୋଇଥିବା ସେନାପତି ଯୀଶୁ କିପରି ପ୍ରାଣତ୍ୟାଗ କଲେ, ତାହା ଦେଖିଲେ। ସେ କହିଲେ, “ପ୍ରକୃତରେ ଏହି ଲୋକ ପରମେଶ୍ୱରଙ୍କ ପୁତ୍ର ଥିଲେ।”

40 କେତେକ ସ୍ତ୍ରୀଲୋକ କ୍ରୁଶଠାରୁ କିଛି ଦୂରରେ ଠିଆ ହୋଇ ଦେଖୁଥିଲେ। ସେମାନଙ୍କ ମଧ୍ୟରେ ମ‌ଗ୍‌ଦଲୀନୀ ସହରରୁ ଆସିଥିବା ମରିୟମ, ଶଲୋମୀ, ଯାକୁବ ଓ ଯୋସିଙ୍କ ମା ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା। 41 ଏହି ସ୍ତ୍ରୀଲୋକମାନେ ଯୀଶୁ ଗାଲିଲୀରେ ଥିବା ବେଳେ ତାହାଙ୍କର ସହିତ ଥିଲେ। ସେମାନେ ତାହାଙ୍କର ସେବାଯତ୍ନ କରୁଥିଲେ। ଅନ୍ୟ ଅନେକ ସ୍ତ୍ରୀଲୋକ ମଧ୍ୟ ସେଠାରେ ଥିଲେ। ସେମାନେ ଯୀଶୁଙ୍କ ସହିତ ଯିରୁଶାଲମକୁ ଆସିଥିଲେ।

ଯୀଶୁଙ୍କୁ ସମାଧି ଦିଆଗଲା(B)

42 ସନ୍ଧ୍ୟା ହୋଇଯାଇଥିଲା। ଏହି ଦିନଟି ଆୟୋଜନ ଦିବସ (ବିଶ୍ରାମ ଦିବସର ପୂର୍ବ ଦିନ) ଥିଲା। 43 ହାରାମାଥୀୟାର ଯିହୂଦୀ ଯୋସେଫ ମହାସଭାର ଜଣେ ସମ୍ମାନିତ ସଦସ୍ୟ ଥିଲେ ଓ ସେ ପରମେଶ୍ୱରଙ୍କ ରାଜ୍ୟ ଆସୁ ବୋଲି ଗ୍ଭହୁଁଥିଲେ। ସେ ସାହସର ସହିତ ପୀଲାତଙ୍କ ପାଖକୁ ଯାଇ ଯୀଶୁଙ୍କ ଶବକୁ ମାଗିଲେ।

44 ଯୀଶୁ ଏତେ ଶୀଘ୍ର ମରି ଯାଇ ସାରିଲେଣି ଶୁଣି ପୀଲାତ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଯୀଶୁଙ୍କୁ ଜଗିଥିବା ସେନାପତିଙ୍କୁ ଡକାଇଲେ। ପୀଲାତ ତାହାଙ୍କୁ ଯୀଶୁ ମରି ସାରିଲେଣି କି ନାହିଁ ପଗ୍ଭରିଲେ। 45 ସେନାପତି ଜଣକ ପୀଲାତଙ୍କୁ ଯୀଶୁ ପ୍ରାଣତ୍ୟାଗ କରି ସାରିଥିବା କଥା କହିଲେ। ତା’ପରେ ପୀଲାତ ଯୋସେଫଙ୍କୁ କହିଲେ ଯେ, ସେ ଯୀଶୁଙ୍କ ଶବ ନେଇ ଯାଇ ପାରିବେ।

46 ଯୋସେଫ ଖଣ୍ଡିଏ ବସ୍ତ୍ର କିଣିଲେ। ସେ ଶବକୁ କ୍ରୁଶ ଉପରୁ ତଳକୁ ଓହ୍ଲେଇ ଆଣିଲେ। ସେ ଶବକୁ ବସ୍ତ୍ରରେ ସମ୍ପୂର୍ଣ୍ଣ ଘୋଡ଼େଇ ଦେଲେ ଓ ପଥର କଟା ହୋଇ ତିଆରି ହୋଇଥିବା ଗୋଟିଏ କବରରେ ତାହାଙ୍କୁ ରଖିଦେଲେ। ଖଣ୍ଡିଏ ବଡ଼ ପଥର ଗଡ଼େଇ ଆଣି କବରର ମୁହଁକୁ ବନ୍ଦ କରିଦେଲେ। 47 ମ‌ଗ୍‌ଦଲୀନୀ ମରିୟମ ଓ ଯୋସିଙ୍କ ମା ଯୀଶୁଙ୍କୁ ଯେଉଁଠାରେ ରଖାଗଲା, ସେହି ସ୍ଥାନଟି ଦେଖିଲେ।

Oriya Bible: Easy-to-Read Version (ERV-OR)

2010 by World Bible Translation Center