Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 4-6

ପ୍ରଥମ ପରିବାର

ଯେତେବେଳେ ସେହି ମନୁଷ୍ୟ ତା’ର ସ୍ତ୍ରୀ ହବା ସହିତ ସହବାସ କଲା, ସେ ଗର୍ଭବତୀ ହେଲା ଏବଂ ଏକ ପୁତ୍ରକୁ ଜନ୍ମ ଦେଲା, ଯାହାକୁ ସେ କୟିନ କହିଲା। ହବା କହିଲା, “ସଦାପ୍ରଭୁଙ୍କ ସହାୟତାରେ ମୁଁ ଏକ ମନୁଷ୍ୟ ଜନ୍ମ କରିଛି।”

ଏହା ପରେ ହବା କୟିନର ଭାଇ ହେବଲଙ୍କୁ ଜନ୍ମ କଲା। ହେବଲ ମେଷପାଳକ ଓ କୟିନ କୃଷକ ହେଲେ।

ପ୍ରଥମ ହତ୍ୟା

3-4 କିଛି ସମୟ ପରେ, କୟିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲା ଏବଂ ହେବଲ ନିଜର ପ୍ରଥମଜାତ ମେଷ ଆଣିଲା ଏବଂ ସେମାନଙ୍କର ସର୍ବୋତ୍ତମ ଅଂଶ ପରମେଶ୍ୱରଙ୍କୁ ଉତ୍ସର୍ଗ କଲେ।

ସଦାପ୍ରଭୁ ହେବଲକୁ ଓ ତାହାର ନୈବେଦ୍ୟକୁ ଗ୍ରହଣ କଲେ। କିନ୍ତୁ ସଦାପ୍ରଭୁ କୟିନକୁ ଓ ତାହାର ନୈବେଦ୍ୟକୁ ଗ୍ରହଣ କଲେ ନାହିଁ। ଏଣୁ କୟିନ ବହୁତ କ୍ରୋଧ ଏବଂ ଦୁଃଖ କଲା। ସଦାପ୍ରଭୁ କୟିନକୁ ପଗ୍ଭରିଲେ, “କାହିଁକି ତୁମ୍ଭେ କ୍ରୋଧ କରୁଅଛ? ତୁମ୍ଭେ କାହିଁକି ଦୁଃଖ କରୁଛ? ତୁମ୍ଭେ ଯଦି ଠିକ୍ ବିଷୟ କରିବ, ତେବେ ମୁଁ ତୁମ୍ଭକୁ ଗ୍ରହଣ କରିବି। ଯଦି ତୁମ୍ଭେ ଭୁଲ୍ କର ତେବେ ତାହା ପାପ ହେବ। ପାପ ଏକ ପ୍ରାଣୀ ପରି, ତୁମ୍ଭ ଦ୍ୱାର ସମ୍ମୁଖରେ ନଇଁ କରି ତୁମ୍ଭ ଉପରେ ଝାମ୍ପମାରି ଧରିବାକୁ ଅପେକ୍ଷା କରିଅଛି। ତୁମ୍ଭେ ନିଶ୍ଚୟ ତା’ ଉପରେ ରାଜତ୍ୱ କରିବ।”

କୟିନ ତା’ର ଭାଇ ହେବଲକୁ କହିଲା, “ଗ୍ଭଲ କ୍ଷେତକୁ ଯିବା।” ତେଣୁ କୟିନ ଏବଂ ହେବଲ କ୍ଷେତକୁ ବାହାରି ଗଲେ। ଏହା ପରେ କୟିନ ହେବଲକୁ ଆକ୍ରମଣ କରି ହତ୍ୟା କଲା।

ଏହା ପରେ ସଦାପ୍ରଭୁ କୟିନକୁ କହିଲେ, “ତୁମ୍ଭର ଭାଇ ହେବଲ କେଉଁଠି?”

କୟିନ ଉତ୍ତର ଦେଲା, “ମୁଁ ଜାଣେ ନାହିଁ, ଏହା କ’ଣ ମୋର କାମ ଯେ ମୋର ଭାଇର ମୁଁ ଯତ୍ନ ନେବି ଓ ଜଗି ରହିବି?”

10 ଏହା ପରେ ସଦାପ୍ରଭୁ କହିଲେ, “ତୁମ୍ଭେ କ’ଣ କଲ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଛି। 11 ଭୂମିରେ ତୁମ୍ଭ ଭାଇର ରକ୍ତ ଢାଳିଲ। ସେଥିପାଇଁ ତୁମ୍ଭେ ଅଭିଶପ୍ତ ହେଲ ଏବଂ ତୁମ୍ଭକୁ ଭୂମିରୁ ବାହାର କରାଯିବ। 12 ଅତୀତରେ ଭୂମିରେ କୃଷିକର୍ମ କଲେହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ। ତୁମ୍ଭେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲୁଥିବ, ପୃଥିବୀରେ ତୁମ୍ଭର ଗୃହ ରହିବ ନାହିଁ।”

13 ଏହା ପରେ କୟିନ କହିଲା, “ମୋର ଦଣ୍ଡ ଅସହ୍ୟ! 14 ଆଜି ତୁମ୍ଭେ ମୋତେ ଏହି ଭୂମିରୁ ତଡ଼ି ଦେଲ, ତହିଁରେ ମୁଁ ତୁମ୍ଭଠାରୁ ଲୁକାୟିତ ହେବି। ମୁଁ ଏକ ପଳାତକ ଓ ପୃଥିବୀରେ ଭ୍ରମଣକାରୀ ହେବି। ଏପରି ହେବ ଯେ, କୌଣସି ଲୋକ ମୋତେ ପାଇଲେ ବଧ କରିବ।”

15 ଏହା ପରେ ସଦାପ୍ରଭୁ କୟିନକୁ କହିଲେ, “ମୁଁ ଏପରି ଘଟିବାକୁ ଦେବି ନାହିଁ! ଯଦି କୌଣସି ଲୋକ ତୁମ୍ଭକୁ ହତ୍ୟା କରେ, ତେବେ ମୁଁ ତାକୁ ଅଧିକରୁ ଅଧିକ ଦଣ୍ଡ ବିଧାନ କରିବି।” ଏହା ପରେ ସଦାପ୍ରଭୁ ପରମେଶ୍ୱର କୟିନକୁ ଏକ ଚିହ୍ନ ଦେଲେ। ଚିହ୍ନଟି ଦର୍ଶାଇଲା ଯେ, କେହି ତାକୁ ମାରିବା ଉଚିତ୍ ନୁହେଁ।

କୟିନର ପରିବାର

16 ଏହା ପରେ କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ଦେଶରେ ବାସ କଲା।

17 କୟିନ ତା’ର ସ୍ତ୍ରୀ ସହିତ ସହବାସ କଲା। ଏହା ପରେ ସେ ଗର୍ଭବତୀ ହୋଇ ଏକ ସନ୍ତାନ ଜନ୍ମ କଲା ଯାହାର ନାମ ଥିଲା ହନୋକ। କୟିନ ତା’ର ପୁତ୍ରର ନାମ ଅନୁସାରେ ଏକ ନଗର ନିର୍ମାଣ କଲା ଓ ତା’ର ନାମ ଦେଲା “ହନୋକ।”

18 ହନୋକର ଏକ ପୁତ୍ର ଥିଲା ଯାହାର ନାମ ଈରଦ। ଈରଦର ଏକ ପୁତ୍ର ଥିଲା ଯାହାର ନାମ ମହୁୟାୟେଲ। ମହୁୟାୟେଲର ଏକ ପୁତ୍ର ଥିଲା ଯାହାର ନାମ ମଥୁଶାୟେଲ ଓ ମଥୁଶାୟେଲର ଏକ ପୁତ୍ର ଥିଲା ଯାହାର ନାମ ଲେମକ।

19 ଲେମକ ଦୁଇଟି ସ୍ତ୍ରୀ ବିବାହ କଲେ, ଜଣକର ନାମ ଆଦା ଓ ଅନ୍ୟ ଜଣକର ନାମ ଥିଲା ସିଲ୍ଲା। 20 ଆଦା ଜାବଳକୁ ଜନ୍ମ ଦେଲା, ସେ ତମ୍ବୁନିବାସୀ ପଶୁପାଳମାନଙ୍କର ଆଦିପୁରୁଷ ଥିଲା ଓ ସେମାନେ ଗୋରୁଗାଈ ଚରାଇ ଜୀବିକା ନିର୍ବାହ କରୁଥିଲେ। 21 ଜାବଳର ଭାଇର ନାମ ଥିଲା ଯୁବଳ। ସେ ବୀଣା ଓ ବଂଶୀବାଦକମାନଙ୍କର ଆଦିପୁରୁଷ ଥିଲା। 22 ସିଲ୍ଲାର ଗର୍ଭରୁ ତୁବଲ-କୟିନ ଜନ୍ମ ହେଲା। ସେ ପିତ୍ତଳ ଓ ଲୌହର ନାନାପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା। ତୁବଲ-କୟିନର ନୟମା ନାମ୍ନୀ ଏକ ଭଉଣୀ ଥିଲା।

23 ଲେମକ ତା’ର ସ୍ତ୍ରୀମାନଙ୍କୁ କହିଲା,

“ହେ ଆଦା ଓ ସିଲ୍ଲା, ମୋ’ କଥା ଶୁଣ!
    ହେ ଲେମକର ସ୍ତ୍ରୀଗଣ, ତୁମ୍ଭେମାନେ ମୋ’ କଥା ଶୁଣ,
ଜଣେ ଲୋକ ମୋତେ ଆଘାତ ଦେଲା ତେଣୁ ମୁଁ ତାକୁ ମାରିଦେଲି।
    ଜଣେ ଶିଶୁ ମୋତେ ପ୍ରହାର କଲା ତେଣୁ ମୁଁ ତାକୁ ମାରିଦେଲି।
24 ଯେବେ କୟିନର ହତ୍ୟାର ପ୍ରତିଶୋଧ ବହୁତ ହେବ।
    ତେବେ ମୋତେ ହତ୍ୟା କରିବାର ଦଣ୍ଡ ତା’ଠାରୁ ଅନେକ ଗୁଣରେ କଠୋର ହେବ।”

ଆଦମ ଏବଂ ହବାଙ୍କର ଅନ୍ୟ ଏକ ପୁତ୍ର

25 ଆଦମ ପୁନର୍ବାର ତା’ର ସ୍ତ୍ରୀ ହବା ସହିତ ସହବାସ କଲା ଏବଂ ପୁଣି ସେ ଅନ୍ୟ ଏକ ପୁତ୍ର ସନ୍ତାନ ପ୍ରସବ କଲା, ତାକୁ ଶେଥ ବୋଲି ଡାକିଲା। ହବା କହିଲା, “ପରମେଶ୍ୱର ହେବଲର ପ୍ରତିବଦଳରେ ଆଉ ଗୋଟିଏ ପୁତ୍ର ଦେଇଛନ୍ତି, କାରଣ କୟିନ ତାହାକୁ ହତ୍ୟା କଲା।” 26 ଶେଥର ଏକ ପୁତ୍ର ଥିଲା, ସେ ତା’ର ନାମ ଈନୋଶ ଦେଇଥିଲା। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାକୁ ଆରମ୍ଭ କଲେ।

ଆଦମର ବଂଶାବଳୀର ଇତିହାସ

ଏହା ହେଉଛି ଆଦମର ବଂଶାବଳୀର ଇତିହାସ। ପରମେଶ୍ୱର ତାଙ୍କ ସାଦୃଶ୍ୟରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ଏବଂ ସେହି ଦିନ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ ସେମାନଙ୍କର ନାମ “ମନୁଷ୍ୟ” [a] ଦେଲେ।

ଆଦମକୁ 130 ବର୍ଷ ହେବା ପରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ଦେଖିବାକୁ ସେ ଠିକ୍ ଆଦମଙ୍କର ପରି ଥିଲା। ଆଦମ ତା’ର ନାମ ଶେଥ ଦେଇଥିଲା। ଶେଥର ଜନ୍ମ ପରେ ଆଦମ 800 ବର୍ଷ ବଞ୍ଚିଲା। ସେହି ସମୟରେ ଆଉ ପୁତ୍ରକନ୍ୟାମାନଙ୍କୁ ଜନ୍ମ କଲା। ଏହିପରି ଆଦମ ମୋଟ 930 ବର୍ଷ ବଞ୍ଚି ମୃତ୍ୟୁବରଣ କଲା।

ଶେଥ 105 ବର୍ଷ ବୟସରେ ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ଈନୋଶ। ଈନୋଶର ଜନ୍ମ ପରେ ଶେଥ 807 ବର୍ଷ ବଞ୍ଚିଲେ। ସେହି ସମୟ ମଧ୍ୟରେ ଶେଥର ଅନ୍ୟପୁତ୍ର ଓ କନ୍ୟାମାନେ ଜନ୍ମ ହେଲେ। ଏହା ପରେ ଶେଥ ମୋଟ 912 ବର୍ଷ ବଞ୍ଚିବା ପରେ ମୃତ୍ୟୁବରଣ କଲା।

ଈନୋଶର ନବେ ବର୍ଷ ବୟସରେ ତା’ର ଏକ ପୁତ୍ର ଜନ୍ମିଥିଲା। ତା’ର ନାମ ଥିଲା କୟିନାନ୍। 10 କୟିନାନର ଜନ୍ମ ପରେ ଈନୋଶ 815 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ତାହାର ଅନ୍ୟ ପୁତ୍ରକନ୍ୟାମାନ ଜନ୍ମ ହେଲେ। 11 ଏହିପରି ଈନୋଶ ମୋଟ 905 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା।

12 କୟିନାନ ସତୁରି ବର୍ଷ ବୟସରେ ତା’ର ଏକ ପୁତ୍ର ଜନ୍ମ କଲା, ତାହାର ନାମ ମହଲଲେଲ। 13 ମହଲଲେଲ ଜନ୍ମ ହେବାପରେ କୟିନାନ 840 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ କୟିନାନର ଅନ୍ୟ ପୁତ୍ର ଓ କନ୍ୟାଗଣ ଜନ୍ମ ହେଲେ। 14 ଏହିପରି ଭାବରେ କୟିନାନ 910 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା।

15 ମହଲଲେଲ ପଞ୍ଚଷଠି ବର୍ଷ ବୟସରେ ଯେରଦ ନାମକ ଏକ ପୁତ୍ର ସନ୍ତାନ ଜନ୍ମ କଲା। 16 ଯେରଦ ଜନ୍ମ ହେଲା ପରେ ମହଲଲେଲ 830 ବର୍ଷ ବଞ୍ଚିଲା ଏବଂ ସେହି ସମୟରେ ସେ ଅନ୍ୟ ପୁତ୍ର ଓ କନ୍ୟାମାନଙ୍କୁ ଜନ୍ମ କଲା। 17 ଏହିପରି ଭାବରେ ମହଲଲେଲ 895 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା।

18 ଯେରଦକୁ ଯେତେବେଳେ 162 ବର୍ଷ ବୟସ ହୋଇଥିଲା ସେ ସମୟରେ ତାଙ୍କର ଏକପୁତ୍ର ଜନ୍ମ ହେଲା, ତାହାର ନାମ ହନୋକ। 19 ହନୋକ ଜନ୍ମ ହେଲା ପରେ, ଯେରଦ 800 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ସେ ଅନ୍ୟ ପୁତ୍ର ଏବଂ କନ୍ୟାମାନଙ୍କୁ ଜନ୍ମ କଲା। 20 ଏହିପରି ଭାବରେ ଯେରଦ 962 ବର୍ଷ ବଞ୍ଚି ମୃତ୍ୟୁବରଣ କଲା।

21 ହନୋକ 65 ବର୍ଷ ବୟସରେ ତାଙ୍କର ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ମଥୂଶେଲହ। 22 ମଥୂଶେଲହ ଜନ୍ମ ହେବା ପରେ ହନୋକ 300 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କୁ ଅନୁସରଣ କଲେ। [b] ଆହୁରି ମଧ୍ୟ ଅନ୍ୟ ପୁତ୍ର ଏବଂ କନ୍ୟାଗଣ ତାଙ୍କଠାରୁ ଜନ୍ମ ନେଲେ। 23 ଏହିପରି ଭାବରେ ହନୋକ 365 ବର୍ଷ ବଞ୍ଚିଲେ। 24 ଦିନେ, ଯେତେବେଳେ ହନୋକ ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ, ସେ ଅନ୍ତର୍ଦ୍ଧାନ ହେଲେ, ଯେହେତୁ ତାଙ୍କୁ ପରମେଶ୍ୱର ନେଇଗଲେ।

25 ମଥୁଶେଲହ 187 ବର୍ଷ ବୟସରେ ତାଙ୍କର ଏକ ପୁତ୍ର ଜନ୍ମ କଲା। ତାହାର ନାମ ଲେମକ। 26 ଲେମକର ଜନ୍ମ ପରେ ମଥୂଶେଲହ 782 ବର୍ଷ ବଞ୍ଚିଲା ଏବଂ ସେ ଆହୁରି ଅନେକ ପୁତ୍ରକନ୍ୟାମାନଙ୍କୁ ଜନ୍ମ ଦେଇଥିଲା। 27 ମଥୁଶେଲହ ମୋଟ 969 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା।

28 ଯେତେବେଳେ ଲେମକକୁ 182 ବର୍ଷ ବୟସ ହୋଇଥିଲା, ତାଙ୍କର ଗୋଟିଏ ପୁତ୍ର ଜନ୍ମ ହେଲା। 29 ଲେମକ ତା’ର ନାମ ରଖିଲା ନୋହ। ସେ କହିଲା, “ପରମେଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭର କଠିନ ପରିଶ୍ରମକୁ ଲାଘବ କରିବା ପାଇଁ, ସେ ଆମ୍ଭମାନଙ୍କୁ ସାନ୍ତ୍ୱନା ଦେବ।”

30 ନୋହ ଜନ୍ମ ହେବାପରେ ଲେମକ 595 ବର୍ଷ ବଞ୍ଚିଲା ଏବଂ ଅନ୍ୟ ପୁତ୍ର ଏବଂ କନ୍ୟାମାନଙ୍କୁ ଜନ୍ମ ଦେଇଥିଲା। 31 ସେ ମୋଟ 777 ବର୍ଷ ବଞ୍ଚି ମୃତ୍ୟୁବରଣ କଲା।

32 ଏହା ପରେ ନୋହଙ୍କୁ ଯେତେବେଳେ 500 ବର୍ଷ ବୟସ ହୋଇଥିଲା ସେ ତାଙ୍କର ପୁତ୍ରମାନଙ୍କୁ ଜନ୍ମ ଦେଲେ। ତାଙ୍କର ନାମ ଥିଲା ଶେମ, ହାମ ଓ ଯେଫତ୍।

ଲୋକମାନେ ଦୁଷ୍ଟ ପ୍ରକୃତିର ହେଲେ

ପୃଥିବୀରେ ମନୁଷ୍ୟମାନଙ୍କର ସଂଖ୍ୟା ବଢ଼ିବାକୁ ଲାଗିଲା। ମନୁଷ୍ୟମାନଙ୍କର ଅନେକ କନ୍ୟାଜାତ ହେଲେ। 2-4 ପରମେଶ୍ୱରଙ୍କର ପୁତ୍ରଗଣ ଦେଖିଲେ, ସେହି କନ୍ୟାମାନେ ଦେଖିବାକୁ ବହୁତ ସୁନ୍ଦରୀ। ତେଣୁ ପରମେଶ୍ୱରଙ୍କର ପୁତ୍ରଗଣ ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କୁ ବିବାହ କଲେ। ସେହି ସ୍ତ୍ରୀମାନେ ପିଲାମାନଙ୍କୁ ଜନ୍ମ ଦେଲେ। ସେହି ସମୟରେ ଓ ପରେ ମଧ୍ୟ ପୃଥିବୀରେ ଦୈତ୍ୟମାନେ ଥିଲେ। ସେମାନେ ପୂର୍ବ ସମୟର ପ୍ରସିଦ୍ଧ ଯୋଦ୍ଧା ଥିଲେ।

ଏହା ପରେ ସଦାପ୍ରଭୁ କହିଲେ, “ଲୋକମାନେ ମନୁଷ୍ୟ ମାତ୍ର, ଆମ୍ଭର ଆତ୍ମା ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, କାରଣ ସେମାନେ କେବଳ ଶାରୀରିକ ଅଟନ୍ତି। ଏଥିପାଇଁ ସେମାନଙ୍କର ପରମାୟୁ 120 ବର୍ଷ ହେବ।”

ସଦାପ୍ରଭୁ ଦେଖିଲେ ପୃଥିବୀର ଲୋକମାନେ ବହୁତ ମନ୍ଦ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଲୋକମାନେ ସର୍ବଦା କେବଳ ମନ୍ଦ ବିଷୟ ଚିନ୍ତା କରୁଛନ୍ତି। ମନୁଷ୍ୟମାନଙ୍କୁ ଜନ୍ମ ଦେଇଥିବାରୁ, ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁଙ୍କ ହୃଦୟକୁ ଯନ୍ତ୍ରଣା ଦେଲା। ତେଣୁ ସଦାପ୍ରଭୁ କହିଲେ, “ମୁଁ ସମସ୍ତ ମନୁଷ୍ୟକୁ ଧ୍ୱଂସ କରି ଦେବି ଯାହା ମୁଁ ସୃଷ୍ଟି କରିଛି। ମୁଁ ସମସ୍ତ ମନୁଷ୍ୟ, ପଶୁ ଏବଂ ପ୍ରତ୍ୟେକ ଖେଚର ପ୍ରାଣୀମାନଙ୍କୁ ଧ୍ୱଂସ କରି ଦେବି। ଏବଂ ଆକାଶର ସମସ୍ତ ପକ୍ଷୀକୂଳକୁ ମଧ୍ୟ ଧ୍ୱଂସ କରି ଦେବି। କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ।”

କିନ୍ତୁ ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହର ପାତ୍ର ଥିଲେ।

ନୋହ ଏବଂ ପ୍ରଳୟଙ୍କାରି ବନ୍ୟା

ଏହା ନୋହଙ୍କର ବଂଶାବଳୀ ଅଟେ। ନୋହ ଜଣେ ଧାର୍ମିକ ଲୋକ ଥିଲେ ଏବଂ ସର୍ବଦା ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ। 10 ନୋହଙ୍କର ତିନୋଟି ପୁତ୍ର ଥିଲେ। ସେମାନେ ହେଲେ ଶେମ, ହାମ ଓ ଯେଫତ୍।

11-12 ପରମେଶ୍ୱର ପୃଥିବୀକୁ ନିରୀକ୍ଷଣ କଲେ ଓ ଦେଖିଲେ ଯେ, ପୃଥିବୀ ଭ୍ରଷ୍ଟାଗ୍ଭରିତା ହୋଇଅଛି। ସମସ୍ତ ସ୍ଥାନରେ ଅତ୍ୟାଗ୍ଭର ଥିଲା, ସବୁ ଲୋକମାନେ ମନ୍ଦ ଓ ନିଷ୍ଠୁର ହୋଇଛନ୍ତି। ପୃଥିବୀ ପୁରା ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଛି।

13 ତେଣୁ ପରମେଶ୍ୱର ନୋହଙ୍କୁ କହିଲେ, “ସମସ୍ତ ଲୋକ ପୃଥିବୀକୁ କ୍ରୋଧ ଓ ହିଂସାରେ ଛାରଖାର କରି ଦେଲେଣି। ତେଣୁ ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। 14 ତୁମ୍ଭେ ଗୋଫର କାଠର ଗୋଟିଏ ଜାହାଜ ନିର୍ମାଣ କର। ତା’ ମଧ୍ୟରେ ନାନା କୋଠରୀ ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର।

15 “ସେହି ଜାହାଜଟିକୁ ଏହିପରି ନିର୍ମାଣ କର ଯେ, ଏହାର ଲମ୍ବ ଯେପରି 300 ହାତ, ପ୍ରସ୍ଥ ପଗ୍ଭଶ୍ ହାତ ଏବଂ ତାହାର ଉଚ୍ଚତା ତିରିଶ୍ ହାତ ହେବ। 16 ଉପରୁ ଏକ ହାତ ଛାଡ଼ି ଝରକା କରିବ। ସେହି ଜାହାଜର ପାର୍ଶ୍ୱରେ ଗୋଟିଏ ଦ୍ୱାର ରହିବ। ଆଉ ତହିଁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଚଟାଣ ବନାଇବ।

17 “ମୁଁ ଏକ ପ୍ରଳୟଙ୍କାରୀ ବନ୍ୟା ପୃଥିବୀ ଉପରେ ଆଣିବି। ଆକାଶ ତଳେ ଥିବା ସମସ୍ତ ଜୀବସତ୍ତାକୁ ଧ୍ୱଂସ କରିବି। ପୃଥିବୀର ସମସ୍ତ ପ୍ରାଣୀ ମରିବେ। 18 ମୁଁ ତୁମ୍ଭ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିବି। ତୁମ୍ଭେ ତୁମ୍ଭର ସ୍ତ୍ରୀ ତୁମ୍ଭର ପୁତ୍ରମାନେ ଏବଂ ତୁମ୍ଭର ପୁତ୍ରମାନଙ୍କର ସ୍ତ୍ରୀମାନେ ସମସ୍ତେ ଜାହାଜକୁ ଯିବେ। 19 ପ୍ରାଣରକ୍ଷାର୍ଥେ ସର୍ବ ପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତ୍ତି ଆପଣା ସଙ୍ଗରେ ଧରି ଜାହାଜରେ ପ୍ରବେଶ କରିବ। 20 ସବୁପ୍ରକାର ପକ୍ଷୀ, ସର୍ବପ୍ରକାର ପଶୁ ଓ ସର୍ବ ପ୍ରକାର ଉରୋଗାମୀ ଜନ୍ତୁ ପ୍ରତ୍ୟେକ ଜାତିରୁ ଗୋଟିଏ ଗୋଟିଏ ଦମ୍ପତ୍ତି ଜୀବନ ରକ୍ଷା ପାଇଁ ତୁମ୍ଭ ନିକଟକୁ ଆସିବେ। 21 ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସବୁପ୍ରକାର ଖାଦ୍ୟ ସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ।”

22 ତହିଁରେ ନୋହ ସେହିପରି କଲେ। ନୋହ ପରମେଶ୍ୱରଙ୍କ ଆଜ୍ଞା ପାଳନ କଲେ।

ମାଥିଉ ଲିଖିତ ସୁସମାଗ୍ଭର 2

ଯୀଶୁଙ୍କୁ ଦେଖିବା ପାଇଁ ପଣ୍ଡିତମାନଙ୍କ ଆଗମନ

ହେରୋଦଙ୍କ [a] ରାଜତ୍ୱକାଳରେ ଯିହୂଦା ରାଜ୍ୟର ବେ‌‌‌‌‌‌ଥ୍‌‌‌‌‌‌ଲେହିମ ନଗରରେ ଯୀଶୁ ଜନ୍ମ ହେଲେ। ଯୀଶୁ ଜନ୍ମ ହେବା ପରେ ପୂର୍ବ ଦେଶର କେତେକ ପଣ୍ଡିତ ଯିରୁଶାଲମକୁ ଆସିଲେ। ସେମାନେ ପଗ୍ଭରିଲେ, “ଯିହୂଦୀମାନଙ୍କର ରାଜା ସେହି ନବଜାତ ଶିଶୁ କେଉଁଠାରେ? କାରଣ ଆମ୍ଭେ ପୂର୍ବ ଦେଶରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସେହି ତାରା ପ୍ରକାଶ କରେ ଯେ, ସେ ଜନ୍ମ ହୋଇଛନ୍ତି। ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।”

ରାଜା ହେରୋଦ ଯିହୂଦୀମାନଙ୍କର ଏହି ନୂଆ ରାଜାଙ୍କ କଥା ଶୁଣିଲେ, ସେଥିପାଇଁ ସେ ‌‌‌‌ଉ‌‌‌‌‌‌‌ଦ୍‌‌ବିଗ୍ନ ହେଲେ। ଯିରୁଶାଲମର ସବୁ ଲୋକ ମଧ୍ୟ ଚିନ୍ତିତ ହୋଇ ପଡ଼ିଲେ। ହେରୋଦ ଯିହୂଦା ସମାଜର ସମସ୍ତ ପ୍ରମୁଖ ଯାଜକ ଏବଂ ଧର୍ମଶାସ୍ତ୍ରୀମାନଙ୍କର ଗୋଟିଏ ବୈଠକ ଡାକିଲେ। ସେ ସେମାନଙ୍କୁ ପଗ୍ଭରିଲେ, ଖ୍ରୀଷ୍ଟ କେଉଁଠାରେ ଜନ୍ମ ହେବେ? ସେମାନେ କହିଲେ, “ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ ନଗରରେ। ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ଶାସ୍ତ୍ରରେ ଏସମ୍ପର୍କରେ ଲେଖିଛନ୍ତି:

‘ହେ ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ!
    ଯିହୂଦାର ଶାସକମାନଙ୍କ ଭିତରେ ତୁମ୍ଭେ ମହାନ।
ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହେବ,
    ଏବଂ ସେହି ଶାସକ ମୋର ଲୋକମାନଙ୍କୁ ଇସ୍ରାଏଲକୁ କଢ଼ାଇନେବେ।’” (A)

ତା’ପରେ ହେରୋଦ ପୂର୍ବଦେଶରୁ ଆସିଥିବା ପଣ୍ଡିତମାନଙ୍କ ସହିତ ଗୁପ୍ତ ବୈଠକ କଲେ। ସେମାନେ କେତେବେଳେ ପ୍ରଥମେ ସେହି ତାରା ଦେଖିଥିଲେ, ତାହାର ସଠିକ୍ ସମୟ ହେରୋଦ ପଣ୍ଡିତମାନଙ୍କଠାରୁ ବୁଝିନେଲେ। ହେରୋଦ ସେମାନଙ୍କୁ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ପଠାଇଲେ ଓ କହିଲେ, “ତୁମ୍ଭେମାନେ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ଯାଇ ଶିଶୁଟି ବିଷୟରେ ଯତ୍ନ ଭାବରେ ଖୋଜ ଖବର ନିଅ। ଯଦି ତୁମ୍ଭେ ତାକୁ ପାଇଯାଅ, ତେବେ ମୋତେ ଜଣାଅ। ତା’ପରେ ମୁଁ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବି।”

ପଣ୍ଡିତମାନେ ରାଜାଙ୍କ କଥା ଶୁଣି ‌ଗ୍ଭଲିଗଲେ। ଯେଉଁ ତାରାଟି ସେମାନେ ଆଗରୁ ପୂର୍ବ ଦେଶରେ ଦେଖିଥିଲେ, ପୁଣି ଥରେ ତାକୁ ଦେଖିଲେ। ସେହି ତାରାଟି ତାହାଙ୍କ ଆଗେ ଆଗେ ଗ୍ଭଲିଲା ଏବଂ ଯେଉଁଠାରେ ପିଲାଟି ଥିଲା, ସେହି ସ୍ଥାନ ଉପରେ ସ୍ଥିର ହୋଇ ରହିଗଲା। 10 ତାରା ଦେଖି ପଣ୍ଡିତମାନେ ବହୁତ ଖୁସୀ ହେଲେ ଏବଂ ଆନନ୍ଦରେ ପରିପୂର୍ଣ୍ଣ ହେଲେ।

11 ସେମାନେ ଘର ଭିତରକୁ ଗଲେ। ମା ମରିୟମଙ୍କ ପାଖରେ ପିଲାଟିକୁ ଦେଖିଲେ। ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କର ଉପାସନା କଲେ। ତା’ପରେ ସେମାନେ ଶିଶୁ ପାଇଁ ଆଣିଥିବା ଉପହାର ପେଡ଼ିଟି ଖୋଲିଲେ। ସେମାନେ ଶିଶୁକୁ ସୁନା, କୁନ୍ଦୁରୁ [b] ଓ ଗନ୍ଧରସ [c] ଉପହାର ଦେଲେ। 12 କିନ୍ତୁ ପରମେଶ୍ୱର ସେମାନଙ୍କୁ ହେରୋଦଙ୍କ ପାଖକୁ ଫେରି ନ ଯିବାକୁ ସ୍ୱପ୍ନରେ ସାବଧାନ କରାଇ ଦେଲେ। ତେଣୁ ସେମାନେ ଅନ୍ୟ ଏକ ପଥ ଦେଇ ନିଜ ଦେଶକୁ ଫେରିଗଲେ।

ଯୀଶୁଙ୍କ ବାପା-ମାଆ ତାହାଙ୍କୁ ମିଶରକୁ ନେଲେ

13 ପଣ୍ଡିତମାନେ ଗ୍ଭଲିଯିବାପରେ ପରମେଶ୍ୱରଙ୍କର ଜଣେ ଦୂତ ସ୍ୱପ୍ନରେ ଯୋଷେଫଙ୍କୁ ଦର୍ଶନ ଦେଇ କହିଲେ, “ଉଠ, ଶିଶୁଟିକୁ ଓ ତା’ ମାଙ୍କୁ ନେଇ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ। କାରଣ ହେରୋଦ ତାହାକୁ ମାରିଦେବା ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖୋଜିବ।”

14 ତେଣୁ ଯୋଷେଫ ଉଠିଲେ, ସେ ଶିଶୁ ଓ ତା’ ମାଙ୍କୁ ଧରି ମିଶର ଦେଶକୁ ଯିବା ପାଇଁ ରାତିରେ ବାହାରି ପଡ଼ିଲେ। 15 ସେଠାରେ ଯୋଷେଫ ହେରୋଦଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରହିଲେ। ପରମେଶ୍ୱର ତାହାଙ୍କ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କ ମାଧ୍ୟମରେ ଯାହା କହିଥିଲେ, ତାହା ସଫଳ କରିବା ପାଇଁ ଏସବୁ ଘଟିଲା। ପ୍ରଭୁ ପରମେଶ୍ୱର କହିଥିଲେ, “ମୁଁ ମୋର ପୁଅକୁ ମିଶରରୁ ବାହାରି ଆସିବାକୁ କହିଛି।” [d]

ହେରୋଦ ବେ‌‌‌‌‌‌ଥ୍‌‌‌‌‌‌ଲେହିମର ଶିଶୁ ପୁତ୍ରମାନଙ୍କୁ ହତ୍ୟା କଲେ

16 ହେରୋଦ ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନେଇ ଦେଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇ ବର୍ଷ ତଳର କଥା ହୋଇଥିବାରୁ ସେ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ଓ ତା’ ଆଖପାଖ ଅଞ୍ଚଳର ଦୁଇ ବର୍ଷ ବା ତା’ଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ୟା କରିବାକୁ ଆଦେଶ ଦେଲେ। 17 ଏହିଭଳି ଭାବରେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିରିମିୟଙ୍କ ମାଧ୍ୟମରେ କୁହାଯାଇଥିବା ପ୍ରଭୁଙ୍କ ବାକ୍ୟ ସଫଳ ହେଲା:

18 “ରାମାରେ ଏକ ଦୁଃଖଭରା ସ୍ୱର ଶୁଣାଗଲା।
    ତାହା ରୋଦନ ଓ ଅତିଶୟ ବିଳାପର ସ୍ୱର ଥିଲା।
ରାହେଲ ତା’ ପିଲାମାନଙ୍କ ପାଇଁ କାନ୍ଦୁଥିଲା।
    କେହିହେଲେ ତାକୁ ସାନ୍ତ୍ୱନା ଦେଇ ପାରିବେନି।
    କାରଣ ତା’ର ପିଲାମାନେ ମରିଯାଇଥିଲେ।”(B)

ଯୋଷେଫ ଓ ମରିୟମ ମିଶରରୁ ଫେରିଲେ

19 ହେରୋଦଙ୍କ ମୃତ୍ୟୁ ପରେ ମିଶରରେ ଯୋଷେଫଙ୍କୁ ସ୍ୱପ୍ନରେ ପ୍ରଭୁ ପରମେଶ୍ୱରଙ୍କର ଜଣେ ଦୂତ ଦେଖା ଦେଲେ। 20 ଦୂତ କହିଲେ, “ଉଠ, ପିଲାଟିକୁ ଓ ତା’ ମାକୁ ନେଇ ଇସ୍ରାଏଲ ଦେଶକୁ ଯାଅ। କାରଣ ଯେଉଁମାନେ ପିଲାଟିକୁ ମାରିଦେବାକୁ ଚେଷ୍ଟା କରୁଥିଲେ, ସେମାନେ ଏବେ ମରିଗଲେଣି।”

21 ତେଣୁ ଯୋଷେଫ ପ୍ରସ୍ତୁତ ହେଲେ, ସେ ପିଲାଟିକୁ ଓ ତା’ ମାକୁ ନେଇ ଇସ୍ରାଏଲ ଫେରିଗଲେ। 22 କିନ୍ତୁ ଯୋଷେଫ ଶୁଣିଲେ ଯେ, ହେରୋଦଙ୍କ ମୃତ୍ୟୁ ପରେ ତାହାଙ୍କ ପୁଅ ଆର୍ଖିଲାୟ ଯିହୂଦାରେ ରାଜା ହୋଇଛନ୍ତି। ତେଣୁ ସେ ସେଠାକୁ ଯିବାକୁ ଭୟ କଲେ। କିନ୍ତୁ ପରମେଶ୍ୱରଙ୍କଠାରୁ ସ୍ୱପ୍ନରେ ଆଦେଶ ପାଇ ଯୋଷେଫ ଗାଲିଲୀ ପ୍ରଦେଶକୁ ଗଲେ। 23 ସେ ସେଠାରେ ପହଞ୍ଚି ନାଜରିତ ନାମକ ନଗରରେ ବାସ କଲେ। ଖ୍ରୀଷ୍ଟ ନାଜରିତୀୟ ରୂପେ ଖ୍ୟାତ ହେବେବୋଲି ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କ ମାଧ୍ୟମରେ ପରମେଶ୍ୱର କହିଥିଲେ। ସେହି ବାକ୍ୟ ଅନୁସାରେ ଏହା ଘଟିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center