Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Oriya Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 20-21

Israel Turned Away From God

20 ଅନନ୍ତର ସପ୍ତମ ବାର୍ଷିକ ପଞ୍ଚମ ମାସର ଦଶମ ଦିନରେ ଇସ୍ରାଏଲ ବଂଶୀୟ ପ୍ରାଚୀନବର୍ଗଙ୍କ ମଧ୍ୟରୁ କେତେ ଜଣ ସଦାପ୍ରଭୁଙ୍କ ପରାମର୍ଶ ନିମନ୍ତେ ଆସି ମୋ’ ସମ୍ମୁଖରେ ବସିଲେ।

ସେହି ସମୟରେ ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ପ୍ରାଚୀନବର୍ଗଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, ତେଣୁ ତୁମ୍ଭେମାନେ ମୋ’ ବିଷୟରେ ତଦାରଖ କରିବାକୁ ଆସିଅଛ? ମୁଁ ଜୀବିତ ଥିବା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ କିଛି ପଗ୍ଭରିବାକୁ ଦେବି ନାହିଁ।’ ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ସେମାନଙ୍କର ବିଗ୍ଭର କରିବ? ସେମାନଙ୍କର ପିତୃପୁରୁଷମାନଙ୍କର ଘୃଣାଯୋଗ୍ୟ କ୍ରିୟାସବୁ ସେମାନଙ୍କୁ ଜ୍ଞାତ କରାଅ। ଏବଂ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ମୁଁ ଯେତେବେଳେ ଇସ୍ରାଏଲକୁ ମନୋନୀତ କଲି ଓ ଯାକୁବର ପୁତ୍ରମାନଙ୍କ ଉପରେ ଆପଣା ହସ୍ତ ବିସ୍ତାର କଲି ଏବଂ ମିଶରରେ ସେମାନଙ୍କ ନିକଟରେ ନିଜକୁ ପରିଚିତ କରାଇଲି, ମୁଁ ସେମାନଙ୍କ ଉପରେ ହସ୍ତ ବିସ୍ତାର କଲି ଏବଂ ସେମାନଙ୍କ ପକ୍ଷରେ କହିଲି, “ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।” ସେହି ଦିନ ମୁଁ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲି ଓ ସେମାନଙ୍କୁ ଏପରି ଏକ ଦେଶକୁ ନେଇଗଲି ଯେଉଁଠାରେ ଦୁ‌ଗ୍‌ଧ ମଧୁ ପ୍ରଚୁର ଥିଲା ଓ ଯେଉଁ ଦେଶ ସମସ୍ତ ଦେଶ ମଧ୍ୟରେ ଗୌରବମୟ ଥିଲା।

“‘ଏବଂ ମୁଁ ସେମାନଙ୍କୁ କହିଲି, ତୁମ୍ଭେମାନେ ଦେଖୁଥିବା ଘୃଣ୍ୟ ଛବିଗୁଡ଼ିକରୁ ମୁକ୍ତି ପାଅ ଏବଂ ମିଶରୀୟମାନଙ୍କ ମୂର୍ତ୍ତି ଦ୍ୱାରା ତୁମ୍ଭେମାନେ ନିଜକୁ ଅପବିତ୍ର କର ନାହିଁ। ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟେ।” କିନ୍ତୁ ସେମାନେ ମୋର ବିରୁଦ୍ଧାଚରଣ କଲେ ଓ ମୋ’ କଥା ଶୁଣିଲେ ନାହିଁ। ସେମାନେ ପ୍ରତ୍ୟେକ ନିଜ ଦୃଷ୍ଟି ସମ୍ମୁଖରୁ ଘୃଣ୍ୟ ଛବିଗୁଡ଼ିକ ଦୂର କଲେ ନାହିଁ, ମିଶରୀୟ ପ୍ରତିମାମାନଙ୍କୁ ପରିତ୍ୟାଗ କଲେ ନାହିଁ। ତେଣୁ ମୁଁ ମିଶର ଦେଶ ମଧ୍ୟରେ ସେମାନଙ୍କୁ ଧ୍ୱଂସ କରିବାକୁ ସେମାନଙ୍କ ପ୍ରତିକୂଳରେ ଆପଣା କୋପ ଢାଳିଲି। କିନ୍ତୁ ମୁଁ ସେମାନଙ୍କୁ ଧ୍ୱଂସ କଲି ନାହିଁ। କାରଣ ସେମାନଙ୍କ ସହିତ ଥିବା ଲୋକମାନଙ୍କ ମଧ୍ୟରେ ମୋର ନାମକୁ କଳୁଷିତ କରିବା ପାଇଁ ମୋତେ ଭଲ ଲାଗିଲା ନାହିଁ, କାରଣ ଯେତେବେଳେ ସମସ୍ତ ଦେଶଗଣ ଦେଖୁଥିଲେ, ସେମାନଙ୍କୁ ମିଶରରୁ ବାହାର କରି ଆଣିବା ଦ୍ୱାରା ମୁଁ ଇସ୍ରାଏଲୀୟମାନଙ୍କଠାରେ ପରିଚିତ ହେଲି। 10 ମୁଁ ଇସ୍ରାଏଲକୁ ମିଶର ଦେଶରୁ ବାହାର କରି ଆଣି ମରୁଭୂମିରେ ରଖିଲି। 11 ତା’ପରେ ଆମ୍ଭେ ସେମାନଙ୍କୁ ଆପଣାର ବିଧି ଦେଲୁ ଓ ଆପଣା ବ୍ୟବସ୍ଥା ସକଳ ଜ୍ଞାତ କରାଇଲୁ। ଯେଉଁ ମଣିଷ ତାହା ପାଳନ କରିବ ସେ ବଞ୍ଚିବ। 12 ଏବଂ ମୁଁ ସେମାନଙ୍କୁ ମୋର ବିଶ୍ରାମ ଦିନ ବିଷୟରେ ସବୁ କହିଲି। ଏହା ମୋର ଓ ସେମାନଙ୍କ ମଧ୍ୟରେ ଚୁକ୍ତିର ଚିହ୍ନ ସ୍ୱରୂପ ଯେଉଁଥିପାଇଁ ସେମାନେ ହୁଏତ ଜାଣିପାରନ୍ତି ଯେ, ମୁଁ ସଦାପ୍ରଭୁ ସେମାନଙ୍କୁ ପବିତ୍ର କଲି।

13 “‘କିନ୍ତୁ ଇସ୍ରାଏଲର ପୁତ୍ରଗଣ ମରୁଭୂମିରେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପଥରେ ଗ୍ଭଲିଲେ ନାହିଁ ଓ ମୋର ବ୍ୟବସ୍ଥା ସକଳ ଅଗ୍ରାହ୍ୟ କଲେ। ଯାହାକୁ ଯଦି ଜଣେ ମନୁଷ୍ୟ ଅନୁସରଣ କରେ, ତେବେ ସେ ବଞ୍ଚିବ। ଏବଂ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ମୋର କ୍ରୋଧ ଢାଳି ଦେବି ଓ ସେମାନଙ୍କୁ ବିନାଶ କରିବି। 14 କିନ୍ତୁ ମୁଁ ମୋର ନାମକୁ ସେହି ଲୋକମାନଙ୍କ ସମ୍ମୁଖରେ ଭ୍ରଷ୍ଟ କରିବା ପାଇଁ ଗ୍ଭହିଁଲି ନାହିଁ। ଯେଉଁମାନଙ୍କ ଆଗରେ ମୁଁ ସେମାନଙ୍କୁ ମିଶରରୁ ବାହାର କରି ଆଣିଥିଲି। 15 ଦୁ‌ଗ୍‌ଧମଧୁ ପ୍ରବାହିତ ସବୁଠାରୁ ସୁନ୍ଦର ଦେଶସବୁକୁ ସେମାନଙ୍କୁ ନ ଆଣିବା ପାଇଁ ମୁଁ ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ପ୍ରତିଜ୍ଞା କଲି, ଯାହା ମୁଁ ସେମାନଙ୍କୁ ଆଗରୁ ପ୍ରତିଜ୍ଞା କରିଥିଲି।

16 “‘କାରଣ ସେମାନେ ମୋର ବିଧି ସକଳ ମାନିବାକୁ ମନା କଲେ। ସେମାନେ ମୋର ନିୟମ ଅନୁସାରେ ଜୀବନଯାପନ କଲେ ନାହିଁ ଏବଂ ସେମାନେ ମୋର ବିଶ୍ରାମ ଦିନକୁ କଳୁଷିତ କଲେ। ସେମାନେ ଏହିପରି ବ୍ୟବହାର କଲେ, କାରଣ ସେମାନଙ୍କର ହୃଦୟ ସେମାନଙ୍କର ମୂର୍ତ୍ତିଗୁଡ଼ିକ ପ୍ରତି ଅନୁରକ୍ତ ଥିଲା। 17 ତଥାପି ମୁଁ ସେମାନଙ୍କ ପାଇଁ ଦୁଃଖିତ ହେଲି ଓ ସେମାନଙ୍କୁ ବିନାଶ କଲି ନାହିଁ। ସେହି ମରୁଭୂମି ମଧ୍ୟରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ହତ୍ୟା କଲି ନାହିଁ। 18 ଏବଂ ମରୁଭୂମିରେ ସେମାନଙ୍କର ପୁତ୍ରଗଣଙ୍କୁ କହିଲି, “ତୁମ୍ଭେମାନେ ନିଜ ପିତୃଗଣଙ୍କ ବିଧି ଅନୁସାରେ ଗ୍ଭଲ ନାହିଁ। ସେମାନଙ୍କର ବ୍ୟବସ୍ଥା ସକଳ ମାନ ନାହିଁ, ସେମାନଙ୍କ ପ୍ରତିମାଗଣ ଦ୍ୱାରା ନିଜକୁ ଅଶୁଚି କର ନାହିଁ। 19 ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟେ; ମୋର ବିଧି ରୂପ ପଥରେ ଗ୍ଭଲ ଓ ମୋର ବିଧି ସକଳ ରକ୍ଷା କରି ପାଳନ କର। 20 ଏବଂ ମୋର ବିଶ୍ରାମ ଦିନଗୁଡ଼ିକୁ ପବିତ୍ର ରଖ। ଯାହା ଫଳରେ ସେମାନେ ମୋ’ ଓ ତୁମ୍ଭ ମଧ୍ୟରେ ଚୁକ୍ତିର ଚିହ୍ନ ଦେବେ। ତା’ପରେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।”

21 “‘କିନ୍ତୁ ଇସ୍ରାଏଲର ଲୋକମାନେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପାଳନ କଲେ ନାହିଁ କିମ୍ବା ମୋର ବ୍ୟବସ୍ଥା ପାଳନ କଲେ ନାହିଁ। କିନ୍ତୁ ଯଦି କେହି ମୋର ବିଧିସବୁ ଅନୁସରଣ କରେ ସେ ବଞ୍ଚିବ। ଏବଂ ଅଧିକନ୍ତୁ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ତେଣୁ ମୁଁ କହିଲି ଯେ, ମୋର କ୍ରୋଧ ସେମାନଙ୍କ ଉପରେ ଢାଳି ଦେବି ଏବଂ ପୁରାମାତ୍ରାରେ ମୋର କୋପ ସେମାନଙ୍କ ବିରୁଦ୍ଧରେ ପ୍ରକାଶ କରିବି। 22 କିନ୍ତୁ ମୁଁ ନିଜକୁ କ୍ଷାନ୍ତ କଲି, କାରଣ ମୋର ନାମ ପାଖାପାଖି ଦେବତାମାନଙ୍କ ଦ୍ୱାରା ଉପହାସିତ ନ ହେଉ ବୋଲି ମୁଁ ଗ୍ଭହିଁଲି। ଯେଉଁମାନଙ୍କ ଦୃଷ୍ଟିରେ ମୁଁ ଇସ୍ରାଏଲୀୟମାନଙ୍କୁ ମିଶରରୁ ବାହାର କରି ଆଣିଲି। 23 ଏବଂ ସେମାନଙ୍କୁ ନାନା ଜାତି ଏବଂ ଦେଶ ମଧ୍ୟରେ ଛିନ୍ନଭିନ୍ନ କରିବା ସକାଶେ ମରୁଭୂମିରେ ମୁଁ ସେମାନଙ୍କ ବିରୁଦ୍ଧରେ ମୋର ହସ୍ତ ଉଠାଇଲି।

24 “‘କାରଣ ସେମାନେ ମୋର ଆଜ୍ଞା ସକଳ ପାଳନ କଲେ ନାହିଁ ଓ ମୋର ସକଳ ବିଧି ଅଗ୍ରାହ୍ୟ କଲେ ଓ ମୋର ସମସ୍ତ ବିଶ୍ରାମ ଦିନ କଳୁଷିତ କଲେ ଏବଂ ସେମାନଙ୍କର ପିତାମାନଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କଲେ। 25 ତେଣୁ ଯେଉଁ ବିଧି ମଙ୍ଗଳଜନକ ନୁହେଁ ସେହିସବୁ ବିଧି ଆମ୍ଭେ ସେମାନଙ୍କୁ ଦେଲୁ ଓ ଯେଉଁ ଶାସନରେ ସେମାନେ ବଞ୍ଚିବେ ନାହିଁ ସେହିପରି ଶାସନ ସେମାନଙ୍କୁ ଦେଲୁ। 26 ମୁଁ ସେମାନଙ୍କୁ ସେମାନଙ୍କର ଉପହାର ମାଧ୍ୟମରେ ପ୍ରଥମଜାତ ସନ୍ତାନର ବଳିଦାନ ମାଧ୍ୟମରେ ଅଶୁଚି କଲି। ତେଣୁ ମୁଁ ସେମାନଙ୍କୁ ବିନାଶ କରିପାରିଲି। ଫଳରେ ସେମାନେ ଶିକ୍ଷା ପାଇବେ ଯେ, ମୁଁ ହିଁ ସଦାପ୍ରଭୁ।’ 27 ଏଣୁ ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲର ଲୋକମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, ତୁମ୍ଭମାନଙ୍କର ପିତୃପୁରୁଷମାନେ ସେମାନଙ୍କର ଅବିଶ୍ୱସ୍ତତାରେ ମୋର ନିନ୍ଦା କରିଅଛନ୍ତି। 28 ତଥାପି ମୁଁ ଆଗରେ ଯେଉଁ ଦେଶ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲି, ସେହି ଦେଶକୁ ସେମାନଙ୍କୁ ଆଣିଲି। ସେତେବେଳେ ସେମାନେ ପ୍ରତ୍ୟେକ ଉଚ୍ଚପର୍ବତ ଓ ପ୍ରତ୍ୟେକ ଗହଳିଆ ବୃକ୍ଷ ଦେଖି ସେମାନଙ୍କର ବଳିଦାନ କଲେ। ସେମାନେ ସେମାନଙ୍କର ବଳିଦାନ ଦ୍ୱାରା ମୋତେ ବିରକ୍ତ କଲେ। ସେମାନେ ନିଜର ସୁଗନ୍ଧି ଦ୍ରବ୍ୟ ରଖିଲେ ଓ ନିଜ ନିଜର ପେୟନୈବେଦ୍ୟ ଢାଳିଲେ। 29 ସେ ଉଚ୍ଚସ୍ଥଳୀକୁ ଯିବାର ଅଭିପ୍ରାୟ କ’ଣ ବୋଲି ଆମ୍ଭେ ସେମାନଙ୍କୁ ପଗ୍ଭରିଲୁ। ମାତ୍ର ଏବେସୁଦ୍ଧା ସେହି ସ୍ଥାନର ନାମ ବାମା ରହିଅଛି।’

30 ପରମେଶ୍ୱର କହିଲେ, “ଇସ୍ରାଏଲର ଲୋକମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ପଗ୍ଭରନ୍ତି, ପିତୃପୁରୁଷମାନଙ୍କ ପରି କାର୍ଯ୍ୟ କରି ମୂର୍ତ୍ତିମାନଙ୍କ ସହିତ ବ୍ୟଭିଗ୍ଭରୀତା କରି ତୁମ୍ଭେମାନେ କ’ଣ ନିଜକୁ ଅଶୁଚି କରୁ ନାହଁ ଓ ସେମାନଙ୍କର ଘୃଣ୍ୟ ମୂର୍ତ୍ତିମାନଙ୍କ ଦ୍ୱାରା ବ୍ୟଭିଗ୍ଭରୀ ହେଉଅଛ? 31 ଯେତେବେଳେ ତୁମ୍ଭେମାନେ ଉପହାର ଆଣୁଛ, ନିଜ ନିଜ ସନ୍ତାନମାନଙ୍କୁ ଆଜି ପର୍ଯ୍ୟନ୍ତ ଅଗ୍ନିରେ ଉତ୍ସର୍ଗ କରୁଛ? ହେ ଇସ୍ରାଏଲର ଲୋକମାନେ, ମୋ’ଠାରୁ ଉପଦେଶ ନେବାକୁ ତୁମ୍ଭମାନଙ୍କୁ ଅନୁମତି ଦେବି କି? ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ମୁଁ ଜୀବିତ ଥିବାଯାଏ ତୁମ୍ଭମାନଙ୍କୁ ଉପଦେଶ କି ପରାମର୍ଶ ଦେବି ନାହିଁ। 32 ତୁମ୍ଭେମାନେ କହୁଛ, ଆସ ଆମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ପରି ହେବା, ଗୋଷ୍ଠୀୟମାନଙ୍କ ପରି ହେବା, ଯେଉଁମାନେ କାଠ ଓ ପଥରର ପୂଜା କରନ୍ତି। ତୁମ୍ଭମାନଙ୍କର ମନରେ ଉଠୁଥିବା ଏହି ଇଚ୍ଛା କେବେ ପୂରଣ ହେବ ନାହିଁ।’”

33 ମୋର ପ୍ରଭୁ ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପର୍ଯ୍ୟନ୍ତ ନିଶ୍ଚୟ ବଳବାନ୍ ହସ୍ତ ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ୱାରା ତୁମ୍ଭମାନଙ୍କ ଊପରେ ରାଜା ହୋଇ ଶାସନ କରିବୁ। 34 ପୁଣି ଆମ୍ଭେ ବଳବାନ ହସ୍ତ, ବିସ୍ତୀର୍ଣ୍ଣ ବାହୁ ଓ କୋପ ବର୍ଷଣ ଦ୍ୱାରା ତୁମ୍ଭମାନଙ୍କୁ ଗୋଷ୍ଠୀଗଣ ମଧ୍ୟରୁ ବାହାର କରି ଆଣିବୁ ଓ ଛିନ୍ନଭିନ୍ନ ହୋଇ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବୁ। 35 ଏବଂ ମୁଁ ତୁମ୍ଭମାନଙ୍କୁ ଗୋଷ୍ଠୀ ସମୂହର ମରୁଭୂମିକୁ ଆଣି ମୁହାଁମୁହିଁ ତୁମ୍ଭମାନଙ୍କର ବିଗ୍ଭର କରିବି। 36 ପୁଣି ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ମୁଁ ମିଶର ଦେଶର ମରୁଭୂମିରେ ତୁମ୍ଭମାନଙ୍କର ପିତୃପୁରୁଷଗଣର ବିଗ୍ଭର କରିଥିଲି, ମୁଁ ତୁମ୍ଭମାନଙ୍କର ବିଗ୍ଭର କରିବି।”

37 “ଆଉ ଆମ୍ଭେ ତୁମ୍ଭମାନଙ୍କୁ ପାଞ୍ଚଣ ତଳେ ଗମନ କରାଇବୁ ଓ ତୁମ୍ଭମାନଙ୍କୁ ଚୁକ୍ତି ବନ୍ଧନରେ ଆବଦ୍ଧ କରିବୁ। 38 ପୁଣି ମୁଁ ବିଦ୍ରାହୀମାନଙ୍କୁ ଓ ମୋ’ ବିରୋଧୀ ପାପୀମାନଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରି ଦୂର କରି ଦେବି। ସେମାନେ ଯେଉଁ ଦେଶରେ ପ୍ରବାସ କରି ରହୁଛନ୍ତି, ସେ ଦେଶରୁ ମୁଁ ସେମାନଙ୍କୁ ବାହାର କରି ଆଣିବି, ମାତ୍ର ସେମାନେ ଇସ୍ରାଏଲ ଦେଶରେ ପ୍ରବେଶ କରିବେ ନାହିଁ। ତହିଁରେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭେମାନେ ଜାଣିବ।”

39 ହେ ଇସ୍ରାଏଲର ଭବିଷ୍ୟଦ୍ ବଂଶଧରଗଣ! ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଯଦି ମୋ’ ନିର୍ଦ୍ଦେଶ ପ୍ରତି ଧ୍ୟାନ ନ ଦିଅ, ଯାଅ ଓ ତୁମ୍ଭର ମୂର୍ତ୍ତିଗୁଡ଼ିକର ପୂଜା କର। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କର ଉପହାର ଓ ମୂର୍ତ୍ତିଗୁଡ଼ିକ ଦ୍ୱାରା ମୋର ପବିତ୍ର ନାମକୁ ନଷ୍ଟ କରିବ ନାହିଁ।”

40 ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୋର ପବିତ୍ର ଉଚ୍ଚ ପର୍ବତରେ ସମଗ୍ର ଇସ୍ରାଏଲର ଲୋକମାନେ ମୋତେ ଉପାସନା କରିବେ। ସେହି ସ୍ଥାନରେ ମୁଁ ସେମାନଙ୍କୁ ଗ୍ରହଣ କରିବି ଓ ସେହି ସ୍ଥାନରେ ମୁଁ ତୁମ୍ଭମାନଙ୍କର ଯାବତୀୟ ପବିତ୍ର ବସ୍ତ୍ର ସହିତ ତୁମ୍ଭମାନଙ୍କ ଉପହାର ଓ ପ୍ରଥମଜାତ ଫଳର ନୈବେଦ୍ୟ ଲୋଡ଼ିବି। 41 ଯେଉଁ ସମୟରେ ମୁଁ ଜାତିଗୁଡ଼ିକ ମଧ୍ୟରୁ ତୁମ୍ଭମାନଙ୍କୁ ବାହାର କରି ଆଣିବି ଓ ଛିନ୍ନଭିନ୍ନ ହୋଇ ରହିଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ଏକତ୍ରିତ କରିବି, ମୁଁ ତୁମ୍ଭମାନଙ୍କୁ ତୁମ୍ଭର ସୁଗନ୍ଧି ନୈବେଦ୍ୟଗୁଡ଼ିକ ଗ୍ରହଣ କରିବି ଏବଂ ସମସ୍ତ ଜାତିଗୁଡ଼ିକ ଉପସ୍ଥିତିରେ ମୁଁ ତୁମ୍ଭମାନଙ୍କୁ ପବିତ୍ର କରିବି। 42 ତା’ପରେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ। ତୁମ୍ଭେମାନେ ଏହା ଜାଣିବ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଇସ୍ରାଏଲ ଭୂମିକୁ ଫେରାଇ ଆଣିବି। ସେହି ଭୂମିକୁ ମୁଁ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେବି ବୋଲି ପ୍ରତିଜ୍ଞା କରିଥିଲି। 43 ଆଉ ସେହି ସ୍ଥାନରେ ତୁମ୍ଭେମାନେ ନିଜକୁ ଅଶୁଚି କରିଅଛ ଓ ନିଜର ଆଗ୍ଭର ବ୍ୟବହାର, କ୍ରିୟାସକଳସବୁ ସ୍ମରଣ କରି ନିଜର କୃତ ସମସ୍ତ କୁକ୍ରିୟା ହେତୁ ତୁମ୍ଭେମାନେ ଲଜ୍ଜିତ ହେବ। 44 ଏବଂ ତା’ପରେ ତୁମ୍ଭେମାନେ ଜାଣିବ ଯେ, ଯେତେବେଳେ ମୁଁ ସଦାପ୍ରଭୁ, ତୁମ୍ଭମାନଙ୍କର କୁକର୍ମ ଓ ଦୁର୍ନୀତିଗ୍ରସ୍ତ ଆଚରଣ ଅନୁସାରେ ଦଣ୍ଡ ଦିଏ ନାହିଁ, କିନ୍ତୁ ସେତେବେଳେ ମୁଁ ମୋର ମର୍ଯ୍ୟାଦାନୁସାରେ ବ୍ୟବହାର କରେ।”

45 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 46 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦକ୍ଷିଣ ଦିଗ ଆଡ଼େ ଆପଣା ମୁଖ ରଖ ଓ ଦକ୍ଷିଣ ଦିଗ ଆଡ଼େ ଆପଣା ବାକ୍ୟ ବର୍ଷଣ କର। ଏବଂ ନେଗେଭର ଅରଣ୍ୟ [a] ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର। 47 ଏବଂ ନେଗେଭ ଅରଣ୍ୟକୁ କୁହ, ‘ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭ ମଧ୍ୟରେ ଅଗ୍ନି ସଂଯୋଗ କରିବା। ତାହା ତୁମ୍ଭ ମଧ୍ୟସ୍ଥିତ ପ୍ରତ୍ୟେକ ସତେଜ ଓ ଶୁଷ୍କବୃକ୍ଷକୁ ଗ୍ରାସ କରିବ। ସେହି ଜ୍ୱଳନ୍ତ ଅଗ୍ନିଶିଖା ନିର୍ବାପିତ ହେବ ନାହିଁ। ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ଦେଶ ସେହି ଅଗ୍ନିରେ ଦ‌ଗ୍‌ଧିଭୂତ ହେବ। 48 ସେତେବେଳେ ଆମ୍ଭେ ସଦାପ୍ରଭୁ ସେହି ଅଗ୍ନି ଜଳାଇ ଅଛୁ ବୋଲି ତୁମ୍ଭେମାନେ ଜାଣିବ। ତାହା ନିର୍ବାପିତ ହେବ ନାହିଁ ଓ ଏହା ସମସ୍ତ ପ୍ରାଣୀ ଦେଖିବେ।’”

49 ଏଥିରେ ମୁଁ (ଯିହିଜିକଲ) କହିଲି, “ହେ ସଦାପ୍ରଭୁ, ମୋର ପ୍ରଭୁ ସେମାନେ ମୋ’ ବିଷୟରେ କହୁଛନ୍ତି, ସେ କେବଳ ନୀତିବାକ୍ୟ କହୁଛି।”

Babylon, the Sword

21 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ପୁଣି ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଯିରୁଶାଲମ ଆଡ଼େ ଆପଣା ମୁଖ ରଖ। ପବିତ୍ର ସ୍ଥାନଗୁଡ଼ିକ ବିରୁଦ୍ଧରେ ନିଜର ବାକ୍ୟ ବର୍ଷଣ କର ଓ ଇସ୍ରାଏଲ ଦେଶ ବିପକ୍ଷରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର। ଏବଂ ଇସ୍ରାଏଲ ଦେଶକୁ କୁହ, ‘ସଦାପ୍ରଭୁ ଏହି କଥା କହନ୍ତି! ଦେଖ, ମୁଁ ତୁମ୍ଭ ବିରୁଦ୍ଧରେ ଅଟେ। ମୁଁ ଆପଣା ‌‌ଖ‌ଡ଼୍‌ଗ କୋଷରୁ ବାହାର କରି ତୁମ୍ଭମାନଙ୍କ ମଧ୍ୟରୁ ଧାର୍ମିକ ଓ ପାପୀକୁ ଉଚ୍ଛିନ୍ନ କରିବି। କାରଣ ମୁଁ ଧାର୍ମିକ ଓ ପାପୀଷ୍ଠ ଉଭୟଙ୍କୁ ବିନାଶ କରିବି। ତେଣୁ ମୋର ‌‌ଖ‌ଡ଼୍‌ଗ ବ୍ୟବହାର ହେବ, ଏହା କୋଷମୁକ୍ତ ହୋଇ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ସମସ୍ତ ଲୋକ ବିରୁଦ୍ଧରେ ଯିବ। ସେତେବେଳେ ପ୍ରତ୍ୟେକ ବ୍ୟକ୍ତି ଜାଣିବେ ଯେ, ମୁଁ ସଦାପ୍ରଭୁ ଆପଣା ‌‌ଖ‌ଡ଼୍‌ଗ କୋଷରୁ ବାହାର କରିଅଛି, ତାହା ଆଉ ଫେରିବ ନାହିଁ।”’

ପରମେଶ୍ୱର ପୁଣି କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଦୀର୍ଘ ନିଶ୍ୱାସ ଛାଡ଼। ପୁଣି ଆପଣା କଟି ଭାଙ୍ଗି ମନସ୍ତାପ ପୂର୍ବକ ସେମାନଙ୍କ ସମ୍ମୁଖରେ ଦୀର୍ଘନିଃଶ୍ୱାସ ଛାଡ଼ିବ। ଯେତେବେଳେ ସେମାନେ ପଗ୍ଭରିବେ, ‘ତୁମ୍ଭେ କାହିଁକି ଦୀର୍ଘନିଃଶ୍ୱାସ ଛାଡ଼ୁଛ?’ ସେତେବେଳେ ତୁମ୍ଭେ କହିବ, ‘ସମ୍ବାଦ ସକାଶେ, ତାହା ଆସୁଅଛି। ସେଥିରେ ସମସ୍ତଙ୍କ ଆତ୍ମା ଭୟରେ ତରଳି ଯିବ ଓ ସମସ୍ତଙ୍କ ହସ୍ତ ଭୟରେ ଦୁର୍ବଳ ହେବ। ପ୍ରତ୍ୟେକ ମନୁଷ୍ୟର ଆତ୍ମା ହତ ଉତ୍ସାହିତ ହେବ ଓ ସମସ୍ତଙ୍କ ଆଣ୍ଠୁ ଜଳପରି ହେବ।’ ଏବଂ ଦେଖ, ସେହି ସମୟ ଆସୁଅଛି ଓ ତାହା ସିଦ୍ଧ ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

‌‌ଖ‌ଡ଼୍‌ଗ ପ୍ରସ୍ତୁତ

ଅନନ୍ତର ସଦାପ୍ରଭୁ, ମୋର ପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି,

“‘ଦେଖ, ‌‌ଖ‌ଡ଼୍‌ଗ ଶାଣିତ
    ଓ ତାହା ମଧ୍ୟ ମାର୍ଜିତ ହୋଇଅଛି।
10 ହତ୍ୟା ନିମନ୍ତେ ତାହା ଶାଣିତ ହୋଇଅଛି,
    ତାହା ମଧ୍ୟ ମାର୍ଜିତ ହୋଇ ବିଜୁଳି ପରି ଚ‌କ୍‌ଚକ୍ କରୁଛି,
ମୋର ପୁତ୍ର, ତୁମ୍ଭେ ଏହି ଛଡ଼ ସକାଶେ ଖୁସୀ ନ ଥିଲ,
    ତୁମ୍ଭେ କାଠର ବାଡ଼ିକୁ ଘୃଣା କଲ।
11 ପୁଣି ହାତରେ ଧରାଯିବା ପାଇଁ
    ‌‌ଖ‌ଡ଼୍‌ଗ ଶାଣିତ ହୋଇଅଛି।
ଘାତକର ହାତରେ ଦେବା ନିମନ୍ତେ ତାହା
    ଶାଣିତ ଓ ମାର୍ଜିତ ହୋଇଅଛି।

12 “‘ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ୍ରନ୍ଦନ ଓ ହାହାକାର କର। ଏପରି ମୋର ‌‌ଖ‌ଡ଼୍‌ଗ ଲୋକମାନଙ୍କ ବିରୁଦ୍ଧରେ ଓ ସମସ୍ତ ଇସ୍ରାଏଲର ଅଧିପତିଗଣଙ୍କ ବିରୁଦ୍ଧରେ ଉତ୍ତୋଳିତ ହୋଇଅଛି। ସେମାନେ ମୋ’ ‌‌ଖ‌ଡ଼୍‌ଗରେ ସମର୍ପିତ ହୋଇଅଛନ୍ତି। ତେଣୁ ତୁମ୍ଭେ ଆପଣା ଛାତିରେ ଆଘାତ କରି ତୁମ୍ଭର ଦୁଃଖ ପ୍ରକାଶ କର। 13 ହଁ, ଏହା କଠିନ ଅଟେ, ତୁମ୍ଭେ ରାଜଦଣ୍ଡକୁ ପ୍ରତ୍ୟାଖ୍ୟାନ କରିବା ପରେ ଆଉ କ’ଣ ବାକି ରହିଲା?”’ ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।

14 “ପରମେଶ୍ୱର କହିଲେ, ହେ ମନୁଷ୍ୟ ପୁତ୍ର, ତୁମ୍ଭେ କରତାଳି ଦେଇ
    ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କର।
ସେହି ‌‌ଖ‌ଡ଼୍‌ଗ ଦୁଇ ଥର ଏପରିକି ତିନିଥର ଆଘାତ କର।
    ଏହି ‌‌ଖ‌ଡ଼୍‌ଗ ବହୁତ ଲୋକମାନଙ୍କୁ ହତ୍ୟା କରିବ।
ମହାଘାତକ ‌‌ଖ‌ଡ଼୍‌ଗ
    ସେମାନଙ୍କୁ ହତ୍ୟା କରିବ।
15 ସେମାନଙ୍କର ଅନ୍ତର ଭୟରେ ଯେପରି ତରଳି ଯାଏ
    ଓ ସେମାନଙ୍କର ବହୁ ବିଘ୍ନ ଜନ୍ମେ,
ଏଥିପାଇଁ ମୁଁ ସେମାନଙ୍କର ସକଳ ନଗର ଦ୍ୱାର ବିରୁଦ୍ଧରେ ‌‌ଖ‌ଡ଼୍‌ଗ ଲକ୍ଷ୍ୟ କରି ରଖିଅଛି।
    ଏହା ହତ୍ୟା କଲାପରେ
    ଏହା ବିଜୁଳି ପରି ଚକମକ କରୁଛି।
16 ହେ ‌‌ଖ‌ଡ଼୍‌ଗ ଦକ୍ଷିଣ ଓ ବାମକୁ କାଟ।
    ଯେଉଁଆଡ଼େ ତୁମ୍ଭର ଧାର ଯାଉଛି।

17 “ମୁଁ ମଧ୍ୟ ମୋର କରତାଳି ମାରିବି
    ଓ ମୋର କୋପକୁ ଶାନ୍ତ କରିବି।
ମୁଁ ସଦାପ୍ରଭୁ ଏହା କହିଅଛି।”

Jerusalem Punished

18 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 19 “ହେ ମନୁଷ୍ୟ ପୁତ୍ର, ବାବିଲ ରାଜାର ‌‌ଖ‌ଡ଼୍‌ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇପଥ ନିରୂପଣ କର। ଦୁଇ ପଥ ଗୋଟିଏ ଦେଶରୁ ଆସିବ। ନଗର ଆଡ଼କୁ ଯାଇଥିବା ସଡ଼କର ମୁଣ୍ଡରେ ଏକ ପଥ ନିର୍ଦ୍ଦେଶ କରୁଥିବା ପ୍ରସ୍ତର ଫଳକ ରଖ। 20 ‌‌ଖ‌ଡ଼୍‌ଗ ଆସିବା ନିମନ୍ତେ ପଥ ଚିହ୍ନିତ କର, ଗୋଟିଏ ପଥ ଅମ୍ମୋନୀୟର ରବ୍ବାକୁ ଯାଏ ଓ ଅନ୍ୟଟି ଯିହୁଦାର ସୁରକ୍ଷିତ ସହର ଯିରୁଶାଲମକୁ ଯାଏ। 21 କାରଣ ବାବିଲର ରାଜା ଦୁଇଟି ସଡ଼କର ମିଶିଥିବା ସ୍ଥାନରେ ଛିଡ଼ା ହେବେ। ସେ ତୀରଗୁଡ଼ିକୁ ନିକ୍ଷେପ କରି ଗୁଲିବାଣ୍ଟ ସାହାଯ୍ୟରେ ମୂର୍ତ୍ତିମାନଙ୍କୁ ବୁଝାସୁଝା କରି ଏବଂ ପ୍ରକୃତକୁ ପରୀକ୍ଷା କରି ଭବିଷ୍ୟତ ଚିହ୍ନ ଖୋଜି ବୁଲିବେ।

22 “ଗୁଲିବାଣ୍ଟ ଯାହାକି ସେ ତା’ର ଦକ୍ଷିଣ ହସ୍ତରେ ଉଠାଇଲା, ତାହା ଯିରୁଶାଲମର ହେବ। ଯେଉଁଠାରେ ସେ ନଷ୍ଟକାରୀ କାଠ ଗଣ୍ଡିକୁ ଏବଂ ହତ୍ୟା କରିବାକୁ ଆଜ୍ଞା ଦେବ, ଯୁଦ୍ଧ ପାଇଁ ସେ ଡାକରା ଦେବ, ଫାଟକ ବିରୁଦ୍ଧରେ ନଷ୍ଟକାରୀ କାଠଗଣ୍ଡିକୁ ଖଞ୍ଜିବ। ତା’ପରେ ସେ ସହର ଚତୁର୍ପାର୍ଶ୍ୱରେ ପ୍ରାଚୀର ନିର୍ମାଣ କରିବ। 23 ଇସ୍ରାଏଲର ଲୋକମାନଙ୍କ ସମସ୍ତ ଅର୍ଥହୀନ ବୋଲି ବିଗ୍ଭର କରାଯିବ, କାରଣ ସେମାନଙ୍କର ପ୍ରତିଜ୍ଞାଗୁଡ଼ିକ ଅଛି, ଯାହା ସେମାନେ କଲେ। କିନ୍ତୁ ସଦାପ୍ରଭୁ ସେମାନଙ୍କର ପାପକୁ ସ୍ମରଣ କରିବେ ଓ ତା’ପରେ ସେମାନେ ଧରାଯିବେ।”

24 ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “କାରଣ ତୁମ୍ଭେ ମୋତେ ତୁମ୍ଭର ମୋ’ ପ୍ରତି ଅବଜ୍ଞା ତୁମ୍ଭ କାର୍ଯ୍ୟର ପାପ ଦେଖାଇ ମୋତେ ତୁମ୍ଭର ପାପ ମନେ ପକାଇଲ। କାରଣ ତୁମ୍ଭେ ମୋତେ ମନେପକାଇ ଦିଅ ଯେ, ତୁମ୍ଭେ ବନ୍ଦୀରୂପେ ଯିବ। 25 ହେ ଦୁଷ୍ଟ ଇସ୍ରାଏଲୀୟ ରାଜପୁତ୍ର, ତୁମ୍ଭମାନଙ୍କୁ ହତ୍ୟା କରାଯିବ। ତୁମ୍ଭମାନଙ୍କର ଅନ୍ତିମ ସମୟ ଉପସ୍ଥିତ ହୋଇଅଛି।”

26 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଶିରୋଭୂଷଣ ଦୂର କର, ରାଜମୁକୁଟ କାଢ଼ି ପକାଅ; ଏହା ଆଉ ସେପରି ରହିବ ନାହିଁ। ଯେଉଁମାନେ ଉଚ୍ଚ ସେମାନେ ନୀଚ ହେବେ ଓ ଯେଉଁମାନେ ନୀଚ ସେମାନେ ଉଚ୍ଚ ହେବେ। 27 ମୁଁ ସମ୍ପୂର୍ଣ୍ଣ ରୂପେ ସେହି ସହର ଧ୍ୱଂସ କରିବି। କିନ୍ତୁ ବାବିଲକୁ ଜଣେ ନୂତନ ରାଜା ନ ଆସିବା ପର୍ଯ୍ୟନ୍ତ ତାହା ଘଟିବ ନାହିଁ। ତେଣୁ ନୂତନ ରାଜା ହାତରେ ମୁଁ ଏହାକୁ ଦେବି।”

The Ammonites Punished

28 ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପଗ୍ଭର କରି କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଅମ୍ମୋନ ସନ୍ତାନଗଣ ବିଷୟରେ ଓ ସେମାନଙ୍କ ଅପମାନ ବିଷୟରେ ଏହି କଥା କହନ୍ତି,

“‘ଦେଖ, ‌‌ଖ‌ଡ଼୍‌ଗ କୋଷମୁକ୍ତ ହୋଇଅଛି।
    ତାହା ହତ୍ୟା ଓ ଗ୍ରାସ କରିବା ପାଇଁ ମାର୍ଜିତ ହୋଇଅଛି
    ଓ ବିଜୁଳି ପରି ଚକଚକ କରୁଅଛି।

29 “‘ତୁମ୍ଭମାନଙ୍କର ଦର୍ଶନଗୁଡ଼ିକ ଅର୍ଥହୀନ
    ଓ ତୁମ୍ଭର ମିଥ୍ୟା ମନ୍ତ୍ର
    ତୁମ୍ଭକୁ ସହାୟ ହେବ ନାହିଁ।
ଦୁଷ୍ଟ ଲୋକମାନଙ୍କର ଗଳାରେ ଖଣ୍ଡାଟିକୁ ରଖାଯିବ,
    ଯେଉଁମାନେ ହତ ହେବାକୁ ଅଛନ୍ତି,
ସେହିମାନଙ୍କ ପାଇଁ ଦଣ୍ଡିତ ହେବାର ଦିନ ପହଞ୍ଚିଯାଇଛି।
    ଏବଂ ସେମାନଙ୍କର ଦୋଷର ଅବସାନ ଘଟିବ।

ବାବିଲ ବିପକ୍ଷରେ ଭବିଷ୍ୟ‌ଦ୍‌ବାର୍ତ୍ତା

30 “‘ହେ ବାବିଲ, ‌‌ଖ‌ଡ଼୍‌ଗକୁ ପୁନର୍ବାର କୋଷ ମଧ୍ୟକୁ ଫେରାଇ ଆଣ। ତୁମ୍ଭେ ଯେଉଁଠାରେ ସୃଷ୍ଟି ହୋଇଥିଲ ଓ ଯେଉଁଠାରେ ତୁମ୍ଭେ ଜନ୍ମ ହୋଇଥିଲ, ସେଠାରେ ମୁଁ ତୁମ୍ଭର ବିଗ୍ଭର କରିବି। 31 ଆଉ ମୁଁ ତୁମ୍ଭ ଉପରେ ଆପଣା କ୍ରୋଧ ପ୍ରକାଶ କରିବି। ମୁଁ ତୁମ୍ଭ ଉପରେ ଆପଣା କ୍ରୋଧାଗ୍ନି ଛାଡ଼ିବି। ମୁଁ ତୁମ୍ଭକୁ ଦୁଷ୍ଟ ଲୋକମାନଙ୍କ ହସ୍ତରେ ସମର୍ପଣ କରିବି, ଯେଉଁମାନେ ବିନାଶ କରିବାରେ ପାରଙ୍ଗମ। 32 ତୁମ୍ଭେ ଅଗ୍ନିରେ ଜାଳସ୍ୱରୂପ ହେବ; ତୁମ୍ଭର ରକ୍ତ ଦେଶ ମଧ୍ୟରେ ପତିତ ହେବ। ଆଉ ତୁମ୍ଭେ ସ୍ମୃତି ପଥରେ ଆସିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।’”

ଯାକୁବଙ୍କ ପତ୍ର 5

ସ୍ୱାର୍ଥପର ଧନୀଲୋକ ଦଣ୍ଡ ପାଇବେ

ଧନୀ ଲୋକେ! ଶୁଣ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ୟଧିକ କ୍ଳେଶ ତୁମ୍ଭ ଉପରେ ମାଡ଼ି ଆସୁଛି। ତୁମ୍ଭର ଧନସବୁ ନଷ୍ଟ ହୋଇଯାଇଛି ଓ ମୂଲ୍ୟହୀନ ହୋଇ ପଡ଼ିଛି। ତୁମ୍ଭର ପୋଷାକ ପୋକ ଖାଇ ଯାଇଛନ୍ତି। ତୁମ୍ଭର ସୁନା ଓ ରୂପାରେ କଳଙ୍କି ଲାଗି ଯାଇଛି। ଏହା ନଷ୍ଟ ହୋଇ ପ୍ରମାଣ କରୁଛି ଯେ, ତୁମ୍ଭେ ଭୁଲକାର୍ଯ୍ୟ କରିଛ। ସେହି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦେବ। ଶେଷଦିନଗୁଡ଼ିକରେ ତୁମ୍ଭେ ନିଜର ଧନ ସଞ୍ଚୟ କରୁଅଛ। ଲୋକେ ତୁମ୍ଭ କ୍ଷେତମାନଙ୍କରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସେମାନଙ୍କର ମଜୁରୀ ଦେଲ ନାହିଁ। ସେମାନେ ତୁମ୍ଭ ବିରୁଦ୍ଧରେ କ୍ରନ୍ଦନ କରୁଛନ୍ତି। ସେମାନେ ତୁମ୍ଭ ପାଇଁ ଶସ୍ୟ ଆମଦାନୀ କଲେ। ଏବେ ସ୍ୱର୍ଗୀୟ ସେନାବାହିନୀର ପ୍ରଭୁ ସେମାନଙ୍କ ଚିତ୍କାର ଶୁଣିଛନ୍ତି।

ପୃଥିବୀରେ ତୁମ୍ଭ ଜୀବନ ବିଳାସମ୍ପୂର୍ଣ୍ଣ ଥିଲା। ତୁମ୍ଭେ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍ଭେ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ ମୋଟା କଲ। ତୁମ୍ଭେ ଉତ୍ତମ ଲୋକମାନଙ୍କୁ କୌଣସି ଦୟା ଦେଖାଇଲ ନାହିଁ। ସେମାନେ ତୁମ୍ଭର ବିରୋଧୀ ନ ଥିଲେ ମଧ୍ୟ, ତୁମ୍ଭେ ସେମାନଙ୍କୁ ହତ୍ୟା କରିଛ।

ଧୈର୍ଯ୍ୟବାନ ହୁଅ

ଭାଇ ଓ ଭଉଣୀମାନେ, ଧୈର୍ଯ୍ୟ ରଖ, ପ୍ରଭୁ ଯୀଶୁ ଆସିବେ। ସେହି ସମୟ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। ଗ୍ଭଷୀ ଯେପରି ନିଜ କ୍ଷେତର ମୂଲ୍ୟବାନ ଶସ୍ୟ ବଢ଼ି ଉଠିବାକୁ ଧୈର୍ଯ୍ୟର ସହିତ ଆଶାରଖି, ଆରମ୍ଭ ଓ ଶେଷ ବର୍ଷା ପଡ଼ିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରେ, ତୁମ୍ଭେମାନେ ସେହିଭଳି ଧୈର୍ଯ୍ୟଶୀଳ ହେବା ଉଚିତ୍। ନିଜର ଆଶା ଛାଡ଼ିଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଗ୍ଭରିତ ହେବ। ବିଗ୍ଭରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି।

10 ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। ସେମାନେ ଅନେକ ଯାତନା ସହି ଥିଲେ ହେଁ ଧୈର୍ଯ୍ୟବାନ ଥିଲେ। 11 ଆମ୍ଭେ କହୁଛୁ ଯେ, ଯେଉଁମାନେ ସେମାନଙ୍କର ଅସୁବିଧାଗୁଡ଼ିକୁ ଧୈର୍ଯ୍ୟର ସହିତ ଗ୍ରହଣ କଲେ, ସେମାନେ ବର୍ତ୍ତମାନ ଖୁସୀରେ ଅଛନ୍ତି। ତୁମ୍ଭେମାନେ ଆୟୁବଙ୍କର ଧୈର୍ଯ୍ୟ [a] କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହୋଇ ସାରିଲା ପରେ ପରମେଶ୍ୱର ତାହାଙ୍କୁ ସାହାଯ୍ୟ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣାରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି।

ସାବଧାନ ରହି କଥା କୁହ

12 ମୋ’ ଭାଇ ଓ ଭଉଣୀମାନେ! ମନେରଖ ଯେକୌଣସି ପ୍ରତିଜ୍ଞା କଲାବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ସ୍ୱର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। “ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ୟସ୍ତ ହେବ ନାହିଁ।”

ପ୍ରାର୍ଥନାର ଶକ୍ତି

13 ଯଦି କେହି ସଙ୍କଟରେ ପଡ଼ିଛି, ତା’ହେଲେ ସେ ପ୍ରାର୍ଥନା କରୁ। ଯଦି କେହି ଖୁସୀ ଅଛି, ତା’ହେଲେ ସେ ଗୀତ ଗାଉ। 14 ଯଦି ତୁମ୍ଭ ମଧ୍ୟରୁ କେହି ଜଣେ ଅସୁସ୍ଥ ଅଛି, ତେବେ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ [b] ଡାକିବା ଦରକାର। ସେମାନେ ପ୍ରଭୁଙ୍କ ନାମରେ ତାହାଙ୍କୁ ତେଲ ମଖାଇବେ ଓ ତାହାଙ୍କ ପାଇଁ ପ୍ରାର୍ଥନା କରିବେ। 15 ବିଶ୍ୱାସରେ କରାଯାଇଥିବା ସେହି ପ୍ରାର୍ଥନା ରୋଗୀକୁ ସୁସ୍ଥ କରିଦେବ। ପ୍ରଭୁ ତାହାକୁ ସୁସ୍ଥ କରିବେ। ଯଦି ଏହି ଲୋକଟି ପାପ କରିଥାଏ, ତେବେ ପରମେଶ୍ୱର ତାହାକୁ କ୍ଷମା କରିବେ।

16 ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ୱୀକାର କର। ତା’ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ୱର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତେବେଳେ ନିରନ୍ତର ପ୍ରାର୍ଥନା କରେ, ସେତେବେଳେ ମହାନ ଘଟଣାମାନ ଘଟିଥାଏ। 17 ଏଲୀୟ ଆମ୍ଭ ଭଳି ଜଣେ ସାଧାରଣ ଲୋକ ଥିଲେ। ସେ ବର୍ଷା ନ ହେବା ପାଇଁ ପ୍ରାର୍ଥନା କଲେ। ଏବଂ ଭୂମି ଉପରେ ତିନି ବର୍ଷ ଛଅମାସ ଧରି ବର୍ଷା ହେଲା ନାହିଁ 18 ତା’ପରେ ଏଲୀୟ ବର୍ଷା ହେବା ପାଇଁ ପ୍ରାର୍ଥନା କଲେ। ଆକାଶରୁ ବର୍ଷା ହେଲା ଓ ପୃଥିବୀରେ ପୁନଃ ଶସ୍ୟ ଉତ୍ପନ୍ନ ହେଲା।

ଆତ୍ମା ରକ୍ଷା କରିବା

19 ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭ ଭିତରୁ ଯଦି ଜଣେ ସତ୍ୟରୁ ବିଚଳିତ ହୋଇଯାଏ, ତେବେ ଅନ୍ୟ ଜଣେ ତାହାକୁ ସତ୍ୟକୁ ଫେରାଇ ଆଣିବା ପାଇଁ ସାହାଯ୍ୟ କରୁ। 20 ଏହା ମନେରଖ: ଯେଉଁ ଲୋକ ମନ୍ଦ ମାର୍ଗରୁ ଜଣେ ପାପୀକୁ ଫେରାଇ ଆଣେ, ତେବେ ସେ ମୃତ୍ୟୁରୁ ତାହାର ଆତ୍ମାକୁ ରକ୍ଷା କରେ। ଏହା କରିବା ଦ୍ୱାରା, ସେହି ଲୋକ ଅନେକ ପାପ କ୍ଷମାର କାରଣ ହୋଇପାରିଥାଏ।

Oriya Bible: Easy-to-Read Version (ERV-OR)

2010 by World Bible Translation Center