Print Page Options
Previous Prev Day Next DayNext

Old/New Testament

Each day includes a passage from both the Old Testament and New Testament.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଆଦିପୁସ୍ତକ 10-12

ଜାତିମାନଙ୍କର ବୃଦ୍ଧି ଓ ବିସ୍ତାର ହେଲା

10 ନୋହଙ୍କର ପୁତ୍ରମାନେ ଥିଲେ, ଶେମ, ହାମ ଏବଂ ଯେଫତ୍। ବନ୍ୟା ପରେ ଏହି ତିନି ଜଣଙ୍କର ସନ୍ତାନସନ୍ତତି ଜନ୍ମ ନେଇଥିଲେ।

ଯେଫତଙ୍କର ବଂଶାବଳୀ

ଯେଫ‌‌‌ତ୍‌‌‌ଙ୍କର ପୁତ୍ରମାନେ ହେଲେ, ଗୋମର, ମାଗୋଗ୍, ମାଦୟ, ତୁବଲ, ଯବନ, ମେଶକ ଓ ତିରସ।

ଅସ୍କିନସ୍, ରୀଫତ୍ ଓ ତୋଗର୍ମ ଏମାନେ ଥିଲେ ଗୋମରର ସନ୍ତାନ।

ପୁଣି ଇଲୀଶା, ତର୍ଶୀଶ, କିତ୍ତୀମ ଓ ଦୋଦାନୀମ ଏମାନେ ଯବନର ସନ୍ତାନ ଥିଲେ।

ଏମାନଙ୍କଠାରୁ ଅନ୍ୟ ଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ପାଇଁ ଦେଶ ବିଦେଶରେ ନିଜ ନିଜ ଭାଷାନୁଯାୟୀ ବ୍ୟାପ୍ତ ହୋଇ ନିଜ ନିଜ ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ!

ହାମର ବଂଶାବଳୀ

ହାମର ସନ୍ତାନଗଣ ଥିଲେ, କୂଶ୍, ମିଶର, ପୂଟ୍ ଓ କିଣାନ।

ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା ଏମାନେ ଥିଲେ କୂଶର ସନ୍ତାନ। ଶିବା ଓ ଦନାନ ଏମାନେ ରୟମାର ସନ୍ତାନ।

ନିମ୍ରୋଦ୍ କୂଶର ପୁତ୍ର। ସେ ପୃଥିବୀ ମଧ୍ୟରେ ପରାକ୍ରମି ହେବାକୁ ଲାଗିଲା। ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା। ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍ ତୁଲ୍ୟ ଥିଲେ ବୋଲି ଲୋକମାନେ କହୁଥିଲେ, “ସେ ବ୍ୟକ୍ତି ନିମ୍ରୋଦ୍ ସଦୃଶ ସଦାପ୍ରଭୁଙ୍କ ସମ୍ମୁଖରେ ଗୋଟିଏ ପରାକ୍ରାନ୍ତ ବ୍ୟାଧ।”

10 ଶିନିୟର ଦେଶରେ ବାବିଲ୍, ଏରକ୍, ଏକ୍କଦ୍ ଓ କଲନୀ ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା। 11 ସେହି ଦେଶରୁ ଅଗ୍ରିୟା ବାହାରି ନୀନିବୀ ରହୋବୋତ୍ ପୁରୀ ଓ କେଲହ 12 ଏବଂ ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ ନଗର ସ୍ଥାପନ କଲା। (ରେଷନ ଏକ ପ୍ରଧାନ ନଗର ଥିଲା)।

13 ମିଶରୀୟମ ଲୂଦୀୟ, ଅନାମୀୟ, ଲହାବୀୟ ଓ ନପ୍ତୁହୀୟ ଲୋକମାନଙ୍କର ପିତା ଥିଲା। 14 ପଥ୍ରୋଷୀୟ, କ‌ସ୍‌ଲୁହୀୟ ଓ କପ୍ତୋରିୟ (ଏହି ପଲେଷ୍ଟୀୟ ଲୋକମାନେ କ‌ସ୍‌ଲୁହୀୟରୁ ଆସିଲେ।)

15 ସୀଦୋନର ପିତା ଥିଲା କିଣାନ, ସିଦୋନ ଥିଲା କିଣାନର ପ୍ରଥମ ପୁତ୍ର। କିଣାନ ମଧ୍ୟ ହେତର ପିତାଥିଲା। ହେତର ହେଲେ ଦୀଟାତୀୟମାନଙ୍କର ପିତା। 16 କିଣାନ ମଧ୍ୟ ଯିବୂଷୀୟ, ଇମୋରୀୟ ଓ ଗିର୍ଗାଶୀୟର ପିତା ଥିଲା। 17 ହିବ୍ବୀୟ, ଅର୍କୀୟ ଓ ସୀନିୟ 18 ଅର୍ବଦୀୟ, ସାମରୀୟ ଓ ହମାତୀୟ,

ଏହିପରି କିଣାନୀୟମାନଙ୍କର ବଂଶ ବ୍ୟାପିଲା। 19 ତହିଁରେ ସୀଦୋନଠାରୁ ଗରାର ଦିଗକୁ ହସା ପର୍ଯ୍ୟନ୍ତ ପୁଣି ସଦୋମ, ହମୋରା ଓ ଅଦ୍ମା, ସବୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ ବସତିର ସୀମା ଥିଲା।

20 ନିଜ ନିଜ ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏ ସମସ୍ତ ହାମର ସନ୍ତାନ।

ଶେମର ବଂଶାବଳୀ

21 ଯେଫତର ବଡ଼ଭାଇ ଶେମଙ୍କର ମଧ୍ୟ ସନ୍ତାନସନ୍ତତି ଥିଲେ, ସେହି ଏବର ଯେଫତର ବଡ଼ଭାଇ ହିବ୍ରୁ ବଂଶଧରମାନଙ୍କ ଆଦିପୁରୁଷ ଥିଲା।

22 ଶେମର ଏହିସବୁ ସନ୍ତାନ: ଏଲମ୍ ଓ ଅଶୂର ଓ ଅର୍ଫ‌କ୍‌ଷଦ ଓ ଲୂଦ୍ ଓ ଅରାମ୍।

23 ଏହି ଅରାମର ସନ୍ତାନ ଊଷ୍, ହୂଲ, ଗେଥର ଓ ମଶ୍।

24 ଏବଂ ଅର୍ଫ‌କ୍‌ଷଦର ସନ୍ତାନ ଶେଲହ,

ଓ ଶେଲହର ସନ୍ତାନ ଏବର।

25 ଏହି ଏବରର ଦୁଇ ପୁତ୍ର, ପ୍ରଥମର ନାମ ପେଲଗ୍, କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ଯକ୍ତନ।

26 ଏବଂ ଯକ୍ତନର ପୁତ୍ର ଅଲମୋଦଦ୍ ଓ ଶେଲପ୍, ହ‌ତ୍‌ସର୍ମାବତ ଓ ଯେରହ। 27 ହଦୋରାମ ଓ ଊଷଲ ଓ ଦିକ୍ଳ। 28 ଓବଲ ଓ ଅବୀମାୟେଲ୍ ଓ ଶିବା। 29 ଓଫୀର, ହବୀଲା ଓ ଯୋବବ୍, ଏହି ସମସ୍ତ ଯକ୍ତନର ସନ୍ତାନ। 30 ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା।

31 ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏ ସମସ୍ତେ ଶେମର ସନ୍ତାନ।

32 ନିଜ ନିଜ ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ। ପୁଣି ଜଳପ୍ଳାବନ ପରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ।

ପୃଥିବୀ ଭାଗ ଭାଗ ହେଲା

11 ବନ୍ୟା ପରେ ପୃଥିବୀରେ ଏକ ପ୍ରକାର ଭାଷା କହୁଥିଲେ। ସମସ୍ତ ଲୋକ ଏକ ପ୍ରକାର ଶବ୍ଦ ବ୍ୟବହାର କରୁଥିଲେ। ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ସେମାନେ ଶିନିୟର ଦେଶରେ ଏକ ସମତଳ ଭୂମି ପାଇଲେ। ଲୋକମାନେ ସେଠାରେ ବସତି ଆରମ୍ଭ କଲେ। ଲୋକମାନେ କହିଲେ, “ଆସ ଆମ୍ଭେ ଇଟା ପୋଡ଼ି ଟାଣ କରିବା।” ତେଣୁ ଲୋକମାନେ ପଥର ବ୍ୟବହାର ନ କରି ଇଟାକୁ ଘର କରିବା ପାଇଁ ବ୍ୟବହାର କଲେ। ଏବଂ ସେମାନେ ମାଟିଆ ତେଲକୁ ଚୂନ ସ୍ୱରୂପ ବ୍ୟବହାର କଲେ।

ଏହା ପରେ ଲୋକମାନେ କହିଲେ, “ଆସ, ଆମ୍ଭ ପାଇଁ ଏକ ନଗର ଓ ଏକ ଗଗନସ୍ପର୍ଶୀ ଅଟ୍ଟାଳିକା ନିର୍ମାଣ କରିବା, ଆମ୍ଭେମାନେ ଅତି ଜଣାଶୁଣା ହେବା। ତା’ହେଲେ ଆମ୍ଭେମାନେ ପୃଥିବୀର ଗ୍ଭରିଆଡ଼େ ବିକ୍ଷିପ୍ତ ହେବା ନାହିଁ।”

ସଦାପ୍ରଭୁ ଲୋକମାନଙ୍କ ଦ୍ୱାରା ତିଆରି ହେଉଥିବା ନଗର ଏବଂ ଦୁର୍ଗ ଦେଖିବା ପାଇଁ ଓହ୍ଲାଇ ଆସିଲେ। ସଦାପ୍ରଭୁ କହିଲେ, “ଏହି ସମସ୍ତ ଲୋକ ଏକ ଓ ସେମାନଙ୍କର ଭାଷା ଏକ, ସେମାନେ ଏହି କାମ କରିବାକୁ ଏକତ୍ରିତ ହୋଇଛନ୍ତି। ଏହା ତାଙ୍କର ଆରମ୍ଭ ମାତ୍ର। ସେମାନେ ଯେତେବେଳେ ଯାହା ଗ୍ଭହିଁବେ ତାହା କରିବେ। ତେଣୁ ଆସ, ତଳକୁ ଯିବା ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ ଭାଷା [a] ତିଆରି କରିବା। ତେଣୁ ସେମାନେ ପରସ୍ପର ଭାଷା ବୁଝିପାରିବେ ନାହିଁ।”

ଏହିପରି ଭାବରେ ସଦାପ୍ରଭୁ ପୃଥିବୀର ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରି ପକାଇଲେ। ତେଣୁ ସେହି ଲୋକମାନେ ନଗର ନିର୍ମାଣ ଶେଷ କରି ପାରିଲେ ନାହିଁ। ସେହି ସ୍ଥାନର ନାମ ବାବିଲ୍ ହେଲା। ଯେହେତୁ ସଦାପ୍ରଭୁ ସେସ୍ଥାନରେ ସମସ୍ତ ପୃଥିବୀର ଭାଷାର ଭେଦ ଜନ୍ମାଇଲେ ଏବଂ ସେସ୍ଥାନରୁ ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରାଇଲେ।

ଶେମର ବଂଶାବଳୀ

10 ଏହା ହେଉଛି ଶେମ ପରିବାରର ବିବରଣୀ, ଯେତେବେଳେ ଶେମକୁ ଏକ ଶହ ବର୍ଷ ହୋଇଥିଲା ଏବଂ ବନ୍ୟାର ଦୁଇ ବର୍ଷ ପରେ ସେ ଅର୍ଫ‌କ୍‌ଷଦର ପିତା ହେଲା। 11 ଏହା ପରେ ଅର୍ଫ‌କ୍‌ଷଦର ଜନ୍ମ ପରେ ଶେମ 500 ବର୍ଷ ବଞ୍ଚିଲା ଓ ପୁତ୍ର ଏବଂ କନ୍ୟାଗଣର ପିତା ହେଲା।

12 ଅର୍ଫ‌କ୍‌ଷଦ ପଞ୍ଚତିରିଶ୍ ବର୍ଷ ବୟସରେ ଶେଲହର ପିତା ହେଲା। 13 ଶେଲହର ପିତା ହେଲା ପରେ, ଅର୍ଫ‌କ୍‌ଷଦ 403 ବର୍ଷ ବଞ୍ଚିଲା ଏବଂ ପୁତ୍ର ଓ କନ୍ୟାଗଣ ଲାଭ କଲା।

14 ଶେଲହକୁ ତିରିଶ୍ ବର୍ଷ ବୟସରେ ସେ ଏବରର ପିତା ହେଲା। 15 ଏବର ଜନ୍ମ ହେବାପରେ ଶେଲହ 403 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ସେ ପୁତ୍ରକନ୍ୟାଙ୍କୁ ଜନ୍ମ ଦେଲେ।

16 ଏବରକୁ 34 ବର୍ଷ ପରେ ତା’ର ଏକ ପୁତ୍ର ଜନ୍ମିଲା ଯାହାର ନାମ ପେଲଗ। 17 ପେଲଗର ଜନ୍ମ ପରେ, ଏବର 430 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ତା’ର ଅନ୍ୟ ସନ୍ତାନସନ୍ତତିମାନେ ଜନ୍ମ ନେଲେ।

18 ପେଲଗକୁ ତିରିଶ୍ ବର୍ଷ ବୟସରେ ରିୟୁ ନାମକ ଏକ ପୁତ୍ରକୁ ଜନ୍ମ ହେଲା। 19 ରିୟୁର ଜନ୍ମ ପରେ ପେଲଗ 209 ବର୍ଷ ବଞ୍ଚିଲା। ସେହି ସମୟରେ ତା’ର ଅନ୍ୟ ପୁତ୍ର ଓ କନ୍ୟାମାନ ଜନ୍ମ ନେଲେ।

20 ରିୟୁକୁ ବତିଶ ବର୍ଷ ବୟସରେ ତା’ଠାରୁ ସରୁଗ ଜନ୍ମ ହେଲା। 21 ସରୁଗର ଜନ୍ମ ପରେ ରିୟୁ 207 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ତା’ଠାରୁ ଆହୁରି ପୁତ୍ର ଓ କନ୍ୟାଗଣ ଜନ୍ମ ନେଇଥିଲେ।

22 ସରୁଗ ତିରିଶ୍ ବର୍ଷ ବୟସରେ ନାହୋରର ପିତା ହେଲା। 23 ନାହୋରର ଜନ୍ମ ପରେ ସରୁଗ 200 ବର୍ଷ ଅଧିକ ବଞ୍ଚିଲା। ସେହି ସମୟ ମଧ୍ୟରେ ତା’ଠାରୁ ଅନ୍ୟ ପୁତ୍ରକନ୍ୟାମାନ ଜନ୍ମ ନେଲେ।

24 ନାହୋର ଅଣତିରିଶ୍ ବର୍ଷ ବୟସରେ ତେରହକୁ ଜନ୍ମ ଦେଲା। 25 ତେରହର ଜନ୍ମ ପରେ ନାହୋର 119 ବର୍ଷ ବଞ୍ଚିଲା। ସେହି ସମୟରେ ତା’ଠାରୁ ଅନ୍ୟ ପୁତ୍ରକନ୍ୟାମାନେ ଜନ୍ମ ହେଲେ।

26 ତେରହର ସତୁରି ବର୍ଷ ବୟସରେ ତା’ର ପୁତ୍ର ଅବ୍ରାମ, ନାହୋର ଓ ହାରଣ ଜନ୍ମ ହେଲେ।

ତେରହର ବଂଶାବଳୀ

27 ଏହା ଅଟେ ତେରହର ବଂଶାବଳୀ। ତେରହ ଥିଲା ଅବ୍ରାମ, ନାହୋର ଓ ହାରୋଣର ପିତା। ହାରୋଣ ଲୋଟକୁ ଜନ୍ମ କଲା। 28 ହାରୋଣ ଆପଣା ପିତା ତେରହର ସାକ୍ଷାତରେ କଲଦୀୟମାନଙ୍କ ଊର୍ ନାମକ ଆପଣା ଜନ୍ମ ଦେଶରେ ମଲା। 29 ଏହା ପରେ ଅବ୍ରାମ ଓ ନାହୋର ଉଭୟ ବିବାହ କଲେ। ଅବ୍ରାମଙ୍କ ସ୍ତ୍ରୀର ନାମ ସାରୀ ଏବଂ ନାହୋରର ସ୍ତ୍ରୀ ମି‌ଲ୍‌କା, ହାରୋଣର କନ୍ୟା। ହାରୋଣର ଅନ୍ୟ ଝିଅର ନାମ ଯିସ୍କା। 30 ସାରୀ ବନ୍ଧ୍ୟା ଥିଲେ। ତାଙ୍କର କୌଣସି ସନ୍ତାନ ନ ଥିଲେ।

31 ତେରହ ଆପଣା ପୁତ୍ର ଅବ୍ରାମଙ୍କୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରୀ ପୁତ୍ରବଧୁଙ୍କୁ ସଙ୍ଗରେ ନେଲା। ଏବଂ ସେ ସମସ୍ତେ କଲଦୀୟମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ବସତି ସ୍ଥାପନ କଲେ। 32 ତେରହ ହାରଣ ନଗରରେ ଥାଇ 205 ବର୍ଷରେ ମଲା।

ଅବ୍ରାମଙ୍କୁ ପରମେଶ୍ୱରଙ୍କର ଡାକରା

12 ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କୁ ପରିତ୍ୟାଗ କର। ତୁମ୍ଭର ପିତାଙ୍କ ପରିବାର ଛାଡ଼। ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି ସେହି ଦେଶକୁ ଯାଅ।

ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି।
    ମୁଁ ତୁମ୍ଭକୁ ଆଶୀର୍ବାଦ କରିବି
    ଓ ତୁମ୍ଭକୁ ମହାନ କରିବି
ଏବଂ ତୁମ୍ଭେ ଆଶୀର୍ବାଦର
    ସଙ୍କେତ ହେବ।
ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସେମାନଙ୍କୁ ଆଶୀର୍ବାଦ କରିବି।
    ଏବଂ ଯିଏ ତୁମ୍ଭକୁ ଅଭିଶାପ ଦେବ ମୁଁ ସେମାନଙ୍କୁ ଅଭିଶାପ ଦେବି।
ତୁମ୍ଭଠାରୁ ପୃଥିବୀର ସବୁବଂଶ
    ଆଶୀର୍ବାଦ ପାଇବେ।”

ଅବ୍ରାମଙ୍କର କିଣାନ ଯାତ୍ରା

ସଦାପ୍ରଭୁଙ୍କର ବାକ୍ୟାନୁସାରେ ଅବ୍ରାମ ହାରୋଣକୁ ପରିତ୍ୟାଗ କଲେ ଏବଂ ଲୋଟ ମଧ୍ୟ ତାଙ୍କ ସଙ୍ଗରେ ଗଲେ। ହାରୋଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା। ଅବ୍ରାମ ତାଙ୍କର ସ୍ତ୍ରୀ ସାରୀକୁ, ଭାତୃପୁତ୍ର ଲୋଟଙ୍କୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଏବଂ ଲ‌ବ୍‌ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶକୁ ଯାତ୍ରା କଲେ। ଅବ୍ରାମ ସେହି ଦେଶ ମଧ୍ୟଦେଇ ଗଲେ, ଶିଖିମରେ ପହଞ୍ଚିବା ପର୍ଯ୍ୟନ୍ତ, ମୋରିର ଅଲୋନବୃକ୍ଷମୂଳରେ ରହିଲେ। ସେହି ସମୟରେ କିଣାନୀୟମାନେ ସେହି ସ୍ଥାନରେ ବାସ କଲେ।

ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦେବି।”

ସଦାପ୍ରଭୁ ଅବ୍ରାମଙ୍କୁ ଯେଉଁ ସ୍ଥାନରେ ଦର୍ଶନ ଦେଇଥିଲେ। ଅବ୍ରାମ ସେହିଠାରେ ସଦାପ୍ରଭୁଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। ଏହା ପରେ ଅବ୍ରାମ ସେହି ସ୍ଥାନ ଛାଡ଼ି ବୈଥେ‌ଲ୍‌ର ପୂର୍ବଆଡ଼େ ପର୍ବତକୁ ଯାଇ ନିଜର ତମ୍ବୁ ସ୍ଥାପନ କଲେ। ସେଠାରେ ପଶ୍ଚିମରେ ବୈଥେଲ୍ ଓ ପୂର୍ବ ଦିଗରେ ଅୟ ନଗର ଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। ଏହା ପରେ ଅବ୍ରାମ ଭ୍ରମଣ କରୁ କରୁ ଦକ୍ଷିଣ ଦିଗକୁ ଗଲେ।

ମିଶରରେ ଅବ୍ରାମ

10 ସେହି ସମୟରେ ସେହି ଦେଶରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତେଣୁ ଅବ୍ରାମ ବାସ କରିବା ପାଇଁ ମିଶର ଦେଶକୁ ଯାତ୍ରା କଲେ। 11 ସେ ଯେତେବେଳେ ମିଶର ଦେଶର ନିକଟବର୍ତ୍ତୀ ହେଲେ ଅବ୍ରାମ ନିଜର ସ୍ତ୍ରୀ ସାରୀଙ୍କୁ କହିଲେ, “ମୁଁ ଜାଣେ ତୁମ୍ଭେ ଦେଖିବାକୁ ବହୁତ ସୁନ୍ଦରୀ। 12 ମିଶରୀୟମାନେ ତୁମ୍ଭକୁ ଦେଖିବେ ଏବଂ ଜାଣିବେ ଯେ, ‘ତୁମ୍ଭେ ମୋର ସ୍ତ୍ରୀ।’ ତା’ପରେ ସେମାନେ ମୋତେ ମାରି ଦେବେ ଏବଂ ତୁମ୍ଭକୁ ଦୂରକୁ ନେଇଯିବେ। 13 ତେଣୁ ତୁମ୍ଭେ ଲୋକମାନଙ୍କୁ କହିବ, ତୁମ୍ଭେ ମୋର ଭଉଣୀ ବୋଲି। ଯଦ୍ଦ୍ୱାରା ସେମାନେ ମୋତେ ଦୟା ଦେଖାଇବେ। ଏହି ପ୍ରକାରେ ତୁମ୍ଭେ ମୋର ପ୍ରାଣକୁ ରକ୍ଷା କରି ପାରିବ।”

14 ଯେତେବେଳେ ଅବ୍ରାମ ମିଶରକୁ ପ୍ରବେଶ କଲେ, ମିଶରୀୟମାନେ ସେହି ସୁନ୍ଦରୀ ସ୍ତ୍ରୀଲୋକ ସାରୀଙ୍କୁ ଦେଖିଲେ। 15 ଏହା ପରେ ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁରେ ତାଙ୍କର ପ୍ରଶଂସା କଲେ। ଏହା ପରେ ସେହି ସ୍ତ୍ରୀଲୋକଟିକୁ ଫାରୋଙ୍କ ଗୃହକୁ ଅଣାଗଲା। 16 ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ଦୟା ଦେଖାଇଲେ, ଏବଂ ତାଙ୍କୁ ଗୋରୁ, ଗର୍ଦ୍ଦଭ, ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ।

17 ମାତ୍ର ସଦାପ୍ରଭୁ ଫାରୋ ଏବଂ ତାଙ୍କ ପରିବାର ପ୍ରତି ଭୟଙ୍କର ମହାମାରୀ ଦ୍ୱାରା ଶାସ୍ତି ବିଧାନ କଲେ, ଅବ୍ରାମଙ୍କ ସ୍ତ୍ରୀ ସାରୀଙ୍କ କାରଣରୁ। 18 ତେଣୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, “ତୁମ୍ଭେ କାହିଁକି ମୋ’ ପ୍ରତି ଏପରି ମନ୍ଦ ଆଚରଣ କଲ? ସାରୀ ତୁମ୍ଭର ସ୍ତ୍ରୀ ବୋଲି ତୁମ୍ଭେ କହି ନ ଥିଲ କାହିଁକି? 19 ତୁମ୍ଭେ କହିଲ ଯେ, ‘ସେ ତୁମ୍ଭର ଭଉଣୀ ଥିଲା।’ ତୁମ୍ଭେ ଏପରି କାହିଁକି କଲ? ମୁଁ ତାଙ୍କୁ ମୋର ସ୍ତ୍ରୀ କରି ବିବାହ କରିବାକୁ ଆଣିଲି। କିନ୍ତୁ ମୁଁ ବର୍ତ୍ତମାନ ତାକୁ ଫେରାଇ ଦେଉଛି। ତାଙ୍କୁ ଗ୍ରହଣ କର ଓ ଏଠାରୁ ଫେରିଯାଅ।” 20 ଅବ୍ରାମଙ୍କୁ ମିଶରରୁ ତଡ଼ି ଦେବା ପାଇଁ ଫାରୋ ତାଙ୍କର ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ। ତେଣୁ ଅବ୍ରାମ ଓ ତାଙ୍କର ସ୍ତ୍ରୀ ସମସ୍ତ ଦ୍ରବ୍ୟ ଧରି ସେହି ସ୍ଥାନ ପରିତ୍ୟାଗ କଲେ।

ମାଥିଉ ଲିଖିତ ସୁସମାଗ୍ଭର 4

ଯୀଶୁଙ୍କୁ ପରୀକ୍ଷା(A)

ତା’ପରେ ସେହି ପବିତ୍ରଆତ୍ମା ଯୀଶୁଙ୍କୁ ମରୂଭୁମିକୁ କଢ଼ାଇ ନେଇଗଲେ। ଶୟତାନ ଦ୍ୱାରା ପରୀକ୍ଷୀତ ହେବା ପାଇଁ ତାହଙ୍କୁ ସେଠାକୁ ନିଆଯାଇଥିଲା। ଯୀଶୁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ୍ ଭୋକ ଲାଗୁଥିଲା। ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ିକୁ ରୋଟୀ ହୋଇ ଯିବା ପାଇଁ କୁହ।”

ଯୀଶୁ ଉତ୍ତରରେ କହିଲେ, “ଶାସ୍ତ୍ରରେ ଏହା ଲେଖାଅଛି,

‘ମଣିଷ କେବଳ ଖାଦ୍ୟରେ ବଞ୍ଚିବ ନାହିଁ,
    କିନ୍ତୁ ତା’ର ଜୀବନ ପରମେଶ୍ୱରଙ୍କ ମୁଖରୁ ବାହାରି ଥିବା ପ୍ରତ୍ୟେକ ବାକ୍ୟରେ ହିଁ ବଞ୍ଚିବ।’” (B)

ତା’ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ଯିରୁଶାଲମକୁ ନେଇଗଲା। ସେ ଯୀଶୁଙ୍କୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନରେ ରଖିଲା। ଶୟତାନ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଶାସ୍ତ୍ରରେ ଲେଖାଅଛି:

‘ପରମେଶ୍ୱର ତୁମ୍ଭର ଯତ୍ନ ନେବା ପାଇଁ ନିଜ ସ୍ୱର୍ଗଦୂତଙ୍କୁ ଆଦେଶ ଦେବେ।
    ସେମାନେ ତୁମ୍ଭକୁ ତାହାଙ୍କ ହାତରେ ଧରିପକାଇବେ।
ତାହାହାଲେ ପଥରରେ ତୁମ୍ଭ ପାଦ ବାଜିବ ନାହିଁ।’”(C)

ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ର ଏ କଥା ମଧ୍ୟ କୁହେ, ‘ତୁମ୍ଭେ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।’” [a]

ତା’ପରେ, ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନେଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ୟ ଓ ସେଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇଲା. ଶୟତାନ ଯୀଶୁଙ୍କୁ କହିଲା, “ଯଦି ତୁମ୍ଭେ ପାଦତଳେ ପଡ଼ି ମୋତେ ପ୍ରଣାମ କରିବ, ତେବେ ତୁମ୍ଭକୁ ମୁଁ ଏସବୁ ଦେଇଦେବି।”

10 ଯୀଶୁ ତାକୁ କହିଲେ, “ଶୟତାନ, ମୋ’ ପାଖରୁ ଦୂରହୁଅ! କାରଣ ଶାସ୍ତ୍ରରେ ଲେଖାଅଛି:

‘ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ।
    ତାହାଙ୍କର ହିଁ ସେବା କର!(D)

11 ତେଣୁ ଶୟତାନ ତାହାଙ୍କୁ ଛାଡ଼ି ଗ୍ଭଲିଗଲା, ଏବଂ ତା’ପରେ ସ୍ୱର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ।

ଗାଲିଲୀରେ ଯୀଶୁ କାର୍ଯ୍ୟ ଆରମ୍ଭ କଲେ(E)

12 ଯୋହନ କାରାଗାରରେ ବନ୍ଦୀ ହୋଇଥିବା ଖବର ଯୀଶୁ ଶୁଣିଲେ, ତେଣୁ ଯୀଶୁ ଗାଲିଲୀକୁ ଫେରିଗଲେ। 13 ଯୀଶୁ କିନ୍ତୁ ନାଜରିତରେ ରହିଲେ ନାହିଁ। ସେ ଗାଲିଲୀ ହ୍ରଦ କୂଳରେ କଫର୍ନାହୂମ ସହରରେ ବାସ କଲେ, କଫର୍ନାହୂମ ସବୂଲୂନ ଓ ନପ୍ତାଲିର ପାଖ ଅଞ୍ଚଳରେ ଅବସ୍ଥିତ। 14 ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପ୍ରଭୁ ପରମେଶ୍ୱର ଯାହା କହିଥିଲେ, ତାହା ପୂର୍ଣ୍ଣ ହେବା ପାଇଁ ଯୀଶୁ ଏଭଳି କରିଥିଲେ।

15 “ସବୂଲୂନ ଓ ନପ୍ତାଲି ପ୍ରଦେଶ,
    ସମୁଦ୍ର ରାସ୍ତାର ନିକଟସ୍ଥ ଯର୍ଦ୍ଦନ ନଦୀର ପରପାରିସ୍ଥ
    ଗାଲିଲୀର ଏକ ଅଣଯିହୂଦୀ ପ୍ରଦେଶ।
16 ଯେଉଁ ଲୋକମାନେ ଅନ୍ଧାରରେ ରହୁଥିଲେ,
    ସେମାନେ ଏକ ମହାନ ଜ୍ୟୋତି ଦେଖିଲେ।
କବର ଭଳି ଅନ୍ଧକାରମୟ ପ୍ରଦେଶରେ ଯେଉଁମାନେ ରହୁଥିଲେ,
    ସେମାନଙ୍କ ଉପରେ ଜ୍ୟୋତିର ଉଦୟ ହେଲା।”(F)

17 ସେହି ଦିନଠାରୁ ଯୀଶୁ ପ୍ରଗ୍ଭର କରିବା ଆରମ୍ଭ କରିଦେଲେ। ସେ କହିଲେ, “ହୃଦୟ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ନିକଟ ହୋଇଗଲାଣି।”

ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ(G)

18 ଯୀଶୁ ଗାଲିଲୀ ହ୍ରଦ ପାଖଦେଇ ଯାଉଥିଲେ, ସେ (ପିତର ନାମରେ ଖ୍ୟାତ) ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦେଖିଲେ। ସେମାନେ ହ୍ରଦରେ ଜାଲ ପକାଉଥିଲେ। ସେମାନେ, ବ୍ୟବସାୟରେ କେଉଟ ଥିଲେ। 19 ଯୀଶୁ ସେମାନଙ୍କୁ କହିଲେ, “ଆସ, ମୋତେ ଅନୁସରଣ କର। ମୁଁ ତୁମ୍ଭକୁ ଏକ ଭିନ୍ନ ପ୍ରକାରର କେଉଟ କରିବି। ମାଛ ନ ଧରି ମଣିଷମାନଙ୍କୁ ତୁମ୍ଭେ ଏକତ୍ର ସଂଗ୍ରହ କରିବ।” 20 ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ଜାଲ ଛାଡ଼ିଦେଇ ଯୀଶୁଙ୍କୁ ଅନୁସରଣ କଲେ।

21 ଯୀଶୁ ସେଠାରୁ ଆଗକୁ ଗ୍ଭଲିଲେ। ସେ ଦେଖିଲେ ଯେ ଜେବଦୀଙ୍କ ପୁଅ ଯାକୁବ ଓ ଯୋହନଙ୍କୁ ତାହାଙ୍କ ବାପାଙ୍କ ସହିତ ଡଙ୍ଗା ଉପରେ ବସି ଜାଲ ମରାମତି କରୁଛନ୍ତି। ଯୀଶୁ ସେମାନଙ୍କୁ ଡାକିଲେ। 22 ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ବାପାଙ୍କୁ ଓ ଡଙ୍ଗାକୁ ଛାଡ଼ି ଦେଇ ଯୀଶୁଙ୍କୁ ଅନୁସରଣ କଲେ।

ଯୀଶୁ ଲୋକମାନଙ୍କୁ ଉପଦେଶ ଦେଲେ ଓ ରୋଗସୁସ୍ଥ କଲେ(H)

23 ଯୀଶୁ ଯିହୂଦୀ ସମାଜଗୃହମାନଙ୍କରେ ସ୍ୱର୍ଗରାଜ୍ୟରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡ଼ା ଦୂର କରି ସମଗ୍ର ଗାଲିଲୀ ରାଜ୍ୟରେ ଭ୍ରମଣ କଲେ। 24 ସମଗ୍ର ସୁରିୟା ଦେଶରେ ତାହାଙ୍କର ସମାଗ୍ଭର ବ୍ୟାପିଗଲା, ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡ଼ା ଭୋଗୁଥିଲେ, ଯେଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛାରୋଗୀ ଓ ପକ୍ଷାଘାତରୋଗୀ ଥିଲେ, ସେମାନେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। 25 ତେଣୁ ଗାଲିଲୀ, ଦେକାପଲି, ଯିରୁଶାଲମ, ଯିହୂଦା ଓ ଯର୍ଦ୍ଦନ ନଦୀର ଆର ପାରିର ବହୁଲୋକ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center