Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଲୂକ ଲିଖିତ ସୁସମାଗ୍ଭର 18:24-43

24 ସେହି ଯିହୂଦୀ ନେତାଙ୍କୁ ଦୁଃଖିତ ହେବାର ଦେଖି ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ଧନୀ ଲୋକମାନେ ପ୍ରବେଶ କରିବ ବହୁତ କଠିନ। 25 ଜଣେ ଧନୀଲୋକ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଛୁଞ୍ଚି କଣାଦେଇ ଓଟଟିଏ ଗଳିଯିବା ଅଧିକ ସହଜ।”

କେଉଁମାନେ ପରିତ୍ରାଣ ପାଇ ପାରିବେ

26 ଲୋକମାନେ ଏ କଥା ଶୁଣିବା ପରେ କହିଲେ, “ତେବେ କେଉଁମାନେ ପରିତ୍ରାଣ ପାଇ ପାରିବେ?”

27 ଯୀଶୁ କହିଲେ, “ଯେଉଁ କାମ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ, ତାହା ପରମେଶ୍ୱର କରି ପାରିବେ।”

28 ପିତର କହିଲେ, “ଦେଖନ୍ତୁ, ଆମ୍ଭେ ଆମ୍ଭର ସର୍ବସ୍ୱ ଛାଡ଼ିଦେଇ ଆପଣଙ୍କ ଅନୁସରଣ କରିଛୁ।”

29 ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଯେଉଁ ଲୋକ ପରମେଶ୍ୱରଙ୍କ ରାଜ୍ୟ ପାଇଁ ତା’ର ଘର, ପତ୍ନୀ, ଭାଇ, ବାପାମା କିମ୍ବା ପିଲାମାନଙ୍କୁ ଛାଡ଼ିଥିବ, 30 ସେ ଛାଡ଼ିଥିବା ବସ୍ତୁ ଅପେକ୍ଷା ଅଧିକ ପାଇବ। ସେ ଲୋକ ଏହି ଜୀବନକାଳ ମଧ୍ୟରେ ତ ଅନେକ ଗୁଣ ଅଧିକ ପାଇବ ଏବଂ ମରିଗଲା ପରେ ମଧ୍ୟ ସେ ପରମେଶ୍ୱରଙ୍କ ସହିତ ଚିରକାଳ ବାସ କରିବ।

ଯୀଶୁ ମୃତ୍ୟୁରୁ ପୁଣି ଜୀବିତ ହେବେ(A)

31 ତା’ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ୟଙ୍କୁ କହିଲେ, “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ପରମେଶ୍ୱର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମନୁଷ୍ୟପୁତ୍ରଙ୍କ ବିଷୟରେ ଯାହାସବୁ ଲେଖିବାକୁ କହିଥିଲେ, ସେ ସବୁ ଘଟିବ। 32 ତାହାଙ୍କ ଲୋକମାନେ ତାହାଙ୍କୁ ବିଧର୍ମୀମାନଙ୍କ ହାତରେ ଦେଇଦେବେ। ତାହାଙ୍କୁ ଉପହାସ କରାଯିବ। ଲୋକେ ତାହାଙ୍କୁ ଅପମାନ ଦେବେ ଓ ତାହାଙ୍କୁ ଉପରକୁ ଛେପ ପକାଇବେ। 33 ସେମାନେ ତାହାଙ୍କୁ ଗ୍ଭବୁକରେ ପିଟିବେ ଓ ଶେଷରେ ମାରିଦେବେ। କିନ୍ତୁ ମୃତ୍ୟୁର ତୃତୀୟ ଦିବସରେ ସେ ପୁଣି ଜୀବିତ ହୋଇ ଉଠିବେ।” 34 ପ୍ରେରିତମାନେ ଏ କଥା ବୁଝିବାକୁ ଚେଷ୍ଟା କଲେ। ମାତ୍ର ସେମାନେ ବୁଝି ପାରିଲେ ନାହିଁ। ଏ କଥାର ଅର୍ଥ ସେମାନଙ୍କ ପାଖରେ ଗୁପ୍ତ ରହିଲା।

ଯୀଶୁ ଗୋଟିଏ ଅନ୍ଧକୁ ସୁସ୍ଥ କଲେ(B)

35 ଯୀଶୁ ଯିରୀହୋ ନଗର ପାଖାପାଖି ହୋଇ ଆସିଲେ। ସେତେବେଳେ ରାସ୍ତା କଡ଼ରେ ଗୋଟିଏ ଅନ୍ଧ ବସିଥିଲା। ସେହି ଅନ୍ଧଟି ଭିକ ମାଗୁଥିଲା। 36 ସେ ରାସ୍ତାରେ ଯାଉଥିବା ଲୋକମାନଙ୍କ କୋଳାହଳ ଶୁଣିପାରି ପଗ୍ଭରିଲା, “ଘଟଣା କ’ଣ?”

37 ଲୋକମାନେ କହିଲେ, “ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଛନ୍ତି।”

38 ଅନ୍ଧଟି ଉତ୍ତେଜିତ ହୋଇ ପଡ଼ିଲା ଓ କହିଲା, “ଦାଉଦଙ୍କ ପୁତ୍ର ଯୀଶୁ ଦୟାକରି ମୋତେ ସାହାଯ୍ୟ କର।”

39 ଆଗରେ ଯାଉଥିବା ଲୋକମାନେ ଅନ୍ଧକୁ ଧମକ ଦେଲେ। ସେମାନେ ଅନ୍ଧକୁ ଚୁପ୍ ରହିବାକୁ କହିଲେ। କିନ୍ତୁ ସେ ଆହୁରି ଜୋ‌ର୍‌ରେ ପାଟିକରି କହିଲା, “ହେ ଦାଉଦଙ୍କ ପୁତ୍ର, ଦୟାକରି ମୋତେ ସାହାଯ୍ୟ କରନ୍ତୁ।”

40 ଯୀଶୁ ସେଠାରେ ଅଟକି ଗଲେ, ସେ ଆଜ୍ଞା ଦେଲେ, “ତାହାକୁ ମୋ’ ପାଖକୁ ଆଣ।” ସେ ପାଖକୁ ଆସିବା ପରେ ଯୀଶୁ ତାକୁ ପଗ୍ଭରିଲେ, 41 “ମୁଁ ତୁମ୍ଭ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?”

ସେହି ଅନ୍ଧଟି କହିଲା, “ପ୍ରଭୁ, ମୁଁ ପୁଣି ଥରେ ଦେଖି ପାରିବାକୁ ଗ୍ଭହୁଁଛି।”

42 ଯୀଶୁ ତାହାକୁ କହିଲେ, “ତୁମ୍ଭେ ଦୃଷ୍ଟି ଶକ୍ତି ଲାଭ କର। ତୁମ୍ଭର ବିଶ୍ୱାସ ହିଁ ତୁମ୍ଭକୁ ଉଦ୍ଧାର କଲା।”

43 ତତ୍ ସଙ୍ଗେ ସଙ୍ଗେ ଅନ୍ଧଟି ଦୃଷ୍ଟି ଶକ୍ତି ଫେରିପାଇଲା। ସେ ପରମେଶ୍ୱରଙ୍କୁ ପ୍ରଶଂସା କରି ଯୀଶୁଙ୍କୁ ଅନୁସରଣ କଲା। ଏହି ଘଟଣା ଦେଖି ଥିବା ଲୋକେ ପରମେଶ୍ୱରଙ୍କୁ ସ୍ତୁତିଗାନ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center