New Testament in a Year
ପରମେଶ୍ୱର ତାଙ୍କ ଲୋକଙ୍କୁ ଉତ୍ତର ଦେବେ
18 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଉଥିଲେ ଯେ, ସେମାନେ ସଦାବାଳେ ପ୍ରାର୍ଥନା କରିବା ଉଚିତ୍। ଏବଂ କେବେ ହେଲେ ଭରସା ହରେଇବା ଉଚିତ୍ ନୁହେଁ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ, 2 “ଥରେ ଗୋଟିଏ ନଗରରେ ଜଣେ ବିଗ୍ଭରପତି ଥିଲା। ପରମେଶ୍ୱରଙ୍କୁ ତାହାଙ୍କର ଡର ନ ଥିଲା କି ଲୋକମାନେ ତାହାଙ୍କ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି କରୁ ନ ଥିଲେ। 3 ସେହି ନଗରରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା’ର ସ୍ୱାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଗ୍ଭରପତିଙ୍କୁ କହୁଥିଲା, ‘ଗୋଟିଏ ଲୋକ ମୋ’ ପ୍ରତି ଅନ୍ୟାୟ କରୁଛି। ତୁମ୍ଭେ ମୋତେ ମୋ’ ନ୍ୟାୟ ଅଧିକାର ଦିଅ।’ 4 କିନ୍ତୁ ବିଗ୍ଭରପତି ସ୍ତ୍ରୀଲୋକଟିକୁ ସାହାଯ୍ୟ କରିବାକୁ ଇଚ୍ଛା କରି ନ ଥିଲେ। କେତେ ସମୟ ପରେ ବିଗ୍ଭରପତି ଜଣକ ମନେ ମନେ ଭାବିଲେ, ‘ମୁଁ ପରମେଶ୍ୱରଙ୍କୁ ଡରୁ ନାହିଁ କି ଲୋକମାନେ ମୋ’ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି ବି କରୁ ନାହିଁ। 5 କିନ୍ତୁ ଏହି ସ୍ତ୍ରୀଲୋକଟି ମୋତେ ସବୁବେଳେ ବ୍ୟସ୍ତ କରି ପକାଉଛି। ମୁଁ ତାକୁ ନ୍ୟାୟ ଅଧିକାର ଦେଇଦେଲେ ସେ ମୋ’ ପିଛା ଛାଡ଼ିଦେବ। ନଚେତ ସେ ମୋତେ ହଇକାଣ କରୁଥିବ।’”
6 ପ୍ରଭୁ! କହିଲେ, “ଶୁଣ, ସେହି ଦୁଷ୍ଟ ବିଗ୍ଭରପତି ଜଣକ ଯାହା କହିଲେ, ସେ କଥାର ଗୋଟିଏ ଅର୍ଥ ଅଛି। 7 ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥା’ନ୍ତି। ଯାହା ଠିକ୍, ତାହା ପରମେଶ୍ୱର ତାହାଙ୍କ ଲୋକଙ୍କୁ ସଦାବେଳେ ଦେଇଥା’ନ୍ତି। ନିଜ ଲୋକଙ୍କୁ ଉତ୍ତର ଦେବାରେ ପରମେଶ୍ୱର ଆଦୌ ବିଳମ୍ବ କରିବେ ନାହିଁ। 8 ମୁଁ ତୁମ୍ଭକୁ କହୁଛି। ଅତି ଶୀଘ୍ର ପରମେଶ୍ୱର ତାହାଙ୍କ ଲୋକଙ୍କୁ ସାହାଯ୍ୟ କରିବେ। କିନ୍ତୁ ମନୁଷ୍ୟପୁତ୍ର ପୁଣି ଥରେ ଫେରି ଆସିବା ପରେ ସେ ଏ ପୃଥିବୀରେ ତାହାଙ୍କର ବିଶ୍ୱାସୀମାନଙ୍କୁ ପାଇ ପାରିବେ କି?”
ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ଉଚିତ୍
9 କେତେକ ଲୋକ ଭାବୁଥିଲେ ଯେ ସେମାନେ ବହୁତ ଭଲ ଅଟନ୍ତି। ସେମାନେ ନିଜେ ଅନ୍ୟମାନଙ୍କ ଅପେକ୍ଷା ବହୁତ ଭଲ ହୋଇଥିବା ଭଳି ବ୍ୟବହାର କରୁଥିଲେ। ଯୀଶୁ ସେମାନଙ୍କୁ ଉପଦେଶ ଦେବା ପାଇଁ ଏହି ଦୃଷ୍ଟାନ୍ତ କହିଲେ: 10 “ଜଣେ ଫାରୂଶୀ ଓ ଜଣେ କରଆଦାୟକାରୀ ଥିଲେ। ଦିନେ ସେହି ଦୁଇଜଣ ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ। 11 ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂରରେ ଅଲଗା ଠିଆ ହୋଇଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବେଳେ କହିଲେ, ‘ହେ ପରମେଶ୍ୱର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହୋଇ ନ ଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଗ୍ଭେରି, ଠକାମି, ବ୍ୟଭିଗ୍ଭର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ। ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହୋଇଥିବାରୁ ତୁମ୍ଭ ପାଖରେ କୃତଜ୍ଞତା ଜଣାଉଛି। 12 ମୁଁ ଜଣେ ଭଲ ଲୋକ। ମୁଁ ସପ୍ତାହରେ ଦୁଇ ଥର ଉପବାସ କରେ। ମୁଁ ମୋର ସମସ୍ତ ରୋଜଗାରର ଦଶ ଭାଗରୁ ଏକ ଭାଗ ଦାନ କରେ।’
13 “କରଆଦାୟକାରୀ ମଧ୍ୟ ଅଲଗା ଏକାକୀ ଠିଆ ହୋଇଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ୱର୍ଗ ଆଡ଼କୁ ମଧ୍ୟ ଗ୍ଭହିଁଲେ ନାହିଁ। କରଆଦାୟକାରୀ ପରମେଶ୍ୱରଙ୍କ ପାଖରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, “ହେ ପରମେଶ୍ୱର, ମୋ’ ଉପରେ ଦୟା କର। ମୁଁ ଜଣେ ପାପୀ।” 14 ମୁଁ ତୁମ୍ଭମାନଙ୍କୁ କହୁଛି, ‘ଏହି ଲୋକଟି ଯେତେବେଳେ ତା’ର ପ୍ରାର୍ଥନା ଶେଷ କରି ତା’ ଘରକୁ ଫେରିଗଲା, ସେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ପରିଗଣତ ହେଲା। କିନ୍ତୁ ଯେଉଁ ଫାରୂଶୀ ଅନୁଭବ କଲା ଯେ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଭଲ ଲୋକ, ସେ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା। ଯେଉଁ ଲୋକ ନିଜକୁ ନିଜେ ମହାନ୍ ବୋଲି ଭାବେ, ତାକୁ ହୀନ କରି ଦିଆଯିବ, କିନ୍ତୁ ଯେଉଁ ଲୋକ ନିଜକୁ ହୀନ କରି ଦିଏ ତାକୁ ମହାନ୍ କରାଯିବ।”
ପରମେଶ୍ୱରଙ୍କ ରାଜ୍ୟରେ କେଉଁମାନେ ପ୍ରବେଶ କରିବେ(A)
15 କେତେକ ଲୋକ ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ, ଯେପରି ଯୀଶୁ ସେହି ପିଲାମାନଙ୍କୁ କେବଳ ଛୁଇଁବେ। ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଲୋକମାନଙ୍କୁ ଏହା ନ କରିବାକୁ କହିଲେ। 16 କିନ୍ତୁ ଯୀଶୁ ସେହି ଛୋଟ ପିଲାମାନଙ୍କୁ ପାଖକୁ ଡାକିଲେ। ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଛୋଟ ପିଲାମାନେ ମୋ’ ପାଖକୁ ଆସନ୍ତୁ। ସେମାନଙ୍କୁ ଅଟକାଅ ନାହିଁ। କାରଣ ଯେଉଁ ଲୋକମାନେ ଏହି ଛୋଟ ପିଲାମାନଙ୍କ ଭଳି ହୋଇଥିବେ, କେବଳ ସେହିମାନେ ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ। 17 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ଗୋଟିଏ ଛୋଟ ପିଲା କିଛି ଗ୍ରହଣ କଲାଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କଲେ ତା’ ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।”
ଜଣେ ଧନୀଲୋକ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ(B)
18 ଜଣେ ଯିହୂଦୀ ନେତା ଯୀଶୁଙ୍କୁ ପଗ୍ଭରିଲେ, “ହେ ଉତ୍ତମ ଗୁରୁ! ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ’ଣ କରିବା ଉଚିତ୍?”
19 ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହିଲ? କେବଳ ପରମେଶ୍ୱର ହିଁ ଉତ୍ତମ। 20 ମୁଁ କିନ୍ତୁ ତୁମ୍ଭ ପ୍ରଶ୍ନର ଉତ୍ତର ଦେବି। ତୁମ୍ଭେ ପରମେଶ୍ୱରଙ୍କ ଆଜ୍ଞାମାନ ଜାଣିଛ: ‘ତୁମ୍ଭେ ବ୍ୟଭିଗ୍ଭର କରିବ ନାହିଁ, ତୁମ୍ଭେ କାହାରିକି ହତ୍ୟା କରିବ ନାହିଁ, କୌଣସି ଜିନିଷ ଗ୍ଭେରି କରିବ ନାହିଁ, ଅନ୍ୟ ଲୋକଙ୍କ ବିଷୟରେ କେବେ ହେଁ ମିଛ କହିବ ନାହିଁ, ତୁମ୍ଭେ ତୁମ୍ଭର ବାପା-ମାଙ୍କୁ ନିଶ୍ଚୟ ସମ୍ମାନ ଦେବ…’ [a]”
21 କିନ୍ତୁ ଯିହୂଦୀ ନେତା ଜଣକ କହିଲେ, “ମୁଁ ମୋ’ ପିଲା ଦିନୁ ଏସବୁ ଆଜ୍ଞା ମାନିଆସିଛି।”
22 ଏ କଥା ଶୁଣି ଯୀଶୁ ସେହି ନେତାଙ୍କୁ କହିଲେ, “ତଥାପି ଏ ପର୍ଯ୍ୟନ୍ତ ଆଉ ଗୋଟିଏ କଥା ତୁମ୍ଭର କରିବାକୁ ବାକିଅଛି। ତୁମ୍ଭର ଯାହା ଅଛି ସବୁ ବିକି ଦେଇ ଗରିବଙ୍କୁ ବାଣ୍ଟିଦିଅ। ତୁମ୍ଭକୁ ସ୍ୱର୍ଗରେ ପୁରସ୍କାର ମିଳିବ। ତା’ପରେ ତୁମ୍ଭେ ଆସ ଓ ମୋର ଅନୁସରଣ କର।” 23 ନେତା ଜଣକ ଏହା ଶୁଣି ବହୁତ ମନ ଦୁଃଖ କଲେ। ସେ ବହୁତ ଧନୀ ଥିଲେ ଓ ନିଜ ଧନତକ ରଖିବାକୁ ଗ୍ଭହୁଁଥିଲେ।
2010 by World Bible Translation Center