New Testament in a Year
ଯୀଶୁ ଦୁଷ୍ଟାତ୍ମା କବଳରୁ ଜଣକୁ ସୁସ୍ଥ କଲେ(A)
31 ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାରରେ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ। 32 ଲୋକେ ତାହାଙ୍କ ଉପଦେଶ ଶୁଣି ବିସ୍ମିତ ହୋଇଯାଉଥିଲେ। କାରଣ ସେ ଅଧିକାର ସହିତ କଥା କହୁଥିଲେ।
33 ସେହି ସମାଜଗୃହରେ ଥିବା ଜଣେ ଲୋକ ଦେହରେ ଦୁଷ୍ଟାତ୍ମା ଆସି ରହିଥିଲା। ସେ ବଡ଼ପାଟିରେ ଚିତ୍କାର କରି କହିଲା, 34 “ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ’ଣ ଗ୍ଭହୁଁଛ? ତୁମ୍ଭେ କ’ଣ ଆମ୍ଭମାନଙ୍କୁ ଧ୍ୱଂସ କରିଦେବାକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ୱରଙ୍କ ସେହି ପବିତ୍ର ବ୍ୟକ୍ତି।” 35 ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର ଏହି ଲୋକର ଦେହରୁ ବାହାରିଯା”। ଏହା ପରେ ଦୁଷ୍ଟାତ୍ମା ସେହି ଲୋକଟିକୁ ସମସ୍ତଙ୍କ ସାମନାରେ ତଳେ ପକାଇ ଦେଲା ଓ ତାହାର କୌଣସି କ୍ଷତି ନ କରି ତା’ ଦେହରୁ ବାହାରିଗଲା।
36 ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କୁହାକୁହି ହେଲେ, “ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।” 37 ସେହି ଅଞ୍ଚଳର ସବୁ ସ୍ଥାନରେ ଯୀଶୁଙ୍କ ବିଷୟରେ ଏହି ଖବର ବ୍ୟାପିଗଲା।
ଯୀଶୁ ପିତରଙ୍କ ଶାଶୁକୁ ସୁସ୍ଥ କଲେ(B)
38 ଯୀଶୁ ସମାଜଗୃହ ଛାଡ଼ି ଶିମୋନଙ୍କ ଘରକୁ ଗଲେ। ଶିମୋନଙ୍କ ଶାଶୁଙ୍କୁ ଭୟଙ୍କର ଜ୍ୱର ହୋଇଥିଲା। ସେମାନେ ଯୀଶୁଙ୍କୁ, ତାହାଙ୍କୁ ସାହାଯ୍ୟ କରିବା ପାଇଁ କହିଲେ। 39 ଯୀଶୁ ତାହାଙ୍କର ପାଖରେ ଠିଆ ହୋଇ ଜ୍ୱରକୁ ଧମକ ଦେଲେ। ତାହାଙ୍କର ଜ୍ୱର ଛାଡ଼ିଗଲା। ତା’ପରେ ସେ ଉଠି ସେମାନଙ୍କର ସେବାରେ ଲାଗିପଡ଼ିଲେ।
ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ
40 ସୂର୍ଯ୍ୟ ଅସ୍ତ ହୋଇଯିବା ପରେ ଲୋକମାନେ ସେମାନଙ୍କର ରୋଗୀ ଲୋକମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ସେମାନଙ୍କଠାରେ ବିଭିନ୍ନ ପ୍ରକାରର ରୋଗ ଥିଲା। ଯୀଶୁ ନିଜ ହାତ ରୋଗୀମାନଙ୍କ ଉପରେ ରଖି ସେମାନଙ୍କୁ ସୁସ୍ଥ କରିଦେଲେ। 41 ଆଉ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ଅନେକଙ୍କ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, “ତୁମ୍ଭେ ପରମେଶ୍ୱରଙ୍କର ପୁତ୍ର।” କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠୋର ଆଜ୍ଞା ଦେଲେ। କାରଣ ସେହି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ୱୟଂ ଖ୍ରୀଷ୍ଟ।
ଅନ୍ୟ ନଗରଗୁଡ଼ିକୁ ଯୀଶୁଙ୍କ ଯାତ୍ରା(C)
42 ଯୀଶୁ ଏକାକୀ ରହିବା ଉଦ୍ଦେଶ୍ୟରେ ତା’ ପରଦିନ ସକାଳେ ସେ ସ୍ଥାନ ଛାଡ଼ି ଅନ୍ୟତ୍ର ଗ୍ଭଲିଗଲେ। କିନ୍ତୁ ଲୋକମାନେ ତାହାଙ୍କୁ ଖୋଜିଲେ। ଖୋଜି ଖୋଜି ଶେଷରେ ସେମାନେ ଯୀଶୁ ଯେଉଁଠାରେ ଥିଲେ, ସେଠାରେ ପହଞ୍ଚିଗଲେ। ଯୀଶୁ ସେମାନଙ୍କୁ ଛାଡ଼ି କରି କୁଆଡ଼େ ନ ଯା’ନ୍ତୁ ବୋଲି ସେମାନେ ଗ୍ଭହୁଁଥିଲେ। ତେଣୁ ସେମାନେ ଯାଶୁଙ୍କୁ ଅଟକେଇବାକୁ ଚେଷ୍ଟା କଲେ। 43 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ମୋତେ ଅନ୍ୟ ନଗରମାନଙ୍କରେ ମଧ୍ୟ ପ୍ରଗ୍ଭର କରିବାକୁ ପଡ଼ିବ। କାରଣ ମୋତେ ଏଥିପାଇଁ ପଠାଯାଇଛି।”
44 ଏହିଭଳି ଭାବରେ ଯୀଶୁ ଯିହୂଦାରେ ବିଭିନ୍ନ ସମାଜଗୃହମାନଙ୍କରେ ଉପଦେଶ ପ୍ରଗ୍ଭର କରିବାକୁ ଲାଗିଲେ।
2010 by World Bible Translation Center