New Testament in a Year
19 ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ହେବାରୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନଗରରୁ ବାହାରି ଗ୍ଭଲିଗଲେ।
ଯୀଶୁ ବିଶ୍ୱାସର ଶକ୍ତି ଦେଖାଇଲେ(A)
20 ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ଡିମ୍ବିରିଗଛ ଥିବା ବାଟ ଦେଇ ଆସିଲେ। ସେମାନେ ଡିମ୍ବିରିଗଛକୁ ମୂଳରୁ ଶୁଖି ମରି ଯାଇଥିବାର ଦେଖିଲେ। 21 ସେତେବେଳେ ପିତର ଡିମ୍ବିରିଗଛକୁ ମନେ ପକେଇଲେ ଓ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଦେଖ; ଗତ କାଲି ତୁମ୍ଭେ ଯେଉଁ ଡିମ୍ବିରିଗଛକୁ ଅଭିଶାପ ଦେଇଥିଲ, ସେ ଗଛ ଆଜି ଶୁଖି ମରି ଯାଇଛି।”
22 ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ। 23 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି: ଯଦି କେହି ଲୋକ ଏହି ପର୍ବତକୁ କହିବ, ‘ତୁ ଉପୁଡ଼ି ସମୁଦ୍ରରେ ଯାଇ ପଡ଼ିଯା,’ ଏବଂ ଯଦି ଲୋକଟିର ମନରେ କୌଣସି ପ୍ରକାର ସନ୍ଦେହ ନ ଥାଇ ବିଶ୍ୱାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତେବେ ପରମେଶ୍ୱର ତା’ ପାଇଁ ତାହା କରି ଦେବେ। 24 ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ପ୍ରାର୍ଥନା କଲାବେଳେ ଯାହା ମାଗୁଛ, ବିଶ୍ୱାସ କର ଯେ, ତାହା ତୁମ୍ଭକୁ ମିଳିଯାଇଛି ତେବେ ପ୍ରକୃତରେ ତାହା ତୁମ୍ଭେ ପାଇବ। 25 ତୁମ୍ଭେମାନେ ଯେତେବେଳେ ପ୍ରାର୍ଥନା କରିବାକୁ ଠିଆ ହୋଇଥିବ, ସେତେବେଳେ ଯଦି ତୁମ୍ଭମାନଙ୍କର ମନେ ପଡ଼ିଯାଏ ଯେ, ତୁମ୍ଭେମାନେ କାହାରି ଉପରେ କୌଣସି କାରଣରୁ ରାଗିଛ, ତେବେ ସେହି ଲୋକକୁ କ୍ଷମା କରି ଦିଅ। ତା’ହେଲେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ମଧ୍ୟ ତୁମ୍ଭମାନଙ୍କର ପାପ ଗୁଡ଼ିକୁ କ୍ଷମା କରିଦେବେ।” 26 [a]
ଯିହୂଦୀ ନେତାମାନଙ୍କର ଯୀଶୁଙ୍କ କ୍ଷମତା ପ୍ରତି ସନ୍ଦେହ(B)
27 ଯୀଶୁ ଓ ତାହଙ୍କ ଶିଷ୍ୟମାନେ ପୁଣି ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ଭିତରେ ବୁଲୁଥିଲେ। ପ୍ରଧାନଯାଜକ ଧର୍ମଶାସ୍ତ୍ରୀ ପ୍ରାଚୀନ ଓ ଯିହୂଦୀ ନେତାମାନେ ତାହାଙ୍କ ପାଖକୁ ଆସିଲେ। 28 ସେମାନେ ଯୀଶୁଙ୍କୁ କହିଲେ, “ଆମ୍ଭଙ୍କୁ କୁହ, କେଉଁ ଅଧିକାରରେ ତୁମ୍ଭେ ଏସବୁ କାମ କରୁଛ? ଏ ସବୁ କରିବାକୁ ତୁମ୍ଭକୁ କିଏ ଅଧିକାର ଦେଲା?”
29 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ମୋ’ ପ୍ରଶ୍ନର ଉତ୍ତର ଦେଲେ ମୁଁ ତୁମ୍ଭମାନଙ୍କୁ କହିବି ଯେ, କେଉଁ ଅଧିକାରରେ ମୁଁ ଏସବୁ କାର୍ଯ୍ୟ କରୁଛି। 30 ମୋତେ କୁହ, ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମନୁଷ୍ୟଠାରୁ? ମୋର ପ୍ରଶ୍ନର ଉତ୍ତର ଦିଅ।”
31 ଯିହୂଦୀ ନେତାମାନେ ଯୀଶୁଙ୍କ ପ୍ରଶ୍ନ ଉପରେ ଆଲୋଚନା କଲେ। ସେମାନେ କୁହାକୁହି ହେଲେ, “ଆମ୍ଭେମାନେ ଯଦି କହିବା ଯେ, ‘ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା’, ତେବେ ଯୀଶୁ କହିବେ, ‘ତେବେ ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’ 32 କିନ୍ତୁ ଯଦି ଆମ୍ଭେମାନେ କହିବା, ‘ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ଆସିଥିଲା, ତେବେ ଲୋକମାନେ ଆମ୍ଭ ଉପରେ ରାଗିଯିବେ।” ସେମାନେ ଲୋକମାନଙ୍କୁ ଖୁବ୍ ଡରୁଥିଲେ। କାରଣ ସବୁ ଲୋକ ବିଶ୍ୱାସ କରୁଥିଲେ ଯେ, ଯୋହନ ପ୍ରକୃତରେ ଜଣେ ଭବିଷ୍ୟଦ୍ବକ୍ତା।
33 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମ୍ଭେମାନେ ଜାଣି ନାହୁଁ।”
ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତା’ହେଲେ ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ଯେ, କେଉଁ ଅଧିକାରରେ ମୁଁ ଏ ସବୁ କାର୍ଯ୍ୟ କରୁଛି।”
2010 by World Bible Translation Center