New Testament in a Year
ଯାହା ତୁମ୍ଭ ପାଖରେ ଅଛି ତାହାର ବିନିଯୋଗ କର(A)
21 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେ କ’ଣ ହାଣ୍ଡି ତଳେ କି ଖଟ ତଳେ ଦୀପଟିଏ ରଖ କି? ତୁମ୍ଭ ଦୀପରୂଖା ଉପରେ ଦୀପ ରଖ। 22 ତେବେ ଯାହାକିଛି ଲୁଚି ରହିଛି, ତାହା ସ୍ପଷ୍ଟ ହୋଇଯିବ। ଯାହାକିଛି ରହସ୍ୟ ହୋଇ ରହିଛି, ତାହା ପ୍ରକାଶ ପାଇବ। 23 ମୋତେ ଶୁଣିଥିବା ଲୋକମାନେ ଶୁଣନ୍ତୁ। 24 “ତୁମ୍ଭେ ଯାହା ଶୁଣୁଛ, ତାହା ଉପରେ ସାବଧାନ ହୋଇ ବିଗ୍ଭର କର ତୁମ୍ଭେ ଯେଉଁଭଳି ଭାବରେ ଅନ୍ୟକୁ ଦେଉଛ, ପରମେଶ୍ୱର ତୁମ୍ଭକୁ ଠିକ୍ ସେହିଭଳି ଭାବରେ ଦେବେ। ବରଂ ପରମେଶ୍ୱର ତୁମ୍ଭକୁ ଆହୁରି ଅଧିକ ଦେବେ। 25 ଯାହା ପାଖରେ କିଛି ଅଛି, ତାହାକୁ ଆଉ ଅଧିକ ଦିଆଯିବ। କିନ୍ତୁ ଯାହା ପାଖରେ ଖୁବ୍ କମ୍ ଅଛି, ତାହା ମଧ୍ୟ ସେ ହରେଇ ବସିବ।”
ବୀଜର ଦୃଷ୍ଟାନ୍ତ ବିଷୟରେ ଯୀଶୁ ବ୍ୟାଖ୍ୟା କଲେ
26 ଯୀଶୁ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ, ବୀଜ ବୁଣୁଥିବା ଲୋକଟିଏ ଭଳି। 27 ବୀଜରୁ ଅଙ୍କୁର ବାହାରି ଦିନରାତି ବଢ଼ିବାକୁ ଲାଗେ। ସେହି ଲୋକ ଦିନରେ ଚେଇଁଥାଉ କି ରାତିରେ ଶୋଇଥାଉ, ସେଥିରେ କିଛି ଯାଏ ଆସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢ଼ି ଗ୍ଭଲୁଥାଏ। ସେହ ଲୋକ ଜାଣି ପାରେ ନାହିଁ ଯେ ଅଙ୍କୁରଟି କିପରି ବଢ଼ୁଛି। 28 କାହାରି ସାହାଯ୍ୟ ବିନା ଭୂମି ଆପେ ଆପେ ଶସ୍ୟ ଉତ୍ପନ୍ନ କରେ। ପ୍ରଥମେ ଅଙ୍କୁର, ତା’ପରେ କେଣ୍ଡା ହୁଏ। ତା’ପରେ କେଣ୍ଡାରୁ ପରିପୂର୍ଣ୍ଣ ଶସ୍ୟ ହୁଏ, 29 ଯେତେବେଳେ ଶସ୍ୟ ପାଚିଯାଏ, ସେତେବେଳେ ସେହି ଲୋକ ଦାଆ ନେଇ ତାକୁ କାଟେ। କାରଣ ଏହା ହିଁ ଅମଳ କରିବାର ଉପଯୁକ୍ତ ସମୟ।”
ପରମେଶ୍ୱରଙ୍କ ରାଜ୍ୟ ଏକ ସୋରିଷଦାନା ଭଳି(B)
30 ସେ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ ସମ୍ପର୍କରେ କ’ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ୟମରେ ଏହା ବୁଝେଇବି? 31 ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଏହି ସୋରିଷଦାନା, ତୁମ୍ଭେ ବୁଣୁଥିବା ବୀଜଗୁଡ଼ିକ ଭିତରେ ସବୁଠାରୁ ଛୋଟ। 32 କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢ଼ି ତୁମ୍ଭ ବଗିଗ୍ଭର ଅନ୍ୟ ଗଛମାନଙ୍କ ଭିତରେ ସବୁଠାରୁ ବଡ଼ ହୋଇଯାଏ। ତା’ର ଶାଖା ଗୁଡ଼ିକ ବଡ଼ ହୋଇଯାଏ। ପକ୍ଷୀମାନେ ଆସି ତା’ ଛାଇରେ ବସା ବାନ୍ଧି ରହନ୍ତି।”
33 ଯୀଶୁ ଏହିଭଳି ଅନେକ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ। ସେମାନଙ୍କର ବୁଝି ପାରିବା କ୍ଷମତା ଅନୁସାରେ ଯୀଶୁ ସେମାନଙ୍କୁ କହୁଥିଲେ। 34 ଯୀଶୁ ଲୋକଙ୍କୁ ଉପଦେଶ ଦେଲାବେଳେ ସବୁବେଳେ ଦୃଷ୍ଟାନ୍ତର ପ୍ରୟୋଗ କରୁଥିଲେ। କିନ୍ତୁ ଯୀଶୁଙ୍କ ସହିତ ତାହାଙ୍କ ଶିଷ୍ୟମାନେ ଏକୁଟିଆ ଥିବା ବେଳେ, ଯୀଶୁ ସେମାନଙ୍କୁ ସବୁଗୁଡ଼ିକର ଅର୍ଥ ସ୍ପଷ୍ଟ ଭାବରେ ବୁଝେଇ ଦେଉଥିଲେ।
ଯୀଶୁ ଝଡ଼ ବନ୍ଦ କରିଦେଲେ(C)
35 ସେହି ଦିନ ସନ୍ଧ୍ୟାବେଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଗ୍ଭଲ, ଆର ପଟକୁ ଯିବା।” 36 ତେଣୁ ସେମାନେ ସବୁ ଲୋକଙ୍କୁ ସେଠାରେ ଛାଡ଼ିଦେଲେ। ଯେଉଁ ଡଙ୍ଗାରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ୟମାନେ ମଧ୍ୟ ଯାଇ ସେଥିରେ ବସିଲେ। ସେଠାରେ ଅନ୍ୟ ଡଙ୍ଗାଗୁଡ଼ିକ ମଧ୍ୟ ଥିଲା। 37 ତା’ପରେ ହ୍ରଦରେ ଗୋଟିଏ ଭୟଙ୍କର ଝଡ଼ ସୃଷ୍ଟି ହେଲା। ଡଙ୍ଗା ଆଡ଼କୁ ଢେଉ ମାଡ଼ି ଆସିଲା। ଡଙ୍ଗାରେ ପାଣି ପ୍ରାୟ ଭର୍ତ୍ତି ହୋଇଗଲା। 38 ଯୀଶୁ ଡଙ୍ଗା ଭିତରେ ପଛ ମଙ୍ଗରେ ଗୋଟିଏ ତକିଆରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସେମାନେ କହିଲେ, “ଗୁରୁ, ତୁମ୍ଭେ କ’ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡ଼ିଯିବା।”
39 ଯୀଶୁ ଉଠି ପଡ଼ିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, “ଶାନ୍ତ ହୁଅ, ସ୍ଥିର ହୁଅ।” ତା’ପରେ ଝଡ଼ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା।
40 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଭୟ କରୁଛ? ଏ ପର୍ଯ୍ୟନ୍ତ କ’ଣ ତୁମ୍ଭମାନଙ୍କର ବିଶ୍ୱାସ ହୋଇ ନାହିଁ?”
41 ସେମାନେ କିନ୍ତୁ ବହୁତ ଡରି ଯାଇଥିଲେ। ସେମାନେ ନିଜ ଭିତରେ ପଚରା ଉଚରା ହେଲେ, “ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ୟ ତାହାଙ୍କୁ ମାନୁଛନ୍ତି।”
2010 by World Bible Translation Center