Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଲୂକ ଲିଖିତ ସୁସମାଗ୍ଭର 22:47-71

ଯୀଶୁ ବନ୍ଦୀ ହେଲେ(A)

47 ଏସବୁ କଥା ଯୀଶୁ କହୁଥିବା ସମୟରେ ଦଳେ ଲୋକ ସେଠାକୁ ଆସିଲେ। ବାରଜଣ ପ୍ରେରିତଙ୍କ ମଧ୍ୟରୁ ଜଣେ ପ୍ରେରିତ ସେହି ଲୋକମାନଙ୍କ ଦଳର ନେତୃତ୍ୱ ନେଇଥିଲା। ସେ ଥିଲା ଯିହୂଦା। ଯୀଶୁଙ୍କୁ ଚୁମ୍ବନ ଦେବା ପାଇଁ ଯିହୂଦା ଯୀଶୁଙ୍କ ପାଖକୁ ଆସିଲା।

48 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯିହୂଦା, ତୁମ୍ଭେ କ’ଣ ମନୁଷ୍ୟପୁତ୍ରଙ୍କୁ ତାହାଙ୍କ ଶତ୍ରୁମାନଙ୍କ ହାତରେ ଦେଇ ଦେବା ପାଇଁ ବନ୍ଧୁତାର ଚୁମ୍ବନକୁ ବ୍ୟବହାର କରୁଛ?” 49 ଯୀଶୁଙ୍କର ଶିଷ୍ୟମାନେ ମଧ୍ୟ ସେଠାରେ ଠିଆ ହୋଇଥିଲେ। ଯାହା ଘଟୁଥିଲା, ସେମାନେ ସେ ସବୁ ଦେଖୁଥିଲେ, ସେମାନେ ଯୀଶୁଙ୍କୁ କହିଲେ, “ପ୍ରଭୁ, ଆମ୍ଭେ କ’ଣ ଆମ୍ଭର ଖଣ୍ଡାର ପ୍ରୟୋଗ କରିବୁ?” 50 ଏବଂ ଜଣେ ଶିଷ୍ୟ ଖଣ୍ଡା ବ୍ୟବହାର କଲା। ମହାଯାଜକଙ୍କର ଗ୍ଭକରର ଡାହାଣ କାନଟି ସେ କାଟି ପକାଇଲା।

51 ଯୀଶୁ କହିଲେ, “ବନ୍ଦ କର!” ତା’ପରେ ଯୀଶୁ ସେହି ଗ୍ଭକରଟିର କାନ ଛୁଇଁ ସୁସ୍ଥ କରିଦେଲେ।

52 ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯେଉଁ ଦଳ ଆସିଥିଲେ, ସେଥିରେ ପ୍ରଧାନଯାଜକ, ପ୍ରାଚୀନ, ଯିହୂଦୀ ନେତା ଓ ଯିହୂଦୀ ସୈନ୍ୟମାନେ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଖଣ୍ଡା ଓ ଠେଙ୍ଗା ଧରି ଏଠାକୁ କାହିଁକି ଆସିଛ? ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଗୋଟିଏ ଅପରାଧୀ? 53 ମନ୍ଦିରରେ ମୁଁ ପ୍ରତ୍ୟେକ ଦିନ ତୁମ୍ଭମାନଙ୍କ ସହିତ ରହୁଥିଲି। ତୁମ୍ଭେମାନେ ମୋତେ ସେଠାରେ ବନ୍ଦୀ କରିନେବାକୁ କାହିଁକି ଚେଷ୍ଟା କଲ ନାହିଁ? କିନ୍ତୁ ଏହି ସମୟରେ ଆସିଛ ଯେତେବେଳେ ଅନ୍ଧକାର ରାଜତ୍ୱ କରିଥାଏ।”

ଯୀଶୁଙ୍କୁ ଜାଣିଛନ୍ତି ବୋଲି କହିବାକୁ ପିତରଙ୍କ ଭୟ(B)

54 ସେମାନେ ଯୀଶୁଙ୍କ ବନ୍ଦୀ କରି ମହାଯାଜକଙ୍କ ଘର ଭିତରକୁ ନେଇଗଲେ। ପିତର ସେମାନଙ୍କ ପଛେ ପଛେ ଗଲେ। କିନ୍ତୁ ସେ ଯୀଶୁଙ୍କ ପାଖାପାଖି ଆସୁ ନ ଥିଲେ। 55 ସୈନ୍ୟମାନେ ଅଗଣା ମଝିରେ ନିଆଁ ଜାଳି ଏକାଠି ବସିଗଲେ। ପିତର ମଧ୍ୟ ସେମାନଙ୍କ ସହିତ ବସିଲେ। 56 ଜଣେ ଦାସୀ ପିତରଙ୍କୁ ସେଠାରେ ବସିଥିବାର ଦେଖିଲା। ସେ ପିତରଙ୍କୁ ଜଳୁଥିବା ନିଆଁର ଆଲୁଅରେ ଦେଖି ପାରିଲା। କନ୍ୟାଦାସୀଟି ମନ ଧ୍ୟାନ ଦେଇ ପିତରଙ୍କ ମୁହଁକୁ ଗ୍ଭହିଁଲା। ତା’ପରେ ସେ କହିଲା, “ଏ ଲୋକ ମଧ୍ୟ ତାହାଙ୍କ ସହିତ ଥିଲା।”

57 କିନ୍ତୁ ପିତର ଏ କଥା ଅସ୍ୱୀକାର କଲେ। ସେ କହିଲେ, “ନା ଭଉଣୀ, ମୁଁ ତାହାଙ୍କୁ ଜାଣେ ନାହିଁ।” 58 ଅଳ୍ପ କିଛି ସମୟ ପରେ ଆଉ ଜଣେ ଲୋକ ପିତରଙ୍କୁ ଦେଖି କହିଲା, “ଯୀଶୁଙ୍କ ଅନୁଗମନ କରୁଥିବା ଲୋକଙ୍କ ମଧ୍ୟରୁ ତୁମ୍ଭେ ମଧ୍ୟ ଜଣେ।”

କିନ୍ତୁ ପିତର କହିଲେ, “ନା, ମୁଁ ନୁହେଁ।”

59 ପ୍ରାୟ ଘଣ୍ଟାଏ ପରେ ଆଉ ଜଣେ ଲୋକ ଦୃଢ଼ ଭାବରେ କହିଲା, “ଏହା ସତ୍ୟ। ଏ ଲୋକ ନିଶ୍ଚୟ ତାହାଙ୍କ ସହିତ ଥିଲା। କାରଣ ସେ ତ ଗାଲିଲୀୟ।” ସେହି ଲୋକ କହିଲା ଯେ ସେ ଏ ବିଷୟରେ ସମ୍ପୂର୍ଣ୍ଣ ନିଃସନ୍ଦେହ।

60 କିନ୍ତୁ ପିତର କହିଲେ, “ନା ଭାଇ! ତୁମ୍ଭେ ଯାହା କହୁଛ, ମୁଁ ତାହା ଜାଣେ ନାହିଁ।

ପିତର ଏ କଥା କହିବା ବେଳେ ସେହିକ୍ଷଣି କୁକୁଡ଼ାଟିଏ ଡାକିଲା। 61 ତା’ପରେ ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକ ଲୟରେ ଗ୍ଭହିଁଲେ। ପିତରଙ୍କର ମନେ ପଡ଼ିଗଲା ଯେ, ପ୍ରଭୁ ପୂର୍ବରୁ କହିଥିଲେ, “ସକାଳେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର କହିବ।” 62 ତା’ପରେ ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ଭାବରେ କାନ୍ଦିବାକୁ ଲାଗିଲେ।

ଲୋକମାନେ ଯୀଶୁଙ୍କୁ ଉପହାସ କଲେ(C)

63-64 କେତେକ ଲୋକ ଯୀଶୁଙ୍କୁ ଜଗିଥିଲେ। ସେମାନେ ଯୀଶୁଙ୍କୁ ଥଟ୍ଟା କଲେ। ଯୀଶୁ ଯେପରି ସେମାନଙ୍କୁ ଦେଖି ନ ପାରନ୍ତି, ଏଥିପାଇଁ ସେମାନେ ତାହାଙ୍କ ମୁହଁ ଘୋଡ଼ାଇ ଦେଲେ। ସେମାନେ ଯୀଶୁଙ୍କୁ ପିଟିବାକୁ ଲାଗିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ପରା ଭବିଷ୍ୟ‌ଦ୍‌ବକ୍ତା। କୁହ ତ ଦେଖି, ତୁମ୍ଭକୁ କିଏ ମାରିଲା? 65 ଲୋକମାନେ ଯୀଶୁଙ୍କୁ ଅନେକ କଦର୍ଯ୍ୟ କଥା କହିବାକୁ ଲାଗିଲେ।

ଯିହୂଦୀ ନେତାଙ୍କ ସାମନାରେ ଯୀଶୁ(D)

66 ତା’ ପରଦିନ ସକାଳେ, ପ୍ରାଚୀନ ଯିହୂଦୀ ନେତା ଗଣ, ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଏକାଠି ହେଲେ। ସେମାନେ ଯୀଶୁଙ୍କୁ ସେମାନଙ୍କର ସର୍ବୋଚ୍ଚ ନ୍ୟାୟଳୟକୁ ନେଇଗଲେ। 67 ସେମାନେ କହିଲେ, “ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ତାହା ଆମ୍ଭକୁ କୁହ।”

ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଯଦି କୁହେ ଯେ ମୁଁ ଖ୍ରୀଷ୍ଟ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ। 68 ଏବଂ ମୁଁ ଯଦି ତୁମ୍ଭମାନଙ୍କୁ ପ୍ରଶ୍ନ ପଗ୍ଭରେ, ତେବେ ତୁମ୍ଭେମାନେ ତା’ର ଉତ୍ତର ଦେବ ନାହିଁ। 69 କିନ୍ତୁ ବର୍ତ୍ତମାନଠାରୁ ମନୁଷ୍ୟପୁତ୍ର ପରମେଶ୍ୱରଙ୍କ ସିଂହାସନରେ ଡାହାଣ ପଟେ ବସିବେ।”

70 ସେମାନେ ସମସ୍ତେ କହିଲେ, “ତେବେ କ’ଣ ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର?” ଯୀଶୁ ସେମାନଙ୍କୁ କହିଲେ, “ହଁ, ତୁମ୍ଭେ ଯାହା କହିଛ. ତାହା ଠିକ୍।”

71 ସେମାନେ କହିଲେ, “ତେବେ ଆମ୍ଭର ବର୍ତ୍ତମାନ ଆଉ ସାକ୍ଷୀ କ’ଣ ଦରକାର? ଆମ୍ଭେ ତ ନିଜେ ତାହାଙ୍କ ମୁଖରୁ ଏହା ଶୁଣିଲୁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center