New Testament in a Year
ଜଣେ ଅଣଯିହୂଦୀ ସ୍ତ୍ରୀକୁ ଯୀଶୁଙ୍କ ସହାୟତା(A)
21 ଯୀଶୁ ସେ ସ୍ଥାନଛାଡ଼ି ସୋର ଓ ସୀଦୋନ ଅଞ୍ଚଳକୁ ଗ୍ଭଲିଗଲେ। 22 ସେହି ଅଞ୍ଚଳର ଜଣେ କିଣାନୀୟା ସ୍ତ୍ରୀ ଆସି ବଡ଼ ପାଟି କରି କହିଲା, “ହେ ପ୍ରଭୁ! ହେ ଦାଉଦଙ୍କ ପୁତ୍ର! ମୋ’ ପ୍ରତି ଦୟା କରନ୍ତୁ। ମୋ’ ଝିଅ ଦେହରେ ଗୋଟିଏ ଭୂତ ପଶି ରହିଛି, ମୋ’ ଝିଅ ଭାରି କଷ୍ଟ ପାଉଛି।”
23 ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, “ସେ ଆମ୍ଭ ପଛେ ପଛେ ପାଟି କରି ଆସୁଛି। ତାକୁ ଗ୍ଭଲି ଯିବାକୁ କହି ଦିଅନ୍ତୁ।”
24 ଯୀଶୁ କହିଲେ, “ପରମେଶ୍ୱର ମୋତେ କେବଳ ଇସ୍ରାଏଲର ହଜିଯାଇଥିବା ଲୋକ (ଯିହୂଦୀ) ମାନଙ୍କ ପାଇଁ ପଠାଇଛନ୍ତି।”
25 ତା’ପରେ ସେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ପୁଣି ଥରେ ଆସିଲା। ସେ ଯୀଶୁଙ୍କୁ ପ୍ରଣାମ କରି କହିଲା, “ହେ ପ୍ରଭୁ! ମୋତେ ସାହାଯ୍ୟ କରନ୍ତୁ।”
26 ଯୀଶୁ କହିଲେ, “ପିଲାମାନଙ୍କ ଖାଦ୍ୟନେଇ କୁକୁରଗୁଡ଼ିକୁ ଦେଇଦେବା ଠିକ୍ କାମ ହେବ ନାହିଁ।”
27 ସେହି ସ୍ତ୍ରୀ କହିଲା, “ହଁ ପ୍ରଭୁ, ଏହା ଠିକ୍ କଥା। କିନ୍ତୁ ସେମାନଙ୍କ ମାଲିକମାନଙ୍କର ଖାଇବା ଟେବୁଲ ଉପରୁ ଖସି ପଡ଼ୁଥିବା ଖାଦ୍ୟ କଣିକାସବୁ କୁକୁରଗୁଡ଼ିକ ଖାଇଥା’ନ୍ତି।”
28 ତା’ପରେ ଯୀଶୁ କହିଲେ, “ହେ ନାରୀ! ତୁମ୍ଭର ଗଭୀର ବିଶ୍ୱାସ ରହିଛି। ତୁମ୍ଭେ ମୋ’ଠାରୁ ଯାହା ଗ୍ଭହିଁଛ, ମୁଁ ତାହା କରିଦେବି।” ଏହା କହିବା ମାତ୍ରେ ସେହି ସ୍ତ୍ରୀର ଝିଅଟି ସମ୍ପୂର୍ଣ୍ଣ ରୂପେ ଭଲ ହୋଇଗଲା।
ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କରିଦେଲେ
29 ତା’ପରେ ଯୀଶୁ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ ଓ ଗାଲିଲୀ ହ୍ରଦ କୂଳରେ ଯାଇ ପହଞ୍ଚିଲେ। ସେ ଗୋଟିଏ ପାହାଡ଼ ଉପରକୁ ଯାଇ ସେଠାରେ ବସିଲେ।
30 ଅନେକ ସଂଖ୍ୟାରେ ଲୋକମାନେ ତାହାଙ୍କ ପାଖକୁ ଆସିଲେ। ସେମାନେ ଅନେକ ଅନ୍ଧ, ମୂକ, ବଧିର, ଛୋଟା, ଅପଙ୍ଗ ଓ ଅନ୍ୟ ରୋଗୀମାନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। 31 ଲୋକେ ଦେଖିଲେ ଯେ, ଯେଉଁ ଲୋକ କଥା କହିପାରୁ ନ ଥିଲା ସେ କଥା କହି ପାରୁଛି, ଅପଙ୍ଗ ଲୋକେ ପୁଣି ସବଳ ହୋଇଛନ୍ତି; ଛୋଟାମାନେ ଗ୍ଭଲି ପାରୁଛନ୍ତି, ଅନ୍ଧମାନେ ପୁଣି ଦେଖି ପାରୁଛନ୍ତି, ଏସବୁ ଦେଖି ସେମାନେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ମହିମା ଗାନ କଲେ।
ଯୀଶୁ ଗ୍ଭରି ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ(B)
32 ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଡାକି କହିଲେ, “ମୁଁ ଏ ଲୋକମାନଙ୍କ ପାଇଁ ବଡ଼ ଦୁଃଖିତ। ସେମାନେ ମୋ’ ସାଙ୍ଗରେ ତିନି ଦିନ ହେଲା ରହିଲେଣି, କିନ୍ତୁ ଏବେ ସେମାନଙ୍କର ଖାଇବାକୁ କିଛି ନାହିଁ। ସେମାନେ ଏଠାରୁ ଭୋକିଲା ଗ୍ଭଲିଯିବାଟା ମୁଁ ଆଦୌ ଗ୍ଭହୁଁନି। ସେମାନେ ଘରକୁ ଗଲାବେଳେ ମୂର୍ଚ୍ଛା ହୋଇ ଯାଇ ପାରନ୍ତି।”
33 ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେ ଏତେ ଲୋକଙ୍କ ପାଇଁ ଏତେ ଖାଦ୍ୟ ଏଭଳି ସ୍ଥାନରେ କେଉଁଠାରୁ ପାଇବା? ଆମ୍ଭେ ନଗରଠାରୁ ବହୁତ ଦୂରରେ ଅଛୁ।”
34 ଯୀଶୁ ପଗ୍ଭରିଲେ, ‘‘ତୁମ୍ଭ ପାଖରେ କେତେଖଣ୍ଡ ରୋଟୀ ଅଛି?”
ସେମାନେ କହିଲେ, “ସାତଖଣ୍ଡ ରୋଟୀ ଓ କିଛି ଛୋଟ ମାଛ ଅଛି।”
35 ଯୀଶୁ ଲୋକମାନଙ୍କୁ ଭୂଇଁ ଉପରେ ବସିବାକୁ କହିଲେ: 36 ସେ ସାତଖଣ୍ଡ ରୋଟୀ ଓ ମାଛତକ ନେଲେ। ତା’ପରେ ସେ ପରମେଶ୍ୱରଙ୍କୁ ଖାଦ୍ୟ ପାଇଁ ଧନ୍ୟବାଦ ଦେଲେ। ଯୀଶୁ ସେଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କଲେ ଓ ତାହାଙ୍କ ଶିଷ୍ୟମାନଙ୍କୁ ଦେଲେ। ଶିଷ୍ୟମାନେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିଲେ। 37 ସମସ୍ତେ ଖାଇଲେ ଓ ସନ୍ତୋଷ ଲାଭ କଲେ। ତା’ପରେ ଶିଷ୍ୟମାନେ ବଳକା ଖାଦ୍ୟକୁ ସାତୋଟି ଟୋକେଇରେ ଭର୍ତ୍ତି କଲେ। 38 ସେଠାରେ ପ୍ରାୟ ଗ୍ଭରିହଜାର ପୁରୁଷ ଖାଇଥିଲେ। ସେମାନଙ୍କ ଛଡ଼ା ସ୍ତ୍ରୀ ଓ ପିଲାମାନେ ମଧ୍ୟ ଖାଇଥିଲେ। 39 ସେମାନେ ଖାଇ ସାରିବା ପରେ ଯୀଶୁ ସେମାନଙ୍କୁ ଘରକୁ ଫେରିଯିବା ପାଇଁ କହିଲେ। ସେମାନଙ୍କୁ ବିଦାୟ କରିସାରି ଯୀଶୁ ଡଙ୍ଗାରେ ବସି ମଗ୍ଦାନ୍ ଅଞ୍ଚଳକୁ ଗଲେ।
2010 by World Bible Translation Center