Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାଥିଉ ଲିଖିତ ସୁସମାଗ୍ଭର 9:18-38

ଯୀଶୁ ଗୋଟିଏ ମୃତ ଝିଅଟିକୁ ଜୀବନ ଦେଲେ ଓ ଅସୁସ୍ଥ ସ୍ତ୍ରୀଲୋକଟିକୁ ସୁସ୍ଥ କରିଦେଲେ

(ମାର୍କ 5:21-43; ଲୂକ 8:40-56)

18 ଯୀଶୁ ଏ ବିଷୟ କହୁଥିବା ସମୟରେ ଯିହୂଦୀ ପ୍ରାର୍ଥନାଗୃହର ଜଣେ ଅଧ୍ୟକ୍ଷ ଆସିଲେ। ସେ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲେ ଓ କହିଲେ, “ମୋର ଝିଅ ଏବେ ମରିଗଲା। ତୁମ୍ଭେ ଆସି ତା'ଉପରେ ହାତ ରଖିଦିଅ, ତା'ହେଲେ ସେ ପୁଣି ବଞ୍ଚି ଉଠିବ।”

19 ଯୀଶୁ ଉଠିଲେ। ସେ ଅଧ୍ୟକ୍ଷଙ୍କ ସହିତ ସେଠାକୁ ବାହାରିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ସେଠାକୁ ଗଲେ।

20 ସେଠାରେ ଜଣେ ସ୍ତ୍ରୀଲୋକ ଥିଲା, ତା'ର ବାରବର୍ଷ ଧରି ରକ୍ତସ୍ରାବ ହେଉଥିଲା। ସେ ସ୍ତ୍ରୀଲୋକଟି ଯୀଶୁଙ୍କ ପଛ ପଟକୁ ଆସି ତାହାଙ୍କ ପିନ୍ଧା ବସ୍ତ୍ରର ଧାରକୁ ଛୁଇଁଦେଲା। 21 ଏହା କଲାବେଳେ ସେ ମନେ ମନେ ଭାବୁଥିଲା, “ମୁଁ ତାହାଙ୍କ ବସ୍ତ୍ର ଟିକିଏ ଛୁଇଁଦେଲେ ସୁସ୍ଥ ହୋଇଯିବି।”

22 ଯୀଶୁ ବୁଲିପଡ଼ି ତାହାକୁ ଗ୍ଭହିଁଲେ। ଯୀଶୁ କହିଲେ, “ଝିଅ, ସାହସ ଧର। ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି।” ସଙ୍ଗେ ସଙ୍ଗେ ସେ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା।

23 ତା'ପରେ ଯୀଶୁ ଯିହୂଦୀ ପ୍ରାର୍ଥନାଗୃହର[a] ଅଧ୍ୟକ୍ଷଙ୍କ ଘରେ ପହଞ୍ଚିଲେ। ସେଠାରେ ବଂଶୀବାଦକମାନେ ସମାଧି ଜନିତ ବଂଶୀ ବଜାଉଥିଲେ। ଝିଅଟି ମରିଯାଇଥିବାରୁ ଲୋକେ କାନ୍ଦୁଥିଲେ। 24 ଯୀଶୁ ସମସ୍ତଙ୍କୁ କହିଲେ, “ବାହାରିଯାଅ। ଝିଅଟି ମରି ନାହିଁ। ସେ କେବଳ ଶୋଇ ପଡ଼ିଛି।” ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। 25 ଲୋକଙ୍କୁ ଘର ଭିତରୁ ବାହାର କରି ଦିଆଯିବା ପରେ ଯୀଶୁ ଭିତରକୁ ଗଲେ। ଝିଅଟିର ହାତ ଧରିଲେ, ଝିଅଟି ଉଠି ଠିଆ ହେଲା। 26 ଏ ଖବର ସେହି ଅଞ୍ଚଳସାରା ବ୍ୟାପିଗଲା।

ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କରନ୍ତି

27 ଯୀଶୁ ସେହି ସ୍ଥାନ ଛାଡ଼ି ଯାଉଥିବା ସମୟରେ ଦୁଇଜଣ ଅନ୍ଧ ଲୋକ ତାହାଙ୍କୁ ଅନୁସରଣ କଲେ। ସେମାନେ ପାଟି କରି କହୁଥିଲେ, “ହେ ଦାଉଦଙ୍କ ପୁତ୍ର,[b] ଆମ୍ଭମାନଙ୍କୁ ଦୟା କର।”

28 ଯୀଶୁ ପୁଣି ଭିତରକୁ ଗଲେ, ଅନ୍ଧ ଦୁଇଟି ମଧ୍ୟ ତାହାଙ୍କ ସଙ୍ଗରେ ଗଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ବିଶ୍ୱାସ କରୁଛ ଯେ, ମୁଁ ତୁମ୍ଭକୁ ଆଖି ଦାନ କରି ପାରିବି?” ସେମାନେ ଉତ୍ତର ଦେଲେ, “ହଁ, ପ୍ରଭୁ”।

29 ତା'ପରେ ଯୀଶୁ ସେମାନଙ୍କ ଆଖିକୁ ଛୁଇଁଲେ। ସେ କହିଲେ, “ତୁମ୍ଭେ ଯେପରି ବିଶ୍ୱାସ କରିଅଛ, ତୁମ୍ଭ ପ୍ରତି ସେହିପରି ହେଉ।” 30 ତା'ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସେମାନଙ୍କୁ ଦୃଢ଼ ଭାବରେ ଚେତାବନୀ ଦେଇ କହିଲେ, “ଏ ବିଷୟ ଅନ୍ୟକୁ କହିବ ନାହିଁ।” 31 କିନ୍ତୁ ଅନ୍ଧ ଦୁହେଁ ଏ ଖବର ସେ ଅଞ୍ଚଳସାରା ପ୍ରଗ୍ଭର କରିଦେଲେ।

32 ସେ ଅନ୍ଧ ଦୁଇଜଣ ଗଲାପରେ କେତେକ ଲୋକ ଯୀଶୁଙ୍କ ପାଖକୁ ଆଉ ଜଣେ ଲୋକକୁ ଆଣିଲେ। ସେ କଥା କହି ପାରୁ ନ ଥିଲା। କାରଣ ତା’ ଦେହରେ ଭୂତ ପ୍ରବେଶ କରି ରହିଥିଲା। 33 ଯୀଶୁ ତା’ ଦେହରୁ ଭୂତକୁ ତଡ଼ିଦେଲେ, କିଛି କହି ପାରୁ ନ ଥିବା ଲୋକଟି ପୁଣି ତା'ର କହିବା ଶକ୍ତି ଫେରି ପାଇଲା। ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଇସ୍ରାଏଲରେ ଏଭଳି ଘଟଣା ଘଟିବା ଆମ୍ଭେ କେବେ ହେଲେ ଦେଖି ନ ଥିଲୁ।”

34 କିନ୍ତୁ ଫାରୂଶୀମାନେ କହିଲେ, “ଯୀଶୁ ଭୂତମାନଙ୍କ ମୁଖିଆଙ୍କ ସାହାଯ୍ୟରେ ଅନ୍ୟ ଭୂତଙ୍କୁ ତଡ଼ି ଦେଉଛନ୍ତି।”

ଲୋକମାନଙ୍କ ପାଇଁ ଯୀଶୁ ଦୁଃଖ କରନ୍ତି

35 ଯୀଶୁ ନଗର-ନଗର ଓ ଗାଁ ଗାଁ ଯାତ୍ରା କରିବାକୁ ଲାଗିଲେ। ସେ ବାଟରେ ଯିହୂଦୀ ପ୍ରାର୍ଥନା ଗୃହମାନଙ୍କରେ ଉପଦେଶ ଦେଲେ, ଓ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ପ୍ରଗ୍ଭର କଲେ। ସେ ଲୋକଙ୍କର ସବୁ ପ୍ରକାର ରୋଗ ଓ ଅସୁସ୍ଥତାକୁ ସୁସ୍ଥ କରିଦେଲେ। 36 ଲୋକମାନଙ୍କୁ ଦେଖି ଯୀଶୁଙ୍କ ମନରେ କରୁଣା ଜାତ ହେଲା। ମେଷପାଳକ ନ ଥିଲେ ମେଷପଲର ଅବସ୍ଥା ଯାହା ହୁଏ, ଲୋକମାନଙ୍କର ଅବସ୍ଥା ସେହିଭଳି ନିରାଶା ଓ ଅସହାୟତାରେ ପୂର୍ଣ୍ଣଥିଲା। 37 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଫସଲ (ଲୋକ) ବହୁତ। କିନ୍ତୁ ମୂଲିଆ (ସେବକ) କମ୍ ଅଛନ୍ତି। 38 ଫସଲ ଅମଳ (ଉଦ୍ଧାର) କରିବା ପାଇଁ ଅଧିକ ମୂଲିଆ ପଠାଇବାକୁ ଫସଲର ମାଲିକ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center