Print Page Options
Previous Prev Day Next DayNext

New Testament in a Year

Read the New Testament from start to finish, from Matthew to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାର୍କ ଲିଖିତ ସୁସମାଗ୍ଭର 5:21-43

ଯୀଶୁ ମୃତ ବାଳିକାକୁ ଜୀବନ ଦେଲେ ଓ ଏକ ଅସୁସ୍ଥ ସ୍ତ୍ରୀକୁ ସୁସ୍ଥ କଲେ

(ମାଥିଉ 9:18-26; ଲୂକ 8:40-56)

21 ଯୀଶୁ ନୌକାରେ ବସି ହ୍ରଦର ଅପର ପାର୍ଶ୍ୱକୁ ଫେରିଗଲେ। ପୁଣି ହ୍ରଦ କୂଳରେ ତାହାଙ୍କ ଗ୍ଭରି ପଟେ ବହୁତ ଲୋକ ଜମିଗଲେ। 22 ଯିହୂଦୀ ସମାଜଗୃହର ଜଣେ ଅଧିକାରୀ ସେଠାକୁ ଆସିଲେ। ତାହାଙ୍କ ନାମ ଯାଈରସ ଥିଲା। ଯାଈରସ ଯୀଶୁଙ୍କୁ ଦେଖିବା ମାତ୍ରେ ତାହାଙ୍କ ପାଦ ତଳେ ପଡ଼ିଗଲେ। 23 ସେ କାକୁତି ମିନତି ହୋଇ ଯୀଶୁଙ୍କୁ ଭିକ୍ଷା ମାଗିଲେ, “ମୋର ଛୋଟ ଝିଅ ମରିବା ଉପରେ। ଦୟାକରି ଆପଣ ଆସି ତା’ ଉପରେ ହାତ ରଖନ୍ତୁ, ତା'ହେଲେ ସେ ସୁସ୍ଥ ହୋଇଯିବ ଓ ଜୀବନ ପାଇବ।”

24 ଯୀଶୁ ଯାଈରସଙ୍କ ସାଥୀରେ ବାହାରିଲେ। ଅନେକ ଲୋକ ଯୀଶୁଙ୍କ ପଛେ ପଛେ ଗଲେ। ଭିଡ଼ ହୋଇଥିବା ଯୋଗୁଁ ଲୋକେ ଯୀଶୁଙ୍କ ଆଡ଼କୁ ମାଡ଼ି ଆସୁ ଥିଲେ।

25 ସେଠାରେ ଲୋକଙ୍କ ଭିତରେ ଜଣେ ସ୍ତ୍ରୀଲୋକ ଥିଲା। ବିଗତ ବାରବର୍ଷ ଧରି ତା'ର ରକ୍ତସ୍ରାବ ହେଉଥିଲା। 26 ଅନେକ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଇ ସାରିବା ପରେ ସେ ନିରାଶ ହୋଇ ପଡ଼ିଥିଲା। ସେ ବହୁତ କଷ୍ଟ ପାଉଥିଲା। ତା'ର ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା। ତଥାପି ତା'ର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଘଟୁ ନ ଥିଲା। ବରଂ ତା'ର ଦେହ ଅତ୍ୟଧିକ ଖରାପ ହୋଇ ଯାଉଥିଲା।

27 ସେହି ସ୍ତ୍ରୀ ଲୋକଟି ଯୀଶୁଙ୍କ ବିଷୟରେ ଶୁଣିବା ପରେ ଲୋକଙ୍କ ସହିତ ତାହାଙ୍କର ଅନୁସରଣ କଲା। ସେ ପଛ ପଟରୁ ଆସି ଯୀଶୁଙ୍କ ନିକଟତର ହେଲା ଓ ତାହାଙ୍କ ବସ୍ତ୍ର ଛୁଇଁଦେଲା। 28 ସେ ମନେ ମନେ କହୁଥିଲା, “ଯଦି ମୁଁ ଖାଲି ଟିକିଏ ତାହାଙ୍କ ବସ୍ତ୍ର ଛୁଁଇ ପାରିବି ତେବେ ଭଲ ହୋଇଯିବି।” 29 ସେ ଯୀଶୁଙ୍କ ବସ୍ତ୍ର ଛୁଇଁବା ମାତ୍ରେ ତା'ର ରକ୍ତସ୍ରାବ ବନ୍ଦ ହୋଇଗଲା ଓ ତା'ର ଶରୀରର ରୋଗ ଭଲ ହୋଇଗଲା ବୋଲି ସେ ଅନୁଭବ କଲା। 30 ସେହି ସମୟରେ ଯୀଶୁ ଅନୁଭବ କଲେ ଯେ ତାହାଙ୍କଠାରୁ ଶକ୍ତି ବାହାରି ଯାଇଛି। ସେ ଅଟକି ଗଲେ ଓ ପଛକୁ ବୁଲି ପଡ଼ି ପଗ୍ଭରିଲେ, “ମୋର ବସ୍ତ୍ର କିଏ ଛୁଇଁଲା?”

31 ଶିଷ୍ୟମାନେ ଯୀଶୁଙ୍କୁ କହିଲେ, “ଏଠାରେ ତ ଅନେକ ଲୋକ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି। ପୁଣି ଆପଣ ପଗ୍ଭରୁଛନ୍ତି, “ମୋତେ କିଏ ଛୁଇଁଲା?”

32 କିନ୍ତୁ ଯୀଶୁ ତାହାଙ୍କୁ କେଉଁ ଲୋକ ଛୁଇଁଲା ବୋଲି ଗ୍ଭରିଆଡ଼କୁ ଦେଖିବାକୁ ଲାଗିଲେ। 33 ସେହି ସ୍ତ୍ରୀ ଲୋକଟି ଜାଣିଥିଲା ଯେ ସେ ଭଲ ହୋଇଯାଇଛି, ତେଣୁ ସେ ଆଗକୁ ଆସି ଯୀଶୁଙ୍କ ପାଦ ତଳେ ପଡ଼ିଗଲା। ସେ ଭୟରେ ଥରୁଥିଲା। ସେ ଯୀଶୁଙ୍କୁ ସବୁ କଥା କହିଲା। 34 ଯୀଶୁ ତାକୁ କହିଲେ,

“ଆଗୋ ନାରୀ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରି ଦେଇଛି। ଶାନ୍ତିରେ ଯାଅ ଏବଂ ତୁମ୍ଭ ରୋଗରୁ ମୁକ୍ତ ହୁଅ।”

35 ଯୀଶୁ ସେଠାରେ ଏସବୁ କହୁଥିବା ସମୟରେ ଯିହୂଦୀ ସମାଜଗୃହର ଅଧିକାରୀ ଯାଈରସଙ୍କ ଘରୁ କେତେକ ଲୋକ ଆସି ତାହାଙ୍କୁ କହିଲେ, “ତୁମ୍ଭର ଝିଅ ମରିଗଲାଣି। ବର୍ତ୍ତମାନ ତୁମ୍ଭେ ଗୁରୁ (ଯୀଶୁ) ଙ୍କୁ ଅଯଥାରେ ଆଉ କାହିଁକି ହଇରାଣ କରିବ?”

36 କିନ୍ତୁ ଯୀଶୁ ସେମାନଙ୍କ କଥା ଶୁଣିସାରି ଯିହୂଦୀ ସମାଜଗୃହର ଅଧିକାରୀଙ୍କୁ କହିଲେ, “ଭୟ କର ନାହିଁ, କେବଳ ବିଶ୍ୱାସ କର।”

37 ତା'ପରେ ସେ ସମସ୍ତଙ୍କୁ ଛାଡ଼ି କେବଳ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ। 38 ସେମାନେ ଯିହୂଦୀ ସମାଜଗୃହର ଅଧିକାରୀଙ୍କ ଘରକୁ ଗଲେ। ସେ ସେଠାରେ ଲୋକମାନଙ୍କୁ ଉଚ୍ଚ ସ୍ୱରରେ ବିଳାପ କରୁଥିବାର ଦେଖିଲେ। ସେଠାରେ ବହୁତ କୋଳାହଳ ହେଉଥିଲା। 39 ଯୀଶୁ ଘର ଭିତରେ ପ୍ରବେଶ କରି ଲୋକମାନଙ୍କୁ କହିଲେ, “ତୁମ୍ଭେ ସବୁ କାହିଁକି ଏତେ ପାଟିତୁଣ୍ଡ ଓ କନ୍ଦାକଟା କରୁଛ? ଏ ପିଲାଟି ମରି ନାହିଁ, ସେ କେବଳ ଶୋଇ ଯାଇଛି।” 40 ଏହା ଶୁଣି ସବୁ ଲୋକ ଯୀଶୁଙ୍କୁ ପରିହାସ କଲେ।

କିନ୍ତୁ ସେ ସମସ୍ତଙ୍କୁ ଘରର ବାହାରକୁ ପଠେଇ ଦେଲେ। କେବଳ ପିଲାଟିର ବାପାମା ଓ ତାହାଙ୍କ ସହିତ ଆସିଥିବା ଶିଷ୍ୟମାନଙ୍କୁ ସାଙ୍ଗରେ ନେଇ ପିଲାଟି ଯେଉଁ କୋଠରିରେ ଥିଲା, ସେହି କୋଠରିକୁ ଗଲେ। 41 ତା'ପରେ ଯୀଶୁ ଝିଅଟିର ହାତ ଧରି ତାହାକୁ କହିଲେ, “ଟଲିଥା, କୂମ୍” ଅର୍ଥାତ୍ ହେ ଝିଅ, ମୁଁ ତୋତେ କହୁଛି ଉଠ। ଝିଅଟି ସଙ୍ଗେ ସଙ୍ଗେ ଉଠି ଠିଆ ହେଲା ଓ ଗ୍ଭଲିବାକୁ ଆରମ୍ଭ କଲା। ଝିଅଟିର ବୟସ ବାର ବର୍ଷ ଥିଲା। 42 ତା'ର ବାପାମା ଓ ଶିଷ୍ୟମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। 43 ଯୀଶୁ ଏ କଥା ଲୋକମାନଙ୍କୁ ନ କହିବା ପାଇଁ ଝିଅର ବାପା-ମାଙ୍କୁ ଦୃଢ଼ ଭାବରେ ନିର୍ଦ୍ଦେଶ ଦେଲେ। ତା'ପରେ ଯୀଶୁ ଝିଅଟିର ବାପା-ମାଙ୍କୁ ଝିଅକୁ କିଛି ଖାଇବାକୁ ଦେବାକୁ କହିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center