New Testament in a Year
ଯୀଶୁ, ପରମେଶ୍ୱରଙ୍କର ସଦାକାଳସ୍ଥାୟୀ ବାକ୍ୟ
1 ଜଗତ ସୃଷ୍ଟିର ପୂର୍ବରୁ ବାକ୍ୟ[a] ଥିଲେ। ସେହି ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ। ସେହି ବାକ୍ୟ ପରମେଶ୍ୱର ଥିଲେ। 2 ସେହି ବାକ୍ୟ ଆରମ୍ଭରୁ ପରମେଶ୍ୱରଙ୍କ ସହିତ ଥିଲେ। 3 ତାହାଙ୍କ[b] ଦ୍ୱାରା ସବୁକିଛି ସୃଷ୍ଟି ହୋଇଅଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ। 4 ତାହାଙ୍କଠାରେ ଜୀବନ ଥିଲା। ସେହି ଜୀବନ ସଂସାରର ସମସ୍ତ ଲୋକମାନଙ୍କ ପାଇଁ ଆଲୋକ ଥିଲା। 5 ସେହି ଆଲୋକ[c] ଅନ୍ଧକାରରେ ଆଲୋକିତ ହୁଏ, ଆଉ ଅନ୍ଧକାର ଆଲୋକକୁ ପରାଜିତ[d] କରି ପାରି ନାହିଁ।
6 ଯୋହନ[e] ନାମକ ଜଣେ ବ୍ୟକ୍ତି ଥିଲେ। ତାହାଙ୍କୁ ପରମେଶ୍ୱର ପଠାଇଥିଲେ। 7 ସେ ଲୋକମାନଙ୍କୁ ସେହି ଆଲୋକ ବିଷୟରେ କହିବା ପାଇଁ ଆସିଥିଲେ। ତାହାଙ୍କ ମାଧ୍ୟମରେ ଯେପରି ସମସ୍ତଲୋକ ଆଲୋକ ବିଷୟରେ ଶୁଣିପାରିବେ ଓ ବିଶ୍ୱାସ କରିବେ, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। 8 ଯୋହନ ନିଜେ ଆଲୋକ ନ ଥିଲେ। କିନ୍ତୁ ସେ ଲୋକମାନଙ୍କୁ ଆଲୋକ ବିଷୟରେ ସାକ୍ଷୀ ହୋଇ କହିବା ପାଇଁ ଆସିଥିଲେ। 9 ଏହି ସତ୍ୟ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି ଏବଂ ଏହି ସତ୍ୟ ଆଲୋକ ଜଗତକୁ ଆସୁଥିଲେ।
10 ସେହି ବାକ୍ୟ ଜଗତରେ ଥିଲେ। ତାହାଙ୍କ ଦ୍ୱାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଗ୍ରହଣ କରି ପାରିଲେ ନାହିଁ। 11 ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ, 12 କିନ୍ତୁ ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ ଏବଂ ତାହାଙ୍କ ଠାରେ ବିଶ୍ୱାସ କଲେ, ସେସମସ୍ତଙ୍କୁ ସେ ପରମେଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ। 13 ହଁ, ସେମାନେ ପରମେଶ୍ୱରଙ୍କ ସନ୍ତାନ ହେଲେ। ସେହି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଶାରୀରିକ ଭାବେ ଜନ୍ମ ହେଲେ ନାହିଁ କିମ୍ବା ପିତା-ମାତାଙ୍କର ଇଚ୍ଛା ଏବଂ ଯୋଜନା ଅନୁସାରେ ଜନ୍ମ ଗ୍ରହଣ କରି ନ ଥିଲେ, କିନ୍ତୁ ପରମେଶ୍ୱରଙ୍କ ନିଜେ ସେମାନଙ୍କୁ ଆପଣା ସନ୍ତାନ କଲେ।
14 ସେହି ବାକ୍ୟ ମନୁଷ୍ୟ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ ପୁଣି ସେହି ବାକ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା। 15 ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟରେ କହିଲେ, “ମୁଁ ଯାହାଙ୍କ ବିଷୟରେ କହୁଥିଲି, ସେ ଏହି। ମୁଁ କହୁଥିଲି, ‘ମୋ’ ପରେ ଯିଏ ଆସୁଛନ୍ତି, ସେ ମୋ’ ଠାରୁ ବହୁତ ଶ୍ରେଷ୍ଠ, କାରଣ ମୁଁ ଜନ୍ମ ହେବା ପୂର୍ବରୁ ସେ ବାସ କରୁଥିଲେ।’”
16 ବାକ୍ୟ (ଖ୍ରୀଷ୍ଟ) ପରମେଶ୍ୱରଙ୍କ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ଆଶୀର୍ବାଦ ଉପରେ ଆଶୀର୍ବାଦ ପାଇଅଛୁ।[f] 17 ମୋଶାଙ୍କ ଦ୍ୱାରା ଆମ୍ଭମାନଙ୍କୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ମାର୍ଗ ଆସିଲା। 18 ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁଙ୍କୁ। ସେ ନିଜେ ହେଉଛନ୍ତି ପରମେଶ୍ୱର।[g] ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ସେ ଆମ୍ଭମାନଙ୍କୁ ଦେଖାଇଅଛନ୍ତି। ଯିଏ ଯୀଶୁଙ୍କୁ ଦେଖିଅଛି, ସେ ପରମେଶ୍ୱରଙ୍କୁ ଦେଖିଅଛି।”[h] ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ସେ ଆମ୍ଭମାନଙ୍କୁ ଦେଖାଇଅଛନ୍ତି।[i]
ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଯୋହନ ଲୋକମାନଙ୍କୁ କହନ୍ତି
(ମାଥିଉ 3:1-12; ମାର୍କ 1:1-8; ଲୂକ 3:1-9,15-17)
19 “ଆପଣ କିଏ?” ଏହା ଯୋହନଙ୍କୁ ପଗ୍ଭରିବା ପାଇଁ ଯିରୁଶାଲମରୁ ଯିହୂଦୀ ନେତାମାନେ କେତେକ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ପାଖକୁ ପଠାଇଲେ। ସେ ସେମାନଙ୍କୁ ସତ କଥା କହିଲେ। 20 ଯୋହନ ବିନା ଦ୍ବିଧାରେ କହିଲେ। ଯୋହନ ମୁକ୍ତ ଓ ସ୍ପଷ୍ଟ ଭାବେ ଲୋକମାନଙ୍କୁ ଏହି କଥା କହିଲେ, “ମୁଁ ଖ୍ରୀଷ୍ଟ ନୁହେଁ।”
21 ସେଥିରେ ସେମାନେ ଯୋହନଙ୍କୁ ପଗ୍ଭରିଲେ, “ତାହାହେଲେ ଆପଣ କିଏ? ଆପଣ କ'ଣ ଏଲିୟ?”[j]
ସେ ଉତ୍ତର ଦେଲେ, “ନା, ମୁଁ ଏଲିୟ ନୁହେଁ।”
ପୁଣି ସେମାନେ ପଗ୍ଭରିଲେ, “ଆପଣ କ'ଣ ସେହି ଭବିଷ୍ୟଦ୍ବକ୍ତା?”[k]
ଯୋହନ ଉତ୍ତର ଦେଲେ, “ନା, ମୁଁ ସେହି ଭବିଷ୍ୟଦ୍ବକ୍ତା ନୁହେଁ।”
22 ସେଥିରେ ସେମାନେ ତାହାଙ୍କୁ ପଗ୍ଭରିଲେ, “ତେବେ ଆପଣ କିଏ? ଆପଣ ନିଜ ବିଷୟରେ କଅଣ କୁହନ୍ତି, ଆମ୍ଭକୁ ପଠାଇଥିବା ଲୋକମାନଙ୍କୁ କହିବା ପାଇଁ ଆମ୍ଭକୁ ଗୋଟିଏ ଉତ୍ତର ଦିଅନ୍ତୁ। ଆପଣ ନିଜ ବିଷୟରେ କ'ଣ କହୁଛନ୍ତି?”
23 ଯୋହନ ସେମାନଙ୍କୁ ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ବାକ୍ୟକୁ ବ୍ୟବହାର କରି କହିଲେ:
“ମୁଁ ମରୁଭୂମିରେ ଚିତ୍କାର କରୁଥିବା ଜଣେ ବ୍ୟକ୍ତିର ସ୍ୱର:
‘ପ୍ରଭୁଙ୍କ ପାଇଁ ଗୋଟିଏ ସଳଖରାସ୍ତା ପ୍ରସ୍ତୁତ କର।’”(A)
24 ଫାରୂଶୀମାନେ ଯୋହନଙ୍କୁ ପଚାରିବା ପାଇଁ ଏହି ଯିହୂଦୀମାନଙ୍କୁ ପଠାଇଥିଲେ। 25 ଏହି ଲୋକମାନେ ଯୋହନଙ୍କୁ କହିଲେ, “ଆପଣ କହୁଛନ୍ତି ଯେ ଆପଣ ଖ୍ରୀଷ୍ଟ ନୁହଁନ୍ତି। ଆପଣ କହୁଛନ୍ତି ଯେ ଆପଣ ଏଲୀୟ ନୁହଁନ୍ତି କିମ୍ବା ସେହି ଭବିଷ୍ୟଦ୍ବକ୍ତା ନୁହଁନ୍ତି, ତେବେ ଆପଣ କାହିଁକି ଲୋକମାନଙ୍କୁ ବାପ୍ତିସ୍ମ[l] ଦେଉଛନ୍ତି?”
26 ଯୋହନ ଉତ୍ତର ଦେଲେ, “ମୁଁ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ ଦେବା ପାଇଁ ଅଧିକାର ପାଇଅଛି। କିନ୍ତୁ ତୁମ୍ଭ ସହିତ ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ତୁମ୍ଭେ ଜାଣି ନାହଁ। 27 ସେ ବ୍ୟକ୍ତି ମୋ’ ପରେ ଆସୁଛନ୍ତି, ମୁଁ ଦାସ ଭାବେ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମଧ୍ୟ ଯୋଗ୍ୟ ନୁହେଁ।”
28 ଏହିସବୁ ଘଟଣା ଯର୍ଦ୍ଦନ ନଦୀର ପୂର୍ବ ଦିଗରେ ଥିବା ବେଥାନୀଆ ଗ୍ରାମରେ ଘଟିଥିଲା। ଏହି ସ୍ଥାନରେ ଯୋହନ ଲୋକମାନଙ୍କୁ ବାପ୍ତିଜିତ କରୁଥିଲେ।
2010 by World Bible Translation Center