Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ପ୍ରଥମ ପୁସ୍ତକ 12

ଗୃହଯୁଦ୍ଧ

12 ଏଥିମଧ୍ୟରେ ନବାଟର ପୁତ୍ର ଯାରବିୟାମ ଯେ କି ଶଲୋମନଙ୍କ ଛାମୁରୁ ପଳାଇ ଯାଇଥିଲେ ଓ ମିଶରରେ ଏଯାଏ ଥିଲେ, ସେ ଶଲୋମନଙ୍କ ମୃତ୍ୟୁ ସମ୍ବାଦ ପାଇଲେ ଓ ନିଜ ନଗର ଇଫ୍ରୟିମ ପର୍ବତସ୍ଥ ସିରେଦାକୁ ପ୍ରତ୍ୟାବର୍ତ୍ତନ କଲେ। ଶଲୋମନଙ୍କ ମୃତ୍ୟୁ ହେଲା ଓ ନିଜ ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ରିହବିୟାମ ନୂଆ ରାଜା ହେଲେ। ଇସ୍ରାଏଲର ସମସ୍ତ ଲୋକ ଶିଖିମକୁ ଗଲେ ଓ ରିହବିୟାମକୁ ସେମାନଙ୍କର ରାଜା କଲେ।

ରିହବିୟାମ ମଧ୍ୟ ରାଜା ହେବାକୁ ଶିଖିମକୁ ଗଲେ। ଲୋକମାନେ ତାଙ୍କୁ କହିଲେ, “ତୁମ୍ଭର ପିତା ଆମ୍ଭମାନଙ୍କୁ କଠିନ କାର୍ଯ୍ୟ କରାଇଲେ। କାର୍ଯ୍ୟରୁ ଗୁରୁଭାର ଓ ଭାରୀ ଯୁଆଳି ଆମ୍ଭ ଉପରେ ଦେଇଥିଲେ, ତାହା ତୁମ୍ଭେ ହାଲୁକା କର। ତାହାହେଲେ ଆମ୍ଭେ ତୁମ୍ଭର ସେବା କରିବୁ।”

ରିହବିୟାମ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ଯାଅ, ତିନି ଦିନ ପରେ ମୋ’ ନିକଟକୁ ଆସ, ମୁଁ କହିବି।” ତେଣୁ ଲୋକମାନେ ଗ୍ଭଲିଗଲେ।

ଶଲୋମନଙ୍କ ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କୁ ମନ୍ତ୍ରଣା ଦେଉଥିଲେ, ରିହବିୟାମ ସେହି ପ୍ରାଚୀନମାନଙ୍କୁ ପରାମର୍ଶ ଦେବାକୁ କହିଲେ, “ସେହି ଲୋକମାନଙ୍କୁ କି ଉତ୍ତର ଦେବି ମୋତେ ମନ୍ତ୍ରଣା ଦିଅ।”

ପ୍ରାଚୀନମାନେ ତାଙ୍କୁ କହିଲେ, “ତୁମ୍ଭେ ଯଦି ଆଜି ଲୋକମାନଙ୍କର ଇଚ୍ଛା ପୂରଣ କର ଏବଂ ସେମାନଙ୍କୁ ଗୋଟିଏ ସଂକ୍ଷେପପୂର୍ଣ ଉତ୍ତର ଦିଅ। ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।”

କିନ୍ତୁ ରିହବିୟାମ ସେହି ପ୍ରାଚୀନମାନଙ୍କ ମନ୍ତ୍ରଣା ଗ୍ରହଣ କଲେ ନାହିଁ। ଅପରନ୍ତୁ ଯୁବକମାନଙ୍କ ସହିତ ମନ୍ତ୍ରଣା କଲେ ଯେଉଁମାନେ ତାଙ୍କ ସହିତ ବଢ଼ିଥିଲେ ଓ ତାଙ୍କର ସାଙ୍ଗ ଓ ଉପଦେଷ୍ଟା ଥିଲେ। ରିହବିୟାମ ସେମାନଙ୍କୁ କହିଲେ, “ସେହି ଲୋକମାନେ ମୋତେ କହିଲେ, ‘ତୁମ୍ଭର ପିତା ଆମ୍ଭମାନଙ୍କ ଉପରେ ଯେଉଁ ଯୁଆଳି ରଖିଛନ୍ତି, ଦୟାକରି ତାହା ହାଲୁକା କର।’ ସେମାନଙ୍କୁ ଉତ୍ତର ଦେବାକୁ ତୁମ୍ଭେମାନେ ଆମ୍ଭକୁ କି ମନ୍ତ୍ରଣା ଦେଉଛ?”

10 ରାଜାଙ୍କୁ ସେହି ଯୁବ ବନ୍ଧୁମାନେ କହିଲେ, “ସେହି ଲୋକମାନେ ତୁମ୍ଭକୁ ଆସି କହିଲେ, ‘ତୁମ୍ଭର ପିତା ଆମ୍ଭମାନଙ୍କ ଯୁଆଳି ଭାରୀ କରିଅଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର।’ ତୁମ୍ଭେ ସେମାନଙ୍କୁ କୁହ, ‘ମୋର କନିଷ୍ଠ ଅଙ୍ଗୁଳି ମୋର ପିତାଙ୍କ କଟିଠାରୁ ମୋଟା। 11 ମୋର ପିତା ତୁମ୍ଭମାନଙ୍କ ଉପରେ ଯେଉଁ ଭାରୀ ଯୁଆଳି ରଖିଥିଲେ, ମୁଁ ତାହାକୁ ଆହୁରି ଭାରୀ କରିବି। ମୋର ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଉଥିଲେ ମାତ୍ର ମୁଁ ବିଛା କାମୁଡ଼ିଲା ଯନ୍ତ୍ରଣା ପରି ତୁମ୍ଭକୁ ତୀ‌‌‌କ୍ଷ୍‌‌‌ଣ କୋରଡ଼ା ବ୍ୟବହାର କରିବି, ଯାହାଦ୍ୱାରା ତୁମ୍ଭମାନଙ୍କ ଶରୀର କ୍ଷତବିକ୍ଷତ ହେବ।’”

12 ରିହବିୟାମଙ୍କ କହିବାନୁସାରେ, “ତିନି ଦିନ ପରେ ଯାରବିୟାମ ଓ ଇସ୍ରାଏଲର ସମସ୍ତ ଲୋକ ତାଙ୍କ ନିକଟରେ ପହଞ୍ଚିଲେ।” 13 ସେତେବେଳେ ପ୍ରାଚୀନମାନଙ୍କ ଉପଦେଶକୁ ଉପେକ୍ଷା କରି ରାଜା ସେମାନଙ୍କୁ କଟୁ ଭାଷା ପ୍ରୟୋଗ କଲେ। 14 ପୁଣି ଯୁବ ବନ୍ଧୁମାନଙ୍କ ମନ୍ତ୍ରଣାନୁସାରେ ସେ ଲୋକମାନଙ୍କୁ କହିଲେ, “ମୋର ପିତା ଯେତିକି କାର୍ଯ୍ୟ ଦେଉଥିଲେ ମୁଁ ତା’ ଅପେକ୍ଷା ଆହୁରି ଅଧିକ କାର୍ଯ୍ୟ ଦେବି। ସେ ତୁମ୍ଭମାନଙ୍କୁ କୋରଡ଼ାରେ ଶାସ୍ତି ଦେଉଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କୁ ତୀ‌‌‌କ୍ଷ୍‌‌‌ଣ କୋରଡ଼ାରେ ଶାସ୍ତି ଦେବି, ଯାହାର ଆଘାତ ବିଛା କାମୁଡ଼ିଲା ପରି ଯନ୍ତ୍ରଣା ଦାୟକ ଏବଂ ତୁମ୍ଭେମାନେ ଆଘାତରେ କ୍ଷତାକ୍ତ ହେବ।” 15 ରାଜା ଲୋକମାନଙ୍କ ଅନୁରୋଧ ପୂରଣ କରିବାକୁ ମନା କରିଦେଲେ। ସଦାପ୍ରଭୁ ଏହିସବୁ ଘଟାଇବାର କାରଣ ହେଲେ, ସେ ଗ୍ଭହିଁଲେ ତାଙ୍କର ପ୍ରତିଜ୍ଞା ପୂରଣ କରିବା ପାଇଁ। ନବାଟର ପୁତ୍ର ଯାରବିୟା‌ମ୍‌କୁ ଯାହା ଅହିୟ ଶୀଲୋନୀୟଙ୍କ ଦ୍ୱାରା କୁହା ହୋଇଥିଲା।

16 ସେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ ନୂଆରାଜା ସେମାନଙ୍କ କଥା ଶୁଣିଲେ ନାହିଁ। ତେଣୁ ସେମାନେ ରାଜାଙ୍କୁ ଉତ୍ତର କରି କହିଲେ,

“ଆମ୍ଭେମାନେ କ’ଣ ଦାଉଦ ସାମ୍ରାଜ୍ୟର ଏକ ଅଂଶ?
    ଆମ୍ଭେ ଯିଶୀର କିଛି ଭୂମି ପାଉ କି?
ନା, ତେଣୁ ଇସ୍ରାଏଲର ଲୋକମାନେ ନିଜ ନିଜ ଘରକୁ ଫେରି ଯାଅ।
    ଦାଉଦଙ୍କ ପୁତ୍ରଙ୍କୁ ତାଙ୍କ ଲୋକମାନଙ୍କୁ ଶାସନ କରିବାକୁ ଦିଅ।”

ତେଣୁ ଇସ୍ରାଏଲର ଲୋକମାନେ ସେମାନଙ୍କର ଘରକୁ ଫେରି ଗଲେ। 17 ତଥାପି ଇସ୍ରାଏଲର ଯେଉଁ ଲୋକମାନେ ଯିହୁଦାର ନଗରମାନଙ୍କରେ ବାସ କରୁଥିଲେ ରିହବିୟାମ ସେମାନଙ୍କ ଉପରେ ଶାସନ କଲେ।

18 ଏହା ପରେ ରିହବିୟାମ ରାଜା ବେଠି କର୍ମାଧ୍ୟକ୍ଷ ଅଦୋରାମକୁ ଲୋକମାନଙ୍କ ନିକଟକୁ ପଠାଇଲେ। ମାତ୍ର ସମସ୍ତ ଇସ୍ରାଏଲ ତାଙ୍କୁ ପ୍ରସ୍ତରାଘାତ କରି ମାରି ଦେଲେ। ତା’ପରେ ରିହବିୟାମ ଶୀଘ୍ର ନିଜ ରଥରେ ଆରୋହଣ କରି ଯିରୁଶାଲମକୁ ପଳାୟନ କଲେ। 19 ତେଣୁ ଇସ୍ରାଏଲର ଲୋକମାନେ ଦାଉଦ ବଂଶ ବିପକ୍ଷରେ ବିଦ୍ରୋହ କଲେ ଓ ଏବେ ମଧ୍ୟ ସେମାନେ ଦାଉଦ ବଂଶର ବିଦ୍ରୋହୀ ହୋଇ ରହିଛନ୍ତି।

20 ଇସ୍ରାଏଲର ସମସ୍ତ ଲୋକ ଜାଣିବାକୁ ପାଇଲେ ଯେ ଯାରବିୟାମ ଫେରି ଆସିଛନ୍ତି। ସେମାନେ ଲୋକ ପଠାଇ ତାଙ୍କୁ ଡକାଇଲେ ଓ ସମୁଦାୟ ଇସ୍ରାଏଲ ଉପରେ ତାହାଙ୍କୁ ରାଜା କଲେ। କେବଳ ଯିହୁଦା ପରିବାରବର୍ଗ ଦାଉଦଙ୍କ ପରିବାରର ଅନୁଗାମୀ ହେଲେ।

21 ରିହବିୟାମ ଯିରୁଶାଲମରେ ପହଞ୍ଚିଲେ ଓ ଯିହୁଦୀୟ ବିନ୍ୟାମୀନ ବଂଶକୁ ଏକତ୍ରିତ କଲେ। ସେ 180,000 ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ। ଶଲୋମନଙ୍କ ପୁତ୍ର ରିହବିୟାମଙ୍କ ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଇସ୍ରାଏଲ ବଂଶ ସହିତ ଯୁଦ୍ଧ ହେଲା। 22 ସଦାପ୍ରଭୁ ପରମେଶ୍ୱରଙ୍କ ଲୋକ ଶମୟିୟକୁ ଏହା କହିଲେ। 23 “ଯିହୁଦାର ରାଜା ଶଲୋମନର ପୁତ୍ର ରିହବିୟାମକୁ ପୁଣି ଯିହୁଦାର ଓ ବିନ୍ୟାମୀନର ସମସ୍ତ ଲୋକମାନଙ୍କୁ ଓ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଏହା କୁହ। 24 ସଦାପ୍ରଭୁ ଏହିକଥା କହନ୍ତି, ‘ତୁମ୍ଭେ ନିଶ୍ଚୟ ତୁମ୍ଭମାନଙ୍କ ଭ୍ରାତା ଇସ୍ରାଏଲ ଲୋକମାନଙ୍କ ବିପକ୍ଷରେ ଯୁଦ୍ଧ କରିବ ନାହିଁ। ତୁମ୍ଭେମାନେ ସମସ୍ତେ ନିଜ ନିଜ ଗୃହକୁ ଫେରିଯାଅ। କାରଣ ଏହିକାର୍ଯ୍ୟ ମୋ’ ଦ୍ୱାରା ହୋଇଅଛି।’” ତେଣୁ ରିହବିୟାମଙ୍କ ସୈନ୍ୟମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ନିଜ ନିଜ ଗୃହକୁ ଫେରିଗଲେ।

25 ଏହି ସମୟରେ ଯାରବିୟାମ ଇଫ୍ରୟିମର ପର୍ବତମୟ ଦେଶ ଶିଖିମକୁ ଦୃଢ଼ କରି ସେଠାରେ ବାସ କଲେ। ପରେ ସେ ପିନୂୟେଲ ନଗରକୁ ଯାଇ ଏହାକୁ ସୁଦୃଢ଼ କଲେ।

26-27 ଯାରବିୟାମ ନିଜକୁ ନିଜେ ଚିନ୍ତା କଲେ, “ଯଦି ଲୋକମାନେ ଯିରୁଶାଲମକୁ ସଦାପ୍ରଭୁଙ୍କ ମନ୍ଦିରରେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ବଳିଦାନ କରିବାକୁ ଯାଆନ୍ତି, ତେବେ ସେମାନେ ପୁନର୍ବାର ଦାଉଦଙ୍କ ପରିବାର ଦ୍ୱାରା ଶାସିତ ହେବାକୁ ଗ୍ଭହିଁବେ। ସେମାନେ ଯିହୁଦାର ରାଜା ରିହବିୟାମଙ୍କ ଅନୁଗାମୀ ହେବେ ଓ ମୋତେ ବଧ କରିବେ।” 28 ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସେମାନେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, “ତୁମ୍ଭର ଯିରୁଶାଲମକୁ ଉପାସନା କରିବା ପାଇଁ ଯିବା ଦରକାର ନାହିଁ। ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭ ଦେବତାମାନଙ୍କୁ ଦେଖ, ସେମାନେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।” 29 ରାଜା ଯାରବିୟାମ ଗୋଟିକୁ ବୈଥେ‌ଲ୍‌ରେ ଓ ଅନ୍ୟଟିକୁ ଦା‌ନ୍‌ରେ ସ୍ଥାପନ କଲେ। 30 ଏହା ଏକ ଭୟଙ୍କର ପାପ, କାରଣ ଇସ୍ରାଏଲର ଲୋକମାନେ ବୈଥେଲ୍ ଓ ଦାନ ନଗରକୁ ଉପାସନା କରିବାକୁ ଗଲେ।

31 ଏହା ପରେ ଯାରବିୟାମ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଗୃହମାନ ନିର୍ମାଣ କଲେ। ସେ ଲେବୀକୁ ଛାଡ଼ି ଇସ୍ରାଏଲର ସମସ୍ତ ଗୋଷ୍ଠୀରୁ ଯାଜକ ମନୋନୀତ କଲେ। 32 ରାଜା ଯାରବିୟାମ, ଯିହୁଦାର ପର୍ବ ପରି ଅଷ୍ଟମ ମାସର ପନ୍ଦର ତାରିଖରେ ଏକ ନୂତନ ପର୍ବ ଆରମ୍ଭ କଲେ। ସେ ବୈଥେ‌ଲ୍‌ସ୍ଥିତ ହୋମବେଦି ନିକଟକୁ ଗଲେ ଏବଂ ଏହିପରି ଭାବରେ ସେ ବୈଥେ‌ଲ୍‌ଠାରେ ଗୋବତ୍ସର ସମ୍ମାନାର୍ଥେ ନୈବେଦ୍ୟ ଉତ୍ସର୍ଗ କଲେ ଏବଂ ସେ ମଧ୍ୟ ଉଚ୍ଚସ୍ଥଳୀରେ ସେବା କରିବା ପାଇଁ ଯାଜକମାନଙ୍କୁ ବାଛିଲେ। 33 ତେଣୁ ରାଜା ଯାରବିୟାମ ନିଜ ମନୋନୀତ ଅଷ୍ଟମ ମାସର ପଞ୍ଚଦଶ ଦିନରେ ବୈଥେଲସ୍ଥିତ ସ୍ୱନିର୍ମିତ ଯଜ୍ଞବେଦିକି ଗଲେ। ଆଉ ମଧ୍ୟ ସେ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପର୍ବ ନିରୂପଣ କରି ଧୂପ ଜଳାଇବା ପାଇଁ ବୈଥେ‌ଲ୍‌ର ଯଜ୍ଞବେଦିକି ଗଲେ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 3

ଯୀଶୁ ଖ୍ରୀଷ୍ଟ ସବୁଠାରୁ ମହାନ

ଆଉ ଏବେ ହେ ମୋର ଭାଇ ଓ ଭଉଣୀମାନେ! ପ୍ରଭୁଙ୍କଠାରେ ଆନନ୍ଦ କର। ତୁମ୍ଭକୁ ଥରକୁ ଥର ସେହି ଏକାକଥା ଲେଖିବାରେ, ମୋତେ କଷ୍ଟ ହୁଏ ନାହିଁ, କାରଣ ଏହା ଦ୍ୱାରା ତୁମ୍ଭେମାନେ ଅଧିକ ପ୍ରସ୍ତୁତ ହୋଇ ରହିବ।

ଯେଉଁମାନେ ମନ୍ଦକର୍ମରେ ଲିପ୍ତ, ସେମାନଙ୍କଠାରୁ ସାବଧାନ ହୋଇ ରୁହ, ସେମାନେ କୁକୁରମାନଙ୍କ ପରି। ସେମାନେ ଲୋକମାନଙ୍କୁ ସୁନ୍ନତ [a] ହେବା ପାଇଁ ଦାବୀ କରନ୍ତି। କିନ୍ତୁ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ହୋଇଥିବା ଲୋକ ଅଟୁ। ଆମ୍ଭେ ଆତ୍ମା ଦ୍ୱାରା ପରମେଶ୍ୱରଙ୍କର ସେବା କରୁ। ଆମ୍ଭେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଗର୍ବ କରୁ। ଆମ୍ଭେ ନିଜେ କିଛି କରି ପାରିବା ବୋଲି ନିଜ ଉପରେ ନିର୍ଭର କରୁ ନାହୁଁ। ଯଦିଓ ମୁଁ ନିଜ ଶକ୍ତିରେ ବିଶ୍ୱାସ ରଖି ପାରିବି ତଥାପି ମୁଁ ନିଜ ଶକ୍ତି ଉପରେ ବିଶ୍ୱାସ ରଖୁ ନାହିଁ। ଯଦି କୌଣସି ଲୋକ ଭାବେ ଯେ ନିଜ ଉପରେ ବିଶ୍ୱାସ କରିବାର ତା’ର କାରଣ ଅଛି, ତା’ହେଲେ ମୁଁ କହିବି ଯେ ତା’ ଅପେକ୍ଷା ମୋର ନିଜ ଉପରେ ବିଶ୍ୱାସ କରିବା ପାଇଁ ଅଧିକ କାରଣ ଅଛି। ଏହା ସେ ଜାଣିବା ଉଚିତ୍। ମୋର ଜନ୍ମ ହେବାର ଆଠ ଦିନପରେ, ମୋର ସୁନ୍ନତ କରାଯାଇଥିଲା। ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ବିନ୍ୟାମିନଙ୍କ ବଂଶଧର। ଏବ୍ରୀୟ ପିତାମାତାଙ୍କଠାରୁ ଜନ୍ମିଥିବାରୁ ମୁଁ ଜଣେ ଏବ୍ରୀୟ ଅଟେ। ମୋ’ ପାଇଁ ମୋଶାଙ୍କ ବ୍ୟବସ୍ଥା ଆଜି ଗୁରୁତ୍ୱପୂର୍ଣ୍ଣ, ସେ ଦୃଷ୍ଟିରୁ ମୁଁ ଜଣେ ଫାରୂଶୀ। ଯିହୂଦୀଧର୍ମ ପାଇଁ ମୋର ଏତେ ଅଧିକ ଉଦ୍‌‌ଯୋଗ ଥିଲା ଯେ ମୁଁ ମଣ୍ଡଳୀକୁ ତାଡ଼ନା କରୁଥିଲି। ବିଶ୍ୱାସୀମାନଙ୍କୁ ତାଡ଼ନା ଦେଉଥିଲି। ମୁଁ ଯେପରି ଭାବରେ ମୋଶାଙ୍କ ନିୟମ ପାଳନ କରୁଥିଲି, କେହିହେଲେ ମୋ’ଠାରେ କୌଣସି ଦୋଷ ପାଇ ନ ଥିଲେ।

ସମୟ ଥିଲା, ଯେତେବେଳେ ଏଗୁଡ଼ିକ ମୋ’ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ମୁଁ ସ୍ଥିର କଲି ଯେ ଖ୍ରୀଷ୍ଟଙ୍କ ହେତୁ ସେଗୁଡ଼ିକର କିଛି ମୂଲ୍ୟ ନାହିଁ। ମୁଁ ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହେତୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନେକରେ, ସେଗୁଡ଼ିକ ମୋ’ ପାଇଁ ମୂଲ୍ୟହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ୟାଗ କରିଛି। ମୁଁ ଏବେ ଜାଣେ ଯେ ସେଗୁଡ଼ିକ ମୂଲ୍ୟହୀନ ସଢ଼ାକୁଟା ପରି। ଏହା ମୋତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠାରେ ରହିବାକୁ ସାହାଯ୍ୟ କରେ। ଖ୍ରୀଷ୍ଟଙ୍କ ସହଭାଗିତାରେ ମୁଁ ପରମେଶ୍ୱରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ୟବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ତାହାଙ୍କ ପ୍ରତି ମୋତେ ସିଦ୍ଧ କରିବାକୁ ଖ୍ରୀଷ୍ଟଙ୍କଠାରେ ମୋର ବିଶ୍ୱାସକୁ ବ୍ୟବହାର କରନ୍ତି। 10 ମୁଁ ଖ୍ରୀଷ୍ଟଙ୍କୁ ଜାଣିବାକୁ ଓ ମୃତ୍ୟୁରୁ ସେ ପୁନର୍ଜୀବିତ ହୋଇ ଉଠିଥିବା ଶକ୍ତିକୁ ମଧ୍ୟ ଜାଣିବାକୁ ଇଚ୍ଛା କରେ। ମୁଁ ତାହାଙ୍କ ଦୁଃଖ ଭୋଗରେ ଅଂଶୀ ହେବାକୁ ଓ ତାହାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ପରି ହେବାକୁ ଗ୍ଭହେଁ। 11 ସେହିପରି ଭାବରେ ମୁଁ ମୃତମାନଙ୍କ ମଧ୍ୟରୁ ପୁନରୁ‌ତ୍‌‌ଥିତ ହୋଇପାରେ, ଏ ଭରସା ମୋର ଅଛି।

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଯତ୍ନ କରିବା

12 ମୁଁ କହୁ ନାହିଁ ଯେ ପରମେଶ୍ୱର ମୋତେ ଯେପରି ହେବାକୁ ଗ୍ଭହାନ୍ତି, ମୁଁ ଠିକ୍ ସେହିପରି ହୋଇସାରିଛି। ମୁଁ ସେହି ଲକ୍ଷ୍ୟସ୍ଥଳରେ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। କିନ୍ତୁ ମୁଁ ମୋର ଚେଷ୍ଟା ଅବିରତ ଜାରି ରଖିଛି, ଯାହାଦ୍ୱାରା ସେହି ଲକ୍ଷ୍ୟ ହାସଲ କରି ପାରିବି। ଯୀଶୁ ଖ୍ରୀଷ୍ଟ ଗ୍ଭହାନ୍ତି ଯେ ମୁଁ ସେହି ଲକ୍ଷ୍ୟ ପାଇପାରେ, ସେଥିପାଇଁ ସେ ମୋତେ ନିଜର କରିଛନ୍ତି। 13 ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ଯ୍ୟନ୍ତ ସେହି ଲକ୍ଷ୍ୟ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ଯ୍ୟ କରେ: ମୁଁ ଅତୀତର ବିଷୟସବୁ ଭୁଲି, ମୋ’ ଆଗରେ ଥିବା ଲକ୍ଷ୍ୟକୁ ଆଖିରେ ରଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରେ। 14 ମୁଁ ସବୁବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପୁରସ୍କାରଟି ପାଇବା ପାଇଁ ଚେଷ୍ଟା କରୁଥାଏ। ଖ୍ରୀଷ୍ଟଙ୍କଠାରେ ସ୍ୱର୍ଗୀୟ ଜୀବନର ପୁରସ୍କାର ପାଇବା ଲାଗି ପରମେଶ୍ୱର ମୋତେ ଡାକିଛନ୍ତି।

15 ଆମ୍ଭମାନଙ୍କ ଭିତରୁ ଯେଉଁମାନେ ଆତ୍ମିକ ଭାବରେ ସିଦ୍ଧ ହେବା ପାଇଁ ଯାଉଛୁ, ସେମାନେ ମଧ୍ୟ ଏହିଭଳି ଭାବିବା ଦରକାର। ଯଦି ଏଥିରେ କୌଣସି କଥାରେ ତୁମ୍ଭର ଭିନ୍ନ ମତ ଥାଏ, ତା’ହେଲେ ପରମେଶ୍ୱର ତୁମ୍ଭ ପାଇଁ ଏହାକୁ ମଧ୍ୟ ସ୍ପଷ୍ଟ କରିଦେବେ। 16 କିନ୍ତୁ ଆମ୍ଭେ ଯେଉଁସବୁ ସତ୍ୟ ଜାଣିଛୁ, ସେହି ସତ୍ୟ ମାର୍ଗରେ ଅବିରତ ଗ୍ଭଲିବା ଉଚିତ୍।

17 ଭାଇ ଓ ଭଉଣୀମାନେ! ତୁମ୍ଭେ ସମସ୍ତେ ମୋ’ ଭଳି ଜୀବନ-ଯାପନ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ଆମ୍ଭେ ଯେଉଁ ଆଦର୍ଶ ଦେଖାଇଛୁ, ତୁମ୍ଭମାନଙ୍କ ଭିତରୁ ଯେଉଁମାନେ ସେହି ଅନୁସାରେ ଜୀବନ-ଯାପନ କରୁଛନ୍ତି, ସେମାନଙ୍କୁ ଅନୁସରଣ କର। 18 ଅନେକ ଲୋକ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁମାନଙ୍କ ଭଳି ଜୀବନ-ଯାପନ କରୁଛନ୍ତି। ମୁଁ ଅନେକଥର ଏହି ଲୋକମାନଙ୍କ ବିଷୟରେ କହିଛି। ଏବେ ମଧ୍ୟ ମୁଁ କାନ୍ଦିକାନ୍ଦି ସେମାନଙ୍କ ବିଷୟରେ କହୁଛି। 19 ସେମାନେ ଯେପରି ଜୀବନ-ଯାପନ କରୁଛନ୍ତି, ତା’ର ପରିଣତି ବିନାଶ ଅଟେ। ସେମାନେ ପରମେଶ୍ୱରଙ୍କୁ ସେବା କରିବା ପରିବର୍ତ୍ତେ ନିଜକୁ ଖୁସୀ କରିବା ପାଇଁ ବଞ୍ଚିଛନ୍ତି। ସେମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି ଓ ସେଗୁଡ଼ିକ ପାଇଁ ଗର୍ବ କରନ୍ତି ଓ ସେମାନେ କେବଳ ପାର୍ଥିବ ବସ୍ତୁଗୁଡ଼ିକର ଚିନ୍ତା କରନ୍ତି। 20 କିନ୍ତୁ ଆମ୍ଭର ଜନ୍ମଭୂମି ହେଉଛି ସ୍ୱର୍ଗ। ଆମ୍ଭେ ସ୍ୱର୍ଗରୁ ଆମ୍ଭର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ପ୍ରତୀକ୍ଷା କରୁଛୁ। ଯୀଶୁ ଖ୍ରୀଷ୍ଟ ଆମ୍ଭର ପରିତ୍ରାଣକର୍ତ୍ତା ପ୍ରଭୁ ଅଟନ୍ତି। 21 ସେ ସ୍ୱର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସେହି ଶକ୍ତି ବଳରେ ସେ ଆମ୍ଭର ହେୟ, ଦେହଗୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦେହ ଭଳି ଗୌରବମୟ କରିଦେବେ।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 42

ଯାଜକମାନଙ୍କ କୋଠରୀ

42 ତା’ପରେ ସେ ମୋତେ ଉତ୍ତର ଦିଗସ୍ଥ ଦ୍ୱାର ଦେଇ ବାହାର ପ୍ରାଙ୍ଗଣକୁ ଆଣିଲେ। ଆଉ ନିଷେଦ୍ଧାଞ୍ଚଳରେ ଓ ପ୍ରାସାଦର ସମ୍ମୁଖବର୍ତ୍ତୀ ଉତ୍ତର ଦିଗସ୍ଥ କୋଠରୀରେ ଉପସ୍ଥିତ କରାଇଲେ। ଏହି ମନ୍ଦିରର ଦୈର୍ଘ୍ୟ 100 ହାତ ଓ ପ୍ରସ୍ଥ ପଗ୍ଭଶ୍ ହାତ ଥିଲା। ଲୋକମାନେ ଅଗଣାରୁ ଉତ୍ତର ଦ୍ୱାର ଦେଇ ପ୍ରବେଶ କରୁଥିଲେ। ଭିତର ପ୍ରାଙ୍ଗଣରେ କୋଡ଼ିଏ ହାତ ସମ୍ମୁଖରେ ଓ ବାହାର ପ୍ରାଙ୍ଗଣର ମନ୍ଦିର ସମ୍ମୁଖରେ ତୃତୀୟ ମହଲାରେ ଲଗାଲଗି ହୋଇ ଅପ୍ରଶସ୍ତ ବାରଣ୍ଡା ଥିଲା। କୋଠରୀଗୁଡ଼ିକର ସମ୍ମୁଖରେ ଦଶ ହାତ ପ୍ରସ୍ଥର ଏକ ପଥ ଥିଲା ଓ ସମସ୍ତ ଦ୍ୱାର ଉତ୍ତର ଆଡ଼େ ଥିଲା। 5-6 ଉପରିସ୍ଥ କୋଠରୀଗୁଡ଼ିକ ଛୋଟ ଥିଲା। କାରଣ ପ୍ରାସାଦର ଅଧଃସ୍ଥିତ ଓ ମଧ୍ୟସ୍ଥିତ କୋଠରୀ ଅପେକ୍ଷା ଅପ୍ରଶସ୍ତ ବାରଣ୍ଡାସବୁ ତହିଁରୁ ଅଧିକ ସ୍ଥାନ ନେଇଥିଲା। କାରଣ ତାହା ତିନି ମହଲା ଥିଲା। ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେସବୁରେ ସ୍ତମ୍ଭ ନ ଥିଲା। ଏଥିପାଇଁ ଭୂମିଠାରୁ ଉଚ୍ଚତମ ଅଧଃସ୍ଥିତ ଓ ମଧ୍ୟସ୍ଥିତ ଅପେକ୍ଷା ଅପ୍ରଶସ୍ଥ ଥିଲା। କୋଠରୀଗୁଡ଼ିକର ସମାନ୍ତରାଳ ଭାବରେ ଭିତର ପ୍ରାଙ୍ଗଣର ଗ୍ଭରିପଟେ ବାହାରେ କାନ୍ଥଗୁଡ଼ିକ ଥିଲା। ଏହାର ଦୈର୍ଘ୍ୟ ପଗ୍ଭଶ୍ ହାତ ଥିଲା। ବାହାର ପ୍ରାଙ୍ଗଣସ୍ଥିତ କୋଠରୀଗୁଡ଼ିକର ଦୈର୍ଘ୍ୟ ପଗ୍ଭଶ୍ ହାତ ଥିଲା, ଯଦିଓ ମନ୍ଦିର ସମ୍ମୁଖରେ ସମୁଦାୟ ପ୍ରାସାଦର ଦୈର୍ଘ୍ୟ 100 ହାତ ଥିଲା। ପୁଣି ବାହାର ପ୍ରାଙ୍ଗଣରୁ କୋଠରୀଗୁଡ଼ିକୁ ଗଲାବେଳେ ପୂର୍ବ ଦିଗରେ ତହିଁର ତଳେ ପ୍ରବେଶ ସ୍ଥାନ ଥିଲା। 10 ପ୍ରବେଶ ପଥଟି ପ୍ରାଙ୍ଗଣ ପାଖରେ କାନ୍ଥର ଆରମ୍ଭ ବିନ୍ଦୁରେ ଥିଲା।

ଦକ୍ଷିଣ ଦିଗରେ କୋଠରୀଗୁଡ଼ିକ ଥିଲା, ନିଷେଦ୍ଧାଞ୍ଚଳ ପାଖରେ ଏବଂ ଅନ୍ୟ ଗୃହର ଅନ୍ୟ ପାଖରେ ଥିଲା। ଏହି କୋଠରୀଗୁଡ଼ିକର ସମ୍ମୁଖରେ ଏଗାରଟି ପଥ ଥିଲା। 11 ସେଗୁଡ଼ିକ ଉତ୍ତର ଦିଗସ୍ଥ କୋଠରୀଗୁଡ଼ିକର ପରି ଥିଲା। ସେଗୁଡ଼ିକର ଦୈର୍ଘ୍ୟ ପ୍ରସ୍ଥ ସମାନ ଥିଲା। ଆଉ ଏକା ପ୍ରକାରର ଦ୍ୱାର ଥିଲା। 12 ପୁଣି ଦକ୍ଷିଣ ଦିଗସ୍ଥିତ କୋଠରୀଗୁଡ଼ିକର ଦ୍ୱାର ତୁଲ୍ୟ ପଥ ଶେଷରେ ଗୋଟିଏ ଦ୍ୱାର ଥିଲା। ସେହି ପଥ କାନ୍ଥର ସମ୍ମୁଖରେ ଅର୍ଥାତ୍ ଯିବା ଲୋକର ପୂର୍ବ ଦିଗରେ ପଡ଼ିଲା।

13 ତହୁଁ ସେ ମୋତେ କହିଲେ, “ପୃଥକ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରୀଗୁଡ଼ିକ ଅଛି ସେସବୁ ପବିତ୍ର କୋଠରୀ। ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟସବୁ ଭୋଜନ କରିବେ। ଆଉ ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟସବୁ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳିଦାନ ରଖିବେ। କାରଣ ସେହି ସ୍ଥାନ ଅତି ପବିତ୍ର ଅଟେ। 14 ଯେତେବେଳେ ଯାଜକମାନେ ପବିତ୍ର ଅଞ୍ଚଳରେ ପ୍ରବେଶ କରନ୍ତି, ସେ ସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ। ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି ତାହା ସବୁ ସେଠାରେ ନ ରଖିବା ପର୍ଯ୍ୟନ୍ତ ସେସବୁ ପବିତ୍ର। ଆଉ ସେମାନେ ଅନ୍ୟ ବସ୍ତ୍ର ପିନ୍ଧି ଲୋକମାନଙ୍କ ନିକଟକୁ ଯିବେ।”

ବହିଃସ୍ଥ ଘରର ଅଗଣା

15 ମନ୍ଦିରର ଭିତର ପାଖଗୁଡ଼ିକ ମାପି ସାରିଲା ପରେ ସେ ପୂର୍ବାଭିମୁଖ ଦ୍ୱାରର ପଥଦେଇ ମୋତେ ବାହାରକୁ ଆଣିଲେ ଓ ତାହାର ଚତୁର୍ଦ୍ଦିଗ ମାପିଲେ। 16 ସେ ପରିମାପକ ନଳଦ୍ୱାରା ପୂର୍ବପାର୍ଶ୍ୱ ମାପିଲେ। ଏହା ଦୈର୍ଘ୍ୟ 500 ହାତ ହେଲା। 17 ତା’ପରେ ସେ ଉତ୍ତର ପାର୍ଶ୍ୱ ମାପିଲେ। ପରିମାପକ ଦଣ୍ଡରେ ତାହା 500 ହାତ ହେଲା। 18 ଆଉ ଦକ୍ଷିଣ ପାର୍ଶ୍ୱ ମାପିଲେ, ତାହା ମଧ୍ୟ ପରିମାପକ ନଳରେ 500 ହାତ ଦୈର୍ଘ୍ୟ ଥିଲା। 19 ସେ ପଶ୍ଚିମ ପାର୍ଶ୍ୱର ଚତୁର୍ଦ୍ଦିଗ ମାପିଲେ ଓ ତାହା ପରିମାପକ ନଳରେ 500 ହାତ ହେଲା। 20 ସେ ମନ୍ଦିରର ଚତୁର୍ଦ୍ଦିଗସ୍ଥିତ ପ୍ରାଚୀରଗୁଡ଼ିକୁ ମାପିଲେ। ତାହାର ଦୈର୍ଘ୍ୟ 500 ହାତ ଓ ପ୍ରସ୍ଥ 500 ହାତ ଥିଲା। ସେଗୁଡ଼ିକ ପବିତ୍ର ସ୍ଥାନ ଓ ସାଧାରଣ ସ୍ଥାନଗୁଡ଼ିକୁ ବିଚ୍ଛେଦ କରିବା ପାଇଁ ଥିଲା।

ଗୀତସଂହିତା 94

94 ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ୱର, ଯିଏ ଦଣ୍ଡ ଦିଅନ୍ତି,
    ତୁମ୍ଭର ମହାନତା ଦେଖାଅ।
ତୁମ୍ଭେ ହେଉଛ ସାରା ପୃଥିବୀର ବିଗ୍ଭରକର୍ତ୍ତା।
    ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ଯାହା ସେମାନେ ଗ୍ଭହାନ୍ତି।
ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳଯାଏ ଶାସନ କରିବେ?
    ସଦାପ୍ରଭୁ ଆଉ କେତେ କାଳ?
ସେହି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ?
    ସେହି ଅଧର୍ମାଗ୍ଭରୀମାନେ କେତେ କାଳ ଦର୍ପ କରିବେ?
ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି।
    ସେମାନେ ତୁମ୍ଭର ଲୋକମାନଙ୍କୁ ଯନ୍ତ୍ରଣା ଦିଅନ୍ତି।
ସେହି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ୟ କରନ୍ତି।
    ସେମାନେ ଅନାଥ ପିଲାମାନଙ୍କୁ ମଧ୍ୟ ହତ୍ୟା କରନ୍ତି।
ସେମାନେ ଏହିପରି କହନ୍ତି ଯେ, ସଦାପ୍ରଭୁ ସେମାନଙ୍କର କୁକର୍ମକୁ ଦେଖି ପାରିବେ ନାହିଁ।
    କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ।

ହେ ପଶୁବତ୍ ଲୋକମାନେ,
    ତୁମ୍ଭେ କେବେ ବୁଦ୍ଧି ପାଇବ?
ହେ ନିର୍ବୋଧ ଅଧର୍ମକାରୀ ଲୋକ,
    ଚେଷ୍ଟା କର ଏବଂ ବୁଝ।
ପରମେଶ୍ୱର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ,
    ସେ କ’ଣ ଶୁଣିପାରୁ ନାହାନ୍ତି!
ପରମେଶ୍ୱର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି।
    ସେ କ’ଣ ଦେଖି ପାରିବେ ନାହିଁ! ଯାହାସବୁ ଘଟିଯାଉଛି।
10 ଜଣେ ଯିଏକି ଜାତିଗଣକୁ ସଂଶୋଧନ କରନ୍ତି, ତୁମ୍ଭକୁ ଦଣ୍ଡ ଦେବେ?
    ସେ ମାନବମାନଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦିଅନ୍ତି।
11 ସଦାପ୍ରଭୁ ଜାଣନ୍ତି
    ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର।

12 ହେ ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ।
    ତୁମ୍ଭେ ଆପଣା ନିୟମରେ ସେମାନଙ୍କୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ।
13 ବିପଦ ବେଳେ ସେମାନଙ୍କୁ ସୁସ୍ଥିର କର,
    ଦୁଷ୍ଟମାନେ ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭର ଅନୁଗାମୀମାନଙ୍କୁ ସାହାଯ୍ୟ କର।
14 ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ।
    ସେ ନିଜର ପ୍ରାଧାନ୍ୟତ୍ୱକୁ ପରିତ୍ୟାଗ କରିବେ ନାହିଁ।
15 ନ୍ୟାୟ ଫେରିବ ଏବଂ ଏହା ସ୍ୱଚ୍ଛତା ଆଣିବ
    ଏବଂ ଯେଉଁ ସମସ୍ତ ବ୍ୟକ୍ତି ସତ୍ୟପ୍ରିୟ ଅଟନ୍ତି, ନ୍ୟାୟର ଅନୁଗାମୀ ହେବେ।

16 ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମୋତେ ସାହାଯ୍ୟ କରିବ?
    ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମୋ’ ସହିତ ଠିଆ ହେବ?
17 ଯଦି ମୋତେ ସଦାପ୍ରଭୁ ସାହାଯ୍ୟ କରି ନ ଥା’ନ୍ତେ,
    ତେବେ ମୃତ୍ୟୁ ମୋର ପ୍ରାଣକୁ ଅତିକ୍ରମ କରି ଯାଇଥା’ନ୍ତା।
18 ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି
    କିନ୍ତୁ ପ୍ରଭୁ ତୁମ୍ଭର ପ୍ରେମ, ମୋତେ ସକ୍ଷମ ହେଲା।
19 ମୁଁ ଅତି ବ୍ୟସ୍ତ ଓ ଚିନ୍ତିତ ଥିଲା ବେଳେ,
    ସଦାପ୍ରଭୁ ମୋତେ ଆନନ୍ଦ ଓ ଖୁସୀ ଦେଲେ।

20 ହେ ପରମେଶ୍ୱର, ତୁମ୍ଭେ ନିଷ୍ଠୁର ବିଗ୍ଭରକମାନଙ୍କୁ ସାହାଯ୍ୟ କର ନାହିଁ।
    ସେହି ଅଧର୍ମୀ ବିଗ୍ଭରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିୟମକୁ ବ୍ୟବହାର କରନ୍ତି।
21 ଯେଉଁ ବିଗ୍ଭରକଗଣ ଭଲ ଲୋକମାନଙ୍କୁ ନ୍ୟାୟ ଦିଅନ୍ତି ନାହିଁ,
    ସେମାନେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସେମାନଙ୍କୁ ମରଣର ଆରୋପ କର।
22 ମାତ୍ର ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଉଚ୍ଚ ଦୁର୍ଗ
    ଓ ମୋର ପରମେଶ୍ୱର ମୋର ଆଶ୍ରୟଶୈଳ ହୋଇଅଛନ୍ତି।
23 ପରମେଶ୍ୱର ସେହି ଅଧର୍ମୀ ବିଗ୍ଭରକମାନଙ୍କୁ
    ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦେବେ।
    ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଧ୍ୱଂସ କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center