Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ବିଗ୍ଭରକର୍ତ୍ତାମାନଙ୍କ ବିବରଣ 9

ଅବୀମେଲକ୍ ରାଜା ହେଲେ

ଅବୀମେଲକ୍ ଥିଲା ଯିରୁବ୍ବା‌ଲ୍‌ର ପୁତ୍ର। ଶିଖିମରେ ଥିବା ନିଜର ମାମୁଁମାନଙ୍କୁ ଦେଖିବାକୁ ଗଲା। ସେ ତାଙ୍କର ମାମୁଁମାନଙ୍କୁ ଏବଂ ତା’ର ମାର ସମସ୍ତ ପରିବାରକୁ କହିଲା। “ଶିଖିମ୍ ପ୍ରାଚୀନମାନଙ୍କୁ ପଗ୍ଭର: ‘ଯିରୁବ୍ବା‌ଲ୍‌ର ସତୁରି ପୁତ୍ରଯାକ ତୁମ୍ଭ ଉପରେ ଶାସନ କରନ୍ତୁ ନା ଜଣେ ମାତ୍ର ପୁତ୍ର ଶାସନ କରନ୍ତୁ, କେଉଁଟା ତୁମ୍ଭ ପାଇଁ ଭଲ ହେବ? ମନେରଖ ମୁଁ ତୁମ୍ଭମାନଙ୍କର ରକ୍ତ ସମ୍ପର୍କୀୟ।’”

ତାଙ୍କ ମାତାର ଭାଇମାନେ ଶିଖିମର ଲୋକମାନଙ୍କୁ ଏ କଥା ଜଣାଇଲା ପରେ ତାଙ୍କ ପକ୍ଷରେ ଏସବୁ କଥା କହନ୍ତେ ଅବୀମେଲକର ପଶ୍ଚା‌‌ଦ୍‌ଗାମୀ ହେବାକୁ ସେମାନେ ସମ୍ମତି ପ୍ରଦାନ କଲେ। କାରଣ ସେମାନେ କହିଲେ, “ଯାହା ହେଲେ ବି ସେ ଆମ୍ଭର ଭାଇ।” ତେଣୁ ପ୍ରାଚୀନମାନେ ତାକୁ ବା‌‌ଲ୍‌‌ବରୀତର ମନ୍ଦିରରୁ ସତୁରି ଖଣ୍ତ ରୂପା ଦେଲେ। ସେହି ରୂପାଖଣ୍ଡରେ ଅବୀମେଲକ୍ କେତେକ ଅଦରକାରୀ ଓ ଲୋକମାନଙ୍କୁ ରଖିଲା। ଯେଉଁଆଡ଼େ ସେ ଗଲା ସେମାନେ ତାକୁ ଅନୁସରଣ କଲେ।

ଅବୀମେଲକ୍ ନିଜର ପିତୃଗୃହ ଅଫ୍ରାକୁ ଗଲା। ସେ ତା’ର ସତୁରି ଜଣ ଭାଇମାନଙ୍କୁ ସେଠାରେ ଗୋଟିଏ ପଥରରେ ହତ୍ୟା କଲା। କିନ୍ତୁ ଯିରୁବ୍ବା‌ଲ୍‌ର କନିଷ୍ଠ ପୁତ୍ର ନିଜକୁ ଲୁଗ୍ଭଇ ରଖିଲା। ତା’ର ନାମ ଯୋଥମ୍ ଥିଲା।

ଶିଖିମର ନେତୃବର୍ଗମାନେ ଓ ମିଲ୍ଲୋ ଗୃହ ନିବାସୀଗଣ ଏକତ୍ରିତ ହେଲେ। ସେହି ସମସ୍ତ ଲୋକମାନେ ଶିଖିମରେ ଥିବା ସ୍ତମ୍ଭ ନିକଟସ୍ଥ ଅଲୋନବୃକ୍ଷମୂଳରେ ଅବୀମେଲକକୁ ସେମାନଙ୍କର ରାଜା କଲେ।

ଯୋଥମର କାହାଣୀ

ଯୋଥମ୍ ଜାଣିବାକୁ ପାଇଲେ ଯେ, ନଗରର ସମସ୍ତ ଲୋକ ଶିଖିମର ନେତୃବର୍ଗ ଅବୀମେଲକକୁ ସେମାନଙ୍କର ରାଜା କରିଛନ୍ତି। ଏ କଥା ଶୁଣି ସେ ଗରିଷୀମ ପର୍ବତ ଉପରେ ଠିଆ ହୋଇ ଲୋକମାନଙ୍କୁ ଉଚ୍ଚସ୍ୱରରେ କହିଲେ, ତୁମ୍ଭେ ଶିଖିମ ନଗରର ନେତୃବର୍ଗଗଣ,

“ମୋ’ କଥା ଶୁଣ, ତା’ପରେ ପରମେଶ୍ୱର ତୁମ୍ଭମାନଙ୍କ କଥା ଶୁଣିବେ।

“ଏକ ସମୟରେ ବୃକ୍ଷସବୁ ନିଜ ଉପରେ ରାଜା ଅଭିଷେକ କରିବାକୁ ଗଲେ। ସେମାନେ ଜୀତ ବୃକ୍ଷକୁ କହିଲେ, ‘ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’

“ମାତ୍ର ବୃକ୍ଷ ସେମାନଙ୍କୁ କହିଲେ, ‘ମୋର ମୂଲ୍ୟବାନ୍ ତେଲ ଦ୍ୱାରା ମନୁଷ୍ୟ ଓ ପରମେଶ୍ୱର ସମ୍ମାନିତ ହୁଅନ୍ତି। ମୁଁ କ’ଣ ବୃକ୍ଷମାନଙ୍କ ପାଇଁ ଏଣେ ତେଣେ ଯାଇ ମୋର ମୂଲ୍ୟବାନ୍ ତେଲ ଦେବାକୁ ବନ୍ଦ କରି ଦେବି?’

10 “ତେଣୁ ବୃକ୍ଷମାନେ ଡିମ୍ବିରି ବୃକ୍ଷକୁ କହିଲେ, ‘ତୁମ୍ଭେ ଆସ ଆମ୍ଭମାନଙ୍କ ଉପରେ ରାଜତ୍ୱ କର।’

11 “କିନ୍ତୁ ଡିମ୍ବିରି ବୃକ୍ଷ ଉତ୍ତର ଦେଲା, ‘କେବଳ ଅନ୍ୟ ବୃକ୍ଷମାନଙ୍କ ଉପରେ ଶାସନ କରିବାକୁ, ମୁଁ ମୋର ଉତ୍ତମ ସ୍ୱାଦିଷ୍ଟ ଫଳ ଉତ୍ପନ୍ନ କରିବା ବନ୍ଦ କରି ଦେବି କି?’

12 “ଏହା ପରେ ବୃକ୍ଷମାନେ ଦ୍ରାକ୍ଷାଲତାକୁ କହିଲେ, ‘ତୁମ୍ଭେ ଆସ ଆମ୍ଭମାନଙ୍କର ଉପରେ ରାଜତ୍ୱ କର।’

13 “କିନ୍ତୁ ଦ୍ରାକ୍ଷାଲତା ସେମାନଙ୍କୁ ଉତ୍ତରରେ କହିଲା, ‘କେବଳ ତୁମ୍ଭମାନଙ୍କ ଉପରେ ଶାସନ କରିବାକୁ ମୁଁ ଦ୍ରାକ୍ଷାରସ ଉତ୍ପନ୍ନ କରିବା ବନ୍ଦ କରି ଦେବି କି?, ଯେଉଁଗୁଡ଼ିକ ଦେବତାଗଣଙ୍କୁ ଓ ଲୋକମାନଙ୍କୁ ଖୁସୀ କରେ?’

14 “ଶେଷରେ ସମସ୍ତ ବୃକ୍ଷ କଣ୍ଟକ ବୃକ୍ଷକୁ କହିଲେ, ‘ଆସ ଆମ ଉପରେ ରାଜତ୍ୱ କର।’

15 “କିନ୍ତୁ କଣ୍ଟକ ବୃକ୍ଷ ସେମାନଙ୍କୁ କହିଲା, ‘ବାସ୍ତବରେ ତୁମ୍ଭେମାନେ ଯଦି ମୋତେ ତୁମ୍ଭମାନଙ୍କର ଶାସକ ହେବା ପାଇଁ ଗ୍ଭହୁଁଛ, ତେବେ ଆସ ମୋର ଛାଇରେ ବିଶ୍ରାମ ନିଅ। ନଚେତ୍ କଣ୍ଟକ ଲତାରୁ ଅଗ୍ନି ବାହାରି ଲିବାନୋ‌ନ୍‌ର ଏରସ ବୃକ୍ଷଗୁଡ଼ିକୁ ଗ୍ରାସ କରୁ।’

16 “ଯଦି ବାସ୍ତବରେ ତୁମ୍ଭେମାନେ ଅବୀମେଲକକୁ ରାଜା କରିବାରେ ସାଧୁତା ଅବଲମ୍ବନ କରିଥାଅ ଓ ଏହା କରିବା ଦ୍ୱାରା ତୁମ୍ଭେମାନେ ଓ ଯିରୁବ୍ବାଲ୍ ଓ ତା’ର ପରିବାର ପ୍ରତି ନିରପେକ୍ଷ ଦେଖାଇଥାଅ ଏବଂ ଯଦି ସେମାନଙ୍କ ପ୍ରାପ୍ୟ ଅନୁସାରେ ବ୍ୟବହାର କରିଥାଅ। 17 ତା’ପରେ ସେହି ବିଷୟରେ ଚିନ୍ତାକର, ମୋର ପିତା ତୁମ୍ଭମାନଙ୍କ ପାଇଁ ଯାହା କରିଥିଲେ। ମୋର ପିତା ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିଥିଲେ। ସେ ତା’ ଜୀବନକୁ ବାଜି ଲଗାଇ ମିଦିୟନୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ। 18 କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ମୋର ପିତାଙ୍କର ପରିବାର ବିରୁଦ୍ଧରେ ବିଦ୍ରୋହ କଲ। ତୁମ୍ଭେ ତାଙ୍କର ସତୁରି ପୁତ୍ରଙ୍କୁ ଗୋଟିଏ ପଥରରେ ହତ୍ୟା କଲ। ତୁମ୍ଭେମାନେ ଅବୀମେଲକକୁ ଶିଖିମ ଉପରେ ତୁମ୍ଭମାନଙ୍କର ରାଜା କରିଅଛ, ସେ ତୁମ୍ଭମାନଙ୍କର ସମ୍ପର୍କୀୟ। ସେ ହେଉଛି ମୋର ପିତାଙ୍କର ଦାସୀ ପୁତ୍ର। 19 ତେଣୁ ଯଦି ତୁମ୍ଭେ ଆଜି ଯିରୁବ୍ବାଲ୍ ଓ ତାହାର ପରିବାର ଉପରେ ସତ୍ୟ ଓ ସରଳ ବ୍ୟବହାର କରିଅଛ, ତେବେ ଅବୀମେଲକକୁ ନେଇ ଆନନ୍ଦ କର ଓ ସେ ମଧ୍ୟ ତୁମ୍ଭମାନଙ୍କୁ ନେଇ ଆନନ୍ଦ କରୁ। 20 କିନ୍ତୁ ଯଦି ତୁମ୍ଭେମାନେ ଏହା କରି ନାହଁ, ତେବେ ଅବୀମେଲକଠାରୁ ଅଗ୍ନି ବାହାରି ଶିଖିମ ନେତୃବର୍ଗଙ୍କୁ ଓ ମିଲ୍ଲୋ ନିବାସୀମାନଙ୍କୁ ଓ ମିଲ୍ଲୋ ଗୃହକୁ ଦ‌ଗ୍‌ଧ କରୁ। ପୁଣି ଶିଖିମ୍ ନିବାସୀ ଲୋକଗଣଠାରୁ ଓ ମିଲ୍ଲୋ ନିବାସୀମାନଙ୍କଠାରୁ ଅଗ୍ନି ବାହାରି ଅବୀମେଲକକୁ ଗ୍ରାସ କରୁ।”

21 ଏହା ପରେ ଯୋଥମ୍ ବେର ନାମକ ସହରକୁ ଶୀଘ୍ର ପଳାଇଲା। ଯୋଥମ୍ ସେଠାରେ ରହିଲା କାରଣ ସେ ଅବୀମେଲକକୁ ଭୟ କରୁ ଥିଲା।

ଅବୀମେଲକ୍ ଶିଖିମମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ

22 ଅବୀମେଲକ୍ ଇସ୍ରାଏଲ ଉପରେ ତିନି ବର୍ଷ ରାଜତ୍ୱ କଲେ। 23 ଅବୀମେଲକ୍ ଯିରୁବ୍ବା‌ଲ୍‌ଙ୍କର ସତୁରି ଜଣ ପୁତ୍ରଙ୍କୁ ହତ୍ୟା କଲେ, ଯେଉଁମାନେ ତାଙ୍କର ନିଜର ଭାଇ ଥିଲେ। ଶିଖିମର ନେତୃବର୍ଗ ଇସ୍ରାଏଲର ଭୁଲ୍ କାର୍ଯ୍ୟ କରିବାରେ ସମର୍ଥନ ଦେଲେ। 24 ସେଥିପାଇଁ ପରମେଶ୍ୱର ଅବୀମେଲକ୍ ଓ ଶିଖିମର ନେତୃବର୍ଗମାନଙ୍କ ମଧ୍ୟରେ ସମସ୍ୟା ସୃଷ୍ଟି କଲେ। ସେଥିପାଇଁ ଶିଖିମର ନେତୃବର୍ଗମାନେ ଅବୀମେଲକ୍ ବିରୁଦ୍ଧରେ ଯୋଜନା ଆରମ୍ଭ କଲେ। 25 ଶିଖିମର ନେତୃବର୍ଗମାନେ ପର୍ବତ ଶୃଙ୍ଗ ଉପରେ ଗୁପ୍ତ ସୈନ୍ୟ ଛାଉଣି ନିର୍ମାଣ କଲେ। ସେମାନେ ସେହି ବାଟ ଦେଇ ଯାଉଥିବା ସମସ୍ତଙ୍କୁ ଲୁଟ୍ କଲେ। ଅବୀମେଲକ୍ ଏହି ସମସ୍ତ ସମ୍ବାଦ ଶୁଣିଲେ।

26 ଏବଦର ପୁତ୍ର ଗାଲ୍ ନିଜର ଭାଇମାନଙ୍କୁ ସାଙ୍ଗରେ ନେଇ ଶିଖିମକୁ ଗଲା। ଶିଖିମର ନେତୃବର୍ଗମାନେ ତାଙ୍କ ଉପରେ ବିଶ୍ୱାସ କଲେ।

27 ଶିଖିମର ଲୋକମାନେ ସେମାନଙ୍କର ନିଜ କ୍ଷେତ୍ରରୁ ଦ୍ରାକ୍ଷାଫଳ ତୋଳିଲେ। ଦ୍ରାକ୍ଷାରସ ତିଆରି କରିବାକୁ ଦ୍ରାକ୍ଷାଫଳକୁ ସେମାନେ ଚିପୁଡ଼ିଲେ। ତା’ପରେ ସେମାନେ ସେମାନଙ୍କ ଦେବତାଙ୍କର ମନ୍ଦିରକୁ ଉତ୍ସବ ପାଳନ କରିବାକୁ ଗଲେ। ସେଠାରେ ସେମାନେ ନୈଶ ଭୋଜନ ଓ ପାନ କଲେ ଓ ଅବୀମେଲକକୁ ଶାପ ଦେଲେ।

28 ଏଥିରେ ଏବଦର ପୁତ୍ର ଗାଲ୍ କହିଲା, “ଆମ୍ଭେ ହେଉଛୁ ଶିଖିମ ନିବାସୀ, ଆମ୍ଭେ କାହିଁକି ଅବୀମେଲକକୁ ମାନିବୁ? ସେ କିଏ? ଆମେ କାହିଁକି ତାକୁ ମାନିବା? ଏହା ସତ୍ୟ ଅବୀମେଲକ୍ ହେଇଛି ଯିରୁବ୍ବା‌ଲ୍‌ର ପୁତ୍ର, ନୁହେଁ କି? ଏବଂ ଅବୀମେଲକ୍ ସବୂଲକୁ ତା’ର ଅଧିକାରୀ କଲା, ନୁହେଁ କି? ଆମ୍ଭେ ଶିଖିମର ପିତା ହମୋରର ଲୋକମାନଙ୍କର ସେବା କରିବା ଉଚିତ୍। କିନ୍ତୁ ଆମ୍ଭେ କାହିଁକି ଅବୀମେଲକର ସେବା କରିବୁ? 29 ତୁମ୍ଭେ ଯଦି ମୋତେ ତୁମ୍ଭର ଆଦେଶକାରୀ କର, ମୁଁ ଅବୀମେଲକକୁ ବିନଷ୍ଟ କରିଥା’ନ୍ତି। ମୁଁ ତାଙ୍କୁ କହନ୍ତି, ‘ତୁମେ ତୁମ୍ଭର ସୈନ୍ୟକୁ ପ୍ରସ୍ତୁତ କର ଏବଂ ଯୁଦ୍ଧ କରିବାକୁ ବାହାରି ଆସ।’”

30 ସବୂଲ୍ ଥିଲା ଶିଖିମ ନଗରର ନେତା। ସବୂଲ୍ ଜାଣିବାକୁ ପାଇଲା ଯେ, ଏବଦର ପୁତ୍ର ଗାଲ୍ ଯାହା କହିଥିଲା ଏବଂ ଏ କଥାରେ ସେ କ୍ରୋଧାନ୍ୱିତ ହେଲା। 31 ସବୂଲ୍ ଅରୁମାହରେ ଅବୀମେଲକ୍ ନିକଟକୁ ଦୂତ ପଠାଇଲେ ଏବଂ ସେମାନେ କହିଲେ,

“ଏବଦର ପୁତ୍ର ଗାଲ୍ ଓ ତାହାର ଭାଇମାନେ ଶିଖିମକୁ ଆସିଛନ୍ତି। ସେମାନେ ସମସ୍ତ ସହରକୁ ତୁମ୍ଭ ବିରୁଦ୍ଧରେ ଯିବା ପାଇଁ ପ୍ରବର୍ତ୍ତାଉଛନ୍ତି। 32 ତେଣୁ ତୁମ୍ଭେ ଓ ତୁମ୍ଭର ଲୋକମାନେ ରାତ୍ରି ସମୟରେ ଆସ ଓ ସହରର ବାହାର କ୍ଷେତରେ ଲୁଚି ରୁହ। 33 ଏହା ପରେ ଯେତେବେଳେ ପ୍ରଭାତ ହେବ, ନଗରକୁ ଆକ୍ରମଣ କର। ଗାଲ୍ ତା’ର ଲୋକମାନଙ୍କ ସହିତ ଯେତେବେଳେ ବାହାରି ଆସେ, ତୁମ୍ଭ ଦ୍ୱାରା ଯେପରି ହେବ ସେହିପରି କର।”

34 ତେଣୁ ଅବୀମେଲକ୍ ଏବଂ ତା’ର ସୈନ୍ୟମାନେ ରାତ୍ରିରେ ଉଠି ନଗରକୁ ଗଲେ। ସେହି ସୈନ୍ୟମାନେ ଗ୍ଭରିଟି ଦଳରେ ଭାଗ ହେଲେ ଏବଂ ସେମାନେ ଶିଖିମ ନଗର ନିକଟରେ ଲୁଚି ରହିଲେ। 35 ଏବଦର ପୁତ୍ର ଗାଲ୍ ବାହାରେ ଯାଇ ନଗର ପ୍ରବେଶ ଦ୍ୱାରରେ ଛିଡ଼ା ହେଲା ଓ ଅବୀମେଲକ୍ ଓ ତା’ର ଲୋକମାନେ ଲୁଚିଥିବା ସ୍ଥାନରୁ ବାହାରି ଆସିଲେ।

36 ଗାଲ୍ ସୈନ୍ୟମାନଙ୍କୁ ଦେଖିଲା। ଗାଲ୍ ସବୂଲକୁ କହିଲେ, “ପର୍ବତରୁ ଓହ୍ଲାଇ ଆସୁଥିବା ସୈନ୍ୟମାନଙ୍କୁ ଦେଖ।”

କିନ୍ତୁ ସବୂଲ ତାଙ୍କୁ କହିଲା, “ପର୍ବତର ଛାଇ ତୁମ୍ଭକୁ ଲୋକମାନଙ୍କ ପରି ଦେଖାଯାଉଛି।”

37 କିନ୍ତୁ ଗାଲ୍ ପୁଣି କହିଲା, “ଦେଖ କେତେକ ଲୋକ ନାଭେଲ ଭୂମିରୁ ଓହ୍ଲାଇ ଆସୁଛନ୍ତି। ଆଉ ଏକ ଦଳ ମିଓନିର୍ନମ ଅଲୋନବୃକ୍ଷର ପଥଦେଇ ଆସୁଛନ୍ତି।” 38 ତେଣୁ ସବୂଲ ତାଙ୍କୁ କହିଲା, “ତୁମ୍ଭେ ଏବେ କାହିଁକି ଦର୍ପ କରୁ ନାହଁ? ତୁମ୍ଭେ କହିଥିଲ, ‘ଅବୀମେଲକ୍ କିଏ ଯେ ଆମ୍ଭେ ନିଶ୍ଚିତ ତାହାର ସେବା କରିବୁ? ତୁମ୍ଭେ କ’ଣ ଏହି ସୈନ୍ୟମାନଙ୍କୁ ପରିହାସ କରି ନ ଥିଲ? ବର୍ତ୍ତମାନ ଯାଅ ଓ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କର।”

39 ତେଣୁ ଗାଲ୍ ଶିଖିମର ନେତୃବର୍ଗଙ୍କୁ ନେତୃତ୍ୱ କରି ବାହାର ହୋଇ ଅବୀମେଲକ୍ ସହିତ ଯୁଦ୍ଧ କଲା। 40 ଅବୀମେଲକ୍ ତାଙ୍କ ପଛେ ପଛେ ଗୋଡ଼ାଇଲେ ଏବଂ ଏହିପରି ଭାବରେ ପ୍ରବେଶ ଫାଟକରେ ପହଞ୍ଚିବା ପର୍ଯ୍ୟନ୍ତ ଗାଲର ଅଧିକାଂଶ ଲୋକମାନେ ମୃତ୍ୟୁବରଣ କଲେ।

41 ଏହା ପରେ ଅବୀମେଲକ୍ ଅରୁମାରେ ରହିଲେ। ତା’ପରେ ସବୂଲ୍ ଗା‌ଲ୍‌କୁ ଓ ତା’ର ଭାତୃଗଣକୁ ତଡ଼ି ଦେଲା। ସେ ସେମାନଙ୍କୁ ଶିଖିମରେ ବାସ କରିବାକୁ ଅନୁମତି ଦେଲା ନାହିଁ।

42 ପରଦିନ ଲୋକମାନେ ବାହାର ହୋଇ କ୍ଷେତ୍ରକୁ ଯିବା ବେଳେ କେହି ଜଣେ ଅବୀମେଲକକୁ ଖବର ଦେଲା। 43 ତେଣୁ ସେ ତାଙ୍କର ସୈନ୍ୟମାନଙ୍କୁ ନେଇ ସେମାନଙ୍କୁ ତିନି ଦଳରେ ବିଭକ୍ତ କଲେ। ସେମାନେ କ୍ଷେତରେ ନିଜକୁ ଲୁଗ୍ଭଇ ରଖିଲେ ଏବଂ ଯେତେବେଳେ ସେମାନେ ଲୋକମାନଙ୍କୁ ସହରରୁ ବାହାରି ଆସୁଥିବାର ଦେଖିଲେ, ସେମାନଙ୍କୁ ଆକ୍ରମଣ କଲେ। 44 ପୁଣି ଅବୀମେଲକ୍ ତା’ର ଦଳ ପ୍ରବେଶ ଫାଟକ ସମ୍ମୁଖରେ ଛିଡ଼ା ହେଲେ। ଏବଂ ଅନ୍ୟ ଦୁଇଦଳ ବାହାରକୁ ଦୌଡ଼ିଲେ ଏବଂ କ୍ଷେତରେ ଥିବା ସମସ୍ତ ଲୋକଙ୍କୁ ହତ୍ୟା କଲେ। 45 ଅବୀମେଲକ୍ ସେହି ଦିନ ଯାକ ନଗର ବିରୁଦ୍ଧରେ ଯୁଦ୍ଧ କଲେ ଓ ନଗର ହସ୍ତଗତ କରି ନଗରରେ ବସବାସ କରୁଥିବା ଲୋକମାନଙ୍କୁ ହତ୍ୟା କଲେ। ପୁଣି ସେ ନଗରକୁ ସମଭୂମି କରି ତହିଁ ଉପରେ ଲବଣ ଗ୍ଭଷ କଲେ।

46 ଶିଖିମର ଅଟ୍ଟାଳିକାର ମାଲିକମାନେ ଏବିଷୟରେ ଶୁଣିଲେ। ସେମାନେ ଏ‌‌ଲ୍‌‌ବରୀତ୍ ମନ୍ଦିରର ସବୁଠାରୁ ନିରାପଦ ସ୍ଥାନରେ ଏହା ଜାଣିବାକୁ ପାଇଲେ।

47 ଅବୀମେଲକ୍ ଜାଣିବାକୁ ପାଇଲା ଯେ, ଶିଖିମର ସମସ୍ତ ମାଲିକମାନେ ଏକତ୍ରିତ ହୋଇଥିଲେ। 48 ଏହା ପରେ ଅବୀମେଲକ୍ ଓ ତାଙ୍କର ସମସ୍ତ ଲୋକମାନେ ସ‌‌ଲ୍‌‌ମୋନ୍ ପର୍ବତକୁ ଚଢ଼ିଲେ। ଅବୀମେଲକ୍ କୁହ୍ରାଡ଼ି ନେଇ ବୃକ୍ଷରୁ କେତେକ ଡାଳ ହାଣିଲେ। ସେ ସେଗୁଡ଼ିକ ଉଠାଇଲେ ଏବଂ ସେଗୁଡ଼ିକ ନିଜ କାନ୍ଧରେ ରଖିଲେ ଏବଂ ନିଜର ସଙ୍ଗୀ ଲୋକମାନଙ୍କୁ କହିଲେ, “ଯଥାଶୀଘ୍ର, ମୁଁ ଯାହା କଲି ତୁମ୍ଭେ ତାହା କର।” 49 ତେଣୁ ସମସ୍ତ ଲୋକମାନେ ଅବୀମେଲକକୁ ଅନୁସରଣ କଲେ ଓ ଏଲବେରିଥର ମନ୍ଦିର ସୁରକ୍ଷା କୋଠରୀ ସମ୍ମୁଖରେ ଶାଖାଗୁଡ଼ିକ ଗଦା କଲେ। ତା’ପରେ ସେମାନେ ଏହାକୁ ଅଗ୍ନି ସଂଯୋଗ କଲେ। ଏହି ପ୍ରକାରେ ଶିଖିମର ସମସ୍ତ ମାଲିକମାନେ ମୃତ୍ୟୁବରଣ କଲେ। ସେଠାରେ ପାଖାପାଖି 1000 ପୁରୁଷ ଓ ସ୍ତ୍ରୀ ଥିଲେ।

ଅବୀମେଲକର ମୃତ୍ୟୁ

50 ଏହା ପରେ ଅବୀମେଲକ୍ ତେବସ ସହରକୁ ଗଲେ, ସେଠାରେ ଛାଉଣି ସ୍ଥାପନ କଲେ ଓ ତାକୁ ଅକ୍ତିଆର କଲେ। 51 କିନ୍ତୁ ସେହି ନଗର ମଧ୍ୟରେ ଏକ ଦୃଢ଼ ଗଡ଼ ଥିଲା। ତେଣୁ ପୁରୁଷ ଓ ସ୍ତ୍ରୀ ସମସ୍ତେ ଓ ନଗରର ଲୋକମାନେ ଉଚ୍ଚ ପ୍ରାସାଦକୁ ପଳାଇ ତା’ ଭିତରେ ନିଜକୁ ରୁଦ୍ଧକରି ଗଡ଼ର ଛାତ ଉପରକୁ ଗଲେ। 52 ତେଣୁ ଅବୀମେଲକ୍ ସେହି ଗଡ଼ରେ ପହଞ୍ଚି ତା’ ବିରୁଦ୍ଧରେ ଯୁଦ୍ଧ କଲେ। ଏବଂ ତାକୁ ଅଗ୍ନିରେ ଦ‌ଗ୍‌ଧ କରିବା ପାଇଁ ସେ ଗଡ଼ର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଗଲେ। 53 ସେଥିରୁ ଜଣେ ସ୍ତ୍ରୀ ଚକିର ଉପର ପଟ ଅବୀମେଲକଙ୍କ ମୁଣ୍ଡ ଉପରକୁ ପକାଇ ତାଙ୍କର ଖପୁରି ଭାଙ୍ଗି ପକାଇଲା। 54 ତେଣୁ ସେ ତାଙ୍କର ଅସ୍ତ୍ରବାହକ ଯୁବକକୁ ଡାକି କହିଲା, “ସଙ୍ଗେ ସଙ୍ଗେ ତୁମ୍ଭର ‌‌ଖ‌ଡ଼୍‌ଗ ବାହାର କରି ମୋତେ ହତ୍ୟା କର। ଯେଉଁଥିପାଇଁ କେହି କହିବେ ନାହିଁ, ‘ଜଣେ ସ୍ତ୍ରୀ ଅବୀମେଲକକୁ ହତ୍ୟା କଲା।’” ତେଣୁ ତା’ର ଗ୍ଭକର ତାଙ୍କୁ ଭୁଷି ଦିଅନ୍ତେ, ମଲା। 55 ଇସ୍ରାଏଲର ଲୋକମାନେ ଅବୀମେଲକର ମରଣ ଦେଖି ନିଜ ନିଜ ସ୍ଥାନକୁ ଗ୍ଭଲିଗଲେ।

56 ଏହିପରି ଅବୀମେଲକ୍ ନିଜର ସତୁରି ଭାଇଙ୍କୁ ହତ୍ୟାକରି ନିଜର ପିତା ବିରୁଦ୍ଧରେ ଯେଉଁ ପାପ କରିଥିଲେ, ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ଅବୀମେଲକକୁ ଯଥାର୍ଥ ଦଣ୍ତ ଦେଲେ। 57 ସଦାପ୍ରଭୁ ପରମେଶ୍ୱର ଶିଖିମ ନିବାସୀମାନଙ୍କର ସମସ୍ତ ପାପପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଯଥାର୍ଥ ଦଣ୍ତ ଦେଲେ ଏବଂ ଯିରୁବ୍ବା‌ଲ୍‌ର ପୁତ୍ର ଯୋଥମ୍ ଦେଇଥିବା ଅଭିଶାପ ସେମାନଙ୍କ ଉପରେ ପଡ଼ିଲା।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 13

ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ଏକ ବିଶେଷ କାର୍ଯ୍ୟ ଦିଆଗଲା

13 ଆନ୍ତିୟଖିଆ ମଣ୍ଡଳୀରେ କେତେକ ଭବିଷ୍ୟ‌ଦ୍‌ବକ୍ତା ଓ ଶିକ୍ଷକ ଥିଲେ। ସେମାନେ ହେଲେ, ବର୍ଣ୍ଣ‌ବ୍‌‌ବା, ଶିମିୟୋନ ଏହାକୁ ନିଗର ବୋଲି କୁହାଯାଉଥିଲା, କୂରୀଣୀୟ, ଲୂକିୟ, ମନହେମ୍ ଯିଏ ହେରୋଦ ରାଜାଙ୍କ ସହିତ ବଢ଼ିଥିଲେ ଓ ଶାଉଲ। ସେମାନେ ପ୍ରଭୁଙ୍କର ସେବା ଓ ଉପବାସ କରୁଥିବା ସମୟରେ ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ପାଇଁ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ସ୍ୱତନ୍ତ୍ର ଭାବେ ପୃଥକ କର, କାରଣ ମୁଁ ସେମାନଙ୍କୁ ଗୋଟିଏ ବିଶେଷ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଅଛି।”

ତେଣୁ ସେମାନେ ଉପବାସ ଓ ପ୍ରାର୍ଥନା କରିବା ପରେ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କ ଉପରେ ହସ୍ତାର୍ପଣ [a] କରି ବିଦାୟ କଲେ।

ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କର କୁପ୍ର ଉପଦ୍ୱୀପକୁ ଯାତ୍ରା

ବର୍ଣ୍ଣ‌ବ୍‌‌ବା ଓ ଶାଉଲ ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆ ନଗରକୁ ଗଲେ। ସେଠାରୁ ସେମାନେ କୁପ୍ର ଉପଦ୍ୱୀପକୁ ଯାତ୍ରା କଲେ। ସେମାନେ ସାଲାମି ନଗରରେ ପହଞ୍ଚି ଯିହୂଦୀମାନଙ୍କର ସମାଜଗୃହଗୁଡ଼ିକରେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କଲେ। ଯୋହନ ମାର୍କ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଥିଲେ।

ସେମାନେ ଉପଦ୍ୱୀପରେ ସର୍ବତ୍ର ବୁଲି ବୁଲି ପାଫ ନଗରରେ ପହଞ୍ଚିଲେ। ସେଠାରେ ସେମାନେ ବର୍ଯୀଶୁ ନାମକ ଜଣେ ଯିହୂଦୀ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାକୁ ଦେଖିଲେ। ସେ ଲୋକମାନଙ୍କ ନିକଟରେ ଯାଦୁକର୍ମ ଦ୍ୱାରା ନାନା କାର୍ଯ୍ୟ ଦେଖାଉଥିଲା। ସେହି ବର୍ଯୀଶୁ ରାଜ୍ୟପାଳ ସେର୍ଗିୟ ପାଉଲଙ୍କର ମିତ୍ର ଥିଲେ। ସେର୍ଗିୟ ପାଉଲ ଜଣେ ବିବେକୀ ଓ ଜ୍ଞାନୀ ଲୋକ ଥିଲେ, ପରମେଶ୍ୱରଙ୍କର ବାକ୍ୟ ଶୁଣିବାକୁ ଗ୍ଭହୁଁଥିଲେ। ତେଣୁ ସେ ବର୍ଣ୍ଣ‌ବ୍‌‌ବା ଓ ପାଉଲଙ୍କୁ ଡକାଇ ପଠାଇଲେ। ମାତ୍ର ଅଲ୍ଲୀମା ଏହା ବର୍ଯୀଶୁର ଗ୍ରୀକ୍ ନାମ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ବାଧା ହେଲା। ଅଲ୍ଲୀମା ରାଜ୍ୟପାଳଙ୍କୁ ଯୀଶୁଙ୍କ ବିଶ୍ୱାସ ପଥରୁ ଦୂରେଇ ଦେବା ପାଇଁ ଚେଷ୍ଟାକଲା। ତେଣୁ ପାଉଲ ନାମରେ ପରିଚିତ ଶାଉଲ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଅଲ୍ଲୀମା ଯାଦୁକରକୁ କଠୋର ଦୃଷ୍ଟିରେ ଗ୍ଭହିଁ ତାହାକୁ କହିଲେ, “ଆରେ ଶୟତାନର ପୁତ୍ର! ତୁମ୍ଭେ ସମସ୍ତ ପ୍ରକାର ସଠିକ୍ କାର୍ଯ୍ୟର ଶତ୍ରୁ! 10 ତୁମ୍ଭେ ସବୁ ପ୍ରକାର ମନ୍ଦ କାର୍ଯ୍ୟ ଓ ମିଥ୍ୟାରେ ପରିପୂର୍ଣ୍ଣ ଅଟ। ତୁମ୍ଭେ ସର୍ବଦା ପ୍ରଭୁଙ୍କ ସତ୍ୟକୁ ମିଥ୍ୟାରେ ପରିଣତ କରିବାକୁ ଚେଷ୍ଟା କରିଥାଅ। 11 ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହୋଇଯିବ ଓ କିଛି ସମୟ ପାଇଁ ସୂର୍ଯ୍ୟ ଆଲୁଅ ମଧ୍ୟ ଦେଖି ପାରିବ ନାହିଁ।”

ପ୍ରକୃତରେ ଅଲ୍ଲୀମାଙ୍କୁ ହଠାତ୍ ସବୁ ଅନ୍ଧାର ଦେଖାଗଲା ଓ ସେ ଏଣେତେଣେ ଅଣ୍ଡାଳି ହେବାକୁ ଲାଗିଲେ। ସେ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଗୋଟିଏ ଲୋକ ଖୋଜିଲେ, ଯିଏ କି ତାହାଙ୍କ ହାତ ଧରି ବାଟ ଦେଖାଇ ପାରିବ। 12 ଯେତେବେଳେ ରାଜ୍ୟପାଳ ଏହା ଦେଖି, ସେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ସେ ପ୍ରଭୁଙ୍କର ଉପଦେଶ ଶୁଣି ବିସ୍ମିତ ହେଲେ।

ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କର କୁପ୍ରରୁ ପ୍ରସ୍ଥାନ

13 ପାଉଲ ଓ ତାହାଙ୍କର ବନ୍ଧୁମାନେ ପାଫ ନଗର ଛାଡ଼ି ସମୁଦ୍ର ପଥରେ ପଂଫୂଲିଆର ପର୍ଗିକୁ ଆସିଲେ। କିନ୍ତୁ ଯୋହନ ମାର୍କ ସେମାନଙ୍କୁ ଛାଡ଼ି ଯିରୁଶାଲମକୁ ଫେରି ଆସିଲେ। 14 ସେମାନେ ପର୍ଗିରୁ ଯାତ୍ରା କରି ପିସିଦିଆର ଆନ୍ତିୟଖିଆ ନଗରରେ ଆସି ପହଞ୍ଚିଲେ।

ଆନ୍ତିୟଖିଆରେ ବିଶ୍ରାମ ଦିନରେ ସେମାନେ ଯିହୂଦୀମାନଙ୍କର ସମାଜଗୃହରେ ଯାଇ ବସିଲେ। 15 ସେଠାରେ ମୋଶାଙ୍କ ପ୍ରଦତ୍ତ ବ୍ୟବସ୍ଥା ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଲେଖାଗୁଡ଼ିକ ପଢ଼ାଯିବା ପରେ ନେତାମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କ ନିକଟକୁ ଏହା କହି ପଠାଇଲେ, “ଭାଇମାନେ, ଲୋକମାନଙ୍କ ପାଇଁ ଯଦି ତୁମ୍ଭମାନଙ୍କର କିଛି ନିଷ୍ଠାର ଉପଦେଶ ଥାଏ, ତେବେ କୁହ।”

16 ତେଣୁ ପାଉଲ ଠିଆ ହୋଇ ହାତରେ ସଙ୍କେତ ଦେଲେ ଏବଂ କହିଲେ, “ହେ ଇସ୍ରାଏଲୀୟ ଲୋକମାନେ ପ୍ରକୃତ ଓ ପରମେଶ୍ୱରଙ୍କୁ ଉପାସନା କରିଥିବା ଅନ୍ୟଜାତୀୟମାନେ, ଅନୁଗ୍ରହ କରି ମୋ’ କଥା ଶୁଣ। 17 ଇସ୍ରାଏଲର ପରମେଶ୍ୱର ଆମ୍ଭ ପୂର୍ବପୁରୁଷମାନଙ୍କୁ ବାଛି ନେଲେ। ମିଶରରେ ବିଦେଶୀ ଭାବେ ସେମାନେ ରହୁଥିବା ବେଳେ ପରମେଶ୍ୱର ଆମ୍ଭ ଲୋକମାନଙ୍କୁ ସଫଳତା ଦେଲେ। ସେ ତାହାଙ୍କ ମହାନ୍ ଶକ୍ତି ବଳରେ ସେଠାରୁ ସେମାନଙ୍କୁ ବାହାର ମଧ୍ୟ କରି ଆଣିଲେ। 18 ପରମେଶ୍ୱର ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ମରୁଭୂମିରେ ସେମାନଙ୍କର ଆଚରଣ ସହିଲେ। 19 ପରମେଶ୍ୱର କିଣାନ ଦେଶର ସାତ ଗୋଟି ଜାତିକୁ ନଷ୍ଟ କରି ସେହି ଗୁଡ଼ିକ ଇସ୍ରାଏଲୀୟମାନଙ୍କୁ ଦେଲେ। 20 ଏହିସବୁ ଦେଶ ଉତ୍ତରାଧିକାରୀ ଭାବରେ ଦେଲେ ଓ ଏହା 450 ବର୍ଷ ପର୍ଯ୍ୟନ୍ତ ସେମାନେ ଅଧିକାର କଲେ।

“ତା’ପରେ ସେ ସେମାନଙ୍କୁ ଭବିଷ୍ୟ‌ଦ୍‌ବକ୍ତା ଶାମୁୟେଲଙ୍କ ସମୟ ପର୍ଯ୍ୟନ୍ତ ବିଗ୍ଭର କର୍ତ୍ତାମାନଙ୍କୁ ଦେଲେ। 21 ଏହା ପରେ ସେମାନେ ଜଣେ ରାଜା ଗ୍ଭହିଁଲେ। ପରମେଶ୍ୱର ସେମାନଙ୍କୁ ବିନ୍ୟାମିନ ଗୋଷ୍ଠୀ କୀଶର ପୁତ୍ର ଶାଉଲଙ୍କୁ ରାଜାରୂପେ ଦେଲେ। ସେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ। 22 ଶାଉଳଙ୍କୁ ବାହାର କରି ଦେଲାପରେ ପରମେଶ୍ୱର ଦାଉଦଙ୍କୁ ସେମାନଙ୍କ ରାଜା ଭାବରେ ମନୋନୀତ କଲେ। ପରମେଶ୍ୱର ଦାଉଦଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ‘ମୁଁ ମୋର ମତ ଅନୁସାରେ ଯିଶିର ପୁତ୍ର ଦାଉଦଙ୍କୁ ପାଇଅଛି। ସେ ମୋ’ ଇଚ୍ଛା ଅନୁସାରେ ସବୁ ବିଷୟ କରିବେ।’

23 “ପରମେଶ୍ୱର ତାହାଙ୍କର ପ୍ରତିଜ୍ଞା ଅନୁଯାୟୀ ଏହି ଦାଉଦଙ୍କ ବଂଶର ଜଣଙ୍କୁ ଇସ୍ରାଏଲର ଉଦ୍ଧାରକର୍ତ୍ତା ଭାବରେ ଆଣିଅଛନ୍ତି, ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ। 24 ତାହାଙ୍କ ଆସିବା ପୂର୍ବରୁ ଯୋହନ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ପ୍ରଗ୍ଭର କରି କହିଥିଲେ ଯେ, ସେମାନଙ୍କ ଜୀବନରେ ପରିବର୍ତ୍ତନ ହୋଇ ଥିବାର ଚିହ୍ନ ସ୍ୱରୁପ ସେମାନେ ବାପ୍ତିସ୍ମ ନେବା ଆବଶ୍ୟକ। 25 ଯୋହନ ତାହାଙ୍କ କାର୍ଯ୍ୟ ପୂର୍ଣ୍ଣ କରି କହିଲେ, ‘ମୋତେ ତୁମ୍ଭେମାନେ କିଏ ବୋଲି ଭାବୁଛ? ମୁଁ ଖ୍ରୀଷ୍ଟ ନୁହେଁ। ଯେ ମୋର ପରେ ଆସୁଛନ୍ତି, ତାହାଙ୍କର ଜୋତା ଫିତା ଫିଟେଇବା ପାଇଁ ମଧ୍ୟ ମୁଁ ଯୋଗ୍ୟ ନୁହେଁ।’

26 “ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ୱରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଗ୍ଭର ପଠାଯାଇଛି। 27 ଯିରୁଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚିହ୍ନି ପାରିଲେ ନାହିଁ। ସେମାନେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକାରେ ସେମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ବାକ୍ୟ ସଫଳ କଲେ। ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଏହି ବାକ୍ୟ ସବୁ ପ୍ରତି ବିଶ୍ରାମ ଦିବସରେ ପଢ଼ାଯାଏ। 28 ସେମାନେ ତାହାଙ୍କର ମୃତ୍ୟୁଦଣ୍ଡ ଦେବାର କିଛି କାରଣ ନ ପାଇ ତାହାଙ୍କୁ ମାରିଦେବା ପାଇଁ ପୀଲାତଙ୍କୁ କହିଲେ।

29 “ତାହାଙ୍କ ବିଷୟରେ ସବୁ ଲେଖା ହୋଇଥିବା ଘଟଣାମାନ ପୂର୍ଣ୍ଣ ହେଲା ପରେ ସେମାନେ ତାହାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି କବର ମଧ୍ୟରେ ରଖିଦେଲେ। 30 କିନ୍ତୁ ପରମେଶ୍ୱର ତାହାଙ୍କୁ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ କଲେ। 31 “ସେ ତାହାଙ୍କ ସହିତ ଗାଲିଲୀରୁ ଯିରୁଶାଲମକୁ ଆସିଥିବା ଲୋକମାନଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ଦର୍ଶନ ଦେଲେ। ସେମାନେ ଲୋକମାନଙ୍କ ଆଗରେ ଏବେ ତାହାଙ୍କର ସାକ୍ଷୀ ଅଟନ୍ତି।

32 “ଆମ୍ଭ ପୂର୍ବ ପୁରୁଷମାନଙ୍କ ପ୍ରତିଜ୍ଞା କରାଯାଇଥିବା ଅନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର ଶୁଣାଉଛୁ। 33 ପରମେଶ୍ୱର ସେହି ପ୍ରତିଜ୍ଞାକୁ ଆମ୍ଭପରି ତାହାଙ୍କର ସନ୍ତାନମାନଙ୍କ ନିମନ୍ତେ ପୂର୍ଣ୍ଣ କରିଛନ୍ତି। ଏହିପରି ଏହା ଗୀତସଂହିତରେ ଲେଖାଅଛି:

‘ତୁମ୍ଭେ ମୋ’ ପୁତ୍ର,
    ଆଜି ମୁଁ ତୁମ୍ଭର ପିତା ହେଲି।’ (A)

34 ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ କଲେ, ଯେପରି ତାହାଙ୍କର ଶରୀର ପୁଣି ଥରେ କବରପ୍ରାପ୍ତ ହୋଇ କ୍ଷୟ ନ ହୁଏ। ଏ ବିଷୟରେ ସେ କହିଲେ,

‘ମୁଁ ଦାଉଦଙ୍କ ନିକଟରେ ପ୍ରତିଜ୍ଞା କରିଥିବା
    ପବିତ୍ର ଓ ପ୍ରକୃତ ଆର୍ଶୀବାଦ ତୁମ୍ଭମାନଙ୍କୁ ଦେବି।’ (B)

35 ପବିତ୍ର ବାକ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଲେଖାଅଛି,

‘ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିଙ୍କୁ କବରରେ କ୍ଷୟ ହେବାକୁ ଦେବ ନାହିଁ।’ (C)

36 ଦାଉଦ ତାହାଙ୍କ ଯୁଗରେ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ସେବାକାର୍ଯ୍ୟ କରି ସାରିଲାପରେ ଦେହତ୍ୟାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ। 37 କିନ୍ତୁ ପରମେଶ୍ୱର ଯାହାଙ୍କୁ ମୃତ୍ୟୁରୁ ଉଠେଇଲେ ସେ କ୍ଷୟପ୍ରାପ୍ତ ହୋଇ ନ ଥିଲେ। 38-39 ତେଣୁ ଭାଇମାନେ, ତୁମ୍ଭମାନଙ୍କର ଜାଣିବା ଉଚିତ୍ ଯେ, କେବଳ ଏହି ଜଣଙ୍କ ଦ୍ୱାରା ହିଁ ତୁମ୍ଭମାନଙ୍କର ସମସ୍ତ ପାପ କ୍ଷମା ହୋଇପାରେ। ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ତୁମ୍ଭେମାନେ ଯେଉଁ ମୁକ୍ତି ପାଇ ପାରିବ ନାହିଁ; ତାହାଙ୍କଠାରେ ବିଶ୍ୱାସ କରି ତୁମ୍ଭେମାନେ ସେହିସବୁ ପାପରୁ ମୁକ୍ତି ପାଇ ପାରିବ। 40 ତେଣୁ ସାବଧାନ ରୁହ ଯେ, ଭବିଷ୍ୟ‌ଦ୍‌ବକ୍ତାମାନେ ଯାହା କହିଥିଲେ, ତାହା ଯେପରି ତୁମ୍ଭମାନଙ୍କ ପ୍ରତି ନ ଘଟେ। ଭବିଷ୍ୟ‌ଦ୍‌ବକ୍ତାମାନେ କହିଲେ,

41 ‘ଦେଖ, ଅବଜ୍ଞାକାରୀ ଲୋକମାନେ,
    ତୁମ୍ଭେମାନେ ଆଶ୍ଚର୍ଯ୍ୟ ହୋଇପାର ଓ ତା’ପରେ ମରିବାକୁ ଯାଇଥାଅ,
କାରଣ ମୁଁ ତୁମ୍ଭମାନଙ୍କ ସମୟରେ,
    ଏପରି ଗୋଟିଏ କାର୍ଯ୍ୟ କରିବି
ଯାହା ତୁମ୍ଭମାନଙ୍କୁ କେହି କହିଲେ ସୁଦ୍ଧା,
    ତୁମ୍ଭେମାନେ ବିଶ୍ୱାସ କରିବ ନାହିଁ।’” (D)

42 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେଠାରୁ ଗଲାବେଳେ ଲୋକମାନେ ସେମାନଙ୍କୁ ଆଗାମୀ ବିଶ୍ରାମ ଦିବସରେ ଏହିସବୁ କଥା ଆହୁରି କହିବା ପାଇଁ ଅନୁରୋଧ କଲେ। 43 ସଭା ସମାପ୍ତ ହେବାପରେ ଅନେକ ଯିହୂଦୀୟ ଲୋକ ଓ ଯିହୂଦୀ ଧର୍ମ ଗ୍ରହଣ କରିଥିବା ଅନ୍ୟଜାତୀୟମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କୁ ଅନୁସରଣ କଲେ। ସେମାନେ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହରେ ସ୍ଥିର ହୋଇ ରହିବା ପାଇଁ କହିଲେ।

44 ପରବର୍ତ୍ତୀ ବିଶ୍ରାମବାରରେ ସହରର ପ୍ରାୟସବୁ ଲୋକ ପ୍ରଭୁଙ୍କ ବାକ୍ୟ ଶୁଣିବା ପାଇଁ ଏକାଠି ହେଲେ। 45 ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସେମାନେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରୟୋଗ କଲେ। 46 କିନ୍ତୁ ପାଉଲ ଓ ବର୍ଣ୍ଣ‌ବ୍‌‌ବା ସାହସର ସହିତ କହିଲେ, “ପରମେଶ୍ୱରଙ୍କର ସୁସମାଗ୍ଭର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାଯିବା ଆବଶ୍ୟକ ଥିଲା। କିନ୍ତୁ ତୁମ୍ଭେମାନେ ତାହା ଅସ୍ୱୀକାର କରିବାରୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ୟ ଭାବି ନ ଥିବାରୁ ଆମ୍ଭେମାନେ ଅନ୍ୟଜାତୀୟମାନଙ୍କ ପାଖକୁ ଯିବା। 47 ପ୍ରଭୁ ଆମ୍ଭକୁ ଏହି ଆଦେଶ ଦେଇଛନ୍ତି:

‘ମୁଁ ତୁମ୍ଭକୁ ଅନ୍ୟ ଜାତୀୟମାନଙ୍କ ପାଇଁ ଗୋଟିଏ ଆଲୋକ ସଦୃଶ କରିଅଛ।
    ଏହା ଦ୍ୱାରା ପୃଥିବୀର ଶେଷ ଭାଗ ପର୍ଯ୍ୟନ୍ତ ତୁମ୍ଭେମାନେ ପରିତ୍ରାଣ ଆଣି ପାରିବ।’” (E)

48 ଅନ୍ୟ ଜାତୀୟ ଲୋକମାନେ ଏହା ଶୁଣି ଖୁସୀ ହେଲେ ଓ ପ୍ରଭୁଙ୍କର ସୁସମାଗ୍ଭରର ପ୍ରଶଂସା କଲେ ଓ ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହୋଇଥିଲେ, ସେହି ଲୋକମାନେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ।

49 ଏହିପରି ପ୍ରଭୁଙ୍କର ବାର୍ତ୍ତା ଦେଶର ଗ୍ଭରିଆଡ଼େ ବ୍ୟାପିଗଲା। 50 ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀଲୋକଙ୍କୁ ଓ ନଗରର ମୁଖ୍ୟ ବ୍ୟକ୍ତିମାନଙ୍କୁ ଉତ୍ତେଜିତ କରାଇଲେ। ସେମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବା ବିରୁଦ୍ଧରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସେମାନେ ସେମାନଙ୍କୁ ତାଡ଼ନା କରିବା ଆରମ୍ଭ କଲେ ଓ ସେମାନଙ୍କୁ ସେହି ଅଞ୍ଚଳରୁ ବାହାର କରିଦେଲେ। 51 ପାଉଲ ଓ ବର୍ଣ୍ଣ‌ବ୍‌‌ବା ସେମାନଙ୍କ ବିରୁଦ୍ଧରେ ଆପଣା ଆପଣା ପାଦତଳ ଧୂଳି ଝାଡ଼ିଦେଇ ଇକନିୟ ନଗରକୁ ଗ୍ଭଲିଗଲେ। 52 କିନ୍ତୁ ଶିଷ୍ୟମାନେ ଆନନ୍ଦ ଓ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇଗଲେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 22

ଦୁଷ୍ଟ ରାଜାଗଣଙ୍କ ବିପକ୍ଷରେ ବିଗ୍ଭର

22 ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ଯିହୁଦା ରାଜପ୍ରାସାଦକୁ ଯାଇ ଯିହୁଦାର ରାଜାଙ୍କୁ ଏହି ବାକ୍ୟ କୁହ। ‘ହେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ଯିହୁଦାର ରାଜା, ତୁମ୍ଭେ ଓ ତୁମ୍ଭର ଦାସଗଣ ଏହିସବୁ ଫାଟକ ଦେଇ ପ୍ରବେଶ କର ଏବଂ ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ଶୁଣ। ସଦାପ୍ରଭୁ କହନ୍ତି, ନ୍ୟାୟ ବିବେଚନା କର ଏବଂ ଯାହା ଠିକ୍ ତାହା କର। ଲୁଣ୍ଠିତ ଲୋକକୁ ଉପଦ୍ରବକାରୀଠାରୁ ଉଦ୍ଧାର କର। ପୁଣି ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ୟାୟ ବା ଉପଦ୍ରବ କର ନାହିଁ କି ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ କର ନାହିଁ। ଆଉ ଯଦି ତୁମ୍ଭେମାନେ ପ୍ରକୃତରେ ଏହିସବୁ କାର୍ଯ୍ୟ କର, ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜାଗଣ ରଥରେ ଓ ଅଶ୍ୱରେ ଚଢ଼ି, ସେ ଓ ତାଙ୍କର ଦାସଗଣଙ୍କ ସହିତ ସମସ୍ତ ଲୋକ ଏହି ଫାଟକ ଦେଇ ଗୃହରେ ପ୍ରବେଶ କରିବେ। ମାତ୍ର ତୁମ୍ଭେ ଯଦି ଏହିସବୁ କଥା ଶୁଣିବ ନାହିଁ, ତେବେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ ଏହି ଗୃହ ଧ୍ୱଂସ ସ୍ତୁପରେ ପରିଣତ ହେବ।’”

ଆଉ ଯିହୁଦାର ରାଜଗୃହ ବିଷୟରେ ସଦାପ୍ରଭୁ ଏହିକଥା କହନ୍ତି,

“ତୁମ୍ଭେ ଆମ୍ଭ ପ୍ରତି ଗିଲିୟଦ୍
    ଓ ଲିବାନୋ‌ନ୍‌ର ଶୃଙ୍ଗସ୍ୱରୂପ ଅଟ।
ତଥାପି ଆମ୍ଭେ ତୁମ୍ଭକୁ ପ୍ରାନ୍ତର
    ଓ ଜନଶୂନ୍ୟ ନଗରରେ ପରିଣତ କରିବା।
ତୁମ୍ଭର ପ୍ରାସାଦକୁ ଧ୍ୱଂସ କରିବାକୁ
    ପ୍ରତ୍ୟେକ ବିନାଶକାରୀଙ୍କୁ ଅସ୍ତ୍ର ସହିତ ପଠାଇବା।
ସେମାନେ ତୁମ୍ଭର ସୁଦୃଢ଼ ସୁନ୍ଦର ଏରସକାଠ ନିର୍ମିତ କଡ଼ିଗୁଡ଼ିକୁ
    କାଟି ଅଗ୍ନିରେ ପକାଇବେ।

“ଆଉ ଦେଶୀୟମାନେ ଏହି ନଗର ଦେଇ ଗଲାବେଳେ ପ୍ରତ୍ୟେକ ଆପଣା ଆପଣା ସଙ୍ଗୀକି ପଗ୍ଭରିବେ, ‘ସଦାପ୍ରଭୁ କେଉଁଥିପାଇଁ ଏହି ବିଶାଳ ଯିରୁଶାଲମ ନଗରକୁ ଏପରି କଲେ?’ ତହିଁରେ ସେମାନେ ଉତ୍ତର ଦେବେ, ‘ସଦାପ୍ରଭୁ ପରମେଶ୍ୱରଙ୍କ ନିୟମକୁ ପରିତ୍ୟାଗ କରି ଯିହୁଦାବାସୀ ଅନ୍ୟ ଦେବଗଣଙ୍କୁ ପ୍ରଣାମ ଓ ସେବା କରିଥିବାରୁ।’”

ରାଜା ଯିହୋୟାସ୍ (ଶଲ୍ଲମ୍)ଙ୍କ ବିରୁଦ୍ଧରେ ବିଗ୍ଭର

10 ତୁମ୍ଭେମାନେ ମୃତ ରାଜାଙ୍କ ସକାଶେ ରୋଦନ କର ନାହିଁ।
    କିଅବା ତାହା ପାଇଁ ବିଳାପ କର ନାହିଁ।
ମାତ୍ର ପ୍ରସ୍ଥାନ କରିବା ରାଜା ନିମନ୍ତେ
    ଅତିଶୟ କ୍ରନ୍ଦନ କର।
କାରଣ ସେ ଆଉ ଫେରିବ ନାହିଁ
    କି ଆପଣା ଜନ୍ମଭୂମି ଆଉ ଦେଖିବ ନାହିଁ।

11 ଯେହେତୁ ଯିହୁଦାର ରାଜା ଯୋଶିୟର ପୁତ୍ର ଶଲ୍ଲମ୍ ଯେ ଆପଣା ପିତା ଯୋଶିୟର ପଦରେ ରାଜତ୍ୱ କଲା ଓ ଏହି ସ୍ଥାନରୁ ବାହାରି ଗଲା।

ତାହାର ବିଷୟରେ ସଦାପ୍ରଭୁ ଏହା କହନ୍ତି, “ସେ ଆଉ ଯିରୁଶାଲମକୁ ଫେରିବ ନାହିଁ। 12 ଯିହୋୟାସ୍ (ଶଲ୍ଲମ୍) ବନ୍ଦୀତ୍ୱ ଅବସ୍ଥାରେ ଯେଉଁ ସ୍ଥାନକୁ ନୀତ ହୋଇଛି ସେ ସେହି ସ୍ଥାନରେ ମରିବ। ସେ ଆଉ ଏହି ଦେଶ ଦେଖି ପାରିବ ନାହିଁ।”

ରାଜା ଯିହୋୟାକୀ‌‌‌ମ୍‌‌‌ଙ୍କ ବିପକ୍ଷରେ ବିଗ୍ଭର

13 “ଯିହୋୟାକୀମ୍ ଜଣେ ଅଧର୍ମୀ ରାଜା ଥିଲେ
    ଯିଏ କି ଅଧର୍ମରେ ଆପଣା ଗୃହ
ଓ ଅନ୍ୟାୟରେ ଆପଣା କୋଠରୀମାନ ନିର୍ମାଣ କରେ,
    ଯିଏ ବିନା ମୂଲ୍ୟରେ ଆପଣା ପ୍ରତିବାସୀକି ସେବା କରାଏ
    ଓ ତାଙ୍କୁ କିଛି ବେତନ ଦିଏ ନାହିଁ।

14 “ଯିହୋୟାକୀମ୍ କହନ୍ତି, ‘ମୁଁ ନିଜ ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ୍ କୋଠରୀମାନ ନିର୍ମାଣ କରିବି।’
    ତେଣୁ ସେ ବୃହତ୍ ଝରକା ଥିବା ଏକ ଗୃହ ନିର୍ମାଣ କଲେ
ଓ ଏରସ କାଠରେ ଗୃହର ଭିତର ଛାତ କଲେ ଓ ସିନ୍ଦୁର ରଙ୍ଗରେ କାଠ ରଙ୍ଗ କଲେ।
    ମାତ୍ର ସେ ସନ୍ତାପର ପାତ୍ର ହେଲେ।

15 “ହେ ଯିହୋୟାକୀମ୍, ତୁମ୍ଭେ ତୁମ୍ଭ ଗୃହରେ ବହୁ ଏରସ କାଠ ବ୍ୟବହାର କରି
    ବଡ଼ ରାଜା ହୋଇଯିବ ବୋଲି ଭାବୁଛ କି?
ତୁମ୍ଭର ପିତା ଧର୍ମରେ ଖାଦ୍ୟ ପାନୀୟ ଦେଇ ଉତ୍ତମ ରାଜା ହେଲେ
    ଓ ଏହି ଧର୍ମାଚରଣ ଯୋଗୁଁ ସେଠାରେ ଉନ୍ନତି ହେଲା।
16 ଯୋଶିୟ ଦରିଦ୍ର ଓ ଦୀନହୀନଙ୍କର ଯତ୍ନ ନେଉଥିବାରୁ
    ତାଙ୍କର ମଙ୍ଗଳ ହେଲା।
ସଦାପ୍ରଭୁ କହନ୍ତି,
    “ଏହାକି ଆମ୍ଭକୁ ଜ୍ଞାତ ହେବାର ନୁହେଁ?”

17 “ମାତ୍ର ହେ ଯିହୋୟାକୀମ୍,
    ତୁମ୍ଭେ କେବଳ ନିଜର ସ୍ୱାର୍ଥ ଦେଖିଛ,
ତୁମ୍ଭର ଚକ୍ଷୁ ଓ ଅନ୍ତଃକରଣ ଲୋଭ, ଉପଦ୍ରବ, ଦୌରାତ୍ମ୍ୟ
    ଓ ନିର୍ଦ୍ଦୋଷର ରକ୍ତପାତରେ ବୁଡ଼ି ରହିଛି।”

18 ଏଣୁ ଯୋଶିୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, “ଯିହୁଦାର ଲୋକମାନେ, ‘ହାୟ, ଆମ୍ଭର ଭାଇ!
    ଅବା ହାୟ, ଆମ୍ଭ ଭଉଣୀ’ ବୋଲି ଡାକି
    ତାଙ୍କ ପାଇଁ ବିଳାପ କରିବେ ନାହିଁ।
‘ହାୟ ପ୍ରଭୁ, ହାୟ ତାଙ୍କର ମହିମା!’
    ଏହା କହି ଲୋକେ ତାହା ପାଇଁ ବିଳାପ କରିବେ ନାହିଁ।
19 ତାହାର କବର ଗଧର କବର ତୁଲ୍ୟ ହେବ,
    ସେ ଘୋଷଡ଼ା ଯାଇ ଯିରୁଶାଲମର ଦ୍ୱାର ବାହାରେ ପକାଯିବ।

20 “ହେ ଯିହୁଦା, ତୁମ୍ଭେ ଲିବାନୋ‌ନ୍‌ର ପର୍ବତ ଉପରେ କ୍ରନ୍ଦନ କର।
    ତୁମ୍ଭେ ବାଶନର ପର୍ବତ ଉପରେ ଉଚ୍ଚ ସ୍ୱରରେ ପାଟି କର
ଓ ଅବାରୀମର ପର୍ବତରୁ ବିଳାପ କର।
    କାରଣ ତୁମ୍ଭର ‘ପ୍ରେମିକମାନେ’ ବିନଷ୍ଟ ହୋଇଅଛନ୍ତି।

21 “ଆମ୍ଭେ ତୁମ୍ଭର ସୌଭାଗ୍ୟ ସମୟରେ ତୁମ୍ଭକୁ କଥା କହିଲୁ
    ଓ ତୁମ୍ଭକୁ ସାବଧାନ କଲୁ।
ମାତ୍ର ତୁମ୍ଭେ ଶୁଣିବ ନାହିଁ ବୋଲି କହିଲ।
    ଆମ୍ଭ ବାକ୍ୟ ପ୍ରତି ତୁମ୍ଭେ
    ବାଲ୍ୟାବସ୍ଥାରୁ ଅବଧାନ କରି ନାହଁ।
22 ତୁମ୍ଭ ପ୍ରତି ଶାସ୍ତି ସ୍ୱରୂପ ବାୟୁ
    ତୁମ୍ଭର ସମସ୍ତ ମେଷପାଳକଙ୍କୁ ଉଡ଼ାଇ ନେବ
ଓ ତୁମ୍ଭର ଆଚ୍ଛାଦନ ବନ୍ଦୀତ୍ୱ ସ୍ଥାନକୁ ଯିବ।
    ସେହି ସମୟରେ ତୁମ୍ଭେ ନିଜର ସକଳ ଦୁଷ୍ଟାଚରଣ ଯୋଗୁଁ
    ଲଜ୍ଜିତ ଓ ଆକୁଳିତ ହେବ।

23 “ହେ ରାଜା, ତୁମ୍ଭେ ଏରସ କାଠ ନିର୍ମିତ ଗୃହରେ ଉଚ୍ଚ ପର୍ବତ ଉପରେ ବାସ କରି
    ଲିବାନୋ‌ନ୍‌ରେ ରହିଲା ପରି ନିଜକୁ ନିରାପଦ ମନେ କରନ୍ତୁ।
ମାତ୍ର ଯେତେବେଳେ ତୁମ୍ଭେ ଶାସ୍ତି ପାଇବ,
    ତୁମ୍ଭେ ପ୍ରସବ ବେଦନା ତୁଲ୍ୟ ବିଳାପ କରିବ।”

ଯିହୋୟାକୀ‌‌‌ନଙ୍କ ବିପକ୍ଷରେ ବିଗ୍ଭର

24 ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ପୁତ୍ର ଯିହୋୟାକୀନ୍ ଆମ୍ଭ ଦକ୍ଷିଣ ହସ୍ତର ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା। 25 ହେ ଯିହୋୟାକୀନ୍, ଯେଉଁମାନେ ତୁମ୍ଭର ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି ଓ ଯେଉଁମାନଙ୍କ ବିଷୟରେ ତୁମ୍ଭେ ଭୟ କରୁଅଛ, ସେମାନଙ୍କ ହସ୍ତରେ ଅର୍ଥାତ୍ ବାବିଲର ରାଜା ନବୂଖ‌ଦ୍‌ନିତ୍ସରଙ୍କ ହସ୍ତରେ ଓ କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପି ଦେବା। 26 ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ ତୁମ୍ଭମାନଙ୍କର ଯେଉଁ ଦେଶରେ ଜନ୍ମ ହୋଇ ନ ଥିଲା ସେହିପରି ଦେଶରେ ନିକ୍ଷେପ କରିବା। ସେହିଠାରେ ତୁମ୍ଭେମାନେ ମରିବ। 27 ହେ କନିୟ, ତୁମ୍ଭେ ଯେଉଁ ଦେଶକୁ ଫେରିବାକୁ ଇଚ୍ଛା କରୁଛ, ତୁମ୍ଭେ ସେ ଦେଶକୁ ଫେରିପାରିବ ନାହିଁ।”

28 କନିୟ ଏକ ତୁଚ୍ଛ ଭଗ୍ନପାତ୍ର ତୁଲ୍ୟ ଯାହା ବାହାରେ ନିକ୍ଷିପ୍ତ ହେବା ଯୋଗ୍ୟ।
    ସେ ଏକ ଅପ୍ରୀତିକର ପାତ୍ର।
ସେ ଓ ତାହାର ବଂଶ କାହିଁକି ଦୂରିକୃତ ହୋଇ
    ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ?
29 ହେ ପୃଥିବୀ, ଯିହୁଦା ଦେଶ!
    ସଦାପ୍ରଭୁଙ୍କ ବାକ୍ୟ ଶୁଣ।
30 ସଦାପ୍ରଭୁ କହନ୍ତି, “କନିୟ ବିଷୟରେ ଏହି କଥା ଲେଖ,
    ‘ସେ ନିଃସନ୍ତାନ ହେବ।
ସେ ନିଜ ଜୀବନକାଳ ମଧ୍ୟରେ ଭାଗ୍ୟବାନ୍ ହେବ ନାହିଁ।
    କାରଣ ତାହାର ବଂଶର କୌଣସି ଲୋକ ଦାଉଦଙ୍କ ସିଂହାସନରେ ବସିବ ନାହିଁ,
    କି ଯିହୁଦା ଉପରେ ଆପଣା ଶାସନ କର୍ତ୍ତୃତ୍ୱ କରି ଭାଗ୍ୟବାନ୍ ହେବ ନାହିଁ।’”

ମାର୍କ ଲିଖିତ ସୁସମାଗ୍ଭର 8

ଯୀଶୁ ଗ୍ଭରି ହଜାରରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଲେ(A)

ଆଉ ଥରେ ଯୀଶୁଙ୍କ ସହିତ ବହୁତ ଲୋକ ଥିଲେ। ସେମାନଙ୍କର କିଛି ଖାଇବାକୁ ନ ଥିଲା। ତେଣୁ ଯୀଶୁ ଶିଷ୍ୟମାନଙ୍କୁ ପାଖକୁ ଡକାଇ କହିଲେ, “ଏ ଲୋକମାନଙ୍କ ପାଇଁ ମୋତେ ବଡ଼ ଦୁଃଖ ଲାଗୁଛି। ସେମାନେ ମୋ’ ସହିତ ତିନି ଦିନ ହେଲା ଅଛନ୍ତି। ଅଥଚ ବର୍ତ୍ତମାନ ସେମାନଙ୍କ ପାଖରେ ଖାଇବାକୁ କିଛି ନାହିଁ। କିଛି ନ ଖୁଆଇ, ସେମାନଙ୍କୁ ଯଦି ମୁଁ ପଠାଇ ଦିଏ, ତେବେ ସେମାନେ ମୂର୍ଚ୍ଛା ହୋଇ ରାସ୍ତାରେ ଢଳି ପଡ଼ିବେ। କେତେକ ଲୋକ ବହୁତ ଦୂରରୁ ଆସିଛନ୍ତି।”

ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେମାନେ ଏ ଜନହୀନ ଅଞ୍ଚଳରେ ଏମାନଙ୍କୁ ଖୁଆଇବା ପାଇଁ ଯଥେଷ୍ଟ ଖାଦ୍ୟ କୁଆଡ଼ୁ ପାଇ ପାରିବୁ?”

ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭମାନଙ୍କ ପାଖରେ କେତେଖଣ୍ଡ ରୋଟୀ ଅଛି?”

ସେମାନେ ଉତ୍ତର ଦେଲେ, “ଆମ୍ଭମାନଙ୍କ ପାଖରେ ସାତଖଣ୍ଡ ଅଛି।”

ତା’ପରେ ଯୀଶୁ ଲୋକମାନଙ୍କୁ ତଳେ ବସି ଯିବାକୁ କହିଲେ। ସେ ସାତଖଣ୍ଡ ରୋଟୀ ନେଲେ ଓ ସେଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀତକ ଖଣ୍ଡ ଖଣ୍ଡ କରି ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଶିଷ୍ୟମାନଙ୍କୁ ଦେଲେ। ସେମାନେ ସେଇଆ କଲେ। ଶିଷ୍ୟମାନଙ୍କ ପାଖରେ ମଧ୍ୟ ଅଳ୍ପ କିଛି ଛୋଟ ମାଛ ଥିଲା। ଯୀଶୁ ମାଛ ପାଇଁ ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ତାହା ଲୋକଙ୍କ ଭିତରେ ବାଣ୍ଟି ଦେବାକୁ କହିଲେ।

ସବୁ ଲୋକ ଖାଇ ତୃପ୍ତ ହେଲେ। ତା’ପରେ ସେମାନେ ବଳକା ଟୁକୁରା ତକ ଏକାଠି କରି ସାତୋଟି ଟୋକେଇରେ ଭର୍ତ୍ତିକଲେ। ସେଠାରେ ପ୍ରାୟ କେବଳ ଗ୍ଭରି ହଜାର ପୁରୁଷ ଖାଇଥିଲେ। ସେମାନେ ଖାଇଲା ପରେ ଯୀଶୁ ସେମାନଙ୍କୁ ବିଦାୟ କରିଦେଲେ। 10 ତା’ପରେ ଯୀଶୁ ଶିଷ୍ୟମାନଙ୍କ ସହ ଡଙ୍ଗାରେ ବସି ଦ‌ଲ୍‌ମନୂଥା ଅଞ୍ଚଳକୁ ଗ୍ଭଲିଗଲେ। ଫାରୂଶୀମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହିଁଲେ।

କିଛି ଲୋକ ଯୀଶୁଙ୍କର ଅଧିକାରକୁ ସନ୍ଦେହ କରନ୍ତି(B)

11 ଫୀରୂଶୀମାନେ ଯୀଶୁଙ୍କ ପାଖକୁ ଆସି ଯୀଶୁଙ୍କୁ ପରୀକ୍ଷା କରିବାକୁ ପ୍ରଶ୍ନ ପଗ୍ଭରିଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଗ୍ଭହୁଁଥିଲେ। ତେଣୁ ସେମାନେ ଯୀଶୁଙ୍କୁ, ସେ ପରମେଶ୍ୱରଙ୍କ ପାଖରୁ ଆସିଛନ୍ତି ବୋଲି ପ୍ରମାଣିତ କରୀବା ପାଇଁ ଆଶ୍ଚର୍ଯ୍ୟକର୍ମ କରିବାକୁ କହିଲେ। 12 ଯୀଶୁ ଦୀର୍ଘନିଶ୍ୱାସ ନେଇ ଦୁଃଖ ପ୍ରକାଶ କରି କହିଲେ, “ତୁମ୍ଭେମାନେ କାହିଁକି ପ୍ରମାଣ ସ୍ୱରୂପ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହୁଁଛ? ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭମାନଙ୍କୁ ସେଭଳି କୌଣସି ପ୍ରମାଣ ଦିଆ ଯିବ ନାହିଁ।” 13 ତା’ପରେ ଯୀଶୁ ଫାରୂଶୀମାନଙ୍କୁ ଛାଡ଼ି ପୁନଃ ଡଙ୍ଗା ଭିତରକୁ ଗ୍ଭଲି ଆସିଲେ। ସେ ଡଙ୍ଗାରେ ବସି ହ୍ରଦର ଅପର ପାରିକୁ ଗ୍ଭଲିଗଲେ।

ଯିହୂଦୀ ନେତାମାନଙ୍କ ବିରୁଦ୍ଧରେ ଯୀଶୁଙ୍କ ଚେତାବନୀ(C)

14 ସେମାନେ ଖାଇବା ପାଇଁ ଅଧିକ ଖାଦ୍ୟ ଆଣିବାକୁ ଭୁଲି ଯାଇଥିଲେ। ଯୀଶୁଙ୍କ ଶିଷ୍ୟମାନଙ୍କ ପାଖରେ ଖଣ୍ଡିଏ ମାତ୍ର ରୋଟୀ ଥିଲା। 15 ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ସାବଧାନ; ଫାରୂଶୀ ଓ ହେରୋଦଙ୍କ ଖମୀର [a]ଠାରୁ ଦୂରରେ ରୁହ।”

16 ଶିଷ୍ୟମାନେ ଏହାର ଅର୍ଥ ବିଷୟରେ ଆଲୋଚନା କଲେ। ସେମାନେ କହିଲେ, “ଆମ୍ଭମାନଙ୍କ ପାଖରେ ରୋଟୀ ନାହିଁ ବୋଲି ଯୀଶୁ ଏ କଥା କହିଲେ।”

17 ସେମାନେ କ’ଣ କଥାବାର୍ତ୍ତା ହେଉଛନ୍ତି ତାହା ଯୀଶୁ ଜାଣି ପାରିଲେ, ତେଣୁ ସେ ସେମାନଙ୍କୁ କହିଲେ, “ରୋଟୀ ନାହିଁ ବୋଲି ତୁମ୍ଭେମାନେ କାହିଁକି ତର୍କ ବିତର୍କ କରୁଛ? ଏବେ ସୁଦ୍ଧା ତୁମ୍ଭେମାନେ ଦେଖି ପାରୁନ କି ବୁଝି ପାରୁନ? 18 ତୁମ୍ଭମାନଙ୍କର କ’ଣ ବୁଦ୍ଧି ହଜି ଯାଇଛି? ତୁମ୍ଭମାନଙ୍କର ଆଖି ଅଛି ତଥାପି ତୁମ୍ଭେମାନେ ଦେଖି ପାରୁ ନାହଁ? ତୁମ୍ଭମାନଙ୍କର କାନ ଅଛି, ତଥାପି ତୁମ୍ଭେମାନେ ଶୁଣି ପାରୁ ନାହଁ? ଆମ୍ଭ ପାଖରେ ଯେତେବେଳେ ଖାଇବାକୁ ଯଥେଷ୍ଟ ରୋଟୀ ନ ଥିଲା, ମୁଁ ସେତେବେଳେ କ’ଣ କରିଥିଲି ତୁମ୍ଭମାନଙ୍କର କ’ଣ ତାହା ମନେ ନାହିଁ? 19 ମୁଁ ଯେତେବେଳେ ପାଞ୍ଚ ହଜାର ଲୋକଙ୍କ ପାଇଁ ପାଞ୍ଚୋଟି ରୋଟୀ ଖଣ୍ଡ ଖଣ୍ଡ କରି ତୁମ୍ଭକୁ ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?”

ସେମାନେ କହିଲେ, “ବାରଟି ଟୋକେଇରେ।”

20 “ଆଉ ମୁଁ ଯେତେବେଳେ ଗ୍ଭରିହଜାର ଲୋକଙ୍କ ପାଇଁ ସାତୋଟି ରୋଟୀ ଖଣ୍ଡ ଖଣ୍ଡ କରି ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?”

“ସେମାନେ କହିଲେ, ସାତୋଟି ଟୋକେଇରେ।”

21 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯାହା କରିଥିଲି, ସେ ସବୁ ତୁମ୍ଭେମାନେ ମନେ ରଖିଛ। ଅଥଚ ଏବେ ମଧ୍ୟ ତୁମ୍ଭେମାନେ କିଛି ବୁଝି ପାରୁ ନାହଁ?”

ବେ‌ଥ୍‌ସାଇଦାରେ ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ

22 ତା’ପରେ ସେମାନେ ବେ‌ଥ୍‌ସାଇଦା ଗ୍ଭଲି ଆସିଲେ। ସେଠାରେ କେତେକ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଅନ୍ଧକୁ ନେଇ ଆସିଲେ। ସେମାନେ ଯୀଶୁଙ୍କୁ ପ୍ରାର୍ଥନା କଲେ ଯେ ସେ ଅନ୍ଧକୁ କେବଳ ଛୁଇଁ ଦିଅନ୍ତୁ। 23 ଯୀଶୁ ଅନ୍ଧ ଲୋକଟିର ହାତ ଧରି ତାକୁ ଗାଁ ବାହାରକୁ କଢ଼ାଇ ନେଇଗଲେ। ସେ ଅନ୍ଧଟିର ଆଖିରେ ଛେପ ପକାଇଲେ। ତା’ ଉପରେ ହାତ ରଖି ତାକୁ ପଗ୍ଭରିଲେ, “ତୁମ୍ଭେ କିଛି ଦେଖି ପାରୁଛ କି?”

24 ସେହି ଲୋକଟି ଉପରକୁ ଗ୍ଭହିଁ କହିଲା, “ମୁଁ ଲୋକମାନଙ୍କୁ ଦେଖି ପାରୁଛି। ସେମାନେ ଗ୍ଭରିଆଡ଼େ ଗ୍ଭଲୁଥିବା ଗଛ ଭଳି ମୋତେ ଦେଖାଯାଉଛନ୍ତି।”

25 ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ। ତା’ର ଆଖି ଭଲ ହୋଇଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖି ପାରୁଥିଲା। 26 ଯୀଶୁ ତାକୁ ଘରକୁ ପଠେଇ ଦେଲେ ଓ କହିଲେ, “ଗାଁ ଭିତରକୁ ତୁମ୍ଭେ ଏବେ ଆଦୌ ଯିବ ନାହିଁ।”

ପିତର କହନ୍ତି ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ(D)

27 ତା’ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରୀଆ ଫିଲି‌ପ୍‌ପୀ ଅଞ୍ଚଳର ଗାଁମାନଙ୍କୁ ଗଲେ। ବାଟରେ ସେ ତାହାଙ୍କ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ କହୁଛନ୍ତି?”

28 ସେମାନେ କହିଲେ, “କେତେକ ଲୋକ କହୁଛନ୍ତି, ଆପଣ ବାପ୍ତିଜକ ଯୋହନ; ଅନ୍ୟମାନେ କହୁଛନ୍ତି ଆପଣ ଏଲିୟ; ଏବଂ ଆଉ କେତେକ କହୁଛନ୍ତି ଆପଣ ଭାବବାଦୀମାନଙ୍କ ମଧ୍ୟରୁ ଜଣେ।”

29 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କ’ଣ କହୁଛ?”

ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ।”

30 ତା’ପରେ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କାହାରିକୁ କିଛି କୁହ ନାହିଁ।”

ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ଭବିଷ୍ୟ‌ଦ୍‌ବାଣୀ(E)

31 ତା’ପରେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କଲେ, “ମନୁଷ୍ୟପୁତ୍ରଙ୍କୁ ବହୁତ ଯାତନା ଭୋଗ କରିବାକୁ ହେବ। ପ୍ରାଚୀନ ଓ ଯିହୂଦୀ ନେତା, ପ୍ରଧାନଯାଜକ ତଥା ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ସ୍ୱୀକାର କରିବେ ନାହିଁ। ନିଶ୍ଚିତ ରୂପରେ ତାହାଙ୍କୁ ମାରି ଦିଆଯିବ ଓ ସେ ମୃତ୍ୟୁର ତୃତୀୟ ଦିନ ପୁଣି ମୃତ୍ୟୁରୁ ପୁନରୁ‌ତ୍‌ଥାନ ହେବେ।” 32 ଯାହାସବୁ ଘଟିବ ସେ ସମସ୍ତ କଥା ଯୀଶୁ ସେମାନଙ୍କୁ କହିଦେଲେ। ସେ କିଛି ହେଲେ ଲୁଗ୍ଭଇ ରଖିଲେ ନାହିଁ।

ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଅଲଗା ନେଇ ସେ ଏସବୁ କହିଥିବା ଯୋଗୁଁ ତାହାଙ୍କୁ ସମାଲୋଚନା କଲେ। 33 ଯୀଶୁ ପଛ ପଟକୁ ବୁଲି ଶିଷ୍ୟମାନଙ୍କ ଉପରେ ଦୃଷ୍ଟି ପକାଇଲେ ଏବଂ ପିତରଙ୍କୁ ସମାଲୋଚନା କରି କହିଲେ, “ଶୟତାନ, ମୋ’ଠାରୁ ଦୂର ହୁଅ। ତୁମ୍ଭେ ପରମେଶ୍ୱରଙ୍କ ବିଗ୍ଭର ଭଳି ବିଗ୍ଭର କରୁ ନାହଁ, ଲୋକମାନେ ଯେଉଁଭଳି ବିଗ୍ଭର କରୁଛନ୍ତି, ତୁମ୍ଭେ ସେହିଭଳି ଭାବୁଛ।”

34 ତା’ପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ। ତାହାଙ୍କ ସହିତ ଶିଷ୍ୟମାନେ ମଧ୍ୟ ସେଠାରେ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ଲୋକ ମୋତେ ଅନୁସରଣ କରିବାକୁ ଗ୍ଭହୁଁଛି, ଯାହାକିଛି ସେ ଗ୍ଭହୁଁଛି, ସେ ସବୁକୁ ଛାଡ଼ି, ନିଜ କ୍ରୁଶକୁ ବହନ କରି ମୋ’ ପଛରେ ଆସୁ। 35 କାରଣ ଯେଉଁ ଲୋକ ନିଜ ଜୀବନକୁ ବଞ୍ଚାଇବାକୁ ଗ୍ଭହିଁବ, ସେ ତାହା ହରାଇବ। ଯେଉଁ ଲୋକ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ନିଜ ଜୀବନ ତ୍ୟାଗ କରିବ, ସେ ତା’ ଜୀବନକୁ ଚିର ଦିନ ଲାଗି ରକ୍ଷା କରିବ। 36 ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହରେଇ ବସେ, ତେବେ ସେଥିରେ କ’ଣ ଲାଭ ଅଛି? 37 କାରଣ କୌଣସି ଲୋକ ଯେତେ ଅର୍ଥ ଦେଲେ ମଧ୍ୟ ତା ବଦଳରେ ନିଜ ଜୀବନ ପୁଣି ଥରେ ଫେରି ପାଇ ପାରିବ ନାହିଁ। 38 ଏହି ଯୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ୟଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କେହି ଲୋକ ମୋ’ ନାମ ଓ ମୋ’ ଉପଦେଶ ଯୋଗୁଁ ଲଜ୍ଜା ବୋଧ କରେ ତେବେ ମନୁଷ୍ୟପୁତ୍ର ଯେତେବେଳେ ସ୍ୱର୍ଗ ଦୂତମାନଙ୍କ ସହିତ ନିଜ ପରମପିତାଙ୍କ ମହିମା ସହିତ ଆସିବେ, ସେତେବେଳେ ସେ ମଧ୍ୟ ସେହି ଲୋକ ଯୋଗୁଁ ଲଜ୍ଜା ବୋଧ କରିବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center