Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଦ୍ୱିତୀୟ ବିବରଣ 29

ମୋୟାବ ଦେଶରେ ଚୁକ୍ତି

29 ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ସହିତ ହୋରେବ ପର୍ବତରେ ଏକ ଚୁକ୍ତି କରିଥିଲେ। ତାହାଛଡ଼ା ସେ ମୋୟାବ ଦେଶରେ ତାଙ୍କ ସହିତ ଆଉ ଏକ ଚୁକ୍ତି କରିଥିଲେ। ତାହା ସବୁ ଏହି ଯେ,

ମୋଶା ସମସ୍ତ ଇସ୍ରାଏଲୀୟମାନଙ୍କୁ ଏକତ୍ରିତ କଲେ ଓ କହିଲେ, “ତୁମ୍ଭେମାନେ ଦେଖିଛ ଯେ ମିଶରରେ ସଦାପ୍ରଭୁ କିପରି କାର୍ଯ୍ୟମାନ କରିଛନ୍ତି। ତୁମ୍ଭେମାନେ ମଧ୍ୟ ଦେଖିଛ, ସଦାପ୍ରଭୁ ରାଜା ଫାରୋ ଏବଂ ତାଙ୍କର ଦାସମାନଙ୍କ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯେଉଁ କର୍ମମାନ କରିଥିଲେ। ତୁମ୍ଭେମାନେ ଦେଖିଛ ସଦାପ୍ରଭୁ ସେମାନଙ୍କୁ କିଭଳି ଭାବରେ କଷ୍ଟ ଦେଇଛନ୍ତି। ତୁମ୍ଭେମାନେ ସଦାପ୍ରଭୁଙ୍କର ସେହି ଚମତ୍କାର ଆଶ୍ଚର୍ଯ୍ୟ କର୍ମମାନ ଦେଖିଛ। କିନ୍ତୁ ଏପରିକି ତୁମ୍ଭେମାନେ ସଦାପ୍ରଭୁଙ୍କର କର୍ମମାନ ବୁଝି ପାରିଲ ନାହିଁ। ତୁମ୍ଭେମାନେ ସଦାପ୍ରଭୁଙ୍କୁ ଆଜି ପର୍ଯ୍ୟନ୍ତ ଠିକ୍ ଭାବେ ବୁଝିପାରିଲ ନାହିଁ। ଯାହାସବୁ ଦେଖିଲ ଓ ଯାହାସବୁ ଶୁଣିଲ। ସଦାପ୍ରଭୁ ତୁମ୍ଭମାନଙ୍କୁ ଗ୍ଭଳିଶ୍ ବର୍ଷ ମରୁ ଅଞ୍ଚଳରେ ଆଗେଇ ଆଣିଲେ ତୁମ୍ଭେମାନେ ଦେଖିଲ ଯେ ତୁମ୍ଭର ପୋଷାକ ଆଦୌ ଚିରି ନ ଥିଲା। ତୁମ୍ଭର ଜୋତା ମଧ୍ୟ ନଷ୍ଟ ହୋଇ ନ ଥିଲା। ତୁମ୍ଭେ ଆସିବା ସମୟରେ ସାଥୀରେ ଖାଦ୍ୟ ଆଣି ନ ଥିଲ, ତୁମ୍ଭେ ତୁମ୍ଭମାନଙ୍କ ସହିତ ପିଇବା ପାଇଁ କୌଣସି ମଦ ଆଣି ନ ଥିଲ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ଯତ୍ନ ନେଇଥିଲେ। ସେ ଏପରି କରିଥିଲେ, କାରଣ ତୁମ୍ଭେମାନେ ବୁଝିପାରିବ ସେ ହେଉଛନ୍ତି ସଦାପ୍ରଭୁ ତୁମ୍ଭର ପରମେଶ୍ୱର।

“ତୁମ୍ଭେମାନେ ଏହି ସ୍ଥାନକୁ ଆସିଲାପରେ ହି‌ଷ୍‌ବୋନର ରାଜା ସୀହୋନ୍ ଓ ବାଶନର ରାଜା ଓଗ୍ ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆସିଥିଲେ, କିନ୍ତୁ ଆମ୍ଭେମାନେ ସେମାନଙ୍କୁ ପରାସ୍ତ କଲୁ। କିନ୍ତୁ ଆମ୍ଭେ ସେହି ଦେଶ ତାଙ୍କଠାରୁ ଛଡ଼ାଇ ଆଣି ରୁବେନ୍ ବଂଶ ଓ ଗାଦ୍ ବଂଶ ଏବଂ ମନଃଶିର ଅର୍ଦ୍ଧ ବଂଶଧରଙ୍କୁ ଦେଲୁ। ସେଥିପାଇଁ ତୁମ୍ଭେମାନେ ସମସ୍ତ ନିର୍ଦ୍ଦେଶ ଚୁକ୍ତି ଅନୁସାରେ ମାନିବା ଉଚିତ୍, ତେବେ ତୁମ୍ଭେମାନେ ଯେଉଁସବୁ କର୍ମ କରିବ ସେଥିରେ ତୁମ୍ଭେମାନେ ସମସ୍ତ କୁଶଳତା ପାଇବ।

10 “ଆଜି ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ସମ୍ମୁଖରେ ଛିଡ଼ା ହୋଇଅଛ। ତୁମ୍ଭର ପ୍ରଧାନଗଣ, ତୁମ୍ଭମାନଙ୍କ ବଂଶ ସମୂହ, ତୁମ୍ଭମାନଙ୍କର ପ୍ରାଚୀନବର୍ଗ, ତୁମ୍ଭମାନଙ୍କ ଅଧ୍ୟକ୍ଷଗଣ ଓ ଇସ୍ରାଏଲର ସମସ୍ତ ପୁରୁଷ ଏହିଠାରେ ଉପସ୍ଥିତ ଅଛନ୍ତି। 11 ତୁମ୍ଭର ସ୍ତ୍ରୀ ଓ ପିଲାମାନେ ଏବଂ ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନେ ମଧ୍ୟ ଏହିଠାରେ ଉପସ୍ଥିତ ଅଛନ୍ତି। ଯେଉଁ ଲୋକମାନେ ତୁମ୍ଭକୁ କାଠ କାଟି ଦେଇଛନ୍ତି ଏବଂ ପାଣି ଯୋଗାଇଛନ୍ତି। 12 ତୁମ୍ଭେମାନେ ସମସ୍ତେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରେ ଚୁକ୍ତି କରିବା ପାଇଁ ଏଠାରେ ଛିଡ଼ା ହୋଇଛ। ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଆଜି ଏହି ଚୁକ୍ତି କରୁଛନ୍ତି। 13 ଏହି ଚୁକ୍ତି ସହିତ ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସ୍ୱତନ୍ତ୍ର ପବିତ୍ର ଲୋକ ଭାବରେ ଗ୍ରହଣ କରୁଛନ୍ତି। ଏବଂ ସେ ନିଜେ ତୁମ୍ଭମାନଙ୍କର ପରମେଶ୍ୱର ହେବେ। ସେ ତୁମ୍ଭକୁ ଏହିକଥା କହିଥିଲେ। ସେ ତୁମ୍ଭର ପୂର୍ବପୁରୁଷଗଣଙ୍କ ସଙ୍ଗରେ ଏହି ଚୁକ୍ତି କରିଥିଲେ, ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ସହିତ। 14 ସଦାପ୍ରଭୁ ଏହି ଚୁକ୍ତି କରିଛନ୍ତି ତାଙ୍କର ପ୍ରତିଜ୍ଞା ଅନୁଯାୟୀ କେବଳ ତୁମ୍ଭମାନଙ୍କ ସହିତ ନୁହେଁ। 15 ସଦାପ୍ରଭୁ ଏହି ଚୁକ୍ତି କରିଛନ୍ତି ତୁମ୍ଭ ସମସ୍ତଙ୍କ ସହିତ ଯେଉଁମାନେ ଆଜି ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛ। କିନ୍ତୁ ଏହି ଚୁକ୍ତି ମଧ୍ୟ ଆମ୍ଭର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ ମଧ୍ୟ ଯେଉଁମାନେ ଆମ୍ଭମାନଙ୍କ ସହିତ ନାହାନ୍ତି।

16 “ତୁମ୍ଭେ ଏକଥା ସ୍ମରଣ କର ଯେ ଆମ୍ଭେମାନେ ମିଶରରେ କିପରି ଥିଲୁ, ତୁମ୍ଭେ ଏକଥା ସ୍ମରଣ କର, ଆମ୍ଭେ କିପରି ଭାବରେ ବହୁ ଦେଶ ଅତିକ୍ରାନ୍ତ କରି ଆସିଲୁ। 17 ଆଉ ତୁମ୍ଭେମାନେ ସେମାନଙ୍କ ମଧ୍ୟରେ ଥିବା ଘୃଣାଯୋଗ୍ୟ ବସ୍ତୁ ଓ ସେମାନଙ୍କ କାଠ, ପଥର, ରୂପା ଓ ସୁନାର ପ୍ରତିମାମାନ ଦେଖିଅଛ। 18 ଏଥିପାଇଁ ତୁମ୍ଭେ ସାବଧାନ ହେବ। ସେହି ଦେଶୀୟ ଲୋକମାନଙ୍କ ଦେବତାଗଣର ପଶ୍ଚା‌ଦ୍‌ଗାମୀ ହୋଇ ସେବା କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ ଯାହାର ହୃଦୟ ବିମୁଖ ହୁଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, ପରିବାର କି ବଂଶ ଯେମନ୍ତ ତୁମ୍ଭମାନଙ୍କ ମଧ୍ୟରେ ନ ରହେ, ଯେମନ୍ତ ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧ୍ୟରେ ନ ରହେ।

19 “ଆଉ ଯେପରି ଏହି ଅଭିଶାପର କଥା ଶୁଣି ମନେ ମନେ ଆପଣାର ଧନ୍ୟବାଦ କରି ନ କହେ ଯେ, ‘ଆମ୍ଭେ ଶୁଖିଲା ସଙ୍ଗେ ଓଦାକୁ ଧ୍ୱଂସ କରିବା ପାଇଁ ଆପଣା ହୃଦୟରେ କାଠିନ୍ୟ ଅନୁସାରେ ଚଳିଲେ ହେଁ ଆମ୍ଭର ମଙ୍ଗଳ ହେବ।’ 20-21 ସଦାପ୍ରଭୁ ତାହାକୁ କ୍ଷମା କରିବାକୁ ସମ୍ମତ ହେବେ ନାହିଁ। ମାତ୍ର ତ‌‌‌‌ତ୍‌‌‌‌କ୍ଷଣାତ୍ ସେହି ଲୋକ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ଓ ଅନ୍ତର୍ଜ୍ୱାଳା ସଧୂମ ହୋଇ ଉଠିବ। ପୁଣି ଏହି ପୁସ୍ତକରେ ଲିଖିତ ସମସ୍ତ ଶାପ ତାହା ପାଇଁ ଛପି ରହିବ, ଆଉ ସଦାପ୍ରଭୁ ଆକାଶ ମଣ୍ତଳ ତଳୁ ତାହାର ନାମ ଲୋପ କରିବ। ଏବଂ ଏହି ବ୍ୟବସ୍ଥାପୁସ୍ତକ ଲିଖିତ ନିୟମର ସମସ୍ତ ଶାପ ଅନୁସାରେ ସଦାପ୍ରଭୁ ତାହାକୁ ଇସ୍ରାଏଲର ସମସ୍ତ ଗୋଷ୍ଠୀୟ ମଧ୍ୟରୁ ଅମଙ୍ଗଳ ନିମନ୍ତେ ପୃଥକ କରିବେ।

22 “ଭବିଷ୍ୟତରେ ତୁମ୍ଭର ଭବିଷ୍ୟଦ୍ ବଂଶଧରଗଣ ଓ ବହୁ ଦୂର ସ୍ଥାନରୁ ଆସୁଥିବା ବିଦେଶୀଗଣ ବିନାଶ ଓ ବିପର୍ଯ୍ୟୟ ଦେଖିବେ, ଯାହା ସଦାପ୍ରଭୁ ଦେଶକୁ ଆଘାତ କରିଛନ୍ତି। 23 ସଦାପ୍ରଭୁ ଆପଣା କ୍ରୋଧ ଓ କୋପରେ ଯେଉଁ ସଦୋମ ଓ ହମୋରା, ଅଦ୍ମା ଓ ସବୋୟିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନରେ ପରିପୂର୍ଣ୍ଣ ହୋଇଅଛି। ତହିଁରେ କିଛି ବୁଣାଯାଏ ନାହିଁ, କି ଫଳ ଉତ୍ପନ୍ନ ହୁଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢ଼େ ନାହିଁ।

24 “ସେତେବେଳେ ସବୁ ଗୋଷ୍ଠୀୟ ଲୋକମାନେ କହିବେ, ‘ସଦାପ୍ରଭୁ ଏଦେଶ ପ୍ରତି କାହିଁକି ଏପରି କଲେ? ଏରୂପ ମହାକ୍ରୋଧ ପ୍ରଜ୍ୱଳିତ ହେବାର କାରଣ କ’ଣ?’ 25 ତହିଁରେ ଲୋକମାନେ କହିବେ, ‘ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ମିଶର ଦେଶରୁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ ତାହା ସେମାନେ ତ୍ୟାଗ କରିଅଛନ୍ତି। 26 ଯେଉଁ ଦେବତାମାନଙ୍କୁ ସେମାନେ ଜାଣି ନ ଥିଲେ ଓ ସେ ସେମାନଙ୍କୁ ନେଇ ନ ଥିଲେ, ସେମାନେ ଯାଇ ସେହି ଅନ୍ୟ ଦେବତାଗଣର ପୂଜା କଲେ ଓ ସେମାନଙ୍କର ସେବା କଲେ। 27 ଏଣୁ ଏହି ପୁସ୍ତକରେ ଲିଖିତ ସମସ୍ତ ଅଭିଶାପ ସେହି ଦେଶ ଉପରେ ବର୍ତ୍ତାଇବାକୁ ତହିଁ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। 28 ପୁଣି ସଦାପ୍ରଭୁ କ୍ରୋଧରେ ଓ ପ୍ରଚଣ୍ତତାରେ ଓ ମହାକୋପରେ ସେମାନଙ୍କ ଦେଶରୁ ସେମାନଙ୍କୁ ଉତ୍ପାଟନ କଲେ ଓ ସେମାନଙ୍କୁ ଅନ୍ୟ ଦେଶରେ ନିକ୍ଷେପ କଲେ, ଯେଉଁଠାରେ ସେମାନେ ଆଜି ଅଛନ୍ତି।’

29 “ଗୁପ୍ତ ବିଷୟ ସବୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଅଧିକାର ମାତ୍ର ଆମ୍ଭେମାନେ ଯେମନ୍ତ ଏହି ବ୍ୟବସ୍ଥାର ସବୁ ବାକ୍ୟ ପାଳନ କରିବା, ଏଥିପାଇଁ ପ୍ରକାଶିତ ବିଷୟ ସବୁ ବଂଶାନୁକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର ଅଧିକାର।

ଗୀତସଂହିତା 119:49-72

ସୟିନ୍

49 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର।
    ସେହି ପ୍ରତିଜ୍ଞା ମୋତେ ଭରସା ଦେଇଅଛି।
50 ମୁଁ ଯେତେବେଳେ ଦୁଃଖରେ ଥିଲି, ତୁମ୍ଭେ ସେତେବେଳେ ମୋତେ ସାନ୍ତ୍ୱନା ଦେଇଅଛ।
    ତୁମ୍ଭର ବାକ୍ୟସବୁ ମୋତେ ପୁନଃର୍ଜୀବିତ କରିଅଛି।
51 ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି,
    କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ।
52 ମୁଁ ତୁମ୍ଭର ପୂର୍ବରୁ ଦେଇଥିବା ଶାସନକୁ ସ୍ମରଣ କରେ
    ଏବଂ ସେଗୁଡ଼ିକ ମୋତେ ସାନ୍ତ୍ୱନା ଦିଏ।
53 ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ
    ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି।
54 ମୋର ଗୃହରେ
    ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ।
55 ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ।
    ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।
56 ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।

ହେତ୍

57 ସଦାପ୍ରଭୁ, ମୁଁ ନିଷ୍ପତ୍ତି କରିଛି ମୋର କର୍ତ୍ତବ୍ୟ ହେଉଛି ତୁମ୍ଭର ଆଜ୍ଞାକୁ ମାନିବା।
58 ସଦାପ୍ରଭୁ ମୁଁ ମୋର ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭକୁ ଭିକ୍ଷା କରେ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋ’ ପ୍ରତି ଦୟାକର।
59 ମୁଁ ମୋ’ ଜୀବନକୁ ଯତ୍ନ ସହକାରେ ଅନୁଶୀଳନ କଲି।
    ଏବଂ ମୁଁ ତୁମ୍ଭର ନିୟମକୁ ପୁଣି ଫେରିଲି।
60 ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ,
    ବିଳମ୍ବ କରି ନାହିଁ।
61 ଦୁଷ୍ଟଲୋକମାନେ ମୋ’ ଗ୍ଭରିପାଖରେ ଫାନ୍ଦ ବସାଇଛନ୍ତି,
    କିନ୍ତୁ ମୁଁ ତୁମ୍ଭର ଶିକ୍ଷାସବୁ ଭୁଲି ନାହିଁ।
62 ମୁଁ ତୁମ୍ଭର ଧର୍ମମୟ ନିଷ୍ପତ୍ତିକୁ ଧନ୍ୟବାଦ ଦେବା ପାଇଁ
    ମଧ୍ୟରାତ୍ରିରେ ଉଠିଥାଏ।
63 ଯେଉଁମାନେ ତୁମ୍ଭଙ୍କୁ ଉପାସନା କରନ୍ତି ଓ ଯେଉଁମାନେ ତୁମ୍ଭର ନିର୍ଦ୍ଦେଶ ମାନନ୍ତି,
    ମୁଁ ସେମାନଙ୍କର ବନ୍ଧୁ।
64 ହେ ସଦାପ୍ରଭୁ, ପୃଥିବୀ ତୁମ୍ଭର ଦୟାରେ ପୂର୍ଣ୍ଣ।
    ତୁମ୍ଭର ବ୍ୟବସ୍ଥାସବୁ ମୋତେ ଶିଖାଅ।

ଟେଟ୍

65 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦାସ ପ୍ରତି ଉତ୍ତମ ବ୍ୟବହାର କରିଛ।
    ତୁମ୍ଭେ ଯାହା କରିବାକୁ ପ୍ରତିଜ୍ଞା କରିଥିଲ ଠିକ୍ ତାହା କରିଛ।
66 ହେ ସଦାପ୍ରଭୁ, ମୋତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର।
    ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ୱାସ କରିଅଛି।
67 ମୁଁ ଦୁଃଖ ଭୋଗିବା ପୂର୍ବରୁ ବହୁତ କୁକର୍ମମାନ କଲି।
    ମାତ୍ର ମୁଁ ବର୍ତ୍ତମାନ ତୁମ୍ଭର ନିର୍ଦ୍ଦେଶ ଯତ୍ନରେ ମାନୁଅଛି।
68 ହେ ପରମେଶ୍ୱର, ତୁମ୍ଭେ ମଙ୍ଗଳମୟ, ତୁମ୍ଭେ ମଙ୍ଗଳ କର।
    ମୋତେ ତୁମ୍ଭର ନିୟମସବୁ ଶିଖାଅ।
69 ଯେଉଁ ଲୋକମାନେ ଭାବନ୍ତି ସେମାନେ ମୋ’ଠାରୁ ଉତ୍ତମ, ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
    କିନ୍ତୁ ହେ ସଦାପ୍ରଭୁ, ମୁଁ ହୃଦୟ ଅନ୍ତକରଣ ସହକାରେ ତୁମ୍ଭର ନିର୍ଦ୍ଦେଶ ଅନୁସରଣ କରିଅଛି।
70 ସେହି ଲୋକମାନେ ବହୁତ ମୂର୍ଖ।
    ମାତ୍ର ମୁଁ ତୁମ୍ଭ ଶିକ୍ଷାରେ ଆନନ୍ଦିତ ହୁଏ।
71 ଏହି ଯନ୍ତ୍ରଣା ଭୋଗ କରିବା ମୋ’ ପାଇଁ ଉତ୍ତମ ଥିଲା,
    ଯେପରିକି ମୁଁ ତୁମ୍ଭ ବ୍ୟବସ୍ଥା ଶିକ୍ଷା କରିପାରେ।
72 ତୁମ୍ଭର ଶିକ୍ଷାସବୁ ମୋ’ ପାଇଁ ଉତ୍ତମ,
    ଏହା ଏକହଜାର ଖଣ୍ଡ ସୁନା ଓ ରୂପାଖଣ୍ଡଠାରୁ ଉତ୍ତମ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 56

ସମସ୍ତ ଗୋଷ୍ଠୀ ସଦାପ୍ରଭୁଙ୍କୁ ଅନୁସରଣ କରିବେ

56 ସଦାପ୍ରଭୁ ଏହିସବୁ କହିଛନ୍ତି, “ତୁମ୍ଭେମାନେ ନ୍ୟାୟ ପଥ ଏବଂ ତୁମ୍ଭର କର୍ତ୍ତବ୍ୟକୁ ଧର୍ମାନୁସାରେ ଅନୁସରଣ କର। କାରଣ ଆମ୍ଭର ପରିତ୍ରାଣର ଆଗମନ ଓ ଆମ୍ଭ ଧର୍ମର ପ୍ରକାଶ ସଙ୍କଟ ଜନକ। ଯେଉଁ ବ୍ୟକ୍ତି ଏହା କରେ ଓ ଯେଉଁ ମାନବସନ୍ତାନ ଏହା ନିଷ୍ଠାର ସହିତ ଅବଲମ୍ବନ କରେ; ପୁଣି ବିଶ୍ରାମବାର ପାଳନ କରି ତାହା ଅଶୁଚି ନ କରେ ଓ ସବୁପ୍ରକାର କୁକର୍ମରୁ ନିଜକୁ ନିବୃତ୍ତ ରଖେ, ସେ ଧନ୍ୟ।”

ସଦାପ୍ରଭୁଙ୍କଠାରେ ଆସକ୍ତ ବିଦେଶୀ ନ କହୁ ଯେ, ସଦାପ୍ରଭୁ ମୋତେ ଆପଣା ଲୋକଠାରୁ ନିଶ୍ଚୟ ପୃଥକ ରଖିବେ। ପୁଣି ଜଣେ ନପୁଂସକ ନ କହୁ ଯେ, “ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ମୁଁ ଫଳବତୀ ହୋଇ ପାରିବି ନାହିଁ।”

କାରଣ ନପୁଂସକମାନଙ୍କ ବିଷୟରେ ସଦାପ୍ରଭୁ ଏହିକଥା କୁହନ୍ତି, “ଯେଉଁମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରନ୍ତି ଓ ଆମ୍ଭର ତୁଷ୍ଟିକର ବିଷୟ ମନୋନୀତ କରନ୍ତି, ପୁଣି ଆମ୍ଭର ଚୁକ୍ତି ଅବଲମ୍ବନ କରନ୍ତି, ସେମାନଙ୍କୁ ଆମ୍ଭେ ଆମ୍ଭ ମନ୍ଦିର ମଧ୍ୟରେ ଓ ଆମ୍ଭ ପ୍ରାଚୀର ଭିତରେ ପୁତ୍ରକନ୍ୟା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦେବା।”

“କେତେକ ବିଦେଶୀୟ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ରେମ କରିବା ପାଇଁ ଏବଂ ତାଙ୍କର ଦାସ ହେବା ନିମନ୍ତେ ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅନ୍ତି। ସେମାନେ ବିଶ୍ରାମ ଦିନ ପାଳନ କରି ତାହା ଅଶୁଚି କରନ୍ତି ନାହିଁ ଓ ସଦାପ୍ରଭୁଙ୍କର ଚୁକ୍ତି ଅବଲମ୍ବନ କରନ୍ତି। ସେ ସମସ୍ତଙ୍କୁ ଆମ୍ଭେ ଆମ୍ଭର ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପବିତ୍ର ପ୍ରାର୍ଥନା ଗୃହରେ ସେମାନଙ୍କୁ ଆନନ୍ଦିତ କରିବା। ସେମାନଙ୍କର ନୈବେଦ୍ୟ ଓ ଉତ୍ସର୍ଗ ବଳିଦାନକୁ ଆମ୍ଭେ ଗ୍ରହଣ କରିବା; କାରଣ ଆମ୍ଭର ମନ୍ଦିର ସର୍ବ ଗୋଷ୍ଠୀର ଲୋକମାନଙ୍କର ପ୍ରାର୍ଥନା ମନ୍ଦିର ଭାବରେ ଖ୍ୟାତ ହେବ।” ସଦାପ୍ରଭୁ ମୋର ପ୍ରଭୁ ଏହିସବୁ କହିଛନ୍ତି,

“ଆମ୍ଭେ ଇସ୍ରାଏଲର ଦୂରିକୃତ ଲୋକମାନଙ୍କୁ ସଂଗ୍ରହ କରିବୁ ଓ ସେମାନଙ୍କ ବ୍ୟତୀତ ତାହା ନିକଟରେ ଥିବା ଅନ୍ୟ ଲୋକମାନଙ୍କୁ ସଂଗ୍ରହ କରିବୁ।”

ହେ କ୍ଷେତ୍ରସ୍ଥ ସମସ୍ତ ପଶୁ ଓ ବନସ୍ତ ପଶୁଗଣ
    ତୁମ୍ଭେମାନେ ଆସ ଓ ଭକ୍ଷ୍ୟଣ କର।
10 ତାହାର ପ୍ରହରୀଗଣ ଅନ୍ଧ,
    ସେ ସମସ୍ତ ଜ୍ଞାନହୀନ, ସେମାନେ ନିର୍ବାକ ଶ୍ୱାନ,
ସେମାନେ ଭୁକିପାରନ୍ତି ନାହିଁ।
    ସେମାନେ ସ୍ୱପ୍ନଦର୍ଶୀ, ନିଦ୍ରାଳୁ
    ଓ ଶୋଇ ରହିବାକୁ ଭଲ ପାଆନ୍ତି।
11 ସେମାନେ ପେଟୁ କୁକୁର ସଦୃଶ କେବେ ତୃପ୍ତ ହୁଅନ୍ତି ନାହିଁ।
    ଆଉ ମଧ୍ୟ ସେମାନେ ବିଗ୍ଭରଶୂନ୍ୟ ମେଷପାଳକ।
ସେମାନେ ଗ୍ଭରିଆଡ଼ୁ ଆପଣା ଆପଣା ଲାଭ ଚେଷ୍ଟାରେ
    ଆପଣା ଆପଣା ବାଟ ଆଡ଼େ ଫେରିଅଛନ୍ତି।
12 ପ୍ରତ୍ୟେକ କୁହନ୍ତି, “ଆସ,
    ଆମ୍ଭେ ଦ୍ରାକ୍ଷାରସ ଆଣିବା
    ଓ ସୁରାପାନରେ ମତ୍ତ ହେବା;
ପୁନଶ୍ଚ ଆଜି ଯେପରି ହେବ କାଲି ମଧ୍ୟ ସେହିପରି ହେବ
    ଏବଂ ତାହା ଅପରିମିତ ମହାଦିନ ହେବ।”

ମାଥିଉ ଲିଖିତ ସୁସମାଗ୍ଭର 4

ଯୀଶୁଙ୍କୁ ପରୀକ୍ଷା(A)

ତା’ପରେ ସେହି ପବିତ୍ରଆତ୍ମା ଯୀଶୁଙ୍କୁ ମରୂଭୁମିକୁ କଢ଼ାଇ ନେଇଗଲେ। ଶୟତାନ ଦ୍ୱାରା ପରୀକ୍ଷୀତ ହେବା ପାଇଁ ତାହଙ୍କୁ ସେଠାକୁ ନିଆଯାଇଥିଲା। ଯୀଶୁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ୍ ଭୋକ ଲାଗୁଥିଲା। ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ିକୁ ରୋଟୀ ହୋଇ ଯିବା ପାଇଁ କୁହ।”

ଯୀଶୁ ଉତ୍ତରରେ କହିଲେ, “ଶାସ୍ତ୍ରରେ ଏହା ଲେଖାଅଛି,

‘ମଣିଷ କେବଳ ଖାଦ୍ୟରେ ବଞ୍ଚିବ ନାହିଁ,
    କିନ୍ତୁ ତା’ର ଜୀବନ ପରମେଶ୍ୱରଙ୍କ ମୁଖରୁ ବାହାରି ଥିବା ପ୍ରତ୍ୟେକ ବାକ୍ୟରେ ହିଁ ବଞ୍ଚିବ।’” (B)

ତା’ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ଯିରୁଶାଲମକୁ ନେଇଗଲା। ସେ ଯୀଶୁଙ୍କୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନରେ ରଖିଲା। ଶୟତାନ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଶାସ୍ତ୍ରରେ ଲେଖାଅଛି:

‘ପରମେଶ୍ୱର ତୁମ୍ଭର ଯତ୍ନ ନେବା ପାଇଁ ନିଜ ସ୍ୱର୍ଗଦୂତଙ୍କୁ ଆଦେଶ ଦେବେ।
    ସେମାନେ ତୁମ୍ଭକୁ ତାହାଙ୍କ ହାତରେ ଧରିପକାଇବେ।
ତାହାହାଲେ ପଥରରେ ତୁମ୍ଭ ପାଦ ବାଜିବ ନାହିଁ।’”(C)

ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ର ଏ କଥା ମଧ୍ୟ କୁହେ, ‘ତୁମ୍ଭେ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।’” [a]

ତା’ପରେ, ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନେଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ୟ ଓ ସେଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇଲା. ଶୟତାନ ଯୀଶୁଙ୍କୁ କହିଲା, “ଯଦି ତୁମ୍ଭେ ପାଦତଳେ ପଡ଼ି ମୋତେ ପ୍ରଣାମ କରିବ, ତେବେ ତୁମ୍ଭକୁ ମୁଁ ଏସବୁ ଦେଇଦେବି।”

10 ଯୀଶୁ ତାକୁ କହିଲେ, “ଶୟତାନ, ମୋ’ ପାଖରୁ ଦୂରହୁଅ! କାରଣ ଶାସ୍ତ୍ରରେ ଲେଖାଅଛି:

‘ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ।
    ତାହାଙ୍କର ହିଁ ସେବା କର!(D)

11 ତେଣୁ ଶୟତାନ ତାହାଙ୍କୁ ଛାଡ଼ି ଗ୍ଭଲିଗଲା, ଏବଂ ତା’ପରେ ସ୍ୱର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ।

ଗାଲିଲୀରେ ଯୀଶୁ କାର୍ଯ୍ୟ ଆରମ୍ଭ କଲେ(E)

12 ଯୋହନ କାରାଗାରରେ ବନ୍ଦୀ ହୋଇଥିବା ଖବର ଯୀଶୁ ଶୁଣିଲେ, ତେଣୁ ଯୀଶୁ ଗାଲିଲୀକୁ ଫେରିଗଲେ। 13 ଯୀଶୁ କିନ୍ତୁ ନାଜରିତରେ ରହିଲେ ନାହିଁ। ସେ ଗାଲିଲୀ ହ୍ରଦ କୂଳରେ କଫର୍ନାହୂମ ସହରରେ ବାସ କଲେ, କଫର୍ନାହୂମ ସବୂଲୂନ ଓ ନପ୍ତାଲିର ପାଖ ଅଞ୍ଚଳରେ ଅବସ୍ଥିତ। 14 ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯିଶାଇୟଙ୍କ ମାଧ୍ୟମରେ ପ୍ରଭୁ ପରମେଶ୍ୱର ଯାହା କହିଥିଲେ, ତାହା ପୂର୍ଣ୍ଣ ହେବା ପାଇଁ ଯୀଶୁ ଏଭଳି କରିଥିଲେ।

15 “ସବୂଲୂନ ଓ ନପ୍ତାଲି ପ୍ରଦେଶ,
    ସମୁଦ୍ର ରାସ୍ତାର ନିକଟସ୍ଥ ଯର୍ଦ୍ଦନ ନଦୀର ପରପାରିସ୍ଥ
    ଗାଲିଲୀର ଏକ ଅଣଯିହୂଦୀ ପ୍ରଦେଶ।
16 ଯେଉଁ ଲୋକମାନେ ଅନ୍ଧାରରେ ରହୁଥିଲେ,
    ସେମାନେ ଏକ ମହାନ ଜ୍ୟୋତି ଦେଖିଲେ।
କବର ଭଳି ଅନ୍ଧକାରମୟ ପ୍ରଦେଶରେ ଯେଉଁମାନେ ରହୁଥିଲେ,
    ସେମାନଙ୍କ ଉପରେ ଜ୍ୟୋତିର ଉଦୟ ହେଲା।”(F)

17 ସେହି ଦିନଠାରୁ ଯୀଶୁ ପ୍ରଗ୍ଭର କରିବା ଆରମ୍ଭ କରିଦେଲେ। ସେ କହିଲେ, “ହୃଦୟ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ନିକଟ ହୋଇଗଲାଣି।”

ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ(G)

18 ଯୀଶୁ ଗାଲିଲୀ ହ୍ରଦ ପାଖଦେଇ ଯାଉଥିଲେ, ସେ (ପିତର ନାମରେ ଖ୍ୟାତ) ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦେଖିଲେ। ସେମାନେ ହ୍ରଦରେ ଜାଲ ପକାଉଥିଲେ। ସେମାନେ, ବ୍ୟବସାୟରେ କେଉଟ ଥିଲେ। 19 ଯୀଶୁ ସେମାନଙ୍କୁ କହିଲେ, “ଆସ, ମୋତେ ଅନୁସରଣ କର। ମୁଁ ତୁମ୍ଭକୁ ଏକ ଭିନ୍ନ ପ୍ରକାରର କେଉଟ କରିବି। ମାଛ ନ ଧରି ମଣିଷମାନଙ୍କୁ ତୁମ୍ଭେ ଏକତ୍ର ସଂଗ୍ରହ କରିବ।” 20 ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ଜାଲ ଛାଡ଼ିଦେଇ ଯୀଶୁଙ୍କୁ ଅନୁସରଣ କଲେ।

21 ଯୀଶୁ ସେଠାରୁ ଆଗକୁ ଗ୍ଭଲିଲେ। ସେ ଦେଖିଲେ ଯେ ଜେବଦୀଙ୍କ ପୁଅ ଯାକୁବ ଓ ଯୋହନଙ୍କୁ ତାହାଙ୍କ ବାପାଙ୍କ ସହିତ ଡଙ୍ଗା ଉପରେ ବସି ଜାଲ ମରାମତି କରୁଛନ୍ତି। ଯୀଶୁ ସେମାନଙ୍କୁ ଡାକିଲେ। 22 ସେମାନେ ସଙ୍ଗେ ସଙ୍ଗେ ତାହାଙ୍କ ବାପାଙ୍କୁ ଓ ଡଙ୍ଗାକୁ ଛାଡ଼ି ଦେଇ ଯୀଶୁଙ୍କୁ ଅନୁସରଣ କଲେ।

ଯୀଶୁ ଲୋକମାନଙ୍କୁ ଉପଦେଶ ଦେଲେ ଓ ରୋଗସୁସ୍ଥ କଲେ(H)

23 ଯୀଶୁ ଯିହୂଦୀ ସମାଜଗୃହମାନଙ୍କରେ ସ୍ୱର୍ଗରାଜ୍ୟରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡ଼ା ଦୂର କରି ସମଗ୍ର ଗାଲିଲୀ ରାଜ୍ୟରେ ଭ୍ରମଣ କଲେ। 24 ସମଗ୍ର ସୁରିୟା ଦେଶରେ ତାହାଙ୍କର ସମାଗ୍ଭର ବ୍ୟାପିଗଲା, ଯେଉଁ ଲୋକମାନେ ବିଭିନ୍ନ ରୋଗ ଓ ଭୟଙ୍କର ପୀଡ଼ା ଭୋଗୁଥିଲେ, ଯେଉଁମାନଙ୍କୁ ଭୂତ କବଳିତ କରିଥିଲା, ଯେଉଁମାନେ ମୃର୍ଚ୍ଛାରୋଗୀ ଓ ପକ୍ଷାଘାତରୋଗୀ ଥିଲେ, ସେମାନେ ସମସ୍ତେ ଯୀଶୁଙ୍କ ପାଖକୁ ଆସିବାକୁ ଲାଗିଲେ। ଯୀଶୁ ସେମାନଙ୍କୁ ସୁସ୍ଥ କରିଦେଲେ। 25 ତେଣୁ ଗାଲିଲୀ, ଦେକାପଲି, ଯିରୁଶାଲମ, ଯିହୂଦା ଓ ଯର୍ଦ୍ଦନ ନଦୀର ଆର ପାରିର ବହୁଲୋକ ତାହାଙ୍କୁ ଅନୁସରଣ କରିବାକୁ ଲାଗିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center