Print Page Options
Previous Prev Day Next DayNext

M’Cheyne Bible Reading Plan

The classic M'Cheyne plan--read the Old Testament, New Testament, and Psalms or Gospels every day.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଲେବୀୟ ପୁସ୍ତକ 1

ବଳିଦାନ ଓ ନୈବେଦ୍ୟ

ସଦାପ୍ରଭୁ ପରମେଶ୍ୱର ସମାଗମ-ତମ୍ବୁରୁ ମୋଶାଙ୍କୁ ଡାକି କହିଲେ, “ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରୁ କେହି ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରେ, ତେବେ ସେ ନିଜ ପାଳିତ ଗୋରୁ, ମେଷ କିମ୍ବା ଛେଳି ଉତ୍ସର୍ଗ କରୁ।

“ସେ ଯଦି ନିଜ ଗୋଠରୁ ଗାଈ ହୋମବଳି ରୂପେ ଉତ୍ସର୍ଗ କରେ, ତେବେ ତାହା ନିଶ୍ଚିତ ନିଖୁଣ ଅଣ୍ଡିରା ବାଛୁରି ହୋଇଥିବ ଓ ସେ ତାକୁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆଣିବ। ତାହାହେଲେ ତାହା ସଦାପ୍ରଭୁଙ୍କ ଦ୍ୱାରା ଗୃହୀତ ହେବ। ପୁଣି ସେ ହୋମବଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସେହି ବଳି ତାହାର ପ୍ରାୟଶ୍ଚିତ ରୂପେ ଗ୍ରାହ୍ୟ ହେବ।

“ତା’ପରେ ସେ ଗୋଟିଏ ଯୁବା ଷଣ୍ଢ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ କରିବ। ହାରୋଣର ଯାଜକ ପୁତ୍ରଗଣ ରକ୍ତ ଆଣିବେ ଏବଂ ସମାଗମ-ତମ୍ବୁର ଦ୍ୱାର ନିକଟସ୍ଥ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ଛିଞ୍ଚିବେ। ପୁଣି ସେ ଯାଜକ ସେହି ବଳିର ଚର୍ମ ଉତାରିବେ ଓ ସେ ମାଂସ କାଟି ଖଣ୍ଡ ଖଣ୍ଡ କରିବେ। ଅନନ୍ତର ଯାଜକ ହାରୋଣଙ୍କ ପୁତ୍ରଗଣ ସେହି ଯଜ୍ଞବେଦି ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଠ ସଜାଇବେ। ପୁଣି ଯାଜକ ହାରୋଣର ପୁତ୍ର ଯାଜକମାନେ ଯଜ୍ଞବେଦି ଉପରିସ୍ଥ ଅଗ୍ନି ଉପରେ ଥିବା କାଠ ଉପରେ ସେହି ଖଣ୍ଡ ସକଳ, ମସ୍ତକ ଓ ମେଦ ରଖିବେ। ମାତ୍ର ସେହି ଯାଜକ ଅନ୍ତ ଅଂଶ ଓ ଗୋଡ଼ ଜଳରେ ଧୌତ କରିବେ ତା’ପରେ ଯାଜକ ଯଜ୍ଞବେଦି ଉପରେ ତାକୁ ଦ‌‌‌‌ଗ୍‌‌‌‌ଧ କରିବେ ଓ ତାହା ଗୋଟିଏ ହୋମବଳି ହେବ। ଏବଂ ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନୈବେଦ୍ୟ ହେବ।

10 “ଯଦି ସେ ମେଷ କିମ୍ବା ଛାଗ ଆପଣା ପଲରୁ ହୋମବଳି ଉତ୍ସର୍ଗ କରେ, ତେବେ ତାହା ନିଖୁଣ ପୁଂପଶୁ ହୋଇଥିବ। 11 ପୁଣି ସେ ଯଜ୍ଞବେଦିର ଉତ୍ତର ପାର୍ଶ୍ୱରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ। ତା’ପରେ ଯାଜକ ହାରୋଣର ପୁତ୍ରମାନେ ଯଜ୍ଞବେଦିର ଚତୁର୍ଦ୍ଦିଗରେ ତାହାର ରକ୍ତ ସିଞ୍ଚନ କରିବେ। 12 ତା’ପରେ ସେ ଯାଜକ ତା’ର ମସ୍ତକ ଓ ମେଦ ସହିତ ତାକୁ ଖଣ୍ଡ ଖଣ୍ଡ କରି ଯଜ୍ଞବେଦି ଉପରିସ୍ଥ ଅଗ୍ନି ଓ କାଠ ଉପରେ ତାହା ସଜାଇ ରଖିବ। 13 ମାତ୍ର ସେ ତା’ର ଅନ୍ତ୍ର ଅଂଶ ଓ ଗୋଡ଼ ଜଳରେ ଧୌତ କରିବ। ତା’ପରେ ଯାଜକ ସମ୍ପୂର୍ଣ୍ଣ ପଶୁଟିକୁ ଉତ୍ସର୍ଗ କରିବ ଓ ଏହାକୁ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ତାହା ହେବ ସଦାପ୍ରଭୁଙ୍କ ପାଇଁ ଗୋଟିଏ ସୁବାସିତ ନୈବେଦ୍ୟ।

14 “ଯଦି କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କୌଣସି ପକ୍ଷୀ ବଳି ଉତ୍ସର୍ଗ କରିବ, ତେବେ ତାହା କପୋତ କିମ୍ବା ପାରା ଶାବକ ହୋଇଥିବ। 15 ତହୁଁ ଯାଜକ ତାକୁ ଯଜ୍ଞବେଦି ନିକଟକୁ ଆଣି ତାହାର ମସ୍ତକ ମୋଡ଼ି ତାକୁ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କରିବ। ଆଉ ତା’ର ରକ୍ତ ଯଜ୍ଞବେଦି ପାର୍ଶ୍ୱରେ ନିଗାଡ଼ିବ। 16 ସେହି ଯାଜକ ସେ ପକ୍ଷୀର ଖାଦ୍ୟ-ନଳୀ, ମଳ ଓ ପର ନେଇ ପୂର୍ବପାର୍ଶ୍ୱସ୍ଥ ଭସ୍ମ ସ୍ଥାନରେ ନିକ୍ଷେପ କରିବ। 17 ତା’ପରେ ସେ ଯାଜକ ତା’ର ଦୁଇ ପକ୍ଷକୁ ଚିରିବ ମାତ୍ର ତାକୁ ଦୁଇ ଖଣ୍ଡ କରିବ ନାହିଁ। ତା’ପରେ ଯାଜକ ଏହାକୁ ସମ୍ପୂର୍ଣ୍ଣଭାବରେ ବେଦିରେ ଥିବା ଅଗ୍ନିକାଠ ମଧ୍ୟରେ ଦ‌‌‌‌ଗ୍‌‌‌‌ଧ କରିବ। ଏହି ହୋମବଳି ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ହେବ।

ଯୋହନ ଲିଖିତ ସୁସମାଗ୍ଭର 20

ଯୀଶୁଙ୍କର କେତେକ ଶିଷ୍ୟ ସମାଧିକୁ ଖାଲିପଡ଼ିଥିବା ଦେଖିଲେ(A)

20 ରବିବାର ଦିନ ପାହାନ୍ତିଆରେ ମ‌‌‌‌‌ଗ୍‌ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତେବେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ଼ ପଥରଟି କବର ଦ୍ୱାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି। ତେଣୁ ମରିୟମ, ଶିମୋନ ପିତର ଓ ଅନ୍ୟ ଜଣେ ଶିଷ୍ୟ ଯାହାଙ୍କୁ ଯୀଶୁ ପ୍ରେମ କରୁଥିଲେ, ସେମାନଙ୍କ ନିକଟକୁ ଦୌଡ଼ିଗଲେ ଓ ସେ ସେମାନଙ୍କୁ କହିଲେ, “ସେମାନେ ପ୍ରଭୁଙ୍କର ମୃତଦେହକୁ କବର ଭିତରୁ ନେଇଯାଇଛନ୍ତି। ସେମାନେ ତାହାଙ୍କୁ କେଉଁଠାରେ ରଖିଛନ୍ତି ଆମ୍ଭେ ଜାଣି ନାହୁଁ।”

ତେଣୁ ପିତର ଓ ଅନ୍ୟ ଶିଷ୍ୟ କବର ନିକଟକୁ ଯିବାକୁ ବାହାରିଲେ। ସେମାନେ ଦୁହେଁ ଦୌଡ଼ୁଥିଲେ, କିନ୍ତୁ ପିତରଙ୍କଠାରୁ ଅନ୍ୟ ଶିଷ୍ୟଜଣକ ଜୋ‌ର୍‌ରେ ଦୌଡ଼ୁଥିଲେ। ତେଣୁ ସେ ପ୍ରଥମେ କବର ପାଖରେ ପହଞ୍ଚିଲେ। ସେ ନଇଁପଡ଼ି ଭିତରକୁ ଗ୍ଭହିଁ ପତଳା ଆଚ୍ଛାଦନ ବସ୍ତ୍ର ସେଠାରେ ପଡ଼ିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ।

ତା’ପରେ ତାହାଙ୍କ ପଛରେ ଶିମୋନ ପିତର ଆସି ପହଞ୍ଚିଲେ। ପିତର କବର ଭିତରକୁ ଗଲେ ଏବଂ ସେ ମଧ୍ୟ ସେଠାରେ ପତଳା ଆଚ୍ଛାଦନ ବସ୍ତ୍ର ପଡ଼ିଥିବାର ଦେଖିଲେ। ଯେଉଁ ଲୁଗାଟି ଯୀଶୁଙ୍କ ମୁଣ୍ଡରେ ଗୁଡ଼ା ହୋଇଥିଲା ତାହା ସେ ଦେଖିଲେ। ତାହା ପତଳା ବସ୍ତ୍ର ପାଖରେ ନ ଥାଇ ଅଲଗା ଜାଗାରେ ଗୁଡ଼େଇ ହୋଇ ପଡ଼ିଥିଲା। ପତଳା ଆଚ୍ଛାଦନ ବସ୍ତ୍ର ସହିତ ତାହା ପଡ଼ି ନ ଥିଲା। ଏହା ପରେ ଅନ୍ୟଶିଷ୍ୟ ଜଣକ ମଧ୍ୟ ଭିତରକୁ ଗଲେ, ସେହି ଶିଷ୍ୟ ଜଣକ କବର ପାଖରେ ଆଗ ପହଞ୍ଚିଲେ। ସେ ସମସ୍ତ ଘଟଣା ଦେଖିଲେ ଓ ବିଶ୍ୱାସ କଲେ। ଧର୍ମଶାସ୍ତ୍ର ଅନୁସାରେ ‘ଯୀଶୁ ମୃତ୍ୟୁରୁ ଅବଶ୍ୟ ପୁନର୍ଜୀବିତ ହେବେ’, ଏହାର ଅର୍ଥ ସେହି ଶିଷ୍ୟମାନେ ଏପର୍ଯ୍ୟନ୍ତ ବୁଝି ପାରି ନ ଥିଲେ।

ମ‌‌‌‌‌ଗ୍‌ଦଲୀନୀ ମରିୟମଙ୍କୁ ଯୀଶୁ ଦେଖା ଦେଲେ(B)

10 ତା’ପରେ ଶିଷ୍ୟମାନେ ଘରକୁ ଫେରିଗଲେ। 11 କିନ୍ତୁ ମରିୟମ କବର ବାହାରେ ଠିଆ ହୋଇ କାନ୍ଦୁଥିଲେ। ସେ କାନ୍ଦୁଥିବା ବେଳେ ନଇଁପଡ଼ି କବର ଭିତରକୁ ଗ୍ଭହିଁଲେ। 12 ସେ ଦୁଇଜଣ ସ୍ୱର୍ଗଦୂତଙ୍କୁ ଧଳା ଲୁଗା ପିନ୍ଧି ଯୀଶୁଙ୍କ ଶରୀର ଯେଉଁଠାରେ ଥିଲା, ତାହା ପାଖରେ ବସିବାର ଦେଖିଲେ। ଜଣେ ସ୍ୱର୍ଗଦୂତ ଯୀଶୁଙ୍କ ମୁଣ୍ଡ ରହିଥିବା ଜାଗାରେ ଓ ଅନ୍ୟ ଜଣେ ପାଦ ରହିଥିବା ଜାଗାରେ ବସିଥିଲେ।

13 ସେମାନେ ମରିୟମଙ୍କୁ ପଗ୍ଭରିଲେ, “ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ?”

ମରିୟମ ଉତ୍ତର ଦେଲେ, “ମୋର ପ୍ରଭୁଙ୍କ ଶରୀର କେତେକ ଲୋକ ନେଇଯାଇଛନ୍ତି। ସେମାନେ ତାହାଙ୍କୁ କେଉଁଠି ରଖିଛନ୍ତି, ତାହା ମୁଁ ଜାଣି ନାହିଁ।” 14 ସେ ଏହା କହି ବୁଲି ପଡ଼ିଲେ। ସେ ଯୀଶୁଙ୍କୁ ସେଠାରେ ଠିଆ ହୋଇଥିବା ଦେଖିଲେ। କିନ୍ତୁ ମରିୟମ ତାହାଙ୍କୁ ଚିହ୍ନିଲେ ନାହିଁ।

15 ଯୀଶୁ ତାହାଙ୍କୁ ପଗ୍ଭରିଲେ, “ହେ ନାରୀ, ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହାକୁ ଖୋଜୁଛ?”

ମରିୟମ ଭାବିଲେ, ଏହି ଲୋକ ହିଁ ବଗିଗ୍ଭର ଯତ୍ନ ନିଅନ୍ତି। ତେଣୁ ସେ ତାହାଙ୍କୁ କହିଲେ, “ମହାଶୟ ଆପଣ କ’ଣ ଯୀଶୁଙ୍କୁ ନେଇଯାଇଛନ୍ତି? ତାହାଙ୍କୁ ଆପଣ କେଉଁଠି ରଖିଛନ୍ତି? ମୋତେ କୁହନ୍ତୁ, ମୁଁ ଯାଇ ତାହାଙ୍କୁ ଘେନି ଆସିବି।”

16 ଯୀଶୁ ତାହାଙ୍କୁ କହିଲେ, “ମରିୟମ,”।

ମରିୟମ ତାହାଙ୍କ ଆଡ଼େ ବୁଲିପଡ଼ି ଯିହୂଦୀୟ ଭାଷାରେ କହିଲେ, “ରା‌ବ୍‌ବୂନୀ” ଅର୍ଥାତ୍ ‘ଗୁରୁ’।

17 ଯୀଶୁ ତାହାଙ୍କୁ କହିଲେ, “ମୋତେ ଧର ନାହିଁ। ମୁଁ ଏ ପର୍ଯ୍ୟନ୍ତ ପରମପିତାଙ୍କ ପାଖକୁ ଯାଇ ନାହିଁ। କିନ୍ତୁ ତୁମ୍ଭେ ଯାଇ ମୋର ଭାଇମାନଙ୍କୁ କୁହ ଯେ, ମୁଁ ମୋର ଓ ତୁମ୍ଭର ପରମପିତାଙ୍କ ପାଖକୁ ଫେରିଯାଉଛି। ମୁଁ ମୋର ଓ ତୁମ୍ଭର ପରମେଶ୍ୱରଙ୍କ ପାଖକୁ ଯାଉଅଛି।”

18 ମ‌‌‌‌‌ଗ୍‌ଦଲୀନୀ ମରିୟମ ଶିଷ୍ୟମାନଙ୍କ ପାଖକୁ ଗଲେ ଓ ସେମାନଙ୍କୁ କହିଲେ, “ମୁଁ ପ୍ରଭୁଙ୍କୁ ଦେଖିଲି।” ସେ ସେମାନଙ୍କୁ ଯୀଶୁ କରିଥିବା କଥା ଶୁଣାଇଲେ।

ଯୀଶୁ ଶିଷ୍ୟମାନଙ୍କୁ ଦର୍ଶନ ଦେଲେ(C)

19 ସେଦିନ ରବିବାର ଥିଲା। ସନ୍ଧ୍ୟାରେ ସବୁ ଶିଷ୍ୟମାନେ ଏକାଠି ହେଲେ। ଯିହୂଦୀ ନେତାମାନଙ୍କ ଭୟରେ ଶିଷ୍ୟମାନେ ଘରର ସବୁ କବାଟ ବନ୍ଦ କରିଦେଇଥିଲେ। ତା’ପରେ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 20 ଯୀଶୁ ଏ କଥା କହିବା ପରେ ଶିଷ୍ୟମାନଙ୍କୁ ତାହାଙ୍କ ହାତ ଗୋଡ଼ ଦେଖାଇଲେ। ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଅତ୍ୟନ୍ତ ଖୁସୀ ହେଲେ।

21 ଯୀଶୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ। ମୋତେ ପରମପିତା ଯେପରି ପଠାଇଥିଲେ, ମୁଁ ସେହିପରି ତୁମ୍ଭକୁ ବର୍ତ୍ତମାନ ପଠାଉଛି।” 22 ଯୀଶୁ ଏହି କଥା କହିବା ପରେ ଶିଷ୍ୟମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେ କହିଲେ, “ପବିତ୍ରଆତ୍ମାଙ୍କୁ ଗ୍ରହଣ କର। 23 ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ତେବେ ସେମାନଙ୍କର ପାପ କ୍ଷମା କରାହେବ। ଯଦି ତୁମ୍ଭେ ଲୋକମାନଙ୍କର ପାପ କ୍ଷମା କରିବ ନାହିଁ, ତେବେ ସେମାନଙ୍କର ପାପ କ୍ଷମା କରାହେବ ନାହିଁ।”

ଥୋମାଙ୍କୁ ଯୀଶୁ ଦର୍ଶନ ଦେଲେ

24 ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା, ଯୀଶୁ ଆସିଲା ବେଳେ ଶିଷ୍ୟମାନଙ୍କ ସହିତ ନ ଥିଲା। ସେ ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲା। 25 ଅନ୍ୟ ଶିଷ୍ୟମାନେ ଥୋମାଙ୍କୁ କହିଲେ, “ଆମ୍ଭେ ପ୍ରଭୁଙ୍କୁ ଦେଖିଲୁ।” ଥୋମା କହିଲେ, “ମୁଁ ତାହାଙ୍କ ହାତରେ କଣ୍ଟାଦାଗ ନ ଦେଖିଲା ପର୍ଯ୍ୟନ୍ତ ବିଶ୍ୱାସ କରିବି ନାହିଁ। ମୁଁ ମୋର ଆଙ୍ଗୁଠି ସେହି କଣ୍ଟାର ଦାଗରେ ନରଖିବା ଓ ତାହାଙ୍କ କକ୍ଷଦେଶରେ ମୋର ହାତ ନ ଦେବା ପର୍ଯ୍ୟନ୍ତ, ମୁଁ ବିଶ୍ୱାସ କରିବି ନାହିଁ।”

26 ଗୋଟିଏ ସପ୍ତାହ ପରେ ଶିଷ୍ୟମାନେ ପୁଣି ଘର ଭିତରେ ଥିଲେ। ଥୋମା ସେମାନଙ୍କ ସହିତ ଥିଲେ। କବାଟରେ ତାଲା ପଡ଼ିଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହେଲେ। ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 27 ତା’ପରେ ଯୀଶୁ ଥୋମାଙ୍କୁ କହିଲେ, “ଏଠାରେ ତୁମ୍ଭର ଅଙ୍ଗୁଳି ରଖ। ମୋ’ ହାତକୁ ଦେଖ। ମୋ’ କକ୍ଷଦେଶରେ ତୁମ୍ଭ ହାତ ରଖ। ଅବିଶ୍ୱାସ ନ କରି ବିଶ୍ୱାସ କର।”

28 ଥୋମା ଯୀଶୁଙ୍କୁ କହିଲେ, “ମୋର ପ୍ରଭୁ, ମୋର ପରମେଶ୍ୱର।”

29 ଯୀଶୁ ଥୋମାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରୁଛ। ମାତ୍ର ଯେଉଁ ଲୋକମାନେ ମୋତେ ନ ଦେଖି ବିଶ୍ୱାସ କରନ୍ତି, ସେମାନେ ପ୍ରକୃତରେ ଆଶୀର୍ବାଦର ଯୋଗ୍ୟ।”

ଯୋହନ ଏହି ବହି ଲେଖିବାର କାରଣ

30 ଯୀଶୁ ଅନେକଗୁଡ଼ିଏ ଅନ୍ୟ ଆଶ୍ଚର୍ଯ୍ୟକାର୍ଯ୍ୟଗୁଡ଼ିକ କଲେ। ସେଗୁଡ଼ିକୁ ତାହାଙ୍କ ଶିଷ୍ୟମାନେ ଦେଖିଲେ। ସେହି ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ଏ ବହିରେ ଲେଖାଯାଇ ନାହିଁ, 31 କିନ୍ତୁ ଏହି ପୁସ୍ତକରେ ଏହିସବୁ ଲେଖା ହୋଇଛି ଯେପରି ତୁମ୍ଭେ ବିଶ୍ୱାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି ଓ ବିଶ୍ୱାସ କରି, ତୁମ୍ଭେମାନେ ତାହାଙ୍କ ନାମ ଦ୍ୱାରା ଜୀବନ ପ୍ରାପ୍ତ ହେବ, ଏଥିନିମନ୍ତେ ଏ ସମସ୍ତ ଲେଖାଯାଇଛି।

ହିତୋପଦେଶ 17

17 ବିବାଦଯୁକ୍ତ ଭୋଜିରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ ଖଣ୍ଡିଏ ଶୁଷ୍କ ଅନ୍ନ ଭଲ।

ଯେଉଁ ଦାସ ବୁଦ୍ଧି ପୂର୍ବକ ଚଳେ ସେ ଲଜ୍ଜାଜନକ ପୁତ୍ର ଉପରେ କର୍ତ୍ତୃତ୍ୱ କରେ। ପୁଣି ଭାଇମାନଙ୍କ ସଙ୍ଗରେ ସମ୍ପତ୍ତି ବାଣ୍ଟ ପାଏ।

ନିଆଁରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାଯାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।

କୁକ୍ରିୟାକାରୀ ଲୋକ ଦୁଷ୍ଟ କଥା ଶୁଣେ । ପୁଣି ମିଥ୍ୟାବାଦୀ ଅନ୍ୟ ଲୋକର ମିଥ୍ୟାରେ କର୍ଣ୍ଣପାତ କରେ।

ଯେଉଁ ଲୋକ ଦରିଦ୍ରକୁ ଉପହାସ କରେ, ସେ ଆପଣାର ସୃଷ୍ଟିକର୍ତ୍ତାଙ୍କୁ ଅପମାନ କରେ। ପୁଣି ଯେକେହି ଅନ୍ୟ ଲୋକର ବିପଦରେ ଆନନ୍ଦ କରେ, ସେ ଦଣ୍ଡ ପାଇବ।

ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ ସଦୃଶ। ପୁଣି ସନ୍ତାନମାନଙ୍କର ଗୌରବ ସେମାନଙ୍କ ପିତୃଗଣ।

ଜଣେ ନିର୍ବୋଧ ବେଶୀ କଥା କହିବା ଉଚିତ୍ ନୁହେଁ। ସେହିପରି ଜଣେ ଶାସକ ମିଛଗୁଡ଼ିକ କହିବା ଉଚିତ୍ ନୁହେଁ।

ଗୋଟିଏ ଉତ୍କୋଚ ଗୋଟିଏ ଯାଦୁ ପଥର ପରି, ଏହା ଜଣେ ଦେଇଥିବାର ଆଖିରେ ଅଟେ, ସେ ଯେଉଁ ଦିଗରେ ଘୂରେ, ସେ କୃପାଲାଭ କରେ।

ଯଦି ତୁମ୍ଭେ ଦୋଷୀକୁ କ୍ଷମା କର, ତେବେ ସେ ତୁମ୍ଭର ବନ୍ଧୁ ହେବ। ମାତ୍ର ତା’ର ଦୋଷକୁ ଯେବେ ତୁମ୍ଭେ ମନେ ପକାଇବ, ତେବେ ତୁମ୍ଭର ବନ୍ଧୁତ୍ୱ ନଷ୍ଟ ହେବ।

10 ମୂର୍ଖକୁ ଶହେ ମାଡ଼ ଅପେକ୍ଷା ବୁଦ୍ଧିମାନକୁ ପଦେ ଅନୁଯୋଗ ଅଧିକ କାଟେ।

11 ଦୁର୍ଜନ କେବଳ ବିଦ୍ରୋହ ଲୋଡ଼େ, ଏଣୁ ତାକୁ ଶାସ୍ତି ଦେବା ପାଇଁ ଜଣେ କଠୋର ହୃଦୟ ଦୂତକୁ ପଠାଯିବ।

12 ଛୁଆ ହରାଇଥିବା ଭଲ୍ଲୁକୀ ମନୁଷ୍ୟକୁ ପଛେ ଭେଟୁ ମାତ୍ର ନିଜ ଅଜ୍ଞାନତାରେ ମଗ୍ନ ମୂର୍ଖ ନ ଭେଟୁ।

13 ଯେଉଁ ଲୋକ ଭଲ ବଦଳରେ ମନ୍ଦ କରେ, ତାହାର ଗୃହକୁ ମନ୍ଦ କେବେ ଛାଡ଼ିବ ନାହିଁ।

14 ଗୋଟିଏ ଯୁକ୍ତିର ଆରମ୍ଭ ଗୋଟିଏ ବନ୍ଧରେ ଭାଙ୍ଗି ଗୋଟିଏ ଗାତ କଲାପରି। ତେଣୁ ବିବାଦ ହେବା ପୂର୍ବରୁ ଯୁକ୍ତି ବନ୍ଦ କର। ତେବେ ଅକ୍ତିଆର ବାହାର ହୋଇଯାଏ।

15 ଯେ ଦୁଷ୍ଟକୁ ନିର୍ଦ୍ଦୋଷ କରେ ଓ ଯେ ଧାର୍ମିକକୁ ଦୋଷୀ କରେ, ସେ ଦୁହେଁ ସଦାପ୍ରଭୁଙ୍କଠାରେ ସମାନ ଭାବେ ଘୃଣିତ।

16 ଜ୍ଞାନ କ୍ରୟ କରିବା ନିମନ୍ତେ ମୂର୍ଖ ହାତରେ ଧନ ଥିଲେ ତାହା ମୂଲ୍ୟହୀନ ଅଟେ। କାରଣ ମୂର୍ଖ ଲୋକ ଧନ ବଦଳରେ ଜ୍ଞାନ କ୍ରୟ କରିପାରେ ନାହିଁ।

17 ବନ୍ଧୁ ସର୍ବଦା ପ୍ରେମ କରେ। ଏବଂ ଭାଇ ଦୁର୍ଦ୍ଦଶା ସମୟରେ ସର୍ବଦା ଥାଏ।

18 ନିର୍ବୋଧଲୋକ ହାତ ଦେଇ ଆପଣା ପ୍ରତିବାସୀ ସାକ୍ଷାତରେ ଲଗା ହୁଏ।

19 ଯେ ବିବାଦ ଭଲପାଏ, ସେ ଅପରାଧ ହିଁ ଭଲପାଏ। ପୁଣି ଯେକେହି ଆପଣା ଦ୍ୱାର ଉଚ୍ଚ କରେ, ସେ ବିନାଶ ଖୋଜେ।

20 ଯାହାର ହୃଦୟ କୁଟିଳ, ସେ ମଙ୍ଗଳ ପାଏ ନାହିଁ। ଯାହାର ବାକ୍ୟ ଖରାପ ସେ ବିପଦରେ ପଡ଼େ।

21 ମୂର୍ଖର ଜନ୍ମଦାତା ଆପଣାର ଶୋକ ସଞ୍ଚୟ କରେ, ଏବଂ ମୂଢ଼ର ପିତା ଆନନ୍ଦ ପାଇବ ନାହିଁ।

22 ଆନନ୍ଦିତ ହୃଦୟ ଉତ୍ତମ ଔଷଧ। ମାତ୍ର ଭଗ୍ନ ଆତ୍ମା ଅସ୍ଥିସବୁକୁ ଶୁଷ୍କ କରେ।

23 ଦୁଷ୍ଟ ଲୋକ ନ୍ୟାୟରୁ ବଞ୍ଚିବାକୁ ଲୁଚେଇ କରି ଉତ୍କୋଚ ନିଏ।

24 ବୁଦ୍ଧିମାନର ସମ୍ମୁଖରେ ଜ୍ଞାନ ଥାଏ। ମାତ୍ର ମୂର୍ଖର ଦୃଷ୍ଟି ପୃଥିବୀର ପ୍ରାନ୍ତରେ ଥାଏ।

25 ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ସେ ଆପଣା ଜନନୀକୁ ଦୁଃଖ ଆଣିବାର କାରଣ ହୁଏ।

26 ଜଣେ ସାଧାରଣ ଲୋକଙ୍କୁ ଶାସ୍ତି ଦେବା କିମ୍ବା କୌଣସି ପଥ ପ୍ରଦର୍ଶକୀକୁ ତାଙ୍କ ସଚ୍ଚୋଟତା ପାଇଁ ଦଣ୍ଡଦେବା ଯଥାର୍ଥ ନୁହେଁ।

27 ଯେ ଅଳ୍ପ କଥା କହେ, ତାହାର ଜ୍ଞାନ ଥାଏ। ଯାହାର ଶାନ୍ତ ଆତ୍ମା ସେ ବୁଦ୍ଧିମାନ।

28 ଅଜ୍ଞାନୀମାନେ ଚୁପ୍ ରହିଲେ ଜ୍ଞାନବାନ ଗଣିତ ହୁଏ। ପୁଣି ସେ ଆପଣା କଥା ବନ୍ଦ କଲେ ବୁଦ୍ଧିମାନ ଗଣିତ ହୁଏ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4

କେତେକ ବ୍ୟବହାରିକ କଥା

ମୋ’ ପ୍ରିୟ ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭକୁ ଭଲ ପାଏ ଓ ଦେଖିବାକୁ ଇଚ୍ଛା କରେ। ତୁମ୍ଭେ ମୋର ଆନନ୍ଦ ଓ ମୋର ଗର୍ବ। ମୁଁ କହିଥିଲା ଭଳି ପ୍ରଭୁଙ୍କୁ ଅନୁସରଣ କରି ଗ୍ଭଲିଥାଅ।

ଇୟଦିଆ, ଓ ସୁନ୍ତୁଖୀ ଉଭୟଙ୍କୁ ପ୍ରଭୁଙ୍କଠାରେ ଏକମତ ହେବାକୁ ମୁଁ ନିବେଦନ କରେ। ହେ ବନ୍ଧୁ, ତୁମ୍ଭେ ଯେହେତୁ ମୋ’ ସହିତ ବିଶ୍ୱସ୍ତ ଭାବରେ ସେବା କରୁଛ, ଯେଉଁ ସ୍ତ୍ରୀଲୋକମାନେ ମୁଁ ସୁସମାଗ୍ଭର ପ୍ରଗ୍ଭର କଲାବେଳେ ମୋ’ ସହିତ ପରିଶ୍ରମ କରିଅଛନ୍ତି, ସେମାନଙ୍କୁ ସାହାଯ୍ୟ କର ବୋଲି ତୁମ୍ଭକୁ ମୁଁ ନିବେଦନ କରେ। ସେମାନେ କ୍ଳେମେ‌ନ୍‌ସ ଏବଂ ମୋର ଅନ୍ୟ ସହକାରୀମାନଙ୍କ ସହିତ ସେବାକାର୍ଯ୍ୟ କରିଛନ୍ତି। ସେମାନଙ୍କ ନାମ “ଜୀବନ-ପୁସ୍ତକ” [a]ରେ ଲେଖାଅଛି।

ପ୍ରଭୁଙ୍କଠାରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କହେ, ଆନନ୍ଦ କର।

ସମସ୍ତେ ଦେଖନ୍ତୁ ଯେ ତୁମ୍ଭେ ଶାନ୍ତ ଓ ଦୟାଳୁ ଅଟ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ୱରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲାବେଳେ ସଦା ଧନ୍ୟବାଦ ଦିଅ। ପରମେଶ୍ୱରଙ୍କର ଶାନ୍ତି ତୁମ୍ଭମାନଙ୍କ ହୃଦୟ ଓ ମନଗୁଡ଼ିକୁ ଖ୍ରୀଷ୍ଟଙ୍କଠାରେ ସୁରକ୍ଷା କରି ରଖିବ। ପରମେଶ୍ୱରଙ୍କ ପ୍ରଦତ୍ତ ଏହି ଶାନ୍ତି କେତେ ଯେ ମହାନ, ତାହା ଆମ୍ଭେ ବୁଝି ପାରୁ।

ଭାଇ ଓ ଭଉଣୀମାନେ! ଯାହା ସତ୍ୟ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍‌‌ଗୁଣ ଓ ପ୍ରଶଂସାର ଥାଏ, ସେହି ବିଷୟ ଗୁଡ଼ିକରେ ମନୋଯୋଗ କର। ମୋ’ଠାରୁ ଯାହାସବୁ ଶିଖିଛି ଓ ପାଇଛ, ତାହା କର। ମୁଁ ଯାହା କହିଛି ଓ ତୁମ୍ଭେ ମୋତେ ଯାହାସବୁ କରିଥିବା ଦେଖିଛ, ସେଗୁଡ଼ିକୁ କର। ଶାନ୍ତିଦାତା ପରମେଶ୍ୱର ତୁମ୍ଭମାନଙ୍କ ସହିତ ରହିବେ।

ଫିଲି‌ପ୍‌ପୀୟ ଖ୍ରୀଷ୍ଟିୟାନମାନଙ୍କୁ ପାଉଲଙ୍କ ଧନ୍ୟବାଦ

10 ତୁମ୍ଭେମାନେ ମୋ’ ବିଷୟରେ ଚିନ୍ତିତ ହୋଇଥିବାରୁ ମୁଁ ପ୍ରଭୁଙ୍କଠାରେ ଆନନ୍ଦିତ। ତୁମ୍ଭେମାନେ ମୋ’ ବିଷୟରେ ଚିନ୍ତା କରୁଥିଲ, କିନ୍ତୁ ତାହା ଦେଖାଇବା ପାଇଁ ସୁଯୋଗ ପାଇ ନ ଥିଲ। 11 ମୁଁ ଏପରି କହିବାର କାରଣ ନୁହେଁ ଯେ ମୁଁ କୌଣସି ବିଷୟ ଗ୍ଭହୁଁଛି। କାରଣ ମୋରବର୍ତ୍ତମାନ ଯାହା ଅଛି ଏବଂ ଯାହା ମୋ’ ପାଇଁ ଘଟୁଛି, ସେଥିରେ ସନ୍ତୁଷ୍ଟ ରହିବାକୁ ମୁଁ ଶିଖିଛି। 12 ଅଭାବରେ ମୁଁ ଚଳିବା ଜାଣିଛି। ପ୍ରଚୁରତାରେ କିପରି ରହିବାକୁ ହୁଏ, ତାହା ମଧ୍ୟ ମୁଁ ଜାଣେ। ପ୍ରତ୍ୟେକ ସମୟରେ ଓ ପ୍ରତ୍ୟେକ ଘଟଣାରେ ଆନନ୍ଦିତ ହେବାର ରହସ୍ୟ ମୁଁ ଜାଣେ। ଯେତେବେଳେ ମୋର ଖାଇବା ପାଇଁ ଯଥେଷ୍ଟ ଥାଏ କିଅବା ଯେତେବେଳେ ଯଥେଷ୍ଟ ନ ଥାଏ, ଯେତେବେଳେ ମୋର ପ୍ରଚୁର ଥାଏ ବା ଯେତେବେଳେ ମୋର ଅଭାବ ଥାଏ, ସେତେବେଳେ କିପରି ଆନନ୍ଦିତ ହୋଇପାରିବି, ତାହା ମୁଁ ଜାଣେ। 13 ଖ୍ରୀଷ୍ଟଙ୍କଠାରୁ ମୋତେ ଶକ୍ତି, ପ୍ରଦତ୍ତ ହୋଇଥିବାରୁ, ତାଙ୍କ ମାଧ୍ୟମରେ ମୁଁ ସବୁକିଛି କରିବାକୁ ସକ୍ଷମ।

14 କିନ୍ତୁ ମୋର ସାହାଯ୍ୟ ଦରକାର ଥିଲାବେଳେ, ତୁମ୍ଭେମାନେ ମୋତେ ସାହାଯ୍ୟ କରି ଭଲ କରିଛ। 15 ମୁଁ ଯେତେବେଳେ ସେଠାରେ ସୁସମାଗ୍ଭର ପ୍ରଗ୍ଭର ଆରମ୍ଭ କଲି, ସେତେବେଳେ ତୁମ୍ଭେ ଫିଲି‌ପ୍‌ପୀବାସୀ, ତାହା ମନେ ରଖିଛ। ମୁଁ ଯେତେବେଳେ ମାକିଦନିଆ ଛାଡ଼ିଲି, ସେତେବେଳେ କେବଳ ତୁମ୍ଭର ମଣ୍ଡଳୀ ମୋତେ ସାହାଯ୍ୟ ଦେଇଥିଲା। 16 ଥେସଲନୀକୀ ନଗରରେ ଥିଲାବେଳେ ତୁମ୍ଭେମାନେ ଅନେକ ଥର ମୋର ଆବଶ୍ୟକତା ପୂରଣ କରିବାକୁ ଜିନିଷମାନ ପଠାଇଛ। 17 ମୁଁ ତୁମ୍ଭ ଉପହାର ପାଇଁ ଲାଳାୟିତ ନୁହେଁ କିନ୍ତୁ ମୁଁ ଗ୍ଭହେଁ ଯେ, ଦେବା ଦ୍ୱାରା ଯେଉଁ ଲାଭ ମିଳେ, ତାହା ତୁମ୍ଭେ ପାଅ। 18 ମୋରସମସ୍ତ ଆବଶ୍ୟକୀୟ ଜିନିଷ ମୋ’ ପାଖରେ ଅଛି। ଏପାଫ୍ରାଦିତଙ୍କ ଦ୍ୱାରା ତୁମ୍ଭେମାନେ ଉପହାରମାନ ପଠାଇଥିବାରୁ ମୋ’ ପାଖରେ ମୋର ଆବଶ୍ୟକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ୱରଙ୍କୁ ଅର୍ପଣ କରାଯାଇଛି। 19 ପରମେଶ୍ୱର ସେଗୁଡ଼ିକୁ ଗ୍ରହଣ କରନ୍ତି ଓ ତାହା ତାହାଙ୍କୁ ପ୍ରସନ୍ନ କରେ। ଯୀଶୁଙ୍କ ଧନରେ ମୋ’ ପରମେଶ୍ୱର ଅତି ଧନୀ। ତୁମ୍ଭର ସମସ୍ତ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ଲାଗି ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାଙ୍କ ଧନର ବ୍ୟବହାର କରିବେ। 20 ଆମ୍ଭର ପରମେଶ୍ୱରଙ୍କ ମହିମା ଗୌରବ ସଦାସର୍ବଦା ହେଉ। ଆମେନ୍!

21 ଖ୍ରୀଷ୍ଟଙ୍କଠାରେ ପରମେଶ୍ୱରଙ୍କ ପ୍ରତ୍ୟେକ ପବିତ୍ର ଲୋକକୁ ନମସ୍କାର। ମୋ’ ସହିତ ଥିବା ପରମେଶ୍ୱରଙ୍କ ଲୋକମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। 22 ପରମେଶ୍ୱରଙ୍କ ସମସ୍ତ ଲୋକ ଓ ବିଶେଷ ଭାବରେ ଯେଉଁମାନେ କାଇସରଙ୍କ ପ୍ରାସାଦରେ ଅଛନ୍ତି, ସେହି ବିଶ୍ୱାସୀମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଇଛନ୍ତି।

23 ତୁମ୍ଭ ସମସ୍ତଙ୍କ ସହିତ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ରହିଥାଉ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center