M’Cheyne Bible Reading Plan
ଗିବିୟୋନୀୟମାନେ ଯିହୋଶୂୟଙ୍କୁ ଠକିଲେ
9 ଯର୍ଦ୍ଦନ ପଶ୍ଚିମ ପାରିସ୍ଥ ସମୁଦାୟ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ୟସାଗରର ଉପକୂଳ ବର୍ତ୍ତୀ ଲିବାନୋନ୍ର ଦୂର ଅଞ୍ଚଳରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀୟ, ଇମୋରୀୟ, କିଣାନୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ରାଜଗଣ ବିଷୟରେ ଏହି କଥା ଶୁଣିଲେ। 2 ସେମାନେ ଯିହୋଶୂୟ ଓ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ, ଏକତ୍ରିତ ହେଲେ ଓ ସୈନ୍ୟବାହିନୀରେ ଯୋଗ ଦେଲେ।
3 ଯିରୀହୋ ପ୍ରତି ଓ ଅୟ ପ୍ରତି ଯିହୋଶୂୟ ଯାହା କରିଥିଲେ ଓ କିପରି ପରାସ୍ତ କରିଥିଲେ, ସେ ବିଷୟରେ ଗିବିୟୋନର ଲୋକମାନେ ଶୁଣିଲେ। 4 ତା'ପରେ ସେମାନେ କପଟଭାବରେ କାର୍ଯ୍ୟ କଲେ। ସେମାନେ ପୁରୁଣା ଅଖା ଓ ତାଳିପକା ଦ୍ରାକ୍ଷାକୁମ୍ପା ଗଧ ଉପରେ ନଦିଲେ। 5 ସେମାନେ ମଧ୍ୟ ପାଦରେ ପୁରୁଣା ତାଳିପକା ଜୋତା ଓ ଦେହରେ ପୁରୁଣା ତାଳିପକା ଲୁଗା ପିନ୍ଧିଲେ। ସେମାନେ ଶୁଖିଲା ଓ ଫିମ୍ପା ରୋଟୀ ଗଧ ଉପରେ ନଦିଲେ। 6 ଏହିପରି ଭାବରେ ସେମାନେ ଗିଲ୍ଗଲ୍ ନିକଟସ୍ଥ
ଯିହୋଶୂୟଙ୍କ ଛାଉଣିକୁ ଯାଇ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, “ଆମ୍ଭେମାନେ ଦୂରଦେଶରୁ ଆସିଛୁ, ତେଣୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଚୁକ୍ତି କର।”
7 ତେଣୁ ଇସ୍ରାଏଲୀୟ ଲୋକମାନେ ହିବ୍ବୀୟ ଲୋକମାନଙ୍କୁ କହିଲେ, “କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ। ଆମ୍ଭେ ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ ନାହିଁ। ଯେପର୍ଯ୍ୟନ୍ତ ଆମ୍ଭେ ନ ଜାଣିଛୁ ତୁମ୍ଭେ କେଉଁଠାରୁ ଆସିଛ।”
8 ଏଥିରେ ହିବ୍ବୀୟମାନେ ଉତ୍ତର ଦେଇ କହିଲେ, “ଆମ୍ଭେ ତୁମ୍ଭମାନଙ୍କର ଦାସ।”
କିନ୍ତୁ ଯିହୋଶୂୟ ପଗ୍ଭରିଲେ, “ତୁମ୍ଭେମାନେ କିଏ? ତୁମ୍ଭେମାନେ କେଉଁଠାରୁ ଆସିଅଛ?”
9 ଲୋକମାନେ ଉତ୍ତର ଦେଲେ, “ଆମ୍ଭେମାନେ ତୁମ୍ଭର ସେବକଗଣ। ଆମ୍ଭେମାନେ ବହୁତ ଦୂର ଦେଶରୁ ଆସିଅଛୁ। ଆମ୍ଭେମାନେ ଆସିଲୁ, କାରଣ ଆମ୍ଭେମାନେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟମାନ ବିଷୟରେ ଶୁଣିଲୁ। ସେ କିପରି ମିଶରରେ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲେ ତାହା ଆମ୍ଭେ ଜାଣିବାକୁ ପାଇଲୁ। 10 ଏବଂ ଯର୍ଦ୍ଦନ ପୂର୍ବପାରିସ୍ଥ ହିଷ୍ବୋନ୍ ରାଜା ସୀହୋନ୍ ଓ ଅଷ୍ଟାରୋତ୍ ନିବାସୀ ବାଶନ ରାଜା, ଓଗ୍, ଇମୋରୀୟମାନଙ୍କ ଦୁଇଜଣ ରାଜାଙ୍କୁ କେମିତି ପରାଜିତ କଲ, ତାହା ସବୁ ଆମ୍ଭେମାନେ ଶୁଣିଅଛୁ। 11 ଏଣୁ ଆମ୍ଭମାନଙ୍କର ପ୍ରାଚୀନବର୍ଗ ଏବଂ ଆମ୍ଭମାନଙ୍କ ଦେଶରେ ଲୋକମାନେ କହିଲେ, ‘ତୁମ୍ଭମାନଙ୍କର ଯାତ୍ରାପାଇଁ ପ୍ରଚୁର ଖାଦ୍ୟ ନେଇ ଯାଅ ଏବଂ ଇସ୍ରାଏଲୀୟମାନଙ୍କ ସହିତ ସାକ୍ଷାତ କର।’ ତାଙ୍କୁ କୁହ, ‘ଆମ୍ଭେମାନେ ତୁମ୍ଭର ଦାସ, ତେଣୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଏକ ଶାନ୍ତି ଚୁକ୍ତି କର।’
12 “ଦେଖ ଆମ୍ଭେ ଘରୁ ଆସିଲାବେଳେ ଆଣିଥିବା ତଟକା ରୋଟୀ କିପରି ଶୁଖି ଫିମ୍ପି ମାରି ଗଲାଣି। 13 ପୁଣି ଦେଖ, ଏହିସବୁ ଦ୍ରାକ୍ଷାରସର କୁମ୍ପା ନୂତନ ଦ୍ରାକ୍ଷା ରସରେ ଭର୍ତ୍ତି କରିଥିଲୁ ତାହା ଫାଟି ଯାଇଛି। ଏବଂ ଆମ୍ଭକୁ ଲକ୍ଷ୍ୟକର, ବହୁତ ଦୂର ଯାତ୍ରା କରିଥିବାରୁ ଆମ୍ଭମାନଙ୍କର ଲୁଗା ଓ ଜୋତା କିପରି ପୁରୁଣା ହୋଇଗଲାଣି।”
14 ତେଣୁ ସେମାନେ ସେମାନଙ୍କର ଖାଦ୍ୟ ନମୁନାକୁ ପରୀକ୍ଷା କଲେ। କିନ୍ତୁ ଏହା ପାଇଁ ସେମାନେ ସଦାପ୍ରଭୁଙ୍କର ଅନୁମତି ଲୋଡ଼ି ନ ଥିଲେ। 15 ଯିହୋଶୂୟ ଶାନ୍ତିଚୁକ୍ତି ପାଇଁ ରାଜି ହୋଇଗଲେ। ସେ ସେମାନଙ୍କୁ ଜୀବିତ ରଖିବାକୁ ରାଜି ହେଲେ। ତେଣୁ ଇସ୍ରାଏଲର ନେତୃବର୍ଗ ସେମାନଙ୍କ ନିକଟରେ ଶପଥ କଲେ।
16 ସେମାନେ ତିନି ଦିନ ପରେ ସେମାନଙ୍କ ସହିତ ଚୁକ୍ତି କଲେ, ଇସ୍ରାଏଲର ଲୋକମାନେ ହୃଦୟଙ୍ଗମ କଲେ ଯେ, ସେମାନେ ଇସ୍ରାଏଲ ଛାଉଣି ନିକଟରେ ବାସ କରୁଛନ୍ତି। 17 ତେଣୁ ଇସ୍ରାଏଲର ଲୋକମାନେ ସେ ଲୋକମାନେ ଯେଉଁଠାରେ ବାସ କରୁଥିଲେ, ସେହି ସ୍ଥାନକୁ ଗଲେ ଏବଂ ତୃତୀୟ ଦିନ, ଗିବିୟୋନ, କଫୀରା, ବେରୋତ୍ ଓ କିରିୟତ୍ଯିଆରିମ୍ ନଗରମାନଙ୍କୁ ଆସିଲେ। 18 କିନ୍ତୁ ଇସ୍ରାଏଲର ସୈନ୍ୟମାନେ ସେହିସବୁ ନଗର ବିରୁଦ୍ଧରେ ଯୁଦ୍ଧ କରିବାକୁ ରାଜି ହେଲେ ନାହିଁ। କାରଣ ଇସ୍ରାଏଲର ନେତୃବର୍ଗ, ଏପରି ନ କରିବାକୁ ସଦାପ୍ରଭୁଙ୍କ ଆଗରେ ଶପଥ କରିଥିଲେ।
ତେଣୁ ସମସ୍ତ ଇସ୍ରାଏଲୀୟଗଣ ସେମାନଙ୍କର ନେତୃବର୍ଗ ବିରୁଦ୍ଧରେ ଶାନ୍ତି ଚୁକ୍ତି ପାଇଁ ଅଭିଯୋଗ କଲେ। 19 କିନ୍ତୁ ଅଧିପତିଗଣ କହିଲେ, “ଆମ୍ଭେମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଗରେ ଶପଥ କରିଅଛୁ। ତେଣୁ ଏବେ ସେମାନଙ୍କର କ୍ଷତି କରି ପାରିବୁ ନାହିଁ। 20 ଆମ୍ଭେମାନେ ଏହି ଲୋକମାନଙ୍କ ପ୍ରତି ଏହା କରିବା, ଆମ୍ଭେ ସେମାନଙ୍କୁ ଜୀବିତ ରଖିବା, ଆମ୍ଭେମାନେ ଏହି ଲୋକମାନଙ୍କ ସହିତ ଚୁକ୍ତି କରିଅଛୁ ଏବଂ ଯଦି ଆମ୍ଭେ ଏହାକୁ ଭଙ୍ଗ କରୁ, ସଦାପ୍ରଭୁ ଆମ୍ଭମାନଙ୍କ ଉପରେ ରାଗିବେ। 21 ତେଣୁ ସେମାନଙ୍କୁ ଜୀବିତ ଛାଡ଼ିଦିଅ। କିନ୍ତୁ ସେମାନେ ଆମ୍ଭର ସେବକଗଣ ହେବେ। ସେମାନଙ୍କୁ ଆମ୍ଭମାନଙ୍କ ପାଇଁ କାଠ କାଟିବାକୁ ଦିଅ ଓ ଆମ୍ଭର ଲୋକମାନଙ୍କ ପାଇଁ ପାଣି ଆଣନ୍ତୁ।” ତେଣୁ ଅଧିପତିମାନେ ସେମାନଙ୍କର ଶପଥ ଭାଙ୍ଗିଲେ ନାହିଁ।
22 ଯିହୋଶୂୟ ଗିବିୟୋନୀୟମାନଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଆମ୍ଭକୁ କାହିଁକି ମିଛ କହିଲ? ଆମ୍ଭର ସେନା ଛାଉଣି ନିକଟରେ ତୁମ୍ଭର ଦେଶ, କିନ୍ତୁ ତୁମ୍ଭେମାନେ କହିଲ ଯେ, ତୁମ୍ଭେମାନେ ବହୁତ ଦୂରରୁ ଆସିଅଛ। 23 ଏଥିନିମନ୍ତେ ତୁମ୍ଭେମାନେ ଶାପଗ୍ରସ୍ତ ହେଲ। ତୁମ୍ଭେମାନେ ମୋର ପରମେଶ୍ୱରଙ୍କ ଗୃହର କାଠ କଟାଳୀ ଓ ଜଳ କଢ଼ାଳୀ ହୋଇ ସବୁଦିନ ପାଇଁ ରହିବ।”
24 ଗିବିୟୋନୀୟମାନେ ଉତ୍ତର ଦେଲେ, “ଆମ୍ଭେମାନେ ତୁମ୍ଭ ସମ୍ମୁଖରେ ମିଛ କହିଲୁ କାରଣ ଆମ୍ଭେମାନେ ତୁମ୍ଭକୁ ଭୟ କରିଗଲୁ, କାଳେ ତୁମ୍ଭେ ଆମ୍ଭକୁ ମାରି ଦେବ। ଆମ୍ଭେ ଜାଣିବାକୁ ପାଇଲୁ ଯେ ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦେବାକୁ ଓ ତୁମ୍ଭମାନଙ୍କ ସମ୍ମୁଖରୁ ଏହି ଦେଶବାସୀ ସମସ୍ତ ଲୋକଙ୍କୁ ବିନାଶ କରିବାକୁ ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଆଜ୍ଞା ଦେଇଥିଲେ। ତେଣୁ ଆମ୍ଭର ଜୀବନ ଭୟରେ ଆମ୍ଭେ ତୁମ୍ଭ ନିକଟରେ ମିଥ୍ୟା କହିଲୁ। 25 ବର୍ତ୍ତମାନ ଆମ୍ଭେ ତୁମ୍ଭର ଅଧୀନ। ତୁମ୍ଭ ପକ୍ଷେ ଆମ୍ଭ ପାଇଁ ଯାହା ଉଚିତ୍ ତାହା କର।”
26 ତେଣୁ ଗିବିୟୋନୀୟମାନେ ସେମାନଙ୍କର କ୍ରୀତଦାସ ହୋଇ ରହିଲେ। କିନ୍ତୁ ଯିହୋଶୂୟ ସେମାନଙ୍କୁ ଜୀବିତ ରଖିଲେ। ଯିହୋଶୂୟ ସେ ଲୋକମାନଙ୍କୁ ମାରିବା ପାଇଁ ତାଙ୍କ ଲୋକମାନଙ୍କୁ ଅନୁମତି ଦେଇ ନ ଥିଲେ। 27 ଯିହୋଶୂୟ ଗିବିୟୋନୀୟମାନଙ୍କୁ ଇସ୍ରାଏଲ ପାଇଁ କ୍ରୀତଦାସ ଭାବେ ଗ୍ରହଣ କଲେ। ଆଉ ସେହି ଦିନଠାରୁ ସଦାପ୍ରଭୁଙ୍କ ଯଜ୍ଞବେଦିରେ ଇସ୍ରାଏଲ ଲୋକମାନଙ୍କ ପାଇଁ କାଠ କଟାଳୀ ଓ ଜଳ କଢ଼ାଳୀରୂପେ କାର୍ଯ୍ୟ କଲେ। ସଦାପ୍ରଭୁ ଏହା କରାଇବାକୁ ଯେବେ ପସନ୍ଦ କଲେ। ସେମାନେ ଆଜି ପର୍ଯ୍ୟନ୍ତ ଦାସ ଅଟନ୍ତି।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
140 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
ଦୌରାତ୍ମ୍ୟକାରୀ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
2 ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି।
ସେମାନେ ପ୍ରତ୍ୟେକ ଦିନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।
3 ସେମାନଙ୍କର ଜିହ୍ୱା ବିଷଧର ସର୍ପପରି,
ଯେପରି ସେମାନଙ୍କର ଜିହ୍ୱାତଳେ ନାଗର ଗରଳ ରହିଛି। ସେଲା
4 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଦୌରାତ୍ମ୍ୟକାରୀମାନଙ୍କଠାରୁ ମୋତେ ସୁରକ୍ଷା ଦିଅ।
ଯେଉଁମାନେ ମୋ’ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦେବା ପାଇଁ ଯୋଜନା କରୁଛନ୍ତି।
5 ସେହି ଗର୍ବୀ ଲୋକମାନେ ମୋ’ ପାଇଁ ଫାନ୍ଦ ବିଛାଇଛନ୍ତି।
ସେମାନେ ମୋତେ ଧରିବା ପାଇଁ ଜାଲ ବିଛାଇଛନ୍ତି।
ସେମାନେ ମୋ’ ପଥରେ ଯନ୍ତା ବିଛାଇଛନ୍ତି। ସେଲା
6 ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋର ପରମେଶ୍ୱର।
ହେ ସଦାପ୍ରଭୁ, ମୋର ପ୍ରାର୍ଥନାକୁ ଗ୍ରହଣ କର।
7 ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ଯିଏକି ମୋତେ ରକ୍ଷା କରେ।
ତୁମ୍ଭେ ମୋର ମସ୍ତକର ରକ୍ଷାକବଚ, ଯାହା ମୋର ଯୁଦ୍ଧ ସମୟରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ।
8 ହେ ସଦାପ୍ରଭୁ, ସେହି ଲୋକମାନେ ଦୁଷ୍ଟ ପ୍ରକୃତିର।
ସେମାନଙ୍କର ଇଚ୍ଛା ପୂର୍ଣ୍ଣ ହେବାକୁ ଦିଅ ନାହିଁ।
ସେମାନଙ୍କର ଯୋଜନାକୁ ସଫଳ ହେବାକୁ ଦିଅ ନାହିଁ। ସେଲା
9 ହେ ସଦାପ୍ରଭୁ, ମୋର ଶତ୍ରୁମାନଙ୍କୁ ବିଜୟ କରାଅ ନାହିଁ।
ସେହି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ।
ସେମାନଙ୍କ ମନ୍ଦ ଯୋଜନା ତୁମ୍ଭେ ସେହିଠାରେ ଶେଷ କର।
10 ସେମାନଙ୍କ ମୁଣ୍ଡରେ ଜ୍ୱଳନ୍ତା କୋଇଲା ପଡ଼ୁ।
ମୋର ଶତ୍ରୁମାନଙ୍କୁ ଅଗ୍ନିରେ ନିକ୍ଷେପ କର।
ସେମାନେ ଯେପରି ଉଠିପାରିବେ ନାହିଁ ଏଥିପାଇଁ ତାଙ୍କୁ ଗଭୀର ଗର୍ଭରେ ନିକ୍ଷେପ କର।
11 ସଦାପ୍ରଭୁ, ସେହି ମିଥ୍ୟାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ।
ସେମାନଙ୍କୁ ଆକସ୍ମିକ ବିପତ୍ତି ଶିକାର କରିନେଉ।
12 ମୁଁ ଜାଣେ ଯେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ
ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।
13 ହେ ସଦାପ୍ରଭୁ, ଧାର୍ମିକ ଲୋକମାନେ ତୁମ୍ଭ ନାମର ପ୍ରଶଂସା କରିବେ।
ଧାର୍ମିକ ଲୋକମାନେ ତୁମ୍ଭର ଉପସ୍ଥିତିରେ ବଞ୍ଚିବେ।
ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।
141 ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ।
ଯେତେବେଳେ ମୁଁ ଡାକୁଛି ସେତେବେଳେ ତୁମ୍ଭେ ମୋର ପ୍ରାର୍ଥନାରେ କର୍ଣ୍ଣପାତ କର।
ଯଥା ଶୀଘ୍ର ମୋତେ ସାହାଯ୍ୟ କର।
2 ସଦାପ୍ରଭୁ, ଜଳୁଥିବା ଧୂପକାଠିର ସୁଗନ୍ଧି ଧୂପ ପରି ମୋର ପ୍ରାର୍ଥନାକୁ ଗ୍ରହଣ କର।
ସନ୍ଧ୍ୟା ବେଳର ଉତ୍ସର୍ଗ ପରି, ମୁଁ ମୋର ହାତ ବଢ଼ାଇ କରୁଥିବା ପ୍ରାର୍ଥନାକୁ ଗ୍ରହଣ କର।
3 ହେ ସଦାପ୍ରଭୁ, ମୁଖ ଆଗର ପ୍ରହରୀ, ମୋତେ ସାହାଯ୍ୟ କର।
କୌଣସି ପାପପୂର୍ଣ୍ଣ କଥା କହିବାଠାରୁ ମୋତେ ରକ୍ଷା କର।
4 ମୋତେ ମନ୍ଦକାର୍ଯ୍ୟ କରିବାର ଇଚ୍ଛା ଦିଅ ନାହିଁ।
ଦୁଷ୍ଟ ସାଙ୍ଗ ଓ ତାଙ୍କର ଖାଦ୍ୟ ଏବଂ ମନ୍ଦକାର୍ଯ୍ୟରେ ମୋତେ ମିଶିବା ପାଇଁ ବନ୍ଦ କର।
ଏପରି ସେମାନଙ୍କର ଭୋଜିଠାରୁ ଦୂରରେ ରହିବାକୁ ମୋତେ ସାହାଯ୍ୟ କର।
5 ଗୋଟିଏ ଧାର୍ମିକ ଲୋକ ମୋତେ ସୁଧାରି ପାରେ।
ତାହା ତାଙ୍କ ପ୍ରତି ବହୁତ ଦୟା ହେବ।
ଯଦି ସେ ମୋତେ ସମାଲୋଚନା କରେ,
ମୁଁ ଏହା ହାର୍ଦ୍ଦିକ ସ୍ୱାଗତ[a] ଭଳି ଗ୍ରହଣ କରିବି।
କିନ୍ତୁ ମୁଁ ସର୍ବଦା ଦୁଷ୍ଟମାନେ କରୁଥିବା କୁକର୍ମ ବିରୁଦ୍ଧରେ ପ୍ରାର୍ଥନା କରେ।
6 ସେମାନଙ୍କର ନ୍ୟାୟଧୀଶମାନଙ୍କୁ ପର୍ବତର ଶୀର୍ଷରୁ ଫିଙ୍ଗା ଯାଉ।
ତେବେ ଲୋକମାନେ ଜାଣିବେ ଯେ, ମୁଁ ସତ୍ୟ କହିଅଛି।
7 ଗ୍ଭଷୀମାନେ ଭୂମିରେ ହଳ କରିଥିବା ପଥରପରି,
ଠିକ୍ ସେହିପ୍ରକାର ଆମ୍ଭମାନଙ୍କର ଅସ୍ଥିସବୁ କବରରେ ମିଶିଯିବ।
8 ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭ ଆଡ଼େ ଗ୍ଭହୁଁ ଅଛି।
ମୁଁ ସୁରକ୍ଷା ପାଇଁ ତୁମ୍ଭ ଆଡ଼େ ଗ୍ଭହିଁଅଛି।
ତେଣୁ ମୋତେ ମୃତ୍ୟୁବରଣ କରିବାକୁ ଦିଅ ନାହିଁ।
9 ମନ୍ଦ ଲୋକମାନେ ମୋ’ ପାଇଁ ଫାଶ ବସାନ୍ତି।
ସେମାନଙ୍କର ଫାଶରେ ମୋତେ ପଡ଼ିବା ପାଇଁ ଦିଅ ନାହିଁ।
10 ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ।
ସେହି ଅବସରରେ ମୁଁ ରକ୍ଷା ପାଏ।
3 “ଯଦି କୌଣସି ପୁରୁଷ ତା'ର ସ୍ତ୍ରୀକୁ ପରିତ୍ୟାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ୟାଗ କରି ଅନ୍ୟ ପୁରୁଷକୁ ବିବାହ କରେ
ତେବେ ତା'ର ସ୍ୱାମୀ କ’ଣ ପୁନର୍ବାର ତାହା ନିକଟକୁ ଆସିବ?
ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତେବେ ସେହି ଦେଶ ଅତ୍ୟନ୍ତ ‘ଅଶୁଚି’ ହେବ।
ହେ ଯିହୁଦା, ତୁମ୍ଭେ ଅନେକ ଉପପତି ସଙ୍ଗେ ବ୍ୟଭିଗ୍ଭର କରିଅଛ।
ଆଉ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସିବାକୁ ଗ୍ଭହୁଁଅଛ।”
ଏହା ସଦାପ୍ରଭୁ କହନ୍ତି।
2 “ନିଷ୍ଫଳ ପର୍ବତକୁ ଦେଖ।
କେଉଁଠାରେ ତୁମ୍ଭେ ବ୍ୟଭିଗ୍ଭର କରି ନାହଁ?
ଯେପରି ଜଣେ ଆରବୀୟ ଲୋକ ପ୍ରାନ୍ତରରେ ବସେ,
ସେହିପରି ତୁମ୍ଭେ ସେମାନଙ୍କ ନିମନ୍ତେ ରାଜପଥରେ ବସିଅଛ।
ଆଉ ତୁମ୍ଭେ ଆପଣା ଅବିଶ୍ୱାସନୀୟତା
ଓ ଦୁଷ୍କର୍ମ ଦ୍ୱାରା ଦେଶକୁ ‘ଅଶୁଚି’ କରିଅଛ।
3 ତୁମ୍ଭର ପାପକର୍ମ ଯୋଗୁଁ ବୃଷ୍ଟି ନିବୃତ୍ତ ହୋଇଅଛି।
ବସନ୍ତକାଳୀନ ବର୍ଷା ଆସି ନାହିଁ।
କିନ୍ତୁ ତୁମ୍ଭେ ଜଣେ ବେଶ୍ୟାର ଭଂଗୀ ଓ ଲଜ୍ଜାହୀନ ଗ୍ଭହାଣି ବଜାୟ ରଖିଛ
ଓ ଲଜ୍ଜିତ ହେବାକୁ ଅସ୍ୱୀକାର କରୁଛ।
4 କିନ୍ତୁ ତୁମ୍ଭେ ଆମ୍ଭକୁ ଏହି ସମୟଠାରୁ ପ୍ରାର୍ଥନା କରି କହିବ, ହେ ମୋର ‘ପିତା’,
‘ତୁମ୍ଭେ ମୋର ବାଲ୍ୟକାଳର ପଥପ୍ରଦର୍ଶକ।’
5 ତୁମ୍ଭେ ପୁଣି କୁହ, ‘ପରମେଶ୍ୱର କ’ଣ ସଦାକାଳ କୃଦ୍ଧ ହୋଇଥିବେ?
ତାଙ୍କର କ୍ରୋଧ ଚିରକାଳ ରହିବ ନାହିଁ।’
“ଆଉ ତୁମ୍ଭେ କଥା କହୁଅଛ ତଥାପି ଦୁଷ୍କର୍ମ କରିବାରେ ଲାଗିଛ
ଏବଂ ନିଜ ପଥରେ ଗ୍ଭଲିଛ।”
ଇସ୍ରାଏଲ ଓ ଯିହୁଦା ଦୁଇ ବିଶ୍ୱାସଘାତିନୀ ଭଉଣୀ
6 ଯିହୁଦାରେ ଯୋଶିୟ ରାଜାଙ୍କ ଶାସନ କାଳରେ, ସଦାପ୍ରଭୁ ମୋତେ କହିଲେ, “ବିପଥଗାମିନୀ ଇସ୍ରାଏଲ ଯାହା କରିଅଛ, ତାହା କ’ଣ ତୁମ୍ଭେ ଦେଖିଅଛ? ସେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ଯାଇ ବ୍ୟଭିଗ୍ଭର କରିଅଛି। 7 ସେ ଏହିସବୁ ଅପକର୍ମ କଲାପରେ ମୁଁ ଇସ୍ରାଏଲକୁ କହିଲି, ‘ତୁମ୍ଭେ ମୋ’ ନିକଟକୁ ଫେରି ଆସିବା ଉଚିତ୍? ମାତ୍ର ସେ ଫେରି ଆସିଲା ନାହିଁ ଆଉ ତାହାର ବିଶ୍ୱାସଘାତିନୀ ଭଉଣୀ ଯିହୁଦା ଏହା ଦେଖିଲା। 8 ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇସ୍ରାଏଲ ବ୍ୟଭିଗ୍ଭର କରିବା ହେତୁ ଆମ୍ଭେ ତାକୁ ଛାଡ଼ପତ୍ର ଦେଲେ ହେଁ, ତାହା ବିଶ୍ୱାସଘାତିନୀ ଭଉଣୀ ଯିହୁଦା ଭୟ କଲା ନାହିଁ। ସେ ମଧ୍ୟ ଯାଇ ବ୍ୟଭିଗ୍ଭର କଲା। 9 ଯିହୁଦା ବେଖାତିରି କରି ବ୍ୟଭିଗ୍ଭର କଲା ଓ ଦେଶକୁ ‘ଅଶୁଚି’ କଲା। ଆଉ ସେ ମଧ୍ୟ କାଠ ଓ ପଥର ସଙ୍ଗେ ବ୍ୟଭିଗ୍ଭର କଲା। 10 ଏସବୁ ସତ୍ତ୍ୱେ ଇସ୍ରାଏଲର ବିଶ୍ୱାସଘାତିନୀ ଭଉଣୀ ଯିହୁଦା ସର୍ବାନ୍ତଃକରଣରେ ଆମ୍ଭ ନିକଟକୁ ଆସିଲା ନାହିଁ। ମାତ୍ର ସେ ଆମ୍ଭ ନିକଟକୁ ଆସିଛି ବୋଲି କେବଳ ଛଳନା କଲା।” ଏହା ସଦାପ୍ରଭୁ କହନ୍ତି।
11 ଆଉ ସଦାପ୍ରଭୁ ମୋତେ କହିଲେ, “ବିପଥଗାମିନୀ ଇସ୍ରାଏଲ ବିଶ୍ୱାସଘାତିନୀ ଯିହୁଦା ଅପେକ୍ଷା ନିଜକୁ ଅଧିକ ଧାର୍ମିକା ଦେଖାଇଅଛି। 12 ତେଣୁ ହେ ଯିରିମିୟ, ତୁମ୍ଭେ ଉତ୍ତର ଦିଗଆଡ଼େ ଯାଇ ଏହି କଥା ପ୍ରଗ୍ଭର କର ଏବଂ କୁହ,
“‘ହେ ବିପଥଗାମିନୀ ଇସ୍ରାଏଲ,
ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଫେରି ଆସ,
ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ।
ଆମ୍ଭେ ଦୟାବାନ,’
କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।’
13 ସଦାପ୍ରଭୁ କହନ୍ତି, “ଯାହା ହେଉ ତୁମ୍ଭେ ଜାଣିବା ଉଚିତ୍ ଯେ,
ତୁମ୍ଭେ ଭୁଲ୍ କରିଛ,
ତୁମ୍ଭେ ବିଦେଶୀମାନଙ୍କ ପାଖକୁ ଯାଇ
ଏବଂ ସେମାନଙ୍କ ସହିତ
ପ୍ରତ୍ୟେକ ହରିତ୍ ବୃକ୍ଷତଳେ ବେଶ୍ୟାବୃତ୍ତି କରି
ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛ।”
ତୁମ୍ଭେ ମୋର କଥା ମାନିଲ ନାହିଁ।
14 ସଦାପ୍ରଭୁ କହନ୍ତି, “ହେ ବିପଥଗାମୀ ସନ୍ତାନଗଣ, ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ, କାରଣ ଆମ୍ଭେ ତୁମ୍ଭମାନଙ୍କର ସ୍ୱାମୀ। ଆମ୍ଭେ ପ୍ରତି ନଗରରୁ ଏକ ଜଣ ଓ ପ୍ରତି ଗୋଷ୍ଠୀ ମଧ୍ୟରୁ ଦୁଇଜଣ କରି ତୁମ୍ଭମାନଙ୍କୁ ସିୟୋନକୁ ଆଣିବା। 15 ତା'ପରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ନୂତନ ପାଳକଗଣ ଦେବା, ଯେଉଁମାନେ କି ଆମ୍ଭ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ହେବେ। ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମ୍ଭମାନଙ୍କୁ ଚଲାଇବେ। 16 ଅନନ୍ତର ସଦାପ୍ରଭୁ କହନ୍ତି, ସେ ସମୟରେ ଯେତେବେଳେ ତୁମ୍ଭେମାନେ ବର୍ଦ୍ଧିଷ୍ଣୁ ଓ ବହୁବଂଶ ହେବ।”
“ସେତେବେଳେ ଲୋକମାନେ ‘ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବିଷୟରେ ଆଉ କହିବେ ନାହିଁ। କିଅବା ତାହା ମନରେ ପଡ଼ିବ ନାହିଁ।’ ଅଥବା ସେମାନେ ତାହା ସ୍ମରଣ କରିବେ ନାହିଁ। କି ତାହା ନିକଟକୁ ଯିବେ ନାହିଁ ଅଥବା ତାହା ଆଉ ନିର୍ମିତ ହେବ ନାହିଁ। 17 ଆଉ ସେ ସମୟରେ ଲୋକମାନେ ଯିରୁଶାଲମକୁ ‘ସଦାପ୍ରଭୁଙ୍କ ସିଂହାସନ’ ବୋଲି କହିବେ। ସମଗ୍ର ଦେଶୀୟମାନେ ସଦାପ୍ରଭୁଙ୍କ ନାମରେ ସମ୍ମାନ ଜଣାଇବାକୁ ଯିରୁଶାଲମରେ ଏକତ୍ରିତ ହେବେ। ପୁଣି ସେମାନେ ନିଜର ଅନ୍ତଃକରଣରେ ଦୁଷ୍ଟାଗ୍ଭର ଅବାଧ୍ୟତା ଆଉ ଅନୁସରଣ କରିବେ ନାହିଁ। 18 ସେ ସମୟରେ ଯିହୁଦା ବଂଶ ଇସ୍ରାଏଲ ବଂଶ ସହିତ ଏକତ୍ର ଗମନ କରିବେ। ଆଉ ସେମାନେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ ଆସିବେ।”
19 ଆମ୍ଭେ ସଦାପ୍ରଭୁ କହୁଅଛୁ,
“ଆମ୍ଭେ ତୁମ୍ଭମାନଙ୍କୁ ନିଜ ସନ୍ତାନ ପରି ବ୍ୟବହାର କରିବା,
ନାନା ଦେଶୀୟମାନଙ୍କର ପରମ ରତ୍ନସ୍ୱରୂପ
ଏକ ମନୋରମ ଦେଶ ତୁମ୍ଭମାନଙ୍କୁ ଦାନ କରିବା।
ପୁଣି ଆମ୍ଭେ କହିଲୁ, ତୁମ୍ଭେମାନେ ଆମ୍ଭକୁ ‘ପିତା’ ବୋଲି ଡାକିବ
ଓ ଆମ୍ଭକୁ ସର୍ବଦା ଅନୁସରଣ କରିବ।
20 ସଦାପ୍ରଭୁ କହନ୍ତି, ଯେପରି କୌଣସି ସ୍ତ୍ରୀ ନିଜ ସ୍ୱାମୀ ପ୍ରତି ବିଶ୍ୱାସଘାତକତା କରି ପରିତ୍ୟାଗ କରେ,
ତୁମ୍ଭେ ଇସ୍ରାଏଲ ସେହିପରି ଆମ୍ଭ ପ୍ରତି ବିଶ୍ୱାସଘାତକତା କରିଅଛ।
21 ବୃକ୍ଷଶୂନ୍ୟ ପାହାଡ଼ ଉପରେ ଇସ୍ରାଏଲ ଲୋକମାନଙ୍କର ରୋଦନ ତୁମ୍ଭେମାନେ ଶୁଣିବ।
ସେମାନେ ଜୋର୍ରେ ଚିତ୍କାର କରୁଛନ୍ତି, ଏବଂ କରୁଣା ପାଇଁ ପ୍ରାର୍ଥନା କରୁଛନ୍ତି।
କାରଣ ସେମାନେ କୁଟିଳ ପଥଗାମୀ ହୋଇଛନ୍ତି
ଓ ସେମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ପାଶୋରି ଦେଇଛନ୍ତି।
22 ଆଉମଧ୍ୟ ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ଆମ୍ଭ ପ୍ରତି ଅବିଶ୍ୱସ୍ତ ହୋଇଅଛ।
ମାତ୍ର ତୁମ୍ଭେମାନେ ଫେରି ଆସ, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପୀ ରୋଗକୁ ଆରୋଗ୍ୟ କରିବା।”
“ଆଉ ତୁମ୍ଭେମାନେ କହିବ, ‘ହଁ, ଆମ୍ଭେମାନେ ତୁମ୍ଭ ନିକଟକୁ ଆସିଅଛୁ,
କାରଣ ତୁମ୍ଭେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟ।”
23 ଉପପର୍ବତସମୂହରେ ପ୍ରତିମା ପୂଜା ନିର୍ବୋଧତା ଥିଲା।
ପର୍ବତମାନଙ୍କର ଉପରିସ୍ଥ କୋଳାହଳ ଜନିତ ସମାରୋହ ବ୍ୟର୍ଥ ଥିଲେ।
ମାତ୍ର ଏହା ନିଶ୍ଚିତ ଯେ ପରମେଶ୍ୱର ସଦାପ୍ରଭୁଙ୍କଠାରେ
ଇସ୍ରାଏଲର ପରିତ୍ରାଣ ଅଛି।
24 ମାତ୍ର ସେ ଲଜ୍ଜାସ୍ପଦ ବାଲ୍ଦେବତା
ଆମ୍ଭମାନଙ୍କର ବାଲ୍ୟକାଳରୁ
ଆମ୍ଭମାନଙ୍କ ପିତୃପୁରୁଷଗଣର ଶ୍ରମଫଳ, ସେମାନଙ୍କ ଗୋମେଷାଦି ପଲ,
ସେମାନଙ୍କର ପୁତ୍ର ଓ କନ୍ୟାଗଣକୁ ଭକ୍ଷ୍ୟଣ କରିଅଛି।
25 ଆମ୍ଭେମାନେ ନିଜ ଲଜ୍ଜାରେ ଅବନତ ହେଉ।
ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ।
କାରଣ ଆମ୍ଭେମାନେ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ବାଲ୍ୟକାଳରୁ ଅଦ୍ୟାବଧି
ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ।
ଆଉ ଆମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ।
ଆଉ ଆମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରିଅଛୁ।’”
ମୋଶା ଓ ଏଲିୟଙ୍କ ସହିତ ଯୀଶୁ
(ମାର୍କ 9:2-13; ଲୂକ 9:28-36)
17 ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କର ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ ଓ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ ସେମାନେ ସମସ୍ତେ ଥିଲେ। 2 ସେମାନଙ୍କ ଆଗରେ ଯୀଶୁଙ୍କ ସ୍ୱରୂପ ବଦଳିଗଲା। ତାହାଙ୍କର ମୁଖ ସୂର୍ଯ୍ୟ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦେଖାଗଲା। 3 ହଠାତ୍ ସେ ସ୍ଥାନରେ ଦୁଇଜଣ ବ୍ୟକ୍ତି ଆସି ଯୀଶୁଙ୍କ ସହିତ କଥାବାର୍ତ୍ତା ହେଲେ। ସେମାନେ ଏଲିୟ ଓ ମୋଶା[a] ଥିଲେ।
4 ଏହା ଦେଖି ପିତର ଯୀଶୁଙ୍କୁ କହିଲେ, “ହେ ପ୍ରଭୁ, ଭଲ ହେଲା ଯେ, ଆମ୍ଭେ ଏଠାରେ ଅଛୁ। ଆପଣ ଗ୍ଭହିଁଲେ ମୁଁ ଏଠାରେ ତିନୋଟି ତମ୍ବୁ ଟାଣି ଦେବି। ସେଥିରୁ ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।”
5 ପିତର ଏ କଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ୱଳ ମେଘଖଣ୍ଡ ଆସି ସେମାନଙ୍କୁ ଢାଙ୍କି ଦେଲା। ମେଘମଧ୍ୟରୁ ଆକାଶବାଣୀ ହେଲା, “ଏ ହେଉଛନ୍ତି ମୋର ପୁତ୍ର ଯାହାଙ୍କୁ ମୁଁ ପ୍ରେମ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।”
6 ଯୀଶୁଙ୍କ ଶିଷ୍ୟମାନେ ଏ କଥା ଶୁଣି ଅଧିକ ଭୟଭୀତ ହୋଇ ପଡ଼ିଲେ। ସେମାନେ ଭୂଇଁ ଉପରେ ପଡ଼ିଗଲେ। 7 ଯୀଶୁ ଶିଷ୍ୟମାନଙ୍କ ପାଖକୁ ଆସି ସେମାନଙ୍କୁ ଛୁଇଁଦେଲେ। ଯୀଶୁ କହିଲେ, “ଠିଆ ହୁଅ। ଭୟ କର ନାହିଁ।” 8 ଶିଷ୍ୟମାନେ ଉପରକୁ ଗ୍ଭହିଁଲେ, ସେମାନେ ଯୀଶୁଙ୍କ ଛଡ଼ା ଆଉ କାହାରିକୁ ଦେଖିଲେ ନାହିଁ।
9 ଯୀଶୁ ଓ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲାଉଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଦେଶ ଦେଲେ, “ପର୍ବତ ଉପରେ ତୁମ୍ଭେମାନେ ଯାହାସବୁ ଦେଖିଲ, ତାହା କାହାକୁ କହିବ ନାହିଁ। ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନର୍ଜୀବିତ ହେବା ପର୍ଯ୍ୟନ୍ତ ଅପେକ୍ଷା କର। ତା'ପରେ ତୁମ୍ଭେ ଯାହାସବୁ ଦେଖିଛ, ତାହା ଲୋକଙ୍କ ଆଗରେ କହିପାର।”
10 ଯୀଶୁଙ୍କୁ ଶିଷ୍ୟମାନେ ପଗ୍ଭରିଲେ, “ତେବେ ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ, ଖ୍ରୀଷ୍ଟଙ୍କ ପୂର୍ବରୁ ପ୍ରଥମେ ଏଲିୟ ନିଶ୍ଚୟ ଆସିବେ?”
11 ଯୀଶୁ ଉତ୍ତର ଦେଲେ, “ସେମାନେ ଠିକ୍ କହିଛନ୍ତି ଯେ ଏଲିୟ ଆସୁଛନ୍ତି, ସେ ପ୍ରତ୍ୟେକ ବସ୍ତୁକୁ ଠିକ୍ କ୍ରମରେ ରଖିବେ। 12 କିନ୍ତୁ ମୁଁ ତୁମ୍ଭକୁ କହି ଦେଉଛି ଯେ, ଏଲିୟ ଆସି ସାରିଛନ୍ତି। ଲୋକମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ଲୋକମାନେ ଯାହା ଇଚ୍ଛା କଲେ, ତାହାଙ୍କୁ ସେହି ପ୍ରକାର ବ୍ୟବହାର କଲେ। ସେହିଭଳି ମନୁଷ୍ୟପୁତ୍ର ମଧ୍ୟ ସେମାନଙ୍କଠାରୁ ସେହି ପ୍ରକାର ଯାତନା ଭୋଗ କରିବେ।” 13 ତା'ପରେ ତାହାଙ୍କର ଶିଷ୍ୟମାନେ ବୁଝି ପାରିଲେ ଯେ ଯୀଶୁ ଯେଉଁ ବାପ୍ତିଜକ ଯୋହନଙ୍କ ବିଷୟରେ ସେମାନଙ୍କୁ କହିଥିଲେ, ସେ ପ୍ରକୃତରେ ଏଲିୟ।
ଯୀଶୁ ଗୋଟିଏ ଅସୁସ୍ଥ ବାଳକକୁ ସୁସ୍ଥ କରିଦେଲେ
(ମାର୍କ 9:14-29; ଲୂକ 9:37-43କ)
14 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲୋକମାନଙ୍କ ପାଖକୁ ଫେରି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗରେ ଆଣ୍ଠୁ ମାଡ଼ି ପଡ଼ିଗଲା। 15 ସେ କହିଲା, “ପ୍ରଭୁ, ମୋର ପୁଅ ଉପରେ ଦୟା କର। ସେ ମୂର୍ଚ୍ଛା ରୋଗରେ ବଡ଼ କଷ୍ଟ ପାଉଛି। ଅନେକ ସମୟରେ ସେ ନିଆଁରେ କିମ୍ବା ପାଣିରେ ପଡ଼ି ଯାଉଛି। 16 ମୁଁ ତାକୁ ତୁମ୍ଭ ଶିଷ୍ୟମାନଙ୍କ ପାଖକୁ ଆଣିଥିଲି, କିନ୍ତୁ ସେମାନେ ତାକୁ ସୁସ୍ଥ କରି ପାରିଲେ ନାହିଁ।”
17 ଯୀଶୁ କହିଲେ, “ତୁମ୍ଭମାନଙ୍କର ବିଶ୍ୱାସ ନାହିଁ। ତୁମ୍ଭେମାନେ ମନ୍ଦ ଜୀବନ କାଟୁଛ। ମୁଁ ଆଉ କେତେଦିନ ତୁମ୍ଭମାନଙ୍କ ସହିତ ରହିବି? କେତେ ସମୟ ପର୍ଯ୍ୟନ୍ତ ମୋର ଧୈର୍ଯ୍ୟ ରହିବ? ସେ ପିଲାଟିକୁ ମୋ’ ପାଖକୁ ଆଣ।” 18 ତା'ପରେ ଯୀଶୁ ପିଲାଟିର ଦେହ ଭିତରେ ରହିଥିବା ଭୂତଟିକୁ କଠୋର ଆଦେଶ ଦେଲେ। ଭୂତଟି ତା’ ଦେହରୁ ବାହାରି ଆସିଲା, ସେହି ମୁହୂର୍ତ୍ତରେ ପିଲାଟି ସୁସ୍ଥ ହୋଇଗଲା।
19 ତା'ପରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ନିରୋଳାରେ ଭେଟି ପଗ୍ଭରିଲେ, “ଆମ୍ଭେମାନେ ଭୂତକୁ ତଡ଼ିଦେବାକୁ କାହିଁକି ସକ୍ଷମ ହୋଇ ପାରିଲୁ ନାହିଁ?”
20 ଯୀଶୁ କହିଲେ, “ତାହା କେବଳ ତୁମ୍ଭର ଅଳ୍ପ ବିଶ୍ୱାସର ଯୋଗୁଁ ହେଲା। ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭର ଯଦି ଗୋଟିଏ ସୋରିଷ ଦାନା ପରିମାଣର ମଧ୍ୟ ବିଶ୍ୱାସ ଅଛି, ତେବେ ତୁମ୍ଭେ ଏହି ପର୍ବତକୁ କହିପାରିବ, ‘ଏ ଜାଗାରୁ ସେ ଜାଗାକୁ ଗ୍ଭଲିଯାଅ,’ ଏବଂ ପର୍ବତ ଗ୍ଭଲିଯିବ। ତୁମ୍ଭ ପାଇଁ କିଛି ଅସମ୍ଭବ ହୋଇ ରହିବ ନାହିଁ।’’ 21 (ଏହିଭଳି ଭୂତମାନେ କେବଳ ଉପବାସ ଓ ପ୍ରାର୍ଥନା ଦ୍ୱାରା ବାହାରି ଯାଇ ଥା’ନ୍ତି।)[b]
ନିଜ ମୃତ୍ୟୁ ବିଷୟରେ ଯୀଶୁ କହନ୍ତି
(ମାର୍କ 9:30-32; ଲୂକ 9:43ଖ-45)
22 ତା'ପରେ ଗାଲିଲୀରେ ଶିଷ୍ୟମାନେ ଏକାଠି ହେବାପରେ ଯୀଶୁ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ରଙ୍କୁ ମନୁଷ୍ୟମାନେ ହିଁ ଧରିନେବେ। 23 ସେମାନେ ତାହାଙ୍କୁ ମାରିଦେବେ, କିନ୍ତୁ ସେ ମୃତ୍ୟୁରୁ ତୃତୀୟ ଦିନ ବଞ୍ଚି ଉଠିବେ।” ଯୀଶୁଙ୍କୁ ମାରି ଦିଆଯିବ ବୋଲି ଖବର ଶୁଣି ତାହାଙ୍କ ଶିଷ୍ୟମାନେ ବହୁତ ମନଦୁଃଖ କଲେ।
କର ଦେବା ବିଷୟରେ ଯୀଶୁଙ୍କ ଉପଦେଶ
24 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଗଲେ। କଫର୍ନାହୂମରେ କେତେକ ଲୋକ ପିତରଙ୍କ ପାଖକୁ ଆସିଲେ। ଯେଉଁମାନେ ମନ୍ଦିରର କରଆଦାୟ କରନ୍ତି, ସେମାନେ ସେହି ଲୋକ ଥିଲେ। ସେମାନେ ପଗ୍ଭରିଲେ, “ତୁମ୍ଭର ଗୁରୁ ମନ୍ଦିରର ‘ଦୁଇ-ଡ୍ରକ୍ମା’ କର[c] ଦିଅନ୍ତି କି?”
25 ପିତର ଉତ୍ତର ଦେଲେ, “ହଁ, ସେ ଦିଅନ୍ତି।”
ପିତର ଘର ଭିତରକୁ ଗଲେ, ସେଠାରେ ଯୀଶୁ ଥିଲେ। ପିତର କିଛି କହିବା ପୂର୍ବରୁ ଯୀଶୁ କହିଲେ, “ପୃଥିବୀର ରାଜାମାନେ ଲୋକମାନଙ୍କଠାରୁ ଅନେକ ପ୍ରକାର କରଆଦାୟ କରିଥା’ନ୍ତି। କିନ୍ତୁ କେଉଁମାନେ ସେହି କର ଦିଅନ୍ତି? ଏମାନେ କ’ଣ ରାଜାଙ୍କ ନିଜ ସନ୍ତାନସନ୍ତତି ନା ଅନ୍ୟମାନଙ୍କର ସନ୍ତାନସନ୍ତତି? ତୁମ୍ଭେ କ’ଣ ଭାବୁଛ?”
26 ପିତର ଉତ୍ତର ଦେଲେ, “ରାଜାମାନେ ଅନ୍ୟମାନଙ୍କର ସନ୍ତାନସନ୍ତତିଙ୍କଠାରୁ କରଆଦାୟ କରନ୍ତି।”
ଯୀଶୁ ତାହାଙ୍କୁ କହିଲେ, “ତା'ର ଅର୍ଥ ରାଜାଙ୍କ ସନ୍ତାନମାନଙ୍କୁ କର ଦେବାକୁ ପଡ଼େ ନାହିଁ। 27 କିନ୍ତୁ ଏହି କରଆଦାୟକାରୀଙ୍କୁ ଆମ୍ଭେ କ୍ରୋଧିତ କରିବା ନାହିଁ। ତେଣୁ କର ଏହିଭଳି ଭାବରେ ଦେଇଦିଅ: ହ୍ରଦକୁ ଯାଅ। ତୁମ୍ଭର ମାଛ ଧର। ତୁମ୍ଭେ ଧରିଥିବା ପ୍ରଥମ ମାଛଟି ଆଣ, ତା'ର ପାଟି ଖୋଲ। ତା ପାଟିରୁ ତୁମ୍ଭେ ଗ୍ଭରୋଟି ରୌପ୍ୟ ମୁଦ୍ରା ପାଇବ। ସେ ମୁଦ୍ରାଗୁଡ଼ିକୁ ଆଣି ମୋ’ ପାଇଁ ଓ ତୁମ୍ଭ ପାଇଁ ଟିକସ ଆଦାୟକାରୀଙ୍କୁ ଦେଇଦିଅ।”
2010 by World Bible Translation Center