Print Page Options
Previous Prev Day Next DayNext

Read the Gospels in 40 Days

Read through the four Gospels--Matthew, Mark, Luke, and John--in 40 days.
Duration: 40 days
Odia Holy Bible: Easy-to-Read Version (ERV-OR)
Version
ମାଥିଉ ଲିଖିତ ସୁସମାଗ୍ଭର 25-26

ଦଶ ଜଣ କୁମାରୀ ଝିଅଙ୍କ କାହାଣୀ

25 “ସେ ସମୟରେ ସ୍ୱର୍ଗରାଜ୍ୟ, ବର ଖୋଜିବାକୁ ବାହାରିଥିବା ଦଶ ଜଣ କୁମାରୀ ଝିଅଙ୍କ ଭଳି ହେବ। ଏହି ଝିଅମାନେ ବର ସହିତ ସକ୍ଷାତ କରିବାକୁ ବାହାରିଥିଲେ। ସେମାନେ ତାହାଙ୍କ ସହିତ ଦୀପ ଆଣିଥିଲେ, ତାହାଙ୍କ ଭିତରୁ ପାଞ୍ଚ ଜଣ ବୋକୀ ଥିଲେ। ଆର ପାଞ୍ଚ ଜଣ ଚତୁର ଥିଲେ। ବୋକୀ ଝିଅ ପାଞ୍ଚ ଜଣ ସେମାନଙ୍କ ସାଥୀରେ ଦୀପ ସିନା ନେଇଥିଲେ, କିନ୍ତୁ ଦୀପ ଜାଳିବା ପାଇଁ ବେଶୀ ତେଲ ଆଣି ନ ଥିଲେ। ଚତୁର ଝିଅ ପାଞ୍ଚ ଜଣ ଦୀପ ତ ନେଇଥିଲେ, ତା’ଛଡ଼ା କାଚ ପାତ୍ରରେ ଅଧିକ ତେଲ ନେଇଥିଲେ। ବରର ଆସିବା ଡେରି ହୋଇଗଲା, ସବୁ ଝିଅଯାକ କ୍ଳାନ୍ତ ହୋଇ ଶେଷରେ ଶୋଇ ପଡ଼ିଲେ।

“ଅଧ ରାତିରେ ଜଣେ କେହି ଘୋଷଣା କଲା, ବର ଆସୁଛନ୍ତି। ବାହାରକୁ ଯାଅ ଓ ତାହାଙ୍କୁ ସାକ୍ଷାତ କର।

“ଏ କଥା ଶୁଣି ସବୁ ଝିଅଯାକ ଉଠି ପଡ଼ିଲେ ନିଜ ନିଜ ଦୀପ ସଜାଡ଼ିବାକୁ ଲାଗିଲେ। ବୋକୀ ଝିଅମାନେ ଚତୁର ଝିଅମାନଙ୍କୁ କହିଲେ, ‘ତୁମ୍ଭ ତେଲରୁ ଆମ୍ଭକୁ ଟିକିଏ ଦିଅ, ଆମ୍ଭ ଦୀପରୁ ତେଲ ପ୍ରାୟ ସରିଯାଇଛି।’

“ଚତୁର ଝିଅମାନେ କହିଲେ, ‘ନା, ନା, ଆମ୍ଭ ତେଲ ଆମ୍ଭ ସମସ୍ତଙ୍କ ପାଇଁ ଯଥେଷ୍ଟ ହେବ ନାହିଁ। ବରଂ ତୁମ୍ଭେମାନେ ଦୋକାନକୁ ଯାଇ ନିଜ ପାଇଁ କିଛି ତେଲ କିଣିଆଣ।’

10 “ତେଣୁ ପାଞ୍ଚ ଜଣ ଯାକ ବୋକୀ ଝୀଅ ତେଲ କିଣିବାକୁ ଗ୍ଭଲିଗଲେ। ସେମାନେ ଗ୍ଭଲିଗଲାପରେ ବର ଆସିଲେ। ଯେଉଁ ଚତୁର ଝିଅଯାକ ପ୍ରସ୍ତୁତ ଥିଲେ, ସେମାନେ ବର ସହିତ ବିବାହ ଭୋଜିକୁ ଗଲେ। ତା’ପରେ କବାଟରେ ତାଲା ପଡ଼ିଗଲା।

11 “ସେହି ସମୟରେ ବାକିତକ ଝିଅ ପହଞ୍ଚିଲେ। ସେମାନ କହିଲେ, ‘ଆଜ୍ଞା! ଆଜ୍ଞା! କବାଟ ଖୋଲନ୍ତୁ। ଯେପରି ଆମ୍ଭେ ଭିତରକୁ ଆସି ପାରିବୁ,’

12 “କିନ୍ତୁ ବର ଉତ୍ତର ଦେଲେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି, ମୁଁ ତୁମ୍ଭକୁ ଚିହ୍ନି ନାହିଁ।’

13 “ତେଣୁ ସଦାବେଳେ ଜାଗ୍ରତ ରୁହ, କାରଣ ମନୁଷ୍ୟପୁତ୍ର କେଉଁଦିନ ଓ କେଉଁ ସମୟରେ ଆସିବେ, ତାହା ତୁମ୍ଭେ ଜାଣି ନାହଁ।

ତିନି ଜଣ ଗ୍ଭକରଙ୍କ ବିଷୟରେ କାହାଣୀ(A)

14 “ସ୍ୱର୍ଗରାଜ୍ୟ ଘର ଛାଡ଼ି ବିଦେଶକୁ ବୁଲିବାକୁ ଯାଉଥିବା ଲୋକଟିଏ ଭଳି। ସେହି ଲୋକ ଯିବା ପୂର୍ବରୁ ତା’ର ଗ୍ଭକରମାନଙ୍କୁ ଡାକି ତା’ର ଅନୁପସ୍ଥିତିରେ ସମସ୍ତ ସମ୍ପତ୍ତିର ଯତ୍ନ ନେବାକୁ କହିଲେ। 15 କେଉଁ ଗ୍ଭକର କେତେ ଦାୟିତ୍ୱ ନେଇ ପାରିବ, ସେ କଥା ସେ ସ୍ଥିର କଲେ। ସେ ଜଣକୁ ପାଞ୍ଚ ତୋଡ଼ା ରୂପାଟଙ୍କା ଦେଲେ। ଆଉ ଜଣକୁ ଦୁଇ ତୋଡ଼ା, ଓ ତୃତୀୟଙ୍କୁ ଗୋଟିଏ ତୋଡ଼ା ରୂପାଟଙ୍କା ଦେଲେ। ଗ୍ଭକରମାନଙ୍କର ସାମର୍ଥ୍ୟ ଅନୁସାରେ ସେମାନଙ୍କୁ କାମ ବାଣ୍ଟିଦେଇ ସେ ବୁଲିବାକୁ ଗ୍ଭଲିଗଲେ। 16 ଯେଉଁ ଗ୍ଭକରଟି ପାଞ୍ଚ ତୋଡ଼ା ରୂପାଟଙ୍କା ନେଇଥିଲା, ସେ ତୁରନ୍ତ ସେହି ଟଙ୍କାକୁ ବ୍ୟବସାୟରେ ଲଗାଇଦେଲା। ସେ ଆଉ ପାଞ୍ଚ ତୋଡ଼ା ରୂପାଟଙ୍କା ଲାଭକଲା। 17 ସେହିଭଳି ଯେଉଁ ଗ୍ଭକରଟି ଦୁଇ ତୋଡ଼ା ରୂପାଟଙ୍କା ପାଇଥିଲା, ସେ ମଧ୍ୟ ଟଙ୍କାକୁ ବ୍ୟବସାୟରେ ଲଗାଇ ଆଉ ଦୁଇ ତୋଡ଼ା ରୂପାଟଙ୍କା ଲାଭ କଲା। 18 କିନ୍ତୁ ଯେଉଁ ଲୋକଟି କେବଳ ଗୋଟିଏ ମାତ୍ର ତୋଡ଼ା ରୂପାଟଙ୍କା ପାଇଥିଲା, ସେ ଯାଇ ତା’ ମାଲିକର ଧନକୁ ନେଇ ମାଟିରେ ଗୋଟିଏ ଗାତ ଖୋଳି ସେଥିରେ ଲୁଗ୍ଭଇ ରଖିଲା।

19 “ବହୁତ ଦିନ ପରେ ମାଲିକ ଘରକୁ ଫେରି ଆସିଲେ। ସେ ଗ୍ଭକରମାନଙ୍କୁ ଡାକିଲେ, ଓ ତାହାଙ୍କ ଟଙ୍କାରେ କ’ଣ କଲେ, ତାହା ସେମାନଙ୍କୁ ପଗ୍ଭରିଲେ। 20 ଯେଉଁ ଗ୍ଭକରଟି ପାଞ୍ଚ ତୋଡ଼ା ରୂପାଟଙ୍କା ପାଇଥିଲା, ସେ ମାଲିକ ପାଖକୁ ଆଉ ଅଧିକ ପାଞ୍ଚ ତୋଡ଼ା ଆଣି ଦେଲା, ଗ୍ଭକରଟି କହିଲା ‘ଆପଣ ମୋତେ ପାଞ୍ଚ ତୋଡ଼ା ରୂପାଟଙ୍କା ଦେଇଥିଲେ। ମୁଁ ତା’ ଦ୍ୱାରା ଆଉ ପାଞ୍ଚ ତୋଡ଼ା ରୂପାଟଙ୍କା ରୋଜଗାର କରିଛି।’

21 “ମାଲିକ କହିଲେ, ‘ସାବାସ୍, ତୁମ୍ଭେ ବହୁତ ଭଲ, ଓ ବିଶ୍ୱାସଯୋଗ୍ୟ ଲୋକ। ତୁମ୍ଭେ ଅଳ୍ପ ଟଙ୍କାରେ ଭଲ କାମ କରିଛ। ତେଣୁ ମୁଁ ତୁମ୍ଭକୁ ବଡ଼ ବିଷୟର ଦାୟିତ୍ୱ ଦେବି। ଆସ, ମୋ’ ସହିତ ମୋ’ ଖୁସୀରେ ଭାଗୀ ହୁଅ।’

22 “ତା’ପରେ ଦୁଇ ତୋଡ଼ା ରୂପାଟଙ୍କା ପାଇଥିବା ଗ୍ଭକରଟି ମାଲିକ ପାଖକୁ ଆସିଲା। ଗ୍ଭକରଟି କହିଲା, ‘ଆପଣ ମୋତେ ଦୁଇ ତୋଡ଼ା ଟଙ୍କାର ଦାୟିତ୍ୱ ଦେଇଥିଲେ। ମୁଁ ଆଉ ଦୁଇ ତୋଡ଼ା ଟଙ୍କା ରୋଜଗାର କରିବା ପାଇଁ ଆପଣଙ୍କର ଦୁଇ ତୋଡ଼ା ଟଙ୍କା ବ୍ୟବହାର କରିଛି।’

23 “ମାଲିକ କହିଲେ, ‘ତୁମ୍ଭେ ଠିକ୍ କରିଛ। ତୁମ୍ଭେ ଜଣେ ଭଲ ଗ୍ଭକର। ତୁମ୍ଭ ଉପରେ ବିଶ୍ୱାସ କରାଯାଇପାରେ। ଅଳ୍ପ ଟଙ୍କାରେ ତୁମ୍ଭେ ଭଲ କାମ କରିଛ। ତେଣୁ ମୁଁ ତୁମ୍ଭକୁ ବଡ଼ ବିଷୟର ଦାୟିତ୍ୱ ଦେବି। ଆସ, ମୋ’ ସହିତ ଖୁସୀରେ ଭାଗୀ ହୁଅ।’

24 “ତା’ପରେ ଗୋଟିଏ ତୋଡ଼ା ଟଙ୍କା ପାଇଥିବା ଲୋକଟି ମାଲିକଙ୍କ ପାଖକୁ ଆସିଲା। ସେ କହିଲା, ‘ମାଲିକ ମୁଁ ଜାଣେ ଯେ ଆପଣ ଜଣେ କଠୋର ବ୍ୟକ୍ତି। ରୋପଣ ନ କରି ମଧ୍ୟ ଆପଣ ଜମିରୁ ଫସଲ କାଟନ୍ତି। ବୀଜ ନ ବୁଣି ମଧ୍ୟ ଶସ୍ୟ ଏକାଠି କରନ୍ତି। 25 ତେଣୁ ମୁଁ ଭୟ କଲି। ମୁଁ ଯାଇ ଭୂମିରେ ଆପଣଙ୍କ ଟଙ୍କାତକ ଲୁଚେଇ ଦେଲି। ଆପଣ ମୋତେ ଦେଇଥିବା ତୋଡ଼ା ଟଙ୍କା ନିଅନ୍ତୁ।’

26 “ତା’ ମାଲିକ ତାକୁ କହିଲେ, ‘ତୁମ୍ଭେ ଜଣେ ଅଳସୁଆ ଓ ଦୁଷ୍ଟ ଗ୍ଭକର! ତୁମ୍ଭେ ଜାଣିଛ ଯେ ମୁଁ ଯେଉଁଠି ରୋପଣ କରି ନ ଥାଏ ସେଠାରେ ମଧ୍ୟ ଫସଲ କାଟେ ଓ ଯେଉଁଠି ବୀଜ ବୁଣି ନ ଥାଏ, ସେଠାରେ ଶସ୍ୟ ଏକାଠି କରେ। 27 ତେଣୁ ତୁମ୍ଭେ ମୋ’ ଟଙ୍କାକୁ ବ୍ୟାଙ୍କରେ ଜମା ରଖିଦେବା ଉଚିତ୍ ଥିଲା। ତା ହୋଇଥିଲେ ମୁଁ ଘରକୁ ଫେରିବା ପରେ ମୋ’ ଟଙ୍କା ଫେରି ପାଇଥା’ନ୍ତି। ତା’ ସହିତ ମୋ’ ଟଙ୍କାର ସୁଧ ମଧ୍ୟ ପାଇଥା’ନ୍ତି।’

28 “ତା’ପରେ ମାଲିକ ତାହାଙ୍କର ଅନ୍ୟ ଗ୍ଭକରମାନଙ୍କୁ କହିଲେ, ‘ସେହି ଗ୍ଭକରଠାରୁ ଟଙ୍କାର ଥଳିଟି ନେଇ, ଯାହାର ଦଶ ତୋଡ଼ା ଟଙ୍କା ଅଛି ତାକୁ ଦେଇଦିଅ। 29 ଯେଉଁ ଲୋକ ନିଜ ପାଖରେ ଥିବା ଜିନିଷର ଉପଯୁକ୍ତ ବ୍ୟବହାର କରେ, ତାକୁ ବହୁତ ଅଧିକ ଦିଆଯିବ। ତାହାଙ୍କୁ ତାହାଙ୍କର ଆବଶ୍ୟକତାଠାରୁ ବହୁତ ବେଶୀ ଦିଆଯିବ। କିନ୍ତୁ ଯେଉଁ ଲୋକ ତା’ ପାଖରେ ଥିବା ଜିନିଷର ଉପଯୁକ୍ତ ବ୍ୟବହାର କରେ ନାହିଁ, ତା’ଠାରୁ ଯାହାକିଛି ଅଛି, ସବୁକିଛି ଛଡ଼େଇ ନିଆଯିବ।’ 30 ତା’ପରେ ମାଲିକ କହିଲେ, ‘ସେ ଅଦରକାରୀ ଗ୍ଭକରକୁ ବାହାରେ ଅନ୍ଧକାରରେ ପକେଇ ଦିଅ। ସେଠାରେ ଲୋକମାନେ କାନ୍ଦିବେ ଏବଂ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରିବେ।’

ମନୁଷ୍ୟପୁତ୍ର ସମସ୍ତଙ୍କର ବିଗ୍ଭର କରିବେ

31 “ମନୁଷ୍ୟପୁତ୍ର ପୁଣି ଥରେ ଆସିବେ, ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ୱର୍ଗଦୂତମାନେ ଆସିବେ। ସେ ରାଜା ହେବେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ। 32 ମନୁଷ୍ୟପୁତ୍ରଙ୍କ ଆଗରେ ଜଗତର ସବୁ ଲୋକେ ଏକାଠି ହେବେ। ତା’ପରେ ମନୁଷ୍ୟପୁତ୍ର ସବୁ ଲୋକଙ୍କୁ ଦୁଇଟି ଦଳରେ ବାଣ୍ଟି ଦେବେ। ଜଣେ ଜଗୁଆଳ ଯେପରି ଛେଳିମାନଙ୍କ ଭିତରୁ ମେଣ୍ଢାମାନଙ୍କୁ ଅଲଗା କରିଦିଏ ଏହା ଠିକ୍ ସେହିପରି ଅଟେ। 33 ମନୁଷ୍ୟପୁତ୍ର ମେଷମାନଙ୍କୁ ତାହାଙ୍କ ଡାହାଣ ପଟେ ରଖିବେ ଓ ଛାଗକୁ ତାହାଙ୍କ ବାମ ପଟେ ରଖିବେ।

34 “ତା’ପରେ ରାଜା ତାହାଙ୍କ ଡାହାଣ ପଟରେ ଥିବା ଲୋକମାନଙ୍କୁ କହିବେ, ‘ଆସ, ମୋର ପରମପିତା ତୁମ୍ଭମାନଙ୍କୁ ଆଶାର୍ବାଦ କରିଛନ୍ତି। ପରମେଶ୍ୱର ତୁମ୍ଭକୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ତାହା ଲାଭ କର। ଜଗତ ସୃଷ୍ଟି ହେବା କାଳରୁ ତୁମ୍ଭ ପାଇଁ ସେ ରାଜ୍ୟ ପ୍ରସ୍ତୁତ ହୋଇ ସାରିଛି।” 35 ତୁମ୍ଭେ ଏହି ରାଜ୍ୟ ଲାଭ କରିବ କାରଣ ମୁଁ ଯେତେବେଳେ ଭୋକିଲା ଥିଲି, ସେତେବେଳେ ତୁମେ ମୋତେ ଖାଇବାକୁ ଦେଇଥିଲ। ମୋତେ ଶୋଷ ଲାଗୁଥିବା ସମୟରେ ମୋତେ କିଛି ପିଇବାକୁ ଦେଇଛ। ମୁଁ ଘରଠାରୁ ଦୂରରେ ଏକୁଟିଆ ଥିଲି। ତୁମ୍ଭେ ମୋତେ ତୁମ୍ଭ ଘରକୁ ଡାକିଥିଲ। 36 ମୋର କୌଣସି ଲୁଗାପଟା ନ ଥିଲା, ଏବଂ ତୁମ୍ଭେ ମୋତେ ପିନ୍ଧିବାକୁ ଦେଇଥିଲ। ମୁଁ ଅସୁସ୍ଥ ଥିଲି, ତୁମ୍ଭେ ମୋର ଯତ୍ନ ନେଇଥିଲ, ମୁଁ କାରାଗାରରେ ଥିଲି। ତୁମ୍ଭେ ମୋତେ ଦେଖିବାକୁ ଆସିଥିଲ।’

37 “ସେତେବେଳେ ଭଲ ଲୋକମାନେ ଉତ୍ତର ଦେବେ, ‘ହେ ପ୍ରଭୁ! ଆମ୍ଭେ କେତେବେଳେ ଆପଣଙ୍କୁ ଭୋକିଲା ଦେଖିଥିଲୁ ଓ ଖାଇବାକୁ ଦେଇଥିଲୁ? କେତେବେଳେ ଆମ୍ଭେ ଆପଣଙ୍କୁ ଶୋଷିଲା ଦେଖିଥିଲୁ ଓ ପିଇବାକୁ କିଛି ଦେଇଥିଲୁ? 38 କେତେବେଳେ ଆମ୍ଭେ ଆପଣଙ୍କୁ ଘରଠାରୁ ଦୂରରେ ଏକୁଟିଆ ଦେଖିଥିଲୁ ଓ ଆମ୍ଭ ଘରକୁ ଡାକିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ପୋଷାକ ନ ଥିବା ବେଳେ ଦେଖିଥିଲୁ ଓ ପିନ୍ଧିବାକୁ କିଛି ଦେଇଥିଲୁ? 39 କେତେବେଳେ ଆପଣଙ୍କୁ ଆମ୍ଭେ ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ ଓ ଆପଣଙ୍କର ଯତ୍ନ ନେଇଥିଲୁ?’

40 “ସେତେବେଳେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି। ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣକ ପାଇଁ ଯାହାକିଛି କଲ, ତାହା ତୁମ୍ଭେ ମୋ’ ପାଇଁ କଲ।’

41 “ତା’ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, ‘ମୋ’ ପାଖରୁ ଗ୍ଭଲିଯାଅ। ପରମେଶ୍ୱର ତୁମ୍ଭ ନିମନ୍ତେ ଦଣ୍ଡ ନିରୂପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ଯିବ, ଯାହାକି ଶୟତାନ ଓ ତା’ର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି। 42 କାରଣ ମୁଁ ଭୋକିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ଖାଇବାକୁ ଦେଇ ନ ଥିଲ, 43 ମୁଁ ଶୋଷିଲା ଥିଲି କିନ୍ତୁ ତୁମ୍ଭେ ମୋତେ କିଛି ପିଇବାକୁ ଦେଇ ନ ଥିଲ। ମୁଁ ଏକୁଟିଆ ଘରଠାରୁ ଦୂରରେ ଥିଲି, କିନ୍ତୁ ତୁମ୍ଭେ ମୋତେ ଘର ଭିତରକୁ ଡାକିଲ ନାହିଁ, ମୋର ଲୁଗାପଟା ନ ଥିଲା, ମୋତେ ତୁମ୍ଭେ ପିନ୍ଧିବାକୁ କିଛି ଦେଇ ନ ଥିଲ। ମୁଁ ଅସୁସ୍ଥ ଥିଲି, ଓ କାରାଗାରରେ ଥିଲି ଓ ତୁମ୍ଭେ ମୋ’ ପାଇଁ ଚିନ୍ତା କରି ନ ଥିଲ।’

44 “ତା’ପରେ ସେମାନେ ମଧ୍ୟ ଉତ୍ତର ଦେବେ, ‘ପ୍ରଭୁ, ଆପଣଙ୍କୁ କେତେବେଳେ ଆମ୍ଭେ ଭୋକିଲା ବା ଶୋଷିଲା ଦେଖିଥିଲୁ? ଆମ୍ଭେ କେତେବେଳେ ଆପଣଙ୍କୁ ଏକୁଟିଆ ଓ ଘରଠାରୁ ଦୂରରେ ଦେଖିଥିଲୁ? କେତେବେଳେ ଆପଣଙ୍କୁ ଆମ୍ଭେ ଲୁଗାପଟା ନ ଥିବା ଅବସ୍ଥାରେ ବା ଅସୁସ୍ଥ ଅବସ୍ଥାରେ ବା କାରାଗାରରେ ଦେଖିଥିଲୁ? କେବେ ଏସବୁ ଆମ୍ଭେ ଦେଖିଥିଲୁ ଓ ଆପଣଙ୍କୁ ସାହାଯ୍ୟ କଲୁ ନାହିଁ?’

45 “ତା’ପରେ ରାଜା ଉତ୍ତର ଦେବେ, ‘ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଯେତେବେଳେ ଏଠାରେ ତୁମ୍ଭେ ମୋର ଉପେକ୍ଷିତ ଲୋକଙ୍କ ଭିତରୁ ଯେକୌଣସି ଲୋକକୁ ସାହାଯ୍ୟ କରିବାକୁ ମନାକଲ, ତୁମ୍ଭେ ମୋତେ ସାହାଯ୍ୟ କରିବା ପାଇଁ ମନାକଲ!’

46 “ତା’ପରେ ଏହି ଲୋକଗୁଡ଼ିକ ଗ୍ଭଲିଯିବେ, ସେମାନଙ୍କୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତ ଜୀବନ ଲାଭ କରିବେ।”

ଯିହୂଦୀ ନେତାମାନଙ୍କର ଯୀଶୁଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର(B)

26 ଏହିସବୁ କଥା କହି ସାରିବା ପରେ ଯୀଶୁ ନିଜର ଶିଷ୍ୟମାନଙ୍କୁ କହିଲେ, “ଦୁଇ ଦିନ ପରେ ନିସ୍ତାରପର୍ବ ହେବା କଥା ତୁମ୍ଭେ ଜାଣ। ସେହି ଦିନ କ୍ରୁଶରେ ଚଢ଼ାଇ ମନୁଷ୍ୟପୁତ୍ରଙ୍କୁ ମାରି ଦେବା ପାଇଁ ତାହାଙ୍କ ଶତ୍ରୁମାନଙ୍କ ହାତରେ ଦେଇ ଦିଆଯିବ।”

ତା’ପରେ ପ୍ରଧାନଯାଜକ ଓ ଲୋକମାନଙ୍କ ପ୍ରାଚୀନ ନେତାମାନେ କୟାଫା ନାମକ ମହାଯାଜକଙ୍କ ଭବନର ଅଗଣାରେ ଏକାଠି ହେଲେ। ସେମାନେ ଯୀଶୁଙ୍କୁ କପଟରେ ବନ୍ଦୀ କରି ତାହାଙ୍କୁ ମାରିଦେବା ପାଇଁ ଯୋଜନା କଲେ। କିନ୍ତୁ ବୈଠକରେ ସେମାନେ କଥାବାର୍ତ୍ତା ହେଲେ, “ଆମ୍ଭେ ନିସ୍ତାରପର୍ବ [a] ସମୟରେ ଏସବୁ କରିବା ଉଚିତ୍ ହେବ ନାହିଁ। କାରଣ ଲୋକମାନେ ଏଥିରେ ରାଗିଯାଇ ପାରନ୍ତି ଓ ଦଙ୍ଗାହାଙ୍ଗାମା କରି ପାରନ୍ତି।”

ଜଣେ ସ୍ତ୍ରୀଲୋକ ଏକ ବିଶେଷ କାର୍ଯ୍ୟ କଲେ(C)

ଯୀଶୁ ବେଥନୀୟାରେ ଥିଲେ। ସେ କୁଷ୍ଠରୋଗୀ ଶିମୋନର ଘରେ ରହିଥିଲେ। ଯୀଶୁ ସେଠାରେ ଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖରେ ଆସି ପହଞ୍ଚିଲା। ସେ ଗୋଟିଏ ପାତ୍ରରେ ବହୁ ମୂଲ୍ୟବାନ୍ ସୁଗନ୍ଧିତ ଅତର ଆଣିଥିଲା। ସେ ଅତରତକ ଯୀଶୁଙ୍କ ମୁଣ୍ତ ଉପରେ ଢାଳି ଦେଲା’ ସେତେବେଳେ ଯୀଶୁ ଖାଉଥିଲେ।

ଯୀଶୁଙ୍କ ଶିଷ୍ୟମାନେ ଏହା ଦେଖି ଅତ୍ୟନ୍ତ ରାଗିଗଲେ। ସେମାନେ କହିଲେ, “ଏତେ ଅପବ୍ୟୟ କାହିଁକି? ଏ ଅତରତକ ଅନେକ ଟଙ୍କାରେ ବିକାଯାଇ ସେଥିରୁ ମିଳିବା ଟଙ୍କା ଗରିବମାନଙ୍କ ମଧ୍ୟରେ ବଣ୍ଟା ଯାଇ ପାରିଥା’ନ୍ତା।”

10 ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, “କାହିଁକି ବୃଥାରେ ଏହି ସ୍ତ୍ରୀଲୋକକୁ ହଇରାଣ କରୁଛ? ସେ ମୋ’ ପାଇଁ ଗୋଟିଏ ବହୁତ ଭଲ କାମ କରିଛି। 11 ଗରିବମାନେ ତ ସବୁବେଳେ ତୁମ୍ଭ ସହିତ ଅଛନ୍ତି। [b] କିନ୍ତୁ ତୁମ୍ଭେ ମୋତେ ସବୁବେଳେ ପାଇବ ନାହିଁ। 12 ଏହି ସ୍ତ୍ରୀଲୋକ ମୋ’ ଦେହରେ ଅତର ଢାଳିଛି। ମୋର ସମାଧି ନିମନ୍ତେ ମୋତେ ପ୍ରସ୍ତୁତ କରିବା ପାଇଁ ସେ ଏହା କରିଛି, 13 ମୁଁ ତୁମ୍ଭକୁ ସତ୍ୟ କହୁଛି, ଏ ଜଗତରେ ସର୍ବତ୍ର ଲୋକମାନଙ୍କ ମଧ୍ୟରେ ସୁସମାଗ୍ଭର ଘୋଷଣା କରାଯିବ। ତା’ ସହିତ ଏ ସ୍ତ୍ରୀଲୋକଟି କ’ଣ କରିଥିଲା, ସେ ବିଷୟ ମଧ୍ୟ ଘୋଷଣା କରାଯିବ, ଲୋକମାନେ ତାକୁ ମନେ ରଖିବେ।”

ଯିହୂଦା ଯୀଶୁଙ୍କ ଶତ୍ରୁ ପାଲଟିଗଲେ(D)

14 ତା’ପରେ ଯୀଶୁଙ୍କର ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଯାଇ ପ୍ରଧାନଯାଜକମାନଙ୍କ ସହିତ କଥାବାର୍ତ୍ତା କଲା। ସେହି ଶିଷ୍ୟର ନାମ ଇଷ୍କାରିୟୋତ ଯିହୂଦା ଥିଲା। 15 ସେ କହିଲା, “ମୁଁ ତୁମ୍ଭମାନଙ୍କ ହାତରେ ଯୀଶୁଙ୍କୁ ଧରେଇ ଦେବି। ଏହା କରିବା ପାଇଁ ତୁମ୍ଭେମାନେ ମୋତେ କ’ଣ ଦେବ?’’ ଯାଜକମାନେ ଯିହୂଦାଙ୍କୁ ତିରି‌ଶ୍‌ଟି ରୂପାଟଙ୍କା ଦେଲେ। 16 ସେହି ସମୟରୁ ଯିହୂଦା ଯାଜକମାନଙ୍କ ହାତରେ ଯୀଶୁଙ୍କୁ ଧରାଇ ଦେବା ପାଇଁ ସୁଯୋଗର ଅପେକ୍ଷାରେ ରହିଲା।

ଶିଷ୍ୟମାନଙ୍କ ସହିତ ଯୀଶୁଙ୍କ ନିସ୍ତାରପର୍ବର ଭୋଜି(E)

17 ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସିଲେ। ସେମାନେ କହିଲେ, “ନିସ୍ତାରଭୋଜି ଖାଇବାକୁ ଆପଣଙ୍କ ପାଇଁ ଆମ୍ଭେ ସବୁକିଛି ପ୍ରସ୍ତୁତ କରିବୁ। ଆପଣ କେଉଁଠାରେ ଭୋଜି ଖାଇବା ପାଇଁ ଗ୍ଭହାନ୍ତି?”

18 ଯୀଶୁ କହିଲେ, “ନଗରରେ ଥିବା ମୋର ଜଣେ ଚିହ୍ନା ଲୋକ ପାଖକୁ ଯାଅ। ତାକୁ କୁହ ‘ଗୁରୁ କହିଛନ୍ତି ‘ମନୋନୀତ ସମୟ ଆସି ପାଖେଇ ଗଲାଣି ଓ ମୁଁ ତୁମ୍ଭ ଘରେ ମୋ’ ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବ ଭୋଜି ଉତ୍ସବ ପାଳନ କରିବି।’” 19 ଯୀଶୁଙ୍କ କହିବା ଅନୁସାରେ ଶିଷ୍ୟମାନେ କଲେ। ସେମାନେ ନିସ୍ତାରପର୍ବର ଭୋଜି ପ୍ରସ୍ତୁତ କଲେ।

20 ସନ୍ଧ୍ୟାବେଳେ ଯୀଶୁ ନିଜର ବାରଜଣଯାକ ଶିଷ୍ୟଙ୍କ ସହିତ ଖାଇବାକୁ ବସିଲେ। 21 ସେମାନେ ଖାଉଥିବା ସମୟରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ତୁମ୍ଭମାନଙ୍କ ମଧ୍ୟରେ ଥିବା ବାରଜଣଙ୍କ ଭିତରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।”

22 ଏହା ଶୁଣି ସେମାନେ ବହୁତ ଦୁଃଖିତ ହେଲେ। ପ୍ରତ୍ୟେକ ଶିଷ୍ୟ ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ନିଶ୍ଚିତଭାବରେ ସେ ଜଣକ ମୁଁ ନୁହେଁ! କୁହନ୍ତୁ ମୁଁ କି?”

23 ଯୀଶୁ ଉତ୍ତର ଦେଲେ, “ଯେଉଁ ଲୋକ ମୋ’ ସାଙ୍ଗରେ ଗିନାରେ ତା’ର ହାତ ବୁଡ଼ାଇଛି, ସେ ମୋ’ ସହିତ ବିଶ୍ୱାସଘାତକତା କରିବ। 24 ମନୁଷ୍ୟପୁତ୍ର ଯିବେ ଓ ମରିଯିବେ। ଏହା ହିଁ ହେବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ମାରିବା ପାଇଁ ଶତ୍ରୁ ହାତରେ ଦେଇଦେବ, ସେ ଲୋକ ଧିକ୍! ସେ ଲୋକ ଜନ୍ମ ନ ହୋଇଥିଲେ ବରଂ ଭଲ ହୋଇଥା’ନ୍ତା।”

25 ତା’ପରେ ଯିହୂଦା, “ଯିଏ ତାହାଙ୍କୁ ଶତ୍ରୁମାନଙ୍କୁ ଧରେଇ ଦେବାକୁ ଯାଉଥିଲା, କହିଲା ଗୁରୁ, ସେ କ’ଣ ମୁଁ?”

ଯୀଶୁ କହିଲେ, “ହଁ, ତୁମ୍ଭେ ସେହି।”

ପ୍ରଭୁଭୋଜ(F)

26 ସେମାନେ ଖାଉଥିବା ବେଳେ, ଯୀଶୁ ରୋଟୀ ନେଲେ। ସେହି ରୋଟୀ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା’ପରେ ରୋଟୀ ଛିଣ୍ଡେଇଲେ, ତାହାକୁ ଶିଷ୍ୟମାନଙ୍କୁ ଦେଲେ। ଯୀଶୁ କହିଲେ, “ଏହି ରୋଟୀ ନିଅ ଓ ଖାଅ। ଏ ରୋଟୀ ମୋର ଶରୀର।”

27 ତା’ପରେ ସେ ଗୋଟିଏ ଗିନାରେ ଦ୍ରାକ୍ଷାରସ ନେଲେ, ଓ ଏଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେ ସମସ୍ତେ ଏଥିରୁ ପିଅ। 28 ଏ ଦ୍ରାକ୍ଷାରସ ମୋର ରକ୍ତ। ମୋର ରକ୍ତରେ ପରମେଶ୍ୱରଙ୍କଠାରୁ ସେ ତାହାଙ୍କ ଲୋକମାନଙ୍କ ପାଇଁ କରିଥିବା ନୂଆ ଚୁକ୍ତି ଆରମ୍ଭ ହୁଏ। ଅନେକ ଲୋକଙ୍କର ପାପକୁ କ୍ଷମା କରିଦିଆଯିବା ପାଇଁ ଏ ରକ୍ତ ଦିଆ ଯାଉଛି। 29 ମୁଁ ତୁମ୍ଭମାନଙ୍କୁ ଏ କଥା କହି ରଖୁଛି: ମୋର ପରମପିତାଙ୍କ ରାଜ୍ୟରେ ଆମ୍ଭେ ସମସ୍ତେ ଏକାଠି ନ ହେବା ପର୍ଯ୍ୟନ୍ତ ଓ ନୂଆ ଦ୍ରାକ୍ଷାରସର ଅଂଶୀ ହେବା ପର୍ଯ୍ୟନ୍ତ ମୁଁ ଦ୍ରାକ୍ଷାରସ ପୁଣି ପାନ କରିବି ନାହିଁ। ତା’ପରେ ମୁଁ ତୁମ୍ଭମାନଙ୍କ ସହିତ ଏହାକୁ ପାନ କରିବି।”

30 ଏହା ପରେ ସେମାନେ ନିସ୍ତାରପର୍ବର ପ୍ରାର୍ଥନା ଗୀତ ବୋଲିଲେ ଓ ଜୀତପର୍ବତକୁ ଗ୍ଭଲିଗଲେ।

ଶିଷ୍ୟମାନେ ତାହାଙ୍କୁ ଛାଡ଼ି ଦେବେ ବୋଲି ଯୀଶୁ କହିଲେ(G)

31 ଯୀଶୁ ସେମାନଙ୍କୁ କହିଲେ, “ଆଜି ରାତିରେ ତୁମ୍ଭେମାନେ ମୋ’ ଉପରୁ ବିଶ୍ୱାସ ହରେଇ ବସିବ। ଶାସ୍ତ୍ରମାନଙ୍କରେ ଏ କଥା ଲେଖାଅଛି:

‘ମୁଁ ମେଷପାଳକଙ୍କୁ ମାରି ଦେବି
    ଏବଂ ମେଣ୍ଢାମାନେ ଏଣେତେଣେ ପଳେଇବେ।’ (H)

32 କିନ୍ତୁ ମୁଁ ପୁଣି ଥରେ ମୃତ୍ୟୁରୁ ପୁନରୁ‌‌ତ୍‌‌ଥିତ ହେବି। ତା’ପରେ ମୁଁ ଗାଲିଲୀକୁ ଗ୍ଭଲିଯିବି। ତୁମ୍ଭେମାନେ ସେଠାକୁ ଯିବା ପୂର୍ବରୁ ମୁଁ ସେଠାକୁ ଯାଇଥିବି।”

33 ପିତର କହିଲେ, “ଅନ୍ୟ ସମସ୍ତ ଶିଷ୍ୟ ଆପଣଙ୍କ ଉପରୁ ବିଶ୍ୱାସ ହରେଇ ପାରନ୍ତି, କିନ୍ତୁ ମୁଁ କେବେ ହେଲେ ମୋର ବିଶ୍ୱାସ ହରାଇବି ନାହିଁ।”

34 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ଆଜି ରାତିରେ ତୁମ୍ଭେ କହିବ ଯେ ମୋତେ ଚିହ୍ନି ନାହଁ। କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ତିନିଥର ଏହିକଥା କହିବ।”

35 ପିତର ଏ କଥା ଶୁଣି କହିଲେ, “ମୁଁ ବରଂ ଆପଣଙ୍କ ସହିତ ମୃତ୍ୟୁ ବରଣ କରିବି, କିନ୍ତୁ କେବେ ହେଲେ ଆପଣଙ୍କୁ ଚିହ୍ନି ନାହିଁ ବୋଲି କହିବି ନାହିଁ।” ପୁଣି ଅନ୍ୟ ସମସ୍ତ ଶିଷ୍ୟମାନେ ସେହି ଏକା କଥା କହିଲେ।

ଯୀଶୁଙ୍କ ଏକାନ୍ତ ପ୍ରାର୍ଥନା(I)

36 ତା’ପରେ ଯୀଶୁ ଶିଷ୍ୟମାନଙ୍କ ସହିତ ଗେ‌ଥ୍‌ଶିମାନୀ ନାମକ ସ୍ଥାନକୁ ଗଲେ। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ସେଠାରେ ଯାଇ ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହିଠାରେ ବସ।” 37 ଯୀଶୁ ପିତର ଓ ଜେବଦୀଙ୍କ ଦୁଇ ପୁଅଙ୍କୁ ସାଙ୍ଗରେ ନେଲେ। ତା’ପରେ ଯୀଶୁ ଦୁଃଖ ଓ ବ୍ୟାକୁଳତା ଅନୁଭବ କଲେ। 38 ଯୀଶୁ ସେମାନଙ୍କୁ କହିଲେ, “ମୋର ହୃଦୟ ଏତେ ଦୁଃଖରେ ଭରି ଯାଇଛି ଯେ, ସତେ ଯେପରି ପ୍ରାଣ ବାହାରି ଯିବା ଉପରେ। ତୁମ୍ଭେମାନେ ମୋ’ ସହିତ ଏଠାରେ ଚେଇଁ କରି ରୁହ ଓ ଅପେକ୍ଷା କର।”

39 ସେମାନଙ୍କ ପାଖରୁ କିଛି ଦୂରକୁ ଗ୍ଭଲିକରି ଯିବାପରେ ଯୀଶୁ ତଳେ ଉବୁଡ଼ ହୋଇ ପଡ଼ିଲେ ଓ ପ୍ରାର୍ଥନା କଲେ, “ହେ ପରମପିତା! ଯଦି ସମ୍ଭବ ହୁଏ, ତେବେ ଯନ୍ତ୍ରଣାର ଏହି ପାତ୍ରଟି ମୋ’ଠାରୁ ଦୂର ହୋଇଯାଉ। କିନ୍ତୁ ମୋ’ ଇଚ୍ଛା ଅନୁସାରେ ନ ହୋଇ ଆପଣଙ୍କ ଇଚ୍ଛା ଅନୁସାରେ କରନ୍ତୁ।” 40 ତା’ପରେ ସେ ଶିଷ୍ୟମାନଙ୍କ ପାଖକୁ ଫେରିଗଲେ। ସେ ଶିଷ୍ୟମାନଙ୍କୁ ଶୋଇଥିବାର ଦେଖିଲେ। ଯୀଶୁ ପିତରଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ ଘଣ୍ଟାଏ ପାଇଁ ମଧ୍ୟ ଜାଗି ରହି ପାରିଲ ନାହିଁ? 41 ତୁମ୍ଭେମାନେ ଜାଗି ରହି ପ୍ରାର୍ଥନା କର ଯେପରି ତୁମ୍ଭେମାନେ ପରୀକ୍ଷାରେ ନ ପଡ଼, ଯାହା ଠିକ୍ ତାହା କରିବାକୁ ତୁମ୍ଭମାନଙ୍କର ଆତ୍ମା ଗ୍ଭହୁଁଛି। କିନ୍ତୁ ତୁମ୍ଭମାନଙ୍କର ଦେହ ଦୁର୍ବଳ।”

42 ପୁଣି ଥରେ ସେ ଗଲେ ଓ ପ୍ରାର୍ଥନା କଲେ, “ହେ ପରମପିତା, ଯଦି ଯନ୍ତ୍ରଣାର ଏ ପାତ୍ର ମୋ’ଠାରୁ ଦୂର ହୋଇ ପାରିବ ନାହିଁ ଏବଂ ଏହାକୁ ମୁଁ ପାନ କରେ, ତେବେ ମୁଁ ପ୍ରାର୍ଥନା କରୁଛି ଯେ, ଆପଣ ଯାହା ଇଚ୍ଛା କରିଛନ୍ତି, ତାହା ହିଁ ହେଉ।”

43 ତା’ପରେ ସେ ଫେରି ଆସି ପୁଣି ଶିଷ୍ୟମାନଙ୍କୁ ଶୋଇଥିବାର ଦେଖିଲେ। ସେମାନଙ୍କ ଆଖି ବହୁତ ଭାରି ହୋଇଯାଇଥିଲା। ସେମାନେ ସେମାନଙ୍କର ଆଖି ଖୋଲି ପାରୁ ନ ଥିଲେ। 44 ଯୀଶୁ ଶିଷ୍ୟମାନଙ୍କୁ ଛାଡ଼ି ପୁଣି ଫେରି ଯାଇ ତୃତୀୟ ଥର ପ୍ରାର୍ଥନା କଲେ। ଏଥର ମଧ୍ୟ ସେ ପୂର୍ବଭଳି ସେହି ଏକା କଥା କହିଲେ।

45 ତା’ପରେ ସେ ଶିଷ୍ୟମାନଙ୍କ ପାଖକୁ ଫେରିଗଲେ ଓ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ସୁଦ୍ଧା ଶୋଇଛ ଓ ବିଶ୍ରାମ ନେଉଛ? ଶୁଣ, ସମୟ ଆସି ଗଲାଣି, ଏବେ ପାପୀମାନଙ୍କ ହାତରେ ମନୁଷ୍ୟପୁତ୍ରଙ୍କୁ ସମର୍ପି ଦିଆଯିବ। 46 ଉଠ, ଆମ୍ଭେ ଯିବା। ଦେଖ, ମୋତେ ଶତ୍ରୁମାନଙ୍କ ହାତରେ ଯେଉଁ ଲୋକଟି ଦେଇଦେବ, ସେ ଏଠାକୁ ଆସୁଛି।”

ଯୀଶୁ ବନ୍ଦୀ ହେଲେ(J)

47 ଯୀଶୁ ଏହି କଥା କହୁଥିବା ସମୟରେ ଯିହୂଦା ସେଠାକୁ ଆସିଲା। ସେ ଯୀଶୁଙ୍କର ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲା। ଯିହୂଦାଙ୍କ ସହିତ ମଧ୍ୟ ଅନେକ ଲୋକ ଥିଲେ। ଯିହୂଦା ଓ ସେହି ଲୋକମାନେ ଖଣ୍ଡା ଓ ଠେଙ୍ଗା ଧରିଥିଲେ। ସେମାନଙ୍କୁ ପ୍ରଧାନଯାଜକ ଓ ପ୍ରାଚୀନମାନେ ପଠାଇଥିଲେ। 48 ଯିହୂଦା ଲୋକମାନଙ୍କୁ ଯୀଶୁ କିଏ ବୋଲି ଚିହ୍ନେଇ ଦେବା ପାଇଁ ଗୋଟିଏ ସଙ୍କେତ ବତେଇ ଦେଲେ। ସେ କହିଲେ, “ମୁଁ ଯାହାକୁ ଚୁମ୍ବନ କରିବି, ସେ ସେହି ଲୋକ। ତାକୁ ବନ୍ଦୀ କରିବ।” 49 ତା’ପରେ ଯିହୂଦା ଯୀଶୁଙ୍କ ପାଖରେ ପହଞ୍ଚି ତାହାଙ୍କୁ କହିଲେ, “ହେ ଗୁରୁ, ନମସ୍କାର” ତା’ପରେ ସେ ଯୀଶୁଙ୍କୁ ଚୁମ୍ବନ ଦେଲେ।

50 ଯୀଶୁ କହିଲେ, “ବନ୍ଧୁ ତୁମ୍ଭେ ଯେଉଁ କାମରେ ଆସିଛ, ତାହା କର!”

ତା’ପରେ ଯିହୂଦାଙ୍କ ସହିତ ଆସିଥିବା ଲୋକମାନେ ସେଠାରେ ପହଞ୍ଚି ଯାଇ ଯୀଶୁଙ୍କୁ ବନ୍ଦୀ କରି ନେଲେ। 51 ଯେଉଁ ଲୋକମାନେ ଯୀଶୁଙ୍କ ସହିତ ଥିଲେ, ସେମାନଙ୍କ ଭିତରୁ ଜଣେ ଶିଷ୍ୟ ତା’ର ଖଣ୍ଡା ବାହାର କରି ମହାଯାଜକଙ୍କ ଗ୍ଭକରକୁ ସେଥିରେ ଆଘାତ କଲା, ଫଳରେ ଗ୍ଭକରର କାନ କଟିଗଲା।

52 ଯୀଶୁ ସେହି ଲୋକକୁ କହିଲେ, “ତୁମ୍ଭ ଖଣ୍ଡାକୁ ଖୋଳ ଭିତରେ ରଖ। ଯେଉଁ ଲୋକମାନେ ଖଣ୍ଡା ବ୍ୟବହାର କରନ୍ତି. ସେମାନଙ୍କୁ ଖଣ୍ଡା ଦ୍ୱାରା ହତ୍ୟା କରା ଯାଇଥାଏ। 53 ତୁମ୍ଭେ କ’ଣ ଜାଣି ନାହଁ ଯେ ମୁଁ ମୋର ପରମପିତାଙ୍କୁ ମାଗିଲେ ସେ ସଙ୍ଗେ ସଙ୍ଗେ ମୋତେ ବାରଟି ସେନାବାହିନୀରୁ ଅଧିକ ଯୋଗେଇବେ। 54 କିନ୍ତୁ ମୁଁ ତା’ କଲେ ଧର୍ମଶାସ୍ତ୍ର କିପରି ସମ୍ପୂର୍ଣ୍ଣ ହେବ? ସବୁକଥା ଏହିଭଳି ଭାବରେ ଘଟିବ ବୋଲି ଶାସ୍ତ୍ରରେ ଲେଖା ଅଛି।”

55 ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, “ତୁମ୍ଭେସବୁ ଖଣ୍ଡା ଓ ଠେଙ୍ଗା ନେଇ ମୋତେ ବନ୍ଦୀ କରିବା ପାଇଁ ଏପରି ଭାବରେ ଆସିଛ, ସତେ ଯେପରି ମୁଁ ଗୋଟିଏ ଅପରାଧୀ। ମୁଁ ସବୁଦିନ ମନ୍ଦିର ପରିସରରେ ବସି ଲୋକମାନଙ୍କୁ ଉପଦେଶ ଦେଉଥିଲି। ସେତେବେଳେ ତୁମ୍ଭେ ମୋତେ ବନ୍ଦୀ କରିଲ ନାହିଁ। 56 କିନ୍ତୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନେ ଯେଉଁଭଳି ଲେଖିଥିଲେ, ସେହିଭଳି ହେବା ପାଇଁ ଏହିସବୁ କଥା ଘଟିଲା,” ତା’ପରେ ସମସ୍ତ ଶିଷ୍ୟମାନେ ଯୀଶୁଙ୍କୁ ଛାଡ଼ି ପଳାଇଗଲେ।

ଯିହୂଦୀନେତାମାନଙ୍କ ସମ୍ମୁଖରେ ଯୀଶୁଙ୍କୁ ହାଜର କରାଗଲା(K)

57 ଯେଉଁ ଲୋକମାନେ ଯୀଶୁଙ୍କୁ ବନ୍ଦୀ କରି ନେଇଥିଲେ, ସେମାନେ ତାହାଙ୍କୁ ମହାଯାଜକ କୟାଫାଙ୍କ ଘରକୁ ନେଇଗଲେ। ସେଠାରେ ଧର୍ମଶାସ୍ତ୍ରୀ ଓ ପ୍ରାଚୀନ ନେତାମାନେ ଏକାଠି ଜମା ହୋଇଥିଲେ। 58 ପିତର ଅଳ୍ପ ଦୂରରେ ରହି ମହାଯାଜକଙ୍କ ଅଗଣା ପର୍ଯ୍ୟନ୍ତ ଯୀଶୁଙ୍କ ପଛେ ପଛେ ଗଲେ। ଯୀଶୁଙ୍କର ପରିଣାମ କ’ଣ ହେବ, ତାହା ଦେଖିବା ପାଇଁ ସେ ଭିତରକୁ ଯାଇ ପ୍ରହରୀମାନଙ୍କ ମଧ୍ୟରେ ବସିପଡ଼ିଲେ।

59 ଯୀଶୁଙ୍କୁ ଯେପରି ମୃତ୍ୟୁଦଣ୍ଡ ଦେଇ ପାରିବେ, ସେଥିପାଇଁ ପ୍ରଧାନଯାଜକ ଓ ସମ୍ପୂର୍ଣ୍ଣ ଯିହୂଦୀ ମହାସଭା ଯୀଶୁଙ୍କ ବିରୁଦ୍ଧରେ କିଛି ମିଛ ଅଭିଯୋଗ ଖୋଜି ବାହାର କରିବାକୁ ଚେଷ୍ଟା କଲେ। 60 କିନ୍ତୁ ଯଦିଓ ଅନେକ ମିଛ ସାକ୍ଷୀ ଆଗକୁ ଆସି ମିଛରେ ସାକ୍ଷ୍ୟ ଦେଲେ, ତଥାପି ମହାସଭା ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ପ୍ରକୃତ କାରଣ ପାଇ ପାରିଲା ନାହିଁ। ଶେଷରେ ଦୁଇଜଣ ଲୋକ ଆଗରୁ ବାହାରି ଆସି କହିଲେ, 61 “ଏହି ଲୋକ କହିଛନ୍ତି, ‘ମୁଁ ପରମେଶ୍ୱରଙ୍କ ମନ୍ଦିର ଧ୍ୱଂସ କରିପାରେ ଓ ପୁଣି ଏହାକୁ ତିନି ଦିନ ମଧ୍ୟରେ ତିଆରି କରି ଦେଇପାରେ।’”

62 ତା’ପରେ ମହାଯାଜକ ଠିଆ ହେଲେ ଓ ଯୀଶୁଙ୍କୁ ପଗ୍ଭରିଲେ, “ଏ ଲୋକମାନେ ତୁମ୍ଭ ବିରୁଦ୍ଧରେ ଯାହା ଅଭିଯୋଗ କଲେ ତା’ର ତୁମ୍ଭେ କିଛି ଉତ୍ତର ଦେବ କି? ଏ ଲୋକମାନେ କ’ଣ ସତ୍ୟ କହୁଛନ୍ତି?” 63 ଯୀଶୁ କିନ୍ତୁ ‌‌‌‌‌‌‌‌‌‌ଚୁପ୍‌‌‌‌‌‌‌‌‌ ରହିଲେ।

ପୁଣି ଥରେ ମହାଯାଜକ ତାହାଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭକୁ ଜୀବିତ ପରମେଶ୍ୱରଙ୍କ ନାମରେ ଶପଥ କରାଉଛି, ତୁମ୍ଭେ ଆମ୍ଭକୁ କୁହ, ତୁମ୍ଭେ କ’ଣ ଖ୍ରୀଷ୍ଟ, ପରମେଶ୍ୱରଙ୍କ ପୁତ୍ର?”

64 ଯୀଶୁ କହିଲେ, “ହଁ, ମୁଁ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ। କିନ୍ତୁ ମୁଁ ତୁମ୍ଭକୁ କହି ରଖୁଛି ଯେ, ତୁମ୍ଭେ ଭବିଷ୍ୟତରେ ମନୁଷ୍ୟପୁତ୍ରଙ୍କୁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କ ଡାହାଣ ପଟେ ବସିଥିବାର ଓ ଆକାଶର ମେଘମାଳାରେ ଆସୁଥିବାର ଦେଖିବ।”

65 ମହାଯାଜକ ଏ କଥା ଶୁଣି ବହୁତ ରାଗିଗଲେ ଓ ସେ ତାହାଙ୍କ ନିଜ ପୋଷାକ ଚିରି ପକେଇଲେ ଓ ସେ କହିଲେ, “ଏ ଯେଉଁସବୁ କଥା କହିଲେ, ତା’ ଦ୍ୱାରା ପରମେଶ୍ୱରଙ୍କର ନିନ୍ଦା ହୋଇଛି। ଆମ୍ଭର ଆଉ କୌଣସି ସାକ୍ଷୀ ଦରକାର ନାହିଁ। ତୁମ୍ଭେମାନେ ପରମେଶ୍ୱରଙ୍କର ନିନ୍ଦା ଶୁଣିଛ। ତୁମ୍ଭେମାନେ ତେବେ କ’ଣ ଭାବୁଛ?” 66 ସେମାନେ କହିଲେ,

“ସେ ଅପରାଧୀ, ତାହାଙ୍କର ମୃତ୍ୟୁ ହେବା ଉଚିତ୍।”

67 ତା’ପରେ ସେଠାରେ ଥିବା ଲୋକମାନେ ଯୀଶୁଙ୍କ ମୁହଁ ଉପରେ ଛେପ ପକାଇଲେ, ବିଧା ମାରିଲେ। କେତେକ ଲୋକ ଗ୍ଭପୁଡ଼ା ମାରିଲେ। 68 ସେମାନେ କହିଲେ, “ହେ ଖ୍ରୀଷ୍ଟ! ତୁମ୍ଭେ ଯଦି ଜଣେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ତେବେ କୁହ, ତୁମ୍ଭକୁ କିଏ ମାରିଲା?”

ଯୀଶୁଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରିବାକୁ ପିତର ଭୟ କଲେ(L)

69 ସେହି ସମୟରେ ପିତର ପ୍ରାଙ୍ଗଣ ମଧ୍ୟରେ ବସିଥିଲେ, ଜଣେ ଦାସୀ ପିତରଙ୍କ ପାଖକୁ ଆସିଲା। ସେ କହିଲା, “ତୁମ୍ଭେ ମଧ୍ୟ ଗାଲିଲୀର ଯୀଶୁଙ୍କ ସହିତ ଥିଲ।”

70 କିନ୍ତୁ ପିତର ଏ କଥା ସମସ୍ତଙ୍କ ଆଗରେ ଅସ୍ୱୀକାର କଲେ। ସେ କହିଲେ, “ତୁମ୍ଭେ କେଉଁ ବିଷୟରେ କହୁଛ ତାହା ମୁଁ ଜାଣେ ନାହିଁ।”

71 ତା’ପରେ ସେ ଅଗଣାରୁ ବାହାରି ଆସିଲେ। ଫାଟକ ପାଖରେ ଆଉଜଣେ ଦାସୀ ତାହାଙ୍କୁ ଦେଖି ପକାଇ ସେଠାରେ ଥିବା ସମସ୍ତ ଲୋକଙ୍କୁ କହିଲା, “ଏ ଲୋକ ନାଜରିତୀୟ ଯୀଶୁଙ୍କ ସହିତ ଥିଲା।”

72 ପୁଣି ଥରେ ପିତର ଅସ୍ୱୀକାର କରିଦେଲେ। ସେ କହିଲେ, “ମୁଁ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କହୁଛି ଯେ ମୁଁ ସେ ଲୋକକୁ ଜାଣେ ନାହିଁ।”

73 କିଛି ସମୟ ପରେ ସେଠାରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ପାଖକୁ ଆସି ତାହାଙ୍କୁ କହିଲେ, “ଆମ୍ଭେ ଜାଣୁ ତୁମ୍ଭେ ନିଶ୍ଚୟ ତାହାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ। ଏ କଥା ତୁମ୍ଭ କହିବା ଢଙ୍ଗରୁ ଜଣା ପଡ଼ୁଛି।”

74 ପିତର ନିଜକୁ ଧି‌କ୍‌କାର କରି ରାଣ ପକାଇ କହିଲେ, “ମୁଁ ସେ ଲୋକଙ୍କୁ ଜାଣେ ନାହିଁ।” ସେତିକିବେଳେ କୁକୁଡ଼ା ଡାକିଲା। 75 ଏବେ ପିତରଙ୍କର, ଯୀଶୁ କହିଥିବା କଥା ମନେ ପଡ଼ିଲା। ଯୀଶୁ କହିଥିଲେ, “କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର ଅସ୍ୱୀକାର କରିବ।” ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center