Print Page Options
Previous Prev Day Next DayNext

Read the Gospels in 40 Days

Read through the four Gospels--Matthew, Mark, Luke, and John--in 40 days.
Duration: 40 days
Odia Holy Bible: Easy-to-Read Version (ERV-OR)
Version
ଲୂକ ଲିଖିତ ସୁସମାଗ୍ଭର 19-20

ଜଖିୟ

19 ଯୀଶୁ ଯିରୀହୋ ନଗର ଦେଇ ଯାଉଥିଲେ। ଯିରୀହୋରେ ଜଖିୟ ବୋଲି ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଆଦାୟକାରୀ ଥିଲେ ଓ ସେ ବହୁତ ଧନୀ ଥିଲେ। ସେ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁଥିଲେ। ଆହୁରି ମଧ୍ୟ ଅନେକ ଲୋକ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁଥିଲେ। ଜଖିୟ ଏତେ ବାଙ୍ଗରା ଥିଲେ ଯେ, ଲୋକଙ୍କ ଭିତରେ ଥାଇ ଯୀଶୁଙ୍କୁ ଦେଖି ପାରିବା ସମ୍ଭବ ନ ଥିଲା। ତେଣୁ ଯେଉଁବାଟେ ଯୀଶୁ ଆସିବେ ବୋଲି ସେ ଜାଣିଥିଲେ, ସେଭଳି ଗୋଟିଏ ସ୍ଥାନକୁ ସେ ଦୌଡ଼ିଗଲେ। ଯୀଶୁଙ୍କୁ ଦେଖି ପାରିବା ପାଇଁ ସେ ଗୋଟିଏ ଡିମ୍ବିରିଗଛରେ ଚଢ଼ିଗଲେ।

ଯୀଶୁ ସେହି ସ୍ଥାନକୁ ଆସିଲେ। ସେ ଉପରକୁ ଗ୍ଭହିଁଲେ, ସେ ଜଖିୟଙ୍କୁ ଗଛ ଉପରେ ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, “ଜଖିୟ! ଶୀଘ୍ର ତଳକୁ ଆସ, ମୁଁ ଆଜି ନିଶ୍ଚୟ ତୁମ୍ଭ ଘରେ ରହିବି।”

ତା’ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ୟନ୍ତ ଖୁସୀରେ ସେ ଯୀଶୁଙ୍କୁ ନିଜ ଘରେ ସ୍ୱାଗତ କଲେ। ସମସ୍ତେ ଏ କଥା ଦେଖିଲେ। ସେମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, କେଉଁ ଭଳି ଲୋକ ସହିତ ଯୀଶୁ ରହୁଛନ୍ତି। ଜଖିୟ ଗୋଟିଏ ପାପୀ।”

ଜଖିୟ ପ୍ରଭୁଙ୍କୁ କହିଲେ, “ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମୋ’ ଧନର ଅଧା ଗରିବଙ୍କୁ ବାଣ୍ଟି ଦେବି। ମୁଁ ଯଦି କାହାରିକୁ ଠକିଥାଏ, ତେବେ ସେହି ଲୋକକୁ ଗ୍ଭରି ଗୁଣ ଧନ ଫେରାଇ ଦେବି।”

ଯୀଶୁ କହିଲେ, “ଏ ଲୋକଟି ପ୍ରକୃତରେ ଜଣେ ଭଲ ମଣିଷ। ସେ ଅବ୍ରହାମଙ୍କର ଉପଯୁକ୍ତ ସନ୍ତାନ। ତେଣୁ ଆଜି ସେ ନିଜ ପାପରୁ ଉଦ୍ଧାର ପାଇଗଲେ। 10 ମନୁଷ୍ୟପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖୋଜିବାକୁ ଓ ସେମାନଙ୍କୁ ରକ୍ଷା କରିବାକୁ ଆସିଛନ୍ତି।

ପରମେଶ୍ୱର ଯାହା ଦିଅନ୍ତି ତାହା ଉପଯୁକ୍ତ ଭାବରେ ବ୍ୟବହାର କର(A)

11 ଯୀଶୁ ଯିରୁଶାଲମର ପାଖାପାଖି ଆସିଗଲେ। କେତେକ ଲୋକ ଭାବିଲେ ଯେ ପରମେଶ୍ୱରଙ୍କ ରାଜ୍ୟ ଶୀଘ୍ର ଆସିଯିବ। 12 ଲୋକମାନେ ଏହି କଥା ଭାବୁଥିବା ଯୀଶୁ ଜାଣି ପାରିଲେ। ତେଣୁ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ: “ଜଣେ ଅତି ମାନ୍ୟଗନ୍ୟ ବ୍ୟକ୍ତି ରାଜା ହେବା ପାଇଁ କୌଣସି ଏକ ଦୂର ରାଜ୍ୟକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ତା’ପରେ ସେ ଫେରି ଆସି ନିଜ ଲୋକମାନଙ୍କ ଉପରେ ଶାସନ କରିବାକୁ ଯୋଜନା କଲେ। 13 ସେ ନିଜର ଦଶ ଜଣ ଗ୍ଭକରଙ୍କୁ ଡାକିଲେ। ସେ ପ୍ରତ୍ୟେକ ଗ୍ଭକରଙ୍କୁ ଗୋଟିଏ ଗୋଟିଏ ଟଙ୍କା ଥଳି ଦେଲେ। ସେ କହିଲେ, ‘ମୁଁ ଫେରିବା ପର୍ଯ୍ୟନ୍ତ ଏହି ଟଙ୍କାରେ ବ୍ୟବସାୟ କର।’ 14 ସେହି ବ୍ୟକ୍ତିଙ୍କୁ ସେ ରାଜ୍ୟର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସେମାନେ ତାହାଙ୍କ ପଛରେ ଦଳେ ଲୋକଙ୍କୁ ସେଠାକୁ ପଠାଇଲେ। ସେଠାକୁ ଯାଇ ଏହି ଦଳର ଲୋକମାନେ କହିଲେ, ‘ଆମ୍ଭେ ଗ୍ଭହୁଁନା ଯେ, ସେହି ବ୍ୟକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।’

15 “ତଥାପି ସେ ରାଜା ହୋଇଗଲେ। ତା’ପରେ ସେ ଘରକୁ ଫେରି ଆସିଲେ। ତା’ପରେ ସେ କହିଲେ, ‘ଯେଉଁ ଗ୍ଭକରମାନଙ୍କୁ ମୁଁ ମୋର ଟଙ୍କା ଦେଇଥିଲି ସେମାନଙ୍କୁ ଡାକ, ମୁଁ ଜାଣିବାକୁ ଗ୍ଭହୁଁଛି ଯେ, ସେହି ଟଙ୍କାରେ ସେମାନେ ଆଉ କେତେ ଅଧିକ ଲାଭ କରିଛନ୍ତି।’ 16 ପ୍ରଥମେ ଗ୍ଭକର ଜଣକ ଆସି କହିଲା, ‘ଆଜ୍ଞା, ଆପଣ ମୋତେ ଦେଇଥିବା ଟଙ୍କା ଥଳିଟିକୁ ବ୍ୟବହାର କରି ମୁଁ ଦଶ ଥଳି ଅଧିକ ଟଙ୍କା ଅର୍ଜନ କରିଛି।’ 17 ରାଜା ଗ୍ଭକରମାନଙ୍କୁ କହିଲେ, “ବହୁତ ଭଲ କଥା। ତୁମ୍ଭେ ଜଣେ ଭଲ ଗ୍ଭକର। ତୁମ୍ଭକୁ ଛୋଟ ଛୋଟ ବିଷୟରେ ବିଶ୍ୱାସ କରାଯାଇ ପାରିବ ବୋଲି ମୁଁ ଜାଣୁଛି। ତେଣୁ ମୁଁ ତୁମ୍ଭକୁ ମୋର ଦଶଟି ନଗର ଶାସନ କରିବାକୁ ଦେବି।’

18 “ଦ୍ୱିତୀୟ ଗ୍ଭକରଟି ଆସିଲା ଓ କହିଲା, ‘ଆଜ୍ଞା, ଆପଣ ଦେଇଥିବା ଟଙ୍କା ଥଳିକୁ ବ୍ୟବହାର କରି ପାଞ୍ଚ ଥଳି ଟଙ୍କା ଅର୍ଜନ କରିଛି।’ 19 ରାଜା ସେହି ଗ୍ଭକରଟିକୁ କହିଲେ, ‘ତୁମ୍ଭେ ପାଞ୍ଚୋଟି ନଗର ଉପରେ ଶାସନ କରିବ।’

20 “ତା’ପରେ ଅନ୍ୟ ଗ୍ଭକରଟି ଭିତରକୁ ଆସିଲା। ସେ ରାଜାଙ୍କୁ କହିଲା, ‘ଆଜ୍ଞା, ଏହି ଆପଣଙ୍କ ଟଙ୍କା ଥଳି। ମୁଁ ଖଣ୍ଡେ କନାରେ ଏହାକୁ ଗୁଡ଼ାଇ ରଖିଥିଲି। 21 ଆପଣ ଜଣେ କଠୋର ବ୍ୟକ୍ତି ହୋଇଥିବାରୁ ମୁଁ ଆପଣଙ୍କୁ ଭୟ କରିଥିଲି। ଏପରିକି ଆପଣ ନିଜେ ଅର୍ଜନ କରି ନ ଥିବା ଟଙ୍କା ନେଇଥା’ନ୍ତି ଓ ନିଜେ ଉତ୍ପନ୍ନ କରି ନ ଥିବା ଖାଦ୍ୟଶସ୍ୟ ସଂଗ୍ରହ କରିଥା’ନ୍ତି।’

22 “ତା’ପରେ ରାଜା ସେହି ଗ୍ଭକରକୁ କହିଲେ, ‘ତୁମ୍ଭେ ଜଣେ ଦୁଷ୍ଟ ଗ୍ଭକର। ତୁମ୍ଭେ ମୋ’ ପ୍ରତି ବ୍ୟବହାର କରିଥିବା ଭାଷାରେ ମୁଁ ତୁମ୍ଭରି ବିଗ୍ଭର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠୋର ବ୍ୟକ୍ତି। ପୁଣି କହିଛ ଯେ ମୁଁ ଅର୍ଜନ ନ କରି ଟଙ୍କା ନିଏ ଓ ଉତ୍ପନ୍ନ ନ କରି ମଧ୍ୟ ଖାଦ୍ୟଶସ୍ୟ ସଂଗ୍ରହ କରେ।’ 23 ଯଦି ଏ କଥା ସତ୍ୟ, ତେବେ ତୁମ୍ଭେ ମୋ’ ଟଙ୍କା ବ୍ୟାଙ୍କରେ ଜମା ରଖି ପାରିଥା’ନ୍ତ ତା’ହେଲେ ମୁଁ ଫେରି ଆସିଲା ବେଳକୁ ମୋ’ ଟଙ୍କାରେ କିଛି ସୁଧ ଅର୍ଜ୍ଜନ କରାଯାଇ ପାରିଥା’ନ୍ତା 24 ସେଠାରେ ରହି ଏସବୁ ଦେଖୁଥିବା ଲୋକମାନଙ୍କୁ ରାଜା କହିଲେ, ‘ଏ ଗ୍ଭକର ପାଖରୁ ଟଙ୍କା ଥଳିଟି ନେଇ ଯାଇ ଦଶ ଥଳି ଟଙ୍କା ଅର୍ଜନ କରିଥିବା ଗ୍ଭକରକୁ ଦେଇଦିଅ।”

25 “ଲୋକମାନେ ରାଜାଙ୍କୁ କହିଲେ, “କିନ୍ତୁ ଆଜ୍ଞା, ସେ ଗ୍ଭକରଟି ପାଖରେ ତ ଆଗରୁ ଦଶ ଥଳି ଟଙ୍କା ଅଛି।’

26 “ରାଜା କହିଲେ, ‘ଯଦି ଜଣେ ବ୍ୟକ୍ତି ତା’ ପାଖରେ ଯାହା ଅଛି ତାହାର ବ୍ୟବହାର କରେ ତେବେ ସେ ଆହୁରି ଅଧିକ ପାଇବ। କିନ୍ତୁ ଯେଉଁ ବ୍ୟକ୍ତି ତା’ ପାଖରେ ଯେତିକି ଅଛି, ତାହା ବ୍ୟବହାର କରେନି ତା’ଠାରୁ ତାହା ମଧ୍ୟ ଛଡ଼େଇ ନିଆଯିବ। 27 ବର୍ତ୍ତମାନ ମୋର ଶତ୍ରୁମାନେ କାହାନ୍ତି? ମୁଁ ସେମାନଙ୍କର ରାଜା ନ ହୁଏ ବୋଲି ଯେଉଁମାନେ ଗ୍ଭହୁଁଥିଲେ। ସେମାନେ କାହାନ୍ତି? ମୋ’ ଶତ୍ରୁମାନଙ୍କୁ ଏଠାକୁ ଆଣ। ସେମାନଙ୍କୁ ମୋ’ ଆଖି ଆଗରେ ମାରିଦିଅ।’”

ଯୀଶୁଙ୍କର ଯିରୁଶାଲମ ପ୍ରବେଶ(B)

28 ଯୀଶୁ ଏସବୁ କହି ସାରିବା ପରେ ଯିରୁଶାଲମ ଆଡ଼କୁ ଯାତ୍ରା ଆରମ୍ଭ କଲେ। 29 ଜୀତପର୍ବତ ପାଖ ବେ‌ଥ୍‌ଫାଗୀ ଓ ବେଥନୀୟା ନଗର ପାଖକୁ ଯୀଶୁ ଆସିଗଲେ। ଯୀଶୁ ନିଜର ଦୁଇଜଣ ଶିଷ୍ୟଙ୍କୁ ଏହା କହି ପଠାଇଲେ, 30 “ଆଗରେ ଯେଉଁ ଗାଁ ଦେଖାଯାଉଛି, ସେଠାକୁ ଯାଅ। ତୁମ୍ଭେମାନେ ଗାଁରେ ପଶିବା ମାତ୍ରେ ସେଠାରେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଉପରେ କେହି କେବେ ହେଲେ ଚଢ଼ି ନ ଥିବେ। ତାକୁ ଖୋଲି ଦେଇ ମୋ’ ପାଖକୁ ଆଣିବ। 31 ଯଦି କୌଣସି ଲୋକ ତୁମ୍ଭକୁ ପଗ୍ଭରେ ଯେ ତୁମ୍ଭେମାନେ ଗଧଟିକୁ କାହିଁକି ନେଇ ଯାଉଛ, ତେବେ ତୁମ୍ଭେମାନେ କହିବ ଯେ ପ୍ରଭୁଙ୍କର ଏଇଟି ଦରକାର ଅଛି।’”

32 ଦୁଇଜଣ ଶିଷ୍ୟ ସେହି ଗାଁକୁ ଗଲେ, ଯୀଶୁ ସେମାନଙ୍କୁ ଯେଭଳି କହିଥିଲେ, ଠିକ୍ ସେହି ଅନୁସାରେ ସେମାନେ ଗଧଟିକୁ ପାଇଗଲେ। 33 ଶିଷ୍ୟମାନେ ଗଧଟିକୁ ଫିଟାଉଥିବା ସମୟରେ ଗଧଟିର ମାଲିକମାନେ ବାହାରି ଆସିଲେ। ସେମାନେ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଗଧଟିକୁ କାହିଁକି ଫିଟାଉଛ?”

34 ଶିଷ୍ୟମାନେ କହିଲେ, “ଏହାଠାରେ ପ୍ରଭୁଙ୍କର ଦରକାର ଅଛି।” 35 ତା’ପରେ ଶିଷ୍ୟମାନେ ଗଧଟିକୁ ଯୀଶୁଙ୍କ ପାଖକୁ ଆଣିଲେ। ସେମାନେ ଗଧ ପିଠି ଉପରେ ସେମାନଙ୍କର ଲୁଗା ପକେଇଲେ। ତା’ପରେ ସେମାନେ ଯୀଶୁଙ୍କୁ ଗଧ ଉପରେ ବସାଇଲେ। 36 ଯୀଶୁ ଗଧ ଉପରେ ବସି ଯିରୁଶାଲମ ଆଡ଼କୁ ଯାତ୍ରା କଲେ। ଲୋକମାନେ ଯୀଶୁଙ୍କ ଆଗରେ ରାସ୍ତା ଉପରେ ନିଜ ନିଜ ଲୁଗା ବିଛାଇ ଦେଲେ।

37 ଯୀଶୁ ଯିରୁଶାଲମର ପାଖ ହୋଇ ଆସୁଥିଲେ, ସେ ଜୀତପର୍ବତର ପାଦଦେଶ ନିକଟରେ ପହଞ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ୟଦଳ ଖୁସୀ ଥିଲେ। ସେମାନେ ଉଚ୍ଚସ୍ୱରରେ ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସେମାନେ ଯେଉଁସବୁ ଶକ୍ତିର କାର୍ଯ୍ୟମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ୱରଙ୍କ ସ୍ତୁତିଗାନ କଲେ। ସେମାନେ କହିଲେ, 38 “ସ୍ୱାଗତ କରି କହିଲେ:

“‘ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଛନ୍ତି, ତାହାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।’ (C)

ସ୍ୱର୍ଗରେ ଶାନ୍ତି ଓ ପରମେଶ୍ୱରଙ୍କ ମହିମା ହେଉ।”

39 ଜନଗହଳିରେ କେତେ ଜଣ ରହିଥିବା ଫାରୂଶୀ ଯୀଶୁଙ୍କୁ କହିଲେ, “ଗୁରୁ, ତୁମ୍ଭର ଶିଷ୍ୟମାନଙ୍କୁ ଏ ସବୁ କଥା ନ କହିବାକୁ କୁହ।”

40 କିନ୍ତୁ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ଏସବୁ କଥା ନିଶ୍ଚୟ କୁହାଯିବ। ଯଦି ମୋର ଶିଷ୍ୟମାନେ ଏସବୁ କଥା ନ କୁହନ୍ତି। ତାହାହେଲେ ଏ ପଥର ସବୁ ପାଟି କରି ତାହା ସବୁ କହିବେ।”

ଯିରୁଶାଲମ ପାଇଁ ଯୀଶୁଙ୍କର କ୍ରନ୍ଦନ

41 ଯୀଶୁ ଯିରୁଶାଲମ ପାଖରେ ପହଞ୍ଚିଲେ। ଯୀଶୁ ଯିରୁଶାଲମ ନଗରକୁ ଦେଖି ତା’ ପାଇଁ କାନ୍ଦି ପକାଇଲେ। 42 ଯୀଶୁ ଯିରୁଶାଲମକୁ କହିଲେ, “ତୁମ୍ଭକୁ କିପରି ଶାନ୍ତି ମିଳି ପାରିବ, ତାହା ତୁମ୍ଭେମାନେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭେମାନେ ଜାଣି ପାରିବ ନାହିଁ। କାରଣ ତାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି। 43 ତୁମ୍ଭ ସକାଶେ ଏପରି ସମୟ ଆସୁଛି। ଯେତେବେଳେ କି ତୁମ୍ଭର ଶତ୍ରୁମାନେ ତୁମ୍ଭ ଗ୍ଭରିପଟେ ଗୋଟିଏ ପାଚେରୀ ତିଆରି କରିଦେବେ। ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଫେରିଯାଇ ଅବରୋଧ କରିବେ। 44 ସେମାନେ ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ନଷ୍ଟ କରିଦେବେ। ତୁମ୍ଭ କୋଠାଗୁଡ଼ିକର ଗୋଟିଏ ହେଲେ ପଥର ଅନ୍ୟ ପଥରଟି ଉପରେ ସେମାନେ ରଖେଇ ଦେବେ ନାହିଁ। ଏସବୁ ଘଟିବ। କାରଣ ତୁମ୍ଭକୁ ଉଦ୍ଧାର କରିବା ପାଇଁ ପରମେଶ୍ୱର ଯେତେବେଳେ ଆସିଥିଲେ, ସେ ସମୟଟିକୁ ତୁମ୍ଭେ ଚିହ୍ନି ପାରିଲ ନାହିଁ।”

ଯୀଶୁ ମନ୍ଦିରକୁ ଯାଆନ୍ତି(D)

45 ଯୀଶୁ ମନ୍ଦିର ଭିତରକୁ ଗଲେ। ସେ ମନ୍ଦିର ପରିସର ଭିତରେ କିଣା ବିକା କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିଲେ। 46 ଯୀଶୁ କହିଲେ, “ଶାସ୍ତ୍ରରେ ଲେଖାଅଛି: ‘ମୋ’ ଗୃହ ପ୍ରାର୍ଥନାଗୃହ ହେବ।’ [a] କିନ୍ତୁ ତୁମ୍ଭେମାନେ ଏହାକୁ ଗ୍ଭେରମାନଙ୍କ ଆଡ୍ଡ଼ାସ୍ଥଳି କରି ଦେଇଛ।’”

47 ଯୀଶୁ ପ୍ରତିଦିନ ମନ୍ଦିରରେ ଉପଦେଶ ଦେଉଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନରେ ମାରି ଦେବାକୁ ଗ୍ଭହୁଁଥିଲେ। 48 କିନ୍ତୁ ସବୁ ଲୋକ ଯୀଶୁଙ୍କ ଉପଦେଶ ମନଧ୍ୟାନ ଦେଇ ଶୁଣୁଥିଲେ। ସେମାନେ ଯୀଶୁଙ୍କ କଥାପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ। ତେଣୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ କ’ଣ କରିବେ ବୋଲି କିଛି ସ୍ଥିର କରି ପାରୁ ନ ଥିଲେ।

ଯିହୂଦୀ ନେତାମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ(E)

20 ଦିନେ ଯୀଶୁ ମନ୍ଦିର ଭିତରେ ଥିଲେ। ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ଯୀଶୁ ଲୋକମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ସୁସମାଗ୍ଭର କହୁଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ପ୍ରଶ୍ନ ପଗ୍ଭରିବାକୁ ଆସିଲେ। ସେମାନେ ପଗ୍ଭରିଲେ, “ଆମ୍ଭକୁ କୁହ, କେଉଁ ଅଧିକାର ବଳରେ ତୁମ୍ଭେ ଏସବୁ କାମ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦେଲା?”

ଯୀଶୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ମୋତେ କୁହ: ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମଣିଷଠାରୁ ଆସିଥିଲା?”

ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଏ ବିଷୟରେ କଥାବାର୍ତ୍ତା ହେଲେ। ସେମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା, ତେବେ ସେ ପଗ୍ଭରିବେ, ‘ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’ କିନ୍ତୁ ଆମ୍ଭେ ଯଦି କହିବା, ‘ଯୋହନଙ୍କ ବାପ୍ତିସ୍ମ ମଣିଷଠାରୁ ଆସିଥିଲା,’ ତେବେ ସବୁ ଲୋକ ଆମ୍ଭ ଉପରକୁ ଟେକା ପଥର ଫିଙ୍ଗି ଆମ୍ଭକୁ ଜୀବନରେ ମାରିଦେବେ। କାରଣ ସେମାନେ ଯୋହନଙ୍କୁ ଭବିଷ୍ୟ‌ଦ୍‌ବକ୍ତା ରୂପେ ବିଶ୍ୱାସ କରନ୍ତି।” ତେଣୁ ସେମାନେ କହିଲେ, “ଆମ୍ଭେ ଜାଣି ନାହୁଁ।”

ଯୀଶୁ ସେମାନଙ୍କୁ କହିଲେ, “ମୁଁ ତେବେ ତୁମ୍ଭମାନଙ୍କୁ କହିବି ନାହିଁ ଯେ ମୁଁ କେଉଁ ଅଧିକାରରେ ଏ ସବୁ କାମ କରୁଛି।”

ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ପଠାନ୍ତି(F)

ତା’ପରେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ, “ଗୋଟିଏ ଲୋକ କିଛି ଜମିରେ ଅଙ୍ଗୁର ଗ୍ଭଷ କଲା। ସେ ଏହି ଜମିଟି କେତେ ଜଣ କୃଷକଙ୍କୁ ଭାଗ ଦେଇଦେଲା। ତା’ପରେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରୁ ଗ୍ଭଲିଗଲା। 10 ପରେ ଅଙ୍ଗୁର ତୋଳିବା ସମୟ ଆସିଲା। ତେଣୁ ଲୋକଟି ତା’ର ଜଣେ ଗ୍ଭକରକୁ ଏହି କୃଷକମାନଙ୍କ ପାଖକୁ ପଠାଇଲା ଯେପରି କୃଷକମାନେ ତାହାଙ୍କ ଭାଗ ଅଙ୍ଗୁର ଗ୍ଭକର ହାତରେ ଦେଇଦେବେ। କିନ୍ତୁ କୃଷକମାନେ ଗ୍ଭକରକୁ ମାଡ଼ ମାରି ଖାଲି ହାତରେ ପଠେଇ ଦେଲେ। 11 ତେଣୁ ଲୋକଟି ଆଉ ଜଣେ ଗ୍ଭକରକୁ ପଠାଇଲା। କୃଷକମାନେ ଏହି ଲୋକଟିକୁ ମାଡ଼ ମାରିଲେ ଓ ତା’ ପ୍ରତି ଅସମ୍ମାନ ବ୍ୟବହାର କଲେ। ସେମାନେ ତାକୁ ମଧ୍ୟ କିଛି ନ ଦେଇ ପଠେଇ ଦେଲେ। 12 ତେଣୁ ଜମିମାଲିକ ପୁଣି ଆଉ ଜଣେ ଗ୍ଭକରକୁ ପଠାଇଲା। କୃଷକମାନେ ତାକୁ ଭୟଙ୍କର ଭାବରେ କ୍ଷତବିକ୍ଷତ କରି ବାହାରକୁ ଫିଙ୍ଗି ଦେଲେ।

13 “ଜମିମାଲିକ କହିଲା, ‘ଏବେ ମୁଁ କ’ଣ କରିବି? ମୁଁ ମୋ’ ପୁଅକୁ ପଠାଇବି। ମୁଁ ମୋ’ ପୁଅକୁ ଅତ୍ୟଧିକ ଭଲ ପାଏ। ହୁଏତ ମୋ’ ପୁଅକୁ କୃଷକମାନେ ସମ୍ମାନ ଦେଇପାରନ୍ତି।’ 14 କୃଷକମାନେ ମାଲିକର ପୁଅକୁ ଦେଖି କୁହାକୁହି ହେଲେ, ‘ଏତ ଜମିମାଲିକର ପୁଅ। ଏ ଜମି ଖଣ୍ଡିକ ତା’ର ହିଁ ହେବ। ଆମ୍ଭେ ତାକୁ ମାରିଦେଲେ ଜମିଟି ଆମ୍ଭରି ହୋଇଯିବ।’ 15 ତେଣୁ କୃଷକମାନେ ମାଲିକର ପୁଅକୁ ଜୀବନରେ ମାରିଦେଲେ ଓ ଜମି ବାହାରକୁ ଫିଙ୍ଗି ଦେଲେ।

“ଏବେ ଜମିମାଲିକ କ’ଣ କରିବ? 16 ସେ ଆସି ସେହି କୃଷକମାନଙ୍କୁ ଜୀବନରେ ମାରିଦେବ। ତା’ପରେ ସେହି ଜମିଟିକୁ ଆଉ କେତେକ କୃଷକଙ୍କୁ ଭାଗ ଦେଇଦେବେ।”

ଲୋକମାନେ ଏହି ଦୃଷ୍ଟାନ୍ତଟି ଶୁଣିଲେ ଓ ସେମାନେ କହିଲେ, “ଯେ, ଏ କଥା କେବେ ହେଲେ ନ ହେଉ।” 17 ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ତେବେ ଧର୍ମଶାସ୍ତ୍ରର ଏହି ପଦର ଅର୍ଥ କ’ଣ ହେବ?

‘ନିର୍ମାତାମାନେ ଯେଉଁ ପଥରକୁ ନାପସନ୍ଦ କରିଦେଲେ,
    ସେହି ପଥରଟି ମୂଳଦୁଆର ପ୍ରଧାନ ପଥର ହୋଇଗଲା।’(G)

18 ଯେଉଁ ଲୋକ ସେହି ପଥର ଉପରେ ଖସି ପଡ଼ିବ, ତା’ର ହାଡ ଗୋଡ଼ ଭାଙ୍ଗିଯିବ। କିନ୍ତୁ ସେହି ପଥର ଯାହା ଉପରେ ପଡ଼ିବ, ତାହା ତାକୁ ଚୁ‌ର୍‌ମାର୍ କରିଦେବ।”

19 ଧର୍ମଶାସ୍ତ୍ରୀ ଓ ମୁଖ୍ୟ ଯାଜକମାନେ ଯୀଶୁଙ୍କଠାରୁ ଏହି ଦୃଷ୍ଟାନ୍ତଟି ଶୁଣିଲେ। ସେମାନେ ଜାଣି ପାରିଲେ ଯେ, ଏହି ଦୃଷ୍ଟାନ୍ତଟି ସେମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ତେଣୁ ସେମାନେ ଯୀଶୁଙ୍କୁ ଠିକ୍ ସେତିକିବେଳେ ବନ୍ଦୀ କରିବାକୁ ଗ୍ଭହିଁଲେ। କିନ୍ତୁ ଲୋକମାନେ କାଳେ କ’ଣ କିଛି କରିପକାଇବେ, ସେଥିପାଇଁ ସେମାନେ ଡରୁଥିଲେ।

ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଯିହୂଦୀ ନେତାମାନଙ୍କ ଚେଷ୍ଟା(H)

20 ତେଣୁ ଧର୍ମଶାସ୍ତ୍ରୀ ଏବଂ ଯାଜକମାନେ ଯୀଶୁଙ୍କୁ ଫାନ୍ଦରେ ପକାଇବା ପାଇଁ ଉପଯୁକ୍ତ ସମୟ ଅପେକ୍ଷାରେ ରହିଲେ। ସେମାନେ ଯୀଶୁଙ୍କ ପାଖକୁ କେତେକ ଗୁପ୍ତଚର ପଠାଇଲେ। ସେମାନେ ଏହି ଲୋକମାନଙ୍କୁ ଭଲ ଲୋକ ଭଳି ଛଳନା କରିବା ପାଇଁ କହିଥିଲେ। ସେମାନେ ଯୀଶୁଙ୍କ କହୁଥିବା କଥାରେ କିଛି ଭୁଲ୍ ବିଷୟ ଖୋଜି ବାହାର କରିବାକୁ ଗ୍ଭହୁଁଥିଲେ। କାରଣ ଯଦି ସେମାନେ ଯୀଶୁଙ୍କର କିଛି ଭୁଲ୍ ଦେଖି ପାରିବେ, ତେବେ ସେମାନେ ଯୀଶୁଙ୍କ ଉପରେ ଅଧିକାର ଓ କ୍ଷମତା ରହିଥିବା ଶାସନକର୍ତ୍ତାଙ୍କ ହାତରେ ଯୀଶୁଙ୍କୁ ଦେଇଦେବେ। 21 ସେହି ଲୋକମାନେ ଯୀଶୁଙ୍କୁ କହିଲେ, “ଗୁରୁ, ଆମ୍ଭେ ଜାଣିଛୁ ଯେ ଆପଣ ଯାହା କହୁଛନ୍ତି ଓ ଉପଦେଶ ଦେଉଛନ୍ତି, ସେ ସବୁ ଠିକ୍। ଆପଣ କାହାପ୍ରତି ପକ୍ଷପାତପୂର୍ଣ୍ଣ ଆଚରଣ କରୁ ନାହାନ୍ତି। ଆପଣ ପରମେଶ୍ୱରଙ୍କ ମାର୍ଗ ବିଷୟରେ ଯେଉଁ ଉପଦେଶ ଦେଉଛନ୍ତି, ତାହା ସତ୍ୟ। 22 ଆମ୍ଭକୁ କୁହ। କାଇସରଙ୍କୁ କର ଦେବା ଆମ୍ଭ ପକ୍ଷେ ଠିକ୍ ହେବ କି ନାହିଁ?”

23 କିନ୍ତୁ ଯୀଶୁ ଜାଣିଥିଲେ ଯେ ଏହି ଲୋକମାନେ ତାହାଙ୍କୁ ଫାନ୍ଦରେ ପକାଇବାକୁ ଗ୍ଭହୁଁଛନ୍ତି। ତେଣୁ ଯୀଶୁ ସେମାନଙ୍କୁ କହିଲେ, 24 “ମୋତେ ଗୋଟିଏ ମୁଦ୍ରା ଦେଖାଅ, ମୁଦ୍ରା ଉପରେ କାହାର ନାମ ଅଛି ଏବଂ କାହାର ଛବି ଅଛି?”

ସେମାନେ କହିଲେ, “କାଇସରଙ୍କର।”

25 ଯୀଶୁ ସେମାନଙ୍କୁ କହିଲେ, “ତେବେ ଯାହା କାଇସରଙ୍କର, ତାହା କାଇସରଙ୍କୁ ଦେଇଦିଅ, ଯାହା ପରମେଶ୍ୱରଙ୍କର ତାହା ପରମେଶ୍ୱରଙ୍କୁ ଦେଇଦିଅ।”

26 ଲୋକମାନେ ଯୀଶୁଙ୍କର ଏହି ବୁଦ୍ଧିପୂର୍ଣ୍ଣ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କିଛି କହି ପାରିଲେ ନାହିଁ। ସେମାନେ ଯୀଶୁଙ୍କୁ ସମସ୍ତଙ୍କ ଆଗରେ ଫାନ୍ଦରେ ପକାଇ ପାରିଲେ ନାହିଁ। ଯୀଶୁ ଏଭଳି କିଛି କହିଲେ ନାହିଁ, ଯାହାକୁ ସେମାନେ ଯୀଶୁଙ୍କ ବିରୁଦ୍ଧରେ ବ୍ୟବହାର କରି ପାରିବେ।

କେତେକ ସାଦ୍ଦୂକୀ ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ(I)

27 କେତେକ ସାଦ୍ଦୂକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି ଯେ ଲୋକେ ମୃତ୍ୟୁରୁ ପୁଣି ବଞ୍ଚି ଉଠି ପାରିବେ ନାହିଁ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, 28 “ଗୁରୁ! ମୋଶା ଆମ୍ଭ ପାଇଁ ଲେଖିଥିଲେ ଯେ ଯଦି ଜଣେ ବିବାହିତ ପୁରୁଷ କୌଣସି ସନ୍ତାନସନ୍ତତି ନ ଥାଇ ମରିଯାଏ, ତେବେ ତା’ର ଭାଇ ନିଶ୍ଚୟ ସେହି ମୃତ ଭାଇର ପତ୍ନୀକୁ ବିବାହ କରିବ। ତାହାହେଲେ ସେ ତା’ ମୃତ ଭାଇ ପାଇଁ ସେହି ସ୍ତ୍ରୀଠାରୁ ସନ୍ତାନସନ୍ତତି ଉତ୍ପନ୍ନ କରି ପାରିବ। 29 ଥରେ ସାତ ଜଣ ଭାଇ ଥିଲେ। ବଡ଼ ଭାଇଟି ବିବାହ କରିଥିଲା। କୌଣସି ସନ୍ତାନ ନ ଥାଇ ସେ ଭାଇଟି ମରିଗଲେ। 30 ତା’ପରେ ସେହି ସ୍ତ୍ରୀ ଲୋକଟିକୁ ଦ୍ୱିତୀୟ ଭାଇ ବିବାହ କଲା। କିନ୍ତୁ ସେ ମଧ୍ୟ ମରିଗଲା। 31 ତା’ପରେ ତୃତୀୟ ଭାଇଟି ସେହି ସ୍ତ୍ରୀକୁ ବିବାହ କଲା ଓ ମରିଗଲା। ଅନ୍ୟ ଭାଇମାନଙ୍କ ପ୍ରତି ମଧ୍ୟ ସେହି ଏକା କଥା ଘଟିଲା। ସେମାନେ ସମସ୍ତେ ମରିଗଲେ ଓ କାହାରି ହେଲେ ସନ୍ତାନସନ୍ତିତି ଜନ୍ମ ହୋଇ ନ ଥିଲେ। 32 ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା। 33 ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ଯେତେବେଳେ ଲୋକେ ମୃତ୍ୟୁରୁ ପୁଣି ଜୀବନ ନ ପାଇ ଉଠିବେ, ସେତେବେଳେ ଏହି ସ୍ତ୍ରୀଟି କାହାର ପତ୍ନୀ ହେବ?”

34 ଯୀଶୁ ସାଦ୍ଦୂକୀମାନଙ୍କୁ କହିଲେ, “ସଂସାରରେ ଲୋକମାନେ ପରସ୍ପର ମଧ୍ୟରେ ବିବାହ କରିଥା’ନ୍ତି। 35 କିନ୍ତୁ କେତେକ ଲୋକ ମୃତ୍ୟୁରୁ ପୁଣି ବଞ୍ଚି ଉଠିବାକୁ ଯୋଗ୍ୟ ହେବେ ଓ ସେମାନେ ଏହି ଜୀବନ ପରେ ମଧ୍ୟ ପୁଣି ଜୀବିତ ରହିବେ। ସେହି ଜୀବନରେ ସେମାନେ ବିବାହ କରିବେ ନାହିଁ। 36 ସେହି ଜୀବନରେ ଲୋକମାନେ ସ୍ୱର୍ଗଦୂତଙ୍କ ପରି ହୋଇଥା’ନ୍ତି ଓ ସେମାନେ କେବେ ହେଲେ ମରନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ସନ୍ତାନ କାରଣ ମୃତ୍ୟୁରୁ ପୁଣି ବଞ୍ଚି ଉଠିଥା’ନ୍ତି। 37 ମୋଶା ସ୍ପଷ୍ଟ ଭାବରେ ଦେଖେଇ ଦେଇଛନ୍ତି ଯେ ଲୋକେ ମୃତ୍ୟୁରୁ ପୁଣି ବଞ୍ଚି ଉଠନ୍ତି। ମୋଶା ଯେତେବେଳେ ‘ଜ୍ୱଳନ୍ତବୁଦା’ [b] ବିଷୟରେ ଲେଖିଲେ, ସେ କହିଥିଲେ ଯେ, ‘ପ୍ରଭୁ (ପରମେଶ୍ୱର) ହେଉଛନ୍ତି ଅବ୍ରହାମଙ୍କ ପରମେଶ୍ୱର, ଇ‌‌ସ୍‌‌ହାକଙ୍କ ପରମେଶ୍ୱର, ଓ ଯାକୁବଙ୍କ ପରମେଶ୍ୱର’ [c] 38 ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ଏ ଲୋକମାନେ ପ୍ରକୃତରେ ମୃତ ନୁହନ୍ତି। ସେ କେବଳ ଜୀବିତ ଲୋକମାନଙ୍କ ପରମେଶ୍ୱର। ଯେଉଁମାନେ ପରମେଶ୍ୱରଙ୍କ ଲୋକ, ସେମାନେ ସମସ୍ତେ ଜୀବିତ ଅଟନ୍ତି।

39 ଧର୍ମଶାସ୍ତ୍ରୀମାନେ କହିଲେ, “ଗୁରୁ, ଆପଣଙ୍କ ଉତ୍ତର ବହୁତ ଭଲ ଥିଲା।” 40 ଯୀଶୁଙ୍କୁ ଆଉ ଅଧିକ ପ୍ରଶ୍ନ ପଗ୍ଭରିବାକୁ କେହି ସାହସ କଲେ ନାହିଁ।

ଖ୍ରୀଷ୍ଟ କ’ଣ ଦାଉଦଙ୍କ ପୁତ୍ର(J)

41 ତା’ପରେ ଯୀଶୁ କହିଲେ, “ଲୋକେ କାହିଁକି କହୁଛନ୍ତି ଯେ ଖ୍ରୀଷ୍ଟ ଦାଉଦଙ୍କ ପୁତ୍ର? 42 ଗୀତସଂହିତାରେ ଦାଉଦ ନିଜେ କହିଛନ୍ତି:

‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଲେ,
ମୋର ଡାହାଣ ପଟେ ମୋ’ ପାଖରେ ବସ।
43     ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ଶକ୍ତି ଅଧୀନରେ ରଖିବି।’ (K)

44 ଦାଉଦ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ କହିଛନ୍ତି। କିନ୍ତୁ ଖ୍ରୀଷ୍ଟ ମଧ୍ୟ ଦାଉଦଙ୍କ ପୁତ୍ର। ଏ ଉଭୟ କଥା କିପରି ସତ୍ୟ ହୋଇ ପାରିବ?”

ଧର୍ମଶାସ୍ତ୍ରୀମାନଙ୍କ ବିରୁଦ୍ଧରେ ଚେତାବନୀ(L)

45 ସବୁଲୋକେ ଯୀଶୁଙ୍କ ଉପଦେଶ ଶୁଣୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, 46 “ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ମାନ୍ୟଗନ୍ୟ ବ୍ୟକ୍ତିଙ୍କ ପରି ପୋଷାକପତ୍ର ପିନ୍ଧି ବୁଲାବୁଲି କରିବାକୁ ସେମାନେ ଗ୍ଭହାନ୍ତି। ହାଟବଜାରରେ ଲୋକେ ତାହାଙ୍କୁ ସମ୍ମାନ ଦେଖାନ୍ତୁ ବୋଲି ସେମାନେ ଭଲ ପାଆନ୍ତି। ଯିହୂଦୀ ସମାଜଗୃହମାନଙ୍କରେ ସବୁଠାରୁ ଶ୍ରେଷ୍ଠ ଆସନଗୁଡ଼ିକ ପାଇବାକୁ ସେମାନେ ଭଲ ପାଆନ୍ତି। ଭୋଜିମାନଙ୍କରେ ସବୁଠାରୁ ପ୍ରଧାନ ଆସନରେ ବସିବାକୁ ସେମାନେ ଭଲ ପାଆନ୍ତି। 47 କିନ୍ତୁ ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ୍ଚ ମନୋଭାବ ଦେଖାନ୍ତି। ସେମାନେ ବିଧବାମାନଙ୍କର ଘରଦ୍ୱାର ଠକି କରି ନେଇ ଥା’ନ୍ତି। ସେମାନେ ଲମ୍ବାଲମ୍ବା ପ୍ରାର୍ଥନା କରି ନିଜକୁ ଭଲ ବୋଲି ଦେଖେଇ ହେବାକୁ ଚେଷ୍ଟା କରନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ କଠିନ ଦଣ୍ଡ ଦେବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center