Font Size
                  
                
              
            Daily Reading for Personal Growth, 40 Days with God / Matthew 5:33–37 (Odia Holy Bible: Easy-to-Read Version)
      
    Daily Reading for Personal Growth, 40 Days with God
40 daily Scripture readings that illustrate the character of God and the nature of faith.
                Duration: 40 days
                            
                    Odia Holy Bible: Easy-to-Read Version                  (ERV-OR)
                  
                  
              ମାଥିଉ ଲିଖିତ ସୁସମାଗ୍ଭର 5:33-37
ପ୍ରତିଜ୍ଞା ସମ୍ବନ୍ଧରେ ଯୀଶୁଙ୍କର ଶିକ୍ଷା
33 “ଏ କଥା ତୁମ୍ଭେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ତୁମ୍ଭେମାନେ କରିଥିବା ପ୍ରତିଜ୍ଞା କେବେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହିସବୁ ପାଳନ କର।’[a] 34 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କର ନାହିଁ। ସ୍ୱର୍ଗର ନାମରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ୱରଙ୍କ ସିଂହାସନ। 35 ପୃଥିବୀ ନାମରେ ପ୍ରତିଜ୍ଞା ନିଅ ନାହିଁ, କାରଣ ତାହା ପରମେଶ୍ୱରଙ୍କର ପାଦପୀଠ। ଯିରୁଶାଲମ ନାମରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ୱରଙ୍କ ନଗରୀ। 36 ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା'ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବ ନାହିଁ। 37 ଯଦି ତୁମ୍ଭେ ଠିକ୍ ମନେ କରୁଛ ତେବେ ‘ହଁ’ କୁହ ଏବଂ ତୁମ୍ଭେ ଯଦି ଭୁଲ୍ ବୋଲି ମନେ କରୁଛ ତେବେ ‘ନାଁ’ କୁହ। ‘ହଁ’ ବା ‘ନାଁ’ ଠାରୁ ଅଧିକା ବିଷୟ ପାପାତ୍ମାଠାରୁ ଆସିଥାଏ।
Odia Holy Bible: Easy-to-Read Version (ERV-OR) 
                  2010 by World Bible Translation Center