Print Page Options
Previous Prev Day Next DayNext

Chronological

Read the Bible in the chronological order in which its stories and events occurred.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1-7

ହୋଶେୟଙ୍କ ଜରିଆରେ ସଦାପ୍ରଭୁ ପରମେଶ୍ୱରଙ୍କ ବାର୍ତ୍ତା

ବେରିଙ୍କ ପୁତ୍ର ହୋଶେୟଙ୍କ ନିକଟକୁ ସଦାପ୍ରଭୁଙ୍କ ଏହି ବାର୍ତ୍ତା ଆସିଲା। ଏହି ବାର୍ତ୍ତା ଯିହୁଦାର ରାଜା ଉଷିୟ, ଯୋଥମ୍, ଆହସ ଓ ହିଜକିୟଙ୍କ ରାଜତ୍ୱ କାଳରେ ଓ ଇସ୍ରାଏଲର ରାଜା ଯୋୟାସଙ୍କ ପୁତ୍ର ଯାରବିୟାମଙ୍କ ସମୟରେ ଆସିଥିଲା।

ସଦାପ୍ରଭୁଙ୍କର ହୋଶେୟ ପ୍ରତି ଏହା ଥିଲା ପ୍ରଥମ ବାର୍ତ୍ତା। ସଦାପ୍ରଭୁ କହିଲେ, “ଯାଅ, ଏକ ଗଣିକାକୁ ବିବାହ କର, ଯାହାଫଳରେ ବେଶ୍ୟାର ପୁତ୍ର ଜନ୍ମ ହେବ। କାରଣ ଏହି ଦେଶର ଲୋକମାନେ ଗଣିକା ପରି କାର୍ଯ୍ୟ କରିଛନ୍ତି। ସଦାପ୍ରଭୁଙ୍କଠାରେ ଅବିଶ୍ୱସ୍ତ ହୋଇଛନ୍ତି।”

ଯିଷ୍ରିୟେଲଙ୍କ ଜନ୍ମ

ତେଣୁ ହୋଶେୟ ଦିବ୍ଲାଇମଙ୍କ କନ୍ୟା ଗୋମରଙ୍କୁ ବିବାହ କଲେ। ଗୋମରା ଗର୍ଭବତୀ ହେଲେ ଏବଂ ହୋଶେୟଙ୍କ ପାଇଁ ଏକ ପୁତ୍ର ସନ୍ତାନ ଜନ୍ମ କଲେ। ସଦାପ୍ରଭୁ ହୋଶେୟକୁ କହିଲେ, “ତା'ର ନାମ ଯିଷ୍ରିୟେଲ ଦିଅ। କାରଣ ଅଳ୍ପ ସମୟ ପରେ ମୁଁ ଯେହୂର ପରିବାରକୁ ଦଣ୍ତ ଦେବି। କାରଣ ସେ ଯିଷ୍ରିୟେଲ ଉପତ୍ୟକାରେ ରକ୍ତପାତ କରିଥିଲେ। ତା'ପରେ ମୁଁ ଇସ୍ରାଏଲ ସାମ୍ରାଜ୍ୟର ପତନ ଘଟାଇବି। ମୁଁ ଇସ୍ରାଏଲର ଧନୁକୁ ସେହି ଯିଷ୍ରିୟେଲ ଉପତ୍ୟକାରେ ଭାଙ୍ଗିବି।”

ଲୋ-ରୁହାମାଙ୍କ ଜନ୍ମ

ତା'ପରେ ଗୋମର ପୁନର୍ବାର ଗର୍ଭବତୀ ହେଲେ ଓ ଏକ କନ୍ୟା ସନ୍ତାନ ଜନ୍ମ ଦେଲେ। ସଦାପ୍ରଭୁ ହୋଶେୟକୁ କହିଲେ, “ତା'ର ନାମ ଲୋ-ରୁହାମା ଦିଅ। କାରଣ ଆମ୍ଭେ ଏଣିକି ଇସ୍ରାଏଲ ଜାତିକୁ ଆଉ ଦୟା ଦେଖାଇବା ନାହିଁ। ଆମ୍ଭେ ସେମାନଙ୍କୁ କ୍ଷମା ଦେବା ନାହିଁ। କିନ୍ତୁ ଆମ୍ଭେ ଯିହୁଦାର ଲୋକଙ୍କୁ ଦୟା ଦେଖାଇବା। ଆମ୍ଭେ ଯିହୁଦା ଦେଶକୁ ରକ୍ଷା କରିବା। ଆମ୍ଭେ ସେମାନଙ୍କୁ ରକ୍ଷା କରିବାକୁ ଖଣ୍ତା କି ଧନୁ ବ୍ୟବହାର କରିବା ନାହିଁ। ଆମ୍ଭେ ସେମାନଙ୍କୁ ରକ୍ଷା କରିବାକୁ ଯୁଦ୍ଧରେ ଅଶ୍ୱ କି ସୈନ୍ୟ ବ୍ୟବହାର କରିବା ନାହିଁ। ଆମ୍ଭେ ସେମାନଙ୍କୁ ଆମ୍ଭ ନିଜ ଶକ୍ତି ବଳରେ ରକ୍ଷା କରିବା।”

ଲୋ-ଆମୀଙ୍କ ଜନ୍ମ

ଗୋମରା ଲୋ-ରୁହାମାଙ୍କ ସେବା ଶେଷ କଲାପରେ ସେ ପୁନର୍ବାର ଗର୍ଭବତୀ ହେଲେ। ସେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଲେ। ତା'ପରେ ସଦାପ୍ରଭୁ କହିଲେ, “ତା'ର ନାମ ଲୋ-ଆମୀ ଦିଅ। କାରଣ, ତୁମ୍ଭେମାନେ ଆମ୍ଭର ଲୋକ ନୁହଁ କି ଆମ୍ଭେ ତୁମ୍ଭର ପରମେଶ୍ୱର ନୁହଁ।”

10 “ସମୁଦ୍ରର ବାଲୁକା ସଦୃଶ ଇସ୍ରାଏଲ ସନ୍ତାନଗଣର ସଂଖ୍ୟା ଭବିଷ୍ୟତରେ ବୃଦ୍ଧି ପାଇବ। ତୁମ୍ଭେ ସମୁଦ୍ରର ବାଲିକୁ ମାପି ପାରିବ ନାହିଁ କି ଗଣି ପାରିବ ନାହିଁ। ଯେଉଁ ସ୍ଥାନରେ ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ଏହା ଘଟିବ। ସେମାନଙ୍କୁ ମଧ୍ୟ କୁହାଯିବ, ‘ତୁମ୍ଭେମାନେ ମୋ’ ଲୋକ ନୁହଁ। ତୁମ୍ଭେ ଜୀବନ୍ତ ପରମେଶ୍ୱରଙ୍କର ସନ୍ତାନ ଅଟ।’

11 “ତା'ପରେ ଯିହୁଦା ଓ ଇସ୍ରାଏଲର ଲୋକମାନେ ଏକତ୍ରିତ ହେବେ। ସେମାନେ ସେମାନଙ୍କ ପାଇଁ ଜଣେ ରାଜା ବାଛିବେ ଏବଂ ସେମାନଙ୍କର ଦେଶ ସବୁଠାରୁ ବଡ଼ ହେବ। ଯିଷ୍ରିୟେଲର ସମୟ ପ୍ରକୃତ ବଡ଼ ହେବ।”

“ତା'ପରେ ତୁମ୍ଭେ ତୁମ୍ଭର ଭାଇମାନଙ୍କୁ କହିବ, ‘ତୁମ୍ଭେମାନେ ଆମ୍ଭର ଲୋକ।’ ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କହିବ, ‘ସେ ତୁମ୍ଭମାନଙ୍କୁ ଦୟା ଦେଖାଇଛନ୍ତି।’”

“ମାଙ୍କ ସହିତ ଯୁକ୍ତି କର। କାରଣ ସେ ଆମ୍ଭର ସ୍ତ୍ରୀ ନୁହେଁ କି ଆମ୍ଭେ ତା'ର ସ୍ୱାମୀ ନୁହଁ। ବେଶ୍ୟା ପରି ନ ହେବାକୁ ତାଙ୍କୁ କୁହ। ତାଙ୍କୁ କୁହ ଯେଉଁ ପ୍ରେମିକମାନଙ୍କୁ ହୃଦୟରେ ସ୍ଥାନ ଦେଇଛନ୍ତି ସେମାନଙ୍କୁ ଦୂରେଇ ଦିଅନ୍ତୁ। ଯଦି ସେ ତା'ର ବ୍ୟଭିଗ୍ଭରିତା ବନ୍ଦ ନ କରେ, ତେବେ ଆମ୍ଭେ ତାକୁ ଉଲଗ୍ନ କରିବା, ସେ ଯେପରି ଜନ୍ମ ହେବା ସମୟରେ ନମ୍ର ଥିଲା। ଆମ୍ଭେ ତା'ର ସମସ୍ତ ଲୋକମାନଙ୍କୁ ନେଇଯିବା ଏବଂ ସେ ମରୁଭୂମି ପରି ଶୂନ୍ୟ ହୋଇଯିବ। ଆମ୍ଭେ ତାକୁ ଶୋଷରେ ମାରିବା। ତା'ର ପିଲାମାନଙ୍କ ଉପରେ ଆମ୍ଭର ଦୟା ନାହିଁ କାରଣ ସେମାନେ ଜାରଜ ସନ୍ତାନ। ସେମାନଙ୍କର ମା ବେଶ୍ୟାପରି କାମ କରିଅଛି। ସେମାନଙ୍କର ମାଙ୍କ କୃତ କର୍ମ ପାଇଁ ଲଜ୍ଜିତ ହେବା ଉଚିତ୍। ସେ କହିଲା, ‘ମୁଁ ମୋର ପ୍ରେମିକମାନଙ୍କ ପାଖକୁ ଯିବି। ମୋର ପ୍ରେମିକମାନେ ମୋତେ ଖାଦ୍ୟ ଓ ପାଣି ଦେବେ। ସେମାନେ ମୋତେ ପଶମ ଓ ଲାଇଲନ୍ ଦେବେ। ସେମାନେ ମୋତେ ଦ୍ରାକ୍ଷାରସ ଓ ଅଲିଭ୍ ତେଲ ଦେବେ।’

“ତେଣୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପଥ କଣ୍ଟା ଦ୍ୱାରା ଅବରୋଧ କରିବା। ତା'ର ଚତୁର୍ଦ୍ଦିଗରେ ପ୍ରାଚୀର ନିର୍ମାଣ କରିବା, ଯାହା ଫଳରେ ସେ ଆଉ ପଥ ପାଇବ ନାହିଁ। ସେ ତା'ର ପ୍ରିୟ ପ୍ରେମିକ ପଛରେ ଧାଇଁବ, କିନ୍ତୁ ସେ ସେମାନଙ୍କୁ ମଧ୍ୟ ଧରି ପାରିବ ନାହିଁ। ସେ ସେମାନଙ୍କୁ ବହୁ ଖୋଜିବ କିନ୍ତୁ ପାଇପାରିବ ନାହିଁ। ତା'ପରେ ସେ କହିବ, ‘ମୁଁ ମୋର ପ୍ରଥମ ପ୍ରେମିକ, ପରମେଶ୍ୱରଙ୍କ ନିକଟକୁ ଫେରିଯିବି। ତାଙ୍କ ପାଖରେ ଥିଲା ବେଳେ ମୋର ଜୀବନ, ବର୍ତ୍ତମାନ ଅପେକ୍ଷା ଅଧିକ ଭଲ ଥିଲା।’

“ସେ ଜାଣି ନ ଥିଲା ଆମ୍ଭେ ଯିଏ କି ତାକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଦେଉଥିଲୁ। ଆମ୍ଭେ ଅଧିକରୁ ଅଧିକ ସୁନା, ରୂପା ତାକୁ ଦେଇ ଗ୍ଭଲିଥିଲୁ। କିନ୍ତୁ ଇସ୍ରାଏଲୀୟମାନେ ସେହି ସୁନା ଓ ରୂପାକୁ ବା‌‌ଲ୍‌‌‌‌ର ମୂର୍ତ୍ତି ତିଆରିରେ ବ୍ୟବହାର କଲେ। ତେଣୁ ଆମ୍ଭେ ଫେରି ଆସିବା। ଆମ୍ଭେ ଆମ୍ଭର ସେହି ସମୟରେ ଅମଳ ହେଉଥିବା ଶସ୍ୟ ଫେରାଇ ନେବା। ଅଙ୍ଗୁର ଦ୍ରାକ୍ଷାରସ ପାଇଁ ପ୍ରସ୍ତୁତ ଥିଲା ବେଳେ ଆମ୍ଭେ ତାକୁ ଫେରାଇ ନେବା। ଆମ୍ଭର ପଶମ ଓ କାର୍ପାସ ବସ୍ତ୍ର ଫେରାଇ ନେବା। ଆମ୍ଭେ ସେଗୁଡ଼ିକୁ ତା'ର ଶରୀର ଆବୃତ କରିବାକୁ ଦେଇଥିଲୁ। 10 ବର୍ତ୍ତମାନ ଆମ୍ଭେ ତାକୁ ଉଲଗ୍ନ କରିଦେବା। ତା'ର ଉଲଗ୍ନ ଶରୀର ତା'ର ପ୍ରେମିକ ଲୋକମାନେ ଦେଖିବେ। ଆମ୍ଭ କବଳରୁ ତାକୁ କେହି ରକ୍ଷା କରି ପାରିବେ ନାହିଁ। 11 ଆମ୍ଭେ ସଦାପ୍ରଭୁ ତା'ର ସମସ୍ତ ଆନନ୍ଦ, ଉତ୍ସବ, ଅମାବାସ୍ୟା, ବିଶ୍ରାମ ଦିନ ସମସ୍ତ ଭୋଜିକୁ ବନ୍ଦ କରିଦେବା। 12 ଆମ୍ଭେ ତା'ର ଦ୍ରାକ୍ଷାଲତାଗୁଡ଼ିକୁ ଓ ଡିମ୍ବିରି ଗଛଗୁଡ଼ିକୁ ନଷ୍ଟ କରିଦେବା। ସେ କହିଲା, ‘ମୋର ପ୍ରେମିକମାନେ ମୋତେ ଏସବୁ ଜିନିଷ ଦେଇଥିଲେ।’ କିନ୍ତୁ ଆମ୍ଭେ ତା'ର ବଗିଗ୍ଭକୁ ବଦଳାଇ ଅନାବନା ଗଛରେ ଜଙ୍ଗଲ କରିଦେବା। ବନ୍ୟପଶୁମାନେ ଆସି ସେହି ଗଛରୁ ଖାଇବେ।

13 “ସେ ବା‌‌ଲ୍‌‌‌‌କୁ ସେବା କରୁଥିଲା। ତେଣୁ ଆମ୍ଭେ ତାକୁ ଦଣ୍ତ ଦେବା। ସେ ବା‌‌ଲ୍‌‌‌‌କୁ ଧୂପ ଦେଉଥିଲା। ସେ ଭଲ ପୋଷାକ ପରିଧାନ କରୁଥିଲା ଓ ତା'ର ଅଳଙ୍କାର, ନାକରେ ଗହଣା ପିନ୍ଧି ସେହି ମିଥ୍ୟା ପ୍ରେମିକମାନଙ୍କ ନିକଟକୁ ଯାଉଥିଲା ଏବଂ ଆମ୍ଭଙ୍କୁ ଭୁଲିଯାଇଥିଲା।” ସଦାପ୍ରଭୁ ଏହା କହିଲେ।

14 “ତେଣୁ ଆମ୍ଭେ ତାକୁ ପ୍ରେମବାଣୀ କହିବା। ଆମ୍ଭେ ତାକୁ ନିର୍ଜ୍ଜନ ମରୁଭୂମିକୁ ନେଇ କୋମଳ କଥା କହିବା। 15 ସେଠାରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦେବା। ଆମ୍ଭେ ତାକୁ ଆଶାର ଦ୍ୱାର ସ୍ୱରୂପ ଆଖୋର ଉପତ୍ୟକା ଦେବା। ତା'ପରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।” 16 ସଦାପ୍ରଭୁ ଏହା କୁହନ୍ତି,

“ସେ ସମୟରେ ତୁମ୍ଭେ ଆମ୍ଭକୁ ‘ଆମ୍ଭ ସ୍ୱାମୀ’ ବୋଲି ଡାକିବ। ମାତ୍ର ତୁମ୍ଭେ ଆମ୍ଭକୁ ‘ଆମ୍ଭ ମୁନିବ’ ବୋଲି ଡାକିବ ନାହିଁ। 17 ଆମ୍ଭେ ତା'ର ମୁଖରୁ ବାଲ୍ ଡାକ କାଢ଼ିଦେବା। ତା'ପରେ ଲୋକେ ବା‌‌ଲ୍‌‌‌‌ର ନାମ ଆଉ ପୁନର୍ବାର ବ୍ୟବହାର କରିବେ ନାହିଁ।

18 “ସେତେବେଳେ ଆମ୍ଭେ ସ୍ଥଳଚର ପ୍ରାଣୀ, ଆକାଶର ପକ୍ଷୀ, ଓ ସରିସୃପମାନଙ୍କ ସହିତ ଗୋଟିଏ ଚୁକ୍ତି କରିବା। ଆମ୍ଭେ ଧନୁ, ଖଣ୍ତା ଓ ସମସ୍ତ ଯୁଦ୍ଧ ଅସ୍ତ୍ରଗୁଡ଼ିକୁ ଭାଙ୍ଗି ଦେବା ଏବଂ ଆମ୍ଭେ ସେମାନଙ୍କୁ ନିରାପଦରେ ଶୟନ କରିବାକୁ ଦେବା। 19 ଏବଂ ଆମ୍ଭେ ତୁମ୍ଭକୁ ସବୁଦିନ ପାଇଁ ଆମ୍ଭର ସ୍ତ୍ରୀ କରିବା। ଆମ୍ଭେ ତୁମ୍ଭକୁ ପ୍ରେମ, ସାଧୁତା, ନ୍ୟାୟ ଓ ଦୟାର ସହିତ ଆମ୍ଭର ସ୍ତ୍ରୀ କରିବା। 20 ତୁମ୍ଭକୁ ଆମ୍ଭର ବିଶ୍ୱସ୍ତ ପତ୍ନୀ କରିବା। ସେତେବେଳେ ତୁମ୍ଭେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣିବ। 21 ସେତେବେଳେ ଆମ୍ଭେ ଉତ୍ତର ଦେବା।” ସଦାପ୍ରଭୁ ଏହା କହନ୍ତି।

“ଆମ୍ଭେ ଆକାଶକୁ କହିବା
    ଏବଂ ସେ ପୃଥିବୀକୁ ବର୍ଷା ଦେବେ।
22 ପୃଥିବୀ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଉତ୍ପାଦନ କରିବ
    ଏବଂ ସେ ସବୁ ଯିଷ୍ରିୟେଲର ଗ୍ଭହିଦା ପୂରଣ କରିବ।
23 ଆମ୍ଭେ ଇସ୍ରାଏଲ ଭୂମିରେ ବହୁ ମଞ୍ଜି ବୁଣିବା।
    ଲୋ-ରୁହାମାଙ୍କୁ ଆମ୍ଭେ ଦୟା କରିବା।
ଲୋ-ଆମୀକୁ କହିବା, ‘ତୁମ୍ଭେ ଆମ୍ଭ ଲୋକ’
    ଏବଂ ସେମାନେ ମୋତେ କହିବେ, ‘ତୁମ୍ଭେ ଆମ୍ଭର ପରମେଶ୍ୱର।’”

ହୋଶେୟ ଗୋମରାଙ୍କୁ କ୍ରୀତଦାସ ରୂପେ ପୁନର୍ବାର କିଣନ୍ତି

ତା'ପରେ ସଦାପ୍ରଭୁ ପୁନର୍ବାର ମୋତେ କହିଲେ, “ଗୋମରର ଅନେକ ପ୍ରେମିକ ଅଛନ୍ତି। କିନ୍ତୁ ତୁମ୍ଭେ ତାଙ୍କୁ ନିଶ୍ଚିତ ଭଲପାଇ ଗ୍ଭଲ। କାରଣ ତାହା ସଦାପ୍ରଭୁଙ୍କ ପରି। ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଭଲ ପାଇ ଗ୍ଭଲନ୍ତି। କିନ୍ତୁ ସେମାନେ ଅନ୍ୟ ଦେବତାଙ୍କୁ ପୂଜାକରି ଗ୍ଭଲନ୍ତି।”

ଏହି କାରଣ ପାଇଁ ମୁଁ ଗୋମରଙ୍କୁ ପନ୍ଦର ଖଣ୍ତ ରୌପ୍ୟ ଓ ଏକ ହୋମର[a] ବାର୍ଲି ଦେଇ କିଣିଲି। ତା'ପରେ ମୁଁ ତାକୁ କହିଲି, “ତୁମ୍ଭେ ମୋ’ ସହିତ ଗୃହରେ ବହୁ ଦିନ ପର୍ଯ୍ୟନ୍ତ ରହିବ। ତୁମ୍ଭେ ବ୍ୟଭିଗ୍ଭରିଣୀ ପରି ହେବ ନାହିଁ। ତୁମ୍ଭେ ଅନ୍ୟ ସହିତ ରହିବ ନାହିଁ ଏବଂ ମୁଁ ତୁମ୍ଭର ସ୍ୱାମୀ ହେବି।”

ସେହିପରି ଭାବରେ ଇସ୍ରାଏଲର ଲୋକମାନେ ବିନା ରାଜା ଓ ନେତାରେ ଦୀର୍ଘଦିନ ଚଳିବେ। ସେମାନେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସେମାନେ ଯାଜକୀୟ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ। ତା'ପରେ ଇସ୍ରାଏଲର ଲୋକମାନେ ଫେରି ଆସିବେ। ତା'ପରେ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ରାଜା ଦାଉଦଙ୍କୁ ଖୋଜିବେ। ଶେଷଦିବସରେ, ସେମାନେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦେବାକୁ ଆସିବେ।

ସଦାପ୍ରଭୁ ଇସ୍ରାଏଲ ବିରୋଧରେ କ୍ରୋଧାନ୍ୱିତ

ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ୟର ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। “ଏହି ଦେଶର ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ। ଏହି ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କ ପ୍ରତି ସତ୍ ଓ ବିଶ୍ୱସ୍ତ ନୁହନ୍ତି। ଏହି ଲୋକମାନେ ଶପଥ, ମିଥ୍ୟା, ହତ୍ୟା ଓ ଗ୍ଭେରି କରନ୍ତି। ସେମାନେ ବ୍ୟଭିଗ୍ଭରିତାର ପାପ ଦ୍ୱାରା ସନ୍ତାନ ଲାଭ କରନ୍ତି। ସେମାନେ ବାରମ୍ବାର ନରହତ୍ୟା କରନ୍ତି। ତେଣୁ ଦେଶଟି ବ୍ୟକ୍ତି ପରି ମୃତ୍ୟୁରେ କାନ୍ଦେ ଓ ତା'ର ଲୋକମାନେ ଦୁର୍ବଳ ହୋଇପଡ଼ନ୍ତି। ଏପରିକି ସ୍ଥଳଭାଗର ପ୍ରାଣୀ, ଆକାଶର ପକ୍ଷୀ ଓ ସାମୁଦ୍ରିକ ମତ୍ସ୍ୟ ମୃତ୍ୟୁବରଣ କରନ୍ତି। କୌଣସି ବ୍ୟକ୍ତି ଅନ୍ୟ ସହିତ ଯୁକ୍ତି କି ଅନ୍ୟକୁ ଦୋଷ ଦେବା ଉଚିତ୍ ନୁହେଁ। ଯାଜକ, ଆମ୍ଭ ଯୁକ୍ତି ତୁମ୍ଭ ସହିତ ଅଛି। ତୁମ୍ଭ ଯାଜକମାନଙ୍କର ଦିନରେ ସ୍ଖଳନ ଘଟିବ ଓ ରାତ୍ରିରେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ମଧ୍ୟ ତୁମ୍ଭ ସହିତ ସ୍ଖଳନ ଘଟିବ ଏବଂ ଆମ୍ଭେ ତୁମ୍ଭମାନଙ୍କର ମାଙ୍କୁ ବିନାଶ କରିବା।

“ଜ୍ଞାନ ଅଭାବ ଯୋଗୁଁ ଆମ୍ଭର ଲୋକମାନେ ବିନଷ୍ଟ ହୁଅନ୍ତି। କାରଣ ତୁମ୍ଭେମାନେ ଜ୍ଞାନରୁ ବିମୁଖ ହୋଇଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭ ପାଇଁ ଯାଜକ ହେବାକୁ ବାରଣ କରିବା। ତୁମ୍ଭେମାନେ ତୁମ୍ଭ ପରମେଶ୍ୱରଙ୍କ ନିୟମକୁ ଭୁଲିଯାଇଛ, ତେଣୁ ଆମ୍ଭେ ତୁମ୍ଭ ପିଲାମାନଙ୍କୁ ଭୁଲିଯିବା। ସେମାନଙ୍କର ସଂଖ୍ୟା ଓ ଶକ୍ତି ଯେତେ ଯେତେ ବଢ଼େ, ସେମାନେ ସେତେ ଅଧିକ ଆମ୍ଭ ବିରୁଦ୍ଧରେ ପାପ କରନ୍ତି। ତେଣୁ ସେମାନଙ୍କର ଗୌରବକୁ ଆମ୍ଭେ ଲଜ୍ଜାରେ ପରିଣତ କରିବା।

“ଆମ୍ଭର ଲୋକମାନଙ୍କ ପାପଗୁଡ଼ିକରୁ ଯାଜକମାନେ ଲାଭବାନ ହୁଅନ୍ତି। ସେମାନେ ଲୋକମାନଙ୍କର ଦୁଷ୍ଟପଣିଆରୁ ଫାଇଦା ଉଠାଇବାରେ ଲୋଭୀ। ତେଣୁ ଯାଜକମାନେ ଜୀବନ ଶୈଳୀରେ ସେହି ଲୋକମାନଙ୍କ ପରି ହେଲେ। ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। ସେମାନଙ୍କର ମନ୍ଦକାର୍ଯ୍ୟ ଲାଗି ଆମ୍ଭେ ସେମାନଙ୍କୁ ଫଳ ଦେବା। 10 ସେମାନେ ଯଦିଓ ଖାଇବେ କିନ୍ତୁ ସନ୍ତୁଷ୍ଟ ହେବେ ନାହିଁ। ସେମାନେ ଯୌନଭୋଗ ପାପ କରିବେ କିନ୍ତୁ ସନ୍ତାନ ଲାଭ କରିବେ ନାହିଁ। କାରଣ ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଥିଲେ ଓ ଗଣିକା ପରି ହୋଇଥିଲେ।

11 “ଯୌନ ଭୋଗ ପାପ, ଅତ୍ୟଧିକ ଦ୍ରାକ୍ଷାରସ ପାନ ଗୋଟିଏ ବ୍ୟକ୍ତିର ସ୍ୱାଧୀନ ଚିନ୍ତା କରିବାର ଧ୍ୱଂସ କରେ। 12 ଆମ୍ଭର ଲୋକମାନେ କାଠଖଣ୍ତିକୁ ଉପଦେଶ ଲାଗି ପଗ୍ଭରନ୍ତି। ସେମାନେ ଭାବନ୍ତି ସେହି କାଠଖଣ୍ତଗୁଡ଼ିକ ସେମାନଙ୍କୁ ଉତ୍ତର ଦେବ। କାରଣ, ସେମାନେ ଗଣିକାମାନଙ୍କପରି ମିଥ୍ୟାପ୍ରତିମାର ପଛରେ ଅନୁଧାବନ କରିଛନ୍ତି। ସେମାନେ ପରମେଶ୍ୱରଙ୍କୁ ବଳିଦାନ କରିଥିଲେ ଓ ଗଣିକା ହୋଇଯାଇଥିଲେ। 13 ସେମାନେ ପର୍ବତର ଅଗ୍ରଭାଗରେ ବଳି ଦିଅନ୍ତି ଓ ପାହାଡ଼ ଉପରେ ଥିବା ଅଲୋନ, ଲି‌ବ୍‌ନା ଓ ଏଲା ଗଛ ତଳେ ଧୂପ ଦିଅନ୍ତି। କାରଣ ସେହି ଗଛଗୁଡ଼ିକର ଛାୟା ତରୁଣ ଦେଖାଯାଏ। ତେଣୁ ତୁମ୍ଭର କନ୍ୟାମାନେ ଗଣିକା ପରି ସେହି ଗଛତଳେ ପଡ଼ି ରହନ୍ତି। ଏବଂ ତୁମ୍ଭର ବୋହୂମାନେ ଯୌନଭୋଗ ପାପ କରନ୍ତି।

14 “ଆମ୍ଭେ ତୁମ୍ଭର ସେହି ଗଣିକା କନ୍ୟାମାନଙ୍କୁ କି ଯୌନ ଭୋଗୀ ପାପିନୀ ବୋହୂମାନଙ୍କୁ ଦୋଷ ଦେଇ ପାରୁ ନାହୁଁ। ଲୋକମାନେ ଯାଇ ଗଣିକାମାନଙ୍କ ସହିତ ଶୟନ କରନ୍ତି। ସେମାନେ ସେହି ମନ୍ଦିରର ଗଣିକାମାନଙ୍କ ସହିତ ମନ୍ଦିରରେ ବଳିଦାନ ଉତ୍ସର୍ଗ କରନ୍ତି। ତେଣୁ ସେ ନିର୍ବୋଧମାନେ ନିଜେ ନିଜକୁ ନଷ୍ଟ କରୁଛନ୍ତି।

ଇସ୍ରାଏଲ ଲଜ୍ଜାଜନକ ପାପ

15 “ଇସ୍ରାଏଲ, ଯଦି ତୁମ୍ଭେ ନିହାତି ଗଣିକା ପରି କାର୍ଯ୍ୟ କର, ତୁମ୍ଭ ଅପରାଧ ପାଇଁ ଯିହୁଦାକୁ ଦୋଷୀ କର ନାହିଁ। ଗି‌‌ଲ୍‌‌‌‌ଗଲ୍ କି ବୈଥ୍-ଆବନକୁ ଯାଅ ନାହିଁ। ସଦାପ୍ରଭୁଙ୍କ ନାମରେ ଶପଥ କର ନାହିଁ। ‘ଯେହେତୁ ସଦାପ୍ରଭୁ ବାସ କରନ୍ତି ଏପରି କୁହ ନାହିଁ।’ 16 ଇସ୍ରାଏଲ ଏକ ଜି‌‌ଦ୍‌‌ଖୋର ବାଛୁରି ତୁଲ୍ୟ ବିଦ୍ରୋହ କରେ। ତେଣୁ ସଦାପ୍ରଭୁ ତାକୁ ଖୋଲା ପଡ଼ିଆରେ ଥିବା ଗୋଟିଏ ମେଣ୍ଢାଛୁଆ ପରି ଗ୍ଭରଣଭୂମିକୁ ନେଇ ଗଲେ।

17 “ଇଫ୍ରୟିମ ପ୍ରତିମା ପୂଜାରେ ଯୋଗ ଦେଇଛନ୍ତି। ତେଣୁ ତାକୁ ଏକୁଟିଆ ପ୍ରଭୁ ଛାଡ଼ନ୍ତି। 18 ମାତାଲ ହୋଇଗଲା ପରେ ସେମାନେ ବ୍ୟଭିଗ୍ଭରିଣୀ ପରି ବ୍ୟବହାର କରନ୍ତି। ସେମାନେ ଲାଞ୍ଚକୁ ଭଲ ପାଆନ୍ତି ଓ ଏହା ମାଗନ୍ତି। ସେମାନଙ୍କର ଶାସକଗଣ ସେମାନଙ୍କର ଲୋକମାନଙ୍କ ଉପରକୁ ଲଜ୍ଜା ଆଣନ୍ତି। 19 ଘୂର୍ଣ୍ଣିବାୟୁ ଦ୍ୱାରା ସେମାନେ ପତିତ ହୋଇଛନ୍ତି। ସେମାନେ ଆପଣା ମୂର୍ତ୍ତି ନିକଟରେ ବଳି କାରଣରୁ ଲଜ୍ଜିତ ହେବେ।”

ନେତାମାନେ ଇସ୍ରାଏଲ ଓ ଯିହୁଦାର ପାପର କାରଣ ହୁଅନ୍ତି

“ପୁରୋହୀତଗଣ, ଇସ୍ରାଏଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଦୋଷୀ ବୋଲି ବିଗ୍ଭରିତ ହୋଇଛ।

“ତୁମ୍ଭେମାନେ ମି‌‌ସ୍‌‌ପା ପର୍ବତର ଯନ୍ତା ଓ ତାବୋର ପର୍ବତର ପାଦଦେଶରେ ବିଛାଯାଇଥିବା ଜାଲ ସଦୃଶ ଥିଲ। ତୁମ୍ଭେମାନେ ବହୁ ମନ୍ଦକାର୍ଯ୍ୟ କରିଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେବା। ଆମ୍ଭେ ଇଫ୍ରୟିମକୁ ଜାଣୁ ଓ ଇସ୍ରାଏଲ ଯାହାସବୁ କରିଛି ତାହା ମଧ୍ୟ ଜାଣୁ। ହେ ଇଫ୍ରୟିମ, ତୁମ୍ଭେ ବର୍ତ୍ତମାନଠାରୁ ତୁମ୍ଭେ ଗଣିକାପରି କାର୍ଯ୍ୟ କରୁଛ। ଇସ୍ରାଏଲ ପାପରେ କଳୁଷିତ। ଇସ୍ରାଏଲର ଲୋକମାନେ ବହୁ ମନ୍ଦକାର୍ଯ୍ୟ କରିଛନ୍ତି ଏବଂ ସେହିସବୁ ମନ୍ଦକାର୍ଯ୍ୟ ସେମାନଙ୍କୁ ପରମେଶ୍ୱରଙ୍କ ନିକଟକୁ ଫେରିବାଠାରୁ ଦୂରେଇ ଦେଇଛି। ସେମାନେ ସର୍ବଦା ପ୍ରତିମାର ପଛରେ ଧାଇଁ ବାକୁ ଚିନ୍ତା କରୁଛନ୍ତି। ସେମାନେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣୁ ନାହାନ୍ତି। ଇସ୍ରାଏଲର ଗର୍ବ ସେମାନଙ୍କ ବିରୁଦ୍ଧରେ ସାକ୍ଷୀ ଦେବ। ତେଣୁ ଇସ୍ରାଏଲ ଓ ଇଫ୍ରୟିମ ସେମାନଙ୍କ ପାପ ଯୋଗୁଁ ପତିତ ହେବେ। ଯିହୁଦାର ମଧ୍ୟ ସେମାନଙ୍କର ସହିତ ପତନ ହେବ।

“ସେହି ଲୋକମାନଙ୍କର ନେତାମାନେ ସଦାପ୍ରଭୁଙ୍କ ଅନ୍ୱେଷଣରେ ଗଲେ। ସେମାନେ ସେମାନଙ୍କ ସହିତ ମେଷ ଓ ଗାଈମାନଙ୍କୁ ନେଲେ। କିନ୍ତୁ ସଦାପ୍ରଭୁଙ୍କୁ ସେମାନେ ପାଇଲେ ନାହିଁ। କାରଣ ସଦାପ୍ରଭୁ ସେମାନଙ୍କୁ ପରିତ୍ୟାଗ କରିଥିଲେ। ସେମାନେ ସଦାପ୍ରଭୁଙ୍କ ପ୍ରତି ଅବିଶ୍ୱସ୍ତ ହୋଇଛନ୍ତି। ସେମାନେ ଅବୈଧ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏବଂ ବର୍ତ୍ତମାନ ସେମାନେ ଓ ସେମାନଙ୍କର ଦେଶଗୁଡ଼ିକୁ ଆସନ୍ତା ମାସରେ ଧ୍ୱଂସ କରାଯିବ।”

ଇସ୍ରାଏଲ ଧ୍ୱଂସର ଏକ ଭବିଷ୍ୟ‌ଦ୍‌ବାଣୀ

“ଗିବିୟାରେ ତୂରୀ ବଜାଅ।
    ରାମାରେ ତୂରୀ ବଜାଅ।
ବୈଥ-ଆବନରେ ସତର୍କ କରିଦିଅ।
    ହେ ବିନ୍ୟାମୀନ, ତୁମ୍ଭର ପଛରେ ଶତ୍ରୁଗଣ ଅଛନ୍ତି।
ଦଣ୍ତ ଦେବା ସମୟରେ
    ଇଫ୍ରୟିମ ସର୍ବହରା ହୋଇଯିବ।
ଆମ୍ଭେ ଇସ୍ରାଏଲ ପରିବାରମାନଙ୍କୁ ସତର୍କ କରି ଦେଉଛୁ ଯେ
    ସେସବୁ ପ୍ରକୃତରେ ଘଟିବ।
10 ଯିହୁଦାର ନେତୃବୃନ୍ଦ ଗ୍ଭେରପରି ଅନ୍ୟମାନଙ୍କର ସମ୍ପତ୍ତି ଗ୍ଭେରି କରିବାକୁ ଚେଷ୍ଟା କରୁଛନ୍ତି।
    ତେଣୁ ଆମ୍ଭେ ସେମାନଙ୍କ ଉପରେ ଆମ୍ଭର କ୍ରୋଧକୁ ଜଳ ସଦୃଶ ଢାଳି ଦେବା।
11 ଇଫ୍ରୟିମ ଦଣ୍ତିତ ହେବ।
    ସେ ଦ୍ରାକ୍ଷାଫଳ ପରି ଦଳି ଚକଟି ହୋଇଯିବ।
    କାରଣ ସେ କଳୁଷିତ ପଛରେ ଅନୁସରଣ କରିବାକୁ ସ୍ଥିର କରିଛି।
12 କୀଟ ବସ୍ତ୍ରକୁ ନଷ୍ଟ କଲାପରି ଆମ୍ଭେ ଇଫ୍ରୟିମକୁ ଧ୍ୱଂସ କରିବା।
    ଆମ୍ଭେ ଯିହୁଦାକୁ ସଢ଼ାଇ ଦେବା।
13 ଇଫ୍ରୟିମ ତା'ର ପୀଡ଼ିତାବସ୍ଥା ଦେଖିଲା ଓ ଯିହୁଦା ତା'ର କ୍ଷତକୁ ଦେଖିଲା।
    ଏହି କାରଣରୁ ଇଫ୍ରୟିମ ଅଶୂରକୁ ସାହାଯ୍ୟ ପାଇଁ ଗଲା।
ସେମାନେ ସେହି ମହାରାଜାଙ୍କୁ ସେମାନଙ୍କର ସମସ୍ୟା ଜଣାଇଲେ।
    କିନ୍ତୁ ରାଜା ସେମାନଙ୍କୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସେମାନଙ୍କର କ୍ଷତଗୁଡ଼ିକୁ ଆରୋଗ୍ୟ କରି ପାରିବେ ନାହିଁ।
14 କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରୟିମଙ୍କୁ ଆକ୍ରମଣ କରିବା।
    ଯୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ୟକୁ ଆକ୍ରମଣ କରିବା।
ହଁ ଆମ୍ଭେ ସଦାପ୍ରଭୁ, ସେମାନଙ୍କୁ ଖଣ୍ତ ଖଣ୍ତ କରି ଚିରିଦେବା।
ଆମ୍ଭେ ସେମାନଙ୍କୁ ବହୁଦୂରକୁ ନେଇଯିବା
    ଏବଂ କେହି ସେମାନଙ୍କୁ ରକ୍ଷା କରି ପାରିବେ ନାହିଁ।
15 ଆମ୍ଭେ ଆମ୍ଭର ଗୃହକୁ ଫେରିବା
    ଯେତେବେଳେ ଲୋକମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ
    ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ।
ହଁ, ସେମାନେ ଦୁଃଖରେ ଆମ୍ଭଙ୍କୁ ପାଇବାକୁ କଠୋର ଚେଷ୍ଟା କରିବେ।”

ସଦାପ୍ରଭୁଙ୍କ ନିକଟକୁ ଫେରିବାର ପୁରସ୍କାର

“ଆସ, ସଦାପ୍ରଭୁଙ୍କ ପାଖକୁ ଫେରିଯିବା।
    ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ୟ ଆମ୍ଭକୁ ସୁସ୍ଥ କରିବେ।
    ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତରେ ପଟି ବାନ୍ଧି ଦେବେ।
ଦୁଇ ଦିନ ପରେ ସେ ଆମ୍ଭମାନଙ୍କୁ ପୁନର୍ଜୀବନ ଦେବେ।
    ତିନି ଦିନ ପରେ ସେ ଆମ୍ଭକୁ ଛିଡ଼ା କରାଇବେ।
    ତା'ପରେ ଆମ୍ଭେ ତାଙ୍କ ନିକଟରେ ବଞ୍ଚି ଉଠିବା।
ଆସ, ସଦାପ୍ରଭୁଙ୍କ ସମ୍ବନ୍ଧରେ ଅଧ୍ୟୟନ କରିବା।
    ତାଙ୍କ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ କଠୋର ଅଧ୍ୟବସାୟ କରିବା।
ପ୍ରଭାତ ଆସିଲା ପରି
    ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ।
ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମୟ କଲା ପରି
    ପରମେଶ୍ୱର ଆମ୍ଭମାନଙ୍କ ନିକଟକୁ ଆସିବେ।”

ଲୋକମାନେ ବିଶ୍ୱସ୍ତ ନୁହନ୍ତି

“ହେ ଇଫ୍ରୟିମ, ହେ ଯିହୁଦା,
    ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ୟବହାର କରିବୁ?
ତୁମ୍ଭମାନଙ୍କର ବିଶ୍ୱସ୍ତତା ସକାଳର କୁହୁଡ଼ି ଓ କାକର ପରି ଅଟେ
    ଯେ କି ଅତି ପ୍ରତ୍ୟୁଷରେ ଉଭେଇ ଯାଏ।
ଆମ୍ଭେ ସେମାନଙ୍କୁ ନିପାତ କରିବା ପାଇଁ
    ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ନିଯୁକ୍ତି କଲୁ
ଓ ଆମ୍ଭେ ଆପଣା ଆଦେଶରେ ଲୋକମାନଙ୍କୁ ମୃତ୍ୟୁ ଦେଲୁ।
    କିନ୍ତୁ ସେହି ନିର୍ଣ୍ଣୟରୁ ନ୍ୟାୟ ସଦୃଶ ଆଲୋକ ଆସିବ।
କାରଣ ଆମ୍ଭେ ବିଶ୍ୱସ୍ତ ପ୍ରେମ ଗ୍ଭହୁଁ,
    ବଳିଦାନ ନୁହେଁ।
ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତୁ ବୋଲି ଆମ୍ଭେ ଗ୍ଭହୁଁ,
    କିନ୍ତୁ ହୋମବଳି ଆଣନ୍ତୁ ବୋଲି ନୁହେଁ।
କିନ୍ତୁ ଠିକ୍ ଆଦମ ପରି ସେମାନେ ଚୁକ୍ତି ଭଙ୍ଗ କଲେ।
    ସେମାନେ ନିଜ ଭୂମିରେ ଆମ୍ଭ ସହିତ ପ୍ରତାରଣା କଲେ।
ଗିଲିୟଦ ଗୋଟିଏ ସହର ଯେ କି ମନ୍ଦକାର୍ଯ୍ୟ କରୁଥିବା ଲୋକମାନଙ୍କରେ ପରିପୂର୍ଣ୍ଣ,
    ହତ୍ୟାକାରୀମାନଙ୍କର ରକ୍ତାକ୍ତ ପାଦ ଚିହ୍ନରେ ରଞ୍ଜିତ।
ଡକାୟତମାନଙ୍କ ପରି ସେମାନେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଅପେକ୍ଷା କରନ୍ତି।
    ସେହିପରି, ଯାଜକଙ୍କ ଦଳ ଶିଖିମକୁ ଯାଉଥିବା ଲୋକମାନଙ୍କୁ
ରାସ୍ତାରେ ଅପେକ୍ଷା କରନ୍ତି ଓ ସେମାନଙ୍କୁ ଆକ୍ରମଣ କରନ୍ତି।
    ସେମାନେ ଏକତ୍ରିତ ହୋଇ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି।
10 ଆମ୍ଭେ ଇସ୍ରାଏଲ ରାଜ୍ୟରେ ଗୋଟିଏ ଭୟଙ୍କର ଜିନିଷ ଦେଖିଛୁ।
ଇଫ୍ରୟିମ ପରମେଶ୍ୱରଙ୍କ ପ୍ରତି ଅବିଶ୍ୱସ୍ତ ଥିଲେ।
    ଇସ୍ରାଏଲ ପାପରେ କଳୁଷିତ।
11 ହେ ଯିହୁଦା, ତୁମ୍ଭ ପାଇଁ ଅମଳର ସମୟ ଅଛି।
    ଏହା ହିଁ ଘଟିବ।
    ଏକ ସମୟରେ ଆମ୍ଭେ ଆମ୍ଭର ଲୋକମାନଙ୍କୁ ବନ୍ଦୀ ଅବସ୍ଥାରୁ ମୁକ୍ତ କରିବା।
“ଆମ୍ଭେ ଇସ୍ରାଏଲକୁ ସୁସ୍ଥ କରିବା।
    ତା'ପରେ ଲୋକମାନେ ଜାଣିବେ ଯେ ଇଫ୍ରୟିମ ପାପ କରିଥିଲା।
ଶମରିୟାର ପାପ ଆଚରଣ ବିଷୟରେ ଲୋକମାନେ ଜାଣିବେ।
    ସେହି ସହରରେ ଗ୍ଭେରମାନେ ଯାତାୟାତ କରୁଛନ୍ତି ଲୋକମାନେ ଜାଣିବେ।
ସେମାନଙ୍କର ଦୋଷକୁ ଆମ୍ଭେ ସ୍ମରଣ କରିବା ସେହି ଲୋକମାନେ ବିଶ୍ୱାସ କରନ୍ତି ନାହିଁ।
    ସେମାନେ ଯେଉଁ ମନ୍ଦକାର୍ଯ୍ୟସବୁ ଗ୍ଭରିଆଡ଼େ କରିଥିଲେ
    ଆମ୍ଭେ ସ୍ପଷ୍ଟ ଭାବରେ ଦେଖି ପାରୁଛୁ।
ସେମାନଙ୍କର ମନ୍ଦକାର୍ଯ୍ୟ ସେମାନଙ୍କର ରାଜାଙ୍କୁ ଖୁସୀ କରେ।
    ସେମାନଙ୍କର ମିଥ୍ୟା ସେମାନଙ୍କର ନେତାଙ୍କୁ ଆନନ୍ଦ ପ୍ରଦାନ କରେ।
ସମସ୍ତ ଲୋକମାନେ ବ୍ୟଭିଗ୍ଭରୀ ଅଟନ୍ତି।
    ସେମାନେ ରୋଟୀ ପ୍ରସ୍ତୁତକାରୀ ତୁନ୍ଦୁରର ଉତ୍ତପ୍ତଠାରୁ
ଅଧିକ ଉତ୍ତପ୍ତ ଥିବା ତୁନ୍ଦୁର ଗ୍ଭରିପଟେ ଗ୍ଭଲନ୍ତି।
    ରୋଟୀ ପ୍ରସ୍ତୁତକାରୀ ଅଟା ଦଳୁଥାଏ,
ଯେଉଁ ପର୍ଯ୍ୟନ୍ତ ରୋଟୀ ଫୁଲି ପ୍ରସ୍ତୁତ ହୁଏ, ସେ ଅଗ୍ନିକୁ ଉତ୍ତେଜିତ କରେ ନାହିଁ।
    କିନ୍ତୁ ଲୋକମାନେ ନିଜ ମନୋଭାବକୁ ଗରମ ରଖିଛନ୍ତି।
ଆମ୍ଭ ରାଜାଙ୍କ ରାଜତ୍ୱକାଳରେ ସେମାନେ ନିଆଁକୁ ଉତ୍ତପ୍ତ କରି ଗ୍ଭଲନ୍ତି।
    ସେମାନେ ଭୋଜିରେ ପାନୀୟ ଦିଅନ୍ତି।
ଦ୍ରାକ୍ଷାରସର ଉତ୍ତାପରେ ନେତୃମଣ୍ତଳୀ ଅସୁସ୍ଥ ହୋଇପଡ଼ନ୍ତି।
    ତେଣୁ ରାଜା ପରମେଶ୍ୱରଙ୍କୁ ଉପହାସ କରୁଥିବା ଲୋକମାନଙ୍କ ସହିତ ହାତ ମିଳାନ୍ତି।
କୋଇଲାକୁ ଚୁଲ୍ଲୀରେ ଦେବାପରି
    ସେମାନେ ତାଙ୍କର ହୃଦୟକୁ ମନ୍ଦ ଯୋଜନା କରିବା ପାଇଁ ଏକତ୍ରିତ କରନ୍ତି।
ରାତ୍ରିସାରା ସେମାନଙ୍କ ଉତ୍କଣ୍ଠା କୁହୁଳୁ ଥାଏ
    ଏବଂ ଏହା ପ୍ରଭାତରେ ଜ୍ୱଳନ୍ତ ଅଗ୍ନିପରି ହୁଏ।
ସେମାନେ ଉତ୍ତପ୍ତ ଚୁଲ୍ଲାପରି ହୁଅନ୍ତି।
    ସେମାନେ ସେମାନଙ୍କର ଶାସକକୁ ଧ୍ୱଂସ କଲେ।
ସମସ୍ତ ରାଜାଙ୍କର ପତନ ହେଲା।
    କୌଣସି ଜଣେ ବ୍ୟକ୍ତି ମୋତେ ସାହାଯ୍ୟ ଭିକ୍ଷା କରି ନ ଥିଲେ।

“ଇଫ୍ରୟିମ ଗୋଷ୍ଠୀଗଣ ସହିତ ମିଶେ।
    ସେ ସେହି ପିଠା ସଦୃଶ ଯାହାର ଉଭୟ ପାଖ ସେକା ହୋଇ ନାହିଁ।
ଇଫ୍ରୟିମ, ଜାଣେ ନାହିଁ
    ତା'ର ଶକ୍ତି ବିଦେଶୀମାନଙ୍କ ଦ୍ୱାରା ନିସ୍ତେଜ ହୋଇଯାଇଛି।
ତା'ର ବୃଦ୍ଧାବସ୍ଥା ଆସୁଛି ବୋଲି
    ସେ ଜାଣେ ନାହିଁ।
10 ଇଫ୍ରୟିମର ଗର୍ବ ତା’ ବିରୁଦ୍ଧରେ ସାକ୍ଷୀ ଦିଏ।
    ଯଦିଓ ଲୋକମାନଙ୍କର ଅନେକଗୁଡ଼ିଏ ଦୁଃଖ ଥିଲା,
ତଥାପି ସେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ନ ଥିଲେ
    କି ସଦାପ୍ରଭୁଙ୍କର ସାହାଯ୍ୟ ମାଗି ନ ଥିଲେ।
11 ତେଣୁ ଇଫ୍ରୟିମ ବିଗ୍ଭର ଶକ୍ତିହୀନ ନିର୍ବୋଧ କପୋତ ପାଲଟି ଯାଇଛି।
    ତା'ର ଲୋକମାନେ ମିଶରକୁ ସାହାଯ୍ୟ ଭିକ୍ଷା କଲେ
    ଓ ଅଶୂରକୁ ସାହାଯ୍ୟ ପାଇଁ ଗଲେ।
12 ସେମାନେ ଯେଉଁ ଯେଉଁ ଦେଶକୁ ସାହାଯ୍ୟ ପାଇଁ ଯିବେ
    ଆମ୍ଭେ ସେମାନଙ୍କ ଉପରେ ଆମ୍ଭର ଜାଲ ବିଛାଇ ଦେବା
ଏବଂ ଆକାଶର ପକ୍ଷୀକୁ ତଳକୁ ଆଣିଲା ପରି
    ତଳକୁ ଘେନି ଆସିବା।
    ସେମାନଙ୍କର ଚୁକ୍ତି ପାଇଁ ସେମାନଙ୍କୁ ଦଣ୍ତଦେବା।
13 ସେମାନଙ୍କ ପାଇଁ ଏହା ଅତି ମନ୍ଦ ହେବ।
    ସେମାନେ ଆମ୍ଭଙ୍କୁ ପରିତ୍ୟାଗ କରିଥିଲେ ଏବଂ ଅମାନ୍ୟ କରିଥିଲେ।
ତେଣୁ ସେମାନେ ବିନଷ୍ଟ ହେବେ।
    ଆମ୍ଭେ ସେମାନଙ୍କୁ ରକ୍ଷା କରିଥିଲୁ କିନ୍ତୁ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କହୁଛନ୍ତି।
14 ସେମାନେ କେବେ ଆନ୍ତରିକତା ସହ ଆମ୍ଭଙ୍କୁ ଡାକନ୍ତି ନାହିଁ।
    ସେମାନେ ସେମାନଙ୍କ ବିଛଣାରେ କ୍ରନ୍ଦନ କରନ୍ତି।
ଯେତେବେଳେ ସେମାନେ ମୂର୍ତ୍ତିଗୁଡ଼ିକୁ ଖାଦ୍ୟ ଓ ଦ୍ରାକ୍ଷାରସ ପାଇଁ ପୂଜା କରନ୍ତି।
    ସେମାନେ ନିଜେ ନିଜକୁ ହତ୍ୟା କରନ୍ତି।
    କିନ୍ତୁ ସେମାନଙ୍କ ଅନ୍ତରସବୁ ମୋ'ଠାରୁ ଦୂରେଇ ଯାଇଛି।
15 ଯଦିଓ ଆମ୍ଭେ ସେମାନଙ୍କୁ ତାଲିମ ଦେଇ ଶୃଙ୍ଖଳିତ କଲୁ ଓ ସେମାନଙ୍କର ବାହୁକୁ ଶକ୍ତିଶାଳୀ କରାଇଲୁ,
    ତଥାପି ସେମାନେ ଆମ୍ଭ ବିରୁଦ୍ଧରେ ମନ୍ଦ ଯୋଜନା କଲେ।
16 କିନ୍ତୁ ସେମାନେ ଆମ୍ଭ ନିକଟକୁ ଫେରି ଆସିଲେ ନାହିଁ।
ସେମାନେ ଗୋଟିଏ ତୃଟିପୂର୍ଣ୍ଣ ବୁମେରାଂ ପରି
    ବ୍ୟବହାର କଲେ।
ସେମାନଙ୍କର ନେତାମାନେ ସେମାନଙ୍କର ଶକ୍ତି ଉପରେ
ବୃଥା ବଡ଼ିମା ଦେଖାଉଥିଲେ
    କିନ୍ତୁ ସେମାନେ ଖଣ୍ଡାରେ ନିହତ ହେବେ
ଏବଂ ମିଶରବାସୀଙ୍କ ଦ୍ୱାରା ଉପହାସର ପାତ୍ର ହେବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center