Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାଥିଉ ଲିଖିତ ସୁସମାଗ୍ଭର 22-23

ଭୋଜି ପାଇଁ ନିମନ୍ତ୍ରିତ ଲୋକଙ୍କ ଦୃଷ୍ଟାନ୍ତ

(ଲୂକ 14:15-24)

22 ଲୋକମାନଙ୍କୁ ଅନ୍ୟ କିଛି କଥା କହିବା ପାଇଁ ଯୀଶୁ ଦୃଷ୍ଟାନ୍ତଗୁଡ଼ିକର ପ୍ରୟୋଗ କଲେ। ଯୀଶୁ କହିଲେ, “ସ୍ୱର୍ଗରାଜ୍ୟ ହେଉଛି ନିଜ ପୁଅର ବିବାହ ଭୋଜି ପ୍ରସ୍ତୁତ କରିଥିବା ଜଣେ ରାଜାଭଳି। ରାଜା କେତେକ ଲୋକଙ୍କୁ ବିବାହ ଭୋଜିକୁ ନିମନ୍ତ୍ରଣ କଲେ। ସବୁ ପ୍ରସ୍ତୁତ ହୋଇ ସାରିବା ପରେ ରାଜା ସେହି ଅତିଥିମାନଙ୍କୁ ଡାକିବାକୁ ଗ୍ଭକରମାନଙ୍କୁ ପଠାଇଲେ। କିନ୍ତୁ ସେମାନେ ରାଜାଙ୍କ ଭୋଜିକୁ ଆସିବାକୁ ମନା କରିଦେଲେ।

“ତା'ପରେ ରାଜା ଆଉ କିଛି ଗ୍ଭକରଙ୍କୁ ପଠାଇଲେ। ରାଜା ଗ୍ଭକରମାନଙ୍କୁ କହିଲେ, ‘ଯେଉଁମାନଙ୍କୁ ବିବାହଭୋଜିକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି, ତୁମ୍ଭେମାନେ ସେମାନଙ୍କୁ କୁହ, ଭୋଜି ପ୍ରସ୍ତୁତି ସରିଲାଣି। ମୋର ଉତ୍ତମ ବଳଦ ଓ ମୋଟା ପଶୁମାନଙ୍କୁ ମରାଯାଇଛି। ସବୁକିଛି ପ୍ରସ୍ତୁତ ଅଛି। ଅତଏବ ବିବାହଭୋଜିକୁ ଆସନ୍ତୁ।’

“ଗ୍ଭକରମାନେ ଯାଇ ଲୋକମାନଙ୍କୁ ଆସିବାକୁ କହିଲେ, କିନ୍ତୁ ଲୋକମାନେ ଗ୍ଭକରମାନଙ୍କ କଥାକୁ ଧ୍ୟାନ ଦେଲେନି। ସେମାନେ ବିଭିନ୍ନ କାମରେ ଗ୍ଭଲିଗଲେ। ଜଣେ ତା’ ଜମିରେ କାମ କରିବାକୁ ଗ୍ଭଲିଗଲା, ଆଉ ଜଣେ ତା ବ୍ୟବସାୟ କାମରେ ଗ୍ଭଲିଗଲା। ଆଉ କେତେକ ଲୋକ ଗ୍ଭକରମାନଙ୍କୁ ଧରି ନେଇ ପିଟାପିଟି କଲେ ଓ ସେମାନଙ୍କୁ ମାରିଦେଲେ। ରାଜା ଖୁବ୍ ରାଗିଗଲେ। ତାହାଙ୍କ ଗ୍ଭକରମାନଙ୍କୁ ଯେଉଁମାନେ ମାରିଦେଲେ, ସେମାନଙ୍କୁ ମାରିଦେବା ପାଇଁ ରାଜା ସୈନ୍ୟ ପଠାଇଲେ। ସୈନ୍ୟମାନେ ସେହି ହତ୍ୟାକାରୀମାନଙ୍କୁ ମାରିଦେଲେ ଓ ତାହାଙ୍କ ନଗରକୁ ପୋଡ଼ିଦେଲେ।

“ତା'ପରେ ରାଜା ଗ୍ଭକରମାନଙ୍କୁ କହିଲେ, ‘ବିବାହ ଭୋଜି ପ୍ରସ୍ତୁତ ହୋଇ ସାରିଛି, ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା, ସେମାନେ ଅଯୋଗ୍ୟ ଥିଲେ। ତେଣୁ ତୁମ୍ଭେମାନେ ନଗର ରାସ୍ତାକୁ ଯାଅ। ଯାହାକୁ ଦେଖିବ ତାକୁ ବିବାହ ଭୋଜିକୁ ଡାକିଆଣ।’ 10 ଗ୍ଭକରମାନେ ନଗର ରାସ୍ତାଗୁଡ଼ିକୁ ଗଲେ। ଭଲ ଲୋକ ହେଉ ବା ମନ୍ଦ ଲୋକ ହେଉ, ସେମାନେ ଯାହାକୁ ପାଇଲେ ତାକୁ ବିବାହ ଭୋଜିକୁ ଡାକିଆଣିଲେ। ବିବାହ ଭବନ ଅତିଥିମାନଙ୍କ ଦ୍ୱାରା ପୁରିଗଲା।

11 “ରାଜା ଅତିଥିମାନଙ୍କୁ ଦେଖିବାକୁ ଭିତରକୁ ଆସିଲେ। ସେ ସେଠାରେ ଗୋଟିଏ ଲୋକକୁ ବିବାହ ପୋଷାକ ନ ପିନ୍ଧି ଆସିଥିବାର ଦେଖିଲେ। 12 ରାଜା ତାହାଙ୍କୁ ପଗ୍ଭରିଲେ, ‘ବନ୍ଧୁ, ତୁମ୍ଭେ ବିବାହ ପୋଷାକ ନ ପିନ୍ଧି ଓ ଭିତରକୁ କେମିତି ଆସିଲ?’ କିନ୍ତୁ ଲୋକଟି କିଛି କହିଲା ନାହିଁ। 13 ତେଣୁ ରାଜା କେତେକ ଗ୍ଭକରଙ୍କୁ କହିଲେ, ‘ଏ ଲୋକର ହାତ ଗୋଡ଼ ବାନ୍ଧି ପକାଅ। ଏହାକୁ ବାହାରେ ଅନ୍ଧାରରେ ଫିଙ୍ଗିଦିଅ, ଯେଉଁଠାରେ ଲୋକେ କାନ୍ଦୁଥିବେ ଓ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରୁଥିବେ।’

14 “ହଁ ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଅଳ୍ପ ଲୋକ ମନୋନୀତ ଅଟନ୍ତି।”

କେତେକ ଯିହୂଦୀ ନେତା ଯୀଶୁଙ୍କୁ ଫାନ୍ଦରେ ପକେଇବା ପାଇଁ ଚେଷ୍ଟା

(ମାର୍କ 12:13-17; ଲୂକ 20:20-26)

15 ଯୀଶୁ ଯେଉଁ ସ୍ଥାନରେ ଉପଦେଶ ଦେଉଥିଲେ, ଫାରୂଶୀମାନେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଯୀଶୁଙ୍କ କଥା ଦ୍ୱାରା ତାହାଙ୍କୁ କିପରି ଫାନ୍ଦରେ ପକାଇବେ, ସେ ବିଷୟରେ ଯୋଜନା କଲେ। 16 ସେମାନେ କେତେକ ହେରୋଦୀୟ[a]ମାନଙ୍କ ସହିତ ନିଜର କେତେକ ଶିଷ୍ୟଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯାଇ କହିଲେ, “ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ୱରଙ୍କ ମାର୍ଗ ବିଷୟରେ ଅନ୍ୟମାନେ କ’ଣ ଭାବୁଛନ୍ତି, ସେ ବିଷୟରେ ତୁମ୍ଭେ ଆଦୌ ଭୟ କର ନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ। 17 ଏ ବିଷୟରେ ତୁମ୍ଭ ମତାମତ କ’ଣ ଆମ୍ଭକୁ କୁହ। କାଇସରଙ୍କୁ କର ଦେବା ଉଚିତ୍ ହେବ, ନା ନାହିଁ?”

18 କିନ୍ତୁ ଯୀଶୁ ସେମାନଙ୍କ ଦୁଷ୍ଟତା ବୁଝି ପାରିଲେ। ସେ କହିଲେ, “ହେ କପଟୀଗଣ! ମୋତେ ଫାନ୍ଦରେ ପକାଇବାକୁ କାହିଁକି ଚେଷ୍ଟା କରୁଛ? 19 କର ଦେବା ପାଇଁ ବ୍ୟବହୃତ ହେଉଥିବା ଗୋଟେ ମୁଦ୍ରା ମୋତେ ଦେଖାଅ।” ସେମାନେ ଯୀଶୁଙ୍କୁ ଗୋଟିଏ ରୌପ୍ୟମୁଦ୍ରା[b] ଦେଖାଇଲେ। 20 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ଏ ମୁଦ୍ରାର ଉପରେ କାହାର ଛବି ଓ ନାମ ଖୋଦିତ ହୋଇଛି?”

21 ଲୋକମାନେ କହିଲେ, “କାଇସରଙ୍କର।”

ତା'ପରେ ଯୀଶୁ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ୱରଙ୍କର, ତାହା ପରମେଶ୍ୱରଙ୍କୁ ଦିଅ।”

22 ଏ କଥା ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ତାହାଙ୍କୁ ଛାଡ଼ି ସେଠାରୁ ଗ୍ଭଲିଗଲେ।

କେତେକ ସାଦ୍ଦୂକୀ ଯୀଶୁଙ୍କୁ ଫାନ୍ଦରେ ପକେଇବା ପାଇଁ ଚେଷ୍ଟା

(ମାର୍କ 12:18-27; ଲୂକ 20:27-40)

23 ସେହି ଦିନ କେତେକ ସାଦ୍ଦୂକୀ[c] ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି, ଯେ ଲୋକେ ମୃତ୍ୟୁରୁ ପୁନର୍ଜୀବିତ ହୁଅନ୍ତି ନାହିଁ। ସାଦ୍ଦୂକୀମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ। 24 ସେମାନେ କହିଲେ, “ହେ ଗୁରୁ, ମୋଶା ଆମ୍ଭକୁ କହିଛନ୍ତି ଯଦି କୌଣସି ଲୋକ ସନ୍ତାନ ନ ଥାଇ ମରିଯାଏ, ତେବେ ତା'ର ଭାଇ ତା'ର ସ୍ତ୍ରୀକୁ ନିଶ୍ଚୟ ବିବାହ କରିବ, ଅତଏବ ନିଜ ମୃତ ଭାଇ ପାଇଁ ସେମାନେ ସନ୍ତାନ ଜନ୍ମ କରିବେ। 25 ଆମ୍ଭ ଭିତରେ ସାତ ଭାଇ ଥିଲେ। ପ୍ରଥମ ଜଣକ ବିବାହ କରିଥିଲା। କିନ୍ତୁ ପରେ ମରିଗଲା। ତା'ର କୌଣସି ସନ୍ତାନ ନ ଥିଲେ। ତେଣୁ ତା'ର ଭାଇ ସେହି ସ୍ତ୍ରୀଲୋକଟିକୁ ବିବାହ କଲା। 26 ଦ୍ୱିତୀୟ ଭାଇଟି ମଧ୍ୟ ମରିଗଲା। ଏହା ପରେ ତୃତୀୟ ଭାଇ ଓ ଅନ୍ୟ ସବୁ ଭାଇଙ୍କର ସେହି ଅବସ୍ଥା ହେଲା। 27 ଶେଷରେ ସେ ସ୍ତ୍ରୀଲୋକଟି ମଧ୍ୟ ମରିଗଲା। 28 କିନ୍ତୁ ସମସ୍ତ ସାତ ଭାଇ ତାହାକୁ ବିବାହ କରିଥିଲେ। ତେବେ କୁହନ୍ତୁ, ପୁନରୁ‌ତ୍‌ଥାନ ପରେ ସେ କାହାର ସ୍ତ୍ରୀ ହେବ?”

29 ଯୀଶୁ କହିଲେ, “ଏ କଥା ତୁମ୍ଭେ ବୁଝିପାରୁନ। କାରଣ ଶାସ୍ତ୍ର କ’ଣ କୁହେ ଜାଣ ନାହିଁ। ଏବଂ ପରମେଶ୍ୱରଙ୍କ ଶକ୍ତି ବିଷୟରେ ତୁମ୍ଭେମାନେ କିଛି ଜାଣି ନାହଁ। 30 ତୁମ୍ଭର ବୁଝି ରଖିବା ଉଚିତ୍ ଯେ, ଯେତେବେଳେ ଲୋକମାନେ ମୃତ୍ୟୁରୁ ବଞ୍ଚି ଉଠିବେ, ସେତେବେଳେ କୌଣସି ବିବାହ ହେବ ନାହିଁ। ପୁନର୍ଜୀବନ ଲାଭ କରିବା ପରେ ଲୋକମାନେ କେହି କାହାକୁ ବାହା ହେବେନି। ସେମାନେ ସ୍ୱର୍ଗରେ ସମସ୍ତେ ସ୍ୱର୍ଗଦୂତମାନଙ୍କ ଭଳି ହେବେ। 31 ମୃତର ପୁନରୁ‌ତ୍‌ଥାନ ବିଷୟରେ ପରମେଶ୍ୱର ତୁମ୍ଭକୁ କ’ଣ କହିଛନ୍ତି, ତାହା କ’ଣ ତୁମ୍ଭେ ପଢ଼ି ନାହଁ? 32 ପରମେଶ୍ୱର କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇ‌‌ସ୍‌‌ହାକଙ୍କ ପରମେଶ୍ୱର ଓ ଯାକୁବଙ୍କ[d] ପରମେଶ୍ୱର ଅଟେ।’(A) ଯଦି ନିଜେ ପରମେଶ୍ୱର କହିଛନ୍ତି ଯେ ସେ ସେମାନଙ୍କର ପରମେଶ୍ୱର, ତେବେ ସେମାନେ ବାସ୍ତବରେ ମୃତ ନୁହନ୍ତି। କାରଣ ପରମେଶ୍ୱର ମୃତ ଲୋକମାନଙ୍କର ପରମେଶ୍ୱର ନୁହନ୍ତି, କିନ୍ତୁ ଜୀବିତ ମାନଙ୍କର ଅଟନ୍ତି।”

33 ଲୋକମାନେ ଯୀଶୁଙ୍କ ଉପଦେଶ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।

କେଉଁ ଆଜ୍ଞା ସବୁଠାରୁ ବଡ଼

(ମାର୍କ 12:28-34; ଲୂକ 10:25-28)

34 ଫାରୂଶୀମାନେ ଶୁଣିଲେ ଯେ ଯୀଶୁଙ୍କ ଉତ୍ତରରେ ସାଦ୍ଦୂକୀମାନେ ‌‌‌‌‌‌‌‌‌‌ଚୁପ୍‌‌‌‌‌‌‌‌‌ ହୋଇଗଲେ। ତା'ପରେ ସେମାନେ ସମସ୍ତେ ଏକାଠି ହେଲେ। 35 ଜଣେ ଫାରୂଶୀ ମୋଶାଙ୍କ ବ୍ୟବସ୍ଥା ବିଷୟରେ ଦକ୍ଷ ଥିଲା। ସେ ଯୀଶୁଙ୍କୁ ପରୀକ୍ଷାରେ ପକାଇବା ପାଇଁ ମନସ୍ଥ କରି ତାହାଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲା। 36 ସେ କହିଲା, “ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?”

37 ଯୀଶୁ କହିଲେ, “ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦେଇ ପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କରିବ।’(B) 38 ଏହା ପ୍ରଥମ ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶ। 39 ଦ୍ୱିତୀୟ ‘ଆଦେଶଟି ମଧ୍ୟ ପ୍ରଥମ ଆଦେଶ ଭଳି। ତାହା ହେଉଛି: ‘ତୁମ୍ଭେ ନିଜକୁ ଯେପରି ଭଲ ପାଅ, ଅନ୍ୟକୁ ମଧ୍ୟ ସେହିପରି ଭଲ ପାଅ।’(C) 40 ସମସ୍ତ ବ୍ୟବସ୍ଥା ଓ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କର ଲେଖାଗୁଡ଼ିକ ଏହି ଦୁଇଟି ଆଦେଶ ଉପରେ ଆଧାରିତ।”

ଫାରୂଶୀମାନଙ୍କୁ ଯୀଶୁଙ୍କର ଗୋଟିଏ ପ୍ରଶ୍ନ

(ମାର୍କ 12:35-37; ଲୂକ 20:41-44)

41 ଯେତେବେଳେ ଫାରୂଶୀମାନେ ଏକାଠି ଥିଲେ, ଯୀଶୁ ସେମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ। 42 ଯୀଶୁ କହିଲେ, “ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭେମାନେ କ’ଣ ମନେ କରୁଛ? ସେ କାହାର ପୁଅ?”

ସେମାନେ କହିଲେ, “ଦାଉଦଙ୍କ ପୁଅ।”

43 ଯୀଶୁ ଫାରୂଶୀମାନଙ୍କୁ ପଗ୍ଭରିଲେ, “ଦାଉଦ ତାହାଙ୍କୁ ‘ପ୍ରଭୁ’ ବୋଲି କାହିଁକି ସମ୍ବୋଧନ କଲେ? ଦାଉଦ ପବିତ୍ରଆତ୍ମାଙ୍କ ଶକ୍ତିରେ କହୁଥିଲେ। ଦାଉଦ କହିଲେ:

44 “ପ୍ରଭୁ ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଥିଲେ,
ମୁଁ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ନିୟନ୍ତ୍ରଣରେ ଦେବି
    ଏବଂ ତୁମ୍ଭେ ମୋର ଡାହାଣ ପଟେ ବସିବ।”(D)

45 ଯଦି ଦାଉଦ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ ବୋଲି କହୁଛନ୍ତି। ତେବେ ଖ୍ରୀଷ୍ଟ କିପରି ଦାଉଦଙ୍କ ପୁଅ ହୋଇ ପାରିବେ?”

46 ଜଣେ ହେଲେ ଫାରୂଶୀ ଯୀଶୁଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ। ସେହି ଦିନଠାରୁ ଯୀଶୁଙ୍କୁ ଆଉ କୌଣସି ପ୍ରଶ୍ନ ପଗ୍ଭରି ଫାନ୍ଦରେ ପକାଇବାକୁ କେହିହେଲେ ଚେଷ୍ଟା କରିବାକୁ ସାହସ କଲେ ନାହିଁ।

ଯୀଶୁଙ୍କର ଯିହୂଦୀ ଧର୍ମ ନେତାଙ୍କୁ ସମାଲୋଚନା

(ମାର୍କ 12:38-40; ଲୂକ 11:37-52; 20:45-47)

23 ତା'ପରେ ଯୀଶୁ ଜନସମୂହ ଓ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ ମୋଶାଙ୍କ ବ୍ୟବସ୍ଥାର ବ୍ୟାଖ୍ୟା କରିବାର ଅଧିକାର ପାଇଛନ୍ତି। ତେଣୁ ସେମାନେ ଯାହାସବୁ କହୁଛନ୍ତି, ତାହା ତୁମ୍ଭେ ମାନିବା ଉଚିତ୍। ତୁମ୍ଭକୁ ସେମାନେ ଯାହାସବୁ କରିବାକୁ କହୁଛନ୍ତି, ତୁମ୍ଭେ ତାହା କରିବା ଉଚିତ୍। କିନ୍ତୁ ସେମାନେ ଯାହାସବୁ କରୁଛନ୍ତି, ତୁମ୍ଭେ ତାହା କର ନାହିଁ। କାରଣ ସେମାନେ ଯାହାସବୁ କହନ୍ତି, ନିଜେ ତାକୁ କାର୍ଯ୍ୟରେ କେବେ କରନ୍ତି ନାହିଁ। ମାନିବା ପାଇଁ କଠିନ ହେଲେ ମଧ୍ୟ ସେମାନେ ଲୋକମାନଙ୍କ ପାଇଁ କଡ଼ାକଡ଼ି ନିୟମ ତିଆରି କରନ୍ତି। ସେହି ନିୟମଗୁଡ଼ିକ ମାନିବା ପାଇଁ ସେମାନେ ଲୋକଙ୍କୁ ବାଧ୍ୟ କରନ୍ତି। କିନ୍ତୁ ସେମାନେ ନିଜେ କେବେ ହେଲେ ସେହି ନିୟମମାନଙ୍କ ମଧ୍ୟରୁ ଗୋଟିଏ ହେଲେ ଅନୁସରଣ କରିବାକୁ ଚେଷ୍ଟା କରନ୍ତି ନାହିଁ।

“କେବଳ ଅନ୍ୟ ଲୋକଙ୍କୁ ଦେଖେଇ ହେବା ପାଇଁ ଯାହାକିଛି ଭଲ କାମ, ତାହା ସେମାନେ କରନ୍ତି। ନିଜକୁ ଧାର୍ମିକ ଦେଖେଇ ହେବା ପାଇଁ ପ୍ରକୃତରେ ସେମାନେ ବଡ଼ବଡ଼ କବଚ ପିନ୍ଧିଥା’ନ୍ତି ଓ ନିଜର ସ୍ୱତନ୍ତ୍ର ପ୍ରାର୍ଥନା ପୋଷାକକୁ ବହୁତ ଲମ୍ବା କରିଥା’ନ୍ତି। ଭୋଜିମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଆସନମାନ ଓ ଧର୍ମସଭାମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଆସନମାନ ପାଇବାକୁ ସେମାନେ ଭଲ ପାଆନ୍ତି। ସେମାନେ ବଜାର ସ୍ଥାନମାନଙ୍କରେ ଲୋକମାନଙ୍କର ନମସ୍କାର ପ୍ରତିଦାନ କରିବାକୁ ଭଲ ପାଆନ୍ତି। ସେମାନେ ଗ୍ଭହାନ୍ତି ଯେ ଲୋକେ ତାହାଙ୍କୁ ‘ରା‌‌‌‌‌ବ୍‌‌‌‌‌ବୀ’[e] ବୋଲି ଡାକନ୍ତୁ।

“କିନ୍ତୁ ତୁମ୍ଭ ଭିତରୁ କେହି ନିଜକୁ ‘ରା‌‌‌‌‌ବ୍‌‌‌‌‌ବୀ’ କହିବ ନାହିଁ। ତୁମ୍ଭେ ସମସ୍ତେ ଭାଇଭଉଣୀ। ତୁମ୍ଭ ସମସ୍ତଙ୍କର ଜଣେ ମାତ୍ର ଗୁରୁ ଅଛନ୍ତି। “ଏ ସଂସାରରେ କାହାରିକୁ ‘ପରମପିତା’ ବୋଲି ସମ୍ବୋଧନ କର ନାହିଁ। ତୁମ୍ଭର ଜଣେ ମାତ୍ର ପରମପିତା ଯେ କି ସ୍ୱର୍ଗରେ ରହୁଛନ୍ତି। 10 ତୁମ୍ଭେ ନିଜକୁ ‘ମାଲିକ’ ବୋଲି କହିବ ନାହିଁ। କାରଣ ତୁମ୍ଭର କେବଳ ଜଣେ ମାତ୍ର ମାଲିକ, ସେ ହେଉଛନ୍ତି ଯୀଶୁ। 11 ଯେଉଁ ଲୋକ ଗ୍ଭକର ଭଳି ତୁମ୍ଭର ସେବା କରିବ, ସେ ଲୋକ ତୁମ୍ଭମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ହେବ। 12 ଯେଉଁ ଲୋକ ନିଜକୁ ଅନ୍ୟ ଲୋକଙ୍କ ଅପେକ୍ଷା ଉଚ୍ଚ କରିବ, ତାକୁ ନତ କରାଯିବ। ଯେଉଁ ଲୋକ ନିଜକୁ ନତ କରିବ, ତାକୁ ମହାନ କରାଯିବ।

13 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭେମାନେ ଲୋକମାନଙ୍କ ପାଇଁ ସ୍ୱର୍ଗରାଜ୍ୟର ଦ୍ୱାର ବନ୍ଦ କରି ଦେଉଛ। ତୁମ୍ଭେମାନେ ନିଜେ ତ ପ୍ରବେଶ କରି ପାରୁ ନାହଁ, ତା’ ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ୟ ତୁମ୍ଭେମାନେ ଅଟକେଇ ଦେଉଛ। 14 [f]

15 “ରେ କପଟୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ! ହାୟ! ତୁମ୍ଭର ମାର୍ଗ ଅନୁସରଣ କରିବା ପାଇଁ ଲୋକ ଖୋଜି ପାଇବା ପାଇଁ ତୁମ୍ଭେ ବିଭିନ୍ନ ଦେଶ ଓ ସମୁଦ୍ର ପାରି ହୋଇ ଗ୍ଭଲିଯାଉଛ। ଯେତେବେଳେ ସେଭଳି ଲୋକଟିଏ ପାଇ ଯାଉଛ ସେତେବେଳେ ତାକୁ ତୁମ୍ଭେ ତୁମ୍ଭଠାରୁ ଅଧିକ ଖରାପ କରିପକାଉଛ। ତୁମ୍ଭେ ସବୁ ଏତେ ଖରାପ ଯେ ତୁମ୍ଭେ କେବଳ ନର୍କର ଅଧିକାରୀ ହେବ।

16 “ରେ ଅନ୍ଧ ମାର୍ଗଦର୍ଶକଗଣ! ତୁମ୍ଭକୁ ଧିକ୍! ତୁମ୍ଭେ କହିଥାଅ, ଯଦି କେହି ଲୋକ ଉପାସନା ମନ୍ଦିର ନାମରେ ରାଣ ପକାଇ ଶପଥ କରିଥାଏ, ତେବେ ତାକୁ ସେହି ଶପଥ ରଖିବା ଦରକାର ନାହିଁ। କିନ୍ତୁ ଯେଉଁ ଲୋକ ଉପାସନା ମନ୍ଦିରର ସୁନା ନାମରେ ରାଣ ପକାଇ ଶପଥ କରେ, ତେବେ ସେ ନିଶ୍ଚୟ ସେହି ଶପଥ ରକ୍ଷା କରିବ’। 17 ତୁମ୍ଭେମାନେ ଅନ୍ଧ ଓ ମୂର୍ଖ! ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସେହି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼।

18 “ତୁମ୍ଭେମାନେ କହିଥାଅ, ‘ଯଦି କେହି ବେଦୀନାମରେ ଶପଥ ନିଏ, ତେବେ ତା'ର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବେଦୀ ଉପରେ ରଖାଯାଇଥିବା ଉପହାର ନାମରେ ଶପଥ ନିଏ, ତେବେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ’। 19 ତୁମ୍ଭେମାନେ ଅନ୍ଧ। ତୁମ୍ଭେ କିଛି ବୁଝି ନାହଁ। ବଡ଼ କିଏ? ବେଦୀ ନା ଉପହାର? ବେଦୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବେଦୀ ବଡ଼। 20 “ଏଣୁ ଯଦି କେହି ବେଦୀ ନାମରେ ଶପଥ କରେ, ତେବେ ସେ ବେଦୀ ସହିତ ବେଦୀ ଉପରେ ଯାହା ରଖାଯାଇଥାଏ, ସେ ସମସ୍ତଙ୍କ ନାମରେ ଶପଥ କରିଥାଏ। 21 ଯେଉଁ ଲୋକ ମନ୍ଦିର ନାମରେ ଶପଥ କରେ, ସେ ମନ୍ଦିର ଭିତରେ ଜଣେ ଯିଏ ଅଛନ୍ତି, ତାହାଙ୍କ ନାମରେ ଶପଥ ନେଇଥାଏ। 22 ଏବଂ ଯେଉଁ ଲୋକ ସ୍ୱର୍ଗ ନାମରେ ଶପଥ ନେଇଥାଏ, ସେ ପରମେଶ୍ୱରଙ୍କ ସିଂହାସନ ସହିତ ସେହି ସିଂହାସନ ଉପରେ ଯିଏ ବିରାଜମାନ, ତାହାଙ୍କ ନାମରେ ମଧ୍ୟ ଶପଥ ନେଇଥାଏ।

23 “ରେ କପଟୀ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭ ପାଖରେ ଯାହା ଅଛି, ତା'ର ଦଶ ଭାଗରୁ ଏକ ଭାଗ, ଏପରିକି ନିଜର ପୋଦିନା, ପାନମଧୁରୀ ଓ ଜୀରାର ମଧ୍ୟ ଦଶ ଭାଗରୁ ଏକ ଭାଗ ତୁମ୍ଭେ ପରମେଶ୍ୱରଙ୍କୁ ଦେଉଛ, କିନ୍ତୁ ତୁମ୍ଭେମାନେ ନିୟମର ଅଧିକ ନ୍ୟାୟ, ଦୟା ଓ ବିଶ୍ୱାସ ଭଳି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଗୁଡ଼ିକୁ ପାଳନ କରୁ ନାହଁ। ମାତ୍ର ଏଗୁଡ଼ିକ ତୁମ୍ଭର ପାଳନ କରିବା ଉଚିତ୍। ଅନ୍ୟ ଉପଦେଶଗୁଡ଼ିକୁ ମଧ୍ୟ ନିୟମିତ ରୂପରେ ତୁମ୍ଭର ପାଳନ କରିବା ଉଚିତ୍। 24 ତୁମ୍ଭେମାନେ ଲୋକଙ୍କୁ ମାର୍ଗ ବତାଉଛ, କିନ୍ତୁ ତୁମ୍ଭେମାନେ ନିଜେ ଅନ୍ଧ। ତୁମ୍ଭେମାନେ ଏହି ପ୍ରକାରର ଅଟ। ତୁମ୍ଭମାନଙ୍କ ପାନୀୟ ଭିତରୁ ମାଛିକୁ ଛାଣ ଓ ଓଟକୁ ଗିଳି ପକାଅ।

25 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେମାନେ ଧିକ! ତୁମ୍ଭେମାନେ ତୁମ୍ଭର ଥାଳିଗିନାର ବାହାର ପଟ ଭଲ ଭାବରେ ଧୋଉଛ। କିନ୍ତୁ ତୁମ୍ଭମାନଙ୍କର ଅନ୍ତର ଅନ୍ୟକୁ ଠକି ନିଜକୁ ତୋଷିବା ପଦାର୍ଥରେ ପୂର୍ଣ୍ଣ କରୁଛ। 26 ରେ ଅନ୍ଧ ଫାରୂଶୀମାନେ! ପ୍ରଥମେ ଗିନାର ଭିତର ପଟ ମାଜି ସଫା କର। କିନ୍ତୁ ବାସ୍ତବରେ ଗିନାର ଭିତର ପଟ ସଫା ରହିଲେ ବାହାର ପଟ ମଧ୍ୟ ସଫା ହୋଇ ପାରିବ।

27 “ରେ କପଟୀ ଧର୍ମଶାସ୍ତ୍ରୀମାନେ! ରେ ଫାରୂଶୀମାନେ ତୁମ୍ଭକୁ ଧିକ୍! ତୁମ୍ଭେ ସବୁ ଧଳାରଙ୍ଗ ବୋଳା ହୋଇଥିବା ସମାଧି ଭଳି। ଏହି ସମାଧିମାନଙ୍କର ବାହାର ପଟ ସୁନ୍ଦର ଦେଖାଯାଏ। କିନ୍ତୁ ସମାଧି ଭିତର ମଲା ଲୋକର କେବଳ କଙ୍କାଳ ଥାଏ। ସବୁ ପ୍ରକାର ଅପରିଷ୍କାର ଜିନିଷ ତା’ ଭିତରେ ଥାଏ। 28 ଠିକ୍ ସେହିଭଳି ତୁମ୍ଭେ ବାହାରୁ ତ ଅନ୍ୟମାନଙ୍କୁ ସୁନ୍ଦର ଦେଖା ଯାଉଛ, କିନ୍ତୁ ଭିତରେ ତୁମ୍ଭେ ଚ୍ଛନ୍ଦ କପଟ ଓ ଖରାପ ଗୁଣରେ ପରିପୂର୍ଣ୍ଣ।

29 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭେମାନେ ତାହାଙ୍କ ସମାଧି ସୁଶୋଭିତ କରୁଛ। 30 ଏବଂ ତୁମ୍ଭେମାନେ କହୁଛ ଯେ ‘ଆମ୍ଭେ ଯଦି ଆମ୍ଭ ପୂର୍ବପୁରୁଷଙ୍କ ସମକାଳୀନ ହୋଇଥାଆନ୍ତୁ, ତେବେ ଏହି ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ମାରିଦେବା ପାଇଁ ଆମ୍ଭେ କେବେ ହେଲେ ସାହାଯ୍ୟ କରି ନ ଥା’ନ୍ତୁ।’ 31 ତୁମ୍ଭେ ପ୍ରମାଣିତ କରି ଦେଉଛ ଯେ ତୁମ୍ଭେମାନେ ସେହି ଲୋକମାନଙ୍କର ବଂଶଧର ଯେଉଁମାନେ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ହତ୍ୟା କଲେ। 32 ତୁମ୍ଭର ପୂର୍ବପୁରୁଷ ଯେଉଁ ପାପ ଆରମ୍ଭ କରିଦେଇଥିଲେ, ତୁମ୍ଭେ ତାହାକୁ ଶେଷ କରିବ।

33 “ତୁମ୍ଭେମାନେ ସର୍ପ ଭଳି। ତୁମ୍ଭେ ବିଷଧର ସର୍ପ କୁଳରେ ଜନ୍ମ ହୋଇଛ। ତୁମ୍ଭେ ପରମେଶ୍ୱରଙ୍କଠାରୁ ରକ୍ଷା ପାଇବ ନାହିଁ। ତୁମ୍ଭ ସମସ୍ତଙ୍କୁ ଦୋଷୀ ବୋଲି ବିଗ୍ଭର କରାଯିବ ଓ ତୁମ୍ଭେମାନେ ନର୍କକୁ ଯିବ। 34 ତେଣୁ ମୁଁ ତୁମ୍ଭକୁ ଏହା କହୁଛି: ମୁଁ ତୁମ୍ଭକୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ମାରିବ, କ୍ରୁଶରେ ଚଢ଼ାଇ ତୁମ୍ଭେ କେତେକଙ୍କୁ ହତ୍ୟା କରିବ। ତୁମ୍ଭର ସମାଜଗୃହରେ ତୁମ୍ଭେ କେତେକଙ୍କୁ ହତ୍ୟା କରିବ। ତୁମ୍ଭର ସମାଜଗୃହରେ ତୁମ୍ଭେ କେତେକଙ୍କୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭେମାନେ ସେମାନଙ୍କର ପଛେ ପଛେ ଯାଇ କେତେକଙ୍କୁ ତାଡ଼ନା କରିବ।

35 “ତେଣୁ ଧାର୍ମିକ ଲୋକ ହେବଲଙ୍କଠାରୁ ଆରମ୍ଭ କରି ବେରିଖିୟଙ୍କ ପୁତ୍ର ଯିଖରିୟଙ୍କ ପର୍ଯ୍ୟନ୍ତ ଏ ପୃଥିବୀରେ ଯେତେ ଭଲ ଲୋକଙ୍କୁ ମାରି ଦିଆଯାଇଛି, ସେଥିପାଇଁ ତୁମ୍ଭେମାନେ ଦୋଷୀ ସାବ୍ୟସ୍ତ ହେବ। ବେରିଖିୟଙ୍କ ପୁତ୍ର ଯିଖରିୟଙ୍କୁ ମନ୍ଦିର ଓ ବେଦୀ ମଧ୍ୟସ୍ଥଳରେ ତୁମ୍ଭେମାନେ ହତ୍ୟା କରିଥିଲ। 36 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ବର୍ତ୍ତମାନ ତୁମ୍ଭ ସହ ଜୀବିତ ଥିବା ଲୋକମାନଙ୍କ ପାଇଁ ଏହି ସମସ୍ତ କଥା ଘଟିବ।

ଯିରୁଶାଲମର ଲୋକମାନଙ୍କୁ ଯୀଶୁଙ୍କ ସତର୍କତା

(ଲୂକ 13:34-35)

37 “ଯିରୁଶାଲମ, ରେ ଯିରୁଶାଲମ! ତୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ହତ୍ୟା କରିଛୁ। ପରମେଶ୍ୱର ଯେଉଁମାନଙ୍କୁ ତୋ’ ପାଖକୁ ପଠାଇଥିଲେ, ତୁ ସେମାନଙ୍କୁ ପଥର ଫୋପାଡ଼ି ହତ୍ୟା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାଯ୍ୟ କରିବାକୁ ଇଚ୍ଛା କରିଥିଲି। ଯେଭଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସେହିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନେକ ଥର ଗ୍ଭହିଁଥିଲି। କିନ୍ତୁ ତୁ ମୋତେ ତାହା କରେଇ ଦେଲୁ ନାହିଁ। 38 ବର୍ତ୍ତମାନ ତୋର ଘର ପୁରାପୁରି ଉଜୁଡ଼ି ଯିବ। 39 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ଯେପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ନ କହିଛ: ‘ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି, ସେ ଧନ୍ୟ, ସେପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆଉ ଦେଖି ପାରିବ ନାହିଁ’।(E)

Odia Holy Bible: Easy-to-Read Version (ERV-OR)

2010 by World Bible Translation Center