Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ମାଥିଉ ଲିଖିତ ସୁସମାଗ୍ଭର 18-19

ସବୁଠାରୁ ଶ୍ରେଷ୍ଠ କିଏ

(ମାର୍କ 9:33-37; ଲୂକ 9:46-48)

18 ସେହି ସମୟରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଗ୍ଭରିଲେ, “ସ୍ୱର୍ଗରାଜ୍ୟରେ ସବୁଠାରୁ ଶ୍ରେଷ୍ଠ କିଏ?”

ଯୀଶୁ ଗୋଟିଏ ଛୋଟ ପିଲାକୁ ପାଖକୁ ଡାକିଲେ। ସେ ପିଲାକୁ ଶିଷ୍ୟମାନଙ୍କ ଆଗରେ ଠିଆ କରାଇଲେ। ତା'ପରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତରେ ଗୋଟିଏ ଛୋଟ ପିଲାଭଳି ହୋଇଯାଅ। ଏ କଥା ନ କଲେ ତୁମ୍ଭେ ସ୍ୱର୍ଗରାଜ୍ୟରେ କଦାପି ପ୍ରବେଶ କରି ପାରିବ ନାହିଁ। ଯେଉଁ ଲୋକ ନିଜକୁ ଗୋଟିଏ ଛୋଟ ପିଲା ଭଳି ନମ୍ର କରିଥାଏ, ସେହି ଲୋକ ସ୍ୱର୍ଗରାଜ୍ୟରେ ସବୁଠାରୁ ଶ୍ରେଷ୍ଠ।

“ଯେଉଁ ଲୋକ ମୋ’ ନାମରେ ଏହିଭଳି ଗୋଟିଏ ଛୋଟ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ।

ପାପର କାରଣ ବିଷୟରେ ସତର୍କ କଲେ

(ମାର୍କ 9:42-48; ଲୂକ 17:1-2)

“କିନ୍ତୁ ମୋ'ଠାରେ ବିଶ୍ୱାସ ରଖିଥିବା ଏହି ନମ୍ର ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ପାପ ପଥରେ ଯଦି କେହି ଟାଣିନିଏ, ତାହାହେଲେ ସେହି ଲୋକର ବେକରେ ଗୋଟିଏ ଚକି ପଥର ବାନ୍ଧି ଗଭୀର ସମୁଦ୍ରରେ ତାକୁ ବୁଡ଼େଇ ଦିଆଯିବ। ଏହି ପୃଥିବୀରେ ପାପ କରୁଥିବା ଲୋକମାନଙ୍କ ପାଇଁ ମୁଁ ଦୁଃଖ ଅନୁଭବ କରୁଛି। ଏସବୁ ଘଟଣା ନିଶ୍ଚୟ ଘଟିବ, କିନ୍ତୁ ଯେଉଁ ଲୋକ ଏସବୁ ଘଟଣା ଘଟିବାର କାରଣ ହୁଏ, ତାହା ପାଇଁ ଏହା ବହୁତ ଖରାପ ହେବ।

“ଯଦି ତୁମ୍ଭର ହାତ କିମ୍ବା ପାଦ ତୁମ୍ଭ ପାଇଁ ପାପର କାରଣ ହୁଏ, ତେବେ ତାକୁ କାଟି ଫିଙ୍ଗିଦିଅ। ଦୁଇ ହାତ ଓ ଦୁଇ ଗୋଡ଼ ଥାଇ ଚିରକାଳ ଜଳୁଥିବା ନର୍କର ନିଆଁରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ହାତ କିମ୍ବା ଗୋଡ଼ ନ ଥାଇ ଅନନ୍ତ ଜୀବନ ମଧ୍ୟରେ ପ୍ରବେଶ କରିବା ତୁମ୍ଭ ପାଇଁ ଭଲ। ଯଦି ତୁମ୍ଭର ଆଖିଟିଏ ତୁମ୍ଭ ପାଇଁ ପାପର କାରଣ ହୁଏ, ତେବେ ତାକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ଦୁଇଟି ଯାକ ଆଖି ଥାଇ ତୁମ୍ଭକୁ ନର୍କର ନିଆଁରେ ଫିଙ୍ଗି ଦିଆଯିବା ଅପେକ୍ଷା ଗୋଟିଏ ଆଖି ଥାଇ ଅନନ୍ତ ଜୀବନ ଲାଭ କରିବା ତୁମ୍ଭ ପାଇଁ ଭଲ।

ଯୀଶୁ ହଜିଥିବା ମେଣ୍ଢାର ଦୃଷ୍ଟାନ୍ତ କହିଲେ

(ଲୂକ 15:3-7)

10 “ସାବଧାନ ଏହି ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ତୁଚ୍ଛ ମନେ କର ନାହିଁ। ଏହି ପିଲାମାନଙ୍କ ପାଇଁ ସ୍ୱର୍ଗରେ ଦୂତମାନେ ଅଛନ୍ତି। ଏବଂ ସେହି ଦୂତମାନେ ସ୍ୱର୍ଗରେ ମୋର ପରମପିତାଙ୍କ ସହିତ ସଦାସର୍ବଦା ଅଛନ୍ତି। 11 ଯେଉଁମାନେ ହଜିଯାଇଛନ୍ତି ମନୁଷ୍ୟପୁତ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆସିଛନ୍ତି।[a]

12 “ଯଦି କୌଣସି ଲୋକର ଶହେଟି ମେଣ୍ଢା ଥା’ନ୍ତି, କିନ୍ତୁ ସେଥିରୁ ଗୋଟିଏ ହିଜିଯାଏ, ତେବେ ସେହି ଲୋକଟି ତା'ର ବାକି ଅନେଶ୍ୱତ ମେଣ୍ଢାଙ୍କୁ ପାହାଡ଼ ଉପରେ ଛାଡ଼ିଦେଇ ହଜିଯାଇଥିବା ମେଣ୍ଢାକୁ ଖୋଜିବାକୁ ଯିବ ନାହିଁ କି? ତୁମ୍ଭେ କ’ଣ ଭାବ? 13 ମୁଁ ତୁମ୍ଭକୁ ସତ୍ୟ କହୁଛି। ଯଦି ସେ ମେଣ୍ଢାଟି ଖୋଜି ପାଇଯାଏ ତେବେ ନ ହଜିଥିବା ଅନେଶ୍ୱତ ମେଣ୍ଢାଙ୍କ ଅପେକ୍ଷା ମିଳିଯାଇଥିବା ମେଣ୍ଢା ପାଇଁ ସେ ଅଧିକ ଖୁସୀ ହେବ। 14 ଠି‌କ୍‌ ସେହିଭଳି ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଏହିଭଳି ଛୋଟ ପିଲାମାନଙ୍କ ମଧ୍ୟରୁ କେହି ଜଣେ ହେଲେ ହଜିଯାଉ ବୋଲି ଗ୍ଭହାନ୍ତି ନାହିଁ।

ଯେତେବେଳେ ଜଣେ ଲୋକ ତୁମ୍ଭକୁ ଆଘାତ କରେ

(ଲୂକ 17:3)

15 “ତୁମ୍ଭର କେହି ଭାଇ ଯଦି ତୁମ୍ଭ ବିରୁଦ୍ଧରେ ଭୁଲ୍ କାମ କରେ, ତେବେ ସେ ଏକାକୀ ଥିବା ବେଳେ ତା’ ନିକଟକୁ ଯାଇ ତା'ର ଭୁଲ୍ ବିଷୟରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତେବେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହୋଇ ରହିବାକୁ ସାହାଯ୍ୟ କର। 16 ଯଦି ସେ ଲୋକ କିଛି ଶୁଣିବାକୁ ମନା କରିଦିଏ ତେବେ ଜଣେ ବା ଦୁଇଜଣ ଲୋକଙ୍କୁ ନେଇ ପୁଣି ଥରେ ତା’ ପାଖକୁ ଯାଅ। ତେବେ ଯାହାକିଛି କୁହାଯାଇଛି, ଦୁଇ ବା ତିନି ଜଣ ସାକ୍ଷୀଙ୍କ ଦ୍ୱାରା ତାହା ସମର୍ଥିତ ହେବ। 17 ଯଦି ସେ ଲୋକ ସେମାନଙ୍କ କଥା ମଧ୍ୟ ଶୁଣିବାକୁ ମନା କରିଦିଏ, ତେବେ ମଣ୍ଡଳୀକୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନ ଶୁଣେ, ତେବେ ପରମେଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବା ଲୋକ କିମ୍ବା ଜଣେ କରଆଦାୟକାରୀକୁ ଯେଭଳି ବ୍ୟବହାର କରାଯାଏ, ତାହାକୁ ସେହିଭଳି ବ୍ୟବହାର କର।

18 “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ ତୁମ୍ଭେ ଏ ସଂସାରରେ ଯାହାସବୁ ବନ୍ଦ କରିବ ତାହା ପରମେଶ୍ୱରଙ୍କ ଦ୍ୱାରା ବନ୍ଦ ହେବ। ତୁମ୍ଭେ ଏ ସଂସାରରେ ଯେତେବେଳେ କ୍ଷମା ଦେବା ପାଇଁ ପ୍ରତିଶ୍ରୁତି ଦେବ, ସେହି କ୍ଷମା ମଧ୍ୟ ପରମେଶ୍ୱରଙ୍କ କ୍ଷମା ହେବ। 19 ମୁଁ ତୁମ୍ଭକୁ ପୁଣି କହୁଛି ଯେ, ଏ ଜଗତରେ ଯଦି ତୁମ୍ଭ ଭିତରୁ କେହି ଦୁଇଜଣ ଏକମତ ହୋଇ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କୁ କିଛି ମାଗିବେ, ତେବେ ସେ ତାହା ତୁମ୍ଭ ପାଇଁ ପୂରଣ କରିଦେବେ। 20 ଏ କଥା ସତ୍ୟ। କାରଣ ଯେଉଁଠାରେ, ମୋ’ ନାମରେ ବିଶ୍ୱାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ସେଠାରେ ସେମାନଙ୍କ ସହିତ ଅଛି।”

ପାପ କ୍ଷମାର ଦୃଷ୍ଟାନ୍ତ

21 ତା'ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଗ୍ଭରିଲେ, “ପ୍ରଭୁ, ମୋ’ ଭାଇ ଯଦି ମୋ’ ନିକଟରେ ବାରମ୍ବାର ଅପରାଧ କରେ, ତେବେ ମୁଁ ତାକୁ କେତେଥର ପର୍ଯ୍ୟନ୍ତ କ୍ଷମା ଦେବି? ମୁଁ କ’ଣ ତାକୁ ସାତଥର ପର୍ଯ୍ୟନ୍ତ କ୍ଷମା ଦେବି?”

22 ଯୀଶୁ କହିଲେ, “ମୁଁ କହୁଛି, ତୁମ୍ଭେ ତାକୁ ନିଶ୍ଚିତ ରୂପରେ ସାତଥରଠାରୁ ଅଧିକ ଥର କ୍ଷମା କରିବା ଉଚିତ୍। ଏପରିକି ଯଦି ସେ ସାତଗୁଣ ସତୁରି[b] ଥର ପର୍ଯ୍ୟନ୍ତ ମଧ୍ୟ ତୁମ୍ଭ ପ୍ରତି ଅପରାଧ କରେ, ତେବେ ମଧ୍ୟ ତୁମ୍ଭେ କ୍ଷମାଦେବା ଜାରି ରଖ।

23 “ନିଜ ଗ୍ଭକରମାନଙ୍କଠାରୁ ଉଧାର ଥିବା ଟଙ୍କାପଇସାର ଆଦାୟ ପାଇଁ ମନସ୍ଥ କରିଥିବା ଜଣେ ରାଜାଙ୍କ ସହିତ ସ୍ୱର୍ଗରାଜ୍ୟର ତୁଳନା କରା ଯାଇପାରେ। 24 ରାଜା ତାହାଙ୍କ ଟଙ୍କା ଆଦାୟ କରିବା ଆରମ୍ଭ କରିଦେଲେ। ତାହାଙ୍କର ଜଣେ ଗ୍ଭକର ଉପରେ ଦଶ ହଜାର ରୌପ୍ୟମୁଦ୍ରା ବାକି ଥିଲା। 25 ରାଜାଙ୍କୁ ଋଣ ପରିଶୋଧ କରିବା ପାଇଁ ଗ୍ଭକର ପାଖରେ କିଛି ହେଲେ ନ ଥିଲା। ରାଜା ଆଦେଶ ଦେଲେ ଯେ, ଗ୍ଭକରର ସବୁ ଜିନିଷ ଏପରିକି ତା'ର ସ୍ତ୍ରୀ ଓ ପିଲାପିଲିଙ୍କୁ ବିକ୍ରି କରିଦେଇ ଋଣ ପରିଶୋଧ କରାଯିବ।

26 “ଗ୍ଭକରଟି ରାଜାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ିଲା। ସେ ପ୍ରାର୍ଥନା କଲା, ‘ଆପଣ ମୋ’ ପାଇଁ ଧୈର୍ଯ୍ୟବାନ ହୁଅନ୍ତୁ। ମୁଁ ଆପଣଙ୍କର ସମସ୍ତ ଋଣ ପରିଶୋଧ କରିଦେବି।’ 27 ମାଲିକ ଏହା ଶୁଣି ଗ୍ଭକରଟି ପାଇଁ ଦୁଃଖ ପ୍ରକାଶ କଲେ, ତେଣୁ ସେ ଗ୍ଭକରର ଋଣ ଛାଡ଼ କରିଦେଇ ତାକୁ ଛାଡ଼ି ଦେଲେ।

28 “ଗ୍ଭକର ବାହାରୁଥିବା ସମୟରେ ରାସ୍ତାରେ ସେ ତା'ର ଜଣେ ସଙ୍ଗୀ ଗ୍ଭକରକୁ ଦେଖିଲା। ସେ ଜଣକ ତା'ଠାରୁ ଶହେ ମୁଦ୍ରା ଋଣ କରିଥିଲା। ପ୍ରଥମ ଗ୍ଭକର ଦ୍ୱିତୀୟ ଗ୍ଭକରର ତଣ୍ଟି ଚିପି ଧରି କହିଲା, ‘ମୋ'ଠାରୁ ଯେଉଁ ଋଣ ନେଇଛୁ, ତାହାକୁ ଶୁଝିଦେ।’

29 “ତା'ପରେ ଦ୍ୱିତୀୟ ଗ୍ଭକର ତା’ ନିକଟରେ ଆଣ୍ଠୁମାଡ଼ି ବସି ପ୍ରାର୍ଥନା କଲା, ‘ମୋ’ ପାଇଁ ଧୈର୍ଯ୍ୟ ଧର। ମୁଁ ଯାହା ନେଇଛି ସବୁତକ ଶୁଝିଦେବି।’

30 “କିନ୍ତୁ ପ୍ରଥମ ଗ୍ଭକର ଧୈର୍ଯ୍ୟ ଧରିବାକୁ ମନାକଲା। କେବଳ ଏତିକି ନୁହେଁ, ସେ ବିଗ୍ଭରପତିଙ୍କ ନିକଟକୁ ଯାଇ ଦ୍ୱିତୀୟ ଗ୍ଭକର ବିରୁଦ୍ଧରେ ଅଭିଯୋଗ ମଧ୍ୟ କଲା। ଦ୍ୱିତୀୟ ଗ୍ଭକରକୁ କାରାଗାରକୁ ପଠାଇ ଦିଆଗଲା। ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାକୁ କାରାଗାରରେ ରହିବାକୁ ପଡ଼ିଲା। 31 ଅନ୍ୟ ଗ୍ଭକରମାନେ ଏ ସମସ୍ତ ଘଟଣା ଦେଖିଲେ, ଓ ବଡ଼ ଦୁଃଖିତ ହେଲେ। ତେଣୁ ଯାହାସବୁ ଘଟିଥିଲା, ସେ ସବୁ ସେମାନେ ସେମାନଙ୍କ ମାଲିକଙ୍କ ଆଗରେ ଯାଇ କହିଲେ।

32 “ତା'ପରେ ମାଲିକ ପ୍ରଥମ ଗ୍ଭକରକୁ ଡାକି କହିଲେ, ‘ରେ ଦୁଷ୍ଟ ଗ୍ଭକର! ତୁ ମୋ'ଠାରୁ ବହୁତ ଅଧିକ ଧନ ଋଣ କରିଥିଲୁ, କିନ୍ତୁ ତୁ ମୋତେ ଦୟା ଭିକ୍ଷା କରିଥିଲୁ। ଏଣୁ ତୋର ସମସ୍ତ ଋଣ ମୁଁ ଛାଡ଼ କରିଦେଲି। 33 ମୁଁ ତୋତେ ଯେଉଁଭଳି ଦୟା ଦେଖାଇଥିଲି, ତୁ କ’ଣ ତୋର ସଙ୍ଗୀ ଗ୍ଭକରକୁ ସେହିଭଳି ଦୟା ଦେଖାଇ ନ ଥା’ନ୍ତୁ?’ 34 ତା'ର ମାଲିକ ଖୁବ୍ ରାଗିଗଲେ, ଦଣ୍ଡ ଦେବା ପାଇଁ ସେ ଗ୍ଭକରକୁ କାରାଗାରରେ ରଖିଲେ। ସମସ୍ତ ଋଣ ପରିଶୋଧ କରା ନ ଯିବା ପର୍ଯ୍ୟନ୍ତ ଗ୍ଭକରଟିକୁ କାରାଗାରରେ ରହିବାକୁ ହେଲା।

35 “ମୋର ସ୍ୱର୍ଗୀୟ ପରମପିତା ତୁମ୍ଭକୁ ଯେଭଳି ବ୍ୟବହାର ଦେଖାଇବେ, ଏହି ରାଜା ଗ୍ଭକରକୁ ଠି‌କ୍‌ ସେହିଭଳି ବ୍ୟବହାର ଦେଖାଇଲେ। ଅତଏବ ତୁମ୍ଭେମାନେ ନିଜ ଭାଇ ବା ଭଉଣୀକୁ ହୃଦୟରୁ କ୍ଷମା ଦେବ। ନଚେତ ମୋର ସ୍ୱର୍ଗୀୟ ପିତା ତୁମ୍ଭମାନଙ୍କୁ କ୍ଷମା ଦେବେ ନାହିଁ।”

ଯୀଶୁ ବିବାହ ବିଚ୍ଛେଦ ବିଷୟରେ ଶିକ୍ଷା ଦେଲେ

(ମାର୍କ 10:1-12)

19 ଏସବୁ କଥା କହିସାରି ଯୀଶୁ ଗାଲିଲୀରୁ ଫେରି ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱରେ ଥିବା ଯିହୂଦା ଅଞ୍ଚଳରେ ପହଞ୍ଚିଲେ। ଅନେକ ଲୋକ ତାହାଙ୍କୁ ଅନୁସରଣ କଲେ। ସେଠାରେ ଯୀଶୁ ରୋଗୀ ଲୋକମାନଙ୍କୁ ସୁସ୍ଥ କଲେ।

କେତେକ ଫାରୂଶୀ ପରୀକ୍ଷା କରିବା ପାଇଁ ତାହାଙ୍କ ପାଖକୁ ଆସିଲେ। ସେମାନେ ପଗ୍ଭରିଲେ, “ଜଣେ ପୁରୁଷ କୌଣସି କାରଣରୁ ତା'ର ସ୍ତ୍ରୀକୁ ଛାଡ଼ି ଦେବା ନ୍ୟାୟସଙ୍ଗତ କି?”

ଯୀଶୁ କହିଲେ, “ତୁମ୍ଭେ ନିଶ୍ଚୟ ଶାସ୍ତ୍ରରେ ପଢ଼ିଛ ଯେ, ‘ସୃଷ୍ଟିକର୍ତ୍ତା ମୂଳରୁ ଲୋକମାନଙ୍କୁ ସ୍ତ୍ରୀ ଓ ପୁରୁଷ ରୂପରେ ସୃଷ୍ଟି କରିଥିଲେ?’(A) ପରମେଶ୍ୱର କହିଲେ, ‘ଏହି କାରଣରୁ ପୁରୁଷ ନିଜ ପିତାମାତାଙ୍କୁ ଛାଡ଼ି ତା ସ୍ତ୍ରୀ ସହିତ ମିଳିତ ହେବ, ଏବଂ ସେ ଦୁଇଜଣ ଏକ ହୋଇଯିବେ।’(B) ତେଣୁ ସ୍ୱାମୀ ସ୍ତ୍ରୀ ଦୁଇଜଣ ହୋଇ ରହନ୍ତି ନାହିଁ ମାତ୍ର ସେମାନେ ଏକ ହୋଇ ଯାଆନ୍ତି। ପରମେଶ୍ୱର ସେମାନଙ୍କୁ ଏକାଠି ଯୋଡ଼ିଛନ୍ତି। ତେଣୁ କୌଣସି ଲୋକ ସେମାନଙ୍କୁ ଅଲଗା ନ କରୁ।”

ଫାରୂଶୀମାନେ ପଗ୍ଭରିଲେ, “ତେବେ ଜଣେ ପୁରୁଷ ଛାଡ଼ପତ୍ର ଲେଖି ନିଜ ସ୍ତ୍ରୀକୁ ଛାଡ଼ି ଦେଇ ପାରିବ ବୋଲି ମୋଶା କାହିଁକି ଆଦେଶ ଦେଇଛନ୍ତି?”

ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପରମେଶ୍ୱରଙ୍କ ଉପଦେଶ ଗ୍ରହଣ କରିବାକୁ ମନା କରିଥିବାରୁ ମୋଶା ତୁମ୍ଭମାନଙ୍କୁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ ଅନୁମତି ଦେଇଛନ୍ତି। କିନ୍ତୁ ପ୍ରଥମରୁ ଛାଡ଼ପତ୍ର ଦେବା ପାଇଁ ଅନୁମତି ଦିଆଯାଇ ନ ଥିଲା। ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ, ଯଦି କୌଣସି ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଅନ୍ୟଜଣେ ସ୍ତ୍ରୀଲୋକକୁ ବିବାହ କରେ, ତେବେ ସେ ବ୍ୟଭିଗ୍ଭର ପାପରେ ଦୋଷୀ ସାବ୍ୟସ୍ତ ହୁଏ। ଯଦି ପ୍ରଥମ ସ୍ତ୍ରୀର ଅନ୍ୟ କୌଣସି ଲୋକ ସହିତ ଯୌନ-ସମ୍ପର୍କ ରହିଥାଏ, ସେହି ଗୋଟିଏ କାରଣରୁ ଜଣେ ଲୋକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପୁଣି ଥରେ ବିବାହ କରି ପାରିବ।”

10 ଶିଷ୍ୟମାନେ ଯୀଶୁଙ୍କୁ କହିଲେ, “ଯଦି ଜଣେ ପୁରୁଷ କେବଳ ଗୋଟିଏ ମାତ୍ର କାରଣ ପାଇଁ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ପାରିବ, ତେବେ ବିବାହ ନ କରିବା ବରଂ ଭଲ।”

11 ଯୀଶୁ ଉତ୍ତର ଦେଲେ, “ବିବାହ ସମ୍ବନ୍ଧରେ ଏହି ଉପଦେଶ ପ୍ରତ୍ୟେକ ଲୋକ ଗ୍ରହଣ କରି ପାରିବେ ନାହିଁ। ଯେଉଁମାନଙ୍କୁ ପରମେଶ୍ୱର ଏହି କ୍ଷମତା ଦେଇଛନ୍ତି, କେବଳ ସେହିମାନେ ଏହି ଉପଦେଶ ଗ୍ରହଣ କରି ପାରିବେ। 12 କେତେକ ଲୋକ କାହିଁକି ବିବାହ କରିପାରନ୍ତି ନାହିଁ, ତା'ର ବିଭିନ୍ନ କାରଣ ଅଛି। ମାତୃଗର୍ଭରୁ କେତେକ ଲୋକ ନପୁଂସକ ହୋଇ ଜନ୍ମ ହୋଇଥା’ନ୍ତି। କେତେକ ଲୋକ ଅନ୍ୟମାନଙ୍କ ଦ୍ୱାରା ପରବର୍ତ୍ତୀ ସମୟରେ ନପୁଂସକ ହୋଇଯାଇଥା’ନ୍ତି। ଆଉ କେତେକ ଲୋକ ସ୍ୱର୍ଗରାଜ୍ୟ ପାଇଁ ବିବାହ କରି ନ ଥା’ନ୍ତି। କିନ୍ତୁ ଯେଉଁ ଲୋକ ବିବାହ କରି ପାରିବ, ସେ ବିବାହ ସମ୍ବନ୍ଧୀୟ ଏହି ଉପଦେଶ ଗ୍ରହଣ କରିବା ଉଚିତ୍।”[c]

ଯୀଶୁ ପିଲାମାନଙ୍କୁ ସ୍ୱାଗତ କଲେ

(ମାର୍କ 10:13-16; ଲୂକ 18:15-17)

13 ତା'ପରେ ଲୋକମାନେ କେତେକ ପିଲାଙ୍କୁ ଯୀଶୁଙ୍କ ପାଖକୁ ନେଇ ଆସିଲେ, ଯେପରି ଯୀଶୁ ସେମାନଙ୍କ ଉପରେ ଆପଣା ହାତ ରଖି ପାରିବେ ଓ ସେମାନଙ୍କ ଲାଗି ପ୍ରାର୍ଥନା କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ୟମାନେ ଲୋକମାନଙ୍କୁ ଧମକ ଦେଇ ଯୀଶୁଙ୍କ ପାଖକୁ, ପିଲାମାନଙ୍କୁ ନ ଆଣିବା ପାଇଁ କହିଲେ। 14 ଯୀଶୁ କହିଲେ, “ପିଲାମାନଙ୍କୁ ମୋ’ ପାଖକୁ ଆସିବାକୁ ଦିଅ। ସେମାନଙ୍କୁ ଅଟକାଅ ନାହିଁ, କାରଣ ଯେଉଁମାନେ ଠିକ୍ ଏହି ପିଲାମାନଙ୍କ ଭଳି ଅଟନ୍ତି ସ୍ୱର୍ଗରାଜ୍ୟ ସେହିମାନଙ୍କର।” 15 ତା'ପରେ ଯୀଶୁ ତାହାଙ୍କର ହାତ ସେହି ପିଲାମାନଙ୍କ ଉପରେ ରଖିଲେ ଏବଂ ସେଠାରୁ ଗ୍ଭଲିଗଲେ।

ଜଣେ ଧନୀଲୋକ ଯୀଶୁଙ୍କୁ ଅନୁସରଣ କରିବା ପାଇଁ ମନାକଲା

(ମାର୍କ 10:17-31; ଲୂକ 18:18-30)

16 ଜଣେ ଲୋକ ଆସି ଯୀଶୁଙ୍କୁ ପଗ୍ଭରିଲା, “ଗୁରୁ, ଅନନ୍ତ-ଜୀବନ ଲାଭ କରିବା ପାଇଁ ମୁଁ କେଉଁ ଭଲ କାମ କରିବା ଉଚିତ୍?”

17 ଯୀଶୁ ସେ ଲୋକକୁ ପଗ୍ଭରିଲେ, “ଭଲ କାମ ବିଷୟରେ ମୋତେ କାହିଁକି ପଗ୍ଭରୁଛ? ଭଲ ତ କେବଳ ମାତ୍ର ଜଣେ। ସେ ହେଉଛନ୍ତି ପରମେଶ୍ୱର। ତଥାପି ଯଦି ତୁମ୍ଭେ ଅନନ୍ତ-ଜୀବନ ପାଇବା ପାଇଁ ଗ୍ଭହୁଁଛ, ତେବେ ଆଦେଶଗୁଡ଼ିକ ପାଳନ କର।”

18 ଲୋକ ଜଣକ ପଗ୍ଭରିଲା, “କେଉଁ ଆଦେଶ?”

ଯୀଶୁ ଉତ୍ତର ଦେଲେ, “‘ତୁମ୍ଭେ କାହାରିକୁ ହତ୍ୟା କରିବ ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ଅନ୍ୟ ଲୋକଙ୍କ ବିଷୟରେ ମିଛ କୁହ ନାହିଁ।’ 19 ନିଜ ପିତାମାତାଙ୍କୁ ସମ୍ମାନ ଦେବ(C) ଓ ‘ନିଜକୁ ଯେପରି ଭଲ ପାଉଛ, ଅନ୍ୟମାନଙ୍କୁ ସେହିପରି ଭଲ ପାଇବ।’(D)’’

20 ଯୁବକଟି କହିଲା, “ମୁଁ ଏ ସବୁକଥା ମାନିଛି। ଏବେ ମୋ’ ପାଖରେ ଆଉ କ’ଣ ଅଭାବ ରହିଛି?”

21 ଯୀଶୁ କହିଲେ, “ଯଦି ତୁମ୍ଭେ ସିଦ୍ଧ ହେବାକୁ ଗ୍ଭହୁଁଛ, ତେବେ ଯାଅ ଏବଂ ତୁମ୍ଭ ପାଖରେ ଥିବା ସବୁକିଛି ବିକି ସେ ଧନ ଗରିବମାନଙ୍କୁ ବାଣ୍ଟିଦିଅ। ତା'ହେଲେ ସ୍ୱର୍ଗରେ ତୁମ୍ଭକୁ ଅପାର ଧନ ମିଳି ପାରିବ। ତା'ପରେ ଆସ ଓ ମୋର ଅନୁସରଣ କର।”

22 ଯୁବକଟି ଏ କଥା ଶୁଣିବା ପରେ ବହୁତ ଦୁଃଖ କଲା। ସେ ବହୁତ ଧନୀ ଥିଲା ଓ ନିଜର ଧନ ପାଖରେ ରଖିବାକୁ ଗ୍ଭହୁଁଥିଲା। ତେଣୁ ସେ ଯୀଶୁଙ୍କୁ ଛାଡ଼ି ଗ୍ଭଲିଗଲା।

23 ତା'ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଧନୀଲୋକ ନିମନ୍ତେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ଅତ୍ୟନ୍ତ କଷ୍ଟକର ବିଷୟ। 24 ହଁ, ମୁଁ ତୁମ୍ଭକୁ କହୁଛି ଯେ, ଜଣେ ଧନୀ ଲୋକ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଓଟ ଛୁଞ୍ଚିକଣା ଭିତରେ ଗଳିଯିବା ବରଂ ସହଜ।’’

25 ଶିଷ୍ୟମାନେ ଏ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହେଲେ। ସେମାନେ ପଗ୍ଭରିଲେ, “ତେବେ କିଏ ପରିତ୍ରାଣ ପାଇ ପାରିବ?”

26 ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ଏହା ଲୋକମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ୱରଙ୍କ ପାଇଁ ସବୁକିଛି ସମ୍ଭବ।”

27 ତା'ପରେ ପିତର କହିଲେ, “ଆମ୍ଭର ଯାହାକିଛି ଥିଲା, ଆମ୍ଭେ ସେ ସବୁ ଛାଡ଼ି ଦେଇଛୁ ଏବଂ ତୁମ୍ଭର ଅନୁସରଣ କରିଛୁ। ତା'ହେଲେ ଆମ୍ଭେ କ’ଣ ପାଇବୁ?”

28 ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ୟପୁତ୍ର ତାହାଙ୍କର ମହାନ ସିଂହାସନ ପାଖରେ ବସିବେ ଓ ତୁମ୍ଭେମାନେ ମଧ୍ୟ ଯେଉଁମାନେ ମୋତେ ଅନୁସରଣ କରୁଛ, ସିଂହାସନ ପାଖରେ ବସିବ। ତୁମ୍ଭେମାନେ ବାରଟି ସିଂହାସନ ଉପରେ ବସିବ ଏବଂ ଇସ୍ରାଏଲର[d] ବାରଟି ବଂଶର ଲୋକମାନଙ୍କର ବିଗ୍ଭର କରିବ। 29 ମୋ’ ପାଇଁ ଯେଉଁ ଲୋକ ଘରଦ୍ୱାର କିମ୍ବା ଭାଇ, ଭଉଣୀ କିମ୍ବା ପିତା, ମାତାଙ୍କୁ କିମ୍ବା ପିଲାମାନଙ୍କୁ କିମ୍ବା ଜମିବାଡ଼ି ଛାଡ଼ି ଦେଇଛି, ସେ ଶହେ ଗୁଣ ଅଧିକା ପାଇବ ଏବଂ ଅନନ୍ତ ଜୀବନ ପାଇବ। 30 କିନ୍ତୁ ଯେଉଁମାନେ ଏବେ ପ୍ରଥମ ସ୍ଥାନରେ ଅଛନ୍ତି, ଭବିଷ୍ୟତରେ ସେମାନଙ୍କ ଭିତରୁ ବହୁତ ଲୋକ ଶେଷ ସ୍ଥାନରେ ରହିଯିବେ। ଏବଂ ଏବେ ଶେଷ ସ୍ଥାନରେ ପଡ଼ି ରହିଥିବା ବହୁତ ଲୋକ ଭବିଷ୍ୟତରେ ପ୍ରଥମସ୍ଥାନ ଲାଭ କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center