Print Page Options
Previous Prev Day Next DayNext

Beginning

Read the Bible from start to finish, from Genesis to Revelation.
Duration: 365 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 1-3

ଦାଉଦ ଶାଉଲଙ୍କର ମୃତ୍ୟୁ ବିଷୟରେ ଜାଣିବାକୁ ପାଇଲେ

ଅମାଲେକୀୟମାନଙ୍କୁ ମାରିସାରିବା ପରେ ଦାଉଦ ସିକ୍ଳ‌ଗ୍‌କୁ ଫେରି ଆସିଲେ। ଏହା ଠିକ୍ ଶାଉଲଙ୍କର ମୃତ୍ୟୁ ପରେ ପରେ, ଦାଉଦ ସେଠାରେ ମାତ୍ର ଦୁଇ ଦିନ ରହିଲେ। ତା'ପରେ ତୃତୀୟ ଦିନ ଶାଉଲଙ୍କର ଛାଉଣିରୁ ଜଣେ ସୈନ୍ୟ ସିକ୍ଳ‌ଗ୍‌କୁ ଆସିଲା। ସେ ଲୋକଟି ଅତ୍ୟନ୍ତ ଦୁଃଖିତ ଥିଲା। ତା'ର ବସ୍ତ୍ର ଚିରି ଯାଇଥିଲା ଏବଂ ତା’ ମୁଣ୍ଡରେ ମାଟି ବୋଳି ହୋଇଥିଲା। ଉକ୍ତ ଲୋକ ଜଣକ ଦାଉଦଙ୍କ ପାଖକୁ ଆସି ଭୂମିଷ୍ଠ ପ୍ରଣାମ କଲା।

ଦାଉଦ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଅଛ?”

ସେ ଲୋକଟି ଦାଉଦଙ୍କୁ ଉତ୍ତର ଦେଇ କହିଲା, “ମୁଁ ଇସ୍ରାଏଲୀୟ ଛାଉଣିରୁ ପଳାଇ ଆସିଛି।”

ଦାଉଦ ସେହି ଲୋକଟିକୁ ପଗ୍ଭରିଲେ, “ଏ ଯୁଦ୍ଧରେ କିଏ ଜିତିଲା?”

ଲୋକଟି ଉତ୍ତରରେ କହିଲା, “ଆମ୍ଭର ଲୋକମାନେ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲେ, ବହୁତ ଲୋକ ଯୁଦ୍ଧରେ ମୃତ୍ୟୁବରଣ କଲେ, ଏପରିକି ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଧ୍ୟ ମୃତ୍ୟୁବରଣ କଲେ।”

ଦାଉଦ ସେହି ଯୁବ ସୈନିକକୁ ପଗ୍ଭରିଲେ, “ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମୃତ୍ୟୁବରଣ କଲେ ବୋଲି ତୁମ୍ଭେ କିପରି ଜାଣିଲ?”

ଯୁବକ ଜଣକ କହିଲା, “ମୁଁ ଯେତେବେଳେ ଗି‌ଲ୍‌ବୋୟ ପର୍ବତ ଉପରେ ଥିଲି, ମୁଁ ଦେଖିଲି, ଶାଉଲ ନିଜର ବର୍ଚ୍ଛା ଉପରେ ଆଉଜିଛନ୍ତି ଏବଂ ପଲେଷ୍ଟୀୟ ରଥସବୁ ଓ ଅଶ୍ୱାରୋହୀମାନେ ତାଙ୍କର ପାଖକୁ ଆସୁଛନ୍ତି।” ଶାଉଲ ପଛକୁ ଗ୍ଭହିଁ ମୋତେ ଦେଖିଲେ ଓ ଡାକିଲେ, ମୁଁ ମଧ୍ୟ ଉତ୍ତର ଦେଲି। ଶାଉଲ ମୋତେ ପଗ୍ଭରିଲେ, ତୁମ୍ଭେ କିଏ? ମୁଁ ଉତ୍ତର ଦେଲି ମୁଁ ଜଣେ ଅମାଲେକୀୟ ଲୋକ। ତା'ପରେ ଶାଉଲ କହିଲେ, ‘ତୁମ୍ଭେ ମୋତେ ହତ୍ୟା କର। କାରଣ ମୁଁ ବଡ଼ ଯନ୍ତ୍ରଣା ପାଉଛି। ତଥାପି ମୋ’ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି।’ 10 ସେ ଗଭୀର ଭାବରେ ଆହତ ହୋଇଥିଲେ। ମୁଁ ଜାଣିଲି ସେ ବଞ୍ଚିବେ ନାହିଁ, ତେଣୁ ମୁଁ ତାଙ୍କୁ ମାରିଦେଲି, ତା'ପରେ ମୁଁ ତାଙ୍କ ମୁଣ୍ଡରୁ ମୁକୁଟ ଓ ବାହୁରୁ ବାଜୁ କାଢ଼ିଲି, ଏବଂ ମୁଁ ମୋର ପ୍ରଭୁଙ୍କ ନିକଟକୁ ନେଇ ଆସିଲି।”

11 ତା'ପରେ ଦାଉଦ ଦୁଃଖରେ ନିଜର ବସ୍ତ୍ରକୁ ଚିରି ପକାଇଲେ, ଏବଂ ଦାଉଦଙ୍କ ନିକଟରେ ଥିବା ସମସ୍ତ ଲୋକ ମଧ୍ୟ ଦାଉଦଙ୍କ ପରି କଲେ। 12 ସେମାନେ ଦୁଃଖରେ କାନ୍ଦିଲେ ଏବଂ ସେମାନେ ମଧ୍ୟ ଦିନସାରା କିଛି ଖାଇଲେ ନାହିଁ। ସେମାନେ ଏପରି କଲେ କାରଣ ଯୋନାଥନ ଓ ଶାଉଲ ମୃତ୍ୟୁବରଣ କଲେ ଏବଂ ସଦାପ୍ରଭୁଙ୍କର ବହୁତ ଇସ୍ରାଏଲୀୟ ଲୋକମାନେ ଯୁଦ୍ଧରେ ହତ ହେଲେ। ତେଣୁ ସେମାନେ କାନ୍ଦିଲେ ଓ ଶୋକ ପାଳନ କଲେ।

ଦାଉଦ ଅମାଲେକୀୟ ଯୁବକକୁ ମାରିବାକୁ ଆଦେଶ ଦେଲେ

13 ତା'ପରେ, ଦାଉଦ ସେହି ଯୁବକ ସହିତ କଥା ହେଲେ, ଯିଏ ତାଙ୍କୁ ଶାଉଲଙ୍କର ମୃତ୍ୟୁ ବିଷୟରେ କହିଥିଲା ଏବଂ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଛ?”

ସେ ଉତ୍ତର ଦେଲା, “ମୁଁ ଜଣେ ବିଦେଶୀର ପୁତ୍ର। ମୁଁ ଜଣେ ଅମାଲେକୀୟ।”

14 ତା'ପରେ ଦାଉଦ ତାକୁ ପଗ୍ଭରିଲେ, “ତୁମ୍ଭେ କିପରି ସାହସ କଲ ଓ ସଦାପ୍ରଭୁଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ହତ୍ୟା କରିବା ପାଇଁ ଭୟ କଲ ନାହିଁ।”

15-16 ଦାଉଦ ଅମାଲେକୀୟଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ମୃତ୍ୟୁ ପାଇଁ ଦାୟୀ, ତୁମ୍ଭେ ନିଜେ କହୁଛ ଯେ ସଦାପ୍ରଭୁଙ୍କ ଦ୍ୱାରା ମନୋନୀତ ରାଜାଙ୍କୁ ତୁମ୍ଭେ ହତ୍ୟା କରିଛ ବୋଲି। ତେଣୁ ତୁମ୍ଭେ ଦୋଷୀ।” ଦାଉଦ ତାଙ୍କର ଜଣେ ଦାସଙ୍କୁ ଆଦେଶ ଦେଲେ, ତୁମ୍ଭେ ଏହି ଅମାଲେକୀୟଙ୍କୁ ହତ୍ୟା କର। ତେଣୁ ସେ ଏହି ଅମାଲେକୀୟଙ୍କୁ ହତ୍ୟା କଲେ।

ଶାଉଲ ଓ ଯୋନାଥନଙ୍କ ପାଇଁ ଦାଉଦଙ୍କର ଦୁଃଖଭରା ଗୀତ

17 ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ପାଇଁ ଦାଉଦ ଏକ ଦୁଃଖଦ ଗୀତ ଗାଇଲେ। 18 ତା'ପରେ ଦାଉଦ ତାଙ୍କର ଲୋକମାନଙ୍କୁ, ଯିହୁଦୀୟମାନଙ୍କୁ ଉକ୍ତ ଗୀତ ଗାଇବା ପାଇଁ ଏବଂ ଶିକ୍ଷା ଦେବା ପାଇଁ ଆଦେଶ ଦେଲେ। ଏହାକୁ “ଧନୁ” କୁହାଯାଏ। ଏହା ଯାଶେର ପୁସ୍ତକରେ ଲେଖାଅଛି।

19 “ହେ ଇସ୍ରାଏଲ, ତୁମ୍ଭର ସୌନ୍ଦର୍ଯ୍ୟ ତୁମ୍ଭର ପର୍ବତକୁ ଭାଙ୍ଗି ଦେଲା।
    ଦେଖ! କେମିତି ସେହି ବୀରଗଣଙ୍କର ପତନ ହେଲା।”
20 ଗାଥ୍ ସହରକୁ ଏହି ସମ୍ବାଦ ଦିଅ ନାହିଁ।
    ଅସ୍କିଲୋନର ଦାଣ୍ଡରେ ଏହା ପ୍ରଗ୍ଭର କର ନାହିଁ।
ଯଦି ତୁମ୍ଭେ ଏହା କର, ସେହି ପଲେଷ୍ଟୀୟ ନଗରଗୁଡ଼ିକ ଆନନ୍ଦ କରିବେ।
    ସେହି ନଗରର ଅସଭ୍ୟ ପ୍ରତିମା ପୂଜକଗଣ ଆନନ୍ଦିତ ହେବେ।

21 “ହେ ଗି‌ଲ୍‌ବୋୟ ପର୍ବତଗଣ,
    ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ।
ଅଥବା ଉପହାରଜନକ କ୍ଷେତ୍ର ନ ହେଉ।
କାରଣ ସେଠାରେ ବୀରମାନଙ୍କର ଢାଲ ଅଦରକାରୀ ପରି ଫିଙ୍ଗି ଦିଆଗଲା।
    ଶାଉଲଙ୍କର ଢାଲ ତୈଳରେ ଅଭିଷିକ୍ତ ହେଲା ନାହିଁ।
22 ହତ ଲୋକମାନଙ୍କର ରକ୍ତରୁ ବୀରମାନଙ୍କ ମେଦରୁ ଯୋନାଥନର ଧନୁ
    ଓ ଶାଉଲଙ୍କର ‌‌ଖ‌ଡ଼୍‌ଗ ରିକ୍ତ ହୋଇ ଫେରେ ନାହିଁ।

23 “ଶାଉଲ ଓ ଯୋନାଥନ ସେମାନଙ୍କ ଜୀବନକାଳ ମଧ୍ୟରେ
    ଲୋକମାନଙ୍କଠାରୁ ବହୁତ ପ୍ରେମ ପାଇଲେ।
    ଏପରିକି ମୃତ୍ୟୁ ସମୟରେ ମଧ୍ୟ ସେମାନେ ଅଲଗା ହେଲେ ନାହିଁ।
ସେମାନେ ଉତ୍କ୍ରୋଶପକ୍ଷୀଠାରୁ ବେଗବାନ
    ଓ ସିଂହଠାରୁ ବଳବାନ ଥିଲେ।
24 ହେ ଇସ୍ରାଏଲର କନ୍ୟାଗଣ ଶାଉଲଙ୍କ ପାଇଁ କ୍ରନ୍ଦନ କର।
    ସେ ତୁମ୍ଭମାନଙ୍କୁ ସିନ୍ଦୁରବର୍ଣ୍ଣ ବସ୍ତ୍ରରେ ସୁନ୍ଦର ରୂପେ ବସ୍ତ୍ରାନ୍ୱିତ କଲେ।
    ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ୱର୍ଣ୍ଣ ଅଳଙ୍କାର ଖଚିତ କଲେ।

25 “ବୀରମାନେ ଯୁଦ୍ଧରେ ପତିତ ହେଲେ।
    ଯୋନାଥନ ତୁମ୍ଭ ରାଜା ପର୍ବତରେ ହତ ହେଲେ।
26 ହେ ମୋର ଭାଇ ଯୋନାଥନ, ମୁଁ ତୁମ୍ଭ ଲାଗି ଦୁଃଖ କରୁଅଛି।
    ମୁଁ ତୁମ୍ଭ ସହିତ ଥିବାରୁ ଆନନ୍ଦ ଉପଭୋଗ କରୁଅଛି।
ମୋର ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ
    ଓ ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା।
27 ବୀରମାନେ ଯୁଦ୍ଧରେ ପତିତ ହେଲେ
    ଏବଂ ଯୁଦ୍ଧାସ୍ତ୍ରଗୁଡ଼ିକ ଧ୍ୱଂସ କରାଗଲା।”

ଦାଉଦ ଓ ତାଙ୍କ ଲୋକମାନେ ହିବ୍ରୋଣକୁ ଗଲେ

ଏହା ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଗ୍ଭରିଲେ, “ମୁଁ କ’ଣ ଯିହୁଦାର କୌଣସି ଏକ ନଗରକୁ ନିୟନ୍ତ୍ରଣ କରିବାକୁ ଯିବି?”

ସଦାପ୍ରଭୁ ଉତ୍ତର ଦେଲେ, “ଯାଅ।”

ତା'ପରେ ଦାଉଦ ପଗ୍ଭରିଲେ, “ମୁଁ କେଉଁଠାକୁ ଯିବା ଉଚିତ୍?”

ସଦାପ୍ରଭୁ କହିଲେ, “ତୁମ୍ଭେ ହିବ୍ରୋଣକୁ ଯାଅ।”

ତେଣୁ ଦାଉଦ ଓ ତାଙ୍କର ଦୁଇ ଜଣ ସ୍ତ୍ରୀଙ୍କ ସହିତ ହିବ୍ରୋଣକୁ ଗଲେ। ତାଙ୍କର ସ୍ତ୍ରୀମାନେ ଥିଲେ ଯିଷ୍ରିୟେଲୀୟା ଅହୀନୋୟମ୍ ଓ କର୍ମିଲୀୟ ନାବଲର ସ୍ତ୍ରୀ ଅବୀଗଲ। ଦାଉଦ ତାଙ୍କର ଲୋକମାନଙ୍କୁ ଓ ସେମାନଙ୍କର ପରିବାରବର୍ଗମାନଙ୍କୁ ସାଙ୍ଗରେ ନେଇଗଲେ। ଏବଂ ସେମାନେ ସମସ୍ତେ ସେହି ହିବ୍ରୋଣ ସହରରେ ଓ ତା'ର ପାଖାପାଖି ସହରରେ ବାସ କଲେ।

ଯିହୁଦାର ଲୋକମାନେ ହିବ୍ରୋଣକୁ ଆସି ଦାଉଦଙ୍କୁ ଯିହୁଦାର ରାଜା ଭାବରେ ଅଭିଷିକ୍ତ କଲେ। ତା'ପରେ ସେମାନେ ଦାଉଦଙ୍କୁ କହିଲେ, “ଯାବେଶ୍ ଗିଲିୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କୁ ଜଣାଇଲେ।”

ଦାଉଦ ଯାବେଶ୍ ଗିଲିୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇଲେ ଓ କହିଲେ, “ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। କାରଣ ତୁମ୍ଭେମାନେ ନିଜର ପ୍ରଭୁ ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ। ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରକାଶ କରନ୍ତୁ। କାରଣ ତୁମ୍ଭେମାନେ ଏହି କର୍ମ କରିଥିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟା ପ୍ରଦର୍ଶନ କରିବି। ତୁମ୍ଭେମାନେ ସାହସୀ ଓ ଶକ୍ତିଶାଳୀ ହୁଅ। ତୁମ୍ଭର ରାଜା ଶାଉଲ ମୃତ, କିନ୍ତୁ ତୁମ୍ଭର ଯିହୁଦାର ପରିବାରବର୍ଗ ମୋତେ ରାଜା ଭାବରେ ଅଭିଷିକ୍ତ କରିଛନ୍ତି।”

ଈ‌ଶ୍‌ବୋଶତ୍ ରାଜା ହେଲେ

ନରର ପୁତ୍ର ଅ‌‌ବ୍‌‌ନର ଶାଉଲଙ୍କ ସୈନ୍ୟଦଳର ସେନାପତି ଥିଲେ। ଅ‌‌ବ୍‌‌ନର ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌କୁ ମହନୟିମକୁ ନେଇଗଲେ। ଏବଂ ତାଙ୍କୁ ଗିଲିୟଦ, ଅଶୂରି, ଯିଷ୍ରିୟେଲ ଓ ଇଫ୍ରୟିମ, ବିନ୍ୟାମୀନ ଓ ସମସ୍ତ ଇସ୍ରାଏଲର ରାଜା ଭାବରେ ଅଭିଷିକ୍ତ କରାଇଲେ।

10 ଈ‌ଶ୍‌ବୋଶତ୍ ଥିଲେ ଶାଉଲଙ୍କର ପୁତ୍ର। ସେ ଯେତେବେଳେ ଇସ୍ରାଏଲର ରାଜା ହେଲେ ତାଙ୍କୁ ସେତେବେଳେ 40 ବର୍ଷ ବୟସ ହୋଇଥିଲା। ସେ ମାତ୍ର ଦୁଇ ବର୍ଷ ପାଇଁ ରାଜତ୍ୱ କରିଥିଲେ। କିନ୍ତୁ ଯିହୁଦାର ଲୋକମାନେ ଦାଉଦଙ୍କୁ ରାଜା ଭାବରେ ମାନୁଥିଲେ। 11 ଦାଉଦ ଥିଲେ ହିବ୍ରୋଣର ରାଜା। ସେ ଯିହୁଦାର ପରିବାରବର୍ଗ ଉପରେ ସାଢ଼େ ସାତ ବର୍ଷ ଶାସନ କଲେ।

ସାଘାଂତିକ ପ୍ରତିଦ୍ୱନ୍ଦିତା

12 ନରର ପୁତ୍ର ଅ‌‌ବ୍‌‌ନର ଓ ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌ର କର୍ମଗ୍ଭରୀମାନେ ମହନୟିମରୁ ଗିବିୟୋନକୁ ଗଲେ। 13 ସରୁୟାର ପୁତ୍ର ଯୋୟା‌‌ବ୍‌ ‌ଓ ଦାଉଦଙ୍କର ଉଚ୍ଚପଦସ୍ତ କର୍ମଗ୍ଭରୀମାନେ ମଧ୍ୟ ଗିବିୟୋନକୁ ଗଲେ। ସେମାନେ ଅ‌‌ବ୍‌‌ନର ଏବଂ ଈ‌ଶ୍‌ବୋଶ‌ତ୍‌ର କର୍ମଗ୍ଭରୀମାନଙ୍କୁ ଗିବିୟୋନର ଏକ ପୋଖରୀ ପାଖରେ ଭେଟିଲେ। ଯୋୟାବର ଦଳ ପୋଖରୀର ଏକ ପାର୍ଶ୍ୱରେ ବସିଲା ବେଳେ ଅ‌‌ବ୍‌‌ନରର ଦଳ ପୋଖରୀର ଅନ୍ୟ ପାର୍ଶ୍ୱରେ ବସିଲେ।

14 ଅ‌‌ବ୍‌‌ନର ଯୋୟାବକୁ କହିଲେ, “ଯୁବକ ସୈନ୍ୟମାନେ ଆମ୍ଭମାନଙ୍କ ସମ୍ମୁଖରେ ପ୍ରତିଯୋଗିତା କରନ୍ତୁ।”

ଯୋୟାବ ଉତ୍ତର ଦେଲେ, “ହଁ ପ୍ରତିଯୋଗିତା ହେଉ।”

15 ତେଣୁ ଯୁବକ ସୈନ୍ୟମାନେ ଉଠିଲେ, ଦୁଇ ଦଳ ସେମାନଙ୍କର ସୈନ୍ୟମାନେ ପ୍ରତିଯୋଗିତା ପାଇଁ ଗଣତି ହେଲେ। ସେମାନେ ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶତ୍ ପାଇଁ ପ୍ରତିଯୋଗିତା କରିବା ପାଇଁ ବିନ୍ୟାମୀନ ବଂଶରୁ ବାର ଜଣଙ୍କୁ ବାଛିଲେ। ଏବଂ ସେମାନେ ଦାଉଦଙ୍କର କର୍ମଗ୍ଭରୀ ମଧ୍ୟରୁ ବାର ଜଣଙ୍କୁ ବାଛିଲେ। 16 ପ୍ରତ୍ୟେକ ସୈନ୍ୟ ଏକ ଆରେକର ମସ୍ତକ ଧରିଲେ ଏବଂ ଏକ ଆରେକକୁ ‌‌ଖ‌ଡ଼୍‌ଗରେ ଭୂଷିଲେ। ତେଣୁ ସେମାନେ ଏକତ୍ର ପଡ଼ିଗଲେ। ତେଣୁ ସେହି ସ୍ଥାନର ନାମ “ତୀ‌କ୍ଷ୍‌ଣ ‌‌ଖ‌ଡ଼୍‌ଗ କ୍ଷେତ୍ର” ବୋଲି ଡକାଯାଏ। ସେହି ସ୍ଥାନଟି ଗିବିୟୋନରେ ଥିଲା। 17 ସେହି ପ୍ରତିଯୋଗିତା ଏକ ଭୟଙ୍କର ଯୁଦ୍ଧରେ ପରିଣତ ହେଲା। ଦାଉଦର ସୈନ୍ୟମାନେ ସେଦିନ ଅ‌‌ବ୍‌‌ନର ଓ ଇସ୍ରାଏଲୀୟମାନଙ୍କୁ ପରାସ୍ତ କଲେ।

ଅ‌‌ବ୍‌‌ନର ଅସାହେ‌ଲ୍‌କୁ ହତ୍ୟା କଲେ

18 ସରୁୟାର ତିନି ପୁତ୍ର ଥିଲେ। ସେମାନେ ହେଲେ, ଯୋୟାବ, ଅବୀଶୟ ଏବଂ ଅସାହେଲ୍। ଅସାହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ଣସାର ମୃଗପରି କ୍ଷିପ୍ର ଗତିରେ ଦୌଡ଼ି ପାରନ୍ତି। 19 ଅସାହେଲ୍ ଅ‌‌ବ୍‌‌ନର ପଛେ ପଛେ ଦୌଡ଼ିଗଲା। ଏବଂ ତାଙ୍କ ପଛେ ପଛେ ଯିବା ଆରମ୍ଭ କଲା। 20 ଅ‌‌ବ୍‌‌ନର ପଛକୁ ଅନାଇ କହିଲା, “ଅସାହେଲ୍ ଏ କି ତୁମ୍ଭେ?”

ସେ ଉତ୍ତର କଲା, “ହଁ, ମୁଁ।”

21 ଅସାହେ‌ଲ୍‌କୁ ହତ୍ୟା କରିବା ପାଇଁ ଅ‌‌ବ୍‌‌ନର ଗ୍ଭହୁଁ ନ ଥିଲେ। ତେଣୁ ଅ‌‌ବ୍‌‌ନର ଅସାହେ‌ଲ୍‌କୁ କହିଲେ, “ମୋ’ ପଛରେ ଦୌଡ଼ିବା ବନ୍ଦ କର। ତୁମ୍ଭେ ଅନ୍ୟ ଜଣକ ପଛରେ ଦୌଡ଼, ତା'ଠାରୁ ତୁମ୍ଭେ ସହଜରେ ସାଂଜୁ ଛଡ଼ାଇ ତୁମ୍ଭ ପାଇଁ ଆଣି ପାରିବ।” କିନ୍ତୁ ଅସାହେଲ୍ ମନା କଲେ ଓ ଅ‌‌ବ୍‌‌ନର ପଛରେ ଗୋଡ଼ାଇଲେ।

22 ଅ‌‌ବ୍‌‌ନର ଆଉଥରେ ଅସାହେ‌ଲ୍‌କୁ କହିଲେ, “ମୋ’ ପଛେ ଗୋଡ଼ାଇବା ବନ୍ଦ କର ନଚେତ୍ ମୁଁ ତୁମ୍ଭକୁ ହତ୍ୟା କରିବି। ମୁଁ ତୁମ୍ଭକୁ ହତ୍ୟା କଲେ ତୁମ୍ଭର ଭାଇ ଯୋୟାବକୁ କିପରି ମୁହଁ ଦେଖାଇବି?”

23 କିନ୍ତୁ ଅସାହେଲ୍ ଅ‌‌ବ୍‌‌ନର ପଛରେ ଦୌଡ଼ିବାରୁ ବିରତ ହେଲା ନାହିଁ। ତେଣୁ ଅ‌‌ବ୍‌‌ନର ବର୍ଚ୍ଛାର ମୁନରେ ତା'ର ପେଟକୁ ଭୂଷି ଦେବାରୁ ତାହା ପିଠି ଦେଇ ବାହାରି ଗଲା। ତେଣୁ ସେ ସେହିଠାରେ ମରିଗଲା।

ଯୋୟାବ ଓ ଅବୀଶୟ ଅ‌‌ବ୍‌‌ନର ପଛରେ ଗୋଡ଼ାଇଲେ

ଅସାହେ‌ଲ୍‌ର ମୃତ ଶରୀର ଭୂମି ଉପରେ ସେହିଠାରେ ପଡ଼ି ରହିଥିଲା। ଯେତେ ଲୋକ ସେ ବାଟ ଦେଇ ଦୌଡ଼ୁ ଥିଲେ, ସମସ୍ତେ ସେହିଠାରେ ଅଟକି ଗଲେ। 24 କିନ୍ତୁ ଯୋୟାବ ଓ ଅବୀଶୟ ଅ‌‌ବ୍‌‌ନର ପଛରେ ଗୋଡ଼ାଇଲେ, ସେମାନେ ଯେତେବେଳେ ଅମା ପର୍ବତ ନିକଟରେ ପହଞ୍ଚିଲେ, ସେତେବେଳକୁ ସୂର୍ଯ୍ୟାସ୍ତ ହୋଇଯାଇ ଥିଲା। ଗିବିୟୋନ ମରୁଭୂମିର ପଥ ନିକଟବର୍ତ୍ତି ଗୀଆ ପୂର୍ବରୁ ଅମା ପର୍ବତ ଉପସ୍ଥିତ। 25 ବିନ୍ୟାମୀନର ପରିବାରବର୍ଗ ଅ‌‌ବ୍‌‌ନର ଚତୁର୍ପାର୍ଶ୍ୱରେ ପର୍ବତର ଶିର୍ଷରେ ଘେରି ରହିଥିଲେ।

26 ଅ‌‌ବ୍‌‌ନର ଯୋୟାବକୁ ଡାକି କହିଲେ, “ଆମ୍ଭେ ନିଶ୍ଚିତ ଯୁଦ୍ଧ କରୁଥିବା ଓ ପରସ୍ପରକୁ ଚିରଦିନ ହତ୍ୟା କରୁଥିବା କି? ତୁମ୍ଭେ ନିଶ୍ଚିତରେ ଜାଣ ଯେ, ଏହା ଦୁଃଖଦ ପୂର୍ଣ୍ଣ ଶେଷ ହେବ। ତୁମ୍ଭମାନଙ୍କର ଲୋକମାନଙ୍କୁ କୁହ ସେମାନଙ୍କର ଭାଇମାନଙ୍କ ପଛରେ ନ ଗୋଡ଼ାଇବା ପାଇଁ।”

27 ତା'ପରେ ଯୋୟାବ କହିଲା, “ତୁମ୍ଭେ ଗୋଟିଏ ଭଲ କଥା କହିଲ, ପରମେଶ୍ୱର ଜୀବିତ ଥିବା ପ୍ରମାଣେ, ଯଦି ତୁମ୍ଭେ ଏହିପରି କହି ନ ଥା’ନ୍ତ, ଲୋକମାନେ ସେମାନଙ୍କର ନିଜର ଭାଇମାନଙ୍କ ପଛରେ ପ୍ରଭାତ ପର୍ଯ୍ୟନ୍ତ ଗୋଡ଼ାଉ ଥା’ନ୍ତେ।” 28 ତେଣୁ ଯୋୟାବ ତୂରୀ ବଜାଇଲେ ଓ ଲୋକମାନେ ଇସ୍ରାଏଲୀୟମାନଙ୍କ ପଛରେ ଦୌଡ଼ିବା ବନ୍ଦ କଲେ। ତା'ପରେ ସେମାନେ ଆଉ ଯୁଦ୍ଧ କଲେ ନାହିଁ।

29 ଅ‌‌ବ୍‌‌ନର ଓ ତାଙ୍କର ଲୋକମାନେ ସେ ରାତ୍ରି ତମାମ ଯର୍ଦ୍ଦନ ଉପତ୍ୟକା ଦେଇ ଗମନ କଲେ ଓ ସେମାନେ ଯର୍ଦ୍ଦନ ନଦୀ ପାର ହେଲେ ଓ ସେମାନେ ମହନୟିମକୁ ପହଞ୍ଚିବା ପର୍ଯ୍ୟନ୍ତ ଦିନସାରା ଗମନ କଲେ।

30 ଯୋୟାବ ପଶ୍ଚା‌‌ଦ୍‌ଧାବନ ବନ୍ଦ କରି ଗଣି ଦେଖିଲେ, ଅସାହେ‌ଲ୍‌କୁ ମିଶାଇ ଦାଉଦଙ୍କର ସୈନ୍ୟମାନଙ୍କ ମଧ୍ୟରୁ ଊଣାଇଶ ଜଣ ନାହାନ୍ତି। 31 କିନ୍ତୁ ଦାଉଦଙ୍କର ସୈନ୍ୟମାନେ ବିନ୍ୟାମୀନ ପରିବାରରୁ 360 ଜଣ ଅ‌‌ବ୍‌‌ନର‌ର ଲୋକମାନଙ୍କୁ ମାରି ଦେଇଥିଲେ। 32 ଦାଉଦର ସୈନ୍ୟମାନେ ଅସାହେ‌ଲ୍‌ର ଶରୀରକୁ ଆଣି ବୈ‌ଥ୍‌ଲେହମ ସ୍ଥିତ ତା'ର ପିତାଙ୍କର କବରରେ କବର ଦେଲେ। ପୁଣି ଯୋୟାବ ଓ ତା'ର ଲୋକମାନେ ରାତ୍ରିସାରା ପଦଗ୍ଭରଣ କରି ବୁଲିଲେ।

ଏବଂ ସକାଳ ହେଲା ବେଳକୁ ସେମାନେ ହିବ୍ରୋଣ ନିକଟରେ ପହଞ୍ଚି ଯାଇଥିଲେ।

ଇସ୍ରାଏଲ ଓ ଯିହୁଦା ମଧ୍ୟରେ ଯୁଦ୍ଧ

ଏହିପରି ଭାବରେ, ଦୀର୍ଘଦିନ ଧରି ଦାଉଦ ଓ ଶାଉଲଙ୍କ ପରିବାର ମଧ୍ୟରେ କ୍ରମାଗତ ଯୁଦ୍ଧ ଗ୍ଭଲିଲା। ଦାଉଦ ଧୀରେ ଧୀରେ ଶକ୍ତିଶାଳୀ ହେବାକୁ ଲାଗିଲେ ଏବଂ ଶାଉଲର ପରିବାର, ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଲା।

ହିବ୍ରୋଣଠାରେ ଦାଉଦଙ୍କର ଛଅ ପୁତ୍ର ଜନ୍ମ ହେଲେ

ଦାଉଦଙ୍କର ଅନେକ ପୁତ୍ର ହିବ୍ରୋଣରେ ଜନ୍ମଲାଭ କଲେ।

ତାଙ୍କର ପ୍ରଥମ ପୁତ୍ର ଥିଲେ ଅମ୍ନୋନ୍, ଯିଷ୍ରିୟେଲୀୟାର ତାଙ୍କର ସ୍ତ୍ରୀ ଅହୀନୋୟମଠାରୁ ଜନ୍ମ ହେଲେ।

କର୍ମିଲୀୟ ନାବ‌ଲ୍‌ର ସ୍ତ୍ରୀ ଅବୀଗ‌ଲ୍‌ଙ୍କଠାରୁ ଜନ୍ମ ହେଲେ ଦ୍ୱିତୀୟ ପୁତ୍ର କିଲାବ୍

ଏବଂ ତୃତୀୟ ପୁତ୍ର ହେଲେ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାରର ପୁତ୍ର।

ଚତୁର୍ଥ ପୁତ୍ର ଜନ୍ମ ହେଲେ, ତାଙ୍କର ନାମ ଅଦୋନୀୟ, ଅଦୋନୀୟର ମାତା ହେଲେ, ହଗୀତ୍ ଏବଂ ପଞ୍ଚମ ପୁତ୍ର ହେଲେ ଶଫଟୀୟ ସେ ଅବିଟଲର ପୁତ୍ର।

ଷଷ୍ଠ ପୁତ୍ର ହେଲେ, ଯିତ୍ରିୟମ୍। ସେ ଦାଉଦଙ୍କର ସ୍ତ୍ରୀ ଇଗ୍ଲାର ପୁତ୍ର।

ଏହିପରି ଛଅଟି ପୁତ୍ର ଦାଉଦଙ୍କର ହିବ୍ରୋଣରେ ଜନ୍ମ ହେଲେ।

ଅ‌‌ବ୍‌‌ନର‌ ଦାଉଦଙ୍କ ସହିତ ଯୋଗଦେବା ପାଇଁ ନିର୍ଣ୍ଣୟ କଲେ

ଶାଉଲ ବଂଶ ଓ ଦାଉଦ ବଂଶ ଯୁଦ୍ଧ ଲାଗିବା ସମୟରେ ଅ‌‌ବ୍‌‌ନର‌ ଶାଉଲଙ୍କ ଗୃହ ମଧ୍ୟରେ ନିଜକୁ ବଳବାନ୍ କଲା। ଶାଉଲଙ୍କର ଜଣେ ଉପପତ୍ନୀ ଥିଲା, ଯାହାର ନାମ ରି‌ସ୍‌ପା, ସେ ଅୟାର କନ୍ୟା ଥିଲା। ଈ‌ଶ୍‌ବୋଶତ୍ ଅ‌‌ବ୍‌‌ନର‌କୁ କହିଲେ, “ତୁମ୍ଭେ କାହିଁକି ମୋର ପିତାଙ୍କର ଉପପତ୍ନୀଙ୍କ ସହିତ ଯୌନ ସମ୍ପର୍କ ରଖିଛ?”

ଅ‌‌ବ୍‌‌ନର‌ ଈ‌ଶ୍‌ବୋଶ‌ତ୍‌ର କଥା ଶୁଣି ଅତି ରାଗରେ କହିଲା, “ମୁଁ ତ ତୁମ୍ଭ ପିତା ଶାଉଲ ବଂଶକୁ ଓ ତାଙ୍କର ଭାଇ ବନ୍ଧୁମାନଙ୍କୁ ଦୟା କରୁଅଛି। ମୁଁ ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରି ନାହିଁ। ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ଅପରାଧ ମୋ’ ଉପରେ ଆରୋପ କରୁଅଛ। 9-10 ମୁଁ ବର୍ତ୍ତମାନ ଏହି ପ୍ରତିଜ୍ଞା କରୁଅଛି। ମୁଁ ବର୍ତ୍ତମାନ ନିଶ୍ଚିତ ହେଉଅଛି ଯେ, ପରମେଶ୍ୱର ଯାହା କହିଥିଲେ, ତାହା ଘଟିବାକୁ ଯାଉଛି। ସଦାପ୍ରଭୁ କହିଥିଲେ, ଯେ ସେ ଶାଉଲ ବଂଶଠାରୁ ରାଜ ସିଂହାସନ ନେଇ ଦାଉଦଙ୍କୁ ଦେବେ। ସଦାପ୍ରଭୁ ଦାଉଦଙ୍କୁ ଯିହୁଦା ଏବଂ ଇସ୍ରାଏଲର ରାଜା କରିବେ। ସେ ଦା‌ନ୍‌ଠାରୁ ବେ‌ର୍‌ଶେବା ପର୍ଯ୍ୟନ୍ତ ଶାସନ କରିବେ। ଏବଂ ମୁଁ ଭାବୁଛି, ସଦାପ୍ରଭୁ ମୋ’ ଉପରେ ଅନ୍ୟାୟ କରିବେ ଯଦି ମୁଁ ତାହା ନ କରେ।” 11 ଈ‌ଶ୍‌ବୋଶତ୍ ଅତ୍ୟନ୍ତ ଭୟରେ ସବୁ କଥା ଅ‌‌ବ୍‌‌ନର‌କୁ କହିପାରି ନ ଥିଲା।

12 ଅ‌‌ବ୍‌‌ନର‌ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇଲେ ଏବଂ କହିଲେ, “ଏ ଦେଶକୁ କିଏ ଶାସନ କରିବା ଯୋଗ୍ୟ ବ୍ୟକ୍ତି ବୋଲି ତୁମ୍ଭେ ଭାବୁଛ? ମୋ’ ସହିତ ତୁମ୍ଭେ ଏକ ଚୁକ୍ତି କର ଏବଂ ସମଗ୍ର ଇସ୍ରାଏଲ ଉପରେ ତୁମ୍ଭେ ରାଜତ୍ୱ କରିବା ପାଇଁ ମୁଁ ତୁମ୍ଭକୁ ସାହାଯ୍ୟ କରିବି।”

13 ଦାଉଦ କହିଲେ, “ଉତ୍ତମ, ମୁଁ ତୁମ୍ଭ ସହିତ ଚୁକ୍ତି କରୁଅଛି। କିନ୍ତୁ ମୁଁ ତୁମ୍ଭକୁ ଗୋଟିଏ କଥା ପଗ୍ଭରିବି, ତୁମ୍ଭେ ଶାଉଲଙ୍କର କନ୍ୟା ମୀଖଲକୁ ମୋ’ ସମ୍ମୁଖକୁ ନ ଆଣିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ସାକ୍ଷାତ କରିବି ନାହିଁ।”

14 ଦାଉଦ ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌ଙ୍କ ନିକଟକୁ ଏକ ଦୂତ ପଠାଇ କହିଲେ, “ମୋର ସ୍ତ୍ରୀ ମୀଖଲକୁ ମୋତେ ଫେରାଇ ଦିଅ। ଯେହେତୁ ମୁଁ ତାକୁ ପାଇବା ପାଇଁ 100 ଜଣ ପଲେଷ୍ଟୀୟଙ୍କୁ ହତ୍ୟା କରିଛି”[a]

15 ଈ‌ଶ୍‌ବୋଶତ୍ ଲୋକ ପଠାଇ ଲୟିଶର ପୁତ୍ର ପ‌ଲ୍‌ଟିୟେଲ୍ ନାମକ ତାହାର ସ୍ୱାମୀ ନିକଟରୁ ମୀଖଲକୁ ନେଲା। 16 ତା'ର ସ୍ୱାମୀ ରୋଦନ କଲା ଏବଂ ବହୁରୀମ ପର୍ଯ୍ୟନ୍ତ ତାକୁ ଅନୁସରଣ କଲା। ତା'ପରେ ଅ‌‌ବ୍‌‌ନର‌ ପ‌ଲ୍‌ଟିୟେ‌ଲ୍‌ଙ୍କୁ କହିଲା, “ଯାଅ, ଫେରିଯାଅ,” ତା'ପରେ ସେ ଫେରିଗଲା।

17 ଅ‌‌ବ୍‌‌ନର‌ ଏହି ବାର୍ତ୍ତା ଇସ୍ରାଏଲର ନେତାଙ୍କ ପାଖକୁ ପଠାଇଲେ। ସେ କହିଲେ, “ତୁମ୍ଭେମାନେ ଦାଉଦଙ୍କୁ ରାଜା କରିବା ପାଇଁ ଅପେକ୍ଷା କରି ଆସୁଅଛ। 18 ବର୍ତ୍ତମାନ ଏହା କର, ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଥିଲେ ଯେତେବେଳେ ସେ କହିଲେ, ‘ମୁଁ ମୋର ଇସ୍ରାଏଲର ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କଠାରୁ ରକ୍ଷା କରିବି ଏବଂ ମୁଁ ସେମାନଙ୍କୁ ସେମାନଙ୍କର ଅନ୍ୟ ସମସ୍ତ ଶତ୍ରୁମାନଙ୍କଠାରୁ ମଧ୍ୟ ରକ୍ଷା କରିବି। ମୁଁ ଏହା ମୋର ପ୍ରିୟ ଦାସ ଦାଉଦଙ୍କ ଦ୍ୱାରା ହିଁ କରିବି।’”

19 ଅ‌‌ବ୍‌‌ନର‌ ଏହିସବୁ କଥାଗୁଡ଼ିକ ଦାଉଦଙ୍କୁ ହିବ୍ରୋଣଠାରେ କହିଲେ, ଏବଂ ବିନ୍ୟାମୀନ ବଂଶଧରକୁ କହିଲେ। ଅ‌‌ବ୍‌‌ନର‌ଙ୍କର ଏହିକଥା ଇସ୍ରାଏଲର ଲୋକମାନଙ୍କୁ ଓ ବିନ୍ୟାମୀନ ପରିବାରବର୍ଗର ଲୋକମାନଙ୍କୁ ଶୁଣିବାକୁ ଭଲ ଲାଗିଲା।

20 ତା'ପରେ ଅ‌‌ବ୍‌‌ନର‌ ଦାଉଦଙ୍କ ପାଖକୁ ହିବ୍ରୋଣକୁ ଆସିଲେ। ଅ‌‌ବ୍‌‌ନର‌ ତାଙ୍କ ସହିତ କୋଡ଼ିଏ ଜଣ ଲୋକଙ୍କୁ ସାଙ୍ଗରେ ଆଣିଥିଲେ। ଅ‌‌ବ୍‌‌ନର‌ ଓ ତାଙ୍କ ସହିତ ଆସିଥିବା ଲୋକମାନଙ୍କୁ ଦାଉଦ ଏକ ଭୋଜି ଦେଲେ।

21 ଅ‌‌ବ୍‌‌ନର‌ ଦାଉଦଙ୍କୁ କହିଲେ, “ହେ ମୋର ପ୍ରଭୁ ମହାରାଜ, ମୋତେ ଯିବାକୁ ଦିଅ, ଏବଂ ସମସ୍ତ ଇସ୍ରାଏଲୀୟମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବାକୁ ଦିଅ। ତା'ପରେ ସେମାନେ ତୁମ୍ଭ ସମ୍ମୁଖରେ ଏକ ଚୁକ୍ତି କରିବେ ଏବଂ ତୁମ୍ଭେ ସମଗ୍ର ଇସ୍ରାଏଲର ରାଜା ହେବ, ଏବଂ ତୁମ୍ଭ ଇଚ୍ଛାମତେ ରାଜତ୍ୱ କରିବ।”

ତେଣୁ ଦାଉଦ ଅ‌‌ବ୍‌‌ନର‌କୁ ଯିବାକୁ ଅନୁମତି ଦେଲେ ଏବଂ ଅ‌‌ବ୍‌‌ନର‌ ଶାନ୍ତିରେ ଉକ୍ତ ସ୍ଥାନ ପରିତ୍ୟାଗ କଲେ।

ଅ‌‌ବ୍‌‌ନର‌ଙ୍କର ମୃତ୍ୟୁ

22 ଯୋୟାବ ଏବଂ ଦାଉଦଙ୍କର ଉଚ୍ଚପଦସ୍ଥ ସାମରୀକ ପଦାଧିକାରୀମାନେ ଯୁଦ୍ଧରୁ ଫେରିଲେ। ଏବଂ ସେମାନେ ସେମାନଙ୍କ ସହିତ ଶତ୍ରୁମାନଙ୍କଠାରୁ ବହୁ ମୂଲ୍ୟବାନ ପଦାର୍ଥ ସଙ୍ଗରେ ଆଣିଥିଲେ। ଅ‌‌ବ୍‌‌ନର‌ ହିବ୍ରୋଣରେ ସେତେବେଳେ ଦାଉଦଙ୍କ ସଙ୍ଗରେ ନ ଥିଲେ। କାରଣ ସେ ତାଙ୍କୁ ଯିବାକୁ ଦେଇଥିବାରୁ ସେ ସେଠାରୁ ଶାନ୍ତିରେ ସ୍ଥାନ ପରିତ୍ୟାଗ କରିଥିଲେ। 23 ଯୋୟାବ ଓ ତାଙ୍କର ସୈନ୍ୟମାନେ ହିବ୍ରୋଣଠାରେ ପହଞ୍ଚିଲେ। ସୈନ୍ୟମାନେ ଯୋୟାବକୁ କହିଲେ, “ନରର ପୁତ୍ର ଅ‌‌ବ୍‌‌ନର‌ ଦାଉଦଙ୍କ ନିକଟକୁ ଆସିଥିଲା ଓ ଦାଉଦ ଅ‌‌ବ୍‌‌ନର‌କୁ ଶାନ୍ତିରେ ଯିବାକୁ ଦେଲେ। ସେଥିପାଇଁ ସେ ନିରାପଦରେ ଫେରିଗଲା।”

24 ଯୋୟାବ ରାଜାଙ୍କ ସମ୍ମୁଖକୁ ଆସିଲେ ଏବଂ ପଗ୍ଭରିଲେ, “ଆପଣ କ’ଣ କଲେ? ଅ‌‌ବ୍‌‌ନର‌ ଆପଣଙ୍କ ନିକଟକୁ ଆସିଥିଲା, କିନ୍ତୁ ଆପଣ ତାକୁ ଆଘାତ ନ କରି ପଠାଇ ଦେଲେ। 25 ଆପଣ ଜାଣନ୍ତି ଅ‌‌ବ୍‌‌ନର‌ ହେଉଛି ନରର ପୁତ୍ର, ଆପଣ ଜାଣନ୍ତି ଯେ, ସେ ଆପଣଙ୍କ ପାଖକୁ ଛଳନା କରିବାକୁ ଆସିଥିଲା ଓ ଆପଣ କ’ଣ କରୁଥିଲେ ତାହା ଖୋଜିବାକୁ ସେ ଆସିଥିଲା।”

26 ଯୋୟାବ ଦାଉଦଙ୍କ ନିକଟରୁ ଆସିଲେ ଏବଂ ସିରା ନିକଟରେ ଥିବା ଅ‌‌ବ୍‌‌ନର‌ଙ୍କ ନିକଟକୁ ଦୂତ ପଠାଇଲେ। ଦୂତଗଣ ସିରାର କୂଅ ନିକଟରୁ ଅ‌‌ବ୍‌‌ନର‌କୁ ଫେରାଇ ଆଣିଲେ। କିନ୍ତୁ ଏ କଥା ଦାଉଦଙ୍କୁ ଅଜଣା ଥିଲା। 27 ଯେତେବେଳେ ଅ‌‌ବ୍‌‌ନର‌ ହିବ୍ରୋଣଠାରେ ପହଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳାରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ୱାର ଭିତରକୁ ନେଇଗଲେ। ଏବଂ ଯୋୟାବ ଅ‌‌ବ୍‌‌ନର‌କୁ ସେହିଠାରେ ତାଙ୍କ ପେଟରେ ‌‌ଖ‌ଡ଼୍‌ଗ ଭୂଷି ମାରି ଦେଲେ। ଅ‌‌ବ୍‌‌ନର‌ ଯୋୟାବର ଭାଇ ଅସାହେ‌ଲ୍‌କୁ ହତ୍ୟା କରିଥିଲେ। ତେଣୁ ଯୋୟାବ ଅ‌‌ବ୍‌‌ନର‌କୁ ହତ୍ୟା କଲେ।

ଦାଉଦ ଅ‌‌ବ୍‌‌ନର‌ଙ୍କ ପାଇଁ କାନ୍ଦିଲେ

28 ଏହା ପରେ ଦାଉଦ ଏ କଥା ଜାଣିବାକୁ ପାଇଲେ, ଏବଂ କହିଲେ, “ନରର ପୁତ୍ର ଅ‌‌ବ୍‌‌ନର‌ ରକ୍ତପାତ ବିଷୟରେ ସବୁ ବେଳେ ମୁଁ ଓ ମୋର ରାଜ୍ୟ ନିର୍ଦ୍ଦୋଷୀ। ସଦାପ୍ରଭୁ ଏହି ବିଷୟରେ ଜାଣନ୍ତି। 29 ଯୋୟାବ ଏବଂ ତାଙ୍କର ପରିବାର ଏଥିପାଇଁ ଦାୟୀ ଏବଂ ମୁଁ ଭାବୁଛି ତାଙ୍କର ସମସ୍ତ ପରିବାରବର୍ଗ ଦୋଷୀ। ତାଙ୍କ ପରିବାରବର୍ଗ ସମସ୍ତେ କୁଷ୍ଠରୋଗରେ ଆକ୍ରାନ୍ତ ହେବେ, ଅଭାବରେ ରହିବେ ଓ ଯୁଦ୍ଧରେ ହତ ହେବେ।”

30 ଯୋୟାବ ଓ ତା'ର ଭାଇ ଅବୀଶୟ ଅ‌‌ବ୍‌‌ନର‌କୁ ହତ୍ୟା କଲେ, କାରଣ ଅ‌‌ବ୍‌‌ନର‌ ସେମାନଙ୍କର ଭାଇ ଅସାହେ‌ଲ୍‌କୁ ଗିବିୟା ଯୁଦ୍ଧରେ ହତ୍ୟା କରିଥିଲେ।

31-32 ଦାଉଦ ଯୋୟାବ ଓ ତାଙ୍କ ସହିତ ଥିବା ସମସ୍ତ ଲୋକଙ୍କୁ କହିଲେ, “ତୁମ୍ଭର ବସ୍ତ୍ର ଚିରିଦିଅ ଓ ସମସ୍ତେ ଦୁଃଖଦ ବସ୍ତ୍ର ପିନ୍ଧ, ଅ‌‌ବ୍‌‌ନର‌ ପାଇଁ ରୋଦନ କର।” ସେମାନେ ହିବ୍ରୋଣଠାରେ ଅ‌‌ବ୍‌‌ନର‌କୁ କବର ଦେଲେ। ରାଜା ଦାଉଦ ମଧ୍ୟ ସେ ସ୍ଥାନରେ ଉପସ୍ଥିତ ରହିଲେ। ରାଜା ଦାଉଦ ଓ ତାଙ୍କର ଲୋକମାନେ କବର ନିକଟରେ ଠିଆ ହୋଇ ରୋଦନ କଲେ।

33 ରାଜା ଦାଉଦ ଅ‌‌ବ୍‌‌ନର‌ ଚିତାରେ ଛିଡ଼ା ହୋଇ ଏହି ଦୁଃଖ ଗୀତ ବୋଲିଲେ,

“ଅ‌‌ବ୍‌‌ନର‌ ଏକ ଦୁଷ୍ଟ ଦୋଷୀପରି ମଲା କି?
34     ଅ‌‌ବ୍‌‌ନର‌ ତୁମ୍ଭ ହାତ ବନ୍ଧା ନ ଥିଲା କି?
    ତୁମ୍ଭ ପାଦରେ ଶିଙ୍କୁଳି ନ ଥିଲା,
ତଥାପି, ତୁମ୍ଭକୁ ଦୁଷ୍ଟ ଲୋକମାନେ ମାରି ଦେଲେ।”

ତା'ପରେ ସମସ୍ତ ଲୋକ ଅ‌‌ବ୍‌‌ନର‌ ପାଇଁ ରୋଦନ କଲେ। 35 ଦିନତମାମ ଲୋକମାନେ ଦାଉଦଙ୍କୁ ଖାଇବାକୁ କହିଲେ, କିନ୍ତୁ ଦାଉଦ ଏକ ପ୍ରତିଜ୍ଞା କରିଥିଲେ ଓ କହିଲେ, “ଯଦି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ରୋଟୀ କିମ୍ବା ଅନ୍ୟ କିଛି ଆହାର କରେ, ତେବେ ପରମେଶ୍ୱର ମୋତେ ଦଣ୍ତ ଓ ଦୁଃଖ ଦେବେ।” 36 ସମସ୍ତ ଲୋକ ଏ କଥା ବୁଝିଲେ, ରାଜା ଯାହା କରୁଛନ୍ତି ସମସ୍ତଙ୍କ ଦୃଷ୍ଟିରେ ତାହା ଭଲ ଥିଲା ବୋଲି ସମସ୍ତେ ତାହା ହୃଦୟଙ୍ଗମ କଲେ। 37 ଏହିପରି ନରର ପୁତ୍ର ଅ‌‌ବ୍‌‌ନର‌କୁ ହତ୍ୟା କରିବା ଯେ ରାଜାଙ୍କ ଆଡ଼କୁ ହୋଇ ନାହିଁ, ଏ କଥା ସେଦିନ ଇସ୍ରାଏଲର ସମସ୍ତ ଲୋକ ବୁଝିଲେ।

38 ରାଜା ଦାଉଦ ତାଙ୍କର ସୈନ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଜାଣ ଯେ ଆଜି ଇସ୍ରାଏଲର ଜଣେ ମହତ୍ତ୍ୱପୂର୍ଣ୍ଣ ନେତାଙ୍କର ମୃତ୍ୟୁ ହେଲା। 39 ମୁଁ ରାଜା ରୂପେ ଅଭିଷିକ୍ତ ହେଲେ ହେଁ ତଥାପି ମୁଁ ଆଜି ଦୁର୍ବଳ। ଏହି ସରୁୟାର ପୁତ୍ରମାନେ ମୋତେ ଅତି ଦୁଃଖର କାରଣ ଦେଲେ। ସଦାପ୍ରଭୁ ଏହି କୁକାର୍ଯ୍ୟ କରିଥିବା ଲୋକମାନଙ୍କୁ ତାଙ୍କର କୁକର୍ମ ଅନୁସାରେ ଦଣ୍ତ ଦିଅନ୍ତୁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center