Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।
66 ହେ ପୃଥିବୀର ସକଳ ବସ୍ତୁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର!
2 ତାହାଙ୍କ ନାମର ମହିମା ଗାନ କର।
ସ୍ତୁତି ଗାନ କରି ଗୌରବାନ୍ୱିତ କର।
3 ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ।
ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି।
ସେମାନେ ତୁମ୍ଭକୁ ଭୟ କରନ୍ତି।
4 ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ।
ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।” ସେଲା
5 ଦେଖ, ଯେଉଁସବୁ କାର୍ଯ୍ୟ ପରମେଶ୍ୱର କରିଛନ୍ତି।
ସେ ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରେ।
6 ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ।
ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ।
7 ପରମେଶ୍ୱର ତାଙ୍କର ମହାନ ଶକ୍ତିରେ ପୃଥିବୀରେ ଶାସନ କରନ୍ତି।
ପରମେଶ୍ୱର ଜାତିଗଣକୁ ନିରୀକ୍ଷଣ କରନ୍ତି।
ତାଙ୍କ ବିପକ୍ଷରେ ଜିଦ୍ଖୋର ହୋଇ ବିଦ୍ରୋହୀ ଭାବେ ଛିଡ଼ା ହେବା ଉଚିତ୍ ନୁହେଁ। ସେଲା
8 ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।
9 ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ
ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।
10 ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ।
ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି।
11 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ।
ତୁମ୍ଭେ ଆମ୍ଭକୁ ଭାରୀ ବୋଝ ଦେଇଅଛ।
12 ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ।
ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ।
କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ।
13-14 ତେଣୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହୋମବଳି ନେଇ ଆସିବି।
ଯେତେବେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାଯ୍ୟ ପାଇଁ ଅନୁରୋଧ କରିଥିଲି।
ମୁଁ ତୁମ୍ଭ ଆଗରେ ଶପଥ କରିଛି।
ବର୍ତ୍ତମାନ ମୁଁ କରିଥିବା ଶପଥ ତୁମ୍ଭକୁ ସମର୍ପଣ କରୁଛି।
15 ମୁଁ ତୁମ୍ଭକୁ ମାଂସାଳ ପଶୁମାନଙ୍କୁ ପାପାର୍ଥକବଳି ଆକାରରେ ପ୍ରଦାନ କରିବି।
ମୁଁ ମେଷ ସହିତ ସେମାନଙ୍କର ସୁଗନ୍ଧି ପ୍ରଦାନ କରିବି।
ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି। ସେଲା
16 ହେ ସମସ୍ତ ଲୋକ, ଯେଉଁମାନେ ପରମେଶ୍ୱରଙ୍କୁ ଉପାସନା କର,
ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ୱର ମୋ’ ପାଇଁ କ’ଣ ସବୁ କରିଛନ୍ତି।
17 ମୁଁ ତାଙ୍କୁ ପ୍ରାର୍ଥନା କରିଥିଲି।
ମୁଁ ତାଙ୍କର ପ୍ରଶଂସା କରିଥିଲି।
18 ମୁଁ ଯେବେ ମୋର ମନ ମଧ୍ୟରେ ଅଧର୍ମକୁ ଆଦର କରେ।
ତେବେ ମୋର ପ୍ରଭୁ ମୋର କଥା ଶୁଣିବେ ନାହିଁ।
19 ପରମେଶ୍ୱର ମୋର କଥା ଶୁଣିଅଛନ୍ତି।
ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି।
20 ପରମେଶ୍ୱରଙ୍କର ପ୍ରଶଂସା କର! ପରମେଶ୍ୱର ମୋ’ ପାଖରୁ ମୁହଁ ଫେରାଇ ନାହାନ୍ତି।
ସେ ମୋର ପ୍ରାର୍ଥନା ଶୁଣିଛନ୍ତି।
ପରମେଶ୍ୱର ତାଙ୍କର ପ୍ରେମ ମୋତେ ଦେଖାଇଛନ୍ତି।
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ।
67 ହେ ପରମେଶ୍ୱର, ଆମ୍ଭମାନଙ୍କ ଉପରେ ଦୟା କରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ଆପଣା ମୁଖ ପ୍ରସନ୍ନ କରନ୍ତୁ। ସେଲା
2 ତା'ପରେ ପୃଥିବୀର ଲୋକେ ତୁମ୍ଭ ବିଷୟରେ ଜାଣିବେ
ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ।
3 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।
4 ଜାତିଗଣ ଖୁସୀ ହୁଅ ଓ ଆନନ୍ଦରେ ଜୟଗାନ କର,
କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ
ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗେଇ ନିଅ। ସେଲା
5 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
6 ଭୂମି ତା'ର ଫସଲ ଦିଏ।
ହେ ପରମେଶ୍ୱର, ଆମ୍ଭର ପରମେଶ୍ୱର, ଆମ୍ଭକୁ ଆଶୀର୍ବାଦ କରିବା ଗ୍ଭଲୁ ରଖ।
7 ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତୁ।
116 ମୁଁ ତାଙ୍କୁ ପ୍ରେମ କରେ,
କାରଣ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଅଛନ୍ତି।
2 ମୁଁ ତାଙ୍କୁ ଭଲ ପାଏ ଯେତେବେଳେ ସେ ମୋ’ ପ୍ରାର୍ଥନା ଶୁଣିଲେ
ଏବଂ ମୁଁ ମୃତ୍ୟୁବରଣ କଲା ପୂର୍ବରୁ[a] ଉତ୍ତର ଦେଲେ।
3 ମୃତ୍ୟୁର ରଜ୍ଜୁ ଚତୁର୍ପାର୍ଶ୍ୱରେ ପ୍ରାୟ ମୋତେ ବାନ୍ଧି ଦେଲା।
କବର ତା'ର ଫାନ୍ଦ ସହିତ ମୋର ପାଖାପାଖି ହୋଇଥିଲା।
ମୁଁ ସଙ୍କଟ ଓ ଦୁଃଖରେ ଥିଲି।
4 ଏହା ପରେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି,
ମୁଁ କହିଲି, “ହେ ସଦାପ୍ରଭୁ ମୋତେ ରକ୍ଷା କର!”
5 ସଦାପ୍ରଭୁ ହେଉଛନ୍ତି ଧର୍ମମୟ ଓ ଦୟାଳୁ ଏବଂ ଯାହା ଯଥାର୍ଥ ସେ କରନ୍ତି।
ଆମ୍ଭମାନଙ୍କର ପରମେଶ୍ୱର ଦୟାଳୁ ଅଟନ୍ତି।
6 ସଦାପ୍ରଭୁ ଅସହାୟ ଲୋକମାନଙ୍କର ଯତ୍ନ ନିଅନ୍ତି।
ମୁଁ ଯେତେବେଳେ ଦିନହୀନ ଥିଲି ସଦାପ୍ରଭୁ ମୋତେ ରକ୍ଷା କଲେ।
7 ହେ ମୋର ପ୍ରାଣ, ବିଶ୍ରାମ କର।
ସଦାପ୍ରଭୁ ତୁମ୍ଭ ପ୍ରତି ମଙ୍ଗଳମୟ ଅଟନ୍ତି।
8 ସଦାପ୍ରଭୁ, ତୁମ୍ଭେ ମୃତ୍ୟୁରୁ ମୋର ପ୍ରାଣକୁ ରକ୍ଷା କଲ।
ମୋର ଲୋତକ ବନ୍ଦ କଲ।
ତୁମ୍ଭେ ଝୁଣ୍ଟି ପଡ଼ିଯିବାରୁ ମୋତେ ରକ୍ଷା କଲ।
9 ଜୀବିତମାନଙ୍କ ଦେଶରେ
ମୁଁ ସଦାପ୍ରଭୁଙ୍କ ସେବା କରିବି।
10 ଏପରିକି ମୁଁ ଯେବେ କହିଲି, “ମୁଁ ବହୁତ କଷ୍ଟ ପାଛଅଛି”
ତଥାପି ମୁଁ ବିଶ୍ୱାସ କଲି।
11 ମୁଁ ଯେତେବେଳେ ଭୟରେ ଥିଲି, କହିଲି,
“ସମସ୍ତ ମନୁଷ୍ୟ ମିଥ୍ୟାଗ୍ଭରୀ ଅଟନ୍ତି।”
12 ସେ କରିଥିବା ମଙ୍ଗଳଦାନର ଫଳସ୍ୱରୂପ
ମୁଁ ସଦାପ୍ରଭୁଙ୍କୁ କ’ଣ ଦେଇପାରେ?
13 ସେ ମୋତେ ରକ୍ଷା କଲେ।
ତେଣୁ ମୁଁ ତାଙ୍କୁ ପେୟନୈବେଦ୍ୟ ଉତ୍ସର୍ଗ କରିବି।
ଏବଂ ମୁଁ ସଦାପ୍ରଭୁଙ୍କ ନାମ ପ୍ରାର୍ଥନା କରିବି।
14 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି।
15 ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ୟରୁ
ସଦ୍ଭକ୍ତମାନଙ୍କ ମୃତ୍ୟୁ ବହୁମୂଲ୍ୟ ଅଟେ।
16 ମୁଁ ତୁମ୍ଭର ଦାସ।
ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁର ଶିଙ୍କୁଳିରୁ ମୁକ୍ତ କର।
17 ମୁଁ ତୁମ୍ଭକୁ ଏକ ଧନ୍ୟବାଦାର୍ଥକ ବଳି ଦେବି।
ମୁଁ ସଦାପ୍ରଭୁଙ୍କର ନାମକୁ ଡାକିବି।
18 ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ
ତାଙ୍କ ଲୋକମାନଙ୍କ ଆଗରେ ପୂର୍ଣ୍ଣ କରିବି।
19 ମୁଁ ତାଙ୍କର ଯିରୁଶାଲମରେ ଥିବା
ମନ୍ଦିରକୁ ଯିବି।
ସଦାପ୍ରଭୁଙ୍କର ପ୍ରଶଂସା କର!
117 ହେ ସମସ୍ତ ଜାତିଗଣ, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ସମସ୍ତ ଲୋକ, ସଦାପ୍ରଭୁଙ୍କର ପ୍ରଶଂସା କର।
2 କାରଣ ପରମେଶ୍ୱର ଆମ୍ଭମାନଙ୍କୁ ବହୁତ ପ୍ରେମ କରନ୍ତି!
ସେ ଚିରକାଳ ଆମ୍ଭମାନଙ୍କ ପାଇଁ ସତ୍ୟ ରହିବେ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ହାନ୍ନା ଧନ୍ୟବାଦ ଦେଲା
2 ହାନ୍ନା ପ୍ରାର୍ଥନା କରି କହିଲା,
“ମୋର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହାଉଲ୍ଲାସ କରୁଅଛି।
ପରମେଶ୍ୱରଙ୍କଠାରେ ମୁଁ ମୋର ବହୁତ ଶକ୍ତି ଅନୁଭବ କରୁଛି।
ମୁଁ ମୋର ଶତ୍ରୁମାନଙ୍କୁ ଉପହାସ କରୁଛି।
ଯେହେତୁ ତୁମ୍ଭେ ମୋତେ ରକ୍ଷା କରିଥିବାରୁ ମୁଁ ବହୁତ ଖୁସୀ।
2 ପରମେଶ୍ୱରଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ,
କାରଣ ତୁମ୍ଭ ବ୍ୟତୀତ ଆଉ କେହି ପରମେଶ୍ୱର ନାହାନ୍ତି।
ଆମ୍ଭର ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।
3 ନିଜ ବୃଥାଗର୍ବ ବନ୍ଦ କର।
ଅହଂକାର ଭାବରେ କହିବା ବନ୍ଦ କର।
ସଦାପ୍ରଭୁ ପରମେଶ୍ୱର ସର୍ବଜ୍ଞ ଅଟନ୍ତି ଏବଂ
ସେ ଲୋକମାନଙ୍କୁ ସେମାନଙ୍କର କର୍ମ ଅନୁଯାୟୀ ବିଗ୍ଭର କରନ୍ତି।
4 ବୀରମାନଙ୍କର ସମସ୍ତ ଧନୁ ଭଙ୍ଗା ଯାଇଅଛି
ଓ ଝୁଣ୍ଟି ପଡ଼ୁଥିବା ଦୁର୍ବଳ ଲୋକମାନେ ବଳଶାଳୀ ହୋଇଛନ୍ତି।
5 ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ,
ବର୍ତ୍ତମାନ ନିଶ୍ଚୟ କଠିନ ପରିଶ୍ରମ କରିବେ।
ଖାଦ୍ୟ ଅଭାବରୁ ଯେଉଁମାନେ କ୍ଷୁଧାର୍ତ୍ତ ଥିଲେ,
ସେମାନେ ଖାଦ୍ୟ ପାଇ ଅଛନ୍ତି।
ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି
ଓ ସ୍ତ୍ରୀଲୋକଟି ଯାହାର ବହୁତ ସନ୍ତାନ ଥିଲା
ସେ ଦୁଃଖିତା ହୋଇଅଛି।
6 ସଦାପ୍ରଭୁ ଲୋକମାନଙ୍କର ମୃତ୍ୟୁର କାରଣ ହୁଅ
ଓ ସେ ପୁନର୍ବାର ଲୋକମାନଙ୍କ ଜୀବନ ଫେରାଇ ଆଣି ପାରନ୍ତି।
ସଦାପ୍ରଭୁ ଲୋକମାନଙ୍କୁ କବରକୁ ପଠାନ୍ତି
ଓ କବରରୁ ସେମାନଙ୍କୁ ଉଠାଇ ଆଣିପାରନ୍ତି।
7 ସଦାପ୍ରଭୁ ଲୋକମାନଙ୍କୁ ନିର୍ଦ୍ଧନ କରନ୍ତି
ବା ଧନବାନ୍ କରାନ୍ତି।
ସେ ଲୋକମାନଙ୍କୁ ନମ୍ର କରନ୍ତି
କିମ୍ବା ସେମାନଙ୍କୁ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରାନ୍ତି।
8 ସଦାପ୍ରଭୁ ଗରିବ ଲୋକମାନଙ୍କୁ ଧୂଳିରୁ ଉଠାନ୍ତି।
ସେ ଦରିଦ୍ର ଲୋକମାନଙ୍କୁ ଅଳିଆ ଗଦାରୁ ଉଠାଇବେ।
ସେ ଗରିବ ଲୋକମାନଙ୍କୁ ରାଜକୁମାରମାନଙ୍କ ସହିତ
ଓ କୁଳୀନ ଅତୀଥିମାନଙ୍କ ସହିତ ବସିବା ପାଇଁ ଉଠେଇ ଦିଅନ୍ତି
କାରଣ ସଦାପ୍ରଭୁ ସମଗ୍ର ବ୍ରହ୍ମାଣ୍ଡକୁ ନିର୍ମାଣ କରିଛନ୍ତି ଏବଂ ସମୁଦାୟ ବ୍ରହ୍ମାଣ୍ତ ତାଙ୍କର ଅଟେ।
9 ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସୁରକ୍ଷା କରନ୍ତି।
ସେ ସେମାନଙ୍କୁ ଝୁଣ୍ଟିବାରୁ ରକ୍ଷା କରନ୍ତି।
କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାରରେ ଝୁଣ୍ଟିପଡ଼ନ୍ତି ଓ ଧ୍ୱଂସ ହୁଅନ୍ତି।
ସେମାନଙ୍କର ଶକ୍ତି ସେମାନଙ୍କୁ ରକ୍ଷା କରିବା ପାଇଁ ସାହାଯ୍ୟ କରେ ନାହିଁ।
10 ଯେଉଁମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ସହିତ ପ୍ରତିବାଦ କରନ୍ତି, ସେମାନେ ଭଗ୍ନ ହେବେ।
ସଦାପ୍ରଭୁ ସ୍ୱର୍ଗରେ ଥାଇ ସେହି ଲୋକମାନଙ୍କ ବିରୁଦ୍ଧରେ ଗର୍ଜନ କରିବେ।
ଏବଂ ସଦାପ୍ରଭୁ ପୃଥିବୀର ସମସ୍ତ ଲୋକମାନଙ୍କର ବିଗ୍ଭର କରିବେ
ଓ ସେ ଆପଣା ରାଜାକୁ ବଳ ଦେବେ।
ସେ ତାଙ୍କର ଅଭିଷିକ୍ତ ରାଜାଙ୍କୁ ଉନ୍ନତ କରିବେ।”
ପ୍ରକୃତ ଶିକ୍ଷାର ଅନୁସରଣ
2 ପ୍ରକୃତ ଶିକ୍ଷା (ଉପଦେଶ) ର ଅନୁସରଣ କରିବା ପାଇଁ ତୁମ୍ଭେ ଲୋକଙ୍କୁ କହିବା କଥା। 2 ବୃଦ୍ଧ ଲୋକମାନଙ୍କୁ ଶିକ୍ଷା ଦିଅ ଯେ ସେମାନେ ଆତ୍ମସଂଯମୀ, ଗମ୍ଭୀର ଓ ଜ୍ଞାନୀ ହୁଅନ୍ତୁ। ସେମାନେ ବିଶ୍ୱାସରେ, ପ୍ରେମରେ ଓ ଧୈର୍ଯ୍ୟରେ ଦୃଢ଼ ହେବା ଉଚିତ୍।
3 ବୃଦ୍ଧା ନାରୀମାନଙ୍କୁ ଶିକ୍ଷା ଦିଅ ଯେ ସେମାନେ ଜୀବନପ୍ରଣାଳୀରେ ପବିତ୍ର ହୁଅନ୍ତୁ। ସେମାନେ ଅନ୍ୟମାନଙ୍କ ବିରୁଦ୍ଧରେ କୁହନ୍ତୁ ନାହିଁ ଓ ଅଧିକ ମାତ୍ରାରେ ମଦ୍ୟପାନର ଅଭ୍ୟାସ ରଖନ୍ତୁ ନାହିଁ। ସେମାନେ ଭଲ କଥାର ଶିକ୍ଷା ଦିଅନ୍ତୁ। 4 ଏପରି ଭାବରେ ସେମାନେ ଯୁବତୀମାନଙ୍କୁ ସେମାନଙ୍କର ସ୍ୱାମୀ ଓ ସନ୍ତାନମାନଙ୍କୁ ଭଲ ପାଇବା ଶିଖାଇ ପାରିବେ। 5 ସେମାନେ ଯୁବତୀମାନଙ୍କୁ ଶିଖାଇ ପାରିବେ ଯେ ସେମାନେ ଜ୍ଞାନୀ ଓ ପବିତ୍ର ହୁଅନ୍ତୁ, ନିଜ ଘରର ଯତ୍ନ ନିଅନ୍ତୁ, ଦୟାଳୁ ହୁଅନ୍ତୁ ଏବଂ ନିଜ ସ୍ୱାମୀଙ୍କର ଆଜ୍ଞାକାରିଣୀ ହୁଅନ୍ତୁ। ତା'ହେଲେ କୌଣସି ଲୋକ ଆମ୍ଭକୁ ଦିଆଯାଇଥିବା ପରମେଶ୍ୱରଙ୍କ ଶିକ୍ଷାର ସମାଲୋଚନା କରି ପାରିବ ନାହିଁ।
6 ସେହିଭଳି ଯୁବକମାନଙ୍କୁ କୁହ ଯେ ସେମାନେ ଜ୍ଞାନୀ ହୁଅନ୍ତୁ। 7 ତୁମ୍ଭେ ନିଜେ ଯୁବକମାନଙ୍କ ପାଇଁ ପ୍ରତ୍ୟେକ ଭାବରେ ଆଦର୍ଶ ହେବା ପାଇଁ ଉତ୍ତମ କାମ କରିବା ଦରକାର। ତୁମ୍ଭର ଶିକ୍ଷା ଦେବାରେ ତୁମ୍ଭେ ସଚ୍ଚୋଟ ଓ ଗମ୍ଭୀର ରହିବା ଉଚିତ୍। 8 ତୁମ୍ଭେ ଯେପରି ସମାଲୋଚିତ ନ ହୁଅ, ସେଥିପାଇଁ ତୁମ୍ଭେ ସତ କୁହ। ତା'ହେଲେ ଜଣେ ବିରୋଧୀ ମଧ୍ୟ ଲଜ୍ଜାବୋଧ କରିବ କାରଣ ସେ ଆମ୍ଭ ବିରୁଦ୍ଧରେ କୌଣସି ମନ୍ଦ ବିଷୟ ପାଇବ ନାହିଁ।
9 ଦାସମାନଙ୍କୁ ମଧ୍ୟ ସେମାନଙ୍କର ମାଲିକମାନଙ୍କର ଆଜ୍ଞା ସର୍ବଦା ପାଳନ କରିବାକୁ କୁହ। ସେମାନେ ମାଲିକମାନଙ୍କୁ ଖୁସୀ ରଖିବେ, ସେମାନଙ୍କ ସହିତ ଯୁକ୍ତିତର୍କ କରିବେ ନାହିଁ। 10 ମାଲିକଙ୍କର ଗ୍ଭେରି କରିବେ ନାହିଁ, ଏବଂ ସେମାନେ ପ୍ରମାଣିତ କରିବେ ଯେ ସେମାନେ ବିଶ୍ୱାସ ଯୋଗ୍ୟ ଅଟନ୍ତି। ଦାସମାନେ ନିଜର ପ୍ରତ୍ୟେକ କାମରେ ଏହା ପ୍ରମାଣିତ କରିବେ ଯେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କ ଶିକ୍ଷା ଭଲ ଅଟେ।
କୁମାରୀ କନ୍ୟା ମରିୟମ
26-27 ଏଲୀଶାବେଥଙ୍କର ଗର୍ଭର ଷଷ୍ଠ ମାସ ଗ୍ଭଲୁଥିଲା। ଗାଲିଲୀର ଗୋଟିଏ ସହର ନାଜରିତରେ ବାସ କରୁଥିବା ଜଣେ କୁମାରୀକନ୍ୟା ପାଖକୁ ପରମେଶ୍ୱର ଦୂତ ଗାବ୍ରିଏଲଙ୍କୁ ପଠାଇଲେ। ଦାଉଦଙ୍କ ବଂଶଜ ଯୋଷେଫ ନାମକ ଜଣେ ପୁରୁଷ ସହିତ ସେ କନ୍ୟାଙ୍କର ବିବାହ ନିର୍ବନ୍ଧ ହୋଇ ସାରିଥିଲା। ତାହାଙ୍କର ନାମ ମରିୟମ ଥିଲା। 28 ସ୍ୱର୍ଗଦୂତ ସେହି କନ୍ୟା ପାଖକୁ ଆସି କହିଲେ, “ନମସ୍କାର। ପ୍ରଭୁ ତୁମ୍ଭକୁ ଅନୁଗ୍ରହ କରିଛନ୍ତି। ସେ ତୁମ୍ଭ ସହିତ ଅଛନ୍ତି।”
29 ମରିୟମ ସ୍ୱର୍ଗଦୂତଙ୍କ କଥା ଶୁଣି ଉଦ୍ବିଗ୍ନ ହୋଇଗଲେ। ତାହାଙ୍କ ଅଭିବାଦନର ଅର୍ଥ କ’ଣ ହୋଇପାରେ, ସେହି କଥା ଭାବି ସେ ଚିନ୍ତାରେ ପଡ଼ିଗଲେ।
30 ସ୍ୱର୍ଗଦୂତ ତାହାଙ୍କୁ କହିଲେ, “ମରିୟମ! ଭୟ କର ନାହିଁ। କାରଣ ପରମେଶ୍ୱର ତୁମ୍ଭ ଉପରେ ପ୍ରସନ୍ନ ହୋଇଛନ୍ତି। 31 ଶୁଣ, ତୁମ୍ଭେ ଗର୍ଭବତୀ ହେବ। ତୁମ୍ଭେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେବ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। 32 ସେ ମହାନ୍ ହେବେ। ଲୋକମାନେ ତାହାଙ୍କୁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ପୁତ୍ର ବୋଲି କହିବେ ଏବଂ ପ୍ରଭୁ ପରମେଶ୍ୱର ତାହାଙ୍କୁ ତାହାଙ୍କର ପୂର୍ବ ପୁରୁଷ ଦାଉଦଙ୍କ ସିଂହାସନ ପ୍ରଦାନ କରିବେ। 33 ସେ ଅନନ୍ତକାଳ ପର୍ଯ୍ୟନ୍ତ ଯାକୁବବଂଶ ଉପରେ ରାଜତ୍ୱ କରିବେ। ଯୀଶୁଙ୍କ ରାଜ୍ୟର କେବେ ହେଲେ ଶେଷ ହେବ ନାହିଁ।”
34 ମରିୟମ ସ୍ୱର୍ଗଦୂତଙ୍କୁ ପଗ୍ଭରିଲେ, “ଏହା କିପରି ଘଟିବ? ମୁଁ ଏବେ ମଧ୍ୟ କୁମାରୀ ଅଛି?”
35 ସ୍ୱର୍ଗଦୂତ ମରିୟମଙ୍କୁ କହିଲେ, “ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହିଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହେବେ। ସେ ପରମେଶ୍ୱରଙ୍କ ପୁତ୍ରଭାବରେ ଖ୍ୟାତ ହେବେ। 36 ତୁମ୍ଭର ସମ୍ପର୍କୀୟ ଏଲୀଶାବେଥ ମଧ୍ୟ ଗର୍ଭବତୀ ଅଛନ୍ତି। ବହୁତ ବୁଢ଼ୀ ହୋଇଯାଇଥିଲେ ମଧ୍ୟ ସେ ଏବେ ଗୋଟିଏ ପୁତ୍ରସନ୍ତାନକୁ ଜନ୍ମ ଦେବେ। ସମସ୍ତେ ଭାବୁଥିଲେ ଯେ, ସେ ଏଣିକି ଆଉ ସନ୍ତାନସନ୍ତତି ପାଇବାକୁ ସମର୍ଥ ହେବେ ନାହିଁ। କିନ୍ତୁ ସେ ଏବେ ଛଅ ମାସର ଗର୍ଭବତୀ ଅଟନ୍ତି। 37 ପରମେଶ୍ୱର ସବୁକିଛି କରି ପାରନ୍ତି। ତାହାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ।”
38 ମରିୟମ କହିଲେ, “ମୁଁ ପ୍ରଭୁଙ୍କର ଦାସୀ କନ୍ୟା ଅଟେ। ତୁମ୍ଭେ ମୋତେ ଯାହା କହିଲ, ମୋ’ ପାଇଁ ତାହା ହିଁ ହେଉ।” ତା'ପରେ ସ୍ୱର୍ଗଦୂତ ତାହାଙ୍କ ପାଖରୁ ଗ୍ଭଲିଗଲେ।
2010 by World Bible Translation Center