Book of Common Prayer
137 ଆମ୍ଭେମାନେ ବାବିଲୀୟ ନଦୀ ନିକଟରେ ସିୟୋନକୁ ସ୍ମରଣ କଲାବେଳେ
ସେଠାରେ ବସି ରୋଦନ କଲୁ।
2 ଆମ୍ଭେମାନେ ସେଠାରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ।
3 ବାବିଲରେ ଯେଉଁ ଲୋକମାନେ ଆମ୍ଭମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସେମାନେ ଗ୍ଭହିଁଲେ।
ସେମାନଙ୍କର ମନୋରଞ୍ଜନ କରିବାକୁ ସେମାନେ ଆମ୍ଭମାନଙ୍କୁ ଡାକିଲେ:
“ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।”
4 କିନ୍ତୁ ଆମ୍ଭେମାନେ ସଦାପ୍ରଭୁଙ୍କର ଗୀତ କିପରି
ବିଦେଶରେ ଗାନ କରି ପାରିବା!
5 ହେ ଯିରୁଶାଲମ, ଯଦି ମୁଁ ତୁମ୍ଭକୁ ଭୁଲେ,
ତେବେ ମୋର ଦକ୍ଷିଣ ହସ୍ତ ଆପଣାର କର୍ମ କୌଶଳ ପାଶୋରି ଯାଉ।
6 ହେ ଯିରୁଶାଲମ,
ଯଦି ମୁଁ ତୁମ୍ଭକୁ କେବେ ଭୁଲେ,
ତେବେ ମୋର କାମନା କି
ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ।
ମୁଁ ପ୍ରତିଜ୍ଞା କରୁଅଛି ଯେ, ଯିରୁଶାଲମ ସର୍ବଦା ମୋର ଆନନ୍ଦ ଧାମ ହୋଇ ରହିବ।
7 ହେ ସଦାପ୍ରଭୁ, ଇଦୋମୀୟମାନଙ୍କୁ ସ୍ମରଣ କର ଏବଂ ଯିରୁଶାଲମ ଅବରୋଧ ହେବା ସମୟ ସେମାନେ ଯାହା କଲେ ସେଥିପାଇଁ ସେମାନଙ୍କୁ ଦଣ୍ଡିତ କର।
ସ୍ମରଣ କର ସେମାନେ କିପରି ଚିତ୍କାର କଲେ, “ଏହି କୋଠାଘରକୁ ଧ୍ୱଂସ କର!
ସେମାନଙ୍କୁ ଟାଣିଆଣି ଧୂଳିରେ ମିଶାଇ ଦିଅ।”
8 ହେ ବାବିଲୋନ, ତୁମ୍ଭେ ଧ୍ୱଂସ ହେବ!
ମୁଁ ଯେକୌଣସି ଲୋକକୁ ଆଶୀର୍ବାଦ ଦେବି, ଯିଏ ତୁମ୍ଭକୁ ପ୍ରତିଦାନ ଦେବ, ଯାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
9 ମୁଁ ଯେକୌଣସି ବ୍ୟକ୍ତିକୁ ଆଶୀର୍ବାଦ ଦେବି,
ଯିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସେମାନଙ୍କୁ ପଥରରେ ପିଟି ଦେବ।
ଦାଉଦଙ୍କ ଗୀତ
144 ସଦାପ୍ରଭୁ ମୋର ଶୈଳ,
ତାହଙ୍କର ପ୍ରଶଂସା ହେଉ।
ସେ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
ସଦାପ୍ରଭୁ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
2 ସେ ମୋତେ ସ୍ନେହ କରନ୍ତି ଏବଂ ରକ୍ଷା କରନ୍ତି।
ସେ ମୋର ଉଚ୍ଚ ପର୍ବତରେ ନିରାପଦ ସ୍ଥାନ।
ସେ ମୋତେ ଉଦ୍ଧାର କରନ୍ତି।
ସେ ମୋର ଢାଲ,
ସେ ହେଉଛନ୍ତି ମୋ’ ଆଶ୍ରୟସ୍ଥଳ।
ସଦାପ୍ରଭୁ ମୋର ଲୋକମାନଙ୍କୁ ଶାସନ କରିବାରେ ମୋତେ ସାହାଯ୍ୟ କରନ୍ତି।
3 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ କାହିଁକି?
ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ୟାନ ଦିଅ?
4 ମନୁଷ୍ୟ ଜୀବନ ପବନର ଫୁତ୍କାର।
ତାହାର ଜୀବନ ବହିଯିବା ଦିନର ଛାୟା ତୁଲ୍ୟ।
5 ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ।
ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସେମାନେ ଧୂମ ନିର୍ଗତ କରିବେ।
6 ବିଜୁଳି ନିକ୍ଷେପ କରି ଶତ୍ରୁମାନଙ୍କୁ ଘରଦ୍ୱାର ଦିଅ।
ତୁମ୍ଭର “ବାଣ” ନିକ୍ଷେପ କର ଏବଂ ସେମାନଙ୍କୁ ତଡ଼ି ଦିଅ।
7 ସଦାପ୍ରଭୁ, ସ୍ୱର୍ଗରୁ ଓହ୍ଲାଇ ଆସ ଏବଂ ମୋତେ ରକ୍ଷା କର।
ମୋତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ।
ମୋତେ ବିଦେଶୀମାନଙ୍କଠାରୁ ରକ୍ଷା କର।
8 ସେହି ଶତ୍ରୁଗଣ ମିଥ୍ୟାବାଦୀ,
ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।
9 ହେ ସଦାପ୍ରଭୁ, ତୁମ୍ଭ ବିଷୟରେ ମୁଁ ନୂତନ ଗୀତ ଗାନ କରିବି।
ଦଶତାର ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।
10 ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ।
ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖଡ଼୍ଗର ସମ୍ମୁଖରୁ ଉଦ୍ଧାର କର।
11 ମୋତେ ସେହି ବିଦେଶୀଙ୍କଠାରୁ ରକ୍ଷା କର।
ସେହି ଶତ୍ରୁମାନେ ମିଥ୍ୟାବାଦୀ,
ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।
12 ଆମ୍ଭର ପୁତ୍ରଗଣ ସେହି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି।
ଆମ୍ଭମାନଙ୍କ କନ୍ୟାଗଣ ରାଜପ୍ରାସାଦର ଖୋଦିତ କୋଣର ଖମ୍ବ ତୁଲ୍ୟ ହୁଅନ୍ତୁ।
13 ଆମ୍ଭମାନଙ୍କର ଭଣ୍ଡାର
ସର୍ବପ୍ରକାର ଶସ୍ୟରେ ପରିପୂର୍ଣ୍ଣ ହେଉ।
ଆମ୍ଭମାନଙ୍କର ମେଷଗଣ ସହସ୍ର ସହସ୍ର
ଓ ଅୟୁତ ଅୟୁତ ଶାବକ ପ୍ରସବ କରନ୍ତୁ।
14 ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ୱାରା ଅଧିକ ଓଜନିଆ ହୋଇ ପଡ଼ନ୍ତୁ।
ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ।
ଆମ୍ଭମାନଙ୍କ ମଧ୍ୟରୁ କେହି ନିର୍ବାସିତ ନ ହୁଅନ୍ତୁ।
ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।
15 ସେହିପରି ଲୋକମାନେ ହେଉଛନ୍ତି ଧନ୍ୟ, ଯାହାର ଏହିଭଳି ଅଛି।
ସେହି ଲୋକମାନେ ଧନ୍ୟ ହୁଅନ୍ତୁ, ଯାହାର ପରମେଶ୍ୱର ହେଉଛନ୍ତି ସଦାପ୍ରଭୁ।
104 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମହାନ।
ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।
2 ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର।
ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
3 ପରମେଶ୍ୱର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ।
ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଅଛ।
ତୁମ୍ଭେ ବାୟୁ ରୂପକ ପକ୍ଷ ଦ୍ୱାରା ଆକାଶରେ ଗମନାଗମନ କରୁଅଛ।
4 ହେ ପରମେଶ୍ୱର, ତୁମ୍ଭେ ଆପଣା ଦୂତମାନଙ୍କୁ ବାୟୁ ପରି କର
ଓ ତୁମ୍ଭର ସେବକମାନଙ୍କୁ ଅଗ୍ନି [a] ସଦୃଶ କର।
5 ହେ ପରମେଶ୍ୱର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଅଛ
ଯେ ତାହା ମୂଳରୁ କେବେ ଧକ୍କା ହେବ ନାହିଁ।
6 ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ୟ ଆଚ୍ଛାଦନ କଲ।
ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା।
7 କିନ୍ତୁ ତୁମ୍ଭେ ଆଜ୍ଞା ଦେଲ ଓ ଜଳରାଶି ସେଠାରୁ ଛାଡ଼ି ପଳାଇଲା।
ହେ ପରମେଶ୍ୱର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା।
8 ସେହି ପାଣିସବୁ ପର୍ବତ ଉପରୁ ଉପତ୍ୟକାକୁ ବହିଗଲା
ଏବଂ ତା’ପରେ ତୁମ୍ଭେ ସୃଷ୍ଟି କରିଥିବା ସ୍ଥାନକୁ ବହିଗଲା।
9 ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ।
ଯେପରିକି ସେମାନେ ତାହା ଅତିକ୍ରମ କରି ପାରିବେ ନାହିଁ।
ଜଳରାଶି କେବେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରି ପାରିବ ନାହିଁ।
10 ପରମେଶ୍ୱର ତୁମ୍ଭେ ହିଁ ଝରଣାରୁ ଜଳର ସ୍ରୋତ ବୁହାଇଲ।
ଏହା ପର୍ବତଗଣର ସ୍ରୋତରେ ମିଶି ବହିଯାଏ।
11 ଏହି ଜଳ ବନ୍ୟ ପଶୁଗଣକୁ ଜଳ ଯୋଗାଏ।
ବନ୍ୟ ଗର୍ଦ୍ଦଭମାନେ ତହିଁରେ ନିଜ ନିଜର ତୃଷା ନିବାରଣ କରନ୍ତି।
12 ବନ୍ୟ ପକ୍ଷୀଗଣ ଜଳାଶୟ ନିକଟରେ ବାସ କରିବା ପାଇଁ ଆସନ୍ତି।
ସେହି ପକ୍ଷୀଗୁଡ଼ିକ ଜଳାଶୟ ପାଖରେ ଥିବା ବୃକ୍ଷର ଡାଳମାନଙ୍କରେ ଥାଇ ଗୀତ ଗାଆନ୍ତି।
13 ତୁମ୍ଭେ ତୁମ୍ଭର ପର୍ବତ ଗୁଡ଼ିକର ପାଦ ଦେଶରେ ବୃଷ୍ଟି କରାଅ।
କାରଣ ଯାହାସବୁ ତୁମ୍ଭେ କର, ପୃଥିବୀ ଦରକାର କରୁଥିବା ସବୁ ଜିନିଷ ଏହା ମଧ୍ୟରେ ଅଛି।
14 ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ
ଓ ମନୁଷ୍ୟର ସେବା ନିମନ୍ତେ ବୃକ୍ଷ ଅଙ୍କୁରିତ କର।
ଏହିପରି ଭାବରେ ସେମାନେ ପୃଥିବୀରୁ ଖାଦ୍ୟ ପାଆନ୍ତି।
15 ହୃଦୟ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ,
ଆମ୍ଭମାନଙ୍କର ମୁହଁ ଚିକ୍କଣକାରୀ ତୈଳ
ଓ ମନୁଷ୍ୟକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।
16 ଲିବାନୋନ୍ର ମହାନ ବୃକ୍ଷଗୁଡ଼ିକ ପ୍ରଚୁର ପରିମାଣରେ ବର୍ଷା ପାଆନ୍ତି।
ସଦାପ୍ରଭୁ ସେହି ବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ଓ ସେମାନଙ୍କର ଆବଶ୍ୟକତାନୁଯାୟୀ ପାଣି ଦେଉଥିଲେ।
17 ସେହି ବୃକ୍ଷଗୁଡ଼ିକ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି।
ସାରସ ପକ୍ଷୀ ସୋନେବର ବୃକ୍ଷରେ ବାସ କରନ୍ତି।
18 ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ବାସସ୍ଥାନ ଅଟେ।
ଶୈଳସବୁ ଶାଫନର [b] ଆଶ୍ରୟ।
19 ପରମେଶ୍ୱର ଋତୁ ନିରୂପଣ ନିମନ୍ତେ ଚନ୍ଦ୍ର ସୃଷ୍ଟି କରିଛନ୍ତି।
ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ।
20 ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ।
ତହିଁରେ ସକଳ ବନ୍ୟପଶୁ ବାହାରି ଭ୍ରମଣ କରନ୍ତି।
21 ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜନ କରନ୍ତି।
ସେତ ଯେପରି ସେମାନେ ପରମେଶ୍ୱରଙ୍କଠାରୁ ଆହାର ଲୋଡ଼ନ୍ତି।
22 ସୂର୍ଯ୍ୟୋଦୟ ହେଲେ ସେମାନେ ନିଜ ନିଜ ବସାକୁ ଗ୍ଭଲିଯା’ନ୍ତି।
ଏବଂ ନିଜ ନିଜ ବସାରେ ବିଶ୍ରାମ କରନ୍ତି।
23 ଏହା ପରେ ମନୁଷ୍ୟ ତା’ର କାମକୁ ବାହାରେ
ଏବଂ ସେ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରେ।
24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
25 ମହାସାଗରକୁ ଦେଖ, ଏହା କେତେ ମହାନ!
ବହୁତ ଛୋଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି।
ସେଗୁଡ଼ିକୁ ଗଣନା କରି ହେବ ନାହିଁ।
26 ତହିଁରେ ଜାହାଜ ଯାତାୟାତ କରେ।
ତହିଁରେ ଖେଳିବା ପାଇଁ
ତୁମ୍ଭର ସୃଷ୍ଟି ଲିବିୟାଥନ୍ ଥାଏ।
27 ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି,
ଯେପରିକି ଠିକ୍ ସମୟରେ ତୁମ୍ଭେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବ,
28 ତୁମ୍ଭେ ସେମାନଙ୍କୁ ଖାଦ୍ୟ ଦିଅ, ଯାହା ସେମାନେ ସଂଗ୍ରହ କରନ୍ତି।
ତୁମ୍ଭେ ତୁମ୍ଭର ହସ୍ତ ଖୋଲି ଦିଅ, ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ ଏଥିରୁ ଭୋଜନ କରିବେ।
29 ଏବଂ ତୁମ୍ଭେ ଯେତେବେଳେ ସେମାନଙ୍କର ବିମୁଖ ହୁଅ ସେମାନେ ଭୟଭୀତ ହୁଅନ୍ତି।
ଯେତେବେଳେ ତୁମ୍ଭେ ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେଇଯାଅ,
ସେମାନେ ଦୁର୍ବଳ ଓ ମୃତ୍ୟୁ ହୋଇ ଯାଆନ୍ତି,
ପୁଣି ସେମାନଙ୍କ ଶରୀର ଧୂଳିରେ ପରିଣତ ହୁଏ।
30 ହେ ସଦାପ୍ରଭୁ, ତୁମ୍ଭେ ଯେତେବେଳେ ଆପଣା ଆତ୍ମା ପଠାଅ, ସେତେବେଳେ ନୂତନ ସୃଷ୍ଟି ହେବ।
ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।
31 ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ!
ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ।
32 ସଦାପ୍ରଭୁ ପୃଥିବୀକୁ ଗ୍ଭହିଁଲେ ପୃଥିବୀ କମ୍ପିତ ହୁଏ।
ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ।
33 ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।
34 ମୁଁ ଆଶାକରେ ମୁଁ ଯାହାସବୁ କହିଲି ତାହା ଆନନ୍ଦ ଦେବ।
ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହେବି।
35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ପ୍ରଶଂସା କର।
12 ତହୁଁ ବିଲିୟମ ବାଲାକ୍କୁ କହିଲା, “ତୁମ୍ଭେ ମୋ’ ନିକଟକୁ ଯେଉଁ ଦୂତମାନଙ୍କୁ ପଠାଇଥିଲ, ମୁଁ ସେମାନଙ୍କୁ ଏହା କହିଥିଲି। 13 ‘ଯଦି ବାଲାକ୍ ମୋତେ ସୁନା, ରୂପା ପୂର୍ଣ୍ଣ ଆପଣା ଗୃହ ଦେବେ, ତେବେ ମୁଁ ନିଜ ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରକୁ ଯାଇ ପାରିବି ନାହିଁ, ଯାହା ସଦାପ୍ରଭୁ କହିବେ ତାହା ହିଁ କରିବି।’ 14 ବର୍ତ୍ତମାନ ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛି। ଦୟାକରି ଆସ, ଏହି ଲୋକମାନେ ତୁମ୍ଭ ଲୋକମାନଙ୍କୁ କ’ଣ କହିବେ, ତାହା ମୁଁ ତୁମ୍ଭକୁ କହିବି।”
ବିଲିୟମଙ୍କ ଶେଷବାର୍ତ୍ତା
15 ଏଥିରେ ବିଲିୟମ କହିଲେ,
“ଏହା ବିୟୋରର ପୁତ୍ର ବିଲିୟମର ବାର୍ତ୍ତା।
ଏହା ସେହି ମନୁଷ୍ୟର ବାର୍ତ୍ତା ଯିଏ ସ୍ପଷ୍ଟ ଭାବରେ ଦେଖେ।
16 ଏହା ହେଉଛି ଜଣେ ବ୍ୟକ୍ତିର ବାର୍ତ୍ତା ଯିଏ ପରମେଶ୍ୱରଙ୍କଠାରୁ ଶୁଣେ।
ସେ ଯିଏ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ବୁଝେ।
ସେହି ଜଣେ ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଦର୍ଶନ ପାଇଅଛି।
ସେ ହେଉଛି ଜଣେ, ଯିଏ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଭୂମିରେ ପ୍ରଣାମ କରେ, କିନ୍ତୁ ତା’ର ଆଖିଗୁଡ଼ିକ ଖୋଲିଥାଏ।
17 “ମୁଁ ସଦାପ୍ରଭୁଙ୍କୁ ଆସୁଥିବା ଦେଖିଲି, କିନ୍ତୁ ବର୍ତ୍ତମାନ ନୁହେଁ।
ମୁଁ ତାଙ୍କର ଦର୍ଶନ ପାଉଅଛି, କିନ୍ତୁ ସେ ନିକଟବର୍ତ୍ତୀ ନୁହନ୍ତି।
ଯାକୁବଠାରୁ ଏକ ତାରା ଉଦିତ ହେବ
ଓ ଇସ୍ରାଏଲଠାରୁ ଏକ ରାଜଦଣ୍ତ ଉତ୍ଥିତ ହେବ।
ମୋୟାବର ପାର୍ଶ୍ୱ ଭେଦ କରିବ
ଓ କଳହର ସମସ୍ତ ପରିବାରବର୍ଗକୁ ଚୂର୍ଣ୍ଣ କରିବ।
18 ଇସ୍ରାଏଲ ଶକ୍ତିଶାଳୀ ହେବ।
ସେ ଇଦୋମ ଅଧିକାର କରିବ।
ଶତ୍ରୁରାଜ୍ୟ ସେୟୀର ମଧ୍ୟ ଅଧିକାର କରିବ।
19 “ଯାବୁକ ପରିବାରବର୍ଗରୁ ଏକ ନୂତନ ରାଜା ଆସିବେ।
ସେ ସେହି ଲୋକମାନଙ୍କୁ ବିନଷ୍ଟ କରିବେ, ଯେଉଁମାନେ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି।”
20 ଏହା ପରେ ସେ ଅମାଲେକ ପ୍ରତି ଦୃଷ୍ଟିକରି ଗୀତରେ କହିଲା,
“ଅମାଲେକ ନାନା ଦେଶୀୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା।
ମାତ୍ର ତାହା ମଧ୍ୟ ବିନଷ୍ଟ ହେବ।”
21 ତହୁଁ ସେ କେନୀୟମାନଙ୍କ ଆଡ଼କୁ ମୁହଁ କରି କହିଲା,
“ତୁମ୍ଭେ ଭାବୁଛ, ତୁମ୍ଭର ଦେଶ ଅତି ଦୃଢ଼
ଓ ତୁମ୍ଭର ଗୃହଗୁଡ଼ିକ ପଥୁରିଆ ଜାଗାର ଶୀର୍ଷରେ ଥିବା ପକ୍ଷୀବସା ପରି।
22 କିନ୍ତୁ କେନୀୟମାନେ କ୍ଷୟପ୍ରାପ୍ତ ହେବେ।
ଅଶୂର ତୁମ୍ଭକୁ ବନ୍ଦୀ କରି ନେଇଯିବ।”
23 ତା’ପରେ ବିଲିୟମ କହିଲା,
“ଯେତେବେଳେ ପରମେଶ୍ୱର ଏହା କରନ୍ତି, ସେତେବେଳେ କିଏ ବଞ୍ଚିବ?
24 ମାତ୍ର କୀତ୍ତୀମ-ତୀରରୁ ଜାହାଜମାନ ଆସିବ
ଓ ସେମାନେ ଅଶୂରକୁ ଓ ଏବରକୁ ପରାସ୍ତ କରିବେ।
କିନ୍ତୁ ଏହି ଜାହାଜଗୁଡ଼ିକ ମଧ୍ୟ ଧ୍ୱଂସ ହେବେ।”
25 ତା’ପରେ ବିଲିୟମ ଉଠିଲା ଏବଂ ଗୃହକୁ ଫେରିଗଲା ଓ ବାଲାକ୍ ମଧ୍ୟ ନିଜ ବାଟରେ ଗ୍ଭଲିଗଲା।
ଆମକୁ ଭବିଷ୍ୟତରେ ମହିମା ମିଳିବ
18 ଆମ୍ଭେ ଦୁଃଖ ଭୋଗ କରୁଛୁ। କିନ୍ତୁ ଯେଉଁ ଗୌରବ ଆମ୍ଭକୁ ଭବିଷ୍ୟତରେ ମିଳିବ ତା ତୁଳନାରେ ଆମ୍ଭର ବର୍ତ୍ତମାନର ଦୁଃଖ କିଛି ନୁହେଁ। 19 ପରମେଶ୍ୱର ଯାହାକିଛି ସୃଷ୍ଟି କରିଛନ୍ତି, ସେହିସବୁ ବଡ଼ ଆଶାରେ ସେହି ସମୟକୁ ଅପେକ୍ଷା କରିଚନ୍ତି ଯେ କେତେବେଳେ ପରମେଶ୍ୱର ସଂସାରକୁ ଜଣାଇ ଦେବେ ଯେ, କେଉଁମାନେ ତାହାଙ୍କର ସନ୍ତାନ ଅଟନ୍ତି। ସମଗ୍ର ସଂସାର ଏହି ଘଟଣା ଘଟିବା ପାଇଁ ଗ୍ଭହିଁ ରହିଛି। 20 ପରମେଶ୍ୱର ଯାହାକିଛି ସୃଷ୍ଟି କରିଥିଲେ ତାହା ଅସାର ହୋଇଗଲା। ଏହା ସଂସାରର ପସନ୍ଦ ନ ଥିଲା, କିନ୍ତୁ ପରମେଶ୍ୱର ଏହା କରିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ଏହି ଭରଷା ଥିଲା: 21 ଯେପରି ପରମେଶ୍ୱର ସୃଷ୍ଟି କରିଥିବା ପ୍ରତ୍ୟେକ ବସ୍ତୁ ବିନାଶରୁ ମୁକ୍ତ ହେବ। ଏହି ଭରସା ଥିଲା ଯେ ପରମେଶ୍ୱରଙ୍କ ସନ୍ତାନମାନଙ୍କ ପାଇଁ ଯାହାକିଛି ନିର୍ମିତ ହୋଇଛି ସେଗୁଡ଼ିକ ସେହି ସ୍ୱଚ୍ଛନ୍ଦ ଓ ମହିମାର ଭାଗୀ ହେବେ।
22 ଆମ୍ଭେ ଯାଣୁ ଯେ ପରମେଶ୍ୱରଙ୍କ ନିର୍ମିତ ପ୍ରତ୍ୟେକ ବିଷୟ, ଏବେ ସୁଦ୍ଧା ସନ୍ତାନକୁ ଜନ୍ମ ଦେବା ପ୍ରସବ ବେଦନା ସହିତ ପ୍ରତୀକ୍ଷାରତ ସ୍ତ୍ରୀଲୋକ ଭଳି ଅପେକ୍ଷାରେ ଅଛି। 23 କେବଳ ଜଗତ ନୁହେଁ, ଆମ୍ଭେ ମଧ୍ୟ ସେହିପରି ବେଦନାପୂର୍ବକ ଅପେକ୍ଷାରେ ଅଛୁ। ପରମେଶ୍ୱରଙ୍କର ପ୍ରତିଜ୍ଞାର ପ୍ରଥମ ଫଳ ସ୍ୱରୂପ ଆମ୍ଭେ ଆତ୍ମାକୁ ପାଇଲୁ। ସେଥିପାଇଁ ଆମ୍ଭେ ଅପେକ୍ଷା କରିଛୁ ଯେ, ପରମେଶ୍ୱର ଆମ୍ଭକୁ ତାହାଙ୍କର ନିଜ ସନ୍ତାନ ଭାବେ ସୃଷ୍ଟି କରିବା କାମ ସମାପ୍ତ କରନ୍ତୁ। ଅର୍ଥାତ ଆମ୍ଭେମାନେ ଶରୀରଗୁଡ଼ିକ ମୁକ୍ତି ପାଇଁ ଅପେକ୍ଷା କରିଛୁ। 24 ଆମ୍ଭେ ପରିତ୍ରାଣ ପାଇଥିଲୁ ଓ ଆମ୍ଭର ଏହି ଭରଷା ଅଛି। ଯାହା ପାଇଁ ଆମ୍ଭେ ଭରଷା କରିଛୁ ଯଦି ଆମ୍ଭେ ତାହାକୁ ଦେଖି ପାରୁ, ତା’ହେଲେ ତାହା ପ୍ରକୃତରେ ଭରସା ନୁହେଁ। ମଣିଷ, ଯାହା ତା’ ପାଖରେ ଏବେ ଅଛି, ସେ ଗୁଡ଼ିକ ପାଇଁ ଭରସା କରେ ନାହିଁ। 25 କିନ୍ତୁ ଯାହା ଆମ୍ଭ ପାଖରେ ଏବେ ସୁଦ୍ଧା ନାହିଁ ତା’ ପାଇଁ ଆମ୍ଭେ ଭରସାରେ ଅଛୁ। ଆମ୍ଭେ ଏହା ପାଇଁ ଧୈର୍ଯ୍ୟପୁର୍ବକ ଅପେକ୍ଷା କରି ରହିଛୁ।
କେତେକ ସାଦ୍ଦୂକୀ ଯୀଶୁଙ୍କୁ ଫାନ୍ଦରେ ପକେଇବା ପାଇଁ ଚେଷ୍ଟା(A)
23 ସେହି ଦିନ କେତେକ ସାଦ୍ଦୂକୀ [a] ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି, ଯେ ଲୋକେ ମୃତ୍ୟୁରୁ ପୁନର୍ଜୀବିତ ହୁଅନ୍ତି ନାହିଁ। ସାଦ୍ଦୂକୀମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ। 24 ସେମାନେ କହିଲେ, “ହେ ଗୁରୁ, ମୋଶା ଆମ୍ଭକୁ କହିଛନ୍ତି ଯଦି କୌଣସି ଲୋକ ସନ୍ତାନ ନ ଥାଇ ମରିଯାଏ, ତେବେ ତା’ର ଭାଇ ତା’ର ସ୍ତ୍ରୀକୁ ନିଶ୍ଚୟ ବିବାହ କରିବ, ଅତଏବ ନିଜ ମୃତ ଭାଇ ପାଇଁ ସେମାନେ ସନ୍ତାନ ଜନ୍ମ କରିବେ। 25 ଆମ୍ଭ ଭିତରେ ସାତ ଭାଇ ଥିଲେ। ପ୍ରଥମ ଜଣକ ବିବାହ କରିଥିଲା। କିନ୍ତୁ ପରେ ମରିଗଲା। ତା’ର କୌଣସି ସନ୍ତାନ ନ ଥିଲେ। ତେଣୁ ତା’ର ଭାଇ ସେହି ସ୍ତ୍ରୀଲୋକଟିକୁ ବିବାହ କଲା। 26 ଦ୍ୱିତୀୟ ଭାଇଟି ମଧ୍ୟ ମରିଗଲା। ଏହା ପରେ ତୃତୀୟ ଭାଇ ଓ ଅନ୍ୟ ସବୁ ଭାଇଙ୍କର ସେହି ଅବସ୍ଥା ହେଲା। 27 ଶେଷରେ ସେ ସ୍ତ୍ରୀଲୋକଟି ମଧ୍ୟ ମରିଗଲା। 28 କିନ୍ତୁ ସମସ୍ତ ସାତ ଭାଇ ତାହାକୁ ବିବାହ କରିଥିଲେ। ତେବେ କୁହନ୍ତୁ, ପୁନରୁତ୍ଥାନ ପରେ ସେ କାହାର ସ୍ତ୍ରୀ ହେବ?”
29 ଯୀଶୁ କହିଲେ, “ଏ କଥା ତୁମ୍ଭେ ବୁଝିପାରୁନ। କାରଣ ଶାସ୍ତ୍ର କ’ଣ କୁହେ ଜାଣ ନାହିଁ। ଏବଂ ପରମେଶ୍ୱରଙ୍କ ଶକ୍ତି ବିଷୟରେ ତୁମ୍ଭେମାନେ କିଛି ଜାଣି ନାହଁ। 30 ତୁମ୍ଭର ବୁଝି ରଖିବା ଉଚିତ୍ ଯେ, ଯେତେବେଳେ ଲୋକମାନେ ମୃତ୍ୟୁରୁ ବଞ୍ଚି ଉଠିବେ, ସେତେବେଳେ କୌଣସି ବିବାହ ହେବ ନାହିଁ। ପୁନର୍ଜୀବନ ଲାଭ କରିବା ପରେ ଲୋକମାନେ କେହି କାହାକୁ ବାହା ହେବେନି। ସେମାନେ ସ୍ୱର୍ଗରେ ସମସ୍ତେ ସ୍ୱର୍ଗଦୂତମାନଙ୍କ ଭଳି ହେବେ। 31 ମୃତର ପୁନରୁତ୍ଥାନ ବିଷୟରେ ପରମେଶ୍ୱର ତୁମ୍ଭକୁ କ’ଣ କହିଛନ୍ତି, ତାହା କ’ଣ ତୁମ୍ଭେ ପଢ଼ି ନାହଁ? 32 ପରମେଶ୍ୱର କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇସ୍ହାକଙ୍କ ପରମେଶ୍ୱର ଓ ଯାକୁବଙ୍କ [b] ପରମେଶ୍ୱର ଅଟେ।’ [c] ଯଦି ନିଜେ ପରମେଶ୍ୱର କହିଛନ୍ତି ଯେ ସେ ସେମାନଙ୍କର ପରମେଶ୍ୱର, ତେବେ ସେମାନେ ବାସ୍ତବରେ ମୃତ ନୁହନ୍ତି। କାରଣ ପରମେଶ୍ୱର ମୃତ ଲୋକମାନଙ୍କର ପରମେଶ୍ୱର ନୁହନ୍ତି, କିନ୍ତୁ ଜୀବିତ ମାନଙ୍କର ଅଟନ୍ତି।”
33 ଲୋକମାନେ ଯୀଶୁଙ୍କ ଉପଦେଶ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ।
କେଉଁ ଆଜ୍ଞା ସବୁଠାରୁ ବଡ଼(B)
34 ଫାରୂଶୀମାନେ ଶୁଣିଲେ ଯେ ଯୀଶୁଙ୍କ ଉତ୍ତରରେ ସାଦ୍ଦୂକୀମାନେ ଚୁପ୍ ହୋଇଗଲେ। ତା’ପରେ ସେମାନେ ସମସ୍ତେ ଏକାଠି ହେଲେ। 35 ଜଣେ ଫାରୂଶୀ ମୋଶାଙ୍କ ବ୍ୟବସ୍ଥା ବିଷୟରେ ଦକ୍ଷ ଥିଲା। ସେ ଯୀଶୁଙ୍କୁ ପରୀକ୍ଷାରେ ପକାଇବା ପାଇଁ ମନସ୍ଥ କରି ତାହାଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲା। 36 ସେ କହିଲା, “ହେ ଗୁରୁ, ମୋଶାଙ୍କ ବ୍ୟବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?”
37 ଯୀଶୁ କହିଲେ, “ତୁମ୍ଭେ ସମ୍ପୂର୍ଣ୍ଣ ହୃଦୟ, ସମ୍ପୂର୍ଣ୍ଣ ଆତ୍ମା ଓ ସମ୍ପୂର୍ଣ୍ଣ ମନ ଦେଇ ପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରେମ କରିବ।’ [d] 38 ଏହା ପ୍ରଥମ ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶ। 39 ଦ୍ୱିତୀୟ ‘ଆଦେଶଟି ମଧ୍ୟ ପ୍ରଥମ ଆଦେଶ ଭଳି। ତାହା ହେଉଛି: ‘ତୁମ୍ଭେ ନିଜକୁ ଯେପରି ଭଲ ପାଅ, ଅନ୍ୟକୁ ମଧ୍ୟ ସେହିପରି ଭଲ ପାଅ।’ [e] 40 ସମସ୍ତ ବ୍ୟବସ୍ଥା ଓ ଭବିଷ୍ୟଦ୍ବକ୍ତାମାନଙ୍କର ଲେଖାଗୁଡ଼ିକ ଏହି ଦୁଇଟି ଆଦେଶ ଉପରେ ଆଧାରିତ।”
2010 by World Bible Translation Center