Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 95

95 ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
    ଆମ୍ଭମାନଙ୍କ “ପରିତ୍ରାଣର ଶୈଳ” ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରିବା,
    ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି।
ଆସ, ଆମ୍ଭେ ଧନ୍ୟବାଦ ସହ ତାଙ୍କ ସମ୍ମୁଖକୁ ଆସିବା
    ଏବଂ ତାଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
କାରଣ ସଦାପ୍ରଭୁ ହେଉଛନ୍ତି, ମହାନ ପରମେଶ୍ୱର।
    ସେ ସକଳ “ଦେବତାଗଣଙ୍କ” ଉପରେ ଶାସନ କରନ୍ତି।
ପୃଥିବୀର ଗଭୀର ସ୍ଥାନସବୁ ଓ ଉଚ୍ଚ ପର୍ବତଗଣ ମଧ୍ୟ ସଦାପ୍ରଭୁଙ୍କର।
ସକଳ ସମୁଦ୍ର ତାଙ୍କର, ସେ ସେଗୁଡ଼ିକ ସୃଷ୍ଟି କରିଛନ୍ତି।
    ଏବଂ ସ୍ଥଳଭାଗଗୁଡ଼ିକ ମଧ୍ୟ ପରମେଶ୍ୱର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି।
ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବ!
    ଆସ, ସେହି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।
ସେ ହେଉଛନ୍ତି ଆମ୍ଭର ପରମେଶ୍ୱର,
    ଏବଂ ଆମ୍ଭେ ତାଙ୍କର ସନ୍ତାନଗଣ।
    ଆଜି ଆମ୍ଭେ ତାଙ୍କର ମେଷ ତୁଲ୍ୟ, ସିଏ ତାଙ୍କ ନିଜର ତୃଣଭୂମିକୁ ଯତ୍ନ ନିଅନ୍ତି।

    ପରମେଶ୍ୱର କହନ୍ତି, “ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି
    ଜି‌ଦ୍‌ଖୋର ହୁଅ ନାହିଁ।
ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର ପରୀକ୍ଷା ପାଇଁ ଆହ୍ୱାନ କଲେ।
    ସେମାନେ ଜାଣି ପାରିଥିଲେ ଯେ ଆମ୍ଭେ କ’ଣ କରିପାରୁ।
10 ଆମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ସେହି ବଂଶପ୍ରତି ବିରକ୍ତ ହୋଇଥିଲୁ,
    ଆମ୍ଭେ କହିଲୁ ଯେ, ‘ସେମାନେ ଆମ୍ଭ ପ୍ରତି ବିଶ୍ୱାସୀ ନୁହନ୍ତି।
    ସେମାନେ ଆମ୍ଭର ନିୟମକୁ ମାନିବା ପାଇଁ ମନା କରି ଦେଲେ।’
11 ତେଣୁ ଆମ୍ଭେ ତାଙ୍କ ଉପରେ କ୍ରୋଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ,
    ‘ସେମାନେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରି ପାରିବେ ନାହିଁ।’”

ଗୀତସଂହିତା 69

ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ ଦାଉଦଙ୍କର ଗୀତ।

69 ହେ ପରମେଶ୍ୱର, ମୋତେ ମୋର ସମସ୍ତ ବିପଦରୁ ବଞ୍ଚାଅ।
    ମୋର ପ୍ରାଣ ପର୍ଯ୍ୟନ୍ତ ଜଳରାଶି ମାଡ଼ି ଯାଇଛି।
ଯେଉଁଠାରେ ମୁଁ ଠିଆ ହୋଇ ପାରିବି ଏପରି କୌଣସି ବସ୍ତୁ ନାହିଁ।
    ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି।
ମୁଁ ଅଗାଧ ଜଳରେ ଅଛି ଓ ମୋର ଚତୁର୍ପାର୍ଶ୍ୱରେ ଲହଡ଼ି ଭାଙ୍ଗୁଛି।
    କେବଳ ମୁଁ ବୁଡ଼ିଯିବା ଉପରେ।
ସାହାଯ୍ୟ ପାଇଁ ଡାକି ଡାକି ମୁଁ ଦୁର୍ବଳ ହେବାକୁ ଯାଉଛି।
    ମୋର କଣ୍ଠ ଯନ୍ତ୍ରଣା ହେଉଛି।
ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଗ୍ଭହିଁଛି।
    ଏବଂ ଗ୍ଭହିଁ ଗ୍ଭହିଁ ମୋର ଆଖିଦ୍ୱୟ ଯନ୍ତ୍ରଣା କରୁଛି।
ମୋର ଶତ୍ରୁମାନେ, ମୋର ମୁଣ୍ଡବାଳଠାରୁ ଅଧିକ।
    ସେମାନେ ବୃଥାରେ ମୋ’ ସହିତ ଶତ୍ରୁତା କରନ୍ତି।
    ସେମାନେ ମୋର ବିନାଶର କାମନା ବହୁତ କରୁଛନ୍ତି।
ମୋର ଅନେକ ଶତ୍ରୁଗଣ ମୋ’ ବିଷୟରେ ମିଛ କଥା କହନ୍ତି।
    ସେମାନେ ମିଛରେ ମୋତେ ଗ୍ଭେର କହିଲେ
    ଏବଂ ସେହି ବସ୍ତୁଗୁଡ଼ିକ ମୋତେ ଦେବାକୁ କହିଲେ, ଯାହା ମୁଁ ଗ୍ଭେରି କରି ନାହିଁ।
ହେ ପରମେଶ୍ୱର, ମୋର ମୂର୍ଖାମୀ ପାପଗୁଡ଼ିକ ତୁମ୍ଭେ ଜାଣ।
    ମୁଁ ମୋର ପାପଗୁଡ଼ିକ ତୁମ୍ଭଠାରେ ଲୁଗ୍ଭଇ ପାରିବି ନାହିଁ।
ହେ ମୋର ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ଯେଉଁମାନେ ତୁମ୍ଭ ନିକଟରେ ଆଶା ରଖନ୍ତି, ସେମାନଙ୍କୁ ମୋ’ ପାଇଁ ଲଜ୍ଜିତ ହେବାକୁ ଅନୁମତି ଦିଅ ନାହିଁ।
    ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଉପାସକମାନେ ମୋ’ ପାଇଁ ଅପମାନିତ ନ ହୁଅନ୍ତୁ।
ମୋର ମୁହଁ ଲଜ୍ଜାରେ ନଇଁ ପଡ଼ୁଛି।
    ମୁଁ ଏହି ଲଜ୍ଜା ପାଇଁ ତୁମ୍ଭ ନିକଟରେ ସହ୍ୟ କରିଛି।
ମୋ’ ନିଜ ଭାଇମାନେ ମୋ’ ସହିତ ଅଚିହ୍ନା ଲୋକ ପରି ବ୍ୟବହାର କଲେ।
    ମୋର ମାଙ୍କର ପୁଅମାନେ ମୋତେ ବିଦେଶୀ ପରି ବ୍ୟବହାର କଲେ।
ମୋର ମତରେ ତୁମ୍ଭ ମନ୍ଦିର ପାଇଁ ମୁଁ ଧ୍ୱଂସ ହୋଇଛି।
    ଯେଉଁମାନେ ତୁମ୍ଭର ଉପହାସ କରନ୍ତି ତାହା ମୋତେ ବାଧେ।
10 ମୁଁ କାନ୍ଦେ ଏବଂ ଉପବାସ କରେ,
    ଏଥିପାଇଁ ଲୋକମାନେ ମୋର ଉପହାସ କରନ୍ତି।
11 ମୁଁ ଶୋକରେ ଚଟବସ୍ତ୍ର ପରିଧାନ କରେ
    ଏବଂ ଲୋକମାନେ ମୋତେ ପରିହାସ କରନ୍ତି।
12 ସେମାନେ, ସର୍ବସାଧାରଣ ସ୍ଥାନରେ ମୋର ଚର୍ଚ୍ଚା କରୁଛନ୍ତି
    ଏବଂ ମଦୁଆମାନେ ମୋ’ ବିଷୟରେ ତାଚ୍ଛଲ୍ୟଭରା ଗୀତ ଗାଉଛନ୍ତି।
13 ହେ ସଦାପ୍ରଭୁ, ମୋ’ ଜାଣିବାରେ ମୁଁ ପ୍ରାର୍ଥନା କରେ
    ତୁମ୍ଭେ ମୋତେ ଗ୍ରହଣ କରିନିଅ।
ହେ ପରମେଶ୍ୱର, ମୁଁ ଆଶାକରେ ତୁମ୍ଭେ ମୋତେ ତୁମ୍ଭର ପରିତ୍ରାଣର ସତ୍ୟତା ଅନୁସାରେ ଉତ୍ତର ଦିଅ।
    ମୁଁ ଜାଣେ, ପରିତ୍ରାଣ ପାଇଁ ମୁଁ ତୁମ୍ଭଠାରେ ଭରସା କରି ପାରିବି।
14 ମୋତେ ପଙ୍କ ସ୍ଥାନରୁ ବଞ୍ଚାଅ।
    ମୋତେ ପଙ୍କ ମଧ୍ୟରେ ବୁଡ଼ିବାକୁ ଦିଅ ନାହିଁ।
ଯେଉଁମାନେ ମୋତେ ଘୃଣା କରନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
    ମୋତେ ଏହି ଗଭୀର ପାଣିରୁ ବଞ୍ଚାଅ।
15 ବନ୍ୟା ଲହରୀ ମୋତେ ଯେମିତି ବୁଡ଼ାଇ ନ ଦେଉ।
    ଗଭୀର ସମୁଦ୍ର ମୋତେ ଗ୍ରାସ ନ କରୁ।
    କବର ମୋତେ ଗିଳି ନ ଦେଉ।
16 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ।
    ତେଣୁ ମୋତେ ଉତ୍ତର ଦିଅ।
    ମୋର ସହାୟତା ପାଇଁ କୃପାସହକାରେ ମୋତେ ଗ୍ଭହଁ।
17 ତୁମ୍ଭର ଦାସପ୍ରତି ମୁହଁ ଫେରାଅ ନାହିଁ।
    ମୁଁ ବିପଦରେ ପଡ଼ିଛି, ମୋତେ ଶୀଘ୍ର ଉତ୍ତର ଦିଅ।
18 ଆସ ମୋର ପ୍ରାଣ ରକ୍ଷା କର,
    ଆସ ଓ ମୋର ଶତ୍ରୁମାନଙ୍କଠାରୁ ମୋତେ ବଞ୍ଚାଅ।
19 ତୁମ୍ଭେ ଜାଣ ମୋର ଶତ୍ରୁମାନେ ମୋତେ ନିନ୍ଦା
    ଓ ଅପମାନିତ କରିଛନ୍ତି।
    ସେମାନେ ମୋ’ ସହିତ ଏହା କରିବାର ତୁମ୍ଭେ ଦେଖିଛ।
20 ଲଜ୍ଜା ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଛି।
    କାରଣ ଲଜ୍ଜା ଯୋଗୁଁ ମୁଁ ମୃତ୍ୟୁବରଣ କରିବା ଉପରେ, ମୁଁ ସହାନୁଭୂତି ପାଇଁ ଡାକିଲି,
କେହି ସହାନୁଭୂତି ଦେଖାଇଲେ ନାହିଁ।
    ମୁଁ ଲୋକମାନଙ୍କୁ ଖୋଜିଲି,
କିନ୍ତୁ ଯେଉଁମାନେ ମୋତେ ସାନ୍ତ୍ୱନା ଦେଇ ପାରିବେ,
    କେହି ସହାନୁଭୂତି ଦେଖାଇଲେ ନାହିଁ।
21 ସେମାନେ ମୋତେ ଖାଦ୍ୟ ବଦଳରେ ତୁଷ
    ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଳରସ ଦେଲେ।
22 ସେମାନଙ୍କର ମେଜ ଖାଦ୍ୟରେ ପୂର୍ଣ୍ଣ ଥିଲା।
    ସେମାନେ ଏମିତି ସହଭାଗିତାର ଖାଦ୍ୟ ଖାଉଥିଲେ ଯେ, ମୁଁ ଆଶଙ୍କା କଲି ସେହି ଖାଦ୍ୟ ସେମାନଙ୍କୁ ନଷ୍ଟ କରିବ।
23 ସେମାନେ ଅନ୍ଧ ହୁଅନ୍ତୁ।
    ସେମାନଙ୍କ ଅଣ୍ଟା ନଇଁ ଯାଉ।
24 ସେମାନଙ୍କ ଉପରେ ତୁମ୍ଭର ବଡ଼ କ୍ରୋଧ ଢାଳି ଦିଅ।
    ତୁମ୍ଭର କ୍ରୋଧ ସେମାନଙ୍କୁ ଗ୍ରାସ କରୁ।
25 ସେମାନଙ୍କର ଗୃହଗୁଡ଼ିକୁ ଶୂନ୍ୟ କର।
    କେହି ଜୀବିତ ନ ରୁହନ୍ତୁ।
26 ତୁମ୍ଭେ ଆଘାତ କରିଥିବା ଲୋକମାନଙ୍କୁ, ସେମାନେ ଯାତନା ଦିଅନ୍ତି।
    ସେମାନେ ଯନ୍ତ୍ରଣା ବିଷୟରେ କଥାବାର୍ତ୍ତା ହୁଅନ୍ତି, ଯେଉଁମାନଙ୍କୁ ତୁମ୍ଭେ କ୍ଷତାକ୍ତ କରିଅଛ।
27 ସେମାନେ କରିଥିବା ମନ୍ଦକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡ ଦିଅ।
    ତୁମ୍ଭର ଦୟା ପରାୟଣତା ତାଙ୍କୁ ଦେଖାଅ ନାହିଁ।
28 ଜୀବନ-ପୁସ୍ତକରୁ ସେମାନଙ୍କର ନାମ ପୋଛି ଦିଅ
    ଓ ସେମାନଙ୍କ ନାମ ଧାର୍ମିକମାନଙ୍କ ସହିତ ଲେଖ ନାହିଁ।
29 ମୁଁ ଦୁଃଖୀ ଓ ଶୋକାକୁଳ ଅଟେ।
    ହେ ପରମେଶ୍ୱର, ମୋତେ ଉଦ୍ଧାର କର।
    ମୋତେ ରକ୍ଷା କର।
30 ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା ଗାନ କରିବି
    ଓ ଧନ୍ୟବାଦ ସହ ତାଙ୍କର ଗୌରବ ଗାନ କରିବି।
31 ସଦାପ୍ରଭୁ ଏଥିରେ ପ୍ରସନ୍ନ ହେବେ।
    ଏକ ଶିଙ୍ଗ ଓ ଖୁରା ସହିତ ଷଣ୍ଢ କିଅବା ପଶୁ ବଳି ଦେବା ଅପେକ୍ଷା ଏହା ଅଧିକ ଉତ୍ତମ ଅଟେ।
32 ହେ ଗରିବ ଲୋକମାନେ, କିଏ ପରମେଶ୍ୱରଙ୍କ ଆରାଧନା କରିବା ପାଇଁ ଆସିଅଛି,
    ତୁମ୍ଭେ ଏହି କଥା ଜାଣିବା ପାଇଁ ଆନନ୍ଦିତ ହୋଇଯିବ।
33 ସଦାପ୍ରଭୁ ଅସହାୟମାନଙ୍କର ଗୁହାରି ଶୁଣନ୍ତି।
    ସେ ତାଙ୍କର ବନ୍ଦୀଥିବା ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।
34 ଆକାଶ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ଜଙ୍ଗମ
    ତାଙ୍କର ପ୍ରଶଂସା କରନ୍ତୁ।
35 ସଦାପ୍ରଭୁ ସିୟୋନକୁ ପରିତ୍ରାଣ କରିବେ
    ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ।
ତାଙ୍କର ଲୋକମାନେ ସେଠାରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହେବ।
36     ତାହାଙ୍କ ଦାସମାନଙ୍କ ବଂଶଧର ତାହା ଭୋଗ କରିବେ।
    ଆଉ ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ।

ଗୀତସଂହିତା 73

ତୃତୀୟ ପୁସ୍ତକ

(ଗୀତସଂହିତା 73-89)

ଆସଫର ପ୍ରଶଂସା ଜନିତ ପ୍ରାର୍ଥନା।

73 ପରମେଶ୍ୱର ସତରେ ଇସ୍ରାଏଲର ମଙ୍ଗଳକାରୀ।
    ଯେଉଁମାନଙ୍କର ହୃଦୟ ପବିତ୍ର ସେମାନଙ୍କ ନିମନ୍ତେ ପରମେଶ୍ୱର ମଙ୍ଗଳମୟ ଅଟନ୍ତି।
କିନ୍ତୁ ମୋ’ ଅନୁସାରେ, ମୋର ପାଦ ପ୍ରାୟ ଖସିଗଲା।
    ମୋର ବିଶ୍ୱାସ ପ୍ରାୟ ହରାଇଲି।
ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଈର୍ଷାପରାୟଣ ହୋଇଗଲି,
    ଯେତେବେଳେ ସେମାନେ କୃତକାର୍ଯ୍ୟ ହେଉଥିବାର ଦେଖିଲି।
ସେହି ଲୋକମାନଙ୍କୁ ସୁସ୍ଥ ହୋଇ ବଞ୍ଚିବାକୁ
    କୌଣସି ସଂଗ୍ରାମ କରିବାକୁ ପଡ଼ୁନାହିଁ।
ସେହି ଗର୍ବୀ ଲୋକମାନେ ଅନ୍ୟ ଲୋକଙ୍କ ପରି କୌଣସି କଷ୍ଟରେ ପଡ଼ନ୍ତି ନାହିଁ।
    ସେମାନେ ଅନ୍ୟ ମନୁଷ୍ୟମାନଙ୍କ ପରି ଦୁଃଖ ପାଆନ୍ତି ନାହିଁ।
ସେମାନେ ଗର୍ବକୁ ରାଜାର ହାରପରି ପରିଧାନ କରନ୍ତି
    ଏବଂ ଆକର୍ଷଣୀୟ ବସ୍ତ୍ର ପିନ୍ଧି ବାହାରକୁ ସୁନ୍ଦର ଦେଖାଯା’ନ୍ତି।
ସେମାନେ ଯାହା ଗ୍ଭହାନ୍ତି ତାହା କରନ୍ତି।
    ଯଦି ସେମାନେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସେମାନେ ତାକୁ ଯେକୌଣସି ପ୍ରକାରେ ହାସଲ କରିଥା’ନ୍ତି।
ସେମାନେ ଅନ୍ୟମାନଙ୍କୁ ଉପହାସ କରନ୍ତି ଓ ସେମାନଙ୍କ ବିରୁଦ୍ଧରେ କଥାଗୁଡ଼ିକ କହନ୍ତି।
    ସେମାନେ ଅହଂକାରୀ ଓ ଗର୍ବୀ ଅଟନ୍ତି।
    ସେମାନେ ଧମକ ଦିଅନ୍ତି ଯେ, ଅନ୍ୟମାନଙ୍କର ଉପକାରୀତାକୁ ଉତ୍ପୀଡ଼ନ କରିବେ।
ସେହି ଗର୍ବୀ ଲୋକମାନେ ନିଜକୁ ଦେବତା ବୋଲି ଭାବନ୍ତି।
    ସେମାନେ ଭାବନ୍ତି ସେମାନେ ହେଉଛନ୍ତି ଏହି ଭୂଖଣ୍ଡର ଅଧିପତି।
10 ଏପରିକି ଧାର୍ମିକ ଲୋକମାନେ ସେମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି,
    ସେମାନେ ଯାହା କୁହନ୍ତି ଏମାନେ ତାହା ପାଳନ କରନ୍ତି।
11 ସେହି ଦୁଷ୍ଟ ଲୋକମାନେ କହନ୍ତି, “ପରମେଶ୍ୱର ଜାଣି ନାହାନ୍ତି ଆମ୍ଭେ ଯାହା କରୁଛୁ।
    ସର୍ବୋପରିସ୍ଥ ପରମେଶ୍ୱର ଏହା ଜାଣନ୍ତି ନାହିଁ!”

12 ତାହା ହେଉଛି, ଯାହାକି ଦୁଷ୍ଟମାନେ ଗ୍ଭହାନ୍ତି।
    ସେମାନଙ୍କ ପାଖରେ ଚିନ୍ତା ନାହିଁ, ଏବଂ ସେମାନେ ଧନୀରୁ ଅଧିକ ଧନୀ ହେଉଛନ୍ତି।
13 କାହିଁକି ମୁଁ ମୋର ହୃଦୟକୁ ପବିତ୍ର କରିଛି?
    କାହିଁକି ନିର୍ଦ୍ଦୋଷତାରେ ମୋର ହସ୍ତ ପ୍ରକ୍ଷାଳନ କରିଅଛି?
14 ପରମେଶ୍ୱର, ମୁଁ ଦିନଯାକ ଦୁଃଖ, କଷ୍ଟ ପାଉଅଛି।
    ପ୍ରତିଦିନ ପ୍ରଭାତରେ ତୁମ୍ଭେ ମୋତେ ଶାସ୍ତି ଦେଉଅଛ।

15 ହେ ପରମେଶ୍ୱର, ମୁଁ ଅନ୍ୟମାନଙ୍କୁ ଏ ବିଷୟରେ କହିବା ପାଇଁ ଗ୍ଭହିଁଥିଲି।
    କିନ୍ତୁ ମୁଁ ଜାଣିଥିଲି ଏହା ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ହୋଇଥା’ନ୍ତା।
16 ମୁଁ ଏହିକଥା ବୁଝିବାକୁ ବହୁତ ଚେଷ୍ଟା କଲି,
    କିନ୍ତୁ ଏହା ବୁଝିବା ମୋ’ ପାଇଁ ଅତି କଷ୍ଟକର ଥିଲା।
17 ଶେଷରେ, ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗଲି
    ଓ ସେମାନଙ୍କ ପ୍ରତି କ’ଣ ଘଟିବ ବୁଝି ପାରିଲି।
18 ହେ ପରମେଶ୍ୱର, ତୁମ୍ଭେ ନିଶ୍ଚିତରେ ସେହି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ।
    ତୁମ୍ଭେ ସେମାନଙ୍କୁ ଧ୍ୱଂସ ମୁଖକୁ ପେଲି ଦିଅ।
19 ହଠାତ୍ ସେମାନେ ଧ୍ୱଂସରେ ପଡ଼ିଯା’ନ୍ତି।
    ସେମାନେ ଭୟଙ୍କର ଘଟଣାରେ ଲୋପ ପାଇଲେ।
20 ହେ ସଦାପ୍ରଭୁ, ସେହି ଲୋକମାନେ ରାତ୍ରିର ସ୍ୱପ୍ନ ପରି,
    ଯାହାକୁ ଆମ୍ଭେ ଉଠିଲା ମାତ୍ରେ ଭୁଲିଯାଉ।
ତୁମ୍ଭେ ଏପରି ଲୋକଙ୍କୁ ସ୍ୱପ୍ନରେ ଦେଖିଥିବା
    ରାକ୍ଷସ ପରି ଅଦୃଶ୍ୟ କରିଦିଅ।

21-22 ମୁଁ ନିର୍ବୋଧ ଥିଲି,
    ମୁଁ ଧନୀ ଓ ଦୁଷ୍ଟ ଲୋକମାନଙ୍କ ବିଷୟରେ ଚିନ୍ତା କରି ବ୍ୟାକୁଳିତ ହେଲି।
ପରମେଶ୍ୱର ମୁଁ ତୁମ୍ଭ ଉପରେ ରାଗି
    ନିର୍ବୋଧ ପଶୁ ପରି ବ୍ୟବହାର କରିଅଛି।
23 ମୁଁ ସର୍ବଦା ତୁମ୍ଭ ପାଖରେ ଅଛି।
    ହେ ପରମେଶ୍ୱର, ତୁମ୍ଭେ ମୋର ଦକ୍ଷିଣ ହସ୍ତ ଧରି ସାହାରା ଦେଇଅଛ।
24 ହେ ପରମେଶ୍ୱର, ତୁମ୍ଭେ ମୋତେ ଆଗେଇ ନେଇଅଛ।
    ତୁମ୍ଭେ ମୋତେ ସୁନ୍ଦର ଉପଦେଶ ଦେଇଅଛ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ।
25 ହେ ପରମେଶ୍ୱର, ସ୍ୱର୍ଗରେ ତୁମ୍ଭ ବିନା ମୋର ଆଉ କେହି ନାହିଁ, କାରଣ ତୁମ୍ଭେ ମୋ’ ପାଖରେ ଅଛ।
    ଏହି ଭୂମଣ୍ଡଳରେ ମୁଁ କିଛି ଇଚ୍ଛା କରୁ ନାହିଁ।
26 ମୋର ମନ ଏବଂ ଶରୀର ଦୁର୍ବଳ ହୁଏ,
    କିନ୍ତୁ ପରମେଶ୍ୱର ଅନନ୍ତକାଳ ମୋ’ ହୃଦୟକୁ
    ଓ ମୋତେ ସ୍ଥାୟୀତ୍ୱ ଦିଅନ୍ତି।
27 ହେ ପରମେଶ୍ୱର, ଯେ ତୁମ୍ଭକୁ ଛାଡ଼ିବ ସେ ବିନଷ୍ଟ ହେବ।
    ତୁମ୍ଭେ ସେହି ଲୋକମାନଙ୍କୁ ଧ୍ୱଂସ କର ଯେଉଁମାନେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
28 ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋର ମଙ୍ଗଳ।
    ସଦାପ୍ରଭୁ ମୋର ପ୍ରଭୁ, ହଁ ମୋର ସୁରକ୍ଷାର ଦୁର୍ଗ।
    ହେ ପରମେଶ୍ୱର ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି।

ଆଦିପୁସ୍ତକ 43:1-15

ଯାକୁବ ବିନ୍ୟାମୀନକୁ ମିଶରକୁ ଯିବାକୁ ଅନୁମତି ଦେଲେ

43 ଏହି ସମୟରେ ସେ ଦେଶରେ ଦୁର୍ଭିକ୍ଷ ଅତି ଭୟଙ୍କର ଥିଲା। ଯାକୁବଙ୍କର ପରିବାର ମିଶରରୁ ଆଣିଥିବା ସମସ୍ତ ଖାଦ୍ୟ ଦ୍ରବ୍ୟ ଖାଇ ଦେଲେ। ଯେତେବେଳେ ସେହି ଶସ୍ୟସବୁ ସରିଗଲା। ଯାକୁବ ତାଙ୍କର ପୁତ୍ରମାନଙ୍କୁ କହିଲେ, “ମିଶରକୁ ଯାଇ ଆମ୍ଭମାନଙ୍କ ପାଇଁ ଆଉ କିଛି ଶସ୍ୟ ଖାଇବା ପାଇଁ ଆଣ।”

କିନ୍ତୁ ଯିହୁଦା ଯାକୁବଙ୍କୁ କହିଲା, “ସେ ଦେଶର କର୍ତ୍ତା ଆମ୍ଭକୁ ସତର୍କ କରାଇ ଦେଇ କହିଥିଲେ, ‘ଯଦି ତୁମ୍ଭେ ତୁମ୍ଭର ଭାଇକୁ ମୋ’ ପାଖକୁ ନ ଆଣ, ତେବେ ତୁମ୍ଭ ସହିତ କଥାବାର୍ତ୍ତା ହେବ ନାହିଁ।’ ଯଦି ତୁମ୍ଭେ ବିନ୍ୟାମୀନକୁ ଆମ୍ଭ ସହିତ ପଠାଅ, ତେବେ ଆମ୍ଭେ ଯାଇ ଶସ୍ୟ କ୍ରୟ କରି ପାରିବୁ। ଯଦି ତୁମ୍ଭେ ବିନ୍ୟାମୀନଙ୍କୁ ଆମ୍ଭ ସହିତ ନ ପଠାଅ, ତେବେ ଆମ୍ଭେ ଆଉ ସେଠାକୁ ଯିବୁ ନାହିଁ। ସେ ଲୋକ ଆମ୍ଭକୁ ସତର୍କ କରାଇ ଦେଇଛି ଯେ ତୁମ୍ଭର ସାନ ଭାଇକୁ ନ ଆଣି ଏଠାକୁ ଆସିବ ନାହିଁ।”

ଯାକୁବ କହିଲେ, “ତୁମ୍ଭେମାନେ କାହିଁକି କହିଲ ଯେ ତୁମ୍ଭର ଆଉ ଏକ ଭାଇ ଅଛି ବୋଲି? ତୁମ୍ଭେମାନେ ମୋ’ ପାଇଁ ଏକ ଖରାପ କାର୍ଯ୍ୟ କାହିଁକି କଲ?”

ଭାଇମାନେ ଉତ୍ତର ଦେଲେ, “ସେ ଲୋକ ଆମ୍ଭମାନଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନ ପଗ୍ଭରିଲେ। ସେ ଆମ୍ଭ ବିଷୟରେ ଓ ଆମ୍ଭ ପରିବାର ବିଷୟରେ ସବୁ ଜାଣିବାକୁ ଗ୍ଭହିଁଲେ। ସେ ଆମ୍ଭମାନଙ୍କୁ ପଗ୍ଭରିଲେ, ‘ତୁମ୍ଭର ପିତା କ’ଣ ଏବେ ବି ଜୀବିତ? ତୁମ୍ଭର ଆଉ କୌଣସି ଭାଇ ଗୃହରେ ଅଛି କି?’ ଆମ୍ଭେ ଜାଣି ନ ଥିଲୁ ସେ ଆମ୍ଭକୁ କହିବ ଯେ ତୁମ୍ଭର ଭାଇକୁ ଏଠାକୁ ଆଣ।”

ଏହା ପରେ ଯିହୁଦା ତାଙ୍କର ପିତାଙ୍କୁ କହିଲା, “ବିନ୍ୟାମୀନକୁ ମୋ’ ସହିତ ଯିବାକୁ ଦିଅ। ମୁଁ ତା’ର ଯତ୍ନ ନେବି। ଆମ୍ଭମାନଙ୍କୁ ମିଶରକୁ ଯାଇ ଖାଦ୍ୟ ଆଣିବାକୁ ଅଛି। ଯଦି ଆମ୍ଭେ ନ ଯାଉ ତେବେ ଆମ୍ଭେ ସମସ୍ତେ ମରିବା, ଏପରିକି ଆମ୍ଭର ପିଲାମାନେ ମଧ୍ୟ ମରିବେ। ମୁଁ ତୁମ୍ଭକୁ ପ୍ରତିଶୃତି ଦେଉଛି ଯେ ସେ ନିରାପଦ ରହିବ। ମୁଁ ତା’ ପାଇଁ ଦାୟୀ ରହିବି। ଯଦି ମୁଁ ତାକୁ ତୁମ୍ଭ ନିକଟକୁ ଫେରାଇ ନ ଆଣେ, ତେବେ ତୁମ୍ଭେ ମୋତେ ଜୀବନ ସାରା ଦୋଷ ଦେବ। 10 ଯଦି ତୁମ୍ଭେ ଆମ୍ଭମାନଙ୍କୁ ଆଗରୁ ଯିବାକୁ ଦେଇଥା’ନ୍ତ, ଆମ୍ଭେ ସେଠାରେ ପହଞ୍ଚି ସାରି ଦୁଇଥର ଫେରି ଆସିଥାଆନ୍ତୁ।”

11 ଏହା ପରେ ତାଙ୍କର ପିତା ଇସ୍ରାଏଲ କହିଲେ, “ଯଦି ଏହା ସତ୍ୟ ତେବେ ବିନ୍ୟାମୀନକୁ ତୁମ୍ଭ ସହିତ ନେଇଯାଅ। କିନ୍ତୁ ତାଙ୍କର କର୍ତ୍ତାଙ୍କ ପାଇଁ କିଛି ଉପହାର ନେଇଯାଅ। ତାଙ୍କ ନିକଟକୁ କିଛି ମହୁ, ପେସ୍ତାବାଦାମ, ଗୁ‌‌ଗ୍‌‌ଗୁଳ ଓ ଗନ୍ଧରସ ନେଇ ଯାଅ। 12 ତୁମ୍ଭେମାନେ ଗତଥର ଯେତେ ଟଙ୍କା ନେଇଥିଲ ତା’ର ଦୁଇଗୁଣ ନିଅ। ଗତଥର ତୁମ୍ଭକୁ ଯେଉଁ ଟଙ୍କା ଫେରାଇ ଦେଇଥିଲେ ତାହା ବି ନେଇଯାଅ କାରଣ ସେ ଏହା ଭୁଲରେ ତୁମ୍ଭମାନଙ୍କୁ ଫେରାଇ ଦେଇଥିବେ। 13 ବିନ୍ୟାମୀନକୁ ନେଇ ତାଙ୍କ ପାଖକୁ ଯାଅ। 14 ମୁଁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବି, ସେ ରାଜ୍ୟପାଳଙ୍କୁ ଏପରି କରି ଦେବେ ଯେ, ସେ ତୁମ୍ଭଙ୍କୁ ଦୟା କରିବେ। ମୁଁ ପ୍ରାର୍ଥନା କରିବି ସେ ଶିମିୟୋନ ଓ ବିନ୍ୟାମୀନଙ୍କୁ ନିରାପଦରେ ଫେରାଇ ଦେବେ। ଯଦି ନ ଫେରାନ୍ତି, ତେବେ ମୋତେ ପୁଣି ପୁତ୍ର ପାଇଁ ଶୋକ କରିବାକୁ ପଡ଼ିବ।”

15 ତେଣୁ ଭାଇମାନେ ସେହି ଉପହାର ନେଇ ସେହି କର୍ତ୍ତାଙ୍କ ନିକଟକୁ ଗଲେ। ଏବଂ ସେମାନଙ୍କ ସହିତ ତାଙ୍କ ଟଙ୍କାର ଦୁଇଗୁଣ ନେଇଗଲେ। ଏଥର ତାଙ୍କ ସହିତ ବିନ୍ୟାମୀନ ମଧ୍ୟ ମିଶରକୁ ଗଲା। ସେମାନେ ଯେତେବେଳେ ସେଠାରେ ପହଞ୍ଚିଲେ, ସେମାନେ ଯୋଷେଫଙ୍କୁ ଦେଖିବାକୁ ଗଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:1-9

ବିବାହ ବିଷୟରେ

ଏବେ ମୁଁ ତୁମ୍ଭେମାନେ ଲେଖିଥିବା ବିଷୟ ଗୁଡ଼ିକରେ ଉତ୍ତର ଦେଉଛି। ପୁରୁଷ ପକ୍ଷେ ବିବାହ ନ କରିବା ଭଲ। କିନ୍ତୁ ଯୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରତ୍ୟେକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସେହିଭଳି ପ୍ରତ୍ୟେକ ସ୍ତ୍ରୀର ନିଜ ସ୍ୱାମୀ ଥିବା ଉଚିତ୍। ପତି ଆପଣାର ପତ୍ନୀକୁ ତାହାର ପ୍ରାପ୍ୟ ଦେବା ଉଚିତ୍। ପତ୍ନୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା’ର ଶରୀର ଉପରେ ତା’ ସ୍ୱାମୀର ଅଧିକାର ଅଛି। ସେହିଭଳି ସ୍ୱାମୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା’ର ଶରୀର ଉପରେ ତା’ର ସ୍ତ୍ରୀର ଅଧିକାର ଅଛି। ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁହେଁ ପ୍ରାର୍ଥନାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହୋଇ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା’ପରେ ପୁନର୍ବାର ଏକାଠି ହୁଅ, ଯଦ୍ଦ୍ୱାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନେଇ ତୁମ୍ଭମାନଙ୍କୁ ପ୍ରଲୋଭିତ କରି ପାରିବ ନାହିଁ। ମୋର ଏହା ଆଦେଶ ନୁହେଁ, ବରଂ କିଛି ସମୟ ପାଇଁ ପୃଥକ ରହିବାକୁ ଅନୁମତି ଦେଉଛି। ମୁଁ ଇଚ୍ଛା କରେ ଯେ, ସମସ୍ତେ ମୋ’ ଭଳି ରୁହନ୍ତୁ। କିନ୍ତୁ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କଠାରୁ ଏକ ବିଶେଷ ଅନୁଗ୍ରହ ମିଳିଛି। ଯଦି ଜଣକର ଗୋଟିଏ ପ୍ରକାର ଅନୁଗ୍ରହଦାନ ତା’ହେଲେ ଅନ୍ୟ ଜଣକ ନିମନ୍ତେ ଅନ୍ୟ ପ୍ରକାରର ଅନୁଗ୍ରହଦାନ ଅଛି।

ଏବେ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହୁଛି ଯେ, ଯଦି ସେମାନେ ମୋ’ ଭଳି ଏକାକୀ ରହି ପାରିବେ, ତା’ହେଲେ ଭଲ। କିନ୍ତୁ ଯଦି ସେମାନେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖି ପାରିବେ ନାହିଁ, ତା’ହେଲେ ସେମାନେ ବିବାହ କରିବା ଉଚିତ୍। କାରଣ କାମ ବାସନାର ଅଗ୍ନିରେ ପୋଡ଼ି ହେବା ଅପେକ୍ଷା ବିବାହ କରିବା ଉତ୍ତମ।

ମାର୍କ ଲିଖିତ ସୁସମାଗ୍ଭର 4:35-41

ଯୀଶୁ ଝଡ଼ ବନ୍ଦ କରିଦେଲେ(A)

35 ସେହି ଦିନ ସନ୍ଧ୍ୟାବେଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଗ୍ଭଲ, ଆର ପଟକୁ ଯିବା।” 36 ତେଣୁ ସେମାନେ ସବୁ ଲୋକଙ୍କୁ ସେଠାରେ ଛାଡ଼ିଦେଲେ। ଯେଉଁ ଡଙ୍ଗାରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ୟମାନେ ମଧ୍ୟ ଯାଇ ସେଥିରେ ବସିଲେ। ସେଠାରେ ଅନ୍ୟ ଡଙ୍ଗାଗୁଡ଼ିକ ମଧ୍ୟ ଥିଲା। 37 ତା’ପରେ ହ୍ରଦରେ ଗୋଟିଏ ଭୟଙ୍କର ଝଡ଼ ସୃଷ୍ଟି ହେଲା। ଡଙ୍ଗା ଆଡ଼କୁ ଢେଉ ମାଡ଼ି ଆସିଲା। ଡଙ୍ଗାରେ ପାଣି ପ୍ରାୟ ଭର୍ତ୍ତି ହୋଇଗଲା। 38 ଯୀଶୁ ଡଙ୍ଗା ଭିତରେ ପଛ ମଙ୍ଗରେ ଗୋଟିଏ ତକିଆରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସେମାନେ କହିଲେ, “ଗୁରୁ, ତୁମ୍ଭେ କ’ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡ଼ିଯିବା।”

39 ଯୀଶୁ ଉଠି ପଡ଼ିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, “ଶାନ୍ତ ହୁଅ, ସ୍ଥିର ହୁଅ।” ତା’ପରେ ଝଡ଼ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା।

40 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଭୟ କରୁଛ? ଏ ପର୍ଯ୍ୟନ୍ତ କ’ଣ ତୁମ୍ଭମାନଙ୍କର ବିଶ୍ୱାସ ହୋଇ ନାହିଁ?”

41 ସେମାନେ କିନ୍ତୁ ବହୁତ ଡରି ଯାଇଥିଲେ। ସେମାନେ ନିଜ ଭିତରେ ପଚରା ଉଚରା ହେଲେ, “ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ୟ ତାହାଙ୍କୁ ମାନୁଛନ୍ତି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center