Book of Common Prayer
137 ଆମ୍ଭେମାନେ ବାବିଲୀୟ ନଦୀ ନିକଟରେ ସିୟୋନକୁ ସ୍ମରଣ କଲାବେଳେ
ସେଠାରେ ବସି ରୋଦନ କଲୁ।
2 ଆମ୍ଭେମାନେ ସେଠାରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ।
3 ବାବିଲରେ ଯେଉଁ ଲୋକମାନେ ଆମ୍ଭମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସେମାନେ ଗ୍ଭହିଁଲେ।
ସେମାନଙ୍କର ମନୋରଞ୍ଜନ କରିବାକୁ ସେମାନେ ଆମ୍ଭମାନଙ୍କୁ ଡାକିଲେ:
“ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।”
4 କିନ୍ତୁ ଆମ୍ଭେମାନେ ସଦାପ୍ରଭୁଙ୍କର ଗୀତ କିପରି
ବିଦେଶରେ ଗାନ କରି ପାରିବା!
5 ହେ ଯିରୁଶାଲମ, ଯଦି ମୁଁ ତୁମ୍ଭକୁ ଭୁଲେ,
ତେବେ ମୋର ଦକ୍ଷିଣ ହସ୍ତ ଆପଣାର କର୍ମ କୌଶଳ ପାଶୋରି ଯାଉ।
6 ହେ ଯିରୁଶାଲମ,
ଯଦି ମୁଁ ତୁମ୍ଭକୁ କେବେ ଭୁଲେ,
ତେବେ ମୋର କାମନା କି
ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ।
ମୁଁ ପ୍ରତିଜ୍ଞା କରୁଅଛି ଯେ, ଯିରୁଶାଲମ ସର୍ବଦା ମୋର ଆନନ୍ଦ ଧାମ ହୋଇ ରହିବ।
7 ହେ ସଦାପ୍ରଭୁ, ଇଦୋମୀୟମାନଙ୍କୁ ସ୍ମରଣ କର ଏବଂ ଯିରୁଶାଲମ ଅବରୋଧ ହେବା ସମୟ ସେମାନେ ଯାହା କଲେ ସେଥିପାଇଁ ସେମାନଙ୍କୁ ଦଣ୍ଡିତ କର।
ସ୍ମରଣ କର ସେମାନେ କିପରି ଚିତ୍କାର କଲେ, “ଏହି କୋଠାଘରକୁ ଧ୍ୱଂସ କର!
ସେମାନଙ୍କୁ ଟାଣିଆଣି ଧୂଳିରେ ମିଶାଇ ଦିଅ।”
8 ହେ ବାବିଲୋନ, ତୁମ୍ଭେ ଧ୍ୱଂସ ହେବ!
ମୁଁ ଯେକୌଣସି ଲୋକକୁ ଆଶୀର୍ବାଦ ଦେବି, ଯିଏ ତୁମ୍ଭକୁ ପ୍ରତିଦାନ ଦେବ, ଯାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
9 ମୁଁ ଯେକୌଣସି ବ୍ୟକ୍ତିକୁ ଆଶୀର୍ବାଦ ଦେବି,
ଯିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସେମାନଙ୍କୁ ପଥରରେ ପିଟି ଦେବ।
ଦାଉଦଙ୍କ ଗୀତ
144 ସଦାପ୍ରଭୁ ମୋର ଶୈଳ,
ତାହଙ୍କର ପ୍ରଶଂସା ହେଉ।
ସେ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
ସଦାପ୍ରଭୁ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
2 ସେ ମୋତେ ସ୍ନେହ କରନ୍ତି ଏବଂ ରକ୍ଷା କରନ୍ତି।
ସେ ମୋର ଉଚ୍ଚ ପର୍ବତରେ ନିରାପଦ ସ୍ଥାନ।
ସେ ମୋତେ ଉଦ୍ଧାର କରନ୍ତି।
ସେ ମୋର ଢାଲ,
ସେ ହେଉଛନ୍ତି ମୋ’ ଆଶ୍ରୟସ୍ଥଳ।
ସଦାପ୍ରଭୁ ମୋର ଲୋକମାନଙ୍କୁ ଶାସନ କରିବାରେ ମୋତେ ସାହାଯ୍ୟ କରନ୍ତି।
3 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ କାହିଁକି?
ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ୟାନ ଦିଅ?
4 ମନୁଷ୍ୟ ଜୀବନ ପବନର ଫୁତ୍କାର।
ତାହାର ଜୀବନ ବହିଯିବା ଦିନର ଛାୟା ତୁଲ୍ୟ।
5 ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ।
ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସେମାନେ ଧୂମ ନିର୍ଗତ କରିବେ।
6 ବିଜୁଳି ନିକ୍ଷେପ କରି ଶତ୍ରୁମାନଙ୍କୁ ଘରଦ୍ୱାର ଦିଅ।
ତୁମ୍ଭର “ବାଣ” ନିକ୍ଷେପ କର ଏବଂ ସେମାନଙ୍କୁ ତଡ଼ି ଦିଅ।
7 ସଦାପ୍ରଭୁ, ସ୍ୱର୍ଗରୁ ଓହ୍ଲାଇ ଆସ ଏବଂ ମୋତେ ରକ୍ଷା କର।
ମୋତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ।
ମୋତେ ବିଦେଶୀମାନଙ୍କଠାରୁ ରକ୍ଷା କର।
8 ସେହି ଶତ୍ରୁଗଣ ମିଥ୍ୟାବାଦୀ,
ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।
9 ହେ ସଦାପ୍ରଭୁ, ତୁମ୍ଭ ବିଷୟରେ ମୁଁ ନୂତନ ଗୀତ ଗାନ କରିବି।
ଦଶତାର ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।
10 ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ।
ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖଡ଼୍ଗର ସମ୍ମୁଖରୁ ଉଦ୍ଧାର କର।
11 ମୋତେ ସେହି ବିଦେଶୀଙ୍କଠାରୁ ରକ୍ଷା କର।
ସେହି ଶତ୍ରୁମାନେ ମିଥ୍ୟାବାଦୀ,
ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।
12 ଆମ୍ଭର ପୁତ୍ରଗଣ ସେହି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି।
ଆମ୍ଭମାନଙ୍କ କନ୍ୟାଗଣ ରାଜପ୍ରାସାଦର ଖୋଦିତ କୋଣର ଖମ୍ବ ତୁଲ୍ୟ ହୁଅନ୍ତୁ।
13 ଆମ୍ଭମାନଙ୍କର ଭଣ୍ଡାର
ସର୍ବପ୍ରକାର ଶସ୍ୟରେ ପରିପୂର୍ଣ୍ଣ ହେଉ।
ଆମ୍ଭମାନଙ୍କର ମେଷଗଣ ସହସ୍ର ସହସ୍ର
ଓ ଅୟୁତ ଅୟୁତ ଶାବକ ପ୍ରସବ କରନ୍ତୁ।
14 ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ୱାରା ଅଧିକ ଓଜନିଆ ହୋଇ ପଡ଼ନ୍ତୁ।
ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ।
ଆମ୍ଭମାନଙ୍କ ମଧ୍ୟରୁ କେହି ନିର୍ବାସିତ ନ ହୁଅନ୍ତୁ।
ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।
15 ସେହିପରି ଲୋକମାନେ ହେଉଛନ୍ତି ଧନ୍ୟ, ଯାହାର ଏହିଭଳି ଅଛି।
ସେହି ଲୋକମାନେ ଧନ୍ୟ ହୁଅନ୍ତୁ, ଯାହାର ପରମେଶ୍ୱର ହେଉଛନ୍ତି ସଦାପ୍ରଭୁ।
104 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମହାନ।
ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।
2 ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର।
ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
3 ପରମେଶ୍ୱର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ।
ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଅଛ।
ତୁମ୍ଭେ ବାୟୁ ରୂପକ ପକ୍ଷ ଦ୍ୱାରା ଆକାଶରେ ଗମନାଗମନ କରୁଅଛ।
4 ହେ ପରମେଶ୍ୱର, ତୁମ୍ଭେ ଆପଣା ଦୂତମାନଙ୍କୁ ବାୟୁ ପରି କର
ଓ ତୁମ୍ଭର ସେବକମାନଙ୍କୁ ଅଗ୍ନି [a] ସଦୃଶ କର।
5 ହେ ପରମେଶ୍ୱର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଅଛ
ଯେ ତାହା ମୂଳରୁ କେବେ ଧକ୍କା ହେବ ନାହିଁ।
6 ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ୟ ଆଚ୍ଛାଦନ କଲ।
ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା।
7 କିନ୍ତୁ ତୁମ୍ଭେ ଆଜ୍ଞା ଦେଲ ଓ ଜଳରାଶି ସେଠାରୁ ଛାଡ଼ି ପଳାଇଲା।
ହେ ପରମେଶ୍ୱର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା।
8 ସେହି ପାଣିସବୁ ପର୍ବତ ଉପରୁ ଉପତ୍ୟକାକୁ ବହିଗଲା
ଏବଂ ତା’ପରେ ତୁମ୍ଭେ ସୃଷ୍ଟି କରିଥିବା ସ୍ଥାନକୁ ବହିଗଲା।
9 ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ।
ଯେପରିକି ସେମାନେ ତାହା ଅତିକ୍ରମ କରି ପାରିବେ ନାହିଁ।
ଜଳରାଶି କେବେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରି ପାରିବ ନାହିଁ।
10 ପରମେଶ୍ୱର ତୁମ୍ଭେ ହିଁ ଝରଣାରୁ ଜଳର ସ୍ରୋତ ବୁହାଇଲ।
ଏହା ପର୍ବତଗଣର ସ୍ରୋତରେ ମିଶି ବହିଯାଏ।
11 ଏହି ଜଳ ବନ୍ୟ ପଶୁଗଣକୁ ଜଳ ଯୋଗାଏ।
ବନ୍ୟ ଗର୍ଦ୍ଦଭମାନେ ତହିଁରେ ନିଜ ନିଜର ତୃଷା ନିବାରଣ କରନ୍ତି।
12 ବନ୍ୟ ପକ୍ଷୀଗଣ ଜଳାଶୟ ନିକଟରେ ବାସ କରିବା ପାଇଁ ଆସନ୍ତି।
ସେହି ପକ୍ଷୀଗୁଡ଼ିକ ଜଳାଶୟ ପାଖରେ ଥିବା ବୃକ୍ଷର ଡାଳମାନଙ୍କରେ ଥାଇ ଗୀତ ଗାଆନ୍ତି।
13 ତୁମ୍ଭେ ତୁମ୍ଭର ପର୍ବତ ଗୁଡ଼ିକର ପାଦ ଦେଶରେ ବୃଷ୍ଟି କରାଅ।
କାରଣ ଯାହାସବୁ ତୁମ୍ଭେ କର, ପୃଥିବୀ ଦରକାର କରୁଥିବା ସବୁ ଜିନିଷ ଏହା ମଧ୍ୟରେ ଅଛି।
14 ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ
ଓ ମନୁଷ୍ୟର ସେବା ନିମନ୍ତେ ବୃକ୍ଷ ଅଙ୍କୁରିତ କର।
ଏହିପରି ଭାବରେ ସେମାନେ ପୃଥିବୀରୁ ଖାଦ୍ୟ ପାଆନ୍ତି।
15 ହୃଦୟ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ,
ଆମ୍ଭମାନଙ୍କର ମୁହଁ ଚିକ୍କଣକାରୀ ତୈଳ
ଓ ମନୁଷ୍ୟକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।
16 ଲିବାନୋନ୍ର ମହାନ ବୃକ୍ଷଗୁଡ଼ିକ ପ୍ରଚୁର ପରିମାଣରେ ବର୍ଷା ପାଆନ୍ତି।
ସଦାପ୍ରଭୁ ସେହି ବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ଓ ସେମାନଙ୍କର ଆବଶ୍ୟକତାନୁଯାୟୀ ପାଣି ଦେଉଥିଲେ।
17 ସେହି ବୃକ୍ଷଗୁଡ଼ିକ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି।
ସାରସ ପକ୍ଷୀ ସୋନେବର ବୃକ୍ଷରେ ବାସ କରନ୍ତି।
18 ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ବାସସ୍ଥାନ ଅଟେ।
ଶୈଳସବୁ ଶାଫନର [b] ଆଶ୍ରୟ।
19 ପରମେଶ୍ୱର ଋତୁ ନିରୂପଣ ନିମନ୍ତେ ଚନ୍ଦ୍ର ସୃଷ୍ଟି କରିଛନ୍ତି।
ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ।
20 ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ।
ତହିଁରେ ସକଳ ବନ୍ୟପଶୁ ବାହାରି ଭ୍ରମଣ କରନ୍ତି।
21 ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜନ କରନ୍ତି।
ସେତ ଯେପରି ସେମାନେ ପରମେଶ୍ୱରଙ୍କଠାରୁ ଆହାର ଲୋଡ଼ନ୍ତି।
22 ସୂର୍ଯ୍ୟୋଦୟ ହେଲେ ସେମାନେ ନିଜ ନିଜ ବସାକୁ ଗ୍ଭଲିଯା’ନ୍ତି।
ଏବଂ ନିଜ ନିଜ ବସାରେ ବିଶ୍ରାମ କରନ୍ତି।
23 ଏହା ପରେ ମନୁଷ୍ୟ ତା’ର କାମକୁ ବାହାରେ
ଏବଂ ସେ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରେ।
24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
25 ମହାସାଗରକୁ ଦେଖ, ଏହା କେତେ ମହାନ!
ବହୁତ ଛୋଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି।
ସେଗୁଡ଼ିକୁ ଗଣନା କରି ହେବ ନାହିଁ।
26 ତହିଁରେ ଜାହାଜ ଯାତାୟାତ କରେ।
ତହିଁରେ ଖେଳିବା ପାଇଁ
ତୁମ୍ଭର ସୃଷ୍ଟି ଲିବିୟାଥନ୍ ଥାଏ।
27 ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି,
ଯେପରିକି ଠିକ୍ ସମୟରେ ତୁମ୍ଭେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବ,
28 ତୁମ୍ଭେ ସେମାନଙ୍କୁ ଖାଦ୍ୟ ଦିଅ, ଯାହା ସେମାନେ ସଂଗ୍ରହ କରନ୍ତି।
ତୁମ୍ଭେ ତୁମ୍ଭର ହସ୍ତ ଖୋଲି ଦିଅ, ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ ଏଥିରୁ ଭୋଜନ କରିବେ।
29 ଏବଂ ତୁମ୍ଭେ ଯେତେବେଳେ ସେମାନଙ୍କର ବିମୁଖ ହୁଅ ସେମାନେ ଭୟଭୀତ ହୁଅନ୍ତି।
ଯେତେବେଳେ ତୁମ୍ଭେ ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେଇଯାଅ,
ସେମାନେ ଦୁର୍ବଳ ଓ ମୃତ୍ୟୁ ହୋଇ ଯାଆନ୍ତି,
ପୁଣି ସେମାନଙ୍କ ଶରୀର ଧୂଳିରେ ପରିଣତ ହୁଏ।
30 ହେ ସଦାପ୍ରଭୁ, ତୁମ୍ଭେ ଯେତେବେଳେ ଆପଣା ଆତ୍ମା ପଠାଅ, ସେତେବେଳେ ନୂତନ ସୃଷ୍ଟି ହେବ।
ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।
31 ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ!
ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ।
32 ସଦାପ୍ରଭୁ ପୃଥିବୀକୁ ଗ୍ଭହିଁଲେ ପୃଥିବୀ କମ୍ପିତ ହୁଏ।
ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ।
33 ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।
34 ମୁଁ ଆଶାକରେ ମୁଁ ଯାହାସବୁ କହିଲି ତାହା ଆନନ୍ଦ ଦେବ।
ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହେବି।
35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ପ୍ରଶଂସା କର।
ଯିହୂଦୀଙ୍କ ପ୍ରତ୍ୟାଗମନ
11 ସମୟ ଆସିବ ଯେତେବେଳେ ତୁମ୍ଭର କାନ୍ଥ ପୁଣି ନିର୍ମିତ ହେବ।
ସେତେବେଳେ ତୁମ୍ଭ ରାଜ୍ୟ ଉନ୍ନତି କରିବ।
12 ତୁମ୍ଭ ଲୋକମାନେ ତୁମ୍ଭ ସ୍ଥାନକୁ ଫେରି ଆସିବେ।
ସେମାନେ ଅଶୂରୀୟ ଓ ମିଶରର ନଗରମାନଙ୍କରୁ ଫେରି ଆସିବେ।
ତୁମ୍ଭର ଲୋକ ମିଶର
ତଥା ଫରାତ୍ ନଦୀର ଆର ପାଖରୁ ଆସିବେ।
ଆଉ ମଧ୍ୟ ସେମାନେ ପଶ୍ଚିମସ୍ଥ ସମୁଦ୍ର
ଓ ପୂର୍ବସ୍ଥ ପର୍ବତମାନଙ୍କରୁ ଗ୍ଭଲି ଆସିବେ।
13 ତଥାପି ବାସ କରୁଥିବା ସେହି ଲୋକ
ଓ ତାଙ୍କର କର୍ମ ଯୋଗୁଁ ଦେଶ ଧ୍ୱଂସ ପାଇଲା।
14 ତେଣୁ ଅଧିକାର ଦ୍ୱାରା ତୁମ୍ଭର ଲୋକମାନଙ୍କୁ ଶାସନ କର।
ତୁମ୍ଭ ରାଜ୍ୟର ଯତ୍ନ ନିଅ।
ସେହି ଜାତି ଏକାକୀ ଜଙ୍ଗଲ
ଓ କର୍ମିଲ ପର୍ବତ ଉପରେ ବାସ କରିବେ।
ସେମାନେ ପୂର୍ବପରି ବାଶନ
ଓ ଗଲିୟଦରୁ ଶସ୍ୟ ଉତ୍ପାଦନ କରି ଭୋଜନ କରିବେ।
ଇସ୍ରାଏଲ ତା’ର ଶତ୍ରୁକୁ ଦମନ କରିବ
15 ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କଲାପରି ବହୁ ଆଶ୍ଚର୍ଯ୍ୟ କର୍ମ କରିବା
ଏବଂ ତୁମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବା।
16 ଗୋଷ୍ଠୀସକଳ ସେହି ସମସ୍ତ
ଆଶ୍ଚର୍ଯ୍ୟ କର୍ମ ଦେଖି ଲଜ୍ଜିତ ହେବେ।
ସେମାନଙ୍କର “ପରାକ୍ରମ”
ଆମ୍ଭ ତୁଳନାରେ କିଛି ନୁହେଁ ବୋଲି
ସେମାନେ ଅନୁଭବ କରିବେ।
ସେମାନେ ଚଳିତ ହୋଇ ନିଜ ନିଜ ମୁଖରେ ହସ୍ତ ଦେବେ
ଓ କର୍ଣ୍ଣକୁ ଆବୃତ କରିବେ,
ଶୁଣିବାରୁ ନିବୃତ୍ତ ହେବେ।
17 ସେମାନେ ସର୍ପ ପରି ଧୂଳି ଗ୍ଭଟିବେ।
ସେମାନେ ଭୟରେ କମ୍ପିତ ହେବେ।
ଆଉ ସେମାନେ କୀଟମାନଙ୍କ ପରି
ସେମାନଙ୍କର ଗର୍ତ୍ତରୁ ବାହାରି ଗୁରୁଣ୍ତି ଗୁରୁଣ୍ତି ଗ୍ଭଲିବେ।
ଶେଷରେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ନିକଟକୁ ଆସିବେ
ଏବଂ ଭୟର ସହିତ ସମ୍ମାନ ଜଣାଇବେ।
ସଦାପ୍ରଭୁଙ୍କ ପ୍ରଶଂସା
18 ତୁମ୍ଭ ପରି ପରମେଶ୍ୱର ଆଉ ସେଠାରେ କେହି ନାହିଁ।
ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର।
ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ୟ କ୍ଷମା ଦିଅ।
ତୁମ୍ଭେ ସର୍ବଦା କ୍ରୋଧିତ ହେବ ନାହିଁ
କାରଣ ତୁମ୍ଭେ ସ୍ନେହ ଗ୍ଭହଁ।
19 ସେ ପୁନର୍ବାର ଫେରିବେ ଓ ଆମ୍ଭମାନଙ୍କୁ କୃପା କରିବେ।
ସେ ଆମ୍ଭମାନଙ୍କର ସମସ୍ତ ଅପରାଧକୁ ପଦରେ ଦଳି ଦେବେ ଓ ସମସ୍ତ ପାପକୁ ଅତଳ ସମୁଦ୍ରରେ ନେଇ ନିକ୍ଷେପ କରିବେ।
20 ହେ ପରମେଶ୍ୱର, ଯାକୁବ ପ୍ରତି ସତ୍ୟ
ଓ ଅବ୍ରହାମ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରଦାନ କଲ, ଯାହା ତୁମ୍ଭେ ବହୁବର୍ଷ ପୂର୍ବେ ଆମ୍ଭ ପୂର୍ବପୁରୁଷମାନଙ୍କଠାରେ ଶପଥ କରିଥିଲ।
ପରମେଶ୍ୱରଙ୍କ ଦାନଗୁଡ଼ିକର ଭଲ ତତ୍ତ୍ୱାବଧାରକ ହୁଅ
7 ସବୁ ବିଷୟ ସମାପ୍ତ ହେବାର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂଯତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବାରେ ସାହାଯ୍ୟ କରିବ। 8 ସବୁଠାରୁ ବଡ଼ କଥା ହେଲା ଯେ, ପରସ୍ପରକୁ ନିବିଡ଼ ଭାବେ ପ୍ରେମ କର। 9 ପ୍ରେମ ଅନେକ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ୱାଗତ ଜଣାଅ। 10 ତୁମ୍ଭ ମଧ୍ୟରୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ଆଧ୍ୟାତ୍ମିକ ଦାନ ପରମେଶ୍ୱରଙ୍କଠାରୁ ପାଇଛ। ପରମେଶ୍ୱର ଅନେକ ପ୍ରକାରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦେଖାଇଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାୟିତ୍ୱପୂର୍ଣ୍ଣ ସହିତ ପରମେଶ୍ୱରଙ୍କ ସେବକ ଭଳି ବ୍ୟବହାର କର। ଅତଏବ ଭଲ ସେବକ ହୋଇ ପରସ୍ପରର ସେବାରେ ସେଗୁଡ଼ିକୁ ଲଗାଅ। 11 ଯେଉଁ ଲୋକ କହିବାକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ବାକ୍ୟରୁ କଥା କହୁ। ଯେଉଁ ଲୋକ ସେବା କରିବ, ସେ ପରମେଶ୍ୱରଙ୍କ ପ୍ରଦତ୍ତ ଶକ୍ତି ସାହାଯ୍ୟରେ ସେବା କରୁ। ତୁମ୍ଭେ ଏହିସବୁ କାମ ଏପରି ଭାବରେ କରିବା ଉଚିତ୍ ଯେ, ଖ୍ରୀଷ୍ଟଙ୍କ ମାଧ୍ୟମରେ ଯେପରି ପରମେଶ୍ୱର ସମସ୍ତ ବିଷୟରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍।
ଖ୍ରୀଷ୍ଟିୟାନ ଭାବରେ ଯାତନା ସହିବା
12 ମୋ’ ମିତ୍ରଗଣ, ତୁମ୍ଭେମାନେ ବର୍ତ୍ତମାନର ଦୁଃଖ ସହୁଥିବାରୁ ଆଶ୍ଚର୍ଯ୍ୟ ମନେକର ନାହିଁ। ଏହି ଦୁଃଖ ଭୋଗ ତୁମ୍ଭମାନଙ୍କର ବିଶ୍ୱାସ ପରୀକ୍ଷା କରୁଛି। ଭାବ ନାହିଁ ଯେ ତୁମ୍ଭ ପ୍ରତି କିଛି ଆଶ୍ଚର୍ଯ୍ୟ କଥା ଘଟୁଛି। 13 ବରଂ ତୁମ୍ଭେ ଖୁସୀ ହେବା ଉଚିତ୍ ଯେ, ତୁମ୍ଭେ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ ହୋଇଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲାବେଳେ ତୁମ୍ଭେ ଖୁସୀ ହେବ ଓ ଆନନ୍ଦରେ ପୂର୍ଣ୍ଣ ହେବ। 14 ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ୟ ବୋଲି ଜାଣିବ। ତୁମ୍ଭ ଭିତରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ୟ। ତାହା ହିଁ ହେଉଛି ପରମେଶ୍ୱରଙ୍କ ଆତ୍ମା। 15 ତୁମ୍ଭମାନଙ୍କ ଭିତରୁ କେହି ହତ୍ୟାକାରୀ ବା ଗ୍ଭେର ବା ଦୁଷ୍କର୍ମକାରୀ ବା ଅନ୍ୟମାନଙ୍କ କାରବାରରେ ମୁଣ୍ଡ ଖେଳାଇଲା ଭଳି ଲୋକ ନ ଥାଉ। ସେହିଭଳି କାମ କଲେ, ଜଣେ ଦୁଃଖ ଭୋଗିବ। ତୁମ୍ଭ ଭିତରୁ କେହି ଏପରି କାର୍ଯ୍ୟ କରି ଯାତନା ନ ଭୋଗୁ। କିନ୍ତୁ ଜଣେ କେହି ଖ୍ରୀଷ୍ଟିୟାନ ହେବାରୁ ଯାତନା ପାଇଲେ, ଲଜ୍ଜିତ ନ ହେଉ। 16 ତୁମ୍ଭେ ସେହି ଖ୍ରୀଷ୍ଟିୟାନ ନାମଟି ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ। 17 ଏବେ ବିଗ୍ଭରର ସମୟ ଆସିଛି। ତାହା ପରମେଶ୍ୱରଙ୍କ ପରିବାରଠାରୁ ଆରମ୍ଭ ହେବ। ଯଦି ସେହି ବିଗ୍ଭର ଆମ୍ଭଠାରୁ ଆରମ୍ଭ ହୁଏ, ତାହାହେଲେ ଯେଉଁମାନେ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରି ନାହାନ୍ତି, ସେମାନଙ୍କର କି ଅବସ୍ଥା ହେବ?
18 “ଉତ୍ତମ ଲୋକ ରକ୍ଷା ପାଇବା ବଡ଼ କଠିନ।
ତା’ହେଲେ ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଓ ପାପରେ ପୂର୍ଣ୍ଣ ସେମାନଙ୍କର କ’ଣ ହେବ?” (A)
19 ଅତଏବ ଯେଉଁ ଲୋକମାନେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଯାତନା ଭୋଗ କରୁଛନ୍ତି, ସେମାନେ ତାହାଙ୍କୁ ସେମାନଙ୍କର ଆତ୍ମା ବିଶ୍ୱାସପୂର୍ବକ ସମର୍ପଣ କରିଦେବା ଉଚିତ୍। ପରମେଶ୍ୱର ସେମାନଙ୍କୁ ଗଠନ କରିଛନ୍ତି ଓ ତେଣୁ ସେମାନେ ତାହାଙ୍କୁ ବିଶ୍ୱାସ କରି ପାରିବେ। ଅତଏବ ସେମାନେ ଭଲ କାମ କରି ଗ୍ଭଲିବା ଉଚିତ୍।
ଯୀଶୁ ଦୁଇଜଣ ଅନ୍ଧଙ୍କୁ ସୁସ୍ଥ କଲେ(A)
29 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୀଖୋରୁ ଗଲାବେଳେ ବହୁ ସଂଖ୍ୟାରେ ଲୋକମାନେ ଯୀଶୁଙ୍କୁ ଅନୁସରଣ କରିବାକୁ ଲାଗିଲେ। 30 ରାସ୍ତା ପାଖରେ ଦୁଇଜଣ ଅନ୍ଧ ବସିଥିଲେ। ସେମାନେ ଶୁଣିଲେ ଯେ ଯୀଶୁ ସେ ବାଟ ଦେଇ ଯାଉଛନ୍ତି। ସେମାନେ ପାଟି କଲେ, “ହେ ପ୍ରଭୁ, ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟା କର।”
31 ଲୋକେ ସେମାନଙ୍କୁ ଧମକ ଦେଇ ଚୁପ୍ ରହିବାକୁ କହିଲେ। କିନ୍ତୁ ଅନ୍ଧ ଦୁଇଜଣ ଅଧିକରୁ ଅଧିକ ପାଟି କରି କହିଲେ, “ହେ ପ୍ରଭୁ, ହେ ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟାକର।”
32 ଯୀଶୁ ରହିଗଲେ, ଦୁଇଜଣଙ୍କୁ ଡାକିଲେ ଓ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?”
33 ସେମାନେ ତାହାଙ୍କୁ କହିଲେ, “ହେ ପ୍ରଭୁ, ଆମ୍ଭେ ଯେପରି ଦେଖି ପାରିବୁ, ତାହା ଗ୍ଭହୁଁଛୁ।”
34 ଯୀଶୁଙ୍କ ମନରେ ସେମାନଙ୍କ ପାଇଁ ଦୟା ଆସିଲା। ସେ ସେମାନଙ୍କର ଆଖି ଛୁଇଁଦେଲେ, ଓ ସେମାନେ ତୁରନ୍ତ ଦେଖି ପାରିଲେ। ତା’ପରେ ସେମାନେ ଯୀଶୁଙ୍କୁ ଅନୁସରଣ କଲେ।
2010 by World Bible Translation Center