Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 78

ଅଫସର ମସ୍କୀଲ୍।

78 ହେ ମୋହର ଲୋକମାନେ, ତୁମ୍ଭେ ମୋର ଉପଦେଶକୁ ଶୁଣ।
    ମୋହର ବାକ୍ୟକୁ କର୍ଣ୍ଣପାତ କର, ଯାହା ମୁଁ କହୁଅଛି।
ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି।
    ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ଯାହାକି ବୁଝିବା ପାଇଁ କଷ୍ଟକର।
ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସେମାନଙ୍କ ବିଷୟରେ ଭଲଭାବରେ ଜାଣିଛୁ।
    ଯାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ।
ଆମ୍ଭେମାନେ ସେମାନଙ୍କ ବଂଶଧରମାନଙ୍କୁ ଏହା ଲୁଗ୍ଭଇବୁ ନାହିଁ।
    ସେମାନେ କାହିଁକି ସଦାପ୍ରଭୁଙ୍କୁ ପ୍ରଶଂସା କରିବା ଉଚିତ୍,
ଏହା ଆମ୍ଭେ ଆମ୍ଭର ଆସୁଥିବା ପିଢ଼ିକୁ କହିବୁ,
    ଆମ୍ଭେ ତାହାଙ୍କ ଶକ୍ତି ଏବଂ ଆଶ୍ଚର୍ଯ୍ୟତା ଯାହା ସେ କଲେ ସେସବୁ ବିଷୟରେ ସେମାନଙ୍କୁ କହିବୁ।
ସଦାପ୍ରଭୁ ଯାକୁବ ସହିତ ଏକ ଚୁକ୍ତି କଲେ।
    ପରମେଶ୍ୱର ଇସ୍ରାଏଲକୁ ବ୍ୟବସ୍ଥା ପ୍ରଦାନ କଲେ।
ପରମେଶ୍ୱର ଆମର ପୂର୍ବପୁରୁଷମାନଙ୍କୁ ଆଜ୍ଞା ଦେଲେ,
    ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ଏହି ଶିକ୍ଷା ଦେବା ସମ୍ବନ୍ଧେ।
ଏପରିକି ଯେଉଁ ପିଲାମାନେ ଜନ୍ମ ହେବେ, ସେମାନେ ସେମାନଙ୍କର ପିଲାମାନଙ୍କୁ ଜଣାଇବେ।
    ତା’ପରେ ସେମାନେ ଯେବେ ବଡ଼ ହେବେ ସେମାନଙ୍କର ପିଲାମାନଙ୍କୁ କହିବେ।
ତେଣୁ ସମସ୍ତ ଲୋକ ପରମେଶ୍ୱରଙ୍କର ଆଜ୍ଞା ମାନିବେ।
    ସେମାନେ କଦାପି ଭୁଲିବେ ନାହିଁ ଯେ ପରମେଶ୍ୱର କ’ଣ କରିଥିଲେ।
    ସେମାନେ ଯତ୍ନ ସହକାରେ ପରମେଶ୍ୱରଙ୍କ ଆଜ୍ଞାସବୁ ପାଳନ କରିବେ।
ଯଦି ଲୋକମାନେ ତାଙ୍କର ପିଲାମାନଙ୍କୁ ପରମେଶ୍ୱରଙ୍କର ଆଦେଶ ଶିକ୍ଷା ଦିଅନ୍ତି, ତେବେ ସେମାନଙ୍କର ସନ୍ତାନଗଣ ସେମାନଙ୍କର ପୂର୍ବପୁରୁଷଙ୍କ ପରି ହେବେ ନାହିଁ।
    ସେମାନଙ୍କ ପୂର୍ବପୁରୁଷଗଣ ପରମେଶ୍ୱରଙ୍କ ବିରୋଦ୍ଧରେ ଗଲେ।
ଏବଂ ସେମାନେ ତାଙ୍କ ଆଦେଶ ମାନିଲେ ନାହିଁ।
    ସେମାନଙ୍କର ହୃଦୟ ଦୃଢ଼ ପରମେଶ୍ୱରଙ୍କଠାରେ ସମର୍ପିତ ନ ଥିଲା।
    ସେମାନଙ୍କର ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା।

ଇଫ୍ରୟିମର ଲୋକମାନେ ଅସ୍ତ୍ରଧାରଣ କରିଥିଲେ,
    ମାତ୍ର ସେମାନେ ଯୁଦ୍ଧ ହେବା ଦିନରେ ପଳାୟନ କଲେ।
10 ସେମାନେ ପରମେଶ୍ୱରଙ୍କ ସହିତ କରିଥିବା ଚୁକ୍ତି ପାଳନ କଲେ ନାହିଁ।
    ସେମାନେ ତାଙ୍କର ବ୍ୟବସ୍ଥା ମାନିବାକୁ ଅସ୍ୱୀକାର କଲେ।
11 ସେମାନେ ପରମେଶ୍ୱର କରିଥିବା ମହତ କାର୍ଯ୍ୟ ଭୁଲିଗଲେ।
    ପରମେଶ୍ୱର ସେମାନଙ୍କୁ ଦେଖାଇଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସେମାନେ ଭୁଲିଗଲେ।
12 ପରମେଶ୍ୱର ତାଙ୍କର ମହାନଶକ୍ତି ସିୟୋନ
    ଓ ମିଶରରେ ତାଙ୍କର ପୂର୍ବପୁରୁଷମାନଙ୍କୁ ଦେଖାଇଥିଲେ।
13 ପରମେଶ୍ୱର ଲୋହିତ ସମୁଦ୍ରକୁ ବିଦୀର୍ଣ୍ଣ କରି ଲୋକମାନଙ୍କୁ ପାର କରାଇଥିଲେ
    ଏବଂ ସେ ଦୁଇପାର୍ଶ୍ୱର ଜଳରାଶିକୁ କଠିନ କାନ୍ଥ ରୂପେ ବିଦ୍ୟମାନ କରାଇଲେ।
14 ପ୍ରତିଦିନ ଏବଂ ରାତ୍ରିରେ ପରମେଶ୍ୱର ମେଘଦ୍ୱାରା
    ଓ ଅଗ୍ନିତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇଲେ।
15 ସେ ମରୁଭୂମିରେ ଶୈଳଗୁଡ଼ିକୁ ବିଦୀର୍ଣ୍ଣ କଲେ
    ଏବଂ ସେ ଅଗାଧ ସ୍ଥଳରୁ, ଲୋକମାନଙ୍କୁ ଅଧିକରୁ ଅଧିକ ଜଳ ପ୍ରଦାନ କରାଇଲେ।
16 ପରମେଶ୍ୱର ଶୈଳରୁ ଝର ବାହାର କରାଇଲେ
    ଏବଂ ଏହାର ଜଳ ନଦୀପରି ବୋହିଲା।
17 ତଥାପି ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରି ଗ୍ଭଲିଲେ।
    ସେମାନେ ମରୁଭୂମିରେ ସର୍ବୋପରିସ୍ଥ ପରମେଶ୍ୱରଙ୍କର ବିଦ୍ରୋହାଚରଣ କଲେ।
18 ଏହା ପରେ ସେହି ଲୋକମାନେ ପରମେଶ୍ୱରଙ୍କୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ।
    ସେମାନେ ପରମେଶ୍ୱରଙ୍କୁ ଖାଦ୍ୟ ମାଗିଲେ,
    ଯାହା ସେମାନେ ଇଚ୍ଛା କରିଥିଲେ।
19 ସେମାନେ ପରମେଶ୍ୱରଙ୍କୁ ଅଭିଯୋଗ କଲେ ଏବଂ କହିଲେ,
    “କ’ଣ ପରମେଶ୍ୱର ମରୁଭୂମିରେ ଆମ୍ଭମାନଙ୍କୁ ଖାଦ୍ୟ ଦେଇ ପାରିବେ?
20 ଏହା ସତ୍ୟ ଯେ, ସେ ଶୈଳକୁ ଆଘାତ କରନ୍ତେ ଜଳ ନିର୍ଗତ ହେଲା,
    ସେ ମଧ୍ୟ କ’ଣ ଆମ୍ଭକୁ ରୋଟୀ ଦେଇ ପାରିବେ? ସେ କ’ଣ ତାଙ୍କର ଲୋକମାନଙ୍କ ପାଇଁ ମାଂସ ଦେଇ ପାରିବେ?”
21 ସେହି ଲୋକଙ୍କର କଥା ସଦାପ୍ରଭୁ ଶୁଣିଲେ,
    ପରମେଶ୍ୱର ଯାକୁବ ଉପରେ ବହୁତ କ୍ରୋଧ ହେଲେ
    ଓ ପରମେଶ୍ୱର ଇସ୍ରାଏଲ ବିରୁଦ୍ଧରେ ବହୁତ କ୍ରୋଧାନ୍ୱିତ ହେଲେ।
22 କାରଣ ଲୋକମାନେ ତାଙ୍କ ଉପରେ ଆଶ୍ରିତ ହେଲେ ନାହିଁ।
    ପରମେଶ୍ୱର ସେମାନଙ୍କୁ ରକ୍ଷା କରିବେ ବୋଲି ସେମାନେ ବିଶ୍ୱାସ କଲେ ନାହିଁ।
23 କିନ୍ତୁ ଏହା ପରେ ପରମେଶ୍ୱର ଉପରିସ୍ଥ ମେଘମାଳାକୁ ଉନ୍ମୋଚନ କଲେ
    ଓ ଆକାଶର ଦ୍ୱାର ଖୋଲିଲେ।
24 ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷା କରାଇଲେ
    ଏବଂ ସେ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ।
25 ଲୋକମାନେ ପରାକ୍ରମୀଗଣର ଆହାର ଭୋଜନ କଲେ।
    ପରମେଶ୍ୱର ସେମାନେ ଖାଇ ତୃପ୍ତି ହେବା ପର୍ଯ୍ୟନ୍ତ ସେହିସବୁ ପ୍ରକାର ଖାଦ୍ୟ ଯୋଗାଇଲେ।
26 ପରମେଶ୍ୱର ଆକାଶରେ ପୂର୍ବୀୟବାୟୁ ବହାଇଲେ
    ଓ ସେ ତାଙ୍କର ଶକ୍ତି ଦ୍ୱାରା ଦକ୍ଷିଣବାୟୁ ଆଣିଲେ।
27 ପରମେଶ୍ୱର ତାଙ୍କର ଲୋକମାନଙ୍କ ଉପରେ ସେମାନଙ୍କର ମାଂସ ପାଇଁ ପକ୍ଷୀଗଣ ବୃଷ୍ଟି କରାଇଲେ।
    ପକ୍ଷୀଗୁଡ଼ିକ ଧୂଳି ପରି ବହଳରେ ପଡ଼ିଲେ ଓ ସମୁଦ୍ରକୂଳର ବାଲୁକା ତୁଲ୍ୟ ବହୁତ ଥିଲେ।
28 ଏହି ପକ୍ଷୀମାନେ ସେମାନଙ୍କ ତମ୍ବୁର ଚତୁର୍ଦ୍ଦିଗରେ
    ଛାଉଣି ଭିତରେ ପଡ଼ିଲେ।
29 ସେମାନେ ତୃପ୍ତି ହେବା ପର୍ଯ୍ୟନ୍ତ ଖାଇଲେ।
    ସେମାନେ ଯାହା ଗ୍ଭହିଁଲେ, ପରମେଶ୍ୱର ସେମାନଙ୍କୁ ଦେଲେ।
30 ସେମାନେ ସେମାନଙ୍କର ପ୍ରାପ୍ତ ବସ୍ତ୍ରରେ ସନ୍ତୁଷ୍ଟ ହେଲେ ନାହିଁ।
    ତେଣୁ ସେମାନଙ୍କ ପାଟିରେ ଖାଦ୍ୟ ଅବିଚଳିତ ଥିଲା,
31 ପରମେଶ୍ୱର ସମସ୍ତ ଲୋକମାନଙ୍କ ଉପରେ ପ୍ରବଳ କ୍ରୋଧ ହେଲେ,
    ଏବଂ ସେମାନଙ୍କ ମଧ୍ୟରୁ ସବୁଠୁ ସ୍ୱାସ୍ଥ୍ୟବାନ ଲୋକଙ୍କୁ ହତ୍ୟା କଲେ।
    ସେ ଇସ୍ରାଏଲର ଉତ୍ତମ ଯୁବକମାନଙ୍କୁ ତଳକୁ ଖସାଇ ଆଣିଲେ।
32 କିନ୍ତୁ ଏହି ଲୋକମାନେ ପୁନ୍ନରାୟ ପାପ କଲେ!
    ସେମାନେ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟରେ ବିଶ୍ୱାସ କଲେ ନାହିଁ,
    ଯାହା ପରମେଶ୍ୱର କରିଥିଲେ।
33 ପରମେଶ୍ୱର ସେମାନଙ୍କର ଦିନଗୁଡ଼ିକୁ ନିଶ୍ୱାସ ପରି ଶୀଘ୍ର ସମାପ୍ତ କଲେ।
    ସେ ସେମାନଙ୍କର ବର୍ଷଗୁଡ଼ିକୁ ହଠାତ୍ ଦୁର୍ବିପାକରେ ସମାପ୍ତି କଲେ।
34 ଯେତେବେଳେ ପରମେଶ୍ୱର ସେମାନଙ୍କ ମଧ୍ୟରୁ କେତେକଙ୍କୁ ମାରିଲେ, ଅନ୍ୟମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ
    ଏବଂ ତାଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଉତ୍କଣ୍ଠିତ ହେଲେ।
35 ସେମାନେ ମନେ କଲେ ଯେ, ପରମେଶ୍ୱର ସେମାନଙ୍କର ଶୈଳ ଥିଲେ
    ଏବଂ ସେହି ସର୍ବୋପରିସ୍ଥ ପରମେଶ୍ୱର ସେମାନଙ୍କୁ ରକ୍ଷା କଲେ।
36 କିନ୍ତୁ ସେମାନେ ନିଷ୍କପଟ ନ ଥିଲେ,
    ଏବଂ ସେମାନେ ତାଙ୍କୁ ମିଛ କହିଲେ।
37 ସେମାନଙ୍କର ହୃଦୟ ପରମେଶ୍ୱରଙ୍କ ପ୍ରତି ପ୍ରକୃତରେ ନ ଥିଲା।
    ସେମାନେ ତାଙ୍କ ନିୟମରେ ବିଶ୍ୱସ୍ତ ନ ଥିଲେ।
38 କିନ୍ତୁ ପରମେଶ୍ୱର ସ୍ନେହଶୀଳ ଥିଲେ
    ଓ ସେମାନଙ୍କର ପାପଗୁଡ଼ିକ କ୍ଷମା କଲେ, ସେମାନଙ୍କୁ ଧ୍ୱଂସ କଲେ ନାହିଁ।
ପରମେଶ୍ୱର ତାଙ୍କର କ୍ରୋଧକୁ ଅନେକ ଥର ସ୍ଥଗିତ ରଖିଲେ।
    ସେ ନିଜକୁ ବହୁତ କ୍ରୋଧ ହେବାରେ ନିୟନ୍ତ୍ରଣ କରି ନ ଥିଲେ।
39 ଆଉ ପରମେଶ୍ୱର ସ୍ମରଣ କଲେ ସେମାନେ ମନୁଷ୍ୟମାତ୍ର,
    ସେମାନେ ବାୟୁତୁଲ୍ୟ, ଯାହା ବହିଯାଏ ଏବଂ ଫେରି ଆସେ ନାହିଁ।
40 ସେହି ଲୋକମାନେ ମରୁଭୂମି ମଧ୍ୟରେ କେତେଥର ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ।
    ସେମାନେ ତାଙ୍କୁ ଦୁଃଖିତ କଲେ।
41 ସେମାନେ ବାରମ୍ବାର ପରମେଶ୍ୱରଙ୍କୁ ପରୀକ୍ଷା କଲେ।
    ସେମାନେ ପ୍ରକୃତରେ ଇସ୍ରାଏଲର ପବିତ୍ର ସ୍ୱରୂପଙ୍କୁ ବିରକ୍ତ କଲେ।
42 ସେହି ଲୋକମାନେ ପରମେଶ୍ୱରଙ୍କର ଶକ୍ତିକୁ ଭୁଲିଗଲେ।
    ସେମାନେ ଭୁଲିଗଲେ ଯେ, ପରମେଶ୍ୱର ସେମାନଙ୍କୁ ସେମାନଙ୍କର ଶତ୍ରୁ କବଳରୁ କିପରି ରକ୍ଷା କରିଥିଲେ।
43 ସେମାନେ ମିଶରର ଆଶ୍ଚର୍ଯ୍ୟ କର୍ମ
    ଏବଂ ସିୟୋନ କ୍ଷେତ୍ରର ଆଶ୍ଚର୍ଯ୍ୟ କର୍ମମାନ ଭୁଲିଗଲେ।
44 ପରମେଶ୍ୱର ନଦୀର ଜଳକୁ ରକ୍ତ ସ୍ରୋତରେ ପରିଣତ କଲେ।
    ମିଶରୀୟମାନେ ପିଇବା ପାଇଁ ପାଣି ପାଇଲେ ନାହିଁ।
45 ପରମେଶ୍ୱର ସେମାନଙ୍କ ମଧ୍ୟରୁ ଦଂଶକ ଝିଙ୍କ ପଠାଇଲେ।
    ସେସବୁ ସେମାନଙ୍କୁ ଗ୍ରାସ କଲେ ଓ ସେମାନଙ୍କୁ ବିନାଶ କଲେ।
46 ପରମେଶ୍ୱର ସେମାନଙ୍କ ଫସଲକୁ କୀଟ ପଠାଇଲେ।
    ସେମାନଙ୍କର ପରିଶ୍ରମର ଫଳ ପଙ୍ଗପାଳମାନଙ୍କୁ ଦେଲେ।
47 ସେ ଶିଳାଦ୍ୱାରା ସେମାନଙ୍କ ଦ୍ରାକ୍ଷାଲତା
    ଓ ହିମଦ୍ୱାରା ସେମାନଙ୍କ ବୃକ୍ଷ ଧ୍ୱଂସ କଲେ।
48 ପରମେଶ୍ୱର କୁଆପଥର ଦ୍ୱାରା ସେମାନଙ୍କ ପଶୁଗଣଙ୍କୁ
    ଓ ସେମାନଙ୍କ ପଲଗଣଙ୍କୁ ପ୍ରଜ୍ୱଳିତ ବଜ୍ରାଘାତରେ ବଧ କଲେ।
49 ପରମେଶ୍ୱର ଆପଣା କ୍ରୋଧ ମିଶର ଉପରେ ଦେଖାଇଲେ।
    ସେମାନଙ୍କ ବିରୁଦ୍ଧରେ ଦୂତଦଳ ପଠାଇଲେ।
50 ପରମେଶ୍ୱର ନିଜ କ୍ରୋଧ ପାଇଁ ପଥ ପ୍ରସ୍ତୁତ କଲେ।
    ସେ ମୃତ୍ୟୁରୁ ସେମାନଙ୍କ ପ୍ରାଣ ରକ୍ଷା କଲେ ନାହିଁ।
    ମାତ୍ର ମହାମାରୀରେ ସେମାନଙ୍କ ଜୀବନକୁ ସମାପ୍ତ କଲେ।
51 ସେ ମିଶରରେ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ହତ୍ୟା କଲେ।
    ହାମର ପରିବାରରେ ପ୍ରଥମଜାତ ପୁତ୍ରଗଣ।
52 ସେ ମେଷପାଳକ ପରି ତାଙ୍କର ଲୋକମାନଙ୍କର ନେତୃତ୍ୱ ନେଲେ।
    ସେ ସେମାନଙ୍କୁ ମେଷତୁଲ୍ୟ ମରୁଭୂମି ମଧ୍ୟରେ ପଥ କଢ଼ାଇ ନେଲେ।
53 ପରମେଶ୍ୱର ନିଜ ଲୋକମାନଙ୍କୁ ନିରାପଦରେ ଚଳାଇଲେ।
    ତେଣୁ ସେମାନେ ଭୟଭୀତ ହେଲେ ନାହିଁ।
    କିନ୍ତୁ ଶତ୍ରୁମାନଙ୍କୁ ପରମେଶ୍ୱର ଲୋହିତ ସମୁଦ୍ରରେ ବୁଡ଼ାଇଲେ।
54 ପରମେଶ୍ୱର ସେମାନଙ୍କୁ ଆପଣା ପବିତ୍ର ଦେଶକୁ ଓ ପାର୍ବତ୍ୟ ଦେଶକୁ ଆଣିଲେ,
    ଯାହା ସେ ତାଙ୍କ ଶକ୍ତିବଳରେ ନେଇଥିଲେ।
55 ପରମେଶ୍ୱର ଅନ୍ୟ ଜାତିମାନଙ୍କୁ ସେହି ଭୂମିରୁ ବିତାଡ଼ିତ କଲେ।
    ପରମେଶ୍ୱର ସେହି ଭୂମିରୁ ପ୍ରତ୍ୟେକଙ୍କୁ ତାଙ୍କର ଅଂଶ ଦେଲେ।
    ସେ ଇସ୍ରାଏଲର ପରିବାରବର୍ଗକୁ ସେମାନଙ୍କ ତମ୍ବୁରେ ରହିବାକୁ ଦେଲେ।
56 କିନ୍ତୁ ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କୁ ପରୀକ୍ଷା କଲେ ଓ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ।
    ଏବଂ ସେମାନେ ପରମେଶ୍ୱରଙ୍କର ବାକ୍ୟ ପାଳନ କଲେ ନାହିଁ।
57 ପରମେଶ୍ୱରଙ୍କଠାରୁ ବିମୁଖ ହୋଇ ଇସ୍ରାଏଲର ଲୋକମାନେ ନିଜର ପୂର୍ବପୁରୁଷଙ୍କ ପରି ବିଶ୍ୱାସଘାତକତା କଲେ।
    ସେମାନେ ଗୋଟିଏ ବୁମେରାଂ [a] ତୁଲ୍ୟ ହେଲେ।
    ଯାହା ଫେରିଗଲା ଓ ଅନ୍ୟ ଦିଗେରେ ଗ୍ଭଲିଗଲା।
58 କାରଣ ସେମାନେ ନିଜର ଉଚ୍ଚସ୍ଥଳୀ ଦ୍ୱାରା ପରମେଶ୍ୱରଙ୍କୁ ବିରକ୍ତ କଲେ।
    ଏବଂ ଆପଣାମାନଙ୍କ ଖୋଦିତ ପ୍ରତିମାଦ୍ୱାରା ସେମାନେ ପରମେଶ୍ୱରଙ୍କୁ ଈର୍ଷାନ୍ୱିତ କଲେ।
59 ପରମେଶ୍ୱର ଏହା ଶୁଣିଲେ ଓ କ୍ରୋଧ ହେଲେ।
    ଏବଂ ସେ ସମ୍ପୂର୍ଣ୍ଣଭାବେ ଇସ୍ରାଏଲବାସୀଙ୍କୁ ପ୍ରତ୍ୟାଖ୍ୟାନ କଲେ।
60 ପରମେଶ୍ୱର ଏପରିକି ଶୀଲୋସ୍ଥିତ ପବିତ୍ର ତମ୍ବୁ ତ୍ୟାଗ କଲେ।
    ସେହି ତମ୍ବୁରେ ପରମେଶ୍ୱର ମନୁଷ୍ୟମାନଙ୍କ ମଧ୍ୟରେ ରହୁଥିଲେ।
61 ସେ ତାଙ୍କର ଶକ୍ତିର ପ୍ରତୀକକୁ [b] କରାୟତ୍ତ କରିବା ପାଇଁ ଦେଲେ।
    ସେ ତାଙ୍କର “ଗୌରବର ପ୍ରତୀକକୁ” ଶତ୍ରୁମାନଙ୍କ ଦ୍ୱାରା ନେଇଗଲେ।
62 ପରମେଶ୍ୱର ସେମାନଙ୍କ ସହିତ ବହୁତ ନିରାଶ ଥିଲେ।
    ସେ ନିଜ ଲୋକମାନଙ୍କୁ ମଧ୍ୟ ଖ‌ଡ଼୍‌ଗରେ ସମର୍ପି ଦେଲେ।
63 ଯୁବକମାନେ ଅଗ୍ନିରେ ପୋଡ଼ି ମଲେ।
    ଏବଂ ସେମାନଙ୍କ କନ୍ୟାମାନଙ୍କର ବିବାହରେ ବିବାହ-ଗୀତ ଶୁଣାଗଲା ନାହିଁ।
64 ଯାଜକଗଣଙ୍କୁ ହତ୍ୟା କରାଗଲା।
    କିନ୍ତୁ ବିଧବାମାନେ ସେମାନଙ୍କ ପାଇଁ ବିଳାପ କରିବାକୁ ସୁଯୋଗ ପାଇଲେ ନାହିଁ।
65 ଶେଷରେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକଙ୍କ ପରି
    ଓ ଅତ୍ୟଧିକ ମଦିରା ହେତୁ ହର୍ଷନାଦକାରୀ
    ବୀର ପରି ଉଠିଲେ।
66 ପୁଣି ପରମେଶ୍ୱର ତାଙ୍କର ବିରୋଧୀକାରୀଙ୍କୁ ବଳପୂର୍ବକ ତଡ଼ି ଦେଲେ।
    ପରମେଶ୍ୱର ତାଙ୍କର ଶତ୍ରୁଗଣଙ୍କୁ ପରାସ୍ତ କଲେ ଓ ଚିରକାଳ ପାଇଁ ଅପମାନିତ କଲେ।
67 କିନ୍ତୁ ସେ ଯୋଷେଫ ପରିବାରକୁ ଅଗ୍ରାହ୍ୟ କଲେ।
    ପରମେଶ୍ୱର ଇଫ୍ରୟିମ ଗୋଷ୍ଠୀକୁ ଗ୍ରହଣ କଲେ ନାହିଁ।
68 ନାଁ, ପରମେଶ୍ୱର ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ
    ଓ ଆପଣାର ପ୍ରିୟ ସିୟୋନ ପର୍ବତକୁ ମନୋନୀତ କଲେ।
69 ପରମେଶ୍ୱର ଉଚ୍ଚତମ ସ୍ୱର୍ଗପରି ତାଙ୍କର ମନ୍ଦିର ନିର୍ମାଣ କଲେ।
    ଚିରସ୍ଥାୟୀ ପୃଥିବୀ ତୁଲ୍ୟ ସେ ତାଙ୍କର ପବିତ୍ର ମନ୍ଦିର ନିର୍ମାଣ କଲେ।
70 ପରମେଶ୍ୱର ଦାଉଦଙ୍କୁ ତାଙ୍କର ବିଶେଷ ଦାସରୂପେ ମନୋନୀତ କଲେ
    ଓ ମେଷ ଜଗିବା କାମରୁ ଆଣି ତାଙ୍କୁ ଗ୍ରହଣ କଲେ।
71 ସେ ଦାଉଦଙ୍କୁ ମେଷ ଓ ମେଷଶାବକ ଜଗିବା କାମରୁ ଆଣି,
    ତାଙ୍କୁ ଆପଣାର ଲୋକମାନଙ୍କୁ ଜଗିବାର ଦାୟିତ୍ୱ ଦେଲେ।
    କାରଣ ଇସ୍ରାଏଲୀୟ ଓ ଯାକୁବର ଲୋକମାନେ, ପରମେଶ୍ୱରଙ୍କର ସମ୍ପତ୍ତି ଥିଲେ।
72 ଏବଂ ପବିତ୍ର ହୃଦୟରେ ଦାଉଦ ସେହି ଇସ୍ରାଏଲବାସୀଙ୍କର ନେତୃତ୍ୱ ନେଲେ
    ଏବଂ ସେ ନିପୁଣ ସହକାରେ ତାଙ୍କୁ ଆଗେଇ ନେଲେ।

ନିହିମିୟାଙ୍କର ପୁସ୍ତକ 9:26-38

26 ତଥାପି ସେମାନେ ଅନାଜ୍ଞାବହ ହେଲେ।
    ସେମାନେ ତୁମ୍ଭ ବିରୁଦ୍ଧରେ ଦ୍ରୋହାଚରଣ କଲେ।
    ସେମାନେ ତୁମ୍ଭର ବ୍ୟବସ୍ଥା ନିଜ ପଛକୁ ପକାଇଲେ।
ତୁମ୍ଭର ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ସେମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣିବା ପାଇଁ ଯୁକ୍ତି କଲେ,
    ସେମାନଙ୍କୁ ହତ୍ୟା କଲେ
    ସେମାନେ ସେହି ଯାଜକମାନଙ୍କ ପ୍ରତି ବହୁତ ନିନ୍ଦନୀୟ କାର୍ଯ୍ୟ କଲେ।
27 ଏଣୁ ତୁମ୍ଭେ ସେମାନଙ୍କୁ ବିପକ୍ଷଗଣ ହସ୍ତରେ ସମର୍ପଣ କରିବାରୁ
    ସେମାନେ ସେମାନଙ୍କୁ କ୍ଳେଶ ଦେଲେ।
ମାତ୍ର କ୍ଳେଶ ସମୟରେ, ସେମାନେ ତୁମ୍ଭଠାରେ ସାହାଯ୍ୟ ପାଇଁ ଚିତ୍କାର କଲେ
    ଏବଂ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ।
ଆପଣାର ବହୁବିଧ ଦୟାନୁସାରେ
    ସେମାନଙ୍କୁ ଉଦ୍ଧାର କର୍ତ୍ତୃଗଣ ଦେଲ।
    ସେମାନେ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
28 ମାତ୍ର ସେମାନେ ବିଶ୍ରାମ କଲାପରେ,
    ପୁନର୍ବାର ତୁମ୍ଭ ବିରୁଦ୍ଧରେ କୁକର୍ମମାନ କଲେ।
ଏଣୁ ତୁମ୍ଭେ ସେମାନଙ୍କୁ ଶତ୍ରୁଗଣଙ୍କ ହସ୍ତରେ ସମର୍ପଣ କଲ।
    ସେମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ।
ତଥାପି ଯେତେବେଳେ ସେମାନେ ଫେରି ତୁମ୍ଭ ନିକଟରେ କ୍ରନ୍ଦନ କଲେ,
    ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ।
ଆଉ ଅନେକ ଥର ତୁମ୍ଭେ ଆପଣା ଦୟା ଅନୁସାରେ
    ସେମାନଙ୍କୁ ଉଦ୍ଧାର କଲ।
29 ପୁନର୍ବାର ତୁମ୍ଭେ ସେମାନଙ୍କୁ ସତର୍କ କଲ।
ତୁମ୍ଭେ ସେମାନଙ୍କୁ, ତୁମ୍ଭ ବ୍ୟବସ୍ଥା ନିକଟକୁ ଫେରିବା ପାଇଁ କହିଲ।
    କିନ୍ତୁ ସେମାନେ ବହୁତ ଗର୍ବୀ ଥିଲେ।
    ସେମାନେ ତୁମ୍ଭର ଆଜ୍ଞା ଶୁଣିଲେ ନାହିଁ।
ଯଦି ଲୋକମାନେ ତୁମ୍ଭର ବ୍ୟବସ୍ଥା ମାନନ୍ତି, ତେବେ ସେମାନେ ବାସ୍ତବରେ ବଞ୍ଚି ପାରିବେ।
    କିନ୍ତୁ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭର ବ୍ୟବସ୍ଥା ଭଙ୍ଗ କଲେ।
ସେମାନେ ବହୁତ ଜି‌‌‌‌‌ଦ୍‌‌‌‌‌ଖୋର ଥିଲେ
    ଏବଂ ତୁମ୍ଭକୁ ପ୍ରତ୍ୟାଖାନ କଲେ।
    ସେମାନେ ତୁମ୍ଭର ଆଜ୍ଞା ମାନିଲେ ନାହିଁ।

30 “ତଥାପି ବହୁବର୍ଷ ପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ସହ୍ୟ କଲ
    ଓ ଆପଣା ଆତ୍ମାଦ୍ୱାରା ଆପଣା ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ
ତୁମ୍ଭେ ସତର୍କ କଲ।
    ମାତ୍ର ସେମାନେ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ହେଲେ ନାହିଁ।
ଏଣୁ ତୁମ୍ଭେ ସେମାନଙ୍କୁ ଅନ୍ୟ ଦେଶୀୟ ଗୋଷ୍ଠୀ ହସ୍ତରେ
    ସମର୍ପଣ କଲ।

31 “କାରଣ ତୁମ୍ଭେ ଦୟାବାନ,
    ତୁମ୍ଭେ ସେମାନଙ୍କୁ ପୁରାପୁରି ଧ୍ୱଂସ କଲ ନାହିଁ।
ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କଲ ନାହିଁ
    କାରଣ ତୁମ୍ଭେ କୃପାମୟ ଦୟାଳୁ ପରମେଶ୍ୱର ଅଟ।
32 ଏଣୁ ହେ ଆମ୍ଭମାନଙ୍କର ପରମେଶ୍ୱର, ମହାନ ପରାକ୍ରାନ୍ତ
    ଓ ଭୟଙ୍କର ପରମେଶ୍ୱର ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ।
ଅଶୂରୀୟ ରାଜଗଣର ସମୟାବଧି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ,
    ଆମ୍ଭମାନଙ୍କ ରାଜଗଣ ଉପରେ,
ଆମ୍ଭମାନଙ୍କ ଅଧିପତିଗଣ ଉପରେ,
    ଆମ୍ଭମାନଙ୍କ ଯାଜକଗଣ ଉପରେ,
ଆମ୍ଭମାନଙ୍କ ଭବିଷ୍ୟ‌ଦ୍‌ବକ୍ତୃଗଣ ଉପରେ,
    ଆମ୍ଭମାନଙ୍କ ପିତୃଗଣ ଉପରେ
ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେଉଁ କ୍ଳେଶ ଘଟିଅଛି,
    ତାହା ସବୁ ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ଦେଖା ନ ଯାଉ।
33 ତଥାପି ଆମ୍ଭମାନଙ୍କ ଉପରେ ଆଜି ପର୍ଯ୍ୟନ୍ତ ଯାହା ଯାହା ଘଟିଅଛି, ସେ ସବୁରେ ତୁମ୍ଭେ ଧର୍ମମୟ ଅଟ।
    କାରଣ ତୁମ୍ଭେ ସତ୍ୟ ବ୍ୟବହାର କରିଅଛ।
    ମାତ୍ର ଆମ୍ଭେମାନେ ଦୁଷ୍କର୍ମ କରିଅଛୁ।
34 ପୁଣି ଆମ୍ଭମାନଙ୍କ ରାଜଗଣ, ରାଜପୁତ୍ରଗଣ, ଆମ୍ଭର ଯାଜକଗଣ ଓ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭ ବ୍ୟବସ୍ଥା ପାଳନ କରି ନାହାନ୍ତି।
    ସେମାନେ ତୁମ୍ଭର ଆଜ୍ଞା ଏବଂ ତୁମ୍ଭର ସତର୍କବାଣୀ ଶୁଣିଲେ ନାହିଁ,
    ଯାହା ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଦେଇଥିଲ।
35 ଯେହେତୁ ସେମାନେ ଆପଣାମାନଙ୍କ ରାଜ୍ୟରେ ସେମାନଙ୍କୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳରେ
    ଓ ସେମାନଙ୍କ ସମ୍ମୁଖରେ ତୁମ୍ଭର ସମର୍ପିତ ପ୍ରଶସ୍ତ
ଓ ଉର୍ବର ଦେଶରେ ତୁମ୍ଭର ସେବା କରି ନାହାନ୍ତି।
    କି ନିଜ ନିଜ ଦୁଷ୍କର୍ମରୁ ଫେରି ନାହାନ୍ତି।
36 ଆଜି ଆମ୍ଭେମାନେ ଦାସ ହୋଇଅଛୁ।
    ପୁଣି ତୁମ୍ଭେ ଆମ୍ଭମାନଙ୍କ ପିତୃପୁରୁଷଗଣକୁ ଯେଉଁ ଦେଶର ଫଳ
ଓ ଉତ୍ତମ ଦ୍ରବ୍ୟ ଭୋଗ କରିବାକୁ ଦେଇଥିଲ।
    ସେହି ଦେଶରେ ଆମ୍ଭେମାନେ ଦାସ ହୋଇଅଛୁ।
37 ଆଉ ଆମ୍ଭମାନଙ୍କ ପାପ ହେତୁ ତୁମ୍ଭେ ଯେଉଁ ରାଜଗଣଙ୍କୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ,
    ସେମାନଙ୍କ ପ୍ରତି ସେହି ଦେଶ ପ୍ରଚୁର ଫଳ ଉତ୍ସର୍ଗ କରୁଅଛି।
ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ
    ସେମାନଙ୍କର ସ୍ୱେଚ୍ଛାମତ କ୍ଷମତା ଅଛି।
    ଆଉ ଆମ୍ଭେମାନେ ମହା କ୍ଳେଶରେ ଅଛୁ।

38 “ତଥାପି ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖିଅଛୁ। ଆଉ ଆମ୍ଭମାନଙ୍କର ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି।’’

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:9-20

“ଜଗତର ଯେଉଁ ରାଜାମାନେ ତା’ ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟରେ ଲିପ୍ତ ଥିଲେ ଓ ତା’ଧନରେ ଭାଗୀଦାର ଥିଲେ, ସେମାନେ ଯେତେବେଳେ ତାହାର ଦହନର ଧୂଆଁ ଦେଖିବେ, ସେମାନେ ତା’ର ମୃତ୍ୟୁ କାରଣରୁ କାନ୍ଦିବେ ଓ ଦୁଃଖିତ ହେବେ। 10 ସେହି ରାଜାମାନେ ଯେତେବେଳେ ତାହାର ଯନ୍ତ୍ରଣା ଦେଖିବେ, ସେତେବେଳେ ସେମାନେ ଭୟ କରିବେ ଏବଂ ତା’ଠାରୁ ବହୁତ ଦୂରରେ ରହିବେ। ସେମାନେ କହିବେ:

“ହେ ମହାନଗରୀ, ହେ ଶକ୍ତିଶାଳୀ ନଗରୀ ବାବିଲ!
    ଏହା ଭୟାନକ! ଏହା ଭୟାନକ!
ଘଣ୍ଟାକ ମଧ୍ୟରେ ତୁମ୍ଭ ପାଇଁ ଦଣ୍ଡ ଆସିଲା।”

11 “ଏହି ଜଗତର ବ୍ୟବସାୟୀମାନେ ତା’ ପାଇଁ ବିଳାପ ଓ ଦୁଃଖ କରିବେ। ସେମାନେ ଦୁଃଖ ଅନୁଭବ କରିବେ, କାରଣ ସେମାନଙ୍କର ବାଣିଜ୍ୟଦ୍ରବ୍ୟ ଏହା ପରେ କେହି କିଣିବେ ନାହିଁ। 12 ସେମାନେ ସୁନା, ରୂପା, ମୂଲ୍ୟବାନ ପଥର, ମୁକ୍ତା, ସୂକ୍ଷ୍ମ ରେଶମବସ୍ତ୍ର, ବାଇଗଣି ରଙ୍ଗର ବସ୍ତ୍ର; ରେଶମୀ ଓ ଲାଲ ବସ୍ତ୍ର; ପ୍ରତ୍ୟେକ ପ୍ରକାରର ଚନ୍ଦନ ଆଦି ସୁବାସିତ କାଠ ଜିନିଷ; ହାତୀ ଦାନ୍ତର ପଦାର୍ଥମାନ, ମୂଲ୍ୟବାନ୍ କାଠ, ପିତ୍ତଳ, ଲୌହ ଓ ମର୍ମର ପଥରରେ ନିର୍ମିତ ଶିଳ୍ପଦ୍ରବ୍ୟ; 13 ଦାରୁଚିନି ପ୍ରଭୃତି ସୁଗନ୍ଧି ମସଲା; ଅତର, ଧୂପ, ମଲମ, ସୁଗନ୍ଧି ଧୂପ, ମଦ୍ୟ, ଜୀତତୈଳ, ମଇଦା, ଗହମ, ଗୃହପାଳିତ ତୃଣଭୋଜୀ ପଶୁ, ମେଷ, ଘୋଡ଼ା, ରଥ, ଏବଂ ମନୁଷ୍ୟମାନଙ୍କର ଶରୀର ଓ ପ୍ରାଣ ସବୁ ବିକ୍ରୀ କରନ୍ତି। ତେଣୁ ବ୍ୟବସାୟୀମାନେ କାନ୍ଦିବେ ଓ କହିବେ:

14 ‘ହେ ବାବିଲ! ତୁମ୍ଭେ ଯେଉଁ ଉତ୍ତମ ଜିନିଷ ଗ୍ଭହୁଁଥିଲ,
ସେସବୁ ତୁମ୍ଭଠାରୁ ଗ୍ଭଲିଯାଇଛି।
ତୁମ୍ଭର ସବୁ ସୌଖିନ ଓ ମନୋହରୀ ଦ୍ରବ୍ୟମାନ ତୁମ୍ଭଠାରୁ ଉଭେଇ ଯାଇଛି।
    ତୁମ୍ଭେ ସେସବୁ ଆଉ କେବେ ପାଇବ ନାହିଁ।’

15 “ବ୍ୟବସାୟୀମାନେ ତା’ର ଦୁଃଖ ଯନ୍ତ୍ରଣା ଦେଖି ଭୟ କରିବେ ଓ ତା’ଠାରୁ ବହୁ ଦୂରରେ ଠିଆ ହେବେ। ସେହି ଲୋକମାନେ ତାହାକୁ ସେହି ମୂଲ୍ୟବାନ୍ ଜିନିଷ ବିକ୍ରିକରି ଧନୀ ହୋଇଥିଲେ। ତେଣୁ ସେମାନେ କାନ୍ଦିବେ ଓ ଦୁଃଖ କରିବେ। 16 ସେମାନେ କହିବେ:

‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ:
    ଯେଉଁ ମହାନଗରୀ ସୂକ୍ଷ୍ମ ରେଶମ, ବାଇଗଣି ଓ ଘନଲାଲ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲା,
    ସୁନା, ମଣି ଓ ମୁକ୍ତାରେ ଝଟକୁଥିଲା,
17 ଘଣ୍ଟାକ ମଧ୍ୟରେ ଏହି ସମସ୍ତ ବିଶାଳ ସମ୍ପତ୍ତି ନଷ୍ଟ କରି ଦିଆଗଲା।’

“ସମସ୍ତ ସମୁଦ୍ର କପ୍ତାନ, ସମୁଦ୍ର ଯାତ୍ରୀ, ନାବିକ, ନୌବାଣିଜ୍ୟ କରୁଥିବା ସମସ୍ତ ଲୋକ ବାବିଲଠାରୁ ଦୂରରେ ଠିଆ ହେଲେ। 18 ସେମାନେ ତା’ର ଜଳୁଥିବାର ଧୂଆଁ ଦେଖିଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, “ଏହି ମହାନଗରୀ ପରି ଅନ୍ୟ କୌଣସି ନଗରୀ ନାହିଁ।” 19 ସେମାନେ ନିଜ ନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସେମାନେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ:

‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ!
    ଏହି ମହାନଗରୀର ଧନରେ ସମୁଦ୍ରରେ ବାଣିଜ୍ୟ, ବ୍ୟବସାୟ କରୁଥିବା ଲୋକମାନେ ଧନୀ ହୋଇଥିଲେ।
    କିନ୍ତୁ ଘଣ୍ଟାକ ମଧ୍ୟରେ ସେ ଧ୍ୱଂସ ହୋଇଗଲା।
20 ହେ ସ୍ୱର୍ଗ! ହେ ପରମେଶ୍ୱରଙ୍କର ପବିତ୍ର ଲୋକମାନେ,
    ଭବିଷ୍ୟ‌‌ଦ୍‌‌‌‌ବକ୍ତାଗଣ ଏବଂ ପ୍ରେରିତଗଣ!
    ମହାନଗରୀର ଧ୍ୱଂସରେ ଆନନ୍ଦ ଉଲ୍ଲାସ କର।
ସେ ତୁମ୍ଭକୁ ଯେଉଁ କଷ୍ଟ ଦେଇଛି, ସେଥିପାଇଁ ପରମେଶ୍ୱର ତାହାକୁ ଦଣ୍ଡ ଦେଇଛନ୍ତି।’”

ମାଥିଉ ଲିଖିତ ସୁସମାଗ୍ଭର 15:21-28

ଜଣେ ଅଣଯିହୂଦୀ ସ୍ତ୍ରୀକୁ ଯୀଶୁଙ୍କ ସହାୟତା(A)

21 ଯୀଶୁ ସେ ସ୍ଥାନଛାଡ଼ି ସୋର ଓ ସୀଦୋନ ଅଞ୍ଚଳକୁ ଗ୍ଭଲିଗଲେ। 22 ସେହି ଅଞ୍ଚଳର ଜଣେ କିଣାନୀୟା ସ୍ତ୍ରୀ ଆସି ବଡ଼ ପାଟି କରି କହିଲା, “ହେ ପ୍ରଭୁ! ହେ ଦାଉଦଙ୍କ ପୁତ୍ର! ମୋ’ ପ୍ରତି ଦୟା କରନ୍ତୁ। ମୋ’ ଝିଅ ଦେହରେ ଗୋଟିଏ ଭୂତ ପଶି ରହିଛି, ମୋ’ ଝିଅ ଭାରି କଷ୍ଟ ପାଉଛି।”

23 ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, “ସେ ଆମ୍ଭ ପଛେ ପଛେ ପାଟି କରି ଆସୁଛି। ତାକୁ ଗ୍ଭଲି ଯିବାକୁ କହି ଦିଅନ୍ତୁ।”

24 ଯୀଶୁ କହିଲେ, “ପରମେଶ୍ୱର ମୋତେ କେବଳ ଇସ୍ରାଏଲର ହଜିଯାଇଥିବା ଲୋକ (ଯିହୂଦୀ) ମାନଙ୍କ ପାଇଁ ପଠାଇଛନ୍ତି।”

25 ତା’ପରେ ସେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ପୁଣି ଥରେ ଆସିଲା। ସେ ଯୀଶୁଙ୍କୁ ପ୍ରଣାମ କରି କହିଲା, “ହେ ପ୍ରଭୁ! ମୋତେ ସାହାଯ୍ୟ କରନ୍ତୁ।”

26 ଯୀଶୁ କହିଲେ, “ପିଲାମାନଙ୍କ ଖାଦ୍ୟନେଇ କୁକୁରଗୁଡ଼ିକୁ ଦେଇଦେବା ଠି‌କ୍‌ କାମ ହେବ ନାହିଁ।”

27 ସେହି ସ୍ତ୍ରୀ କହିଲା, “ହଁ ପ୍ରଭୁ, ଏହା ଠି‌କ୍‌ କଥା। କିନ୍ତୁ ସେମାନଙ୍କ ମାଲିକମାନଙ୍କର ଖାଇବା ଟେବୁଲ ଉପରୁ ଖସି ପଡ଼ୁଥିବା ଖାଦ୍ୟ କଣିକାସବୁ କୁକୁରଗୁଡ଼ିକ ଖାଇଥା’ନ୍ତି।”

28 ତା’ପରେ ଯୀଶୁ କହିଲେ, “ହେ ନାରୀ! ତୁମ୍ଭର ଗଭୀର ବିଶ୍ୱାସ ରହିଛି। ତୁମ୍ଭେ ମୋ’ଠାରୁ ଯାହା ଗ୍ଭହିଁଛ, ମୁଁ ତାହା କରିଦେବି।” ଏହା କହିବା ମାତ୍ରେ ସେହି ସ୍ତ୍ରୀର ଝିଅଟି ସମ୍ପୂର୍ଣ୍ଣ ରୂପେ ଭଲ ହୋଇଗଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center