Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 101

ଦାଉଦଙ୍କର ଏକ ଗୀତ।

101 ମୁଁ ବିଶ୍ୱସ୍ତତା ଓ ସ୍ୱଚ୍ଛତାର ବିଷୟରେ ଗାନ କରିବି।
    ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରଶଂସା କରିବି।
ମୁଁ ଯତ୍ନଶୀଳ ହୋଇ ସିଦ୍ଧ ପଥରେ ଜୀବନଯାପନ କରିବି।
    ହେ ସଦାପ୍ରଭୁ, କେବେ ତୁମ୍ଭେ ମୋ’ ନିକଟକୁ ଆସିବ।
    ମୁଁ ମୋ’ ରାଜପ୍ରାସାଦରେ ଧାର୍ମିକତା ଜୀବନଯାପନ କରିବି।
ମୁଁ ମୋର ସମ୍ମୁଖରେ କୌଣସି ମୂଲ୍ୟହୀନ ମୂର୍ତ୍ତି
    ସ୍ଥାପନ କରିବି ନାହିଁ।
    ମୁଁ ଦୁଷ୍ଟମାନଙ୍କ କର୍ମକୁ ଘୃଣା କରେ।
ମୁଁ ଦୁଷ୍ଟତାଠାରୁ ଦୂରରେ ରହିବି,
    ମୁଁ ମନ୍ଦକାର୍ଯ୍ୟରୁ ଦୂରେଇ ରହିବି।
ଯେଉଁ ଲୋକ ଗୋପନରେ ଆପଣା ପଡ଼ୋଶୀର ଅପବାଦ କରେ
    ମୁଁ ତାକୁ ଧ୍ୱଂସ କରିଦେବି।
ମୁଁ ଲୋକମାନଙ୍କୁ ଗର୍ବୀ ହେବାକୁ ଦେବି ନାହିଁ।
    ସେମାନେ ଅନ୍ୟମାନଙ୍କଠାରୁ ଭଲ ବୋଲି ତାଙ୍କୁ ଚିନ୍ତା କରିବା ପାଇଁ ଦେବି ନାହିଁ।

ସମଗ୍ର ଦେଶରେ ସେହି ବିଶ୍ୱସ୍ତ ଲୋକମାନଙ୍କ ଉପରେ ଦୃଷ୍ଟି ରଖି ଭରସା କରାଯାଇପାରିବ,
    ଯାହା ଫଳରେ ସେମାନେ ମୋ’ ପାଇଁ ମୋର ରାଜପ୍ରାସାଦ କାମ କରି ପାରିବେ।
    କେବଳ ଶୁଦ୍ଧ ପଥରେ ଜୀବନଯାପନ କରୁଥିବା ଲୋକମାନେ ହିଁ ମୋର ସେବକ ହୋଇ ପାରିବେ।
ଯେଉଁମାନେ ମିଥ୍ୟା କହନ୍ତି, ସେମାନେ ମୋର ଏହି ରାଜପ୍ରାସାଦରେ ବାସ କରି ପାରିବେ ନାହିଁ।
    ମିଥ୍ୟାବାଦୀମାନଙ୍କୁ ମୋ’ ନିକଟତର ହେବା ପାଇଁ ଦେବି ନାହିଁ।
ମୁଁ ଦୁଷ୍ଟମାନଙ୍କୁ ସଦାପ୍ରଭୁଙ୍କ ସହରରୁ ତଡ଼ିଦେବି,
    ପ୍ରତ୍ୟେକ ଦିନ ମୁଁ ଅଧର୍ମାଗ୍ଭରୀ ଲୋକମାନଙ୍କୁ ବିନାଶ କରିବି।

ଗୀତସଂହିତା 109:1-30

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

109 ପରମେଶ୍ୱର, ଯାହାଙ୍କୁ ମୁଁ ପ୍ରଶଂସା କରେ,
    ନୀରବ ରୁହ ନାହିଁ।
ଦୁଷ୍ଟ ଲୋକମାନେ ମୋ’ ବିରୁଦ୍ଧରେ ମିଛ କହନ୍ତି।
    ସେମାନେ ଯେଉଁ କଥା କୁହନ୍ତି ତାହା ସତ୍ୟ ନୁହେଁ।
ଲୋକମାନେ ମୋ’ ପ୍ରତି ଘୃଣାକାରୀ କଥା କହନ୍ତି।
    ବିନା କାରଣରେ ମୋ’ ପ୍ରତି ଲୋକମାନେ ଆକ୍ରମଣ କରନ୍ତି।
ମୁଁ ସେମାନଙ୍କୁ ପ୍ରେମ କଲି।
    କିନ୍ତୁ ସେମାନେ ମୋତେ ଦୋଷୀ କଲେ।
    କିନ୍ତୁ ମୁଁ କ୍ରମାଗତ ପ୍ରାର୍ଥନା କରିଗ୍ଭଲିଛି।
ମୁଁ ସେହି ଲୋକମାନଙ୍କ ପାଇଁ ମଙ୍ଗଳ କାର୍ଯ୍ୟ କଲି।
    ସେମାନେ ମୋ’ ପ୍ରତି ଅମଙ୍ଗଳ କାର୍ଯ୍ୟ କଲେ।
ମୁଁ ସେମାନଙ୍କୁ ପ୍ରେମ କଲି
    କିନ୍ତୁ ସେମାନେ ମୋତେ ଘୃଣା କଲେ।

ସେମାନେ କହିଲେ, “ତାଙ୍କୁ ନ୍ୟାୟ ଦେବା ପାଇଁ କେହି ଜଣେ ଦୁଷ୍ଟ ଲୋକକୁ ନିଯୁକ୍ତି କର।
    କାହାକୁ ଜଣେ ବାହାର କର ଯିଏକି ଭୁଲ୍ ବୋଲି କହୁ।
ଯେତେବେଳେ ସେ ନ୍ୟାୟ ଦିଅନ୍ତି, ସେ ଦୋଷୀ ବୋଲି ବାହାର କରିବ
    ଏବଂ ତାଙ୍କର ପ୍ରାର୍ଥନାକୁ ପାପପୂର୍ଣ୍ଣ ଧରାଯିବ।
ତାଙ୍କର ଜୀବନ କାଳ ଛୋଟ ହେଉ।
    ଅନ୍ୟକେହି ଜଣେ ତାଙ୍କର କାମ ନିଅନ୍ତୁ।
ତାଙ୍କର ପିଲାମାନେ ଅନାଥ ହୁଅନ୍ତୁ ଏବଂ ତାଙ୍କର ସ୍ତ୍ରୀମାନେ ବିଧବା ହୁଅନ୍ତୁ।
10 ତାଙ୍କର ଘର ଉଜୁଡ଼ି ଯାଉ।
    ସେମାନେ ସବୁ ଭିକାରୀ ହୁଅନ୍ତୁ।
11 ସେ ଋଣ ଦେଇଥିବା ଲୋକ ତାଙ୍କର ସର୍ବଶ୍ୱ ନେଇଯାଉ।
    ଏବଂ ବିଦେଶୀମାନେ ତାହାର ଶ୍ରମର ଫଳ ଲୁଟ କରନ୍ତୁ।
12 ମୁଁ ଆଶା କରେ ସେମାନଙ୍କୁ କେହି ଦୟା ନ କରନ୍ତୁ।
    ତାଙ୍କର ପିଲାମାନଙ୍କୁ କେହି ଦୟା ନ ଦେଖାନ୍ତୁ।
13 ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ।
    ଗୋଟିଏ ପିଢ଼ି ଭିତରେ ତା'ର ନାମକୁ ଲୁପ୍ତ କରିଦିଅନ୍ତୁ।
14 ତାଙ୍କ ପିତୃ ଲୋକଙ୍କର ଅପରାଧ ସଦାପ୍ରଭୁଙ୍କ ମନରେ ଥାଉ
    ଓ ତାହାର ମାତାର ପାପ ପୋଛି ନ ହେଉ।
15 ସଦାପ୍ରଭୁ ସେମାନଙ୍କ ପାପକୁ ଚିରଦିନ ମନେ ପକାନ୍ତୁ,
    କିନ୍ତୁ ପୃଥିବୀରେ ଲୋକମାନେ ସେହି ପରିବାର ବିଷୟରେ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଆନ୍ତୁ।
16 କାରଣ ସେ ଦୟାଳୁ ଭାବେ କାମ କରିବାକୁ ମନେ କରି ନ ଥିଲେ।
    ସେ ଅତ୍ୟାଗ୍ଭର କରୁଥିଲେ ଏବଂ ସେ ଗରିବ ଓ ଦରିଦ୍ର ଲୋକମାନଙ୍କୁ ମାରି ଦେଲେ,
    ଯେଉଁମାନେ ଦିନହୀନ ଓ ହତାଶ ହୁଅନ୍ତି।
17 ସେ ଅନ୍ୟମାନଙ୍କର ମନ୍ଦ କାମକୁ ଭଲ ପାଇଲେ।
    ସେହି ମନ୍ଦ, ସେମାନଙ୍କ ପାଇଁ ଘଟୁ।
ସେ ଅନ୍ୟର ମଙ୍ଗଳ କରିଲେ ନାହିଁ।
    ତାଙ୍କଠାରୁ ମଙ୍ଗଳ ଦୂରେଇଯାଉ।
18 ଅଭିଶାପ ତା'ର ବସ୍ତ୍ର ହେଉ।
    ଅଭିଶାପ ସେ ପିଉଥିବା ପାଣି ହେଉ।
    ଅଭିଶାପ ତା'ର ଶରୀରର ତୈଳ ହେଉ।
19 ଅଭିଶାପ ଦୁଷ୍ଟବ୍ୟକ୍ତିର ବସ୍ତ୍ର ପରି ହେଉ
    ଓ ତାହାର ନିତ୍ୟ କଟିବନ୍ଧନ ପରି ହେଉ।‌”

20 ଏହା ମୋର ଶତ୍ରୁଗଣ ମୋ’ ବିଷୟରେ କହନ୍ତି,
    ମୁଁ ଆଶାକରେ ମୋ’ ବିରୁଦ୍ଧରେ ଯିଏ ଦୁଷ୍ଟକଥା କୁହେ ସଦାପ୍ରଭୁ ଏହିସବୁ ବିଷୟ ସେହି ଲୋକମାନଙ୍କ ପ୍ରତି କରନ୍ତୁ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରଭୁ।
    ତେଣୁ ମୋତେ ସେହି ବାଟରେ ଚଲାଅ ଯେଉଁଥିରେ ତୁମ୍ଭ ନାମର ସମ୍ମାନ ଆସୁ।
    କାରଣ ତୁମ୍ଭେ ଦୟାମୟ, ମଙ୍ଗଳମୟ, ଏଣୁ ମୋତେ ଉଦ୍ଧାର କର।
22 ମୁଁ ଏକମାତ୍ର ଦିନହୀନ ଓ ଅସହାୟ ବ୍ୟକ୍ତି ଅଟେ।
    ମୁଁ ବାସ୍ତବରେ ଦୁଃଖିତ, ମୋର ହୃଦୟ ଭାଙ୍ଗିପଡ଼ିଛି।
23 ମୁଁ ଅନୁଭବ କରୁଛି, ଯେପରି ମୋର ଜୀବନ ଶେଷ ହୋଇ ଆସୁଛି।
    ଯେପରି ଦିନ ବିରାଟ ଛାଇପରି ସରିସରି ଆସୁଛି।
    ମୁଁ ଛାରପୋକ ନ୍ୟାୟ ଗ୍ଭଳିତ ହେଉଅଛି।
24 ମୋର ଆଣ୍ଠୁ ଦୁର୍ବଳ ହୋଇଛି।
    କାରଣ ମୁଁ ଭୋକିଲା ଅଟେ।
    ମୁଁ ମୋର ଓଜନ ହରାଉଛି ଓ ପତଳା ହୋଇ ଯାଉଛି।
25 ମନ୍ଦ ଲୋକମାନେ ମୋତେ ଅପମାନିତ କରୁଛନ୍ତି।
    ସେମାନେ ମୋତେ ଦେଖି ମୁଣ୍ଡ ହଲାଉଛନ୍ତି।
26 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୋତେ ସାହାଯ୍ୟ କର।
    ତୁମ୍ଭର ପ୍ରକୃତ କରୁଣା ପ୍ରେମ ମୋତେ ଦେଖାଅ ଓ ମୋତେ ରକ୍ଷା କର।
27 ଏହା ପରେ ସେହି ଲୋକମାନେ ଜାଣିବେ, ଯେ ତୁମ୍ଭେ ମୋତେ ସାହାଯ୍ୟ କଲ।
    ଏହା ପରେ ସେମାନେ ଜାଣିବେ ଯେ ଏହାଥିଲା ତୁମ୍ଭର ଶକ୍ତି ଯାହାକି ମୋତେ ସାହାଯ୍ୟ କଲା।
28 ସେହି ମନ୍ଦ ଲୋକମାନେ ମୋତେ ଅଭିଶାପ ଦିଅନ୍ତି।
    କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଶୀର୍ବାଦ କରିବ।
ଯେତେବେଳେ ସେମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରିବେ, ସେମାନେ ଅପମାନିତ ହେବେ।
    ଏହା ପରେ ମୁଁ ତୁମ୍ଭର ଦାସ, ଖୁସୀ ହେବି।
29 ମୋର ଶତ୍ରୁମାନଙ୍କୁ ଲଜ୍ଜିତ କରାଅ।
    ସେମାନେ ଉତ୍ତରୀୟ ବସ୍ତ୍ରତୁଲ୍ୟ ନିଜ ଇଚ୍ଛାରେ ଆଚ୍ଛାଦିତ ହୁଅନ୍ତୁ।
30 ମୁଁ ସଦାପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେବି,
    ବହୁତ ଲୋକମାନଙ୍କ ସମ୍ମୁଖରେ ମୁଁ ତାଙ୍କର ପ୍ରଶଂସା କରିବି।

ଗୀତସଂହିତା 119:121-144

ଅଇନ୍

121 ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି।
    ହେ ସଦାପ୍ରଭୁ, ଉପଦ୍ରବ କରୁଥିବା ଲୋକମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।
122 ମୋତେ ସାହାଯ୍ୟ କରିବାକୁ ପ୍ରତିଜ୍ଞା କର।
    ମୁଁ ତୁମ୍ଭର ସେବକ।
    ହେ ସଦାପ୍ରଭୁ, ଅହଙ୍କାରୀମାନଙ୍କୁ ମୋ’ ପ୍ରତି କ୍ଷତି କରିବାକୁ ଦିଅ ନାହିଁ।
123 ସଦାପ୍ରଭୁ ତୁମ୍ଭର ବିଶ୍ୱସ୍ତ ପ୍ରତିଜ୍ଞା ସତ୍ୟ ହେବାକୁ,
    ତୁମ୍ଭର ପରିତ୍ରାଣ ପଥକୁ ଗ୍ଭହିଁ ଗ୍ଭହିଁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ।
124 ମୁଁ ତୁମ୍ଭର ସେବକ ଅଟେ।
    ମୋ’ ପ୍ରତି ତୁମ୍ଭର ପ୍ରେମ ଦେଖାଅ।
    ତୁମ୍ଭର ବ୍ୟବସ୍ଥାମାନ ଶିଖାଅ।
125 ମୁଁ ତୁମ୍ଭର ଦାସ,
    ତୁମ୍ଭର ବ୍ୟବସ୍ଥାସବୁ ବୁଝିବାରେ ମୋତେ ସାହାଯ୍ୟ କର।
126 ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟ କରିବାର ସମୟ ଏହି।
    କାରଣ ଲୋକମାନେ ତୁମ୍ଭ ନିୟମ ଭାଙ୍ଗିଛନ୍ତି।
127 ସଦାପ୍ରଭୁ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା
    ମୁଁ ତୁମ୍ଭର ନିର୍ଦ୍ଦେଶକୁ ସ୍ନେହ କରେ।
128 ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ।
    ମୁଁ ମିଥ୍ୟା ଉପଦେଶକୁ ଘୃଣା କରେ।

ପେ

129 ସଦାପ୍ରଭୁ, ତୁମ୍ଭର ବାକ୍ୟସକଳ ଆଶ୍ଚର୍ଯ୍ୟଜନକ ଅଟେ।
    ସେଥିପାଇଁ ମୁଁ ତାହା ଅନୁସରଣ କରେ।
130 ତୁମ୍ଭର କଥାର ବିସ୍ତାରତା ମସ୍ତକକୁ ଆଲୋକ ପ୍ରଦାନ କରେ।
    ଏପରିକି ଏହା ମୂର୍ଖ ଲୋକମାନଙ୍କୁ ମଧ୍ୟ ବୁଦ୍ଧିମାନ କରେ।
131 ହେ ସଦାପ୍ରଭୁ, ମୁଁ ତୁମ୍ଭର ସମସ୍ତ ନିର୍ଦ୍ଦେଶ ଶିକ୍ଷା କରିବାକୁ ଗ୍ଭହେଁ।
    ମୁଁ ସେସବୁ ପାଇଁ ଧୈର୍ଯ୍ୟଶୀଳ ହୋଇ ଅପେକ୍ଷା କରୁଅଛି, ମୁଁ ପ୍ରାୟ ନିଶ୍ୱାସ ଅପ୍ରଚଳିତ।
132 ହେ ପରମେଶ୍ୱର, ମୋତେ ଦେଖ ଓ ମୋ’ ପ୍ରତି ଦୟା କର।
    ତୁମ୍ଭର ନାମକୁ ଭଲପାଉଥିବା ଲୋକମାନଙ୍କ ପାଇଁ ଯାହା କରିବା ଉଚିତ୍ ତାହା କର।
133 ହେ ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ପରିଗ୍ଭଳିତ କର।
    ମୋ’ ପ୍ରତି କୌଣସି ଅଘଟଣ ଘଟିବାକୁ ଦିଅ ନାହିଁ।
134 ହେ ସଦାପ୍ରଭୁ, ଯେଉଁମାନେ ମୋତେ ଆହତ କରନ୍ତି ସେମାନଙ୍କଠାରୁ ମୋତେ ରକ୍ଷା କର
    ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶ ସକଳ ମାନିବି।
135 ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର।
    ଏବଂ ତୁମ୍ଭର ବ୍ୟବସ୍ଥାମାନ ମୋତେ ଶିକ୍ଷା ଦିଅ।
136 ମୋ’ ଚକ୍ଷୁରୁ ଅଶ୍ରୁ ନଦୀପରି ବହୁଛି।
    କାରଣ ଲୋକମାନେ ତୁମ୍ଭର ବ୍ୟବସ୍ଥାମାନ ପାଳନ କରୁ ନାହାନ୍ତି।

ସାଦେ

137 ହେ ସଦାପ୍ରଭୁ, ତୁମ୍ଭେ ଧାର୍ମିକ ଅଟ।
    ଏବଂ ତୁମ୍ଭର ନିୟମ ସବୁ ଧର୍ମମୟ।
138 ତୁମ୍ଭେ ଆପଣା ନିୟମ ଦେଇଅଛ।
    ସେଗୁଡ଼ିକ ଧର୍ମମୟ ଓ ଆମ୍ଭେ ତା'ଉପରେ ସମ୍ପୂର୍ଣ୍ଣ ରୂପେ ଭରସା କରି ପାରିବୁ।
139 ମୋର ଦୃଢ଼ ଅନୁଭବ ମୋତେ ଗ୍ରାସ କରିଅଛି।
ମୁଁ ବହୁତ ମାନସିକ ଅଶାନ୍ତିରେ ଅଛି।
    କାରଣ ମୋର ଶତ୍ରୁଗଣ ତୁମ୍ଭର ବାକ୍ୟସବୁ ପାଶୋରି ଯାଇଛନ୍ତି।
140 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ପରୀକ୍ଷା ହୋଇଅଛି ଏବଂ ବିଶ୍ୱସ୍ତ ବାହାରିଲା,
    ମୁଁ ତୁମ୍ଭର ଦାସ, ଏହାକୁ ଭଲ ପାଏ।
141 ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଲୋକମାନେ ମୋତେ ସମ୍ମାନ କରନ୍ତି ନାହିଁ।
    କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଭୁଲି ନାହିଁ।
142 ହେ ସଦାପ୍ରଭୁ, ତୁମ୍ଭର ଧାର୍ମିକତା ଅନନ୍ତକାଳସ୍ଥାୟୀ।
    ତୁମ୍ଭର ବ୍ୟବସ୍ଥାସବୁକୁ ଭରସା କରାଯାଇ ପାରିବ।
143 କ୍ଳେଶ ଓ ଯନ୍ତ୍ରଣା ମୋ’ ଉପରେ ଆସିଅଛି।
    କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ।
144 ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ୟଗୁଡ଼ିକ ଚିରକାଳ ଉତ୍ତମ।
    ତାହା ସବୁ ବୁଝିବାରେ ସହାୟ ହୁଅ, ଯେପରିକି ମୁଁ ବଞ୍ଚିପାରିବି।

ରାଜାବଳୀର ଦ୍ୱିତୀୟ ପୁସ୍ତକ 18:9-25

ଅଶୂରୀୟମାନଙ୍କ ଶମରିୟା ଅଧିକାର

ଅନନ୍ତର ଯିହୁଦାର ରାଜା ହିଜକିୟଙ୍କର ରାଜତ୍ୱର ଚତୁର୍ଥ ବର୍ଷରେ ଓ ଇସ୍ରାଏଲର ରାଜା ଏଲାଙ୍କର ପୁତ୍ର ହୋଶେୟଙ୍କ ରାଜତ୍ୱର ସପ୍ତମ ବର୍ଷରେ ଅଶୂରର ରାଜା ସ‌ଲ୍‌‌‌ମନେଷର ଶମରିୟା ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଇ ତାଙ୍କୁ ଅବରୋଧ କଲେ। 10 ତୃତୀୟ ବର୍ଷ ଶେଷରେ ସେମାନେ ତାକୁ ଅଧିକାର କଲେ। ହିଜକିୟଙ୍କ ରାଜତ୍ୱର ଷଷ୍ଠ ବର୍ଷରେ ଓ ଇସ୍ରାଏଲର ରାଜା ହୋଶେୟଙ୍କ ରାଜତ୍ୱର ନବମ ବର୍ଷରେ ଏହା ଅଧିକୃତ ହେଲା। 11 ଏହା ପରେ ଅଶୂରର ରାଜା ଇସ୍ରାଏଲୀୟମାନଙ୍କୁ ବନ୍ଦୀ ରୂପେ ଅଶୂରକୁ ନେଇ ହଲହରେ, ହାବୋରରେ, (ଗୋଶନ୍ ନଦୀ କୂଳରେ) ଓ ମାଦୀୟମାନଙ୍କ ବିଭିନ୍ନ ନଗରରେ ସେମାନଙ୍କୁ ରଖିଲେ। 12 ଏସବୁ ଘଟିବାର କାରଣ ହେଲା ସେମାନେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଲେ ନାହିଁ। ପୁଣି ସଦାପ୍ରଭୁଙ୍କର ଚୁକ୍ତିକୁ ସେମାନେ ଭାଙ୍ଗିଲେ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ମାନିଲେ ନାହିଁ। ଆଉ ତାହା ଶୁଣିବାକୁ ସମ୍ମତ ହେଲେ ନାହିଁ କି ତାହା ପାଳନ କଲେ ନାହିଁ।

ଅଶୂର ଯିହୁଦା ଅଧିକାର କରିବାକୁ ପ୍ରସ୍ତୁତ ହୁଏ

13 ଅନନ୍ତର ହିଜକିୟଙ୍କର ରାଜତ୍ୱର ଚତୁଃର୍ଦ୍ଦଶ ବର୍ଷରେ ଅଶୂରର ରାଜା ସ‌ନ୍‌ହେରୀଦ୍ ଯିହୁଦାର ସମସ୍ତ ପ୍ରାଚୀର ବେଷ୍ଟିତ ନଗର ଅବରୋଧ କରି ତାକୁ ଅଧିକାର କଲେ। 14 ଏହା ପରେ ଯିହୁଦାର ରାଜା ହିଜକିୟ ଲାଖୀ‌ଶ୍‌କୁ ଅଶୂରର ରାଜା ନିକଟକୁ ଲୋକ ପଠାଇଲେ ଏବଂ କହିଲେ, “ମୁଁ ପାପ କରିଅଛି, ଦୟାକରି ମୋ’ ଦେଶ ଉପରେ ଆକ୍ରମଣ ବନ୍ଦ କର। ଆପଣ ମୋ'ଠାରୁ ଯାହା ଗ୍ଭହିଁବେ ମୁଁ ଦେବାକୁ ପ୍ରସ୍ତୁତ ଅଛି।”

ତହୁଁ ଅଶୂରର ରାଜା ଯିହୁଦାର ରାଜା ହିଜକିୟଙ୍କ ଉପରେ 300 ତାଳନ୍ତ ରୂପା ଓ 30 ତାଳନ୍ତ ସୁନା ଦେବାକୁ ସ୍ଥିର କଲେ। 15 ତେଣୁ ହିଜକିୟ ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରମାନରେ ଥିବା ସମସ୍ତ ରୂପା ତାଙ୍କୁ ଦେଇ ଦେଲେ। 16 ସେ ସମୟରେ ହିଜକିୟ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାର ଦେଶରେ ଓ ସ୍ତମ୍ଭମାନଙ୍କରେ ଯେଉଁ ସୁବର୍ଣ୍ଣ ମଣ୍ତନ କରିଥିଲେ ସେ ସବୁ କାଟି ଅଶୂରର ରାଜାଙ୍କୁ ଅର୍ପଣ କଲେ।

ଅଶୂରର ରାଜା ଯିରୁଶାଲମକୁ ଲୋକ ପ୍ରେରଣ କରନ୍ତି

17 ଅନନ୍ତର ଅଶୂରର ରାଜା ତାଙ୍କ ତିନି ଜଣ ମୁଖ୍ୟ ସେନାଧ୍ୟକ୍ଷ ତର୍ତ୍ତନ, ରବସାରୀସ୍, ଓ ର‌ବ୍‌ଶାକିଙ୍କୁ ମହାସୈନ୍ୟ ସହିତ ଯିରୁଶାଲମରେ ହିଜକିୟ ରାଜା ନିକଟକୁ ପଠାଇଲେ। ତହୁଁ ସେମାନେ ଲଖୀସରୁ ଯାତ୍ରା କରି ଯିରୁଶାଲମକୁ ଆସିଲେ। ସେମାନେ ସେଠାରେ ପହଞ୍ଚି ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ। 18 ପୁଣି ସେମାନେ ରାଜା ହି‌ଲ୍‌‌‌କିୟଙ୍କୁ ଡାକନ୍ତେ ହି‌ଲ୍‌‌‌କିୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ, ଶି‌ବ୍‌ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ସେମାନଙ୍କୁ ଭେଟିବାକୁ ବାହାରିଲେ।

19 ସେନାଧ୍ୟକ୍ଷମାନଙ୍କ ମଧ୍ୟରୁ ର‌ବ୍‌ଶାକି ସେମାନଙ୍କୁ କହିଲା, “ତୁମ୍ଭେମାନେ ହିଜକିୟଙ୍କୁ କୁହ, ମହାରାଜା ଅଶୂରର ରାଜା ଏହି କଥା କୁହନ୍ତି,

‘ତୁମ୍ଭେ ଯେଉଁ ବିଶ୍ୱାସ କରୁଛ, ତାହା କି ପ୍ରକାର ବିଶ୍ୱାସ? 20 ତୁମ୍ଭର ଏ କଥା ନିରର୍ଥକ। କାରଣ ତୁମ୍ଭେ କୁହ, “ଯୁଦ୍ଧରେ ଜୟଲାଭ କରିବା ପାଇଁ ମୋର ବହୁତ ମନ୍ତ୍ରଣା ଓ ବଳ ଅଛି।” କିନ୍ତୁ ତୁମ୍ଭେ କାହା ଉପରେ ନିର୍ଭର କର, ଯେହେତୁ ମୋ’ ବିପକ୍ଷରେ ବିଦ୍ରୋହ କରୁଛ? 21 ଏଠାକୁ ଦେଖ, ତୁମ୍ଭେ ଭଙ୍ଗା ହୋଇଥିବା ଆଶାବାଡ଼ି ଉପରେ ନିର୍ଭର କରୁଅଛ। ଏହି ଆଶାବାଡ଼ି ମିଶରର ଅଟେ। କିନ୍ତୁ ଯଦି କେହି ତା’ ଉପରେ ଆଉଜେ ଏହା ଭାଙ୍ଗି ଯିବ ଏବଂ ହାତରେ ପଶି ଫୋଡ଼ି ହୋଇଯିବ ଓ ଏହାକୁ ଘାଆ କରିଦେବ। ଯେଉଁମାନେ ମିଶରର ରାଜା ଫାରୋ ଉପରେ ନିର୍ଭର କରୁଛନ୍ତି, ସେମାନେ ଏହି ଭାଗ୍ୟର ଅଂଶିଦାର ହେବ। 22 ତୁମ୍ଭେମାନେ କହିପାର, “ଆମ୍ଭେମାନେ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ।” କିନ୍ତୁ ମୁଁ ଜାଣେ ହିଜକିୟ ଯେଉଁ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିରେ ଲୋକମାନେ ପୂଜା କରୁଥିଲେ ସେ ସେଗୁଡ଼ିକୁ ଦୂରେଇ ଦେଇଛନ୍ତି ଆଉ ଯିହୁଦାକୁ ଯିରୁଶାଲମକୁ କହିଛନ୍ତି “ତୁମ୍ଭେମାନେ କେବଳ ଯିରୁଶାଲମର ଯଜ୍ଞବେଦି ନିକଟରେ ପୂଜା କରିବ।”

23 ‘ଏବେ ମୁଁ ବିନୟ କରୁଅଛି, ମୋ’ ମହାଶୟ, ଅଶୂରର ରାଜାଙ୍କ ସଙ୍ଗେ ଚୁକ୍ତି କର, ମୁଁ ତୁମ୍ଭଙ୍କୁ 2,000 ଅଶ୍ୱ ଦେବି। ତୁମ୍ଭେ ଯଦି ପାରୁଛ ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ। 24 ତୁମ୍ଭେ ମୋର ମହାଶୟଙ୍କ ଦାସମାନଙ୍କ ମଧ୍ୟରୁ ଏପରିକି ସବୁଠାରୁ ଦୁର୍ବଳ, କ୍ଷୁଦ୍ରତମ ସୈନ୍ୟକୁ ପରାସ୍ତ କରି ପାରିବ ନାହିଁ। ତୁମ୍ଭେ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିଶର ଦେଶ ଉପରେ ନିର୍ଭର କରୁଛ।

25 ‘ସଦାପ୍ରଭୁଙ୍କ ବିନା ମୁଁ ଏ ଦେଶ ଧଂସ କରିବାକୁ ଆସି ନାହିଁ। ସଦାପ୍ରଭୁ ମୋତେ କହିଲେ, “ଏହି ଦେଶ ବିରୁଦ୍ଧରେ ଯାଅ ଓ ତାକୁ ଧ୍ୱଂସ କର!”’”

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 8

ମୂର୍ତ୍ତିଠାରେ ଉତ୍ସର୍ଗ ହୋଇଥିବା ପ୍ରସାଦ

ଏବେ ମୁଁ ମୂର୍ତ୍ତିଗୁଡ଼ିକଠାରେ[a] ଉତ୍ସର୍ଗୀକୃତ ମାଂସ ବିଷୟରେ କହିବି। ଆମ୍ଭେ ଜାଣୁ “ଆମ୍ଭ ସମସ୍ତଙ୍କ ପାଖରେ ଜ୍ଞାନ ଅଛି।” କିନ୍ତୁ “ଜ୍ଞାନ” ତୁମ୍ଭମାନଙ୍କୁ ଅହଂକାରୀ କରିଦିଏ। କିନ୍ତୁ ପ୍ରେମ ଅନ୍ୟମାନଙ୍କୁ ବଳିଷ୍ଠ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ କରେ। ଯଦି କିଏ ଭାବେ ଯେ, ସେ କିଛି ଜାଣେ ତା'ହେଲେ ସେ ଯେ ମୂର୍ଖ ଏହା ଜାଣି ରଖିବା ଉଚିତ୍। କିନ୍ତୁ ଯିଏ ପରମେଶ୍ୱରଙ୍କୁ ପ୍ରେମ କରେ, ପରମେଶ୍ୱର ତାହାର ପରିଚୟ ନିଅନ୍ତି।

ଅତଏବ ମାଂସ ଖାଇବା ବିଷୟରେ ମୁଁ ଏହା କହେ ଯେ, ଆମ୍ଭେ ଜାଣୁ ଯେ ଜଗତରେ ପ୍ରକୃତରେ ପ୍ରତିମା ବୋଲି କିଛି ନାହିଁ। ଏବଂ ଆମ୍ଭେ ଜାଣୁ ଯେ ଜଣେ ମାତ୍ର ପରମେଶ୍ୱର ଅଛନ୍ତି। ଆକାଶ ବା ପୃଥିବୀରେ ଅନେକଗୁଡ଼ିଏ ତଥା-କଥିତ ଦେବତା ଥାଇ ପାରନ୍ତି (ଲୋକେ ଅନେକ ବସ୍ତୁକୁ “ଦେବଗଣ” ଓ “ପ୍ରଭୁଗଣ” ବୋଲି କହୁଛନ୍ତି, କିନ୍ତୁ ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ।) କିନ୍ତୁ ଆମ୍ଭ ପାଇଁ ଜଣେ ପରମେଶ୍ୱର ଅଛନ୍ତି। ସେ ଆମ୍ଭର ପରମପିତା। ସମସ୍ତ ବିଷୟ ତାହାଙ୍କଠାରୁ ଆସେ, ଓ ଆମ୍ଭେ ତାହାଙ୍କ ପାଇଁ ଜୀବିତ ଅଛୁ। ପ୍ରଭୁ କେବଳ ଜଣେ। ସେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ପ୍ରତ୍ୟେକ ବିଷୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ନିର୍ମିତ, ଓ ସେ ଆମ୍ଭମାନଙ୍କୁ ଜୀବନ ଦେଇଛନ୍ତି।

କିନ୍ତୁ ଏହି ଜ୍ଞାନ ସମସ୍ତଙ୍କ ପାଖରେ ନାହିଁ। କେତେକ ଲୋକ ପୂର୍ବ ଅଭ୍ୟାସ ଯୋଗୁଁ ଏବେ ସୁଦ୍ଧା ମୂର୍ତ୍ତି ଉପାସନା କରନ୍ତି। ଏବଂ ମାଂସ ଖାଇବା ବେଳେ, ତାହା ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏ ପ୍ରସାଦ ବୋଲି ମନେ କରନ୍ତି। ଏହି ମାଂସ ଖାଇବା ଉଚିତ୍ କି ନୁହେଁ, ଏ ସମ୍ବନ୍ଧରେ ସେମାନଙ୍କର ନିଶ୍ଚିତ ବୋଧ ନାହିଁ। ଅତଏବ, ଖାଇଲା ବେଳେ ନିଜେ ନିଜକୁ ଦୋଷୀ ମନେ କରନ୍ତି। ଖାଦ୍ୟ ଆମକୁ ପରମେଶ୍ୱରଙ୍କ ନିକଟବର୍ତ୍ତୀ କରାଏ ନାହିଁ। ଖାଦ୍ୟ ନ ଖାଇବା ଦ୍ୱାରା ପରମେଶ୍ୱରଙ୍କ ସହ ଆମର ସମ୍ପର୍କରେ କ୍ଷତି ହୁଏ ନାହିଁ, ଓ ଖାଇବା ଦ୍ୱାରା ଆମ୍ଭର କିଛି ଲାଭ ମଧ୍ୟ ହୁଏ ନାହିଁ।

କିନ୍ତୁ ନିଜର ସ୍ୱାଧୀନତା ବିଷୟରେ ସାବଧାନ ରୁହ। ତୁମ୍ଭମାନଙ୍କର ଏହି ସ୍ୱାଧୀନତା, ଦୁର୍ବଳ ବିଶ୍ୱାସୀମାନଙ୍କୁ ପାପରେ ନ ପକାଉ। 10 ତୁମ୍ଭମାନଙ୍କର ହିତାହିତ ଜ୍ଞାନ ଅଛି। ତେଣୁ ତୁମ୍ଭେ ଦେବ ମନ୍ଦିର ଭୋଜନ ଶାଳାରେ ବସି ଖାଇବା ପାଇଁ ଉଚିତ୍ ମନେ କରିପାର। କିନ୍ତୁ କୌଣସି ଦୁର୍ବଳ ବିଶ୍ୱାସୀ, ସେଠାରେ ତୁମ୍ଭମାନଙ୍କୁ ଦେଖି ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ମାଂସ ଖାଇବାକୁ ସାହସ ପାଇବ। ସେ ଏପରି କରିବା ଭୁଲ୍ ଜାଣି ମଧ୍ୟ ଏହାକୁ ଖାଇବ। 11 ଅତଏବ ସେହି ଦୁର୍ବଳ ବିଶ୍ୱାସୀ ଯାହା ନିମନ୍ତେ ଯୀଶୁ ଖ୍ରୀଷ୍ଟ ପ୍ରାଣତ୍ୟାଗ କରିଛନ୍ତି, ତାହାର ଆତ୍ମିକ ପତନ ପାଇଁ ତୁମ୍ଭେ ଦାୟୀ ହେବ। 12 ତୁମ୍ଭେମାନେ ଖ୍ରୀଷ୍ଟିୟ ଭାଇ ଓ ଭଉଣୀମାନଙ୍କ ବିରୁଦ୍ଧରେ ପାପ କରୁଛ, ଓ ସେମାନେ ଭୁଲ୍ ବୋଲି ଅନୁଭବ କରୁଥିବା କାମଗୁଡ଼ିକ କରିବାକୁ ଉତ୍ସାହିତ କରି ସେମାନଙ୍କ ବିବେକକୁ ଆଘାତ ଦେଉଛ। ଏହା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ମଧ୍ୟ ପାପ କରୁଛ। 13 ଯଦି ମୋର ମାଂସ ଖାଇବା ଦ୍ୱାରା ମୋ’ ଭାଇ ପାପରେ ପଡ଼ିବ, ତା'ହେଲେ ମୁଁ ଭବିଷ୍ୟତରେ ଆଉ ମାଂସ ଖାଇବି ନାହିଁ। ଏପ୍ରକାରେ ମୁଁ ମୋ’ ଭାଇର ବିଘ୍ନର କାରଣ ହେବି ନାହିଁ।

ମାଥିଉ ଲିଖିତ ସୁସମାଗ୍ଭର 7:13-21

ସ୍ୱର୍ଗ ଏବଂ ନର୍କର ମାର୍ଗ

(ଲୂକ 13:24)

13 “ସ୍ୱର୍ଗ ପଥରେ କଢ଼ାଇ ନେଉଥିବା ଅଣଓସାରିଆ ଫାଟକ ଦେଇ ପ୍ରବେଶ କର। କାରଣ ଓସାରିଆ ଫାଟକ ଓ ପ୍ରଶସ୍ତ ରାସ୍ତା ନର୍କ ଆଡ଼କୁ ଯାଏ। ବହୁତ ଲୋକ ସେହି ରାସ୍ତାରେ ଯାଆନ୍ତି। 14 ବାସ୍ତବ ଜୀବନ ପଥରେ ଥିବା ଫାଟକ ବହୁତ ଛୋଟ। ବାସ୍ତବ ଜୀବନ ଆଡ଼କୁ ଯିବା ରାସ୍ତା ବହୁତ କଠିନ। ଖୁବ୍ କମ୍ ଲୋକ ସେ ରାସ୍ତା ଖୋଜି ପାଆନ୍ତି।

ଲୋକମାନଙ୍କ କର୍ମକୁ ଲକ୍ଷ୍ୟ କର

(ଲୂକ 6:43-44; 13:25-27)

15 “ଭଣ୍ଡ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କଠାରୁ ଦୂରରେ ରୁହ। ସେମାନେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କିନ୍ତୁ ସେମାନେ ପ୍ରକୃତରେ ହିଂସ୍ର ଗଧିଆ ଭଳି ଅଟନ୍ତି। 16 ତୁମ୍ଭେ ତାହାଙ୍କୁ ସେମାନଙ୍କର କାର୍ଯ୍ୟରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡିମିରି ଫଳ ଫଳେ ନାହିଁ, ସେହିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନ ଥାଏ। 17 ପ୍ରତ୍ୟେକ ଭଲ ଗଛରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛରେ ମନ୍ଦ ଫଳ ଫଳେ, 18 ଗୋଟିଏ ଭଲ ଗଛରେ ମନ୍ଦ ଫଳ ଫଳି ପାରିବ ନାହିଁ। କି ଗୋଟିଏ ମନ୍ଦ ଗଛରେ ଭଲ ଫଳ ଫଳି ପାରିବ ନାହିଁ। 19 ଯେଉଁ ଗଛରେ ଭଲ ଫଳ ଫଳେ ନାହିଁ, ତାହାକୁ କାଟି ଦିଆଯାଏ। 20 ତେଣୁ ମୁଁ ପୁଣି ଥରେ କହୁଛି ଯେ, ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ଯ୍ୟରୁ ଚିହ୍ନି ପାରିବ।

21 “ମୋତେ ‘ପ୍ରଭୁ’ ‘ପ୍ରଭୁ’ କହୁଥିବା ପ୍ରତ୍ୟେକ ଲୋକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ। ଯେଉଁ ଲୋକ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଇଚ୍ଛା ଅନୁଯାୟୀ କାମ କରେ, ସେହି ବ୍ୟକ୍ତି କେବଳ ସେଠାରେ ପ୍ରବେଶ କରିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center