Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 56-58

ପ୍ରଧାନ ବାଦ୍ୟକର ପାଇଁ ଯୋନତ୍-ଏଲମ୍ ରହୋକୀମ୍ ସ୍ୱରରେ ଦାଉଦଙ୍କ ଗୀତ। ପଲେଷ୍ଟୀୟମାନେ ତାହାଙ୍କୁ ଗାଥ୍ ନଗରରେ ଧରିବା ସମୟରେ ରଚିତ ଦାଉଦଙ୍କର ଏକ ମିକ୍ତାମ୍।

56 ହେ ପରମେଶ୍ୱର, ମୋତେ ଦୟା କର।
    ଲୋକମାନେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ କଲେ।
    ସେମାନେ ନିରନ୍ତର ଭାବରେ ମୋତେ ଅନୁଧାବନ କରୁଛନ୍ତି ଓ ଯୁଦ୍ଧ କରି ଆସୁଛନ୍ତି।
ମୋର ଶତ୍ରୁମାନେ ନିରନ୍ତର ଭାବରେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ,
    ସେହି ଯୋଦ୍ଧାମାନଙ୍କର ସଂଖ୍ୟା ବହୁତ।
ହେ ସର୍ବୋପରିସ୍ଥ ପରମେଶ୍ୱର,
ମୁଁ ଭୀତ ହେବା ସମୟରେ
    ତୁମ୍ଭ ଉପରେ ନିର୍ଭର କରେ।
ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର କରେ।
    ତାଙ୍କର ପ୍ରତିଜ୍ଞା ପାଇଁ ମୁଁ ତାଙ୍କୁ ପ୍ରଶଂସା କରେ।
ମୁଁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ, ତେଣୁ ମୁଁ ଭୟ କରିବି ନାହିଁ।
    ଲୋକମାନେ ମୋତେ କ’ଣ କରି ପାରିବେ?
ମୋର ଶତ୍ରୁମାନେ ମୋର କଥାକୁ ରୂପ ବଦଳାଇ ବିପରୀତ ଅର୍ଥ କରୁଛନ୍ତି।
    ସେମାନେ ମୋତେ ସର୍ବଦା କୁମନ୍ତ୍ରଣାରେ ଅନିଷ୍ଟ କରୁଛନ୍ତି।
ସେମାନେ ମୋତେ ହତ୍ୟା କରିବାର ଆଶା ନେଇ ଲୁଚି ରହନ୍ତି
    ଓ ମୋର ପ୍ରତ୍ୟେକ ଗତିବିଧି ଲକ୍ଷ୍ୟ କରନ୍ତି।
କାରଣ ସେମାନଙ୍କର ଅଧର୍ମ ପାଇଁ, ସେମାନଙ୍କୁ ପଳାଇ ଯିବାକୁ ଦିଅ ନାହିଁ।
    ପରମେଶ୍ୱର! ତୁମ୍ଭ କ୍ରୋଧରେ ସେହି ଜାତିଗଣକୁ ନିମ୍ନ ଆଡ଼କୁ ନେଇଆସ।
ତୁମ୍ଭେ ନିଶ୍ଚୟ ମୋର ଦୁଃଖର ହିସାବ ରଖିଥିବି।
    ତୁମ୍ଭେ ନିଶ୍ଚିତଭାବରେ ଜାଣିଥିବ ଯେ, ମୁଁ କେତେ କ୍ରନ୍ଦନ କଲି।
    ନିଶ୍ଚିତରେ ତୁମ୍ଭେ ମୋର ସମସ୍ତ ଅଶ୍ରୁଜଳରେ ହିସାବ ରଖିଛ।

ମୁଁ ଜାଣେ କେତେବେଳେ ମୁଁ ସାହାଯ୍ୟ ପାଇଁ ଡାକିବି, ମୋର ଶତ୍ରୁଗଣ ବୁଲିପଡ଼ିବେ ଏବଂ ଦୌଡ଼ିବେ।
    ମୁଁ ତାହା ଜାଣେ କାରଣ ତୁମ୍ଭେ ମୋର ପରମେଶ୍ୱର।
10 ମୁଁ ପରମେଶ୍ୱରଙ୍କ ବାକ୍ୟର ପ୍ରଶଂସା କରିବି।
    ସଦାପ୍ରଭୁ ମୋତେ କରିଥିବା ପ୍ରତିଜ୍ଞା ପାଇଁ ମୁଁ ତାଙ୍କର ପ୍ରଶଂସା କରିବି।
11 ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର କରେ।
    ତେଣୁ ମୁଁ ଭୟ କରିବି ନାହିଁ।
    ଲୋକମାନେ ମୋର କ’ଣ କରିବେ!

12 ହେ ପରମେଶ୍ୱର, ତୁମ୍ଭ ନିକଟରେ କରିଥିବା ପ୍ରତିଜ୍ଞା, ମୁଁ ପୂରଣ କରିବି।
    ମୁଁ ତୁମ୍ଭକୁ ଧନ୍ୟବାଦ ରୂପକ ନୈବେଦ୍ୟ ଦେବି।
13 କାରଣ ତୁମ୍ଭେ ମୋତେ ମୃତ୍ୟୁମୁଖରୁ ରକ୍ଷା କରିଛ,
    ମୋତେ ପରାସ୍ତ ହେବାରୁ ଉଦ୍ଧାର କରିଛ।
ତେଣୁ ମୁଁ ପରମେଶ୍ୱରଙ୍କ ଉପସ୍ଥିତିରେ ଗ୍ଭଲିବି, ଜୀବନ ପ୍ରଦାନକାରୀ ରଶ୍ମି ତୁଲ୍ୟ।
    ଯେଉଁ ରଶ୍ମି ମୋତେ ଜୀବନ ପ୍ରଦାନ କରିଅଛି, ସେହି ପରମେଶ୍ୱରଙ୍କ ପାଇଁ ବଞ୍ଚିବି।

ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତ‌ଶ୍‌ହେତ୍ ଗୁମ୍ଫାରେ ଶାଉଲ ସମ୍ମୁଖରୁ ପଳାଇବା ବେଳେ ରଚିତ।

57 ହେ ପରମେଶ୍ୱର, ମୋ’ ଉପରେ ଦୟାକର।
    ମୋ’ ଉପରେ ଦୟାକର, କାରଣ ମୁଁ ସୁରକ୍ଷା ପାଇଁ ତୁମ୍ଭ ନିକଟକୁ ଆସେ।
ବିପଦ ବହିଯିବା ପର୍ଯ୍ୟନ୍ତ
    ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବାକୁ ଆସିଛି।
ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
    ଏବଂ ପରମେଶ୍ୱର ମୋର ସମ୍ପୂର୍ଣ୍ଣ ଭାବରେ ରକ୍ଷା କରିବେ!
ସେ ସ୍ୱର୍ଗରୁ ମୋତେ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
    ଯେଉଁମାନେ ମୋତେ ଆକ୍ରମଣ କରନ୍ତି,
ସେ ସେମାନଙ୍କୁ ଲଜ୍ଜିତ କରନ୍ତି।
    ପରମେଶ୍ୱର ତାଙ୍କର ସ୍ୱର୍ଗୀୟ ପ୍ରେମ ଓ ବିଶ୍ୱସ୍ତ ମଙ୍ଗଳ ପ୍ରଦାନ କରନ୍ତି।

ମୋର ଜୀବନ ସଙ୍କଟପୂର୍ଣ୍ଣ।
    ମୋର ଶତ୍ରୁମାନେ ମୋର ଚତୁର୍ପାର୍ଶ୍ୱରେ ଘେରି ରହିଛନ୍ତି।
ସେମାନେ ମଣିଷ ଖିଆ ସିଂହ ପରି।
    ସେମାନଙ୍କର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ୟ।
    ସେମାନଙ୍କର ଜିହ୍ୱା ତୀ‌କ୍ଷ୍‌ଣ ଖ‌ଡ଼୍‌ଗ ତୁଲ୍ୟ।

ପରମେଶ୍ୱର, ସ୍ୱର୍ଗ ଉପରେ ଜାଗି ଉଠ।
    ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ଆଚ୍ଛାଦିତ ହେଉ।
ମୋର ଶତ୍ରୁମାନେ ମୋତେ ଫାନ୍ଦରେ ପକାଇବାକୁ
    ମୋ’ ପାଇଁ ଜାଲ ବିସ୍ତାର କରିଛନ୍ତି।
ସେମାନେ ମୋ’ ପାଇଁ ଏକ ବଡ଼ ଗାତ ଖୋଳିଛନ୍ତି।
    କିନ୍ତୁ ସେମାନେ ନିଜେ ସେଥିରେ ପଡ଼ିଛନ୍ତି।

ମୋର ହୃଦୟ ସ୍ଥିର ଅଟେ।
    ପରମେଶ୍ୱର, ମୋର ହୃଦୟ ସ୍ଥିର ଅଟେ।
    ମୁଁ ତାଙ୍କର ପ୍ରଶଂସା ଓ ଗାନ କରିବି।
ଜାଗ୍ରତ ହୁଅ, ହେ ମୋର ପ୍ରାଣ ଜାଗ୍ରତ ହୁଅ!
    ନେବଲ ଓ ବୀଣା, ଜାଗ୍ରତ ହୁଅ!
    ଓ ମୁଁ ଅତି ପ୍ରଭାତରେ ଜାଗ୍ରତ ହେବି।
ହେ ପ୍ରଭୁ, ପ୍ରତ୍ୟେକ ବ୍ୟକ୍ତି ସମ୍ମୁଖରେ ମୁଁ ତୁମ୍ଭର ଗୁଣଗାନ କରିବି।
    ମୁଁ ପ୍ରତ୍ୟେକ ଜାତିଗଣ ମଧ୍ୟରେ ତୁମ୍ଭ ପ୍ରଶଂସାର ଗୀତ ଗାଇବି।
10 ତୁମ୍ଭର ପ୍ରେମ ଆକାଶ ପରି ଉଚ୍ଚ।
    ତୁମ୍ଭର ବିଶ୍ୱସନୀୟତା ମେଘମାଳାକୁ ସ୍ପର୍ଶ କରୁଛି।
11 ପରମେଶ୍ୱର, ସ୍ୱର୍ଗ ଉପରେ ଉଠ।
    ତୁମ୍ଭର ମହିମା ସାରାପୃଥିବୀକୁ ଆଚ୍ଛାଦନ କରୁ।

ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତ‌ଶ୍‌ହେତ୍ ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍।

58 ବିଗ୍ଭରକଗଣ! ତୁମ୍ଭେ ନ୍ୟାୟ ଭାବରେ କୁହ କି?
    ତୁମ୍ଭେ ଲୋକମାନଙ୍କର ଧର୍ମ ବିଗ୍ଭର କର କି?
ନା, ତୁମ୍ଭେ କେବଳ ମନ୍ଦକାର୍ଯ୍ୟ କରିବା ପାଇଁ ଚିନ୍ତା କରୁଛ।
    ତୁମ୍ଭେମାନେ ନିଜେ ଏହି ଦେଶରେ ଅପରାଧ କରୁଛି।
ସେହି ଦୁଷ୍ଟ ଲୋକମାନେ ଜନ୍ମ ହେବା ମାତ୍ରେ ବିପଥଗାମୀ।
    ସେମାନେ ଜନ୍ମଠାରୁ ମିଥ୍ୟାବାଦୀ।
ସେମାନଙ୍କର କ୍ରୋଧ ସର୍ପର ବିଷତୁଲ୍ୟ ବିପଦପୂର୍ଣ୍ଣ।
    ଆଉ ନାଗସାପ ପରି ଯିଏ ଶୁଣିପାରିବ ନାହିଁ, ସେମାନେ ସତ କଥା ଶୁଣିବାକୁ ବାରଣ କରନ୍ତି।
ସାପୁଆକେଳାମାନଙ୍କର ବାଦ୍ୟ କିଅବା ଗୀତକୁ ନାଗସାପ ଶୁଣି ପାରିବ ନାହିଁ।
    ଆଉ ସେହି ମନ୍ଦ ଲୋକମାନେ ସେହିପରି, ଯେତେବେଳେ ସେମାନେ ସେମାନଙ୍କର ମନ୍ଦ ଯୋଜନା କରନ୍ତି।

ହେ ପରମେଶ୍ୱର, ସେହି ଲୋକମାନେ ସିଂହ ପରି।
    ତେଣୁ ହେ ପରମେଶ୍ୱର, ସେମାନଙ୍କର ଦାନ୍ତସବୁ ଭାଙ୍ଗି ଦିଅ।
ସେମାନେ ବହନ୍ତା ଜଳପରି ଅନ୍ତର୍ଦ୍ଧାନ ହୋଇ ଯାଆନ୍ତୁ।
    ରାସ୍ତାର ଘାସ ତୁଲ୍ୟ ସେମାନେ ପଦଦଳିତ ହୁଅନ୍ତୁ।
ଶାମୁକା ଗତି କଲାବେଳେ ତରଳି ଯିବା ପରି ସେମାନେ ତରଳି ଯାଆନ୍ତୁ।
    ସୂର୍ଯ୍ୟାଲୋକ ଦେଖି ନ ଥିବା ମୃତବସ୍ଥାରେ ଜନ୍ମଲାଭ କରିଥିବା ସନ୍ତାନ ପରି ହୁଅନ୍ତୁ।
ଜ୍ୱଳନ୍ତା କଣ୍ଟା ହାଣ୍ଡିକୁ ଗଲାପରି
    ସେମାନେ ଶୀଘ୍ର ଧ୍ୱଂସ ହୁଅନ୍ତି।

10 ଜଣେ ଧାର୍ମିକ ଲୋକ ଯେତେବେଳେ
    ସେହି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହେବାର ଦେଖେ, ସେ ଆନନ୍ଦିତ ହେବ।
11 ଯେତେବେଳେ ଏପରି ଘଟେ, ଲୋକମାନେ କହିବେ, “ଏଣୁ ଯେଉଁ ଲୋକମାନେ ଯାହା ଧାର୍ମିକ ତାହା କରନ୍ତି, ସତରେ ପୁରସ୍କୃତ ଅଟନ୍ତି।
    ସତରେ ପରମେଶ୍ୱର ଅଛନ୍ତି, ଯିଏ ପୃଥିବୀ ଉପରେ ବିଗ୍ଭର କରନ୍ତି।”

ଗୀତସଂହିତା 64-65

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

64 ହେ ପରମେଶ୍ୱର, ମୋହର ଅଭିଯୋଗ ଶୁଣ।
    ମୋ’ ଶତ୍ରୁମାନେ ମୋତେ ଭୟଭୀତ କରିଛନ୍ତି।
    ସେମାନଙ୍କଠାରୁ ମୋର ଜୀବନ ରକ୍ଷା କର।
ମୋ’ ଶତ୍ରୁମାନଙ୍କର ଗୁପ୍ତମନ୍ତ୍ରଣାରୁ ମୋତେ ରକ୍ଷା କର।
    ଦୁଷ୍ଟ ଲୋକମାନଙ୍କ ଦଳଠାରୁ ତୁମ୍ଭେ ମୋତେ ଲୁଗ୍ଭଇ ରଖ।
ସେମାନେ ସେମାନଙ୍କର ଜିହ୍ୱାକୁ କ୍ଷୁରପରି ଶାଣିତ କରନ୍ତି,
    ସେମାନେ ସେମାନଙ୍କର ବିଷାକ୍ତ ଶବ୍ଦଗୁଡ଼ିକ ତୀର ତୁଲ୍ୟ ନିକ୍ଷେପ କରନ୍ତି।
ହଠାତ୍ ସେମାନଙ୍କର ଲୁଚିବା ସ୍ଥାନରୁ ସେମାନେ ସେମାନଙ୍କର ତୀରଗୁଡ଼ିକ
    ଉତ୍ତମ ନିଷ୍ଠାପର ଲୋକମାନଙ୍କ ଉପରକୁ ବିନା ଭୟରେ ନିକ୍ଷେପ କରନ୍ତି।
ସେମାନେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି।
    ସେମାନେ ଏହା କହି ଫାନ୍ଦ ବସାଇବା ବିଷୟରେ କଥାବାର୍ତ୍ତା ହୁଅନ୍ତି, “କେହି ଏଠାରେ ସେମାନଙ୍କୁ ଦେଖି ପାରିବେ ନାହିଁ।”
କେହି ଆମ୍ଭର ଦୋଷକୁ ଆବିଷ୍କାର କରିବେ ନାହିଁ।
    ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଯୋଜନା ଅଛି।”
ଲୋକମାନେ ବହୁତ କୁଟିଳ ଏବଂ ବୁଝିବା ବହୁତ କଷ୍ଟ।
କିନ୍ତୁ ହଠାତ୍ ପରମେଶ୍ୱର ତାଙ୍କର ‘ତୀର’ ନିକ୍ଷେପ କରିବେ
    ଏବଂ ଦୁଷ୍ଟମାନେ ଆଘାତ ହେବେ।
ସେମାନଙ୍କ ନିଜ ଜିହ୍ୱା ସେମାନଙ୍କୁ ଧ୍ୱଂସର ବିଷୟ ଆଣିବ।
    ସେମାନଙ୍କୁ ଯିଏ ଦେଖିବେ ସେମାନେ ଦୁଃଖରେ ମୁଣ୍ଡ ହଲାଇବେ।
ତା’ହେଲେ ପ୍ରତ୍ୟେକ ବ୍ୟକ୍ତି ଭୟଭୀତ ହେବେ।
    ସେମାନେ ପରମେଶ୍ୱରଙ୍କର କାର୍ଯ୍ୟ ବିଷୟରେ କହିବେ
ଏବଂ ସେ ଯାହା କରିଛନ୍ତି
    ସେମାନେ ତାହା ଶିକ୍ଷା କରିବେ।
10 ଧାର୍ମିକ ଲୋକମାନେ ସଦାପ୍ରଭୁଙ୍କ ସେବାରେ ଆନନ୍ଦ କରିବେ।
    ସେମାନେ ତାହାଙ୍କର ଶରଣାଗତ ହେବେ।
    ପୁଣି ସମସ୍ତ ସଜ୍ଜନମାନେ, ସଦାପ୍ରଭୁଙ୍କର ପ୍ରଶଂସା କରିବେ।

ପ୍ରଧାନ ବାଦ୍ୟକର ନିମନ୍ତେ, ଦାଉଦଙ୍କର ଏକ ପ୍ରଶଂସାର ଗୀତ।

65 ହେ ସିୟୋନର ପରମେଶ୍ୱର, ତୁମ୍ଭେ ପ୍ରଶଂସିତ ହେବାର ହ‌କ୍‌ଦାର।
    ଆମ୍ଭେମାନେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
ଯିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି,
    ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
ଯେତେବେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ୟଧିକ ହୁଏ ଓ ସହି ହୁଏ ନାହିଁ,
    ସେତେବେଳେ ତୁମ୍ଭେ ହିଁ ଏକ ଯିଏ ଆମ୍ଭର ପାପକୁ କ୍ଷମା କରିବ।
କେତେ ଭାଗ୍ୟବାନ୍ ସେମାନେ,
    ଯେଉଁମାନଙ୍କୁ ତୁମ୍ଭେ ତୁମ୍ଭ ମନ୍ଦିରର ଅଗଣାରେ
ରଖିବା ପାଇଁ ମନୋନୀତ କର।
    ତୁମ୍ଭ ପବିତ୍ର ମନ୍ଦିରରେ ଆମ୍ଭେ ଆଶୀର୍ବାଦର ଗୃହସହ ପରିପୂର୍ଣ୍ଣ ହେଉ।
ହେ ପରମେଶ୍ୱର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା,
    ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟ ମାଧ୍ୟମରେ ଉତ୍ତର ଦିଅ
ଓ ଯାହା ଯଥାର୍ଥ ତାହା କର।
    ସମଗ୍ର ବିଶ୍ୱର ଲୋକମାନେ ତୁମ୍ଭଠାରେ ବିଶ୍ୱାସ ରଖନ୍ତି।
ପରମେଶ୍ୱର, ତୁମ୍ଭେ ମହାଶକ୍ତିର ସହ ପର୍ବତ ତିଆରି କରିଅଛ।
    ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।
ପରମେଶ୍ୱର “ଅଶାନ୍ତ ସମୁଦ୍ରକୁ” ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର।
    ଏପରିକି ଆମ୍ଭ ଚତୁର୍ପାର୍ଶ୍ୱର ଭୟଙ୍କର ଦେଶଗୁଡ଼ିକୁ।
ଯେଉଁସବୁ ଅ‌ଦ୍‌ଭୂତ କାର୍ଯ୍ୟ ତୁମ୍ଭେ କର, ତାହା ଦେଖି ସମଗ୍ର ପୃଥିବୀର ଲୋକମାନେ ଭୟରେ ଛିଡ଼ା ହୋଇଯାଆନ୍ତି।
    ତୁମ୍ଭେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଆନନ୍ଦରେ ଗୀତ ଗାନ କରାଅ।
    ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଆମ୍ଭମାନଙ୍କୁ ଖୁସୀ କରେ।
ତୁମ୍ଭେ ପୃଥିବୀର ଯତ୍ନ ନିଅ।
    ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ।
ହେ ପରମେଶ୍ୱର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର।
    ତୁମ୍ଭେ ଶସ୍ୟକ୍ଷେତ୍ରମାନ ବଢ଼ାଇ ଥାଅ।
10 ତୁମ୍ଭେ କୃଷିକ୍ଷେତ୍ରକୁ ଯଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ।
    ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ।
ତୁମ୍ଭେ ପୃଥିବୀର ମାଟିକୁ ନରମ କର।
    ତୁମ୍ଭେ ପୃଥିବୀରେ ଶସ୍ୟକ୍ଷେତ୍ରକୁ ବୃଦ୍ଧି କରାଅ।
11 ତୁମ୍ଭେ ପ୍ରତ୍ୟେକ ନୂତନ ବର୍ଷରେ ଉତ୍ତମ ଶସ୍ୟଅମଳ କରାଅ।
    ଉତ୍ତମ ଶସ୍ୟରେ ଶଗଡ଼ ଭରିଦିଅ।
12 ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।
13 ଗ୍ଭରଣଭୂମି ସବୁ ମେଷପଲରେ ପୁରି ଉଠନ୍ତି।
    ଉପତ୍ୟକା ସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି।
    ପ୍ରତ୍ୟେକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜୟଧ୍ୱନି କରନ୍ତି।

ରାଜାବଳୀର ପ୍ରଥମ ପୁସ୍ତକ 21:1-16

ନାବୋତଙ୍କ ଦ୍ରାକ୍ଷାକ୍ଷେତ୍ର

21 ଶମରିୟା ନଗରସ୍ଥ ରାଜା ଆହାବଙ୍କ ପ୍ରାସାଦ ନିକଟରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ଯିଷ୍ରିୟେଲୀୟ ନିବାସୀ ନାବୋତ ଏହି ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ। ଦିନେ ନାବୋତକୁ ରାଜା ଆହାବ ଡାକି କହିଲେ, “ମୋତେ ତୁମ୍ଭର ଏହି ଦ୍ରାକ୍ଷାକ୍ଷେତ୍ରଟି ଦିଅ, ମୁଁ ସେଥିରେ ପନିପରିବା କରିବି। କାରଣ ଏହା ମୋ’ ପ୍ରାସାଦ ନିକଟରେ ଅଛି। ଏହି କ୍ଷେତ୍ର ବଦଳରେ ମୁଁ ତୁମ୍ଭକୁ ଏକ ଭଲ ଦ୍ରାକ୍ଷାକ୍ଷେତ୍ର ଦେବି। ନଚେତ୍ ତୁମ୍ଭେ ଯଦି ଇଚ୍ଛା କରିବ, ତେବେ ମୁଁ ଏହାର ମୂଲ୍ୟରୌପ୍ୟ-ମୁଦ୍ରା ଆକାରରେ ଦେବି।”

ନାବୋତ ଆହାବଙ୍କୁ କହିଲେ, “ମୁଁ କେବେହେଲେ ମୋର ପୈତୃକ ଭୂମିକୁ ତୁମ୍ଭକୁ ଦେବି ନାହିଁ, ଏହା ପରମେଶ୍ୱର ମନା ନ କରନ୍ତୁ।”

ନାବୋତଙ୍କ କଥା ଆହାବଙ୍କୁ ବହୁତ ବାଧିଲା। ସେ ଅସନ୍ତୁଷ୍ଟ ହେଲେ ଓ ରାଗିଗଲେ। କାରଣ ନାବୋତ ତାଙ୍କର, “ପୈତୃକ ସମ୍ପତ୍ତି ଦେବେ ନାହିଁ ବୋଲି ମନା କଲେ।” ତେଣୁ ଏପରି ଖରାପ ମିଜାସରେ ସେ ଘରକୁ ଫେରିଲେ। ଏଣୁ ଆହାବ ନ ଖାଇ ନ ପିଇ ଶଯ୍ୟାରେ ପଡ଼ି ରହିଲେ।

ଆହାବଙ୍କ ପତ୍ନୀ ଈଷେବଲ ତାଙ୍କ ନିକଟକୁ ଯାଇ ତାଙ୍କୁ କହିଲେ, “ତୁମ୍ଭେ କାହିଁକି ଏତେ ଦୁଃଖିତ ଓ କାହିଁକି ଭୋଜନ କରୁ ନାହଁ?”

ଆହାବ ଉତ୍ତରରେ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ରଟି ମୋତେ ଦିଅ ଓ ତା’ ବଦଳରେ ରୌପ୍ୟମୁଦ୍ରା ନିଅ ନଚେତ୍ ତୁମ୍ଭର ପସନ୍ଦ ମୁତାବକ ତା’ରି ଅନୁରୂପ ଏକ ଦ୍ରାକ୍ଷାକ୍ଷେତ୍ର ନିଅ। ମାତ୍ର ସେ କହିଲା, ମୁଁ ତୁମ୍ଭକୁ ମୋର ଦ୍ରାକ୍ଷାକ୍ଷେତ୍ର ଦେବାକୁ ଯାଉ ନାହିଁ।”

ତାଙ୍କର ପତ୍ନୀ ଈଷେବଲ ତାଙ୍କୁ କହିଲେ, “ତୁମ୍ଭେ କ’ଣ ଇସ୍ରାଏଲର ରାଜା ନୁହଁ? ଉଠ, ଭୋଜନ କର ଓ ତୁମ୍ଭର ମନ ଓ ଶରୀର ପୁଲକିତ ହେଉ। ମୁଁ ତୁମ୍ଭକୁ ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଦେବି।”

ତହୁଁ ଈଷେବଲ ଆହାବଙ୍କ ନାମରେ ପତ୍ର ଲେଖି ତାଙ୍କର ମୋହର ମାରି ନାବୋତ ନଗରସ୍ଥ ପ୍ରାଚୀନଗଣଙ୍କ ପାଖକୁ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସେହି ପତ୍ର ପଠାଇଲେ। ସେହି ପତ୍ରରେ ସେ ଏହା ଲେଖିଥିଲେ:

“ଗୋଟିଏ ଉପବାସର ଦିନ ଘୋଷଣା କର ଓ ସମସ୍ତ ଲୋକଙ୍କୁ ଏକ ସଭାରେ ଏକତ୍ରିତ କର। ଆଉ ସେହି ସଭାରେ ଆମ୍ଭେମାନେ ନାବୋତ ବିଷୟରେ ବିଗ୍ଭର କରିବୁ। 10 ଦୁଇଜଣ ପାପଧମ ଲୋକଙ୍କୁ ଖୋଜ ଓ ସେମାନଙ୍କୁ ନାବୋତ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବାକୁ କୁହ। ସେମାନେ କହିବେ ଯେ, ସେମାନେ ଶୁଣିଲେ, ନାବୋତ ପରମେଶ୍ୱର ଓ ରାଜାଙ୍କୁ ଅଭିଶାପ ଦେଇଛନ୍ତି। ତା’ପରେ ତାକୁ ନଗର ବାହାରକୁ ନେଇ ପଥରମାରି ବଧ କର।”

11 ତେଣୁ ନାବୋତର ନଗରସ୍ଥ ପ୍ରାଚୀନ ଓ ପ୍ରଧାନବର୍ଗ ଈଷେବଲଙ୍କ ପ୍ରେରିତ ପତ୍ର ଅନୁସାରେ କାର୍ଯ୍ୟ କଲେ। 12 ସେମାନେ ଗୋଟିଏ ଉପବାସର ଦିନ ଘୋଷଣା କଲେ। ସମସ୍ତ ଲୋକଙ୍କୁ ଏକତ୍ରିତ ଡକାଇଲେ ଓ ଲୋକମାନଙ୍କ ସମ୍ମୁଖରେ ନାବୋତକୁ ଏକ ବିଶେଷ ଉଚ୍ଚ ସ୍ଥାନରେ ବସାଇଲେ। 13 ତା’ପରେ ଦୁଇଟି ପାପାଧମ ଲୋକ ଆସି ସେମାନଙ୍କ ସମ୍ମୁଖରେ ସାକ୍ଷୀ ଦେବାକୁ ବସିଲେ। ସେମାନେ ମିଥ୍ୟା ସାକ୍ଷ୍ୟ ଦେଇ କହିଲେ ଯେ, ନାବୋତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଛି। ତହୁଁ ସେମାନେ ନାବୋତକୁ ନଗର ବାହାରକୁ ନେଇ ପଥର ମାରି ବଧ କଲେ। 14 ତତ୍ପରେ ସେମାନେ ଈଷେବଲ ନିକଟକୁ ବାର୍ତ୍ତା ପ୍ରେରଣ କରି କହିଲେ, “ନାବୋତ ପ୍ରସ୍ତରାଘାତରେ ମୃତ୍ୟୁବରଣ କରିଛି।”

15 ଯେତେବେଳେ ଈଷେବଲ ନାବୋତର ମୃତ୍ୟୁ ସମ୍ବାଦ ଶୁଣିଲେ, ସେ ଆହାବଙ୍କୁ କହିଲେ, “ଯିଷ୍ରିୟେଲୀୟ ନାବୋତ ଯେ କି ରୌପ୍ୟ ମୁଦ୍ରା ଦେଇ ଦ୍ରାକ୍ଷାକ୍ଷେତ୍ର ଦେବାକୁ ନାସ୍ତି କରିଥିଲା ସେ ବର୍ତ୍ତମାନ ମୃତ। ଏଣିକି ତୁମ୍ଭେ ତା’ର ଦ୍ରାକ୍ଷାକ୍ଷେତ୍ର ଅଧିକାର କର।” 16 ତେଣୁ ଆହାବ ଦ୍ରାକ୍ଷାକ୍ଷେତ୍ରକୁ ଗଲେ ଓ ସେହି କ୍ଷେତକୁ ଅଧିକାର କଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:1-19

ପାଉଲ ଏହି ପତ୍ର ଲେଖିଛନ୍ତି। ମୁଁ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ ରୂପେ ଆହୂତ ହେଲି। ଏହା ପରମେଶ୍ୱରଙ୍କ ଇଚ୍ଛାରେ ସାଧିତ ହେଲା। ଆମ୍ଭର ଜଣେ ଭାଇ ସୋସ୍ଥିନା ମଧ୍ୟ ନମସ୍କାର ଜଣାନ୍ତି। ‌‌‌‌‌‌‌‌‌‌‌

କରିନ୍ଥଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ର କରାଯାଇଛନ୍ତି ସେମାନଙ୍କ ନିକଟକୁ ଏହି ପତ୍ର ଲେଖା ଯାଉଅଛି। ତୁମ୍ଭେମାନେ ଈଶ୍ୱରଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ ହୋଇଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସର୍ବତ୍ର ଯେଉଁମାନେ ବିଶ୍ୱାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ୱାସୀଙ୍କ ସହିତ ତୁମ୍ଭେମାନେ ଆହୂତ ହୋଇଅଛ।

ଆମ୍ଭର ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ଉପରେ ବର୍ତ୍ତୁ। ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ।

ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି

ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ପ୍ରଦାନ କରିଛନ୍ତି, ସେଥିପାଇଁ ମୁଁ ତୁମ୍ଭମାନଙ୍କ ସକାଶେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ସମସ୍ତ ବିଷୟରେ ଆଶୀର୍ବାଦ ପାଇଅଛ। ତୁମ୍ଭେମାନେ ସମସ୍ତ କଥା ଓ ସମସ୍ତ ଜ୍ଞାନରେ ଖ୍ରୀଷ୍ଟ ଯୀଶୁଙ୍କ ଆଶୀର୍ବାଦରେ ପୂର୍ଣ୍ଣତା ଲାଭ କରିଛ। ଖ୍ରୀଷ୍ଟଙ୍କ ବିଷୟକ ସତ୍ୟ ତୁମ୍ଭଠାରେ ପ୍ରମାଣିତ ହୋଇଛି। ଅତଏବ ଯେତେବେଳେ ତୁମ୍ଭେମାନେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆସିବା ପାଇଁ ଅପେକ୍ଷା କରୁଛ ସେତେବେଳେ ତୁମ୍ଭେମାନେ ତାହାଙ୍କଠାରୁ ସମସ୍ତ ଆତ୍ମିକ ଦାନ ପାଉଛ। ସେ ଶେଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ଦୃଢ଼ କରି ରଖିବେ, ଏବଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ଦିନ ତୁମ୍ଭେମାନେ ନିର୍ଦ୍ଦୋଷ ଦେଖାଯିବ। ପରମେଶ୍ୱର ବିଶ୍ୱସ୍ତ ଅଟନ୍ତି। ତାହାଙ୍କ ପୁତ୍ର ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଜୀବନରେ ସହଭାଗୀ ହେବା ପାଇଁ ସେ ତୁମ୍ଭମାନଙ୍କୁ ବାଛିଛନ୍ତି।

କରିନ୍ଥୀ ମଣ୍ଡଳୀରେ ସମସ୍ୟା

10 ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ନିବେଦନ କରେ ଯେ, ତୁମ୍ଭେମାନେ ପରସ୍ପର ସହିତ ଏକମତ ହୁଅ। ଏହା ଦ୍ୱାରା ତୁମ୍ଭମାନଙ୍କ ଭିତରେ କୌଣସି ବିଭାଜନ ହେବ ନାହିଁ। ତୁମ୍ଭମାନଙ୍କର ଚିନ୍ତାଧାରା ଓ ଲକ୍ଷ୍ୟ ସମାନ ହେବା ଦ୍ୱାରା ତୁମ୍ଭେମାନେ ସମ୍ପୂର୍ଣ୍ଣ ସଂଯୁକ୍ତ ହୁଅ।

11 ହେ ଭାଇ ଓ ଭଉଣୀମାନେ ଖ୍ଳୟୀଙ୍କ ପରିବାରର କେତେକ ଲୋକ ତୁମ୍ଭମାନଙ୍କ ବିଷୟରେ ମୋତେ କହିଛନ୍ତି ଯେ, ତୁମ୍ଭମାନଙ୍କ ଭିତରେ ପରସ୍ପର ବାଦବିବାଦ ଅଛି। 12 ମୁଁ ଏହା କହିବା ଅର୍ଥ: ତୁମ୍ଭମାନଙ୍କ ଭିତରୁ ଜଣେ କୁହେ, “ମୁଁ ପାଉଲଙ୍କର ଅନୁଗାମୀ,” ଆଉଜଣେ କୁହେ “ମୁଁ ଆପଲ୍ଲଙ୍କର ଅନୁଗାମୀ,” ଅନ୍ୟ ଜଣେ କୁହେ, “ମୁଁ କେଫାଙ୍କର ଅନୁଗାମୀ,” ଓ ଅନ୍ୟଜଣେ କୁହେ: “ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ!” 13 ଖ୍ରୀଷ୍ଟଙ୍କୁ ଭାଗଭାଗ କରାଯାଇ ନ ପାରେ। ପାଉଲ କ’ଣ ତୁମ୍ଭମାନଙ୍କ ପାଇଁ କ୍ରୁଶ ଉପରେ ପ୍ରାଣତ୍ୟାଗ କରିଥିଲେ କି? ନା! ତୁମ୍ଭେମାନେ କ’ଣ ପାଉଲଙ୍କ ନାମରେ ବାପ୍ତିଜିତ ହୋଇଛି? ନା! 14 ମୁଁ କ୍ରୀଷ୍ପ ଓ ଗାୟଙ୍କ ଛଡ଼ା ତୁମ୍ଭମାନଙ୍କ ମଧ୍ୟରୁ ଆଉ କାହାରିକୁ ବାପ୍ତିଜିତ ନ ଦେଇ ଥିବାରୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। 15 ଏଥିଲାଗି ଧନ୍ୟବାଦ ଦେଉଛି ଯେ, କେହିହେଲେ ମୋ’ ନାମରେ ତୁମ୍ଭେମାନେ ବାପ୍ତିଜିତ ପାଇଅଛି ବୋଲି କହି ପାରିବ ନାହିଁ। 16 ମୁଁ ସ୍ତିଫାନଙ୍କ ପରିବାରକୁ ମଧ୍ୟ ବାପ୍ତିଜିତ କରିଛି, କିନ୍ତୁ ଆଉ କେଉଁମାନଙ୍କୁ ବାପ୍ତିଜିତ କରିଛି, ତାହା ମନେ ପଡ଼ୁ ନାହିଁ। 17 ଖ୍ରୀଷ୍ଟ ମୋତେ ଲୋକମାନଙ୍କୁ ଡୁବନ କରିବା ଦାୟିତ୍ୱ ଦେଇ ନ ଥିଲେ। ସେ ମୋତେ ସୁସମାଗ୍ଭର ପ୍ରଗ୍ଭର କରିବା ଦାୟିତ୍ୱ ଦେଇ ଥିଲେ। କୌଣସି ପ୍ରକାର ଜାଗତିକ ଜ୍ଞାନର ପୂର୍ଣ୍ଣତାରେ ପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କରିବାକୁ ଖ୍ରୀଷ୍ଟ ମୋତେ ପଠାଇ ନ ଥିଲେ; ନଚେତ୍ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶରେ ଥିବା ମହାଶକ୍ତି ବ୍ୟର୍ଥ ହୋଇଯିବ।

ଖ୍ରୀଷ୍ଟଙ୍କଠାରେ ଥିବା ପରମେଶ୍ୱରଙ୍କ ଶକ୍ତି ଓ ଜ୍ଞାନ

18 ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି କ୍ରୁଶର ବାର୍ତ୍ତା ସମ୍ପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭ ପ୍ରତି ଏହା ପରମେଶ୍ୱରଙ୍କ ଶକ୍ତି ସ୍ୱରୂପ। 19 ଶାସ୍ତ୍ରରେ ଲେଖା ଅଛି:

“ମୁଁ ଜ୍ଞାନୀମାନଙ୍କର ଜ୍ଞାନକୁ ନଷ୍ଟ କରିଦେବି।
    ବୁଦ୍ଧିମାନ ଲୋକମାନଙ୍କର ବୁଦ୍ଧିକୁ ମୂଲ୍ୟହୀନ କରିବି।” (A)

ମାଥିଉ ଲିଖିତ ସୁସମାଗ୍ଭର 4:1-11

ଯୀଶୁଙ୍କୁ ପରୀକ୍ଷା(A)

ତା’ପରେ ସେହି ପବିତ୍ରଆତ୍ମା ଯୀଶୁଙ୍କୁ ମରୂଭୁମିକୁ କଢ଼ାଇ ନେଇଗଲେ। ଶୟତାନ ଦ୍ୱାରା ପରୀକ୍ଷୀତ ହେବା ପାଇଁ ତାହଙ୍କୁ ସେଠାକୁ ନିଆଯାଇଥିଲା। ଯୀଶୁ ଗ୍ଭଳିଶ୍ ଦିନ ଓ ଗ୍ଭଳିଶ୍ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ୍ ଭୋକ ଲାଗୁଥିଲା। ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ିକୁ ରୋଟୀ ହୋଇ ଯିବା ପାଇଁ କୁହ।”

ଯୀଶୁ ଉତ୍ତରରେ କହିଲେ, “ଶାସ୍ତ୍ରରେ ଏହା ଲେଖାଅଛି,

‘ମଣିଷ କେବଳ ଖାଦ୍ୟରେ ବଞ୍ଚିବ ନାହିଁ,
    କିନ୍ତୁ ତା’ର ଜୀବନ ପରମେଶ୍ୱରଙ୍କ ମୁଖରୁ ବାହାରି ଥିବା ପ୍ରତ୍ୟେକ ବାକ୍ୟରେ ହିଁ ବଞ୍ଚିବ।’” (B)

ତା’ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ଯିରୁଶାଲମକୁ ନେଇଗଲା। ସେ ଯୀଶୁଙ୍କୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନରେ ରଖିଲା। ଶୟତାନ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଶାସ୍ତ୍ରରେ ଲେଖାଅଛି:

‘ପରମେଶ୍ୱର ତୁମ୍ଭର ଯତ୍ନ ନେବା ପାଇଁ ନିଜ ସ୍ୱର୍ଗଦୂତଙ୍କୁ ଆଦେଶ ଦେବେ।
    ସେମାନେ ତୁମ୍ଭକୁ ତାହାଙ୍କ ହାତରେ ଧରିପକାଇବେ।
ତାହାହାଲେ ପଥରରେ ତୁମ୍ଭ ପାଦ ବାଜିବ ନାହିଁ।’”(C)

ଯୀଶୁ ତାହାକୁ ଉତ୍ତର ଦେଲେ, “ଶାସ୍ତ୍ର ଏ କଥା ମଧ୍ୟ କୁହେ, ‘ତୁମ୍ଭେ ନିଜ ପ୍ରଭୁ ପରମେଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।’” [a]

ତା’ପରେ, ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନେଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ୟ ଓ ସେଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇଲା. ଶୟତାନ ଯୀଶୁଙ୍କୁ କହିଲା, “ଯଦି ତୁମ୍ଭେ ପାଦତଳେ ପଡ଼ି ମୋତେ ପ୍ରଣାମ କରିବ, ତେବେ ତୁମ୍ଭକୁ ମୁଁ ଏସବୁ ଦେଇଦେବି।”

10 ଯୀଶୁ ତାକୁ କହିଲେ, “ଶୟତାନ, ମୋ’ ପାଖରୁ ଦୂରହୁଅ! କାରଣ ଶାସ୍ତ୍ରରେ ଲେଖାଅଛି:

‘ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ।
    ତାହାଙ୍କର ହିଁ ସେବା କର!(D)

11 ତେଣୁ ଶୟତାନ ତାହାଙ୍କୁ ଛାଡ଼ି ଗ୍ଭଲିଗଲା, ଏବଂ ତା’ପରେ ସ୍ୱର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center