Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 45

ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ ସ୍ୱରରେ କୋରହ ପରିବାରର ଏହା ଏକ ପ୍ରେମର ଗୀତ।

45 ସୁନ୍ଦର ଭାବନାସବୁ ମୋର ମନକୁ ଭରିଦିଏ,
    ଯେବେ ଏହିସବୁ ପଦଗୁଡ଼ିକ ରାଜାଙ୍କ ପାଇଁ କହେ।
ଏହି ଶବ୍ଦଗୁଡ଼ିକ ମୋ’ ଜିହ୍ୱାରେ ପ୍ରବାହୀତ ହୋଇଥାଏ,
    ନିପୁଣ ଲେଖକର କଲମରୁ ଆସିଲା ପରି।

ତୁମ୍ଭେ ଅନ୍ୟମାନଙ୍କଠାରୁ ଅଧିକ ସୁନ୍ଦର ଅଟ,
    ଏବଂ ତୁମ୍ଭେ ଏପରି ସୁଖଦାୟକ କଥା କୁହ,
    ସେଥିପାଇଁ ପରମେଶ୍ୱର ତୁମ୍ଭକୁ ସର୍ବଦା ଆଶୀର୍ବାଦ କରିବେ।
ହେ ବୀର, ତୁମ୍ଭର ଖ‌ଡ଼୍‌ଗ ଧାରଣ କର,
    ତୁମ୍ଭର ଶରୀରରେ ମହିମା ମଣ୍ଡିତ ପୋଷାକ ଶୋଭା ପାଉ।
ତୁମ୍ଭେ ଆଶ୍ଚର୍ଯ୍ୟ ଦିଶୁଛ।
    ଯାଅ ନ୍ୟାୟ ଓ ଧର୍ମପାଇଁ ଯୁଦ୍ଧରେ ବିଜୟୀ ହୁଅ।
    ତୁମ୍ଭର ଶକ୍ତିଶାଳୀ ଦକ୍ଷିଣ ବାହୁ ଅ‌ଦ୍‌ଭୂତ କାର୍ଯ୍ୟ କରିବାକୁ ପ୍ରଶିକ୍ଷିତ।
ତୁମ୍ଭର ଶକ୍ତିଶାଳୀ ମୁନିଆ ତୀର ଶତ୍ରୁର ବକ୍ଷସ୍ଥଳ ଭେଦ କରିବାକୁ
    ସମର୍ଥ ଲୋକମାନେ ତୁମ୍ଭ ସମ୍ମୁଖରେ ଧୂଳିରେ ଲୋଟି ଯିବେ।
ପରମେଶ୍ୱର, [a] ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ବିରାଜମାନ କରିବେ।
    ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ।
ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର।
    ପରମେଶ୍ୱର ତୁମ୍ଭର ବନ୍ଧୁମାନଙ୍କ ମଧ୍ୟରୁ
    ତୁମ୍ଭକୁ ରାଜା ହେବାକୁ ମନୋନୀତ କଲେ।
ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିଯୁକ୍ତ ଅଗୁରୁ ଡା‌ଲ୍‌ଚିନି ମସଲାର ବାସନା ଭାସି ଆସୁଛି।
    ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।
ତୁମ୍ଭ ବିବାହରେ ଯୋଗ ଦେଇଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି।
    ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ
    ଓ ପୋଷାକ ପିନ୍ଧି ଛିଡ଼ା ହୋଇଛନ୍ତି।

10 ହେ ରାଜକୁମାରୀ, ଶୁଣ।
    ଯଦି ତୁମ୍ଭେ ମନଦେଇ ଶୁଣ, ତେବେ ସବୁ ବୁଝିପାରିବ,
ଓ ତୁମ୍ଭର ପରିବାରକୁ ଭୁଲିଯାଅ।
11     ତୁମ୍ଭର ସୌନ୍ଦର୍ଯ୍ୟରେ ରାଜା ମୁ‌‌ଗ୍‌‌ଧ ହେବେ।
ସେ ତୁମ୍ଭର ନୂତନ ପତି ହେବେ,
    ତେଣୁ ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବା ଉଚିତ୍।
12 ସୋର ଦେଶର ଧନଶାଳୀ ବ୍ୟକ୍ତିମାନେ ତୁମ୍ଭକୁ ଉପହାର ଦେବାକୁ ଉପସ୍ଥିତ ହେବେ।
    ସେମାନେ ତୁମ୍ଭର ପକ୍ଷପାତ ଲୋଡ଼ିବେ।

13 ତା’ର ସମସ୍ତ ମହିମାରେ,
    ମୁକ୍ତା ସୁବର୍ଣ୍ଣରେ ଖଚିତ ହେବାପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦେଖାଯା’ନ୍ତି।
14 ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇ ସେ ରାଜାଙ୍କ ନିକଟକୁ ଆଗେଇ ଯାଏ,
    ତା’ର ସଖିମାନେ ତା’ ପଛରେ ଅନୁସରଣ କରନ୍ତି।
15 ସେମାନେ ଆନନ୍ଦ ଉଲ୍ଲାସରେ ଆସିବେ।
    ସେମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ।

16 ସେମାନଙ୍କର ପୂର୍ବପୁରୁଷଗଣଙ୍କ ପରି ତୁମ୍ଭର ପୁତ୍ରଗଣ ରାଜା ହେବେ।
    ସାରା ଦେଶରେ ତୁମ୍ଭେ ସେମାନଙ୍କୁ ଶାସନ କରିବ।
17 ତୁମ୍ଭେ ପୁରୁଷାନୁକ୍ରମେ ବିଖ୍ୟାତ ହେବ।
    ଲୋକମାନେ ଅନନ୍ତକାଳାବଧି ତୁମ୍ଭକୁ ପ୍ରଶଂସା କରିବେ।

ଗୀତସଂହିତା 47-48

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।

47 ହେ ସର୍ବଗୋଷ୍ଠୀୟମାନେ ଆନନ୍ଦରେ କରତାଳି ଦିଅ।
    ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି।
    ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି।
ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାଯ୍ୟ କରନ୍ତି।
    ସେ ସେହି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।
ପରମେଶ୍ୱର ଆମ୍ଭମାନଙ୍କୁ ଦେଶ ଦେବା ପାଇଁ ମନୋନୀତ କରିଛନ୍ତି।
    ସେ ଯାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥିଲେ।

ସଦାପ୍ରଭୁ ଯେତେବେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି,
    ସେତେବେଳେ ତୂରୀ ଓ ଜୟଜୟକାର ନାଦରେ ଗଗନ ପବନ ମୁଖରିତ ହୁଏ।
ପରମେଶ୍ୱରଙ୍କ ଗୁଣ କୀର୍ତ୍ତନ କର।
    ତାଙ୍କର ପ୍ରଶଂସାରେ ଶତ ମୁଖର ହୋଇ ଉଠ।
ଆମ୍ଭର ରାଜାଙ୍କୁ ପ୍ରଶଂସା କର।
    ତାଙ୍କର ମହିମା ଗାନ କର।
ପରମେଶ୍ୱର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା।
    ତେଣୁ ତାଙ୍କର ମହିମା ଗାନ କର।
ପରମେଶ୍ୱର ତାଙ୍କର ପବିତ୍ର ସିଂହାସନରେ ବସନ୍ତି।
    ପରମେଶ୍ୱର ସମସ୍ତ ରାଜ୍ୟମାନଙ୍କୁ ଶାସନ କରନ୍ତି।
ସେହି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି
    ଓ ସେମାନେ ଅବ୍ରହାମର ପରମେଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ସହିତ ମିଶନ୍ତି।
ସେହିସବୁ ନେତାମାନେ ପରମେଶ୍ୱରଙ୍କ ଆଶ୍ରିତ।
    ପରମେଶ୍ୱର ସେମାନଙ୍କ ଊର୍ଦ୍ଧ୍ୱରେ ଅଟନ୍ତି।

କୋରହ ପରିବାରର ପ୍ରଶଂସାଯୁକ୍ତ ଗୀତ।

48 ସଦାପ୍ରଭୁ ମହାନ ଅଟନ୍ତି।
    ଆମ୍ଭର ପରମେଶ୍ୱରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।
ପରମେଶ୍ୱରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ।
    ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ।
ସିୟୋନ ପର୍ବତ ପ୍ରକୃତରେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଅଟେ।
    ଏହା ସେହି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
ଯେଉଁ ଲୋକମାନେ ସେହିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି ସେମାନେ ଜାଣନ୍ତି ଯେ,
    ତାଙ୍କର ସମସ୍ତ ପ୍ରାସାଦର ଆଶ୍ରୟସ୍ଥଳର ନିରାପଦ ଆଶ୍ରୟସ୍ଥଳ ପରମେଶ୍ୱର ଅଟନ୍ତି।
ଗୋଟିଏ ସମୟରେ ଅନେକ ରାଜା ଏକତ୍ରିତ ହୋଇ
    ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ।
ସେମାନେ ସେହି ନଗର ଆଡ଼କୁ ଗମନ କଲେ।
    କିନ୍ତୁ ସେହି ରାଜାମାନେ ସେଠାରେ ଯାହା ଦେଖିଲେ ସେଥିରେ ସେମାନେ ଆଶ୍ଚର୍ଯ୍ୟ ହେଲେ।
    ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଓ ସେମାନେ ଦୌଡ଼ି ପଳାଇ ଗଲେ।
ଭୟ ସେହି ରାଜାମାନଙ୍କୁ ଥରାଇ ଦେଲା
    ଓ ସେମାନେ ଭୟରେ ଥରି ଉଠିଲେ।
ହେ ପରମେଶ୍ୱର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି
    ସେମାନଙ୍କ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।
ହଁ, ଆମ୍ଭେମାନେ ତୁମ୍ଭର ଶକ୍ତି ବିଷୟରେ ସେହି ଗଳ୍ପ ସବୁ ଶୁଣିଅଛୁ।
    କିନ୍ତୁ ଆମ୍ଭେ ପରମେଶ୍ୱରଙ୍କର ଶକ୍ତି ଦେଖିଅଛୁ।
ଆମ୍ଭେ ସେହି ପରମେଶ୍ୱରଙ୍କ ନଗରରେ ବାସ କରୁ, ଯେପରି ସୈନ୍ୟାଧିପତି ପରମେଶ୍ୱର ଚିରଦିନ ଲାଗି ସେହି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି।

ପରମେଶ୍ୱର, ତୁମ୍ଭ ମନ୍ଦିରରେ ଆମ୍ଭେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାକୁ ଧ୍ୟାନ କରୁ।
10 ହେ ପରମେଶ୍ୱର, ତୁମ୍ଭେ ମହାନ ଅଟ।
    ଏ ପୃଥିବୀର ସମସ୍ତ ଲୋକେ ତୁମ୍ଭକୁ ପ୍ରଶଂସା କରନ୍ତି।
    ସମସ୍ତେ ଜାଣନ୍ତି ତୁମ୍ଭେ କେତେ ମହାନ ଅଟ।
11 ହେ ପରମେଶ୍ୱର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ।
    ଯିହୁଦାର ସହର ସବୁ ଉଲ୍ଲସିତ।
    କେବଳ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହୋଇଛି।
12 ସିୟୋନ ପର୍ବତର ଚତୁର୍ଦ୍ଦିଗରେ ଭ୍ରମଣ କର।
    ସେହି ନଗରୀକୁ ଗ୍ଭହଁ ଓ ତାହାର ଗମ୍ବୁଜ ସବୁକୁ ଗଣ।
13 ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ।
    ସିୟୋନ ପ୍ରାସାଦକୁ ନୀରିକ୍ଷଣ କର,
    ଯାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।
14 ଏହି ପରମେଶ୍ୱର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ୱର ଅଟନ୍ତି।
    ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।

ରାଜାବଳୀର ପ୍ରଥମ ପୁସ୍ତକ 16:23-34

23 ଯିହୁଦାରେ ଆସାଙ୍କର ଏକତ୍ରିଂଶ ବର୍ଷ ରାଜତ୍ୱ କାଳରେ ଅମ୍ରି ଇସ୍ରାଏଲର ରାଜା ହେଲେ। ଅମ୍ରି ଇସ୍ରାଏଲରେ ବାରବର୍ଷ ରାଜତ୍ୱ କଲେ। ସେହି ବାରବର୍ଷ ମଧ୍ୟରୁ ଛଅ ବର୍ଷ ତିର୍ସାରେ ରାଜତ୍ୱ କଲେ। 24 ମାତ୍ର ସେ ଶେମରଙ୍କୁ ଦୁଇ ତଳାନ୍ତ ରୂପା ଦେଇ ଶମରୋଣ୍ ପର୍ବତ କ୍ରୟ କଲେ। ସେ ଶମରୋଣ ପର୍ବତ ଉପରେ ଏକ ନଗର ନିର୍ମାଣ କଲେ। ସେହି ପର୍ବତର ମାଲିକର ନାମ ଶେମରର ନାମାନୁସାରେ ନଗରର ନାମ ଶମରିୟା ରଖିଲେ।

25 ଅମ୍ରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ପୂର୍ବବର୍ତ୍ତୀ ସମସ୍ତ ରାଜାଙ୍କ ଅପେକ୍ଷା ଅଧିକ ପାପ କଲେ। 26 ନବାଟଙ୍କ ପୁତ୍ର ଯାରବିୟାମ ଯେଉଁ ପାପ କରିଥିଲେ ଅମ୍ରି ସେହି ପାପ କଲେ ଓ ଇସ୍ରାଏଲ ଲୋକଙ୍କୁ ପାପାଗ୍ଭରୀ କରାଇଲେ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସେମାନଙ୍କର ଅସାର ପ୍ରତିମା ପୂଜା ଯୋଗୁଁ ବିରକ୍ତ ହେଲେ।

27 ଅମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କାର୍ଯ୍ୟଗୁଡ଼ିକ ଇସ୍ରାଏଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଛି। 28 ଅମ୍ରିଙ୍କର ମୃତ୍ୟୁପରେ ସେ ଶମରିୟାରେ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବର ନେଲେ। ତାଙ୍କ ଅନ୍ତେ ତାଙ୍କର ପୁତ୍ର ଆହାବ ରାଜା ହେଲେ।

ଆହାବ, ଇସ୍ରାଏଲର ରାଜା

29 ଯିହୁଦାରେ ଆସାଙ୍କ ରାଜତ୍ୱ କାଳର ଅଠତିରିଶ୍ ବର୍ଷରେ ଅମ୍ରିଙ୍କ ପୁତ୍ର ଆହାବ ଇସ୍ରାଏଲର ରାଜା ହେଲେ। ଆହାବ ଇସ୍ରାଏଲର ଶମରିୟା ନଗରରେ ବାଇଶ ବର୍ଷ ରାଜତ୍ୱ କଲେ। 30 ଆହାବ ମଧ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ତାଙ୍କ ପୂର୍ବବର୍ତ୍ତୀ ଅନ୍ୟ ରାଜାମାନଙ୍କଠାରୁ ଅଧିକ ଦୁଷ୍ଟାଚରଣ କଲେ। 31 ନବାଟଙ୍କ ପୁତ୍ର ଯାରବିୟାମଙ୍କ ପରି ପାପ କରିବା ତାଙ୍କ ପାଇଁ ଯଥେଷ୍ଟ ନ ଥିଲା। ସେ ସୀଦୋନର ରାଜା ଇ‌ତ୍‌ବାଲଙ୍କର କନ୍ୟା ଈଷେବଲକୁ ବିବାହ କଲେ ଓ ସୀଦୋନର ‌ବା‌ଲ୍‌ଦେବତାଙ୍କୁ ପୂଜା କରିବାକୁ ଓ ସେବା କରିବାକୁ ଆରମ୍ଭ କଲେ। 32 ଆହାବ ଶମରିୟାରେ ‌ବା‌ଲ୍‌ଦେବତାଙ୍କ ଉପାସନା ପାଇଁ ଏକ ମନ୍ଦିର ନିର୍ମାଣ କଲେ ଓ ସେହି ମନ୍ଦିରରେ ଏକ ଯଜ୍ଞବେଦି ତିଆରି କଲେ। 33 ଆହାବ ଉପାସନା କରିବା ପାଇଁ ଆଶେରା ସ୍ତମ୍ଭ ନିର୍ମାଣ କଲେ, ସେ ତାଙ୍କ ପୂର୍ବବର୍ତ୍ତୀ ରାଜାମାନଙ୍କଠାରୁ ଅଧିକ ପାପ କରି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ବିରକ୍ତି କଲେ।

34 ତାଙ୍କ ସମୟରେ ବୈଥେଲର ହୀୟେଲ ଯିରୀହୋ ନଗର ପୁନର୍ବାର ନିର୍ମାଣ କଲେ। ସଦାପ୍ରଭୁ ନୂନର ପୁତ୍ର ଯିହୋଶୂୟଙ୍କ ଦ୍ୱାରା ଯାହା କହିଥିଲେ ତାହା ହିଁ ଘଟିଲା। ଯେତେବେଳେ ସେ ନଗରରେ ଭିତ୍ତିମୂଳ ସ୍ଥାପନ କଲେ ତାଙ୍କର ପ୍ରଥମ ପୁତ୍ର ଅବୀରାମ ମଲା ଓ ଯେତେବେଳେ ନଗରର ଫାଟକ ସ୍ଥାପିତ ହେଲା। ତାଙ୍କର ସାନ ପୁତ୍ର ସଗୂବର ମୃତ୍ୟୁ ହେଲା।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 1:12-30

ପାଉଲଙ୍କ ସମସ୍ୟା ପ୍ରଭୁଙ୍କ କାର୍ଯ୍ୟରେ ସାହାଯ୍ୟ କରେ

12 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇଦେବାକୁ ଇଚ୍ଛା କରେ ଯେ ମୋ’ ପ୍ରତି ଯାହାକିଛି ଘଟିଛି, ତାହା ସୁସମାଗ୍ଭର ପ୍ରଗ୍ଭର କରିବାରେ ସାହାଯ୍ୟ କଲା। 13 ସମଗ୍ର ପ୍ରହରୀ ଦଳ ଓ ଅନ୍ୟ ଲୋକମାନେ ଜାଣନ୍ତି ଯେ ମୁଁ ଖ୍ରୀଷ୍ଟଙ୍କ ଜଣେ ବିଶ୍ୱାସୀ ହୋଇଥିବାରୁ ବନ୍ଦୀଘରେ ରଖାଯାଇଛି। 14 ମୁଁ ଏବେ ମଧ୍ୟ ବନ୍ଦୀଘରେ ଅଛି କିନ୍ତୁ ଅଧିକାଂଶ ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନେ, ଅଧିକ ଉତ୍ସାହିତ ହୋଇ ସାହସ ପୂର୍ବକ ନିର୍ଭୟରେ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବାଣୀ ଶୁଣାଉଛନ୍ତି।

15 ଏହା ସତ୍ୟ ଯେ ସେମାନଙ୍କ ଭିତରୁ କେତେଜଣ କଠୋର ଓ ଈର୍ଷାନ୍ୱିତ ହୋଇ ବିବାଦ ମନୋଭାବ ନେଇ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି, କିନ୍ତୁ ଅନ୍ୟମାନେ ସଦ୍‌‌ଭାବରେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି। 16 ସେମାନେ ପ୍ରେମ କରୁଥିବାରୁ ପ୍ରଗ୍ଭର କରୁଛନ୍ତି। ସେମାନେ ଜାଣନ୍ତି ଯେ, ସୁସମାଗ୍ଭରର ପକ୍ଷ ସମର୍ଥନ କରିବା ପାଇଁ ପରମେଶ୍ୱର ମୋତେ ଦାୟିତ୍ୱ ଦେଇଛନ୍ତି। 17 କିନ୍ତୁ ଅନ୍ୟ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ପ୍ରଗ୍ଭର କରୁଛନ୍ତି କାରଣ ସେମାନେ ସ୍ୱାର୍ଥପର। ସେମାନେ ମନ୍ଦ ଅଭିପ୍ରାୟରେ ପ୍ରଗ୍ଭର କରନ୍ତି। ସେମାନେ ବନ୍ଦୀଘରେ ମୋ’ ପାଇଁ ବିପଦ ସୃଷ୍ଟି କରିବା ପାଇଁ ଗ୍ଭହାନ୍ତି। 18 ଯଦି ସେମାନେ ମୋ’ ପାଇଁ ବିପଦ ସୃଷ୍ଟି କରନ୍ତି, ମୁଁ ସେଥିପାଇଁ ଚିନ୍ତିତ ନୁହେଁ। ମୁଖ୍ୟ କଥା ହେଲା ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ କହୁଛନ୍ତି। ମୁଁ ମଧ୍ୟ ଗ୍ଭହେଁ ଯେ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ ଲୋକମାନଙ୍କୁ କୁହନ୍ତୁ। ସେମାନେ ଭଲ ଉଦ୍ଦେଶ୍ୟ ରଖି ସେହିପରି କରନ୍ତୁ। କିନ୍ତୁ ଉଦ୍ଦେଶ୍ୟ ଭଲ ହେଉ ବା ମନ୍ଦ, ପ୍ରଗ୍ଭର ତ ଯୀଶୁଙ୍କର ହେଉଛି, ସେଥିପାଇଁ ମୁଁ ଆନନ୍ଦିତ।

ମୁଁ ଆନନ୍ଦିତ ହେଉଥିବି ମଧ୍ୟ। 19 ତୁମ୍ଭେମାନେ ମୋ’ ପାଇଁ ପ୍ରାର୍ଥନା କରୁଛ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମା ମୋତେ ସାହାଯ୍ୟ କରୁଛନ୍ତି। ଅତଏବ ମୁଁ ଜାଣେ ଯେ ଏହି ବିଷୟ ମୋ’ ପରିତ୍ରାଣର କାରଣ ହେବ। 20 ମୋର ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହେବି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମୋ’ ଶରୀରରେ ପ୍ରକାଶିତ କରିବି। 21 ମୋର ବଞ୍ଚି ରହିବାର ଅର୍ଥ ହେଉଛି ଖ୍ରୀଷ୍ଟ। ମୃତ୍ୟୁ ମଧ୍ୟ ମୋ’ ପାଇଁ ଏକ ଲାଭ ଅଟେ।” 22 ଯଦି ମୁଁ ଶରୀରରେ ଜୀବିତ ରୁହେ, ତା’ହେଲେ ମୁଁ ପ୍ରଭୁଙ୍କ ପାଇଁ କାମ କରି ପାରିବି। ଜୀବନ ବା ମୃତ୍ୟୁ ତହିଁରୁ ତାହାକୁ ବାଛିବ, ମୁଁ ଏହା ଜାଣେନା? 23 ଜୀବନ ଓ ମୃତ୍ୟୁ ମଧ୍ୟରୁ ଗୋଟିକୁ ବାଛିବା କଷ୍ଟକର। ମୁଁ ଏହି ଜୀବନକୁ ଛାଡ଼ି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଇଚ୍ଛା କରେ। ଏହା ଅଧିମ ଭଲ। 24 କିନ୍ତୁ, ତୁମ୍ଭ ପାଇଁ ମୋର ଶରୀରରେ ବଞ୍ଚି ରହିବା ଅଧିକ ଆବଶ୍ୟକ। 25 ମୁଁ ଜାଣେ ତୁମ୍ଭେମାନେ ମୋତେ ଗ୍ଭହୁଁଛ। ସେଥିପାଇଁ ମୁଁ ତୁମ୍ଭ ସହିତ ରହିବି ବୋଲି ମୁଁ ଜାଣେ। ବିଶ୍ୱାସରେ ତୁମ୍ଭର ବୃଦ୍ଧି ଓ ଆନନ୍ଦ ପାଇବା ନିମନ୍ତେ ମୁଁ ତୁମ୍ଭକୁ ସାହାଯ୍ୟ କରିବି। 26 ଯଦି ମୁଁ ତୁମ୍ଭ ପାଖକୁ ଫେରିଯାଏ, ତେବେ ଏହା ଖ୍ରୀଷ୍ଟ ଯୀଶୁଙ୍କଠାରେ ମୋ’ ପାଇଁ ତୁମ୍ଭର ଅଧିକ ଗର୍ବର କାରଣ ହେବ।

27 ଖ୍ରୀଷ୍ଟଙ୍କ ସୁସମାଗ୍ଭର ଯୋଗ୍ୟ ଜୀବନଯାପନ କରିବା ପାଇଁ ଦୃଢ଼ ସଂକଳ୍ପ ହୁଅ। ଏହା ଦ୍ୱାରା ମୁଁ ତୁମ୍ଭ ପାଖକୁ ଯାଇ ତୁମ୍ଭକୁ ଦେଖେ ବା ତୁମ୍ଭଠାରୁ ଦୂରରେ ଥାଏ; ତୁମ୍ଭ ବିଷୟରେ ଶୁଣିବି ଯେ ତୁମ୍ଭେମାନେ ଏକ ଉଦ୍ଦେଶ୍ୟରେ, ଏକମନ ହୋଇ, ସୁସମାଗ୍ଭରରୁ ଉତ୍ପନ୍ନ ବିଶ୍ୱାସ ପାଇଁ ଦୃଢ଼ ଭାବରେ କାର୍ଯ୍ୟ କରୁଛ। 28 ଯେଉଁ ଲୋକମାନେ ତୁମ୍ଭ ବିରୁଦ୍ଧରେ ଅଛନ୍ତି ସେମାନଙ୍କୁ ଭୟ କରିବ ନାହିଁ। ଏହି ସମସ୍ତ ବିଷୟ ଯେ ଈଶ୍ୱରଙ୍କଠାରୁ ଆଗତ ଏହାର ପ୍ରମାଣ ତୁମ୍ଭେମାନେ ପରିତ୍ରାଣ ପାଉଅଛ ଓ ତୁମ୍ଭମାନଙ୍କର ଶତ୍ରୁମାନେ ବିନାଶ ହେବେ। 29 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ନିମନ୍ତେ କେବଳ ପରମେଶ୍ୱର ତୁମ୍ଭକୁ ସୁଯୋଗ ଦେଇଛନ୍ତିା ତାହା ଯଥେଷ୍ଟ ନୁହେଁ, ଖ୍ରୀଷ୍ଟଙ୍କ ପାଇଁ ଦୁଃଖ ଭୋଗ କରିବା ନିମନ୍ତେ ମଧ୍ୟ ତୁମ୍ଭମାନଙ୍କୁ ସୁଯୋଗ ଦେଇଛନ୍ତି। ଏହି ଉଭୟ ବିଷୟ ଯୀଶୁ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରେ। 30 ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ତୁମ୍ଭେମାନେ ମୋତେ ସୁସମାଗ୍ଭର ବିରୁଦ୍ଧରେ ଥିବା ଲୋକଙ୍କ ସହିତ ସଂଘର୍ଷ କରିବା ଦେଖିଛ। ତୁମ୍ଭେ ଏବେ ଶୁଣୁଛ ଯେ ମୁଁ ଏଠାରେ ସଂଘର୍ଷରତ। ତୁମ୍ଭେମାନେ ମଧ୍ୟ ସେହିଭଳି ଏବେ ସଂଘର୍ଷରତ ଅଛ।

ମାର୍କ ଲିଖିତ ସୁସମାଗ୍ଭର 16

ଯୀଶୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେଲେ(A)

16 ବିଶ୍ରାମ ଦିବସର ପରଦିନ ମ‌ଗ୍‌ଦଲୀନୀ ମରିୟମ, ଯାକୁବଙ୍କ ମା ମରିୟମ ଓ ଶଲୋମୀ, ଯୀଶୁଙ୍କ ଶରୀରକୁ ଅଭିଷିକ୍ତ କରିବା ପାଇଁ କିଛି ସୁଗନ୍ଧିତ ତେଲ ଆଣିଲେ। ସପ୍ତାହର ସେହି ପ୍ରଥମ ଦିନ ଖୁବ୍ ଶୀଘ୍ର ଠିକ୍ ସୂର୍ଯ୍ୟୋଦୟ ପରେ ପରେ ସେମାନେ କବର ପାଖକୁ ଗଲେ। ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, “କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ୱାରା ବନ୍ଦ କରି ଦିଆ ହୋଇଛି। ପଥରଟିକୁ ଆମ୍ଭ ପାଇଁ କିଏ ସେଠାରୁ ଗଡ଼େଇ ଦେବ?”

ତା’ପରେ ସେମାନେ ସେ ଆଡ଼କୁ ଗ୍ଭହିଁଲେ। ସେମାନେ ଦେଖିଲେ ଯେ, ସେହି ବଡ଼ ପଥରଟି ସେଠାରୁ ଘୁଞ୍ଚା ଯାଇଛି। ସେମାନେ କବର ଭିତରକୁ ଗଲେ। ସେଠାରେ ସେମାନେ ଧଳା ପୋଷାକ ପିନ୍ଧିଥିବା ଜଣେ ଯୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲେ। ସେମାନେ ଡରିଗଲେ।

କିନ୍ତୁ ଯୁବକ ଜଣକ କହିଲେ, “ଭୟ କର ନାହିଁ। ତୁମ୍ଭେମାନେ କ୍ରୁଶବିଦ୍ଧ ନାଜରିତର ଯୀଶୁଙ୍କୁ ଖୋଜୁଛ। ସେ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଛନ୍ତି। ସେ ଏଠାରେ ନାହାନ୍ତି। ଦେଖ, ସେମାନେ ତାହାଙ୍କୁ ଏହି ସ୍ଥାନରେ ରଖିଥିଲେ। ଏବେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଏବଂ ପିତରଙ୍କୁ କୁହ ଯେ, ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁଭଳି କହିଥିଲେ, ତୁମ୍ଭେମାନେ ତାହାଙ୍କୁ ସେହିଭଳି ସେଠାରେ ଦେଖିବ।”

ସେହି ସ୍ତ୍ରୀଲୋକମାନେ ଭୟ ପାଇ ଯାଇଥିଲେ ଏବଂ ବିସ୍ମୟରେ ଅଭିଭୂତ ହୋଇ ଯାଉଥିଲେ। ସେମାନେ କବରରୁ ବାହାରି ଦୌଡ଼ି ପଳାଇଲେ, କିନ୍ତୁ ଭୟଭୀତ ହୋଇ ଯାଇଥିବାରୁ ଏସବୁ ଘଟଣା କାହାରିକୁ କହିଲେ ନାହିଁ।

କେତେକ ପୁରୁଣା ଗ୍ରୀକ୍ ପ୍ରତିରେ ପଦସଂଖ୍ୟା ଆଠରେ ହିଁ ମାର୍କ ଲିଖିତ ସୁସମାଗ୍ଭର ସମାପ୍ତ ହୋଇଛି।

କେତେକ ଶିଷ୍ୟ ଯୀଶୁଙ୍କୁ ଦେଖିଲେ(B)

ସପ୍ତାହର ପ୍ରଥମ ଦିନର ବଡ଼ି ସକାଳୁ ଯୀଶୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେଲେ। ସର୍ବ ପ୍ରଥମେ ସେ ମ‌ଗ୍‌ଦଲୀନୀ ମରିୟମଙ୍କ ନିକଟରେ ନିଜକୁ ଦେଖା ଦେଲେ। ଅତୀତରେ ଥରେ ଯୀଶୁ ଏହି ମରିୟମଙ୍କଠାରୁ ସାତୋଟି ଭୂତଙ୍କୁ ତଡ଼ି ଦେଇଥିଲେ। 10 ମରିୟମ ଯୀଶୁଙ୍କୁ ଦେଖି ସାରିବା ପରେ ତାହାଙ୍କ ଶିଷ୍ୟମାନଙ୍କ ପାଖକୁ ଯାଇ ଏ ବିଷୟ କହିଲେ। ସେତେବେଳକୁ ଶିଷ୍ୟମାନେ ଶୋକରେ ବୁଡ଼ି ଯାଇଥିଲେ ଓ ବିଳାପ କରୁଥିଲେ। 11 ମରିୟମ ସେମାନଙ୍କୁ କହିଲେ ଯେ, ଯୀଶୁ ଜୀବିତ ଅଛନ୍ତି ଏବଂ ସେ ନିଜେ ଯୀଶୁଙ୍କୁ ଦେଖିଛନ୍ତି। କିନ୍ତୁ ଶିଷ୍ୟମାନେ ସେମାନଙ୍କ କଥାରେ ବିଶ୍ୱାସ କଲେ ନାହିଁ।

12 ଏହା ପରେ ଦୁଇଜଣ ଶିଷ୍ୟ ପଡ଼ିଆ ମଧ୍ୟରେ ଯାଉଥିବା ସମୟରେ ଯୀଶୁ ସେମାନଙ୍କ ନିକଟରେ ଅନ୍ୟ ଏକ ରୂପରେ ଦେଖା ଦେଲେ। 13 ଏହି ଶିଷ୍ୟ ଦୁଇଜଣ ଫେରି ଆସି ଅନ୍ୟ ଶିଷ୍ୟମାନଙ୍କୁ ଏ କଥା ଜଣାଇଲେ। ତଥାପି ଶିଷ୍ୟମାନେ ତାହାଙ୍କ କଥାକୁ ମଧ୍ୟ ବିଶ୍ୱାସ କଲେ ନାହିଁ।

ପ୍ରେରିତମାନଙ୍କ ସହିତ ଯୀଶୁଙ୍କ କଥାବାର୍ତ୍ତା(C)

14 ପରେ ଯେତେବେଳେ ଏଗାର ଜଣ ପ୍ରେରିତ ଖାଉଥିଲେ, ସେତିକିବେଳେ ଯୀଶୁ ସେମାନଙ୍କୁ ଦେଖା ଦେଲେ। ସେ ସେମାନଙ୍କୁ ସେମାନଙ୍କର ଅବିଶ୍ୱାସ ଓ ମନର ଜଡ଼ତା ପାଇଁ ସମାଲୋଚନା କଲେ। କାରଣ ଯେଉଁମାନେ ଯୀଶୁଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌ଥାନ ହୋଇଛନ୍ତି ବୋଲି ଦେଖିଥିଲେ, ସେମାନଙ୍କୁ ଏହି ଶିଷ୍ୟମାନେ ବିଶ୍ୱାସ କରି ନ ଥିଲେ।

15 ଯୀଶୁ ସେମାନଙ୍କୁ କହିଲେ, “ପୃଥିବୀର ଗ୍ଭରିଆଡ଼କୁ ଯାଅ। ପ୍ରତ୍ୟେକ ଲୋକକୁ ସୁସମାଗ୍ଭର ଶୁଣାଅ। 16 ଯେଉଁ ଲୋକ ବିଶ୍ୱାସ କରିବ ଓ ବାପ୍ତିଜିତ ହେବ, ସେ ଉଦ୍ଧାର ପାଇବ। କିନ୍ତୁ ଯେଉଁ ଲୋକ ଅବିଶ୍ୱାସ କରିବ, ସେ ଦୋଷୀ ସାବ୍ୟସ୍ତ ହେବ। 17 ଯେଉଁମାନେ ମୋତେ ବିଶ୍ୱାସ କରିବେ, ସେମାନେ ତା’ର ପ୍ରମାଣ ସ୍ୱରୂପ ଏହିସବୁ କାମ କରିବାକୁ ସକ୍ଷମ ହେବେ: ସେମାନେ ଲୋକମାନଙ୍କଠାରୁ ମୋ’ ନାମରେ ଭୂତମାନଙ୍କୁ ବାହାର କରି ଦେଇ ପାରିବେ। କେବେ ହେଲେ ଶିଖି ନ ଥିବା ନୂଆ ନୂଆ ଅନେକ ଭଷାରେ କଥାବାର୍ତ୍ତା କରିବେ। 18 ସେମାନେ ନିଜ ହାତରେ ସାପକୁ ଧରିବେ କିନ୍ତୁ ସେମାନଙ୍କର କିଛି ହେଲେ କ୍ଷତି ହେବ ନାହିଁ। ସେମାନେ ବିଷ ମଧ୍ୟ ପିଇ ଦେବେ, କିନ୍ତୁ ସେମାନଙ୍କର କିଛି ହେଲେ କ୍ଷତି ହେବ ନାହିଁ। ଏ ଲୋକମାନେ ରୋଗୀମାନଙ୍କ ଉପରେ ହାତ ରଖିବେ ଏବଂ ରୋଗୀମାନେ ଭଲ ହୋଇଯିବେ।”

ଯୀଶୁଙ୍କ ସ୍ୱର୍ଗାରୋହଣ(D)

19 ପ୍ରଭୁ ଯୀଶୁ ଏହିସବୁ କଥା ପ୍ରେରିତମାନଙ୍କୁ କହି ସାରିବା ପରେ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। ସେ ପରମେଶ୍ୱରଙ୍କ ଡାହାଣ ପଟେ ବସିଲେ। 20 ତା’ପରେ ପ୍ରେରିତମାନେ ପୃଥିବୀର ପ୍ରତ୍ୟେକ ସ୍ଥାନକୁ ଯାଇ ଲୋକମାନଙ୍କୁ ସୁସମାଗ୍ଭରର ଉପଦେଶ ଦେଲେ ଏବଂ ପ୍ରଭୁ ସେମାନଙ୍କୁ ସାହାଯ୍ୟ କଲେ। ପ୍ରଭୁ ପ୍ରମାଣିତ କରିଦେଲେ ଯେ, ପ୍ରେରିତମାନେ ଯେଉଁ ସୁସମାଗ୍ଭର ପ୍ରଗ୍ଭର କରୁଥିଲେ ତାହା ସତ୍ୟ। ପ୍ରଭୁ ସେମାନଙ୍କୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରି ଏହା ପ୍ରମାଣିତ କରିଦେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center