Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କ ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ନିବେଦନ କରିଥିଲେ।
18 ସେ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଶକ୍ତିସ୍ୱରୂପ,
ମୁଁ ତୁମ୍ଭକୁ ଭଲ ପାଏ।”
2 ହେ ସଦାପ୍ରଭୁ, ତୁମ୍ଭେ ମୋର ଶୈଳ, ମୋ’ ନିରାପତ୍ତାରେ ଆଶ୍ରୟସ୍ଥଳ।
ମୋର ପରମେଶ୍ୱର ମୋ’ ପାଇଁ ଶୈଳ ସଦୃଶ ଦୃଢ଼।
ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ଯାଏ।
ପରମେଶ୍ୱର ମୋର ଢାଲ ସଦୃଶ।
ତାଙ୍କର ଶକ୍ତି ମୋର ରକ୍ଷା ଶୃଙ୍ଗ।
ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଲୁଚିବା ସ୍ଥାନର ଆଶ୍ରୟସ୍ଥଳ।
3 ସେମାନେ ମୋତେ ପରିହାସ କଲେ,
କିନ୍ତୁ ଯେତେବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି,
ସେ ମୋତେ ମୋର ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
4 ମୋର ଶତ୍ରୁମାନେ ଯେତେବେଳେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମୃତ୍ୟୁର ରଶି ମୋତେ ସେତେବେଳେ ବାନ୍ଧିବାକୁ ଯାଉଥିଲା ମୋର ଗ୍ଭରିଆଡ଼ୁ।
ମୁଁ ବନ୍ୟାରେ କବଳିତ ହୋଇ ମୃତ୍ୟୁ ଆଡ଼କୁ ଭାସି ଗ୍ଭଲିଥିଲି,
5 କବରର ରଶି ମୋର ଗ୍ଭରିଆଡ଼େ ଥିଲା,
ମୃତ୍ୟୁର ଯନ୍ତା ମୋ’ ସମ୍ମୁଖରେ ଥିଲା।
6 ସେହି ଯନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡାକିବାକୁ ଲାଗିଲି।
ହଁ, ମୁଁ ମୋର ପରମେଶ୍ୱରଙ୍କୁ ଡାକିଲି,
ସେ ଆପଣା ମନ୍ଦିରରେ ଥାଇ ମୋ’ ଡାକ ଶୁଣିଲେ।
ସେ ମୋର ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ।
7 ସେତିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା।
ସ୍ୱର୍ଗରାଜ୍ୟର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କ୍ରୋଧିତ ହେଲେ।
8 ତାଙ୍କ ନାକରୁ ଧୂଆଁ ନିର୍ଗତ ହେଲା।
ଜ୍ୱଳନ୍ତ ଅଗ୍ନିଶିଖା ତାଙ୍କ ମୁଖରୁ ବାହାରିଲା।
ଜ୍ୱଳନ୍ତା ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହେବାକୁ ଲାଗିଲା।
9 ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ।
ସେ ଘନ ଅନ୍ଧକାର ବାଦଲ ଖଣ୍ଡ ଉପରେ ଦଣ୍ଡାୟମାନ ହେଲେ।
10 ସଦାପ୍ରଭୁ ସେହି ଆକାଶ ବକ୍ଷର ଉଚ୍ଚରେ କିରୂବଦୂତମାନଙ୍କ ସହିତ ଉଡ଼ିବାକୁ ଲାଗିଲେ।
ସେ ବାୟୁର ଗତିରେ ଉଡ଼ିବାକୁ ଲାଗିଲେ।
11 ପରମେଶ୍ୱର କଳା, ଘନ ବାଦଲଖଣ୍ଡ ଭିତରେ ଲୁଚି ଗଲେ।
ସତେ ଯେମିତି ଏକ ଘନ ଅନ୍ଧକାର ଏକ ତମ୍ବୁ ଭିତରେ ଲୁଚି ରହିଲେ।
ସେ ଘନ ବିଜୁଳିଯୁକ୍ତ ମେଘ ଖଣ୍ଡ ଭିତରେ ଲୁଚି ଗଲେ।
12 ତା’ପରେ ସଦାପ୍ରଭୁଙ୍କ ଜ୍ୟୋତିରୁ ଉଜ୍ଜ୍ୱଳ ଆଲୋକ ମେଘଖଣ୍ଡ ଦେଇ ନିର୍ଗତ ହେଲା।
ତାହା ଆକାଶ ମଧ୍ୟରେ ବିଜୁଳିର ଆଲୋକ ପରି ଆଲୋକିତ ହୋଇ ଉଠିଲା।
13 ସଦାପ୍ରଭୁ ଆକାଶ ମଧ୍ୟରୁ ଗର୍ଜନ କଲେ।
ସର୍ବୋପରିସ୍ଥ ସେ ଆପଣା ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କଲେ।
14 ସଦାପ୍ରଭୁ ଆପଣା ବାଣ ପ୍ରୟୋଗ କଲେ ଓ ଶତ୍ରୁମାନଙ୍କୁ ବିନାଶ କଲେ।
ସେ ବିଜୁଳି ମାରି ସେମାନଙ୍କୁ ଉଚ୍ଛିନ୍ନ କଲେ।
ଲୋକେ ବୁଝି ପାରିଲେ ନାହିଁ କ’ଣ ସବୁ ଘଟୁଛି।
15 ହେ ସଦାପ୍ରଭୁ, ତୁମ୍ଭେ ଚିତ୍କାର କରି ତୁମ୍ଭର ଆଦେଶ ଘୋଷଣା କଲ
ଓ ପ୍ରବଳ ବେଗରେ ପବନ ବହିବାକୁ ଲାଗିଲା।
ହଠାତ୍ ସମୁଦ୍ର ଗର୍ଭର ଜଳ ଅପସାରିତ ହୋଇ ସମୁଦ୍ରର ନିମ୍ନ ଭାଗ ଦିଶିବାକୁ ଲାଗିଲା।
ଆମ୍ଭେ ପୃଥିବୀର ଆଭ୍ୟନ୍ତରର ଭିତ୍ତି ଭୂମିକୁ ଦେଖିବାକୁ ଲାଗିଲୁ।
16 ସଦାପ୍ରଭୁ ଊର୍ଦ୍ଧ୍ୱରୁ ହସ୍ତ ବଢ଼ାଇ ମୋତେ ଉଦ୍ଧାର କଲେ।
ସେ ମୋତେ ସେହି ଗଭୀର ଜଳରୁ ହାତ ବଢ଼ାଇ ଟେକି ଆଣିଲେ।
17 ମୋର ଶତ୍ରୁମାନେ ମୋ’ଠାରୁ ଶକ୍ତିଶାଳୀ ଥିଲେ।
ସେମାନେ ମୋତେ ଘୃଣା କରୁଥିଲେ।
ମୋର ଶତ୍ରୁମାନେ ମୋ’ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ।
ତେଣୁ ପରମେଶ୍ୱର ମୋତେ ରକ୍ଷା କଲେ।
18 ମୁଁ ବିପଦରେ ପଡ଼ିଥିଲି ମୋର ଶତ୍ରୁମାନେ ମୋତେ ଆକ୍ରମଣ କରୁଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କରିବାକୁ ସେଠାରେ ଉପସ୍ଥିତ ହେଲେ।
19 ସଦାପ୍ରଭୁ ମୋତେ ଭଲ ପାଆନ୍ତି।
ତେଣୁ ସେ ମୋତେ ଉଦ୍ଧାର କଲେ, ସେ ମୋତେ ନିରାପଦ ସ୍ଥାନକୁ ନେଇଗଲେ।
20 ମୁଁ ନିରପରାଧ ତେଣୁ ସଦାପ୍ରଭୁ ମୋତେ ନିଶ୍ଚୟ ମୋର ପୁରସ୍କାର ଦେବେ।
ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
21 କାରଣ ମୁଁ ସଦାପ୍ରଭୁଙ୍କ ଆଦେଶକୁ ପାଳନ କରେ।
ମୁଁ ପରମେଶ୍ୱରଙ୍କ ବିରୁଦ୍ଧରେ କୌଣସି ପାପ କରି ନାହିଁ।
22 ମୁଁ ସବୁବେଳେ ସଦାପ୍ରଭୁଙ୍କ ନିଷ୍ପତ୍ତିକୁ ମାନି ଆସିଛି।
ମୁଁ ତାଙ୍କ ବ୍ୟବସ୍ଥାଗୁଡ଼ିକୁ ପାଳନ କରେ।
23 ମୁଁ ତାଙ୍କ ଉଦ୍ଦେଶ୍ୟରେ ପବିତ୍ର ତଥା ସତ୍ ଚରିତ୍ର ଥିଲି।
ମୁଁ ନିଜକୁ ଅପରାଧ କରିବାକୁ ନିବୃତ୍ତ କଲି।
24 ତେଣୁ ମୋର ସଦାପ୍ରଭୁ ମୋତେ ପୁରସ୍କୃତ କଲେ କାରଣ ମୁଁ ତାଙ୍କ ଦୃଷ୍ଟିରେ ସରଳ ତଥା ନିରପରାଧ ଅଟେ।
ମୁଁ କିଛି ଭୁଲ୍ କରି ନାହିଁ, ତେଣୁ ସେ ମୋ’ ପାଇଁ ନିଶ୍ଚୟ ମଙ୍ଗଳ କରିବେ।
25 ହେ ସଦାପ୍ରଭୁ, ଯଦି କେହି ତୁମ୍ଭକୁ ପ୍ରକୃତରେ ଭଲ ପାଏ, ତୁମ୍ଭେ ନିଶ୍ଚୟ ତାକୁ ଭଲ ପାଇବ।
ଯଦି ଜଣେ ବ୍ୟକ୍ତି ତୁମ୍ଭ ପ୍ରତି ନିର୍ମଳ ଅନୁରକ୍ତି ପ୍ରକାଶ କରେ, ତୁମ୍ଭେ ମଧ୍ୟ ତାକୁ ସେହିପରି ପ୍ରତିଦାନ ଦେଇଥାଅ।
26 ସଦାପ୍ରଭୁ ତୁମ୍ଭେ ମହାନ ଓ ଯେଉଁମାନେ ଉତ୍ତମ ତଥା ନିର୍ମଳ ହୃଦୟର, ତୁମ୍ଭେ ସେହିମାନଙ୍କ ପାଇଁ ପବିତ୍ର ଅଟ।
କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକ ପ୍ରତି ଆପଣାକୁ ଚତୁର ଦେଖାଇବ।
27 ହେ ସଦାପ୍ରଭୁ, ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ସାହାଯ୍ୟ କର।
କିନ୍ତୁ ଅହଂକାରୀର ଗର୍ବ ଓ ଦର୍ପକୁ ଚୂର୍ଣ୍ଣ କର।
28 ହେ ସଦାପ୍ରଭୁ, ତୁମ୍ଭେ ମୋର ଦୀପକୁ ଆଲୋକିତ କର।
ମୋ’ ଚତୁର୍ଦ୍ଦିଗରେ ଥିବା ଅନ୍ଧକାରକୁ ଦୂର କର।
29 ହେ ସଦାପ୍ରଭୁ, ତୁମ୍ଭର ସାହାଯ୍ୟରେ ମୁଁ ସୈନ୍ୟମାନଙ୍କ ସହିତ ଲଢ଼ିପାରେ।
ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଶତ୍ରୁର ପ୍ରାଚୀରକୁ ଚଢ଼ିଯାଇପାରେ।
30 ପରମେଶ୍ୱରଙ୍କ ଶକ୍ତି ଅତୁଳନୀୟ।
ସଦାପ୍ରଭୁଙ୍କ ବାକ୍ୟ ସୁପରୀକ୍ଷିତ,
ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
31 ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।
ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ।
32 ପରମେଶ୍ୱର ଆମ୍ଭକୁ ବଳ ପ୍ରଦାନ କରନ୍ତି।
ସେ ମୋତେ ଶୁଦ୍ଧ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତି।
33 ପରମେଶ୍ୱର ମୋତେ ହରିଣଠାରୁ ଅଧିକ ବେଗରେ ଦୌଡ଼ିବାକୁ ସାହାଯ୍ୟ କରନ୍ତି।
ସେ ମୋତେ ଉଚ୍ଚସ୍ଥଳୀରେ ସ୍ଥାପନ କରନ୍ତି।
34 ପରମେଶ୍ୱର ମୋତେ ଯୁଦ୍ଧ କରିବା ପାଇଁ ଶିକ୍ଷା ଦିଅନ୍ତି।
ସେଥିପାଇଁ ମୋର ବାହୁଗୁଡ଼ିକ ଶକ୍ତ ଧନୁକୁ ବଙ୍କେଇବା ପାଇଁ ଯଥେଷ୍ଟ ବଳିଷ୍ଠ।
35 ହେ ପରମେଶ୍ୱର, ମୋତେ ତୁମ୍ଭେ ରକ୍ଷା କରିଛ ଓ ଜୟଲାଭ କରିବାକୁ ସାହାଯ୍ୟ କରିଛ।
ତୁମ୍ଭେ ମୋତେ ତୁମ୍ଭର ଦକ୍ଷିଣ ବାହୁ ଦ୍ୱାରା ସାହାଯ୍ୟ କରିଛ।
ତୁମ୍ଭେ ମୋତେ ମୋର ଶତ୍ରୁକୁ ପରାଜିତ କରିବାରେ ସାହାଯ୍ୟ କରିଛ।
36 ମୋର ଗୋଡ଼ ଓ ଆଣ୍ଠୁକୁ ଅଧିକ ଶକ୍ତିଶାଳୀ କର,
ଯାହା ଫଳରେ ମୁଁ ଦୁର୍ବଳ ହେବି ନାହିଁ ଏବଂ ପଡ଼ିବି ନାହିଁ।
37 ତା’ପରେ ମୁଁ ମୋର ଶତ୍ରୁ ପଛରେ ଗୋଡ଼ାଇ ପାରିବି ଓ ସେମାନଙ୍କୁ ଧରି ପାରିବି।
ମୁଁ ସେମାନଙ୍କୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ଫେରି ଆସିବି ନାହିଁ।
38 ମୁଁ ମୋର ଶତ୍ରୁମାନଙ୍କୁ ପରାଜିତ କରିବି।
ସେମାନେ ଆଉ ପୁନର୍ବାର ଉଠିପାରିବେ ନାହିଁ।
ମୋର ଶତ୍ରୁମାନେ ମୋର ପାଦ ତଳେ ପାତିତ ହେବେ।
39 ହେ ପରମେଶ୍ୱର, ତୁମ୍ଭେ ମୋତେ ଯୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଛ।
ତୁମ୍ଭେ ମୋର ଶତ୍ରୁମାନଙ୍କୁ ମୋ’ ନିକଟରେ ପକାଇ ଦେଇଛ।
40 ତୁମ୍ଭେ ମୋତେ ସୁଯୋଗ ଦେଇଛ, ମୋର ଶତ୍ରୁମାନଙ୍କୁ ଧରିବା ପାଇଁ
ଓ ମୁଁ ମୋର ଶତ୍ରୁମାନଙ୍କୁ ଧ୍ୱଂସ କରିଅଛି।
41 ମୋର ଶତ୍ରୁମାନେ ସାହାଯ୍ୟ ପାଇଁ ଚିତ୍କାର କଲେ,
କିନ୍ତୁ କେହି ସେମାନଙ୍କୁ ରକ୍ଷା କରିବାକୁ ଆଗେଇ ଆସି ନ ଥିଲେ।
ସେମାନେ ସଦାପ୍ରଭୁଙ୍କୁ ମଧ୍ୟ ଡାକିଲେ
କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ।
42 ମୁଁ ମୋର ଶତ୍ରୁମାନଙ୍କୁ ପରାସ୍ତ କରିଛି।
ସେମାନେ ଧୂଳି ସଦୃଶ ପବନରେ ଉଡ଼ିଯାଇଛନ୍ତି।
ମୁଁ ସେମାନଙ୍କୁ ଛୋଟ ଛୋଟ ଖଣ୍ଡ କରି ପେଶି ଦେଇଛି।
43 ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଛନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର।
ମୋତେ ସେହିସବୁ ରାଜ୍ୟର ନେତା କର।
ଯେଉଁ ଲୋକମାନଙ୍କୁ ମୁଁ ଜାଣି ନାହିଁ, ସେମାନେ ମୋର ସେବା କରିବେ।
44 ସେହି ଲୋକମାନେ ମୋ’ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମୋତେ ମାନିବେ।
ସେହି ବିଦେଶୀମାନେ ମୋତେ ଦେଖି ଭୟଭୀତ ହେବେ।
45 ସେମାନେ ଭୟରେ ଦୁର୍ବଳ ହୋଇଯିବେ।
ସେମାନେ ଲୁଚିଥିବା ଗୁପ୍ତ ସ୍ଥାନମାନଙ୍କରୁ ଭୟରେ ଥରହର ହୋଇ ବାହାରି ଆସିବେ।
46 ସଦାପ୍ରଭୁ ଜୀବନ୍ତ ଅଟନ୍ତି।
ମୁଁ ସେହି ଶୈଳକୁ ପ୍ରଶଂସା କରେ।
ପରମେଶ୍ୱର ମୋତେ ରକ୍ଷା କରନ୍ତି।
ସେ ମହାନ ଅଟନ୍ତି।
47 ପରମେଶ୍ୱର ମୋ’ ପାଇଁ ମୋର ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି।
ସେ ଲୋକମାନଙ୍କୁ ମୋର ନିୟନ୍ତ୍ରଣରେ ରଖନ୍ତି।
48 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶତ୍ରୁମାନଙ୍କ କବଳରୁ ରକ୍ଷା କରିଅଛ।
ଯେଉଁମାନେ ମୋ’ ବିରୁଦ୍ଧରେ ଲାଗିଥିଲେ ତାଙ୍କୁ ପରାସ୍ତ କରି ମୋତେ ସାହାଯ୍ୟ କରିଛ।
ତୁମ୍ଭେ ନିଷ୍ଠୁର ଲୋକମାନଙ୍କ କବଳରୁ ମୋତେ ବଞ୍ଚାଇଛ।
49 ହେ ସଦାପ୍ରଭୁ, ସେଥିପାଇଁ ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରେ।
ସେହି କାରଣରୁ ତୁମ୍ଭ ନାମରେ ଜୟଗାନ କରି ଗୀତ ବୋଲେ।
50 ସଦାପ୍ରଭୁ ତାଙ୍କର ରାଜାଙ୍କୁ ଅନେକ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରିଛନ୍ତି।
ସେ ତାଙ୍କର ମନୋନୀତ ରାଜାଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି।
ସେଥିପାଇଁ ସେ ଦାଉଦ ଓ ତାଙ୍କର ବଂଶଧରମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳ ପାଇଁ ଦେଖାଇଛନ୍ତି।
ଶଲମୋନଙ୍କ ଜ୍ଞାନର ପ୍ରମାଣ
16 ଦିନେ ଦୁଇଜଣ ବେଶ୍ୟା ରାଜାଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ। 17 ଜଣେ ସ୍ତ୍ରୀଲୋକ କହିଲା, “ହେ ମୋର ମହାରାଜା, ଆମ୍ଭେ ଦୁଇଜଣ ଏକତ୍ର ଗୋଟିଏ ଛାତ ତଳେ ବାସ କରୁଥିଲୁ ଓ ଆମ୍ଭେ ଉଭୟେ ଗର୍ଭବତୀ ହୋଇଥିଲୁ। ସେହି ଘରେ ତା’ ସହିତ ବାସ କରୁଥିବା ବେଳେ ମୁଁ ଏକ ସନ୍ତାନ ପ୍ରସବ କଲି। 18 ମୋହର ପ୍ରସବର ତୃତୀୟ ଦିବସରେ ଏହି ସ୍ତ୍ରୀଲୋକ ମଧ୍ୟ ଏକ ସନ୍ତାନ ପ୍ରସବ କଲା। ସେହି ଘରେ ଆମ୍ଭ ଦୁହିଁଙ୍କ ବ୍ୟତୀତ ଅନ୍ୟ କୌଣସି ଲୋକ ନ ଥିଲେ। 19 ଦିନେ ରାତ୍ରିରେ ଏହି ସ୍ତ୍ରୀଲୋକ ତା’ର ପିଲା ଉପରେ ଲଦି ହୋଇ ଶୋଇ ପଡ଼ିବାରୁ ତା’ର ପିଲାଟି ମରିଗଲା। 20 ତେଣୁ ସେହି ମଧ୍ୟରାତ୍ରିରେ ମୁଁ ଶୋଇଥିଲା ବେଳେ ସେ ମୋର ସନ୍ତାନକୁ ନେଇଯାଇ ତା’ର ମୃତ ସନ୍ତାନକୁ ମୋ’ କୋଳରେ ଶୁଆଇ ଦେଲା। 21 ପରଦିନ ପ୍ରଭାତରେ ମୁଁ ଯେତେବେଳେ ମୋର ସନ୍ତାନକୁ ସ୍ତନ୍ୟପାନ କରାଇବା ପାଇଁ ଉଠିଲି, ପିଲାଟି ମୃତ ପାଇଲି। ମୁଁ ଭଲକରି ନିରୀକ୍ଷଣ କରି ଜାଣିଲି, ସେ ମୋର ସନ୍ତାନ ନୁହେଁ।”
22 କିନ୍ତୁ ଅନ୍ୟ ସ୍ତ୍ରୀଲୋକଟି କହିଲା, “ନା, ଜୀବିତ ସନ୍ତାନଟି ମୋର ପୁଅ ଓ ମୃତ ସନ୍ତାନଟି ତୁମ୍ଭର ପୁଅ।”
ମାତ୍ର ପ୍ରଥମ ସ୍ତ୍ରୀ କହିଲା, “ନା, ତୁମ୍ଭେ ଭୁଲ୍ କହୁଛ, ମୃତ ସନ୍ତାନଟି ତୁମ୍ଭର ପୁଅ ଓ ଜୀବିତ ସନ୍ତାନଟି ମୋର ପୁଅ।” ଏହିପରି ସେମାନେ ରାଜାଙ୍କ ସମ୍ମୁଖରେ ଗୁହାରି କଲେ।
23 ତତ୍ପରେ ରାଜା ଶଲୋମନ କହିଲେ, “ତୁମ୍ଭେ ଉଭୟ ଜୀବିତ ସନ୍ତାନଟିକୁ ନିଜର ଓ ମୃତ ସନ୍ତାନଟି ଅନ୍ୟର ବୋଲି କହୁଛ।” 24 ଏଣୁ ରାଜା ଶଲୋମନ ଗୋଟିଏ ଖଡ଼୍ଗ ଆଣିବାକୁ ଜଣେ ଦାସକୁ ଆଦେଶ କଲେ। 25 ପୁଣି ରାଜା କହିଲେ, “ଏହି ଜୀବିତ ସନ୍ତାନଟିକୁ ଦୁଇଖଣ୍ତ କରି କାଟି ଜଣକୁ ଅଧେ ଓ ଅନ୍ୟ ଜଣକୁ ଅଧେ ଦେଇଦିଅ।”
26 ଦ୍ୱିତୀୟ ସ୍ତ୍ରୀଲୋକଟି କହିଲା, “ତାହା ଅତି ଉତ୍ତମ କଥା, ପିଲାଟିକୁ ଦୁଇଖଣ୍ତ କରିଦିଅ। ପିଲାଟି ଆମ୍ଭ ଦୁଇଜଣଙ୍କର କାହାରି ହେବ ନାହିଁ।” ମାତ୍ର ପ୍ରଥମ ସ୍ତ୍ରୀଲୋକ ଯିଏ ପିଲାଟିର ପ୍ରକୃତ ମା, ତା’ର ଅନ୍ତଃକରଣ ପିଲାଟି ପ୍ରତି ବିଳପି ଉଠିଲା। ତେଣୁ ସେ ରାଜାଙ୍କୁ କହିଲା, “ହେ ମୋର ମହାରାଜ, ଜୀବିତ ପିଲାଟିକୁ ତାକୁ ଦେଇ ଦିଅନ୍ତୁ, କିନ୍ତୁ କୌଣସି ମତେ ତାକୁ ବଧ କରନ୍ତୁ ନାହିଁ।”
27 ତା’ପରେ ରାଜା ଶଲୋମନ କହିଲେ, “ପ୍ରଥମ ସ୍ତ୍ରୀଲୋକଟି ହେଉଛି ଜୀବିତ ପିଲାର ପ୍ରକୃତ ମା, ପିଲାଟିକୁ ତାକୁ ଦିଅ।” ତାକୁ ହତ୍ୟା କର ନାହିଁ।
28 ଇସ୍ରାଏଲର ସମଗ୍ର ଲୋକେ ରାଜାଙ୍କର ନ୍ୟାୟ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସେମାନେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦୟରେ ପରମେଶ୍ୱରଙ୍କ ଦତ୍ତ ଜ୍ଞାନ ରହିଛି।
27 ଝଡ଼ର ଚଉଦ ଦିନରେ ପ୍ରାୟ ମଧ୍ୟରାତ୍ରି ସମୟରେ ଆମ୍ଭ ଜାହାଜ ଆଦ୍ରିୟା ସମୁଦ୍ରର ପାଖରେ ଭାସୁଥିଲା। ଆମ୍ଭ ନାବିକମାନେ କୌଣସି ସ୍ଥଳ ଭାଗରେ ନିକଟବର୍ତ୍ତୀ ହୋଇଛନ୍ତି ବୋଲି ସନ୍ଦେହ କଲେ। 28 ସେମାନେ ଗୋଟିଏ କଡ଼ରେ ଓଜନ ଓହଳିଥିବା ଦଉଡ଼ି ସାହାଯ୍ୟରେ ମାପ କରି ସେଠାରେ ଜଳର ଗଭୀରତା 120 ଫୁଟ ବୋଲି ଦେଖିଲେ। କିଛି ସମୟ ପରେ ସେମାନେ ପୁଣି ମାପି ତାହା 90 ଫୁଟ ଗଭୀର ଥିବାର ଦେଖିଲେ। 29 ସେମାନେ ଭୟ କଲେ, ଯେ କାଳେ ଜାହାଜ ଭାସି-ଭାସି ଯାଇ ପଥରରେ ଧକ୍କା ହୋଇଯିବ। ତେଣୁ ସେମାନେ ଜାହାଜର ପଛପଟେ ଗ୍ଭରୋଟି ଲଙ୍ଗର ପକାଇ ଦିନ ହେବା ପାଇଁ ଅପେକ୍ଷା କଲେ। 30 କେତେକ ନାବିକ ଜାହାଜ ଛାଡ଼ି ଗ୍ଭଲିଯିବାକୁ ଗ୍ଭହିଁଲେ। ତେଣୁ ସେମାନେ ଜୀବନ ରକ୍ଷକ ଡଙ୍ଗାକୁ ପାଣିରେ ଖସେଇ ଦେଲେ। ଯାହା ଫଳରେ ଅନ୍ୟମାନେ ଭାବିବେ ଯେ, ନାବିକମାନେ ଜାହାଜ ସାମନାରେ ଅଧିକ ଲଙ୍ଗର ପକାଇବାକୁ ଯାଉଛନ୍ତି। 31 କିନ୍ତୁ ପାଉଲ ସେନାଅଧିକାରୀଙ୍କୁ ଓ ସୈନିକମାନଙ୍କୁ କହିଲେ, “ଏମାନେ ଯଦି ଜାହାଜରେ ନ ରହିବେ, ତେବେ ତୁମ୍ଭେମାନେ କେହି ରକ୍ଷା ପାଇବ ନାହିଁ।” 32 ତେଣୁ ସୈନିକମାନେ ଜୀବନ ରକ୍ଷକ ଡଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣିରେ ପକେଇ ଦେଲେ।
33 ପାହାନ୍ତିଆ ସମୟର ଠିକ୍ ପୂର୍ବରୁ ପାଉଲ ସେମାନଙ୍କୁ କିଛି ଖାଦ୍ୟ ଖାଇବା ପାଇଁ ଅନୁରୋଧ କଲେ। ସେ କହିଲେ, “ତୁମ୍ଭେମାନେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚଉଦ ଦିନ ଧରି ତୁମ୍ଭେମାନେ ଖାଦ୍ୟ ସ୍ପର୍ଶ କରି ନାହଁ। 34 ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ତୁମ୍ଭମାନଙ୍କ ମଧ୍ୟରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ୟ, ନଷ୍ଟ ହେବ ନାହିଁ।” 35 ଏତିକି କହିବା ପରେ ପାଉଲ କିଛି ରୋଟୀ ନେଇ ସମସ୍ତଙ୍କ ଆଗରେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ, ଓ ସେଥିରୁ ଖଣ୍ଡେ ଛିଣ୍ଡେଇ ଖାଇବାକୁ ଆରମ୍ଭ କଲେ। 36 ଏଥିରେ ସେମାନେ ସମସ୍ତେ ଉତ୍ସାହିତ ହେଲେ ଓ ସେମାନେ ମଧ୍ୟ ଖାଇବା ଆରମ୍ଭ କଲେ। 37 ଜାହାଜରେ ସର୍ବ ମୋଟ 276 ଜଣ ଥିଲେ। 38 ଆମ୍ଭେ ଯଥେଷ୍ଟ ପରିମାଣରେ ଖାଇବା ପରେ ଜାହାଜରେ ଥିବା ଗହମକୁ ସେମାନେ ସମୁଦ୍ରରେ ଫିଙ୍ଗି ଦେଲେ, ଯଦ୍ଦ୍ୱାରା ଜାହାଜ ହାଲୁକା ହୋଇଗଲା।
ଜାହାଜ ନଷ୍ଟ ହୋଇଗଲା
39 ଦିନ ହେଲା, ମାତ୍ର ନାବିକମାନେ ସେହି ସ୍ଥାନଟି ଚିହ୍ନି ପାରିଲେ ନାହିଁ। ସେମାନେ ଗୋଟିଏ ଉପସାଗର କୂଳରେ ବାଲିତଟ ଦେଖିଲେ। ସମ୍ଭବ ହେଲେ ସେହି କୂଳରେ ଜାହାଜ ଲଗେଇବା ପାଇଁ ସ୍ଥିର କଲେ। 40 ସେମାନେ ଲଙ୍ଗରଗୁଡ଼ିକ କାଟି ସମୁଦ୍ରରେ ଫିଙ୍ଗି ଦେଲେ। ସେମାନେ ମଙ୍ଗର ଦଉଡ଼ି ଫିଟେଇ ପବନରେ ସାମନା ପାଲଟି ଉଠାଇଲେ। ତା’ପରେ ସେମାନେ ବାଲିତଟ ଆଡ଼କୁ ଯାତ୍ରା କଲେ। 41 କିନ୍ତୁ ଜାହାଜଟି ଦୁଇଟି ସମୁଦ୍ରର ସଙ୍ଗମ ସ୍ଥାନରେ ଗୋଟିଏ ବାଲିଚଡ଼ାଠାରେ ଧକ୍କା ଖାଇ ଲାଗିଗଲା। ତେଣୁ ଜାହାଜର ଆଗ ଅଂଶ ଅଚଳ ହୋଇଗଲା ଓ ପଛ ଭାଗ ଲହରୀ ଧକ୍କାରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା।
42 ବନ୍ଦୀମାନେ କାଳେ ପହଁରି ଖସି ଗ୍ଭଲିଯିବେ, ସେଥିପାଇଁ ସୈନ୍ୟମାନେ ଭୟରେ ସେମାନଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କଲେ। 43 କିନ୍ତୁ ସେନା ଅଧିକାରୀ ଯୂଲିଅ ପାଉଲଙ୍କୁ ରକ୍ଷା କରିବା ପାଇଁ ଗ୍ଭହିଁଲେ। ତେଣୁ ବନ୍ଦୀ ଲୋକମାନଙ୍କୁ ମାରିଦେବା ପାଇଁ ସେ ସୈନିକମାନଙ୍କୁ ଅନୁମତି ଦେଲେ ନାହିଁ। ସେ ପହଁରି ଜାଣିଥିବା ଲୋକଙ୍କୁ ସମୁଦ୍ରକୁ ଡେଇଁ ପଡ଼ି ପହଁରି ପହଁରି କୂଳକୁ ଯିବା ପାଇଁ ଆଦେଶ ଦେଲେ। 44 ସେ ଅନ୍ୟମାନଙ୍କୁ ଜାହାଜର କୌଣସି କାଠ ପଟା ବା ଭଙ୍ଗା ଅଂଶକୁ ଧରି ବା ଭେଳା ସାହାଯ୍ୟରେ କୂଳକୁ ଯିବା ପାଇଁ କହିଲେ। ଏହିପରି ଭାବରେ ସମସ୍ତେ ନିରାପଦରେ କୂଳରେ ଆସି ପହଞ୍ଚିଲେ। କାହାର ମୃତ୍ୟୁ ହେଲା ନାହିଁ।
ନିସ୍ତାରପର୍ବର ଭୋଜି(A)
12 ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ ଯିହୂଦୀମାନେ ‘ନିସ୍ତାରପର୍ବର ମେଣ୍ଢାଛୁଆଟି’ [a]କୁ ବଳି ଦିଅନ୍ତି। ସେହି ଦିନ ଯୀଶୁଙ୍କ ପାଖକୁ ତାହାଙ୍କ ଶିଷ୍ୟମାନେ ଆସି ପଗ୍ଭରିଲେ, “ନିସ୍ତାରପର୍ବର ଭୋଜିରେ ଆପଣଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବାକୁ ଆମ୍ଭେ କେଉଁଠାକୁ ଯିବୁ ବୋଲି ଆପଣ ଗ୍ଭହୁଁଛନ୍ତି?”
13 ତା’ପରେ ଯୀଶୁ ନିଜର ଦୁଇଜଣ ଶିଷ୍ୟଙ୍କୁ ନଗରକୁ ପଠାଇଲେ। ଯୀଶୁ ସେମାନଙ୍କୁ କହିଲେ, “ନଗରକୁ ଯାଅ, ତୁମ୍ଭେ ଗୋଟିଏ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ସେହି ଲୋକ ତୁମ୍ଭ ପାଖକୁ ଆସିବ। ତୁମ୍ଭେ ତା’ର ପଛେ ପଛେ ଯିବ। 14 ସେହି ଲୋକ ଗୋଟିଏ ଘରେ ପ୍ରବେଶ କରିବ, ତୁମ୍ଭେ ମଧ୍ୟ ଯାଇ ସେହି ଘରମାଲିକକୁ କହିବ ଯେ, ‘ଗୁରୁ କହି ପଠେଇଛନ୍ତି ମୁଁ ମୋ’ ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବର ଭୋଜି ଯେଉଁ ବଖରାଟିରେ ପାଳନ କରିବି, ସେହି ବଖରାଟି ଦେଖାଅ? ତାହାଙ୍କୁ କୁହ ଯେ ଗୁରୁ ଏହା ଜାଣିବାକୁ ଇଚ୍ଛା କରନ୍ତି।’ 15 ଘର ମାଲିକ ତୁମ୍ଭମାନଙ୍କୁ ଉପର ମହଲାରେ ସମସ୍ତ ବ୍ୟବସ୍ଥା ଥିବା ଗୋଟିଏ ବଡ଼ କୋଠରୀ ଦେଖାଇବେ। ତୁମ୍ଭେ ସେହିଠାରେ ଆମ୍ଭମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କର।”
16 ତା’ପରେ ଶିଷ୍ୟମାନେ ସେଠାରୁ ନଗରକୁ ଗ୍ଭଲିଗଲେ। ଯୀଶୁ ସେମାନଙ୍କୁ ଯାହା କହିଥିଲେ, ସବୁକଥା ସେହିପରି ଘଟିଲା। ସେଠାରେ ସେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।
17 ସନ୍ଧ୍ୟା ବେଳକୁ ଯୀଶୁ ବାରଜଣଯାକ ପ୍ରେରିତଙ୍କୁ ସାଙ୍ଗରେ ଧରି ସେଠାରେ ଯାଇ ପହଞ୍ଚିଲେ। 18 ସେମାନେ ଖାଉଥିବା ବାଳେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ବର୍ତ୍ତମାନ ମୋ’ ସାଙ୍ଗରେ ଖାଉଥିବା ତୁମ୍ଭ ଭିତରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।”
19 ଏହା ଶୁଣି ଶିଷ୍ୟମାନେ ବହୁତ ମନ ଦୁଃଖ କଲେ। ପ୍ରତ୍ୟେକେ ଯୀଶୁଙ୍କୁ କହିଲେ, “ନିଶ୍ଚୟ ମୁଁ ସେହି ଲୋକ ନୁହେଁ।”
20 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ସେହି ଲୋକ ତୁମ୍ଭ ବାରଜଣଙ୍କ ମଧ୍ୟରୁ ଜଣେ, ଯେକି ମୋ’ ସହିତ ବିଶ୍ୱାସଘାତକତା କରିବ। ସେ ମୋ’ ସଙ୍ଗେ ଗୋଟିଏ ଗିନାରେ ରୋଟୀ ବୁଡ଼ାଉଛି। 21 ମନୁଷ୍ୟପୁତ୍ରଙ୍କୁ ଯାଇ ମରିବାକୁ ପଡ଼ିବ। ଏହା ଘଟିବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସଘାତକତା କରିବ, ସେହି ଲୋକ ଯଦି ଜନ୍ମ ହୋଇ ନ ଥା’ନ୍ତା, ତେବେ ବହୁତ ଭଲ ହୋଇଥା’ନ୍ତା।”
ପ୍ରଭୁଭୋଜ(B)
22 ସେମାନେ ଖାଇବା ସମୟରେ ଯୀଶୁ କିଛି ରୋଟୀ ନେଲେ। ସେ ରୋଟୀ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀ ଛିଣ୍ଡେଇ ଶିଷ୍ୟମାନଙ୍କୁ ଦେଇ କହିଲେ, “ଏହି ରୋଟୀ ନିଅ। ଏହା ମୋର ଦେହ।”
23 ତା’ପରେ ସେ ଦ୍ରାକ୍ଷାରସର ପାତ୍ରଟି ନେଲେ। ତାହା ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା’ପରେ ତାହା ଶିଷ୍ୟମାନଙ୍କୁ ଦେଲେ। ସମସ୍ତ ଶିଷ୍ୟ ସେହି ପାତ୍ରରୁ ଦ୍ରାକ୍ଷାରସ ପିଇଲେ। 24 ତା’ପରେ ଯୀଶୁ କହିଲେ, “ଏହା ମୋର ରକ୍ତ। ମୋର ରକ୍ତ ଏକ ନୂଆ ନିୟମ ଆରମ୍ଭ କରେ। ଏହି ନିୟମଟି ପରମେଶ୍ୱରଙ୍କଠାରୁ ତାହାଙ୍କ ଲୋକଙ୍କ ପାଇଁ ଉଦ୍ଧିଷ୍ଟ। ଏହି ରକ୍ତ ଅନେକ ଲୋକଙ୍କ ପାଇଁ ଦିଆଯାଇଛି। 25 ମୁଁ ତୁମ୍ଭକୁ ସତ୍ୟ କହୁଛି। ମୁଁ ଯେପର୍ଯ୍ୟନ୍ତ ପରମେଶ୍ୱରଙ୍କ ରାଜ୍ୟରେ ନୂଆ ଦ୍ରାକ୍ଷାରସ ପାନ ନ କରିଛି, ସେହି ଦିନ ପର୍ଯ୍ୟନ୍ତ ଆଉ ଦ୍ରାକ୍ଷାରସ ପିଇବି ନାହିଁ।”
26 ସବୁ ଶିଷ୍ୟମାନେ ମିଳି ଗୋଟିଏ ଗୀତ ବୋଲିଲେ ଓ ତା’ପରେ ଜୀତପର୍ବତ ଉପରକୁ ଗ୍ଭଲିଗଲେ।
2010 by World Bible Translation Center