Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 37

ଦାଉଦଙ୍କର ଗୀତ।

37 ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହେବାର ଆବଶ୍ୟକତା ନାହିଁ।
    ଯେଉଁମାନେ କୁକର୍ମ କରିଛନ୍ତି, ସେହି ଲୋକମାନଙ୍କ ଉପରେ ଈର୍ଷା କର ନାହିଁ।
ଦୁଷ୍ଟ ଲୋକମାନେ ଘାସ ଓ ସବୁଜ ଲତା ତୁଲ୍ୟ
    ଯାହା ଖୁବ୍ ଶୀଘ୍ର ଧୂସର ହୋଇ ମରିଯାଏ।
ଯଦି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ବିଶ୍ୱାସ ରଖିବ ଓ ସୁକର୍ମ କରିବ ତୁମ୍ଭେ ତା’ହେଲେ ଆନନ୍ଦରେ ରହିବ
    ଓ ଅନେକ ଜିନିଷ ଉପଭୋଗ କରିବ ଯାହା ସେହି ଭୂମିରୁ ତୁମ୍ଭେ ପାଇବ।
ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର
    ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।
ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ।
    ତାଙ୍କୁ ବିଶ୍ୱାସ କର ଓ ସେ ନିଶ୍ଚୟ ଯାହା କରିବା କଥା ସଫଳ କରିବେ।
ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି
    ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।
ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ।
    ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।
କ୍ରୋଧ ତ୍ୟାଗ କର, କୋପ ତ୍ୟାଗ କର।
ଏତେ ଅଧୈର୍ଯ୍ୟ ହୁଅ ନାହିଁ, ଯାହା ଫଳରେ ତୁମ୍ଭେ ମଧ୍ୟ ମନ୍ଦକାର୍ଯ୍ୟ କରି ବସିବ।
କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ କିନ୍ତୁ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରନ୍ତି,
    ସେମାନେ ସମଗ୍ର ଭୂମିକୁ ନିୟନ୍ତ୍ରଣ କରି ପାରିବେ।
    ଏହା ପରମେଶ୍ୱର ସେମାନଙ୍କଠାରେ ପ୍ରତିଜ୍ଞା କରିଛନ୍ତି।
10 ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ।
    ତୁମ୍ଭେ ସେମାନଙ୍କୁ ଖୋଜିଲେ ବି ଆଉ ପାଇବ ନାହିଁ, କାରଣ ସେମାନେ ଆଉ ନ ଥିବେ।
11 ପରମେଶ୍ୱର ସେମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ନମ୍ର ଲୋକମାନେ ଭୂମି ପାଇବେ
    ଓ ସେମାନେ ଶାନ୍ତି ଉପଭୋଗ କରିବେ।

12 ପାପୀଷ୍ଠ ଲୋକମାନେ ଧର୍ମାତ୍ମାମାନଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରନ୍ତି।
    ସେହି ଅଧର୍ମୀ ଲୋକମାନେ ଧାର୍ମିକମାନଙ୍କୁ ଦେଖି ସେମାନଙ୍କ କ୍ରୋଧ ଦେଖାନ୍ତି ଓ ରାଗରେ ଦାନ୍ତ କଡ଼ମଡ଼ କରିଥା’ନ୍ତି।
13 କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ।
    ସେ ଦେଖନ୍ତି ଯେ ସେହି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
14 ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ତୀର ଧରି ବାହାରି ପଡ଼ନ୍ତି।
    ସେମାନେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।
    ସେମାନେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଗ୍ଭହାନ୍ତି।
15 କିନ୍ତୁ ସେମାନଙ୍କର ଧନୁ ଭାଙ୍ଗିଯିବ।
    ସେମାନଙ୍କର ଖଣ୍ଡା ସେମାନଙ୍କର ନିଜ ହୃଦୟରେ ପ୍ରବେଶ କରିବ।
16 ଧାର୍ମିକ ଲୋକମାନଙ୍କ ମଧ୍ୟରେ ଅଳ୍ପ ଥିଲେ ବି
    ତାହା ଦୁଷ୍ଟ ଲୋକମାନଙ୍କ ମଧ୍ୟରେ ଥିବା ଧନୀ ଲୋକମାନଙ୍କ ଅପେକ୍ଷା ଉତ୍ତମ ଅଟେ।
17 କାରଣ ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
    କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରିବେ।
18 ସଦାପ୍ରଭୁ ସର୍ବଦା ସିଦ୍ଧ ଲୋକମାନଙ୍କୁ ସାହାଯ୍ୟ ଓ ସେମାନଙ୍କର ସାରା ଜୀବନ ରକ୍ଷା କରନ୍ତି।
    ସେମାନଙ୍କର ଅଧିକାର ଅନନ୍ତକାଳ ସ୍ଥାୟୀ ରୁହେ।
19 ଯେତେବେଳେ ବିପଦ ଆସେ
    ସେତେବେଳେ ଧାର୍ମିକ ଲୋକମାନେ ଧ୍ୱଂସ ହେବେ ନାହିଁ।
ଯେତେବେଳେ ଦୁର୍ଭିକ୍ଷ ପଡ଼ିବ
    ସେତେବେଳେ ଧାର୍ମିକ ଲୋକ ପ୍ରଚୁର ଖାଦ୍ୟ ପାଇବେ।
20 କିନ୍ତୁ ଦୁଷ୍ଟ ଲୋକମାନେ ହେଉଛନ୍ତି ସଦାପ୍ରଭୁଙ୍କର ଶତ୍ରୁ
    ଓ ସେହି ଦୁଷ୍ଟ ଲୋକମାନେ ଧ୍ୱଂସ ପାଇବେ।
ସେମାନଙ୍କର ଉପତ୍ୟକା ସବୁ ଶୁଖି ଜଳିଯିବ।
    ସେମାନେ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇବେ।
21 ଦୁଷ୍ଟ ଲୋକ ଖୁବ୍ ଶୀଘ୍ର ଟଙ୍କା ଋଣ କରେ ଓ କେବେ ତାକୁ ପରିଶୋଧ କରେ ନାହିଁ।
    କିନ୍ତୁ ଧାର୍ମିକ ବ୍ୟକ୍ତି ତାକୁ ଅନ୍ୟମାନଙ୍କୁ ବାଣ୍ଟି ଦିଏ।
22 ଯଦି ଜଣେ ଧାର୍ମିକ ବ୍ୟକ୍ତି ଲୋକମାନଙ୍କୁ ଆଶୀର୍ବାଦ କରେ ତା’ହେଲେ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ସେମାନେ ଭୂମି ପାଇବେ।
    କିନ୍ତୁ ଯଦି ସେମାନେ କୁକର୍ମ ସବୁ ଘଟୁ ବୋଲି କୁହନ୍ତି, ସେହି ଲୋକମାନେ ଧ୍ୱଂସ ହେବେ।
23 ସଦାପ୍ରଭୁ ଧାର୍ମିକ ବ୍ୟକ୍ତିକୁ ସତ୍ ମାର୍ଗରେ ଜୀବନ ଧାରଣ କରିବା ପାଇଁ ସାହାଯ୍ୟ କରନ୍ତି।
    ଯେତେବେଳେ ସେ ତାହା କରେ, ସଦାପ୍ରଭୁ ଖୁସୀ ହୁଅନ୍ତି।
24 ସେମାନେ ଝୁଣ୍ଟି ପଡ଼ିବେ ନାହିଁ
    କାରଣ ସଦାପ୍ରଭୁ ସେମାନଙ୍କୁ ସମର୍ଥନ କରନ୍ତି।
25 ମୁଁ ଯୁବା ଥିଲି ଓ ବର୍ତ୍ତମାନ ବୁଢ଼ା ହେଲିଣି
    ଓ ମୁଁ କେବେ ଦେଖି ନାହିଁ ପରମେଶ୍ୱର ଧାର୍ମିକ ଲୋକଙ୍କୁ ପରିତ୍ୟାଗ କରନ୍ତି।
    ମୁଁ କେବେ ଦେଖି ନାହିଁ ଯେ, ଧାର୍ମିକ ବ୍ୟକ୍ତିଙ୍କର ପିଲାମାନେ ଖାଦ୍ୟ ପାଇଁ ଭିକ୍ଷାବୃତ୍ତି କରନ୍ତି।
26 ଧାର୍ମିକ ବ୍ୟକ୍ତି ସବୁକିଛି ଅନ୍ୟମାନଙ୍କୁ ଦେଇଦିଏ।
    ତେଣୁ ତା’ର ପିଲାମାନେ ଏକ ଆଶୀର୍ବାଦସୂଚକ।
27 ତୁମ୍ଭେ ଯଦି ମନ୍ଦକାର୍ଯ୍ୟ କରିବାକୁ ମନା କର ଓ ଯଦି ତୁମ୍ଭେ ଭଲକାର୍ଯ୍ୟ କର,
    ତା’ହେଲେ ତୁମ୍ଭେ ନିଶ୍ଚୟ ଚିରଦିନ ପାଇଁ ବଞ୍ଚି ରହିବ।
28 ସଦାପ୍ରଭୁ ନ୍ୟାୟକୁ ଭଲ ପାଆନ୍ତି
    ଓ ତାଙ୍କର ବିଶ୍ୱସ୍ତ ଅନୁସରଣକାରୀମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ,
ତେଣୁ ସେମାନେ ଚିରଦିନ ସୁରକ୍ଷିତ।
    କିନ୍ତୁ ଦୁଷ୍ଟ ଲୋକମାନେ ଧ୍ୱଂସ ହେବେ।
29 ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ମୁତାବକ ରାଜ୍ୟ ପାଇବେ।
    ସେମାନେ ସେଠାରେ ଚିରଦିନ ବାସ କରିବେ।
30 ଧାର୍ମିକ ବ୍ୟକ୍ତି ଜ୍ଞାନର ଉପଦେଶ ଦିଏ।
    ତା’ର ନିଷ୍ପତ୍ତି ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରେ।
31 ସେ ସଦାପ୍ରଭୁଙ୍କ ଉପଦେଶ ସବୁ ଶିଖିଥାଏ।
    ତେଣୁ ସେ କେବେହେଲେ ସେହି ପଥରୁ ବିଚ୍ୟୁତ ହେବ ନାହିଁ।

32 ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥା’ନ୍ତି।
33 ସଦାପ୍ରଭୁ କେବେହେଲେ ଦୁଷ୍ଟ ଲୋକମାନଙ୍କ ହସ୍ତରେ ଧାର୍ମିକ ଲୋକମାନଙ୍କୁ ଛାଡ଼ି ଦେବେ ନାହିଁ।
    ପରମେଶ୍ୱର କେବେହେଲେ ଧାର୍ମିକ ଲୋକମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ ନାହିଁ।
34 ସଦାପ୍ରଭୁଙ୍କର ଅନୁସରଣ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର।
    ସଦାପ୍ରଭୁ ତୁମ୍ଭକୁ ନିଶ୍ଚିତ ବିଜୟୀ କରାଇବେ ଓ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ତୁମ୍ଭେ ତୁମ୍ଭର ରାଜ୍ୟ ଫେରି ପାଇବ, ସେତେବେଳେ ଦୁଷ୍ଟ ଲୋକମାନେ ସେ ରାଜ୍ୟ ଛାଡ଼ି ଗ୍ଭଲିଯିବେ।

35 ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ଯିଏକି ଅତି ଶକ୍ତିଶାଳୀ ଥିଲା।
    ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।
36 କିନ୍ତୁ ସେ ଆଜି ନାହିଁ।
    ମୁଁ ତାଙ୍କୁ ଅନେକ ସ୍ଥାନରେ ଖୋଜିଲି କିନ୍ତୁ ତାଙ୍କୁ ପାଇଲି ନାହିଁ।
37 ସିଦ୍ଧ ଓ ଧାର୍ମିକ ଲୋକ ହୁଅ।
    ଯେଉଁମାନେ ଶାନ୍ତିକୁ ଭଲପାଆନ୍ତି ସେମାନଙ୍କର ଅନେକ ବଂଶଧର ବଢ଼ି ଗ୍ଭଲିବେ।
38 କିନ୍ତୁ ଅଧର୍ମାଗ୍ଭରୀ ଲୋକମାନେ ସମ୍ପୂର୍ଣ୍ଣ ଧ୍ୱଂସ ପାଇବେ
    ଓ ସେମାନଙ୍କର ବଂଶଧରମାନେ ସେହି ସ୍ଥାନ ଛାଡ଼ିବାକୁ ବାଧ୍ୟ ହେବେ।
39 ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି।
    ସଦାପ୍ରଭୁ ହିଁ ସେହି ଧାର୍ମିକ ଲୋକମାନଙ୍କର ସଙ୍କଟ ସମୟରେ ଏକମାତ୍ର ବଳ।
    ଯେତେବେଳେ ସେମାନେ ଅସୁବିଧାରେ ପଡ଼ନ୍ତି।
40 ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କୁ ରକ୍ଷା କରନ୍ତି।
    ସଦାପ୍ରଭୁ ସେହି ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ କବଳରୁ ରକ୍ଷା କରନ୍ତି କାରଣ ସେମାନେ ତାଙ୍କ ଉପରେ ନିର୍ଭରଶୀଳ।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 20:24-42

24 ତା’ପରେ ଦାଉଦ ନିଜକୁ ଲୁଗ୍ଭଇ ରଖିଲେ।

ଶାଉଲଙ୍କର ଭୋଜିରେ ଲକ୍ଷ୍ୟ

ଅମାବାସ୍ୟା ଭୋଜିଦିନ ରାଜା ଆସିଲେ ଏବଂ ଭୋଜନ ପାଇଁ ବସିଲେ। 25 ରାଜା ସବୁଥର ବସିଲା ପରି କାନ୍ଥ ନିକଟରେ ଥିବା ଆସନରେ ବସିଲେ। ଯୋନାଥନ ଶାଉଲଙ୍କୁ ମୁହଁ କରି ବସିଲେ। ଅ‌‌ବ୍‌‌ନର ଶାଉଲଙ୍କ ପାଖରେ ବସିଲେ। ଦାଉଦଙ୍କର ସ୍ଥାନ ଶୂନ୍ୟ ରହିଲା। 26 ସେଦିନ ଶାଉଲ କିଛି କହିଲେ ନାହିଁ। ସେ ଚିନ୍ତା କଲେ, “ଦାଉଦର କିଛି ହୋଇଛି। ସେ ପ୍ରାୟ ଶୁଚି ନାହିଁ।”

27 ତା’ ପରଦିନ ମାସର ଦ୍ୱିତୀୟ ଦିନ ଦାଉଦଙ୍କର ସ୍ଥାନ ମଧ୍ୟ ଶୂନ୍ୟ ରହିଲା। ତା’ପରେ ଶାଉଲ ତାଙ୍କର ପୁତ୍ର ଯୋନାଥନଙ୍କୁ ପଗ୍ଭରିଲେ, “କାହିଁକି ଯିଶୀର ପୁଅ ଗତକାଲି ଏବଂ ଆଜି ଏଠାକୁ ଭୋଜନ କରିବାକୁ ଆସିଲେ ନାହିଁ?”

28 ଯୋନାଥନ ଉତ୍ତର ଦେଲେ, “ଦାଉଦ ବୈ‌ଥ୍‌ଲେହମକୁ ଯିବା ପାଇଁ ମୋତେ କହିଲେ। 29 ସେ କହିଲେ, ‘ମୋତେ ଯିବାକୁ ଦିଅ, କାରଣ ଆମ ପରିବାରର ଏକ ବଳିଦାନ ବୈ‌ଥ୍‌ଲେହମରେ ହେବାର ଅଛି । ମୋର ଭାଇ ମୋତେ ଆଦେଶ ଦେଇଛନ୍ତି ସେଠାକୁ ଯିବା ପାଇଁ। ମୁଁ ଯଦି ତୁମ୍ଭର ବନ୍ଧୁ ତେବେ ମୋତେ ଯିବାକୁ ଦିଅ ଏବଂ ମୁଁ ମୋର ଭାଇମାନଙ୍କୁ ଦେଖେ।’ ଏଥିପାଇଁ ପ୍ରାୟ ଦାଉଦ ରାଜାଙ୍କ ଟେବୁଲ୍ ପାଖକୁ ଆସି ନାହିଁ।”

30 ଶାଉଲ ଯୋନାଥନ ଉପରେ ଭୟଙ୍କର ରାଗିଲେ। ସେ ଯୋନାଥନଙ୍କୁ କହିଲେ, “ତୁ ହେଉଛୁ ଜଣେ ଦାସୀ ସ୍ତ୍ରୀଲୋକର ପୁତ୍ର। ଯିଏ କି ମାନିବା ପାଇଁ ମନାକରେ। ତୁବି ଠିକ୍ ତା’ପରି, ମୁଁ ଜାଣେ ତୁ ଦାଉଦର ପକ୍ଷ ନେଇଛୁ। ତୁ ନିଜ ପାଇଁ ଓ ତୋର ମା ପାଇଁ ଅପମାନ ଆଣୁଛୁ। 31 ଯିଶୀର ପୁତ୍ର ଏ ପୃଥିବୀରେ ଯେତେ ଦିନ ବଞ୍ଚିଥାଏ ସେତେ ଦିନ ପର୍ଯ୍ୟନ୍ତ ତୋର ରାଜ୍ୟ ଠିକ୍ ହେବ ନାହିଁ। ତେଣୁ ଲୋକ ପଠାଇ ତାକୁ ମୋ’ ପାଖକୁ ଆଣ କାରଣ ସେ ନିଶ୍ଚୟ ମରିବ।”

32 ଯୋନାଥନ ତା’ର ପିତାଙ୍କୁ ପଗ୍ଭରିଲେ, “ଦାଉଦକୁ କାହିଁକି ମାରିବ? ତା’ର ଅପରାଧ କ’ଣ?”

33 କିନ୍ତୁ ଶାଉଲ ଯୋନାଥନଙ୍କୁ ମାରିବା ପାଇଁ ତା’ ଉପରକୁ ବର୍ଚ୍ଛା ଫୋପାଡ଼ିଲେ। ତେଣୁ ଯୋନାଥନ ଜାଣିଲେ ତାଙ୍କ ବାପା ଦାଉଦଙ୍କୁ ମାରିବା ପାଇଁ ବହୁତ ଆଗ୍ରହୀ। 34 ଯୋନାଥନ ବହୁତ ରାଗିଗଲେ ଓ ଖାଇବା ଟେବୁଲ୍ ପାଖରୁ ଉଠିଗଲେ। ଯୋନାଥନ ତାଙ୍କ ପିତାଙ୍କ ଉପରେ ରାଗିଗଲେ ଓ ଦ୍ୱିତୀୟ ଦିନ ଭୋଜିରେ କିଛି ଖାଇଲେ ନାହିଁ। ଯୋନାଥନ ରାଗିଲେ କାରଣ ଶାଉଲ ତାଙ୍କୁ ଅପମାନିତ କଲେ ଆଉ ମଧ୍ୟ ଶାଉଲ ଦାଉଦଙ୍କୁ ମାରିବାକୁ ଗ୍ଭହୁଁଥିଲେ।

ଦାଉଦ ଏବଂ ଯୋନାଥନ ଉଭୟେ ବିଦାୟ ନେଲେ

35 ତା’ ପରଦିନ ସକାଳେ ଯୋନାଥନ ସେହି କ୍ଷେତକୁ ଗଲେ। ସେମାନଙ୍କର ଯୋଜନା ଅନୁସାରେ ସେ ଦାଉଦଙ୍କୁ ସାକ୍ଷାତ କରିବାକୁ ଗଲେ। ଯୋନାଥନ ତାଙ୍କ ସହିତ ଏକ ଛୋଟ ବାଳକକୁ ମଧ୍ୟ ନେଲେ। 36 ଯୋନାଥନ ସେହି ବାଳକକୁ କହିଲେ, “ତୁମ୍ଭେ ଦୌଡ଼ି ଯାଇ ମୁଁ ଯେଉଁ ତୀର ମାରିଲି ସେଗୁଡ଼ିକୁ ଗୋଟାଇ ଆଣ।” ବାଳକଟି ଦୌଡ଼ିବାକୁ ଲାଗିଲା ଏବଂ ଯୋନାଥନ ସେ ବାଳକ ମୁଣ୍ଡ ଉପରେ ତୀରଗୁଡ଼ିକୁ ମାରିଲେ। 37 ବାଳକଟି ତୀର ପଡ଼ିଥିବା ସ୍ଥାନ ପାଖକୁ ଗଲା। କିନ୍ତୁ ଯୋନାଥନ ତାଙ୍କୁ ଡାକିଲେ, “ତୀରଗୁଡ଼ିକ ତୋ’ ଆଗରେ ପଡ଼ିଛି।” 38 ଯୋନାଥନ ଚିତ୍କାର କରି କହିଲେ, “ଶୀଘ୍ର ଦୌଡ଼ ଓ ସେଗୁଡ଼ିକୁ ସଂଗ୍ରହ କର। ସେଠାରେ ଛିଡ଼ା ହୁଅ ନାହିଁ।” ବାଳକଟି ତୀରଗୁଡ଼ିକୁ ସଂଗ୍ରହ କଲା ଓ ତା’ର ମୁନିବକୁ ଆଣି ଦେଲା। 39 କ’ଣ ଗ୍ଭଲିଥିଲା ବାଳକଟି ଏ ବିଷୟରେ କିଛି ଜାଣି ନ ଥିଲା। କେବଳ ଯୋନାଥନ ଓ ଦାଉଦ ଏ କଥା ଜାଣିଥିଲେ। 40 ଯୋନାଥନ ବାଳକଟିକୁ ଧନୁ ଏବଂ ତୀରଗୁଡ଼ିକ ଦେଲେ। ତା’ପରେ ସେ ବାଳକକୁ କହିଲେ, ସହରକୁ ଫେରିଯାଅ।

41 ଯେତେବେଳେ ବାଳକଟି ପଳାଇଗଲା, ଦାଉଦ ଲୁଚିଥିବା ସ୍ଥାନରୁ ପର୍ବତର ଅପରପାର୍ଶ୍ୱକୁ ପଳାଇଲେ। ଦାଉଦ ମୁଣ୍ଡ ନୁଆଇଁ ଯୋନାଥନକୁ ତିନିଥର ପ୍ରଣାମ କଲେ। ଦାଉଦ ଓ ଯୋନାଥନ ପରସ୍ପରକୁ ଚୁମ୍ବନ କଲେ। ସେମାନେ ଉଭୟେ ମଧ୍ୟ କାନ୍ଦିଲେ। କିନ୍ତୁ ଦାଉଦ ଯୋନାଥନଙ୍କଠାରୁ ଅଧିକ କାନ୍ଦିଲେ।

42 ଯୋନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ଶାନ୍ତିରେ ଯାଅ। ଆମ୍ଭେ ସଦାପ୍ରଭୁଙ୍କ ନିକଟରେ ଶପଥ କରିଅଛୁ, ଆମ୍ଭେ ସର୍ବଦା ବନ୍ଧୁ ହୋଇ ରହିବା। ଆମ୍ଭେ କହିଲୁ ଯେ, ଆମ୍ଭେ ଓ ଆମ୍ଭ ସଦାପ୍ରଭୁ ଚିରଦିନ ପାଇଁ ଆମ୍ଭ ଓ ଆମ୍ଭର ବଂଶଧରମାନଙ୍କର ସାକ୍ଷୀ।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 13:1-12

ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ଏକ ବିଶେଷ କାର୍ଯ୍ୟ ଦିଆଗଲା

13 ଆନ୍ତିୟଖିଆ ମଣ୍ଡଳୀରେ କେତେକ ଭବିଷ୍ୟ‌ଦ୍‌ବକ୍ତା ଓ ଶିକ୍ଷକ ଥିଲେ। ସେମାନେ ହେଲେ, ବର୍ଣ୍ଣ‌ବ୍‌‌ବା, ଶିମିୟୋନ ଏହାକୁ ନିଗର ବୋଲି କୁହାଯାଉଥିଲା, କୂରୀଣୀୟ, ଲୂକିୟ, ମନହେମ୍ ଯିଏ ହେରୋଦ ରାଜାଙ୍କ ସହିତ ବଢ଼ିଥିଲେ ଓ ଶାଉଲ। ସେମାନେ ପ୍ରଭୁଙ୍କର ସେବା ଓ ଉପବାସ କରୁଥିବା ସମୟରେ ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ପାଇଁ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ସ୍ୱତନ୍ତ୍ର ଭାବେ ପୃଥକ କର, କାରଣ ମୁଁ ସେମାନଙ୍କୁ ଗୋଟିଏ ବିଶେଷ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଅଛି।”

ତେଣୁ ସେମାନେ ଉପବାସ ଓ ପ୍ରାର୍ଥନା କରିବା ପରେ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କ ଉପରେ ହସ୍ତାର୍ପଣ [a] କରି ବିଦାୟ କଲେ।

ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କର କୁପ୍ର ଉପଦ୍ୱୀପକୁ ଯାତ୍ରା

ବର୍ଣ୍ଣ‌ବ୍‌‌ବା ଓ ଶାଉଲ ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆ ନଗରକୁ ଗଲେ। ସେଠାରୁ ସେମାନେ କୁପ୍ର ଉପଦ୍ୱୀପକୁ ଯାତ୍ରା କଲେ। ସେମାନେ ସାଲାମି ନଗରରେ ପହଞ୍ଚି ଯିହୂଦୀମାନଙ୍କର ସମାଜଗୃହଗୁଡ଼ିକରେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କଲେ। ଯୋହନ ମାର୍କ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଥିଲେ।

ସେମାନେ ଉପଦ୍ୱୀପରେ ସର୍ବତ୍ର ବୁଲି ବୁଲି ପାଫ ନଗରରେ ପହଞ୍ଚିଲେ। ସେଠାରେ ସେମାନେ ବର୍ଯୀଶୁ ନାମକ ଜଣେ ଯିହୂଦୀ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାକୁ ଦେଖିଲେ। ସେ ଲୋକମାନଙ୍କ ନିକଟରେ ଯାଦୁକର୍ମ ଦ୍ୱାରା ନାନା କାର୍ଯ୍ୟ ଦେଖାଉଥିଲା। ସେହି ବର୍ଯୀଶୁ ରାଜ୍ୟପାଳ ସେର୍ଗିୟ ପାଉଲଙ୍କର ମିତ୍ର ଥିଲେ। ସେର୍ଗିୟ ପାଉଲ ଜଣେ ବିବେକୀ ଓ ଜ୍ଞାନୀ ଲୋକ ଥିଲେ, ପରମେଶ୍ୱରଙ୍କର ବାକ୍ୟ ଶୁଣିବାକୁ ଗ୍ଭହୁଁଥିଲେ। ତେଣୁ ସେ ବର୍ଣ୍ଣ‌ବ୍‌‌ବା ଓ ପାଉଲଙ୍କୁ ଡକାଇ ପଠାଇଲେ। ମାତ୍ର ଅଲ୍ଲୀମା ଏହା ବର୍ଯୀଶୁର ଗ୍ରୀକ୍ ନାମ ବର୍ଣ୍ଣ‌ବ୍‌‌ବା ଓ ଶାଉଲଙ୍କୁ ବାଧା ହେଲା। ଅଲ୍ଲୀମା ରାଜ୍ୟପାଳଙ୍କୁ ଯୀଶୁଙ୍କ ବିଶ୍ୱାସ ପଥରୁ ଦୂରେଇ ଦେବା ପାଇଁ ଚେଷ୍ଟାକଲା। ତେଣୁ ପାଉଲ ନାମରେ ପରିଚିତ ଶାଉଲ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଅଲ୍ଲୀମା ଯାଦୁକରକୁ କଠୋର ଦୃଷ୍ଟିରେ ଗ୍ଭହିଁ ତାହାକୁ କହିଲେ, “ଆରେ ଶୟତାନର ପୁତ୍ର! ତୁମ୍ଭେ ସମସ୍ତ ପ୍ରକାର ସଠିକ୍ କାର୍ଯ୍ୟର ଶତ୍ରୁ! 10 ତୁମ୍ଭେ ସବୁ ପ୍ରକାର ମନ୍ଦ କାର୍ଯ୍ୟ ଓ ମିଥ୍ୟାରେ ପରିପୂର୍ଣ୍ଣ ଅଟ। ତୁମ୍ଭେ ସର୍ବଦା ପ୍ରଭୁଙ୍କ ସତ୍ୟକୁ ମିଥ୍ୟାରେ ପରିଣତ କରିବାକୁ ଚେଷ୍ଟା କରିଥାଅ। 11 ଏବେ ଦେଖ, ତୁମ୍ଭ ଉପରେ ପ୍ରଭୁଙ୍କର ହାତ ଅଛି। ତୁମ୍ଭେ ଅନ୍ଧ ହୋଇଯିବ ଓ କିଛି ସମୟ ପାଇଁ ସୂର୍ଯ୍ୟ ଆଲୁଅ ମଧ୍ୟ ଦେଖି ପାରିବ ନାହିଁ।”

ପ୍ରକୃତରେ ଅଲ୍ଲୀମାଙ୍କୁ ହଠାତ୍ ସବୁ ଅନ୍ଧାର ଦେଖାଗଲା ଓ ସେ ଏଣେତେଣେ ଅଣ୍ଡାଳି ହେବାକୁ ଲାଗିଲେ। ସେ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଗୋଟିଏ ଲୋକ ଖୋଜିଲେ, ଯିଏ କି ତାହାଙ୍କ ହାତ ଧରି ବାଟ ଦେଖାଇ ପାରିବ। 12 ଯେତେବେଳେ ରାଜ୍ୟପାଳ ଏହା ଦେଖି, ସେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ ସେ ପ୍ରଭୁଙ୍କର ଉପଦେଶ ଶୁଣି ବିସ୍ମିତ ହେଲେ।

ମାର୍କ ଲିଖିତ ସୁସମାଗ୍ଭର 2:23-3:6

କେତେକ ଯିହୂଦୀ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କୁ ସମାଲୋଚନା କଲେ(A)

23 ବିଶ୍ରାମ ଦିବସରେ ଯୀଶୁ ଶସ୍ୟ-କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ଯାଉଥିଲେ। ଯାଉ ଯାଉ ତାହାଙ୍କ ଶିଷ୍ୟମାନେ ଖାଇବା ପାଇଁ ଶସ୍ୟକ୍ଷେତ୍ରରୁ ଶସ୍ୟ-କେଣ୍ଡା ଛିଣ୍ତେଇଲେ। 24 ଫାରୂଶୀମାନେ ତାହା ଦେଖି ଯୀଶୁଙ୍କୁ କହିଲେ, “ତୁମ୍ଭ ଶିଷ୍ୟମାନେ ଏଭଳି କାହିଁକି କରୁଛନ୍ତି? ବିଶ୍ରାମ ଦିବସରେ ଏଭଳି କାମ ଯିହୂଦୀ ନିୟମର ବିରୁଦ୍ଧାଚରଣ ଅଟେ।”

25 ଯୀଶୁ କହିଲେ, “ତୁମ୍ଭେମାନେ ଦାଉଦଙ୍କ ବିଷୟରେ ପଢ଼ିଛ ଯେ, ସେ ଓ ତାହାଙ୍କ ସହିତ ଥିବା ଲୋକେ ଭୋକରେ ଥିଲାବେଳେ ଓ ଆହାରର ଆବଶ୍ୟକ ଥିଲାବେଳେ କ’ଣ କରିଥିଲେ? 26 ତୁମ୍ଭେମାନେ କ’ଣ ପଢ଼ି ନାହଁ ଯେ, ଅବିୟାଥର ମହାଯାଜକ ଥିବା ସମୟରେ ଦାଉଦ ପରମେଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ଖାଦ୍ୟ ଖାଇଥିଲେ? ମୋଶାଙ୍କ ନିୟମ ଅନୁସାରେ ଯାଜକମାନେ କେବଳ ସେହି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ୟତୀତ ଆଉ କାହାରିକୁ ସେହି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ୟ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦେଇଥିଲେ।”

27 ତା’ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ରାମ ଦିବସ ସୃଷ୍ଟି ହୋଇଛି। ବିଶ୍ରାମ ଦିବସ ଦ୍ୱାରା ପରିଗ୍ଭଳିତ ହେବା ପାଇଁ ମନୁଷ୍ୟ ସୃଷ୍ଟି ହୋଇ ନାହିଁ। 28 ଏଣୁ ମନୁଷ୍ୟପୁତ୍ର ପ୍ରତ୍ୟେକ ଦିନର ମାଲିକ, ଏପରିକି ବିଶ୍ରାମ ଦିନର ମଧ୍ୟ।”

ଯୀଶୁ ଜଣେ ଖଞ୍ଜ ଲୋକର ହାତ ସୁସ୍ଥ କଲେ(B)

ଆଉ ଥରେ ଯୀଶୁ ଯିହୂଦୀମାନଙ୍କ ସମାଜଗୃହକୁ ଯାଇଥିଲେ। ସେଠାରେ ଜଣେ ଖଞ୍ଜ ଲୋକ ଥିଲା। ସେଠାରେ କେତେକ ଲୋକ ଜଗି ରହିଥିଲେ ଯେ, ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସରେ ସୁସ୍ଥ କରିଦେବେ, ତେବେ ସେମାନେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ। ଯୀଶୁ ସେଠାରେ ଥିବା ଖଞ୍ଜ ଲୋକଟିକୁ ଆଦେଶ ଦେଲେ, “ଏଠାରେ ଠିଆ ହୁଅ ଯେପରି ତୁମ୍ଭକୁ ସମସ୍ତେ ଦେଖି ପାରିବେ।”

ତା’ପରେ ଯୀଶୁ ଲୋକମାନଙ୍କୁ ପଗ୍ଭରିଲେ, “ବିଶ୍ରାମ ଦିବସରେ କେଉଁ କାମ କରିବା ଠିକ୍? ଭଲ କାମ ନା ମନ୍ଦ କାମ? ଜଣକର ଜୀବନ ରକ୍ଷା କରିବା ଠିକ୍ ନା ଜୀବନ ନଷ୍ଟ କରିବା ଠିକ୍?” କିନ୍ତୁ ସେମାନେ ନୀରବ ରହିଲେ।

ତା’ପରେ ଯୀଶୁ ଲୋକମାନଙ୍କ ଆଡ଼କୁ ରାଗରେ ଗ୍ଭହିଁଲେ, କିନ୍ତୁ ସେମାନଙ୍କ ହୃଦୟର କଠିନତା ଲକ୍ଷ୍ୟ କରି ବହୁତ ଦୁଃଖୀ ହେଲେ। ଯୀଶୁ ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ମୋତେ ଦେଖାଅ।” ଲୋକଟି ଯୀଶୁଙ୍କ ଆଡ଼କୁ ହାତଟି ବଢ଼ାଇ ଦେଲା ଓ ତା’ ହାତ ଭଲ ହୋଇଗଲା। ତା’ପରେ ଫାରୂଶୀମାନେ ସେଠାରୁ ଗ୍ଭଲି ଗଲେ ଓ ହେରୋଦୀୟମାନଙ୍କ ସହିତ ମିଶି ଯୀଶୁଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center